ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ହେବନି ବିଜୁଳି କାଟ୍

() ରାଜ୍ୟର ସମସ୍ତ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଅନବରତ ବିଜୁଳି ଯୋଗାଣ କୁ ସୁନିଶ୍ଚିତ କରିବାକୁ ପାଇଁ ସମସ୍ତ ଡିସିକମ ମାନଙ୍କୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦେଶ । ଖରା ତାତି ବଢୁଥିବା ରୁ ଓ ପିଲାଙ୍କ ପରୀକ୍ଷା ଥିବାରୁ ବିଜୁଳି ଯୋଗାଣ କୁ ନିଶ୍ଚିତ କରିବା ପାଇଁ ନିର୍ଦେଶ ଦିଆଯାଇଛି ।ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ବିଦ୍ୟୁତ ଚାହିଦା ବଢ଼ୁଛି । ପିକ ସମୟରେ 10 ପ୍ରତିଶତ ଅଧିକ ଚାହିଦା ରହୁଛି । ରାଜ୍ୟରେ ବର୍ତ୍ତମାନ ବିଜୁଳି ଯୋଗାଣରେ ଯେଉଁ ସମସ୍ୟା ରହିଛି ତାହା ସାମୁହିକ ସମସ୍ୟା । ଦିନ ସମୟରେ ବିଜୁଳି ଯୋଗାଣରେ ଯେପରି କୌଣସି ଅସୁବିଧା ନ ହେବ ସେ ନେଇ ଡ଼ିସକମ ମାନଙ୍କୁ ନିର୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ । ସମସ୍ତ ଆଇ ଆଇ ପି ବା ବିଦ୍ୟୁତ ଉତ୍ପାଦନ କାରୀ ସଂସ୍ଥା ମାନଙ୍କୁ କୋଇଲା ଯୋଗାଇ ଦେବା ପାଇଁ ନିର୍ଦେଶ ଦିଆଯାଇଛି ।

ନବନିର୍ବାଚିତ ମେୟର ଓ ପୌରାଧକ୍ଷ ମାନଙ୍କୁ ଲୋକସେବା ଭବନରେ ଭେଟିଲେ ମୁଖ୍ୟମନ୍ତ୍ରୀ…

{} ନବନିର୍ବାଚିତ ମେୟର ଓ ପୌରାଧକ୍ଷ ମାନଙ୍କୁ ଲୋକସେବା ଭବନରେ ଭେଟିଲେ ମୁଖ୍ୟମନ୍ତ୍ରୀ।

ଲୋକଙ୍କ ସାଥିରେ ରୁହ ଓ ଲୋକଙ୍କ ସମସ୍ୟା ସମାଧାନ ଉପରେ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ ଙ୍କ ପରାମର୍ଶ।

ନିଜ ନିଜ ସହର କୁ ଶ୍ରେଷ୍ଠ କରିବା ପାଇଁ ନେତୃତ୍ୱ ନିଅ ମୁଖ୍ୟମନ୍ତ୍ରୀ।

() ନିଜ ନିଜ ସହର କୁ ଶ୍ରେଷ୍ଠ କରିବା ପାଇଁ ନେତୃତ୍ୱ ନେଇ ନିଷ୍ଠାର ସହ କାମ କର. ଲୋକଙ୍କ ସାଥିରେ ରୁହ ସେମାନଙ୍କ ସମସ୍ୟା ସମାଧାନ ପାଇଁ ନିଷ୍ଠାର ସହ କାମ କର. ଆଜି ଲୋକସେବା ଭବନରେ ନବନିର୍ବାଚିତ ମେୟର ଓ ପୌରାଧକ୍ଷ ମାନଙ୍କ ପାଇଁ ଆୟୋଜିତ ପୌର ଶାସନ ପ୍ରଣାଳୀ ଓ ଉନ୍ନୟନ ପଦ୍ଧତି ଶୀର୍ଷକ କର୍ମଶାଳା କୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଏହି ପରାମର୍ଶ ଦେଇଛନ୍ତି।ସହରାଞ୍ଚଳ ର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଆଜି ଜାତୀୟ ଓ ଅନ୍ତର୍ଜାତୀୟ ସ୍ୱୀକୃତି ହାସଲ କରିଛି ବୋଲି ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜାଗା ମିଶନ ବିକାଶ ମୁଖି ଦେଶ ମାନଙ୍କ ପାଇଁ ଏକ ମଡେଲ ହୋଇଛି. ସେହିପରି ଟ୍ୟାପ ରୁ ବିଶୁଦ୍ଧ ପିଇବା ପାଣି ଯୋଗାଣ ସୁଜଳ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବାରେ ଓଡିଶା ସାରା ଦେଶରେ ଏକ ମାତ୍ର ରାଜ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।ଜାଗା ମିଶନ, ସୁଜଳ,ପରିମଳ ଓ ବର୍ଜ୍ୟ ବସ୍ତୁ ପରିଚାଳନା ମୁକ୍ତା ଯୋଜନା,ଆହାର ଏବଂ ସ୍ମାର୍ଟ LED Light ଆଦି ସରକାରଙ୍କflagship ପ୍ରୋଗ୍ରାମ ଉପରେ ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ ଫୋକସ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବସ୍ତି ବିକାଶ ସମୟରେ ରାଜ୍ୟ ସରକାର ଜମି ଅପେକ୍ଷା ଲୋକଙ୍କୁ ଅଧିକ ଗୁରୁତ୍ୱ ଦେଇ ଜାଗା ମିଶନ ଆରମ୍ଭ କରିଛନ୍ତି ।ଏ ପର୍ଯ୍ୟନ୍ତ ଏକ ଲକ୍ଷ ପଚସ୍ତରୀ ହଜ଼ାର ପରିବାରକୁ bhumi ଅଧିକାର ଦିଆଯାଇଥିବାବେଳ 585 ବସ୍ତିକୁ ଆଦର୍ଶ ବସ୍ତି ରେ ପରିଣତ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇ ଥିଲେ । ସେହିପରି
ସୁଜଳ କାର୍ଯ୍ୟକ୍ରମ ରେ ପୁରୀରେ ଟ୍ୟାପ ରୁ ବିଶୁଦ୍ଧ ପିଇବା ପାଣି ମିଳୁଥିବା ବେଳ ରାଜ୍ୟର କୋଡିଏ ଟି ସହରରେ ଏଥିପାଇଁ କାମ ଚାଲିଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ।ସେହିପରି କୋଭିଡ ସମୟରେ ସହରର ଗରିବ ଲୋକ ଓ migrant labourer ମାନଙ୍କ ପାଇଁ ଆରମ୍ଭ ହୋଇ ଥିବା ମୁକ୍ତା ଯୋଜନା ଜାରି ରହିବ ଓ ଏଥିପାଇଁ ବଜେଟରେ 500କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ମିଶନ ଶକ୍ତି ଓ slum development association ଜରିଆରେ ଚାଲିଥିବା ଏହି କାର୍ଯ୍ୟକ୍ରମ ବେଶ ଲୋକପ୍ରିୟ ବୋଲି ମୁଖ୍ୟମନ୍ତ୍ରୀ

କହି ଥିଲେ।ପରିମଳ ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ ବୋଲି ମତ ଦେଇ ସ୍ୱଚ୍ଛତା ଓ ବର୍ଜ୍ୟ ବସ୍ତୁ ପରିଚାଳନା ଉପରେ ଅଧିକ ଗୁରୁତ୍ୱ ଦେଇ କାମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।ଚଳିତ ପୌର ନିର୍ବାଚନ ରେ ମା ମାନେ bahu ସଂଖ୍ୟା ରେ ଭାଗ ନେଇ ବିଜୟୀ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଆନନ୍ଦ ପ୍ରକାଶ କରିବା ସହ ସେମାନଙ୍କୁ ବିଶେଷ ଅଭିନନ୍ଦନ ଜଣାଇଥିଲେ ଓ ଭଲ କାମ କରି ଲୋକଙ୍କ ଆସ୍ଥା ଜାରି ରଖିବାକୁ ପରାମର୍ଶ ଦେଇଥିଲେ।ସହରାଞ୍ଚଳ ବିକାଶରେ ଆସିଥିବା ରୂପାନ୍ତର ରେ 5T principle ର ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଥିବାରୁ ପ୍ରତ୍ୟେକ ସ୍ତରରେ 5T principle କୁ ନିଷ୍ଠାର ସହ କାର୍ଯ୍ୟକାରୀ କରି ଲୋକଙ୍କୁ ଉତ୍ତମ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ.ନୂଆ ନେତୃତ୍ୱ ଓ ନୂଆ ପରିଚାଳନା କୌଶଳ ପୌର ସେବାକୁ ନୂତନ ଶିଖରରେ ପହଞ୍ଚାଇବାରେ ସଫଳ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ।କର୍ମଶାଳାରେ ଉଦବୋଧନ ଦେଇ ନଗର ଉନ୍ନୟନ ପଞ୍ଚାୟତି ରାଜ ଓ ଆଇନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ରାଜ୍ୟ ସରକାରଙ୍କ ବିଭିନ୍ନ ସହରାଞ୍ଚଳ ବିକାଶ କାର୍ଯ୍ୟକ୍ରମକୁ ସଫଳ ଭାବରେ କାର୍ଯ୍ୟକାରି କରିବା ଦିଗରେ ନିଷ୍ଠାପର ଉଦ୍ୟମ ଜାରି ରଖିବା ପାଇଁ ପରାମର୍ଶ ଦେଇଥିଲେ।

ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର , ନଗର ଉନ୍ନୟନ ବିଭାଗ ର ପ୍ରମୁଖ ସଚିବ ଶ୍ରୀ ଜି ମାଥି ଭାତ ନାନ ଓ ପୌର ନିର୍ଦେଶକ ଶ୍ରୀ ସଂଗ୍ରାମଜୀତ ନାୟକ ପ୍ରମୁଖ ଯୋଗ ଦେଇଥିଲେ।

ଆଣ୍ଠୁଗଣ୍ଠି ବାତ ଓ ରୋଗ ପ୍ରତିରୋଧକ ଶକ୍ତି ଜନିତ ସମସ୍ୟା ଶିଶୁ ମାନଙ୍କ କ୍ଷେତ୍ରରେ ଅଧିକ: ପ୍ରଫେସର ସିଂ…

() ଶିଶୁମାନେ ଅଧିକ ଆଣ୍ଠୁଗଣ୍ଠି ଜନିତ ରୋଗର ଶିକାର ହେଉଛନ୍ତି | ଠିକ ସମୟରେ ରୋଗର ଚି଼ହ୍ନଟ, ପରୀକ୍ଷଣ ଓ ଚିକିତ୍ସା ଦ୍ୱାରା ହିଁ ଶିଶୁ ମାନଙ୍କୁ ଏଭଳି ସମସ୍ୟାରୁ ଦୁରେଇ ରଖି ହେବ ବୋଲି ମତଵ୍ୟକ୍ତ କରିଛନ୍ତି ଚଣ୍ଡିଗଡ ସ୍ଥିତ ପୋଷ୍ଟ ଗ୍ରାଜୁଏଟ ଇନ୍ଷ୍ଟିଚ୍ୟୁଟ ଅଫ ମେଡିକାଲ ରିସର୍ଚ୍ଚ (ପିଜିଆଇଏମଆର) ର ନିର୍ଦେଶକ ପ୍ରଫେସର ସୁରଜିତ ସିଂ|ଆଇଏମଏସ ଆଣ୍ଡ ସମ ହସ୍ପିଟାଲ ରେ ଇଣ୍ଡିଆନ ରିଉମାଟୋଲୋଜି ଆସୋସିଏସନ, ଓଡିଶା ଶାଖା, ପକ୍ଷରୁ ଆୟୋଜିତ ୧୩ତମ ସମ୍ମିଳନୀ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଫେସର ସିଂ ଏହି ମତ ଦେଇଛନ୍ତି। ଶିକ୍ଷା ଓ ଅନୁସନ୍ଧାନ (ସୋଆ ) ପରିଚାଳିତ ଆଇଏମଏସ ଆଣ୍ଡ ସମ ହସ୍ପିଟାଲର ଇମ୍ମ୍ୟୁନୋଲୋଜି ଆଣ୍ଡ ରିଉମାଟୋଲୋଜି ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି ଦୁଇ ଦିନିଆ ସମ୍ମିଳନୀରେ ବରିଷ୍ଠ ଡାକ୍ତର, ତଥା ଏସସିବି ମେଡିକାଲ କଲେଜ ର ରିଉମାଟୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ବିଦ୍ୟୁତ କୁମାର ଦାସ ଯୋଗଦେଇ ଶିଶୁ ମାନଙ୍କ କ୍ଷେତ୍ରରେ ଆଣ୍ଠୁଗଣ୍ଠି ଜନିତ ସମସ୍ୟାକୁ ନେଇ ଉଦବେଗ ପ୍ରକାଶ କରିଥିଲେ |ସାରା ଭାରତରେ ମାତ୍ର ୧୦ ଟି ସରକାରୀ ମେଡିକାଲ କଲେଜରେ ରିଉମାଟୋଲୋଜି ବିଭାଗ ରହିଥିବା ବେଳେ ପେଡିଆଟ୍ରିକ ରିଉମାଟୋଲୋଜି ନିମନ୍ତେ କେବଳ ପିଜିଆଇ ଚଣ୍ଡିଗଡ ରେ ଏହ। ରହିଛି | ତେଣୁ ଆଣ୍ଠୁଗଣ୍ଠି ଜନିତ ଚିକିତ୍ସା ନିମନ୍ତେ ଅଧିକ ସରକାରୀ ମେଡିକାଲ କଲେଜ ଗୁଡିକରେ ରିଉମାଟୋଲୋଜି ବିଭାଗ ଖୋଲିବାର ଆବଶ୍ୟକତା ରହିଛି ବୋଲି ସମ୍ମିଳନୀର ସାଇଣ୍ଟିଫିକ ଚେଆରପର୍ସନ ପ୍ରଫେସର ଦାସ କହିଥିଲେ |କୋଭିଡ ମହାମାରୀ ଏହି ରୋଗରେ ପୀଡିତ ରୋଗୀଙ୍କ କଷ୍ଟକୁ ବହୁଗୁଣିତ କରିଛି ବୋଲି ସେ କହିଥଲେ |ଏହି ସମ୍ମିଳନୀ ରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସୋଆ ର ଉପକୁଳପତି ତଥା ଆଇଏମଏସ ଆଣ୍ଡ ସମ ହସ୍ପିଟାଲ ର ଡିନ ପ୍ରଫେସର ଗଙ୍ଗାଧର ସାହୁ ଆଧୁନିକ ଜୀବନଶୈଳୀ ରେ ପରିବର୍ତ୍ତନ ଦ୍ୱାରା ହିଁ ଏହି ରୋଗର ନିୟନ୍ତ୍ରଣ କରିହେବ ବୋଲି କହିଥିଲେ |ସେହିପରି ଆଇଏମଏସ ଆଣ୍ଡ ସମ ହସ୍ପିଟାଲ ର ଇମ୍ମ୍ୟୁନୋଲଜି ଆଣ୍ଡ ରିଉମାଟୋଲୋଜି ବିଭାଗର ମୁଖ୍ୟ ତଥା ସମ୍ମିଳନୀ ର ଅରଗାନାଇସିଙ୍ଗ ସେକ୍ରେଟାରୀ ପ୍ରଫେସର ପ୍ରଦୀପ୍ତ ଶେଖର ପାତ୍ରୋ ରୋଗର ପରୀକ୍ଷଣ, ଓ ଚିକିତ୍ସା ଉପରେ ଗୁରୁତ୍ବ ଦେଇଥିଲେ | ଲୋକମାନେ ଏହି ରୋଗକୁ ନେଇ ସଚେତନ ହେବା ଆବଶ୍ୟକ ବୋଲି ସେ କହିଥିଲେ |

ଏହି ସମ୍ମିଳନୀ ର ଉଦଘାଟନୀ କାର୍ଯ୍ୟକ୍ରମରେ ଆଇଅରଏ ର ଓଡିଶା ଶାଖାର ସଭାପତି ଡ଼ଃ ବିଜୟ କୁମାର ମିଶ୍ର ସ୍ୱାଗତ ଭାଷଣ ଦେଇ ଥିବା ବେଳେ ସଚିବ ଡାକ୍ତର ମନୋରଞ୍ଜନ ବେହେରା ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ | ଶେଷରେ ପ୍ରଫେସର ପାତ୍ରୋ ଧନ୍ୟବାଦ ଅର୍ପଣ କରିଥିଲେ | ସାରା ଦେଶରୁ ଅନେକ ବିଶେଷଜ୍ଞ ଏହି ସମ୍ମିଳନୀ ରେ ଯୋଗ ଦେଇଥିଲେ |ଏହି ଦୁଇ ଦିନିଆ ସମ୍ମିଳନୀ କୁ ପ୍ରଫେସର ପାତ୍ରୋ ପରିଚାଳନା କରିଥିଲେ |ଏହି ଅବସରରେ ଶୋଭେନିୟର ଏଡିଟର ପ୍ରଫେସର ରୀନା ତ୍ରିପାଠୀ ମଧ୍ୟ ଉପସ୍ଥିତ ଥିଲେ |

ଇଣ୍ଡିଆ ଫେଡେରେସନ୍ ଅଫ୍ ଟାକ୍ସ ପ୍ରାକ୍ଟିସନର୍ ଦ୍ୱାରା ଭୁବନେଶ୍ୱର ଟାକ୍ସ କନଫରେନ୍ସ ଆୟୋଜିତ

() ଅଲ୍ ଇଣ୍ଡିଆ ଫେଡେରେସନ୍ ଅଫ୍ ଟାକ୍ସ ପ୍ରାକ୍ଟିସନର୍ (ଇଷ୍ଟ ଜୋନ୍‌) ଦ୍ୱାରା ନିକଟରେ ସ୍ଥାନୀୟ ହୋଟେଲ୍ ଏକ୍ସଲେନ୍ସି ଦ୍ୱାରା ଭୁବନେଶ୍ୱର ଟାକ୍ସ କନଫରେନ୍ସ ଆୟୋଜିତ ହୋଇଯାଇଛି । ଏହି କନ୍‌ଫରେନ୍ସରେ ଚାଟାର୍ଡ ଆକାଉଂଟାଂଟ ଶ୍ରୀ ଏସ୍‌.ସି. ଭଦ୍ର ଅଧ୍ୟକ୍ଷ ଥିବା ବେଳେ ଆଡ୍‌ଭୋକେଟ ଶ୍ରୀ ଦିଲ୍ଲୀପ କୁମାର ମହାନ୍ତି ସହ ଅଧ୍ୟକ୍ଷ , ଆଡ୍‌ଭୋକେଟ୍ ଶ୍ରୀ ସୁଧାଂଶୁ ଏସ୍‌. ଦାସ ସମ୍ମିଳନୀ ସଚିବ ଓ ଆଡ୍‌ଭୋକେଟ୍ ପ୍ରଦୋଷ ପଟ୍ଟନାୟକ ସଂଯୋଜକ ଭାବେ ଦାୟିତ୍ୱ ତୁଲାଇଥିଲେ । ସମ୍ମିଳନୀର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଶ୍ରୀ ଭଦ୍ର ଅଧ୍ୟକ୍ଷତା କରିଥିବା ବେଳେ ଏଆଇଏଫ୍‌ଟିପିର ଜାତୀୟ ସଭାପତି ଶ୍ରୀ ଡି.କେ. ଗାନ୍ଧି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେହିପରି ଏଆଇଏଫିଟିପିର ଉପସଭାପତି ଶ୍ରୀ ପଙ୍କଜ ଘିୟା, ସାଧାରଣ ସମ୍ପାଦକ ସିଏ ଜମୁନା ଶୁକ୍ଲା, ପୂର୍ବାଂଚଳର ଜାତୀୟ ଉପସଭାପତି ଶ୍ରୀ ଆନନ୍ଦ ପସାରୀ, ଜାତୀୟ ଯୁଗ୍ମ ସଂପାଦକ ଶ୍ରୀ ବିବେକ ଅଗ୍ରୱାଲ୍ ଏବଂ ପୂର୍ବାଂଚଳର ଅଧ୍ୟକ୍ଷ ଶ୍ରୀ ସଞ୍ଜୀବ ଅନ୍‌ୱର ଉପସ୍ଥିତ ଥିଲେ । ଏହି ଅବସରରେ ଜିଏସ୍‌ଟି ଏବଂ ଆୟକର ସମ୍ବନ୍ଧୀୟ ଦୁଇଟି ଟେକ୍ନିକାଲ୍ ସେସନ୍ ଅନୁଷ୍ଠିତ ହୋଇଥିଲା । ଆୟକର ସେସନ୍‌ର ପ୍ରସଙ୍ଗ ଥିଲା “ପ୍ରେଜେଂଟ ସିନାରିଓ ଅଣ୍ଡର ସେକ୍ସନ୍ ୧୪୮ ଆଣ୍ଡ ୧୪୮ ଏ ଅଫ୍ ଇନ୍‌କମ୍ ଟାକ୍ସ ଆକ୍ଟ ୧୯୬୧ ଆଣ୍ଡ ଇଟ୍‌ସ୍ ଇମ୍ପିଲିକେସନ୍ ଆଫ୍ଟର ରିସେଂଟ ହାଇ କୋର୍ଟ ଜଜ୍‌ମେଂଟ୍ସ” । ସେହିପରି ଜିଏସ୍‌ଟି ସେସନ୍‌ର ପ୍ରସଙ୍ଗ ଥିଲା “ଡ୍ରାକୋନିଆନ୍ ପ୍ରୋଭିଜନ୍ ଅଫ୍ ଆଟାଚ୍‌ମେଂଟ ଅଣ୍ଡର ଜିଏସ୍‌ଟି ଆଣ୍ଡ ଇଟ୍‌ସ ରିମେଡିସ୍‌” ।

ଆଡଭୋକେଟ୍ ଶ୍ରୀ ପଙ୍କଜ ଘିୟା ଜିଏସ୍‌ଟି ସେସନ୍ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଥିବା ବେଳେ ଏଆଇଏଫ୍‌ଟିପିର ପାଷ୍ଟ ପ୍ରେସିଡେଂଟ ବରିଷ୍ଠ ଆଡଭୋକେଟ୍ ପ୍ରେମଲତା ବଂଶଲ୍ ଆଇଟି ଟେକ୍ନିକାଲ୍ ସେସନ୍‌ର ଅଧ୍ୟକ୍ଷ ଥିଲେ । ଏହି କାର୍ଯ୍ୟକ୍ରମରେ ଦିଲ୍ଲୀର ଆଡଭୋକେଟ ବିକ୍ରମ ଚାୱଲା ଏବଂ ବାରଣାସୀର ଆଡଭୋକେଟ୍ ଆନନ୍ଦ ପାଣ୍ଡେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଇଷ୍ଟ ଜୋନ୍‌ର ଉପାଧ୍ୟକ୍ଷ, ସାଧାରଣ ସମ୍ପାଦକ, ସମ୍ମିଳନୀ ସଚିବ, ସଂଯୋଜକ, ଜାତୀୟ କୋଷାଧ୍ୟକ୍ଷ, ଯୁଗ୍ମ ସଚିବ, ଜୋନାଲ୍ କୋଷାଧ୍ୟକ୍ଷ, ଏଆଇଏଫ୍‌ଟିପିର ବରିଷ୍ଠ ସଦସ୍ୟ ପ୍ରମୁଖ ଯୋଗ ଦେଇଥିଲେ । ଆଡଭୋକେଟ ଶ୍ରୀ ବିଜୟ କୃଷ୍ଣ ମହାନ୍ତି, ପାଷ୍ଟ ପ୍ରେସିଡେଂଟ ଆଡ୍‌ଭୋକେଟ୍ ପ୍ରେମଲତା ବଂଶଲ୍‌, ଶ୍ରୀ ବିମଳ ନନ୍ଦନ ମହାପାତ୍ର, ଶ୍ରୀ ଏସ୍‌.ଏନ୍‌. ସାହୁ, ପୂର୍ବାଂଚଳର ଗତ ଥରର ପାଷ୍ଟ ଚେୟାରମ୍ୟାନ୍ ଶ୍ରୀ ବିବେକ ମହାନ୍ତି ଏବଂ ଓଡ଼ିଶାର ବିଭିନ୍ନ ପ୍ରାନ୍ତ ଓ ଭାରତର ବିଭିନ୍ନ ଅଂଚଳର ପ୍ରତିନିଧି ମାନେ ଏହି କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ ।

କଲରୁ କରେଣ୍ଟ …

()ଆକର୍ଷଣ ଏମିତି ଏକ ଚୁମ୍ବକ ତାହା ସମୟ କି ବୟସ ମାନେ ନାହିଁ । କିଏ କେବେ ଏହା ଦ୍ବାରା ପ୍ରଭାବିତ ହୁଏ ତାହା ବି କହିବା ମୁସକିଲ । ଭିନ୍ନ ଭିନ୍ନ ଲୋକ ଭିନ୍ନ ଭିନ୍ନ ଢଙ୍ଗରେ ଆକର୍ଷିତ ହୋଇଥାନ୍ତି । ଆଉ କେବେ ଏହି ଆକର୍ଷଣ ଲୁହା ଓ ଚୁମ୍ବକ ପରି ହୋଇଥାଏ । ଯଦି ଅଚାନକ ଲୁହାକୁ ଚୁମ୍ବକ ଆସିଯାଏ ତେବେ ଉଭୟ ଯୋଡ଼ି ହୋଇଯାଆନ୍ତି । ତେବେ ଏଥିରେ କଣ ଯେ ବ୍ୟତିକ୍ରମ । ସମାଜରେ ଏମିତି କିଛି ଆକର୍ଷଣରେ ଆମେ ସମସ୍ତେ ପ୍ରଭାବିତ ହୋଇଛନ୍ତି ତାହା ଆମକୁ ବହୁତ ସମୟରେ ହଇରାଣ କରୁଛି ଓ ସମାଜକୁ ପଥଭ୍ରଷ୍ଟ କରୁଛି । ଅତ୍ୟଧିକ ଆଶା ଯୋଗୁଁ ଆମେ ଅଧିକ ଆକର୍ଷିତ ହେଉଛନ୍ତି । ଯାହା ଆମକୁ ଅନୁତାପ କରିବାକୁ ସମୟ ବି ଦେଉନାହିଁ । ଏମିତି ଏକ ଆକର୍ଷଣରେ ଏବେ ଅନେକ ଯୁବପିଢ଼ି ଏମିତିକି ବୟସ୍କ ପଡ଼ିଛନ୍ତି । ଦୁନିଆରେ କଣ ଏମିତି ହେଉଛି । ଅଧିକ ଆଧୁନିକତା ହେବା ତାହାର ପ୍ରଭାବ କି ? ନା ଆଧୁନିକତାର ଆଳରେ ଆମେ ନିଜେ ନିଜେ ଭୁଲ ରାସ୍ତାକୁ ବାଛି ନେଇଛନ୍ତି ।

ହଠାତ ରାକେଶ ପାଖକୁ ଆସିଲା ଫ୍ରେଣ୍ଡ ରିକ୍ଵେଷ୍ଟ l ରାକେଶ ବି ତାକୁ ଗ୍ରହଣ କଲା l ହଁ ଏକଥା ସ୍ବଭାବିକ ଯେ ଯଦି ଜଣେ ସୁନ୍ଦରୀ ଝିଅ କି ସ୍ତ୍ରୀ ଲୋକ ଜଣେ ଯୁବକ ହେଉ କି ବୟସ୍କ ଯାହା ପାଖକୁ ବନ୍ଧୁତା ହେବା ପାଇଁ ସୋସିଆଲ ମିଡିଆରେ ନିବେଦନ କରିବ ତାହାକୁ କେଉଁ ପୁରୁଷ ବା ଗ୍ରହଣ କରିବନି l ନାରୀ ପାଖରେ ପା ଆକର୍ଷଣ ଭରି ରହିଛି l ପୁଣି ଏବେ ଆମେ ଆଧୁନିକ ମଣିଷ ସଭିଏଁ l ୧୦୦ରୁ ୯୫ ଜଣ ସ୍ବାର୍ଥ ଓ ଆଶା ରଖି ନାରୀ ପ୍ରେମରେ ପାଗଳ l ଅତ୍ୟଧିକ ନାରୀ ପ୍ରତି ଆକର୍ଷଣରେ ଆମେ ବେଳେବେଳେ ଏମିତି କଷ୍ଟ ପାଆନ୍ତି ଯେ ନା କାହାକୁ କହି ହୁଏ ନା ସହି ହୁଏ l ସେମିତି କିଛି ଘଟିଲା ରାକେଶ ସହ l ପୁରୁଷ ମନ ତ, ବିବାହର ୧୨ବର୍ଷ ପରେ ବି ନାରୀ ମାୟା ତା ମନରୁ ଯାଇନାହିଁ ତାହା ସଦ୍ୟତମ ଘଟଣାରୁ ଜଣାପଡିଛି l ଜଣେ ଝିଅ ତାକୁ ହନିଟ୍ରାପ କରିଛି l ବିଚରା ରାକେଶ ଏବେ କଣ କରିବ କିଛି ଭାବିପାରୁ ନାହିଁ l ନାରୀ ଆକର୍ଷଣ ପାଇଁ ତ ସେ ହନିଟ୍ରାପର ମାୟା ଜାଲରେ ପଡ଼ିଛି l ଶେଷରେ ତା ମନକୁ ଆସିଛି, ଆରେ ମୁଁ କଣ ଏକଲା, କାହିଁ କେତେ ବରିଷ୍ଠ, ବିଶିଷ୍ଟ, ଧନୀ, ମାନି, ଗୁଣୀ ବ୍ୟକ୍ତି ପା ଏଥିରେ ଶିକାର ହୋଇଛନ୍ତି l ଏଥିରେ ଭୁଲ କଣ l ସେ ଝିଅ ମତେ କଣ ବଦନାମ କରିବ , ମୁଁ ତାକୁ ବଦନାମ କରିବି l ଆଉ ଏପରି ସାଇବର କ୍ରାଇମକୁ ରୋକିବାରେ ଜଣେ ପଥିକ ହେବି l ହେଲେ ତାହାରି ଭିତରେ ଭାବୁଥାଏ କଣ ଏହା କରିବା ଠିକ୍ ହେବ l ଏମିତି କେତେ କଣ l ଘରେ ଯଦି ଜାଣିବେ, ତେବେ କେତେ ବଦନାମ ହେବି l ସେ ଯାହା ହେଉ ରାକେଶ କିପରି ଜଣେ ମାୟାବିନୀ ଜାଲରେ ପଡି ହନିଟ୍ରାପର ଶିକାର ହୋଇଛି ତାହାର ସହକର୍ମୀକୁ ଜଣାଇଲା l ପ୍ରଥମେ ପ୍ରଥମେ କିଛି ସହକର୍ମୀ ରାକେଶକୁ ଥଟ୍ଟାମଜା କଲେ l ପରେ କିନ୍ତୁ ସମସ୍ତେ ମନେ ମନେ ଭାବୁଥାନ୍ତି ମୁଁ ଯଦି ଏପରି ମାୟାଜାଲରେ ଛନ୍ଦି ହୋଇଥାନ୍ତି l ବାସ୍ ଏତିକି… ଲାଗୁଥିଲା ଯେମିତି ଫୋନ୍ କଲରେ କରେଣ୍ଟ ଯେ କେବଳ ରାକେଶ ଖାଇ ନାହିଁ ,ସମାଜର ଅନେକ ବ୍ୟକ୍ତି ପ୍ରତ୍ୟେକ ଦିନ ଏଥିରେ ଶିକାର ହେଉଛନ୍ତି l ହେଲେ ବଞ୍ଚିବାର ଉପାୟ କଣ ସେ କଥା କେହି ଭାବୁନାହାନ୍ତି l କାରଣ ସବୁ ପା ମାୟାରେ ବାୟା l

ସେଥିପାଇଁ ବିନା ସ୍ବାର୍ଥରେ ଭଲ ପାଅ, ସୁନ୍ଦର, ଧନ କି ଯୌବନକୁ ନୁହେଁ l ଜୀବନରେ ଯାହା ଘଟିବା କଥା ଘଟିବ, ଯିଏ ଆସିବା କଥା ଆସିବ ଆଉ ଯିଏ ଯିବା କଥା ଯିବ l ହେଲେ ନିମିଷକ ଖୁସି ପାଇଁ ଚିରଦିନ ଖୁସି ଏଡେଇ ଦିଆ ଯାଇନପାରି ତାହା ସେଦିନ ରାକେଶ ବୁଝୁଥିଲା l ଠିକ୍ ଏତିକି ବେଳେ ରାକେଶର ଫୋନ ରିଙ୍ଗ ହେଲା। ସେପଟୁ ଶୁଭିଲା ରାକେଶ ଆଇ ଲଭ ୟୁ….

ଓଡ଼ିଶାରେ ପ୍ରଥମ: ଅତ୍ୟାଧୁନିକ ବ୍ରାଭୋସ୍ ବ୍ରାକିଥେରାପି ପଦ୍ଧତିରେ ସୁସ୍ଥ ହେଲେ ଜୀଭ କର୍କଟ ରୋଗୀ…

{} ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଜିଭ କର୍କଟ ରୋଗର ସଫଳ ଚିକିତ୍ସା।

ଓଡ଼ିଶାରେ ପ୍ରଥମ: ଅତ୍ୟାଧୁନିକ ବ୍ରାଭୋସ୍ ବ୍ରାକିଥେରାପି ପଦ୍ଧତିରେ ସୁସ୍ଥ ହେଲେ ଜୀଭ କର୍କଟ ରୋଗୀ

() ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଜିଭ କର୍କଟ ରୋଗର ସଫଳ ଚିକିତ୍ସା ଦ୍ୱାରା ନିକଟରେ ଜଣେ ରୋଗୀ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇଛନ୍ତି । ଓଡ଼ିଶାରେ ପ୍ରଥମ ଥର ପାଇଁ ସମ୍ମମ୍‌ରେ ଅତ୍ୟାଧୁନିକ ବ୍ରାଭୋସ୍ ବ୍ରାକିଥେରାପି ପଦ୍ଧତି ପ୍ରୟୋଗ ଦ୍ୱାରା ସମ୍ପୃକ୍ତ କର୍କଟ ରୋଗୀଙ୍କୁ ସୁସ୍ଥ କରାଯାଇପାରିଛି । ଏହି ନେଇ ସୂଚନା ଦେଇଛନ୍ତି ରେଡିଏସନ୍ ଅଙ୍କୋଲୋଜି ବିଭାଗର ମୁଖ୍ୟ ଡାକ୍ତର ଚିର ରଞ୍ଜନ୍ ଖାଡଙ୍ଗା ।୪୫ ବର୍ଷ ବୟସ୍କ ରଘୁନାଥ ମହାନ୍ତି ଯାହାଙ୍କର ଜିଭରେ ଦୀର୍ଘ ସମୟ ଧରି ଏକ ପ୍ରକାର ଘା’ (ଅଲ୍‌ସର) ରହିଥିଲା । ବାୟୋପ୍ସି ପରୀକ୍ଷା ପରେ ଏହା ଏକ କର୍କଟ ଜନିତ ଟ୍ୟୁମର ବୋଲି ଜଣାପଡ଼ିଥିଲା । ତେବେ ସେ ପୂର୍ବରୁ ଚିକିତ୍ସା କରାଉଥିବା ହସ୍ପିଟାଲ୍‌ରେ ତାଙ୍କ ଜିଭଟିକୁ ଅସ୍ତ୍ରୋପଚାର ଜରିଆରେ ସଂପୂର୍ଣ୍ଣ ବାହାର କରି ଦେବାର ନିଷ୍ପତି ନିଆଯାଇଥିଲା । ଏହା ଦ୍ୱାରା ତାଙ୍କୁ ସାରା ଜୀବନ ଠିକ୍ ଭାବେ କଥା କହିବାରେ ସମସ୍ୟା ସୃଷ୍ଟି ହୋଇଥାନ୍ତା । ତେଣୁ ଏଭଳି ଚିକିତ୍ସାର ବିକଳ୍ପ ଓ ଉତମ ପଦ୍ଧତି ନିମନ୍ତେ ସେ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ପହଂଚିଥିଲେ ।

ସମ୍ମମ୍‌ରେ ରେଡିଏସନ୍ ଅଙ୍କୋଲୋଜି ବିଭାଗ ମୁଖ୍ୟ ତାଙ୍କର ଚିକିତ୍ସା ଆରମ୍ଭ କରିଥିଲେ । ବାୟୋପ୍ସି ରିପୋର୍ଟରୁ ଜିଭ କର୍କଟ ରୋଗ ଚିହ୍ନଟ ହୋଇଥିବା ବେଳେ ଅତ୍ୟାଧୁନିକ ଟ୍ରିପଲ୍ ଏଣ୍ଡୋସ୍କୋପିକ୍ ଆଣ୍ଡ ପିଇଟି-ସିଇସିଟି ପରୀକ୍ଷାରୁ ଏହା ଏକ ପ୍ରାରମ୍ଭିକ ସ୍ତରର ଜିଭ କର୍କଟ ବୋଲି ଜଣାପଡ଼ିଥିଲା । ଯେହେତୁ ସେ ଜଣେ ସୁସ୍ଥ ଓ କାର୍ଯ୍ୟକ୍ଷମ ବ୍ୟକ୍ତି ତେଣୁ ଜିଭ ଆଂଶିକ ବା ଅର୍ଦ୍ଧାଧିକ ଅଂଶ ଅସ୍ତ୍ରୋପଚାର ଦ୍ୱାରା ବାହାର ନ କରି ଅତ୍ୟାଧୁନିକ ବ୍ରାଭୋସ୍ ବ୍ର୍ରାକିଥେରାପି ଚିକିତ୍ସା ପଦ୍ଧତି ଆପଣାଇବା ଲାଗି ମଲ୍ଟିଡିସିପ୍ଲିନାରୀ ଟ୍ୟୁମର ବୋର୍ଡର ଚିକିତ୍ସକ ମାନେ ମତ ପୋଷଣ କରିଥିଲେ ଏବଂ ଅତ୍ୟାଧୁନିକ ବ୍ରାଭୋସ୍ ବ୍ରାକିଥେରାପି ଚିକିତ୍ସା ପ୍ରୟୋଗ କରାଯାଇଥିଲା ବୋଲି ଡାକ୍ତର ଖାଡଙ୍ଗା ସୂଚନା ଦେଇଛନ୍ତି ।

ଏହି ପଦ୍ଧତିରେ ସ୍ୱଳ୍ପ ସମୟ ପାଇଁ ଆନେସ୍‌ଥେସିଆ ଦିଆଯାଇ ବେକର ବାମ ପାଶ୍ୱର୍ର ଚର୍ମକୁ ଭେଦ କରି ପର୍ କ୍ୟୁଟାନିୟସ୍ କ୍ୟାଥେଟର୍ ଇମ୍‌ପ୍ଲାଂଟ ଦ୍ୱାରା ଜିଭରେ ଥିବା କର୍କଟ କ୍ଷତ ମଧ୍ୟରେ ଅତିସୂକ୍ଷ୍ମ ନମନୀୟ ପ୍ଲାଷ୍ଟିକ ନଳୀକୁ ରଖାଯାଇଥିଲା । ଏହାପରେ କମ୍ଫ୍ୟୁଟର ସାହାଯ୍ୟରେ ଉଚ୍ଚ ବିକିରଣ ଯୁକ୍ତ ଇରିଡିୟମ ତେଜସ୍କ୍ରିୟ ଆଇସୋଟୋପ୍‌କୁ ଉକ୍ତ ଜିଭ ମଧ୍ୟସ୍ଥ ସୂକ୍ଷ୍ମ-ପ୍ଲାଷ୍ଟିକ ନଳୀ ମଧ୍ୟରେ କିଛି ସମୟ ପାଇଁ ରଖାଯାଇଥିଲା । ଏହିପରି ଭାବେ ଉକ୍ତ ବ୍ରାକିଥେରାପି ସମ୍ଫୂର୍ଣ୍ଣ କରାଯାଇଥିଲା ଏବଂ ରୋଗୀଟିକୁ ଘରକୁ ଛଡାଯାଇଥିଲା ବୋଲି ଡାକ୍ତର ଖାଡଙ୍ଗା କହିଛନ୍ତି ।

ପ୍ରାୟ ଦୁଇ ମାସ ପରେ ବିଭିନ୍ନ ଡାକ୍ତରୀ ପରୀକ୍ଷା ଓ ଏମ୍‌ଆରଆଇ କରାଯିବା ପରେ ରୋଗୀଙ୍କ ଠାରେ କର୍କଟ ଚିହ୍ନ ଆଉ ଦେଖିବାକୁ ମିଳୁନାହିଁ । ବର୍ତମାନ ରୋଗୀ ଜଣକ ସୁସ୍ଥ ଜୀବନଯାପନ କରିବା ସହ ଖାଦ୍ୟପାନ ମଧ୍ୟ ଗ୍ରହଣ କରିପାରୁଛନ୍ତି ।ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଦକ୍ଷିଣ-ପୂର୍ବ–ଏସିଆ ତଥା ଭାରତର ସର୍ବପ୍ରଥମ ‘ବ୍ରାଭୋସ୍‌” ବ୍ରାକିଥେରାପି ମେସିନ୍ ସ୍ଥାପନ ହୋଇଥିଲା । ଯାହାକି ଅତ୍ୟାଧୁନିକ ନିରାପତା ତଥା ସଠିକ୍ ଓ ସୂକ୍ଷ୍ମ ଚିକିତ୍ସା ଯୋଗାଇପାରୁଛି । ଏହି ବ୍ରାକିଥେରାପି ଚିକିତ୍ସା ଦ୍ୱାରା ପ୍ରାରମ୍ଭିକ ସ୍ତରରେ କର୍କଟ ରୋଗା କ୍ରାନ୍ତ ଅଙ୍ଗ ପ୍ରତ୍ୟଙ୍ଗକୁ ରକ୍ଷା କରାଯାଇପାରୁଛି ଯାହା ରୋଗୀଙ୍କ ପାଇଁ ଖୁବ୍ ଉପାଦେୟ ସାବ୍ୟସ୍ତ ହୋଇପାରିଛି ବୋଲି ଡାକ୍ତର ଖାଡଙ୍ଗା କହିଛନ୍ତି ।

ତୁରନ୍ତ ଟୀକା ନିଅନ୍ତୁ ଓ ମାକ୍ସ ନିହାତି ପିନ୍ଧନ୍ତୁ….

() ବର୍ତ୍ତମାନ ଓଡ଼ିଶାରେ ଉଦବେଗ ଜନକ ସ୍ଥିତି ନାହିଁ । ତଥାପି ଆଗାମୀ ୩ ରୁ ୪ ସପ୍ତାହ ଆମ ମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପୂର୍ବ ଲହର ଗୁଡିକରେ ଦେଖା ଯାଇଛି ଦିଲ୍ଲୀରେ ସଂକ୍ରମଣ ବଢିବାର ମାସକ ପରେ ଆମର ଏଠି ସଂକ୍ରମଣ ବଢେ । ତେଣୁ ଏଇ ସମୟ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ଆମେ ସମସ୍ତ ଙ୍କୁ ଅନୁରୋଧ କରୁଛୁ ଯେଉଁମାନେ ଟୀକା ନେଇ ନାହାନ୍ତି ତୁରନ୍ତ ନେଇ ଯାଆନ୍ତୁ । ଯଦି ସଂକ୍ରମଣ ବଢିବା ଆରମ୍ଭ କରେ ଆମର ହସ୍ପିଟାଲ ବା ଟ୍ରିଟମେଣ୍ଟ ଷ୍ଟ୍ରାଟେଜି ଚେଞ୍ଜ କରିବୁ । ନିହାତି କାମ ନଥିଲେ ଭିଡ଼ ସ୍ଥାନ ଠୁ ଦୂରେଇ ରହନ୍ତୁ । ଗହଳି ସ୍ଥାନ କୁ ଗଲେ ମାକ୍ସ ନିହାତି ପିନ୍ଧନ୍ତୁ । କିଛି ରାଜ୍ୟରେ ସଂକ୍ରମଣ ବଢିବା ଆରମ୍ଭ କରିଛି । ତେଣୁ ସଂକ୍ରମଣ ବଢିବା ସହ ଆର ଭ୍ୟାଲୁ ବି ବଢ଼ିବ ।

ବିଜୟ ମହାପାତ୍ର,ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଚାଲିଥିବା ବିବାଦକୁ ପ୍ରସଙ୍ଗ…

() ବିଧାନସଭାରେ ଗଠନ ହୋଇଥିବା ଗୃହ କମିଟି ନେଇ ବାଚସ୍ପତିଙ୍କ ପ୍ରତିକ୍ରିୟା । ବୈଠକ ଡାକିବା ପାଇଁ କୌଣସି ଅସୁବିଧା ନାହିଁ । ମାତ୍ର ପ୍ରସଙ୍ଗ ହାଇକୋର୍ଟରେ ମାମଲା ବିଚାରାଧୀନ ଥିବାରୁ ଗୃହ କିମିଟି ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରି ପାରିବ କି ନାହିଁ ତାହା ଉପରେ ତର୍ଜମା ଚାଲିଛି । ବିଧାନସଭାର ପରିସର ଭୁକ୍ତ କୌଣସି ପ୍ରସଙ୍ଗ ହୋଇଥିଲେ ବାଚସ୍ପତି ତୁରନ୍ତ ତାହାର ସମାଧାନ କରି ସାରନ୍ତେଣି । ଯେହେତୁ ଏହି ମାମଲା ବିଚାରାଧୀନ ରହିଛି ତେଣୁ ଆମେ ବିଧାନସଭାର ଆଇନ ବିଭାଗ ସହ ଆଲୋଚନା କରୁଛୁ । ଏହି ପ୍ରସଙ୍ଗରେ ଆମେ କେତେଦୂର ହସ୍ତକ୍ଷେପ କରି ପାରିବୁ । ଶ୍ରୀ ମନ୍ଦିର ପ୍ରସଙ୍ଗ ବିଶ୍ଵବାସୀଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ସେଥିପାଇଁ ତ ଦିଲ୍ଲୀରୁ ଟିମ ଆସିଲେଣି ବୋଲି କହିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

 

୫-ଟି ସଚିବଙ୍କ କଟକ ଚଣ୍ଡି ମନ୍ଦିର ପରିଦର୍ଶନ…

() ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫-ଟି ସଚିବଙ୍କ କଟକ ଚଣ୍ଡି ମନ୍ଦିର ପରିଦର୍ଶନ।

୭ ଦିନ ମଧ୍ୟରେ ମନ୍ଦିରର ଉନ୍ନତିକରଣ ଯୋଜନା ପ୍ରସ୍ତୁତ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ନିମନ୍ତେ ଉପସ୍ଥାପିତ କରାଯିବ।

{ }ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ5T ଶ୍ରୀ ଭି.କେ. ପାଣ୍ଡିଆନ ଆଜି ପ୍ରତ୍ୟୁଷରେ କଟକ ଚଣ୍ଡୀ ମନ୍ଦିର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ମାଆଙ୍କ ଦର୍ଶନ କରିବା ସହିତ ମନ୍ଦିରର ବିଭିନ୍ନ ଉନ୍ନୟନମୂଳକ କାମ ସଂପର୍କରେ ସେବାୟତ, ଜିଲ୍ଲାପ୍ରଶାସନ ଓ ସ୍ଥାନୀୟ ଲୋକମାନଙ୍କ ସହିତ ଆଲୋଚନା କରିଛନ୍ତି।ମନ୍ଦିରର ଉନ୍ନତି କରଣ ତଥା ଅନ୍ୟାନ୍ୟ ବିକାଶ କାର୍ଯ୍ୟ ପାଇଁ ୭ ଦିନ ମଧ୍ୟରେ ମାଷ୍ଟରପ୍ଲାନ ପ୍ରସ୍ତୁତ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ନିମନ୍ତେ ଉପସ୍ଥାପନ କରାଯିବ।

ସୂଚନାଯୋଗ୍ୟ ଯେ କଟକର ପ୍ରସିଦ୍ଧ ଚଣ୍ଡୀମନ୍ଦିର ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଶ୍ରଦ୍ଧା ଓ ଆସ୍ଥାର ପ୍ରତୀକ । ଏହି ପୀଠର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କର ସ୍ପଷ୍ଟ ନିର୍ଦ୍ଦେଶ ରହିଛି। ଏଥିପାଇଁ ମନ୍ଦିର କମିଟି ଜିଲ୍ଲା ପ୍ରଶାସନ ସହିତ ବିଭିନ୍ନ ଉନ୍ନୟନମୂଳକ ପଦକ୍ଷେପ ସଂପର୍କରେ ଆଲୋଚନା କରିବ।ମନ୍ଦିରର ବିଭିନ୍ନ ସମସ୍ୟା ସମ୍ପର୍କରେ 5T ସଚିବ ଆଲୋଚନା କରିବା ସହ ମନ୍ଦିରର ଅଞ୍ଚଳ ବୁଲି ଦେଖିଛନ୍ତି । ମନ୍ଦିରରେ ଥିବା ସମସ୍ୟା, ବିଶେଷ କରି ଜଳ ନିଷ୍କାସନ, ପାର୍କିଂ ଓ ମରାମତି ନେଇ ମନ୍ଦିର କର୍ତ୍ତୃପକ୍ଷ 5T ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ବିଭିନ୍ନ କାମ ହାତକୁ ନିଆଯାଇଛି ବୋଲି ଜଣାଯାଇଛି .

ମନ୍ଦିରକୁ ଅଧିକ ସୁନ୍ଦର କରିବା ସହ ଏଠାକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ବିଭିନ୍ନ ପଦକ୍ଷେପ ସମସ୍ତଙ୍କ ସହଯୋଗରେ ମନ୍ଦିରର ବିକାଶମୂଳକ କାର୍ଯ୍ୟ ଆରମ୍ଭ ହେବ ।5T ସଚିବଙ୍କ ଗସ୍ତ ସମୟରେ ଆରଡିସି, ଜିଲ୍ଲାପାଳ ସିଏମସି କମିଶନର, ଡିସିପି, ପୂର୍ତ୍ତ ବିଭାଗର ବରିଷ୍ଠ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ ।

୨୮ଟି ସ୍ଥାୟୀ ପୋଲିସ ଆଉଟପୋଷ୍ଟ ପାଇଁ ୧୯୬ଟି ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

() ୨୮ଟି ସ୍ଥାୟୀ ପୋଲିସ ଆଉଟପୋଷ୍ଟ ପାଇଁ ୧୯୬ଟି ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ  ।

୨୮ଟି ସବ୍‌ଇନ୍ସପେକ୍ଟର ଓ ୧୬୮ଟି କନେଷ୍ଟବଳ ପଦବୀ

{ } ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ପୋଲିସରେ ୨୮ଟି ସ୍ଥାୟୀ ପୋଲିସ ଆଉଟପୋଷ୍ଟ ପାଇଁ ୨୮ଟି ସବ୍‌ଇନ୍‌ସପେକ୍ଟର ଓ ୧୬୮ଟି କନେଷ୍ଟବଳ ପଦବୀ ମଞ୍ଜୁର କରିଛନ୍ତି। ପୋଲିସ ବିଭାଗର ଅନ୍ୟାନ୍ୟ ପଦବୀ ଗୁଡିକର ପୁନଃ-ବଣ୍ଟନ (By way of Redistribution) ଦ୍ବାରା ଏହି ପଦବୀ ଗୁଡିକ ସୃଷ୍ଟି କରାଯାଇଛି। ଏହାଦ୍ବାରା ସମୁଦାୟ ୧୯୬ଟି ନୂତନ ପଦବୀ ସୃଷ୍ଟି ହୋଇଛି। ଏହି ନୂତନ ଅଧିକାରୀ ଓ କର୍ମଚାରୀମାନେ ରାଜ୍ୟରେ ୨୮ଟି ସ୍ଥାୟୀ ପୋଲିସ ଆଉଟପୋଷ୍ଟରେ ନିଯୁକ୍ତ ହେବେ। ପ୍ରତ୍ୟେକ ଆଉଟପୋଷ୍ଟରେ ଜଣେ ଲେଖାଏ ସବ୍‌ଇନିସ୍‌ପେକ୍ଟର ଓ ୬ ଜଣ ଲେଖାଏ କନେଷ୍ଟବଳ ନିୟୋଜିତ ହେବେ। ଆଇନ ଶୃଙ୍ଖଳା ଠାରୁ ଆରମ୍ଭ କରି ବିଭିନ୍ନ ଅପରାଧୀକ ଅନୁସଂଧାନ କ୍ଷେତ୍ରରେ ସେମାନେ ଦାୟିତ୍ବ ନିର୍ବାହ କରିବେ। ଏହାଦ୍ବାରା ରାଜ୍ୟର ଆଇନ ଶୃଙ୍ଖଳା ବ୍ୟବାସ୍ଥା ଅଧିକ ଦୃଢ ହୋଇପାରିବ।ଏହି ନୂତନ ପଦବୀ ଗୁଡିକ ରାଜ୍ୟ ସରକାରଙ୍କ ORV Act ସମେତ ନିଯୁକ୍ତି ନିୟମାବଳୀର ସମସ୍ତ ବ୍ୟବସ୍ଥା ଅନୁଯାୟୀ ପୂରଣ କରାଯିବ।

Follow us

20,832FansLike
0FollowersFollow
14,700SubscribersSubscribe

Latest news