ଆସନ୍ତା କାଲି ପ୍ରକାଶ ପାଇବ ପୌର ନିର୍ବାଚନ ର ଫଳାଫଳ…

() ପୌର ନିର୍ବାଚନ ଭୋଟ ପରେ ଆସନ୍ତା କାଲି ପ୍ରକାଶ ପାଇବ ଫଳାଫଳ । ଭୋଟ ପରେ ରାଜନୈତିକ ଦଳର ଆକଳନ । ନିର୍ବାଚନ ରେ ବିଜେପି 30 ରୁ 35 ଟି ପୌର ପରିଷଦ ଦଖଲ କରିବ ବୋଲି କହିଛନ୍ତି ବିଜେପି ବିଧାୟକ ବିଷ୍ଣୁ ସେଠି । କଂଗ୍ରେସ କହିଛି 17 ଟି ପୌର ପରିଷଦ ଦଖଲ କରିବ ଦଳ । କଂଗ୍ରେସ ଦ୍ୱିତୀୟ ସ୍ଥାନ ରେ ରହିବା ବେଳେ ବିଜେପି 10 ଆସନ ସହ ତୃତୀୟ ରେ ରହିବ ଏବଂ ଅନ୍ୟ ସବୁ ଶଙ୍ଖ ପାଇବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ । ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଗଣତି ପରେ ରେଜଲ୍ଟ କଣ ହେବ ଜଣାପଡ଼ିବ । ବହୁତ ସ୍ଥାନରେ କଂଗ୍ରେସ ଭଲ ଫାଇଟ ଦେଇଛି ।ସେପଟେ ବିଜେଡି କହିଛି ପଂଚାୟତ ନିର୍ବାଚନ ପରି ହେବ ପୌର ନିର୍ବାଚନର ଫଳାଫଳ । 95 ପ୍ରତିଶତ ଆସନ ହତେଇବା ବିଜେଡି । ଫିଲଡ଼ ରେ ବିରୋଧୀ ନଥିଲେ ବୋଲି କହିଲେ ବିଜେଡି ବିଧାୟକ ରାଜକିଶୋର ଦାସ ।

 

ଆଜିଠାରୁ ବିଧାନସଭାର ବଜେଟ୍ ଅଧିବେଶନ

() ଆଜିଠାରୁ ବିଧାନସଭାର ବଜେଟ୍ ଅଧିବେଶନ । ପ୍ରଥମେ ଗୃହରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅଭିଭାଷଣ ରଖିବେ । ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ହେମାନନ୍ଦ ବିଶ୍ୱାଳ ଓ ପୂର୍ବତନ ବାଚସ୍ପତି କିଶୋର ମହାନ୍ତିଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ପରେ ଗୃହକୁ ଅପରାହ୍ମ ୪ଟା ପର୍ଯ୍ୟନ୍ତ ମୁଲତବି ରଖାଯିବ । ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ୨୫, ୨୬ ଓ ୨୮ ତାରିଖ ୩ ଦିନ ଧରି ଆଲୋଚନା ହେବ । ୩୦ ତାରିଖରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ଆର୍ଥିକବର୍ଷ ପାଇଁ କାମଚଳା ବଜେଟ୍ ଉପସ୍ଥାପନ କରିବେ । ୩୧ ତାରିଖରେ ବ୍ୟୟ ମଞ୍ଜୁରୀ ବିଲ୍ ପାସ୍ ହେବ ।କାର୍ଯ୍ୟସୂଚୀ ଅନୁସାରେ ୬ଟି କାର୍ଯ୍ୟଦିବସରେ ଗୃହରେ ବିଜେପି ୩ଟି ଓ କଂଗ୍ରେସ ୨ଟି ମୁଲତବୀ ପ୍ରସ୍ତାବ ଆଣିବ । ସରକାର ଅନେକ ବିଲ୍ ଆଣିବେ ବୋଲି ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ସେପଟେ ନୂଆ ଓ ପୁରୁଣା ପ୍ରସଙ୍ଗରେ ବିଧାନସଭାର ବଜେଟ୍ ଅଧିବେଶନ ଉଷ୍ମ ହେବ । ସରକାରଙ୍କୁ ଘେରିବା ପାଇଁ ବିରୋଧୀ ରଣନୀତି ପ୍ରସ୍ତୁତ କରିଛନ୍ତି

ବେକାରୀ ହ୍ରାସରେ ଓଡିଶା ସାରା ଦେଶରେ ନମ୍ବର ଓ୍ବାନ୍‌

() କେବଳ ବିକାଶ ନୁହେଁ, ବେକାରୀ ହ୍ରାସରେ ଓଡିଶା ସାରା ଦେଶରେ ନମ୍ବର ଓ୍ବାନ୍‌ । ରାଜ୍ୟର ବେକାରୀ ହାରରେ ସାରା ରୋଜଗାରରେ ପରିପୂର୍ଣ୍ଣ ଓଡିଶା ମଡେଲକୁ ସାରା ଦେଶ ପ୍ରଶଂସା କରୁଛି । ସାରା ଦେଶରେ ବେକାରୀ ହାର ୭.୫ ପ୍ରତିଶତ । ସହରାଞ୍ଚଳରେ ବେକାରୀ ସଂଖ୍ୟା ଗ୍ରାମାଞ୍ଚଳ ତୁଳନାରେ ଅଧିକ । ସହରାଞ୍ଚଳରେ ୮.୧ ପ୍ରତିଶତ ଏବଂ ଗ୍ରାମାଞ୍ଚଳରେ ୭.୨ ପ୍ରତିଶତ ବେକାରୀ ହାର । ବେକାରୀ ସଂଖ୍ୟାରେ ରାଜସ୍ଥାନ ସବୁଠୁ ଆଗରେ ରହିଛି । ଦେଶର ସବୁ ବିକଶିତ ରାଜ୍ୟକୁ ପଛରେ ପକାଇ ଓଡିଶା ସରକାର ଅଧିକରୁ ଅଧିକ ସଂଖ୍ୟାରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ସକ୍ଷମ ହୋଇଛନ୍ତି । ହରିଆନାରେ ବେକାରୀ ହାର ୩୧ ପ୍ରତିଶତ ଥିବା ବେଳେ ଝାରଖଣ୍ଡରେ ୧୫ ପ୍ରତିଶତ, ବିହାରରେ ୧୪ ପ୍ରତିଶତ, ଗୋଆରେ ୧୨ ପ୍ରତିଶତ, ତେଲେଙ୍ଗାନାରେ ୧୨.୯ ପ୍ରତିଶତ, ପଂଜାବରେ ୯ପ୍ରତିଶତ, ପଶ୍ଚିମବଙ୍ଗରେ ୬.୩ ପ୍ରତିଶତ, କେରଳରେ ୫ ପ୍ରତିଶତ ଯୁବକ ଯୁବତୀ ବେକାର । ଯୁବକ ଯୁବତୀଙ୍କ ଦକ୍ଷତା ବିକାଶକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବାଧିକ ଗୁରୁତ୍ବ ଦେଉଥିବା ବେଳେ ଗତ କିଛି ବର୍ଷ ମଧ୍ୟରେ ସବୁ ବର୍ଗର ଲୋକ ଏପରିକି ମହିଳାଙ୍କ ପାଇଁ ସୃଷ୍ଟି ହୋଇଥିବା ପର୍ଯ୍ୟାପ୍ତ ଆତ୍ମନିଯୁକ୍ତି ସୁଯୋଗ ବେକାରୀ ସଂଖ୍ୟାକୁ ୧ ପ୍ରତିଶତକୁ ହ୍ରାସ କରିପାରିଛି । ମହିଳା ସ୍ବୟଂ ସହାୟିକା ଗୋଷ୍ଠି ମାଧ୍ୟମରେ ଗାଁର ମହିଳାମାନେ ବି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । ନିଯୁକ୍ତି ସୁଯୋଗ ସୃଷ୍ଟିରେ ଗୁଜୁରାଟ, ମଧ୍ୟପ୍ରଦେଶ, ଦିଲ୍ଲୀ ଭଳି ରାଜ୍ୟମାନେ ଓଡିଶାଠାରୁ ବହୁ ପଛରେ ରହିଛନ୍ତି ।

ଲାଇନରେ ଛିଡା ହୋଇ ନେତା ବାଛିଲେ ପ୍ରଣବ….

()ଭୋଟ ଦେଲେ ଯାଜପୁର ବିଧାୟକ ତଥା ବିଜୁ ଜନତା ଦଳ ର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ଯାଜପୁର ପୌରାଚଂଳର ବାହାବଳପୁର ନୋଡାଲ ଉପ୍ରା ବିଦ୍ୟାଳୟରେ ବିଧାୟକ ପ୍ରଣବ ପ୍ରକାଶ ଦାସ ସାଧାରଣ ଭୋଟର ଙ୍କ ଭଳି ଧାଡି ରେ ଛିଡା ହୋଇ ଭୋଟ ଦେଇଥିଲେ। ପୂର୍ବରୁ ଅପେକ୍ଷା ରତ ମହିଳା ଓ ବୟସ୍କ ଭୋଟର ଙ୍କୁ ଆଗେ ଭୋଟ ଦେବା ପାଇଁ ସୁଯୋଗ ଦେଇଥିଲେ। ଗଣତନ୍ତ୍ର ର ମହା ପର୍ବରେ ସାମିଲ ହୋଇଥିବା ରୁ ସେ ନିଜକୁ ଗର୍ବ ଅନୁଭବ କରିଥିଲେ। ସମସ୍ତଙ୍କର ମତଦାନର ଅଧିକାର ଥିବା ବେଳେ ରାଜ୍ୟର ସବୁ ପୌରାଚଂଳରେ ଭୋଟରମାନେ ଶୃଖଳିତ ଭାବେ ମତଦାନ କେନ୍ଦ୍ରକୁ ଆସି ନିଜ ମତ ସାବ୍ୟସ୍ତ କରିବାକୁ ଆହ୍ବାନ ଦେଇଛନ୍ତି। ଯାଜପୁର ପୌରପାଳିକାରେ ୧୮ ଟି ଓ୍ବାଡରେ ୩୬ ଟି ବୁଥ ରହଛି। ଯେଉଁ ଥିରେ ୨୯୫୧୫ ଜଣ ନିଜର ମତ ସାବ୍ୟସ୍ତ କରିବେ । ସେଥିପାଇଁ ପୁଲିସ ଓ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ଗ୍ରହଣ କରାଯାଇଛି।
ପ୍ରଣବ ପ୍ରକାଶ ଦାସ , ସାଂଗଠନିକ ସଂପାଦକ

ଶାନ୍ତିପୂର୍ଣ୍ଣ ଭାବେ ହୋଇଛି ନିର୍ବାଚନ…

() ଆଜି ରାଜ୍ୟରେ ୧୦୬ଟି ପୌରାଞ୍ଚଳ ପାଇଁ ମୋଟ ୧୮୨୫ ୱାର୍ଡର ୪୩୬୦ ବୁଥ୍‌ରେ ମତଦାନ ହୋଇଛି। ପ୍ରାରମ୍ଭିକ ସୂଚନା ଅନୁସାରେ ରାଜ୍ୟରେ ୬୫ ପ୍ରତିଶତରୁ ଅଧିକ ମତଦାନ ହୋଇଥିବା ବେଳେ ଭୁବନେଶ୍ବରରେ ୫୦%, କଟକରେ ୬୫% ଏବଂ ବ୍ରହ୍ମପୁରରେ ୪୭% ମତଦାନ ହୋଇଛି। ଅଳ୍ପ କିଛି ସ୍ଥାନକୁ ବାଦଦେଲେ ନିର୍ବାଚନ ମୋଟାମୋଟି ଶାନ୍ତିପୂର୍ଣ୍ଣ ହୋଇଛି ବୋଲି ରାଜ୍ଯ ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି।

ବଢିବ ନାହିଁ ବିଜୁଳି ଦର…

() ବଢିବ ନାହିଁ ବିଜୁଳି ଦରl2022-23ଆର୍ଥିକ ବର୍ଷ ପାଇଁ ଅପରିବର୍ତ୍ତିତ ରହିବ ବିଜୁଳି ଦର,lସାମ୍ବାଦିକ ସମ୍ମିଳନୀ ରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ବିଦୁତ ନିୟମଆୟୋଗ ସଚିବ ପ୍ରିୟ ବ୍ରତ ପଟ୍ଟନାୟକl ସେ କହିବା କଥା ରାଜ୍ୟ ସରକାର ଙ୍କ ଦାବି ତଥା ଉପଭୋକ୍ତା ମାନଙ୍କ ଆବଶ୍ୟକତାକୁ ଗୁରୁତ୍ୱ ଦେଇ ଆୟୋଗ ଏ ଭଳି ନିଷ୍ପତି ଦେଇ ଛନ୍ତିl ତେବେ ଏଥର ବିଭିନ ବର୍ଗର ଉପଭୋକ୍ତା ଦେବା ପାଇଁ ବିଶେଷ ଵେବସ୍ତା କରିଛନ୍ତି ଆୟୋଗlବିଶେଶ କରି ଗ୍ରାମୀଣ କୃସ କ୍ଷେତ୍ର, ଖୁଦ୍ର ଏଂବ ମାଧମ ଶିଳ୍ପ କ୍ଷେତ୍ର, ତଥା ବିଦୁତ ଜଣକୁ ଉତ୍ସାହିତ କରିବା ପାଇଁ ବିଶେଷ ରିହାତି ଵେବସ୍ତା କରିଛନ୍ତି ଆୟୋଗ lମୋଟ ଉପରେ ଡିଜିଟାଲ ପେମେଣ୍ଟ କୁ ଉଚ୍ଚାହିତ କରିବା ପାଇଁ ଅତିରିକ୍ତ ଏକ ପ୍ରତିଶରତ ରିହାତି ଵେବସ୍ତା କରିଛନ୍ତିl ଆୟୋଗ,2021-22ଆର୍ଥିକ ବର୍ଷା ରେ ଡିଜିଟାଲ ପେମେଣ୍ଟ କୁ ଉଚ୍ଚାହିତ ପାଇଁ 2ପ୍ରତିଶତ ଵେବସ୍ତା ଥିଲା l ସୂଚନା ଅନୁସରଣ ବିଦୁତ ଦର ଏପରି ବର୍ତ୍ତିତ ରହିଥିବାରୁ 0ରୁ 50ପ୍ରତିଶତ ୟୁନିଟ ପିଛା 3ଟଙ୍କା,50ରୁ 200ୟୁନିଟ ପର୍ଯ୍ୟନ୍ତ 4ଟଙ୍କା 80l200ରୁ 400ୟୁନିଟ ପାଇଁ 5ଟଙ୍କା 8oଏଂବ 400ରୁ ଅଧିକ ୟୁନିଟ ପାଇଁ 6ଟଙ୍କା 20ଦେବାକୁ ପଡିବ, ଆୟୋଗ ସ୍ପଷ୍ଟ କରିଛନ୍ତି ଜନ ଶୁଣାଣି ସମୟରେ ବିଦୁତ ଆବଣ୍ଟନ ଓ ଉତ୍ପାଦନ କାରି କମ୍ପାନୀ ଦେୟ ବୃଦ୍ଧି ପାଇଁ ଯୁକ୍ତି ରଖିଥିଲେ, କିନ୍ତୁ ପୂର୍ବ ଆର୍ଥିକ ବର୍ଷାରେ ବଳକା ଥିବା 355କୋଟି ତାଙ୍କର ରାଶିକୁ ଉତ୍ପାଦନ କରି ଓ ଆବଣ୍ଟନ କମାନୀ ଙ୍କ ଭରଣା କରାଯିବା ପାଇଁ ନିଷ୍ପତି ନିୟ ଯାଇଛି, ଏହା ଦ୍ଵାର ଗ୍ରାହକ ଙ୍କ ଉପରେ ବୋଝ ପଡିବ nai ଆୟୋଗ ସ୍ପଷ୍ଟ କରିଛନ୍ତି ଯେ ସଠିକ ସମୟରେ ଦେୟ ପ୍ରଦାନ କରୁଥିବା ଏଂବ ମେଟର କୁ tamparing କରୁନଥିବକ ଉପୋଭୋକ୍ତା ଙ୍କ ଉତ୍ସାହିତ କରବା ପାଇଁ ୟୁନିଟ ପୁଛା ଅତିରିକ୍ତ 10ପଇସା ରିହାତି ପାଇଁ ଵେବସ୍ତା ହୋଇଛିlସେହିପରି ମେଗା ଲିଫ୍ଟ ଜଳ ସେଚନ ପାଇଁ ଅତିରିକ୍ତ ଦୁଇ ଟଙ୍କା ରିହାତି ଵେବସ୍ତା ହୋଇଛି ଇଲେକ୍ଟ୍ରି ଜାନକୁ କୁ ବେବହାର କୁ ଉଚ୍ଚାହିତ କରିବା ପାଇଁ ମଧ୍ୟ ତାରିଫ ରେ ବିଶେଷ ଵେବସ୍ତା କରାଯାଇଛି ଲସେଭଳି ଖିଦ୍ର ଶିଳ୍ପ କୁ ଉତ୍ସାହିତ କରିବା ପାଇଁ ଅତିରିକ୍ତ 10ପଇସା ରିହାତି ର ଵେବସ୍ତା ଜରିଛନ୍ତି ଆୟୋଗ l

ସୋଆ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ମୁଖ ସ୍ୱାସ୍ଥ୍ୟ ଦିବସ ପାଳିତ…

{ }ଲୋକମାନଙ୍କୁ ମୁଖର ଯତ୍ନ ନେବା ବିଷୟରେ ସଚେତନ କରିବା ନିମନ୍ତେ ସଭା, ପଥପ୍ରାନ୍ତ ନାଟକ, ମାଗଣା ଚିକିତ୍ସା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ମୁଖ ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଇଛି । ଏହି ଅବସରରେ ରାଜଧାନୀ ଉପକଣ୍ଠ ପଳାଶପୁର ଠାରେ ଗତ ସପ୍ତାହରେ ଏକ ସ୍ୱତନ୍ତ୍ର ଶିବିର ଆୟୋଜନ କରାଯାଇଥିଲା ।
ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍ (ଆଇଡିଏସ୍‌) ର ପବ୍ଲିକ୍ ହେଲ୍‌ଥ ଡେଂଟିଷ୍ଟ୍ରି ବିଭାଗ ଏବଂ ଏନ୍‌ଏସ୍‌ଏସ୍ ୱିଙ୍ଗ୍ ଦ୍ୱାରା ଏହି ଶିବିର ଆୟୋଜନ କରାଯାଇଥିଲା । ପ୍ରାୟ ୫୦୦ ରୁ ଊର୍ଦ୍ଧ୍ୱ ବ୍ୟକ୍ତି ମାଗଣାରେ ସ୍କ୍ରିନିଂ ଏବଂ ଚିକିତ୍ସା କରାଇଥିଲେ । ପ୍ରତ୍ୟେକ ବର୍ଷ ମାର୍ଚ୍ଚ ୨୦ ତାରିଖରେ ବିଶ୍ୱ ମୁଖ ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଇଥାଏ । ଆଇଡିଏସ୍ ଡିନ୍ ପ୍ରଫେସର ନୀତା ମହାନ୍ତିଙ୍କ ତତ୍ୱାବଧାନରେ ଛାତ୍ରଛାତ୍ରୀମାନେ ଦୀର୍ଘ ୧୦ ଦିନ ଧରି ପୃଥକ ପୃଥକ ଭାବେ ମୁଖର ସ୍ୱାସ୍ଥ୍ୟ ସମ୍ପର୍କରେ ଲୋକମାନଙ୍କୁ ପରାମର୍ଶ ଦେବା ସହ ଏ ସମ୍ପର୍କିତ ଲିଫ୍‌ଲେଟ୍ ବଂଟନ କରିଥିଲେ । ଗୁଟ୍‌କା, ତମାଖୁ ଓ ସିଗାରେଟ ଖାଇବା ଦ୍ୱାରା କିଭଳି ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଉଛି ସେ ନେଇ ପଥପ୍ରାନ୍ତ ନାଟକ ମାଧ୍ୟମରେ ସଚେତନ କରାଯାଇଥିଲା । ସେହିପରି ପବ୍ଲିକ୍ ହେଲ୍‌ଥ ଡେଂଟିଷ୍ଟ୍ରି ବିଭାଗର ଦୁଇ ପିଜି ଛାତ୍ରୀ ଡାକ୍ତର ଉପାସନା ଧର ଏବଂ ଡାକ୍ତର ମାର୍ଲିନ୍ ଜେନା ମୁଖର ସ୍ୱାସ୍ଥ୍ୟ ନେବା ବିଷୟରେ ବକ୍ତବ୍ୟ ରଖିଥିଲେ । ସେହିପରି ଏନ୍‌ଏସ୍‌ଏସ୍‌ର କୋର୍ଡିନେଟର ପ୍ରଫେସର ନଚିକେତା ଶର୍ମା ଏନ୍‌ଏସ୍‌ଏସ୍‌ର କାର୍ଯ୍ୟ ସମ୍ପର୍କରେ ତଥ୍ୟ ରଖିଥିଲେ । ଆଇଡିଏସ୍ ନୁକଡ ଟିମ୍ ଦ୍ୱାରା ଏକ ନାଟକ ପରିବେଷଣ କରାଯାଇଥିବା ବେଳେ ଏହି ଅବସରରେ ଡାକ୍ତର ରାଧା ଦଳେଇ ଏବଂ ଡାକ୍ତର ସୁଦୀପ୍ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ୯୦.୪ ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡିଓରେ ଆଇଡିଏସ୍‌ର ସିନିୟର ଫ୍ୟାକଲ୍ଟି ଡାକ୍ତର ସ୍ୱାଗତିକା ପଣ୍ଡା, ଡାକ୍ତର ସୌରଭ ପଣ୍ଡା ଏବଂ ଡାକ୍ତର ଅନୁରାଗ ଶତପଥୀ ମୁଖର ସ୍ୱାସ୍ଥ୍ୟ ନେଇଉପଦେଶ ପ୍ରଦାନ କରିଥିବା ବେଳେ ଏକ ଘରୋଇ ଟିଭି ଚ୍ୟାନେଲ୍‌ରେ ମାର୍ଚ୍ଚ ୨୦ ତାରିଖରେ “ଏ ହେଲ୍‌ଦି ମାଉଥ ଫର୍ ଏ ହେଲ୍‌ଦି ବଡି” ଶୀର୍ଷକ ଏକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ତଥ୍ୟ ଉପସ୍ଥାପନା କରିଥିଲେ । ଆଇଡିଏସ୍ ହେଉଛି ପୂର୍ବ ଭାରତର ଏକ ମାତ୍ର ଦନ୍ତ ସ୍ୱାସ୍ଥ୍ୟ ଅନୁଷ୍ଠାନ ଯାହାକି କୋକ୍ରେନ୍ ଦ୍ୱାରା ସ୍ୱୀକୃତି
ପ୍ରାପ୍ତ ବୋଲି ପ୍ରଫେସର ମହାନ୍ତି କହିଛନ୍ତି ।

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ…

() ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ। ଲୋକଙ୍କ ପ୍ରତି ବିଶ୍ଵାସ ଘାତକତା କରିଛନ୍ତି ମୋଦି ସରକାର। ନିର୍ବାଚନରେ ଜିତିବା ପରେ ସଂଗେ ସଂଗେ ଦର ବୃଦ୍ଧି ହେଲା। ଏଲପିଜି ଦର ବୃଦ୍ଧିକୁ ନେଇ ହାଣ୍ଡିଶାଳରେ ଚଡ଼କ ପଡ଼ିଛି। ଆଉ ଦର ଦାମ ବୃଦ୍ଧି ଗରିବ ଓ ମଧ୍ୟବିତ୍ତଙ୍କ ଉପରେ ପ୍ରବଳ ଚାପ ପଡ଼ିଛି। ଆମେ ମାତ୍ର 3 ପ୍ରତିଶତ ପେଟ୍ରୋଲ ଓ ଡିଜେଲ ଋଷରୁ ଆଣୁ। ତେଣୁ ଏବେ ଯୁଦ୍ଧ ନାଁରେ ତେଲ ଦର ବଢାଇବା ଏକ ବାହାନା ତାହା ସ୍ପଷ୍ଟ ପ୍ରମାଣିତ ହୋଇ ସାରିଛି। ଏହା ବାଦ୍ କେନ୍ଦ୍ର ସରକାରଙ୍କ ଭୁଲ୍ ରଣନୀତି ଯୋଗୁଁ ତେଲ ଦର ଏମିତି ମହଙ୍ଗା ହୋଇଥିବା ଅଭିଯୋଗ କରିଛି କଂଗ୍ରେସ। କାହିଁକି ନା 3 ମାସ ଧରି ଆନ୍ତର୍ଜାତୀୟ ମାର୍କେଟରେ ବ୍ୟାରେଲ ପିଛା ଦର କମ୍ ଥିବା ବେଳେ ଆମେ ଆମଦାନୀ କରି ପାରିଲୁ ନାହିଁ। ଅନ୍ୟପଟେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରୁ ନାହାନ୍ତି କି ନିଜେ ଭାଟ୍ କମାଉ ନାହାନ୍ତି। ଏପ୍ରିଲରୁ ଏହାର ତୀବ୍ର ବିରୋଧ କରି ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ।
ବାଇଟ୍- ପଦ୍ମାକର ଗୁରୁ, ମୁଖପାତ୍ର, ଓପିସିସି

ପୁଣି ୬ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର…

{ }ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି।

ଆଉ ୬ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର।

ଜଣେ ମୁଖ୍ୟଯନ୍ତ୍ରୀ, ୩ ଜଣ ଏକଜିକ୍ୟୁଟିଭ ଇଞ୍ଜିନିୟର ଓ ୨ ଜଣ ବ୍ଲକ ଶିକ୍ଷା ଅଧିକାରୀ ଅନ୍ତର୍ଭୁକ୍ତ।

ଏପର୍ଯ୍ୟନ୍ତ ୧୬୪ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ।

( )ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସାଧାରଣ ଜୀବନରେ ଉଚ୍ଚ ନୈତିକତା ଓ ସାଧୁତା ବଜାୟ ରଖିବା ଉପରେ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି। ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ସବୁବେଳେ ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟ ଉପରେ ଜୋର ଦେଇଆସିଛନ୍ତି । ଜନସାଧାରଣଙ୍କୁ ସ୍ବଚ୍ଛ, ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି।

ରାଜ୍ୟ ସରକାରଙ୍କ ଏହି ଆଭିମୁଖ୍ୟ ଅନୁଯାୟୀ ଏବେ ଆଉ ୬ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ଏବଂ ଏଥିରେ ବିଭିନ୍ନ କ୍ଷେତ୍ରରେ ଥିବା ଅଧିକାରୀ, ଯଥା – ଜଣେ ମୁଖ୍ୟଯନ୍ତ୍ରୀ, ୩ ଜଣ ଏକଜିକ୍ୟୁଟିଭ ଇଞ୍ଜିନିୟର ଓ ୨ ଜଣ ବ୍ଲକ ଶିକ୍ଷା ଅଧିକାରୀ ପ୍ରମୁଖ ଅନ୍ତର୍ଭୁକ୍ତ । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୬୪ ଜଣ ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ ବା ବାଧ୍ୟତାମୂଳକ ଅବସର ଦିଆଯାଇଛି ।ଏହି ୬ ଜଣଙ୍କ ମଧ୍ୟରୁ ସମ୍ବଲପୁର ଇଲେକ୍ଟ୍ରିକାଲ ମୁଖ୍ୟଯନ୍ତ୍ରୀ ଶ୍ରୀ ସୁନିଲ୍ କୁମାର ପଣ୍ଡାଙ୍କ ନାମରେ ଗୋଟିଏ ଦୁର୍ନିତୀ ମାମଲା ଅଛି । ତାଙ୍କ ପାଖରେ 3.26 କୋଟି ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଥିଲା । ଏଥିପାଇଁ ତାଙ୍କୁ ନିଲମ୍ବିତ ମଧ୍ୟ କରାଯାଇଥିଲା । ଅସାଧୁତା କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।

ବ୍ରହ୍ମପୁର ରୁରାଲ ୱାର୍କ୍ସ ଇଲେକ୍ଟ୍ରିକାଲ୍ ଡିଭିଜନର ଏକ୍‌ଜିକ୍ୟୁଟିଭ ଇଞ୍ଜିନିୟର ଶ୍ରୀ ଜଗନ୍ନାଥ ସେଠୀଙ୍କ ନାମରେ ଗୋଟିଏ ଦୁର୍ନିତୀ ମାମଲା ଥିଲା । ତାଙ୍କ ପାଖରେ 7.63 କୋଟି ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଥିଲା ଏବଂ ଏଥିପାଇଁ ତାଙ୍କୁ ନିଲମ୍ବିତ କରାଯାଇଥିଲା। ଅସାଧୁତା କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।ସେହିପରି ଭୁବନେଶ୍ୱରର ଏକ୍ଜିକ୍ୟୁଟିଭ ଇଞ୍ଜିନିୟର (Testing and Calibration) ତଥା ଡେପୁଟି ଇଲେକ୍ଟ୍ରିକାଲ ଇନସପେକ୍ଟର ଶ୍ରୀ ଦୀପକ କୁମାର ଭୁୟାଁଙ୍କ ନାମରେ ଦୁଇଟି ଦୁର୍ନିତୀ ମାମଲା ରହିଛି । ଅସାଧୁତା କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।

ଭୁବନେଶ୍ୱରର ଏକ୍ଜିକ୍ୟୁଟିଭ ଇଞ୍ଜିନିୟର (ED & Inspection) ତଥା ଡେପୁଟି ଇଲେକ୍ଟ୍ରିକାଲ ଇନସପେକ୍ଟର ଶ୍ରୀ ପ୍ରଶାନ୍ତ କୁମାର ମିଶ୍ରଙ୍କ ନାମରେ ଗୋଟିଏ ଦୁର୍ନୀତି ଅଭିଯୋଗ ରହିଛି। ଅସାଧୁତା କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ରାୟଗଡା ଜିଲ୍ଲାର ଗୁଣୁପୁରସ୍ଥିତ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଅନ୍ତର୍ଯ୍ୟାମୀ ବେହେରାଙ୍କ ନାମରେ ଗୋଟିଏ ଦୁର୍ନିତୀ ମାମଲା ଅଛି । ସେ ୧୦ ହଜାର ଟଙ୍କାର ଲାଞ୍ଚ ଗ୍ରହଣ କରିଥିଲେ । ତାଙ୍କୁ ୨୦୨୨ ମାର୍ଚ୍ଚ ୨ ତାରିଖ ଦିନ ଗିରଫ କରାଯାଇ ତା ପରଦିନ କୋର୍ଟକୁ ପଠାଯାଇଥିଲା । ଅସାଧୁତା କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।

ସେହିପରି ଗଜପତି ଜିଲ୍ଲାର ନୂଆଗଡସ୍ଥିତ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ବ୍ରଜ କୁମାର ନାୟକଙ୍କ ନାମରେ ଗୋଟିଏ ଦୁର୍ନୀତି ମାମଲା ରହିଛି । ତାଙ୍କ ଅଫିସ ଭିତରେ ୩୦ ହଜାର ଟଙ୍କାର ଲାଞ୍ଚ ଗ୍ରହଣ କରୁଥିଲାବେଳେ ସେ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଧରା ପଡିଥିଲେ । ଅସାଧୁତା କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୬୪ ଜଣ ଅଧିକାରୀଙ୍କୁ ଚାକିରୀରୁ ବହିଷ୍କାର ବା ବାଧ୍ୟତାମୂଳକ ଅବସର ଦିଆଯାଇଛି ବା ପେନସନ ବନ୍ଦ କରାଯାଇଛି।

ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ନେଇ ନିଜ ପ୍ରତିକ୍ରିୟା ରଖିଲେ ପେଟ୍ରୋଲିୟମ ଡିଲର ସଂଘର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ…

( ) ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ନେଇ ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ ସାଧାରଣ ସମ୍ପାଦକ ସଞ୍ଜୟ ଲାଠଙ୍କ ପ୍ରତିକ୍ରିୟା । ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ବହୁ ମାତ୍ରାରେ ବଢ଼ିଛି । ଭାରତରେ 2021 ନଭେମ୍ବର 6 ପରେ 137 ଦିନ ପରେ ଆଜି ପୁଣିଥରେ ଦରବୃଦ୍ଧି ଆରମ୍ଭ ହୋଇଛି । ଆଜି ଭୁବନେଶ୍ୱରରେ ପେଟ୍ରୋଲ 96 ପଇସା ଓ ଡିଜେଲ 91 ପଇସା ମହଙ୍ଗା ହୋଇଛି । ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ନଭେମ୍ବର 6ର 82 ଡଲାରରୁ ବଢ଼ି ଏବେ 118 ଡଲାର ହୋଇଛି । ଏହି ଆଧାରରେ ଉଭୟ ପେଟ୍ରୋଲ ଓ ଡିଜେଲ ମୂଲ୍ୟ 18ରୁ 20 ଟଙ୍କା ପର୍ଯ୍ୟନ୍ତ ବଢ଼ିବାର ସମ୍ଭାବନା ରହିଛି । ତେଣୁ ଏ ଦର ବୃଦ୍ଧି ପ୍ରତିଦିନ ଜାରି ରହିବ । ରୁଷ-ୟୁକ୍ରେନ ଯୁଦ୍ଧ ନ ଥମିବା ଯାଏଁ ତେଲ ଦର ଉଚ୍ଚ ରହିବ । ତେବେ ସରକାର ଚାହିଁଲେ କିଛି ମାତ୍ରାରେ ଉତ୍ପାଦ ଶୁଳ୍କ ଓ ଭାଟ କମାଇ ଗ୍ରାହକଙ୍କୁ ଆଶ୍ୱସ୍ତ କରିପାରିବେ ।
ବାଇଟ- ସଞ୍ଜୟ ଲାଠ, ସାଧାରଣ ସମ୍ପାଦକ, ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ

Follow us

20,832FansLike
0FollowersFollow
14,700SubscribersSubscribe

Latest news