କୋଭିଡକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ରଙ୍କ ପ୍ରତିକ୍ରିୟା

( ) କୋଭିଡ ନେଇ ଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ରଙ୍କ ପ୍ରତିକ୍ରିୟା । ଏବେ ଆମେ ପାଣ୍ଡେମେସିଟି ରୁ ଏଣ୍ଡେମେସିଟି ଆଡ଼କୁ ଯାଉଛେ । ଏହା ଭିତରେ ଏମିତି ଗୋଟେ ଗୋଟେ ସ୍ପାଇକ ଆସିବ । ଏଥିପାଇଁ ଆତଙ୍କିତ ହେବାର ନାହିଁ । ଏ ଭାଇରସ କୁଆଡ଼େ ଯିବନି, କିନ୍ତୁ ତାର ରୋଗ କରିବା କ୍ଷମତା କମିଯିବ । ଯଦି ସଂଖ୍ୟା ବଢ଼ିବ, ଏହାର ମୁକାବିଲା ପ୍ରସ୍ତୁତି ପାଇଁ ଆମକୁ ବିଶେଷ ଅସୁବିଧା ହେବନି । କାରଣ ଆମର ଅଭିଜ୍ଞତା ଅଛି, ଭିତ୍ତିଭୂମି ଅଛି, ଔଷଧ ଅଛି । ଏବେ କେନ୍ଦ୍ର ସରକାରଙ୍କ ଗାଇଡ଼ ଲାଇନ ହେଉଛି, ଏଭିଡ଼େନ୍ସ ବେସଡ ଡିସିସନ ମେକିଙ୍ଗ । ଅର୍ଥାତ ଯେଉଁଠି ବଢ଼ୁଛି, ସେଇଠି ପଦକ୍ଷେପ ନିଅ । ତେଣୁ ସେଇ ଆଧାରରେ ପଦକ୍ଷେପ ନିଆଯିବ । ଏବେ ରାଜ୍ୟର ଦୈନିକ ସଂକ୍ରମଣ 15 ତଳେ ରହିଛି । ମାତ୍ର 5-6ଟି ଜିଲ୍ଲାରେ ନୂଆ ମାମଲା ଆସୁଛି । ଆକ୍ଟିଭ କେସ ସଂଖ୍ୟା 100 ତଳେ ଅଛି । ଡାକ୍ତରଖାନାରେ କୌଣସି ରୋଗୀ ନାହାନ୍ତି । ଏଣୁ ଏବେଠୁ ଆତଙ୍କିତ ହେବାର ନାହିଁ । ଯଦି ସଂଖ୍ୟା ବଢ଼ିବ, ତା ପାଇଁ ପ୍ରସ୍ତୁତି ଅଛି । ତୁରନ୍ତ ବନ୍ଦୋବସ୍ତ ହୋଇପାରିବ । ଜିଲ୍ଲାମାନଙ୍କୁ ନିର୍ଦେଶ ଦିଆଯାଇଛି, ସେମାନେ କଣ୍ଟିନଜେନ୍ସି ପ୍ଲାନ କରି ପ୍ରସ୍ତୁତ ରହିବେ । ଯେଉଁ ଅଞ୍ଚଳରେ ବଢ଼ିବ, ତାକୁ ନିୟନ୍ତ୍ରଣ କରିବା ପାଇଁ ନିର୍ଦେଶ ଦିଆଯାଇଛି । ଯଦି ଅଧିକ ବଢ଼ିବ, ରାଜ୍ୟ ସ୍ତରରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ତେବେ ଲୋକମାନଙ୍କୁ ଅନୁରୋଧ କୋଭିଡ ନିୟମ ମାନନ୍ତୁ । ମାସ୍କ ପିନ୍ଧନ୍ତୁ । ସାମାଜିକ ଦୂରତା ରଖନ୍ତୁ । ସୂଚନା ଥାଉକି, ତୃତୀୟ ଲହରରେ ଯଦିଓ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଲା, ଲୋକମାନେ ଡାକ୍ତରଖାନା ଗଲେନି, ମୃତ୍ୟୁ ମୁଖରେ ପଡ଼ିଲେନି । ଟୀକାକରଣ ହେଉ ବା ଆମର ସଚେତନତା ହେଉ, ଗତ ଦୁଇ ତିନି ବର୍ଷ ଭିତରେ କୋଭିଡ ସାଙ୍ଗେ ଲଢ଼ିବାର ସାମର୍ଥ୍ୟ ଆମର ହେଇଗଲାଣି । ତେଣୁ ଟେଷ୍ଟ ହେଲେ, କୋଭିଡ ଚିହ୍ନଟ ହେବ । ଗୁରୁତ୍ୱପୂର୍ଣ୍ଣ କଥା ହେଲା, କେତେ ଲୋକ ଭୟବହତା ଆଡ଼କୁ ଯିବେ ।

ଡାକ୍ତର ନିରଞ୍ଜନ ମିଶ୍ର, ଜନସ୍ୱାସ୍ଥ୍ୟ ନିର୍ଦେଶକ

୨୦୨୪ ସୁଦ୍ଧା ରାଜ୍ୟରେ ଶେଷ ହେବ ୧୫ଟି ପ୍ରମୁଖ ଜଳସେଚନ ପ୍ରକଳ୍ପ…

() ୨୦୨୪ ସୁଦ୍ଧା ରାଜ୍ୟରେ ୧୫ଟି ପ୍ରମୁଖ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି । ଏଥିମଧ୍ୟରୁ 2ଟିର କାର୍ଯ୍ୟ ଶେଷ ହୋଇଛି। ଲୋୟର ଇନ୍ଦ୍ର, ଇନ୍ଦ୍ରାବତି ଦୁଇଟି ପ୍ରକଳ୍ପ କରାଜ୍ୟ ଶେଷ ହୋଇଛି। ଅନ୍ୟ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ମହାନଦୀ ଅଵବାହିକାରେ 30ଟି ଜଳ ସଂରକ୍ଷଣ ପ୍ରକଳ୍ପ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। 8ଟି ପ୍ରକଳ୍ପର କାର୍ଯ୍ୟ ଚାଲୁ ରହିଛି। 21ଟିରେ ଟେଣ୍ଡର ପ୍ରକ୍ରିୟା ଜାରି ରହିଛି।

ରଘୁ ନନ୍ଦନ ଦାସ,ଜଳସମ୍ପଦ ମନ୍ତ୍ରୀ

ଡ୍ରାମା କରୁଛି କଂଗ୍ରେସ…

() କଂଗ୍ରେସରେ ଚାଲିଛି ହାଇ ଡ୍ରାମା l ଇସ୍ତଫା,ପିସିସି ପରିବର୍ତ୍ତନ୍, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଇସ୍ତଫା, ତାରା ବାହିନୀପତି ଙ୍କ ସଚେତକ ପଦରୁ ଇସ୍ତଫା ନେଇ ଏପରି କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ l ପିସିସି ନେଇ ସୋନିଆ ଗାନ୍ଧୀ ରାହୁଲ ଗାନ୍ଧୀ ଯାହା ନିଷ୍ପତି ନେବେ ଆମେ ସ୍ୱାଗତ କରିବୁ । ବିଧାୟକ ତାରା ବାହିନୀପତିଙ୍କ ଦାବି ଥିଲା ବିଧାୟକଙ୍କ ଭିତରୁ ଜଣଙ୍କୁ ପିସିସି ସଭାପତି କରାଯାଉ । ତାହା ହେଲେ ବି ମୁଁ କଂଗ୍ରେସରେ ରହିବି । ନହେଲେ ବି ରହିବି । ନରସିଂହ ମିଶ୍ର ରାଜ୍ୟର ଜଣେ ସମ୍ପତି । ତାଙ୍କୁ ଇସ୍ତଫା ଦିଅ ବୋଲି କହିବା ଠିକ ନୁହେଁ ସୁର କହିଛନ୍ତି। ସଭାପତି ଇସ୍ତଫା ପାଇଥିବା କିଛି କହି ନାହାଁନ୍ତି ଏସବୁ ଦେଖିଲେ କଂଗ୍ରେସରେ ହାଇ ଡ୍ରାମା ଚାଲିଛି ବୋଲି ସୁର କହିଛନ୍ତି । ଶେଷରେ ପିସିସି ସଭାପତି ତାଙ୍କୁ କାହିଁକି ନୋଟିସ କଲେ, ସେ ନେଇ ସୁର ନିରଂଜନ ପଟ୍ଟନାୟକଙ୍କୁ ତେରେଛା ବାଣ ମାରିଛନ୍ତି l

ସୁରେଶ ରାଉତରାୟ କଂଗ୍ରେସ୍ ବିଧାୟକ

ପୁରୀ କୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ଗ୍ରସ୍ତ ପ୍ରସଙ୍ଗ ରେ ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଙ୍କ ପ୍ରତିକ୍ରିୟା…

() କେବଳ ସେ ସୋ ବାଜି କରୁଛନ୍ତି।ତାଙ୍କୁ ତାଙ୍କ ଦଳ ମଧ୍ୟ ସମର୍ଥନ କରୁନି।ସରକାରୀ କର୍ମ କର୍ତ୍ତା ମନା କରିବା ସୁଦ୍ଧା ତା ସତ୍ତ୍ୱେ ଯିବା ଉଚିତ୍ ନୁହେଁ, କେବଳ ସେ ଆଡ ବ ଟାଇଜ କରିବାକୁ ଚାହୁଛନ୍ତି। ନୂଆ ରାଜନୀତି କୁ ଆସିଛନ୍ତି , ସୋ ବାଜି ଯଦି କରିବେ ସେ ଚିଷ୍ଠି ପାରିବେନି । ବେଆଇନ ହେଉଛି କି ଆଇନ୍ ଭାବେ ହେଉଛି ତାହା ପ୍ରଶାସନ ବୁଝି ସୁଝି କରୁଛନ୍ତି , ନ ବୁଝି କୌଣସି କାର୍ଯ୍ୟ ହେଉନି।ସେବାୟତ ଓ ଗଜପତି ଯେତେ ବେଳେ କହୁଛନ୍ତି ଉଚିତ୍ କାର୍ଯ୍ୟ ହେଉଛି , ସେ ଏକା କହୁଛନ୍ତି ଭୁଲ ହେଉଛି ବୋଲି।ତାଙ୍କର ବ୍ୟକ୍ତି ଗତ ଆଡଭ ଟାଇଜ ପାଇଁ ସେ କରୁଛନ୍ତି । ତାଙ୍କ ସହ ଦଳ ନାହିଁ କି ଦଳ ତାଙ୍କୁ ସମର୍ଥନ କରୁନଥିବା ତାଙ୍କ ଦଳୀୟ ନେତା କହୁଛନ୍ତି । ଯେତେ ବେଳେ ଏତେ ବଡ କଥା ସେ କହୁଛନ୍ତି ତାଙ୍କ ସହ କିନ୍ତୁ ଦଳ ରହୁନି ମାନେ ସେ ଲଜ୍ୟା ବୋଧ କରିବା କଥା ।

ପ୍ରମିଳା ମଲ୍ଲିକ : ଶାସକ ଦଳ ମୁଖ୍ୟ ସଚେତକ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ: ଜୟନ୍ତ ଷଡ଼ଙ୍ଗୀଙ୍କ ପ୍ରତିକ୍ରିୟା…

() ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ। ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ପ୍ରତିକ୍ରିୟା। ଏଏସଆଇକୁ ଟାର୍ଗେଟ କଲେ ଜୟନ୍ତ। ଏଏସଆଇ ବଦମାସ। ଏଏସଆଇ ଜାଣିକି ସବୁ କିଛି ହେଉଛି। ବିକାଶ କାମକୁ ଆମେ ବିରୋଧ କରୁନୁ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଯେଉଁ କାମ ଚାଲିଛି ତାହା ବହୁ ବର୍ଷ ଆଗକୁ ଲକ୍ଷ୍ୟ ରଖି କାମ କରାଯାଉଛି। ବାତ୍ୟା ଦ୍ୱାରା ଯେମିତି ପ୍ରଭାବିତ ନହେବ ସେମିତି କରାଯାଉଛି। କେବଳ ଅସୁବିଧା ଅଛି ଏଏସଆଇର ଅନୁମତିକୁ ନେଇ। ମୁଁ ବିକାଶ ପାଇଁ କାମ କରୁଛି,ଯିଏ ରାଜନୀତି କରୁଛି କରିଥାଉ।

ଜୟନ୍ତ ଷଡଙ୍ଗୀ,ପୁରୀ ବିଧାୟକ

ପାଞ୍ଚ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ…

() ପାଞ୍ଚ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ବିଚାରପତି ସମ୍ମିଳନୀରେ ଯୋଗଦେବା ପାଇଁ ଦିଲ୍ଲୀ ଯାଉଛନ୍ତି ନବୀନ । ଗସ୍ତକାଳରେ ରାଜ୍ୟ ସ୍ବାର୍ଥ ନେଇ କେନ୍ଦ୍ର ସହ ଆଲୋଚନା କରିପାରନ୍ତି । ୩ ତାରିଖ ମଙ୍ଗଳବାର ଦିନ ଦିଲ୍ଲୀରୁ ଫେରିବେ ମୁଖ୍ୟମନ୍ତ୍ରୀ।

ଆଜିଠୁ ଆରମ୍ଭ ହେଲା ଯୁକ୍ତ ୨ ପରୀକ୍ଷା…

() ଆଜିଠାରୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ ହୋଇଛି। ଆସନ୍ତାକାଲି ମାଟ୍ରିକ ପରୀକ୍ଷା ହେବ। ଦୁଇବର୍ଷ ପରେ ପିଲା ଅଫଳାଇନ ରେ ପରୀକ୍ଷା ଦେବେ। ଏଣୁ ପିଲାମାନେ ଚାପମୁକ୍ତ ହୋଇ ପରୀକ୍ଷା ଦିଅନ୍ତୁ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି। ଖରା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ସ୍କୁଲ ମାନଙ୍କରେ ହୋଇଛି। ବିଶେଷ କରି ବିଜୁଳି ସରବରାହ ଯେମିତି ବିଛିନ୍ନ ନ ହୁଏ ସେଥିପାଇଁ ବିଦ୍ୟୁତ କମ୍ପାନୀ ସହ ଯୋଗାଯୋଗ ହୋଇଛି। ସବୁ କେନ୍ଦ୍ର ରେ ସିସିଟିଭି ଲାଗିଛି। କୌଣସି ଅସୁବିଧା ହେବନାହିଁ। ପରୀକ୍ଷା ପରେ ଫଳ କିଭଳି ଭଲରେ ପ୍ରକାଶ ପାଇବ ସେଥିପ୍ରତି ମଧ୍ୟ ଗୁରୁତ୍ୱ ଦିଆଯିବ।

ସମୀର ରଂଜନ ଦାଶ, ଗଣଶିକ୍ଷା ମନ୍ତ୍ରୀ

ଇଚ୍ଛା…

() ନିଜ ମଜିରେ ବଂଚିବା ପାଇଁ କିଏ ବା ନଚାହେଁ । ହେଲେ ତାହା ଯେ ଆଜିର ଦନିଆରେ ତାହା କଣ ସମ୍ଭବ । ନିଜର ଇଚ୍ଛାରେ ବଂଚିବାର ସମସ୍ତଙ୍କର ଅଧୀକାର ଥିଲେ ମଧ୍ୟ ସେଥିରେ ଅେନକ ବ୍ୟତିକ୍ରମ ଦେଖିବାକୁ ମିଳେ । କିଏ ନା କିତଏ ଆପଣଙ୍କ ବାଟ ଅଟାକାଇବାକୁ ଚାହେଁ । ସେଥୀରେ କଣ କ୍ଷତି ଓ କରଣ ଲାଭ ଥାଏ ତାହା ତ କାହାକୁ ଜଣାନାହିଁ । ହେଲ ଏମିତି କିଛି ଘଟିଥିବା ମନିଷାର ଜୀବନରେ । ଅଜଣା ଭୟ ଅପେକ୍ଷା ସତ ସମାଜରେ ଘଟୁଥିବା କେତେକ ସତ ଘଟଣା ତା ଜୀବନକୁ ପ୍ରଭାବିତ କରିଥିଲା । ଯାହ ତା ଜୀବନର ଗତିପଥକୁ ବଦଳାଇବା ସହ ସମାଜକୁ ଅନେକ ଦିଗ ଦେଖାଥିଲା । ବିନା ସ୍ବାର୍ଥ , ଗର୍ବ,ଅଂକାର ଠାରୁ ଦୂରେଇ ରହି ସେ ଶାନ୍ତିରେ ଜୀବନ କଟାଇବାକୁ ଚାହିଲା । ପ୍ରକୃତିରେ କଣ ଏବେ କଣ ଶାନ୍ତି ଅଛି ଜୀବନରେ । ପ୍ରତି ମୁହୁତ୍ତରେ ଜୀବନ ସଂଘଷ ଓ ଯନ୍ତ୍ରଣା ଭିତରେ ଚାଲେ । ହେଲେ ତାହାରି ଭିତରେ ରହିଛ ଖୁସି ଆଉ ଖୁସି । ତାହା ସେଦିନି ମନିଷା ଅନୁଭବ କରିଥିଲା । ଯେଉଁ କାମ କଥା ପାଇଁ ତାକୁ ଅନେକ ଘୃଣା କରନ୍ତି , ଠିକ ସେହି କଥାରେ ସେ ସବୁଠାରୁ ଅଧିକ ହୁ ଏ । କିଏ କଣ କହିଲା ତାହା ନଭାବି , ବଂର ନିଜ ଇଚ୍ଛା ଯାହା ହେଉଛି ତାହା କରିବା ଦରକାର ।

ଦୁନିଆରେ ଭଲ ମନ୍ଦ ରହିବ ।ଆଲୋଚନା ସମାଲେଚନା ବି ରହିବ । ହେଲେ ଏସବୁ ଭିତରେ ବି ଜୀବନକୁ ଖୁସିରେ କଟାଇବାର ମଜା ଟିକେ ନିଆରା ।

ବିଜେଡିରେ ଯୋଗ ଦେଲେ ସ୍ୱୟଂପ୍ରକାଶ…

() ଜଣାଶୁଣା ଟିଭି ଉପସ୍ଥାପକ, ବୈଦ୍ୟୁତିକ ଗଣମାଧ୍ୟମର ବରିଷ୍ଠ ସାମ୍ବାଦିକ ସ୍ୱୟଂପ୍ରକାଶ ମହାପାତ୍ର ବୁଧବାର ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଦଳର ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ରଞ୍ଜନ ମଙ୍ଗରାଜଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବରେ ଦଳରେ ସାମିଲ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ଯୋଗ ଦେଇଛନ୍ତି ଓ ଦଳ ତାଙ୍କୁ ଯେଉଁ ଦାୟିତ୍ୱ ଦେବ ତାହା ସେ ନିର୍ବାହ କରିବେ ବୋଲି କହିଛନ୍ତି। ଗତ ପ୍ରାୟ ୧ ଦଶନ୍ଧି ଧରି ଶ୍ରୀ ମହାପାତ୍ର ଏକାଧିକ ଓଡ଼ିଆ ବୈଦ୍ୟୁତିକ ଗଣମାଧ୍ୟମରେ ବିଭିନ୍ନ ପଦରେ କାର୍ଯ୍ୟ କରିଛନ୍ତି।

ଇସ୍ତଫା ଦେଲେ ତାରା …

() ପିସିସି ପରିବର୍ତ୍ତନ ଭିତରେ କଂଗ୍ରେସ ରେ ହଇଚଇ କଂଗ୍ରେସ ବିଧାୟକ ଦଳ ମୁଖ୍ୟ ସଚେତକ ପଦରୁ ଇସ୍ତଫା ଦେଲେ ତାରା ବାହିନୀପତ ଗତକାଲି ନରସିଂହ ମିଶ୍ର କଂଗ୍ରେସ ବିଧାୟକ ଦଳ ନେତା ପଦରୁ ଇସ୍ତଫା ଦେଇଥିବା ଚର୍ଚ୍ଚା ହୋଇଥିଲା ତାରା ଙ୍କ ଇସ୍ତଫା ପରେ କଂଗ୍ରେସ ବିଧାୟକ ଙ୍କ ଭିତରେ ସବୁକିଛି ଠିକ ଚାଲିନଥିବା ସ୍ପଷ୍ଟ ହୋଇଛି।

Follow us

20,832FansLike
0FollowersFollow
14,700SubscribersSubscribe

Latest news