() ଯାଜପୁର ପୌର ପରିଷଦ ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି । ମତଦାନ ଦେବାକୁ ସହରବାସୀଙ୍କ ମଧ୍ୟରେ ଉତ୍ସାହ ସେତିକି ବଢିବାରେ ଲାଗିଛି । ବିକାଶ ପଥରେ ଯେପରି ଯାଜପୁର ଜିଲ୍ଳା ଅଗ୍ରଗତ କରୁଛି , ତାହାହିଁ ନିର୍ବାଚନରେ ଅଧିକ ମତଦାନ ଦେବାକୁ ଭୋଟଙ୍କୁ ଆକୃଷ୍ଟ କଲାଣି ଏବେଠାରୁ ।
ଯାଜପୁରର ସାଲିସ ବିହୀନ ସମ୍ରାଟ ତଥା ୭ଥର ବିଧାୟକ ହୋଇଥିବା ଯାଜପୁରର ମୁରବୀ ସ୍ବର୍ଗତ ଅଶୋକ ଦାସ ଜିଲ୍ଲାକୁ ୧ ନମ୍ବର ଜିଲ୍ଲା ଭାବରେ ଗଢିତୋଳିବାକୁ ଯେଉଁ ପ୍ରୟାସ କରିଥିଲେ ତାହାକୁ ୨୦୦୯ ମସିହାରୁ ଖୋଦ ଅଶୋକଙ୍କ ନନ୍ଦନ ବିଜେଡି ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ସେ ଲକ୍ଷ ପୂରଣ କରିବାରେ ଲାଗିଛନ୍ତି । ୨୦୦୯ ମସିହାରୁ ବିଧାୟକ ହେବା ପରେ ପୁରା ଜିଲ୍ଲାର ନକ୍ସାକୁ ବଦଳାଇ ଦେଇଛନ୍ତି ପ୍ରଣବ ।
ସ୍ବାସ୍ଥ୍ୟ ଭିତ୍ତିଭୂମି, ଶିକ୍ଷା, ପଯ୍ୟଟନ , ଐତିହ , ଶିଳ୍ପାୟନ ଠାରୁ ଆରମ୍ଭ କରି ଗମନାଗମନ କ୍ଷେତ୍ରରେ ଯାଜପୁରରେ ଆରମ୍ଭ ହୋଇଛି ନୂଆ ଅଧ୍ୟାୟ । ଏହି ବିକାଶମୂଳକ କାଯ୍ୟକ୍ରମ ଉଭୟ ସହର ଓ ଗାଁରେ ଯୋଡ଼ିହୋଇଛି । ଦିନେ ଗାଁ ବୋଲି ଲୋକେ ଭାବୁଥିବା ଯାଜପୁରର ଛୋଟିଆ ପୌର ପରିଷଦ ଧୀରେଧୀରେ ସ୍ମାର୍ଟସିଟି ପରି ଗଢି ହେଲାଣୀ ।
ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି)ଓ ପୂର୍ବତନ ପୌରାଧ୍ୟକ୍ଷ ଭବ ପ୍ରସାଦ ଦାସଙ୍କ ଉଦ୍ୟମ ଓ ସହରବାସୀଙ୍କ ସହଯୋଗରେ ଯାଜପୁର ଏବେ ନୂଆ ସହର ଭାବେ ସାରା ଓଡ଼ିଶାରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି ।
ଆଉ ଏହି ବିକାଶମୂଳକ କାଯ୍ୟକ୍ରମ ଏଥର ପୌର ନିର୍ବାଚନରେ ଶାସକ ବିଜେଡି କାଉନସିଲର ପ୍ରାର୍ଥୀଙ୍କୁ ବିପୁଳ ବିଜୟ ଟିକା ପିନ୍ଧାଇବ ବୋଲି ଯାଜପୁରର ଗଳିକନ୍ଦିରେ ଲୋକେ କୁହାକୁହି ହେଉଛନ୍ତି । ଯାଜପୁର ବିଜେଡିର ଗଡ଼ । ଜିଲ୍ଲାରେ ବିଜେଡି ସଂଗଠନ ପୁରା ଦୃଢ । ସଦ୍ୟ ପଂଚାୟତ ନିର୍ବାଚନରେ ୩୯ ଜିଲ୍ଲା ପରିଷଦ ସିଟି ଜିତିବା ସହ ପରିଷଦ ଗଠନ କରିଛି l
ସେହିପରି ୧୦ରୁ୧୦ ବ୍ଲକ ଦଖଲକୁ ନେଇଛି । ଯାହାର ଅଣ୍ଡରକରେଣ୍ଟ ଏବେ ବି ଜାରୀ ରହିଛି । ରାଜନୈତିକ ସମୀକ୍ଷକଙ୍କ କହିବା କଥା ହେଉଛି ଯାଜପୁର ପୌର ପରିଷଦ ସବୁବେଳେ ସ୍ବର୍ଗତ ଅଶୋକଦାସଙ୍କ ନାଁରେ ଭୋଟ ଯାଏ । କାରଣ ସେ ସହରର ମୁରବୀ । ତେଣୁ ବିରୋଧୀ ସବୁବେଳେ ପୌର ନିର୍ବାଚନରେ ଧରାଶୟ ହୁଅନ୍ତି । ଆଉ ସେହି ଧାରା ୨୦୨୨ ପୌର ନିର୍ବାଚନରେ ଜାରୀ ରହିବ ବୋଲି ସହରବାସୀ ଓ ରାଜନୈତିକ ସମୀକ୍ଷକମାନେ ଆକଳନ କରିଛନ୍ତି ।
ଏଥର ନିର୍ବାଚନରେ ଶାସକ ବିଜେଡ଼ି ୧୮ରୁ ୧୮ ସିଟରେ ବିପୁଳ ବିଜୟ କରିବ ବୋଲି ଦଳ ଦମ୍ଭୋକ୍ତି ପ୍ରକାଶ କରିଛି । ୧୮ କାଉନସିଲର ପ୍ରାର୍ଥୀଙ୍କ ମଧ୍ୟରୁ ୧୬ ଜଣ ଏଥର ନୂଆମୁହଁ । ନୂଆ କରି ଗଢ଼ିଉଠିଥିବା ସହରରେ ଜଣେ ଜଣେ ବିନ୍ଧାଣୀ ହେବା ପାଇଁ ଏହି ପ୍ରାର୍ଥୀମାନେ ଯେଉଁ ସ୍ବପ୍ନ ଦେଖିଛନ୍ତି ତାହାକୁ ବାସ୍ତବ ରୂପ ଦେବା ପାଇଁ ବିଧାୟକ ରାଜନୀତିରୁ ଉଦ୍ଧରେ ରହି ସେମାନଙ୍କୁ ଦଳୀୟ ଟିକେଟ ଦେଇଛନ୍ତି । ଯାହାକୁ କେହି କେବେ ଭାବିନଥିଲେ ବବି ଓ ଭବ ସେଭଳି ବ୍ୟକ୍ତିବିଶେଷଙ୍କୁ ଦଳୀୟ ପ୍ରାର୍ଥୀ କରିଛନ୍ତି ।
ଏ ନିର୍ବାଚନ କ୍ଷମତା ଗାଦିରେ ବସିବା ପାଇଁ ନୁହେଁ, ବଂର ସଂକଳ୍ପ ହେଉଛି ଜନସେବା ଓ ନୂଆ ଯାଜପୁର ଗଠନରେ ଜଣେ ଜଣେ ବିନ୍ଧାଣୀ ହେବା ପାଇଁ । ଯେଉଁଠି ପାଇଁ ସହରରେ ନିର୍ବାଚନକୁ ନେଇ ସେମିତି ରାଜନୈତିକ ଉଷ୍ମତା ନାହିଁ । ମାର୍ଚ୍ଚ ୨୪ ତାରିଖରେ ପୌର ନିର୍ବାଚନ ଲାଗି ମତଦାନ ହେବ । ହେଲେ ଯାଜପୁର ସହରବାସୀ ମନସ୍ତ କରିଛନ୍ତି ଯାଜପୁର ବିକାଶ ଧାରାକୁ ଅଧିକ ତ୍ବରାନୀତ କରିବା ପାଇଁ ପ୍ରଣବଙ୍କ ଦ୍ବାରା ମନୋନୀତ ହୋଇଥିବା ପ୍ରାର୍ଥୀଙ୍କୁ ବିପୁଳ ଭୋଟ ଦେଇ ବିଜୟ ଟିପା ପିନ୍ଧାଇବାକୁ ।
ଯାଜପୁର ପୌର ପରିଷଦ ଫାଇଟ : ବିକାଶ ଦେବ ବଡ ବିଜୟ…
ବାଗ୍ଚୀ ଶ୍ରୀ ଶଙ୍କର କ୍ୟାନ୍ସର ହସ୍ପିଟାଲ୍ ଓ ଗବେଷଣା କେନ୍ଦ୍ର ନିର୍ମାଣ ର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ…
()ବାଗ୍ଚୀ ଶ୍ରୀ ଶଙ୍କର କ୍ୟାନ୍ସର ହସ୍ପିଟାଲ୍ ଓ ଗବେଷଣା କେନ୍ଦ୍ର ନିର୍ମାଣରେ ଉଲ୍ଲେଖନୀୟ ଅଗ୍ରଗତି।
ମୁଖ୍ୟ ଶାସନ ସଚିବଙ୍କର କ୍ଷେତ୍ର ପରିଦର୍ଶନ ଓ ସମୀକ୍ଷା
ବାଗ୍ଚୀ-କରୁଣାଶ୍ରୟ ଉପଶମ ଚିକିତ୍ସା କେନ୍ଦ୍ରରେ ବର୍ହିବାଭାଗ ସେବା ଆରମ୍ଭ।
{ }ଓଡ଼ିଶାରେ କ୍ୟାନ୍ସର ଚିକିତ୍ସା କ୍ଷେତ୍ରରେ ଅନ୍ୟଏକ ମାଇଲ୍ଖୁଣ୍ଟ ଭାବେ ଗଢ଼ିଉଠୁଥିବା ବାଗ୍ଚୀ-ଶଙ୍କର କ୍ୟାନ୍ସର୍ ହସ୍ପିଟାଲ୍ ଓ ଗବେଷଣା କେନ୍ଦ୍ରର ନିର୍ମାଣ କାର୍ଯ୍ୟରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି । ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଓ ଓଡ଼ିଶା କୌଶଳ ବିକାଶ କର୍ତ୍ତୁପକ୍ଷ ଅଧ୍ୟକ୍ଷ ତଥା ହସ୍ପିଟାଲ ଓ କରୁଣାଶ୍ରୟର ପ୍ରମୁଖ କର୍ଣ୍ଣଧାର ଡଃ ସୁବ୍ରତୋ ବାଗ୍ଚୀଙ୍କ କ୍ଷେତ୍ରପରିଦର୍ଶନ ଏବଂ ସମୀକ୍ଷାରୁ ଏହା ଜଣାପଡ଼ିଛି । ଏହି ହସ୍ପିଟାଲ୍ ପାଇଁ ରାଜ୍ୟସରକାର ଇନ୍ଫୋଭ୍ୟାଲି-୨ ରେ ଯୋଗାଇ ଦେଇଥିବା ୨୦ ଏକର ପରିମିତ ଅଂଚଳ ପରିଦର୍ଶନ କରି ଶ୍ରୀ ମହାପାତ୍ର ନିର୍ମାଣ କାର୍ଯ୍ୟର କ୍ଷେତ୍ରସ୍ତରୀୟ ସମୀକ୍ଷା କରିଥିଲେ ।ସମୀକ୍ଷାରୁ ଜଣାପଡ଼ିଥିଲାଯେ ଇତିମଧ୍ୟରେ ଏହି ହସ୍ପିଟାଲ୍କୁ ୭୫୦ ଶଯ୍ୟା ବିଶିଷ୍ଟ କରିବା ପାଇଁ ନିର୍ମାଣ କାମ ଆରମ୍ଭ ହୋଇଛି । ପୂର୍ବରୁ ଏହା ୫୦୦ ଶଯ୍ୟା ପାଇଁ ଯୋଜନା କରାଯାଇଥିଲା । ଇତି ମଧ୍ୟରେ ବର୍ହିବିଭାଗ ଚିକିତ୍ସା କୋଠା ଏବଂ ଗ୍ରାଉଣ୍ଡ ଫ୍ଲୋର କାମରେ ଦୃତ ଅଗ୍ରଗତି ହୋଇଛି । ଚଳିତ ବର୍ଷ ମେ ମାସ ଶେଷ ସୁଦ୍ଧା ଗ୍ରାଉଣ୍ଡ ଫ୍ଲୋରର ଛାତ ପଡ଼ିବ ବୋଲି କାର୍ଯ୍ୟରତ ଇଞ୍ଜିନିଅର ଜଣାଇଥିଲେ । ଏହି ହସ୍ପିଟାଲ୍ରେ ରୋଗୀ ଏବଂ ତାଙ୍କର ସହାୟକଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ ହେବ । କ୍ୟାଣ୍ଟିନ୍, ଶୌଚାଳୟ, ପାର୍କିଂ ସ୍ଥାନ, ଅତ୍ୟାବଶ୍ୟକୀୟ ପଦାର୍ଥ ସରଞ୍ଜାମ ଦୋକାନ ଆଦି ଉପଲବ୍ଧ ହେବ । ହସ୍ପିଟାଲ୍ ଚତୁପାର୍ଶ୍ୱ ସୌନ୍ଦର୍ଯ୍ୟକରଣ ପାଇଁ ସବୁଜ ବଳୟ ସୃଷ୍ଟି ସହ ପରିସର ଭିତରେ ଥିବା ପ୍ରକୃତିକ ଖାଲୁଆ ଯାଗାକୁ ଏକ ସୁନ୍ଦର ପୁଷ୍କରିଣୀ ଭାବେ ବିକଶିତ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ନିର୍ମାଣ କାର୍ଯ୍ୟ ପାଇଁ ଆବଶ୍ୟକୀୟ ଦ୍ରବ୍ୟ, ଆଇନ୍ ଶୃଙ୍ଖଳା ସ୍ଥିତି, ନିର୍ମାଣ ନିମନ୍ତେ ମାନବ ସମ୍ବଳ, ଯନ୍ତ୍ରପାତି ଆଦିର ଉପଲବ୍ଧି ବିଷୟରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସମୀକ୍ଷା କରିଥିଲେ । ଏସବୁ ବିଷୟରେ କିଛି ଅସୁବିଧା ଅଛିକି ବୋଲି କ୍ଷେତ୍ରରେ କାର୍ଯ୍ୟରତ ଇଞ୍ଜିନିଅର ଏବଂ ସୁପରଭାଇଜରମାନଙ୍କୁ ପଚାରି ବୁଝିଥିଲେ । ନିର୍ମାଣପାଇଁ କୌଣସି ବିଶେଷ ଅସୁବିଧା ନଥିବା କଥା ଇଞ୍ଜିନିଅର ମାନେ ଜଣାଇଥିଲେ । ୨୦୨୩ ମସିହା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ସୁଦ୍ଧା ହସ୍ପିଟାଲ୍ର ପ୍ରଥମ ପର୍ଯ୍ୟାୟ ନିର୍ମାଣ ଶେଷ ପୂର୍ବକ ରୋଗୀସେବା ଆରମ୍ଭ କରିବା ପାଇଁ ସମୀକ୍ଷା ସମୟରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ଏହି ହସ୍ପିଟାଲ୍ ନିର୍ମାଣରେ ପ୍ରାୟ ୨୨୦ କୋଟି ଟଙ୍କା ବିନିଯୋଗ ହେବାର ଆକଳନ କରାଯାଇଛି ।ପରେ ପରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଏବଂ ଡଃ ବାଗ୍ଚୀ ଇନ୍ଫୋଭ୍ୟାଲି-୨ ରେ ବାଗ୍ଚୀ କରୁଣାଶ୍ରୟ ଉପଶମ ଚିକିତ୍ସା କେନ୍ଦ୍ର ପରିସର ଯାଇ ସେଠାରେ ମଧ୍ୟ ନିର୍ମାଣ ଓ ସେବା ଯୋଗାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ । ପ୍ରାୟ ୨୧୦ କୋଟି ଟଙ୍କା ଆକଳନରେ ଆରମ୍ଭ ହୋଇଥିବା ଏହି କେନ୍ଦ୍ରର ନିର୍ମାଣ କାର୍ଯ୍ୟ ୨୦୨୩ ଜୁଲାଇ ମାସ ଶେଷସୁଦ୍ଧା ସରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ଏହାକୁ ୧୫୦ ଶଯ୍ୟା ବିଶିଷ୍ଟ ଉପଶମ ଚିକିତ୍ସା କେନ୍ଦ୍ର ଭାବେ ବିକଶିତ କରାଯିବ । ଶିକ୍ଷା ଓ ଗବେଷଣା ନିମନ୍ତେ ଏଥିରେ ୫୦୦ ସିଟ୍ ବିଶିଷ୍ଟ ଅଡିଟୋରିମ୍ର ବ୍ୟବସ୍ଥା କରାଯିବ ।
ଗଣ୍ଡମୁଣ୍ଡାଠାରେ ଆରମ୍ଭ କରାଯାଇଥିବା ଅସ୍ଥାୟୀ ଗୃହଭିତ୍ତିକ ସେବାଯୋଗାଣ କେନ୍ଦ୍ରରେ ମଧ୍ୟ ବର୍ହିବିଭାଗ ଚିକିତ୍ସା ଆରମ୍ଭ କରାଯାଇଛି ବୋଲି ଡକ୍ଟର ବାଗ୍ଚୀ ଜଣାଇଥିଲେ । ଏହି କେନ୍ଦ୍ରରେ ଗୃହଭିତ୍ତିକ ସେବା ଯୋଗାଣ ଏବଂ ବର୍ହିବିଭାଗ ଚିକିତ୍ସା ପାଇଁ ଆବଶ୍ୟକୀୟ ଡାକ୍ତର, ନର୍ସ, ଫାମାସିଷ୍ଟ, ଗାଡ଼ି ଏବଂ ଆନୁସଙ୍ଗିକ ବ୍ୟବସ୍ଥା ଆଦିରେ ପରିମାଣାତ୍ମକ ଓ ଗୁଣାତ୍ମକ ବିକାଶ କରାଯାଇଛି । ଚଳିତ ମାର୍ଚ୍ଚ ମାସରୁ ପ୍ରତି ସପ୍ତାହର ଶୁକ୍ରବାର ଦିନ ଏହି ଚିକିତ୍ସା ଓ ଓୗଷଧ ଯୋଗାଇ ଦିଆଯାଇଛି । ସୂଚନା ଯୋଗ୍ୟ, ଏହି ଅସ୍ଥାୟୀ ଗୃହସେବା ଚିକିତ୍ସା କେନ୍ଦ୍ରକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଗତ ଡିସେମ୍ବର ମାସରେ ଉଦ୍ଘାଟନ କରିଥିଲେ ।
ଇତି ମଧ୍ୟରେ ୧୨୮ ଜଣ ରୋଗୀଙ୍କୁ କେନ୍ଦ୍ର ତରଫରୁ ଗୃହଭିତ୍ତିକ ଉପଶମ ଚିକିତ୍ସା ଓ ଯତ୍ନ ଯୋଗାଇ ଦିଆଯାଇଛି । ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲ୍, ଏମ୍ସ୍, କ୍ୟାପିଟାଲ୍ ହସ୍-ପିଟାଲ୍ ଆଦିରୁ ଶେଷ ପର୍ଯ୍ୟାୟ ଉପମଶମ ଚିକିତ୍ସା ଦରକାର କରୁଥିବା ରୋଗୀମାନଙ୍କୁ ଏଠାକୁ ପଠାଯାଉଛି । ବର୍ତ୍ତମାନ ସୁଦ୍ଧା ୩୬ ଜଣ ଏପରି ରୋଗୀଙ୍କୁ ବର୍ହିବିଭାଗ ରେଫେରାଲ୍ କେସ୍ ଭାବେ ଚିକିତ୍ସା ଯୋଗାଇ ଦିଆଯାଉଛି । ଏହାଛଡ଼ା କର୍କଟ ରୋଗରେ ମୃତ୍ୟୁବରଣ କରିଥିବା ୬ଟି ଗରିବ ପରିବାରଙ୍କୁ ମଧ୍ୟ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କ ମାଧ୍ୟମରେ ଖାଦ୍ୟ ସାମଗ୍ରୀ ଓ ପିଲାଙ୍କ ପାଠପଢ଼ା ସହାୟତା ଯୋଗାଇବାର ସମନ୍ୱୟ କରାଯାଇଛି ।
ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ସମୟରେ ଡକ୍ଟର ସୁବ୍ରତୋ ବାଗ୍ଚୀଙ୍କ ସମେତ ହସ୍-ପିଟାଲ୍ର ମୁଖ୍ୟ ଅର୍କିଟେକ୍ ଶ୍ରୀ ସୁନ୍ଦର ରମନ୍, କରୁଣାଶ୍ରୟର ମୁଖ୍ୟ ଆର୍କିଟେକ୍ ଶ୍ରୀ ଏନ୍. ମେଡାପ୍ପା, କରୁଣାଶ୍ରୟର ପରିଚାଳକ ଶ୍ରୀ ଜ୍ଞାନ ରଂଜନ ମହାପାତ୍ର, ପ୍ରକଳ୍ପ ପରିଚାଳକ ଶ୍ରୀ ଲଲାଟେନ୍ଦୁ ଚୌଧୂରୀ ପ୍ରମୁଖ କ୍ଷେତ୍ରସ୍ତରୀୟ ସ୍ଥିତି ସହ ଆବଶ୍ୟକୀୟ ତଥ୍ୟ ଉପସ୍ଥାପନ କରିଥିଲେ ।
ଆସନ୍ତା ଅଢେ଼ଇ ବର୍ଷ ମଧ୍ୟରେ ଶେଷ ହେବଭୂତଳ ପ୍ରସାଦ…
( )ଆସନ୍ତା ଅଢେ଼ଇ ବର୍ଷ ମଧ୍ୟରେ ଶେଷ ହେବ ବିଧାୟକଙ୍କ ପାଇଁ ନିର୍ମିତ ଭୂତଳ ପ୍ରସାଦ। ଏଥିପାଇଁ ୨୭୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଓବିସିସି ଚିଫ ଇଞ୍ଜିନିୟରଙ୍କୁ ୫୦ କୋଟି ପ୍ରଦାନ କରାଯାଉଛି। ଅବଶିଷ୍ଠ ୨୨୫ କୋଟି ଟଙ୍କା ଅର୍ଥବିଭାଗ ଦେବ। ଏଥିପାଇଁ ବଜେଟ ରେ ବ୍ୟବସ୍ଥା କରାଯିବ। ବିଧାୟକ କ୍ୱାଟର ଅଗ୍ରଗତି ନେଇ ସମୀକ୍ଷା କଲେ ବାଚସ୍ପତି। ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ବାଚସ୍ପତି କହିଛନ୍ତି ବିଧାୟକ କଲୋନୀରେ ଏବେବି ୭ ଜଣ ବିଧାୟକ କ୍ୱାଟର ଛାଡିବେ। ସେମାନଙ୍କ ସହ ଫୋନ ଯୋଗେ ଆଲୋଚନା କରାଯାଇଛି। ଚଳିତ ମାସ ୧୮ରୁ ୨୫ ମଧ୍ୟରେ ସମସ୍ତେ ଘର ଛାଡିବେ। ଏହା ପରେ ପୁରୁଣା ଭଙ୍ଗାଯିବ। କ୍ୱାଟର ନିର୍ମାଣ ପାଇଁ ଟେଣ୍ଡର ସରିଛି। ବଡ଼ ବଡ଼ କମ୍ପାନୀ ଅଂଶଗ୍ରହଣ କରିଛନ୍ତି। ୧୫ ଦିନ ମଧ୍ୟରେ ଫାଇନାଲ କରି କାର୍ଯ୍ୟାଦେଶ ଦିଆଯିବ। ମୋଟ ୩୦୦ କ୍ୱାଟର ନିର୍ମାଣ କରାଯିବ। କିଛି କ୍ୱାଟର ୧୧ ମହଲା କିଛି ୧୦ ମହଲା ହେବ। ୧୩୦ ଟି କ୍ୱାଟର ବିଧାୟକଙ୍କ ପାଇଁ ରହିବ। ୧୦୫ ଟି Type –VII ଓ 25 ଗୋଟି – Type –V କ୍ୱାଟର ରହିବ। ଆଇଏଏସ ଅଧିକାରୀଙ୍କ ପାଇଁ ବି କିଛି କ୍ୱାଟର ରହିବ। ଏହି ବିଲ୍ଡିଂରେ ମାର୍କେର କମ୍ପ୍ଲେକ,ମେଡ଼ିକାଲ ବ୍ୟବସ୍ଥା,୨ ହଜାର ଲୋକ ଭୋଜି ଖାଇବା ପରି ବ୍ୟବସ୍ଥା ସହ ସମସ୍ତ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା ରହିବ।
ବାଇଟ-ସୂର୍ଯ୍ୟ ନାରାୟଣ ପାତ୍ର,ବାଚସ୍ପତି
୭୦ ପ୍ରତିଶତ ମହିଳା ଜିଲ୍ଲା ପରିଷଦ ଅଧ୍ୟକ୍ଷ ହେବା ପରେ ବିଜେଡି ଉପସଭାନେତ୍ରୀ ପ୍ରମିଳା ମଲ୍ଲିକଙ୍କ ପ୍ରତିକ୍ରିୟା…
() ୭୦ ପ୍ରତିଶତ ମହିଳା ଜିଲ୍ଲା ପରିଷଦ ଅଧ୍ୟକ୍ଷ ହେବା ପରେ ବିଜେଡି ଉପସଭାନେତ୍ରୀ ପ୍ରମିଳା ମଲ୍ଲିକଙ୍କ ପ୍ରତିକ୍ରିୟା। ମହିଳାଙ୍କୁ ଅଗ୍ରାଧିକାର ଦେବାକୁ ମୁଖ୍ୟମନ୍ତ୍ରୀ ବ୍ୟବସ୍ଥା କରିଛନ୍ତି । ୭୦ ଭାଗ ମହିଳାଙ୍କୁ ଅଧ୍ୟକ୍ଷ କରିବା ସହ ମହିଳାଙ୍କୁ ରାଜନୀତି ରେ ଆଗକୁ ନେବାକୁ ପ୍ରୟାସ କରାଯାଇଛି। ଆଗକୁ ଏନଏଏସି ଓ ମୁନିସିପାଲିଟିରେ ବି ବି ମହିଳାଙ୍କୁ ଅଗ୍ରାଧିକାର ନିଆଯିବ। ନବୀନ ପଟ୍ଟନାୟକଙ୍କ ସରକାରରେ ସବୁ ବର୍ଗ ଲୋକଙ୍କ ପାଇଁ ଯୋଜନା କରାଯାଇଛି। ସେଥିପାଇଁ ଲୋକ ବିଜେଡିକୁ ଭୋଟ ଦେଇଛନ୍ତି।ଭୋଟ ବ୍ୟାଙ୍କ ବିକେଡିର ଲକ୍ଷ ନୁହେଁ। ସାଧାରଣ ନିର୍ବାଚନ ପୂର୍ବରୁ ମହିଳାଙ୍କୁ ଅଗ୍ରାଧିକାର ଦେବା ପାଇଁ ମୁଖ୍ୟମନ୍ତ୍ରୀ ଚିନ୍ତା କରିବେ।
ବିଜେପି ପ୍ରତିବାଦ ନେଇ ପ୍ରମିଳାଙ୍କ ପ୍ରତିକ୍ରିୟା…..
ପୋଲିସ କହିଛି ବିଧାୟକ ସୁସ୍ଥ ହେବା ପରେ କାର୍ଯ୍ୟାନୁଷ୍ଠାନ ହେବ। ବିଜେପି ରାଜନୀତି କରୁଛନ୍ତି। ସେମାନେ ସାଧାରଣ ଲୋକଙ୍କ ପାଖରେ ନାହାନ୍ତି କି ଲୋକଙ୍କ ପାଖକୁ ଯାଉନାହାନ୍ତି। ଲୋକଙ୍କ ପାଇଁ କଣ କାର୍ଯ୍ୟ କରୁଛନ୍ତି ତାଙ୍କ ପାଖରେକିଛି କହିବାକୁ ନାହିଁ । ରାଜରାସ୍ତାକୁ ଆସି ଫଟୋ ଉଠାଇବାକୁ ମିଡିଆରେ ପ୍ରଚାର ପାଇଁ ସୁଯୋଗ ଖୋଜୁଛନ୍ତି। ବିଧାୟକ ଦଳରେ ନାହାନ୍ତି।ଦଳ ବାହାରେ ରହି ଯାହା କରୁଛନ୍ତି କାର୍ଯ୍ୟାନୁଷ୍ଠାନ ନେଉଛି ପ୍ରଶାସନ।
ପୋୖର ନିର୍ବାଚନ ନେଇ ପ୍ରତିକ୍ରିୟା…..
ଜିଲ୍ଲା ପରିଷଦ ନିର୍ବାଚନ ରେ ଯେପରି ୩୦ ରୁ ୩୦ ସ୍ଥାନରେ ଦଳ ଜିଲ୍ଲା ପରିଷଦ ଗଢ଼ିଛି । ଆଗକୁ ଏନଏସି ଓ ମୁନିସିପାଲିଟିରେ ବି ଦଳ ସବୁଠି ଚେଆରମ୍ୟନ ଗଢ଼ିବ। ଦଳ ପାଇଁ କିଛି ଅଡୁଆ ହେବନି।
କିଏ କେଉଁଠି ହେଲେ ଅଧକ୍ଷ…
()ଯାଜପୁର ଜିଲ୍ଲା ପଂଚାୟତ ସମିତି ନିର୍ବାଚନ କିଏ କେଉଁଠି ହେଲେ ଅଧକ୍ଷ…
୧ ବଡ଼ଚଣା- ମିନତୀ ସେନାପତି
୨ ଧର୍ମଶାଳା- ପ୍ରଭାତ ବଳବନ୍ତରାୟ
୩ ରସୁଲପୁର- ଅରୁଣ କୁମାର ରାଉତ
୪ ବରୀ- ଅଶୋକ କୁମାର ଗେଡି
୫ ବିଂଝାରପୁର- ରଞ୍ଜିତା ଦାସ
୬ ଦଶରଥପୁର- ଦିଗାମ୍ବର ମଲ୍ଲିକ
୭ ଯାଜପୁର- ସ୍ବର୍ଣ୍ଣାଲତା ପରିଡା
୮ କୋରେଇ- ଜୟନ୍ତୀ ଦଳେଇ
୯ ଦାନଗଦି- ଅର୍ଚ୍ଚନା ଦାସ
୧୦ ସୁକିନ୍ଦା- ଦିବ୍ୟରଞ୍ଜନ ବରାଳ
ସମସ୍ତେ ବିଜେଡି ଦଳ ସମର୍ଥନରେ ବିଜୟୀ କରିଛନ୍ତି l
ଯାଜପୁର ବ୍ଲକର ମଙ୍ଗ ଧରିଲେ ସ୍ବର୍ଣ୍ଣଲତା…
() ଆଜି ରାଜ୍ୟ ରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଜାରି ରହିଛି। ଯାଜପୁର ବ୍ଲକ ଅଧ୍ୟକ୍ଷ ଭାବେ ନାଥସାହି ପଂଚାୟତ ର ସମିତି ସଭ୍ୟା ସ୍ବର୍ଣ୍ଣଲତା ପରିଡା ଆଜି ନିର୍ବାଚିତ ହୋଇଛନ୍ତି। ଯାଜପୁର ବ୍ଲକ ର 26 ଟି ପଂଚାୟତ ରେ ଅଧିକାଂଶ ସମିତି ସଭ୍ୟା ବିଜୁ ଜନତା ଦଳ ସମର୍ଥିତ ହୋଇଥିବା ରୁ ସ୍ଵର୍ଣଲତା ଏକ ମାତ୍ର ପାର୍ଥିନି ଭାବେ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ। ନିର୍ଦ୍ଧାରିତ ସମୟ ମଧ୍ୟରେ ଅନ୍ୟ କୌଣସି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିନଥିଲେ। ଫଳରେ ନିର୍ବାଚନ ଅଧିକାରୀ ସ୍ବର୍ଣ୍ଣଲତାଙ୍କୁ ବ୍ଲକ ଅଧକ୍ଷା ଭାବେ ଘୋଷଣା କରିଥିଲେ। ଏହା ପରେ ବ୍ଲକ ପକ୍ଷରୁ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇ ନୂତନ ବ୍ଲକ ଅଧ୍ୟକ୍ଷ ଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଆଗାମୀ ଦିନରେ ସମସ୍ତ ଙ୍କ ସହଯୋଗ ରେ ଯାଜପୁର ବ୍ଲକ ର ବିକାଶ କାର୍ଯ୍ୟ କରାଯିବ ବୋଲି ଶ୍ରୀମତୀ ପରିଡା କହିଛନ୍ତି।
ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ କଠୋର ଶବ୍ଦରେ ନିନ୍ଦା କରିଛନ୍ତି କଂଗ୍ରେସ ମୁଖପାତ୍ର ପ୍ରଶାନ୍ତ ଶତପଥି ଓ ପଦ୍ମାକର ଗୁରୁ…
( )ରାଜ୍ୟ ସରକାର ହିଂସା ଓ ଉପଦ୍ରବକାରୀଙ୍କୁ ପ୍ରୋତ୍ସାହିତ କରିବା ପରିବର୍ତେ ଦୃଢ଼ ହସ୍ତରେ ଦମନ କରିବାକୁ ରାଜ୍ୟ କଂଗ୍ରେସର ଦାବି।
ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ବିଜେଡ଼ିରୁ ବହିସ୍କାର କରିବା ସହିତ ଲୋକଙ୍କୁ ଗାଡ଼ି ଚଢ଼ାଇ ମାରିବାକୁ ଉଦ୍ୟମ କରିବା ଘଟଣାରେ ଜାତୀୟ ନିରାପତା ଆଇନ ବଳରେ ଗିରଫ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବାକୁ ଦାବି କଲା କଂଗ୍ରେସ।
{ }ଆଜି ଏକ ଅଭାବନୀୟ ଘଟଣାକ୍ରମରେ ସମଗ୍ର ରାଜ୍ୟକୁ ଲଜ୍ଜିତ କଲାଭଳି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କର ସାଧାରଣ ଜନତାଙ୍କ ଉପରେ ଗାଡ଼ି ଚଢ଼ାଇ ମାରିବାକୁ ଉଦ୍ୟମ କରିବା ଘଟଣାକୁ ପ୍ରଦେଶ କଂଗ୍ରେସ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ମୁଖପାତ୍ର ପ୍ରଶାନ୍ତ ଶତପଥି ଓ ପଦ୍ମାକର ଗୁରୁ କଠୋର ଶବ୍ଦରେ ନିନ୍ଦା କରିଛନ୍ତି । ସାଧାରଣ ଜନତାଙ୍କୁ ନିଜେ ମଦ୍ୟପାନ କରି ଅତି ଅମାନୁଷିକ ଭାବେ ଗାଡ଼ି ଚଢ଼ାଇ ୭ଜଣ ପୋଲିସ କର୍ମଚାରୀଙ୍କ ସହିତ ୧୫ରୁ ଅଧିକ ନିରୀହ ଜନତାଙ୍କୁ ଗମ୍ଭିର ଭାବେ ଆହତ କରିବା ଘଟଣା ଓଡ଼ିଶାର ରାଜନୈତିକ ଇତିହାସରେ ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି । ଆଜି ଚିଲିକା ନିର୍ବାଚନ ମଣ୍ଡଳୀ ବାଣପୁର ବ୍ଲକ ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟା ଶାନ୍ତିପୂର୍ଣ୍ଣ ଉପାୟରେ ଚାଲିଥିଲା ବେଳେ ବିଧାୟକ ସେଠାରେ ପହଂଚି ଅତ୍ୟନ୍ତ ଅମାନୁଷିକ ଭାବେ ଜୋରଜବରଦସ୍ତ ବ୍ଲକ ଅଫିସ ଭିତରକୁ ନିଜର ଏସ୍ୟୁଭି କାର ସହିତ ଧସେଇ ପସିବା ପାଇଁ ଉଦ୍ୟମ କରି ଉପସ୍ଥିତ ସାଧାରଣ ଲୋକଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିଲେ ଯାହା ଫଳରେ ୨୨ ରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି । ଏଭଳି ଘୃଣ୍ୟ କାର୍ଯ୍ୟକୁ ଶ୍ରୀଯୁକ୍ତ ଶତପଥି କଡ଼ା ନିନ୍ଦା କରିବା ସହିତ କହିଥିଲେ ଯେ ଚିଲିକା ନିର୍ବାଚନ ମଣ୍ଡଳୀ ବାସୀ ଏଭଳି ବ୍ୟକ୍ତିଙ୍କୁ ନିଜର ପ୍ରତିନିଧି ଭାବରେ ନିର୍ବାଚିତ କରି ବିଧାନସଭାକୁ ପଠାଇଥିବାରୁ ଆଜି ନିଶ୍ଚୟ ଲଜ୍ଜିତ ଅନୁଭବ କରୁଥିବେ । ବିର ସ୍ୱାଧୀନତା ସଂଗ୍ରାମୀ କୃତିବାସ ପାଟ୍ଟଶାହାଣୀ ଓ ପଣ୍ଡିତ ଶ୍ରୀ ଗୋଦାବରିଶ ମିଶ୍ରଙ୍କ ଜନ୍ମ ମାଟିରେ ଏଭଳି ଘୃଣ୍ୟ, ନିନ୍ଦନୀୟ ଓ ଅମାନବିୟ ଘଟଣା ଖାଲି ଓଡ଼ିଶା ନୁହେଁ ସମଗ୍ର ଦେଶକୁ ସ୍ତବ୍ଧ କରିଛି । କେଉଁ ଅଦୃଶ୍ୟ ଶକ୍ତିର ବଳରେ ବଳିଆନ ହୋଇ ବିଧାୟକ ଜଗଦେବ ଲଗାତର ଭାବରେ ତାଙ୍କର ଗୁଣ୍ଡାଗିରୀ ବିଭିନ୍ନ ସମୟରେ ଏକାଧିକବାର କରିଚାଲିଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କୁ ତୁରନ୍ତ ଦଳରୁ ବହିସ୍କାର କରିବା ସହିତ ତାଙ୍କର ବିଧାୟକ ପଦକୁ ରଦ୍ଦ କରିବାପାଇଁ ବାଚସ୍ପତିଙ୍କୁ ଅନୁରୋଧ କରିବାପାଇଁ କଂଗ୍ରେସ ଦାବି କରିଛି । ମୁଖପାତ୍ର ଶ୍ରୀ ପଦ୍ମାକର ଗୁରୁ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ ଦେଇ କହିଥିଲେ ଯେ ତୁରନ୍ତ ବିଧାୟକ ଜଗଦେବଙ୍କୁ ଏନଏସ୍ଏରେ ଗିରଫ କରିବା ସହିତ ବିଜେଡ଼ିର ପ୍ରାଥମିକ ସଦସ୍ୟ ପଦରୁ ବହିସ୍କାର କରିବେକି? ପଂଚାୟତ ନିର୍ବାଚନ ସମୟରେ ଯେଉଁ ହିଂସାର ବାତାବରଣ ସମଗ୍ର ଓଡ଼ିଶାବାସୀ ଦେଖିଥିଲେ ସମାନ କଥା ପୁର୍ନବାର ଆଜି ବ୍ଲକ ଅଧ୍ୟକ୍ଷ ନିର୍ବାଚନ ସମୟରେ ଦେଖିବାକୁ ମିଳିଲା ଏବଂ ଆଶଙ୍କା କରାଯାଉଛି କି ମୁନିସ୍ପାଲଟି ନିର୍ବାଚନରେ ମଧ୍ୟ ଏଭଳି ହିଂସା ସଂଗଠିତ ହୋଇପାରେ । ରାଜ୍ୟ ନିର୍ବାଚନ କମିଶନ ଏବଂ ପୋଲିସ ଡିଜି ଅନ୍ଧ ଧୃତରାଷ୍ଟ୍ରଭଳି ବ୍ୟବହାର ନକରି ଅପରାଧିଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାପାଇଁ ସେ ଦାବି କରିଥିଲେ । ଦୀର୍ଘ ୨୨ ବର୍ଷର ଶାସନ ବ୍ୟବସ୍ଥା ଭିତରେ ରାଜନୀତିରେ ଅପରାଧିକରଣକୁ ପ୍ରୋତ୍ସାହିତ କରିବା ଓ ଅପାରଧିକ ତତ୍ୱଙ୍କ ଉପରେ କଡ଼ାକାର୍ଯ୍ୟାନୁଷ୍ଠାନ ନନେବା ଯୋଗୁଁ ଆଜି ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି । ୨୦୧୯ ସାଧାରଣ ନିର୍ବାଚନ ସମୟରେ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ଘସିପୁରା ବିଧାୟକଙ୍କ ପୁଅ ଏବଂ ତାଙ୍କ ସମର୍ଥକ ମାନଙ୍କର ମରଣାନ୍ତକ ଆକ୍ରମଣ ଉପରେ ମୁଖ୍ୟମନ୍ତ୍ରୀ ମୌନବ୍ରତ ଧାରଣ କରିଥିଲେ । ବର୍ତମାନ ଚିଲିକା ବିଧାୟକଙ୍କ ଅମାନୁଷିକ କାର୍ଯ୍ୟକଳାପକୁ ନେଇ ମୁଖ୍ୟମନ୍ତ୍ରୀ ନିରବ ରହିବା ରାଜ୍ୟବାସୀଙ୍କୁ ବିସ୍ମିତ କରୁଛି । ଆମର ଦାବି ତୁରନ୍ତ ଏଭଳି ଅପରାଧିକ ମାନସିକତାର ବ୍ୟକ୍ତିବିଶେଷଙ୍କ ଉପରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇ ସାଧାରଣରେ ଦୃଷ୍ଟାନ୍ତମୂଳକ ଉଦାହରଣ ସୃଷ୍ଟି କରାଯାଉ ।
ମୁଖ୍ୟ ଶାସନ ସଚିବଙ୍କ ପୁରୀଜିଲ୍ଲା ଗସ୍ତ…
{ }ମୁଖ୍ୟ ଶାସନ ସଚିବଙ୍କ ପୁରୀଜିଲ୍ଲା ଗସ୍ତ
ବାତ୍ୟା ନିରୋଧି ବନୀକରଣ ସଘନ କରିବାକୁ ନିର୍ଦ୍ଦେଶ।
()ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ପୁରୀ ଗସ୍ତରେ ଆସି ଜିଲ୍ଲାରେ ଚାଲିଥିବା ବନୀକରଣ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ପୁରୀ ଏକ ଉପକୂଳବର୍ତ୍ତି ଜିଲ୍ଲା ହୋଇଥିବାରୁ ବାତ୍ୟା ନିରୋଧି ବନୀକରଣ ସଘନ କରିବାକୁ ବୃକ୍ଷରୋପଣ ନିମନ୍ତେ ଶ୍ରୀ ମହାପାତ୍ର ପରାମର୍ଶ ଦେଇଛନ୍ତି । ଅସ୍ତରଙ୍ଗ ଓ କାକଟପୁର ସମେତ ଜିଲ୍ଲାର ସମସ୍ତ ସମୁଦ୍ର କୂଳିଆ ଅଞ୍ଚଳ, ବନଖଣ୍ତ-ଅଭୟାରଣ୍ୟ, ପୁରୀ- କୋଣାର୍କ ମେରାଇନ ଡ୍ରାଇଭ ରୋଡ,ନୂଆ ମୁହାଣ ଅଞ୍ଚଳ, ପୁରୀ- ସାତପଡା ଓ ଜାତୀୟ ରାଜପଥ ଏବଂ ଜିଲ୍ଲାର ଅନ୍ୟାନ୍ୟ ସହରାଞ୍ଚଳରେ ବୃକ୍ଷରୋପଣ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ବର, ଅଶ୍ବସ୍ତ, ଆକାଶିଆ, କାଜୁ ଓ ଝାମୁ ଗଛ ଲଗାଇବା, ମୃତ୍ତିକା କ୍ଷୟ ରୋକିବା, ବାଲିବନ୍ଧ ସୁରକ୍ଷା ଏବଂ ଅସ୍ତରଙ୍ଗର ତଣ୍ତାଘର ଅଞ୍ଚଳକୁ ସମୁଦ୍ରପାଣି ପ୍ରବେଶ ରୋକିବା ନିମନ୍ତେ କିଆବାଡ ବ୍ୟବସ୍ଥା କରିବାକୁ ମୁଖ୍ୟ ଶାସନ ସଚିବ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଅନ୍ୟପକ୍ଷରେ ଗତବର୍ଷ ଜିଲ୍ଲାରେ ୧୭୮୩୭୫ଟି ଚାରାରୋପଣ ସହ ୧୪୬୦୦ ଚାରା ବଣ୍ଟନ କରାଯାଇଛି । ଆସନ୍ତା ଆର୍ଥିକ ବର୍ଷରେ ୭୭୧.୧ ହେକ୍ଟର ଅଞ୍ଚଳରେ ୬୮୫୨୫୦ ଚାରା ରୋପଣ ନିମନ୍ତେ ଲକ୍ଷ ରଖାଯାଇଥିବା ଜିଲ୍ଲା ବନଖଣ୍ତ ଅଧିକାରୀ ସୂଚନା ଦେଇଥିଲେ ।
ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା, ଡିଏଫ୍ଓ ଶ୍ରୀ ପି. ରମାସ୍ବାମୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ, ଜଳସେଚନ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ପ୍ରଶାନ୍ତ କୁମାର ଦାସ, ୱାଟକୋ ଜେନେରାଲ ମ୍ୟାନେଜର ଶ୍ରୀ ଶରତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ମିଶନ ୧୮ରୁ ୧୮ ….
()ଓଡିଶାର ସର୍ବ ପୁରାତନ ପୌର ପରିଷଦ ହେଉଛି ଯାଜପୁର ପୌର ପରିଷଦ । ଏହି ପୌର ପରିଷଦ ମୋଟ ୧୮ଟି ଓ୍ବାର୍ଡ଼କୁ ନେଇ ଗଠିତ । ନୂଆ ରୂପରେ ଯାଜପୁର ସହରକୁ ଗଢି ତୋଳିବା ପାଇଁ ୨୦୦୯ ମସିହାରୁ ନୂତନ ଯାଜପୁରର ବିନ୍ଧାଣୀ ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି) ପ୍ରୟାସ ଜାରୀ ରଖିଛନ୍ତି । ଜିଲ୍ଲାରେ ବିକାଶମୂଳକ କାଯ୍ୟକ୍ରମ ବି ଦ୍ରୁତ ଗତିରେ ଚାଲିଛି । କିଛି ବର୍ଷ ତଳେ ଯାଜପୁର ପୌର ପରିଷଦ ୧୫୦ ତମ ଜନ୍ମ ଦିନ ପାଳନ କରିଥିଲା ।
ସହରର ସୌନ୍ଦଯ୍ୟକରଣ, ରାସ୍ତାଘାଟ, ମେଡ଼ିକାଲ, ନୂତନ ଦୋକାନ ଘର, ଡ୍ରେନ ବ୍ୟବସ୍ଥା ସହ ସହରର ଟ୍ରାଫିକ ଜାମକୁ ଏଡ଼ାଇବା ପାଇଁ ରିଙ୍ଗରୋଡ ରାସ୍ତା । ଯାଜପୁର ସହରକୁ ସୁନ୍ଦର କରି ଗଢି ତୋଳିବାକୁ ସହରବାସୀଙ୍କ ସହଯୋଗ ଓ ପରିଷ୍କାର ପରିଚ୍ଛନତାକୁ ଅଧିକ ଫୋକସ କରାଯାଇଛି । ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ନୂଆ ଯାଜପୁର ସହର ଗଢି ତୋଳିବାର ପ୍ରୟାସକୁ ଗ୍ରାଉଣ୍ଡରେ ବାସ୍ତବ ରୂପ ଦେବାରେ ଦିନରାତି ଏକ କରିଛନ୍ତି ପୂର୍ବତନ ପୌରାଧ୍ୟକ୍ଷ ଭବ ପ୍ରସାଦ ଦାସ l ଏଥିପାଇଁ ଭବ ଅକ୍କାନ୍ତ ପରିଶ୍ରମ କରି ସହରକୁ ଧୀରେଧୀରେ ନୂଆରୂପରେ ଗଢ଼ିତୋଳୁଛନ୍ତି ।
ଏବେ ପୁଣି ସମୟ ଆସିଛି ଯାଜପୁର ସହରବାସୀ ପ୍ରତି ଓ୍ବାର୍ଡ଼ରେ ନୂଆ ନେତା ବାଛିବେ । ପ୍ରଥମଥର ଲାଗି ପାରମ୍ପରିକ ରାଜନୀତିକୁ ଦୂରେଇ ବିଧାୟକ ନୂଆ ନେତୃତ୍ବ ହାତରେ ସହରକୁ ଗଢିବାକୁ ପ୍ରୟାସ କରିଛନ୍ତି । କ୍ଷମତାଶାଳୀ, ବଂଶବାଦକୁ ବାଦ ଦେଇ ସାଧାରଣ ଯାଜପୁରିଆଟିଏ କିପରି ସହରବିକାଶ କରିବାକୁ ଚାହୁଛି ତାହାର ପରୀକ୍ଷା ପୌର ନିର୍ବାଚନରେ ନେଇଛନ୍ତି ବିଧାୟକ । କାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କ କଥାରେ ସରକାର ଚାଲିବ ଓ ଲୋକେ ଯେପରି ବିକାଶ ଚାହୁଛନ୍ତି ତାହାକୁ ବାସ୍ତବ ରୂପ ଦେବା ଉପରେ ମୁଖ୍ୟମନ୍ତ୍ରୀ ସବୁବେଳେ ଦଳୀୟ ନେତାଙ୍କୁ ପରାମର୍ଶ ଦେଉଥିବାରୁ ଏହି ଅଭିଯାନକୁ ଯାଜପୁରରେ ଜୋରଦାର କରିଛନ୍ତି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ପୌର ନିର୍ବାଚନରେ ପ୍ରାର୍ଥୀ ଚୟନ ଠାରୁ ଆରମ୍ଭ କରି ପ୍ରଚାର ଯାଏ ସବୁ ଲୋକଙ୍କ ମତ ଅନୁସାରେ କରାଯାଉଛି ।
ରାଜନୀତିରୁ ଉର୍ଦ୍ଧ୍ଵରେ ରହି ଯେଉଁମାନେ ଲୋକସେବା କରୁଛନ୍ତି ସେମାନଙ୍କୁ ବିଜେଡି ପୌର ନିର୍ବାଚନରେ ପ୍ରାର୍ଥୀ କରିଛି । ସେ ପୌରଧ୍ୟକ୍ଷ ହୁଅନ୍ତୁ ଅବା ଓ୍ବାର୍ଡ଼ କାଉନ ସିଲର । ସବୁଥୀରେ ତାହା ପ୍ରତିଫଳିତ ହୋଇଛି ।
ଯାଜପୁର ସହରର ସ୍ବଂୟ ସହାୟକ ମଞ୍ଜୁଲତା ହୋତା ଙ୍କୁ ପୌରାଧ୍ୟକ୍ଷ ପ୍ରାର୍ଥୀ କରିବା ଓ ୧୨ ନମ୍ବର ଓ୍ବାର୍ଡର ଉଚ୍ଚଶିକ୍ଷତ ଚା ଦୋକାନୀ ରାଜୀବ ବେହେରାଙ୍କୁ କାଉନସିଲର ପ୍ରାର୍ଥୀ କରିବା ନିଷ୍ପତି । ସବୁଥିରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ଯୁବ ନେତା ଭବ ପ୍ରସାଦ ଦାସ ଙ୍କ ଏପରି ଚିନ୍ତାଧାରା ସହରବାସୀଙ୍କୁ ଚକିତ କରିଛି । ରାଜନୀତି ଯେ କେବଳ ପରିବାରବାଦ କି ଧନି , କ୍ଷମତାଶାଳୀ ବ୍ୟକ୍ତି କରିବେ ତାହା ନୁହେଁ, ସମାଜସେବା କରିବା ମନବୃତ୍ତି ଯାହାର ଅଛି ସେ ନେତୃତ୍ବ ନେବ , ତାହା ଏଥର ପ୍ରଣବ ଯାଜପୁର ପୌର ନିର୍ବାଚନରେ ବିଜେଡି ପ୍ରାର୍ଥୀ କରିବା ନିଷ୍ପତିରେ ସାରା ଓଡ଼ିଶାକୁ ସଙ୍କେତ ଦେଇଛନ୍ତି । ବିଧାୟକଙ୍କ ଏପରି ନିଷ୍ପତି ଏବେ ପୁରା ଓଡ଼ିଶାରେ ଚର୍ଚ୍ଚାର ବିଷୟ ।
ଏଥର ପୌର ନିର୍ବାଚନରେ ଯାଜପୁର ସହରରେ ୧୮ରୁ ୧୮ କାଉନସିଲର ବିପୁଳ ଭୋଟରେ କିପରି ଜିତିବେ ସେଥିପାଇଁ ପୁରା ସହରବାସୀ ଲାଗିପଡ଼ିଛନ୍ତି । ନିଜେ ପୂର୍ବତନ ପୌରାଧ୍ୟକ୍ଷ ଭବ ପ୍ରସାଦ ଦାସ ଘନଘନ ବିଭିନ୍ନ ଓ୍ବାର୍ଡ଼ରେ ବୈଠକ କରି ଲୋକଙ୍କ ମତାମତ ନେଉଛନ୍ତି । ସହରର ଯେଉଁ ବିକାଶ ହେଉଛି ସେଥିରେ ପ୍ରତ୍ୟେକ ଲୋକ କିପରି ଯୋଡ଼ି ହୋଇ ଜଣେ ଜଣେ ବିନ୍ଧାଣୀ ହେବେ ସେ କାମରେ ସେ ସଭିଙ୍କ ସହଯୋଗ ଲୋଢିଛନ୍ତି ।
କାରଣ ନିର୍ବାଚନ ନୁହେଁ, ସବୁବେଳେ ଲୋକଙ୍କ ସୁଖ ଓ ଦୁଃଖର ସାଥୀ ହୋଇ ଛିଡ଼ାହୋଇଥିବା ଭବଙ୍କୁ ବିଭିନ୍ନ ଓ୍ବାର୍ଡ଼ର ବୈଠକରେ ଲୋକଙ୍କ ଶତ ପ୍ରତିଶତ ଜନ ସମର୍ଥନ ମିଳୁଛି । ଯାହା ସଙ୍କେତ ଦେଉଛି ଏଥର ବି ଯାଜପୁର ପୌର ପରିଷଦ ନିର୍ବାଚନ ରେ ବିଜେଡି ୧୮ରୁ ୧୮ କାଉନ lସିଲର ସିଟ ଦଖଲ କରିବ । ସବୁ ଓ୍ବାର୍ଡ଼ରେ ଏକପାଖିଆ ଭୋଟ ହେବ ବୋଲି ଯାଜପୁର ସହରର ପ୍ରତ୍ୟେକ ବ୍ୟକ୍ତି ଏବେ କୁହାକୁହି ହେଉଛନ୍ତି । ଶାସକ ବିଜେଡିର ଏପରି ଦବଦବା ଆଗରେ ଧରାଶାୟୀ ହୋଇଛନ୍ତି ବିରୋଧ ।
କାରଣ ଏଥର ଯାଜପୁର ନିର୍ବାଚନରେ କଥା କହିବ ବିକାଶ ଆଉ ବିକାଶ । ମାର୍ଚ୍ଚ ୨୪ ତାରିଖରେ ହେବାକୁ ଥିବା ପୌର ନିର୍ବାଚନର ମାହୋଲ ସହରର ରାଜନୀତିକୁ ଉଷ୍ମ କରୁନି ବଂର , ଯାଜପୁର ସହରର ଭାଇଚାରକୁ ଆହୁରି ମଜବୁତ କରୁଛି ।
314 ବ୍ଲକ ରୁ 90 ପ୍ରତିଶତ ବିଜେଡି ଅକ୍ତିଆର କରିବ ବିଜେଡି… ବୋଲି କହିଲେ ବିଜେଡି ଉପ ସଭାପତି ଦେବୀ ମିଶ୍ର..
()ବିଜେପି ସରକାର ଥିବା ଚାରି ରାଜ୍ୟରେ ପୁଣି ଥରେ ସରକାର ଗଠନ କରିଛି । ଅର୍ଥାତ ସେଠାରେ ବିଜେପିର ରିପିଟ ହୋଇଛି । ମାତ୍ର ଜାତୀୟ ସ୍ତରର ରାଜନୈତିକ ଷ୍ଟ୍ରାଟେଜି ବା ଲହର ଆଞ୍ଚଳିକ ସ୍ତରରେ କୌଣସି କାମ ଦେଇନାହିଁ । ପଶ୍ଚିମବଙ୍ଗ ଓ ଓଡିଶା ଭଳି ଅନେକ ରାଜ୍ୟରେ ଆଞ୍ଚଳିକ ଦଳ ମାନଙ୍କର ବେଶ ଦବଦବା ରହିଛି । ତେଣୁ 5 ରାଜ୍ୟର ଏହି ଫଳାଫଳ ରାଜ୍ୟ ରାଜନୀତି ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ବିଶେଷ କରି ପୌର ନିର୍ବାଚନ ରେ ଏହାର କୌଣସି ପ୍ରତିଫଳନ ହେବ ନାହିଁ। ମାତ୍ର ଯେଉଁ ରିପିଟ ବିଜୟ ହେଲା ତାହା କର୍ମୀ ମାନଙ୍କ ମନୋବଳ ବଢ଼େଇବ ଏବଂ ସେମାନେ ଉତ୍ସାହିତ ହେବେ । ସେମାନଙ୍କ ପାଇଁ ଏଇଟା ବୁଷ୍ଟର ଡୋଜ ସଦୃଶ । ହେଲେ ଜନମତ ନବୀନ ପଟ୍ଟନାୟକଙ୍କ ସପକ୍ଷରେ ରହିଛି ।ପଞ୍ଚାୟତ ନିର୍ବାଚନ ଯେଉଁ ଭଳି ବିଜୟ ହୋଇଛି ବ୍ଲକ ଚେୟାରମ୍ୟାନ କ୍ଷେତ୍ରରେ ବି ଆମେ 90 ପ୍ରତିଶତ ଅଧିକାର କରିବୁ । 314 ବ୍ଲକ ରୁ 90 ପ୍ରତିଶତ ବିଜେଡି ଅକ୍ତିଆର କରିବ ।
ଦେବୀ ମିଶ୍ର , ବିଜେଡି ଉପ ସଭାପତି














