ଚିନ୍ତନ ଶିବିରରେ ଯୋଗ ଦେବେ ନିରଞ୍ଜନ ପଟ୍ଟନାୟକ…

()ଚିନ୍ତନ ଶିବିରରେ ଯୋଗ ଦେବେ ନିରଞ୍ଜନ ପଟ୍ଟନାୟକ…. ରାଜ୍ୟସ୍ଥାନର ଉଦୟପୁରରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଚିନ୍ତନ ଶିବିର… କିଛି ବର୍ଷ ହେବ କଂଗ୍ରେସର କିଛି ମୁମମେଣ୍ଟ ନାହିଁ ବୋଲି ଗଣମାଧ୍ୟମକୁ ନିରଞ୍ଜନ ପ୍ରତିକ୍ରିୟା ଦେଇଛନ୍ତି… ସେ ଆହୁରି ମଧ୍ୟ କହିଛନ୍ତି ଦଳକୁ ଅଧିକ କ୍ରିୟାଶୀଳ ଓ ଗତିଶୀଳ କରିବା ପାଇଁ ମୁଁ ଚିନ୍ତନ ଶିବିରରେ ପ୍ରସ୍ତାବ ଦେବି…. ବିଭିନ୍ନ ଦଳ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜନୀତି କରୁଛନ୍ତି…. କିଏ ଓବିଶି, କିଏ ଦଳିତ, କିଏ ରଥଯାତ୍ରା ତ କିଏ ବ୍ରାଷ୍ଟାଚାରଙ୍କୁ ମୁଦା କରି ଆଗକୁ ବଢୁଥିବା ବେଳେ କଂଗ୍ରେସ କଣ କରୁଛି ବୋଲି ପ୍ରଶ୍ନ କରିଛନ୍ତି ନିରଞ୍ଜନ….ବ୍ରଜରାଜନଗର ଉପନିର୍ବାଚନ ପ୍ରସଙ୍ଗରେ ନିରଞ୍ଜନ ନିଜ ପ୍ରତିକ୍ରିୟାରେ କହିଛନ୍ତି ବ୍ରଜରାଜନଗର ଉପନିର୍ବାଚନ ପାଇଁ ସମସ୍ତ ଆଲୋଚନା ସାରିଛି…. ଷ୍ଟାର ପ୍ରଚାରକା ତାଲିକା ପ୍ରସ୍ତୁତ ହୋଇସାରିଛି…40 ଜଣଙ୍କୁ ଏହି ପ୍ରଚାର ତାଲିକାରେ ସାମିଲ କରାଯାଇଛି… ଛତିଶଗଡର କିଛି ମନ୍ତ୍ରୀ, ଓଡ଼ିଶାରେ ଯେଉଁମାନଙ୍କର ନା ରଖାଯାଅ ତାଙ୍କ ନାମ ମଧ୍ୟ ରଖାଯିବ…. ଉପନିର୍ବାଚନ ପ୍ରଚାରରେ ନିରଞ୍ଜନ ସାମିଲ ହେବେ କି ନାହିଁ ପ୍ରଶ୍ନରେ ନିରଞ୍ଜନ କହିଛନ୍ତି ମୁଁ ଆକ୍ଟିଭ ଅଛି…କଂଗ୍ରେସ ଲୋକ ହିସାବରେ ମୁଁ ବି ନିର୍ବାଚନ ପ୍ରଚାରକୁ ମୈଦାନକୁ ଓଲ୍ଲାଇବି… ଚିନ୍ତନ ଶିବିର ପରେ କଂଗ୍ରେସର ରୂପରେଖ ନିଶ୍ଚିନ୍ତ ପରିବର୍ତନ ହେବ… ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ମୁଁ ପିସିସି ପାଦରେ ନ ରହିବାକୁ ରାହୁଲ ଗାନ୍ଧୀଙ୍କୁ କହିଛି…. ମୁଁ ରହିକି ଯଦି କଂଗ୍ରେସଙ୍କୁ ଗତିଶୀଳ କରିପାରିବି ନାହିଁ ତେଣୁ ମୁଁ ରହିକି ଲାଭ କଣ ତେଣୁ ଅନ୍ୟ ନେତାଙ୍କୁ ପିସିସି କରାଯାଉ….2024 ରେ ଦିଲ୍ଲୀସହ ଓଡ଼ିଶାରେ ମଧ୍ୟ କଂଗ୍ରେସ ସରକାର ଆସିବ ବୋଲି ନିରଞ୍ଜନ କହିଛନ୍ତି…. ଶ୍ରୀମନ୍ଦିର ପରିକ୍ରମା ପ୍ରସଙ୍ଗରେ ନିରଞ୍ଜନ କହିଛନ୍ତି ଉଭୟ ବିଜେଡି ଓ ବିଜେପି ଦଳ ଏହି ପ୍ରସଙ୍ଗରେ ରାଜନୀତି କରୁଛନ୍ତି…. ଯାହା ଉର୍ନତି ହେଉଛି ଆଇନ କାନୁନ ମୁତାବକ ଦେବା ଦରକାର….. ସତ୍ୟତା ସହ କଂଗ୍ରେସ ରହିଛି…. ନିରଞ୍ଜନ ପଟ୍ଟନାୟକ,

ଟଳିଛି ବାତ୍ୟା ବିପଦ…

() ଆଉ କିଛି ସମୟ ମଧ୍ୟରେ ଆନ୍ଧ୍ର ପ୍ରଦେଶର କାକିନାଡ଼ା ଛୁଇଁବ ବାତ୍ୟା।ଅସାନି ଭୀଷଣ ଝଡରୁ ସାମୁଦ୍ରିକ ଝଡରେ ପରିଣତ ହୋଇଛି ବାତ୍ୟା।ଆସନ୍ତା କାଲି ସକାଳ ସୁଦ୍ଧା ବାତ୍ୟା ଅବପାତର ରୂପନେବ ଓ Pranam ହୋଇଯିବ।ଓଡ଼ିଶାର କିଛି କ୍ଷତି ହେବ ନାହିଁ , ସେଭଳି କିଛି ଆଶଙ୍କା ନାହିଁ। ଓଡ଼ିଶାରେ ବର୍ଷା ଅଧିକ ହେବାର ଆଶଙ୍କା ସୃଷ୍ଟି ହେଉନାହିଁ ।ଅଗ୍ନିଶମ ଓ ଓଡ୍ରାଫ ଆଲର୍ଟରେ ରହିଛନ୍ତି ଯଦି ଆବଶ୍ୟକ ପଡେ ତେବେ ସେମାନଙ୍କ ପାଖରେ ସବୁ ସରଞାମ ରହିଛି । କୌଣସି ଅସୁବିଧା ହେବ ନାହିଁ।

ବୈଷୟିକ ଶିକ୍ଷା କ୍ଷେତ୍ରରେ ଆସିବ ରୂପାନ୍ତର: ମୁଖ୍ୟମନ୍ତ୍ରୀ

{} ବୈଷୟିକ ଶିକ୍ଷା କ୍ଷେତ୍ରରେ ଆସିବ ରୂପାନ୍ତର

ଓଡିଶା ବୈଷୟିକ ଶିକ୍ଷା ଓ ଗବେଷଣା ବିଶ୍ବବିଦ୍ୟାଳୟର (OUTR)ହେବ ନବକଳେବର Master planକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ।

ତିନି ବର୍ଷରେ ଖର୍ଚ୍ଚ ହେବ ୧୫୦୦ କୋଟି ଟଙ୍କା

ଆଗାମୀ ୫ ବର୍ଷରେ ୧୦ ହଜାର ଛାତ୍ରଛାତ୍ରୀ ପାଠ ପଢିବାର ସୁଯୋଗ ପାଇବେ।

() ଓଡିଶାର ବୈଷୟିକ ଶିକ୍ଷା କ୍ଷେତ୍ରର ଅଗ୍ରଣୀ ଅନୁଷ୍ଠାନ ଓଡିଶା ବୈଷୟିକ ଶିକ୍ଷା ଓ ଗବେଷଣା ବିଶ୍ବବିଦ୍ୟାଳୟ(OUTR)ର ହେବ ନବକଳେବର । ପୂର୍ବରୁ ଏହା କଲେଜ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍‌ନୋଲୋଜି ବା CET ଭାବେ ପରିଚିତ ଥିଲା। ଭିତ୍ତିଭୂମି ଠାରୁ ଆରମ୍ଭ କରି ମାନବ ସମ୍ବଳର ବିକାଶ ଜରିଆରେ ଏହି ଅନୁଷ୍ଠାନର ହେବ ରୂପାନ୍ତର । ତିନି ବର୍ଷରେ ତିନୋଟି ପର୍ଯ୍ୟାୟରେ ଖର୍ଚ୍ଚ ହେବ ୧୫୦୦ କୋଟି ଟଙ୍କା। କେବଳ ପ୍ରଥମ ବର୍ଷରେ ବିନିଯୋଗ ହେବ ୧୦୦୦ କୋଟି ଟଙ୍କା । IIM, IIT ଓ NIT ପରି ଖ୍ୟାତିସମ୍ପନ୍ନ ବୈଷୟିକ ଅନୁଷ୍ଠାନ ପରି ଏହାର ବିକାଶ କରାଯାଇପାରିବ । ଆଜି OUTR ର ବିକାଶ ସଂପର୍କିତ master plan କୁ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି ।

ବର୍ତ୍ତମାନ OUTRରେ ୪୬୦୦ ଛାତ୍ରଛାତ୍ରୀ ପଢୁଥିବା ବେଳେ ଆଗାମୀ ୫ ବର୍ଷରେ ଯେପରି ୧୦ ହଜାର ଛାତ୍ରଛାତ୍ରୀ ପଢିବାର ସୁଯୋଗ ପାଇବେ, ତାକୁ ଦୃଷ୍ଟିରେ ରଖି ଏହାକୁ IIT ଢାଞ୍ଚାରେ ବିକାଶ କରାଯିବ ।

ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ OUTRର ଭିତ୍ତିଭୂମି, ପରିଚାଳନା, ଶିକ୍ଷାଦାନ ଆଦି ସଂପର୍କରେ ସମୀକ୍ଷା କରିଥିଲେ । ଏହି ବିଶ୍ବବିଦ୍ୟାଳୟକୁ ବୈଷୟିକ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବରେ ଗଢି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଶିକ୍ଷା ଓ ଗବେଷଣାର ଗୁଣାତ୍ମକ ମାନ ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଥିଲେ।ଉଚ୍ଚମାନର ଶିକ୍ଷାଦାନ ଉପରେ ଗୁରୁତ୍ବ ସହ new age technology ପାଇଁ ନୂଆ ନୂଆ ପାଠ୍ୟକ୍ରମ ଖୋଲାଯାଇ ମାନବ ସମ୍ବଳର ବିକାଶ ତଥା ଆନ୍ତଃ ବିଭାଗୀୟ ଗବେଷଣା କାର୍ଯ୍ୟକ୍ରମକୁ ଉତ୍ସାହିତ କରିବା ପାଇଁ ଅଧିକ Centre of Excellence ମଧ୍ୟ ପ୍ରତିଷ୍ଠା କରାଯିବ । ଏହାସହିତ ଶିକ୍ଷାଦାନ ଓ ଗବେଷଣା ପାଇଁ ଦେଶ ବିଦେଶର ବିଶ୍ବବିଦ୍ୟାଳୟ ସହ ମଧ୍ୟ ସହଭାଗିତାରେ କାର୍ଯ୍ୟ କରାଯିବ । ପ୍ରଯୁକ୍ତି ବିଦ୍ୟା ଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ Startup cultureକୁ ଉତ୍ସାହିତ କରିବା ଏବଂ ସେମାନଙ୍କ ଭିତରେ ଉଦ୍ୟୋଗୀ ମନୋଭାବର ବିକାଶ ପାଇଁ ବିଭିନ୍ନ ଅଗ୍ରଣୀ ଶିଳ୍ପାନୁଷ୍ଠାନ ସହଯୋଗରେ Incubation Centreର ମଧ୍ୟ ବିକାଶ କରାଯିବ। ବିଶ୍ବବିଦ୍ୟାଳୟ ମଧ୍ୟରେ ଗବେଷଣା ସହିତ ଯେପରି ନୂଆ ନୂଆ patent ଓ ବୌଦ୍ଧିକ ସମ୍ପତ୍ତି ଅଧିକାର ହାସଲ କରାଯାଇପାରିବ ହୋଇପାରିବ ସେଥିପାଇଁ ସ୍ବତନ୍ତ୍ର ଧ୍ୟାନ ଦିଆଯିବ।ସୂଚନାଯୋଗ୍ୟ ଯେ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ, OUTR (CET) ପରିଦର୍ଶନ କରି ଅଧ୍ୟାପକ ତଥା ଛାତ୍ରଛାତ୍ରୀ ମାନଙ୍କ ସହିତ ଅନୁଷ୍ଠାନର ବିକାଶ ସଂପର୍କରେ ଆଲୋଚନା କରିଥିଲେ ।ସୂଚନାଯୋଗ୍ୟ ଯେ ଏହି ବିଶ୍ବବିଦ୍ୟାଳୟ ୧୯୮୧ ମସିହାରେ ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ଅଧିନରେ College of Engineering & Technology ବା CET ନାମରେ ପ୍ରତିଷ୍ଠିତ ହୋଇଥିଲା। ୨୦୦୧ ମସିହାରେ ଏହା ଭୁବନେଶ୍ବରର ଘାଟିକିଆ ଠାରେ ଥିବା ୧୦୦ ଏକର ବିଶିଷ୍ଟ ନିଜସ୍ବ କ୍ୟମ୍ପସ୍‌କୁ ସ୍ଥାନାନ୍ତରିତ ହୋଇଥିଲା। ଏହା ହେଉଛି ଓଡିଶାର ଏକମାତ୍ର ଅନୁଷ୍ଠାନ ଯାହାକି NAAC A Grade ମାନ୍ୟତା ହାସଲ କରିପାରିଛି। ୨୦୨୧ରେ ଏହା ଏକ ବିଶ୍ବବିଦ୍ୟାଳୟର ମାନ୍ୟତା ପାଇଥିଲା ଏବଂ ଓଡିଶା ବୈଷୟିକ ଶିକ୍ଷା ତଥା ଗବେଷଣା ବିଶ୍ବବିଦ୍ୟାଳୟ ଭାବରେ ନାମିତ ହୋଇଥିଲା ।ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଶ୍ରୀ ହେମନ୍ତ ଶର୍ମା, OUTRର ରୂପାନ୍ତର ସଂପର୍କିତ ଏକ ଉପସ୍ଥାପନା ରଖିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।ବୈଠକରେ OUTRର OSD ଡଃ ରମେଶ ପାତ୍ର ସରକାରଙ୍କ ଲକ୍ଷ୍ୟ ପୂରଣ ଦିଗରେ ନିଷ୍ଠାପର ଉଦ୍ୟମ କରିବେ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ଉପସ୍ଥିତ ଛାତ୍ରଛାତ୍ରୀ ମାନେ ସରକାରଙ୍କ ଏହି ଉଦ୍ୟମ ପାଇଁ ଧନ୍ୟବାଦ ଜଣାଇବା ସହିତ ବିଶ୍ବବିଦ୍ୟାଳୟର ଗୌରବ ବୃଦ୍ଧି ପାଇଁ ଯତ୍ନବାନ ହେବେ ବୋଲି କହିଥିଲେ ।ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ଶ୍ରୀ ପି.କେ. ଜେନା, ଅର୍ଥ ବିଭାଗର ପ୍ରମୁଖ ସଚିବ ଶ୍ରୀ ବିଶାଳ ଦେବ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଉପ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ର ବୈଠକ….

() ରାଜ୍ୟ ନିର୍ବାଚନ ଆୟୋଗ, ଓଡିଶାଙ୍କ ଦ୍ୱାରା ଚଳିତ ବ୍ରଜରାଜନଗର ବିଧାନସଭା କ୍ଷେତ୍ରର ଉପ ନିର୍ବାଚନ ପରିଚାଳନା ସମ୍ପର୍କରେ ଆଦୃତ ଏକ ବୈଠକରେ ବିଜେଡି ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଆଜି ଅପରାହ୍ନ ୪ଟାରେ ମୁଁ ବିଜେଡି ତରଫରୁ ଯୋଗ ଦେଇ ମାର୍ଗଦର୍ଶିକା ସମ୍ପର୍କରେ ଆଲୋଚନା କରିଥିଲି । ପ୍ରାୟ ଏଯାବତର ଭୋଟର ସଂଖ୍ୟା ଅନୁଯାୟୀ ୨ ଲକ୍ଷ ୧୪ ହଜାର ୭୪୫ ଜଣ ଭୋଟର ଏଥିରେ ଅଂଶ ଗ୍ରହଣ କରିବେ । Virtual mode ର Campaign ଏଥିରେ ନିର୍ବାଚନ ଖର୍ଚ୍ଚର ଅନ୍ତର୍ଭୁକ୍ତ କରାଯାଇଛି ଓ ଆଦର୍ଶ ଆଚରଣ ବିଧି ଜୁନ ୩ ଯାଏଁ ବଳବତ୍ତର ରହିବ ବୋଲି ମାନ୍ୟବର ନିର୍ବାଚନ ଆୟୁକ୍ତ ଶ୍ରୀ ସୁଶୀଲ ଲୋହାନୀ ପ୍ରକାଶ କରିଥିଲେ ।

ଅଳକା ମହାନ୍ତି ହେଲେ ବ୍ରଜରାଜନଗର ଉପନିର୍ବାଚନ ର ବିଜେଡି ପ୍ରାର୍ଥୀ…

() ସ୍ବର୍ଗତ କିଶୋର ମହାନ୍ତିଙ୍କ ସ୍ତ୍ରୀ ଅଳକା ମହାନ୍ତି ହେଲେ ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେଡି ର ପ୍ରାର୍ଥୀ। ସବୁ ଲବିକୁ ପଛରେ ପକାଇ “ଅଳକା ମହାନ୍ତି” ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ହୋଇଛନ୍ତି l ୧୧ତାରିଖରେ ସେ ନାମାଙ୍କନ ପତ୍ର ଦାଖଲ କରିବେ l

ପଦ୍ମଶ୍ରୀ ରଜତ କରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶୋକ କହିଲେ: ରାଷ୍ଟ୍ରୀୟ ସମ୍ମାନ ସହ କରାଯିବ ଶେଷକୃତ୍ୟ…

{} ବାଗ୍ମୀ ରଜତ କରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଙ୍କ ଶୋକ।

() ସୁସାହିତ୍ୟିକ, ଜଗନ୍ନାଥ ସଂସ୍କୃତି ର ଅନନ୍ୟ ଗବେଷକ ପଦ୍ମଶ୍ରୀ ରଜତ କରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶୋକବାର୍ତ୍ତା ରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ବର୍ଗତ ରଜତ କର ଓଡ଼ିଆ ସାରସ୍ୱତ ଜଗତକୁ ବହୁ ଭାବରେ ସମୃଦ୍ଧ କରିଯାଇଛନ୍ତି ।ଭଞ୍ଜ ସାହିତ୍ୟରେ ତାଙ୍କର ଅଗାଧ ପାଣ୍ଡିତ୍ୟ ଥିଲା।ଓଡ଼ିଆ ସଂସ୍କୃତି ଓ ପରମ୍ପରା ବିଶେଷ କରି ଜଗନ୍ନାଥ ସଂସ୍କୃତି ର ପ୍ରଚାର ପ୍ରସାର ରେ ତାଙ୍କର ଅବଦାନ ପାଇଁ ସେ ସବୁବେଳେ ସ୍ମରଣୀୟ ହୋଇ ରହିବେ।ତାଙ୍କ ବିୟୋଗରେ ଓଡିଶା ଜଣେ ସୁଯୋଗ୍ୟ ସନ୍ତାନକୁ ହରାଇଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ଶୋକ ସନ୍ତପ୍ତ ପରିବାର କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ପରଲୋକ ଗତ ଆତ୍ମାର ସଦଗତି କାମନା କରିଛନ୍ତି।ପଦ୍ମଶ୍ରୀ ରଜତ କରଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନ ସହ କରାଯିବ।ପଦ୍ମଶ୍ରୀ ସ୍ବର୍ଗତ ରଜତ କରଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନ ର ସହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରଛନ୍ତି।ସୂଚନା ଯୋଗ୍ୟ ଯେ ଆଜି ସନ୍ଧ୍ୟା ରେ ପଦ୍ମଶ୍ରୀ ରଜତ କରଙ୍କ ପରଲୋକ ହୋଇଯାଇଛି।

ଆଉ ନାହାନ୍ତି ପ୍ରସିଦ୍ଧ ଭାଷ୍ୟକାର ପଦ୍ମଶ୍ରୀ ରଜତ କର…

() ଆରପାରିରେ ବରିଷ୍ଠ ସାହିତ୍ୟିକ ପ୍ରସିଦ୍ଧ ଭାଷ୍ୟକାର ପଦ୍ମଶ୍ରୀ ରଜତ କର l ଆଉ ଏକ ଅପୁରଣିୟ କ୍ଷତି ଓଡିଆ ସାହିତ୍ୟ ଜଗତର ଜଣେ ସ୍ରଷ୍ଟା ଆପଣ ,,ରଥଯାତ୍ରାରେ ଆଉ ଶୁଭିବନି ସେହି ବାଗ୍ମିଙ୍କ ସ୍ବର l ଆପଣଙ୍କ ଅବର୍ତ୍ତମାନ ସାହିତ୍ୟ ଜଗତ ପାଇଁ କଳାଦିନ ଟିଏ l

ଓଡିଶାକୁ ଛୁଇଁବ ନାହିଁ ବାତ୍ୟା : ୧୦ରୁ ବର୍ଷା…..

() ବାତ୍ୟା ଅସାନୀ ନେଇ ଏସଆରସିଙ୍କ ସାମ୍ବାଦିକ ସମ୍ମିଳନୀ। ସବୁ ମଡେଲର ଆକଳନ ଅନୁସାରେ ଆନ୍ଧ୍ର କିମ୍ବା ଓଡିଶା କୁ ଛୁଇଁବ ନାହିଁ। ପୁରୀ ଠାରୁ ୯୦ ରୁ ୧୦୦ କିମି ଦୂରରେ ଯିବ। ଏହାର ପ୍ରଭାବରେ ଉପକୂଳ ଓଡିଶାରେ ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବ। ଓଡିଶାରେ ବିଶେଷ କ୍ଷତି ଘଟାଇବ ନାହିଁ। ରାଜ୍ୟ ବିଭିନ୍ନ ସ୍ଥାନରେ ଆଜି ସୁଦ୍ଧା ୫୬ ଟି ବୋଟ ସମୁଦ୍ର ଭିତରେ ଥିଲା। ସବୁ କୂଳକୁ ଆସିଯାଇଛନ୍ତି। ଚିଲିକାରେ ୧୦୦୦ ବୋଟ ଚାଲେ। ୨୫୦ ଟି ଭିତରେ ଥିଲା। ସବୁ କୁଳକୁ ଆସିଛନ୍ତି। କାଲିଠୁ ଚିଲିକା ଡଙ୍ଗା ଚଳାଚଳ ଉପରେ ରୋକ ଲାଗିବ। ଆଇଏମଡି ର ଆକଳନ ଅନୁସାରେ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବ। କିନ୍ତୁ କୌଣସି ସ୍ଥାନରେ ବନ୍ୟା ପରିସ୍ଥିତି ହେବ ନାହିଁ। କିଛି ସହରାଞ୍ଚଳରେ କୃତ୍ରିମ ବନ୍ୟା ସ୍ଥିତି ଦେଖାଦେଇପାରେ। ଏଥିପାଇଁ ୧୮ ଜିଲ୍ଲାର ଜିଲ୍ଲାପାଳ ଙ୍କ ସମେତ ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁର ମୁନିସପାଲ କଭିଶନରଙ୍କୁ ଜଳ ନିଷ୍କାସନ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।ବିଭିନ୍ନ ସ୍ଥାନରେ ଓଡ୍ରାଫ ଟିମ ମୁତୟନ କରାଯାଇଛି। ଗଞ୍ଜାମ ଜିଲ୍ଲାରେ ଦୁଇଟି ଟିମ୍, ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ଏବଂ ସାତପଡ଼ାରେ ଗୋଟିଏ ଲେଖାଏଁ ଟିମ୍, ଭଦ୍ରକ, କେନ୍ଦ୍ରାପଡା ଏବଂ ଜଗତସିଂହପୁର ରେ ଗୋଟିଏ ଲେଖାଏଁ ଓଡ୍ରାଫ ଟିମ ମୁତୟନ କରାଯାଇଛି। ବାଲେଶ୍ବର ରେ ଗୋଟିଏ ଏନଡିଆରଏଫ ଟିମ୍ ରହିବେ। କଚ୍ଚା ଘରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି। ପରିସ୍ଥିତି ଦେଖି ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନଡିଆରଏଫ ପାଇଁ ଅତିରିକ୍ତ ଗାଡି ଆବଶ୍ୟକ ପଡିପାରେ। ତେଣୁ ଗାଡି କୁ ପ୍ରସ୍ତୁତ ରଖାଯାଇଛି। ୧୧ ତାରିଖ ଓଡିଶା ପାଇଁ ଗୁରୁତ୍ୱପୂର୍ଣ୍ଣ। ଗଞ୍ଜାମ ରୁ ପୁରୀ ମଧ୍ୟରେ ଅତିକ୍ରମ କରିବା ବେଳେ ଉପକୂଳ ଓଡିଶାରେ ସାମାନ୍ୟ ପବନ ବହିପାରେ। ବାତ୍ୟା ଓ ବିପଦ ସବୁ ଅଞ୍ଚଳରେ ସମ୍ବେଦନଶୀଳ ଅଲଗା ଅଲଗା ରହିଛି।

ଦିଲ୍ଲୀ ଗଲାବେଳେ କଣ କହିଲେ କଂଗ୍ରେସ ନେତା…?

() ଦିଲ୍ଲୀ ଅଭିମୁଖେ ବାହାରିଲେ କଂଗ୍ରେସ ନେତା ଶରତ ପଟନାୟକ। ପିସିସି ସଭାପତି ରେସରେ ମୁ ନାହିଁ । ଓଡିଶା ପିସିସି ସଭାପତି ଚୟନ ନେଇ ହାଇ କମାଣ୍ଡ ଯାହା ନିଷ୍ପତି ନେବେ ତାହା ଆମେ ସମସ୍ତେ ମାନିବୁ। ସଙ୍ଗଠନ ସମ୍ପର୍କରେ ଆଲୋଚନା କରିବୁ। ହାଇ କମାଣ୍ଡ ଙ୍କୁ ଦଳ ର ସଂଗଠନ ଓ ସୁଦୃଢ ନେଉ ଅବଗତ କରାଇବୁ।ସେପଟେ ଦିଲ୍ଲୀ ଯାତ୍ରା କଲେ କଂଗ୍ରେସନେତା ଜୟଦେବ ଜେନା। ଯିବା ପୂର୍ବରୁ ଗଣମଧ୍ୟମ କୁ ପ୍ରାତିକ୍ରିୟାରେ କହିଛନ୍ତି କେବଳ ପିସିସି ଚୟନ ନେଇ ଆମେ ଦିଲ୍ଲୀ ଯାଉନାହୁଁ ବରଂ 2024 ପାଇଁ ରଣ ନିରୀ ପ୍ରସ୍ତୁତ ହେବ, ଅଗମୀ ନିର୍ବାଚନରେ କେମିତି ଦଳ ମୁକାବିଲା କରାଯିବ ସେ ନେଇ ଆଲୋଚନା କରାଯିବ ଓଡିଶା ରେ କଂଗ୍ରେସ ବର୍ତମାନ ଦୁର୍ବଳ ସ୍ଥିତିରେ ଅଛି। 135 ବର୍ଷର ପୁରୁଣା କଂଗ୍ରେଏ ଦଳକୁ ଓଡିଶା ରେ ମଜବୁତ କ କରାଯିବ । ଦିଲ୍ଲୀ ଗଲେ କଂଗ୍ରେସ ବିଧାୟକ। ସୁର ରାଉତରାୟ ଓ ମହମ୍ମଦ ମୋକିମ ଙ୍କ ଦିଲ୍ଲୀ ଗସ୍ତ। ଆସନ୍ତା କାଲି ରାହୁଲ ଓ ସୋନିଆଙ୍କୁ ଭେଟିବେ। ପିସିସି ସଭାପତି , ବିଧାୟକ ଦଳ ନେତା ପରିବର୍ତନ ସହ 24 ପୂର୍ବରୁ ସଂଗଠନ ସୁଦୃଢ ନିମନ୍ତେ ହେବ ବ୍ୟାପକ ଆଲୋଚନା। ଗତ କାଲି ତାରା ପ୍ରସାଦ ବାହିନୀପତି ଓ ଅଧିରାଜ ମୋହନ ପାଣିଗ୍ରାହୀ ଦିଲ୍ଲୀ ରେ ପହଞ୍ଚିଥିଲେ।

 

 

ନିରଞ୍ଜନଙ୍କ ପରେ କିଏ…?

() କଂଗ୍ରେସକୁ ଘାରିଛି ଘର ସଜାଡ଼ିବା ଚିନ୍ତା । ପ୍ରଭାରୀଙ୍କ କସରତ ପରେ ଦଳର ସଂଗଠନକୁ ନେଇ ମାନସ ମଥଂନ କରିବେ ହାଇକମାଣ୍ଡ । ଆସନ୍ତା ୯ ତାରିଖ ଦିନ ଦଳର ସମସ୍ତ ବିଧାୟକ, ପୂର୍ବତନ ପିସିସି ସଭାପତି ଓ ଦଳର ହେବିଓ୍ବେଟ ନେତାଙ୍କୁ ଭେଟିବେ କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧୀ । ଦଳର ସଂଗଠନକୁ କିପରି ମଜବୁତ କରାଯିବ , କାହାକୁ ପିସିସି ସଭାପତି କରାଯିବ ଓ କଣ କରାଗଲେ ଦଳ ଓଡ଼ିଶାରେ ମଜବୁତ ହେବ ସେନେଇ ଦଳୀୟ ବିଧାୟକ ଓ ବରିଷ୍ଠ ନେତାଙ୍କ ସହ ଓ୍ବାନ ଟୁ ଓ୍ବାନ ଆଲୋଚନା କରିବେ ରାହୁଲ । ନେତାଏ ମଧ୍ୟ ଆଲୋଚନା ବେଳେ ସଂଗଠନର ଦୋଷ ଦୁର୍ବଳା ପ୍ରସଙ୍ଗ ଉଠାଇବେ ବୋଲି କହିଛନ୍ତି । ବିଧାୟକଙ୍କ ମଧ୍ୟରୁ ଜଣକୁ ପିସିସି ସଭାପତି କରିବା ପାଇଁ ଦାବି କରିଛନ୍ତି ବିଧାୟକମାନେ । ଏହାସହ କଂଗ୍ରେସ ବିଧାୟକ ଦଳ ଓ ମୁଖ୍ୟ ସେଚତକ ନେତା ସହ ତୃଣମୂଳ ସ୍ତରରୁ ସଂଗଠନ ପରିବତ୍ତର୍ନ କରିବା ପାଇଁ ବିଧାୟକମାନେ ଦାବି କରିବେ ବୋଲି କହିଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା ପଦରୁ ନରସିଂହ ମିଶ୍ର ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଥିବା ବେଳେ ସଚେତକ ପଦରୁ ତାରା ପ୍ରସାଦ ବାହୀନପତି ଇସ୍ତଫା ଦେଇଛନ୍ତି ।  ବିଧାୟକ ପିସିସି ଚୌକି ପାଇଁ କଂଗ୍ରେସରେ ବିଭିନ୍ନ ଗୋଷ୍ଠି ମଧ୍ୟରେ ଲବି ଜୋରଦାର ହୋଇଛି । ବିଧାୟକ ଗୋଷ୍ଠୀ ବିଧାୟକଙ୍କ ମଧ୍ୟରୁ ଜଣକୁ ଦାବି କରିଛନ୍ତି । ଏହି ରସରେ ଆଗରେ ଅଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିବ ଓ ତାରା ପ୍ରସାଦ ବାହୀନପତି । ସେହିପରି ସଭାପତି ରେସରେ ଶରତ ପଟ୍ଟନାୟକ, ଭକ୍ତ ଦାସ, ସାଂସଦ ସପ୍ତଗିରି ଉଲ୍ଲାକାଭ୍କ ନାଁ ଆଗରେ ରହିଛି । ତେବେ ହାଇକମାଣ୍ଡ କାହାକୁ ପିସିସି ମଙ୍ଗ ଧରାଉଛି ତାହାକୁ ନେଇ କଂଗ୍ରେସ ରାଜନୀତି ଉଷ୍ମ ।

Follow us

20,832FansLike
0FollowersFollow
14,700SubscribersSubscribe

Latest news