ସଂଗଠନ ସଜାଡ଼ିବା ନେଇ ବିଜେଡିର ସଜବାଜ…

() 2024 ସାଧାରଣ ନିର୍ବାଚନ ପୂର୍ବରୁ ସଂଗଠନକୁ ବ୍ୟାପକ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛି ବିଜେଡି । ଆବଶ୍ୟକ ପଡିଲେ ପର୍ଯ୍ୟବେକ୍ଷକ ଓ ଜିଲ୍ଲା ସଭାପତି ମଧ୍ୟ ପରିବର୍ତ୍ତନ ସମ୍ଭାବନା ରହିଛି । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ଉପସଭାପତି ଦେବୀ ମିଶ୍ର । ବିଜେଡି ସବୁବେଳେ ଲୋକଙ୍କ ସାଙ୍ଗରେ ଅଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓଡ଼ିଶାର ବିକାଶ ଲାଗି ଅନବରତ ଚେଷ୍ଟା ଜାରୀ ରଖିଛନ୍ତି । ଯାହା କୁହାଯାଉଛି, ତାହା କାମରେ ପ୍ରତିଫଳିତ ହେଉଛି । ସେଥିପାଇଁ ଲୋକଙ୍କର ଆସ୍ଥା ଓ ବିଶ୍ୱାସ ଅଛି । ସବୁ ଦଳ 2024 ପାଇଁ ସଜବାଜ ହେବେ । ପୌର ଓ ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ରାଜ୍ୟବାସୀଙ୍କ ସଦିଛା ଓ ଆଶୀର୍ବାଦ ମିଳିଛି । ତେଣୁ ତାକୁ ପାଥେୟ କରି ବିଜୁ ବାବୁଙ୍କ ଶ୍ରଦ୍ଧା ଦିବସରେ ସଂକଳ୍ପ ନେଇଛୁ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଲୋକଙ୍କ ବିକାଶ ଲାଗି କାର୍ଯ୍ୟ କରିବୁ । ଲୋକ ବଳ ହିଁ ବିଜେଡିର ଶକ୍ତି । ସାଙ୍ଗଠନିକ ଶକ୍ତି, ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଲୋକଙ୍କ ବଳରେ ବିଜେଡି ଆଗକୁ ବଢୁଛି ।

ଦେବୀ ମିଶ୍ର, ଉପ ସଭାପତି, ବିଜେଡି

ସଂକ୍ରମଣ ବଢୁଥିବାରୁ ରାଜ୍ୟ ମାନଙ୍କୁ କେନ୍ଦ୍ରର ପରାମର୍ଶ…

() ସଂକ୍ରମଣ ବଢୁଥିବାରୁ ରାଜ୍ୟ ମାନଙ୍କୁ କେନ୍ଦ୍ରର ପରାମର୍ଶ । evidence Base decision making(ତଥ୍ୟ କୁ ଆଧାର କରି ) ପଦକ୍ଷେପ ନେବା ପାଇଁ ରାଜ୍ୟକୁ କେନ୍ଦ୍ରର ନିର୍ଦେଶ । ସେପଟେ ଅନ୍ୟ ରାଜ୍ୟରେ ସଂକ୍ରମଣ ବଢୁଥିବାରୁ ଓଡ଼ିଶାରେ ଆଗୁଆ ସତର୍କତା । ସ୍ଥିତି ଉପରେ ନଜର ରଖିବାକୁ ଜିଲ୍ଲାପାଳ , ମ୍ୟୁନିସିପାଲ୍ କମିଶନର ଓ ସିଡିଏମଓଙ୍କୁ ସ୍ୱାସ୍ଥ୍ୟ ବିଭାଗ ଲେଖିଲା ଚିଠି । ସର୍ବ ଭାରତୀୟ ସ୍ତରରେ କିଛି ପରିମାଣରେ ବଢୁଛି । 4 ରୁ 5 ରାଜ୍ୟରେ ବଢିବାରେ ଲାଗିଛି । ମାତ୍ର ଆମ ଓଡିଶାରେ ସ୍ଥିତି ବର୍ତ୍ତମାନ ସୁଦ୍ଧା ସେମିତି ଚିନ୍ତା ଜନକ ନୁହେଁ । କିନ୍ତୁ କେବେ ବି ବଢିପାରେ । ତାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି । କ୍ଲଷ୍ଟର ଆଉଟ ବ୍ରେକ ଉପରେ ନଜର ରଖିବା ସହ ଟେଷ୍ଟ ବଢାଇବା କୁ କୁହାଯାଇଛି । ଯଦି ବଢେ, ତା ପୂର୍ବରୁ ଜିଲ୍ଲା ସ୍ତରରେ ଆକ୍ସନ ପ୍ଲାନ ପ୍ରସ୍ତୁତ କରି ରଖିବାକୁ କୁହାଯାଇଛି । ପାଣ୍ଡେମିକ ଯାଇନି ରହିଛି, ତେଣୁ ସତର୍କତା ଅବଲମ୍ବନ କରିବାକୁ ପଡିବ । ତେଣୁ ଲୋକ ମାନଙ୍କର ସହଯୋଗ ନିହାତି ଆବଶ୍ୟକ । ଯଦି ବଢେ କଟକଣା ବଢାଇବାକୁ ଚିନ୍ତା କରାଯିବ ।
ନିରଞ୍ଜନ ମିଶ୍ର, ଜନ ସ୍ଵାସ୍ଥ୍ୟ ନିର୍ଦେଶକ

ମାକ୍ସ ପିନ୍ଧନ୍ତୁ ଏବଂ ଟୀକା ନିଅନ୍ତୁ …

() ମାକ୍ସ ପିନ୍ଧିବା କଟକଣା ରାଜ୍ୟରୁ ହଟି ନାହିଁ। ଏବେ ବି ମାସ୍କ ପିନ୍ଧିବା ପାଇଁ ସମସ୍ତଙ୍କୁ କୁହାଯାଇଛି । ଭିଡ଼ ସ୍ଥାନକୁ ଗଲେ ମାକ୍ସ ପିନ୍ଧନ୍ତୁ। ଦିଲ୍ଲୀ ଓ ଅନ୍ୟ ରାଜ୍ୟରେ ପରିସ୍ଥିତି ଜଟିଳ ହେଉଥିବା ବେଳେ ଆମ ରାଜ୍ୟର ସ୍ଥିତ ଭଲ ଅଛି । ଦୈନିକ ସଂକ୍ରମଣ 10 ରୁ 20 ମଧ୍ୟରେ ରହୁଛି। ତେଣୁ ସମସ୍ତେ କୋଭିଡ ନିୟମପାଳନ କଲେ ରାଜ୍ୟର ସ୍ଥିତି ନିୟନ୍ତ୍ରଣ ରହିବ। ସବୁ ଜିଲାପାଳଙ୍କୁ କୁହାଯାଇଛି ଯେଉଁଠି ଦରକାର ନୂଆ ଷ୍ଟାଟେଜି କରିବାକୁ କୁହାଯାଇଛି । ଏହାସହ ସ୍ୱାସ୍ଥ୍ୟ ବିଭାଗ ସ୍ଥିତି ଉପରେ ସମ୍ପୂର୍ଣ୍ଣ ନଜର ରଖିଛି। ଆଗକୁ ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ।Who କହିଛି ଵର୍ତମାନ ଏହାର ସିଭିଅରୀଟି ନାହିଁ। ଏହାକୁ ଚତୁର୍ଥ ଲହର କହିହେବ ନାହିଁ। ପ୍ରିକସନ ଡୋଜ ନେବା ପାଇଁ ଲୋକଙ୍କ ଆଗ୍ରହ ନାହିଁ।କରୋନା ସଂକ୍ରମଣ କମିଥିବାରୁ ଲୋକ ଢିଲା ହେଉଛନ୍ତି।ଦିଲୀ ଓ ଅନ୍ୟ ରାଜ୍ୟରେ ସଂକ୍ରମଣ ବଢ଼ିଲାଣି, ତେଣୁ ଲୋକଙ୍କୁ ଅନୁରୋଧ ଓ ନିବେଦନ ଟୀକା ନେଇଯାଆନ୍ତୁ।ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 17%ପ୍ରିକସନ ଡୋଜ ନେଇଛନ୍ତି।ଅର୍ଥାତ 10 ଲକ୍ଷ 19 ହଜାର 881 ଜଣ ପ୍ରିକ୍ସନ ଡୋଜ ନେଇଛନ୍ତି।ଟାର୍ଗେଟ ଅଛି 59 ଲକ୍ଷ 42 ହଜାର 796 ଜଣକୁ ପ୍ରି କସନ ଡୋଜ ଦେବା ବର୍ତ୍ତମାନ ସୁଦ୍ଧା ପାଇଁ18ପ୍ଲୁସ ପ୍ରାଇଭେଟରେ 6, 727 ଜଣ ପ୍ରି କସନ ଡୋଜ ନେଇଛନ୍ତି।ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 6 କୋଟି 48 ଲକ୍ଷ 752 ଜଣଙ୍କୁ ଟୀକା ଦିଆ ଯାଇଛି ।

ବିଜୟ ମହାପାତ୍ର, ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ପିସିସି ପରିବର୍ତ୍ତନ ସୁନିଶ୍ଚିତ କହିଲେ ତାରା…

() ପିସିସି ପରିବର୍ତ୍ତନ ନେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନିପତିଙ୍କ ପ୍ରତିକ୍ରିୟା । ପିସିସି ପରିବର୍ତ୍ତନ ସୁନିଶ୍ଚିତ କହିଲେ ତାରା । ବିଧାୟକ ମାନଙ୍କ ଭିତରୁ ଜଣଙ୍କୁ କାହାକୁ କରିବାକୁ ଆମେ ଦାବି କରୁଛୁ । ଯଦି ବିଧାୟକ ମାନଙ୍କ ଭିତରୁ କାହାକୁ ପିସିସି ସଭାପତି କରା ନଯାଏ ତେବେ ଆମେ ଅସନ୍ତୋଷ ପ୍ରକାଶ କରିବୁ । ଜଣେ ବିଧାୟକ ପିସିସି ହେଲେ ତାଙ୍କ ସହ 9 ବିଧାୟକ ବୁଲିବେ ଦଳ ଦମ ଦେଖେଇ ପାରିବ । ମୋତେ ଯଦି କାର୍ଯ୍ୟକାରୀ ସଭାପତି ପଦ ଦିଆଯାଏ ମୁଁ ତାକୁ ଗ୍ରହଣ କରିବି ନାହିଁ । ବିଧାୟକ ମାନଙ୍କ ସହ ଆଲୋଚନା କରି କଣ କରାଯିବ ସେ ନିଷ୍ପତ୍ତି ନେବୁ ।

ପିସିସି ପରିବର୍ତ୍ତନ ପ୍ରସଙ୍ଗ ବିଧାୟକ ସନ୍ତୋଷ ସିଂ ସାଲୁଜା ଦେଲେ ବଡ଼ ବୟାନ…

() ପିସିସି ପରିବର୍ତ୍ତନ ପ୍ରସଙ୍ଗ ଭିତରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଦେଲେ ବଡ଼ ବୟାନ । କେବଳ ପିସିସି ନୁହେଁ କଂଗ୍ରେସ ବିଧାୟକ ଦଳ ନେତା ବି ବଦଳିବାର ଆବଶ୍ୟକତା ରହିଛି । ଏ କଥା ଦଳର ପ୍ରାୟ ଅଧିକାଂଶ ବିଧାୟକ କହୁଛନ୍ତି । ପିସିସି ପରିବର୍ତ୍ତନ ପ୍ରସଙ୍ଗ ରେ ସାଲୁଜା କହିଛନ୍ତି ଦଳର ହାଇ କମାଣ୍ଡ ଯାହା ନିଷ୍ପତ୍ତି ନେବେ ଆମେ ତାକୁ ଗ୍ରହଣ କରିବୁ । ସେ ଯିଏ ହୁଅନ୍ତୁ ନା କାହିଁକି ପୂର୍ବତନ ସଭାପତି ହୁଅନ୍ତୁ କି ବିଧାୟକ ହୁଅନ୍ତୁ ।

କେନ୍ଦୁପତ୍ର ତୋଳାଳୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ନେଲେ ନିଷ୍ପତ୍ତି…

{ }ରାଜ୍ୟ ସରକାରଙ୍କ ନିଷ୍ପତ୍ତି କେନ୍ଦୁପତ୍ର ସଂଗ୍ରହ ମୂଲ୍ୟ ରେ ବୃଦ୍ଧି ଉପକୃତ ହେବେ ୭.୫୦ ଲକ୍ଷ କେନ୍ଦୁପତ୍ର ତୋଳାଳୀ ପାଇବେ ୨୪୦ କୋଟି ଟଙ୍କା।

ବୋନସ ଓ ଅନ୍ୟାନ୍ୟ ଭତ୍ତା ପାଇଁ ୧୨୦ କୋଟି ଟଙ୍କା ମଞ୍ଜୁର,

ଉପକୃତ ହେବେ ୮ ଲକ୍ଷ କେନ୍ଦୁପତ୍ର ତୋଳାଳୀ ଓ ଅନ୍ୟ କର୍ମଚାରୀ ।

() ରାଜ୍ୟର ଲକ୍ଷ ଲକ୍ଷ କେନ୍ଦୁପତ୍ର ତୋଳାଳୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କେନ୍ଦୁପତ୍ରର ସଂଗ୍ରହ ମୂଲ୍ୟ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ଏହି ନିଷ୍ପତ୍ତି ଅନୁଯାୟୀ ୨୦୨୨ ଫସଲ ବର୍ଷ ପାଇଁ ଉଭୟ ପ୍ରୋସେସ ଅଞ୍ଚଳ ଓ ଫାଲ ଅଂଚଳରେ କେନ୍ଦୁପତ୍ର ସଂଗ୍ରହ ମୂଲ୍ୟ ରେ ବୃଦ୍ଧି କରାଯାଇଛି।   ଏହାଦ୍ଵାରା ରାଜ୍ୟରେ ୭.୫୦ ଲକ୍ଷ ଗରୀବ କେନ୍ଦୁପତ୍ର ତୋଳାଳୀ ୨୪୦ କୋଟି ଟଙ୍କାର ଅଧିକ ରୋଜଗାର ପାଇପାରିବେ। ଏମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଜନଜାତି ମହିଳା ।ଏହାସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ବୋନସ ଓ ବିଭିନ୍ନ ଭତ୍ତା ବାବଦରେ ମଧ୍ୟ୍ୟ ୧୨୦ କୋଟି ଟଙ୍କା ମଂଜୁର କରାଯାଇଛି। ଏହାଦ୍ଵାରା ୮ ଲକ୍ଷ କେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀ ଓ ଅନ୍ୟାନ୍ୟ କର୍ମଚାରୀ (Seasonal Staff) ଉପକୃତ ହେବେ । ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର କେନ୍ଦୁପତ୍ର ବ୍ୟବସାୟର ସମସ୍ତ ଲାଭକୁ (Trade surplus) କେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀ ଓ ଅନ୍ୟାନ୍ୟ କର୍ମଚାରୀ (Seasonal Staff) ମାନଙ୍କ କଲ୍ୟାଣ ପାଇଁ ବିନିଯୋଗ କରୁଛନ୍ତି ।”

ସାରା ଦେଶରେ ଓଡିଶା ଏକ ନମ୍ବର…

( )ପେପର ଲେସ ବିଧାନସଭା ରେ ଓଡିଶା ଏକ ନମ୍ବର। କେନ୍ଦ୍ର ସରକାରଙ୍କ ପକ୍ଷରୁ ପୁରସ୍କୃତ ହେବ ଓଡିଶା ବିଧାନସଭା। ଗୋଟିଏ ରାଜ୍ୟ ଓଡିଶା ହିଁ ପାଇବ ଏହି ଆୱାର୍ଡ। ଖୁବଶୀଘ୍ର ଓଡିଶା ବିଧାନସଭା ପରିସରରେ ହେବ ନେଭା ହବ। କେନ୍ଦ୍ର ଓ ରାଜ୍ୟର ର ୬୦-୪୦ ପ୍ରତିଶତ ଶେଆର ରେ ହେବ ଏହି ହଲ ।

୨୦୨୫ ସୁଦ୍ଧା ଶେଷ ହେବ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କାର୍ଯ୍ୟ…

( )୨୦୨୫ ସୁଦ୍ଧା ସରିବ ଖୋର୍ଦ୍ଧା – ବଲାଙ୍ଗୀର ରେଳ ଲାଇନ କାମ । ବର୍ତ୍ତମାନ ସୁଦ୍ଧା ଶତ ପ୍ରତିଶତ ଜମି ଅଧିଗ୍ରହଣ ଶେଷ ହୋଇଥିବାବେଳେ ପରିବେଶ କ୍ଲିଅରାନ୍ସ ନେଇ କିଛି ସମସ୍ୟା ରହିଛି । ତେବର ସମାଧାନ ପାଇଁ ପ୍ରୟାସ ଜାରି ରହିଛି ବୋଲି ବିଧାନସଭା ୭ ନମ୍ବର ଷ୍ଟାଣ୍ଡିଙ୍ଗ କମିଟି ବୈଠକରୁ ସୂଚନା ମିଳିଛି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ।ବୈଠକ ପରେ ପରିବହନ ବିଭାଗର ଅତିରିକ୍ତ ସଚିବ ଏସ.କେ. ମିଶ୍ର କହିଛନ୍ତି ଯେ, ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ କାର୍ଯ୍ୟ ଲାଗି ଜମି ଅଧିଗ୍ରହଣ ଶତ ପ୍ରତିଶତ ଶେଷ ହୋଇଛି । ପରିବେଶ କ୍ଲିଅରାନ୍ସ ନେଇ କିଛି ସମସ୍ୟା ରହିଛି । ପରିବେଶ କ୍ଲିଅରାନ୍ସ ରେଳ ବିଭାଗ ପକ୍ଷରୁ ଆପ୍ଲିକେସନ ଫାଇଲ କରିଛନ୍ତି । ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ଲମ୍ବା ପ୍ରାୟ ୨୮୯ କିଲୋମିଟର ରହିଛି । ସେଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା ଖୋର୍ଦ୍ଧା ପଟୁ ୭୭ କିଲୋମିଟର ଓ ବଲାଙ୍ଗୀର ପଟୁ ପ୍ରାୟ ୧୪.୯ କିଲୋମିଟର ରେଳ ଲାଇନ କାର୍ଯ୍ୟ କମିଶନ ହୋଇସାରିଛି । ବାକି ୧୦୪ କିଲୋମିଟର କାର୍ଯ୍ୟ ଆଗୁଆ ରହିଛି । ଏହା ଛଡା ଅନ୍ୟ ଆନୁସଙ୍ଗିକ କାର୍ଯ୍ୟ ଜାରୀ ରହିଛି । ଲେଭଲିଙ୍ଗ, ପୋଲ ନିର୍ମାଣ କାର୍ଯ୍ୟ ଠିକ ଠାକ ଚାଲିଛି । ପୂର୍ଣ୍ଣ କାର୍ଯ୍ୟ ୨୦୨୫ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି ।

ପ୍ରତିକ୍ରିୟା ରଖିଛନ୍ତି ୭ ନମ୍ବର ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷ ଶଶୀଭୂଷଣ ବେହେରା । ସେ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ୧୦୦ କିଲୋମିଟର କମିଶନ ହୋଇନାହିଁ । ଯାହା କେନ୍ଦ୍ର ସରକାରଙ୍କ ସମ୍ପୂର୍ଣ୍ଣ ଦାଇତ୍ୱ ରହିବା କଥା । ସେଇଟା ରାଜ୍ୟ ସରକାର ବହନ କରୁଛନ୍ତି । ରାଜ୍ୟ ସରକାର ମାଗଣାରେ ଜମି ଦେବାକୁ ରାଜି ହୋଇଛନ୍ତି । ଅନେକ ଜଙ୍ଗଲ ଓ ଗଛ ରହିଛି । ଏହା ମଧ୍ୟ ଦେଇ ରେଳ ଲାଇନ ଯିବ । ଆଗକୁ କାର୍ଯ୍ୟ ତ୍ୱରାନ୍ୱିତ ହେବ ବୋଲି ସେ କହିଛନ୍ତି ।

ଏସ.କେ. ମିଶ୍ର, ଅତିରିକ୍ତ ସଚିବ, ପରିବହନ ବିଭାଗ

ଶଶୀଭୂଷଣ ବେହେରା, ଅଧ୍ୟକ୍ଷ, ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି

ବଢୁଛି ସଡ଼କ ଦୁର୍ଘଟଣା, ଉଦବେଗ ପ୍ରକାଶ କଲା ଷ୍ଟାଣ୍ଡିଙ୍ଗ କମିଟି…

() ରାଜ୍ୟରେ ବଢୁଥିବା ସଡ଼କ ଦୁର୍ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି । ଏ ନେଇ ଆଜି ବସିଥିବା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଲୋଚନା ହୋଇଛି । କମିଟି ପକ୍ଷରୁ ରାଜ୍ୟ ସରକାରଙ୍କୁ ଅନେକ ପରାମର୍ଶ ଓ ପ୍ରସ୍ତାବ ଦିଆଯାଇଛି ।

ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି କିମିଟି ଅଧ୍ୟକ୍ଷ ଶଶୀଭୂଷଣ ବେହେରା । ସେ କହିଛନ୍ତି ଯେ, କ୍ରମାଗତ ଭାବେ ବଢୁଥିବା ସଡ଼କ ଦୁର୍ଘଟଣା ରାଜ୍ୟ ଲାଗି ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ସଡ଼କ ଦୁର୍ଘଟଣା ହ୍ରାସ କରିବା ଲାଗି ରାଜ୍ୟ ସରକାରଙ୍କୁ ଆଜି ଅନେକ ପ୍ରସ୍ତାବ ଦେଇଛି କମିଟି । ଜାତୀୟ ରାଜପଥ ଓ ଇଣ୍ଟର ଷ୍ଟେଟ ରାସ୍ତାରେ ଡ୍ରାଇଭରଙ୍କ ଲାଗି ବିଶ୍ରାମ ଘର କରିବାର ଆବଶ୍ୟକତା ରହିଛି । ରାତ୍ରୀ ଅନିଦ୍ରା ହୋଇ ଗାଡି ଚଳାଉଛନ୍ତି ଫଳରେ ଦୁର୍ଘଟଣା ହେଉଛି ।

ରାଜ୍ୟ ରାଜପଥର ଅନେକ ସ୍ଥାନରେ ଗ୍ରାମାଞ୍ଚଳ ହାଟ ବଢ଼ିବାରେ ଲାଗିଛି । ଏହି ହାଟ ଗୁଡିକ ଚଢି ରାସ୍ତାକୁ ମାଡି ଆସୁଛନ୍ତି । ଫଳରେ ବିଭିନ୍ନ ସମୟରେ ଦୁର୍ଘଟଣା ହେଉଥିବା ନଜିର ରହିଛି । ମାର୍କେଟ ମଧ୍ୟକୁ ଗାଡି ମାଡି ଯାଉଥିବା ଖବର ଆସୁଛି । ଏହି ମାର୍କେଟ ରାସ୍ତାରୁ 20 ଫୁଟ ଛାଡି କରିବା ଲାଗି ନିର୍ଦ୍ଦେଶ ଦେବାକୁ କମିଟି ପ୍ରସ୍ତାବ ଦେଇଛି । ଜୀବନ ରକ୍ଷା ପାଇଁ ଟ୍ରମା କେୟାର ସେଣ୍ଟର ଅଧିକ ହେବାର ଆବଶ୍ୟକତା ରହିଛି । ଚିହ୍ନଟ ହୋଇଥିବା ହଟ ସ୍ପଟକୁ ତଦାରଖ କରିବାର ଆବଶ୍ୟକତା ରହିଛି । 30 ଜିଲ୍ଲାର ବ୍ଲାକ ସ୍ପଟ ବା ହଟ ସ୍ପଟ ଅଞ୍ଚଳରେ ଟ୍ରମା କେୟାର ସେଣ୍ଟର ପ୍ରତିଷ୍ଠା କରିବାକୁ କମିଟି ପ୍ରସ୍ତାବ ଦେଇଥିବା ସଦସ୍ୟ ଧ୍ରୁବ ସାହୁ କହିଛନ୍ତି ।

ଶଶୀଭୂଷଣ ବେହେରା, ଅଧ୍ୟକ୍ଷ, ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି
ଧ୍ରୁବ ସାହୁ, ସଦସ୍ୟ, ଷ୍ଟାଣ୍ଡିଙ୍ଗ କମିଟି

ଖୁବଶୀଘ୍ର ବସିବ ଗୃହ କମିଟି ବୈଠକ:ବାଚସ୍ପତି

( )ଆଇନ,ରାଜସ୍ୱ , ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀ ଓ ଗୃହ କମିଟିର ସଦସ୍ୟଙ୍କୁ ନେଇ ହେବ ଉଚ୍ଚସ୍ତରୀୟ ଆଲୋଚନା।ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା କୋର୍ଟରେ ବିଚରାଧୀନ ଅଛି, ତେଣୁ କମିଟି ସେହି ସ୍ଥାନକୁ ଯାଇପାରିବକି ନାହିଁ ସେନେଇ ହେବ ଆଲୋଚନା।

ସୂର୍ଯ୍ୟ ନାରାୟଣ ପାତ୍ର,ବାଚସ୍ପତି

Follow us

20,832FansLike
0FollowersFollow
14,700SubscribersSubscribe

Latest news