ନୀଳମାଧବ ପୀଠର ବିକାଶ ପାଇଁ ୧୦୦ କୋଟିଟଙ୍କା ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ…

() ନୀଳମାଧବ ପୀଠର ବିକାଶ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ।

୧୦୦ କୋଟି ଟଙ୍କା ଖର୍ଚ୍ଚ, ୧୮ ମାସରେ ସଂପୂର୍ଣ୍ଣ।

କଣ୍ଟିଲୋ ଜନସାଧାରଣଙ୍କ ସହଯୋଗ କାମନା କଲେ ମୁଖ୍ୟମନ୍ତ୍ରୀ।

{ } କଣ୍ଟିଲୋ ନୀଳମାଧବ ପୀଠର ପାରିପାର୍ଶ୍ବିକ ବିକାଶ ପାଇଁ ପ୍ରସ୍ତୁତ ମାଷ୍ଟର ପ୍ଲାନ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ଲାଭ କରିଛି । ଏଥିନିମନ୍ତେ ୧୦୦ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ୧୮ ମାସ ମଧ୍ୟରେ କାମ ଶେଷ ହେବ ।ସମ୍ୱନ୍ୱିତ ଐତିହ୍ୟ ଓ କୀର୍ତ୍ତିରାଜି ବିକାଶ ଯୋଜନା ରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ।ପ୍ରକଳ୍ପର ସଫଳ କାର୍ଯ୍ୟକାରୀତା ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ଥାନୀୟ ଜନସାଧାରଣ ଓ ସେବାୟତ ମାନଙ୍କ ସହଯୋଗ କାମନା କରିଛନ୍ତି ।

ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ନୀଳମାଧବ ପୀଠର ବିକାଶ ପାଇଁ ପ୍ରସ୍ତୁତ ମାଷ୍ଟର ପ୍ଲାନ ଉପରେ ବିଚାର ବିମର୍ଷ ପରେ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଥିଲେ ।ଜଗନ୍ନାଥ ସଂସ୍କୃତି ସହ ନୀଳମାଧବ ପୀଠର ନିବିଡ ସଂପର୍କ ରହିଛି । ବିଶ୍ବାସ କରାଯାଏ ଯେ ନୀଳମାଧବ ପୀଠ ବ୍ରହ୍ମାଦ୍ରୀ ପର୍ବତରେ ମହାପ୍ରଭୁ ନୀଳମଣି ଭାବରେ ଶବର ରାଜା ବିଶ୍ବାବସୁଙ୍କ ଦ୍ବାରା ପୂଜା ପାଉଥିଲେ । ମହାପ୍ରଭୁଙ୍କ ଏହି ଆଦିରୂପକୁ ଦର୍ଶନ କରିବା ପାଇଁ ପ୍ରତିଦିନ ହଜାର ହଜାର ଭକ୍ତ ନୀଳମାଧବ ପୀଠକୁ ଆସିଥାନ୍ତି । ବ୍ରହ୍ମାଦ୍ରୀ ପର୍ବତର ଉତ୍ତର ଦିଗରେ ମହାନଦୀର ଭୀମକାନ୍ତ ରୂପ ଅତ୍ୟନ୍ତ ରମଣୀୟ । ପର୍ଯ୍ୟଟକ ମାନଙ୍କ ପାଇଁ ମଧ୍ୟ ଏହି ସ୍ଥାନ ଅନ୍ୟତମ ପ୍ରମୁଖ ଆକର୍ଷଣ। ଏହି ପବିତ୍ର ପୀଠର ସୁବ୍ୟବସ୍ଥିତ ବିକାଶ ଦ୍ବାରା ଭକ୍ତ ଓ ପର୍ଯ୍ୟଟକ ସହିତ ସ୍ଥାନୀୟ ଅଞ୍ଚଳର ଅର୍ଥନୈତିକ ବିକାଶରେ ମଧ୍ୟ ସହାୟକ ହେବ ।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ଗତ ସପ୍ତାହରେ ନୀଳମାଧବ ପୀଠ ପରିଦର୍ଶନ କରି ବିକାଶ ଯୋଜନା ସଂପର୍କରେ ସେବାୟତ ତଥା ସ୍ଥାନୀୟ ଜନସାଧାରଣଙ୍କ ଓ ଜିଲ୍ଲା ପ୍ରଶାସନ ସହ ବିସ୍ତୃତ ଆଲୋଚନା କରି ମାଷ୍ଟର ପ୍ଲାନ ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ମାଷ୍ଟରପ୍ଲାନରେ ମୁଖ୍ୟତଃ ମନ୍ଦିରର ପୁନରୁଦ୍ଧାର,ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ପରିକ୍ରମା ପଥ, ଚନ୍ଦନ ପୁଷ୍କରିଣୀର ପୁନଃରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ସହିତ ଚତୁପାର୍ଶ୍ବ ରାସ୍ତାର ଉନ୍ନତୀକରଣ, ଛାୟାପ୍ରଦ ବୃକ୍ଷ, ଉଦ୍ୟାନ,ପାର୍କିଂ, ମହାନଦୀର କୂଳ ସୁରକ୍ଷା ଓ ନଦୀପାର୍ଶ୍ବର ସୌନ୍ଦର୍ଯ୍ୟକରଣ ଆଦି ବିଷୟରେ ଗୁରୁତ୍ବ ଦିଆଯାଇଛି ।

ମନ୍ଦିରକୁ ଯାଇଥିବା ତିଖା ପାହାଚ ଶ୍ରେଣୀର ପୁନରୁଦ୍ଧାର କରାଯାଇ ଭକ୍ତ ମାନେ ଯେପରି ସୁବିଧା ରେ ଯାଇ ପାରିବେ ତଦନୁଯାୟୀ ବିକାଶ କରାଯିବା।ଏହା ସହିତ ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ଚାରି ଦ୍ବାରର ଉନ୍ନତୀକରଣ କରାଯିବ । ବୟସ୍କ ଓ ଭିନ୍ନକ୍ଷମ ମାନେ ଯେପରି ସୁବିଧାରେ ଦର୍ଶନ କରିପାରିବେ, ସେଥିପାଇଁ ପଶ୍ଚିମ ଦ୍ୱାରରେ lift ଓ skybridge ସୁବିଧା ର ବିକାଶ କରାଯିବ. । ମନ୍ଦିର ପରିସର ଓ ଆଖପାଖ ଅଞ୍ଚଳରେ ଖଣ୍ଡାଲାଇଟ ପଥର ବିଛାଯିବା ସହିତ ମନ୍ଦିର ଓ ଠାକୁରଙ୍କ ବଗିଚାର ବିକାଶ କରାଯିବ । ଏହାସହିତ ରାସବିହାରୀ ମଣ୍ଡପ, ରଘୁନାଥ ମଠ ଓ ବାଟମଙ୍ଗଳା ମନ୍ଦିରର ମଧ୍ୟ ବିକାଶ କରାଯିବ ।ଯାତ୍ରୀ ମାନଙ୍କ ଜିନିଷପତ୍ର ରଖିବା ନିମନ୍ତେ ବ୍ୟବସ୍ଥା (Cloak Room) ଏବଂ ପଦପ୍ରକ୍ଷାଳନ ବ୍ୟବସ୍ଥାର ମଧ୍ୟ ନିର୍ମାଣ କରାଯିବ ।ମନ୍ଦିରକୁ ପ୍ରବେଶ ପାଇଁଁ ପୂର୍ବ ଓ ପଶ୍ଚିମ ପାର୍ଶ୍ବ ସଡକର ପ୍ରଶସ୍ତିକରଣ କରାଯିବ। ପୂର୍ବ ପାର୍ଶ୍ବ ସଡକକୁ ୯ ମିଟର ଓ ପଶ୍ଚିମ ପାର୍ଶ୍ବ ସଡକକୁ ୧୨ ମିଟର ପ୍ରଶସ୍ଥ କରାଯିବ।ମହାନଦୀ ର କୁଲକ୍ଷୟ ରୁ ମନ୍ଦିର କୁ ସୁରକ୍ଷା ଯୋଗାଇବା ପାଇଁ 400meter protective wall ନିର୍ମାଣ କରାଯିବ।

ଏହି ପ୍ରକଳ୍ପ ପାଇଁ ସମୁଦାୟ ଦୁଇ ଏକର ଜମି ଆବଶ୍ୟକ ପଡିବ। ଏଥିନିମନ୍ତେ ଜିଲ୍ଲା ପ୍ରଶାସନ ପୁନର୍ବାସ ଓ ଥଇଥାନ ନୀତି ଅନୁଯାୟୀ ଜମି ଅଧିଗ୍ରହଣ କରିବେ ।ପୂର୍ତ୍ତ ବିଭାଗ ଜରିଆରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ. ମହାନଦୀ କୁଲକ୍ଷୟ ରୋକିବା ପାଇଁ protective wall କାମ ଜଳସମ୍ପଦ ବିଭାଗ କରିବ ବୋଲି ଜଣାଯାଇଛି।ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ବୈଠକରେ ପୂର୍ତ୍ତ ବିଭାଗର ପ୍ରମୁଖ ସଚିବ ଶ୍ରୀ ବୀର ବିକ୍ରମ ଯାଦବ ପ୍ରକଳ୍ପ ସଂପର୍କରେ ଉପସ୍ଥାପନା ରଖିଥିଲେ ।ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ଶ୍ରୀ ପି.କେ. ଜେନା, ଜଳସଂପଦ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀମତୀ ଅନୁ ଗର୍ଗ ଓ ନୟାଗଡ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ।

ସୁର ଓ ନିରଂଜନ ମୁହାଁମୁଁହି…

() ନିରଞ୍ଜନ ପଟ୍ଟନାୟକ ଙ୍କ ପ୍ରତିକ୍ରିୟା। ମୁଁ କେବେ ସୁରଙ୍କ ଭଳି ନବୀନଙ୍କୁ ନେଇ ମନ୍ତବ୍ୟ ଦେଇନି। ଜୟଦେବ ଜେନା ଙ୍କ କଥା ମୁଁ ଜାଣିନି। ବିଶୃଙ୍ଖଳିତ ଆଚରଣ ପାଇଁ ସୁରେଶ ରାଉତରାୟଙ୍କୁ କାରଣ ଦର୍ଶାଅ ନୋଟିସ ହୋଇଛି। ଏ ପ୍ରକ୍ରିୟା ଆରମ୍ଭ ହେଲା। ଯିଏ ବିଶୃଙ୍ଖଳା କରିବ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ। ଏବେ କାହିଁକି କାର୍ଯ୍ୟାନୁଷ୍ଠାନ ନେଇ ନିରଞ୍ଜନ ଙ୍କ ପ୍ରତିକ୍ରିୟା ” ହନୁ ମଲାବେଳେ ସତ କହେ”।

ନିରଞ୍ଜନ ପଟ୍ଟନାୟକ, ପିସିସି ସଭାପତି

କାରଣ ଦର୍ଶାଅ ନୋଟିସ ର ଜବାବ ରଖିଲେ ସୁରେଶ ରାଉତରାୟ…

() କାରଣ ଦର୍ଶାଅ ନୋଟିସ ର ଜବାବ ରଖିଲେ ସୁରେଶ ରାଉତରାୟ। କଂଗ୍ରେସ ଭବନକୁ ଆସି ଲିଖିତ ଭାବେ ଉତ୍ତର ଦାଖଲ କଲେ। ପୁଣିଥରେ ନିରଞ୍ଜନ ପଟ୍ଟନାୟକ ଓ ଜୟଦେବ ଜେନାଙ୍କ ସେହି କଥାକୁ କହିଲେ। ଏ ଦୁହେଁ ବି ପିସିସି ସଭାପତି ନେଇ ନବୀନ ଙ୍କ କଥା କହିଥିଲେ। ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଲାନି। ଆମେ ଦିନକୁ 18 ଘଣ୍ଟା କାମ କରୁଛୁ। ତାରା, ସାଲୁଜା ବହୁ ବିଶୃଙ୍ଖଳିତ ମନ୍ତବ୍ୟ ଦେଇଛନ୍ତି। ସେମାନଙ୍କ ପାଇଁ ଶୃଙ୍ଖଳା କମିଟି ନାହିଁ ବୋଲି ପ୍ରଶ୍ନ କଲେ। ମୋ ଉପରେ କାର୍ଯ୍ୟାନୁଷ୍ଠାନ ହେଲେ ଖାତିର ନାହିଁ।

ସୁରେଶ ରାଉତରାୟ, କଂଗ୍ରେସ ବିଧାୟକ

ପିସିସି ସଭାପତି ଇସ୍ତଫା ଦେବା ପରେ କଣ କହିଲେ ବରିଷ୍ଠ ନେତା ଓ ସମସ୍ତ କାର୍ଯ୍ୟକର୍ତ୍ତା…

ଡକ୍ଟର ଏ ଚେଲ୍ଲା କୁମାର, କଂଗ୍ରେସ ପ୍ରଭାରୀବୈଠକ ପରେ କଂଗ୍ରେସ ପ୍ରଭାରେ ଏ ଚେଳ୍ଳା କୁମାରଙ୍କ ପ୍ରତିକ୍ରିୟା। ପିସିସି ସଭାପତି ଇସ୍ତଫା ଦେବା ପରେ ନୂଆ ପିସିସି ସଭାପତି ଚୟନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ବିଧାୟକ ବରିଷ୍ଠ ନେତା ଏବଂ ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା ହେଉଛି। ବିଧାୟକ ମାନେ ନାଁ ସୁପାରିଶ କରୁଛନ୍ତି। ଯିଏ କଂଗ୍ରେସ ଦଳକୁ ସୃଦୃଢ କରିପାରିବ ସଂଗଠନ ମଜବୁତ୍ କରିପାରିବ ସେମିତି ଲୋକଙ୍କୁ ଚୟନ କରାଯିବ। ସମସ୍ତଙ୍କ ସହ ଆଲୋଚନା ପରେ ମୁଁ ଏଆଇସିସି ସଭାପତିଙ୍କୁ ରିପୋର୍ଟ ଦେବି ତେବେ ଖୁବ୍ ଶୀଘ୍ର ପିସିସି ସଭାପତି ଘୋଷଣା ହୋଇପାରେ ବୋଲି କହିଲେ ଚେଳ୍ଳାକୁମାର।

2- ନିରଞ୍ଜନ ପଟନାୟକ , ପିସିସି ସବାପତି

ମୁଁ ଇସ୍ତଫା ଦେଇସାରିଛି। ମୁ ଜାଣିଲି ଏବେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। ମୁ ଖୁସି ମୋତେ ଏହି ପଦବୀରୁ ଏଥର ଅବ୍ୟାହତ ମିଳିବ। ମୁ ଦଳର ଶୃଙ୍ଖଳିତ କର୍ମୀ। ଯିଏ ସଭାପତି ହେଉନା କାହିଁକି ମୁ ସଂଗଠନ ପାଇଁ କାମ କରିବି।

3- ସନ୍ତୋଷ ସିଂ ସାଲୁଜା।

ପିସିସି ସଭାପତି ଓ ବିଧାୟକ ଦଳର ନେତା ପରିବର୍ତନ ନେଇ ଆମେ ଚେଲ୍ଲା କୁମାର ଙ୍କୁ କହିଚୁ। ଆଶା କରିଛୁ ମେ ମାସ ପ୍ରଥମ ସପ୍ତାହରେ ଘୋଷଣା ହୋଇଯିବ ନୂଆ ପିସିସି ସଭାପତି। ଜଣେ ଦକ୍ଷ ଓ ଯୋଗ୍ୟ ନେତା ହେବେ ପିସିସି ସଭାପତି।

4- ମହମ୍ମଦ ମୋକିମ।

ଦଳ ଓ ସଙ୍ଗଠନ ବିଷୟରେ ବ୍ୟାପକ ଅଲୋଚନ ହୋଇଛି। ଏବେ 24 ପାଇଁ ସଂଗଠନ ଚିନ୍ତା।

5 – ତାରା ପ୍ରସାଦ ବାହିନୀପତି।

କଂଗ୍ରେସ ପାଇଁ ଏବେ ଗୋଟିଏ କଥା। ଦଳକୁ ସୁଦୃଢ କରିବା। ଏଥିପାଇଁ ବ୍ୟାପକ ଆଲୋଚନା ହୋଇଛି। ସୂଚନା କଂଗ୍ରେସ ବାଇଟ ନାମରେ ଭିଯୁଆଲ ଓ ବାଇଟ ଯାଇଛି।

ଆଗକୁ ଆହୁରି ବଢିବପାରେ ତାପମାତ୍ରା…

() ବିଶେଷଭାବରେ ଏହି ସମୟରେ ତାପମାତ୍ରା ବଢିଥାଏ। ଏବଂ ଆଗକୁ ମଧ୍ୟ ବଢ଼ିବ ବୋଲି ପୂର୍ବାନୁମାନ ରହିଛି। ତାହା ପୂର୍ବରୁ ଲୋକଙ୍କୁ ସଚେତନ କରାଯାଉଛି। ଖରା ବେଳେ ଘରୁ ନ ବାହାରିବା ପାଇଁ, ଖରା ସମୟରେ କାମ ବନ୍ଦ ରଖିବାକୁ, ପିଇବା ପାଣି, ଛତା ଓ ଓଦା କପଡା ମୁଣ୍ଡରେ ରଖିବା ଉଚିତ। ତେବେ ଏ ପର୍ଯ୍ୟନ୍ତ ଅଂଶୁଘାତରେ କୌଣସି ବ୍ୟକ୍ତି ରାଜ୍ୟରେ ମୃତ୍ୟୁ ଘଟିନାହିଁ। ସେଥିପାଇଁ ସମସ୍ତ ଡାକ୍ତରଖାନା କତ୍ତୃପକ୍ଷ ଶ୍ର ଙ୍କୁ ନିର୍ଦେଶ ଦିଆଯାଇଛି। ସମସ୍ତ ପ୍ରକାରର ଔଷଧ ରଖିବେ ଚିକିତ୍ସା ସହ ସ୍ୱତନ୍ତ୍ର ଭାବରେ ଶଯ୍ୟା ରଖାଯାଇଛି । ହସ୍ପିଟାଲ ରେ ଏୟାର କୁଲର, ଫ୍ୟାନ ପ୍ରସ୍ତୁତ କରି ରଖାଯାଇଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ନିରଂଜନ ମିଶ୍ର।

ରାଜ୍ୟରେ କୋଭିଡ ସ୍ଥିତିକୁ ନେଇ ଜନ ସ୍ଵାସ୍ଥ୍ୟ ନିର୍ଦେଶକଙ୍କ ପ୍ରତିକ୍ରିୟା…

() ରାଜ୍ୟରେ କୋଭିଡ ସ୍ଥିତିକୁ ନେଇ ଜନ ସ୍ଵାସ୍ଥ୍ୟ ନିର୍ଦେଶକଙ୍କ ପ୍ରତିକ୍ରିୟା : ଏବେ ଦେଶରେ ଦୈନିକ ୨ ହଜାର+ ଟ୍ରେଣ୍ଡ ଚାଲିଛି । କେବଳ କେରଳ, ଦିଲ୍ଲୀ, ହରିଆଣା, ପଞ୍ଜାବରେ ଅଧିକ ସଂକ୍ରମଣ ଦେଖା ଦେଉଛି, ଯାହାର ଗୁରୁତର ବା ସିଭିୟାରୀଟି ଏବେ ଯାଏଁ ଦେଖା ଦେଇନାହିଁ । ରାଜ୍ୟରେ ମାତ୍ର ୮୦ ଟି ସକ୍ରିୟ ରୋଗୀ ଅଛନ୍ତି ।୧୫ଟି ଜିଲ୍ଲାରେ ରୋଗୀ ନାହାନ୍ତି । ଟୀକା କରଣ ଆମ ରାଜ୍ୟରେ ଯଥେଷ୍ଟ ହୋଇଥିବାରୁ ଆମର ଏତେଟା ରୋଗୀ ସଂଖ୍ୟା ନାହଁ । ଯେଉଁମାନେ ଟୀକା ନେଇ ନାହାନ୍ତି ସେମାନେ ନେଇ ଯାଆନ୍ତୁ । precation ଡୋଜ ବି ନିଅନ୍ତୁ । ଟୀକା ପାଇଁ ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ହୋଇଛି । ଏହି ରୋଗର ଭୟାବହତା ଆଉ ରହିବ ନାହିଁ । ଏହା ସତ୍ତ୍ୱେ ବି ମାସ୍କ, ପିନ୍ଧିବା ନିହାତି ଜରୁରୀ ।

ନିରଞ୍ଜନ ମିଶ୍ର, ଜନ ସ୍ୱାସ୍ଥ୍ୟ ନିର୍ଦେଶକ

ରୂପାନ୍ତର ଶୃଙ୍ଖଳାର ପ୍ରଥମ ବୈଠକ…

() ରୂପାନ୍ତର ଶୃଙ୍ଖଳାର ପ୍ରଥମ ବୈଠକ

ଜଳସଂପଦ ବିଭାଗର ରୂପାନ୍ତର ଉପକ୍ରମ (Transformation Initiatives) ଉପରେ ଉପସ୍ଥାପନା

2024 ସୁଦ୍ଧା ୧୫ଟି ପ୍ରମୁଖ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ

ପ୍ରଯୁକ୍ତି ବିଦ୍ୟା, ଟିମ୍‌ ୱାର୍କ, ଦାୟିତ୍ବବାନ ପୁନର୍ବାସ ନୀତି, ଶ୍ରମିକ କଲ୍ୟାଣ ଆଦିର ସଫଳ ପ୍ରୟୋଗ

ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା, ସବୁ ବିଭାଗ ଏହିପରି ଅଭିନବ ପ୍ରୟୋଗରେ ରୂପାନ୍ତର ଆଣିବାକୁ ପରାମର୍ଶ।

{ } ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ ସରକାରଙ୍କ ରୂପାନ୍ତର ଶୃଙ୍ଖଳାର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଜିର ବୈଠକରେ ଜଳସଂପଦ ବିଭାଗ ପକ୍ଷରୁ ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀମତୀ ଅନୁ ଗର୍ଗ ବିଭାଗର Transformational Initiative ସଂପର୍କରେ ଏକ ଉପସ୍ଥାପନା ରଖିଥିଲେ ।ଏହି ଉପସ୍ଥାପନା ଅନୁଯାୟୀ ୨୦୨୪ ସୁଦ୍ଧା ରାଜ୍ୟରେ ୧୫ଟି ପ୍ରମୁଖ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି । ଏଥିମଧ୍ୟରୁ ଚଳିତ ବର୍ଷ ୪ଟି, ୨୦୨୩ରେ ୪ଟି ଏବଂ ୨୦୨୪ରେ ୭ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଏହିସବୁ ପ୍ରକଳ୍ପରେ ପ୍ରଯୁକ୍ତି ବିଦ୍ୟା, ଟିମ୍‌ ୱାର୍କ, ଦାୟିତ୍ବବାନ ପୁନର୍ବାସ ନୀତି, ଶ୍ରମିକ କଲ୍ୟାଣ ଆଦିର ସଫଳ ପ୍ରୟୋଗ କରାଯାଇଛି। ଏହାଦ୍ବାରା ଓଡିଶାର ଜଳସଂପଦ କ୍ଷେତ୍ରରେ ଏକ ରୂପାନ୍ତର ଆସିପାରିବ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଜଳସେଚନ ପ୍ରକଳ୍ପ ଗୁଡିକର କାର୍ଯ୍ୟକାରିତା କ୍ଷେତ୍ରରେ ୫-ଟି କାର୍ଯ୍ୟକ୍ରମର ସଫଳ ପ୍ରୟୋଗ କରି ବହୁ ଦିନର ପ୍ରକଳ୍ପ ଗୁଡିକୁ ସଂପୂର୍ଣ୍ଣ କରିବା ପାଇଁ ପଦକ୍ଷେପ ନେଇଥିବାରୁ ଜଳସଂପଦ ବିଭାଗ ର ପ୍ରଶଂସା କରିଥିଲେ ଏବଂ ବିଭାଗୀୟ engineer ମାନଙ୍କୁ ଧନ୍ୟବାଦ ଜଣାଇଥିଲେ .ଅନ୍ୟସବୁ ବିଭାଗ ଏହିପରି ଅଭିନବ ପ୍ରୟୋଗରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ବଲାଂଗୀର, କେନ୍ଦୁଝର ଓ ମୟୁରଭଂଜ ଆଦି ଜିଲ୍ଲାର ଜିଲ୍ଲାପାଳ ମାନେ ସେଠାରେ ଚାଲିଥିବା ଜଳସେଚନ ପ୍ରକଳ୍ପ ଗୁଡିକରେ ବିସ୍ଥାପନ ପ୍ରକ୍ରିୟାକୁ କିପରି ତ୍ବରାନ୍ବି କରାଯାଇଛି, ସେ ସଂପର୍କରେ ସୂଚନା ଦେଇଥିଲେ। ଆଲୋଚନା ପର୍ଯ୍ୟାଲୋଚନା, ସମ୍ବେଦନଶୀଳ ବ୍ୟବସ୍ଥା ଓ ଲୋକଙ୍କ ଭିତରେ ଭରସା ସୃଷ୍ଟି ଜରିଆରେ ବିସ୍ଥାପନ ପ୍ରକ୍ରିୟା ତ୍ବରାନ୍ବିତ ହୋଇପାରିଛି ବୋଲି ସେମାନେ ମତବ୍ୟକ୍ତ କରିଥିଲେ ।

ଏହି ଉପସ୍ଥାପନରେ ଦେଓ ପ୍ରକଳ୍ପ, ଲୋୟର ସୁକତେଲ ପ୍ରକଳ୍ପ, ସୁବର୍ଣ୍ଣରେଖା, କାନୁପୁର, ଛେଳିଗଡ, ରେଙ୍ଗାଲି ଦକ୍ଷିଣ କେନାଲ, ରେଙ୍ଗାଲି ବାମ କେନାଲ ଏବଂ ଆହୁରି ଅନେକ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ସୂଚନା ଦିଆଯାଇଥିଲା । ପ୍ରଯୁକ୍ତି ବିଦ୍ୟାର ବ୍ୟାପକ ପ୍ରୟୋଗ ଯଥା – ଭୂତଳ ପାଇପ ଲାଇନ ବ୍ୟବସ୍ଥାର ପ୍ରୟୋଗ, Geo Synthetic Mattress Lining, ସ୍କାଡା, ସ୍ବୟଂକ୍ରିୟ ଜଳପରିଚାଳନା ଆଦି ବିଭିନ୍ନ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ସଂପର୍କରେ ସୂଚନା ଦିଆଯାଇଥିଲା । ଇଂଜିନିୟରିଂ ଜ୍ଞାନକୌଶଳ ବ୍ୟତୀତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ସର୍ବନିମ୍ନ ସ୍ତର ପର୍ଯ୍ୟନ୍ତ ତୁରନ୍ତ ନିଷ୍ପତ୍ତି ଓ ଟିମ୍‌ ୱାର୍କ, ଦାୟିତ୍ବବାନ ପୁନର୍ବାସ, ସମ୍ବେଦନଶୀଳ ଯୋଗାଯୋଗ ସଂପର୍କରେ ଉପସ୍ଥାପନା ରଖାଯାଇଥିଲା ।

ପ୍ରାରମ୍ଭିକ ସୂଚନା ଦେଇ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କହିଲେ ଯେ ମୁଖ୍ୟମନ୍ତ୍ରୀ ସାଧାରଣ ଜୀବନରେ ସବୁବେଳେ ସ୍ବଚ୍ଛତା ଉପରେ ଗୁରୁତ୍ବ ଦେଇଆସିଛନ୍ତି । ସ୍ବଚ୍ଛତାର ସହ ବିଭିନ୍ନ ଅଭିନବ ଉପାୟରେ ରାଜ୍ୟର ବିକାଶ ପାଇଁ ପଦକ୍ଷେପ ନେଲେ, ମୁଖ୍ୟମନ୍ତ୍ରୀ ସବୁବେଳେ ତାଙ୍କର ସହଯୋଗ ଓ ସହାୟତା ଯୋଗାଇବାକୁ ପ୍ରସ୍ତୁତ ବୋଲି ସେ କହିଥିଲେ ।

ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଜଳସେଚନ ପ୍ରକଳ୍ପଗୁଡିକ ଯେଭଳି ଭାବରେ ଅଗ୍ରଗତି କରୁଛି, ଆଗାମୀ ୨-୩ ବର୍ଷ ମଧ୍ୟରେ ଏହା ଏକ ଶସ୍ୟଶ୍ୟାମଳା ଜିଲ୍ଲା ଭାବରେ ପ୍ରସିଦ୍ଧି ଅର୍ଜନ କରିବ ବୋଲି ସେ କହିଥିଲେ ।

ଯାଜପୁର ଜିଲ୍ଲାରେ ୫-ଟି ସ୍କୁଲ ରୂପାନ୍ତରର ସହଯୋଗ ନେଇ ସ୍କୁଲ ଗୁଡିକରେ ମିଶନ ଶକ୍ତିର ମହିଳା ମାନଙ୍କୁ ଅଭିନବ ଉପାୟରେ କଂପ୍ୟୁଟର ଶିକ୍ଷା ପ୍ରଦାନ ସଂପର୍କରେ ଏକ ଭିଡିଓ ଚିତ୍ର ପ୍ରଦର୍ଶନ କରାଯାଇଥିଲା । ଏହାଦ୍ବାରା ମିଶନ ଶକ୍ତିର ମହିଳା ମାନେ ଡିଜିଟାଲ ଶିକ୍ଷା ପାଇପାରୁଛନ୍ତି । ବୈଠକରେ ଏହି ଅଭିନବ କାର୍ଯ୍ୟକ୍ରମର ପ୍ରଶଂସା କରାଯାଇଥିଲା ।ବୈଠକରେ ଅର୍ଥମନ୍ତ୍ରୀ, ରାଜସ୍ବ ମନ୍ତ୍ରୀ, ନଗର ଉନ୍ନୟନ ଓ ଗୃହନିର୍ମାଣ ମନ୍ତ୍ରୀ, ଶକ୍ତି ମନ୍ତ୍ରୀ, ଜଳସଂପଦ ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । ଉନ୍ନୟନ କମିଶନର ଓ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବ ମାନେ ଉପସ୍ଥିତ ଥିଲେ ।

ବିପନ୍ନଙ୍କ ସାହାହେଲେ ସାଏ….

() କଥାରେ କାମରେ ବିଶ୍ୱାସ କରନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେଣୁ ସବୁବେଳେ ସେ ବିଧାୟକମାନଙ୍କୁ ଭୁବନେଶ୍ୱର ନୁହେ ଗାଁକୁ ଯିବାକୁ କହିଥାନ୍ତି। ଭୋଟ ଦେଇ ଜିତେଇଥିବା ଭୋଟରଙ୍କୁ ଦୁଃଖ ସୁଖରେ ସାମିଲ ହେବାକୁ କହିଥାନ୍ତି। ଏହି କଥାକୁ ପାଥେୟ କରି ଆଠମଲ୍ଲିକ ବିଧାୟକ ସବୁବେଳେ ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ଦିନରାତି ଏକ କରି କାମ କରୁଛନ୍ତି। ଯେଉଁଠି କିଛି ବିପଦ ଆସିଲେ ସେ ପହଞ୍ଚି ଯାଆନ୍ତି। କେମିତି କେହି ହଇରାଣ ନ ହେଉ।

ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କନ୍ତପଡା ଗ୍ରାମପଞ୍ଚାୟତର ବେଲବଣିଆ ସାହିରେ ମଙ୍ଗଳବାର ଅପରାହ୍ନ ସମୟରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ହୋଇଥିଲା।ଯେଉଁଥିରେ ୭ଟି ପରିବାରର ୧୨ବଖରା ଘର ସହ ଆସବାବପତ୍ର ଓ ବହୁମୂଲ୍ୟ ସମ୍ପତ୍ତି ନଷ୍ଟ ହୋଇଯାଇଛି । ଖବର ପାଇବା ମାତ୍ରକେ ବିଧାୟକ ପାଇଲା ପରେ ଆଠମଲ୍ଲିକ ବିଧାୟକ ରମେଶ ସାଏ ତୁରନ୍ତ ସମ୍ପୁକ୍ତ ପରିବାରକୁ ଭେଟିଛନ୍ତି।ଏହାସହ ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ଓ ବସ୍ତ୍ର ପ୍ରଦାନ କରିଛି । ତେବେ ସେମାନଙ୍କୁ କିପରି ଖୁବଶୀଘ୍ର ସରକାରୀ ସହୟତା ଯୋଗାଇଦେବାକୁ ତହସିଲଦାର,ବିଡିଓ ଓ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ମା ସାରଳା ଙ୍କ ପୀଠ ର ବିକାଶ ପାଇଁ ପ୍ରସ୍ତୁତ ହେବ ମାଷ୍ଟର ପ୍ଲାନ…

 

() ମୁଖ୍ୟମନ୍ତ୍ରୀ ଙ୍କ ସଚିବଙ୍କ ଝଙ୍କଡ଼ ଗସ୍ତ ।

ମା ସାରଳା ଙ୍କ ପୀଠ ର ବିକାଶ ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ ହେବ।

{ } ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଙ୍କ ନିର୍ଦେଶ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଙ୍କ ସଚିବ (5T ) ଶ୍ରୀ ଭି କେ ପାଣ୍ଡିଆନ ଆଜି ପ୍ରତ୍ୟୁଷ ରେ ଜଗତସିଂହପୁର ର ଝଙ୍କଡ଼ ପୀଠ କୁ ଯାଇ ମା ସାରଳା ଙ୍କୁ ପୂଜାର୍ଚନା କରିଥିଲେ ଏବଂ ପୀଠ ର ବିକାଶ ସମ୍ପର୍କରେ ସେବାୟତ , ସ୍ଥାନୀୟ ଜନସାଧାରଣ ଓ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ।ଝଙ୍କଡ଼ ଓଡ଼ିଶାର ଏକ ପ୍ରସିଦ୍ଧ ଶକ୍ତି ପୀଠ।ମା ସାରଳା ଙ୍କ ଆଶୀର୍ବାଦରୁ ଏହି ପୀଠରୁ ଆଦିକବି ସାରଳା ଦାସ ସାରଳା ମହାଭାରତ ରଚନା କରିଥିଲେ। ପ୍ରତିଦିନ ଏହି ପୀଠ କୁ ମା ଙ୍କ ଦର୍ଶନ ପାଇଁ ବିଭିନ୍ନ ସ୍ଥାନରୁ ଭକ୍ତ ମାନେ ଆସିଥାନ୍ତି। ତେଣୁ ଭକ୍ତ ମାନଙ୍କ ସୁବିଧା ପାଇଁ ପୀଠ ର ବିକାଶ ଜରୁରୀ ହୋଇ ପଡିଛି।

ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଙ୍କ ସଚିବ ଶ୍ରୀ ପାଣ୍ଡିଆନ ପୀଠ ର ବିକାଶ ସମ୍ପର୍କ ରେ ସେବାୟତ, ଜନସାଧାରଣ ଓ ଜିଲ୍ଲା ପ୍ରଶାସନ ସହ ବିସ୍ତୃତ ଆଲୋଚନା କରିଥିଲେ । ପୀଠ ର ଆବଶ୍ୟକତା କୁ ଭିତ୍ତି କରି ବିକାଶ ପାଇଁ ତୁରନ୍ତ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବା ପାଇଁ ଜିଲ୍ଲା ପ୍ରଶାସନ କୁ ନିର୍ଦେଶ ଦେଇ ଥିଲେ।ମୁଖ୍ୟମନ୍ତ୍ରୀ ଙ୍କ ଅନୁମୋଦନ ପରେ 5Tmodel ରେ ଏହା କାର୍ଯ୍ୟକାରୀ କରାଯିବ ।ଏହି ପରିଦର୍ଶନ ସମୟରେ ଜଗତସିଂହପୁର ଜିଲ୍ଲାପାଳ ସୁଶ୍ରୀ ପାରୁଲ ପାଟୱାରୀ ଓ ଜିଲ୍ଲାର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।

କାଲିଠାରୁ ୫ଦିନ ସ୍କୁଲ ବନ୍ଦ ….

() ରାଜ୍ୟରେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟସରକାର ଚଳିତ ଏପ୍ରିଲ ୨୬ ରୁ ୩୦ ତାରିଖ ପର୍ଯ୍ୟନ୍ତ ସାମୟିକ ଭାବରେ ଶ୍ରେଣୀଗୃହ ପାଠପଢା ବନ୍ଦ ରହିବ। ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନସ୍ଥ ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନଗୁଡିକ ପାଇଁ ଏହା ଲାଗୁ ହେବ।

Follow us

20,832FansLike
0FollowersFollow
14,700SubscribersSubscribe

Latest news