ଆଜିଠୁ ଆଇପିଏଲ-୨୦୨୨ ର ମହାସମର…

() ଆଜିଠାରୁ ବିଶ୍ଵର ସବୁଠାରୁ ଲୋକପ୍ରିୟ କ୍ରିକେଟ୍ ଲିଗ୍ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ର 15th ଲିଗ୍ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି। ଏହି ବର୍ଷ  ଲିଗ୍ ରେ 8ଟି ଦଳ ବଦଳରେ 2ଟି ନୂଆ ଦଳ ସାମିଲ ହୋଇଛି। କୋରାନ ମହାମାରୀ କୁ ଦୃଷ୍ଟି ରେ ରଖି ଦୁଇବର୍ଷ ପରେ 25 ପ୍ରତିଶତ ଦର୍ଶକଙ୍କୁ ନେଇ match ଖେଳାଯିବ। ମୁମ୍ୱାଇର ୱାଙ୍କଡେ ଷ୍ଟାଡିୟମ୍ ରେ ipl ଉଦଘାଟନୀ ମ୍ୟାଚରେ ଗତ ବର୍ଷ ବିଜେତା ଚେନାଇ ସୁପର କିଙ୍ଗସ୍ (CSK) ଓ ଉପବିଜେତା କୋଲକାତା ନାଇଟ୍ ରାଇଡର (KKR) ମୁହାଁମୁହିଁ ହେବାକୁ ଯାଉଛନ୍ତି। ଉଭୟ ଦଳ ମଧ୍ୟରେ ଖେଳା ଯାଇଥିବା ଶେଷ 5ଟି ମ୍ୟାଚ୍ ମଧ୍ୟରୁ ଚେନାଇ ସୁପର କିଙ୍ଗସ୍ (CSK) 4ଟି ମ୍ୟାଚ୍ ଓ କୋଲକାତା ନାଇଟ୍ ରାଇଡର (KKR) ମାତ୍ର ଗୋଟିଏ ମ୍ୟାଚ୍ ରେ ବିଜୟୀ ହୋଇଛି। 65 ଦିନ ଧରି ଖେଳାଯିବାକୁ ଥିବା ଉକ୍ତ ପ୍ରତଯୋଗିତାରେ ମୋଟ୍ 74ଟି ମ୍ୟାଚ୍ ଖେଳାଯିବ। ପ୍ରତି ଦଳ 14ଟି ଲେଖାଁଏ ଲିଗ୍ ମ୍ୟାଚ୍ ଖେଳିବେ। ଏହି ପ୍ରତଯୋଗିତା ମାର୍ଚ୍ଚ 26 ଠାରୁ ଆରମ୍ଭ ହୋଇ ମେ 22ରେ ଶେଷ ହେବ। ଇଶାନ କିଷନ ସବୁଠାରୁ ଦାମୀ ଖେଳାଳି ଭାବେ ବିବେଚିତ ହୋଇଛନ୍ତି।

୫-ଟି ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଅଧୀନରେ ସରକାରୀ ଉଚ୍ଚ ବିଦ୍ୟାଳୟ…

ମୋ ସରକାର, ୫-ଟି ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଅଧୀନରେ ସରକାରୀ ଉଚ୍ଚ ବିଦ୍ୟାଳୟଗୁଡିକରେ ବିଶ୍ୱସ୍ତରୀୟ ଭିତ୍ତିଭୂମି ସୁବିଧା ଓ ଶୈକ୍ଷିକ ପରିବେଶ ଯୋଗାଇ ଦେବା ପାଇଁ ପ୍ରଥମ ପର୍ଯ୍ୟାୟରେ ୧୦୭୬ଟି ଉଚ୍ଚ ବିଦ୍ୟାଳୟର ରୂପାନ୍ତରଣ କରିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ୩୩୬୫ଟି ଉଚ୍ଚ ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟ କରିବେ ।

୪୧୬ଟି ଯୁଗଦେୟ ଗୋଷ୍ଠୀଙ୍କୁ ୨୧୯ କୋଟି ଟଙ୍କା ଋଣ ଯୋଗାଇ ଦେଇଛନ୍ତି…

() ମୋ ସରକାର ସମବାୟ ବ୍ୟାଙ୍କ୍ ଜରିଆରେ କ୍ଷୁଦ୍ର, ନାମମାତ୍ର, ଭୂମହୀନ, ଭାଗଚାଷୀ, ପ୍ରକୃତ ଚାଷୀ ଏବଂ ଗ୍ରାମ୍ୟ ମହିଳାଙ୍କ ୩୩, ୪୧୬ଟି ଯୁଗଦେୟ ଗୋଷ୍ଠୀଙ୍କୁ ୨୧୯ କୋଟି ଟଙ୍କା ଋଣ ଯୋଗାଇ ଦେଇଛନ୍ତି । ‘କାଳିଆ’ ଯୋଜନାରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ରଣ ନିମନ୍ତେ ସୁଧହାର ୧ ପ୍ରତିଶତରୁ ‘ଶୂନ’ ପ୍ରତିଶତ କରାଯାଇଛି, ଯାହାଦ୍ୱାରା ୨୦୧୯-୨୦ ବର୍ଷରେ ସେଗୁଡ଼ିକ ସୁଧମୁକ୍ତ ଫସଲ ରଣରେ ପରିଣତ ହୋଇପାରିଛି । ଚାଷୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ୫୦ ହଜାର ଟଙ୍କାରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ବର୍ତ୍ତମାନ ମାତ୍ର ୨ ପ୍ରତିଶତ ସୁଧହାରରେ ଯୋଗାଇ ଦିଆଯାଉଛି ।

ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଜିଲ୍ଲା ସଂଖ୍ୟା ବର୍ତ୍ତମାନ ୨୧ରୁ ୧୦ରେ ପହଞ୍ଚିଥିବା କହିଛନ୍ତି ସରକାର…

() 2021 ରେ ଆଇନ ଶୃଙ୍ଖଳା ପରିସ୍ଥିତି ମୋଟାମୋଟି ଭାବେ ଶାନ୍ତି ପୂର୍ଣ୍ଣ ରହିଥିବା ରାଜ୍ୟପାଳଙ୍କ ମୁହଁରେ କୁହାଇଲେ ରାଜ୍ୟ ସରକାର । ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଜିଲ୍ଲା ସଂଖ୍ୟା ବର୍ତ୍ତମାନ ୨୧ରୁ ୧୦ରେ ପହଞ୍ଚିଥିବା କହିଛନ୍ତି ସରକାର । ଏହା ସହ ସରକାରଙ୍କ ସଫଳତା ରାଜ୍ୟ ସରକାରଙ୍କ ମୁହଁରେ ବଖାଣିଛନ୍ତି। ଯେମିତି କି ସ୍ୱାସ୍ଥ୍ୟ (ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଓ ଟୀକା କରଣ), ରାସ୍ତା ମରାମତି ଓ ନିର୍ମାଣ, ରେଳ, ବନ୍ଦର, ବିମାନ, ବିଦ୍ୟୁତ, ଶ୍ରମିକ ଉନ୍ନତି, ନରେଗା, ପିଇବା ପାଣି,(2024 ସୁଦ୍ଧା ସବୁ ଘରକୁ ପାଇପ ଯୋଗେ ପିଇବା ପାଣି) ପକ୍କା ଘର ମରାମତି ପାଇଁ ଆର୍ଥକ ସହାୟତା, ଶିକ୍ଷା ର ଉନ୍ନତି(ସ୍କୁଲ ର ରୂପାନ୍ତରିକରଣ) କୃଷି କ୍ଷେତ୍ରର ଉନ୍ନତି(କାଳିଆ ଓ ବଳରାମ),ଜାଗା ମିଶନ 2974 ବସ୍ତି କୁ ବିଜୁ ଆଦର୍ଶ କଲୋନୀ ରେ ପରିଣତ କରିବା ଲକ୍ଷ୍ୟ ରଖାଯାଇଛି । ସ୍ୱୟଂ ସହାୟକ ଗୋଷ୍ଠୀ କୁ ରିହାତି ମୂଲ୍ୟ ରେ ଋଣ ପ୍ରଦାନ ଓ ବ୍ୟବସାୟ ଯୋଗାଇ ଦେବା, କୋଭିଡ ରେ ଅନାଥ ପିଲାଙ୍କୁ ଆର୍ଶୀବାଦ ଯୋଜନାରେ ସାମିଲ କରିବା,ଆଦର୍ଶ ବରପୁତ୍ର ଗ୍ରାମ’ ପ୍ରତିଷ୍ଠା ପାଇଁ ୧୧୭ ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ଗୋଟିଏ ତାଲିକା ସଂକଳିତ ହୋଇଛି । ଲୋକୟୁକ୍ତର ସଫଳତା (2019 ରୁ 2021 ମଧ୍ୟରେ 3331 ଟି ମାମଲା ରୁ 2949 ମାମଲାର ଫଇସଲା ହୋଇଛି)ବିଷୟରେ ବିସ୍ତୃତ ଭାବେ ରାଜ୍ୟପାଳଙ୍କ ମୁହଁରେ ବଖାଣିଛନ୍ତି ରାଜ୍ୟ ସରକାର ।

କଂଗ୍ରେସ ବିଧାୟକ ଦଳ ବୈଠକ ଶେଷ..

() କଂଗ୍ରେସ ବିଧାୟକ ଦଳ ବୈଠକ ଶେଷ।ବୈଠକ ପରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟା।ଅଳ୍ପ ସମୟ ମଧ୍ୟରେ ଗୁରୁତର ସମସ୍ୟା କୁ ଉଠାଯିବ।ନିର୍ବାଚନ ସମୟରେ ସରକାରୀ ଦଳ ଆଇନକୁ ହାତକୁ ନେଇଛନ୍ତି, ଜିତିବା ପାଇଁ ଯେଉଁ ରଣନୀତି ଆପଣାଇଛି ତାକୁ କୁହାଯିବ।ପେଟ୍ରୋଲ ,ଡିଜେଲ ଗ୍ୟାସ ଏବଂ ଖାଦ୍ୟପଦାର୍ଥ ର ଦର ବୄଦ୍ଧି, ବେକାରୀ, ଦୁର୍ନୀତି, ଆଇନ ଶୄଙ୍ଖଳା ପ୍ରସଙ୍ଗ ଉଠିବ।
ନରସିଂହ ମିଶ୍ର, କଂଗ୍ରେସ ବିଧାୟକ ଦଳ ନେତା

୧୫୧ ଜଣ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯାଇଛି…

() ମୋ ସରକାର ଆରମ୍ଭ କରିଥିବା ‘ମୋ ସରକାର’ ଆଭିମୁଖ୍ୟ ଓଡ଼ିଶାରେ ଜନସେବା ପ୍ରଦାନ ରୂପରେଖରେ ପରିଦୃଶ୍ୟ ପରିବର୍ତ୍ତନ ଆଣିଛି । ପ୍ରଯୁକ୍ତି ପ୍ରୟୋଗ ଦ୍ଵାରା ୫ ‘ଟି’ ମାଧ୍ୟମରେ ଏକ ଦୃଢ଼ ପ୍ରଶାସନିକ ଦୃଷ୍ଟିଭଙ୍ଗୀ ଅନୁସୃତ ହେବା ଦ୍ଵାରା ଏହି ରୂପାନ୍ତରଣ ସମ୍ଭବ ହୋଇପାରିଛି । ମୋ ସରକାରଙ୍କର ଦୁର୍ନୀତି ବିରୁଦ୍ଧରେ ନିରନ୍ତର ‘ଶୁନ୍ ସହନଶୀଳତା’ ନୀତି ଯୋଗୁଁ ୨୦୨୧ ବର୍ଷରେ ଦୁର୍ନୀତି ନିବାରଣ ବିଭାଗ ଦ୍ବାରା ୨୬୭ ଜଣ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା ରୁଜୁ ହୋଇଛି । ଦୃଷ୍ଟାନ୍ତମୂଳକ ଦଣ୍ଡ ବିଧାନ ସ୍ଵରୂପ ଅଦ୍ୟାବଧୂ ୧୫୧ ଜଣ ଅନୈତିକ, ଅପାରଗ ଓ ଅସାଧୁ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯାଇଛି ।

‘ଆଦର୍ଶ ବରପୁତ୍ର ଗ୍ରାମ’ ପ୍ରତିଷ୍ଠା ପାଇଁ ବିଶିଷ୍ଟ ବ୍ୟକ୍ତିଙ୍କ ଗୋଟିଏ ତାଲିକା ସଂକଳିତ ହୋଇଛି..

() ଓଡ଼ିଶାର ଐତିହ୍ୟ, ସଂସ୍କୃତି ଏବଂ ପରମ୍ପରାର ସୁରକ୍ଷା ଉଦ୍ଦେଶ୍ୟରେ ‘ଆଦର୍ଶ ବରପୁତ୍ର ଗ୍ରାମ’ ପ୍ରତିଷ୍ଠା ପାଇଁ ୧୧୭ ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ଗୋଟିଏ ତାଲିକା ସଂକଳିତ ହୋଇଛି । ରାଜ୍ୟର ସୁଯୋଗ୍ୟ ସନ୍ତାନମାନଙ୍କର ଗ୍ରାମଗୁଡ଼ିକୁ ଆଦର୍ଶ ଗ୍ରାମ ଭାବରେ ଘୋଷଣା ନିମନ୍ତେ ଗଠିତ ଅନ୍ତଃ ମନ୍ତ୍ରୀସ୍ତରୀୟ କମିଟି ଦ୍ୱାରା ପ୍ରସ୍ତୁତ ତାଲିକାରୁ ଏହା ଚୟନ କରାଯିବ । ବିଶିଷ୍ଟ ଲେଖକ ମନୋଜ ଦାସ ଓ ଐତିହାସିକ ମନ୍ମଥ ନାଥ ଦାସଙ୍କ ବାଲେଶ୍ୱର ଜିଲ୍ଲାର ଶଂଖାରୀ ଗ୍ରାମସ୍ଥିତ ଗୃହକୁ ‘ମନ୍ମଥ–ମନୋଜ ସ୍ମାରକ’ ପୀଠରେ ପରିଣତ କରିବାକୁ ଘୋଷଣା କରିଛନ୍ତି ସରକାର ।

ଆସନ୍ତା କାଲି ପୌର ଭୋଟ ଗଣତି…

() ଆସନ୍ତା କାଲି ପୌର ଭୋଟ ଗଣତି ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ବ୍ୟାପକ ପ୍ରସ୍ତୁତି । ସକାଳ 8 ଟାରୁ ରାଜ୍ୟର 108 ପୌରଞ୍ଚଳରେ ହେବ ଭୋଟ ଗଣତି । ଧାମନଗର ଏନଏସିର 6 ୱାର୍ଡରେ ପୁନଃ ମତଦାନ ହେବାକୁ ଥିବାରୁ ସେଠାରେ ହେବ ନାହିଁ ଭୋଟ ଗଣତି । 58ଟି ବିଜ୍ଞାପିତ ଅଂଚଳ , 47 ପୌର ପରିଷଦ ଏବଂ 3 ଟି।ମହାନଗର ନିଗମରେ ହେବ ଭୋଟ ଗଣତି । ପ୍ରତି ବିଜ୍ଞାପିତ ପରିଷଦରେ ଗଣତି କେନ୍ଦ୍ରରେ 2 ଟି ଟେବୁଲ, ପୌର ପରିଷଦରେ 5 ଟି ଟେବୁଲ ଏବଂ ମହାନଗର ନିଗମରେ 12 ଟି ଟେବୁଲରେ ହେବ ଭୋଟ ଗଣତି । କାଉନସିଲର ଓ କର୍ପୋରେଟରଙ୍କ ପାଇଁ ଯେତିକି ଟେବୁଲର ବ୍ୟବସ୍ଥା ହୋଇଛି ସେହି ସ୍ଥାନରେ ସେତିକି ଟେବୁଲରେ ପୌରଧ୍ୟକ୍ଷ ଓ ମେୟରଙ୍କ ପାଇଁ ଭୋଟ ଗଣତି ହେବ । ପ୍ରତି ଗଣତି କେନ୍ଦ୍ର ସିସିଟିଭି ଓ ଭିଡ଼ିଓଗ୍ରାଫି ବ୍ୟବସ୍ଥା ସହ ଗଣତି କେନ୍ଦ୍ର ଭିତରେ ଓ ବାହାରେ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏଭିଏମ ଗଣତି ପୂର୍ବରୁ ହେବ ପୋଷ୍ଟଲ ଗଣତି । ପ୍ରତି ୱାର୍ଡର ଗଣତି ପରେ ହେବ ଘୋଷଣା । ସେହିପରି ମେୟର ଓ ପୌରଧ୍ୟକ୍ଷଙ୍କ ପ୍ରତ୍ୟେକ ରାଉଣ୍ଡ ପରେ ଫଳାଫଳ ଘୋଷଣା । ପ୍ରତି ଟେବୁଲରେ ଜଣେ ଲେଖାଏଁ କାଉଁଟିଙ୍ଗ ସୁପରଭାଇଜର , ସହକାରୀ ସହ ଇଭିଏମ ନେବା ଆଣିବା ପାଇଁ କର୍ମଚାରୀ ହୋଇଛନ୍ତି ନିୟୋଜିତ ।
ରବୀନ୍ଦ୍ର ନାଥ ସାହୁ, ସଚିବ ରାଜ୍ୟ ନିର୍ବାଚନ ଆୟୋଗ

ଆଶୀର୍ବାଦ’ ନାମରେ ଏକ ନୂତନ ଯୋଜନାର ଶୁଭାରମ୍ଭ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ..

() ମୋ ସରକାର କୋଭିଚ୍‌-୧୯ ମହାମାରୀ ଯୋଗୁଁ ୨୦୨୦ ଅପ୍ରେଲ ପହିଲାରୁ ୨୦୨୧ ସେପ୍ଟେମ୍ବର ୧୫ ମଧ୍ୟରେ ଉଭୟ ପିତାମାତା, ମଧ୍ୟରୁ ଜଣେ କିମ୍ବା ପରିବାରର ମୁଖ୍ୟ ଆୟକାରୀଙ୍କୁ ହରାଇଥିବା ସନ୍ତାନସନ୍ତତିମାନଙ୍କୁ ସହାୟତା ଯୋଗାଇଦେବା ନିମନ୍ତେ ୨୦୨୧ ମସିହା ଜୁନ୍ ୨୦ ତାରିଖରୁ ‘ଆଶୀର୍ବାଦ’ ନାମରେ ଏକ ନୂତନ ଯୋଜନାର ଶୁଭାରମ୍ଭ କରିଛନ୍ତି । ଯୋଗ୍ୟ ସନ୍ତାନସନ୍ତତି ଏବଂ ସେମାନଙ୍କ ଯନ୍ ନେଉଥିବା ଅଭିଭାବକମାନଙ୍କ ପାଇଁ ମାସିକ ଆର୍ଥିକ ସହାୟତା ତଥା ଅନ୍ୟାନ୍ୟ ସମ୍ମିଳିତ ସହଯୋଗ ପ୍ରଦାନ କରିବା ପାଇଁ ଏହି ଯୋଜନା ପ୍ରବର୍ତ୍ତନ କରାଯାଇଛି । ୧୮,୮୨୭ ଜଣ ବାଳକବାଳିକା ଏହି ଯୋଜନାର ସୁବିଧା ପାଇଛନ୍ତି ।

ପାନୀୟ ଜଳ ସଂଯୋଗୀକରଣରେ ଓଡିଶାର ସହରାଞ୍ଚଳ ପଥ ପ୍ରଦର୍ଶକ

() ସମ୍ପୂର୍ଣ୍ଣ ପାଇପ୍ ପାନୀୟ ଜଳ ସଂଯୋଗୀକରଣରେ ଓଡିଶାର ସହରାଞ୍ଚଳ ପଥ ପ୍ରଦର୍ଶକ । ରାଜ୍ୟର ୬୩ଟି ସହରାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥା ଶତ ପ୍ରତିଶତ ଗୃହକୁ ପାଇପ୍ ଜଳ ସଂଯୋଗ କରିସାରିଛନ୍ତି । ସମଗ୍ର ଦେଶରେ ଶତ ପ୍ରତିଶତ ଗୃହକୁ ପାଇପ୍ ଜଳ ସଂଯୋଗ କରିବାରେ ଭୁବନେଶ୍ବର ମହାନଗର ନିଗମ ପ୍ରଥମ ଓ କଟକ ମହାନଗର ନିଗମ ଦ୍ଵିତୀୟ ହୋଇପାରିଛି । ୨୦୨୨ ମସିହାରେ ରାଜ୍ୟର ସମସ୍ତ ୧୧୪ଟି ସହରରେ ଶତ ପ୍ରତିଶତ ଘରକୁ ପାଇପ୍ ଜଳ ସଂଯୋଗ କରିବା ପାଇଁ ଆମେ ଲକ୍ଷ୍ୟ ରଖିଛୁ । ସିଧାସଳଖ ଟ୍ୟାପ୍‌ରୁ ନିରାପଦ ପାଣି ପିଇବାର ସୁବିଧା ଯୋଗାଇ ଦେବା ପାଇଁ ମୋ ସରକାରଙ୍କ ମିଶନ ‘ସୁଜଳ’ ପୁରୀ ସହରାଞ୍ଚଳର ଶତ ପ୍ରତିଶତ ମିଟରିଂ ସହିତ ସମସ୍ତ ପରିବାରକୁ ୨୪ ଘଣ୍ଟିଆ ପାନୀୟ ଜଳ ସଂଯୋଗ ସୁନିଶ୍ଚିତ କରିବା ସହିତ ଆଇ.ଏସ୍.୧୦୫୦୦ ମାନକ ଗୁଣବତ୍ତାକୁ ବଜାୟ ରଖାଯାଇଛି । ଏହାଦ୍ଵାରା ଅନ୍ତର୍ଜାତୀୟ ନଗରୀ ନ୍ୟୁୟର୍କ, ଲଣ୍ଡନ, ସିଙ୍ଗାପୁର ଓ ଟୋକିଓରେ ଉପଲବ୍ଧ ଥିବା ସୁବିଧା ଭଳି ପୁରୀ ଭାରତର ଏକମାତ୍ର ସହର ଭାବେ ଏହି ସୁବିଧା ଯୋଗାଇ ଦେବାର ଗୌରବ ହାସଲ କରିଛି ।

Follow us

20,832FansLike
0FollowersFollow
14,700SubscribersSubscribe

Latest news