ପୁଣି ୬ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର…

{ }ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି।

ଆଉ ୬ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର।

ଜଣେ ମୁଖ୍ୟଯନ୍ତ୍ରୀ, ୩ ଜଣ ଏକଜିକ୍ୟୁଟିଭ ଇଞ୍ଜିନିୟର ଓ ୨ ଜଣ ବ୍ଲକ ଶିକ୍ଷା ଅଧିକାରୀ ଅନ୍ତର୍ଭୁକ୍ତ।

ଏପର୍ଯ୍ୟନ୍ତ ୧୬୪ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ।

( )ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସାଧାରଣ ଜୀବନରେ ଉଚ୍ଚ ନୈତିକତା ଓ ସାଧୁତା ବଜାୟ ରଖିବା ଉପରେ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି। ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ସବୁବେଳେ ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟ ଉପରେ ଜୋର ଦେଇଆସିଛନ୍ତି । ଜନସାଧାରଣଙ୍କୁ ସ୍ବଚ୍ଛ, ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି।

ରାଜ୍ୟ ସରକାରଙ୍କ ଏହି ଆଭିମୁଖ୍ୟ ଅନୁଯାୟୀ ଏବେ ଆଉ ୬ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ଏବଂ ଏଥିରେ ବିଭିନ୍ନ କ୍ଷେତ୍ରରେ ଥିବା ଅଧିକାରୀ, ଯଥା – ଜଣେ ମୁଖ୍ୟଯନ୍ତ୍ରୀ, ୩ ଜଣ ଏକଜିକ୍ୟୁଟିଭ ଇଞ୍ଜିନିୟର ଓ ୨ ଜଣ ବ୍ଲକ ଶିକ୍ଷା ଅଧିକାରୀ ପ୍ରମୁଖ ଅନ୍ତର୍ଭୁକ୍ତ । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୬୪ ଜଣ ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ ବା ବାଧ୍ୟତାମୂଳକ ଅବସର ଦିଆଯାଇଛି ।ଏହି ୬ ଜଣଙ୍କ ମଧ୍ୟରୁ ସମ୍ବଲପୁର ଇଲେକ୍ଟ୍ରିକାଲ ମୁଖ୍ୟଯନ୍ତ୍ରୀ ଶ୍ରୀ ସୁନିଲ୍ କୁମାର ପଣ୍ଡାଙ୍କ ନାମରେ ଗୋଟିଏ ଦୁର୍ନିତୀ ମାମଲା ଅଛି । ତାଙ୍କ ପାଖରେ 3.26 କୋଟି ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଥିଲା । ଏଥିପାଇଁ ତାଙ୍କୁ ନିଲମ୍ବିତ ମଧ୍ୟ କରାଯାଇଥିଲା । ଅସାଧୁତା କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।

ବ୍ରହ୍ମପୁର ରୁରାଲ ୱାର୍କ୍ସ ଇଲେକ୍ଟ୍ରିକାଲ୍ ଡିଭିଜନର ଏକ୍‌ଜିକ୍ୟୁଟିଭ ଇଞ୍ଜିନିୟର ଶ୍ରୀ ଜଗନ୍ନାଥ ସେଠୀଙ୍କ ନାମରେ ଗୋଟିଏ ଦୁର୍ନିତୀ ମାମଲା ଥିଲା । ତାଙ୍କ ପାଖରେ 7.63 କୋଟି ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଥିଲା ଏବଂ ଏଥିପାଇଁ ତାଙ୍କୁ ନିଲମ୍ବିତ କରାଯାଇଥିଲା। ଅସାଧୁତା କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।ସେହିପରି ଭୁବନେଶ୍ୱରର ଏକ୍ଜିକ୍ୟୁଟିଭ ଇଞ୍ଜିନିୟର (Testing and Calibration) ତଥା ଡେପୁଟି ଇଲେକ୍ଟ୍ରିକାଲ ଇନସପେକ୍ଟର ଶ୍ରୀ ଦୀପକ କୁମାର ଭୁୟାଁଙ୍କ ନାମରେ ଦୁଇଟି ଦୁର୍ନିତୀ ମାମଲା ରହିଛି । ଅସାଧୁତା କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।

ଭୁବନେଶ୍ୱରର ଏକ୍ଜିକ୍ୟୁଟିଭ ଇଞ୍ଜିନିୟର (ED & Inspection) ତଥା ଡେପୁଟି ଇଲେକ୍ଟ୍ରିକାଲ ଇନସପେକ୍ଟର ଶ୍ରୀ ପ୍ରଶାନ୍ତ କୁମାର ମିଶ୍ରଙ୍କ ନାମରେ ଗୋଟିଏ ଦୁର୍ନୀତି ଅଭିଯୋଗ ରହିଛି। ଅସାଧୁତା କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ରାୟଗଡା ଜିଲ୍ଲାର ଗୁଣୁପୁରସ୍ଥିତ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଅନ୍ତର୍ଯ୍ୟାମୀ ବେହେରାଙ୍କ ନାମରେ ଗୋଟିଏ ଦୁର୍ନିତୀ ମାମଲା ଅଛି । ସେ ୧୦ ହଜାର ଟଙ୍କାର ଲାଞ୍ଚ ଗ୍ରହଣ କରିଥିଲେ । ତାଙ୍କୁ ୨୦୨୨ ମାର୍ଚ୍ଚ ୨ ତାରିଖ ଦିନ ଗିରଫ କରାଯାଇ ତା ପରଦିନ କୋର୍ଟକୁ ପଠାଯାଇଥିଲା । ଅସାଧୁତା କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।

ସେହିପରି ଗଜପତି ଜିଲ୍ଲାର ନୂଆଗଡସ୍ଥିତ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ବ୍ରଜ କୁମାର ନାୟକଙ୍କ ନାମରେ ଗୋଟିଏ ଦୁର୍ନୀତି ମାମଲା ରହିଛି । ତାଙ୍କ ଅଫିସ ଭିତରେ ୩୦ ହଜାର ଟଙ୍କାର ଲାଞ୍ଚ ଗ୍ରହଣ କରୁଥିଲାବେଳେ ସେ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଧରା ପଡିଥିଲେ । ଅସାଧୁତା କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୬୪ ଜଣ ଅଧିକାରୀଙ୍କୁ ଚାକିରୀରୁ ବହିଷ୍କାର ବା ବାଧ୍ୟତାମୂଳକ ଅବସର ଦିଆଯାଇଛି ବା ପେନସନ ବନ୍ଦ କରାଯାଇଛି।

ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ନେଇ ନିଜ ପ୍ରତିକ୍ରିୟା ରଖିଲେ ପେଟ୍ରୋଲିୟମ ଡିଲର ସଂଘର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ…

( ) ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ନେଇ ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ ସାଧାରଣ ସମ୍ପାଦକ ସଞ୍ଜୟ ଲାଠଙ୍କ ପ୍ରତିକ୍ରିୟା । ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ବହୁ ମାତ୍ରାରେ ବଢ଼ିଛି । ଭାରତରେ 2021 ନଭେମ୍ବର 6 ପରେ 137 ଦିନ ପରେ ଆଜି ପୁଣିଥରେ ଦରବୃଦ୍ଧି ଆରମ୍ଭ ହୋଇଛି । ଆଜି ଭୁବନେଶ୍ୱରରେ ପେଟ୍ରୋଲ 96 ପଇସା ଓ ଡିଜେଲ 91 ପଇସା ମହଙ୍ଗା ହୋଇଛି । ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ନଭେମ୍ବର 6ର 82 ଡଲାରରୁ ବଢ଼ି ଏବେ 118 ଡଲାର ହୋଇଛି । ଏହି ଆଧାରରେ ଉଭୟ ପେଟ୍ରୋଲ ଓ ଡିଜେଲ ମୂଲ୍ୟ 18ରୁ 20 ଟଙ୍କା ପର୍ଯ୍ୟନ୍ତ ବଢ଼ିବାର ସମ୍ଭାବନା ରହିଛି । ତେଣୁ ଏ ଦର ବୃଦ୍ଧି ପ୍ରତିଦିନ ଜାରି ରହିବ । ରୁଷ-ୟୁକ୍ରେନ ଯୁଦ୍ଧ ନ ଥମିବା ଯାଏଁ ତେଲ ଦର ଉଚ୍ଚ ରହିବ । ତେବେ ସରକାର ଚାହିଁଲେ କିଛି ମାତ୍ରାରେ ଉତ୍ପାଦ ଶୁଳ୍କ ଓ ଭାଟ କମାଇ ଗ୍ରାହକଙ୍କୁ ଆଶ୍ୱସ୍ତ କରିପାରିବେ ।
ବାଇଟ- ସଞ୍ଜୟ ଲାଠ, ସାଧାରଣ ସମ୍ପାଦକ, ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ

ସରିଲା ପୌର ପ୍ରଚାର : ଶଙ୍ଖମୟ ହେବାକୁ ଯାଉଛି ଯାଜପୁର ଫୋକସରେ ମିଶନ ୧୮ରୁ୧୮…

( )ପ୍ରଚାରର ଶେଷ ଦିନ ଯାଜପୁର ସହରରେ ମାରାଥନ ପ୍ରଚାର କରିଛି ବିଜେଡି । ଘରକୁ ଘର, ଗଳିରୁ ଗଳି ବୁଲି ଭୋଟ ମାଗିଛନ୍ତି ପ୍ରାର୍ଥିମାନେ l ପୌର ନିର୍ବାଚନର ବିଜେଡ଼ି ପୌରଧକ୍ଷ ପ୍ରାର୍ଥୀ ରଞ୍ଜୁଲତା ହୋତା ଦାସ ଓ ସମସ୍ତ କାଉନସିଲରମାନେ ପ୍ରଚାରର ଶେଷ ଚରଣରେ ଜନ ସାଧାରଣକୁ ଭେଟି ନିର୍ବାଚନରେ ବିଜେଡିକୁ ସମର୍ଥନ କରିବାକୁ ଅନୁରୋଧ କରିଥିଲେ । ଯାଜପୁରର ବିକାଶ ରଥକୁ ଆଗେଇ ନେବା ପାଇଁ ଆଗାମୀ 24 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନରେ ବିଜେଡିକୁ ବିପୁଳ ଭୋଟରେ ଜିତେଇବା ପାଇଁ ପ୍ରଚାର ସମୟରେ ଯାଜପୁର ଯୁବନେତା ଭବ ପ୍ରସାଦ ଦାସ ସହରବାସୀଙ୍କୁ ଆହ୍ବାନ ଦେଇଛନ୍ତି ।

ସକାଳେ ୩,୪,୮,୯,୧୨ ନମ୍ୱର ୱାର୍ଡ ରୁମୋଟର ସାଇକେଲ ଶୋଭାଯାତ୍ରା ସହିତ ପ୍ରଚାର ଅଭିଯାନ ଆରମ୍ଭ ହୋଇଥିଲା । ଗୋଟିକ ପରେ ଗୋଟିଏ ୱାର୍ଡ ଶୋଭାଯାତ୍ରା ଅତିକ୍ରମ କରୁଥିବା ବେଳେ ଦଳୀୟ କର୍ମୀ ଓ ସମର୍ଥକଙ୍କ ଭିଡ଼ ଲାଗି ରହି ଥିଲା । ୱାର୍ଡରେ ପ୍ରଚାର କରି ମହିଳା, ବରିଷ୍ଠ ନାଗରିକ ଓ ଯୁବକମାନଙ୍କୁ ଯାଜପୁରକୁ ବିକାଶ ପଥରେ ଆଗେଇ ନେବାକୁ ହେଲେ ସମସ୍ତଙ୍କ ସାହାଯ୍ୟ ଓ ସହଯୋଗ ଆବଶ୍ୟକ ବୋଲି କାମନା କରିଥିଲେ ବରିଷ୍ଠ କାଉନସିଲର ପ୍ରାର୍ଥି ସନ୍ତୋଷ କୁମାର ମଲ୍ଲିକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଯାଜପୁର ବିଧାୟକଙ୍କ ଯାଜପୁର ପାଇଁ କରିଥିବା ପରିକଳ୍ପନାକୁ ସାକାର ରୂପ ଦେବା ପାଇଁ ନିର୍ବାଚନରେ ବିଜେଡ଼ିକୁ ସମର୍ଥନ କରିବାକୁ ଶେଷଥର ପାଇଁ ଭୋଟରଙ୍କୁ ନିବେଦନ କରିଥିଲେ ପ୍ରାର୍ଥି ମାନେ ।ଶେଷ ଦିନ ପ୍ରଚାର ସମୟରେ ସାଧାରଣ ଲୋକଙ୍କ ସମର୍ଥନ ଓ ବିଶ୍ୱାସ ହାସଲ କରିବାରେ ଭବ ପ୍ରସାଦ ଦାସଙ୍କ ପ୍ରଚାର ସଫଳ ହୋଇଛି ବୋଲି ଯାଜପୁର ସହର ବାସୀ କହିଛନ୍ତି ।ନୂଆ ଯାଜପୁର ଗଢିତୋଳି ଚାଲିଥିବା ବିଧାୟକଙ୍କ ବିକାଶମୂଳକ କାମକୁ ସହରବାସୀ ଭୂ-ପ୍ରଶଂସା କରିବା ସହ ବିଜେଡିକୁ ଏକ ତରଫା ବିଜୟ କରିବାକୁ ମନସ୍ତ କରିଛନ୍ତି । ସହରର ଷ୍ଟ୍ରିଟ ଲାଇଟ, ସ୍ମାର୍ଟ ସ୍କୁଲ, ଘରେଘରେ ପିଇବା ପାଣି ସଂଯୋଗ , ସ୍ବଚ୍ଛତା ଓ ପରିଷ୍ମାର , ପରିମଳ ସହ ଯାଜପୁର ସହର ବିକାଶ ପାଇଁ ବିଧାୟକ ଯେଭଳି ପ୍ରୟାସ ଓ ପରିଶ୍ରମ କରୁଛନ୍ତି ତାହାକୁ ଯାଜପୁରବାସୀ ବେଶ ପ୍ରଶଂସା କରିଛନ୍ତି । ୧୪ ବର୍ଷ ଭିତରେ ବିଧାୟକ ପ୍ରଣବ ପ୍ରକାଶ ଦାସ ଯେପରି ଯାଜପୁର ଜିଲ୍ଲାର ନକ୍ସା ବଦଳାଇ ନୂଆ ଯାଜପୁର ଗଢିତୋଳିଛନ୍ତି ତାହା ଏବେ ଯାଜପୁର କାହିଁକି ପୁରା ଓଡ଼ିଶାରେ ଚର୍ଚ୍ଚାର ବିଷୟ । ବିଶେଷ କରି ସହରବାସୀଙ୍କ ସୁଖ ଦୁଃଖ ସାଥିୀ ହୋଇ ବବି ଓ ଭବ ଯେପରି ଦିନରାତି ଏକ କରି ଜନସେବାକୁ ଗୁରୁତ୍ବ ଦେଇଛନ୍ତି ତାହା ପ୍ରତ୍ୟେକ ଯାଜପୁରବାସୀଙ୍କ ହୃଦୟ ଜିତିଛନ୍ତି । ସହରରେ ଥିବା ପ୍ରତି ସମସ୍ୟା କିପରି ଦୂର ହେବ ଓ କୌଣସି ଲୋକ ଯେମିତି ମୌଳିକ ସୁବିଧା ବଂଚିତ ନରହିବେ ତାହାକୁ ବିଧାୟକ ସବୁବେଳେ ଗୁରୁତ୍ବ ଦେଇଛନ୍ତି । ନିର୍ବାଚନ ସମୟରେ ବିଧାୟକଙ୍କ ଗୋଟେ ଆହ୍ବାନରେ ସହରବାସୀ ଏକ ହୋଇ ୧୮ରୁ ୧୮ ଓ୍ବାର୍ଡ଼ରେ ବିଜୟ କରିବା ପାଇଁ ସଂକଳ୍ପ ନେଇଛନ୍ତି ।

ପୌର ନିର୍ବାଚନ ସମୟରେ ବିରୋଧୀ ଦଳର ସଦସ୍ୟମାନେ ସହରବାସୀଙ୍କ ପାଖକୁ ଯାଇ ସେମାନଙ୍କ ଭଲମନ୍ଦ କଥା ବୁଝୁଥିବା ବେଳେ ବବି ଓ ଭବ ୩୬୫ ଦିନ ଲୋକଙ୍କ ସହ ରହି ସେମାନଙ୍କ ସମସ୍ୟା ଦୂର କରିଛନ୍ତି । ଯାହା ଏବେ ଭୋଟ ସମୟରେ ବଡ଼ ଆର୍ଶୀବାଦ ବୋଲି ସହରର ବରିଷ୍ଠ ନାଗରିକ ଓ ରାଜନୈତିକ ସମୀକ୍ଷକମାନେ କହିଛନ୍ତି । ଯାଜପୁର ସହର ବିକାଶ ମୂଳକ କାର୍ଯ୍ୟକ୍ରମ ଉପରେ ନଜର ପକାନ୍ତୁ l ଯାଜପୁରରେ ଅତ୍ୟାଧୁନିକ ମ୍ୟୁଜିୟମ, ବରାହନାଥ ମନ୍ଦିରରେ ୧୨୫ ଫୁଟ ଶିବଲିଙ୍ଗ ସହ ଦ୍ବିତୀୟ କୁସୁମା, ଦଶାଶ୍ଵମେଧ ଘାଟରେ ବ୍ୟାରେଜ, ବିରଜା ମନ୍ଦିର ସୌନ୍ଦଯ୍ୟକରଣ, ବିଭିନ୍ନ ପଯ୍ୟଟନ କ୍ଷେତ୍ରର ବିକାଶ, ମିନି ସଚିବାଳୟ , ରିଙ୍ଗରୋଡ଼ ଓ କୁସୁମା ଜିଲ୍ଲାର ବିକାଶ ମୁଖବନ୍ଧ ସାଜିଛି । ସହରର ଗଳିକନ୍ଧିରେ ରାସ୍ତାଘାଟ, ସ୍ବଚ୍ଛ ପାନୀୟ ବ୍ୟବସ୍ଥା, ସୌନ୍ଦଯ୍ୟକରଣ ପରି ଲମ୍ବା ବିକାଶ ଏଜେଣ୍ଡାକୁ ପୌର ନିର୍ବାଚନ ଇସ୍ତାହାରାରେ ସ୍ଥାନୀତ କରିଛି ବିଜେଡ଼ି ।
ଆଉ ଏସବୁ ସମମ୍ଭ ହୋଇପାରିଛି ସହରବାସୀଙ୍କ ସହଯୋଗ ଓ ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି) କଠିନ ପରିଶ୍ରମ ଆଉ ଉଦ୍ୟମ ବଳରେ । ଏସବୁ ବିକାଶମୂଳକ କାଯ୍ୟକ୍ରମ ନକ୍ସା ପ୍ରସ୍ତୁତ ହେବା ଓ ଏହାକୁ ବାସ୍ତବ ରୂପ ଦେବା ବିଧାୟକଙ୍କ ପରିଶ୍ରମକୁ କେବଳ ଯାଜପୁର ବାସୀ ନୁହେଁ, ପୁରା ଓଡ଼ିଶା ପ୍ରଶଂସା କରିଛି । ଏସବୁ ପାଇଁ ଏବେ ପୌର ନିର୍ବାଚନରେ ବଡ଼ ବ୍ୟବଧାନରେ ବିଜେଡି ବିଜୟ କରିବ l ଉଭୟ ବ୍ୟାସନଗର ଓ ଯାଜପୁର ପୌର ପରିଷଦ ବିଜେଡ଼ିକୁ ବ୍ୟବଧାନରେ ଜିତାଇବା ପାଇଁ ଦୁଇ ସହରବାସୀ ମନସ୍ଥ କରିଥିବା ଶାସକ ଦଳ କହିଛି । ନିର୍ବାଚନ ନୁହେଁ, ବିକାଶର ଧାରାକୁ ଆହୁରୀ ଆଗେଇ ନେବା ସହ ବିଧାୟକ ବିକାଶମୂଳକ କାଯ୍ୟକ୍ରମରେ ପ୍ରତ୍ୟେକ ଯାଜପୁରିଆ ସାମିଲ ହେବା ପାଇଁ ସଂକଳ୍ପ ନେଇଛନ୍ତି ।
ମାର୍ଚ୍ଚ ୨୪ ତାରିଖରେ ଯାଜପୁର ପୌର ପରିଷଦ ପାଇଁ ପଡ଼ିବ ଭୋଟ । ନିର୍ବାଚନରେ ୧୮ରୁ ୧୮ ମିଶନକୁ ବଡ଼ ବିଜୟ ସହ ସଫଳ କରିବା ପାଇଁ ଯାଜପୁର ସହରବାସୀ ପଣ କରିଛନ୍ତି l

ମୁଖ୍ୟ ଶାସନ ସଚିବ ଓ଼ 5- ଟି ସଚିବଙ୍କ ସମ୍ବଲପୁର ଗସ୍ତ…. ସମୁଲେଇ ପ୍ରକଳ୍ପର ସମୀକ୍ଷା

{}ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ (5-ଟି ) ଶ୍ରୀଯୁକ୍ତ ଭି. କେ. ପାଣ୍ଡିଆନ ସମ୍ବଲପୁର ଗସ୍ତରେ ଆସି ସମୁଲେଇ ପ୍ରକଳ୍ପର ସମୀକ୍ଷା କରିଛନ୍ତି | ଏହି ଉଚ୍ଚ ସଚିବ ସ୍ତରୀୟ ଟିମରେ ୱାର୍କସ ବିଭାଗର ପ୍ରମୁଖ ସଚିବ ଭି. ଭି ଯାଦବ ଏବଂ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର. ଭିନିଲକ୍ରିଷ୍ଣା ସମ୍ବଲପୁର ଆସିଥିଲେ |
​ ​ଏହି ଉଚ୍ଚ ସଚିବ ସ୍ତରୀୟ ଟିମ ସମ୍ବଲପୁରରେ ପହଂଚି ପ୍ରଥମେ ମା ସମୁଲେଇ ଙ୍କ ଦର୍ଶନ ସହିତ ପ୍ରକଳ୍ପପାଇଁ ବିସ୍ତାପିତ ହେବାକୁ ଥିବା ଅଞ୍ଚଳକୁ ନିରୀକ୍ଷଙ୍କ କରିଛନ୍ତି | ଏହି ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହେବାକୁ ଥିବା ଜନବସତି କୁ ସ୍ଥାନାନ୍ତରଣ କରି ଦୁର୍ଗାପାଲି ଠାରେ ନିର୍ମାଣଧୀନ କଲୋନୀ କୁ ଅବସ୍ଥାପିତ କରାଯିବ | ସେଠାରେ ପ୍ରଶାସନ ତରଫରୁ ସମସ୍ତ ପ୍ରକାର ସୁବିଧା ଯୋଗେଇ ଦିଆଯିବ | ଏହି ପ୍ରକଳ୍ପ ଦ୍ୱାରା ସମ୍ବଲପୁର ଜିଲ୍ଲା ଓଡିଶା ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିବା ସହ ଅର୍ଥନୀତି କ୍ଷେତ୍ରରେ ରେ ସୁଦୃଢ ହେବ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ଅଗଣିତ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ | ମନ୍ଦିର ପାରିପାର୍ଶ ବୁଲିବା ପରେ ଟିମ ଦୁର୍ଗାପାଲି ଗସ୍ତ କରି ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହେଉଥିବା ବାସିନ୍ଦାଙ୍କ ପାଇଁ ନିର୍ମାଣ କରାଯାଉଥିବା କଲୋନୀ ବୁଲି ଦେଖିଛନ୍ତି | ଏବଂ କାମ ଗୁଡିକ ତୁରନ୍ତ ସାରିବା ସହ ଅନ୍ୟାନ୍ୟ ଅନୁସଙ୍ଗିକ ବ୍ୟବସ୍ଥା ଯଥାଶୀଘ୍ର ସାରିବାକୁ ନିର୍ଦ୍ଧେଶ ଦେଇଛନ୍ତି | ସୂଚନା ଯୋଗ୍ୟ ଯେ ନିର୍ମାଣ ସ୍ଥଳୀରେ ବିସ୍ଥାପନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇ ସାରିଛି ଏବଂ ଏପ୍ରିଲ ପ୍ରଥମ ସପ୍ତାହରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ I ଆସନ୍ତା ବର୍ଷ ମଧ୍ୟଭାଗ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ କରାଯିବା ଲକ୍ଷ୍ୟ ରଖାଯାଇଛି I  ​ଏହି ପରିଦର୍ଶନରେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଡ. ସୁରେଶ ଚନ୍ଦ୍ର ଦଳେଇ ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡା, ସଦର ଉପଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ସହିତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ |

ଷ୍ଟାର ପ୍ରଚାରଙ୍କ ମାହୋଲରେ କମ୍ପିଲା ଯାଜପୁର : ସଭିଁଙ୍କ ମୁହଁରେ ଡବଲ ଶଙ୍ଖ

() ବିକାଶ ଆଣିବ ବଡ ବିଜୟ । ସଫଳ ହେବ ମିଶନ ୧୮ରୁ ୧୮ । ପ୍ରତି ଓ୍ବାର୍ଡ଼ରେ ପ୍ରଚାର ସମୟରେ ସହରବାସୀ ଅଜାଡି ଦେଉଛନ୍ତି ଆଶୀର୍ବାଦ। ଡୋର ଟୁ ଡୋର କ୍ୟାମ୍ପେନିଙ୍ଗ କରି ପ୍ରତି ଲୋକଙ୍କ ସହଯୋଗ ଲୋଡୁଛନ୍ତି ପୂର୍ବତନ ପୌରାଧ୍ୟକ୍ଷ ଭବ ପ୍ରସାଦ ଦାସ । ବିଶାଳ ରାଲିରେ ସହରବାସୀ ନିଜ ନିଜ କାଉନସିଲର ପ୍ରାର୍ଥୀଙ୍କୁ ଏକ ପାଖିଆ ବିଜୟ କରିବା ପାଇଁ ନିଷ୍ପତି ନେଇଛନ୍ତି । ଆଉ ୨୪ ଘଣ୍ଟା ପ୍ରଚାର ଥିବା ବେଳେ ଯାଜପୁର ସହରର ବିଜେଡି ପୌର ନିର୍ବାଚନରେ ତାହା ଶକ୍ତି ପ୍ରଦର୍ଶନ କରିଛି । ପୌର ପରିଷଦରେ ବିରୋଧୀ ଯେ ପୁରା ଶୂ୍ନ୍ୟ ତାହା ବିଜେଡିର ପ୍ରଚାରରେ ହଜାର ହଜାର ଲୋକ ଆପେଆପେ ସାମିଲ ହେବାରୁ ସ୍ପଷ୍ଟ ବାରୀ ହୋଇପଡୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅତି ପ୍ରିୟ ଯାଜପୁର ବିଧାୟକ, ତଥା ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ସହରରକୁ ଯେଭଳି ନୂଆରୂପ ଦେଇଛନ୍ତି ତାହା ନିର୍ବାଚନ ପ୍ରଚାରରେ ପ୍ରତିଫଳିତ ହେଉଛି । ପୌରାଧ୍ୟକ୍ଷ ମଂଞ୍ଜୁଚଲତା ହୋତାଙ୍କ ଠାରୁ ଆରମ୍ଭ କରି ସମସ୍ତ କାଉନସିଲର ପ୍ରାର୍ଥୀଙ୍କୁ ବଡ଼ ବ୍ୟବଧାନରେ ବିଜୟ କରିବା ନେଇ ଦଳ ଦମ୍ଭୋକ୍ତି ପ୍ରକାଶ କରଛି । ଏହାର ସବୁଠାରୁ ବଡ଼ କାରଣ ହେଉଛି ଯାଜପୁର ସହରରେ ବିରୋଧୀ ଅଛନ୍ତି ବୋଲି କେବଳ ନିର୍ବାଚନରେ ସମୟରେ ଟିକେ ଆଭାସ ମିଳେ । ତାହା ପୁଣି ପ୍ରାର୍ଥୀ ହେବା ପରେ । ନହେଲ ଯାଜପୁରରେ ଦୁଇ ଜାତୀୟ ଦଳର ପ୍ରଭାବଶୂନ୍ୟ , ତାହା ବାରମ୍ବାର ନିର୍ବାଚନରେ ପ୍ରମାଣିତ ହୋଇଛି ।

ବିକାଶର ବିନ୍ଧାଣି ସାଜିଥିବା ବବିଙ୍କ ପ୍ରତି ଯାଜପୁରବାସୀଙ୍କ ଯେମିତି ସମର୍ଥନ ରହଛି ତାହା ବିରୋଧୀଙ୍କ ନିର୍ବାଚନୀ ପ୍ରଚାର କରିବାକୁ ବାଟ ଓଗାଳୁଛି । କାରଣ ଯାଜପୁର ପୌର ପରିଷଦରେ ଦୁଇ ଜାତୀୟ ଦଳର ମଙ୍ଗୁଆଳମାନେ ମଧ୍ୟ ପ୍ରଚାର କି ନିର୍ବାଚନ ସଭା ସମତି , ଶୋଭାଯାତ୍ରାରେ ସାମିଲ ହେଉନାହାନ୍ତି । ଏଥିରୁ ସ୍ପଷ୍ଟ ସଙ୍କେତ ମିଳୁଛି ଯେ ଲଢିବା ପୂର୍ବରୁ ଲୋକଙ୍କ ମୁଡ଼ ପରକ୍ଷୀ ନିର୍ବାଚନ ପୂର୍ବରୁ ମଇଦାନ ଛାଡିଦେଇଛନ୍ତି । ଏକଥା ଆମେ ନୁହେଁ, ଖୋଦ ବିରୋଧୀ ଦଳର ପ୍ରାର୍ଥୀ ହୋଇଥିବା ନେତାଏ କହିଛନ୍ତି । ବବିଙ୍କ ବିକାଶ ମୂଳକ କାଯ୍ୟକ୍ରମ ଓ ଭବଙ୍କ ଜନସେବା ଶାସକ ବିଜେଡି ପଲାକୁ ଭାରୀ କରିଛି । ଭବ ପ୍ରସାଦ ଦାସ (ଲଲ) ୨୪ ଘଣ୍ଟା ସହରବାସୀଙ୍କ ସେବା କରିବା ଓ ଲୋକଙ୍କ ସୁଖ ଦୁଃଖରେ ସାଥୀହୋଇ ରହିବାକୁ ସହରବାସୀ ଗ୍ରହଣ କରିଛନ୍ତି । ଯାଜପୁରବାସୀଙ୍କୁ ଘରର ସଦସ୍ୟଭାବେ ଉଭୟ ଭବ ଓ ବବି ଯେଉଁ ଭଲ ପାଇବା ଦେଇଛନ୍ତି ତାହା ନିର୍ବାଚନ ସମୟରେ ଭୋଟ ବାକ୍ସରେ ନିଜର ମତଦାନ କରି ଲୋକେ ଆଶୀର୍ବାଦ ଦେବେ । ପ୍ରଚାର ଦିନକୁ ପୂର୍ବରୁ ସିନେ ଅଭିନେତା ବର୍ଷା ପ୍ରିୟଦର୍ଶନୀ ଓ ଏଲିନା ଦାସ ପୌରାଧ୍ୟକ୍ଷ ମଂଞ୍ଜୁଲତା ହୋତା ଓ ୧୮ ଜଣ କାଉନସିଲର ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି । ଯାଜପୁରବାସୀଙ୍କ ବିଜେଡି ପ୍ରତି ସମର୍ଥନ ଦେଖି ଦୁଇ ଷ୍ଟାର କ୍ୟାମ୍ପେନର ତାଜୁବ ହୋଇଯାଇଥିଲେ । ଉଭୟ ପ୍ରଚାରେ ଲୋକଙ୍କ ଭଲ ପାଇବା ଦେଖି ୯୦ ପ୍ରତିଶତ ଭୋଟ ବିଜେଡି ସପକ୍ଷରେ ଯିବ ଓ ଯାଜପୁର ପୌର ପରିଷଦରେ ଏକ ପାଖିଆ ଭାବେ ବିଜେଡି ବିଜୟ କରିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ଯାଜପୁର ସହରର ରୂପ ରେଖ କେଉଁ ସ୍ବାର୍ଟ ସିଟି ଠାରୁ କମ ନୁହେଁ ବୋଲି କହିଛନ୍ତି । ବିକାଶର ସାରଥୀ ପ୍ରଣବଙ୍କ ଉଦ୍ୟମ ଯୋଗୁଁ ସହରରେ ଅନେକ ବିକାଶମୂଳକ କାଯ୍ୟକ୍ରମ ଆଗେଇ ଚାଲିଛି । ଐତିହ୍ୟ, ସଂସ୍କୃତି ଓ ଭାଇଚାର ସହରରେ ଭୋଟ ପୂର୍ବରୁ ଯେମିତି ବିଜେଡି ବିଜୟ ଉତ୍ସବ ପାଳନ କରୁଛି ତାହା ଶୋଭାଯାତ୍ରାରେ ହଜାର ହଜାର ସଂଖ୍ୟକ ସାଧାରଣ ଜନ ସାଧାରଣ ସାମିଲ ହେବାରୁ ସ୍ପଷ୍ଟଷ୍ଟ ସଙ୍କେତ ଦେଉଛି ।

ଆସନ୍ତା ୨୪ ତାରିଖରେ ୧୮ ଆସନ ବିଶିଷ୍ଟ ଯାଜପୁର ପୌର ପରିଷଦରେ ମିଶନ ୧୮ରୁ ୧୮ ସଫଳ କରିବାରେ ଲାଗି ଦିନରାତି ଏକ କରିଛନ୍ତି ଭବ ଓ ତାଙ୍କ ପୁରା ଟିମ । ବିକାଶ ପାଇଁ ଯାଜପୁରରେ ଲୋକେ ଡ଼ବଲ ଶଙ୍ଖରେ ସୁଇଜ ଚିପି ପ୍ରଣବକୁ ଆର୍ଶୀବାଦ କରିବେ ବୋଲି କାଉନସିଲର ପ୍ରାର୍ଥୀ ସନ୍ତୋଷ ମଲ୍ଲିକ କହିଛନ୍ତି । ଅନ୍ୟପଟେ ଯୁବ ନେତା ମନୋଜ ସାହୁ କହିଛନ୍ତି ଯେ ଘରେ ଘରେ ବିଜେଡିକୁ ଜିତାଇବା ପାଇଁ ଯୁବ, ବରିଷ୍ଠ , ମହିଳାମାନେ ଆଗେଇ ଆସିଛନ୍ତି । ତାହା ୨୪ ତାରିଖରେ ଭୋଟରେ ପରିଣତ ହେବ । ସହରବାସୀ ସବୁବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଅଛନ୍ତି ଓ ବବିବାକୁଙ୍କ ହତାମୁଠାକୁ ଆହୁରୀ ମଜବୁତ କରୁଛନ୍ତି ଗୋଟିଏ ପରେ ଗୋଟିଏ ନିର୍ବାଚନରେ ନିଜର ମତଦାନ ଦେଇ ।

ମାସିକ ଋତୁସ୍ରାବ ଓ ସ୍ୱଚ୍ଛତା ନେଇ ଦୃଷ୍ଟିହୀନ ଛାତ୍ରୀଙ୍କ ମଧ୍ୟରେ ସଚେତନତା …

( )ମାସିକ ଋତୁସ୍ରାବ ସମୟରେ କିଭଳି ସ୍ୱଚ୍ଛତା ଅବଲମ୍ବନ କରାଯିବ ସେ ନେଇ ଦୃଷ୍ଟିହୀନ ଛାତ୍ରୀମାନଙ୍କୁ ସଚେତନ କରାଯାଇଛି । ଆନ୍ତର୍ଜାତିକ ମହିଳା ଦିବସ ପରିପ୍ରେକ୍ଷୀରେ ଭୁବନେଶ୍ୱର ସ୍ଥିତ ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟର ଛାତ୍ରୀମାନଙ୍କ ସହିତ ଏ ନେଇ ଆଲୋଚନା କରିଛନ୍ତି ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଫିଜିଓଥେରାପି ବିଭାଗର ମୁଖ୍ୟ ଡଃ ସ୍ତିତିପ୍ରଜ୍ଞା ଦଳବେହେରା । ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ଫିଜିଓଥେରାପିଷ୍ଟ ଓଡ଼ିଶା ଶାଖାର ମହିଳା ସେଲ୍ ପକ୍ଷରୁ ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟରେ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ମାସିକ ଋତୁସ୍ରାବ ସମୟରେ ସ୍ୱଚ୍ଛତା ଅବଲମ୍ବନ ନେଇ ଏକ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଡଃ ଦଳବେହେରାଙ୍କ ବ୍ୟତୀତ ମହିଳା ସେଲ୍ ମୁଖ୍ୟ ଡଃ ପ୍ରିୟଦର୍ଶିନୀ ମିଶ୍ର, ଡଃ ସୁପ୍ରିୟା, କୋଷାଧ୍ୟକ୍ଷ ଡଃ ପ୍ରଭଞ୍ଜନ ଏବଂ ଇସି ଡଃ ତନୟା ସାମିଲ ହୋଇ ଛାତ୍ରୀମାନଙ୍କ ସହିତ ଆଲୋଚନାର ସୁଯୋଗ ଦେଇଥିବାରୁ ବିଦ୍ୟାଳୟ କର୍ତୃପକ୍ଷଙ୍କୁ ଧନ୍ୟବାଦ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଛାତ୍ରୀମାନଙ୍କ ମଧ୍ୟରେ ସାନିଟାରୀ ନ୍ୟାପ୍‌କିନ୍ ବଂଟନ କରାଯାଇଥିଲା ଏବଂ ଏହି ସମୟରେ କିଭଳି ନିଜର ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନେବେ ଏବଂ ସ୍ୱଚ୍ଛତା ଅବଲମ୍ବନ କରିବେ ଯେପରି କୌଣସି ପ୍ରକାର ରି-ପ୍ରଡକ୍ଟିଭ୍ ଟ୍ରାକ୍ଟ ସଂକ୍ରମଣ ହେବ ନାହିଁ ସେ ନେଇ ଛାତ୍ରୀମାନଙ୍କୁ ସଚେତନ କରାଯାଇଥିଲା ।

ସୋଆ ପ୍ରତିଷ୍ଠାତା ସଭାପତିଙ୍କ ମାତୃବିୟୋଗ…

( )ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସରb(ଡଃ) ମନୋଜରଞ୍ଜନ ନାୟକଙ୍କ ମାତା ଶ୍ରୀମତୀ ସତ୍ୟଭାମା ନାୟକଙ୍କର ଗୁରୁବାର ଅପରାହ୍ନ ୧୨.୧୦ ମିନିଟ୍ ସମୟରେ ଏଠାରେ ବିୟୋଗ ଘଟିଛି । ଭୁବନେଶ୍ୱର ସ୍ଥିତ କଳିଙ୍ଗ ବିହାର ବାସଭବନରେ ହୃଦଘାତରେ ମୃତ୍ୟୁବରଣ କରିଛନ୍ତି ସତ୍ୟଭାମା । ମୃତ୍ୟୁବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ଦୀର୍ଘଦିନ ଧରି ସେ ବାର୍ଦ୍ଧକ୍ୟ ଜନିତ ସମସ୍ୟାରେ ପୀଡିତ ଥିଲେ ।ସେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଫୁଲପାଟଣା (ବଲୁରିଆ) ଗ୍ରାମର ସ୍ୱର୍ଗତଃ ଦୈତାରୀ ନାୟକଙ୍କ ପତ୍ନୀ । ତାଙ୍କର ଛଅ ପୁଅ ଓ ତିନି ଝିଅ ଅଛନ୍ତି । ପ୍ରଫେସର ନାୟକ ତାଙ୍କର ଦ୍ୱିତୀୟ ପୁତ୍ର । ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ୬ ପୁଅ ସରୋଜରଞ୍ଜନ, ମନୋଜରଞ୍ଜନ, ଅମୀୟରଞ୍ଜନ, ମିହିରରଞ୍ଜନ, ସମୀରରଞ୍ଜନ, ନୀହାରରଞ୍ଜନ ଏବଂ ଝିଅ ଆରତୀରଞ୍ଜନା, ଗାୟତ୍ରୀରଞ୍ଜନା, ଧରିତ୍ରୀରଞ୍ଜନା, ଦୁଇ ଜ୍ୱାଇଁ ପ୍ରଭାତ ରଞ୍ଜନ, ସମ୍ବିତ୍ ଏବଂ ୬ ପୁତ୍ରବଧୂ ଭାରତୀ, ଶାଶ୍ୱତୀ, ସୁଧାଂଶୁବାଳା, ଦୀପାଞ୍ଜଳି, ଲିଜାରାଣୀ, ମୈତ୍ରୀ ଶୁଭଲକ୍ଷ୍ମୀ ଏବଂ ନାତି ନାତୁଣୀମାନେ ଉପସ୍ଥିତ ଥିଲେ । ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର, ରେଜିଷ୍ଟ୍ରାର୍ ତଥା ପ୍ରୋ- ଚାନ୍‌ସେଲର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ, ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ପ୍ରୋ-ଚାନ୍‌ସେଲର ତଥା ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଡିନ୍ ପ୍ରଫେସର ଗଙ୍ଗାଧର ସାହୁ, ମେଡିକାଲ୍ ସୁପରିଟେଣ୍ଡେନ୍‌ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ସୋଆର ବିଭିନ୍ନ ଅନୁଷ୍ଠାନର ଡିନ୍‌, ଆଇଟିଇଆରର ନିର୍ଦ୍ଦେଶକ ପ୍ରଫେସର ମାନଓ କୁମାର ମଲ୍ଲିକ, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ବରିଷ୍ଠ କର୍ମକର୍ତା, ସମ୍ ଏବଂ ସମ୍ ଅଲ୍ଟିମେଟ୍ ମେଡିକେୟାରର ଡାକ୍ତର ଏବଂ କର୍ମକର୍ତା, ସୁମାରିୟଲ୍ ମିଡିଆ ପ୍ରାଇଭେଟ୍ ଲିମିଟେଡ୍‌ର ସିଇଓ ଶ୍ରୀ ସୁନୀଲ ଦାସ, ପ୍ରମେୟ ଏବଂ ନ୍ୟୁଜ୍‌୭ର ଗ୍ରୁପ୍ ଏଡିଟର୍ ଶ୍ରୀ ଗୋପାଳକୃଷ୍ଣ ମହାପାତ୍ର, ପ୍ରମେୟର ନ୍ୟୁଜ୍
ଏଡିଟର୍ ଶ୍ରୀ ଧୀରେନ୍ଦ୍ର ନାରାୟଣ ମିଶ୍ର, ପ୍ରମେୟ ଏବଂ ନ୍ୟୁଜ୍‌୭ ଗ୍ରୁପ୍‌ର ନିର୍ଦ୍ଦେଶକ (ସେଲ୍ସଆଣ୍ଡ ମାର୍କେଟିଙ୍ଗ) ଶ୍ରୀ ହିମାଂଶୁ ହୋତା, ନ୍ୟୁଜ୍‌୭ର ଏଡିଟର ଶ୍ରୀ ଦେବନାରାୟଣ ସେଠୀ ଓ
ପ୍ରମେୟ ବ୍ୟୁରୋ ଚିଫ୍ ଶ୍ରୀ ଦେବେନ୍ଦ୍ର ସୁଆରଙ୍କ ସମତେ ସୋଆ ପରିବାରର ସଦସ୍ୟ ଏବଂବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି ସ୍ୱର୍ଗତା ସତ୍ୟଭାମା ନାୟକଙ୍କ ଶେଷ ଦର୍ଶନ କରିଥିଲେ । ପୁରୀ
ସ୍ୱର୍ଗଦ୍ୱାର ଠାରେ ତାଙ୍କର ଶେଷକୃତ ସମ୍ପନ୍ନ କରାଯାଇ

ଏ ଲଢେଇ ଆପଣଙ୍କର : ଶ୍ରୀକ୍ଷେତ୍ର ପରି ଝଲସିବ ବିରଜା କ୍ଷେତ୍ର _ସୁରେନ୍ଦ୍ର କୁମାର

ସୁରେନ୍ଦ୍ର କୁମାର ରଣା l ଯାଜପୁର ପୌର ପରିଷଦର ୧୮ୱାର୍ଡର ବିଜେଡିର କାଉନସିଲର ପ୍ରାର୍ଥି l ସ୍ଥାନୀୟ ଅଞ୍ଚଳ ରେ ଜଣେ ଲୋକପ୍ରିୟ କେବୁଲ୍ ଅପରେଟର l ସଭିଙ୍କ ପାଖରେ ସେ ବ୍ରଜୁ ଭାଇ ବୋଲି ବେଶ ପରିଚିତ l ସକାଳ ହେଉ କି ସଂଧ୍ୟା ଲୋକଂକ ସହ ବ୍ରଜୁ ଭାଇ ଥାଆନ୍ତି l ଜନସେବାକୁ ଜୀବନର ବ୍ରତ କରିଛନ୍ତି l ଯେଉଁଥି ପାଇଁ ଦ୍ୱିତୀୟ ଥର ତାଙ୍କୁ ୧୮ନମ୍ବର କାଉନସିଲର ପ୍ରାର୍ଥୀ କରିଛି ବିଜେଡି l ଏ ନେଇ ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ଅଙ୍କିତ କୁମାର…..

୧: ଏଥର ପୁଣି ଦଳ ଆପଣଙ୍କୁ ବିଶ୍ୱାସକୁ ନେ଼ଇ ପ୍ରାଥି କରିଛି ଆଉ କଣ ଚିନ୍ତା କରିଛନ୍ତି ୱାର୍ଡ ପାଇଁ

ସୁରେନ୍ଦ୍ର: ଆମ ୱାର୍ଡ ଲୋକଙ୍କ ସୁଖ ଦୁଃଖର ସାଥୀ ହୋଇ ସବୁବେଳେ କାମ କରିବି l ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ଭବ ପ୍ରସାଦ ଯେଉଁ ବିଶ୍ଵାସ ମୋ ଉପରେ ରଖିଛନ୍ତି ତାହା ଅକ୍ଷୁଣ୍ଣ ରଖିବି l ଯାଜପୁର ସହରରେ ଆମ ୱାର୍ଡ କିପରି ସବୁଠାରୁ ଭଲ ୱାର୍ଡ ହେବ ଓ ଲୋକମାନେ କିପରି ମୌଳିକ ସୁବିଧାରୁ ବଞ୍ଚିତ ନହେବେ ସେଥିପାଇଁ ମୁଁ ପୁଣିଥରେ ନିର୍ବାଚନକୁ ଓହ୍ଲାଇଛି l

୨_ନିର୍ବାଚନରେ ଆପଣଙ୍କ ପାଇଁ ଚ୍ୟାଲେ୍ଜ କଣ ? 

ସୁରେନ୍ଦ୍ର : ମୋ ପାଇଁ ସବୁଠାରୁ ବଡ଼ ଚ୍ୟାଲେ୍ଜ ମା ବିରଜାଙ୍କ କରିଡ଼ର ପାଇଁ ଆରମ୍ଭ ହୋଇଥିବା ଯୋଜନାକୁ ସଫଳ ରୂପାୟନରେ ଜଣେ ଗୁଣ୍ଡୁଚି ମୂଷା ହୋଇ କାମ କରିବା l ଏହାସହ ମୋ ୱାର୍ଡରେ ଚାଲିଥିବା ବିକାଶ ମୂଳକ କାର୍ଯ୍ୟକ୍ରମ କିପରି ଆଗେଇ ନେବି ୱାର୍ଡ଼ବାସୀଙ୍କ ସହଯୋଗରେ l

୩_ନିର୍ବାଚନ ଜିତିଲେ ପ୍ରଥମ କାମ କଣ ଆପଣଙ୍କର 

ସୁରେନ୍ଦ୍ର: ମୋ ୱାର୍ଡ ଲୋକମାନେ ସମସ୍ୟା ପାଇଁ ପୌର କାର୍ଯ୍ୟାଳୟ ନୁହେଁ, ସବୁ କାମ ଲୋକଂକ ଘରକୁ ଯାଇ କରିବି l ଯେଉଁ ସବୁକାମ ଅଧାପାନ୍ତର ଭାବେ ପଡ଼ିଛି ସେ କାମ ପ୍ରଥମେ ସାରିବି l

୪_ଆପଣଙ୍କୁ କାହିଁକି ୧୨ ନମ୍ବର ୱାର୍ଡବାସୀ ଭୋଟ ଦେବେ

ସୁରେନ୍ଦ୍ର: ମୁଁ କାଉନସିଲର ନୁହେଁ, ସେମାନଙ୍କର ସେବକ l ସବୁବେଳେ ୧୨ ନମ୍ବର ୱାର୍ଡବାସୀ ମତେ ନିଜ ପୁଅ, ଭାଇ ପରି ଭଲ ପାଆନ୍ତି l ତେଣୁ ଭୋଟ ନୁହେଁ, ସେମାନେ ମତେ ଆଶୀର୍ବାଦ ଦେବେ l ଯାଜପୁର ଏବେ ବିକାଶ ପଥରେ ଆଗେଇ ଚାଲିଛି l ନୂଆ ଯାଜପୁର ଗଠନ ନେଇ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ବିକାଶ ରଥରେ ମୋ ୱାର୍ଡବାସୀ ହେବେ ମୁଖ୍ୟ ସାରଥୀ l ସହର ବିକାଶ କାମ ଆଗେଇ ଚାଲିଛି ଆଉ ଚାଲିବ l

୫_ନିର୍ବାଚନରେ ଆପଣ ବିରୋଧି କାହାକୁ ଭାବୁଛନ୍ତି

ସୁରେନ୍ଦ୍ର: ଯାଜପୁରରେ ମୁଁ କାହାକୁ ବିରୋଧି ଭାବୁନାହିଁ l ଏହି ବିରୋଧି ଶବ୍ଦ କେବଳ ନିର୍ବାଚନରେ ଆପଣା ମାନେ ଆଲୋଚନା କରନ୍ତି l ଯାଜପୁରରେ କେହି ବିରୋଧି ନାହାନ୍ତି l କାରଣ ଆମ ପ୍ରିୟ ବିଧାୟକ ନୂଆ ଯାଜପୁର ଗଠନ ଯେଉଁ ନୂଆ ଯୁଗ ଆରମ୍ଭ କରିଛନ୍ତି ସେଥିରେ ବିରୋଧି ଦଳ ଆପଣ ଯାହାକୁ କହୁଛନ୍ତି ସେ ବେଶୀ ଖୁସି l ରାଜନୀତି ଆମେ କ୍ଷମତା ପାଇଁ ନୁହେଁ, ବରଂ ଜନସେବା ପାଇଁ କରୁଛୁ l ତେଣୁ ଜନ ସେବାରେ ବିରୋଧି ଶବ୍ଦ ଆସିବ କେଉଁଠି l

ରଘୁର ପଖାଳ କଂସା ଏବେ ଗଣମାଧ୍ୟମର ମୁଖ୍ୟ ଖବର….

()ସକାଳ ୮ରୁ କାମକୁ ବାହାରିଲା ରଘୁ l କହିଲା କହିଲା ମା ପଖାଳ ବାଡେ l ମୁଁ ଖାଇକି କାମକୁ ଯିବି l ଏହା କହିଦେଇ ବାଡିରୁ ଲଙ୍କା ପାଇଁ ଗଲା l ରଘୁ ମା ଦେଖିଲେ ପଖାଳ ଅଛି, ହେଲେ ତା ଛଡା ଘରେ ଆଉ କିଛି ନାହିଁ l ପୁଅ କେମିତି ଖାଇବ l ଏକଥା ଭାବି ଭାବି ରଘୁର ମା ପଖାଳ ବେଲେ ବାଡିଲା l ରଘୁ ହାତ ଧୋଇ ଖାଇ ବସିଲା ବେଳକୁ ତା ମା କିନ୍ତୁ ବାଡିଥିବା ପଖାଳ ବେଲେ ଦେଉନାହିଁ l ରଘୁ କହିଲା ଦେଉନୁ ଖାଇବାକୁ, ପଖାଳ ନାହିଁ କି ? ତା , ମା କହିଲା ପୁଅ ପଖାଳ ଅଛି, ହେଲେ କଣ ଲଗେଇକି ଖାଇବୁ l ରଘୁ ଖୁସିରେ କହିଲା ଆଲୋ ମା ପଖାଳକୁ କିଛି ଦରକାର ନାହିଁ l କେବଳ ଲୁଣ ଓ ପିଆଜ ଖଣ୍ଡେ ଦେ, ମୁଁ ବାଡିରୁ ଲଙ୍କା ଆଣିଛି l ରଘୁ ମା ପଖାଳ ଦେଲା, ବାସୀ ପଖାଳ ଓ ପେଟେ ତୋରାଣି ପିଇ ରଘୁ କାମକୁ ବାହାରିଲା ଆନନ୍ଦରେ l ସେଥିପାଇଁ ତ ପଖାଳ ସବୁ ଓଡ଼ିଆଙ୍କ ପ୍ରିୟ ଖାଦ୍ୟ l

ହେଲେ ବଡ କଥା ହେଲା ରଘୁର ପଖାଳ ଏବେ ତାରକା ହୋଟେଲରେ ଖରା ଦିନର ମୁଖ୍ୟ ମେନୁ l ଏହି ପଖାଳ କଂସାର ଦାମ ବି ବହୁତ l କାରଣ ତାରକା ହୋଟେଲର ପଖାଳ କଂସା ପାଇଁ ପିଆଜ, ଲୁଣ, ଲଙ୍କା ନୁହେଁ ମ , ୫୦ପ୍ରକାର ତରକାରୀ ଦରକାର l ପଖାଳ ପାଇଁ ପୋଡା ଆଳୁ ପୋଡା ବାଇଗଣ , ପୋଡା ଟମାଟୋ ଚଟକା, ଅଣ୍ଡା, ମାଛ ଭଜା, ଚୁନା ମାଛ କଷା, ଚିକେନ କଷା, ମଟନ କଷା, ଆମଲେଟ , ସମୁଦ୍ର ଶୁକୁଆ, ଚିଙ୍ଗୁଡ଼ି, ବଡ଼ିଚୁରା, ଆଳୁ ଚଟଣୀ, ଖଟା ଏମିତି କେତେ ତରକାରୀ ତାରକା ହୋଟେଲ ମେନୁରେ ରହୁଛି । ହେଲେ ସତରେ କଣ ପଖାଳ ପାଇଁ ଏତେ ସବୁ ପ୍ରକାରର ତରକାରୀ ଦରକାର l ନା ଏହା କେବଳ ପଖାଳ ଦିବସ ଓ ଫଟୋ ସୋସିଆଲ ମିଡିଆରେ ଛାଡ଼ିବା ପାଇଁ l ସେ ଯାହା ହେଉ ଭାଇ ଆମେ ଓଡିଆ l ପ୍ରତ୍ୟେକ ଦିନ ଆମେ ପଖାଳ ଖାଇବା l ପଖାଳ ଆଜି ଧନୀ ଓ ଗରିବ ମଧ୍ୟରେ ଥିବା ବଡ ଭେଦଭାବ ଦୂର କରିଛି l ବିଲରେ ବସି ଚାଷୀ ପଖାଳ ଖାଉଛି ଆନନ୍ଦରେ ତ ପୁଣି ରାଜନେତାଙ୍କ ଟେବୁଲରେ ପଖାଳ କଂସା ରେ ରାଜନୀତି ଚର୍ଚ୍ଚା ହୁଏ l ମାର୍ଚ୍ଚ ୨୦ତାରିଖ l ବିଶ୍ବ ପଖାଳ ଦିବସ । ଓଡିଆ ପାରମ୍ପରିକ ଖାଦ୍ୟ ପଖାଳ । ଆଉ ଏହି ପଖାଳ ଆଜି ଓଡ଼ିଆଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଛି ସାରା ବିଶ୍ବରେ l ଆମ ଠାକୁର ବି ପଖାଳ ପ୍ରିୟ । ଠାକୁରଙ୍କ ନିକଟରେ ବି ଲାଗି ହୁଏ ଦହି ପଖାଳ । ପଖାଳ ଓଡ଼ିଆଙ୍କ ସଂସ୍କୃତି, ବିଚାରଧାରା, ଗୀତ ଓ ସାହିତ୍ୟ ସହ ଜଡ଼ିତ । ପଖାଳ ଗଣ୍ଡେ ଖାଇ ତୋରାଣି ମୁନ୍ଦେ ପିଇଦେଲେ ମନ ଖୁସି ପେଟ ବି ଥଣ୍ଡା । ତେଣୁ ମାର୍ଚ୍ଚ ୨୦ନୁହେଁ, ଓଡ଼ିଆଙ୍କ ପଖାଳ ସବୁଦିନିଆ ଖାଦ୍ୟ l

ପଖାଳକୁ ନେଇ ଏତିକି ଓ କି ଶାନ୍ତି, ଖାଲି ନିଦ ଟିକେ ଲାଗିଲାଣି l କେଉଁଠି ଟିକେ ଗଡି ପଡ଼ିବି କି l……

ଏ ଲଢେଇ ୧୨ ନମ୍ବର ୱାର୍ଡବାସୀଙ୍କର : ରାଜୀବ ବେହେରା…

ରାଜୀବ କୁମାର ବେହେରା ଯାଜପୁର ପୌର ପରିଷଦର ୧୨ ୱାର୍ଡର କାଉନସିଲର ପ୍ରାର୍ଥି l ଯାଜପୁର ସହରର ଜଣେ ଜଣାଶୁଣା ଯୁବକ l ଉଚ୍ଚ ଶିକ୍ଷିତ ରାଜୀବ ପେଶାରେ ଜଣେ ଚା, ପାନ ଦୋକାନୀ l ହେଲେ ତାଙ୍କ ନିଶା ହେଲା ସମାଜସେବା l ସବୁବେଳେ ଲୋକଙ୍କ ସେବା କରିବାକୁ ସେ ଆଗଭର l ରାଜନୀତିର ଅ ଅକ୍ଷର ଜାଣିନଥିବା ରାଜୀବ କାହିଁକି ପୌର ନିର୍ବାଚନ ଲଢ଼ିଲେ , ଏ ନେଇ ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ଅଙ୍କିତ କୁମାର…..

୧_ଆପଣ ଜଣେ ଵ୍ୟବସାହି କାହିଁକି ରାଜନୀତିକୁ ଆସିଲେ ?

ରାଜୀବ: ଆମ ୱାର୍ଡ ଲୋକଙ୍କ ସୁଖ ଦୁଃଖର ସାଥୀ ହୋଇକାମ କରେ l ସବୁବେଳେ ମୋ ମନରେ ସେବା କରିବାର ଆଗ୍ରହ ଥାଏ l ଯାଜପୁର ସହରରେ ଆମ ୱାର୍ଡ କିପରି ସବୁଠାରୁ ଭଲ ୱାର୍ଡ ହେବ ଓ ଲୋକମାନେ କିପରି ମୌଳିକ ସୁବିଧାରୁ ବଞ୍ଚିତ ନହେବେ ସେଥିପାଇଁ ମୁଁ ନିର୍ବାଚନକୁ ଓହ୍ଲାଇଛି l

୨_ନିର୍ବାଚନରେ ଆପଣଙ୍କ ପାଇଁ ଚ୍ୟାଲେ୍ଜ କଣ ?

ରାଜୀବ : ମୋ ପାଇଁ ସବୁଠାରୁ ବଡ଼ ଚ୍ୟାଲେ୍ଜ ହେଲା ଯେତେ ଅଧିକ ସମୟ ମୁ ଲୋକଙ୍କ ସେବା କରିବି l ମୋ ୱାର୍ଡରେ ଚାଲିଥିବା ବିକାଶ ମୂଳକ କାର୍ଯ୍ୟକ୍ରମ କିପରି ଆଗେଇ ନେବି l

୩_ନିର୍ବାଚନ ଜିତିଲେ ପ୍ରଥମ କାମ କଣ ଆପଣ କରିବେ ?

ରାଜୀବ: ମୋ ୱାର୍ଡର ଅନେକ କାମ କରିବାର ଅଛି l ଯେଉଁ ସବୁକାମ ଅଧାପାନ୍ତର ଭାବେ ପଡ଼ିଛି ସେ କାମ ପ୍ରଥମେ ସାରିବି l ରାସ୍ତା, ଡ୍ରେନ, ଆଲୋକିକରଣ ଉପରେ ଗୁରୁତ୍ବ ଦେବି l

୪_ଆପଣଙ୍କୁ କାହିଁକି ୧୨ ନମ୍ବର ୱାର୍ଡବାସୀ ଭୋଟ ଦେବେ ?

ରାଜୀବ: ବିଜେଡ଼ିର ଅନ୍ୟ ନାମ ବିକାଶ l ଯାଜପୁର ଏବେ ବିକାଶ ପଥରେ ଆଗେଇ ଚାଲିଛି l ନୂଆ ଯାଜପୁର ଗଠନ ନେଇ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ବିକାଶ ରଥରେ ଜଣେ ସାରଥୀ ହେବି ମୁଁ l ସହର ବିକାଶ କାମ ଆଗେଇ ନେବାକୁ ଶତ ଚେଷ୍ଟା କରିବି l ଭବ ଭାଇଙ୍କ ସହ ମିଶି ସବୁବେଳେ ଜନସେବା କରିବି l

୫_ନିର୍ବାଚନରେ ଆପଣ ବିରୋଧି କାହାକୁ ଭାବୁଛନ୍ତି ?

ରାଜୀବ: ଯାଜପୁରରେ ମୁଁ କାହାକୁ ବିରୋଧି ଭାବୁନାହିଁ l କାରଣ ଆମ ପ୍ରିୟ ବିଧାୟକ ବବି ଭାଇ ସବୁବେଳେ ଗୋଟେ କଥା କହନ୍ତି, ରାଜନୀତି ଆମେ କ୍ଷମତା ପାଇଁ ନୁହେଁ, ବରଂ ଜନସେବା ପାଇଁ ଆସିଛୁ l ତେଣୁ ଜନସେବାରେ ବିରୋଧି ଶବ୍ଦ ଆସିବ କେଉଁଠି l

Follow us

20,832FansLike
0FollowersFollow
14,700SubscribersSubscribe

Latest news