()ଟିଭି ପରଦାରେ ନୀତି ଓ ନୈତିକତାର କଥା ବଖାଣୁଥିବା ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ ନିଜସ୍ବ ସ୍ବାର୍ଥ ପାଇଁ ଯେ କେତେ ତଳ ସ୍ତରକୁ ଖସିଯାଇପାରନ୍ତି ତାହାର ପେଡ଼ି ଖୋଲିଛନ୍ତି ବିଜେଡ଼ିର ପୂର୍ବତନ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି ଦାସ)। ଦଳୀୟ ଟିକେଟ ହାତେଇବା ପାଇଁ ପ୍ରଣବ ପ୍ରକାଶ ଦାସଙ୍କ ବାପାଙ୍କୁ ପ୍ରଶଂସା କରିଥିଲେ ଅର୍ଦ୍ଧେନ୍ଦୁ । ତାଙ୍କ ବିଷୟରେ ତଥ୍ୟ ସଂଗ୍ରହ କରି ୩୦ ମିନିଟ ଧରି ବବିଙ୍କ ଆଗରେ ତାଙ୍କର ଗୁଣଗାନ କରଥିଲେ । ଆଶାଥିଲା ବବି ତାଙ୍କୁ ଜଟଣୀ ବିଧାୟକ ପ୍ରାର୍ଥୀ ପାଇଁ ସୁପାରିଶ କରିଦେବେ ନବୀନଙ୍କ ନିକଟରେ । କିନ୍ତୁ ସାଂଗଠନିକ ଦାୟିତ୍ବର ମଙ୍ଗ ଧରିଥିବା ବବି ନିଜର ନୀତି ଓ ନୈତିକତା ଓ ଦାୟିତ୍ବକୁ ଜଳାଞ୍ଜଳି ଦେବାକୁ ଚାହିନଥିଲେ । ସମାନର ସହ ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କ ସଫା ସଫା ଶୁଣାଇଥିଲେ ଟିକେଟ ପାଇଁ ସେ ତାଙ୍କ ନାଁ ସୁପାରିଶ କରିବେନି । ବାସ ତା ପର ଠାରୁ ବବିଙ୍କ ବଦନାମ କରିବାକୁ ଅହରହ ପ୍ରାୟୋଜିତ ଉଦ୍ୟମ କରିଥିଲେ ଅର୍ଦ୍ଧେନ୍ଦୁ । ଏପରି କଥା କହି ପ୍ରଣବ ବରିଷ୍ଠ ସାମ୍ବାଦିକ ଓ ବିଧାୟକ ହେବାକୁ ଇଚ୍ଚା ପ୍ରକାଶ କରିଥିବା ଅର୍ଦ୍ଧେନ୍ଦୁ ଦାସଙ୍କ ଅସଲ ଚରିତ୍ର ପଞ୍ଜିକା ଗଣମାଧ୍ୟମ ଆଗରେ ଖୋଲିଛନ୍ତି । ବିରଜା ହାଟ ବିବାଦରେ ପ୍ରଣବ ଦାସଙ୍କର ନିଜସ୍ବ ସ୍ବାର୍ଥ ଥିବା କିଛି ଗଣମାଧ୍ଯମରେ ପ୍ରକାଶ ପାଇଥିବା ଖବର ଉପରେ ମଧ୍ଯ ପ୍ରତିକ୍ରିୟା ଏହା କହିଛନ୍ତି ବିଜେଡ଼ିର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ । ପ୍ରଣବ ଅଭିଯୋଗ କରିଛନ୍ତି ଯେ ଏବେ ନ୍ଯୁଜ ଅପେକ୍ଷା ଅଧିକ ଭ୍ଯୁଜ ଚାଲିଛି । ମୋ ବିଷୟରେ କହିଲେ ଟିଆରପି ବଢିବ ବୋଲି କିଛି ଗଣମାଧ୍ଯମ ସେହପରି ଖବର ପ୍ରସାରଣ କରୁଛନ୍ତି । ଖବର ପ୍ରକାଶ ପୂର୍ବରୁ ସଂପୃକ୍ତ ଗଣମାଧ୍ଯମ ଅନୁଧ୍ଯାନ କରିବାର ଆବଶ୍ଯକ ଥିଲା । ଯେଉଁଠି ପ୍ରକଳ୍ପ ହେଉଛି ସେଠି ମୋ ପରିବାରର ମଧ୍ଯ ଜମି ଅଛି । ବ୍ଯବସାୟୀଙ୍କ ପାଇଁ ଆବଶ୍ଯକ ହେଲେ ମୁଁ ମୋ ପରିବାରକୁ ବୁଝାଇ ଜମି ହସ୍ତାନ୍ତର କରିବାକୁ ରାଜି କରାଇବି । ଓଏଲଆର କେସରେ ଆମ ମାମୁ ଘରର ତିନି ଏକର ଜମି ୨୦୦୯ ପୂର୍ବରୁ ସରକାର ନେଇ ସାରିଛନ୍ତି । ଅର୍ଦ୍ଧେନ୍ଦୁ ଦାସଙ୍କର ରାଜନୀତିରେ ପ୍ରବଳ ଆଗ୍ରହ ଥିଲା । ସେ ମୋତେ ବିଜେଡି ଟିକେଟ ପାଇବା ପାଇଁ ୫୦ରୁ ଅଧିକ ଥର ଫୋନ କରିଛନ୍ତି । ସେ ମୋତେ ଅଘୋଷିତ ରାଜା ବୋଲି କହିଛନ୍ତି । କିନ୍ତୁ ମୁଁ ଅଘୋଷିତ ନୁହେଁ, ବିଜେଡିର ଘୋଷିତ ସାଙ୍ଗଠନିକ ସମ୍ପାଦକ ଥିଲି । ମୁଁ ତାଙ୍କୁ ଖାଇବାକୁ ଡାକି ଅଧ ଘଣ୍ଟା ଆଲୋଚନା କରିଥିଲି।ଜଟଣୀରୁ ବିଧାୟକ ପ୍ରାର୍ଥୀ ହେବାକୁ ଆଶାୟୀ ଥିଲେ ଅର୍ଦ୍ଧେନ୍ଦୁ । ତାଙ୍କ ନାଁ ସୁପାରିସ କରିବାକୁ ସେ ପ୍ରଣବ ଦାସଙ୍କ ଉପରେ ଚାପ ପକାଇଥିଲେ। ଯାହାକୁ ପ୍ରଣବ ପ୍ରକାଶ ସେତେବେଳେ ଅଗ୍ରାହ୍ଯ କରିଦେଇଥିଲେ। କାରଣ ବିଜେଡିର ପୂର୍ବତନ ବିଧାୟକ ବିଭୂତି ବଳବନ୍ତରାୟ ଦଳର ଜଣେ କର୍ତ୍ତବ୍ଯନିଷ୍ଠ କର୍ମୀ ଥିଲେ। ବିଭୂତିଙ୍କୁ ହତାଦର କରିବାକୁ ମୋ ବିବେକ ବାଧା ଦେଇଥିଲା । ସେହିଦିନଠାରୁ ଅର୍ଦ୍ଧେନ୍ଦୁଙ୍କର ମୋ ଉପରେ ରାଗ ରହିଛି । ଆଗକୁ ମୋ ପରିବାର ବିଷୟରେ କହିବା ପୂର୍ବରୁ ଟିକେ ରିସର୍ଚ୍ଚ କରି କହିବାକୁ ଅର୍ଦ୍ଧେନ୍ଦୁ ଦାସଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଣବ। ପ୍ରଣବ ପ୍ରକାଶ ଦାସ କହିଛନ୍ତି ଯେ ଆମ ସରକାର ଥିବାବେଳେ ଆମେ କଥା କମ କହୁ, କାମ ଅଧିକ କମ କରନ୍ତି । ବାରମ୍ବାର ଅର୍ଦ୍ଧେନ୍ଦୁ ଦାସ ଉର୍ଦ୍ଦେଶ୍ୟମୂଳକ ଭାବେ ମୋ ବିରୋଧରେ କହୁଥିବାରୁ ମୁଁ ବାଧ୍ୟ ହୋଇ ତାଙ୍କ ବିଷୟରେ କହୁଛି । ତାଙ୍କର ବଡ଼ ଇଚ୍ଚାଥିଲା ରାଜନୀତି କରିବାକୁ । ସେ କରନ୍ତୁ । ହେଲେ ଅନ୍ୟକୁ ବଦନାମ କରିବା ପୂର୍ବରୁ ଟିକେ ରିସର୍ଚ୍ଚ କରି କହିବାକୁ ମୁଁ ତାଙ୍କୁ ପରାମର୍ଶ ଦେଉଛି । ତେବେ ଏ ପ୍ରସଙ୍ଗରେ ଅର୍ଦ୍ଧେନ୍ଦୁ ଦାସଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
ସମ୍ ହସ୍ପିଟାଲ୍ରେ ଚଳନଶୀଳ ସ୍କିଲ୍ ଲ୍ୟାବ୍ରେ ଡାକ୍ତରଙ୍କୁ ପ୍ରଶିକ୍ଷଣ ପ୍ରଦାନ
ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଠାରେ ଜନସନ ଆଣ୍ଡ ଜନସନ କମ୍ପାନୀ ଦ୍ୱାରା ଯୋଗାଇ ଦିଆଯାଇଥିବା ଏକ ଚଳନଶୀଳ ସ୍କିଲ୍ ଲ୍ୟାବ୍ରେ ନଭେମ୍ବର ୨୦ ଓ ୨୧ ତାରିଖରେ ଦୁଇଦିନ ଧରି ସର୍ଜନ ଓ ପୋଷ୍ଟ ଗ୍ରାଜୁଏଟ୍ ଛାତ୍ରଛାତ୍ରୀମାନଙ୍କୁ ନେଇ ଶଲ୍ୟ ଚିକିତ୍ସା ବିଷୟରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।
ଏକ ଭଲଭୋ ବସ୍ରେ ସ୍ଥାପିତ ଏହି ସ୍କିଲ ଲ୍ୟାବରେ ୧୦ଟି ୱାର୍କ ଷ୍ଟେସନ ରହିଛି ଓ ଅସ୍ତ୍ରେପଚାର ହୋଇଥିବା ସ୍ଥାନରେ କିପରି ସିଲାଇ କରି କ୍ଷତକୁ ଯୋଡିବାକୁ ପଡେ ଏଥିରେ ସେ ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା ବୋଲି ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର କହିଛନ୍ତି । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସର୍ଜନ ମାନଙ୍କର ଦକ୍ଷତା ବୃଦ୍ଧି ନିମନ୍ତେ ଆୟୋଜିତ ହୋଇଥିଲା ବୋଲି ସେ କହିଥିଲେ । ଉଭୟ ଓପନ ଓ ଲାପାରାସ୍କୋପିକ ସର୍ଜରୀରେ ଏହି ତାଲିମ ସର୍ଜନମାନଙ୍କର ଦକ୍ଷତାକୁ ବୃଦ୍ଧି କରିବ ।ବର୍ତମାନ ନ୍ୟାସନାଲ୍ ମେଡିକାଲ କମିଶନ ଡାକ୍ତର ଓ ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱ ଦେଇ ଏହାକୁ କରିକୁଲମର ଏକ ବିଶେଷ ଅଂଶ ଭାବେ ଗ୍ରହଣ କରିଛି ।
ସର୍ଜରୀ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ପ୍ରକାଶ କୁମାର ସାହୁ କହିଥିଲେ ଯେ ହସ୍ପିଟାଲରେ ଏକ ସେଂଟ୍ରାଲ୍ ସ୍କିଲ ଲ୍ୟାବ୍ ଓ ସର୍ଜରୀ ବିଭାଗର ଏକ ସ୍ୱତନ୍ତ୍ର ସ୍କିଲ ଲ୍ୟାବ ମଧ୍ୟ ରହିଛି ଯେଉଁଠାରେ ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଏ । ଏହି ପ୍ରଶିକ୍ଷଣ ଫଳରେ ସର୍ଜନମାନେ ସେମାନଙ୍କର କାର୍ଯ୍ୟପ୍ରଣାଳୀକୁ ଆହୁରି ଉନ୍ନତ କରିପାରିବେ ।
ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର କାର୍ଯ୍ୟକାରୀ ଡିନ୍ ପ୍ରଫେସର (ଡାକ୍ତର) ସୌମ୍ୟରଂଜନ ଦାସ ମଧ୍ୟ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରିଥିଲେ ।
ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ସମୀର ଦେଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ
ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ, ବରିଷ୍ଠ ନେତା ତଥା କଟକ ପୂର୍ବତନ ବିଧାୟକ ଶ୍ରୀ ସମୀର ଦେଙ୍କ କଟକସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ବର୍ଷ ବୟସ ହୋଇଥିଲା । ସ୍ୱର୍ଗତଃ ଦେ ୧୯୯୫, ୨୦୦୦, ୨୦୦୪ ମସିହାରେ କଟକ ନିର୍ବାଚନମଣ୍ଡଳୀରୁ ଲଗାତର ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେ ୨୦୦୦ରୁ ୨୦୦୪ ନଗର ଉନ୍ନୟନ ମନ୍ତ୍ରୀ ଓ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ଉଚ୍ଚଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ନିିର୍ବାହ କରିଥିଲେ । କଟକ ମହନଗରକୁ ଆଧୁନିକରଣ କରିବାରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ସେ ଜଣେ ସ୍ନେହୀ, ପରୋପକାରୀ ଓ ଦରଦୀ ମଣିଷ ଥିଲେ । ତାଙ୍କ ବିୟୋଗରେ ରାଜ୍ୟ ରାଜନୀତିରେ ଏକ ବଡ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିବା ସହ ଶୋକବ୍ୟକ୍ତ କରିଛନ୍ତି ।
ସ୍ୱର୍ଗତଃ ଦେଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଏଭଳି ଦୁଃଖଦ ସମୟରେ ଶୋକସନ୍ତପ ପରିବାରବର୍ଗ ଏବଂ ବନ୍ଧୁଜନଙ୍କୁ ଅସୀମ ଧୈର୍ଯ୍ୟ ପ୍ରଦାନ କରିବା ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ରାଜ୍ୟ ସଭାପତି ଶ୍ରୀ ସାମଲ ପ୍ରାର୍ଥନା କରିଛନ୍ତି ।
ସାଧାରଣ ଜନତାଙ୍କ ସନ୍ତୋଷ ହିଁ ରାଜନେତା ଙ୍କ ର ସବୁଠାରୁ ବଡ଼ ସମ୍ପତ୍ତି. ନବୀନ ପଟ୍ଟନାୟକ
ଆଜି ବିଶିଷ୍ଟ ଜନ ନେତା ହରିଶ୍ଚନ୍ଦ୍ର ବକ୍ସି ପାତ୍ରଙ୍କର ଜନ୍ମ ଦିବସ । ଏହି ଅବସରରେ ତାଙ୍କ ଅମର ଆତ୍ମା ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରୁଛି । ହରିଶ୍ଚନ୍ଦ୍ର ବକ୍ସିପାତ୍ର ଓଡ଼ିଶା ରାଜନିତୀରେ ଏକ ସ୍ୱତନ୍ତ୍ର ସ୍ଥାନର ଅଧିକାରୀ । ଛାତ୍ର ଜୀବନରୁ ତାଙ୍କର ସଂଗ୍ରମୀ ଜୀବନ ଆରମ୍ଭ ହୋଇଥିଲା । ଗରୀବ ଲୋକଙ୍କ କଲ୍ୟାଣ ପାଇଁ ସେ ସଂଗ୍ରାମ କରିଯାଇଛନ୍ତି । ଆଦିବସୀ ଭାଇଭଉଣୀଙ୍କର ହକ୍ ପାଇଁ ସେ ସଂଗ୍ରାମ କରୁଥିଲେ । ଚାଷୀ ମାନଙ୍କ ସ୍ୱାର୍ଥ ପାଇଁ ସେ ସଂଗ୍ରାମ କରୁଥିଲେ ସେମାନଙ୍କୁ ଶୋଷଣରୁ ମୁକ୍ତି ଦେବା ପାଇଁ ସେ ଲଢ଼େଇ କରୁଥିଲେ । ସଂଗ୍ରାମ ହିଁ ଥିଲା ତାଙ୍କର ସବୁଠାରୁ ବଡ଼ ପରିଚୟ । ଜଣେ ମନ୍ତ୍ରୀ ବା ବିଧାୟକ ଭାବରେ ପରିଚୟ ଠାରୁ ଏ ପରିଚୟ ଥିଲା ବହୁ ଉପରେ । ସେ ଥିଲେ ଗରୀବ ଜନତାର ପ୍ରକୃତ ବନ୍ଧୁ । ସମାଜବାଦୀ ଆଦର୍ଶରେ ତାଙ୍କର ଗଭୀର ବିଶ୍ୱାସ ଥିଲା ଏବଂ ଏହି ଆଦର୍ଶ ତାଙ୍କ ଜୀବନ ଓ କାର୍ଯ୍ୟରେ ପ୍ରତିଫଳିତ ହେଉଥିଲା । ତାଙ୍କ ପିଢ଼ୀର ରାଜନେତାଙ୍କ ଅଭାବ ଆଜି ସମସ୍ତେ ଅନୁଭବ କରୁଛନ୍ତି । ରାଜନୀତି ହେଉଛି ଏକ ପ୍ରତିବଦ୍ଧତା,ଏକ ଆଦର୍ଶ ପାଇଁ ପ୍ରତିବଦ୍ଧତା ,ଲୋକଙ୍କୁ ନିସ୍ଵାର୍ଥପର ସେବା ଦେବାର ପ୍ରତିବଦ୍ଧତା.ଏହା ନିଃସନ୍ଦେହ ରେ କୁହାଯାଇପାରେ କି ରାଜନୀତି ହେଉଛି କ୍ଷମତା ର ସିଡ଼ି. ଲୋକଙ୍କ କଲ୍ୟାଣ ପାଇଁ କାମ କରିବାକୁ ଏକ ସୁଯୋଗ.କିନ୍ତୁ ନୈତିକତା ବିହୀନ ରାଜନୀତି କେବଳ ଛଳନା ପଦବାଚ୍ୟ. ଜଣେ ନିଷ୍ଠାପର ଓ ପ୍ରତିଶ୍ରୁତି ବଦ୍ଧ ରାଜନେତା ହିଁ ଲୋକଙ୍କ ଜୀବନ ରେ ରୂପାନ୍ତର ଆଣିପାରିବ. ଅନେକ ରାଜନୀତି କୁ କ୍ଷମତା ହାସଲ ପାଇଁ ଏକ springboard ଭାବ ରେ ବିଚାର କରନ୍ତି.କିନ୍ତୁ ମୋ ବିଚାରରେ ଲୋକଙ୍କ ଭଲ ପାଇବ ଆଗରେ , କ୍ଷମତା,ପଦ ମର୍ଯ୍ୟାଦା ଓ ପ୍ରତିପତ୍ତି ତୁଛ.ସାଧାରଣ ଜନତାଙ୍କ ସନ୍ତୋଷ ହିଁ ରାଜନେତା ଙ୍କ ର ସବୁଠାରୁ ମୂଲ୍ୟବାନ ସମ୍ପତ୍ତି.
ଓୟୁଜେ ନିର୍ବାଚନ : ସଭାପତି ହେଲେ ଅରୁଣ, ସାଧାରଣ ସମ୍ପାଦକ ଚନ୍ଦ୍ରଶେଖର, ତପନ ମହାନ୍ତି ସାଂଗଠାନିକ ସମ୍ପାଦକ
() ଆଜି ଯାଜପୁର ବ୍ଲକ ବରୁଆସ୍ଥ ସୀତାଦେଇ ପୀଠଠାରେ ଓୟୁଜେର ଯାଜପୁର ଶାଖା ପକ୍ଷରୁ ସାଧାରଣ ପରିଷଦ ବୈଠକ ଓ ଦ୍ୱିବାର୍ଷିକ ନିର୍ବାଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ଏହି ଅବସରରେ ସଙ୍ଘର ଜିଲ୍ଲା ସଭାପତି ଆଦିତ୍ୟ ମେକାପଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ଓୟୁଜେ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି, ରାଜ୍ୟ ଉପସଭାପତି ରାଜୀବ କୁମାର ମହାନ୍ତି, ଏନ ୟୁ ଜେ ସଭ୍ୟ ଅଭୟ ପତି, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରବୋଧ କୁମାର ମିଶ୍ର ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ, ଖବର ସଂଗ୍ରହ ସମୟରେ ସଂଘର ସଦସ୍ୟଙ୍କ ପ୍ରତି ହେଉଥିବା ଆକ୍ରମଣକୁ ବରଦାସ୍ତ କରାଯିବନାହିଁ, ଏହାସହିତ ସାଧାରଲୋକଙ୍କ ନ୍ୟାୟ ପାଇଁ କାର୍ଯ୍ୟ କରିବାକୁ ଅତିଥିମାନେ ବକ୍ତବ୍ୟ ରଖିଥିଲେ, ସଂଘର ସଦସ୍ୟତା ଗ୍ରହଣ କରିବା, ସାମ୍ବାଦିକଙ୍କ ହକ ପାଇଁ ସରକାରଙ୍କ ନିକଟରେ ଦୃଢ଼ ଦାବି ସଙ୍ଘ ପକ୍ଷରୁ ଉପସ୍ଥାପନା କରାଯିବାକୁ ସ୍ଥିର କରାଯାଇଥିଲା, ସମସ୍ୟା ସମ୍ପର୍କରେ ଜିଲ୍ଲାର ବିଭିନ୍ନ ବ୍ଲକ ସାମ୍ବାଦିକମାନେ ମତାମତ ରଖିଥିଲେ, ଏହି ଅବସରରେ ସଦରଥାନା ଆଦିକାରୀ ଶଙ୍କର୍ଷଣ ଦଳାଇଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା, ନୂତନ କାର୍ଯ୍ୟକର୍ତ୍ତା ନିର୍ବାଚନ ପାଇଁ 11
ଜାଣିଆ ଚୟନ କମିଟି ବସି ଜିଲ୍ଲାର କର୍ମକର୍ତ୍ତା ସର୍ବସଂମ୍ମାତି କ୍ରମେ ଚୟନ କରାଯାଇଥିଲା, ନୂତନ କର୍ମକର୍ତ୍ତାମାନଙ୍କୁ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ, ସଭାପତି ଅରୁଣ କୁମାର ରାଉତରାୟ, କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣଚନ୍ଦ୍ର ଶତପଥୀ, ସାଧାରଣ ସମ୍ପାଦକ ଚନ୍ଦ୍ରଶେଖର ସାହୁ, ଉପସଭାପତି ଦେବବ୍ରତ ସାହୁ, ପ୍ରବୋଧ ମିଶ୍ର, ଜ୍ଞାନରଞ୍ଜନ ଓଝା, ବିଶ୍ୱଜିତ ପତି, ସହ ସମ୍ପାଦକ ହେମେଶ ଜେନା, ବିଜୟଲକ୍ଷ୍ମୀ ସାହୁ, ଜୋନାଲ ସମ୍ପାଦକ ମହେନ୍ଦ୍ର ସ୍ୱାଇଁ, ମାନସ ଜେନା, ପ୍ରଶାନ୍ତ ବିଶ୍ୱାଳ, ସୁବ୍ରତ ଜେନା, ସାଂଗଠାନିକ ସମ୍ପାଦକ ତପନ ମହାନ୍ତି, ଲେଗଲ୍ ସେଲ ମାନସ ରଂଜନ
ତ୍ରିପଠୀ,ୱେଲ୍ଫେୟାର ପ୍ରଶାନ୍ତ ଜେନା, ଟ୍ରିବୁନାଲ ଦେବୀ ପ୍ରସନ୍ନ ନାୟକ,ଆବାହକ ସମର ବିଜୟ ଶରଣ, ଦେବେନ୍ଦ୍ର ପାଢ଼ୀ, ବିଶ୍ୱଭୂଷଣ ବିଶ୍ୱାଳ, ଆଶୁତୋଷ ମିଶ୍ର, ରାକେଶ ବାରିକ, ବିଶ୍ୱଭୂଷଣ ଜେନା, ଜଗମୋହନ ରାଉତ, ସୁବ୍ରତ ମଲିକ, ସତ୍ୟରଂଜନ ମଲିକ, ଅଭିମନ୍ୟୁ ଧଳ ସର୍ବସଂମତି ଭାବେ ନୂତନ କାର୍ଯ୍ୟକର୍ତ୍ତା ଭାବେ ନିର୍ବାଚିତ ହେଲେ, ଉପଦେଷ୍ଟା ଭାବେ ଶିବରାମ ଦାସ, ଅଜୟ ରାଉଳ, ଆଦିତ୍ୟ ମେକପ, ବିଜୟ ମହାନ୍ତି, ରଞ୍ଜିତ ରାଉତ, ନିରଞ୍ଜନ ପଣ୍ଡା, ରବୀନ୍ଦ୍ର ପରିଡ଼ା,ପ୍ରଶାନ୍ତ ଦ୍ବିବେଦୀ,ଅଜୟ ରଣାଙ୍କୁ ଚୟନ କରାଯାଇଥିଲା, ସୁଶାନ୍ତ ବେହୁରିଆ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ,
ଜିଲ୍ଲା ଗଣମାଧ୍ୟମ ପ୍ରକୋଷ୍ଠ ଉଦଘାଟନ……
()ଜାତୀୟ ପ୍ରେସ ଡେ ଅବସର ରେ ଯାଜପୁର ରେ ଉଦଘାଟିତ ହେଲା ଜିଲ୍ଲା ଗଣମାଧ୍ୟମ ପ୍ରକୋଷ୍ଠ। ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ରେ ଏହି ଜିଲ୍ଲା ଗଣମାଧ୍ୟମ ପ୍ରକୋଷ୍ଠକୁ ଯାଜପୁର ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ମୁଖ୍ୟ ଅତିଥି ଭାବେ ଯୋଗ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ଅବସରରେ ରାଜସ୍ବ ବିଭାଗ ର ଅତିରିକ୍ତ ଜିଲ୍ଲାପାଳ ଶୁଭେନ୍ଦ୍ର କୁମାର ସାମଲ, ଜିଲ୍ଲା ସୂଚନା ଲୋକ ସଂପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଜାତୀୟ ପ୍ରେସ ଡେ ର ଶୁଭେଛା ଜଣାଇଥିଲେ। ଏହି ଅବସରରେ ଯାଜପୁର ପ୍ରେସ କ୍ଲବର ସମସ୍ତ ସଦସ୍ୟ ଙ୍କ ସମେତ ଜିଲ୍ଲାର ବହୁ ସାମ୍ୱାଦିକ ମାନେ ଉପସ୍ଥିତ ଥିଲେ। ବରିଷ୍ଠ ସାମ୍ବାଦିକ ରଥ ପ୍ରେସ କ୍ଲବ ସଭାପତି ରାଜୀବ ମହାନ୍ତି, ବରିଷ୍ଠ ସାମ୍ବାଦିକ ଆନନ୍ଦ ଚନ୍ଦ୍ର ସାହୁ, ଅରୁଣ ରାଉତରାୟ, ଦିଲ୍ଲୀପ ମହାନ୍ତି, ବିରଜା ପ୍ରସାଦ ପାଣି, ଆଦିତ୍ୟ ମେକାପ, ଶିଶିର ରଂଜନ ରଂଜନ ମାନ୍ଧାତା,ସମରଜିତ ମହାନ୍ତି, ତପନ ମହାନ୍ତି, ଦେବାଶିଷ ସାହୁ, ଅନିଲ ପଣ୍ଡା,ସୁରେନ୍ଦ୍ର ସାମଲ, ତରୁଣ ନନ୍ଦ, ସମର ବିଜୟ ଶରଣ, ସନ୍ଦିପ୍ତ ରାୟ ସୌମ୍ୟ ରଂଜନ ପ୍ରମୁଖ ଉପସ୍ଥିତ ଥିଲେ l ଯାଜପୁର ଜିଲ୍ଲାର ସାମ୍ବାଦିକମାନଂକ ପାଇଁ ସ୍ବତନ୍ତ୍ର ଗୃହ ଓ ସୁବିଧା ଯୋଗାଇ ଦେଇ ଥିବାରୁ ଜିଲ୍ଳା ପ୍ରଶାସନକୁ ସାମ୍ବାଦିକ ମାନେ ଧନ୍ୟବାଦ୍ ଦେଇଥିଲେ l
ଶଙ୍ଖ ଭବନରେ ପ୍ରେସ ଦିବସ….
()ଆଜି ଶଙ୍ଖ ଭବନରେ ପ୍ରେସ ଦିବସ ପାଳନ କରାଯାଇଛି. ଏହାକୁ କାର୍ଯ୍ୟରତ ସାମ୍ବାଦିକଙ୍କ ଗହଳରେ ବିଜେଡିର ବରଷ୍ଠ ନେତା ଓ ମିଡ଼ିଆ ସେଲ ସଦସ୍ୟମାନେ ପାଳନ କରିଛନ୍ତି. ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପକ୍ଷରୁ ବି ଶୁଭେଚ୍ଛା ଜଣାଯାଇଛି. ମିଳିମିଶି କେକ କାଟି ଏହି ଦିବସ ପାଳନ କରାଯାଇଛି. ଏତେ ବର୍ଷରୁ ନିରବଛିନ୍ନ ଭାବେ ଖବର ପ୍ରସାରଣ କରୁଥିବାରୁ, ସାମ୍ବାଦିକମାନଙ୍କୁ ଶୁଭେଚ୍ଛା ଓ ସାଧୁବାଦ ଜଣାଇଛନ୍ତି ବିଜେଡି ନେତା. ଆଗକୁ ଏହିପରି କର୍ତ୍ତବ୍ୟନିଷ୍ଠ ଭାବେ ଗଣମାଧ୍ୟମ ତା ଦାୟିତ୍ୱ ନିର୍ବାହ କରିବା ବୋଲି ସମସ୍ତେ ଆଶା ରଖିଛନ୍ତି. ବାଇଟ: ଲେନିନ ମହାନ୍ତି, ବିଜେଡି ମିଡ଼ିଆ ସଂଯୋଜକ
ଓଡିଶାରେ ବ୍ୟାପକ ପୁଞ୍ଜି ନିବେଶ କରିବା ପାଇଁ : ମୁଖ୍ୟମନ୍ତ୍ରୀ
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଓ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ମାର୍ଗଦର୍ଶନରେ ମୁଁ ଆଜି ଏକ ବରିଷ୍ଠ ପ୍ରତିନିଧି ମଣ୍ଡଳର ନେତୃତ୍ୱ ନେଇ ସିଙ୍ଗାପୁର ଅଭିମୁଖେ ବାହାରିଛି। ଭାରତ ବାହାରେ ଏହା ହେଉଛି ମୋର ପ୍ରଥମ Investors’ Meet। ମୋର ପୁରା ବିଶ୍ୱାସ ଯେ ଏ ଯାତ୍ରା ନିଶ୍ଚୟ ସଫଳ ହେବ। ମୁଁ ଆଶା କରୁଛି ଯେ, ଯେତେବେଳେ ସାରା ବିଶ୍ୱରୁ Investors ମାନେ ଭାରତରେ invest କରିବାକୁ ଚାହିଁବେ, ସେତେବେଳେ ଓଡିଶା ସେମାନଙ୍କର ପ୍ରଥମ ପସନ୍ଦର କ୍ଷେତ୍ର ହେବ। ସିଙ୍ଗାପୁରରେ ମୋର ସ୍ପଷ୍ଟ ବାର୍ତ୍ତା ହେବ ଯେ, ବିଜିନେସ କରିବା ପାଇଁ ଓଡିଶା ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛି ଏବଂ ଭାରତର ବିକାଶର କାହାଣୀରେ ଓଡିଶା ସମସ୍ତଙ୍କ ପାଇଁ ମୁଖ୍ୟ ଆକର୍ଷଣ ହୋଇ ଉଭା ହେବା ପାଇଁ ପ୍ରସ୍ତୁତ ଅଛି। ନିଜର ଉନ୍ନତ ଶିଳ୍ପ ବାତାବରଣ ପାଇଁ ସିଙ୍ଗାପୁର ପ୍ରସିଦ୍ଧ। ଏଠାରେ ରସାୟନ, ପେଟ୍ରୋକେମିକାଲ୍ସ, ସବୁଜ ଶକ୍ତି, ଲଜିଷ୍ଟିକ୍ସ, ଜାହାଜ ନିର୍ମାଣ, ଆର୍ଥିକ ସେବା, ଇଲୋକ୍ଟ୍ରୋନିକ୍ସ ଓ ସେମିକଣ୍ଡକ୍ଟର, ଖାଦ୍ୟ ପ୍ରକ୍ରିୟାକରଣ ଓ ବସ୍ତ୍ର ନିର୍ମାଣରେ ଆଦି କ୍ଷେତ୍ରରେ ବିଶ୍ୱର ବଡ ବଡ କମ୍ପାନୀମାନେ କାମ କରୁଛନ୍ତି। ଆମେ ସେହି ସବୁ କମ୍ପାନୀ ଗୁଡିକର ଶୀର୍ଷ ନେତୃତ୍ୱ ମାନଙ୍କ ସହିତ ଆଲୋଚନା କରିବୁ ଏବଂ ଓଡିଶାର ପ୍ରାକୃତିକ ସମ୍ବଳ, ଦକ୍ଷ ମାନବ ସମ୍ବଳ ଓ ଆମର ଉନ୍ନତ ଶିଳ୍ପ ନୀତି ଗୁଡିକ ସମ୍ପର୍କରେ ସେମାନଙ୍କୁ ଜଣାଇବୁ ।ମୁଁ ଓଡିଶାର ସାଢେ ଚାରି କୋଟି ଲୋକଙ୍କ ପକ୍ଷରୁ ଆମର ଟିମ୍କୁ ନେଇ ବିଦେଶ ଯାତ୍ରା କରୁଛି। ଶିଳ୍ପ ଜଗତର ଶୀର୍ଷ ନେତୃତ୍ୱ ମାନଙ୍କୁ ବିକଶିତ ଓଡିଶା ଗଠନ ପାଇଁ, ଓଡିଶାରେ ବ୍ୟାପକ ପୁଞ୍ଜି ନିବେଶ କରିବା ପାଇଁ ଓ ବହୁ ସଂଖ୍ୟାରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ଆମେ ସେମାନଙ୍କୁ ନିମନ୍ତ୍ରଣ କରିବୁ। ଆମେ ସିଙ୍ଗାପୁରରେ ଟୁଆସ୍ ପୋର୍ଟ, ଜୁରାଙ୍ଗ ପେଟ୍ରୋକେମିକାଲ୍ସ କମ୍ପ୍ଲେକ୍ସ ଏବଂ ITEES ସିଙ୍ଗାପୁର ଭଳି କେତେକ ବିଶ୍ୱ ସ୍ତରୀୟ କମ୍ପାନୀ ପରିଦର୍ଶନ କରିବୁ।ସେମାନଙ୍କର ଉନ୍ନତ ବ୍ୟବସ୍ଥାକୁ ବୁଝିବା ସହିତ ଓଡିଶାରେ ମଧ୍ୟ ସେହି ଭଳି ବା ତା ଠାରୁ ଅଧିକ ଉନ୍ନତ ବ୍ୟବସ୍ଥା କାର୍ଯ୍ୟକାରୀ କରିବୁ। ମୁଁ ସିଙ୍ଗାପୁର ଏବଂ ପଡୋଶୀ ASEAN ଦେଶମାନଙ୍କରେ ଥିବା ପ୍ରବାସୀ ଓଡିଆ ଭାଇଭଉଣୀମାନଙ୍କୁ ମଧ୍ୟ ଭେଟିବି। ସେମାନେ ଓଡିଆ ଭାଷା ଓ ସଂସ୍କୃତିର ବ୍ରାଣ୍ଡ ଆମ୍ବାସାଡର ହୋଇ ଆମକୁ ଗୌରବାନ୍ୱିତ କରିଛନ୍ତି। ଓଡିଶା ଓ ସିଙ୍ଗାପୁର ର ସମ୍ପର୍କକୁ ମଜବୁତ କରିବାରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ସେମାନଙ୍କ ସହିତ ଆଲୋଚନା କରି ଏ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ସେମାନଙ୍କ ମତାମତ ଗ୍ରହଣ କରିବୁ। ମୁଁ ଆଶା କରୁଛି ଯେ, ଏହି ଯାତ୍ରା ଯୋଗୁ ଓଡିଶାରେ ଟେକ୍ସଟାଇଲସ୍, କେମିକାଲ୍ସ, ଗ୍ରୀନ ଏନର୍ଜି, ଲଜିଷ୍ଟିକ୍ସ, ସିପ୍ ବିଲ୍ଡିଙ୍ଗ ଓ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି ହେବ। ଏହା ଦ୍ୱାରା ଓଡିଶାରେ ଯୁବକମାନଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
ସିଙ୍ଗାପୁରରୁ ଓଡ଼ିଶା ପାଇଁ ନିବେଶ କାରୀଙ୍କୁ ଆକୃଷ୍ଟ କରିବା ପାଇଁ ଛଅ ଦିନିଆ ସିଙ୍ଗାପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ….
ଓଡ଼ିଶା ମୁହାଁ ହେବେ ନିବେଶ କାରି ବା ପୁଞ୍ଜିପତି।ରାଜ୍ୟକୁ ଆସିବ ବିପୁଳ ଶିଳ୍ପ ଓ ପୁଞ୍ଜି l ସିଙ୍ଗାପୁରରୁ ଓଡ଼ିଶା ପାଇଁ ନିବେଶ କାରୀଙ୍କୁ ଆକୃଷ୍ଟ କରିବା ପାଇଁ ଛଅ ଦିନିଆ ସିଙ୍ଗାପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ l ହଟିବ ବେକାରୀ ସମସ୍ୟା, ସୃଷ୍ଟି ହେବ ନିଯୁକ୍ତିର ଗନ୍ତାଘର।ପାରାଦୀପରୁ ରାଜ୍ୟବାସୀଙ୍କୁ ଖୁସି ଖବର ଦେଲେ ମୁଖ୍ୟମନ୍ତ୍ରୀ l ଛଅ ଦିନିଆ ସିଙ୍ଗାପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝି। ଆସନ୍ତା କାଲି ଠାରୁ ସିଏମଙ୍କ ର ଏହି ଗସ୍ତରେ ବାହାରିବେ ।ଉତ୍କର୍ଷ ଓଡ଼ିଶା ମେକିନ ଓଡ଼ିଶା କାର୍ଯ୍ୟକ୍ରମ ପାଇଁ ସିଙ୍ଗାପୁରରେ ଶିଳ୍ପ ପତି ତଥା ପୁଞ୍ଜି ନିବେଶ କାରୀଙ୍କୁ ଭେଟିବେ।ରାଜ୍ୟକୁ କେଉଁ ଭଳି ଶିଳ୍ପ ଓ ପୁଞ୍ଜି ନିବେଶ କାରି ଓଡ଼ିଶାରେ ବିନିଯୋଗ କରିବେ ସେଥି ପାଇଁ ହେବ ଆଲୋଚନା ତାହା ସହ ସିଙ୍ଗାପୁରର କିଛି ଶିଳ୍ପ ଅଞ୍ଚଳ କରିପାରନ୍ତି ପରିଦର୍ଶନ। ସିଙ୍ଗାପୁର ଉପ ପ୍ରଧାନମନ୍ତ୍ରୀ, ଶିଳ୍ପମନ୍ତ୍ରୀ, ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ସହ ରାଷ୍ଟ୍ରଦୂତଙ୍କୁ ବି ଭେଟିବାର କାର୍ଯ୍ୟକ୍ରମ ଥିବା ସୂଚନା।ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପମନ୍ତ୍ରୀ ଓ ଅନ୍ୟାନ୍ୟ ମନ୍ତ୍ରୀଙ୍କ ସମତେ ବରିଷ୍ଠ ଅଧିକାରୀ ସାମିଲ ହେବେ।
ଜୟ ନାରାୟଣ ମିଶ୍ରଙ୍କ ଉକ୍ତି କ୍ଷମତାର ଅଂହକାର:ପ୍ରତାପ ଦେବ
()ସୁପ୍ରିମକୋର୍ଟ ରୁ ସମ୍ବଲପୁର ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ଙ୍କ ଜାମିନ ଖାରଜ ପରେ ବିଜେପି କୁ ଘେରିଲା ବିଜେଡି | ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ଉକ୍ତି ଗ୍ରହଣୀୟ ନୁହେଁ| ଏହାକୁ କୁହାଯାଏ କ୍ଷମତାର ଅଂହକାର| ସୁପ୍ରିମକୋର୍ଟ ନିୟମ କୁ ପାଳନ କରୁନାହାନ୍ତି ଅର୍ଥ ବିଜେପି ବିଧାୟକ ମାନେ ଆଇନ ଠୁ ଉର୍ଦ୍ଧ ରେ | ଗୃହ ବିଭାଗର ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କୁହନ୍ତୁ ଆଇନ ସମସ୍ତଙ୍କ ପାଇଁ ସମାନ ନା ତାଙ୍କ କର୍ମକର୍ତା ରାଜ୍ୟପାଳଙ୍କ ପୁଅ ପାଇଁ ଅଲଗା | ମୁଖ୍ୟମନ୍ତ୍ରୀ ଉତ୍ତର ରଖନ୍ତୁ | ସରକାର ତାକୁ ଜ୍ୟଦି ଅନୁସରଣ କରନ୍ତି ଅର୍ଥ ବିଜେପି ର ସମସ୍ତ ଙ୍କୁ ସୁରକ୍ଷା ଦିଅନ୍ତୁ | *ଆଗାମୀ ଦିନ ରେ ଓଡ଼ିଶାରେ ଜ୍ୟଦି ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବ ମୁଖ୍ୟମନ୍ତ୍ରୀ ଦାୟୀ ରହିବେ | ସୁପ୍ରିମକୋର୍ଟ ର ନିଷ୍ପତ୍ତି କୁ ପୋଲିସ ମାନିବା ଦରକାର ନା ନାହିଁ | ପୋଲିସ ଆଇନ ଶୃଙ୍ଖଳା ରୋକିବାରେ ସଫଳ ହେବ ନାହିଁ | ସରକାର ଓ ଆଇନ କୁ କେହି ଡରିବେ ନାହିଁ | ଏହା ମେସେଜ ଯିବ ବ୍ରାହ୍ମଣ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ | ମୋହନ ବାବୁ କେତେ ଦୂର ତାଙ୍କର ପରାକ୍ରଷ୍ଟା ଦେଖେଇବ କଣ ଆକ୍ସନ ନେବେ ଓଡ଼ିଶା ବାସି ଚାହିଁ ରହିଛନ୍ତି |