ମୋ ନଦୀ ଅଭିଯାନ ଯୋଜନାକୁ ତ୍ବରାନ୍ବିତ କରିବା ପାଇଁ ଲମ୍ବା ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ…

() ଓଡ଼ିଶାରେ ଜଳ ନୀତିରେ ସଂସ୍କାର ଅଣାଯାଉଛି । ଯେଉଁଥିରେ ନଦୀ ପ୍ରଦୂଷଣ ଠାରୁ ଆରମ୍ଭ କରି ମୋ ନଦୀ ଅଭିଯାନ ଯୋଜନାକୁ ତ୍ବରାନ୍ବିତ କରିବା ପାଇଁ ଲମ୍ବା ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ଏଥିପାଇଁ ବଜେଟରେ ଅର୍ଥ ବ୍ୟୟବରାଦ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ । ନଦୀ ପ୍ରଦୂଷଣକୁ ନେଇ ଗୃହରେ ହୋଇଛି ଘମାଘୋଟ ଆଲୋଚନା । ଏହାସହ କେନାଲ ପୁନରୁଦ୍ଧାର ଓ ବିଭିନ୍ନ ପ୍ରକଳ୍ପ ବିଳମ୍ବ ନେଇ ବିରୋଧୀ ବିଧାୟକମାନେ ମନ୍ତ୍ରୀଙ୍କ ଉତ୍ତର ଚାହିଁଛନ୍ତି । ନଦୀର ପ୍ରଦୂଷଣ ଏକ ବଡ଼ ସମସ୍ୟା ହୋଇଥିବାରୁ ଅଧିକ ବ୍ୟୟବରାଦ କରିବା ପାଇଁ ଦାବି କରିଛନ୍ତି ବିଧାୟକ । ଶେଷ ଦିନରେ ଆଜି ପାରିତ ହେବ ବ୍ୟୟ ମଞ୍ଜୁରୀ ବିଲ ।

ବିଧାନସଭାରେ ଉଠିଲା ଦରଦାମ ଵୃଦ୍ଧି ପ୍ରସଙ୍ଗ..

() ଶୂନ୍ୟକାଳରେକଂଗ୍ରେସ ବିଧାୟକ ନେତା ନରସିଂହ ମିଶ୍ର ଏବଂ ବିଧାୟକ ସନ୍ତୋଷ ସିଂ ସାଲୁଜ। ଯେଉଁଭଳି ଭାବେ ତେଲ ଦର ବଢୁଛି ତୁରନ୍ତ ସରକାର ନିୟନ୍ତ୍ରଣକୁ ଆଣନ୍ତୁ। ନଚେତ ଆଗାମୀ ଦିନରେ ନିଆଁ ଜଳିବ କହିଛନ୍ତି ନରସିଂହ। ସାଲୁଜା କହିଛନ୍ତି ଭୁବନେଶ୍ୱର ରେ ପେଟ୍ରୋଲ ଦର ଲିଟର ପିଛା 107 ତାଙ୍କ ଏବଂ ଡିଜେଲ 97 ଟଙ୍କା ଉପରେ ଛୁଇଁଲାଣି। ରାଜ୍ୟସରକାର ପେଟ୍ରୋଲ ଉପରେ 28 ପ୍ରତିଶତ ଭାଟ ଏବଂ ଡିଜେଲ ଉପରେ 24 ପ୍ରତିଶତ ଭାଟ ନେଉଛନ୍ତି। ଗୋଟିଏ ଗରିବ ଲୋକ ତେଲ ଗୋଟେ ଲିଟର କିଣିଲେ ପେଟ୍ରୋଲ ରେ ଭାଟ ବାବଦରେ 28 ଟଙ୍କା ଏବଂ ଡିଜେଲ ବାବଦରେ 24 ଟଙ୍କା ରାଜ୍ୟ ସରକାର ଭାଟ କିଣୁଛନ୍ତି। ଦରରଦାମ ବୃଦ୍ଧି, ରନ୍ଧନ ଗ୍ୟାସ ଦାମ ବୃଦ୍ଧି ପାଉଛି। ଗରିବ ଓ ମଧ୍ୟବିତ୍ତ ଲୋକେ ଯାହା ଫଳରେ ଲୋକଲେ ଖାଇବାକୁ ପାଉନାହାନ୍ତି ଚାଷୀ ପମ୍ପ ଚଳାଇବା ଡିଜେଲ କିଣିପାରୁନାହାନ୍ତି। ତେଣୁ ତୁରନ୍ତ ରାଜ୍ୟସରକାର ତେଲ ଉପରୁ ଭାଟ ଛାଡ଼ କରନ୍ତୁ ବୋଲି ଦାବି କଲେ ସନ୍ତୋଷ ସିଂ ସାଲୁଜା। ଏପଟେ ତାର ବାହିନୀପତି କହିଛନ୍ତି କେନ୍ଦ୍ର ସରକାର ପ୍ରତିଦିନ ତେଲ ଦଳ ବୃଦ୍ଧି କରୁଛନ୍ତି କେନ୍ଦ୍ରସରକାର ।

ଖଣି ମାଫିଆଙ୍କ ଟାର୍ଗେଟରେ 27 ବିଧାୟକ…

() ଖଣି ମାଫିଆଙ୍କ ଟାର୍ଗେଟରେ 27 ବିଧାୟକ। କେବଳ ଖଣି ମାଫିଆ ନୁହନ୍ତି ପଥର ଓ ବାଲି ମାଫିଆଙ୍କ ମଧ୍ୟ ଟାର୍ଗେଟ କରିଛନ୍ତି। ବିଧାନସଭାର ବାଚସ୍ପତିଙ୍କ ଦୃଷ୍ଟି ଆକଷଣ କରି ସୁରକ୍ଷା ଲୋଡିଲେ ବିରୋଧୀ ଦଳ ମୁଖ୍ୟସଚେତକ ମୋହନ ମାଝୀ

358 ସ୍ଥାନକୁ ପର୍ଯ୍ୟଟନ ମାନ୍ୟତା…

() ରାଜ୍ୟରେ 358 ସ୍ଥାନକୁ ପର୍ଯ୍ୟଟନ ମାନ୍ୟତା ଅଛି। ସେ ସବୁ ସ୍ଥାନରେ ଭିତ୍ତିଭୂମି ଉନ୍ନତି ପାଇଁ ବଜେଟର ବ୍ୟବସ୍ଥା କରାଯାଉଛି। ପ୍ରତି ବର୍ଷ ଭିତ୍ତିଭୂମି ଉନ୍ନତି କରାଯିବ। ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ।

ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ବୋଲି କହିଲେ ବିଜେପି ବିଧାୟକ ଭାସ୍କର ମଢେଇ…

() ମୁଲତବୀ ପ୍ରସ୍ତାଵ ଆଲୋଚନା ରେ ଭାଗ ନେଇ ବିଜେପି ବିଧାୟକ ଭାସ୍କର ମଢେଇଙ୍କ ମନ୍ତବ୍ୟ । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ । ନିର୍ବାଚନରେ ଟଙ୍କା ବାଣ୍ଟି ମଦ ଦେଇ ଯୁବକଙ୍କୁ ମାତାଲ କରୁଛି ଶାସକ ଦଳ । ମିଶନ ଶକ୍ତି ମହିଳା ମାନଙ୍କୁ ନିର୍ବାଚନ ରେ ବ୍ୟବହାର କରୁଛନ୍ତି । ମିଶନ ଶକ୍ତି ମହିଳା ସକାଳ ହେଲେ ସ୍ୱାମୀ ଙ୍କୁ ଛାଡି ପଂଚାୟତ କାର୍ଯ୍ୟାଳୟ ଓ ବ୍ଲକ ଅଫିସ ଧାଉଛନ୍ତି । ରାଜ୍ୟର ମହିଳା ମାନେ ଦିଗ ହରା, ଝିଅ ମାନେ ପଥ ହରା ଆଉ ପୁଅ ମାନେ ମାତାଲ । ଆଉ ଝିଅ ମୋବାଇଲ ଧରି ଟୋକାଙ୍କ ସହ ବୁଦା ମୂଳେ ନଟର ପଟର ହେଉଛନ୍ତି ବୋଲି କହିଲେ ଭାସ୍କର ମଢେଇ ।

ମୁଲତବୀ ପ୍ରସ୍ତାବ ଉପରେ ଉତ୍ତର ରଖିଲେ ରାଷ୍ଟ୍ର ଗୃହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର…

() ମୁଲତବୀ ପ୍ରସ୍ତାବ ଉପରେ ଉତ୍ତର ରଖିଲେ ରାଷ୍ଟ୍ର ଗୃହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ମୋଟାମୋଟି ଭାବେ ଶାନ୍ତିପୂର୍ଣ ରହିଚି। ପଂଚାୟତ ଓ ପୌର ନିର୍ବାଚନରେ ପୋଲିସ୍ର ସତକର୍ତା କାରଣରୁ କମ ସଂଖ୍ୟକ ବୁଥରେ ସାନି ମତଦାନ ଦାନ ହୋଇଛି। ମତଦାନ ବୃଦ୍ଧି ହୋଇଛି। ମାଲକାନଗିରି ସ୍ୱାଭିମାନ ଅଂଚଳରେ ନକ୍ସଲଙ୍କ ଧମକ ସତ୍ତ୍ୱେ ନିର୍ବାଚନ ହୋଇଛି। କ୍ୟାମେରମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡ ମମାଲାରେ କ୍ରାଇମ ବ୍ରାଞ୍ଚ ତଦନ୍ତ କରୁଛି। ସାକ୍ଷୀ ଓ ପ୍ରମାଣ ଆଧାରରେ ଅଭଯୁକ୍ତ ଭାଗ୍ୟଧର ନାୟକ, ବିବେକ ନାୟକ, କୃଷ୍ଣଚନ୍ଦ୍ର ନାୟକ, ନିରଂଜନ ସେଠୀ, ରଞ୍ଜନ ନାୟକ, ପ୍ୟାରମେଶ୍ୱର ନାୟକଙ୍କୁ ଗିରଫ କରାଯାଇଥିଲା ବେଳେ ଘଟଣାର ମାଷ୍ଟ୍ରର ମାଇଣ୍ଡ କୁହାଯାଉଥିବା ଶର୍ମିଷ୍ଠା ରାଉତ ଏବଂ ଝୁନା ବେହେରା ଙ୍କୁ ଗିରଫ କରାଯାଇଛି। ସେହିପରି ଗଂଜାମ ଜିଲ୍ଲା ହିଂଜିଲି ହତ୍ୟାକାଣ୍ଡ ମାମଲାରେ 5 ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ମାମଲାର ତଦନ୍ତ ଜାରି ରିହିଛି। ମମିତା ମେହେର ମାମଲାରେ ଜରିଂ ବ୍ରାଞ୍ଚ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ରାଧେଶ୍ୟାମ ଚଣ୍ଡୀ ଙ୍କୁ ଗିରଫ କରାଯାଇଛି। ମମାଲଟି କୋର୍ଟରେ ବିଚାରଧୀନ ରହିଛି।ରାଜ୍ୟରେ ମହିଳା ଓ ଶିଶୁ ଅପରାଧ ରୋକିବା ପାଇଁ ରାଜ୍ୟସରକାର ସ୍ୱତନ୍ତ୍ର ଉଇଙ୍ଗ ଖୋଲିଛନ୍ତି। 15 ଟି ନକ୍ସଲ ପ୍ରଭାବିତ ଜିଲ୍ଲା ମଧ୍ୟରୁ 5 ଜିଲ୍ଲାକୁ ନକ୍ସଲ ମୁକ୍ତ କରାଯାଇଛି। ବାକି 10 ଜିଲ୍ଲା ନିୟନ୍ତ୍ରଣରେ ରହିଛି।

କଂଗ୍ରେସର ସଦସ୍ୟ ଙ୍କ ହଟଗୋଳ…

() ରାଜ୍ୟରେ ଘଟୁଥିବା ହିଂସା ଓ ଅପରାଧ କାର୍ଯ୍ୟକଳାପରେ ଓଡିଶା ଅଶାନ୍ତ ହୋଇ ପଡ଼ିଥିବା ପ୍ରସଙ୍ଗରେ ବିଜେପି ପକ୍ଷରୁ ମୁଲତବୀ ପ୍ରସ୍ତାଵ ଆଲୋଚନା ସମୟରେ ଗୃହ ରାଷ୍ଟ୍ର ମନ୍ତ୍ରୀ ବିଧାନସଭାରେ ଉତ୍ତର ନ ଦିଅନ୍ତୁ ବୋଲି ଦାବି କଲେ ତାରା ପ୍ରସାଦ ବିହୀନି ପତି । ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ନାଁରେ କିଛି ଅଭିଯୋଗ ରହିଥିବା ରୁ ସେ ଏହି ପ୍ରସଙ୍ଗରେ ଉତ୍ତର ନ ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ଉତ୍ତର ରଖିବାକୁ ଦାବି । ସେପଟେ ବାଚସ୍ପତି କହିଲେ ଗୃହ ରାଷ୍ଟ୍ର ମନ୍ତ୍ରୀ ଙ୍କୁ ଉତ୍ତର ଦେବାକୁ କହିବାରୁ କଂଗ୍ରେସର ସଦସ୍ୟ ମାନେ ଗୃହର ମଧ୍ୟ ଭାଗ ରେ ହଟଗୋଳ କରୁଛନ୍ତି ।

ବିଧାନସଭାର ଶୁନ୍ୟକାଳରେ ଉଠିଲା ରାଜ୍ୟର ବାଲି ହରିଲୁଟ ପ୍ରସଙ୍ଗ..

() ବିଧାନସଭାର ଶୁନ୍ୟକାଳରେ ଉଠିଲା ରାଜ୍ୟର ବାଲି ହରିଲୁଟ ପ୍ରସଙ୍ଗ । ବଡ଼ସାହି ବିଧାୟକ ସନାତନ ବିଜୁଳି ଏହି ପ୍ରସଙ୍ଗ ଉଠାଇ କହିଛନ୍ତି ଯେ ରାଜ୍ୟରେ ବାଲି ମାଫିଆ ମାନଙ୍କ ଦୌରାତ୍ମ୍ୟ ବଢିଛି । ବାଲି ଉଠାଇବାର ଧାର୍ଯ୍ୟ ପରିମାଣ ଠୁ ଅଧିକ ବାଲି ପ୍ରତିଦିନ ଉଠା ଯାଉଛି । ଏହାକୁ ନେଇ ଏନଜିଟି ମଧ୍ୟ ଆପତ୍ତି ଉଠାଇଛନ୍ତି । ବିଶେଷ କରି ମୟୁରଭଞ୍ଜ ଜିଲ୍ଲାରେ ଯେଉଁଭଳି ହଜାର ହଜାର କୋଟିର ବାଲି ହରିଲୁଟ ହେଉଛି ତାହାର ଅନୁଧ୍ୟାନ କରିବା ପାଇଁ ବିଧାନସଭା କମିଟି ଗଠନ କରିବାକୁ ବାଚସ୍ପତିଙ୍କ ରୁଲିଂ ଦାବି କଲେ ବଡ଼ସାହି ବିଧାୟକ ସନାତନ ବିଜୁଳି ।

ମୁଲତବୀ ପ୍ରସ୍ତାବ ଉପରେ ଉତ୍ତର ରଖିଲେ ରାଷ୍ଟ୍ର ଗୃହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର…

() ମୁଲତବୀ ପ୍ରସ୍ତାବ ଉପରେ ଉତ୍ତର ରଖିଲେ ରାଷ୍ଟ୍ର ଗୃହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ମୋଟାମୋଟି ଭାବେ ଶାନ୍ତିପୂର୍ଣ ରହିଚି। ପଂଚାୟତ ଓ ପୌର ନିର୍ବାଚନରେ ପୋଲିସ୍ର ସତକର୍ତା କାରଣରୁ କମ ସଂଖ୍ୟକ ବୁଥରେ ସାନି ମତଦାନ ଦାନ ହୋଇଛି। ମତଦାନ ବୃଦ୍ଧି ହୋଇଛି। ମାଲକାନଗିରି ସ୍ୱାଭିମାନ ଅଂଚଳରେ ନକ୍ସଲଙ୍କ ଧମକ ସତ୍ତ୍ୱେ ନିର୍ବାଚନ ହୋଇଛି। କ୍ୟାମେରମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡ ମମାଲାରେ କ୍ରାଇମ ବ୍ରାଞ୍ଚ ତଦନ୍ତ କରୁଛି। ସାକ୍ଷୀ ଓ ପ୍ରମାଣ ଆଧାରରେ ଅଭଯୁକ୍ତ ଭାଗ୍ୟଧର ନାୟକ, ବିବେକ ନାୟକ, କୃଷ୍ଣଚନ୍ଦ୍ର ନାୟକ, ନିରଂଜନ ସେଠୀ, ରଞ୍ଜନ ନାୟକ, ପ୍ୟାରମେଶ୍ୱର ନାୟକଙ୍କୁ ଗିରଫ କରାଯାଇଥିଲା ବେଳେ ଘଟଣାର ମାଷ୍ଟ୍ରର ମାଇଣ୍ଡ କୁହାଯାଉଥିବା ଶର୍ମିଷ୍ଠା ରାଉତ ଏବଂ ଝୁନା ବେହେରା ଙ୍କୁ ଗିରଫ କରାଯାଇଛି। ସେହିପରି ଗଂଜାମ ଜିଲ୍ଲା ହିଂଜିଲି ହତ୍ୟାକାଣ୍ଡ ମାମଲାରେ 5 ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ମାମଲାର ତଦନ୍ତ ଜାରି ରିହିଛି। ମମିତା ମେହେର ମାମଲାରେ ଜରିଂ ବ୍ରାଞ୍ଚ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ରାଧେଶ୍ୟାମ ଚଣ୍ଡୀ ଙ୍କୁ ଗିରଫ କରାଯାଇଛି। ମମାଲଟି କୋର୍ଟରେ ବିଚାରଧୀନ ରହିଛି।ରାଜ୍ୟରେ ମହିଳା ଓ ଶିଶୁ ଅପରାଧ ରୋକିବା ପାଇଁ ରାଜ୍ୟସରକାର ସ୍ୱତନ୍ତ୍ର ଉଇଙ୍ଗ ଖୋଲିଛନ୍ତି। 15 ଟି ନକ୍ସଲ ପ୍ରଭାବିତ ଜିଲ୍ଲା ମଧ୍ୟରୁ 5 ଜିଲ୍ଲାକୁ ନକ୍ସଲ ମୁକ୍ତ କରାଯାଇଛି। ବାକି 10 ଜିଲ୍ଲା ନିୟନ୍ତ୍ରଣରେ ରହିଛି।

ଛତୁ ଓ ଲେମ୍ବୁ ଉତ୍ପାଦନ ରେ ଓଡିଶା 1 ନମ୍ବର….

() ଛତୁ ଓ ଲେମ୍ବୁ ଉତ୍ପାଦନ ରେ ଓଡିଶା 1 ନମ୍ବର ରାଜ୍ୟ ହୋଇଛି ଓ ବାଇଗଣରେ ଦୁଇ ନମ୍ବରରେ ରହିଛି । ସେହିପରି ଚାଉଳ ଉତ୍ପାଦନରେ ବଳକା ରାଜ୍ୟ ଓଡିଶା ଚର୍ତୁଥ ସ୍ଥାନରେ ରହିଛି । ବିଦେଶ କୁ 700 ମେଟ୍ରିକ ଟନ ଚାଉଳ ପଠା ଯାଉଥିବା ବେଳେ ଆଗକୁ 1 ହଜାର ମେଟ୍ରିକ ଟନ ଚାଉଳ ପଠାଇବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ବିଧାନସଭାର ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ଉତ୍ତର ।
ରାଜ୍ୟରେ ମୋଟ 123 ଟି ଶୀତଳ ଭଣ୍ଡାର ଥିବା ବେଳେ ସେଥି ମଧ୍ୟରୁ 79 ଟି ଅଚଳ । ସଚଳ ଥିବା ଶୀତଳ ଭଣ୍ଡାର ମଧ୍ୟରୁ କୃଷି ବିଭାଗର 4 ଶୀତଳ ଭଣ୍ଡାର ରହିଛି । ଯାହାର କ୍ଷମତା 4 ହଜାର ମେଟ୍ରିକ ଟନ । ସମବାୟ ବିଭାଗ ଅଧୀନରେ 18 ଟି ଶୀତଳ ଭଣ୍ଡାର ରହିଛି । ଏଥିରୁ କେତେ ଅଚଳ ଓ କେତେ ସଚଳ ତାହାର ତଥ୍ୟ ମୋ ପାଖରେ ନାହିଁ ବୋଲି କହିଛନ୍ତି ଅରୁଣ ସାହୁ । ଏହା ସହ ଆହୁରି କହିଛନ୍ତି ଯେ ଯେହେତୁ ଶୀତଳ ଭଣ୍ଡାର ଗୁଡିକୁ ଶିଳ୍ପ ଭାବେ ଗଣା ଯାଉଛି ତାହାର ବିଦ୍ୟୁତ ଦର ୟୁନିଟ ପିଛା 4 ଟଙ୍କା 30 ପଇସା ରହିଛି । ତେଣୁ ରାଜ୍ୟ ସରକାର ଓଇଆରସି କୁ ପ୍ରସ୍ତାଵ ଦେଇଛନ୍ତି ଶୀତଳ ଭଣ୍ଡାର ଗୁଡିକୁ କୃଷି ଭିତ୍ତିକ ଶିଳ୍ପ ରେ ପରିଣତ କରିବା ପାଇଁ । ଏହା ଦ୍ୱାରା ବିଦ୍ୟୁତ ଜନିତ ଖର୍ଚ୍ଚ କମିବ । ବର୍ତ୍ତମାନ ରାଜ୍ୟ ସରକାର ପ୍ରତି ବର୍ଷ ଶୀତଳ ଭଣ୍ଡାର ରେ ଖର୍ଚ୍ଚ ହେଉଥିବା ବିଦ୍ୟୁତ ଦେୟ ଉପରେ 50 ପ୍ରତିଶତ ରିହାତି ଦେଉଛନ୍ତି ।

Follow us

20,832FansLike
0FollowersFollow
14,700SubscribersSubscribe

Latest news