ବିଧାନସଭାର ଶୁନ୍ୟକାଳରେ ଉଠିଲା ରାଜ୍ୟର ଖଣି ଦୁର୍ନୀତି ପ୍ରସଙ୍ଗ…

() ବିଧାନସଭାର ଶୁନ୍ୟକାଳରେ ଉଠିଲା ରାଜ୍ୟର ଖଣି ଦୁର୍ନୀତି ପ୍ରସଙ୍ଗ । କଂଗ୍ରେସ ଦେଇଥିବା ଖଣି ଦୁର୍ନୀତି ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାଵ ଗ୍ରହଣ କରାଯାଇ ନଥିବାରୁ ସରକାରଙ୍କୁ ଭତ୍ସନା କଲେ ବିରୋଧୀ ଦଳ ର ମୁଖ୍ୟ ସଚେତକ ମୋହନ ମାଝୀ । ବର୍ତ୍ତମାନର ଏହି ଘଟଣା ନୁହେଁ ବୋଲି କହି ବାଚସ୍ପତି ମୁଲତବୀ ପ୍ରସ୍ତାଵ କୁ ଆଗ୍ରହ୍ୟ କରି ଦେଉଥିବା ରୁ ଆପତ୍ତି ଉଠାଇଲେ ମୋହନ । ଖଣି ମାଲିକଙ୍କ ଚାପରେ ବାଚସ୍ପତି ଖଣି ଦୁର୍ନୀତି ଆଲୋଚନା କରିବାକୁ ଅନୁମତି ଦେଉ ନଥିବା ଅଭିଯୋଗ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ । ହାଇ ଗ୍ରେଡ ଆଇରନଓର କୁ ଲୋ ଗ୍ରେଡ ଆଇରନ କରି ନେଇ ଯାଉଥିବା କହିଲେ ମୋହନ ମାଝୀ । ରାଜ୍ୟରେ ପ୍ରତିଦିନ ଖଣି ଦୁର୍ନୀତି ଚାଲିଥିବା କହିଲେ ମୋହନ ମାଝୀ ।

ସେପଟେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ଖଣି ମାଲିକଙ୍କ ଚାପରେ ବିଧାନସଭାରେ ଖଣି ଦୁର୍ନୀତି ପ୍ରସଙ୍ଗ ଆଲୋଚନା କରିବାକୁ ଦିଆ ଯାଉନି । 50 ହଜାର କୋଟି ଟଙ୍କାର ଖଣି ଦୁର୍ନୀତି ହୋଇଥିବା ଅଭିଯୋଗ କଲେ ସାଲୁଜା । ଖଣି ମାଲିକଙ୍କ ଚାପରେ 3 ବର୍ଷ ହେବ ବିଧାନସଭାରେ ଖଣି ଦୁର୍ନୀତି ଆଲୋଚନା ହେଉ ନାହିଁ । ରାଜ୍ୟ ସରକାରଙ୍କୁ ଖଣି ମାଲିକ ପ୍ରଭାକରନ ଚଳାଉଥିବା ଅଭିଯୋଗ କଲେ ସାଲୁଜା ।

ଅନ୍ୟପଟେ ଖଣି ମାଲିକଙ୍କ ଚାପରେ ବାଚସ୍ପତି ଓ ବିଧାନସଭା ରହିଛନ୍ତି ଏବଂ ରାଜ୍ୟ ସରକାରଙ୍କୁ ଖଣି ମାଲିକ ପ୍ରଭାକରନ ଚଳାଉଥିବା ଏହି ମନ୍ତବ୍ୟକୁ ବିଧାନସଭା ବିବରଣୀ ରୁ ବାଦ ଦେବାକୁ କହିଲେ ବାଚସ୍ପତି ।

ଆସିଲା 2021-22 ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ…

() ଆସିଲା 2021-22 ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ । ରିପୋର୍ଟ ଅନୁଯାୟୀ ରାଜ୍ୟର ଅଭିବୃଦ୍ଧି ହାର 2021-22 ରେ 10.1 ରହିଛି । ଜାତୀୟ ହାର 8.8 ରହିଥିବା ବେଳେ ଓଡ଼ିଶା ଭଲ ସ୍ଥିତି ରେ ଅଛି ।ଏହା ସମ୍ଭବ ହୋଇଛି ଓଡ଼ିଶାର ବିକାଶ ମୂଳକ ପଦକ୍ଷେପ, ଦକ୍ଷତାର ସହ କୋଭିଡ ପରିଚାଳନା, ଟୀକାକରଣ ଭଳି କାରଣ ପାଇଁ । 2020-21 ରେ ରାଜ୍ୟର ଅଭିବୃଦ୍ଧି ହାର 5.3 ଥିଲା । କୋଭିଡ ମହାମାରୀ ପାଇଁ ଏହା ପ୍ରଭାବିତ ହୋଇଥିଲା । ସେପଟେ ବଢିଛି ରାଜ୍ୟର ମୁଣ୍ଡ ପିଛା ଆୟ । 2011-12 ରେ ଏହା 48 ହଜାର 499 ଥିବା ବେଳେ 22021-22 ରେ 1 ଲକ୍ଷ 27 ହଜାର 383ରେ ପହଁଚିଛି । 11-12 ତୁଳନାରେ ଏହା ଡବଲ ଡ଼ିଜିଟ ଛୁଇଁଛି । ଅର୍ଥାତ 16.8 ପ୍ରତିଶତ ରହିଛି । ଦ୍ରୁତ ଅଭିବୃଦ୍ଧି ହାର, ପୁଞ୍ଜି ନିବେଶ, ନିଯୁକ୍ତି ସୁଯୋଗ ସୃଷ୍ଟି ଓ ଜନସଂଖ୍ୟାରେ ସ୍ତିରତା ଯୋଗୁ ବଢିଛି ମୁଣ୍ଡ ପିଛା ଆୟ । ଓଡିଶା ଖଣି କ୍ଷେତ୍ରରେ ବହୁତ ଭଲ ଉତ୍ପାଦନ ହୋଇଛି । ବହୁ ସଂଖ୍ୟାରେ ଶିଳ୍ପାନୁଷ୍ଠାନ ଓଡିଶା ଆସୁଛନ୍ତି । ଯାହା ଦ୍ୱାରା ନିଯୁକ୍ତି ସମ୍ଭାର ବି ସୃଷ୍ଟି ହୋଇଛି । ମିଶନ ଶକ୍ତି, କାଳିଆ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନୂଆ ଓଡିଶା ସଶକ୍ତି ଓଡିଶା ଗଠନ ଦିଗରେ ପ୍ରମୁଖ ଭୂମିକା ନିଭାଇଛି । କିନ୍ତୁ କୃଷି ଅଭିବୃଦ୍ଧି ହାର କମ ହୋଇଛି । ଏହା -3.37 ରେ ପହଁଚିଛି । ଏହା ପ୍ରାକୃତିକ ବିପର୍ଯ୍ୟୟ ଯେମିତି କି ପ୍ରବଳ ବର୍ଷା, ବାତ୍ୟା, ବନ୍ୟା କାରଣରୁ ଏଭଳି ହୋଇଛି । ରାଜ୍ୟ ଅର୍ଥନୀତି କୁ କୃଷି କ୍ଷେତ୍ରର ଯୋଗଦାନ ରହିଛି 20.61 ଓ ଶିଳ୍ପ କ୍ଷେତ୍ରର ଯୋଗଦାନ 39.51 ଓ ସେବା କ୍ଷେତ୍ରର ଯୋଗଦାନ 39.88 ରହିଛି । କୋଭିଡ ସତେ ରାଜ୍ୟ ଶିଳ୍ପାୟନ କ୍ଷେତ୍ରରେ ସ୍ଥିରତା ରହିଛି । ଆର୍ଥିକ ପରିଚଳନା କ୍ଷେତ୍ରରେ ଓଡ଼ିଶାର ଭଲ ସ୍ଥିତି ରହିଛି ।

ପାନୀୟ ଜଳ ପ୍ରକଳ୍ପ ଓ ପିଇବା ପାଣି ସଙ୍କଟ ନେଇ ଗୃହରେ ଉଦବେଗ…

()ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ବିଳମ୍ବ ନେଇ ଗୃହରେ ଆଲୋଚନା ବେଳେ ଗୃହରେ ଉଠିଲା ପିଇବା ପାଣି ପ୍ରସଙ୍ଗ । ଖରାଦିନେ ପିଇବା ପାଣିର ସମସ୍ୟା ନେଇ ଗୃହରେ ଉଦବେଗ । ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟ ଏହି ପ୍ରସଙ୍ଗ ଉଠାଇବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି । ଖରାଦିନେ ପିଇବା ପାଣିର ଘୋର ସଙ୍କଟ ଦେଖା ଦେଇଛି । କଂଗ୍ରେସ ବିଧାୟକ ନରସିଂହ ମିଶ୍ର, ତାରା ପ୍ରସାଦ ବାହିନୀପତି ଉଠାଇଛନ୍ତି । ମେଗା ପାଇପ ପାଣି ପହଂଚିବା ପର୍ଯ୍ୟନ୍ତ କେଉଁ ବ୍ୟବସ୍ଥା ସରକାର କରୁଛନ୍ତି ବୋଲି ଗୃହରେ ପ୍ରଶ୍ନ କଲେ ଶାସକ ଦଳ ବିଧାୟକ ପ୍ରଦୀପ ଅମାତ । ଯଦି ନ ହୋଇଛି ତେବେ ଟିୟୁବଲ ଯୋଗେ ପାଣି ଯୋଗାଈ ବାକୁ ଗୃହରେ ରଖିଲେ ଦାବି । ସମସ୍ତ ଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ରାଜ୍ୟ ସରକାରଙ୍କ ଦାୟିତ୍ୱ । ମାତ୍ର 22 ବର୍ଷ ଭିତରେ 9 ଗୋଟି ପାନୀୟ ଜଳ ପ୍ରକଳ୍ପ ହୋଇ ପାରିଛି ବୋଲି ସରକାରଙ୍କୁ କଡା ସମାଲୋଚନା କଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ପୁରୁଣା ପ୍ରକଳ୍ପ ସବୁ ଅଚଳ, ବୃହତ ପ୍ରକଳ୍ପ କୁ ଅପେକ୍ଷା କଲେ ଆମେ କରିବୁ କଣ । ତେଣୁ ସରକାର ନିର୍ଦ୍ଦିଷ୍ଟ ଭାବେ ଆମକୁ କୁହନ୍ତୁ କଣ କରୁଛନ୍ତି ବୋଲି କହିଲେ ମୋହନ ମାଝୀ । ସେପଟେ ମନ୍ତ୍ରୀଙ୍କ ଉତର ଚଳିତ ବର୍ଷ ଶେଷ ସୁଦ୍ଧା ରାଜ୍ୟର ସମସ୍ତ ପୌରାଞ୍ଚଳ ରେ ସବୁ ଘରକୁ ପାଇପ ଯୋଗେ ପିଇବା ପାଣି ଯୋଗାଇବେ ସରକାର । 2024 ସୁଦ୍ଧା ରାଜ୍ୟର ସମସ୍ତ ଗ୍ରାମାଞ୍ଚଳରେ ସବୁ ଘରକୁ ପାଇପ ଯୋଗେ ପାଣି ଯୋଗାଇ ଦେବାକୁ ସରକାର ଲକ୍ଷ ରଖିଥିବା କହିଲେ ମନ୍ତ୍ରୀ । ଉଭୟ ଶାସକ ବିରୋଧୀ ମନ୍ତ୍ରୀ ଙ୍କୁ ଘେରିବା ପରେ ମନ୍ତ୍ରୀ କେନ୍ଦ୍ର ଆଡ଼କୁ ଦୋଷ ଠେଲିଲେ । କହିଲେ ଏବେ କାହିଁକି କେନ୍ଦ୍ର ସରକାର ଜଳ ଜୀବନ ମିଶନ ପ୍ରକଳ୍ପ ହାତକୁ ନେଲେ ଆଗରୁ ନଗଣ୍ୟ ଅର୍ଥ ଦେଉଥିଲେ । ଯେଉଁଥି ପାଇଁ ହାତରୁ ଅଧିକ ଅର୍ଥ ବ୍ୟୟ ବରାଦ କରି ପାନୀୟ ଜଳ ଯୋଗାଉ ଥିଲେ ।

ଗୃହରେ ଉଠିଲା ଖଣି ଦୁର୍ନୀତି ପ୍ରସଙ୍ଗ…

() ଗୃହରେ ଉଠିଲା ଖଣି ଦୁର୍ନୀତି ପ୍ରସଙ୍ଗ । 104 ଖଣି ମାଲିକ ଓଡ଼ିଶାର ସମ୍ପତ୍ତି କୁ ହରି ଲୁଟ କରିଛନ୍ତି । ସହସ୍ର ଟ୍ରକ ଖଣିଜ ପଦାର୍ଥ ବାହାର କୁ ଚାଲାଣ କରିଛନ୍ତି । ଏହି କମ୍ପାନୀ ମାନଙ୍କ ବିରୁଦ୍ଧରେ ଆକ୍ସନ ନେବାକୁ ଗୃହରେ ଦାବି କଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନିପତି ।

ବିଧାନସଭାର ଶୁନ୍ୟକାଳରେ ଉଠିଲା ମୁଖ୍ୟମନ୍ତ୍ରୀଙ୍କୁ ଅଫିସର ଭେଟିବା ପ୍ରସଙ୍ଗ…

() ବିଧାନସଭାର ଶୁନ୍ୟକାଳରେ ଉଠିଲା ମୁଖ୍ୟମନ୍ତ୍ରୀଙ୍କୁ ଅଫିସର ଭେଟିବା ପ୍ରସଙ୍ଗ । ପଞ୍ଚାୟତ ପୌର ନିର୍ବାଚନରେ ବିଜେଡିର ବିଜୟ ପରେ ମୁଖ୍ୟମନ୍ତ୍ରୀଙ୍କୁ ଅଫିସର ମାନେ ଭେଟିବା କୁ ନେଇ ଆପତ୍ତି ଉଠାଇ ଲେ ବିରୋଧୀ ଦଳ ମୁଖ୍ୟ ସଚେତକ । ଏହା ଗଣତନ୍ତ୍ର ପ୍ରତି ବିପଦ । ଡିଜି ଯାଇଥିଲେ ଭେଟି ଶୁଭେଚ୍ଛା ଜଣାଇବାକୁ ମାତ୍ର ରାଜନୈତିକ ହିଂସା ଏପଟେ ଚରମ ସୀମା ରେ ପହଁଚିଛି । ସରକାର ଯିଏ ଆସନ୍ତୁ ନା କାହିଁକି ନିରପେକ୍ଷତା ଅବଲମ୍ବନ କରିବା ସରକାରୀ ଅଧିକାରୀ ମାନଙ୍କର କର୍ତ୍ତବ୍ୟ। ତେଣୁ ଏଭଳି ପ୍ରସଙ୍ଗ ଯେପରି ଆଉ ନ ଆସିବ ସେ ନେଇ ବାଚସ୍ପତି ଏକ ରୁଲିଂ ଦିଅନ୍ତୁ ଦାବି କଲେ ମୋହନ ମାଝୀ ।

ବିଧାନସଭାର ଶୁନ୍ୟକାଳରେ ଉଠିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ..

() ବିଧାନସଭାର ଶୁନ୍ୟକାଳରେ ଉଠିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ । ବିକାଶମୂଳକ କାର୍ଯ୍ୟ କୁ କେହି ବିରୋଧ କରିବେ ନାହିଁ ।ମାତ୍ର ବିକାଶ ନାଁ ରେ ମନ୍ଦିର ପ୍ରତି ବିପଦ ଯଦି ସୃଷ୍ଟି ହେବ ସେଥିପାଇଁ ସରକାର ଦାୟୀ ହେବେ । ଭାଇ ବ୍ରେସନ ପାଇଁ ମନ୍ଦିର ରେ ଫାଟ ସୃଷ୍ଟି ହୋଇଛି । ASI ଓ ANM କହିଛନ୍ତି ଆମେ କୌଣସି ପ୍ରକାର ସ୍ଥାୟୀ ନିର୍ମାଣ ପ୍ରକଳ୍ପ ପାଇଁ ଅନୁମତି ଦେଇ ନାହୁଁ । ପ୍ରକୃତରେ ବାସ୍ତବ କଥା କଣ । ତେଣୁ ବିଧାନସଭାର ଏକ କମିଟି ଗଠନ କରି ପୁରୀ ପଠାଇବା ପାଇଁ ଦାବି କଲେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ । ସେହିପରି ବିଜେପି ବିଧାୟକ ଭାସ୍କର ମଢେଇ ମଧ୍ୟ ବିଧାନସଭା କମିଟି ଗଠନ କରିବାକୁ ଦାବି କଲେ ।

ସେପଟେ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ପ୍ରକୃତରେ ମନ୍ଦିର ପ୍ରତି ବିପଦ ସୃଷ୍ଟି ହୋଇଛି କି ନାହିଁ ଲୋକଙ୍କ ସନ୍ଧେହ ଦୂର କରିବା ସରକାରଙ୍କ ଦାୟିତ୍ୱ । ତେଣୁ ବାଚସ୍ପତି ବିଧାନସଭାର କମିଟି ଗଠନ କରିବା କୁ ରୁଲିଂ ଦାବି କଲେ ନରସିଂହ ।

ଅନ୍ୟପଟେ ଗୃହର ମଧ୍ୟ ଭାଗରେ ବିଜେପିର ସମସ୍ତ ସଦସ୍ୟ ମାନଙ୍କ ପ୍ରତିବାଦ

ଦ୍ୱାଦଶ ପରୀକ୍ଷା ଲାଗି ପ୍ରସ୍ତୁତି ଜାରି ଅଛି…

() ଦ୍ୱାଦଶ ପରୀକ୍ଷା ଲାଗି ପ୍ରସ୍ତୁତି ଜାରି ଅଛି। ବିଜ୍ଞାନ ବିଭାଗ ପିଲାଙ୍କ ପରୀକ୍ଷା ସିଡୁଲରେ କମ ଦିନର ବ୍ୟବଧାନ ଅଛି। ଯେଉଁଥି ଲାଗି ପରୀକ୍ଷାର୍ଥୀ ଙ୍କ ଭିତରେ ଟିକେ ଅସନ୍ତୋଷ ଥିଲା। ପରୀକ୍ଷା କାର୍ଯ୍ୟ ସୂଚୀ ରେ ସାମାନ୍ୟ ପରିବର୍ତ୍ତନ ଲାଗି CHSE କୁ ନିର୍ଦ୍ଦେଶ ଦିଆଯାଇଛି। ଏଥର 1586 କଲେଜର ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ମୋଟ 1148 ଟି ପରୀକ୍ଷା କେନ୍ଦ୍ର ହୋଇଛି। ପୁରା ପରୀକ୍ଷା ସିସିଟିଭି ମନିଟରିଂ ରେ ହେବ।

ସମୀର ରଞ୍ଜନ ଦାଶ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ପାନୀୟ ଜଳ ପ୍ରକଳ୍ପକୁ ବିଧାନସଭାରେ ଘମାଘୋଟ ଆଲୋଚନା…

() ବିଧାନସଭାରେ ବୃହତ ପାନୀୟ ଜଳ ପ୍ରକଳ୍ପକୁ ଘମାଘୋଟ ଆଲୋଚନା ହୋଇଛି l ପ୍ରକଳ୍ପ କାମ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାରେ ବିଳମ୍ବ ନେଇ ସରକାରୀ ଦଳ ସଦସ୍ୟ ଓ ବିରୋଧି ଦଳ ସଦସ୍ୟ ମନ୍ତ୍ରୀ ପ୍ରଶ୍ନ କରି ଘେରିଥିଲେ l କୋଭିଡ ଓ ଜମି ଅଧିଗ୍ରହଣ ପାଇଁ କାମ ବିଳମ୍ବ ହେଉଥିବା ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି l ଏଯାଏ 314 ବ୍ଲକରୁ 160 ବ୍ଲକ ରେ 110 ଟି ବୃହତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ଡିସେମ୍ବର 3, 2019 ରେ ମୁଖ୍ୟମନ୍ତ୍ରୀ ଶୁଭ ଦେଇଥିଲେ । ଏହି 110 ଟି ପ୍ରକଳ୍ପ ପାଇଁ 329 କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା । ତାହା ଦୁଇ ବର୍ଷ ଭିତରେ ସମ୍ପୁର୍ଣ୍ଣ ହେବ କଥା । କିନ୍ତୁ 12 ଟି ବ୍ଲକ ର 9 ଗୋଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି । କୋଭିଡ ପାଇଁ ଏହି ପ୍ରକଳ୍ପ ବିଳମ୍ବ ହେଉଥିବା ଦର୍ଶାଇଛନ୍ତି ମନ୍ତ୍ରୀ ପ୍ରତାପ ଜେନା । ଏହି ସବୁ ପ୍ରକଳ୍ପ 15 ଡିସେମ୍ବର 2022 ସୁଦ୍ଧା ଶେଷ କରିବାକୁ ସରକାର ଲକ୍ଷ ରଖିଛନ୍ତି । ଏହି ପ୍ରସଂଗରେ ବିଧାୟକ ଅମର ଶତପଥୀ, ତାରା ପ୍ରସାଦ ବାହିନୀପତି, ନରସିଂହ ମିଶ୍ର ପ୍ରମୁଖ ବିଭିନ୍ନ ଅଭିଯୋଗ କରିଥିଲେ l

ପ୍ରଗତିଶୀଳ ଶିଳ୍ପ ନୀତି ଓ ସ୍ୱଚ୍ଛ ପ୍ରଶାସନିକ ବ୍ୟବସ୍ଥା ନୂଆ ପୁଞ୍ଜିନିବେଶ ପ୍ରସ୍ତାବ ଆକର୍ଷିତ କରିବାରେ ଓଡ଼ିଶା ଆଗୁଆ…

() ଏକକ ବାତାୟନ ମାଧ୍ୟମରେ ୨୦୭୧ କୋଟି ଟଙ୍କାର ୧୨ଟି ନୂଆ ପୁଞ୍ଜିନିବେଶ ପ୍ରକଳ୍ପ ଅନୁମୋଦିତ।
୧୧୦ ଦିନ ମଧ୍ୟରେ ୨୦୩୮୦ ଲୋକଙ୍କ ନିମନ୍ତେ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ୪୦ ପ୍ରକଳ୍ପ ଅନୁମୋଦିତ।

{} ବ୍ୟବସାୟ ଅନୁକୁଳ ବାତାବରଣ, ପ୍ରଗତିଶୀଳ ଶିଳ୍ପ ନୀତି ଓ ସ୍ୱଚ୍ଛ ପ୍ରଶାସନିକ ବ୍ୟବସ୍ଥା ଯୋଗୁ ଓଡ଼ିଶା ନୂଆ ପୁଞ୍ଜିନିବେଶ ପ୍ରସ୍ତାବ ଆକର୍ଷିତ କରିବାରେ ଆଗୁଆ ରାଜ୍ୟ ହୋଇ ରହିଛି । ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ଏକକ ବାତାୟନ(ସିଙ୍ଗିଲ୍ ୱିଣ୍ଡୋ) କମିଟି ବୈଠକରେ ୧୨ ଟି ନୂତନ ପୁଞ୍ଜିନିବେଶ ପ୍ରକଳ୍ପକୁ ନିତୀଗତ ଅନୁମୋଦନ ଦିଆଯାଇଛି । ଏହି ସବୁ ପ୍ରକଳ୍ପ ମାଧ୍ୟମରେ ୨୦୭୧ କୋଟି ଟଙ୍କାର ନୂଆ ପୁଞ୍ଜିନିବେଶ ହେବା ସହ ୩,୫୩୫ ଜଣଙ୍କ ନିମନ୍ତେ ନିଯୁକ୍ତି ସୁଯୋଗ ସୃଷ୍ଟିହେବ ।
ସୂଚନାଯୋଗ୍ୟ ଗତ ୧୧୦ ଦିନ ମଧ୍ୟରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକକ ବାତାୟନ କମିଟି ୪୦ ଟି ପୁଞ୍ଜିନିବେଶ ପ୍ରକଳ୍ପ ଅନୁମୋଦନ କରିଛନ୍ତି । ଫଳରେ ରାଜ୍ୟରେ ୫୮୪୧.୪୦ କୋଟି ଟଙ୍କାର ପୁଞ୍ଜିନିବେଶ ସହ ପ୍ରାୟ ୨୦,୩୮୦ ଲୋକଙ୍କ ପାଇଁ ନୁତନ ନିଯୁକ୍ତି ସୁଯୋଗ ସୃଷ୍ଟି ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି ।
ରାଜ୍ୟ ଲୋକସେବା ଭବନରୁ ଡ଼ିଜିଟାଲ ମୋଡ୍ ରେ ଅନୁଷ୍ଠିତ ଏହି ବୈଠକରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା ପ୍ରକଳ୍ପ ଗୁଡିକର ବୈଷୟିକ, ଆର୍ଥିକ ଏବଂ ଭିତ୍ତିଭୂମି ସଂପର୍କିତ ବିଷୟ ଉପସ୍ଥାପନ ପୂର୍ବକ କହିଥିଲେ ଯେ ପ୍ରକଳ୍ପ ଗୁଡିକ ମୁଖ୍ୟତଃ ପର୍ଯ୍ୟଟନ, ଆତିଥ୍ୟ, ଖାଦ୍ୟ ପ୍ରକ୍ରିୟାକରଣ, ପଶୁପାଳନ, ପଶୁଖାଦ୍ୟ ଉତ୍ପାଦନ, ଲଜିଷ୍ଟିକ୍ ପାର୍କ ଏବଂ ମାନୁଫାକ୍ଚରିଂ ସେକ୍ଟର ଅନ୍ତର୍ଭୁକ୍ତ । ଏସବୁ ପ୍ରକଳ୍ପ ରାଜ୍ୟର ବିଭିନ୍ନ ଅଂଚଳରେ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ଆର୍ଥିକ କାର୍ଯ୍ୟକଳାପ ବୃଦ୍ଧିରେ ସହାୟକ ହେବ ।
ପ୍ରକଳ୍ପ ଗୁଡିକୁ ନୀତିଗତ ଅନୁମୋଦନ ଦେଇ ସେଗୁଡିକର ତ୍ୱରିତ କ୍ଷେତ୍ରାନ୍ୱୟନ ଉପରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଗୁରୁତ୍ୱ ଆରୋପ କରିଥିଲେ । ଏଥି ପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବା ପାଇଁ ଶ୍ରୀ ମହାପାତ୍ର ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ପୂର୍ବରୁ ଅନୁମୋଦିତ ପ୍ରକଳ୍ପ ଗୁଡ଼ିକର ସମୟାନୁବନ୍ଧିତ ନିର୍ମାଣ ଏବଂ ଉତ୍ପାଦନ ଆରମ୍ଭ ଉପରେ ଗୁରୁତ୍ୱ ଆରୋପ କରି ଏହା ଉପରେ ଦୃଷ୍ଟି ରଖିବା ପାଇଁ ମୁଖ୍ୟ ଶାସନ ସଚିବ ଇପିକଲ୍ଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସବୁ ଶିଳ୍ପାନୁଷ୍ଠାନରେ ଓଡ଼ିଶାରୁ କୌଶଳ ପ୍ରାପ୍ତ(ସ୍କିଲ୍ଡ୍ ଇନ୍ ଓଡିଶା) ଯୁବକଯୁବତୀମାନଙ୍କର ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ । ନିର୍ଦ୍ଧାରିତ ମାନକ ଅନୁସାରେ ଶିଳ୍ପ ପାଇଁ ଆବଶ୍ୟକ ଜମି ଓ ଜଳର ବାସ୍ତବ ଅନୁଶୀଳନ କରିବାକୁ ମଧ୍ୟ ଶ୍ରୀ ମହାପାତ୍ର ଇପିକଲ୍ଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ବୈଠକରେ ନୂତନଭାବେ ନିତୀଗତ ଅନୁମୋଦନ ଲାଭ କରିଥିବା ୧୨ଟି ପ୍ରକଳ୍ପ ଗୁଡ଼ିକ ନିମ୍ନ ପ୍ରକାର ।

କଂପାନୀ ପ୍ରସ୍ତାବିତ ପ୍ରକଳ୍ପ ପୁଞ୍ଜୀ(କୋଟିରେ) ନିଯୁକ୍ତି ସୁଯୋଗ(ବ୍ୟକ୍ତି ସଂଙ୍ଖ୍ୟାରେ)
ସ୍ୱସ୍ତି ପ୍ରିମିୟମ୍ ପ୍ରା. ଲିଃ
ଗୋପାଳପୁର ପାମ୍ ରିସୋର୍ଟ
୯୫ ୨୩୦
ପୁଷ୍ପମ୍ ରିଅଲ୍ଟି
ରିସୋର୍ଟ ଏବଂ ସ୍ପା ୟୁନିଟ୍
୬୭.୨୭ ୫୦୦
ଆର୍ଶିବାଦ ଇଞ୍ଜିନିଅରିଂ ଏବଂ କନ୍ଷ୍ଟ୍ରକ୍ସନ୍ ପ୍ରା.ଲିଃ
୫-ଷ୍ଟାର୍ ହୋଟେଲ୍
୫୯.୩୩ ୧୫୧
ଶ୍ରୀ ମେଟାଲିକ୍ସ୍ ଲିଃ
ଆଇରନ୍ ଓର ବେନିଫିକେସନ୍ ଏବଂ ପେଲେଟ୍ ପ୍ଲାଣ୍ଟ୍
୬୫୦ ୭୫୦
ସିଦ୍ଧିରିଦ୍ଧି ଇଣ୍ଟରନ୍ୟାସ୍ନାଲ୍ ପ୍ରା. ଲିଃ ବିଲେଟ୍ ଏବଂ ପେଲେଟ୍ ତିଆରି ପ୍ଲାଣ୍ଟ୍
୩୦୮ ୫୧୬
ପଂଚବଟୀ ଇସ୍ପାତ ଲିଃ ସ୍ପଞ୍ଜ ଆଇରନ୍ ଏବଂ ଷ୍ଟିଲ୍ ବିଲେଟ୍ ପ୍ଲାଣ୍ଟ
୨୦୩ ୨୧୧
ଜେ.କେ ବାଇଓଟେକ୍
ଶସ୍ୟ-ଭିତ୍ତିକ ଇଥାନଲ୍ ପ୍ଲାଣ୍ଟ୍
୨୧୫ ୨୫୦
ଏଲ୍.ଏମ୍.ବି. କନ୍ଗିଓମେରେଟ୍ ପ୍ରା. ଲିଃ ଇଥାନଲ୍ ପ୍ଲାଣ୍ଟ୍
୧୪୮ ୧୧୨
ଉତ୍କଳ ଫିଡ୍ସ୍ ପ୍ରା.ଲିଃ
ହାଚେରୀ, ବ୍ରିଡର ପ୍ୟାରେଣ୍ଟ୍ ଏବଂ ଅଣ୍ଡାଦିଆ କୁକୁଡ଼ା ପ୍ଲାଣ୍ଟ ୫୪.୧୭ ୧୬୫
ସ୍ପିନୋ ପେପର ଏବଂ ବୋର୍ଡ ପ୍ରା.ଲିଃ କ୍ରାଫ୍ଟ୍ କାଗଜ ଏବଂ ଡୁଫ୍ଲେକ୍ସ୍ ବୋର୍ଡ ଉତ୍ପାଦନ ପ୍ଲାଣ୍ଟ୍
୫୬.୧୭ ୨୦୦
ହିନ୍ଦୁସ୍ତାନ୍ ଆକ୍ୱା ପ୍ରା.ଲିଃ
ଲଜିଷ୍ଟିକ୍ ପାର୍କ, ଶୀତଳ-ଶୃଙ୍ଖଳ ଏବଂ ଆମୋଦ କେନ୍ଦ୍ର ୮୦ ୩୦୦
ରାଉରକେଲା ସ୍ପଞ୍ଜ ଏଲ୍.ଏଲ୍.ପି.
ଇଥାନଲ୍ ପ୍ଲାଣ୍ଟ୍
୧୩୫ ୧୫୦

ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ଼ଃ ମୋନା ଶର୍ମା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା, ଇସ୍ପାତ ଓ ଖଣି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଦେଓ ରଂଜନ କୁମାର ସିଂ, ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ, ପଂଚାୟତିରାଜ ଓ ପାନୀୟ ଜଳ ଯୋଗାଣ ପ୍ରମୁଖ ଶାସନ ସଚିବ ଶ୍ରୀ ଅଶୋକ କୁମାର ମୀନା, ଇପିକଲ୍ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭୁପିନ୍ଦର ସିଂ ପୁନିଆଙ୍କ ସମେତ ସଂପୃକ୍ତ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ସପ୍ତମ ବେତନ କମିଶନର ଶେଷ 20 ପ୍ରତିଶତ ବକେୟା ଦେୟ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଦେଇଛନ୍ତି…

{}ସପ୍ତମ ବେତନ କମିଶନର ଶେଷ 20 ପ୍ରତିଶତ ବକେୟା ଦେୟ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଦେଇଛନ୍ତି।

ଏହାଦ୍ବାରା କର୍ମଚାରୀମାନେ ସଂପୂର୍ଣ୍ଣ ବକେୟା ରାଶି ପାଇପାରିବେ।

ପୂର୍ବରୁ ୮୦ ପ୍ରତିଶତ ବକେୟା ପ୍ରଦାନ କରାଯାଇଛି।

ଉପକୃତ ହେବେ ୪ ଲକ୍ଷ କର୍ମଚାରୀ, ୮୫୦ କୋଟି ଟଙ୍କା ବ୍ୟୟ ବରାଦ।

() ସପ୍ତମ ବେତନ କମିଶନ ବାବଦ ଆଉ ୨୦ ପ୍ରତିଶତ ବକେୟା ଅର୍ଥ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ନେଇଛନ୍ତି ।

ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ କ୍ରମେ ଆଜି ଏ ସଂକ୍ରାନ୍ତରେ ସରକାରୀ ଘୋଷଣା ନାମା ପ୍ରକାଶ ପାଇଛି. ଏହାଦ୍ବାରା କର୍ମଚାରୀମାନେ ସପ୍ତମ ବେତନ କମିଶନ ଦରମା ବାବଦ ସଂପୂର୍ଣ୍ଣ ବକେୟା ରାଶି ପାଇପାରିବେ।

ପୂର୍ବରୁ ଏହି ବକେୟାର ୮୦ ପ୍ରତିଶତ ପ୍ରଦାନ କରାଯାଇଛି। ଏହି ନିଷ୍ପତ୍ତି ଦ୍ବାରା ରାଜ୍ୟ ସରକାରଙ୍କ ୪ ଲକ୍ଷ କର୍ମଚାରୀ ଉପକୃତ ହେବେ। ଏଥିପାଇଁ ୨୦୨୧-୨୨ ଅତିରିକ୍ତ ବଜେଟ୍ରେ ୮୫୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। କର୍ମଚାରୀମାନେ ଏହି ବକେୟା ଅର୍ଥ ଚଳିତ ମାର୍ଚ୍ଚ ମାସ ଦରମା ରେ ପାଇପାରିବେ।ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ସପ୍ତମ ବେତନ କମିଶନ ର ସୁପାରିଶକୁ ଗ୍ରହଣ କରି ଏହାକୁ ୨୦୧୬ ଜାନୁଆରୀ ମାସ ଠାରୁ ଲାଗୁ କରିଥିଲେ ଏବଂ ୨୦୧୭ ସେପ୍ଟେମ୍ବର ମାସଠାରୁ ବର୍ଦ୍ଧିତ ଦରମା ପ୍ରଦାନ କରିଥିଲେ। କର୍ମଚାରୀମାନେ ସପ୍ତମ ବେତନ କମିସନ ସୁପାରିଶ ଅନୁଯାୟୀ ଜାନୁଆରୀ ୨୦୧୬ରୁ ଅଗଷ୍ଟ ୨୦୧୭ ମଧ୍ୟରେ 20 ମାସର ବର୍ଦ୍ଧିତ ବକେୟା ଦରମା ବିଭିନ୍ନ କିସ୍ତିରେ ଦେବାକୁ ନିଷ୍ପତ୍ତି ହୋଇଥିଲା। ଏହି ନିଷ୍ପତ୍ତି ଅନୁଯାୟୀ ୨୦୧୭-୧୮ରେ ୪୦ ପ୍ରତିଶତ, ୨୦୧୯-୨୦ରେ ୧୦ ପ୍ରତିଶତ ଓ ୨୦୨୧-୨୨ରେ ୩୦ ପ୍ରତିଶତ ବକେୟା ପ୍ରଦାନ କରାଯାଇଥିଲା।

ସୂଚନାଯୋଗ୍ୟ ଯେ ପେନ୍ସନଭୋଗୀ ମାନେ ମଧ୍ୟ ସେମାନଙ୍କ ଦରମାର ଶତକଡା ୧୦୦ ପ୍ରତିଶତ ପାଇସାରିଛନ୍ତି।

Follow us

20,832FansLike
0FollowersFollow
14,700SubscribersSubscribe

Latest news