ସତର୍କ ରୁହନ୍ତୁ ପୁଣି ବଢିପାରେ ସଂକ୍ରମଣ ଏନେଇ;ପ୍ରତିକ୍ରିୟା ରଖିଲେ ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର…

()ଦିଲ୍ଲୀ ଭଳି କିଛି ରାଜ୍ୟରେ ସଂକ୍ରମଣ ବଢିବା ପରେ ସଜାଗ ହେଲେ ରାଜ୍ୟ ସରକାର । ପ୍ରତିକ୍ରିୟା ରଖି ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଆମ ରାଜ୍ୟରେ ବହୁତ କମ ପଜେଟିଭ ବାହାରୁଛି । 7 ରୁ 8 ଜିଲ୍ଲା କୁ ଛାଡି ଦେଲେ ବାକି ସବୁ ଜିଲ୍ଲା ରେ କେସ ନାହିଁ । ତେଣୁ ଆମର ସେପରି ଆତଙ୍କିତ ହେବା ପରି ସ୍ଥିତି ନାହିଁ। ତଥାପି ସେପରି କିଛି ପରିସ୍ଥିତି ହେଲେ ବା ଲକ୍ଷ୍ୟ ରଖି ସତର୍କ ରହିବା ପାଇଁ ଜିଲ୍ଲା ମାନଙ୍କୁ ନିର୍ଦ୍ଦେଶ ଦେଇଛୁ । ସମସ୍ତେ ସତର୍କ ଦୃଷ୍ଟି ରଖିବାକୁ ଜିଲ୍ଲା ମାନଙ୍କୁ କୁହାଯାଇଛି । ଆଇସିଏମ ଆର ଗାଇଡ଼ ଲାଇନ ଅନୁଯାୟୀ ଟେଷ୍ଟ ବଢାଯାଉଛି । କ୍ଲଷ୍ଟର ଆଉଟ ବ୍ରେକ ଯେଉଁଠି ହେଉଛି ତାହା ଉପରେ ତୀକ୍ଷଣ ନଜର ରଖିବାକୁ କୁହାଯାଇଛି । ହାଇ ରିକ୍ସ ପପୁଲେସନ ଉପରେ ନଜର ରଖାଯାଇଛି ।

ବିଶିଷ୍ଟ ସଂଗୀତଜ୍ଞ ପ୍ରଫୁଲ୍ଲ କର ଙ୍କ ବିୟୋଗ ରେ ମୁଖ୍ୟମନ୍ତ୍ରୀଙ୍କ ଶୋକ…

{ }ବିଶିଷ୍ଟ ସଂଗୀତଜ୍ଞ ପ୍ରଫୁଲ୍ଲ କର ଙ୍କ ବିୟୋଗ ରେ ମୁଖ୍ୟମନ୍ତ୍ରୀଙ୍କ ଶୋକ।

ରାଷ୍ଟ୍ରୀୟ ସମ୍ମାନ ସହ ଶେଷକୃତ୍ୟ ହେବ
ଶେଷକୃତ୍ୟ ସମୟରେ ରାଜ୍ୟ ସରକାରଙ୍କ ଦୁଇ ମନ୍ତ୍ରୀ ଉପସ୍ଥିତ ରହିବେ।

( )ଯଶସ୍ବୀ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ବିୟୋଗ ରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି।ଏକ ଶୋକବାର୍ତ୍ତା ରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ବର୍ଗତ କରଙ୍କୁ ଜଣେ ଯଶସ୍ବୀ କଳାକାର ଭାବରେ ବର୍ଣନା କରିଛନ୍ତି । ଜଣେ ଗୀତିକାର ସଂଗୀତଜ୍ଞ ତଥା ସଂଗୀତ ନିର୍ଦେଶକ ଭାବରେ ସେ ଅନେକ ଗୌରବଜ୍ବଳ କୀର୍ତ୍ତି ସ୍ଥାପନ କରିଯାଇଛନ୍ତି ।ତାଙ୍କ ବିୟୋଗ ଓଡ଼ିଆ ସଙ୍ଗୀତ ଜଗତରେ ଏକ ଯୁଗର ଅବସାନ ଘଟାଇଛି। ତାଙ୍କର ସ୍ୱତନ୍ତ୍ର ସଙ୍ଗୀତ ରଚନା ଶୈଳୀ ଓ ନିର୍ଦେଶନା ଲୋକଙ୍କ ହୃଦୟରେ ତାଙ୍କୁ ସର୍ବଦା ଅମର କରି ରଖିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।

ସ୍ବର୍ଗତ କରଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନ ସହ ଅନୁଷ୍ଠିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ଶେଷକୃତ୍ୟ ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦୁଇ ଜଣ ମନ୍ତ୍ରୀ ଉପସ୍ଥିତ ରହି ଶେଷ ସମ୍ମାନ ଜଣାଇବେ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି ।

ବିଶିଷ୍ଠ ସଂଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ପରଲୋକ…

() ବିଶିଷ୍ଠ ସଂଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ପରଲୋକ। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହେଇଥିଲା। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ। “କମଳ ଦେଶର ରାଜକୁମାର” ପ୍ରଫୁଲ୍ଲ କରଙ୍କ ତାଙ୍କ ସତ୍ୟ ନଗର ସ୍ଥିତ ବାସଭବନରେ ପରଲୋକ।

ପ୍ରବାଦ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ମୁଖ୍ୟମନ୍ତ୍ରୀ….

( ) ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଜି ପୂର୍ବାହ୍ନରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ବିଧାନସଭା ପରିସରରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି । ବାଚସ୍ପତି ଡଃ ସୂର୍ଯ୍ୟ ନାରାୟଣ ପାତ୍ର, ଉପବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ, ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ, ବରିଷ୍ଠ ବିଧାୟକ ଶ୍ରୀ ଅନନ୍ତ ଦାସ, ଶ୍ରୀ ପ୍ରଫୁଲ୍ଲ ସାମଲ, ଶ୍ରୀ ଦେବୀ ମିଶ୍ର, ଶାସକଦଳର ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ, ଭୁବନେଶ୍ୱର (ମଧ୍ୟ) ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର (ଉତ୍ତର) ଶ୍ରୀ ସୁଶାନ୍ତ କୁମାର ରାଉତ,‌ ବିଧାନସଭା ସଚିବ ଶ୍ରୀ ଦାଶରଥି ଶତପଥୀ, ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ, ବିଧାନସଭା ନିର୍ଦ୍ଦେଶକ (ଗବେଷଣା) ଶ୍ରୀ କୃପାସିନ୍ଧୁ ମିଶ୍ର ପ୍ରମୁଖ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ସେ ଜଣେ ମହାନ୍ ଜନନାୟକ ଥିଲେ ବୋଲି ପ୍ରକାଶ କରିଥିଲେ । ଓଡ଼ିଆ ଜାତି ତାଙ୍କ ବର୍ତ୍ତମାନରେ ତାଙ୍କୁ ଯେତିକି ଭଲ ପାଉଥିଲେ, ଅବର୍ତ୍ତମାନରେ ମଧ୍ୟ ସେତିକି ଭଲ ପାଉଛନ୍ତି ଓ ସ୍ମରଣ କରୁଛନ୍ତି ବୋଲି ଅତିଥିମାନେ ପ୍ରକାଶ କରିଥିଲେ । ଶାଶ୍ଵତୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନର କଣ୍ଠଶିଳ୍ପୀ ମାନେ ବିଜୁ ବାବୁଙ୍କ ସ୍ମୃତିରେ ସୁମଧୁର ସଂଗୀତ ପରିବେଷଣ କରିଥିଲେ । ବିଧାନସଭାର ଯୁଗ୍ମ ନିର୍ଦ୍ଦେଶକ (ଗବେଷଣା) ଶ୍ରୀ ଶିବ ପ୍ରସାଦ ପଟ୍ଟନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲାବେଳେ ନିରାପତ୍ତା ଅଧିକାରୀ ଶ୍ରୀ ଗୋପାଳ ବେହେରା ନିରାପତ୍ତା ବ୍ୟବସ୍ଥାକୁ ବ୍ୟବସ୍ଥିତ କରିଥିଲେ ।

ଏମିତି ଥିଲେ ବିଜୁ ବାବୁ…

() ଆଜି ହେଉଛି ପୂର୍ଵତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ। ୧୯୯୦ରେ ବିଜୁ ବାବୁ ଦ୍ଵିତୀୟ ବାର ମୁଖ୍ୟମନ୍ତ୍ରୀ ହେଲାବେଳେ ରାଜ୍ୟର ଅଣ-ଯୋଜନା ଖର୍ଚ୍ଚ ବହୁତ ବଢିଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ୩୨ଟି ଗାଡ଼ି ଯୋଡ଼ି ହୋଇରହିଥିଲା। ଖର୍ଚ୍ଚ କାଟ ପାଇଁ ବିଜୁ ବାବୁ ଅନେକ ବାର ରିକ୍ସା ଓ ଛୁଟିରେ ସରକାରୀ ବସରେ ଗଲେ। ମନ୍ତ୍ରୀମାନେ ବି ଖର୍ଚ୍ଚ କାଟ କଲେ। ସରକାରୀ କର୍ମଚାରୀଙ୍କ ଭ୍ରମଣ ଭତ୍ତା, ସମର୍ପଣ ଛୁଟି ସୁବିଧା କାଟି ଦିଆଯିବାରୁ ସେମାନେ କ୍ଷୁବ୍ଧ ହୋଇଥିଲେ। ୧୯୯୩ରେ ସଚିବାଳୟରେ କର୍ମଚାରୀମାନେ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଫୁଲ କୁଣ୍ଡ ପକାଇ ଆକ୍ରମଣ କଲେ। ହେଲେ ବିଜୁ ବାବୁ ସେମାନଙ୍କ ବିରୋଧରେ ଅଭିଯୋଗ-ଫର୍ଦ୍ଦ ଦାଖଲ କରିବାକୁ ମନା କରିଥିଲେ!

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଙ୍କ ଜନ୍ମ ପୀଠ ବିକାଶ କାର୍ଯ୍ୟ ବୁଲି ଦେଖିଲେ 5T ସଚିବଶ୍ରୀ ଭି. କାର୍ତ୍ତିକେୟ ପାଣ୍ଡିଆନ…

( )ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଙ୍କ ଜନ୍ମ ପୀଠ ବିକାଶ କାର୍ଯ୍ୟ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ ଙ୍କ ସଚିବ।

ସୁଆଣ୍ଡୋ କେବଳ ଏକ ପର୍ଯ୍ୟଟନ ସ୍ଥଳୀ ନୁହେଁ, ଜ୍ଞାନ ର କେନ୍ଦ୍ର ହେବ ଓ ଗୋପବନ୍ଧୁଙ୍କ ତ୍ୟାଗ ପୁତ ଜୀବନ ଓ ଆଦର୍ଶର ପ୍ରସାରରେ ସହାୟକ ହେବ।

ମୁଜିୟମ ସହ ଗୋପବନ୍ଧୁ ଙ୍କ ପନ୍ଦର ଫୁଟର ବ୍ରୋଂଜ଼ ମୂର୍ତ୍ତି ରହିବ।

{ }ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଓଡ଼ିଆ ଜାତିର ଗର୍ବ ଓ ଗୌରବ.ଓଡ଼ିଆ ଜାତି ପାଇଁ ତାଙ୍କ ତ୍ୟାଗ କୁ ଏ ଜାତି କେବେ ଭୁଲି ପାରିବ ନାହିଁ. ତାଙ୍କ ଜନ୍ମସ୍ଥାନ ପ୍ରତି ଓଡ଼ିଆଙ୍କ ର ତୀର୍ଥ କ୍ଷେତ୍ର. ଗୋପବନ୍ଧୁ ଙ୍କ ଜନ୍ମପୀଠ ପୁରୀ ଜିଲ୍ଲା ସୁଆଣ୍ଡୋ ଗ୍ରାମକୁ କେବଳ ଏକ ପର୍ଯ୍ୟଟନ ସ୍ଥଳୀ ନୁହେଁ ଏକ ଜ୍ଞାନ ର କେନ୍ଦ୍ର ଭାବରେ ବିକଶିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଧେଶ କ୍ରମେ କାମ ଆରମ୍ଭ ହୋଇଛି .ଉତ୍କଳମଣିଙ୍କ ତ୍ୟାଗ ପୁତ ଜୀବନ ଓ ଆଦର୍ଶ ର ପ୍ରଚାର ପ୍ରସାର ରେ ମଧ୍ୟ ସହାୟକ ହେବ।ପୂର୍ବରୁ ମୁଖ୍ୟମନ୍ତ୍ରୀ ଗୋପବନ୍ଧୁ ଙ୍କ ଜନ୍ମପୀଠ ର ବିକାଶ ଯୋଜନାକୁ ଅନୁମୋଦନ କରିଛନ୍ତି।ଗୋପବନ୍ଧୁଙ୍କ ଜନ୍ମପୀଠ ର ବିକାଶ ସେ ଅଞ୍ଚଳ ର ଜନସାଧାରଣ ଙ୍କ ବହୁଦିନର ଦାବି ଥିଲା। ମୁଖ୍ୟମନ୍ତ୍ରୀ ଙ୍କ ସଚିବ (5T) ଶ୍ରୀ ଭି. କାର୍ତ୍ତିକେୟ ପାଣ୍ଡିଆନ ଆଜି ସୁଆଣ୍ଡୋ ଯାଇ ସେଠାରେ ଚାଲିଥିବା ବିକାଶ କାମ ବୁଲି ଦେଖିଥିଲେ . ପ୍ରଥମେ ଶ୍ରୀ ପାଣ୍ଡିଆନ ଗୋପବନ୍ଧୁଙ୍କ ସଠି ଘର କୁ ଯାଇ ଉତ୍କଳମଣିଙ୍କ ପ୍ରତି ଶ୍ରଦ୍ଧା ନିବେଦନ କରିଥିଲେ.ଏବଂ ଗୋପବନ୍ଧୁଙ୍କ ଦାୟାଦ ମାନଙ୍କୁ ଭେଟି ସ୍ମୁତି ପୀଠ ବିଷୟରେ ଆଲୋଚନା କରିଥିଲେ।ଉତ୍କଳମଣି ଙ୍କ ଜନ୍ମ ପୀଠର ବିକାଶ ପାଇଁ ସରକାର ଙ୍କ ପଦକ୍ଷେପ ର ସେମାନେ ଉଚ୍ଚ ପ୍ରଶଂସା କରିଥିଲେ।ରାଜ୍ୟସରକାରଙ୍କ ପକ୍ଷରୁ ଏହାର ପୁନଃରୁଦ୍ଧାର କାର୍ଯ୍ୟ ହାତକୁ ନିଆଯିବା ସହ ଦ୍ରୁତ ଗତିରେ ନିର୍ମାଣ କାର୍ଯ୍ୟ ଜାରି ରହିଛି.|ଶିବ ମନ୍ଦିର, ଦୁଇଟି ପୋଖରୀ, ପୈତୃକ ବାସଗୃହ, ଗ୍ରାମକୁ ଉନ୍ନତ ରାସ୍ତା, ପରିକ୍ରମା ରାସ୍ତା, ପାର୍କ, ମ୍ୟୁଜିଅମ ର ନିର୍ମାଣ କାର୍ଯ୍ୟକୁ ଆଜି 5ଟି ସଚିବ ବୁଲି ଦେଖିଥିବା ବେଳେ ଦୁଇ ରୁ ତିନିମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଜିଲ୍ଲାପାଳ ଙ୍କୁ ନିର୍ଦେଶ ଦେଇଥିଲେ|ସୁଆଣ୍ଡୋରେ ନିର୍ମାଣ ହେଉଥିବା ପାର୍କିଙ୍ଗ ପ୍ଲେସ, ରିସେପସନ ସେଣ୍ଟର ତଥା ମନ୍ଦିରର ନିର୍ମାଣ କାର୍ଯ୍ୟକୁ ଶ୍ରୀ ପାଣ୍ଡିଆନ ବୁଲି ଦେଖିବା ସହ ଗୋପବନ୍ଧୁଙ୍କ ସ୍ମୃତି ବହନ କରୁଥିବା ବିଭିନ୍ନ ସାମଗ୍ରୀକୁ ନେଇ ମ୍ୟୁଜିଅମ ଏବଂ ପୋଖରୀ ଆଦିରେ ଚାଲିଥିବା ବିକାଶ କାମ ଅନୁଧ୍ୟାନ କରିଛନ୍ତି | ବିଶେଷ କରି ସୁଆଣ୍ଡୋରେ ଗୋପବନ୍ଧୁଙ୍କ ପନ୍ଦର ଫୁଟ ଉଚ୍ଚ ର ଏକ ବ୍ରୋଞ୍ଚ ପ୍ରତିମୂର୍ତ୍ତି ସ୍ଥାପନ ନେଇ ସେ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ।ପ୍ରାୟ 24କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଉଥିବା ଏହି ସମସ୍ତ ପ୍ରକଳ୍ପ କାର୍ଯ୍ୟକୁ ଶୀଘ୍ର ଏବଂ ସୁଚାରୁ ରୂପେ ଶେଷ କରିବା ନେଇ ଲକ୍ଷ୍ୟ ରଖାଯାଇଛି ଓ ଏ ଦିଗରେ ଗ୍ରାମବାସୀଙ୍କ ସହଯୋଗ ମଧ୍ୟ କାମନା କରାଯାଇଥିଲା.| ତେବେ ଦୀର୍ଘ 50ବର୍ଷ ପରେ ସୁଆଣ୍ଡୋ ଗ୍ରାମର ଏଭଳି ଉନ୍ନତି କରଣ କାର୍ଯ୍ୟ କରାଯାଉଥିବା ନେଇ ସୁଆଣ୍ଡୋ ବାସୀ ବେଶ ଗୌରାବାନ୍ୱିତ ମନେ କରିଥିବା ବେଳେ ସରକାରଙ୍କ ଏଭଳି ପ୍ରଚେଷ୍ଟାକୁ ସାଧୁବାଦ ଜଣାଇଛନ୍ତି।ଏହି ଗସ୍ତ ଅବସରରେ ପୁରୀ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ.

OUTRରେ ଭିତ୍ତିଭୂମିର ବିକାଶ ସହିତ ଖୋଲିବ ନୂଆ ପାଠ୍ୟକ୍ରମ

( )ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ Odisha university of technology and research କୁ engineering ଶିକ୍ଷା କ୍ଷେତ୍ରରେ ଏକ ଉତ୍କର୍ଷ କେନ୍ଦ୍ର ରେ ପରିଣତ କରାଯିବ

ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି)ଙ୍କ Odisha university of technology and research ପରିଦର୍ଶନ,

OUTRରେ ଭିତ୍ତିଭୂମିର ବିକାଶ ସହିତ ଖୋଲିବ ନୂଆ ପାଠ୍ୟକ୍ରମ

ପ୍ରଥମ ପର୍ଯ୍ୟାୟରେ ବିନିଯୋଗ ହେବ 3ଶହ କୋଟି

ଶିକ୍ଷକ ଓ ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା

୩ ବର୍ଷ ମଧ୍ୟରେ ଜାତୀୟ ସ୍ତରର ଅଗ୍ରଣୀ ଅନୁଷ୍ଠାନରେ ପରିଣତ କରିବା ପାଇଁ ପଦକ୍ଷେପ ନିଆଯିବ

{ }Odisha university of technology and research କୁ engineering ଶିକ୍ଷା କ୍ଷେତ୍ରରେ ଏକ ଉତ୍କର୍ଷ କେନ୍ଦ୍ର ଭାବରେ ଗଢ଼ିତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦେଶ କ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ଆଜି ଭୁବନେଶ୍ବର ଘାଟିକିଆ ଠାରେ ଥିବା Odisha University of Technology & Research ପରିଦର୍ଶନ କରି ସେଠାରେ ଭିତ୍ତିଭୂମିର ବିକାଶ ପାଇଁ ସ୍ଥିତି ଅନୁଧ୍ୟାନ କରିଛନ୍ତି୤ ସୂଚନାଯୋଗ୍ୟ ଯେ ପୂର୍ବରୁ କଲେଜ ଅଫ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (CET) ଭାବରେ ପରିଚିତ ଥିବାବେଳେ ଏବେ ଏହା OUTR ବା ଓଡିଶା ବୈଷୟିକ ଓ ଗବେଷଣା ବିଶ୍ବବିଦ୍ୟାଳୟରେ ରୂପାନ୍ତରିତ ହୋଇଛି। ୨୦୨୧ ଜୁଲାଇ ୧୭ ତାରିଖରେ ଏହି ପରିବର୍ତ୍ତନ ପାଇଁ କ୍ୟାବିନେଟରେ ନିଷ୍ପତ୍ତି ହୋଇଥିଲା। କଲେଜରୁ ବିଶ୍ବବିଦ୍ୟାଳୟ ହେବାପରେ ଏହାର ଭିତ୍ତିଭୂମିର ବିକାଶକୁ ଦୃଷ୍ଟିରେ ରଖି 5T ସଚିବ ଶ୍ରୀ ଭି କେ ପାଣ୍ଡିଆନ ଓ ଆଇ ଟି ବିଭାଗର ପ୍ରମୁଖ ସଚିବ ଶ୍ରୀ ହେମନ୍ତ ଶର୍ମା ଆଜି OUTR ଗସ୍ତ କରି ପରିସ୍ଥିତିର ଅନୁଧ୍ୟାନ କରି ଭିତ୍ତିଭୂମିର ବିକାଶ ସମ୍ପର୍କ ରେ ଆଲୋଚନା କରିଛନ୍ତି।ଏହି ଆଲୋଚନା ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ୩୦୦ କୋଟି ବିନିଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିବା ବେଳେ ଅଧିକ ୪ଟି ବିଭାଗ ଖୋଲିବା ନେଇ ମଧ୍ୟ ନିଷ୍ପତ୍ତି ହୋଇଛି। ୨ରୁ ୩ବର୍ଷ ମଧ୍ୟରେ ବିକାଶ କାର୍ଯ୍ୟ ଓ ଭିତ୍ତିଭୂମି ସ୍ଥାପନ କରି ଜାତୀୟସ୍ତରରେ କିଭଳି ଏହାକୁ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ କରାଯିବ ସେଥିପ୍ରତି ଆଲୋଚନାରେ ଗୁରୁତ୍ବ ଦିଆଯାଇଛି।

ସୂଚନାଯୋଗ୍ୟ ଯେ ବିଶ୍ବବିଦ୍ୟାଳୟରେ ମୋଟ ୨୬ଟି ବିଭାଗ ଥିବା ବେଳେ ୪୦୦୦ରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଏହାକୁ ଦେଶର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ପରିଣତ କରିବାକୁ ରାଜ୍ୟସରକାର ନିଷ୍ପତ୍ତି ନେଇଛନ୍ତି।ବିଶ୍ବବିଦ୍ୟାଳୟର ପ୍ରସ୍ତାବିତ ମାଷ୍ଟର ପ୍ଲାନ ଦେଖିବା ସହ ଭିତ୍ତିଭୂମିର ଆବଶ୍ୟକତା, କର୍ମଚାରୀ ଓ ଅଧ୍ୟାପକଙ୍କ ଆବଶ୍ୟକତା ସମେତ ଛାତ୍ରଛାତ୍ରୀଙ୍କ ପାଇଁ ଆବଶ୍ୟକ ସୁବିଧା ସମ୍ପର୍କରେ ଶ୍ରୀ ପାଣ୍ଡିଆନ ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷ ଓ ବିଭାଗୀୟ ସଚିବଙ୍କ ସହ ବିସ୍ତୃତ ଆଲୋଚନା ଓ ସମୀକ୍ଷା କରିଛନ୍ତି ।OUTRକୁ ଗସ୍ତ ସମୟରେ 5T ସଚିବ ବିଶ୍ବବିଦ୍ୟାଳୟର ବିଭିନ୍ନ ଲାବୋରେଟୋରୀ ଓ ସ୍ମାର୍ଟକ୍ଲାସ ବୁଲି ଦେଖିଥିଲେ। ଏହାସହିତ ବିଶ୍ବବିଦ୍ୟାଳୟର ବିଭିନ୍ନ ବିଭାଗର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ସେମାନଙ୍କ ଠାରୁ ଫିଡ଼ବ୍ୟାକ ନେଇଥିଲେ। 5T ସଚିବଙ୍କ ସହ ସିଧାସଳଖ ଆଲୋଚନା କରିବା ସହ ନିଜ ଶିକ୍ଷାନୁଷ୍ଠାନର ଉନ୍ନତି ବିଷୟରେ ଜାଣି ଛାତ୍ରଛାତ୍ରୀମାନେ ଖୁସି ବ୍ୟକ୍ତ କରିଛନ୍ତି ।ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା engineering ପଢ଼ୁଥିଆ ଛାତ୍ର ଛାତ୍ରୀ ମାନେ ବିଶେଷ ଭାବରେ ଉପକୃତ ହେବେ

କୋଭିଡ ସମୟରେ ସମଗ୍ର ଦେଶରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିଲା। ଏହି ସମୟରେ ରାଜ୍ୟରେ ପ୍ରଥମେ ସ୍କୁଲ ଓ ପରେ କଲେଜର ରୂପାନ୍ତରିକରଣ ମାଧ୍ୟମରେ ଶିକ୍ଷା ବ୍ୟବସ୍ଥାକୁ ସଜାଡ଼ିବାକୁ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଏହି କ୍ରମରେ ଏବେ ବିଶ୍ବବିଦ୍ଯାଳୟ ଗୁଡିକର ରୂପାନ୍ତର ପାଇଁ ପଦକ୍ଷେପ ଆରମ୍ଭ ହୋଇଛି୤

ମେ ପହିଲାରୁ ଆରମ୍ଭ ହେବ ନୂତନ ଶିକ୍ଷା ବର୍ଷ,…

() ମେ ପହିଲାରୁ ନୂତନ ଶିକ୍ଷା ବର୍ଷ ଆରମ୍ଭ ହେଉଛି। ମେ ପହିଲାରୁ ଜୁନ୍‍ ୫ ପର୍ଯ୍ୟନ୍ତ ସକାଳ ୬ଟା ରୁ ୯ଟା ଯାଏଁ ସ୍କୁଲରେ ପାଠ ପଢାଯିବ। ଏପ୍ରିଲ ୨୦ ମଧ୍ୟରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଶ୍ରେଣୀ ଉର୍ତ୍ତୀର୍ଣ୍ଣ କରାଯିବ। ଏପ୍ରିଲ ୨୦ ରୁ ୩୦ ପ୍ରଥମରୁ ନବମ ନୂତନ ନାମଲେଖା ଓ ପୁନଃ-ନାମଲେଖା ପ୍ରକିୟା କରାଯିବ। ଏଥର ଗ୍ରୀଷ୍ମ ଛୁଟି ଜୁନ୍ ୬ରୁ ଜୁନ ୧୬ ମାତ୍ର ୧୧ ଦିନିଆ ରହିବ। ମଧ୍ୟାହ୍ନ ଭୋଜନ ପୂର୍ବରୁ ଯେମିତି ଦିଆଯାଉଥିଲା ସେମିତି ହିଁ ଦିଆଯିବ । ମେ ପହିଲାରୁ ଯେଉଁ ପାଠ ପଢ଼ାଯିବ ତାହା ପିଲାଙ୍କ ରନିଂ ରିକଭରି କୋର୍ସ ବା ବ୍ରିଜ କୋର୍ସ ବୋଲି କୁହାଯିବ। ଗଣିତ, ବିଜ୍ଞାନ ଏବଂ ଇଂରାଜୀ ବିଷୟ ଉପରେ ଫୋକସ କରାଯିବ। ଏଥିରେ ସ୍କୁଲର ଶିକ୍ଷକ, ଶିକ୍ଷୟତ୍ରୀଙ୍କ ସହ ଥାର୍ଡ ପାର୍ଟିର କିଛି ଶିକ୍ଷକ ପାଠ ପଢ଼ାଇବେ। ଯେହେତୁ ଶିକ୍ଷକଙ୍କ ରେଗୁଲାର କ୍ଲାସ ରହିବ ତେଣୁ ରିକଭରି କ୍ଲାସ କରିବା ସବୁ ସମ୍ଭବ ନୁହେଁ। ଟେଣ୍ଡର ପ୍ରକ୍ରିୟା ଚାଲିଛି। କେତେ ସଂଖ୍ୟା ରହିବେ ତାହା ଆଗାମୀ ଦିନରେ ଜଣାପଡିବ। ସିବିଏସଇ ବର୍ଷକୁ ଦୁଇଟି ପରୀକ୍ଷା କରିବାର ନିସ୍ପତି ନେଇଛି। କିନ୍ତୁ ଓଡ଼ିଆ ମାଧ୍ୟମିକରେ ନୂତନ ଶିକ୍ଷା ବର୍ଷ ପରୀକ୍ଷା କେମିତି ହେବ ତାହା ନିସ୍ପତି ନିଆଯାଇନାହିଁ। ବିଭାଗ ତୁରନ୍ତ ଏ ବିଷୟରେ ଅବଗତ କରାଇବ। ନୂତନ ଶିକ୍ଷା ବର୍ଷ ଶତ ପ୍ରତିଶତ କୋର୍ସକୁ ନେଇ ଚାଲିବ।
ସମୀର ରଞ୍ଜନ ଦାଶ, ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ।

ବିଜେଡିର ଉପ ସଭାପତି ଦେବୀ ମିଶ୍ରଙ୍କ ପ୍ରତିକ୍ରିୟା…

() ସୋସିଆଲ ମିଡିଆରେ ଚାଲିଥିବା ଜଗନ୍ନାଥ ମନ୍ଦିର ବଞ୍ଚାଅ କ୍ୟାମ୍ପନ ଏବଂ ସେଥିରେ ବିଜେପିର ଅଧିକାଂଶ ନେତା ମାନେ ସାମିଲ ହୋଇ ଟୁଇଟ କରିବା ପ୍ରସଙ୍ଗ । ବିଜେଡିର ଉପ ସଭାପତି ଦେବୀ ମିଶ୍ରଙ୍କ ପ୍ରତିକ୍ରିୟା, ମନ୍ଦିର କୁ ବଞ୍ଚେଇବା ପାଇଁ ଓ ସଂଗୃହିତ କୀର୍ତିରାଜି କୁ ସଂଗ୍ରହିତ କରି ରଖିବା ପାଇଁ ଏବଂ ବର୍ଣ୍ଣନିୟ ଓ ଅବର୍ଣ୍ଣନିୟ ଐତିହ୍ୟ କୁ ପ୍ରତି ପାଦିତ କରିବା ପାଇଁ ନବୀନ ସରକାର ଉଦ୍ୟମ କରୁଛନ୍ତି । ତାର ସଂରକ୍ଷଣ ସହ ସେଠାକୁ କିପରି ଅଧିକ ଶ୍ରଦ୍ଧାଳୁ ଆସି ପାରିବେ,ଠିକଣା ଢଙ୍ଗରେ ଯାଇ ପାରିବେ ଓ ଫୁଟଫଲ ଅଧିକ ହେବ ଏବଂ ଆମ ରୋଜଗାର ବଢ଼ିବ ସେ ନେଇ ପ୍ରୟାସ କରାଯାଉଛି । ଏଥିରେ ଅସୁବିଧା କେଉଁଠି ରହିଲା ବୋଲି କହିଛନ୍ତି ଦେବୀ ମିଶ୍ର । ବିଜେପିର ନେତା ମାନେ କେଉଁ ଦୃଷ୍ଟି କୋଣରୁ ଟୁଇଟ କରୁଥିବେ ମାତ୍ର ତାଙ୍କର ସାଂସଦ ପ୍ରାଥି ଆସି ଏଠି କହି କି ଯାଇ ସାରିଛନ୍ତି ଏବଂ ଅନ୍ୟମାନେ ବି କହିଛନ୍ତି । ତାଙ୍କର ନିଜର କେନ୍ଦ୍ର ସରକାରଙ୍କ କତ୍ତୃତ୍ୱ ଧୀନ ଗୋଟିଏ ବିଭାଗ ଏଏସଆଇ ମଧ୍ୟ ରହିଛି । ଆଉ ବିଷୟରେ ବାରମ୍ବାର ଆଲୋଚନା ବି ହୋଇ ସାରିଛି । ବିଧାନସଭାର କିମିଟି ବି ଗଠନ ହୋଇଛି । ତେଣୁ କେବଳ ସମାଲୋଚନା କରିବା ଆଳରେ ସମାଲୋଚନା କଲେ ହେବ ନାହିଁ । କଣ ସେମାନଙ୍କର ପରାମର୍ଶ ଅଛି ତାକୁ ଦିଅନ୍ତି ଓ ନିଅନ୍ତୁ । ଆମ ସଂସ୍କୃତି ଓ ପରମ୍ପରାର ଯେଉଁ ମହାନତା ଅଛି ଏବଂ ମନ୍ଦିର ଦ୍ୱାରା ଶ୍ରଦ୍ଧାଳୁ ଙ୍କ ପାଇଁ ଏବଂ ବିଶ୍ୱ ବାସୀଙ୍କ ପାଇଁ ସୁବିଧା ଜନକ ହୋଇ ପାରିବ ସେ ବିଷୟରେ ସେମାନେ ଚିନ୍ତା କରି ଉଚିତ କଥା କହିବା ଦରକାର ।
ବାଇଟ – ଦେବୀ ମିଶ୍ର, ବିଜେଡି ଉପ ସଭାପତି

ହକିର ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ…

() ହକି ବିଶ୍ୱକପ ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l କଳିଙ୍ଗ ଷ୍ଟାଡିୟମରେ ରଙ୍ଗାରଙ୍ଗ ଉତ୍ସବରେ ଆୟୋଜିତ l

Follow us

20,832FansLike
0FollowersFollow
14,700SubscribersSubscribe

Latest news