ଦରଦାମ ବୃଦ୍ଧି ପ୍ରସଙ୍ଗ କେନ୍ଦ୍ର ଉପରେ ବାର୍ଷିଲା କଂଗ୍ରେସ…

() ଦରଦାମ ବୃଦ୍ଧି ପ୍ରସଙ୍ଗ କେନ୍ଦ୍ର ବାର୍ଷିଲା କଂଗ୍ରେସ l ଓଡ଼ିଶାବାସୀ ଓ ଦେଶ ବାସୀଙ୍କ ପିଠିରେ ଚାବୁକ ମାରୁଛି କେନ୍ଦ୍ର l ଆନ୍ତର୍ଜାତିକ ସ୍ତରରେ ପେଟ୍ରୋଲ ଡିଜେଲ ଦର କମ ଥିଲେ ଦେଶ ଓ ରାଜ୍ୟରେ କାହିଁକି ବଢୁଛି ବୋଲି ପ୍ରଶ୍ନ କଲା କଂଗ୍ରେସ l ଗ୍ୟାସ ଦର ବୃଦ୍ଧି ବି ଘଟିଛି l ୨୬ଲକ୍ଷ କୋଟି ଟଙ୍କା ଦର ବୃଦ୍ଧି କରି ଲୋକଂକ ପକେଟରୁ ଅର୍ଥ ଲୁଟିଛି କେନ୍ଦ୍ର ସରକାର l ୫ଟି ରାଜ୍ୟରେ ନିର୍ବାଚନ ସରିଲା ପରେ ଦର ବୃଦ୍ଧି କରିଛନ୍ତି l ଭାରତ ବର୍ଷ ଇତିହାସରେ ଏମିତି ଦର ବୃଦ୍ଧି କେବେ ହୋଇନାହିଁ l ସୁଦର୍ଶନ ଦାସ, କଂଗ୍ରେସ ମୁଖପାତ୍ର

ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ନିମନ୍ତେ ଉଚ୍ଚସ୍ତରୀୟ ବୈଠକ ପ୍ରସ୍ତୁତି…

{}ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ନିମନ୍ତେ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ।

ଏହି ଦିବସକୁ ପୂର୍ଣ୍ଣ ମର୍ଯ୍ୟାଦାର ସହ ପାଳନ କରିବାକୁ ଉନ୍ନୟନ କମିଶନରଙ୍କ ନିର୍ଦ୍ଦେଶ।

ବିଧାନସଭା ସୌଧ ସମ୍ମୁଖରେ ହେବ ସାମୁହିକ ପ୍ୟାରେଡ୍
ଉତ୍କଳ ମଣ୍ଡପରେ ଆୟୋଜିତ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ।

() ଚଳିତ ବର୍ଷ ଏପ୍ରିଲ ୧୩ ତାରିଖ ଦିନ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ନିମନ୍ତେ ପ୍ରସ୍ତୁତିକୁ ଯୋରଦାର କରାଯାଇଛି । ଏଥି ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆଜି ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।
ରାଜ୍ୟ ଲୋକସେବା ଭବନରେ ଆୟୋଜିତ ଏହି ବୈଠକରେ ସୂଚନା ଲୋକ ସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନର ଗୁରୁତ୍ୱ ସଂପର୍କରେ ଆଲୋକପାତ କରିଥିଲେ । ବିଭାଗର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ଦିବସ ପାଳନର ପ୍ରସ୍ତାବିତ କାର୍ଯ୍ୟସୂଚୀ ଉପସ୍ଥାପନ କରିଥିଲେ ।
‘’ରାଜଧାନୀ ପ୍ରତିଷ୍ଠା ଦିବସକୁ ରାଜଧାନୀ ଭୁବନେଶ୍ୱରର ଜନ୍ମଉତ୍ସବ ଭାବେ ପୂର୍ଣ୍ଣ ମର୍ଯ୍ୟାଦା ସହ ପାଳନ କରିବାକୁ’’ ଉନ୍ନୟନ କମିଶନର ଶ୍ରୀ ଜେନା ନିର୍ଦ୍ଦେଶ ଦେଇଥିଲେ । ଏହି ଦିବସ ପାଳନରେ ସରକାରୀ ବିଭାଗ, ଭୁବନେଶ୍ୱର ପୌର ପରିଷଦ, ଜନ ପ୍ରତିନିଧି, ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟି ଓ ସାଂସ୍କୃତିକ ଅନୁଷ୍ଠାନମାନଙ୍କୁ ସାମିଲ କରି ଏହାକୁ ଏକ ଆକର୍ଷଣୀୟ ଜନ-ଉତ୍ସବରେ ପରିଣତ କରିବା ପାଇଁ ଶ୍ରୀ ଜେନା ନିର୍ଦ୍ଦେଶ ଦେଇଥିଲେ ।
ଏଥି ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ନିମନ୍ତେ ସୂଚନା ଲୋକ ସଂପର୍କ ବିଭାଗ, ଭୁବନେଶ୍ୱର ମହାନଗର ନିଗମ (ବି.ଏମ୍.ସି.), ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଖୋର୍ଦ୍ଧାର ଜିଲ୍ଲାପାଳ ଏବଂ ପୋଲିସ୍ କମିଶନରେଟ ଙ୍କୁ ଶ୍ରୀ ଜେନା ନିର୍ଦ୍ଦେଶ ଦେଇଥିଲେ ।
ଚଳିତ ବର୍ଷ ରାଜଧାନୀ ପ୍ରତିଷ୍ଠା ଦିବସ ନିମନ୍ତେ ୧୨ ତାରିଖ ଦିନ ମିଳିତ ପ୍ୟାରେଡ୍ ଅଭ୍ୟାସ କରାଯିବ । ୧୩ ତାରିଖ ସକାଳ ୮ ଘଟିକା ସମୟରେ ଓଡ଼ିଶା ବିଧାନ ସଭାର ମାନ୍ୟବର ବାଚସ୍ପତି ମିଳିତ ପ୍ୟାରେଡ୍ ରେ ଅଭିବାଦନ ଗ୍ରହଣ କରିବେ ।
ଏହି ପ୍ୟାରେଡ୍ ବିଧାନସଭା ସୌଧ ସମ୍ମୁଖ ରାଜଧାନୀ ପ୍ରତିଷ୍ଠା ଫଳକ ସମ୍ମୁଖ ରାସ୍ତାରେ ରବିନ୍ଦ୍ର ମଣ୍ଡଠାରୁ ଜୟଦେବ ଭବନ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ସଂଧ୍ୟାରେ ସାଧାରଣ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ଥାନୀୟ ଉତ୍କଳ ମଣ୍ଡପ ପରିସରରେ ଅନୁଷ୍ଠିତ ହେବ । ଏପ୍ରିଲ ୧୩ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମାଧ୍ୟମରେ ଉଚ୍ଚମାନର ରାଜ୍ୟସ୍ତରୀୟ କଳା ଅନୁଷ୍ଠାନମାନଙ୍କୁ ଏଥିରେ ସାମିଲ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା ।
ଆସନ୍ତା ବର୍ଷ ରାଜଧାନୀ ପ୍ରତିଷ୍ଠାର ୭୫ ବର୍ଷ ପୁର୍ତ୍ତୀ ହେଉଥିବାରୁ ଏହାକୁ ଏକ ମହୋତ୍ସବଭାବେ ପାଳନ କରିବା ନିମନ୍ତେ ଆଗୁଆ ପ୍ରସ୍ତୁତି କରିବାକୁ ଶ୍ରୀ ଜେନା ବି.ଏମ୍.ସିଙ୍କୁ ପରାମର୍ଶ ଦେଇଥିଲେ ଏବଂ ଆସନ୍ତା ବର୍ଷ ଠାରୁ ବି ଏମ ସି ମାଧ୍ୟମରେ ପ୍ରତିବର୍ଷ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି l
ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ମଧୁସୂଦନ ପାଢ଼ୀ, ସୂଚନା ଓ ଲୋକ ସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ, ପୁର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଵୀର ବିକ୍ରମ ଯାଦବ, ବି.ଏମ୍.ସି.ର କମିଶନର ଶ୍ରୀ ସଂଜୟ କୁମାର ସିଂ, ଗୃହ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଡ଼ଃ ସନ୍ତୋଷ ବାଳା, ସୂଚନା ଲୋକ ସଂପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ, ଖୋର୍ଦ୍ଧାର ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର, ଭୁବନେଶ୍ୱର ଡ଼ି.ସି.ପି ଶ୍ରୀ ଉମାଶଙ୍କର ଦାସଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ରାଜଧାନୀ ପ୍ରତିଷ୍ଠା ଦିବସ କମିଟିର ସଭାପତି ଶ୍ରୀ ପ୍ରଦୋଷ ପଟ୍ଟନାୟକ, ସଂପାଦକ ଶ୍ରୀ ସନତ୍ ମିଶ୍ର ଏବଂ ଉପସଭାପତି ଶ୍ରୀ ପ୍ରଦ୍ୟୁମ୍ନ ମହାନ୍ତି ପ୍ରମୁଖ ପୂର୍ବ ବର୍ଷମାନଙ୍କରେ ଏହି ଦିବସ ପାଳନ ସଂପର୍କିତ ସବିଶେଷ ସୂଚନା ଦେଇଥିଲେ ।

ପଠାଣି ରାଉତ ସୂଚନା ଅଧିକାରୀ

ଭାରତକୁ ନିଶା ମୁକ୍ତ କରିବାକୁ ସଚେତନତାର ବାର୍ତ୍ତା ନେଇ ସାଇକେଲରେ ବୁଲୁଛନ୍ତି ଅମନଦୀପ୍

() ଭାରତକୁ ନିଶା ମୁକ୍ତ କରିବାକୁ ସଚେତନତାର ବାର୍ତ୍ତା ନେଇ ସାଇକେଲରେ ବୁଲୁଛନ୍ତି ଅମନଦୀପ୍ । ଇଛାଶକ୍ତି ଆଗରେ ହାର୍ ମାନିଛି ବୟସ । ଏ ହେଉଛନ୍ତି ୬୨ ବର୍ଷୀୟ ଅମନ୍ ଦୀପ୍ ସିଂ ଘର ବେଙ୍ଗାଲୁରୁର ଚିକ୍କାତିରୁପତି ଠାରେ । ଗତ ୨୦୦୮ ମସିହା ଜାନୁଆରୀ ପହିଲାରୁ ସାଇକେଲ ଧରି ବାହାରିଛନ୍ତି ଏକ ଜନ ସଚେତନ ବାର୍ତ୍ତା ନେଇ । ନିଶା ମୁକ୍ତ ଭାରତ ଗଠନ ବାର୍ତ୍ତା ନେଇ ବୁଲୁଛନ୍ତି ପ୍ରତ୍ୟେକ ରାଜ୍ୟ। ଏହି ପରିପ୍ରେକ୍ଷୀରେ ସେ ଭ୍ରମଣ କରି ସାରିଲେଣି ୨୬ ରୁ ଅଧିକ ରାଜ୍ୟ। ତା ସହିତ ଅତିକ୍ରମ କଲେଣି ୨ଲକ୍ଷ ୮୦ ହଜାର ରୁ ଅଧିକ କିଲୋମିଟର ବାଟ। ଦୀର୍ଘ ୧୪ ବର୍ଷରୁ ଉର୍ଦ୍ଧ୍ବ ଦିନ ମଧ୍ୟରେ ସେ ସାଇକେଲ୍ ର ୫୦ରୁ ଉର୍ଦ୍ଧ୍ବ ଟାୟାର୍ ଓ ପାଖାପାଖି ୭୦ ଟି ଟ୍ଯୁବ୍ ବଦଳାଇ ସାରିଲେଣି। ଏଥିସହିତ ପାୟ ୬ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରି ସାରିଲେଣି ଏହି ଅଭିଯାନ ପାଇଁ। ତାଙ୍କ ସହ ଆଲୋଚନା ମାଧ୍ୟମରେ ଶ୍ରୀ ସିଂ କହିଛନ୍ତି, ୨୦୦୭ ମସିହାରେ ତାଙ୍କର ଜଣେ ସମ୍ପର୍କିୟଙ୍କର ମଦ ଓ ଅତ୍ଯାଧିକ ନିଶା କାରଣରୁ ମୃତ୍ୟୁ ଘଟିଥିଲା। ସେହି ଘଟଣା ତାଙ୍କୁ ବିଚଳିତ କରିଥିଲା । ତେଣୁ ସେ ନିଶା ନିବାରଣ ସମ୍ପର୍କରେ ଭାରତ ବର୍ଷର ଜନ ସାଧାରଣଙ୍କୁ ଅବଗତ କରିବା ପାଇଁ ସଂକଳ୍ପ ନେଇଥିଲେ। ତେଣୁ ଦୀର୍ଘ ୧୪ ବର୍ଷ ହେବ ବୁଲୁଛନ୍ତି ସବୁ ରାଜ୍ୟ। ଏହି କ୍ରମରେ ସେ ଆଜି ପହଞ୍ଚିଥିଲେ ଯାଜପୁର ଜିଲ୍ଲା ପାଣିକୋଇଲି ଛକରେ। ସେଠାରେ ଓଭରବ୍ରିଜ ତଳେ ଛାଇରେ କ୍ଳାନ୍ତି ମେଣ୍ଟାଉଥିବା ସମୟରେ ତାଙ୍କ ସହିତ ଆଲୋଚନା କରିଥିଲେ ଆମ ପ୍ରତିନିଧି। ପ୍ରତିଦିନ ଭୋର ୫ଟା ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ସାଇକେଲ ଚଳାନ୍ତି ଓ ସନ୍ଧ୍ୟା ସମୟରେ କୌଣସି ମନ୍ଦିର କିମ୍ବା ଗୁରୁଦ୍ବାରା ନିକଟରେ ନିଜେ ରଖିଥିବା ରୋଷେଇ ସାମଗ୍ରୀ କାଢି ଖାଦ୍ୟ ପ୍ରସ୍ତୁତ କରି ଖାଇ ଶୋଇ ପଡନ୍ତି ।ପୁଣି ପରଦିନ ସକାଳୁ ନିତ୍ଯକର୍ମ ସାରି ବାହାରି ପଡୁଥିବା କହିଛନ୍ତି ଅମନଦୀପ୍ ।

ଆହାର କେନ୍ଦ୍ର ପ୍ରତିଷ୍ଠା ଦିବସ ପାଳନ…

() ଗତ କାଲି ରାଜ୍ୟବ୍ୟାପି ଆହାର କେନ୍ଦ୍ର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ୨୦୧୫ ମସିହା ଏପ୍ରିଲ ପହିଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଆହାର ଯୋଜନାର ଶୁଭାରମ୍ଭ କରିଥିଲେ । ଏହି ଯୋଜନାର ମୂଳ ଲକ୍ଷ୍ୟ ଥିଲା ଗରିବ ଓ ଅଭାବୀ ଲୋକଙ୍କୁ ଶସ୍ତାରେ ଉନ୍ନତମାନର ଖାଦ୍ୟ ଯୋଗାଇଦେବା ବିଶେଷକରି ଡାକ୍ତରଖାନା, ବସଷ୍ଟାଣ୍ଡ, ରେଳଷ୍ଟେସନ ଓ ବଡ ବଡ ସହରକୁ ଆସୁଥିବା ଲୋକ ଖାଦ୍ୟ ପାଇଁ ହଇରାଣ ହରକତ ହେବା ସହିତ ଠକାମିରେ ପଡୁଥିଲେ । ଅନେକ ସମୟରେ ନିମ୍ନମାନର ଖାଦ୍ୟ ଖାଇ ରୋଗ୍ରାକାନ୍ତ ବି ହେଉଥିଲେ । ।ଇତି ମଧ୍ୟରେ ରାଜ୍ୟରେ ୫ଟଙ୍କିଆ ଆହାର ଖାଉଥିବା ଲୋକଙ୍କ ସଂଖ୍ୟା ୧୨ କୋଟି ଟପିଛି । ଗତ କାଲି ଆହାର କେନ୍ଦ୍ର ୭ବର୍ଷ ପୂରଣ କରିଥିବାବେଳେ ଏହି ସମୟରେ ବିଭିନ୍ନ ଆହାର କେନ୍ଦ୍ରରେ ୧୨ କୋଟିରୁ ଅଧିକ ୫ଟଙ୍କିଆ ଭାତ-ଡାଲମା ମିଲ୍ ଯୋଗାଇ ଦିଆଯାଇଛି ।
ଆହାର କେନ୍ଦ୍ର ସମଗ୍ର ରାଜ୍ୟରେ ତାହାର ପ୍ରତିଷ୍ଠା ଦିବସ ପାଳନ କରୁଥିବା ଅବସରରେ ଏହି ପରିସଂଖ୍ୟାନ ପଦାକୁ ଆସିଛି । ଇତି ମଧ୍ୟରେ ରାଜ୍ୟର ୩୦ଟି ଜିଲ୍ଲାରେ ୧୬୭ଟି ଆହାର କେନ୍ଦ୍ର ଖୋଲିଥିବାବେଳେ ଏଥିରୁ ୫୮ଟି ଉଭୟ ଦିନ ଓ ରାତି ବେଳା ଲୋକଙ୍କୁ ଖାଦ୍ୟ ଯୋଗାଉଛି । ଏହି ସମସ୍ତ ଆହାର କେନ୍ଦ୍ରର ପରିଚାଳନା ଭାର ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠି, ମିଲର୍ସ ମାଲିକ ସଂଘ ଆଦିଙ୍କ ଦ୍ୱାରା ଚଳାଯାଉଥିବାବେଳେ ଏଥିପାଇଁ ୩୮ଟି କେନ୍ଦ୍ରୀୟ ପାକଶାଳା ରହିଛି । ଏଠାରେ ଅତ୍ୟନ୍ତ ସ୍ୱାସ୍ଥ୍ୟପ୍ରଦ ପରିବେଷରେ ଖାଦ୍ୟ ପ୍ରସ୍ତୁତ ସହିତ ତାହାକୁ ବିଭିନ୍ନ ଆହାର କେନ୍ଦ୍ରରେ ପହଞ୍ଚାଯାଉଛି ।
କେନ୍ଦ୍ରୀୟ ପାକଶାଳା ଓ ଆହାର କେନ୍ଦ୍ର ମଧ୍ୟରେ ଖାଦ୍ୟ ପରିବହନ ବ୍ୟବସ୍ଥାକୁ ସୁସଂଗଠିତ କରିବାପାଇଁ କର୍ତ୍ତୃପକ୍ଷ ସେଗୁଡିକୁ ଜିଓ ଟ୍ୟାଗିଙ୍ଗ୍ କରିଛନ୍ତି । ଫଳରେ କେତେବେଳେ ସାମଗ୍ରୀ ଆସି କେଉଁଠାରେ ପହଞ୍ଚିଲା ତାହାକୁ କର୍ତ୍ତୃପକ୍ଷ ସହଜରେ ଦପ୍ତରରେ ବସି ପାଇପାରୁଛନ୍ତି । ତେବେ ଉନ୍ନତମାନର ଖାଦ୍ୟ ପରିବେଷଣ ସହିତ ଆନୁଷଙ୍ଗିକ ଭିତ୍ତିଭୂମି ପାଇଁ ସମସ୍ତ ପାକଶାଳା ଓ ଆହାର କେନ୍ଦ୍ରକୁ ଆଇଏଏସ୍ଓ ପ୍ରମାଣପତ୍ର ମିଳିଛି ।ଆହାର କେନ୍ଦ୍ର କେବଳ ଗରିବ ଓ ଦୁଃସ୍ଥ ଲୋକଙ୍କୁ ଶସ୍ତାରେ ଖାଦ୍ୟ ଯୋଗାଉନାହିଁ, ମହିଳା ବିଶେଷକରି ମହିଳା ଗୋଷ୍ଠିଗୁଡିକର ରୋଜଗାରର ମାଧ୍ୟମ ପାଲଟିଛି । ଗୋଟିଏ ପଟେ ଆହାର କେନ୍ଦ୍ରର ପରିଚାଳନା ଭାର ମହିଳାଙ୍କ ହାତରେ ଦିଆଯାଇଥିବାବେଳେ ଅନ୍ୟପଟେ ଆହାର କେନ୍ଦ୍ରରେ ବ୍ୟବହାର ହେଉଥିବା ଆଚାର ପ୍ରସ୍ତୁତିରେ ବି ମହିଳା ଗୋଷ୍ଠି ନିୟୋଜିତ ହୋଇଛନ୍ତି ।ଏହାକୁ କର୍ତ୍ତୃପକ୍ଷ ଏକ ପାଇଲଟ୍ ପ୍ରକଳ୍ପ ଭାବେ କାର୍ଯ୍ଯକାରୀ କରୁଥିବାରୁ ମହିଳାମାନଙ୍କୁ ସ୍ୱାବଲମ୍ବି କରିବା କ୍ଷେତ୍ରରେ ଆହାର କେନ୍ଦ୍ର ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିଛି । ଆହାର କେନ୍ଦ୍ରରେ ଗୋଟିଏ ମିଲ୍ ପାଇଁ ହିତାଧିକାରୀ ୫ଟଙ୍କା ଦେଉଥିବାବେଳେ ରାଜ୍ୟ ସରକାର ଖାଦ୍ୟ ଯୋଗାଉଥିବା ସଂସ୍ଥାକୁ ମିଲ୍ ପିଛା ୨୩ଟଙ୍କା ଯୋଗାଇ ଦେଉଛନ୍ତି ।
କୋଭିଡ ମହାମାରୀ ସମୟରେ ଜାରି ଲକଡାଉନ୍ ଓ ସଟ୍ ଡାଉନ୍ ଯୋଗୁଁ ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କ ସମ୍ପର୍କୀୟଙ୍କ ଠାରୁ ଆରମ୍ଭ କରି ଦିନ ମଜୁରିଆଙ୍କ ପର୍ଯ୍ଯନ୍ତ ସମସ୍ତେ ଯେତେବେଳେ ଖାଦ୍ୟ ଟିକେ ପାଇଁ ଆଉଟୁ ପାଉଟୁ ହେଉଥିଲେ ସେତେବେଳେ ଆହାର କେନ୍ଦ୍ର ହିଁ ସେମାନଙ୍କୁ ଖାଦ୍ୟ ଯୋଗାଇବାରେ ସମର୍ଥ ହୋଇଥିଲା ।କୋଭିଡ ମାର୍ଗଦର୍ଶିକାକୁ କଡାକଡି ପାଳନ କରି ବନ୍ଦ ସମୟରେ କର୍ତ୍ତୃପକ୍ଷ ଆହାରକେନ୍ଦ୍ର ଖୋଲି ଯେଭଳି ସାହସିକତାର ପରିଚୟ ଦେଲେ ତାହାକୁ ସବୁ ସ୍ତରରେ ପ୍ରଶଂସା କରାଯାଇଥିଲା । ତେବେ ସାତବର୍ଷ ପୂରଣ କରିଥିବା ଆହାର କେନ୍ଦ୍ର ଗୁଡିକ ଆଗାମୀ ଦିନରେ ଅଧିକରୁ ଅଧିକ ମହିଳା ଗୋଷ୍ଠିଙ୍କ ହାତକୁ କାମ ଯୋଗାଇବାର ଲକ୍ଷ୍ୟ ରଖିଥିବା ଜଣାଯାଇଛି ।

ପାନୀୟ ଜଳ ସମସ୍ୟା ପ୍ରତି ସତର୍କ ରହିବାକୁ ମନ୍ତ୍ରୀ ଶ୍ରୀ ଜେନାଙ୍କ ପରାମର୍ଶ…

() ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜନସାଧାରଣ ଯେପରି ପାନୀୟ ଜଳ ସମସ୍ୟାର ସମ୍ମୁଖିନ ହେବେ ନାହିଁ ସେଥି ପ୍ରତି ସତର୍କ ରହିବାକୁ ପଚାଂୟତିରାଜ ପାନୀୟଜଳ,ଆଇନ,ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ରାମର୍ଶ ଦେଇଛନ୍ତି । ମନ୍ତ୍ରୀ ଶ୍ରୀ ସଜେନା ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ,ପିଡି ଡିଆର୍‌ଡିଏ, ବିଡିଓ ଏବଂ ଅନ୍ୟାନ୍ୟ ସଂପୃକ୍ତ ପଦାଧିକାରୀମାନଙ୍କ ସହ ଗ୍ରାମାଂଚଳରେ ପାନୀୟ ଜଳ ସମସ୍ୟା ସଂପର୍କରେ ସମୀକ୍ଷା କରିଛନ୍ତି । ଉକ୍ତ ବୈଠକରେ ପଂଚାୟତିରାଜ ଓ ପାନୀୟଜଳ ବିଭାଗ ପ୍ରମୁଖ ସଚିବ ଅଶୋକ ମିନା , ପାନୀୟଜଳ ନିର୍ଦ୍ଦେଶକ ବି ପରମେଶ୍ୱରନ୍ .ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଅରିନ୍ଦମ୍ ଡାକୁଆ, ଆର୍‌.ଡବ୍ଲୁ.ଏସ୍‌.ଏସ୍ ଯନ୍ତ୍ରୀମୁଖ୍ୟ ଅମୁଲ୍ୟ ମଲ୍ଲିକଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।
ଗ୍ରାମାଂଚଳ ମାନଙ୍କରେ ଥିବା ଅଚଳ ନଳକୂପ ଗୁଡିକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା , ନଳକୂପ ଖରାପ ହେବାର ଖବର ବା ଅଭିଯୋଗ ପାଇବାମାତ୍ରେ ତୁରନ୍ତ ଭ୍ରାମ୍ୟମାଣ ମରାମତି ବ୍ୟବସ୍ଥା ମାଧ୍ୟମରେ ସେ ସବୁକୁ ଠିକ୍ କରିବା ପାଇଁ ମନ୍ତ୍ରୀ ଶ୍ରୀ ଜେନା ନିର୍ଦ୍ଦେଶ ଦେଇଛନ୍ତି । ଯଦି କୌଣସି ନଳକୂ ମରାମତି ହେବା ଅବସ୍ଥାରେ ନାହିଁ , ତାହା ହେଲେ ସେହି ସବୁ ସ୍ଥାନରେ ନୂତନ ନଳକୂପ ବ୍ୟବସ୍ଥା କରାଯିବ । ଏ ନେଇ ବିଭାଗ ତରଫରୁ ଠ।।ଇଥିବା ମାର୍ଗଦର୍ଶିକା ଅନୁଯାୟୀ ତ୍ୱରିତ ପଦକ୍ଷେ ଗ୍ରହଣ କରିବାକୁ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି । ଗ୍ରାମାଂଚଳମାନଙ୍କରେ ପାନୀୟ ଜଳ ଅସୁବିଧାରୁ ଲୋକମାନେ ଯେମିତି କୌଣସି ପ୍ରକାର ଜଳାଶୟ ବା ପୋଖରୀ ଆଦିରୁ ପାଣି ବ୍ୟବହାର ନକରନ୍ତି ସେଥିପ୍ରତି ସତର୍କ ରହିବାକୁ କହିବା ସହିତ ଲୋକମାନଙ୍କୁ ମଧ୍ୟ ସଚେତନ କରିବାକୁ ରାମର୍ଶ ଦେଇଛନ୍ତି । ସୋଲାର ନଳକୂପଗୁଡିକୁ ମଧ୍ୟ ନିର୍ଦ୍ଧାରିତ ମାର୍ଗଦର୍ଶିକା ଅନୁଯାୟୀ ରକ୍ଷଣାବେକ୍ଷଣ କରାଯିବା ଉରେ ଗୁରୁତ୍ୱ ଆରୋପ କରିଛନ୍ତି ।

ଆତ୍ମୀୟତାରେ ସମସ୍ତଙ୍କୁ କୋଳେଇ ନିଏ ଯାଜପୁର ମାଟି*

() ଆରମ୍ଭରୁ କହିଦିଏ ଯାଜପୁର ମାଟି ଖୁସିର ମାଟି । ଜିଲ୍ଲାରେ ଭରିରହିଛି ପ୍ରକୃତିର ମହକ । ଏହାର ଐତିହ୍ୟ, ସଂସ୍କୃତି, ପରମ୍ପରା, ସ୍ଥାପତ୍ୟ ପୂରା ଭାରତବର୍ଷରେ ସ୍ବତନ୍ତ୍ର । ୬ଟି ନଦୀର ସଂଯୋଗ ରହିଛି ଜିଲ୍ଳାକୁ । ପ୍ରାକୃତିକ ସମ୍ପତ୍ତିରେ ବି ଭରପୁର । ପୂରା ଏସିଆର ଶିଳ୍ପନଗର ଭାବେ ଯାଜପୁର ଜିଲ୍ଳାର ରହିଛି ସ୍ବତନ୍ତ୍ର ପରିଚୟ । ପୁଣି ଏହି ଜିଲ୍ଲା ଦିଏ ଭାଇଚାରା ଓ ସର୍ବଧର୍ମ ସ୍ଥଳୀର ପରିଚୟ । ଇତିହାସ, ପୁରାଣର ବି ମୂକସାକ୍ଷୀ ଯାଜପୁର ଜିଲ୍ଳା । ଦଶାଶ୍ବମେଧ ଘାଟ ପୁରାଣ ମୂକସାକ୍ଷୀ ହୋଇଥିବା ବେଳେ ରତ୍ନଗିରି, ଉଦୟଗିରି ବୌଦ୍ଧକୀର୍ତ୍ତି ପ୍ରତୀକ ଭାବରେ ଦଣ୍ଡାୟମାନ । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ମନ୍ଦିର ପୂରା ଭାରତବର୍ଷରେ ସ୍ବତନ୍ତ୍ର । କାରଣ ଭାରତ ବର୍ଷର ଦେବୀ ପୀଠ ବିରଜା କ୍ଷେତ୍ରରେ ରଥଯାତ୍ରା ହୁଏ । ଯାହା ଅନ୍ୟ କେଉଁଠି ନାହିଁ । ସେହିପରି ସଂଖ୍ୟାଲଘୁ ମୋଗଲ ଶାସନର ମସଜିଦ ମଧ୍ୟ ଯାଜୁପରରେ ରହିଛି । ଦେଉଳି ପାହାଡ଼, ମହାବିନାୟକ ପିଠ, ଓଳାଶୁଣୀ, ସିଦ୍ଧେଶ୍ବର, ବ୍ରହ୍ମା ମନ୍ଦିର, ସୂର୍ଯ୍ୟ ମନ୍ଦିର, ଯମ ମା ସାତ ଉଉଣୀ, ୯ ହାତ ଦେଉଳରେ ୧୨ ହାତ କାଳୀ, ବରୁଣେଶ୍ବର ପୀଠ, ତ୍ରିଲୋଚନ ମନ୍ଦିର ପରି ଅନେକ ଦେବଦେବୀଙ୍କ ମନ୍ଦିର ଏହି ଜିଲ୍ଲାର ଧାର୍ମିକ ପୀଠର ମଧ୍ୟ ପରିଚୟ ଦେଇଛି । ସ୍ବାଧୀନତା ସଂଗ୍ରାମୀରେ ଜିଲ୍ଲାର ବି ରହିଛି ସ୍ବତନ୍ତ୍ରତା । ଜାତିର ପିତା ମହାତ୍ମା ଗାନ୍ଧୀ ଯାଜପୁର ବରୀ ଅଂଚଳକୁ ଆସି ସ୍ବାଧୀନତା ସଂଗ୍ରାମୀକୁ ଆହ୍ବାନ ଦେବା ସହ ଇଂରେଜମାନଙ୍କ ବିରୋଧରେ ଲଢେଇ କରୁଥିବା ସଂଗ୍ରାମୀକୁ ପ୍ରଶଂସା କରିଥିଲେ । ସାହିତ୍ୟ ଓ ସଂସ୍କୃତି ସମ୍ପନ୍ନ ଯାଜପୁର ଜିଲ୍ଲାରେ ଅଚ୍ୟୁତାନନ୍ଦ ପତି ଓ ଭୁବନାନନ୍ଦ ମିଶ୍ରଙ୍କ ଲେଖା ହେଉ ଅବା ଜଗତର ନାଥ ଜଗନ୍ନାଥଙ୍କ ବଡ଼ ଭକ୍ତ ବନ୍ଧୁ ମହାନ୍ତିଙ୍କ ଭକ୍ତିଭାବ ପୂରା ବିଶ୍ବକୁ ଦେଇଛି ପ୍ରେମ ଓ ଭକ୍ତିଭାବର ପରିଚୟ । ଏତିକି ଲମ୍ବା ପରିଚୟ ରହିଛି ଯାଜପୁରର ସମଗ୍ର ଭାରତବର୍ଷରେ ।

ଏପ୍ରିଲ ୧ ତାରିଖ । ଉତ୍କଳ ଦିବସ, ଓଡ଼ିଶାର ଜନ୍ମଦିନ । ଏହିଦିନ ସ୍ଵାଭାବିକ ଭାବେ ସବୁ ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ଦିନ । ସ୍ବତନ୍ତ୍ର ଓଡ଼ିଶା ଗଠନରେ ପ୍ରାଣବଳୀ ଦେଇଥିବା ମହାପୁରୁଷମାନଙ୍କ ପାଇଁ ଆଜି ଦିନ ଚିରସ୍ମରଣୀୟ କରିବା ପାଇଁ ପୂରା ଓଡ଼ିଶା ଉତ୍ସବମୁଖର । ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶା କଥା, ମହିମାକୁ ଅଧିକ ଉଜ୍ଜୀବିତ କରାଯାଉଛି । ବଡ଼ କଥା ହେଉଛି ଏହି ଦିନ ଯାଜପୁର ଜିଲ୍ଲାର ଜନ୍ମଦିନ । ବେଶ ଆନନ୍ଦ ଓ ଉତ୍ସାହର ସହ ଜନ୍ମଦିନକୁ ଧୁମଧାମରେ ପାଳନ କରୁଛି ଜିଲ୍ଲା । ପ୍ରତ୍ୟେକ ଯାଜପୁରିଆ ଆଜିର ଦିନରେ ବହୁତ ଖୁସି ଓ ଉଲ୍ଲାସର ସହ ପାଳନ କରେ । ଯିଏ ଯେଉଁଠି ଓ ଯେଉଁ ପରିସ୍ଥିତିରେ ଥାଆନ୍ତୁ ନା ତେଣିକି ନିଜକୁ ଯାଜପୁରିଆ କହିକି ଗର୍ବିତ ମନେ କରନ୍ତି ।

ଯାଜପୁର ମାଟିର ବାସ୍ନା, ସେ ମାଟିର ମହକ ଭାରି ମଧୁର। ସେ ମାଟିରେ ଥରେ ପାଦ ରଖିଦେଲେ ସିଏ ଅତ୍ମୀୟତାରେ କୋଳେଇ ନିଏ ସମସ୍ତଙ୍କୁ। ଏଠି ନାହିଁ ଜାତି ଧର୍ମ କି ଧନୀ ଗରିବ ମଧ୍ୟରେ ପ୍ରଭେଦ । କେବଳ ମଣିଷ ମଣିଷକୁ ଏଠି ସେହ୍ନ ଓ ପ୍ରେମରେ ବାନ୍ଧି ରଖିଛି । ଆଜି ଶିକ୍ଷା, ସ୍ବାସ୍ଥ୍ୟଠାରୁ ଆରମ୍ଭ କରି କୃଷି, ଶିଳ୍ପ ଓ ପର୍ଯ୍ୟଟନ କ୍ଷେତ୍ରରେ ଯାଜପୁର ସହର ଓଡ଼ିଶାରେ ଏକ ସ୍ବତନ୍ତ୍ର ସ୍ଥାନ ନେଇଛି । ଓଡ଼ିଶାର ପୁରୁଣା ରାଜଧାନୀ ଯାଜପୁର ନୂଆ ରୂପ ନେଇଛି । ବଦଳିଛି ଜିଲ୍ଲାର ଚିତ୍ର । ଯାତାୟତ ପଥଠାରୁ ଆରମ୍ଭ କରି ଯାନିଯାତ୍ରା ଯାଏ ସବୁକିଛି ନୂଆ ରୂପ ପାଇଛି । ହେଲେ ପ୍ରକୃତି ପରି କେବେ ରୂପ ବଦଳାଇନାହାନ୍ତି ଯାଜପୁରିଆ । ପୂର୍ବରୁ ଯେମିତି ଥିଲେ ଆଜି ବି ସେମିତି ଅଛନ୍ତି । ଅପବାଦ, ପ୍ରଶଂସା ନୁହେଁ, ବାସ୍ତବକୁ ନେଇ ବଂଚିବା ଏହି ଜିଲ୍ଲାର ପ୍ରତ୍ୟେକ ବ୍ୟକ୍ତି ପାଖରେ ରହିଛି ।

ଶେଷରେ ଜଗତନାଥ ଜଗନ୍ନାଥଙ୍କ ସଂସ୍କୃତି ସହ ଏହି ଜିଲ୍ଳାର ସମ୍ପର୍କ କାହିଁ କେଉଁ କାଳରୁ ନିବିଡ଼ । ଯାହାର ମୂକସାକ୍ଷୀ ଭାବେ ଯୁଗେଯୁଗେ ଛତିଆବଟ ମଠ କହୁଛି ସବୁ ଯୁଗର କଥା । ପୁରାଣ କଥା ଅନୁସାରେ କଳିଯୁଗ ଜଗତର ନାଥ ଜଗନ୍ନାଥ ଓ ବଳଭଦ୍ର ଛତିଆ ମଠରେ ଲୀଳା କରିବେ । କଳା ଓ ଧଳା ଘୋଡ଼ାରେ ବସି ପାପୀମାନଙ୍କର ସଂହାର କରିବେ । ଯାଜପୁରରେ ମା ବିରଜାଙ୍କ ପୀଠରୁ ଦକ୍ଷିଣ ଦ୍ବାରରୁ ଭୈରବୀ ରଡ଼ି ଛାଡ଼ିବେ । ଆଉ ଏହା ପରେ ପୁଣି ଏକ ନୂଆ ଯୁଗ ଆରମ୍ଭ ହେବ । ଏମିତି କିଛି ପୂର୍ବାନୁମାନ କରିଛନ୍ତି ମନିଷୀମାନେ।

ପୁରାଣ, ସଂସ୍କୃତି, ଐତିହ୍ୟ ସମ୍ପନ୍ନ ଜିଲ୍ଲାର ଜନ୍କଦିନରେ ଜିଲ୍ଲାବାସୀଙ୍କ ତରଫରୁ ପୂରା ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ।

ଆସନ୍ତୁ ସମସ୍ତେ ହୃଦୟରୁ କହିବା ମୁଁ ଯାଜପୁରିଆ…

ପରିକ୍ରମା ପ୍ରକଳ୍ପ ପାଇଁ ଗଠନ ହୋଇଥିବା ବିଧାନସଭା ଗୃହ କମିଟି…

() ପରିକ୍ରମା ପ୍ରକଳ୍ପ ପାଇଁ ଗଠନ ହୋଇଥିବା ବିଧାନସଭା ଗୃହ କମିଟି ନେଇ ଅଧକ୍ଷ ତଥା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପ୍ରତିକ୍ରିୟା । ପୁରୀ ବିଧାୟକଙ୍କ ଦାବି କ୍ରମେ ସରକାର ଆଜି କମିଟି ଗଠନ କରିଛନ୍ତି । ଖୁବଶୀଘ୍ର ମୁଁ କମିଟିର ବୈଠକ ଡାକିବି । ଆମେ ପୁରୀ ଯାଇ ସ୍ଥିତିର ଅନୁଧ୍ୟାନ କରିବୁ । ASI ଓ NMA ସହିତ ମଧ୍ୟ ଆଲୋଚନା କରିବୁ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଛି ଏହି କମିଟି । ସଦସ୍ୟ ହେଉଛନ୍ତି ନରସିଂହ ମିଶ୍ର, ଦେବୀ ମିଶ୍ର, ଜୟନ୍ତ ଷଡ଼ଙ୍ଗୀ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର , ପ୍ରତାପ ଜେନା, ବିକ୍ରମ ଆରୁଖ ଓ ଅତନୁ ସବ୍ୟସାଚୀ ନାୟକ ।

ଶେଷ ହେଲା ବିଧାନସଭା ବଜେଟ ଅଧିବେଶନ

() ଶେଷ ହେଲା ବିଧାନସଭା ବଜେଟ ଅଧିବେଶନ।ମୋଟ ୬ଟି କାର୍ଯ୍ୟ ଦିବସ ଥିଲା। ଦୁଇଟି ମୂଲତବୀ ପ୍ରସ୍ତାବ ଆଲୋଚନା ହୋଇଥିଲା।୩୫୨ଟି ତାରକା ପ୍ରଶ୍ନ,୫୪୨ଟି ଅଣତାରକା ପ୍ରଶ୍ନ ଗ୍ରହଣ କରାଯାଇଥିଲା।ପାଞ୍ଚଟି ସରକାରୀ ବିଲ ପାରିତ।ପାଞ୍ଚଟି ସିଏଜି ରିପୋର୍ଟ ଉପସ୍ଥାପିତ

ବିଧାନସଭାରେ ପାରିତ ହେଲା 2022-23 ର ଆର୍ଥିକ ବର୍ଷ ନିମନ୍ତେ ବ୍ୟୟ ମଞ୍ଜୁରୀ ବିଲ….

() ବିଧାନସଭାରେ ପାରିତ ହେଲା 2022-23 ର ଆର୍ଥିକ ବର୍ଷ ନିମନ୍ତେ ବ୍ୟୟ ମଞ୍ଜୁରୀ ବିଲ । ଆସନ୍ତା 4 ମାସ ପାଇଁ 1 ଲକ୍ଷ 6 ହଜାର କୋଟି ରୁ ଉର୍ଦ୍ଧ୍ବ ଟଙ୍କାର ଲେଖା ଅନୁଦାନ କୁ ବିଲ କୁ ଗୃହରେ ଆଗତ କରାଇଥିଲେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ବ୍ୟୟ ମଞ୍ଜୁର ବିଲ ଉପରେ ଆଲୋଚନା କରି ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ କହିଥିଲେ ଯେ ବଜେଟ କେନ୍ଦ୍ରୀୟ ଯୋଜନା ଉପରେ ସମ୍ପୂର୍ଣ ନିର୍ଭରଶୀଳ। ଗତ 22 ବର୍ଷ ମଧ୍ୟରେ ରାଜ୍ୟରେ କୌଣସି ଆଖି ଦୃଶିଆ ଉନ୍ନତି ହୋଇନାହିଁ। ସେହିପରି ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଜଳ ସେଚନ ଭଳି ପ୍ରସଙ୍ଗ ଉଠାଇ କହିଥିଲେ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ରେ ଯେତିକି ଖର୍ଚ୍ଚ ହେବ କଥା ତାହା ବଜେଟ୍ରେ ବ୍ୟବସ୍ଥା କରାଯାଇନାହିଁ। ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି କିଛି ମୁଷ୍ଟି ମେୟ ଲୋକଙ୍କର ଆୟ ବଢିଛି । ଧନୀ ଅଧିକ ଧନୀ ହୋଇଛି । ବଜେଟ ରେ ବିକାଶ ର ଭିଜନ କି ଦୀର୍ଘ ମିଆଦୀ ଯୋଜନା ନାହିଁ । ସେପଟେ ଅର୍ଥ ମନ୍ତ୍ରୀ କହିଛନ୍ତି ବିରୋଧୀ ଯେଉଁ କଥା କହିଛନ୍ତି ତାହା ନିରାଧାର । ଲେଖା ଅନୁଦାନରେ କାର୍ଯ୍ୟକାରୀ ହେଉଥିବା ଯୋଜନା ଲାଗି ବ୍ୟୟ ବରାଦ କରାଯାଇ ଥାଏ । ତେଣୁ ନୂଆ ଯୋଜନା ପୂର୍ଣ୍ଣାଙ୍ଗ ବଜେଟ ସମୟରେ ଅଣାଯାଏ ।

ଚିଲିକା ବୁଲିବେ ବିଧାୟକ, ମନ୍ତ୍ରୀ ଓ ବାଚସ୍ପତି…

() ଚିଲିକା ବୁଲିବେ ବିଧାୟକ, ମନ୍ତ୍ରୀ ଓ ବାଚସ୍ପତି
ବିଧାନସଭା ପକ୍ଷରୁ ସମସ୍ତଙ୍କ ପାଇଁ ବ୍ୟବସ୍ଥା କରାଯାଇଛି । ଏପ୍ରିଲ 15 ତାରିଖରେ ସମସ୍ତେ ବୁଲିବା କୁ ଯିବେ । 6 ତାରିଖ ସୁଦ୍ଧା ଇଛୁକ ମନ୍ତ୍ରୀ ଓ ବିଧାୟକ ବିଧାନସଭା ସଚିବାଳୟ କୁ ଜଣାଇବା କୁ ନିର୍ଦ୍ଦେଶ । ବିଧାନସଭାରେ ବାଚସ୍ପତିଙ୍କ ଘୋଷଣା।

Follow us

20,832FansLike
0FollowersFollow
14,700SubscribersSubscribe

Latest news