ପଂଚୟତ ଠାରୁ ଅଧିକ ଭଲ ହେବ ପୌର…

ପୋୖରାଞ୍ଚଳ ପାଇଁ ମୁଖ୍ୟମନ୍ତ୍ରୀ ବହୁତ ସ୍ଥାନ ରେ କାର୍ଯ୍ୟ କରିଛନ୍ତି ।ପଂଚୟତ ଠାରୁ ଅଧିକ ଭଲ ହେବ ପୌର ।
109 ରୁ 100 ରୁ ଅଧିକ ପୌର ପରିଷଦ ବିଜେଡି ଅକ୍ତିଆର କରିବ ।3 ମହାନଗର ରେ ବିଜେଡି ର ବାଜିମାତ ହେବ ।
ବିଭିନ୍ନ ୱାର୍ଡ ରେ ସଂଗଠନ ମଜଭୁତ ଥିବା ଏକାଧିକ ଗ୍ରୁପ ଅଛନ୍ତି ।ଅସନ୍ତୋଷ ଆଶାୟୀ ଥିବା ସ୍ଥାନ ରେ ଆମେ ଫ୍ଲୋର ମ୍ୟାନେଜମେଣ୍ଟ କରିବୁ ।17 ଓ 19 ରେ ସ୍ଥିତି ଅଲଗା ଥିଲା । ଚଳିତ ଥର ବିଜେଡି ର ଭୋଟ ପ୍ରତିଶତ ବଢ଼ିଛି ।ଲୋକସଭା ନିର୍ବାଚନ ରେ କେନ୍ଦ୍ର ରେ ସରକାର ଗଠନ ପାଇଁ ଜାତୀୟ ଦଳ ସପକ୍ଷ ରେ ଭୋଟ ଯାଏ ।ପୌର ନିର୍ବାଚନ ସ୍ଥାନୀୟ ଲୋକଙ୍କ ସମଶ୍ୟା ନେଇ ହେଉଥିବାରୁ ବିଜେଡି ଜିତିବ ।ବରଗଡ଼ ରେ ଆମେ 12 ବ୍ଲକ ରେ ରେ ଚେୟାରମ୍ୟାନ କରିବୁ ।

ସୁଶାନ୍ତ ସିଂ , ବିଜେଡି

ନବନିର୍ବାଚିତ ସରଂପଚଙ୍କୁ ବବିଙ୍କ ମନ୍ତ୍ର, କହିଲେ ଗାଁର ବିକାଶ ଏମିତି କର ସହରରେ ଚର୍ଚ୍ଚା ହେବ

* ନବନିର୍ବାଚିତ ସରଂପଚଙ୍କୁ ବବିଙ୍କ ମନ୍ତ୍ର, କହିଲେ ଗାଁର ବିକାଶ ଏମିତି କର ସହରରେ ଚର୍ଚ୍ଚା ହେବ 

* ସବୁ ଭୋଟର ଆମର , ପ୍ରତିଟି ଗରିବ ଲୋକଙ୍କୁ ସହାୟତା କର

()ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲର ବହୁ ଚର୍ଚ୍ଚିତ ତୁଳଙ୍ଗ ପଞ୍ଚାୟତକୁ ବିଜୁ ଜନତା ଦଳର ସମର୍ଥିତ ପ୍ରାର୍ଥୀ ନିବେଦିତା ମଲ୍ଲିକ ଚଳିତ ନିର୍ବାଚନରେ ଦଖଲ କରିବା ପରେ ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଆଜି ଭୁବନେଶ୍ବରରେ ସାକ୍ଷାତ କରିଛନ୍ତି । ପ୍ରଣବଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ଆଶୀର୍ବାଦ ନେବା ସହ ସହଯୋଗ କାମନା କରିଛନ୍ତି ନିବେଦିତା । ଏହି ଅବସରରେ ପ୍ରଣବ କହିଛନ୍ତି ଯେ, ଲୋକଙ୍କର ଆସ୍ଥା ଓ ବିଶ୍ବାସ ବିଜୁ ଜନତା ଦଳ ଉପରେ ଦିନକୁ ଦିନ ବଢିବାରେ ଲାଗିଛି । ତୁଳଙ୍ଗ ପଞ୍ଚାୟତବାସୀ କଂଗ୍ରେସକୁ ପ୍ରତ୍ୟାଖ୍ୟାନ କରି ବିଜେଡି ଉପରେ ଭରଷା କରିଛନ୍ତି । ନିର୍ବାଚନ ଜିତିବା ପରେ ସବୁ ଭୋଟର ଆମର, ସେମାନଙ୍କର ବିକାଶର ଦାୟିତ୍ବ ଆମର । ଏଥିରେ କୌଣସି ବାଛ ବିଚାର ନକରି ସମସ୍ତଙ୍କ ପାଇଁ କାମ କରିବାକୁ ଆହ୍ବାନ ଓ ପରାମର୍ଶ ଦେଇଛନ୍ତି ସାଂଗଠନିକ ସଂପାଦକ । ଗାଁ ଗାଁରେ ପ୍ରତ୍ୟକ ଲୋକଙ୍କର ହିତ ପାଇଁ କାମ କରିବାକୁ ସଂକଳ୍ପ ନେବାକୁ ପରାମର୍ଶ ଦେଇଛନ୍ତି ପ୍ରଣବ ।

ସେ ଆହୁରି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାକୁ ଲୋକଙ୍କ ପାଖରେ କେବଳ ପହଞ୍ଚାଇଲେ ହେବ ନାହିଁ ବରଂ ପ୍ରତ୍ୟକଟି ଶ୍ରେଣୀର ଶେଷ ଲୋକଙ୍କ ପାଖରେ ସରକାରୀ ଯୋଜନା କିଭଳି ପହଞ୍ଚାଯାଇପାରିବ ସେ ଦିଗରେ କାମ କରିବା ଉଚିତ । ଦୀର୍ଘ ୪୨ ବର୍ଷ ପରେ କଂଗ୍ରେସକୁ ପ୍ରତ୍ୟାଖ୍ୟାନ କରି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ବସନ୍ତ ବିଶ୍ବାଳଙ୍କ ଗଡ଼ ଦଖଲ କରିଛନ୍ତି ନିବେଦିତା । ରଂଜୀବ ଓ ଚିରଞ୍ଜିବୀଙ୍କ ସତ ଚେଷ୍ଟା ସତ୍ବେ କଂଗ୍ରେସ ତୁଳଙ୍ଗରେ ହାରିବା ଲୋକଙ୍କର କଂଗ୍ରେସ ପ୍ରତି କ୍ରୋଧ ଓ ବିଜେଡି ପ୍ରତି ଭଲପାଇବାକୁ ଦର୍ଶାଇଛି । ତେଣୁ ତୁଳଙ୍ଗୁ ରାଜ୍ୟର ଏକ ପ୍ରମୁଖ ଏବଂ ସର୍ବାଙ୍ଗିନ ବିକଶିତ ପଞ୍ଚାୟତ ଭାବେ ଗଢ଼ିତୋଳିବାକୁ ନିବେଦିତା କାମ କରିବେ ବୋଲି କହିଛନ୍ତି ।

ତିର୍ତ୍ତୋଲ ବିଧାନସଭା ଉପ ନିର୍ବାଚନ ପୂର୍ବରୁ ନିବେଦିତାଙ୍କ ଶ୍ବଶୁର କୃଷ୍ଣ ମଲ୍ଲିକ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇଥିଲେ । ଆଉ ଏଥର ତିର୍ତ୍ତୋଲରେ କୃଷ୍ଣ କେବଳ ନିବେଦିତାଙ୍କୁ ଜିତାଇ ନାହାନ୍ତି ବରଂ ବିଜେଡି ପ୍ରତି ଲୋକଙ୍କର ଥିବା ଭଲପାଇବା ଓ ଆସ୍ଥାକୁ ଭୋଟରେ ରୂପାନ୍ତରିତ କରି ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶକୁ ଗାଁ ଗାଁରେ ପହଞ୍ଚାଇବାର ସଂକଳ୍ପକୁ ସାକାର କରିବାକୁ କାମ କରୁଛନ୍ତି । …

ବିଜେଡିର ମେୟର ପ୍ରାର୍ଥି ହେଲେ:ସୁଲୋଚନା,ସୁବାଷ,ସଂଘମିତ୍ରା…

() ଭୁବନେଶ୍ୱର ସୁଲୋଚନା, କଟକ ସୁବାଷ, ବ୍ରହ୍ମପୁର ସଂଘମିତ୍ରା ବିଜେଡି ମେୟର ପ୍ରାର୍ଥି…..
ମାର୍ଚ୍ଚ ୨୪ରେ ନିର୍ବାଚନ l ଏଥିଲାଗି ରାଜ୍ୟର ୩ ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀ ଘୋଷଣା କଲା ବିଜୁ ଜନତା ଦଳ । ଭୁବନେଶ୍ୱର ମହାନଗର ନିଗମରେ ବିଜେଡି ନେତ୍ରୀ ସୁଲୋଚନା ଦାସଙ୍କୁ ମେୟର ପ୍ରାର୍ଥୀ ଭାବରେ ଘୋଷଣା କରିଛି । ସେହିପରି ଭାବରେ କଟକ ମହାନଗର ନିଗମ ପାଇଁ ସାଂସଦ ସୁବାସ ସିଂ ଓ ବ୍ରହ୍ମପୁର ମହାନଗର ନିଗମ ପାଇଁ ସଂଘମିତ୍ରା ଦଳେଇଙ୍କୁ ମେୟର ପ୍ରାର୍ଥୀ କରିଛି ବିଜୁ ଜନତା ଦଳ । ଚଳିତ ଥର ଭୁବନେଶ୍ୱର ମହାନଗର ନିଗମ ଓ ବ୍ରହ୍ମପୁର ମହାନଗର ନିଗମରେ ମେୟର ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିଲା ।

ମାର୍ଚ୍ଚ ୨୪ରେ ରାଜ୍ୟର ୩ ମହାନଗର ନିଗମ ସହ ୧୦୬ ପୌରାଞ୍ଚଳରେ ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ମାର୍ଚ୍ଚ ୨ରୁ ଆରମ୍ଭ ହୋଇ ୭ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଚାଲିବ । ପୂର୍ବରୁ କଂଗ୍ରେସ କଟକ ମହାନଗର ନିଗମ ଓ ଭୁବନେଶ୍ୱର ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀ ଘୋଷଣା କରିସାରିଛି । କଂଗ୍ରେସ ପରେ ଆଜି ବିଜୁ ଜନତା ଦଳ ମେୟର ପ୍ରାର୍ଥୀ ଘୋଷଣା କରିଛି । ବିଜେପି ମଧ୍ୟ ଭୁବନେଶ୍ୱର ମେୟର ପ୍ରାର୍ଥି ନା ଘୋଷଣା କରିଛି l

ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଘୋଷଣା କଲା ଭୁବନେଶ୍ୱର ମହାନଗର ନିଗମର ପ୍ରଥମ ପର୍ଯ୍ୟାୟ କର୍ପୋରେଟର ପ୍ରାର୍ଥୀ ତାଲିକା…

( )ଚଳିତ ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ପାଇଁ ସମସ୍ତ ଦଳକୁ ପଛରେ ପକାଇ କଂଗ୍ରେସ ଆଜି

ମେୟର ପ୍ରାର୍ଥୀନୀ ଶ୍ରୀମତୀ ମଧୁସ୍ମିତା ଆଚାର୍ଯ୍ୟଙ୍କ ନାମ ଘୋଷଣା କରିଛି । ସେହିପରି ଆଜି ଅପରାହ୍ନରେ ପ୍ରଥମ ପର୍ଯ୍ୟାୟରେ
୩୦ ଜଣିଆ କର୍ପୋରେଟର ପ୍ରାର୍ଥୀ ତାଲିକା ଘୋଷଣା କରିଛି ।
କ୍ର.ସଂ ପ୍ରାର୍ଥୀଙ୍କ ନାମ ୱାର୍ଡ ନଂ
୧. କାଜଲ ମଣ୍ଡଳ ୧
୨. ସୁକାନ୍ତି ଜେନା ୩
୩. ପ୍ରଦୀପ କୁମାର ପଟ୍ଟନାୟକ ୪
୪. ସୁଜିତ କୁମାର ସାହୁ ୬
୫. ମନୋଜ କୁମାର ମହାପାତ୍ର ୭
୬. ଶ୍ରୀଧର ବଳିଆର ସିଂ ୧୦
୭. ଶୈଳବାଳା ମହାପାତ୍ର ୧୩
୮. ସୁପ୍ରିୟା ମହାପାତ୍ର ୧୪
୯. ଲିପ୍ସା ମହାନ୍ତି ୧୫
୧୦. ନଗମା ଖାତୁନ ୧୬
୧୧. ନିବାସ କୁମାର ଭୋଇ ୧୮
୧୨. ମଂଟୁ ମଲ୍ଲିକ ୨୪
୧୩. ପବିତ୍ର ଦାସ ୨୫
୧୪. ପଦ୍ମିନୀ ମାରାଣ୍ଡି ୨୬
୧୫. ଅନିଲ କୁମାର ଦାସ ୨୭
୧୬. ଅଞ୍ଜଳି ସାହୁ ୨୮
୧୭. ସ୍ମୃତି ରଞ୍ଜନ ତ୍ରିପାଠୀ ୩୦
୧୮. ମମତା ମଲ୍ଲିକ ୩୫
୧୯. ଲିଜା ମହାନ୍ତି ୩୯
୨୦. ପ୍ରତିମା ମହାନ୍ତି ୪୧
୨୧. ପ୍ରଭାତ କୁମାର ପ୍ରତାପ ସିଂ ୪୪
୨୨. ବିଭୁ ପ୍ରସାଦ ଜେନା ୫୦
୨୩. ନିବାସୀ ଦେଇ ୫୩
୨୪. ପୁଷ୍ପିତା ଦାସ ୫୪
୨୫. ସଂଜୟ କୁମାର ପରିଡ଼ା ୫୬
୨୬. ମିହିର ରଞ୍ଜନ ଆଚାର୍ଯ୍ୟ ୫୭
୨୭. ଦେବୀ ପ୍ରସାଦ ସ୍ୱାଇଁ ୫୯
୨୮. ନାରାୟଣ ଜେନା ୬୧
୨୯. ନିତିଶା ମହାନ୍ତି ୬୩
୩୦. ଶିବାନୀ ଶିବଦର୍ଶିନୀ ମହାନ୍ତି ୬୭

ଆଜିର ସାମ୍ବାଦିକ ସମ୍ମିଳନୀରେ ବିଧାୟକ ତଥା ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ସୁରେଶ କୁମାର ରାଉତରାୟ ,ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶ,ଏକାମ୍ର ନିର୍ବାଚନ ମଣ୍ଡଳୀର କଂଗ୍ରେସ ପାର୍ଥିନି ଶ୍ରୀମତୀ ରଶ୍ମି ମହାପାତ୍ର,ପିସିସି ମୁଖପାତ୍ର ମନୋରଞ୍ଜନ ଦାଶ,ପିସିସି ସାଧାରଣ ସମ୍ପାଦକ ଚିନ୍ମୟ ସୁନ୍ଦର ଦାଶ,ପିସିସି ସମ୍ପାଦକ ସୁବ୍ରତ ମହାପାତ୍ର,ଭୁବନେଶ୍ୱର ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ଗୀତାଞ୍ଜଳି ମହାନ୍ତି,ଭୁବନେଶ୍ୱର ବ୍ଲକ ସଭାପତି ଶ୍ରୀ ଅଶୋକ ଦାଶ ପ୍ରମୁଖ ଉପସ୍ଥିତିରେ ଭୁବନେଶ୍ୱର ମେୟର ପାର୍ଥି ଶ୍ରୀମତୀ ମଧୁସ୍ମିତା ଆଚାର୍ଯ୍ୟଙ୍କ ନାମ ଘୋଷଣା କରିଛନ୍ତି।ସେହିପରି ଆଜି ଅପରାହ୍ନରେ ପ୍ରଥମ ପର୍ଯ୍ୟାୟରେ ୩୦ ଟି କର୍ପୋରେଟର ଙ୍କ ନାମ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶ ଘୋଷଣା କରିଛନ୍ତି।

ଓଡିଶାରେ ଗଠନ ହେବ ବିଧାନ ପରିଷଦ….

( )ଓଡିଶାରେ ଗଠନ ହେବ ବିଧାନ ପରିଷଦ । ଆଉ ପାଦେ ଆଗେଇଲେ ରାଜ୍ୟ ସରକାର । କେନ୍ଦ୍ର ମାଗିଲା ସଂପୂଣ୍ଣ ତଥ୍ୟ, ପ୍ରସ୍ତୁତ ହେଲା ରାଜ୍ୟ ୨୦୧୫ରେ ବିଧାନ ପରିଷଦ ଗଠନ ପାଇଁ ହୋଇଥିବା ପ୍ରକ୍ରୀୟାର ଆରମ୍ଭ ହୋଇଛି ଶୁଭବେଳା । ୪୯ ଆସନ ବିଶିଷ୍ଟ ବିଧାନ ପରିଷଦ ଗଠନ କରିବା ପାଇଁ ୨୦୧୮ ସେପ୍ଟେମ୍ବର ୬ରେ ବିଧାନସଭାରେ ସର୍ବସହମତି ସଂକଳ୍ପ ପ୍ରସ୍ତାବ ପାରିତ ହୋଇଥିଲା । ସେହିମାସ ୧୮ରେ କେନ୍ଦ୍ର ଆଇନ ବିଭାଗ, ରାଜ୍ୟସଭା, ଲୋକସଭା ଓ ସଂସଦୀୟ ବ୍ୟାପର ବିଭାଗକୁ ସଂକଳ୍ପ ପଠାଇଥିଲା ରାଜ୍ୟ । ହଠାତ ୪ ବର୍ଷପରେ କେନ୍ଦ୍ର ଆଇନମନ୍ତ୍ରୀ ଓଡିଶାରେ ବିଧାନ ପରିଷଦ ପ୍ରସ୍ତାବ ସଂଳକ୍ପ ପାଇନଥିବା ରାଜ୍ୟସଭାରେ କହିଥିଲେ । କେନ୍ଦ୍ରର ଏପରି ମିଛକୁ ଓଡିଶା ଧରିବା ସହ ପୁଣି ବାଚସ୍ପତି ୨ଟି ଚିଠି କେନ୍ଦ୍ରକୁ ଲେଖି ରାଜ୍ୟ ପଠାଇଥିବା ବିଧାନ ପରିଷଦର ସଂକଳ୍ପର ସମସ୍ତ ତଥ୍ୟ ଦେଇଥିଲେ । ଫଳ ସ୍ବରୂପ ଏବେ କେନ୍ଦ୍ର ସଂସଦୀୟ ବ୍ୟାପାର ବିଭାଗ ଠାରୁ ବିଧାନ ପରିଷଦ କିପରି ଗଠନ ହେବ, କେତେ ସଦସ୍ୟ ବିଶିଷ୍ଟ ହେବ, କିଏ କିଏ ରହିବେ ଏପରି ଲମ୍ବା ତଥ୍ୟ ମାଗିଛି ବିଧାନ ପରିଷଦରେ ବିଧାନସଭା ସଭ୍ୟ ସଂଖ୍ୟାର ଏକ ତୃତୀୟାଂଶ ଅର୍ଥାତ ୪୯ ଜଣ ସଦସ୍ୟ ରହିବେ । ସଦସ୍ୟଙ୍କ କାର୍ଯ୍ୟକାଳ ୬ ବର୍ଷ ରହିବ । ପ୍ରତି ଦୁଇ ବର୍ଷରେ ଏକ ତୃତୀୟାଂଶ ସିଟ ଖାଲି ହେବ । ଜିଲ୍ଲା ପରିଷଦ ଓ ବିଧାୟକମାନଙ୍କ ଦ୍ବାରା ପରିଷଦ ସଦସ୍ୟ ନିର୍ବାଚିତ ହେବେ । ଏକ ତୃତୀୟାଂଶ ସଦସ୍ୟ ମୁନିସିପାଲିଟି ଓ ପଂଚାୟତ ସମିତିରୁ ଜିଲ୍ଲାପରିଷଦ ଓ ବିଧାୟକଙ୍କ ଦ୍ବାରା ନିର୍ବାଚିତ ହେବେ । ଏକ ଷଷ୍ଠାଂଶ ସଦସ୍ୟ କଳା, ବିଜ୍ଞାନ,ସାହିତ୍ୟ, ସମାଜସେବା ଓ ସମବାୟ ଆନ୍ଦୋଳନରୁ ନିର୍ବାଚିତ ହେବେ । ଅବଶିଷ୍ଟ ୧୨ ଭାଗରୁ ୧ଭାଗ ସଦସ୍ୟ ମାଧ୍ୟମିକ ସ୍କୁଲ ଓ ବିଶ୍ବ ବିଦ୍ୟାଳୟର ଅଧ୍ୟାପନା କ୍ଷେତ୍ରରୁ ନିର୍ବାଚିତ ହେବେ । ଏସବୁ ତଥ୍ୟ ରାଜ୍ୟ କେନ୍ଦ୍ରକୁ ଜଣାଇଛି ।

ବିଧାନପରିଷଦ ପାଇଁ ରାଜ୍ୟ ପ୍ରଥମେ ୫ଜଣିଆ କମିଟି ଗଠନ କରିଥଲେ । ବିହାର, ତେଲେଙ୍ଗାନା, କଣ୍ଣାଟକ, ମହାରାଷ୍ଟ୍ର ପରି ରାଜ୍ୟକୁ ଗସ୍ତ କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଇଥିଲେ କମିଟି । କେନ୍ଦ୍ର ର ଏହିଚିଠିସଂସଦୀୟ ବ୍ୟାପାର ବିଭାଗକୁ ପଠାଯାଇଥିବା ବାଚସ୍ପତି ସୂଚନାଦେଇଛନ୍ତି।

ପିସିସି ପକ୍ଷରୁ ସଭ୍ୟ ସଂଗ୍ରହ ଅଭିଯାନ ଓ ସାଂଗଠନିକ ନିର୍ବାଚନ ବୈଠକ ଅନୁଷ୍ଠିତ…

()ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ସଭ୍ୟ ସଂଗ୍ରହ ଅଭିଯାନ ଓ ସାଂଗଠନିକ ନିର୍ବାଚନ ସମ୍ପର୍କିତ ବୈଠକ ଭୁବନେଶ୍ୱର ନିଳାଦ୍ରୀ ବିହାର ନିକଟସ୍ଥ ଲୁମ୍ବିନି କନ୍‌ଭେନ୍‌ସନ ସଭାକକ୍ଷରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକର ପ୍ରାରମ୍ଭରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିିଶିଷ୍ଠ ଆଦିବାସୀ ନେତା ସ୍ୱର୍ଗତ ହେମାନନ୍ଦ ବିଶ୍ୱାଳଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।ପିସିସି ସଭାପତି ଶ୍ରୀ ପଟ୍ଟନାୟକ ତାଙ୍କ ଅଭିଭାଷଣରେ କହିଥିଲେ ପ୍ରତି ଜିଲ୍ଲା ଏବଂ ନିର୍ବାଚନ ମଣ୍ଡଳୀ ସ୍ତରରେ ଚିଫ ଏନରୋଲର ନିଯୁକ୍ତି କରାଯିବ ଏବଂ ସେମାନେ ପ୍ରତ୍ୟେକ ବୁଥରେ ବୁଥ ଏନରୋଲର ନିଯୁକ୍ତି କରିବେ ଯିଏକି ପ୍ରତି ବୁଥ ସ୍ତରରେ ଡିଜିଟାଲ ସଭ୍ୟ ସଂଗ୍ରହ କରିବେ । ଶ୍ରୀ ପଟ୍ଟନାୟକ କଂଗ୍ରେସ କର୍ମୀ, ନେତୃବୃନ୍ଦ ବିଶେଷ କରି ସାମାଜିକ ଗଣମାଧ୍ୟମର ସଦସ୍ୟ ମାନଙ୍କୁ ବୁଥ୍‌ସ୍ତରରେ ଡିଜିଟାଲ ସଭ୍ୟ ସଂଗ୍ରହ ଅଭିଯାନକୁ ତ୍ୱରାନ୍ୱିତ କରିବାପାଇଁ ଅନୁରୋଧ କରିଥିଲେ ।
ରାଜ୍ୟ ସଭା ସାଂସଦ ତଥା ପ୍ରଦେଶ ନିର୍ବାଚନ ଅଧିକାରୀ (ପିଆରଓ) ଶ୍ରୀ ନିରଜ ଡାଙ୍ଗି, ଏପିଆରଓ ଶ୍ରୀ ସଂଦୀପ ସିଂ ଓ ଶ୍ରୀ ଅମିତାଭ ଚକ୍ରବର୍ତି ସଭ୍ୟ ସଂଗ୍ରହ ଅଭିଯାନ ସଂପର୍କରେ ଉଦ୍‌ବୋଧନ ଦେଇ କହିଲେେଯେ ଅଖିଳ ଭାରତ କଂଗ୍ରେସ କମିଟି ଧାର୍ଯ୍ୟ ସମୟସୀମା ମଧ୍ୟରେ ନିର୍ବାଚନ ସଂପୂର୍ଣ୍ଣ କରିବାପାଇଁ ସ୍ଥିର କରିଛନ୍ତି । ସେଥିପାଇଁ ଓଡ଼ିଶାରେ ଏହି କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ ତଥା କ୍ରିୟାଶୀଳ କରି ପ୍ରତ୍ୟେକ ବୁଥ ଯେପରି ସକ୍ରିୟ ହୋଇପାରିବ ସେ ସଂପର୍କରେ ସମସ୍ତଙ୍କୁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ପଡ଼ିବ । ଏହି ସଭ୍ୟ ସଂଗ୍ରହ ଉଭୟ ଫର୍ମ ପୂରଣ ଦ୍ୱାରା ଅଥବା ମୋବାଇଲ ଆପ୍‌ରେ ମଧ୍ୟ ସଭ୍ୟମାନେ ନାମ ପଞ୍ଜିିକରଣ କରିପାରିବେ । ସେଥିପାଇଁ କିଭଳି କର୍ମୀମାନେ ମୋବାଇଲ ମାଧ୍ୟମରେ ସଭ୍ୟଭୁକ୍ତ ହୋଇପାରିବେ ସେ ସଂପର୍କରେ ବୈଠକରେ ପ୍ରାଞ୍ଜଳ ଭାବରେ ଓଡ଼ିଶା ପ୍ରଦେଶ କଂଗ୍ରେସ ସାମାଜିକ ଗଣମାଧ୍ୟମ ଅଧ୍ୟକ୍ଷ ଅଭିଷେକ ମହାନନ୍ଦ ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ ।
ଅଖିଳ ଭାରତ କଂଗ୍ରେସ ସାଧାରଣ ସଂପାଦକ ଡ. ଏ ଚେଲା କୁମାର, ସଂପାଦକ ଶ୍ରୀ ରୁଦ୍ର ରାଜୁ କହିଲେ ଯେ ବର୍ତମାନ ରାଜ୍ୟରେ ପୌର ନିର୍ବାଚନରେ ନେତୃବୃନ୍ଦ ଯେଭଳି ନିଷ୍ଠାର ସହ କାର୍ଯ୍ୟ କରୁଛନ୍ତି ଅନୁରୂପ ଭାବରେ ମଧ୍ୟ ସଭ୍ୟ ସଂଗ୍ରହ ଅଭିଯାନକୁ ମଧ୍ୟ ଆମକୁ ଅଗ୍ରାଧିକାର ଦେବାକୁ ପଡ଼ିବ ।
ଉଦବୋଧନ ଦେଇ ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତି ଶ୍ରୀ ଚିରଞ୍ଜିବ ବିଶ୍ୱାଳ, ପୂର୍ବତନ ପିସିସି ସଭାପତି ସର୍ବଶ୍ରୀ ଶରତ ପଟ୍ଟନାୟକ, ଜୟଦେବ ଜେନା, ରାମଚନ୍ଦ୍ର ଖୁଂଟିଆ, ଶରତ ରାଉତ, ସପ୍ତଗିରୀ ଉଲ୍ଲାକା, ସନ୍ତୋଷ ସିଂ ସାଲୁଜା, ଯଜେ୍ଞଶ୍ୱର ବାବୁ, ଅନନ୍ତ ପ୍ରସାଦ ସେଠୀ, ପ୍ରମୁଖ ସଭ୍ୟ ସଂଗ୍ରହ ଅଭିଯାନ ସଂପର୍କରେ ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଏହି ସମ୍ମିଳନୀରେ ଜିଲ୍ଲା ସଭାପତି, ପିସିସି ସଭ୍ୟ, ଏଆଇସିସି ସଭ୍ୟ, ସାମାଜିକ ଗଣମାଧ୍ୟମ ସଦସ୍ୟ, ପିସିସି କର୍ମକର୍ତା, କଂଗ୍ରେସ ନେତୃବୃନ୍ଦ ଓ ଶୁଭେଚ୍ଛୁ ଯୋଗଦେଇଥିଲେ ।

ପଂଚାୟତ ନିର୍ବାଚନ ଫଳା ଫଳ କୁ ନେଇ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଙ୍କ ପ୍ରତିକ୍ରିୟା…

( )ଧନ ବଳ ବହୁ ବଳ ସରକାରୀ କଳ ବିଜେଡି ବିଜୟ ର କାରଣ । ଚଳିତ ନିର୍ବାଚନ ରେ ରାଜ୍ୟ ରେ ଟଙ୍କା ର ବନ୍ୟା ବହିଛି । ପେଟ୍ରୋଲ ନ ଥିଲେ ଗାଡି କେମିତି ଚାଲିବ …
କଂଗ୍ରେସ କୁ ଘାରିଛି ଟଙ୍କା ଚିନ୍ତା । ଦଳ ପ୍ରାର୍ଥୀ ଙ୍କୁ ଖର୍ଚ୍ଚ ପାଇଁ ଟଙ୍କା ଦେଉନଥିବାରୁ କଂଗ୍ରେସ ର ଏ ଏଭଳି ଫଳାଫଳ ହୋଇଛି । ଯେଉଁ ପର୍ଯ୍ୟନ୍ତ ଦଳ ଆର୍ଥିକ ସାହାଯ୍ୟ ନ କଲେ ଦଳ ର ଏଭଳି ଅବସ୍ଥା ହବ । ପୌର ନିର୍ବାଚନ ରେ ବି କଂଗ୍ରେସ ସମ ଦଶା ଭୋଗିବ ବୋଲି ପ୍ରତିକ୍ରିୟା ରଖିଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ।
2017 ରେ ଛତିଶଗଡ଼ ଓ ଝାରଖଣ୍ଡ ରେ ବିଜେପି ସରକାର ଥିଲା । ତେଣୁ ବିଜେପି କୁ ଆର୍ଥିକ ସାହାଯ୍ୟ ମିଳିଥିଲା । ଏବେ ସେଠାରେ କଂଗ୍ରେସ ସରକାର ଅଛି । ହେଲେ ଆମକୁ କିଛି ମିଳିନି । ବିଜେପି ଓ କଂଗ୍ରେସ ଜାତୀୟ ଦଳ ହୋଇଥିବାରୁ ଅନ୍ୟ ରାଜ୍ୟ ନିର୍ବାଚନ ରେ ତୁଙ୍ଗ ନେତା ଙ୍କ ଅଧିକ ଭାଗିଦାରିତା ନିର୍ବାଚନ ପରାଜୟ ର ପ୍ରମୁଖ କାରଣ ।

ଭୋଟର ତାଲିକାରେ ନାହିଁ ବରିଷ୍ଠ ବିଜେପି ନେତା ବିନୋଦ ଦାସଙ୍କ ନାମ…

( ) ବରିଷ୍ଠ ବିଜେପି ନେତା ବିନୋଦ ଦାସଙ୍କ ନାଁ ଭୋଟର ତାଲିକାରୁ ବାଦ ପଡ଼ିଛିି । ଏହି ପ୍ରସଙ୍ଗକୁ ନେଇ ଶ୍ରୀ ଦାସ ଦାୟର କରିଥିବା ଆବେଦନର ପୁର୍ଣ୍ଣାଙ୍ଗ ଶୁଣାଣୀ ଗୁରୁବାର ହେବା ପାଇଁ ଉଚ୍ଚ ନ୍ୟାୟଳୟ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରୀ ଦାସ ଆବେଦନ କରିଥିଲେ ମଧ୍ୟ ତାହାକୁ ଗ୍ରହଣ କରାଯାଇନଥିଲା, ଏହି ପ୍ରସଙ୍ଗକୁ ନେଇ ଶ୍ରୀ ଦାସ ଦାୟର କରିଥିବା ଆବେଦନର ଉଚ୍ଚ ନ୍ୟାୟଳୟରେ ଶୁଣାଣୀ ହୋଇଥିବା ବେଳେ ରାଜ୍ୟ ସରକାର ଓ କଟକ ମହାନଗର ନିଗମ ପକ୍ଷ ରଖିଛି ।
ବିନୋଦ ଦାସ ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସିଏମସି ୩୧ ନମ୍ବର ୱାର୍ଡର ପ୍ରଫେସର ପଡାର ବାସିନ୍ଧା । ଶ୍ରୀ ଦାସଙ୍କ ନାଁ ୨୦୧୯ ସାଧାରଣ ନିର୍ବାଚନ ପାଇଁ ପ୍ରକାଶିତ ଭୋଟର ତାଲିକାରେ ସ୍ଥାନ ପାଇଥିଲା । ତାଙ୍କ ପରିବାରର ଅନ୍ୟ ଆଠ ଜଣ ସଦସ୍ୟଙ୍କ ନାଁ ମଧ୍ୟ ଶ୍ରୀ ଦାସଙ୍କ ନାଁ ସହ ଭୋଟର ତାଲକାରେ ରହିଥିଲା । କିନ୍ତୁ ପୌରନିର୍ବାଚନ ପାଇଁ ପ୍ରକାଶିତ ଭୋଟର ତାଲିକାରେ ପରିବାରର ଅନ୍ୟ ସମସ୍ତଙ୍କ ନାଁ ଥିଲେ ମଧ୍ୟ ତାଙ୍କ ନାଁ କଟିଯାଇଥିଲା ।
ରାଜନୈତିକ ଉଦ୍ଦେଶ୍ୟ ରଖି ତାଙ୍କ ନାଁ ଭୋଟର ତାଲିକାରୁ କାଟି ଦିଆଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି । ଏ ନେଇ ସେ ସିଏମସି ଓ ଜିଲ୍ଲା ପ୍ରଶାସନର ନିର୍ବାଚନ କତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ଏହାପରେ ଶ୍ରୀ ଦାସ ଉଚ୍ଚ ନ୍ୟାୟଳୟଙ୍କ ଦ୍ୱାରସ୍ଥ ହୋଇଥିଲେ ।
ବରିଷ୍ଠ ବିଜେପି ନେତା ଶ୍ରୀ ଦାସଙ୍କ ନାଁ ସିଏମସି ମେୟର ପଦବୀ ପାଇଁ ଚର୍ଚ୍ଚାରେ ରହିଥିବା ବେଳେ ଉଦ୍ଦେଶ୍ୟ ମୂଳକ ଭାବେ ଭୋଟର ତାଲିକାରୁ ତାଙ୍କ ନାମକୁ କାଟି ଦିଆଯାଇଛି ବୋଲି ଅଭିଯୋଗ ହୋଇଛି ।
ନୂଆ ଭୋଟର ତାଲିକା ପ୍ରକାଶ ପରେ ଶ୍ରୀ ଦାସ ତାହାକୁ ଯାଂଚ କରିଥିଲେ । ମାତ୍ର ତାଙ୍କ ନାଁ ତାଲିକାରେ ଅନ୍ତର୍ଭୁକ୍ତ ନଥିଲା । ଏହାପରେ ସେ ସିଏମସି ଯାଇ ନାଁ ଯୋଡ଼ିବାକୁ ନିବେଦନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା ।

ବିଜୟ ପାଇଁ ଓଡ଼ିଶା ବାସୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ…

( )ବିଜୟ ପାଇଁ ଓଡ଼ିଶା ବାସୀ ଓ ଦଳୀୟ କର୍ମୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ।

ବି.ଜେ.ଡିର ପୌର ନିର୍ବାଚନ ପ୍ରସ୍ତୁତି

ଦଳରେ ଏମ୍‌.ପି , ଏମ୍‌.ଏଲ୍‌.ଏ ଜିଲ୍ଲା ସଭାପତି ଓ ପର୍ୟ୍ୟବେକ୍ଷକଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ପଞ୍ଚାୟତ ନିର୍ବାଚନରେ ସଫଳତା ଗଣତାନ୍ତ୍ରିକ ଇତିହାସରେ ଅଭୂତପୂର୍ବ।

ଗଣତନ୍ତ୍ରରେ ଲୋକଙ୍କ ସ୍ବର ହିଁ ଶ୍ରେଷ୍ଠ

ରାଜ୍ୟର ସବୁ ଅଞ୍ଚଳର ଲୋକ ଦଳକୁ ଆଶୀର୍ବାଦ କରିଛନ୍ତି।

ଛଳନା ଓ ମିଛ କାହାଣୀର ନକରାତ୍ମକ ରାଜନୀତିକୁ ଓଡିଶାବାସୀ ଗ୍ରହଣ କରନ୍ତି ନାହିଁ

ବିରୋଧୀଙ୍କ ଅପପ୍ରଚାର ପାଇଁ ସତର୍କ ରୁହ

ସବୁଠାରୁ ଦୁର୍ଗମ ଅଞ୍ଚଳରେ ଥିବା ସବୁଠାରୁ ଗରୀବ ଲୋକ ବିଶ୍ବାସ ହାସଲ ହିଁ ଆମର ଶ୍ରେଷ୍ଠ ସଫଳତା 

{ }ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଆଜି ଆସନ୍ତା ପୌର ନିର୍ବାଚନର ପ୍ରସ୍ତୁତି ସ୍ଵରୂପ ଦଳର ଏମ୍‌.ପି. ଏମ.ଏଲ.ଏ , ଜିଲ୍ଲା ସଭାପତି ଓ ପର୍ଯ୍ୟବେକ୍ଷକ ମାନଙ୍କ ସହ ଭର୍ଚ୍ୟୁଆଲ ମାଧ୍ୟମରେ କଥା ହୋଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଗତ ପଞ୍ଚାୟତ ନିର୍ବାଚନରେ ଦଳର ବିପୁଳ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ଓଡ଼ିଶା ବାସୀ ତଥା ଦଳର କର୍ମୀ ସମସ୍ତ ଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, “ପଞ୍ଚାୟତ ନିର୍ବାଚନରେ, ଆମର ଏହି ଅସାଧାରଣ ଓ ଅଭୂତପୂର୍ବ ସଫଳତା ପାଇଁ, ମୁଁ ସବୁ ଓଡିଶାବାସୀଙ୍କୁ ଧନ୍ୟବାଦ ଜଣାଉଛି। ଓଡିଶାବାସୀ ପୁଣିଥରେ, ଆମ କାମ ଉପରେ, ଆସ୍ଥା ପ୍ରକାଶ କରିଛନ୍ତି । ଏହି ବିଜୟ, ଗଣତାନ୍ତ୍ରିକ ନିର୍ବାଚନରେ ନୂଆ ରେକର୍ଡ ସୃଷ୍ଟି କରିଛି । ପଶ୍ଚିମରୁ ଉପକୂଳ, ଉତ୍ତରରୁ ଦକ୍ଷିଣ, ଓଡିଶାର, ସବୁ ଅଞ୍ଚଳର ଜନସାଧାରଣ, ଏହି ନିର୍ବାଚନରେ ସମାନ ଭାବରେ ବିଜୁ ଜନତା ଦଳକୁ ଆଶୀର୍ବାଦ କରିଛନ୍ତି ।”

“ଏହି ଆଶୀର୍ବାଦ ଓ ସ୍ନେହ ଆମକୁ ଆହୁରି କଠିନ ପରିଶ୍ରମ କରିବାକୁ ପ୍ରେରଣା ଦେଉଛି ।”

“ମୁଁ ଧନ୍ୟବାଦ ଦେଉଛି ଆମର କର୍ମୀ ଓ ଶୁଭେଚ୍ଛୁ ମାନଙ୍କୁ, ଯେଉଁମାନେ ରାତିଦିନ ଏକ କରି କାମ କରି ନିଜର ସବୁ ସୁଖ ସୁବିଧା ତ୍ୟାଗ କରି ଆମ ସରକାରଙ୍କ ନୀତି ଓ କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି।”

“ଏହି ସଫଳତା ହେଉଛି ଆପଣମାନଙ୍କର ଯେଉଁମାନେ ଘର ଘର ବୁଲି ପ୍ରଚାର କରି ଲୋକଙ୍କୁ ବୁଝାଇଛନ୍ତି। ଏ ସଫଳତା ହେଉଛି ଓଡିଶାବାସୀଙ୍କର, ଯେଉଁମାନେ ଆମର governanceରେ ଆସ୍ଥା ରଖିଛନ୍ତି । Finally, in a democracy, the people’s voice is supreme ଏବଂ ରାଜ୍ୟର ସବୁ ପଞ୍ଚାୟତରେ ଜନମତ ସ୍ପଷ୍ଟ ଓ unambiguously ହୋଇଛି ।”

“ବିଜୁ ଜନତା ଦଳ ଓଡିଶାବାସୀଙ୍କର ଏହି ମତକୁ ନମ୍ରତାର ସହ ଗ୍ରହଣ କରିଛି । ଆମେ ଆମର ଭଲ କାମ ଜାରି ରଖିବୁ ।”

ଆଗାମୀ ପୌର ନିର୍ବାଚନ ସମୟରେ ମଧ୍ୟ ବିରୋଧୀ ଦଳଙ୍କର ଅପପ୍ରଚାର ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ “ବର୍ତ୍ତମାନ Urban Electionର ସମୟ ଆସିଛି । ଆପଣ ଜାଣନ୍ତି, ପଞ୍ଚାୟତ ନିର୍ବାଚନରେ ବିରୋଧୀ ଦଳ କେତେ ଅପପ୍ରଚାର କରିଛନ୍ତି । ମୋ ସରକାରକୁ ବଦନାମ କରିବା ପାଇଁ ମିଛ କାହାଣୀ କହିଛନ୍ତି ଓ Negative Politics କରିଛନ୍ତି। କିନ୍ତୁ ଓଡିଶାବାସୀ ସେମାନଙ୍କ କଥାକୁ ଗୁରୁତ୍ବ ଦେଇନାହାନ୍ତି । ଆଗାମୀ Urban Electionରେ ମଧ୍ୟ ସେମାନେ ପୁଣିଥରେ ସେହିଭଳି ଅପପ୍ରଚାର କରିବେ । ଲୋକଙ୍କ ଆଗରେ ବିରୋଧୀ ଦଳଙ୍କ ଅପପ୍ରଚାରର ମୁଖା ଖୋଲିବା ହେଉଛି ଆମ ଦଳର ପ୍ରତି କର୍ମୀ ଭାଇଭଉଣୀ ମାନଙ୍କର ଦାୟିତ୍ବ ।”

ବିଜୁ ଜନତା ଦଳର ଆଦର୍ଶ ଓ ସହରାଞ୍ଚଳର ବିକାଶ କାର୍ଯ୍ୟ ସଂପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, “ଆମେ Positive Politicsରେ ବିଶ୍ବାସ କରୁ । ସକରାତ୍ମକ ରାଜନୀତି। Transformative Governance ଏବଂ ଲୋକଙ୍କର empowerment ହେଉଛି ଆମର ହଲ୍‌ମାର୍କ । Urban areaରେ ଅନେକ ଭଲ କାମ ହୋଇଛି। ସହରର ଗରିବ ଲୋକଙ୍କ ପାଇଁ ଜାଗା ମିଶନ ଏକ ନୂଆ benchmark ସୃଷ୍ଟି କରିଛି । Street light ଠାରୁ ଆରମ୍ଭ କରି Indoor Stadium, ଭଲ ପିଇବା ପାଣି ଠାରୁ ଆରମ୍ଭ କରି Modern Waste Management systems, ମିଶନ ଶକ୍ତିର ମା ମାନଙ୍କ ପାଇଁ ରୋଜଗାରର ନୂଆ ନୂଆ ସୁଯୋଗ , Ward levelରେ ଭିତ୍ତିଭୂମି ଓ ନାଗରିକ ସୁବିଧା ଏବଂ ଅନ୍‌ଲାଇନରେ ମ୍ୟୁନିସପାଲ ସେବା। ନାଗରିକ ମାନଙ୍କର କଲ୍ୟାଣକୁ ଦୃଷ୍ଟିରେ ରଖି ଆମର ସବୁ କାର୍ଯ୍ୟକ୍ରମ ତିଆରି କରାଯାଇଛି । ବସ୍ତିବାସିନ୍ଦାଙ୍କ ଠାରୁ ଆରମ୍ଭ କରି ଆପାର୍ଟମେଣ୍ଟର ମାଲିକ, ମା ମାନଙ୍କ ଠାରୁ ଆରମ୍ଭ କରି ଶିଶୁ ତଥା ଯୁବସମାଜ…………. ସମସ୍ତଙ୍କ empowerment ପାଇଁ ଆମେ commitmentର ସହ କାମ କରୁଛୁ ।”

ଓଡିଶାବାସୀ ନକରାତ୍ମକ ରାଜନୀତିକୁ କେବେ ବି ଗ୍ରହଣ କରିବେ ନାହିଁ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, “ ଏହିସବୁ କାର୍ଯ୍ୟକ୍ରମକୁ ଆମକୁ ଲୋକଙ୍କ ପାଖକୁ ନେଇଯିବାକୁ ହେବ । ବିରୋଧୀ ଦଳଙ୍କର ମିଛ ତଥା Negative Politicsକୁ ଆମର ସକରାତ୍ମକ ତଥା ସତ୍‌ ଉଦ୍ୟମ ଜରିଆରେ ହିଁ ମୁକାବିଲା କରିବାକୁ ପଡିବ । ମୋର ପୁରା ବିଶ୍ବାସ, ଏହି ପଞ୍ଚାୟତ electionରେ ଆପଣମାନେ ଯେପରି କଠିନ ପରିଶ୍ରମ କରିଥିଲେ, Urban Electionରେ ମଧ୍ୟ ସେହିପରି ଉଦ୍ୟମ ଜାରି ରଖିବେ । ଆମେ ପୁଣି ଥରେ ଲୋକଙ୍କ ଆସ୍ଥା ଓ ଆଶୀର୍ବାଦ ଲାଭ କରିପାରିବା ଏବଂ ବିରୋଧୀ ଦଳଙ୍କୁ ଦେଖାଇ ଦେବା ମିଛ ଓ ଛଳନାର ରାଜନୀତି ଓଡିଶାରେ କାମ କରିବ ନାହିଁ ।”

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜନୀତିର ଅର୍ଥ କେବଳ କ୍ଷମତା ନୁହେଁ। ଗୋଟିଏ ଗଣତନ୍ତ୍ରରେ ଲୋକମାନେ ହିଁ ହେଉଛନ୍ତି, କ୍ଷମତାର ସ୍ରୋତ। ରାଜ୍ୟର ସବୁଠାରୁ ଦୁର୍ଗମ ଅଞ୍ଚଳରେ ରହୁଥିବା ସାଧାରଣ ଲୋକଟିର ବିଶ୍ବାସ ହେବା ଦରକାର ଯେ ବିଜୁ ଜନତା ଦଳ ସବୁବେଳେ ତାର କଲ୍ୟାଣ ଏବଂ ତାର Empowerment ପାଇଁ କାମ କରୁଛି । ଏହି ବାର୍ତ୍ତାକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ।

ପରିଶେଷରେ ଏହି ଅଭୂତପୂର୍ବ ଜନାଦେଶ ପାଇଁ ଓଡିଶାର ଜନସାଧାରଣଙ୍କୁ ଓ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ପୁଣି ଥରେ ଧନ୍ୟବାଦ ଜଣାଇଥିଲେ।

୨୫ବର୍ଷର ରେକର୍ଡ଼ ଭାଙ୍ଗିଲେ ନିବେଦିତା : ଭୂଷୁଡ଼ିଲା ହାତ ଗଡ, ଶଙ୍ଖମୟ ତୁଳଙ୍ଗ

() ଜଗତସିଂପୁରଜିଲ୍ଲାର ତିର୍ତ୍ତୋଲ ବ୍ଲକର ତୁଳଙ୍ଗ ପଞ୍ଚାୟତ ଗତ ୨୫ ବର୍ଷ ହେଲା କଂଗ୍ରେସ କବଜାରେ ରହିଥିଲା । ପୂର୍ବତନ ଉପମୁଖ୍ୟମନ୍ତ୍ରୀ ବସନ୍ତ ବିଶ୍ବାଳଙ୍କ ପୈତୃକ ଗାଁରେ କଂଗ୍ରେସର କେବଳ ଭୋଟ୍ ନଥିଲା ବରଂ ଏଠି ପାରମ୍ପରିକ ଭାବେ ବିଶ୍ବାଳ ବଂଶର ସମର୍ଥକମାନେ ନିର୍ବାଚନ ଜିତିଆସୁଥିଲେ । କିନ୍ତୁ ୨୦୨୨ର ତ୍ରିସ୍ତରୀୟ ନିର୍ବାଚନ କେବଳ ଇତିହାସକୁ ବଦଳାଇ ନାହିଁ ବରଂ ଲେଖିଛି ନୂଆ ଇତିହାସ । ଏଥର ପ୍ରଥମ କରି ବିଜେଡି ସମର୍ଥିତ ପ୍ରାର୍ଥୀ ନିବେଦିତା ମଲ୍ଲିକ ସରପଞ୍ଚ ଜିତି ତୁଳଙ୍ଗ ପଞ୍ଚାୟତକୁ କବଜା କରିଛନ୍ତି । ତାଙ୍କ ଶ୍ବଶୁର କୃଷ୍ଣ ମଲ୍ଲିକ ଗତ ୩ ଦଶନ୍ଧି ଧରି ପ୍ରତ୍ୟୋକ୍ଷ ରାଜନୀତିରେ ସକ୍ରିୟ ଅଛନ୍ତି । ଏଥର ମଧ୍ୟ ତାଙ୍କର ସଫଳ ଗୋଟି ଚାଳନା କାରଣରୁ ବୋହୁ ନିବେଦିତା ମାତ୍ର ୧୮୨ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି ।  ମା ଶାରଳାଙ୍କର ଆଶୀର୍ବାଦ, ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ତୁଳଙ୍ଗବାସୀଙ୍କର ଭଲପାଇବା କାରଣରୁ ଆଜି ଏ ସଫଳତା ମିଳିଥିବା ନିବେଦିତା କହିଛନ୍ତି । ତେବେ ଗତ ଅଢେଇ ଦଶନ୍ଧି ଧରି କଂଗ୍ରେସ ଯେଉଁ ଅଞ୍ଚଳକୁ ନିଜ ଦୁର୍ଗରେ ପରିଣତ କରିଥିଲା ଆଜି ନିବେଦିତା ସେ ଦୁର୍ଗକୁ ଧ୍ବଂସ କରିବା ସହ ବିଶ୍ବାଳ ବଂଶର ଦବଦବାକୁ ମାଟିରେ ମିଶାଇଛନ୍ତି । ସେ ପ୍ରମାଣିତ କରିଛନ୍ତି ଯେ, ଲୋକଙ୍କ ସାଙ୍ଗରେ ରହିଲେ ହିଁ ଭୋଟରଙ୍କର ଆସ୍ଥା ଓ ବିଶ୍ବାସକୁ ଜିତାଯାଇପାରେ । ଭୁବନେଶ୍ବରରେ ରହି କେବଳ ନିର୍ବାଚନ ଆସିଲେ ନିଜର ହକ୍ ଜାହିର କରିବାକୁ ଗାଁକୁ ଆସୁଥିବା ନେତାଙ୍କୁ ଏହା ଏକ ବଡ଼ ଶିକ୍ଷା ବୋଲି ବୁଦ୍ଧିଜୀବୀ କହିଛନ୍ତି । ତେବେ ଆଗକୁ କେବଳ ତୁଳଙ୍ଗରେ ବିକାଶ ହିଁ ବିକାଶ ହେବ ବୋଲି ନିବେଦିତା କହିବା ସହ କୃଷ୍ଣ ମଧ୍ୟ ସର୍ବାଙ୍ଗ ବିକଶିତ ତୁଳଙ୍ଗର ସ୍ବପ୍ନକୁ ସାକାର କରାଯିବ ବୋଲି କହିଛନ୍ତି ।

 

Follow us

20,832FansLike
0FollowersFollow
14,700SubscribersSubscribe

Latest news