ବଢୁଛି ସଂକ୍ରମଣ…

( ) ଚାପରେ ଚାଲିଛି କ୍ୟାପିଟାଲ ହସ୍ପିଟାଲ । ତୃତୀୟ ଲହରରେ ପଜିଟିଭ ହେଲେଣି ହସ୍ପିଟାଲର 30 କର୍ମଚାରୀ । ସେମାନଙ୍କ ମଧ୍ୟରେ ଅଛନ୍ତି 10 ଡାକ୍ତର ଓ 20 ପାରା ମେଡ଼ିକାଲ କର୍ମଚାରୀ । ଏଣୁ ଏବେ କମ କର୍ମଚାରୀରେ ରୋଗୀ ସେବା ଜାରି ରଖିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । ଯେଉଁଠି ପୂର୍ବରୁ 3 ଜଣ କାମ କରୁଥିଲେ, ଏବେ ଜଣେ କାମ କରୁଛନ୍ତି । ହସ୍ପିଟାଲରେ କୋଭିଡ ଟ୍ରିଟମେଣ୍ଟ ପ୍ରୋଟୋକାଲ ନେଇ ସରକାରଙ୍କ ନୂଆ ନିର୍ଦେଶ ଆସିଛି । ଏହା ଅନୁଯାୟୀ ଆମେ କାମ କରୁଛୁ । କ୍ୟାପିଟାଲ ହସ୍ପିଟାଲରେ ଏବେ ରୋଗୀଙ୍କ ଚିକିତ୍ସା ଲାଗି ହସ୍ପିଟାଲ ପରିସରରେ ସିଙ୍ଗଲ ୱଣ୍ଡୋ ଟ୍ରିଟମେଣ୍ଟ ବ୍ୟବସ୍ଥା କରଯାଇଛି । ସେଠାରେ ରୋଗୀମାନେ ଟିକେଟ କାଟିବା ଠୁ ଆରମ୍ଭ କରି ଚିକିତ୍ସା ଯାଏ ସବୁ ସୁବିଧା ପାଇପାରିବେ ।
କ୍ୟାପିଟାଲ ହସ୍ପିଟାଲ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଗୃହ ସଂଗରୋଧ ଗାଇଡ୍‌ଲାଇନ୍‌ ସାମାନ୍ୟ ଲକ୍ଷଣ ଓ ଲକ୍ଷଣହୀନ ଗୃହ ସଂଗରୋଧରେ ରହିପାରିବେ। ୬୦ ବର୍ଷରୁ ଊର୍ଦ୍ଧ୍ବ, ବହୁ ରୋଗ ଥିବା ଲୋକଙ୍କ ପାଇଁ ସର୍ତ୍ତମୂଳକ ଅନୁମତି। ଡାକ୍ତରଙ୍କ ପରୀକ୍ଷାନୀରିକ୍ଷା ପରେ ମିଳିବ ଗୃହ ସଂଗରୋଧ ଅନୁମତି। ଟେଷ୍ଟ ପଜିଟିଭ ଆସିବାର ୭ ଦିନ ପର୍ଯ୍ୟନ୍ତ ଗୃହ ସଂଗରୋଧ। ୭ ଦିନ ଭିତରେ ଲଗାତାର ୩ ଦିନ ଜ୍ବର ନ ଆସିଲେ ସରିବ ସଂଗରୋଧ। ୩ ଦିନ ଜ୍ବର ନ ଆସିଲେ ୭ ଦିନ ପରେ ଆଉ ଟେଷ୍ଟ ଆବଶ୍ୟକ ନାହିଁ।କଟକ-ଏସସିବି ମେଡିକାଲ କରୋନା ସଂକ୍ରମଣ ର ମୁକାବିଲା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ । ଏବେ 600 ଶଯ୍ୟା ରହିଛି। ସେଥିରୁ 140 ଆଇସିୟୁ । ଚାରି ଓପିଡି ସ୍ବାଭାବିକ ଭାବେ କାମ କରୁଛି। ଗୁରୁବାର ରୋଗୀଙ୍କ ଚିକିତ୍ସା ସଠିକ ଭାବେ ଚାଲିଛି। ଡାଏଲୋସିସ ମଧ୍ୟ ଚାଲିଛି। ଇକମୋ ଚିକିତ୍ସା ରେ କେହି ରୋଗୀ ନାହାନ୍ତି । ପ୍ରତିଦିନ 100ରୁ 110 କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି । ଅତି ଜରୁରୀ ହେଲେ ନୂଆ ରୋଗୀ ଆସନ୍ତୁ। ନ ହେଲେ ଟେଲି ମେଡିସିନ ଜରିଆରେ ପରାମର୍ଶ ନିଅନ୍ତୁ । ଏସସିବି ଅଧିକ୍ଷକ ଡକ୍ଟର ଦତ୍ତେଶ୍ବର ହୋତା ଓ ଅଧ୍ୟକ୍ଷ ଲୁସି ଦାସଙ୍କ ସୂଚନା। ବାଇଟ- ଡାକ୍ତର ଧନଞ୍ଜୟ ଦାସ, ଡେପୁଟି ସୁପରିଟେଣ୍ଡାଣ୍ଟ,

ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ରଙ୍କ ପ୍ରତିକ୍ରିୟା…

( ) ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ରଙ୍କ ପ୍ରତିକ୍ରିୟା । ହସ୍ପିଟାଲରେ ସବୁବେଳେ ଅଧିକ ଗହଳି ହୁଏ । ଏଠାରେ ସଂକ୍ରମଣର ଅଧିକ ଆଶଙ୍କା ରହିଛି । ତେଣୁ ଅତି ଦରକାର ନଥିଲେ ରୋଗୀମାନେ ହସ୍ପିଟାଲକୁ ବାରମ୍ବାର ଆସନ୍ତୁ ନାହିଁ । ଯେଉଁମାନଙ୍କ ସାଧାରଣ ରୋଗ ରହିଛି, ସେମାନଙ୍କ ଲାଗି ଟେଲିମେଡିସିନ ସେବା ଆରମ୍ଭ ହୋଇଛି । ସେଠି ଯୋଗାଯୋଗ କରି ସେମାନେ ଔଷଧ ନେଇପାରିବେ । ଏମିତିକି ଓପିଡିର ଆଟେଣ୍ଡାନ୍ସ କମାଇବାକୁ ବି କୁହାଯାଇଛି । ହସ୍ପିଟାଲରେ ମାଇନର ସର୍ଜରୀ ନୁହେଁ, ଏବେ କେବଳ ଜରୁରୀକାଳୀନ ସର୍ଜରୀକୁ ପ୍ରାଥମିକତା ଦିଆଯିବ । ଯେଭଳି ରାଜ୍ୟରେ ସଂକ୍ରମଣ ନ ବଢ଼ିବ, ସେଥିଲାଗି ଏଭଳି କଟକଣା ଲଗାଯାଇଛି । ଏହି କଟକଣା ରୋଗୀଙ୍କ ଭଲ ପାଇଁ କରାଯାଇଛି ।
ରାଜ୍ୟରେ ସଟଡାଉନ ଓ ଲକଡାଉନ ଆବଶ୍ୟକ କି ବୋଲି ପ୍ରଶ୍ନରେ ସ୍ୱାସ୍ଥ୍ୟ ନିର୍ଦେଶକ କହିଛନ୍ତି, 10 ହଜାର, 12 ହଜାର ଦୈନିକ ସଂକ୍ରମଣରେ ଦ୍ୱିତୀୟ ଲହରର ପ୍ରଭାବ ଦେଖନ୍ତୁ, ଏଥରର ପ୍ରଭାବ ଦେଖନ୍ତୁ । ସବୁଦିଗକୁ ଧ୍ୟାନରେ ରଖି ସରକାର ଉଚିତ ପଦକ୍ଷେପ ନେଉଛନ୍ତି । ସରକାର କଣ ପଦକ୍ଷେପ ନେଉଛନ୍ତି, ଆମେ ତାହାକୁ ଅପେକ୍ଷା କରିବା । ଆମେ ବାରମ୍ବାର କହୁଛୁ, ସଂକ୍ରମଣ ବଢ଼ୁଛି । ସମ୍ଭାବ୍ୟ ସିଭିୟରିଟିକୁ ନଜରରେ ରଖି ଭିତ୍ତିଭୂମି ପ୍ରସ୍ତୁତ କରି ରଖୁଛୁ । ସର୍ଭେଲାନ୍ସ ଚାଲିଛି, ଟୀକାକରଣ ଚାଲିଛି । ଗତ ବର୍ଷ ଏହି ପଜିଟିଭ ହାର ଓ ଏବର୍ଷର ହାର ଦେଖିଲେ, ଜାଣିପାରିବେ କେତେ ହସ୍ପିଟାଲାଇଜେସନ ଆବଶ୍ୟକ ହେଉଛି ? ହସ୍ପିଟାଲ କ୍ଷେତ୍ରରେ ରାଜ୍ୟ ଭଲ ସ୍ଥିତିରେ ଅଛି । ସରକାର ଉଚିତ ପଦକ୍ଷେପ ନେଉଛନ୍ତି । ଆବଶ୍ୟକ ପଡ଼ିଲେ ଆଗକୁ ଟେଷ୍ଟିଂ ବଢ଼ାଯିବ, ନଚେତ କମାଯିବ ।
ବାଇଟ- ଡାକ୍ତର ବିଜୟ ମହାପାତ୍ର, ସ୍ୱାସ୍ଥ୍ୟ ନିର୍ଦେଶକ

ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ବଢ଼ିଲା…

ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଚାକିରୀ କାଳ ଆଉ ଛଅ ମାସ ସମ୍ପ୍ରସାରଣ ପ୍ରସ୍ତାବକୁ ଅନୁମୋଦନ କଲେ କେନ୍ଦ୍ର ସରକାର | ଆସନ୍ତା ଫେବୃଆରୀ 28 ରେ ଅବସର ଗ୍ରହଣ କରିଥାନ୍ତେ ସୁରେଶ ଚନ୍ଦ୍ର ମହାପାତ୍ର |

ଆସନ୍ତା 2 ମାସ କରୋନା ସଂକ୍ରମଣ ବଢ଼ିକି ରହିବ…

( )ଆସନ୍ତା 2 ମାସ କରୋନା ସଂକ୍ରମଣ ବଢ଼ିକି ରହିବ ।
ଅନ୍ୟ ଦେଶରେ ମଧ୍ୟ ସଂକ୍ରମଣ ବ୍ୟପୁଛି । ଅଧିକାଂଶ ଆକ୍ରାନ୍ତଙ୍କର ସାମନ୍ୟ ଲକ୍ଷଣ ଅଛି । 4ରୁ 5ଟି ଜିଲ୍ଲାରେ ଟିପିଆର ଅଧିକ ଅଛି । କିନ୍ତୁ ମୃତ୍ୟୁ, ହସ୍ପିଟାଲାଇଜେସନ ଓ ଆଇସିୟୁ ଆବଶ୍ୟକତା କମ ରହୁଛି । ଗତକାଲି ମୁଖ୍ୟମନ୍ତ୍ରୀ ସମୀକ୍ଷା କରି ସମସ୍ତ ଜିଲ୍ଲାପାଳ ମାନଙ୍କୁ ଆବଶ୍ୟକ ଅନୁସାରେ କ୍ଲଷ୍ଟର କଣ୍ଟେନମେଣ୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରୋଗୀ ସଂଖ୍ୟା ଦେଖି ବେଡ଼ ସଂଖ୍ୟା ବଢ଼ାଯିବ । ଡାକ୍ତର ନିରଞ୍ଜନ ମିଶ୍ର,ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ।

ରାଜ୍ୟରେ ଜାରି ରହିଛି ପ୍ରିକସନ ଟୀକାକରଣ….

( ) ରାଜ୍ୟରେ ଜାରି ରହିଛି ପ୍ରିକସନ ଟୀକାକରଣ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 96 ହଜାର 684 ଜଣ ଙ୍କୁ ପ୍ରିକସନ ଡୋଜ ଦିଆସରିଛନ୍ତି l 46ହଜାର 109ଜଣ କୁ ଗତକାଲି ପ୍ରିକସନ ଡୋଜ ଦିଆଯାଇଛି l ତା ଭିତରେ ହେଲଥ କେୟାର ୱାର୍କର 20ହଜାର 130 ଜଣ, ଫ୍ରଣ୍ଟ ଲାଇନ ଯୋଦ୍ଧା 12 ହଜାର 133 ଜଣ, 60 ବର୍ଷ ରୁ ଉର୍ଢ଼ ଅଛନ୍ତି 13 ହଜାର 846ଜଣ। ଏହା ସହ 15 ରୁ 18 ବର୍ଷ ମଧ୍ୟରେ ଟୀକାକରଣ ଜାରିରହିଛି ଗତ କଲି ସୁଦ୍ଧା 79ହଜାର 527ଜଣ କିଶୋରଙ୍କୁ ଟୀକା ଦିଆଯାଇଛି l ବର୍ତ୍ତମାନ ସୁଦ୍ଧା 8ଲକ୍ଷ 5 ହଜାର 553 ଜଣ ଟୀକା ନେଇଛନ୍ତି। ଯାହା ଟାର୍ଗେଟ ର 34% l ଆଜି ସୁଦ୍ଧା ରାଜ୍ୟରେ 5 କୋଟି 32 ଲକ୍ଷ 13 ହଜାର ଟୀକା ଦିଆସାରିଲାଣି। ପ୍ରଥମ ଡୋଜ 92 ପ୍ରତିସତ ଓ ଦ୍ୱିତୀୟ ଡୋଜ ଯେଉଁମାନଙ୍କର ଡିୟୁ ହୋଇଛି ସେମାନଙ୍କୁ 90 ପ୍ରତିସତ ଟୀକା ଦିଆସାରିଛି ।ସଂକ୍ରମଣ ଦ୍ରୁତ ଗତିରେ ବଢୁଛି ତେଣୁ ସଂକ୍ରମଣ କୁ ପ୍ରତିହତ କରିବା ପାଇଁ ଟୀକାକରଣ କୁ ଆହୁରି ବଢ଼ାଇବାକୁ କୁ କୁହାଯାଇଛି ସେହି ଅନୁସାରେ ଯେତିକି ପ୍ରଥମ ଡୋଜ ନେଇନାହାନ୍ତି ସେମାନଙ୍କୁ ଘରକୁ ଘର ବୁଲି ଚି଼ହ୍ନଟ କରାଯାଇ ଟୀକାଦିଆଯାଉଛି l ଦ୍ୱିତୀୟ ଡୋଜ ଡିୟୁ ବି ଯାହାର ହୋଇସାରିଛି ସେମାନଙ୍କର ତାଲିକା ଅନୁସାରେ ଟୀକା ଦିଆଯାଉଛି l ଏହି ମାସ ଶେଷ ସୁଦ୍ଧା ଦ୍ୱିତୀୟ ଡୋଜ ଟୀକାକରଣ ସାରିବାକୁ ଲକ୍ଷ୍ୟ ରଖିଛି ବିଭାଗ lପ୍ରିକସନ ଡୋଜ ବର୍ତ୍ତମାନ ଟୀକାକରଣ କେନ୍ଦ୍ରରେ ଦିଆଯାଉଛି, ଯଦି ଆଗକୁ ଟୀକାକରଣ କେନ୍ଦ୍ରରେ ଟୀକା ଦେବାରେ ଉର୍ନ୍ନତି ଦେଖାନଦିଏ ତେବେ ଆମେ ଘରକୁ ଘର ବୁଲି ସେମାନଙ୍କୁ ଚି଼ହ୍ନଟ କରି ଟୀକାକରଣ କେନ୍ଦ୍ରରେ ଟୀକାଦେବୁ lପ୍ରତି ବ୍ଲକରେ 10ଟି ମୋବାଇଲ ଭ୍ୟାକସିନେସନ କ୍ଲିନିକ କରାଯାଇଛି l ଯେଉଁଠି ଲୋ ଅଛି ସେଠାରେ 12 ଲେଖା ଟିମ ଦିଆହୋଇଛି l ଡିମାଣ୍ଡ ଅନୁସାରେ ଟିମ ଯାଇକି ଟୀକା ଦେଉଛନ୍ତି ବ୍ଲକସ୍ତର ରେ lଟୀକାକରଣ କ୍ଷେତ୍ରରେ ଗଜପତି, ସୁନ୍ଦରଗଡ଼, କଟକ,ଅନୁଗୁଳ, ମୟୁରଭଞ୍ଜ ଜିଲ୍ଲାରେ ଟୀକାକରଣ ଗତି କମ ରହିଛି l ପ୍ରଥମ ଡୋଜ କମ ଥିବା ଜିଲ୍ଲା ଗୁଡିକ ହେଲା ଗଜପତି, ସୁନ୍ଦରଗଡ଼,କଟକ ଓ ଅନୁଗୁଳ ଦ୍ୱିତୀୟ ଡୋଜରେ ମୟୁରଭଞ୍ଜ ଜିଲ୍ଲା କମ ରହିଛି l ଏହାକୁ ମୁଖ୍ୟଶାସନ ସଚିବ ଙ୍କ ସହ ମୁଖ୍ୟମନ୍ତ୍ରୀ ମଧ୍ୟ ଅନୁଧ୍ୟାନ କରୁଛନ୍ତି ଆଗକୁ ଏହି ଜିଲାରେ ଟୀକାକରଣ ବଢିବାର ଆଶା ରଖାଯାଇଛି l

ବାଇଟ – ବିଜୟ ପାଣିଗ୍ରାହୀ, ପରିବାର କଲ୍ୟାଣ ନିର୍ଦେଶକ

ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦଙ୍କୁ ମିଳିଲା ସମ୍ମାନଜନକ ଡିଲିଟ ଉପାଧି…

( ) ବର୍ଷୀୟାନ ଅଭିନେତା ତଥା ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦଙ୍କୁ ମିଳିଲା ସମ୍ମାନଜନକ ଡିଲିଟ ଉପାଧି । ମହାରାଷ୍ଟ୍ର ପୁନେସ୍ଥିତ MIT ଆର୍ଟ ଡ଼ିଜାଇନିଂ ଆଣ୍ଡ ଟେକ୍ନୋଲୋଜି ବିଶ୍ଵବିଦ୍ୟାଳୟ ତରଫରୁ ଦିଆଯାଇଛି ଏହି ସମ୍ମାନ । ଓଡ଼ିଶା ଚଳଚ୍ଚିତ୍ର ଜଗତରେ ତାଙ୍କର ଅବଦାନ ଲାଗି ମିଳିଛି ଏ ସମ୍ମାନ । ପ୍ରଶାନ୍ତ ନନ୍ଦ କହିଛନ୍ତି, 2021 ଡିସେମ୍ବର 29ରେ ମୋ ପାଖକୁ ଚିଠି ଆସିଥିଲା । ସେଥିରେ କୁହାଯାଇଥିଲା, ଚଳଚ୍ଚିତ୍ର ଜଗତରେ ଅବଦାନ ଲାଗି ମୋତେ ଡିଲିଟ ଦେବାକୁ । ମୁଁ ସମ୍ମତି ମଧ୍ୟ ଜଣାଇଥିଲି । 60 ଦଶକରୁ 2021 ମସିହା ଯାଏ ଚଳଚ୍ଚିତ୍ର ଜଗତ ସହ ଜଡ଼ିତ । ସେ ଦୃଷ୍ଟିରୁ ମୋତେ ଏହି ଡିଲିଟ ମିଳିଛି ବୋଲି ଅଭିନେତା ଓ ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦ କହିଛନ୍ତି l

ରାଜ୍ୟରେ ଓମିକ୍ରନ୍ ସଂଖ୍ୟା ୧୭୦…କେବେ କେତେ ଜଣ ପଢନ୍ତୁ…

( )ରାଜ୍ୟରେ ଦ୍ରୁତ ଗତିରେ ବଢୁଛି ଓମିକ୍ରନ।ସବୁ ଜିଲ୍ଲାରେ ଓମିକ୍ରନ ତାର କାୟା ବିସ୍ତାର କରିଚାଲିଛି। ଆସନ୍ତୁ ଜାଣିବା କେଉଁଠି କେତେଜଣ ଓମିକ୍ରନ ଆକ୍ରାନ୍ତ ହୋଇଛନ୍ତି।

ଓଡ଼ିଶାର ଓମିକ୍ରନ ଆକ୍ରାନ୍ତଙ୍କ ତଥ୍ୟ
ଡିସେମ୍ବର ୨୧ ତାରିଖ – ୨
ଡିସେମ୍ବର ୨୩ ତାରିଖ – ୨
ଡିସେମ୍ବର ୨୬ ତାରିଖ – ୪
ଡିସେମ୍ବର ୨୯ ତାରିଖ – ୧
ଡିସେମ୍ବର ୩୦ ତାରିଖ – ୫
ଜାନୁଆରୀ ୨ ତାରିଖ – ୨୩
ଜାନୁଆରୀ ୫ ତାରିଖ – ୨୪
ଜାନୁଆରୀ 8 ତାରିଖ -14
ଜାନୁଆରୀ 10 ତାରିଖ 28
ଜାନୁଆରୀ 12 ତାରିଖ 67
ମୋଟ ସଂଖ୍ୟା – 170

ଟିକାକରଣକୁ ଯୋରଦାର କରିବା ଉପରେ ଗୁରୁତ୍ବ…

( )କୋଭିଡ ସମୀକ୍ଷା ଆଗାମୀ କିଛି ସପ୍ତାହ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ, ସତର୍କ ରହିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ।

ଟିକାକରଣକୁ ଯୋରଦାର କରିବା ଉପରେ ଗୁରୁତ୍ବ।

{ }ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ରାଜ୍ୟରେ କୋଭିଡ ପରିସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସାରା ଦେଶରେ କୋଭିଡ-୧୯ର ତୃତୀୟ ଲହର ଖୁବ ଜୋରରେ ବ୍ୟାପି ଚାଲିଛି । ଓଡିଶାରେ ମଧ୍ୟ ସଂକ୍ରମଣ ଦ୍ରୁତ ଗତିରେ ବଢୁଛି । ତେଣୁ ଆଗାମୀ କିଛି ସପ୍ତାହ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ବର୍ଣ୍ଣନା କରି ସତର୍କ ରହିବା ପାଇଁ ଉଭୟ ଜନସାଧାରଣ ଓ ପ୍ରଶାସନକୁ ପରାମର୍ଶ ଦେଇଛନ୍ତି । ଜନସାଧାରଣଙ୍କୁ ଏହି ପରିପ୍ରେକ୍ଷୀରେ କୋଭିଡ ନିୟମକୁ କଡାକଡି ଭାବରେ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯଦିଓ ତୃତୀୟ ଲହରରେ ବର୍ତ୍ତମାନ ସୁଦ୍ଧା hospitalization ବହୁତ କମ୍‌ ରହିଛି, ତଥାପି ଆମକୁ ଭବିଷ୍ୟତ ପାଇଁ ସଂପୂର୍ଣ୍ଣ ଭାବରେ ପ୍ରସ୍ତୁତ ରହିବାକୁ ପଡିବ । ସେହିପରି ରାଜ୍ୟରେ ଟିକାକରଣ କାର୍ଯ୍ୟକ୍ରମ ସନ୍ତୋଷଜନକ ରହିଥିଲେ ମଧ୍ୟ ଆଦୌ ଟିକା ନେଇ ନ ଥିବା ତଥା ଦ୍ବିତୀୟ ଡୋଜ ନେଇ ନ ଥିବା ଲୋକମାନଙ୍କର ଟିକାକରଣକୁ ଜୋରଦାର କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏହିସହିତ ବରିଷ୍ଠ ନାଗରିକ ତଥା ସମୂଖ ଯୋଦ୍ଧା ମାନଙ୍କର ଟିକାକରଣ ଖୁବ ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଥଲେ ଏବଂ ଏହା ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ବିଶେଷ ସହାୟକ ହେବ ବୋଲି କହିଥିଲେ ।ପୂର୍ବ ଥର ଭଳି ଏଥର ମଧ୍ୟ ସଚେତନତା କାର୍ଯ୍ୟକ୍ରମ ବ୍ୟାପକ କରାଯିବା ଏବଂ ଏଥିରେ ମିଶନ ଶକ୍ତି ଗ୍ରୁପ ମାନଙ୍କୁ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ସେହିପରି କୋଭିଡ ନିୟମର କଡାକଡି ଅନୁପାଳନ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ ।ଯେହେତୁ ବର୍ତ୍ତମାନର ଲହରରେ ସଂକ୍ରମିତ ଅଧିକାଂଶ ବ୍ୟକ୍ତି ନିଜ ଘରେ ପୃଥକୀକରଣ ରହିଛନ୍ତି, ତେଣୁ ଆମକୁ ତଦାରଖ ବ୍ୟବସ୍ଥାକୁ ସୁଦୃଢ କରିବାକୁ ପଡିବ ଏବଂ ଏଥିପାଇଁ Rapid Response Team ଓ କ୍ଷେତ୍ରସ୍ତରୀୟ କର୍ମଚାରୀମାନେ ନିଜ ଘରେ ପୃଥକୀକରଣରେ ଥିବା ରୋଗୀ ମାନଙ୍କୁ ନିୟମିତ ଯୋଗାଯୋଗରେ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।ଆଲୋଚନାରେ ଅଂଶଗ୍ରହଣ କରି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଜିଲ୍ଲାସ୍ତରରେ କୋଭିଡ ସଂକ୍ରମଣ ନିୟନ୍ତ୍ରଣ ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ । ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଆର.କେ. ଶର୍ମା ରାଜ୍ୟରେ କୋଭିଡ ସ୍ଥିତି ଓ ଏହାର ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ଏକ ଉପସ୍ଥାପନା ରଖିଥିଲେ । କମ୍‌ ହସ୍‌ପିଟାଲାଇଜେନ ସତ୍ତ୍ବେ ଦ୍ବିତୀୟ ଲହର ଠାରୁ ଅଧିକ ସଂଖ୍ୟକ ବେଡ ମହଜୁଦ ରଖାଯାଇଛି ଏବଂ ତା ସହିତ ଅକ୍‌ସିଜେନ, ଭେଣ୍ଟିଲେଟର ଆଦି ବ୍ୟବସ୍ଥାକୁ ସକ୍ରିୟ ରଖାଯାଇଛି । ଟିକାକରଣ କ୍ଷେତ୍ରରେ ରାଜ୍ୟର ପଦର୍ଶନ ସଂପର୍କରେ ସୂଚନା ଦେଇ ଶ୍ରୀ ଶର୍ମା କହିଥିଲେ ଯେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୯୧.୮ ପ୍ରତିଶତ ଲୋକ ପ୍ରଥମ ଡୋଜ ଟିକା ନେଇଥିବା ବେଳେ, ଦ୍ବିତୀୟ ଡ଼ୋଜର ହାର ୬୮.୪ ପ୍ରତିଶତ ରହିଛି । ସେହିପରି ୩୦.୭ ପ୍ରତିଶତ ୧୫ ରୁ ୧୮ ବର୍ଷ ବୟସର ପିଲା ମଧ୍ୟ ଟିକା ନେଇସାରିଲେଣି । ତେଣୁ ଟିକାକରଣକୁ ସଂପୂର୍ଣ୍ଣ କରିବା ପାଇଁ ତୁରନ୍ତ ପଦକ୍ଷେପ ନିଆଯାଉଛି ବୋଲି ସେ ସୂଚନା ଦେଇଥିଲେ ।ଭୁବନେଶ୍ବର ମହାନଗର ନିଗମ କଟକ ମହାନଗର ନିଗମର ମ୍ୟୁନିସପାଲଟି କମିଶନର ଦ୍ବୟ ତଥା ସମ୍ବଲପୁର ଓ ସୁନ୍ଦରଗଡର ଜିଲ୍ଲାପାଳ ସେମାନଙ୍କ ଅଞ୍ଚଳର ସ୍ଥିତି ସଂପର୍କରେ ଅବଗତ କରାଇଥିଲେ ।କୋଭିଡ ନିୟମ ଅନୁପାଳନର କଡ଼ାକଡ଼ି ତଦାରଖ ପାଇଁ ରାଜ୍ୟ ପୋଲିସ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ସୁନୀଲ ବନ୍ ଶଲ ମୁଖ୍ୟମନ୍ତ୍ରୀ ଙ୍କୁ ଅବଗତ କରିଥିଲେ ।ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚଳନା କରିଥିଲେ ।ଉନ୍ନୟନ କମିଶନର ତଥା ସ୍ବତନ୍ତ୍ର ରିଲିଫ କମିଶନର ଶ୍ରୀ ପି.କେ. ଜେନା ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ ।

ଆରପାରିରେ ଲୋକପ୍ରିୟ ଅଭିନେତା ମିହିର ଦାସ…

( )ବର୍ଷିୟାନ ଅଭିନେତା ମିହିର ଦାସଙ୍କ ପରଲୋକ l ୬୩ ବୟସ ରେ ତାଙ୍କର ଦେହାନ୍ତ ହୋଇଛି l ଅନେକ ଦିନ ଧରି କିଡ଼ିନ ରୋଗରେ ପୀଡିତ ଥିଲେ l ତାଙ୍କର ବିୟୋଗରେ ଶୋକର ଛାୟା ଖେଳିଯାଇଛି ପୁରା ଓଡ଼ିଆ ସିନେମା ଜଗତରେ l

କୋଭିଡ଼ି ଭିତରେ ପଂଚାୟତ ନିର୍ବାଚନ ପାଇଁ କେତେକ ବାରଣ…

( ) ୫ଟି ପର୍ଯ୍ୟାୟରେ ହେବ ନିର୍ବାଚନ, ୧୬, ୧୮, ୨୦, ୨୨, ୨୪ ଫ୍ରେବୁୟାରୀ ଭୋଟ ଗ୍ରହଣ ତାରିଖ।

ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ।

ଭୋଟ ଗ୍ରହଣ ସରିଲେ ବ୍ଲକ ସ୍ତରରେ ହେବ ଭୋଟ ଗଣତି।

ପ୍ରାର୍ଥୀ ଭୁଲ ତଥ୍ୟ ଦେଇଥିଲେ ଦଣ୍ଡିତ ହେବେ।

କୋଭିଡ୍ ନିୟମ ଅନୁସାରେ ନିର୍ବାଚନ ଅନୁଷ୍ଠିତ ହେବ।

ପଦଯାତ୍ରା, ବାଇକ୍ ଓ ସାଇକେଲ୍ ଶୋଭାଯାତ୍ରା ମନା।

ଭର୍ଚୁଆଲ ଓ ଡିଜିଟାଲ ପ୍ଲାଟଫର୍ମରେ ପ୍ରଚାର କରିବେ ପ୍ରାର୍ଥୀ।

କେବଳ ୫ଜଣଙ୍କୁ ନେଇ ଘର ଘର ବୁଲି ପ୍ରଚାର କରିବାକୁ ଅନୁମତି।

ଆଜି ଠୁ ଆଦର୍ଶ ଆଚରଣ ବିଧି ଲାଗୁ।

ତିନୋଟି ପର୍ଯ୍ୟାୟରେ ଭୋଟ ଗଣତି, on Feb : 26, 27 & 28 ।

Follow us

20,832FansLike
0FollowersFollow
14,700SubscribersSubscribe

Latest news