()ସ୍ୱର୍ଗତ ଅଶୋକ ଦାସ । ଲୋକଙ୍କ ନେତା । ଓଡ଼ିଶାର ସ୍ୱାଭିମାନ , ମୁକୁଟ ବିହିନ ସମ୍ରାଟ, ସାଲିସ ବିହିନ ନେତା, ଯାଜପୁର ମଉଡ଼ମଣୀ, ଓଡ଼ିଶାର ବିଚକ୍ଷଣ ରାଜନେତା ଏମିତି କେତେ କଣ ଶଦ୍ଦ ତାଙ୍କ ନାଁ ଲେଖିବା ପୂର୍ବରୁ ଆପେ ଆପେ ଯୋଡ଼ିହୋଇଯାଏ । ଜଣେ ରାଜନେତା, ଡ଼ାକ୍ତର ଓ ସମାଜସେବ ସେ । ରାଜନୀତି ତାଙ୍କର ପେଶା ହୋଇଥିଲେ ମଧ୍ୟ ନିଶା କିନ୍ତୁ ସମାଜସେବା କରିବା । ଓଡ଼ିଶାର ବରପୁତ୍ର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସେ ଥିଲେ ଅତି ଘନିଷ୍ଠ । ଲଗାତର ୭ଥର ସେ କୋରେଇ ନିର୍ବାଚନ ମଣ୍ଡଳରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସାରା ଓଡ଼ିଶାରେ କୋରେଇକୁ ଗୋଟେ ସ୍ୱତନ୍ତ୍ର ପରିଚୟ ଦେଇ୍ଇଥିଲେ ସେ । ସବୁବେଳେ ଲୋକଙ୍କ ସହ ରହି ଲୋକଙ୍କ ସମସ୍ୟା ବୁଝୁଥିଲେ । ରାଜ୍ୟର ସ୍ୱାର୍ଥପାଇଁ ଲଢେଇ ବି ଜୋରଦାର କରୁଥିଲେ । ସେ ବିଧାନସଭା ହେଉ ଅବା ଜିଲ୍ଳାପାଳ କର୍ଯ୍ୟାଳୟ । ସବୁଠି ଲୋକଙ୍କ ହକ ମାଗୁଥିଲେ । ରାଜନୀତିର ପରିଭାଷା ତାଙ୍କ ପାଇଁ ଟିକେ ଭିନ୍ନ ଥିଲା । ପଦ ପଦବୀ ନୁହେଁ, ନେତୃତ୍ୱ ନେଇ କିପରି ଦଳ ଓ ଲୋକଙ୍କ ସମସ୍ୟା ସମାଧାନ କରିହେବ ଓ ଓଡ଼ିଶାର ସ୍ୱାର୍ଥ ହାସଲ ହୋଇପାରିବ ସେ କାମରେ ସେ ସବୁବେଳେ ଲାଗିପଡ଼ୁଥିଲେ । ସେବାକୁ ମୂଲମନ୍ତ୍ର କରି ସେ ତାଙ୍କ ଜୀବନ କଟାଉଥିଲେ । ପୁରା ଯାଜପୁରର ସେ ଥିଲେ ମୁରବୀ । କାରଣ ସେ ଥିଲେ ଧର୍ମନିରପକ୍ଷର ସବୁଠାରୁ ବଡ଼ ପ୍ରତୀକ । ସବୁଠାରୁ ବଡ଼ କଥା ହେଲା ସେ ଭାରି ସ୍ୱାଭିମାନୀ ଥିଲେ । କାହା ଆଗରେ ମୁଣ୍ଡ ନୁଆଉନଥିଲେ କି କାହା ସହ ସାଲିସ ବି କରୁନଥିଲେ । ତାଙ୍କର ସ୍ୱତନ୍ତ୍ର ପରିଚୟ ଥିଲା ପୁରା ଓଡ଼ିଶାରେ । ଯେଉଁଥି ପାଇଁ ଆଜି ପୁରା ଓଡ଼ିଶା ତାଙ୍କୁ ଝୁରୁଛି । ଲୋକଙ୍କ ସେବା କରିବା ପାଇଁ ଯେଉଁସବୁ ମାର୍ଗ ରହିଛି ତାହାକୁ ସେ ଗ୍ରହଣ କରୁଥିଲେ । କେବଳ ରାଜନୀତି ନୁହେଁ, ଜଣେ ଆୟୁରବୈଦିକ ଡ଼ାକ୍ତର ଭାବେ ସେ ଲୋକଙ୍କ ସେବା କରୁଥିଲେ । ୭୦ ଦଶକରେ ଯେତେବେଳେ ଲୋକମାନେ ବିଭିନ୍ନ ରୋଗରେ ପୀଡ଼ତ ହୋଇ ପଇସା ଅଭାବର ଡ଼ାକ୍ତରଖାନା କି ଔଷଧ କିଣି ଖାଇପାରୁନଥିଲେ ସେତେବେଳେ ସେ ଚେରମୂଳି ଦେଇ ଲୋକଙ୍କୁ ଭଲ କରୁଥିଲେ । ତାଙ୍କର ଏହି ସେବା ମନୋବୃତି ସେ ମଲା ପରେ ବି ତାଙ୍କ ନାଁରେ ଚାଲୁଥିବା ଅଶୋକ ଦାସ ଫାଉଣ୍ଡେସନ ସେ କାମ କରୁଛି । ପ୍ରତି ସପ୍ତାହରେ ରକ୍ତଦାନ ଶିବିର କରି ଓଡ଼ିଶାରରେ ଯେମିତି ରକ୍ତ ଅଭାବରୁ କେହି ନ ମରିବେ ସେ ଆବଶ୍ୟକତା ପୂରଣ କରିବା ପାଇଁ ତାଙ୍କ ନାଁରେ ଗଢ଼ାଯାଇଥିବା ଅଶୋକ ଦାସ ଫାଉଣ୍ଡେସନ କୁଣ୍ଡୁଛି ମୂଷା ପରି କାମ କରୁଛି । କେବଳ ସେତିକି ନୁହେଁ, ବୃକ୍ଷରୋପଣ, ଅସହାୟକକୁ ସହଯୋଗ ମଧ୍ୟ କରୁଛି ତାଙ୍କ ନାଁରେ ଗଠିତ ଅନୁଷ୍ଠାନ । ଯୁବପିଢିଙ୍କ ପାଇଁ ଆଦର୍ଶ ସାଜିଥିବା ଅଶୋକ ବାବୁ ଆଜି ନାହାନ୍ତି ସତ, ହେଲେ ତାଙ୍କର ଆଦର୍ଶ ଓ ମାର୍ଗଦର୍ଶନ ଆଜି ବି ଜୀବିତ ଅଛି । ଏଭଳି ଯୋଗଜନମା ପୁରୁଷ କୋଚିତ ଧରାପୃଷ୍ଠରେ ଜନ୍ମଗ୍ରହଣ କରନ୍ତି । ତାଙ୍କ ଆଦର୍ଶରେ ପୁଅ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ସେବାକୁ ନିଜ ଜୀବନର ଏଜେଣ୍ଡା କରିଛନ୍ତି। ବିଜେଡିର ସମସ୍ତ କାର୍ଯ୍ୟକ୍ରମରେ ସେ ସେବା ଓ ପରିଶ୍ରମକୁ ଗୁରୁତ୍ୱ ଦେଇଛନ୍ତି। ପ୍ରତି କର୍ମୀଙ୍କୁ ଦୈନିକ 2ରୁ 3 ଘଣ୍ଟା ଦଳ ପାଇଁ ଦେବାକୁ ସେ ଆହ୍ୱାନ ଦେଇ ବିଜେଡିକୁ ଆଞ୍ଚଳିକ ଦଳ ଭାବେ ଆହୁରି ଆଗକୁ ନେବାକୁ କହିଛନ୍ତି। ଠିକ ସେହିପରି ଯେପରି ବିଜୁ ବାବୁଙ୍କ ସହ ମିଶି ଜନତା ଦଳକୁ ଶେଷ ନିଶ୍ୱାସ ଯାଏ ଆଗେଇ ନେଇଥିଲେ ଅଶୋକ ଦାସ। ଯେଉଁଠି ବା ଯେଉଁ ଦଳରେ ଅଛ, ତା ପାଇଁ ସମର୍ପିତ ହେବାର ମହାନ ପରମ୍ପରା ଅଶୋକ ଦାସଙ୍କ ପରିବାରରୁ ଆସିଛି, ଯାହାକୁ ଆଗେଇ ନେଇ ଚାଲିଛନ୍ତି ପୁଅ ପ୍ରଣବ। ଆଜି ଅଶୋକ ଦାସଙ୍କ ୧୩ ତମ ଶ୍ରlଦ୍ଧ ଦିବସରରେ ବିଗ ନ୍ୟୁଜ ଓଡ଼ିଶା ପରିବାର ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ।
ମନ ପରିବର୍ତ୍ତନ ହିଁ ନୂଆବର୍ଷ…
( ) ତାରିଖ, ସମୟ , ଦିନ ସବୁବେଳେ ପରିବର୍ତ୍ତନଶୀଳ । ବେଳେ ବେଳେ ଏହି ସଂଖ୍ୟା ଖେଳରେ ଅନେକ ନୂତନ ସମ୍ଭାବନା ସୃ୍ଷ୍ଟି ହୋଇଥାଏ । ଅନେକ ସ୍ବପ୍ନ, ଆଶା , ଆକାକ୍ଷାଂକୁ ନେଇ ପ୍ରତ୍ୟକ ମଣିଷ କିଛି ନୂଆ କରିବାକୁ ଚେଷ୍ଟା କରେ । ଯେମିତି ଏହି ସଂଖ୍ୟା ଖେଳରେ ଜୀବନରେ ବି ଅନେକ ସଂଖ୍ୟା ବଦଳିଯିବ ତାହା ନୁହେଁ । ନିଜେ ପରିବର୍ତ୍ତନ ନହେଲେ ଦୁନିଆ କଣ ପରିବର୍ତ୍ତନ ହୋଇଛି ତାହା ଜାଣିହେବ ନାହିଁ ।
ଏମିତି ପରିବର୍ତ୍ତନ ସମୟରେ କେବେ ପୁରୁଣା ବର୍ଷ ସରେ ଆଉ କେବେ ନୂଆବର୍ଷ ଆସେ ତାହା ତ ସଂଖ୍ୟା ସହ ବଂଞ୍ଚିବାକୁ ଭଲ ପାଉଥିବା ଲୋକମାନେ ହିଁ ଜାଣନ୍ତି । କିନ୍ତୁ ତପନ ଓ ମୁନା ଟିକେ ଭିନ୍ନ । ସେମାନେ ସଂଖ୍ୟା , ବର୍ଷ ସହ ପରିବତ୍ତର୍ନ ହୁଅନ୍ତିନି । କେବଳ ନିଜର ପରିବର୍ତ୍ତନରେ ସେମାନେ ପରିବର୍ତ୍ତନ ହେବାକୁ ଚେଷ୍ଟା କରିଛନ୍ତି । ହେଲେ କାହିକିଁ । ଏ ପରିବର୍ତ୍ତନ। କଣ ନୂଆ ବର୍ଷ ଆସୁଛି ବୋଲି ନା ପୁରୁଣା ବର୍ଷ ସରୁଛି ବୋଲି । ନାଁ ନୂଆ ଓ ପୁରୁଣା ବର୍ଷକୁ ନେଇ ଯେପରି ସେଲିବ୍ରେସନ , ସଂଙ୍କଳ୍ପ ଓ ଆଶା ସଂଚାର ସୃଷ୍ଠି ହୁଏ ସେ ଆଶା ଓ ସେ ସଂକଳ୍ପ ମୁନା ଓ ତପନ ମନରେ ଆସିଛି । ନିଶା ଛାଡ଼ିବୁ, ଅନ୍ୟକୁ ସମାନ ଦେବୁ, ନାରୀକୁ ସମ୍ମାନ ଦେବୁ, ମାନବସେବା ମାଧବ ସେବା ବୋଲି ଜୀବନରେ ଭାବିବୁ, ସତ ପଥରେ ଯିବା, ମିଛ କହିବାନି, ନୂଆ କିଛି କରିବା , ପ୍ରେମ ନିବେଦନ କରିବା, ନିଜ ଜାତକ ଜ୍ୟୋତିଷ୍କକୁ ଦେଖାଇବା , କିଛି ନୂଆ ସାମଗ୍ରୀ କିଣିବା, ବର୍ଷ ଆରମ୍ଭରୁ ଛୁଟି ନନେବା ଏମିତି କେତେ କଣ ସଂକଳ୍ପ ମିଣିଷ କରିଥାଏ ଏହି ସଂଖ୍ୟା, ଦିନ ଓ ଘଣ୍ଟାକୁ ନେଇ । ହେଲେ ମୁନା ଓ ତପନ କିନ୍ତୁ ଏହା କରନ୍ତିନି । ସେମାନେ ବୁଝନ୍ତି ତାଙ୍କର ମନ ଯେବେ ପରିବତ୍ତର୍ନ ହେବ ସେଦିନ ନୂଆ ବର୍ଷ । ଯେ ପଯ୍ୟନ୍ତ ମନର ପରିବର୍ତ୍ତନ ହୋଇନାହିଁ ସେ ଯାଏ ଯାହା ସଂକଳ୍ପ କଲେ ମଧ୍ୟ ତାହା ଫଳପ୍ରଦ ହୁଏ ନାହିଁ । କାରଣ ସମୟ , ସଂଖ୍ୟା, ବର୍ଷ ସବୁବର୍ଷ ଆସିବ ଆଉ ଯିବ । ଏହାରି ଭିତରେ ଜୀବନର ସଂଖ୍ୟା ବି ଦିନେ ଗୋଟେ ସଂଖ୍ୟାରେ ଅଟକି ଯିବ । ତେଣୁ ସେହି ସଂଖ୍ୟାକୁ ନେଇ ଅନେକ କିଛି ପରିବର୍ତ୍ତନ ହୋଇଯିବ ତାହା ଯେ ଭାବୁଛି ତାହା ଭୁଲ ।
କିଛି ବର୍ଷ ହେବ ମହାମାରୀ ଯୋଗୁଁ ଜୀବନ ରିକ୍ସ ହୋଇଯାଇଛି । କେତେବେଳେ କଣ ହେବ ତାହା କହିବା ବି ସମ୍ଭବ ନୁହେଁ । ଚିନ୍ତା, ଚେତନା ଓ ସଂଘର୍ଷ ଓ ଲଢେଇ ଭିତରେ ପ୍ରତି ମୁହୂର୍ତ୍ତ କଟୁଛି । ତେଣୁ ସଂଖ୍ୟାକୁ ଓ ବର୍ଷକୁ ନେଇ କିଛି ନଭାବି ପ୍ରତ୍ୟେକ ମିନିଟ ଯେ ମୁଲ୍ୟବାନ ଓ ପ୍ରତ୍ୟେକ ସଂଖ୍ୟା , ସବୁଦିନ ବି ମୂଲ୍ୟବାନ ତାହା ଭାବି ବଂଚିବା ଉଚିତ । ତେବେ ଯାଇ ସିନା ସବୁଦିନ ଆମକୁ ନୂଆ ବର୍ଷ ପରି ଲାଗିବ । ଯାହା ତପନ ଓ ମୁନା ଜାଣିଛନ୍ତି । ତେଣୁ ବିନଦାସ ବଞ୍ଚୁଛନ୍ତି ।
କାରଣ ପ୍ରକୃତି ଠାରୁ ସେମାନେ କିଛି ଶିଖନ୍ତୁ କି ନଶୀଖନ୍ତୁ ଏମିତି ଜାଣିଛନ୍ତି ପ୍ରକୃତି କିନ୍ତୁ ସଂଖ୍ୟା,ଦିନ, ସମୟ ଅନୁସାରେ ପରିବତ୍ତର୍ନ ହୁଏ ନାହିଁଁ ।
ମୋ ସରକାର କାର୍ଯ୍ୟକ୍ରମରେ ସନ୍ତୋଷ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ…
( )ମୁଖ୍ୟମନ୍ତ୍ରୀଙ୍କ ମୋ ସରକାର ସମୀକ୍ଷା।
କେବଳ ଜନସାଧାରଣଙ୍କ ସନ୍ତୋଷ ନୁହେଁ, ନିରନ୍ତର ଉତ୍ତମ ସେବା ହେଉଛି ଆମର ଲକ୍ଷ୍ୟ – ମୁଖ୍ୟମନ୍ତ୍ରୀ।
ମୋ ସରକାର କାର୍ଯ୍ୟକ୍ରମରେ ସନ୍ତୋଷ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ।
ମୋ ସରକାର କାର୍ଯ୍ୟକ୍ରମ ଏବେ ସରକାରୀ କର୍ମଚାରୀ ଓ ଅଧିକାରୀ ମାନଙ୍କ ମଧ୍ୟରେ ବ୍ୟବହାରିକ ପରିବର୍ତ୍ତନ ଆଣିବାରେ ସହାୟକ ହୋଇଛି।
{ }କେବଳ ଜନସାଧାରଣଙ୍କ ସନ୍ତୋଷ ନୁହେଁ, ନିରନ୍ତର ଉତ୍ତମ ସେବା ହେଉଛି ଆମର ଲକ୍ଷ୍ୟ । ତେଣୁ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଆମ ସମସ୍ତଙ୍କୁ କ୍ରମାଗତ ଭାବରେ ପରିବତ୍ତନ କରିବାକୁ ହେବ । ଆଜି ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ମୋ ସରକାର କାର୍ଯ୍ୟକ୍ରମର ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରଶାସନିକ ଅଧିକାରୀ ମାନଙ୍କୁ ଏହି ବାର୍ତ୍ତା ପ୍ରଦାନ କରିଛନ୍ତି ।ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମୋ ସରକାର କାର୍ଯ୍ୟକ୍ରମ ଦୁଇ ବର୍ଷ ଧରି ଆରମ୍ଭ ହୋଇଛି । ପ୍ରଶାସନିକ ସ୍ତରରେ ସରକାରଙ୍କ ଏହି ରୂପାନ୍ତର ଉଦ୍ୟମ ଜନସାଧାରଣଙ୍କ ମଧ୍ୟରେ ସରକାରଙ୍କ ସପକ୍ଷରେ ବିଶ୍ବାସ ସୃଷ୍ଟି କରିପାରିଛି । ଏହି ପ୍ରକ୍ରିୟା ବର୍ତ୍ତମାନ ରାଜ୍ୟ ସରକାରଙ୍କ ବିଭିନ୍ନ ପଦାଧିକାରୀ ଓ କର୍ମଚାରୀ ମାନଙ୍କ ମଧ୍ୟରେ ବ୍ୟବହାରିକ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛି ।
ସରକାରୀ ଅଧିକାରୀଙ୍କ ମଧ୍ୟରେ ବୃତ୍ତିଗତ ବ୍ୟବହାର ଆଣିବା ପାଇଁ ରାଜ୍ୟ ସରକାରଙ୍କ କ୍ରମାଗତ ଉଦ୍ୟମ ସଫଳ ହୋଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଏଥିପାଇଁ ଖୁସିବ୍ୟକ୍ତ କରିଥିଲେ । ସରକାରୀ ଅଧିକାରୀମାନେ ଏବେ ଜନସାଧାରଣଙ୍କ ସହିତ ଅଧିକ ଦାୟିତ୍ବସମ୍ପନ୍ନ ତଥା ସହୃଦୟତାର ସହ ବ୍ୟବହାର କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।ମୋ ସରକାରରୁ ମିଳିଥିବା ଫିଡ୍ବ୍ୟାକ୍ ଅନୁଯାୟୀ ସରକାରଙ୍କ ଅନେକ ବିଭାଗ ଭଲ ପ୍ରଦର୍ଶନ କରିଛନ୍ତି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଏଥିପାଇଁ ସନ୍ତୋଷ ପ୍ରକାଶ କରିଥିଲେ ।ରାଜ୍ୟ ସରକାରଙ୍କ ସବୁ କାର୍ଯ୍ୟକ୍ରମ ଓ ସେବା ମୋ ସରକାର କାର୍ଯ୍ୟକ୍ରମର ଲକ୍ଷ୍ୟ ଅନୁଯାୟୀ ଯେପରି ସର୍ବୋତ୍ତମ ଭାବେ କାର୍ଯ୍ୟ କରିବ, ସେଥିପାଇଁ ଧ୍ୟାନ ଦେବା ପାଇଁ ସମୟ ଆସିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏଥିପାଇଁ ନାଗରିକ ମାନଙ୍କ ଡାଟାବେସ୍କୁ ସବୁ ସମୟରେ ନବୀକୃତ କରିବା ଜରୁରୀ ବୋଲି ସେ କହିଥିଲେ । ଏହା ଆମର ଦୁର୍ନୀତି ପ୍ରତି ଶୂନ୍ୟ ସହିଷ୍ଣୁତା ନୀତିକୁ ସୁନିଶ୍ଚିତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।ବୈଠକରୁ ଜଣାଯାଇଛି ଯେ ମୋ ସରକାର କାର୍ଯ୍ୟକ୍ରମରେ ୨୮ଟି ବିଭାଗର ୨୨୨ଟି ସେବା ଅନ୍ତର୍ଭୁକ୍ତ କରାଯାଇଛି ଏବଂ ଏ ସଂପର୍କରେ ଲୋକମାନଙ୍କ ପାଖରୁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ବିଭିନ୍ନ ସ୍ତରରେ ନିୟମିତ ତଥ୍ୟ ସଂଗ୍ରହ କରାଯାଇଛି ।
ଆଜିର ବୈଠକରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ସ୍ବରଷ୍ଟ୍ର ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ବିଭାଗ ଏବଂ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ଉପସ୍ଥାପନା ଜରିଆରେ ସେମାନଙ୍କ ବିଭାଗରେ ମୋ ସରକାର କାର୍ଯ୍ୟକ୍ରମର କାର୍ଯ୍ୟକାରୀତା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା । ଏହି ବିଭାଗର ସମୂହର ସେବା ପାଇଁ ମୋଟାମୋଟି ଭାବରେ ସନ୍ତୋଷଜନକ ପ୍ରତିକ୍ରିୟା ମିଳିଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ଆହୁରି ଅଧିକ ନିଷ୍ଠାର ସହ ସେବା ଯୋଗାଇ ଦେବାପାଇଁ ପରାମର୍ଶ ଦେଇଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ଉପସ୍ଥାପିତ ତଥ୍ୟର ଅନୁଶୀଳନ କରି ଏହି କାର୍ଯ୍ୟକ୍ରମର କିପରି ଅଧିକ ଉନ୍ନତି ଆସିପାରିବ, ସେ ସଂପର୍କରେ ମତାମତ ରଖିଥିଲେ ।ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର, ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ, ଉନ୍ନୟନ କମିଶନର ଶ୍ରୀ ପି.କେ. ଜେନା ଏବଂ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ ଓ ଶାସନ ସଚିବମାନେ ଉପସ୍ଥିତ ଥିଲେ ।ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ସଚିବ ଶ୍ରୀ ମନୋଜ ମିଶ୍ର ମୋ ସରକାର କାର୍ଯ୍ୟକ୍ରମ ସଂପର୍କରେ ଏକ ସାମଗ୍ରୀକ ଉପସ୍ଥାପନା ପ୍ରଦାନ କରିଥିଲେ ।
ବିଭିନ୍ନ ତାରିଖରେ ପଠାଣି ସାମନ୍ତଙ୍କ ଜୟନ୍ତୀ ପାଳନ ଏକ ଭୁଲ୍ ପରମ୍ପରା, ଏହି ପରମ୍ପରାର ସଂଶୋଧନ କରାଯାଉ: ସିଦ୍ଧାର୍ଥ…
( ) ପବିତ୍ର ପୌଷ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥି ଅନୁଯାୟୀ ବିଶ୍ୱବିଖ୍ୟାତ ଜ୍ୟୋତିର୍ବିଦ ପଠାଣି ସାମନ୍ତଙ୍କର ୧୮୭ ତମ ଜନ୍ମ ଜୟନ୍ତୀ ତାଙ୍କର ଜନ୍ମଭୂମି ଖଣ୍ଡପଡାଗଡ଼ ଠାରେ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ “ମୁଁ ବଘେଲ୍” ପକ୍ଷରୁ ଗତ ଡିସେମ୍ବର ୨୭ ତାରିଖ ଦିନ ପାଳିତ ହୋଇଯାଇଛି । ଜନ୍ମ ଜୟନ୍ତୀରେ ସକାଳୁ ସାମନ୍ତଙ୍କ ବାସଭବନ, ବଜାର ଓ ରଥଗଢ଼ା ଛକଠାରେ ଥିବା ସାମନ୍ତଙ୍କ ପ୍ରତିମୂର୍ତିରେ “ମୁଁ ବଘେଲ, ସାମାଜିକ ଓ ସାଂସ୍କୃତିକ ବିଚାର ମଂଚ” ପକ୍ଷରୁ ମାଲ୍ୟାର୍ପଣ କରାଯିବା ସହ ନଗର ପରିକ୍ରମା କରାଯାଇଥିଲା ।
ଏହି ଅବସରରେ ଖଣ୍ଡପଡା ଜଗନ୍ନାଥ ମନ୍ଦିର ପରିସରରେ “ମୁଁ ବଘେଲ” ପରିବାର ପକ୍ଷରୁ ଅପରାହ୍ଣ ୪ଟାରେ ମଂଚ ନିକଟରେ ନାମ ସଂକୀର୍ତନ ହେବା ସହ କୁନି ପ୍ରତିଭାମାନଙ୍କ ଦ୍ୱାରା ନାଚ ଗୀତ ପରିବେଷଣ କରାଯାଇଥିଲା । ସନ୍ଧ୍ୟା ୬ ଘଟିକା ସମୟରେ ଅତିଥିମାନେ ଉପସ୍ଥିତ ରହି ସାମନ୍ତଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ୱଳନ କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଆବାହକ ଧନେଶ୍ୱର ମହାପାତ୍ରଙ୍କ ସ୍ୱାଗତ ଭାଷଣ ପରେ ଅତିଥିମାନଙ୍କ ପରିଚୟ ପ୍ରଦାନ ପୂର୍ବକ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ ଜନ୍ମେଜୟ ଦଳେଇ । ଉକ୍ତ କାର୍ଯ୍ୟକ୍ରମରେ ପ୍ରଫେସର ଜିତେନ୍ଦ୍ର ନାରାୟଣ ଦାଶ ବେନହୁର ସଭାପତିତ୍ୱ କରିଥିବା ବେଳେ ସାହିତ୍ୟିକ କୁଳମଣି ଷଡ଼ଙ୍ଗୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ଡ଼ ଭାରତୀ ଭୂଷଣ ରଥ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ସାମନ୍ତଙ୍କ କୀର୍ତିରାଜିକୁ ଭୂୟସୀ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ରୂପେ ବରିଷ୍ଠ ଆଇନ୍ଜୀବି ଗିରିଜା ଶଙ୍କର ତରାଶିଆ, ପଣ୍ଡିତ ମନୋଜ କୁମାର ଦାଶ ଏବଂ ଅନୁଷ୍ଠାନର ପୃଷ୍ଠପୋଷକ ତଥା ପୂର୍ବତନ ବିଧାୟକ ସିଦ୍ଧାର୍ଥ ଶେଖର ସିଂହ ଉପସ୍ଥିତ ରହିଥିଲେ ।
ଏହି ଅବସରରେ ଖଣ୍ଡପଡା ରାଜପରିବାରର ଯୁବରାଜ ତଥା ପୂର୍ବତନ ବିଧାୟକ ସିଦ୍ଧାର୍ଥ ଶେଖର ସିଂହ ପଠାଣି ସାମନ୍ତଙ୍କ ଜନ୍ମ ଜୟନ୍ତୀକୁ ଭିନ୍ନ ଭିନ୍ନ ତାରିଖରେ ପାଳନ କରାଯିବା ପ୍ରସଙ୍ଗକୁ ନେଇ ଉଦ୍ବେଗ ଓ ଦୁଃଖ ପ୍ରକାଶ କରିଛନ୍ତି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମାକୁ ଉଲ୍ଲେଖ କରି ସିଦ୍ଧାର୍ତ କହିଛନ୍ତି ଯେ ଭିନ୍ନ ଭିନ୍ନ ତାରିଖରେ ସାମନ୍ତଙ୍କ ଜନ୍ମଜୟନ୍ତୀ ପାଳନ ଏକ ଭୁଲ ପରମ୍ପରା, ଏହି ପରମ୍ପରାର ସଂଶୋଧନ କରାଯାଉ ।
ସିଦ୍ଧାର୍ଥ କହିଛନ୍ତି ସେ ବିଧାୟକ ଥିବା ସମୟରେ ପଠାଣି ସାମନ୍ତଙ୍କ ଜନ୍ମ ଜୟନ୍ତୀର ସଠିକ ତାରିଖକୁ ନେଇ ଲୋକଙ୍କ ମଧ୍ୟରେ ଥିବା ଆବେଗକୁ ଦୃଷ୍ଟିରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏନେଇ ସେ ବିଧାନସଭାରେ ପ୍ରଶ୍ନ ରଖିଥିଲେ ।
୨୦୧୧ ମସିହାରେ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରି ଏହାର ତର୍ଜମା ଆରମ୍ଭ କରିଥିଲେ । ୨ ବର୍ଷ ପରେ ୨୦୧୩ରେ ଏକ ନିର୍ଦ୍ଦେଶନାମା ବଳରେ ସାମନ୍ତଙ୍କ ଜନ୍ମ ଜୟନ୍ତୀ ହିନ୍ଦୁ ଶାସ୍ତ୍ର ଓ ତିଥି ଅନୁଯାୟୀ ପ୍ରତିବର୍ଷ ପୌଷ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପାଳନ କରିବା ନେଇ ରାଜ୍ୟ ସରକାର ଘୋଷଣା କରିଥିଲେ । ଏନେଇ ତତ୍କାଳୀନ ସଂସ୍କୃତି ମନ୍ତ୍ରୀ ବିଧାନସଭାରେ ଉତର ରଖିଥିଲେ ।
ତେବେ ସରକାରଙ୍କ ନିର୍ଦ୍ଦେଶନାମା ସତ୍ୱେ ସ୍ଥାନୀୟ ପ୍ରଶାସନ ଓ କିଛି ଅନୁଷ୍ଠାନ ଭିନ୍ନ ଭିନ୍ନ ତାରିଖରେ ଏହି ମହାନ୍ ବ୍ୟକ୍ତିତ୍ୱଙ୍କ ଜନ୍ମ ଜୟନ୍ତି ପାଳନ କରିବା ବିଡ଼ମ୍ବନାର ବିଷୟ ଓ ଏହା କେବଳ ଜନସାଧାରଙ୍କୁ ବିଭ୍ରାନ୍ତ କରିବା ଭଳି କାର୍ଯ୍ୟ ବୋଲି କହିଛନ୍ତି ସିଦ୍ଧାର୍ଥ ।
କାର୍ଯ୍ୟକ୍ରମ ପରିଶେଷରେ ଆଇନଜୀବି ବିକ୍ରମ କେଶରୀ ଦେଓ ସମ୍ପାଦକୀୟ ପଠନ କରିବା ପରେ ବିଭିନ୍ନ ସାମାଜିକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବହୁ ବ୍ୟକ୍ତି ବିଶେଷଙ୍କୁ ମୁଁ ବଘେଲ ପକ୍ଷରୁ ସମ୍ମାନିତ କରାଯାଇଥିଲା । ଶେଷରେ କୁନି ପ୍ରତିଭା ମାନଙ୍କୁ ମାନପତ୍ର ପ୍ରଦାନ କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
ଜାନୁୟାରୀ 3ତାରିଖରୁ ଖୋଲିବ ସାରା ରାଜ୍ୟର ପ୍ରଥମରୁ ପଞ୍ଚମ ଶ୍ରେଣୀ ବିଦ୍ୟାଳୟ…
{ }ସାରା ରାଜ୍ୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ଥିବା ପ୍ରାୟ 27,000 ବିଦ୍ୟାଳୟକୁ ଜାନୁୟାରୀ 3ତାରିଖରୁ ଖୋଲିବା ପାଇଁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଯେଉଁ ବିଦ୍ୟାଳୟରେ ଦଶମ ଶ୍ରେଣୀ ନିମନ୍ତେ 5ତାରିଖରୁ 8ତାରିଖ ପର୍ଯ୍ୟନ୍ତ Summative–1 ପରୀକ୍ଷା ହେବାର ଅଛି, ସେହି ବିଦ୍ୟାଳୟ ଗୁଡ଼ିକୁ 10ଜାନୁୟାରୀ ଠାରୁ ଖୋଲିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିପାଇଁ ମଧ୍ୟାହ୍ନ ଭୋଜନ ନିମିତ୍ତ ଉଦ୍ଦିଷ୍ଟ ମଧ୍ୟାନ୍ତର ବିନା ବିଦ୍ୟାଳୟ ଗୁଡ଼ିକ ପୂର୍ବାହ୍ନ 9ଘଟିକା ଠାରୁ ମଧ୍ୟାହ୍ନ 12ଘଟିକା ପର୍ଯ୍ୟନ୍ତ ଖୋଲା ରହିବ। ମଧ୍ୟାହ୍ନ ଭୋଜନ ଯୋଜନା ଅନ୍ତର୍ଗତ dry–ration ଯୋଗାଣ କାର୍ଯ୍ୟକ୍ରମ ଅନ୍ୟ ଆଦେଶ ପ୍ରାପ୍ତ ପର୍ଯ୍ୟନ୍ତ ପୂର୍ବ ପରି ଜାରି ରହିବ। ବିଦ୍ୟାଳୟ ଖୋଲିବା ପାଇଁ ସ୍ଥିରୀକୃତ SOP ବିଭାଗ ଦ୍ଵାରା ସୂଚିତ କରାଯିବ।
ଏକାମ୍ର ଅଞ୍ଚଳର ବିକାଶ ଭୁବନେଶ୍ବରର ଗରିମାକୁ ଆହୁରି ବୃଦ୍ଧି କରିବ – ମୁଖ୍ୟମନ୍ତ୍ରୀ…
( ) ଭୁବନେଶ୍ବର ଏକାମ୍ର ଅଞ୍ଚଳରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ୧୦୩ କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ ।
ପୁରୁଣା ଭୁବନେଶ୍ବରରେ ୨୪ ଘଣ୍ଟିଆ ଡ୍ରିଙ୍କ ଫ୍ରମ୍ ଟ୍ୟାପ, ଓ ଧଉଳି ଶାନ୍ତିସ୍ତୂପର ପୁନରୁଦ୍ଧାର ଆଦି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ସହିତ ୧୩ଟି ପ୍ରକଳ୍ପର ଶୁଭାରମ୍ଭ।
ଏକାମ୍ର ଅଞ୍ଚଳର ବିକାଶ ଭୁବନେଶ୍ବରର ଗରିମାକୁ ଆହୁରି ବୃଦ୍ଧି କରିବ – ମୁଖ୍ୟମନ୍ତ୍ରୀ।
{ } ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ବରର ଏକାମ୍ର ଅଞ୍ଚଳରେ ୧୦୩ କୋଟି ଟଙ୍କା ବିନିଯୋଗରେ ୧୩ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏଥିରେ ଏକାମ୍ର ଅଞ୍ଚଳର ବିକାଶ ପାଇଁ ପୁରୁଣା ଭୁବନେଶ୍ବରରେ ୨୪ ଘଣ୍ଟିଆ ଗୁଣାତ୍ମକ ପାନୀୟ ଜଳ ଯୋଗାଣ, ଧଉଳି ଶାନ୍ତିସ୍ତୂପର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ, କେଦାରଗୌରୀ ପାଣିର ବିଶୁଦ୍ଧକରଣ ଆଦି ଅନେକ ଗୁରୁତ୍ବପର୍ଣ୍ଣ ପ୍ରକଳ୍ପ ଆରମ୍ଭ କରାଯାଇଛି ।
ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଲିଙ୍ଗରାଜ ଅଞ୍ଚଳକୁ ସୁନ୍ଦର କରି ଗଢିତୋଳିବା ପାଇଁ ଏକାମ୍ର ଯୋଜନା ଜନସାଧାରଣଙ୍କ ସହଯୋଗରେ ଆରମ୍ଭ କରାଯାଇଛି । ଏହା ଶେଷ ହେଲେ ଭୁବନେଶ୍ବରର ଗରିମା ଆହୁରି ବୃଦ୍ଧି ପାଇବ । ପୁରୀରେ ୨୪ ଘଣ୍ଟିଆ ଡ୍ରିଙ୍କ ଫ୍ରମ୍ ଟ୍ୟାପର ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ବର୍ତ୍ତମାନ ପୁରୀର ଜନସାଧାରଣ ସଂପୁର୍ଣ୍ଣ ବିଶୁଦ୍ଧ ଜଳ ପାଇପାରୁଛନ୍ତି । ବର୍ତ୍ତମାନ ପୁରୁଣା ଭୁବନେଶ୍ବରର ଜନସାଧାରଣ ମଧ୍ୟ ଏହି ସୁବିଧା ପାଇବେ ।
ବିକାଶ ଓ କଲ୍ୟାଣ ସରକାରଙ୍କର ମୁଖ୍ୟ ପରିଚୟ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ ରାଜ୍ୟର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପରେ ଆଲୋକପାତ କରିଥିଲେ । ଏହା ଦେଶର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଏକ ବିପ୍ଳବ ଆଣିଛି ବୋଲି ସେ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ପୂର୍ତ୍ତମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା, ଜଳସେଚନ ଏବଂ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ଅଶୋକ ପଣ୍ଡା ପ୍ରମୁଖ ଯୋଗ ଦେଇ ରାଜ୍ୟର ବିକାଶରେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ଦୃଢ ନେତୃତ୍ବର ଉଚ୍ଚପ୍ରଶଂସା କରିଥିଲେ । ଓଡିଶାର ବିକାଶ ପାଇଁ ଯେଉଁ ସବୁ ପଦକ୍ଷେପ ନିଆଯାଇଛି ଓ ଯୋଜନା କରାଯାଇଛି, ତାକୁ ଆନ୍ତର୍ଜାତିକ ସ୍ତରର ସ୍ବୀକୃତି ମିଳିଛି ବୋଲି ସେମାନେ କହିଥିଲେ ।
ଆଜି ଆରମ୍ଭ ହୋଇଥିବା ପ୍ରକଳ୍ପ ଗୁଡିକ ହେଉଛି – ଏକାମ୍ର ଅଞ୍ଚଳରେ ୨୪ ଘଣ୍ଟିଆ ବିଶୁଦ୍ଧ ଜଳଯୋଗାଣ (Drink From Tap), ବରମୁଣ୍ଡା ହାଉସିଂବୋର୍ଡ କଲୋନୀ ଓ ଜଗନ୍ନାଥ ବିହାର ଅଞ୍ଚଳରେ ୨୪ ଘଣ୍ଟିଆ ପାନୀୟ ଜଳଯୋଗାଣ, କପିଳେଶ୍ବରରେ ଗଙ୍ଗୁଆ ବାମପାର୍ଶ୍ବ କେନାଲ ବନ୍ଧରେ ଦୁଇ ଲେନ୍ ବିଶିଷ୍ଟ ରାସ୍ତା, କେଦାରଗୌରୀ ମନ୍ଦିରରୁ ଅପରିସ୍କୃତ ଜଳ ନିଷ୍କାସନ ପାଇଁ ଭୁବନେଶ୍ବର-ପୁରୀ ରୋଡ୍ରେ ବକ୍ସ କଲ୍ଭଟ, ଲିଙ୍ଗିପୁର ଇନ୍ଦିରା କଲୋନୀରେ ପାଇପ ପାଣି ବ୍ୟବସ୍ଥା, ଲିଙ୍ଗରାଜ ଓ ଗୋଖିବାବା ଅଞ୍ଚଳର କୁଷ୍ଠ କଲୋନୀର ବାସିନ୍ଦା ମାନଙ୍କର ଥଇଥାନ, ସମ୍ ହସ୍ପିଟାଲ ରାସ୍ତାର ଆଲୋକୀକରଣ , ଧଉଳି ଶାନ୍ତିସ୍ତୂପର ସୌନ୍ଦର୍ଯ୍ୟକରଣ, ଦୟା ପଶ୍ଚିମ କେନାଲ ଉପରେ ସେତୁ ନିର୍ମାଣ, ଦୟା ଦକ୍ଷିଣ ବନ୍ଧ ଉପରେ ରାସ୍ତା ନିର୍ମାଣ, କୂଆଖାଇ ଦକ୍ଷିଣବନ୍ଧର ପୁନରୁଦ୍ଧାର, ଦୟା ନଦୀ ଦକ୍ଷିଣ ବନ୍ଧର ସୁଦୃଢୀକରଣ ଓ ଉନ୍ନତିକରଣ ।
ଏହି କାର୍ଯ୍ୟକ୍ରମରେ ବି.ଏମ.ସି କମିଶନର ଶ୍ରୀ ସଂଜୟ ସିଂହ, ଖୋର୍ଦ୍ଧା ଜିଲ୍ଲାପାଳ ଓ ଅନ୍ୟାନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ ।
ସହରାଞ୍ଚଳରେ ସହଜ ହେବ ଜମି କିଣାବିକା….
( ) ସହରାଞ୍ଚଳରେ ଜମି କିଣାବିକା ହେବ ସହଜ
ରାଜୟ ସରକାର ସମସ୍ତ ଲିଜ ଓ ଆବନ୍ତିତ ଜମି ଗୁଡିକୁ ଖୁବ ଶୀଘ୍ର ଲିଜ ହୋଲଡ଼ କରିବେ
ଏହା ଦ୍ବାରା ବିଭିନ୍ନ ସହରାଞ୍ଚଳରେ ଥିବା ହାଉସ ହୋଲଡ଼ ଜମି ଗୁଡିକ କିଣାବିକା ଓ ବ୍ୟବହାର ରେ ସରଳି କରଣ ହେବ। ପ୍ରଥମ ପର୍ଯ୍ୟାୟରେ କଟକ,ଭୁବନେଶ୍ୱର,ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର ରେ ଏହା କାର୍ଯ୍ୟକାରୀ ହେବ ବୋଲି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।
ବାଇଟ – ପ୍ରତାପ ଜେନା
ଫେବୃଆରୀରେ ପିକ ନେଇପାରେ ତୃତୀୟ ଲହର…
{ }ଦେଶର ବିଭିନ୍ନ ରାଜ୍ୟ ତୁଳନାରେ ଓଡ଼ିଶାରେ ପ୍ରଥମ ଓ ଦ୍ୱିତୀୟ ଲହର 2 ମାସ ବିଳମ୍ବରେ ଆସିଥିଲା । ଆଇସିଏମଆର ଆକଳନ ଅନୁଯାୟୀ ଯଦି ତୃତୀୟ ଲହର ଆସେ ଖୁବଶୀଘ୍ର ଓଡିଶା ଆସିବ । ଫେବୃଆରୀ ମାସ ଶେଷ ବେଳକୁ ଏହା ପିକ ନେଇ ପାରେ ।
ସର୍ଭିଲାନ୍ସ,ଟେଷ୍ଟିଂ, ଟ୍ରିଟମେଣ୍ଟ ଓ ଟୀକା କରଣ ଉପରେ ସ୍ୱାସ୍ଥ୍ୟ ବିଭାଗ ଗୁରୁତ୍ୱ ଦେଉଛି । । ସରକାରଙ୍କ ନିର୍ଦେଶ ଅନୁଯାୟୀ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ ରହିଛି । ପେଡ଼ିୟାଟ୍ରିରିକ ବିଭାଗ, ଅକ୍ସିଜେନ ଓ ମେଡ଼ିସିନ ସମ୍ପୂର୍ଣ୍ଣ ଭାବେ ମହଜୁଦ ଅଛି । ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଭିତ୍ତିଭୂମି ପ୍ରସ୍ତୁତ କରି ରଖିବାକୁ । ସେହି ଆନୁଯାୟୀ ଆମେ ପ୍ରସ୍ତୁତ ରହିଛୁ ।
ବିଜୟ ମହାପାତ୍ର, ସ୍ଵାସ୍ଥ୍ୟ ନିର୍ଦେଶକ
ସମଗ୍ର ଦେଶରେ ଚିନ୍ତା ବଢ଼ାଉଛି ଓମିକ୍ରନ…
( )ସମଗ୍ର ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ଆମର ଯେତିକି ବିଦେଶ ଫେରନ୍ତା ଆସିଛନ୍ତି ସେମାନଙ୍କ ମଧ୍ୟରୁ 18 ଜଣଙ୍କର ପିଜେଟିଭ ବାହାରିଥିଲା । ଯାହା ମଧ୍ୟରୁ 8 ଜଣ ଓମିକ୍ରନ ଭ୍ୟାରିୟାଣ୍ଟ ର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାକି 10 ଜଣଙ୍କର ନେଗେଟିଭ ଆସିଛି ।
ଅନ୍ୟ ରାଜ୍ୟ ତୁଳନାରେ ବର୍ତ୍ତମାନ ଓଡ଼ିଶାର ସ୍ଥିତି ଭଲ ଅଛି । ନାଇଟ କର୍ଫ୍ୟୁ କି ଲକ ଡ଼ାଉନ ଭଳି କଟକଣାର ଏବେ କିଛି ଆବଶ୍ୟକତା ନାହିଁ । କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ଟେଷ୍ଟ ପିଜେଟିଭ ହାର 10 ପ୍ରତିଶତ ଉପରେ ରହିଲେ,ହସ୍ପିଟାଲାଇଜେନସେନ ଓ ସଂକ୍ରମଣ ବଢିଲେ ଏହିଭଳି ନିୟମର ଆବଶ୍ୟକ ପଡ଼ିବ।
ନିରଞ୍ଜନ ମିଶ୍ର, ଜନ ସ୍ଵାସ୍ଥ୍ୟ ନିର୍ଦେଶକ
ବାତ୍ୟା ଜୱାଦ କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୫୦୭ କୋଟି ଟଙ୍କାର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା…
{ } ଚଳିତ ଡିସେମ୍ବର ୪ ଓ ୫ ତାରିଖ ଦୁଇ ଦିନ ଧରି ସଂଗଠିତ ହୋଇଥିବା ବାତ୍ୟା ଜୱାଦ ଦ୍ବାରା କ୍ଷତିଗ୍ରସ୍ତ ଚାଷୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୫୦୭ କୋଟି ଟଙ୍କାର ସ୍ବତନ୍ତ୍ର ସହାୟତା ଘୋଷଣା କରିଛନ୍ତି ।୩୩ ପ୍ରତିଶତ ଫସଲ ନଷ୍ଟ ହୋଇଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀ ମାନଙ୍କୁ ବର୍ଷାଜଳ ଉପରେ ନିର୍ଭର କରୁଥିବା ଜମି ପାଇଁ ହେକ୍ଟର ପିଚ୍ଛା ୬୮୦୦ ଟଙ୍କା, ଜଳସେଚିତ ଅଞ୍ଚଳ ପାଇଁ ହେକ୍ଟର ପିଚ୍ଛା ୧୩,୫୦୦ ଟଙ୍କା ଏବଂ ଆମ୍ବ, କାଜୁ, ନଡିଆ, ପାନବରଜ, କିଆ ଆଦି ସବୁଦିନିଆ ଫସଲ ନିମନ୍ତେ ହେକ୍ଟର ପିଚ୍ଛା ୧୮ ହଜାର ଟଙ୍କା ସହାୟତା ଦିଆଯିବ ।
ସବୁଦିନିଆ ଫସଲ କ୍ଷତି ପାଇଁ Input subsidy ଭାବରେ ଚାଷୀଙ୍କୁ ସର୍ବନିମ୍ନ ୨୦୦୦ ଟଙ୍କା ଓ ଅନ୍ୟ ଫସଲ ପାଇଁ ୧୦୦୦ ଟଙ୍କା ଦିଆଯିବ।
ପ୍ରମାଣୀକୃତ ଉଚ୍ଚମାନର ବିହନ – କ୍ଷତିଗ୍ରସ୍ତ ୧୨ଟି ଜିଲ୍ଲାର ଚାଷୀମାନଙ୍କୁ ୧୨ ହଜାର କ୍ବିଣ୍ଟାଲ ବିହନ ରିହାତି ଦରରେ ଯୋଗାଇ ଦିଆଯିବ ଏବଂ ବର୍ତ୍ତମାନ ରିହାତି ପରିମାଣର ଅତିରିକ୍ତ ୨୫ ପ୍ରତିଶତ DBT ଜରିଆରେ ୨୦୨୧-୨୨ ରବି ଫସଲ ପାଇଁ ଦିଆଯିବ । କ୍ଷତିଗ୍ରସ୍ତ ଜିଲ୍ଲାର ଚାଷୀ ମାନଙ୍କୁ ୫୦ ହଜାର ଡାଲି ଜାତୀୟ ବିହନ ମିନି କିଟ୍ ଯୋଗାଇ ଦିଆଯିବ । ଏହାସହିତ ୪ ଲକ୍ଷ ପରିବା ବିହନ ମିନିକିଟ୍ ମାଗଣାରେ ଯୋଗାଇ ଦିଆଯିବ ।
ଫଳ ଓ ପନିପରିବା ଚାଷ କରୁଥିବା ସ୍ବୟଂ ସହାୟକ ଗୋଷ୍ଠୀର ଏକ ଲକ୍ଷ ସଦସ୍ୟଙ୍କୁ ପ୍ଲାଷ୍ଟିକ ଜାଲି ବାକ୍ସ (Crate) ଯୋଗାଇ ଦିଆଯିବ। ପ୍ରତି ସଦସ୍ୟଙ୍କୁ ୯୦ ପ୍ରତିଶତ ରିହାତିରେ ୫ ଗୋଟି କ୍ରେଟ ଯୋଗାଇ ଦିଆଯିବ। ଯାହାଦ୍ବାରା ଫଳ ଓ ପରିବାର ଅମଳ ପରବର୍ତ୍ତୀ କ୍ଷତି କମ୍ କରାଯାଇପାରିବ । ଏକ ଲକ୍ଷ ଚାଷୀଙ୍କୁ ସେମାନଙ୍କ ଘର ପଛ ବଗିଚାରେ ଲଗାଇବା ପାଇଁ ମାଗଣାରେ ପ୍ରତ୍ୟେକଙ୍କୁ ୧୦ ଗୋଟି ଫଳ ଚାରା ଯୋଗାଇ ଦିଆଯିବ ।ଏକ ଲକ୍ଷ ଚାଷୀଙ୍କୁ ହାଇବ୍ରିଡ ପରିବା ଚାଷ ପାଇଁ ସହାୟତା ଦିଆଯିବ। ପ୍ରତି ଚାଷୀଙ୍କୁ ୦.୨୦ ହେକ୍ଟର ପାଇଁ ୪୦୦୦ ଟଙ୍କା ଲେଖାଏ ସହାୟତା ମିଳିବ ।
କ୍ଷତିଗ୍ରସ୍ତ ଜିଲ୍ଲାମାନଙ୍କର ଚାଷୀ ମାନଙ୍କୁ କୃଷି ଯାନ୍ତ୍ରିକୀକରଣ ନିମନ୍ତେ ୫୦ କୋଟି ଟଙ୍କାର ରିହାତି ଦିଆଯିବ । ଏହା DBT ଜରିଆରେ ପ୍ରଦାନ କରାଯିବ । କ୍ଷତିଗ୍ରସ୍ତ ଅଞ୍ଚଳରେ ୫୦୦୦ ପମ୍ପସେଟ୍ ୫୦ ପ୍ରତିଶତ ରିହାତିରେ ଯୋଗାଇ ଦିଆଯିବ । ଏଥିପାଇଁ ରିହାତିର ସର୍ବୋଚ୍ଛ ପରିମାଣ ୧୦ ହଜାର ଟଙ୍କା ଦିଆଯିବ ।
କ୍ଷତିଗ୍ରସ୍ତ ଚାଷୀଙ୍କୁ ୫୦ ପ୍ରତିଶତ ରିହାତିରେ ୫୦୦୦ ସ୍ପ୍ରେୟର (ସିଞ୍ଚନ ଯନ୍ତ୍ର) ଯୋଗାଇ ଦିଆଯିବ । ପାୱାର ସ୍ପ୍ରେୟର କ୍ଷେତ୍ରରେ ସର୍ବାଧିକ ୩୮୦୦ ଟଙ୍କା ଏବଂ ହସ୍ତଚାଳିତ ସ୍ପ୍ରେୟର କ୍ଷେତ୍ରରେ ସର୍ବାଧିକ ୭୫୦ ଟଙ୍କା ଦିଆଯିବ ।
ରୋଗପୋକ ନିୟନ୍ତ୍ରଣ ପାଇଁ କ୍ଷତିଗ୍ରସ୍ତ ଚାଷୀ ମାନଙ୍କ ପାଇଁ ମଧ୍ୟ ଏହି ପ୍ୟାକେଜରେ ବ୍ୟବସ୍ଥା ରଖାଯାଇଛି । ଏଥିପାଇଁ ରିହାତି ଚାଷୀଙ୍କୁ DBT ଜରିଆରେ ପ୍ରଦାନ କରାଯିବ । ସମୁଦାୟ ୧୬ ହଜାର ହେକ୍ଟର ଜମି ପାଇଁ ଏହି ସହାୟତା ବ୍ୟବାସ୍ଥା କରାଯିବ ।
୩୩ ପ୍ରତିଶତ ବା ତାଠାରୁ ଧିକ ଫସଲ କ୍ଷତି ହୋଇଥିବା ଅଞ୍ଚଳରେ ଦିଆଯାଇଥିବା ସ୍ବଳ୍ପମିଆଦୀ ଋଣକୁ ମଧ୍ୟମ ମିଆଦୀ ଋଣରେ ପରିଣତ କରାଯିବ। ସେହିପରି ଆସନ୍ତା ରବି ଋତୁ ପାଇଁ ଚାଷୀମାନେ ଯେପରି ସୁବିଧାରେ ଫସଲ ଋଣ ଓ କୃଷି ଋଣ କରିପାରିବେ, ସେଥିପାଇଁ ଆନୁଷ୍ଠାନିକ ଆର୍ଥିକ ସଂସ୍ଥା ଦ୍ବାରା ସହାୟତାର ବ୍ୟବସ୍ଥା କରାଯିବ । ଭାଗଚାଷୀ ମାନେ ଯେପରି ରବି ଋତୁରେ ସୁବିଧାରେ ଋଣ ପାଇପାରିବେ, ସେଥିପାଇଁ Joint Liability Group ଗଠନ ପାଇଁ ତ୍ବରିତ ପଦକ୍ଷେପ ନିଆଯିବ।
ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପଞ୍ଜୀକୃତ ଚାଷୀମାନେ ଯେପରି ତାଙ୍କ କ୍ଷତିପୂରଣ ଶୀଘ୍ର ପାଇପାରିବେ, ସେଥିପାଇଁ ଅମଳ ପରବର୍ତ୍ତୀ କ୍ଷତିର ତୁରନ୍ତ ଆକଳନ ନିମନ୍ତେ ପଦକ୍ଷେପ ନିଆଯିବ ଏବଂ Crop Cutting Experiement ମଧ୍ୟ ଶୀଘ୍ର ଶେଷ କରାଯିବ । ବାତ୍ୟା ଜୱାଦ ଜନିତ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀ ମାନେ ଯେପରି ରବି ଫସଲ ପାଇଁ ତୁରନ୍ତ ଋଣ ସହାୟତା ପାଇପାରିବେ, ସେ ଦିଗରେ ମଧ୍ୟ ପଦକ୍ଷେପ ନିଆଯିବ ।