ଆସନ୍ତାକାଲି ଲଘୁଚାପର ରୂପନେବ ଅବପାତର..

() ଆସନ୍ତା କାଲି ଲଘୁଚାପ ଅବପାତର ରୂପ ନେବ। imd ଆକଳନ ଅନୁସାରେ 10 ତାରିଖ ଯାଏ ସ୍ଥଳଭାଗରୁ 250 କିମ ଦୂରରେ ରହିବ। 10 ତାରିଖ ପରେ କେଉଁଠି ଲାଣ୍ଡଫଳ କରିବ ତାହା ଅବପାତର ରୂପ ନେଲେ ଜଣା ପଡିବ। ଆସନ୍ତା କାଲି ଜଣା ପଡିବ ବାତ୍ୟା ହେବକି ନାହିଁ।ଉତ୍ତର ଆନ୍ଦ୍ର ପ୍ରଦେଶ କିମ୍ବା ଦକ୍ଷିଣ ଓଡିଶାରେ ଲାଣ୍ଡଫଲ କରିପାରେ ବୋଲି ଆଶା କରାଯାଇ ପରେ। ଆସନ୍ତା କାଲି ରିପୋର୍ଟ ମିଳିବା ପରେ ଆମେ ndrf ,ଓଡ୍ରାଫ ଓ ଅଗ୍ନିଶମ ଟିମକୁ ଡିପ୍ଲୋଏ କରିବ।ଆମେ ଏବେ ବ୍ୟସ୍ତ ହେଉନହୁ। ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଆମେ ଚେଷ୍ଟା କରିବା zero casualty ପାଇଁ। ଯାହା ଜଣା ପଡୁଛି 10 ତାରିଖ ଦିନ ପୁରୀ ଖୋର୍ଦ୍ଧା ଗଂଜାମ ଓ ଜଗତସିଂହପୁର ରେ ବର୍ଷା ହେବ। ବଙ୍ଗୋପ ସାଗର ଅସ୍ଥିର ରହିବ। ମସ୍ୟଜୀବୀଙ୍କୁ ଫେରିବାକୁ ନିର୍ଦେଶ ଦେଇଛୁ। ଇଣ୍ଡିଆନ କଷ୍ଟ ଗାର୍ଡକୁ ନଜର ରଖିବାକୁ ଚିଠି ଲେଖିଛୁ। 8 ତାରିଖ ପର ଠାରୁ ସମୁଦ୍ରକୁ ଡଙ୍ଗା ଯିବନି। ଆଜି ଟେଲିକମ କମ୍ପାନୀ ସହ କଥା ହେଉଥିଲୁ। ତାଙ୍କୁ ମଧ୍ୟ ସତର୍କ ରହିବାକୁ କହିଛୁ। ସେଲ on wheel ରେଡି ରଖିବାକୁ କହିଛୁ।Forest , ନଗର ଉନ୍ନୟନ, water dept, ବିଜୁଳି dept ସହ କଥା ହେଉଛୁ ଗର୍ଭବତି ମହିଳା, ବାର୍ଦ୍ଧକ୍ୟ ଲୋକଙ୍କୁ sefe ସ୍ଥାନକୁ ଆଣିବକୁ ବ୍ୟବସ୍ଥ କରାଯାଇଛି।ବିଭିନ୍ନ ବିଭାଗ ସହ ରିଭ୍ୟୁ କରାଯାଉଛି। ଆମେ confident ଅଛୁ zero casualty ରେ ବାତ୍ୟାର ମୁକାବିଲା କରିବୁ, ଚଢା ଦରରେ ଜିନିଷ ଯେଉଁଠି ବିକ୍ରି ହେଉଛି ସେଠାରେ ଚଢ଼ାଉ କାରାଯାଉଛି।

ପ୍ରଦୀପ ଜେନା, ସ୍ୱତନ୍ତ୍ର ରିଲିଫ କମିଶନର

ବିଧାୟକ ସମ୍ବିତ ରାଉତରାୟଙ୍କ ପ୍ରତିକ୍ରିୟା….

() ବିଜେଡି ବିଧାୟକ ସମ୍ବିତ ରାଉତରାୟଙ୍କ ପ୍ରତିକ୍ରିୟା । 19 ନିର୍ବାଚନରେ ନିର୍ବାଚନ ଲଢ଼ିଥିଲି, ସେତେବେଳେ ଦେବାଶିଷ ଫୋଟ ବେନର, ପୋଷ୍ଟରରେ ଥିଲା। ଦେବାଶିଷ ଫୋଟ ଦେଖି ମତେ ଭୋଟ ଦେଲେ କି । ଲୋକେ ମତେ ଚହିଁନାହାନ୍ତି କହିବା ଠିକ ନୁହେଁ । 21 ହଜାର ବୋଟରେ ଜିତିଛି। ସ୍ୱପ୍ନ ଦେଖିବା ମନା ନାହିଁ। କିନ୍ତୁ ଦିବାସପ୍ନ ଦେଖିବା ଭାରି ଭୟଙ୍କର। ମତେ ତଳେ ପକାଇ , ନିନ୍ଦା , ତିରସ୍କାର କରି ଉପରକୁ ଉଠାଇବାକୁ ଚେଷ୍ଟା କରିବା ଅନୁଚିତ। 45 ବର୍ଷ ଧରି ସେଠି ରାଜନୀତି କରୁଛୁ। ଆମ ଅକ୍ତିଆର ରେ ଅଛି। ତାଙ୍କ ପାରିଦିପ ସହ ସଂପର୍କ କଣ। 2000ରୁ ମୁ ସେଠାରେ ପ୍ରଚାର କରୁଛି। ସେ କହୁ କହୁ କହିଦେଲା। ହାଇକମାଣ୍ଡ ଯାହାକୁ ଟିକିଟ ଦେବେ ସେ ଲଢ଼ିବେ। ଆଶା ରହିବା ସ୍ୱାଭାବିକ।

ରାଜ୍ୟରେ ଶକ୍ତି ସଙ୍କଟ ନେଇ ବିଧାନସଭା କମିଟିର ବୈଠକ…

() ରାଜ୍ୟରେ ଶକ୍ତି ସଙ୍କଟ ନେଇ ବିଧାନସଭା କମିଟିର ବୈଠକ। ଅଧ୍ୟକ୍ଷ ବାଚସ୍ପତି ସୂର୍ୟ ପାତ୍ରଙ୍କ ଅଧ୍ୟକ୍ଷତାରେ ବୈଠକ। ବିଦ୍ୟୁତ୍ କାଟ ଉପରେ ବୈଠକରେ ଆଲୋଚନା ହୋଇଛି। ବୈଠକ ପରେ ବାଚସ୍ପତି ସୂର୍ୟ ପାତ୍ରଙ୍କ ପ୍ରତିକ୍ରିୟା। ଦୁଇ କମ୍ପାନୀ ଚୁକ୍ତି ଅନୁସାରେ ପାୱାର ନ ଦେଇ ହାଇକୋର୍ଟ ରୁ ରହିତା ଦେଶ ଆଣିଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପାୱାର ଦେବାକୁ ରାଜି ହୋଇଛନ୍ତି।ତେଣୁ ବିଦ୍ୟୁତ୍ ସଙ୍କଟ ସାମୟିକ ସମସ୍ୟା ଥିଲା। ଦର୍ଲିପାଲି ୟୁନିଟ ଯୋଗୁଁ ବି ସମସ୍ୟା ଉପୁଜିଥିଲା। କିନ୍ତୁ ଶକ୍ତି କ୍ଷେତ୍ରରେ ଏବେ ବି ଓଡ଼ିଶା ବଳକା ରାଜ୍ୟ। ୩୩/୧୧ କେଭି ସଂଯୋଗ କୁ ତଦାରଖ ପାଇଁ ସିଷ୍ଟମ ଥିଲେ ବି ୩୩/୧୧ ତଳକୁ ସଂଯୋଗ ର ତଦାରଖ ପାଇଁ ଡିଭାଇସ ନାହିଁ। ଯାହା ଫଳରେ ଗାଁ ଗହଳିରେ ଶକ୍ତି ସମସ୍ୟା ମନିଟର କରିବାକୁ ସମସ୍ୟା ଉପୁଜିଛି। ଏଥିପାଇଁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏବେ ସଙ୍କଟ ସାମୟିକ ଭାବେ ଥିଲେ ବି ଭବିଷ୍ୟତରେ କିପରି ସମସ୍ୟା ନ ହେବ ସେଥିପ୍ରତି ଦୃଷ୍ଟି ଦେବାକୁ ବୈଠକରେ ଆଲୋଚନା ହୋଇଛି। ସମସ୍ୟାର ତଦାରଖ ପାଇ ୪ ଟା ସବ କମିଟି କରାଯାଇଛି। କମିଟି ବିଭିନ୍ନ ସ୍ଥାନ ପରିଦର୍ଶନ କରି ରିପୋର୍ଟ ଦେବ। ବୈଠକରେ କମିଟି ସଦସ୍ୟଙ୍କ ସହ ଶକ୍ତି ମନ୍ତ୍ରୀ,ସଚିବ,ଟାଟା କମ୍ପାନୀର ଅଧିକାରୀଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

 

ଶକ୍ତି ସଚିବଙ୍କ ପ୍ରତିକ୍ରିୟା…….

ମେ ୧ ତାରିଖରୁ ନାହିଁ ବିଦ୍ୟୁତ୍ ସଙ୍କଟ। ଲୋଡ ରେଗୁଲେଶନ ଆଉ ନାହିଁ। ଦର୍ଲିପାଲି ୟୁନିଟ ବନ୍ଦ ଥିବାରୁ ୨୫୦ ୟୁନିଟ କମ ହେଉଥିଲା। ମେ ୧ ତାରିଖରୁ ଆଉ ସେ ସମସ୍ୟା ନାହିଁ।ଦର୍ଲିପାଲି ୟୁନିଟ ରେ ଯାହା କମ ଥିଲା ଓପିଜିସି ର ଏକ ୟୁନିଟରୁ ଆଡଜଷ୍ଟ କରାଗଲା।

ନିକୁଞ୍ଜ ଧଲ,ଶକ୍ତି ବିଭାଗ ସଚିବ

ସମ୍ଭାବ୍ୟ ବାତ୍ୟା କୁ ନେଇ ପ୍ରସ୍ତୁତ ଶକ୍ତି ବିଭାଗ…

() ସମ୍ଭାବ୍ୟ ବାତ୍ୟା କୁ ନେଇ ଶକ୍ତି ବିଭାଗ ପ୍ରସ୍ତୁତ। ବାତ୍ୟା ପୂର୍ବ,ବାତ୍ୟା ସମୟ ଓ ବାତ୍ୟା ପରବର୍ତ୍ତୀ ମୁକାବିଲା ନେଇ ୱାରରୁମ୍ ପ୍ରସ୍ତୁତ କରାଯାଇଛି। ପୂର୍ବରୁ ମଧ୍ୟ କମ୍ ସମୟରେ ଶକ୍ତି ସଂଯୋଗ କରିବାରେ ବିଭାଗ ସଫଳ ହୋଇଛି। ଏବେ ବି ପ୍ରସ୍ତୁତ। ସବୁ ପ୍ରକାର ପଦକ୍ଷେପ ନିଆଯାଇଛି। ସମ୍ଭାବ୍ୟ ବାତ୍ୟାକୁ ନେଇ ବିଭାଗ ସମ୍ପୂର୍ଣ ପ୍ରସ୍ତୁତ। ଓପିଟି ସିଲ୍ ଓ ଅନ୍ୟ ଦିଷ୍ଟ୍ରିବ୍ୟୁସନ୍ ସଂସ୍ଥା ପ୍ରସ୍ତୁତ ଅଛନ୍ତି। ମନିତର ମେକାନିଜମ ଆରମ୍ଭ ହୋଇଛି। ପର୍ଯ୍ୟାପ୍ତ ପରିମାଣର ମ୍ୟାଟେରିଆଲ ଅଛି। କର୍ମଚାରୀଙ୍କୁ ପଠାଇବା ପାଇ ବ୍ୟବସ୍ଥା କରାଯାଇଛି। ଗତ ବାତ୍ୟା ସମୟରେ ୯୯.୫ ପ୍ରତିଶତ ଉପଭୋକ୍ତାଙ୍କୁ ୫ ଦିନ ମଧ୍ୟରେ ସଂଯୋଗ ଦିଆଯାଇଥିଲା। ଚଳିତ ଥର ଯଦି ସେପରି ସ୍ଥିତି ଆସେ ଅଧିକ ଶୀଘ୍ର କରିବାକୁ ବ୍ୟବସ୍ଥା ହୋଇଛି। ସେ ନେଇ ବିଭାଗ ପ୍ରସ୍ତୁତି ହୋଇଛି। ହସ୍ପିଟାଲକୁ ବିଦ୍ୟୁତ୍ ସଂଯୋଗ, ପାନୀୟ ଜଳ ୟୁନିଟ କୁ କିପରି ଶକ୍ତି ସଂଯୋଗ ନ କଟିବ ସେ ନେଇ ବ୍ୟବସ୍ଥା ହୋଇଛି।ଯଦି ସମସ୍ୟା ଉପୁଜେ ପ୍ରାଥମିକତା ଭିତ୍ତିରେ କିପରି ସେଠାକୁ ସଂଯୋଗ ଦିଆଯିବ ଓ କିପରି ଯଥାଶୀଘ୍ର ସଂଯୋଗ ଦିଆଯିବ ସେ ନେଇ ବ୍ୟବସ୍ଥା କରାଯାଇଛି।

ନିକୁଞ୍ଜ ଧଲ,ଶକ୍ତି ବିଭାଗ ସଚିବ

ସାଂଭବ୍ୟ ବାତ୍ୟାକୁ ନେଇ SRCଙ୍କ ପ୍ରେସ ମିଟ…

() ଗତକାଲି ଘୃଣିବଲୟ ସୃଷ୍ଟି ହୋଇଛି। ଆସନ୍ତାକାଲି ସନ୍ଧ୍ୟା ପରେ IMD ସ୍ପଷ୍ଟ କରିବ ବାତ୍ୟା ହେବ ନ ନାହିଁ। ଅଵପାତ ପରେ ଗଭୀର ଅଵପାତ ତାପରେ ବାତ୍ୟା ହେବ ନ ନାହିଁ ତାହା ବି ସ୍ପଷ୍ଟ ହୋଇନି। ଆଜି 18 ଜିଲାପାଳଙ୍କ ସହ ଆଜି ଆଲୋଚନ ହୋଇଛି। NDRF , ଓଡ୍ରାଫ ଓ ଫାୟାର ଟିମ ସହ ଆଲୋଚନା ହୋଇଛି । 17 ଟି NDRf ଟିମ, 20 ଟି ଓଡ୍ରାଫ, 175 ଟି ଫାୟାର ସର୍ଭିସ ଟିମ ଦରକାର ହେଲେ ପଠାଯିବ। ଶକ୍ତି, ନଗର ଉନ୍ନୟନ, ପଂଚାୟତିରାଜ , ପନୀୟ ଜଳ ବିଭାଗ ସହ ଆଲୋଚନା ହୋଇଛି। ଶକ୍ତି ବିଭାଗ ପୁରା ପ୍ରସ୍ତୁତ ହେଉଛି। ଆସନ୍ତାକାଲି ଟେଲିକମ ଅଧିକାରୀ ସହ ଆଲୋଚନା କରାଯିବ। ଖବର ପରିବେଷଣକୁ ନେଇ ଲୋକଙ୍କ ଭିତରେ ଭୟ ସୃଷ୍ଟି ହେଉଛି। ବାତ୍ୟା ନେଇ ଏବେବି ସ୍ପଷ୍ଟ ହୋଇନି। ଅଯଥାରେ ଦର ବୃଦ୍ଧି ହେଉଛି। କିଣା ବିକା ହେଉଛି । ତେଣୁ ଜିଲାପାଳମାନଙ୍କୁ ନଜର ରଖିବା ସହ କାର୍ଯ୍ୟନୁଷ୍ଠାନ ନେବାକୁ କୁହାଯାଇଛି। ବଜାରରେ ସାମଗ୍ରୀ ମହଜୁତ ରହିଛି। ସମର ସାଇକ୍ଲୋନ ହେଇଥିବାରୁ ବନ୍ୟା ହେବାର ସମ୍ଭାବନା ନାହିଁ। ଲୋକମାନେ ସତର୍କ ହୁଅନ୍ତୁ।

ବାତ୍ୟା ପରିସ୍ଥିତିର ମୁକାବିଲା ଲାଗି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସମୀକ୍ଷା ବୈଠକ…

() ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ଲାଗି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସମୀକ୍ଷା ବୈଠକ । ଭଗବାନ କରନ୍ତୁ ବାତ୍ୟା ନ ହେଉ । ତଥାପି ଆମେ ସବୁ ପରିସ୍ଥିତିର ମୁକାବିଲା ପାଇଁ ଆମେ ପ୍ରସ୍ତୁତ ଅଛୁ । ଅଧିକାରୀ ମାନଙ୍କୁ ବିଭିନ୍ନ ଜିଲ୍ଲା କୁ ପଠାଯାଇଛି । ବିଶେଷ କରି ଏହି ସମୟରେ କଳାବଜାରୀ ରୋକିବା ପାଇଁ ଆମେ ପଦକ୍ଷେପ ନେଉଛୁ । ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଛି । ବିଭିନ୍ନ ସାମଗ୍ରୀ ହୋଡ଼ିଂ କରି ରଖୁଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଖାଦ୍ୟ ସାମଗ୍ରୀ ଆମ ପାଖରେ ମହଜୁଦ ରହିଛି । ଆବଶ୍ୟକ ପଡ଼ିଲେ ଦିଆଯିବ । ସମସ୍ତଙ୍କୁ ହାତ ଯୋଡି ଅପିଲ କରୁଛି ପ୍ୟାନିକ ହୁଅନ୍ତୁ ନାହିଁ । ଖାଦ୍ୟ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣର ମହଜୁଦ ରହିଛି ।

ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଖାଦ୍ୟ ଯୋଗାଣ ମନ୍ତ୍ରୀ

ବାତ୍ୟା କୁ ଦୃଷ୍ଟିରେ ରଖି ୧୮ ଜିଲାପାଳଙ୍କୁ ଆଲର୍ଟ କଲେ ରାଜ୍ୟ ସରକାର…

() ସମ୍ଭାବ୍ୟ ବାତ୍ୟା କୁ ଦୃଷ୍ଟିରେ ରଖି ୧୮ ଜିଲାପାଳଙ୍କୁ ଆଲର୍ଟ କଲେ ରାଜ୍ୟ ସରକାର । ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, ନୟାଗଡ଼, କଟକ, ମୟୂରଭଞ୍ଜ, କେନ୍ଦୁଝର, ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ କନ୍ଧମାଳ ଜିଲାପାଳଙ୍କୁ ଆଜି ଏକ ନିର୍ଦେଶନାମା ଜାରି କରିଛନ୍ତି। ଚିଠିରେ କୁହାଯାଇଛି ଯେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖ୍ ଜିଲା ଜରୁରୀ ପରିଚାଳନା କେନ୍ଦ୍ର ଓ ନିୟନ୍ତ୍ରଣ କକ୍ଷକୁ ଏବେଠାରୁ ପ୍ରସ୍ତୁତ ରଖିବାକୁ ପଡ଼ିବ। ନିୟନ୍ତ୍ରଣ କକ୍ଷରେ ଯେଭଳି ଟେଲିଫୋନ୍,ଫାକ୍ସ ପ୍ରଭୃତି ଅନ୍ୟାନ୍ୟ ସଂଯୋଗ ଠିକଣା ରହିବ ତାକୁ ଦୃଷ୍ଟି ଦେବା ସହିତ ମାନବସମ୍ବଳ ସଜାଗ ରହିବାକୁ ପଡ଼ିବ। ଜିଲାରେ ଥିବା ତଳିଆ ଅଞ୍ଚଳ କିମ୍ବା ବାତ୍ୟାପ୍ରବଣ ସ୍ଥାନକୁ ଚିହ୍ନଟ କରି ସେଠାରୁ ଯେଭଳି ତୁରନ୍ତ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ପାରିବ ପଦକ୍ଷେପ ନେବାକୁ ପଡ଼ିବ। ବାତ୍ୟା ପୂର୍ବରୁ ଲୋକେ ଯେଭଳି କଚାଘରେ ନରହିବେ ସେନେଇ ଏବେଠାରୁ ବ୍ୟବସ୍ଥା କରାଯିବା ଆବଶ୍ୟକ। ବିଶେଷକରି ଦିବ୍ୟାଙ୍ଗ’, ବୃଦ୍ଧ, ବୃଦ୍ଧା, ଶିଶୁ ଓ ଗର୍ଭସ୍ଥଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ପଡ଼ିବ। ଆସନ୍ତା ୬ ତାରିଖ ପୂର୍ବରୁ ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ, ଗୃହରକ୍ଷୀ ଓ ମହିଳା କନଷ୍ଟେବଳଙ୍କୁ ନେଇ ତିନୋଟି ଦଳ ଗଠନ କରିବାକୁ ହେବ। ବିଦ୍ୟାଳୟ ଓ ସରକାରୀ ସ୍ଥାନ ଚିହ୍ନଟ କରି ଏବେଠାରୁ ରଖିବାକୁ ପଡ଼ିବ। ସେଠାରେ ଲୋକେ ଆଶ୍ରୟ ନେଲେ ଠିକ୍ ରହିବ କି ନାହିଁ ତାହା ତହସିଲଦାର ଓ ବିଡିଓ ପରିଦର୍ଶନ କରି ସରକାରଙ୍କୁ ତଥ୍ୟ ପ୍ରଦାନ କରିବେ । ବିଦ୍ୟୁତ୍ କାଟକୁ ଯଥାସମ୍ଭବ କମାଇବା ସହିତ ପାଣିପାଗ ବିଭାଗର ପୂର୍ବାନୁମାନ ପ୍ରତି ସଜାଗ ରହି କାର୍ଯ୍ୟ କରିବା ଲାଗି ନିର୍ଦେଶ ଦିଆଯାଇଛି ।

ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଦ୍ଧିବଦ୍ଧଭାବେ ଘୋଷଣା ହେଲା ତାରିଖ….

() ବ୍ରଜରାଜନଗର ଉପନିର୍ବାଚନ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କ ସାମ୍ବାଦିକ ସମ୍ମିଳନୀ।ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆଜି ବିଦ୍ଧିବଦ୍ଧଭାବେ ଘୋଷଣା ହୋଇଛି।୩୧ ମେ ରେ ନିର୍ବାଚନ ହେବ ,୩ଜୁନରେ ଗଣନା ହେବ। ୧୧ ମେ ହେଉଛି ନାମାଙ୍କନ ଦାଖଲ ର ଶେଷ ତାରିଖ।୧୨ ମେରେ ଯାଞ୍ଚ ହେବ।୫ ଜୁନ ସୁଦ୍ଧା ନିର୍ବାଚନ ର ସମସ୍ତ କାର୍ଯ୍ୟ ଶେଷ ହେବ। ଝାରସୁଗୁଡା ଜିଲ୍ଲା ପାଇଁ ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ଟୋଟଲ ଭୋଟର ସଂଖ୍ୟା ଆଜି ପର୍ଯ୍ୟନ୍ତ ୨ଲକ୍ଷ୧୪ ହଜାର ୭୪୫ ଭୋଟର ଅଛନ୍ତି।୩୫୧୯ ହେଉଛନ୍ତି ବିକଳାଙ୍ଗ ଭୋଟର।୮୦ ବର୍ଷ ରୁ ଉର୍ଦ୍ଧ୍ବ ଭୋଟର ହେଉଛନ୍ତି ୩୧୨୭.।ସମସ୍ତଙ୍କୁ ଇପିକ କାର୍ଡ ଦିଆଯାଇଛି।ଯେଉଁ ମାନେ ମେ।୧୧ ତାରିଖ ସୁଦ୍ଧା ଭୋଟର ତାଲିକା ରେ ଯୋଡି ହେବା ପାଇଁ ଆବେଦନ କରିପାରିବେ। ଟୋଟାଲ ୨୭୯ ଟି ବୁଥ ରହିବ। କୋଭିଡ ସମୟରେ ୧୪୦୦ ଭୋଟର ଙ୍କ ପାଇଁ ଗୋଟିଏ ବୁଥ ଥିବା ବେଳେ ଏବେ ୧୨୫୦ ଭୋଟର ଙ୍କ ପାଇଁ ଗୋଟିଏ ବୁଥ ହେବ।ସମସ୍ତ ଇଭିଏମ ଉପଲବ୍ଧ ରହିଛି। ୬୯୯ ବାଲଟ ୟୁନିଟ,୮୬ କଣ୍ଟ୍ରୋଲ ୟୁନିଟ,୭୦୦ ଭିଭିପାର୍ଟ ଉପଲବ୍ଧ ଅଛି। ପ୍ରଥମ ଲେଭେଲ ଚେକ ଟେକ୍ନିକାଲ ଇଂଜିନିୟର ମାନଙ୍କ ଦ୍ବାରା କରାଯାଇଛି। ସାମାଜିକ ଦୂରତା ନିୟମ ରହିବ୍ କୋଭିଡ ପଜିଟିଭ ବାହାରିଲେ ଶେଷ ଘଣ୍ଟା ରେ ଭୋଟ ଦିଆଯିବ। ୮୦ ବର୍ଷରୂ ଉର୍ଦ୍ଧ୍ବ କିମ୍ବା ବିକଳାଙ୍ଗ ଭୋଟର ଚାହିଁଲେ ଘରେ ବସିକି ଭୋଟ ଦେଇପାରିବେ। ଏଥିପାଇଁ ବିଏଲ ଓ ମାନେ ଯାଇ ସେମାନଙ୍କ ମତାମତ ଆଣିବେ।ଏଥିପାଇଁ ସ୍ବତନ୍ତ୍ର ଫର୍ମ ରହିଛି। ପୋଷ୍ଟାଲ ବାଲଟ ବ୍ୟବସ୍ଥା ରହିବ।ପ୍ରାର୍ଥୀ ଯେଉଁ ମାନେ ରହିବେ ସେମାନେ ତାଙ୍କ ଅପରାଧିକ ତଥ୍ୟ ଘୋଷଣା ଦେବେ।

ସୁଶିଲ ଲୋହାନି,ମୁଖ୍ୟ ନିର୍ବାଚନ ଅଧିକାରୀ

ସହୀଦ ପରିବାରଙ୍କୁ ଅନୁକମ୍ପା ମୂଳକ ସହାୟତା ରାଶି…

() ମୁଖ୍ୟମନ୍ତ୍ରୀ ଙ୍କ ନିଷ୍ପତ୍ତି 

ସହୀଦ ପରିବାରଙ୍କୁ ଅନୁକମ୍ପା ମୂଳକ ସହାୟତା ରାଶି ଦଶ ଲକ୍ଷ ଟଙ୍କା କୁ ବୃଦ୍ଧି।

{} ଯୁଦ୍ଧ ତଥା ଉଗ୍ର ବାଦ ର ମୁକାବିଲା ସମୟରେ ବୀରଗତି ପ୍ରାପ୍ତ ହେଉଥିବା ସହୀଦ ଓଡ଼ିଆ ଯବାନ ମାନଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ସହାୟତା ରାଶି ପରିମାଣ କୁ ପାଞ୍ଚ ଲକ୍ଷ ଟଙ୍କା ରୁ ଦଶ ଲକ୍ଷ ଟଙ୍କା କୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀଶ୍ରୀ ନବୀନ ପଟନାୟକ ନିର୍ଦେଶ ଦେଇଛନ୍ତି।ସୂଚନା ଯୋଗ୍ୟ ଯେ ସମାରିକ ତଥା ଅର୍ଦ୍ଧ ସମାରିକ ବାହିନୀ ରେ ରହି ଦେଶ ପାଇଁ ପ୍ରଣାବଳୀ ଦେଉଥିବା ଯବାନ ଓ ଅଫିସର ମାନଙ୍କ ପରିବାର ର କଲ୍ୟାଣ ପାଇଁ ରାଜ୍ୟ ସରକାର କାର୍ଗିଲ ଯୁଦ୍ଧ ସମୟରୁ ସହୀଦ ପରିବାର କଲ୍ୟାଣ ପାଇଁ ଏକ ସହାୟତା ପାଣ୍ଠି ଗଠନ କରିଛନ୍ତି. ପ୍ରାଥମିକ ଭାବ ରେ ଏହି ସହାୟତା ରାଶି ଏକ ଲକ୍ଷ ଟଙ୍କା ଥିବା ବେଳେ 2010 ଓ 2012 ରେ ଏହାକୁ ଯଥା କ୍ରମେ ଦୁଇ ଲକ୍ଷ, ଓ ପାଞ୍ଚ ଲକ୍ଷ ଟଙ୍କା କୁ ବୃଦ୍ଧି କରାଯାଇଥିଲା ।

ବ୍ରଜରାଜନଗରରେ ପ୍ରଣବଙ୍କ ସମରସଜା….

() ବ୍ରଜରାଜନଗର ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ମେ ୩୧ ତାରିଖ ଦିନ ଉପ ନିର୍ବାଚନ ହେବ । ପଂଚାୟତ ଓ ପୌର ନିର୍ବାଚନରେ ଏକ ପାଖିଆ ବିଜୟ ପରେ ଶାସକ ବିଜେଡିର ଦଖଲରେ ଥିବା ବ୍ରଜରାଜନଗର ଆସନରେ ପୁଣିଥିରେ ବଡ଼ ବିଜୟରେ ନିର୍ବାଚନୀ ବୈତରଣୀ ପାର ହେବାକୁ ରଣନୀତି ପ୍ରସ୍ତୁତ କରିଛି ବିଜେଡ଼ି । ମୁଖ୍ୟମମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦ୍ଦେଶରେ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଝାରସୁଗୁଡ଼ାରେ ଉପ ନିର୍ବାଚନ ଲାଗି ଆରମ୍ଭ କରିଛନ୍ତି ନିର୍ବାଚନୀ ରଣନୀତି ।  ସବୁ ନିର୍ବାଚନରେ ବିଜେଡିର ବଡ଼ ବିଜୟ ପଛରେ ତୃଣମୂଳ କର୍ମୀଙ୍କ ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ। ଉପ ନିର୍ବାଚନ ନେଇ କର୍ମୀମାନଙ୍କ ମତ କଣ ରହିଛି । କଣ କଲେ ବ୍ରଜରାଜନଗର ଆସନରେ ବିଜେଡି ବଡ ବିଜୟରେ ଜିତିବ । ଏନେଇ ଝାରସୁଗୁଡ଼ାରେ କର୍ମୀମାନଙ୍କୁ ଗୁରୁମନ୍ତ୍ରୀ ଦେଇଛନ୍ତି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ପ୍ରଣବ କହିଥିଲେ ଯେ ଆମ ପାଇଁ ସବୁ ନିର୍ବାଚନ ଗୁରୁତ୍ବପୂର୍ଣ୍ଣ। ଦଳ ସବୁବେଳେ ନିର୍ବାଚନ ପ୍ରସ୍ତୁତିରେ ଥାଏ। ରାଜ୍ୟବାସୀ ଆମକୁ ଯେଉଁ ଭଲ ପାଇବା ଓ ଆର୍ଶୀବାଦ ଦେଉଛନ୍ତି ତାହାକୁ ଆମେ ସମ୍ମାନ ଦେବା । ଲୋକଙ୍କ ଭଲ ପାଇବା ଆମକୁ ଋଣୀ କରିଦେଇଛନ୍ତି । ୨୦୧୯ ସାଧାରଣ ନିର୍ବାଚନରେ ବ୍ରଜରାଜନଗରବାସୀ ସେହି ଭଲପାଇବା ଓ ଆର୍ଶୀବାଦ ପୂର୍ବତନ ବାଚସ୍ପତି ଆମ ଦଳର ବରିଷ୍ଠ ନେତା ସ୍ବର୍ଗତ କିଶୋର ମହାନ୍ତିଙ୍କୁ ଦେଇଥିଲେ । ସେହି ଅନୁସାରେ ସେ ବ୍ରଜରାଜନଗର ଅଂଚଳବାସୀଙ୍କ ସେବା କରୁଥିଲେ । ତାଙ୍କର ଅକାଳ ବିୟୋଗରେ ବ୍ରଜରାଜନଗର ବାସୀ ଯେମିତି ତାଙ୍କ ଅଭାବ ଜାଣିପାରିବେନି ଆମକୁ ତାହା କାମରେ କରି ଦେଖାଇବାକୁ ପଡିବ । କାରଣ ସବୁବେଳେ ସ୍ବର୍ଗତ କିଶୋର ଦାଦା ସବୁବେଳେ ଆମ ସହିତ ଅଛନ୍ତି ।

ବ୍ରଜ ରାଜନଗରରେ ବିଜେଡିର ଯିଏ ପ୍ରାର୍ଥୀ ହେଉ ଦଳ କିପରି ବଡ଼ ବିଜୟ ବ୍ୟବଧାନରେ ବିଜୟ କରିବ । ସେଥିଲାଗି ଆମକୁ ସଂଳକ୍ପ ନେବାକୁ ହେବ । ତାହାହିଁ ହେବ କିଶୋର ମହାନ୍ତିଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି । କାରଣ ବିରୋଧୀ ଦଳମାନେ ସବୁ ବେଳେ ନିର୍ବାଚନ ସମୟରେ ସକ୍ରୀୟ ହୋଇ ମିଥ୍ୟା ଅପ୍ରଚାର କରନ୍ତି । ତାହାକୁ ଜବାବ ଆମକୁ ଦେବାକୁ ପଡ଼ିବ। ଏହାସହ ବ୍ରଜରାଜନଗରର ବିକାଶ ଧାରାରେ ଯେମିତି କୌଣସି ବାଧକ ସୃଷ୍ଟି ନେହବ ସେ ଦିଗରେ ସମେସ୍ତ ଅଧିକ ଧ୍ୟାନ ଦେବାକୁ ବବି କର୍ମୀମାନଙ୍କୁ କହିଥିଲେ। ଉପ ନିର୍ବାଚନରେ ଦଳୀୟ କର୍ମୀ ଓ ନେତାଙ୍କ ଦାୟିତ୍ବ କଣ ସେ କଥା କର୍ମୀ ଓ ନେତାଙ୍କୁ ବୁଝାଇଥିଲେ ସଂଗଠନ ସମ୍ପାଦକ । ଏହି ବୈଠକରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ, ଝାରସୁଗୁଡ଼ା ପଯ୍ୟବେକ୍ଷକ ସୁବାଷ ସିଂହ, ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ, ଜିଲ୍ଲା ବିଜେଡି କର୍ମକତ୍ତାମାନେ ଯୋଗଦେଇଥିଲେ । ବାଲେଶ୍ବର, ତ୍ରିତ୍ତୋଲ, ପିପିଲି ପରି ପରା ଦମ ଲଗାଇ ବ୍ରଜରାଜନଗର ନିର୍ବାଚନ ଲଢିବାକୁ ପ୍ରଣବ ସମସ୍ତ ନେତା ଓ କର୍ମୀମାନଙ୍କୁ ଆହ୍ବାନ ଦେଇଥିଲେ ।

Follow us

20,832FansLike
0FollowersFollow
14,700SubscribersSubscribe

Latest news