ରାଜ୍ୟର ଶିଳ୍ପର ଅଭିବୃଦ୍ଧିରେ ସାରା ଦେଶରେ ଓଡିଶା ଏକ ନମ୍ବର…

() ଆର୍ଥିକ ପରିଚାଳନା ଠାରୁ ବଜେଟ ମ୍ୟାନେଜମେଣ୍ଟ ଏପରିକି ରାଜ୍ୟର ଶିଳ୍ପର ଅଭିବୃଦ୍ଧିରେ ଓଡିଶା ସାରା ଦେଶରେ ଏକ ନମ୍ବର । ଆର୍ଥିକ ସୁପରିଚାଳନା ଯୋଗୁଁ ଜାତୀୟ ହାର ଠାରୁ ମଧ୍ୟ ରାଜ୍ୟର ଅଭିବୃଦ୍ଧି ହାର ଅଧିକ । ଗତ ୧୦ ବର୍ଷ ଧରି ରାଜ୍ୟର ଅଭିବୃଦ୍ଧି ହାର ହାରାହାରି ୬.୫ ପ୍ରତିଶତ ରହିଥିଲା । ସେହି ସମୟରେ ଜାତୀୟ ଅଭିବୃଦ୍ଧି ହାର ଥିଲା ୫.୩ ପ୍ରତିଶତ । ୨୦୨୦-୨୧ରେ ମହାମାରି ଯୋଗୁଁ ଅର୍ଥନୀତି ପ୍ରଭାବିତ ହୋଇଥିଲା । ତେବେ ଆଗୁଆ ପଦକ୍ଷେପ ଯୋଗୁଁ ୨୦୨୧-୨୨ରେ ରାଜ୍ୟର ଅଭିବୃଦ୍ଧି ହାର ୧୦୧ ପ୍ରତିଶତରେ ପହଁଚିଛି । ଏହି ସମୟରେ ଜାତୀୟ ଅଭିବୃଦ୍ଧି ଥିଲା ୮.୮ ପ୍ରତିଶତ । ଆର୍ଥିକ ପରିଚାଳନା ଆଇନକୁ ଶତ ପ୍ରତିଶତ ଲାଗୁ କରିବାରେ ଓଡିଶା ଦେଶର ଏକମାତ୍ର ରାଜ୍ୟ । ରାଜ୍ୟପାଳଙ୍କ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବର ଉତ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ବଜେଟ ପ୍ରସ୍ତୁତି ଓ ପରିଚଳନାରେ ମଧ୍ୟ ଓଡିଶା ସରକାର ସମ୍ପୁର୍ଣ୍ଣ ସ୍ବଚ୍ଛତା ଅବଲମ୍ବନ କରୁଛନ୍ତି । ସରକାରୀ ପୋର୍ଟାଲରେ ସର୍ବସାଧାରଣଙ୍କ ପାଇଁ ଏହା ଉପଲବ୍ଧ ହେଉଛି । ସେହିଭଳି କୋଭିଡ ପରିଚଳନାରେ ମଧ୍ୟ ସାଧାରଣ ଲୋକଙ୍କ ସହଯୋଗରେ ଓଡିଶା ସାରା ଦେଶ ପାଇଁ ଉଦାହାରଣ ସୃଷ୍ଟି କରିଛି । ଆଗୁଆ ସତର୍କତାମୂଳକ ପଦକ୍ଷେପ ଏବଂ ବ୍ୟାପକ ଟିକାକରଣ ଯୋଗୁଁ କୋଭିଡ ମୁକାବିଲାରେ ରାଜ୍ୟ ସରକାର ସଫଳତା ପାଇଛନ୍ତି । ସ୍ବାସ୍ଥ୍ୟ ସେବାରେ ବୈପ୍ଲବିକ ପରିବର୍ତ୍ତନ ଆଣିଛି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା । ରାଜ୍ୟର ୯୬ ଲକ୍ଷ ୫୦ ହଜାର ପରିବାରର ୩ କୋଟି ୫୦ ଲକ୍ଷ ଲୋକ ଏହି ଯୋଜନାରୁ ଉପକୃତ ହେଉଛନ୍ତି । ଷ୍ଟାଟ ଅପ ର୍ୟାଙ୍କିଙ୍ଗରେ ଓଡିଶା କ୍ରମାଗତ ଭାବେ ୨୦୧୮ ଓ ୨୦୧୯ରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟର ମାନ୍ୟତା ପାଇଥିବା ବେଳେ କ୍ଷୁଦ୍ର, ମଧ୍ୟମ ଓ ଅଣୁ ଶିଳ୍ପର ବିକାଶ ପାଇଁ ରାଜ୍ୟ ସରକାର ପ୍ରତ୍ସାହନ ଯୋଗାଇଦେଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । କୋଭିଡ ମହାମାରି ସତ୍ତ୍ବେ ଓଡିଶା ପୁଂଜିନିବେଶକାରୀଙ୍କ ପ୍ରମୁଖ ଆକର୍ଷଣ । ମହାମାରି ସମୟରେ ରାଜ୍ୟରେ ୪.୪ ଲକ୍ଷ କୋଟି ଟଙ୍କା ପୁଂଜିନିବେଶ ସମ୍ଭବ ହୋଇଛି । ରାଜ୍ୟରେ ପର୍ଯ୍ୟଟନ ପର୍ଯ୍ୟାପ୍ତ ସୁଯୋଗ ରହିଥିବାରୁ ରାଜ୍ୟ ସରକାର ଏହି କ୍ଷେତ୍ରରେ ଅଧିକ ପୁଂଜିନିବେଶ ପାଇଁ ପ୍ରସ୍ତୁତ କରିଛନ୍ତି ଏକ ମାଷ୍ଟର ପ୍ଲାନ । ସେହିପରି ୨୦୨୪ ସୁଦ୍ଧା ରାଜ୍ୟର ପ୍ରତ୍ୟେକ ଗ୍ରାମୀଣ ଘରକୁ ପାଇପ ପାଣି ସଂଯୋଗ କରିବାକୁ ପ୍ରସ୍ତୁତ ହୋଇଛି ୫୦ ହଜାର ୨୬୩ କୋଟି ଟଙ୍କାର ମେଗା ପ୍ରକଳ୍ପ । ରାଜ୍ୟର ପ୍ରତ୍ୟେକ ଚାଷ ଜମିକୁ ଜଳସେଚିତ କରିବାକୁ ଡିପ୍‌ ବୋରୱେଲ ଓ ପାର୍ବତୀଗିରି ମେଗା ଜଳସେଚନ ପ୍ରକଳ୍ପ ଆରମ୍ଭ ହୋଇଛି । ଚାଷୀ ଓ ଚାଷର ବିକାଶ ପାଇଁ ଚାଷୀଙ୍କୁ ଜାତୀୟ ବଜାର ସହ ସଂଯୋଗ କରାଯାଉଛି । ଏଥିପାଇଁ ଆରମ୍ଭ ହୋଇଛି ଓଡିଶା ଆଗ୍ରୀ କନକ୍ଲେଭ । ଖାଦ୍ୟ ସୁରକ୍ଷା ମିଶନରେ ଓଡିଶା ଦେଶର ବୃହତ ରାଜ୍ୟମାନଙ୍କ ମଧ୍ୟରେ ଚତୁର୍ଥ ସ୍ଥାନରେ ରହିଛି । ଏଥିସହିତ ସମସ୍ତଙ୍କୁ ପକ୍କା ଘର ଯୋଗାଇଦେବାକୁ ମଧ୍ୟ ରାଜ୍ୟ ସରକାର ବଳିଷ୍ଠ ପଦକ୍ଷେପ ନେଇଛନ୍ତି । ଏପରିକି ଘର ମରାମତି ପାଇଁ ମଧ୍ୟ ଲୋକଙ୍କୁ ଆର୍ଥିକ ସହାୟତା ଯୋଗାଇଦିଆଯାଉଛି । ମହିଳା ସଶକ୍ତିକରଣରେ ମଧ୍ୟ ଓଡିଶା ସାରା ଦେଶ ପାଇଁ ଉଦହାରଣ । ମିଶନ ଶକ୍ତି କାର୍ଯ୍ୟକ୍ରମରେ ୭୦ ଲକ୍ଷ ମହିଳାଙ୍କୁ ଆର୍ଥିକ ଓ ସମାଜିକ ସ୍ବାବଲମ୍ବି କରାଯାଇଛି । ଶିକ୍ଷାର ମାନବୃଦ୍ଧି ପାଇଁ ୫T କାର୍ଯ୍ୟକ୍ରମରେ ସ୍କୁଲଗୁଡିକର ରୂପାନ୍ତର କରାଯାଇଛି । ଏଥିସହିତ ସରକାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ ଓ ଇଂଜିନିୟରିଂ କଲେଜରେ ୧୫ ପ୍ରତିଶତ ସ୍ଥାନ ସଂରକ୍ଷଣ କରାଯାଇଛି । କ୍ରିଡାର ବିକାଶରେ ମଧ୍ୟ ଓଡିଶା ସର୍ବଭାରତୀୟ ସ୍ତରରେ ଏକ ନମ୍ବର । ୨୦୨୦ ଟୋକିଓ ଅଲମ୍ପିକ୍ସରେ ଭାରତୀୟ ହକି ଟିମର ଉଲ୍ଲେଖନୀୟ ପ୍ରଦର୍ଶନ ପରେ ଆଗାମୀ ୧୦ ବର୍ଷ ପାଇଁ ଓଡିଶା ହକି ଟିମ୍‌ ପ୍ରାୟୋଜକ ରହିବ । ସେହିଭଳି ୫T ଓ ମୋ ସରକାର ଅଭିଯାନରେ ସାଧାରଣ ଲୋକଙ୍କୁ ସେବା ଯୋଗାଇ ଦେବାରେ ସ୍ବଚ୍ଛତା ଓ ପ୍ରତିବଦ୍ଧତାକୁ ସର୍ବାଧିକ ଗୁରୁତ୍ବ ଦିଆଯାଉଛି ।

ପୌର ପରିଣାମ ଆମର ଖରାପ ହୋଇଛି, ପରାଜୟ ହୋଇଛି, ସ୍ୱୀକାର କରୁଛି ବୋଲି କହିଲେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ..

() ପୌର ପରିଣାମ ଆମର ଖରାପ ହୋଇଛି, ପରାଜୟ ହୋଇଛି, ସ୍ୱୀକାର କରୁଛି | ଆମ କର୍ମୀଙ୍କୁ ନେଇ ଆମେ ଗର୍ବିତ, ବିଜେପିକୁ ଜିତେଇବା ପାଇଁ ତାଙ୍କର ସାମର୍ଥ୍ୟ ଓ କ୍ଷମତା ଅଛି, କୋଉଠି ନା କୋଉଠି ଆମ ରାଜ୍ୟ ନେତୃତ୍ୱକୁ ସୁଦୃଢ କାରିବାକୁ ପଡିବ, ସଶକ୍ତ ଏବଂ ବଳଶାଳୀ କାରିବାକୁ ପଡିବ | ତୃଣମୂଳରୁ ଉପର ପର୍ଯ୍ୟନ୍ତ ସୁଦୃଢ କାରିବାକୁ ପଡିବ | ଆମ ସମସ୍ତଙ୍କୁ ମିଶି କାମ କାରିବାକୁ ପଡିବ.. ଯଦି ରାଜ୍ୟ ନେତୃତ୍ୱ ସୁଦୃଢ ହୋଇ ନଥାନ୍ତା, ତେବେ ଏ ଭଳି ଅବସ୍ଥା ହୋଇ ନଥାନ୍ତା | ପୋୖରାଞ୍ଚଳ ରେ ଆମେ ବହୁତ କମ ସିଟ ପାଇଲୁ | ଅନ୍ୟ ରାଜନୈତିକ ଦଳକୁ ଦୋଷ ଦେବି ନାହିଁ, ଶାସକ ଦଳ ଅର୍ଥବଳ ବାହୁବଳ ଖର୍ଚ୍ଚ କରିଛି ତଥାପି ମୁଁ କହିବି, ଏହା ଆମର ଦୁର୍ବଳତା, ଏଇଟା ମୁଁ ସ୍ୱୀକାର କରୁଛି |

ଅପରାଜିତା ଷଡ଼ଙ୍ଗୀ, ବିଜେପି ସାଂସଦ

ବିଧାନସଭାର ପ୍ରଶ୍ନକାଳରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଉତ୍ତର…

() ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଯ୍ୟକାରୀତା କୁ ନେଇ ବିଧାନସଭାରେ ଉଦବେଗ । ଏହି ଯୋଜନାକୁ ନେଇ ଅନେକ ଅବ୍ୟବସ୍ଥା ପ୍ରସଙ୍ଗ ଉଠାଇଲେ କଂଗ୍ରେସ ଓ ବିଜେପିର ସଦସ୍ୟ । ବର୍ତ୍ତମାନ ସୁଦ୍ଧା ବି ଅନେକ ହସ୍ପିଟାଲ ସହ ବନ୍ଧୀତ ଥିଲେ ବି ସେବା ଯୋଗାଇ ଦେଉ ନାହାନ୍ତି । ଏଥିରେ ହସ୍ପିଟାଲ ସହିତ କିଛି କମ୍ୟୁନିକେସନ ଗ୍ୟାପ ଥିବା କହିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ । ସେହିପରି ଏହି ଯୋଜନାରେ ରାଜ୍ୟ ଭିତରେ 315 ବେସରକାରୀ ହସ୍ପିଟାଲ ଓ ରାଜ୍ୟ ବାହାରେ 15 ଟି ହସ୍ପିଟାଲକୁ ଅନ୍ତର୍ଭୁକ୍ତ କରାଯାଇଛି । ସେପ୍ଟେମ୍ବର 2021 ରୁ ଆଜି ସୁଦ୍ଧା 120552 ପରିବାର ଆବେଦନ କରିଛନ୍ତି । ରାଜ୍ୟ ସରକାର 2313863098 ଟଙ୍କା ପଇଠ କରିଛନ୍ତି । ବିଧାନସଭାର ପ୍ରଶ୍ନକାଳରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଉତ୍ତର ।

ବିଧାନସଭାରେ ଉଠିଲା ମାନସ ହତ୍ୟା ମାମଲା…

() ବିଧାନସଭାର ଶୁନ୍ୟକାଳରେ ଉଠିଲା ମାନସ ହତ୍ୟା ମାମଲା । ବର୍ତ୍ତମାନ ସୁଦ୍ଧା ବି ହତ୍ୟା କାଣ୍ଡରେ ସମ୍ପୃକ୍ତ ମୁଖ୍ୟ ଆସାମୀ ଶର୍ମିଷ୍ଠାକୁ ଗିରଫ କରାଯାଇ ନାହିଁ । ସେକ୍ସ ସ୍କାଣ୍ଡଲ ପାଇଁ ଏହି ହତ୍ୟା କାଣ୍ଡ ହୋଇଛି । ମାନସ ର ମା ଅଭିଯୋଗ କରିଛନ୍ତି ଏଥିରେ ଗୃହରାଷ୍ଟ୍ର ମନ୍ତ୍ରୀ ଙ୍କ ହାତ ରହିଛି । ତାଙ୍କ ଇଙ୍ଗିତ ରେ ହିଁ ହତ୍ୟା ହୋଇଛି । ଗୃହ ରାଷ୍ଟ୍ର ମନ୍ତ୍ରୀ ଥିବାରୁ ତଦନ୍ତ ଠିକ ବାଟରେ ଯିବ ନାହିଁ । ଏହି ଘଟଣା ଠିକ ମମିତା ହତ୍ୟା କାଣ୍ଡ ଭଳି । ଉଭୟ ଘଟଣା ସେକ୍ସ ସ୍କାଣ୍ଡଲ ପାଇଁ ହୋଇଛି । ଆଉ ଉଭୟ ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନା ଆସିଛି । ମାତ୍ର ସବୁଠି ମନ୍ତ୍ରୀ ଙ୍କ ସମ୍ପୃକ୍ତି ଅଭିଯୋଗ ଆସିଥିଲେ ବି ତଦନ୍ତ ରେ ତାଙ୍କ ନାମ ରହିଲା ନାହିଁ । ତେଣୁ ଏହି ମାମଲା କୁ ସିବିଆଇ କୁ ଦେବା ପାଇଁ ଗୃହରେ ଦାବି କଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ।

ବିଧାନସଭାର ଶୁନ୍ୟକାଳରେ ଉଠିଲା ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଲାଗି ରହିଥିବା ବିବାଦ ପ୍ରସଙ୍ଗ…

() ବିଧାନସଭାର ଶୁନ୍ୟକାଳରେ ଉଠିଲା ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଲାଗି ରହିଥିବା ବିବାଦ ପ୍ରସଙ୍ଗ । ମେଘନାଦ ପ୍ରାଚୀର ବଡ଼ ବଡ଼ ଗର୍ତ ଖୋଲାଯାଇଛି । ଏହି ଗାତ ଖୋଳିବା ଦ୍ୱାର ମନ୍ଦିର ଭୁଶୁଡ଼ି ପଡିବ ପାଚେରୀ ଗଳି ପଡିବ । ମନ୍ଦିର ଚର୍ତ୍ତୃପାର୍ଶ୍ଵର ବିକାଶ କେମିତି ହେବ ସେ ନେଇ ପ୍ରତ୍ନତାତ୍ତ୍ୱିକ ବିଭାଗ ଏବଂ ସରକାର ଆଲୋଚନା କରନ୍ତୁ । ଏକ ହାଇ ପାୱାର କମିଟି ଗଠନ କରଯାଉ । ଗଜପତି ଏବଂ ମୁଖ୍ୟ ଶାସନ ସଚିବ ଙ୍କୁ ଏଥିରେ ରଖାଯାଉ । ମନ୍ଦିର କିପରି ମଜବୁଥ ରହିବ ସେଥିପାଇଁ ସ୍ୱତନ୍ତ୍ର ଯୋଜନା କରାଯାଉ । ଗର୍ତ ଗୁଡିକୁ ତୁରନ୍ତ ପୋତା ଯାଉ । ଶୁନ୍ୟକାଳରେ ଏହି ଦାବି କଲେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ।

ନିର୍ବାଚନରେ ବିଜେଡିର ଐତିହାସିକ ବିଜୟ…

() ପୌର ନିର୍ବାଚନରେ ବିଜେଡିର ଐତିହାସିକ ବିଜୟ । ପ୍ରଥମ ଥର ପାଇଁ ୩ ମହାନଗର ନିଗମରେ ହୋଇଥିବା ସିଧାସଳଖ ନିର୍ବାଚନରେ ବିଜୟୀ ହୋଇଛନ୍ତି ବିଜେଡି ମେୟର ପ୍ରାର୍ଥୀ । ଭୁବନେଶ୍ବରରେ ସୁଲୋଚନା ଦାସ ବିଜୟୀ ହୋଇଥିବା ବେଳେ କଟକରେ ସୁବାସ ସିଂ ଏବଂ ବ୍ରହ୍ମପୁରରେ ସଂଘମିତ୍ରା ଦଳେଇ ବିଜୟୀ ହୋଇଛନ୍ତି ।

ଫଳାଫଳ କୁ ନେଇ କଣ କହିଲେ ତିନି ଦଳ…

{ }ଜନସାଧାରଣ ଓଡ଼ିଶାର ଲୋକେ ବିଜୁ ଜନତା ଦଳକୁ ତାର ବିକାଶ ମୁଖୀ କାର୍ଯ୍ୟକ୍ରମ ପାଇଁ ଗାଁ ହେଉ କି ସହର ସବୁଠି ଗ୍ରହଣ କରିଛନ୍ତି। ନବୀନ ବାବୁଙ୍କ ନେତୄତ୍ବ ଏବଂ ଓଡିଶା ବାସୀଙ୍କ ପ୍ରତି ଥିବା ପ୍ରତିବଦ୍ଧତା କୁ ଲୋକ ଭଲ ପାଉଛନ୍ତି। ତାଙ୍କ ନେତୄତ୍ବ ଜନହିତକର କାର୍ଯ୍ୟକ୍ରମ ଲୋକଙ୍କୁ ଛୁଇଁ ଛି। ତାହା ଆଜିର ନିର୍ବାଚନ ଫଳାଫଳ ସତ୍ୟ ପ୍ରମାଣିତ କରିଛି।ଵିଜୁ ଜନତା ଦଳ ବିପୁଳ ସଂଖ୍ୟା ଜୟଲାଭ କରୁଛି। ଗଣତନ୍ତ୍ରରେ ସବୁ ଯାଗାରେ ଶତକଡା ଶହେ ଆସିବ ନାହିଁ।କିନ୍ତୁ ଶତ ପ୍ରତିଶତ ସଫଳତା ମିଳିଛି।
ଦେବୀ ପ୍ରସାଦ ମିଶ୍ର,ବିଜେଡି ଉପ ସଭାପତି

କିନ୍ତୁ ଓଡିଶାରେ ବିଜେଡ଼ି ର କାଉନସିଲର ମାନେ ଚେୟାରମ୍ୟାନ ପାଇଁ ଭୋଟ ମାଗିଲେ ନାହିଁ। ବିଜେଡି ପଞ୍ଚାୟତ ଭଳି ଧନବଳ ବାହୁବଳକୁ ଫୁଲ ୟୁଟିଲାଇଜ କରିଛନ୍ତି ବହୁ ମାତ୍ରାରେ ହିଂସା ହୋଇଛି। ଭୋଟ ସ୍ଲିପଟ ହୋଇଛି। ଚେୟାରମ୍ୟାନ ଠୁ କାଉନସେଲର ମାନେ ଅଧିକ ଭୋଟ ପାଇଛନ୍ତି।ବହୁଯାଗାରେ ରାଜନୈତିକ ହିଂସା ହୋଇଛି।ବିଧାୟକ ଙ୍କ ପରିବାର ଲୋକେ ଟଙ୍କା ବାଣ୍ଟିଛନ୍ତି।କଂଗ୍ରେସ ବିଧାୟକ ଥିବା ସ୍ଥାନରେ କଂଗ୍ରେସ ଭଲ କରିଛି। ଜନସାଧାରଣ ଙ୍କୁ ଧନ୍ୟବାଦ ଦେବାକୁ ଚାହିଁ ବୁ।କଂଗ୍ରେସ ର ଗୋଟିଏ କାଉନସେଲର ପାଇଁ ସଭାପତି ଦୁଇୱରୁ ପାଞ୍ଚ ହଜାର ଟଙ୍କା ଦେଇଛନ୍ତି ,ଏତିକିରେ ନିର୍ବାଚନ ଲଢିହେବ ନାହିଁ ,ତଥାପି କଂଗ୍ରେସ ଭଲ କରିଛି।

ସନ୍ତୋଷ ସିଂ ସାଲୁଜା,କଂଗ୍ରେସ ବିଧାୟକ

ପୌରଶନିର୍ବାଚନ ଉତ୍ସାହ।ଜନକ ରହିଛି ।ପଞ୍ଚାୟତ ତୁଳନାରେ ବିଜେପି ଭଲ କଳିଛି।ଫ୍ଲର ମେନୈଜ ମେଣୄଟରେ ଆମେ ପୁର୍ବ ତୁଳନା ଭଲଶକରିଛୁ।ଆହୁରି ଅଧିକ କରିବା ପାଇଁ ଚେଷ୍ଟା କରିବୁ।ଫ୍ଲୋର ମ୍ୟାନେଜମେଣ୍ଟ ରେ କୈଙଠି ନାୱକେଉଠି ତୄଟି ରହିଲା ଆମେ।ତାକୁ ସ୍ବୀକାରଶକରୁଛୁ।ପଞ୍ଚାୟତ ରେ ଆମର ବହୁତ ତୄଟି ଥିଲା କିନ୍ତ। କିନ୍ତୁ ମୁନସିପାଲଟିରେ ତାକୁ ସୁଧାରିବାକୁ ଚେଷ୍ଟା କରିଥିଲୁ।କିଛି ଯାଗାରେ ସୁଧାରିଛୁ। ୨୪ରେ ଭଲ ରେଜଲ୍ଟ କରିବୁ। ଗ୍ରାସ ରୁଟରୂ ସଂଗଠନ ସୁଦୄଢ଼ କରିବୂ।
ମୋହନ ମାଝୀ, ବିରୋଧୀ ଦଳ ମୁଖ୍ୟ ସଚେତକ

ଓଡ଼ିଶାର ପାଇଁ ଗୌରବ ଆଣିଛନ୍ତି ସୁଟର ଶ୍ରୀୟଙ୍କା ଷଡଙ୍ଗୀ ଓ ଆଥଲେଟ ଜୟନ୍ତୀ ବେହେରା…

() ଓଡିଶା ଆନ୍ତର୍ଜାତିକ ସୁଟର ଶ୍ରୀୟଙ୍କା ଷଡଙ୍ଗୀ ଓ ପାରା ଆଥଲେଟ ଜୟନ୍ତୀ ବେହେରାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା।

ଜୟନ୍ତୀଙ୍କୁ ୧୫ ଲକ୍ଷ, ଶ୍ରୀୟଙ୍କାଙ୍କୁ ୨ ଲକ୍ଷ ଟଙ୍କା ପୁରସ୍କାର।

ସାରା ବିଶ୍ୱରେ ଓଡ଼ିଶା ପାଇଁ ସୁନାମ ଆଣିଛ, ତୁମେମାନେ ଓଡ଼ିଶାର ଗୌରବ– ମୁଖ୍ୟମନ୍ତ୍ରୀ।

{ } ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ନବୀନ ନିବାସ ଠାରେ ଦୁଇ ଓଡିଆ ଆନ୍ତର୍ଜାତିକ କ୍ରୀଡା ପ୍ରତିଯୋଗୀ ଶ୍ରୀୟଙ୍କା ଷଡଙ୍ଗୀ ଓ ଜୟନ୍ତୀ ବେହେରାଙ୍କୁ ନବୀନ ନିବାସ ଠାରେ ସମ୍ବର୍ଦ୍ଧିତ କରିଛନ୍ତି।ମୁଖ୍ୟମନ୍ତ୍ରୀ ଏହି ଦୁଇ ବାଳିକା କ୍ରୀଡାବିତ୍‌ଙ୍କୁ ସେମାନଙ୍କର ସଫଳତା ପାଇଁ ଉଚ୍ଚପ୍ରଶଂସା କରି କହିଥିଲେ ଯେ ସେମାନେ ରାଜ୍ୟ ପାଇଁ ଗୌରବ ଆଣି ଅନ୍ୟ ଖେଳାଳୀ ମାନଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛନ୍ତି। ସେମାନେ ସାରା ବିଶ୍ୱରେ ଓଡିଶା ପାଇଁ ଗୌରବ ଆଣିଛନ୍ତି ବୋଲି ପ୍ରକାଶ କରି, ଆଗାମୀ ଦିନରେ ଆହୁରି ସଫଳତା ପାଇବେ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ।ମୁଖ୍ୟମନ୍ତ୍ରୀ ଶ୍ରୀୟଙ୍କାଙ୍କୁ ୨ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରିଥିବା ବେଳେ, ଜୟନ୍ତୀଙ୍କୁ ୧୫ ଲକ୍ଷ ଟଙ୍କା ପୁରସ୍କାର ଦେଇଥିଲେ।

ସୂଚନାଯୋଗ୍ୟ ଯେ ଶ୍ରୀୟଙ୍କା ନିକଟରେ କାଇରୋ ଠାରେ ଅନୁଷ୍ଠିତ ISSF ବିଶ୍ବକପ୍‌ ସୁଟିଂ ପ୍ରତିଯୋଗୀତାରେ ୫୦ ମିଟର ରାଇଫଲ ୩ ପୋଜିସନ୍‌ରେ ବ୍ରୋଞ୍ଜ ମେଡାଲ ପାଇଛନ୍ତି। ସେ ମଧ୍ଯ ବର୍ତ୍ତମାନ ଜାତୀୟ ସୁଟିଙ୍ଗ ଚାମ୍ପିଅନ ଭାବେ ସୁନାମ ଅର୍ଜନ କରିଛନ୍ତି।ସେହିପରି ଜୟନ୍ତୀ ବେହେରା ଦୁବାଇ ଠାରେ ଅନୁଷ୍ଠିତ ବିଶ୍ବ ପାରା ଆଥଲେଟିକ୍‌ସ ପ୍ରତିଯୋଗୀତାରେ ୩ଟି ମେଡାଲ ହାସଲ କରିଛନ୍ତି। ୪୦୦ ଓ ୧୦୦ ମିଟର ପ୍ରତିଯୋଗୀତାରେ ସେ ବ୍ରୋଞ୍ଜ ପଦକ ପାଇଥିବା ବେଳେ, ୨୦୦ ମିଟର ପ୍ରତିଯୋଗୀତାରେ ରୌପ୍ୟ ପଦକ ପାଇଛନ୍ତି।

ଉଭୟ କ୍ରୀଡାବିତ୍ ରାଜ୍ୟରେ କ୍ରୀଡା ଭିତ୍ତିଭୂମି ଓ କ୍ରୀଡାବିତ୍ ମାନଙ୍କ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ପଦକ୍ଷେପର ଉଚ୍ଚପ୍ରଶଂସା କରିଥିଲେ। ଦୁଇ ଖେଳାଳି ମୁଖ୍ୟମନ୍ତ୍ରୀଙ୍କ ସହିତ ଖୁସିରେ selfie ଉଠାଇଥିଲେ।ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଶ୍ରୀ ଭି କେ ପାଣ୍ଡିଆନ ଓ କ୍ରୀଡ଼ା ସଚିବ ଶ୍ରୀ ଭିନିଲ କ୍ରିଷ୍ଣା ଉପସ୍ଥିତ ଥିଲେ।

ସୋନିଆ ଗାନ୍ଧୀ ଙ୍କୁ ଭେଟିଲେ ଏଆଇସିସି ସମ୍ପାଦକ ତଥା ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ଶରତ ରାଉତ…

() ସୋନିଆ ଗାନ୍ଧୀ ଙ୍କୁ ଭେଟିଲେ ଏଆଇସିସି ସମ୍ପାଦକ ତଥା ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ଶରତ ରାଉତ।ରାଜ୍ୟରେ କଂଗ୍ରେସର ସାଙ୍ଗଠନିକ ସ୍ଥିତି ନେଇ ଆଲୋଚନା ହେଲା।ଦୁର୍ବଳ ନେତୄତ୍ବ ପାଇଁ କଂଗ୍ରେସ ରାଜ୍ୟରେ ସଂଗଠିତ ହୋଇପାରୁ ନାହିଁ ବୋଲି ସୋନିଆ ଙ୍କୁ ଜଣାଇଛନ୍ତି ଶରତ।ଅନ୍ୟପଟେ ପଞ୍ଚାୟତ ପୌରରେ ଲୋକଙ୍କ ଦ୍ବାରା ପ୍ରତ୍ୟାଖ୍ୟାନ ହେବା ପରେ କଂଗ୍ରେସ ରେ ପିସିସି ସଭାପତି ପରିବର୍ତ୍ତନ ସ୍ବର ଜୋର ଧରିଛି।ଖୁବ ଶିଘ୍ର ରାଜ୍ୟ କଂଗ୍ରେସ ନୂଆ ସଭାପତି ପାଇବା ବୋଲି କହିଛନ୍ତି ବିଧାୟକ ସନ୍ତୋଷ ସିଂ ସାଲୁଜା।
ସନ୍ତୋଷ ସିଂ ସାଲୁଜା, କଂଗ୍ରେସ ବିଧାୟକ
ଶରତ ରାଉତ(ଫୋନ)

ବିଧାନସଭା ରେ ଧାନକିଣାନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ…

() ଧାନ କିଣାକୁ ନେଇ ବିଧାୟକ ଙ୍କ ମଧ୍ୟରେ ବ୍ୟାପକ ଅସନ୍ତୋଷ।ବିଧାନସଭା ରେ ଧାନକିଣାନେଇ ସରକାରଙ୍କୁ ବିରୋଧୀ ଟାର୍ଗେଟ କରିଛନ୍ତି। କଂଗ୍ରେସ ପକ୍ଷରୁ ଆଗତ ମୁଲତବୀ ପ୍ରସ୍ତାବ ଆଲୋଚନା ରେ ଭାଗନେଇ କଂଗ୍ରେସ ଏବଂ ବିଜେପି ବିଧାୟକ କ୍ଷୋଭ ପ୍ରକାଶ କରିଛନ୍ତି। କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଆଲୋଚନାରେ ଭାଗନେଇ କହିଛନ୍ତି ସବୁ ମଣ୍ଡି ରେ କାହିଁକି ସିସିଟିଭି ଲାଗିପାରିଲା ନାହିଁ।ନିୟମ ଉଲଙ୍ଘନ କାହିଁକି ହେଉଛି।ପୁର୍ବରୁ ଚାଲିଥିବା ବ୍ୟବସ୍ଥା କାହିଁକି ଅକାମି ହେଲା ସରକାରଙ୍କ ପାଖରେ ଉତ୍ତର ନାହିଁ।ଚାଷୀ ଙ୍କୁ ଶୋଷଣ କରିବା ପାଇଁ ସରକାର ଅସାଧୁ ବ୍ୟବସାୟୀଙ୍କ ସହିତ ହାତ ମିଳାଇଛନ୍ତି।ଚାଷୀଙ୍କ ବାର୍ଷିକ ଆୟ କେତେ ?ମାସକୁ ୫ଶହ ଟଙ୍କା ବି ହେଉନାହିଁ। ଚାଷୀଙ୍କ ଭୋଟ ହାତେଇବା ପାଇଁ ସରକାର ଯୋଜନା କରୁଛନ୍ତି।ଚାଷୀ ବଞ୍ଚିବ କେମିତି।ଡିଜେଲ ଦର ବଢୁଛି। ବିଜେପି ର ମୋହନ ମାଝୀ ଅଭିଯୋଗ କରିଛନ୍ତି ଟୋକନ ସମସ୍ୟା ପାଇଁ ଶହଶହ ଚାଷୀ ହନ୍ତସନ୍ତ ହେଉଛନ୍ତି। ଟୋକନ ପାଇଥିଲେ ମଧ ଚାଷୀ ଧାନ ବିକ୍ରି କରିପାରୁନାହାଁନ୍ତି। କଟନି ଛଟନିଶକରାଯାଉଛି।ଅସାଧୁ ମିଲ ମାଲିକ ଫାଇଦା ନେଉଛନ୍ତି। ଆଦର୍ଶ ମଣ୍ଡି କରିପାରୁନାହାନ୍ତି। ବିଭାଗୀୟ ମନ୍ତ୍ରୀ ରଣେନ୍ଦ ପ୍ରତାପ ସ୍ବାଇଁ ଗୄହରେ କହିଛନ୍ତି ଟେକ୍ନୋଲୋଜି ବ୍ୟବହାର କରି ଧାନଚାଷ ଜମି ସର୍ଭେ କରିଛୁ। ୧ଲକ୍ଷ୮ହଜାର ଅଧିକ ଚାଷୀ ନୂତନ ଭାବେ ପଞ୍ଜିକୃତ ହୋଇଛନ୍ତି। ୯୧ଜଣ ସୋସାଇଟି ସେକ୍ରେଟାରୀ ଙ୍କୁ ନିଲମ୍ବନ କରାଯାଇଛି।ବିରୋଧୀ ଙ୍କୁ ମନ୍ତ୍ରୀ ଙ୍କ ଆହ୍ବାନ ସିଷ୍ଟମ ସହିତ ରୁହ ଚୋରଙ୍କ ସହିତ ଭୂଆ ବିରାଡ଼ି ହୁଅ ନାହିଁ।ଭୁତଚାଷୀଙ୍କୁ ଚିହ୍ନଟ କରି ରାଜ୍ୟ ରାଜକୋଷର ୧୦୯ କୋଟି ଟଙ୍କା ସେଭ ହୋଇଛି। ୨୦୧୯-୨୦ ବର୍ଷ ରେ ୨୯ ପ୍ରତିଶତ ଅଧିକ ଚାଷୀ ଧାନ ସଂଗ୍ରହ ପ୍ରକ୍ରିୟାରେ ଅଂଶଗ୍ରହଣ କରିଛନ୍ତି।
ନରସିଂହ ମିଶ୍ର, କଂଗ୍ରେସ ବିଧାୟକ
ମୋହନ ମାଝୀ, ବିରୋଧୀ ଦଳ ମୁଖ୍ୟ ସଚେତକ
ରାଜକିଶୋର ଦାସ,ବିଜେଡି ବିଧାୟକ

Follow us

20,832FansLike
0FollowersFollow
14,700SubscribersSubscribe

Latest news