୨୦୨୪ ନୁହେଁ ୨୦୩୬ ପାଇଁ ରଣନୀତି: ଇତିହାସ ରଚୁଛନ୍ତି ନବୀନ…

() ଭିଜନ ୨୦୩୬ । ନାରା- ନୂଆ ଓଡ଼ିଶା,ସଶକ୍ତ ଓଡିଶା । ଲୋକଙ୍କ ପାଖରେ ପହଞ୍ଚିବ ପ୍ରଶାସନ । ସବୁ କ୍ଷେତ୍ରରେ ଓଡିଶା ବିକଶିତ ହେବା ସହ ପୁରା ଦେଶରେ ଏକ ସ୍ବତନ୍ତ୍ର ରାଜ୍ୟ ଭାବେ ହେବ ପ୍ରତିଷ୍ଠିତ ।ଏପରି ଆଭିମୁଖ୍ୟ ନେଇ ନବୀନ ଆଗକୁ ବଢୁଛନ୍ତି । ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, କ୍ରୀଡ଼ା, ଶିଳ୍ପ ଠାରୁ ଆରମ୍ଭ କରି ପର୍ଯ୍ୟଟ ଯାଏଁ ସବୁ କ୍ଷେତ୍ରରେ ଓଡ଼ିଶା ପୁରା ଦେଶକୁ ବାଟ ଦେଖାଉଛି । ପ୍ରାକୃତିକ ବିପର୍ଯ୍ୟୟରେ ଭାଙ୍ଗି ପଡ଼ୁଥିବା ଓଡ଼ିଶାକୁ ଏବେ ବିପର୍ଯ୍ୟୟ ମୁକାବିଲା ପାଇଁ ଜାତିସଂଘର ପ୍ରଶଂସା ସାଉଁଟୁଛି । ଆଉ ଏସବୁ ସମ୍ଭବ ହୋଇପାରିଛି କେବଳ ନୂଆ ଓଡ଼ିଶାର ବିନ୍ଧାଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୃଢ ଓ ସ୍ବଚ୍ଛ ନେତୃତ୍ବ ପାଇଁ । ଖାସ ଏଥିଲାଗି ପଂଚମ ଥର ପାଇଁ ଓଡ଼ିଶାବାସୀ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକଙ୍କୁ ଶାସନ ଗାଦିରେ ବସାଇଛନ୍ତି । ଆଗକୁ ଏହି ଧାରା ଜାରୀ ରହିବ ତାହା ନିକଟରେ ଅନୁଷ୍ଠିତ ପଂଚାୟତ ଓ ପୌର ନିର୍ବାଚନ ଫଳାଫଳରୁ ମଧ୍ୟ ସ୍ପଷ୍ଟ । ୩୦ ଟି ଜିଲ୍ଲା ପରିଷଦ ଆସନ ଶାସକ ଦଳ ଦଖଲକୁ ଯିବ ନବୀନଙ୍କ ପ୍ରତି ରାଜ୍ୟବାସୀଙ୍କ ବିଶ୍ବାସ ଓ ଭରଷା ପ୍ରମାଣିତ କରିଛି । ୨୨ ବର୍ଷ ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଅପ୍ରତିଦ୍ନନ୍ଦୀ , ଅପରାଜୟ । ନବୀନଙ୍କ ସହ ବିରୋଧୀ ଲଢିବେ କଣ ତାଙ୍କ ରଣନୀତି ଆଗରେ ଆଖପାଖ ବି ମାଡ଼ିପାରୁନାହାନ୍ତି । ଯାହା ପ୍ରମାଣିତ ହୋଇଛି ସଦ୍ୟତମ ବ୍ରଜରାଜନଗର ଉପ ନିର୍ବାଚନର ଫଳାଫଳରୁ । ଏସବୁ ପରେ ବି ଦିନରାତି ଏକ କରି ସବୁଦିନ ଲୋକଙ୍କ ପାଇଁ ଆହୁରୀ ଅଧିକ କାମ କରିବାକୁ ବିଜେଡି କର୍ମୀ ଓ ନେତାଙ୍କ ଗୁରୁମନ୍ତ୍ର ଦେଇଛନ୍ତି ନବୀନ । ଲୋକଙ୍କ ବାରମ୍ବାର ଆଶୀର୍ବାଦ ପାଉଥିବା ଶାସକ ଦଳ ଏହାକୁ ଗୁରୁ ଦାୟିତ୍ବ ଭାବେ ନେଇ କାମ କରିଛି । ତୃଣମୂଳ ସ୍ତରରୁ ରାଜ୍ୟ ନେତୃତ୍ବ ଯାଏ ସଂଗଠନକୁ ଚଳଚଞ୍ଚଳ କରିବା ସହ ଲୋକଙ୍କ ପାଇଁ ୨୪ ଘଣ୍ଟା ସେବା କରିବାକୁ ଆହ୍ବାନ ଦେଇଛନ୍ତି ନବୀନ । କାରଣ ମୁଖ୍ୟମନ୍ତ୍ରୀ ସବୁବେଳେ କହନ୍ତି ସାଢେ ଚାରିକୋଟି ଓଡିଆ ମୋ ପରିବାର । ସେମାନଙ୍କ ସୁଖ ଓ ଦୁଃଖର ସାଥୀ ହୁଏ ।

ଯେଉଁଦିନ ନିର୍ବାଚନ ଫଳାଫଳ ପ୍ରକାଶ ପାଏ, ସେହିଦିନ ଠାରୁ ଶାସକ ବିଜେଡି ତାର ନିର୍ବାଚନୀ ପ୍ରସ୍ତୁତି ଆରମ୍ଭ କରିଥାଏ । ପଂଚାୟତ,ପୌର ଓ ବ୍ରଜରାଜ ନଗର ଉପ ନିର୍ବାଚନ ପରେ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଶାସକ ଦଳ ଆରମ୍ଭ କରିଛି ଜୋରଦାର ପ୍ରସ୍ତୁତି । ପ୍ରଥମେ ପଂଚମ ପାଳିର ୩ ବର୍ଷ ପୁର୍ତ୍ତୀ ପରେ ନବୀନ ନୂଆ ମନ୍ତ୍ରୀମଣ୍ଡଳ ଗଠନ କରିଛନ୍ତି । ଯାହା ଓଡ଼ିଶା ରାଜନୀତି ଇତିହାସରେ ଘଟିନଥିଲା ତାହା ଦେଖିବାକୁ ମିଳିଥଲା ନବୀନ ପଂଚମ ପାଳିର ମନ୍ତ୍ରୀମଣ୍ଡଳ ଗଠନ ବେଳେ । ସମସ୍ତ ମନ୍ତ୍ରୀ ଇସ୍ତଫା ଦେବା ପରେ ୨୧ ଜଣଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ କରିଥିଲେ ନବୀନ । ନୂଆ ଟିମରେ ୧୩ କ୍ୟାବିନେଟ ମନ୍ତ୍ରୀ ଓ ୮ ଜଣ ରାଷ୍ଟ୍ରମନ୍ତ୍ରୀ ସାମିଲ କରିଥିଲେ । ଯେଉଁଥିରେ ୫ଜଣ ମହିଳା ମନ୍ତ୍ରୀ ସାମିଲ ହୋଥିଲେ । ମନ୍ତ୍ରୀମଣ୍ଡଳ ପରେ ସମସ୍ତ ନିଗମକୁ ଭାଙ୍ଗୀଛନ୍ତି ନବୀନ । ପରେ ସଂଗଠନକୁ ନୂଆରୂପ ଦେଇ ବିଦାୟୀ ମନ୍ତ୍ରୀଙ୍କ ସଂଗଠନ ଦାୟିତ୍ବ ଦେବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଉଛି । ତୃଣମୂଳ ସ୍ତରରେ ନେତୃତ୍ବ ନେଉଥିବା ନେତାମାନଙ୍କ ସହ ଓ୍ବାନ ଟୁ ଓ୍ବାନ ଆଲୋଚନା କରୁଛନ୍ତି ନବୀନ । ନବୀନଙ୍କ ନିର୍ଦ୍ଦେଶରେ ସଂଗଠନକୁ ଚଳଚଞ୍ଚଳ କରିବା ପାଇଁ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଦିନରାତି ଏକ କରି କାମ କରୁଛନ୍ତି । ୨୦୧୯ ସାଧାରଣ ନିର୍ବାଚନରେ ଦିଆଯାଇଥିବା ନିର୍ବାଚନୀ ପ୍ରତିଶ୍ରୃତି ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସଠିକ ଭାବେ କାଯ୍ୟକାରୀ କରିବା ଉପରେ ଦଳର ସମସ୍ତ କର୍ମୀ ଓ ନେତା ଗୁଣ୍ଡୁଛି ମୂଷା ପରି କାମ କରିବାକୁ ପରାମର୍ଶ ଦେଇଛନ୍ତି ନବୀନ । ଯାହାକୁ ଗ୍ରାଉଣ୍ଡରେ ବାସ୍ତବ ରୂପ ଦେଉଛନ୍ତି ବିଜେଡି ସଂଗଠନ ସମ୍ପାଦକ । ୨୦୨୪ ପାଇଁ ରାଜନୈତିକ ରଣନୀତିକୁ ପଛରେ ପକାଇ ଜନସେବାକୁ ଅଧିକ ଫୋକସ କରିଛି ଶାସକ ବିଜେଡ଼ି । ଯେଉଁଠି ପାଇଁ ବିଜେଡ଼ି ଏବେ ଏକ ରାଜନୈତିକ ଦଳ ନୁହେଁ, ବଂର ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି । ଶାସକ ଦଳର ଜନସେବା ମନବୃତିକୁ ଓଡ଼ିଶାବାସୀ ବେଶ ପ୍ରଶଂସା କରିବା ସହ ସବୁ କ୍ଷେତ୍ରରେ ଆର୍ଶୀବାଦ ଦେଉଛନ୍ତି । ଓଡ଼ିଶାବାସୀଙ୍କ ଶାସକ ବିଜେଡି ଦଳ ପ୍ରତି ଏପରି ଭଲ ପାଇବା ଓ ଆର୍ଶୀବାଦ ବିରୋଧୀଙ୍କ ସବୁ ରଣନୀତିକୁ ଅକାମି କରିଦେଉଛି । ଆଉ ଏବେ ଏବେ ୨୦୨୪ ପାଇଁ ବିଜେଡି ଯେଉଁସବୁ ସରପ୍ରାଇଜ କାର୍ଡ଼ ଖେଳୁଛି ତାହା ରାଜ୍ୟରେ ବିରୋଧୀଙ୍କ ହୋସ ଉଡାଇ ଦେଉଛି।

ମନ୍ତ୍ରୀ ପଦରୁ ବାଦ ପଡ଼ିବା ପରେ କଣ କହିଲେ ନେତା ମାନେ ?…

() ମନ୍ତ୍ରୀ ପଦରୁ ବାଦ ପଡ଼ିଥିବା ବିଧାୟକମାନେ ଏବେ ଦଳର ସଂଗଠନ ସଜାଡ଼ିବେ l ଏହି ମର୍ମରେ ଆଜି ପୂର୍ବତନ ମନ୍ତ୍ରୀ ମାନଙ୍କୁଡାକି ବିସ୍ତୃତ ଆଲୋଚନା କରି 2024 ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦେଇଛନ୍ତି l ମୁଖ୍ୟମନ୍ତ୍ରୀ ଙ୍କ ସହ ଆଲୋଚନା ପରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା l ସେପଟେ ମନ୍ତ୍ରୀପଦ ସ୍ଥାୟୀ ନୁହେଁ ଏହା ଏକ ପ୍ରକ୍ରିୟା ବୋଲି ବିବେଚନା କରିଛନ୍ତି ପୂର୍ବତନ ମନ୍ତ୍ରୀ l

ପ୍ରତାପ ଜେନା, ପୂର୍ବତନ ମନ୍ତ୍ରୀ

ମନ୍ତ୍ରୀ ମଣ୍ଡଳରୁ ବାଦ ପଡିବା ପରେ ପୂର୍ବତନ ମନ୍ତ୍ରୀ ରଘୁ ନନ୍ଦନ ଦାସଙ୍କ କ୍ଷୋଭ।ମୋ ଜିଲ୍ଲା ବାଦ ପଡିଥିବା ରୁ ମୁଁ ଦୁଃଖୀ । ମୁଖ୍ୟ ସଚେତକ ପଦ ମିଳିଛି କିନ୍ତୁ ମନ୍ତ୍ରୀ ପଦ ମିଳିଥିଲେ ମୁଁ ଅଧିକ ଖୁସି ହୋଇଥାନ୍ତି । ସମସ୍ତେ କିପରି ମିଳିତ ଭାବେ ବିଜୁ ଜନତା ଦଳ ପାଇଁ କାମ କରିବ କିଛି ଲୋକଙ୍କୁ ଆଗକୁ ଆସିବାକୁ ପଡିବ । ତାହା ଭିତରେ ଆପଣ ମାନେ ରହିଥିବାରୁ ମୁଁ ଅତ୍ୟନ୍ତ ଖୁସି ବୋଲି ଆମକୁ କହିଲେ ମୁଖ୍ୟମନ୍ତ୍ରୀ । ସଂଗଠନ କୁ ଶାଣିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ନିର୍ଦ୍ଦେଶ ଦେବେ ମୁଁ କରିବି । ମୁଖ୍ୟମନ୍ତ୍ରୀ ଅନେକ କଥା ଚିନ୍ତା କରି ଯେଉଁ ବ୍ୟବସ୍ଥା କରିଛନ୍ତି ତାହା ଭିତରେ ଆମେ ସମସ୍ତେ ରହିଛୁ ।

2024 ପାଇଁ ଦଳକୁ ମଜବୁତ କରିବା ପାଇଁ ରଣନୀତି ପ୍ରସ୍ତୁତ ହେଉଛି। ଆରବର୍ଷ ସେପ୍ଟେମ୍ବର ବେଳକୁ code of conduct ଲାଗିପାରେ। କିଛି ଦକ୍ଷ ଲୋକ ଯେଉଁ ମାନଙ୍କୁ ମନ୍ତ୍ରିମଣ୍ଡଳ ରୁ ବାଦ ଦିଆଯାଇଛି ସେମାନଙ୍କୁ ସଂଗଠନ ଦାୟୀତ୍ୱ ଦିଆଯିବ। 2024ରେ ମୁଖ୍ୟ ଲଢେଇ ହେବ। କେମିତି ପୁର୍ନବାର ସରକାରକୁ ବିଜେଡି ଆସିବ ତାହା ଉପରେ ଗୁରୁତ୍ୱ ଦିଆଯାଉଛି।

ଦେବାଶିଷ ସାମନ୍ତରାୟ, ବିଜେଡି ନେତା

ଦଳକୁ ଆଗକୁ ନେବା ପାଇଁ ଆହୁରି ପରିଶ୍ରମ କରିବାକୁ ପଡିବ। ସଙ୍ଗଠନକୁ ମଜବୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଦେଲେ ପରାମର୍ଶ।

ସୁଦାମ ମାରାଣ୍ଡି, ବିଜେଡି ନେତା

ପାନ ବ୍ୟବସାୟୀଙ୍କ ପ୍ରକୃତି ପ୍ରେମ…

() ବର୍ତ୍ତମାନ ସମୟରେ ଗୁଳୁଗୁଳି ସହ ତତଲା କାଡେଇରେ ଭାଜି ହେଉଛନ୍ତି ରାଜଧାନୀ ବାସୀ। ସକାଳ 8ରୁ ଖରାର ତାପମାତ୍ରା ଏତେ ରହୁଛି ଯେ..କଂକ୍ରିଟ ସହରରେ ଗଛ ଛାଇ ତଳେ ଠିଆ ହେବାକୁ କିଏ ବା ନ ଚାହେଁ । ହେଲେ ସେ ଗଛର ମହତ୍ତ୍ଵକୁ ରାଜଧାନୀ ବାସୀ ମାନେ ବୁଝନ୍ତି ନାହିଁ। କାଳ ବୈଶାଖରେ ନୟାପଲ୍ଲୀ ଭେଣ୍ଡିଙ୍ଗ ଜୋନରେ ଉପୁଡି ଯାଇଥିବା କଦମ୍ବ ଗଛ ପୁଣି ଥରେ ବଚେଇବା ପାଇଁ ଚାଲିଛି ଉଦ୍ୟମ । ପାନ ବ୍ୟବସାୟ କରି ପରିବାର ପୋଷଣ କରୁଥିବା ମାଣ୍ଟୁ ବ୍ୟବସାୟ ଛାଡି ଗଛକୁ ପୁନର୍ଜୀବିତ କରିବାକୁ ଲାଗି ପଡିଛନ୍ତି । ମଣ୍ଟୁଙ୍କ କହିବା କଥା ହେଉଛି ଏଠି ଗଛ ରହିଲେ କିଛି ଲୋକ ଖରା ସମୟରେ ଆଶ୍ରୟ ନେବେ। ଏହାସହ ଗଛ ଯୋଗୁ ଭଲ ବ୍ୟବସାୟ ହେଉଥିବା ସେ କହିଛନ୍ତି । କାରଣ ସେ ବୁଝିଛନ୍ତି ଏ ବ୍ୟସ୍ତ ବହୁଳ ରାଜଧାନୀରେ ବୃକ୍ଷର ମୂଲ । ତାଙ୍କ ଏପରି ଉଦ୍ୟମକୁ ଏବେ ସବୁଠି ପ୍ରସଂଶା କରାଯାଉଛି।

ମଣ୍ଟୁ ପାତ୍ର, ବ୍ୟବସାୟୀ

490 ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ…

() ସ୍କୁଲ ରୂପାନ୍ତରଣର ଦ୍ବିତୀୟ ପର୍ଯ୍ୟାୟର ଚତୁର୍ଥ ଦିନରେ

୫ଟି ଜିଲ୍ଲାର 490 ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ

ସ୍କୁଲ ରୂପାନ୍ତର ପିଲାଙ୍କ ସ୍ବପ୍ନ ଓ ସଫଳତା ମଧ୍ୟରେ ସେତୁ ହୋଇଛି.. ମୁଖ୍ୟମନ୍ତ୍ରୀ

ସୁଯୋଗ ର ବ୍ୟବହାର କରି ଆଗକୁ ବଢି ବାକୁ ଛାତ୍ର ଛାତ୍ରୀଙ୍କୁ ମୁଖ୍ୟମନ୍ତ୍ର ଙ୍କ ପରାମର୍ଶ।ସଫଳତା ଏବେ ହାତ ମୁଠାରେ ଛାତ୍ରଛାତ୍ରୀ

{} ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମରେ ବିଦ୍ୟାଳୟ ଗୁଡିକର କାୟାକଳ୍ପ ପିଲାମାନଙ୍କ ମାନସିକତା ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇଛି । ସ୍କୁଲର ଆଧୁନିକ ସୁବିଧା ସୁଯୋଗ ଯୋଗୁ ପାଠ ପଢିବାକୁ ଆଗ୍ରହ ମଧ୍ୟ ବଢିବା ସହିତ ଆମର ଆତ୍ମବିଶ୍ବାସ ମଧ୍ୟ ବୃଦ୍ଧି ପାଇଛି ବୋଲି ପିଲାମାନେ ମତବ୍ୟକ୍ତ କରିଛନ୍ତି୤ ସେମାନେ କହିଛନ୍ତି ଯେ ନୂତନ ଆଧୁନିକ ସୁବିଧା ସହିତ ସ୍କୁଲକୁ ନୂଆ ରାସ୍ତା, ମାଗଣା ବିଜୁଳି ଓ ଇଣ୍ଟରନେଟ୍‌ ସୁବିଧା ଆମର ପାଠପଢାକୁ ସହଜ କରିଛି ।ସଫଳତା ଏବେ ହାତ ମୁଠାରେ ବୋଲି ପିଲାମାନେ କହିଛନ୍ତି।

ଆଜି ଦ୍ବିତୀୟ ପର୍ଯ୍ୟାୟର ଚତୁର୍ଥ ଦିବସରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରି ପିଲାମାନଙ୍କ ସହିତ କଥାବାର୍ତ୍ତା କରିବା ସମୟରେ ପିଲାଙ୍କ ଖୁସି ଓ ମନୋଭାବରୁ ଏହା ସ୍ପଷ୍ଟ ଜଣାଯାଇଛି । ସମସ୍ତେ ସ୍କୁଲର ନୂଆ ପରିବେଶରେ ବେସ୍‌ ଖୁସି ହେବା ସହିତ ନିଜ ନିଜର ଭବିଷ୍ୟତକୁ ନେଇ ଗଭୀର ଆତ୍ମବିଶ୍ବାସର ସହ ନିଜର ଭାବନାକୁ ପ୍ରକାଶ କରିଛନ୍ତି।

ଏହି ଅବସରରେ ଆଲୋଚନାରେ ଭାଗ ନେଇ କେନ୍ଦ୍ରାପଡାରୁ ଅନନ୍ୟା, କଟକରୁ ସାନିୟା, କଳାହାଣ୍ଡିରୁ ଶିବାନୀ, ଝାରସୁଗୁଡାକୁ ପ୍ରଭାସିନୀ ଓ ବରଗଡରୁ ପରିଣୀତା ଆଦି ଛାତ୍ରଛାତ୍ରୀ ସେମାନଙ୍କ ବକ୍ତବ୍ୟ ରେ ସ୍କୁଲ ରୂପାନ୍ତର ଦ୍ୱାରା ସଫଳତା ଏବେ ସେମାନଙ୍କ ହାତ ମୁଠାରେ ବୋଲି ମତ ଦେଇଥିଲେ।ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୫ଟି ଜିଲ୍ଲାର 4୯0 ଟି ସ୍କୁଲକୁ ଲୋକାର୍ପିତ କରିଛନ୍ତି। କେନ୍ଦ୍ରାପଡା ଜିଲ୍ଲାର ୯୫ଟି ହାଇସ୍କୁଲ, କଟକର ୧୩୫ଟି, କଳାହାଣ୍ଡିର ୧୦୦ଟି, ଝାରସୁଗୁଡାର ୭୦ଟି ଓ ବରଗଡର ୯୦ଟି ହାଇସ୍କୁଲ ଲୋକାର୍ପିତ ହୋଇଛି ।

ସୂଚନାଯୋଗ୍ୟ ଯେ ଦ୍ବିତୀୟ ପର୍ଯ୍ୟାୟରେ ସମୁଦାୟ ୨୯୦୮ଟି ହାଇସ୍କୁଲର ରୂପାନ୍ତର ହୋଇଛି।  ଏହି ଅବସରରେ ପିଲାମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ସ୍କୁଲ ଆଜି ଯେଉଁ ନୂଆ ରୂପ ନେଇଛି, ତାହା ପିଲାମାନଙ୍କ ଭିତରେ ଆନନ୍ଦ ଓ ଉତ୍ସାହ ଭରି ଦେଇଛି । ଏହା ସେମାନଙ୍କ ମଧ୍ୟରେ ନୂଆ ଆଶା ଓ ସଂକଳ୍ପ ସୃଷ୍ଟି କରିଛି ।ସ୍କୁଲ ରୂପାନ୍ତର ପିଲାଙ୍କ ସ୍ବପ୍ନ ଓ ସଫଳତା ମଧ୍ୟ୍ୟରେ ସେତୁ ପରି ହୋଇଛିସ୍କୁଲ ସମୟ ଜୀବନର ଶ୍ରେଷ୍ଠ ସମୟ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏ ରୂପାନ୍ତର ଆମର ପିଲାମାନଙ୍କୁ ଶ୍ରେଷ୍ଠ କରି ଗଢିତୋଳିବା ପାଇଁ ସୁଯୋଗ ସୃଷ୍ଟି କରିଛି । ଏହି ସୁଯୋଗ ର ଉପଯୋଗ କରି ଆଗକୁ ବଢିବାକୁ ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ପରାମର୍ଶ ଦେଇ ଥିଲେ।

ପ୍ରତ୍ୟେକ ପିଲା ସ୍ବତନ୍ତ୍ର ଏବଂ ତା ଭିତରେ ଭରି ରହିଛି ବିପୁଳ ସମ୍ଭାବନା । ପିଲାଙ୍କ ଆଖିରେ ଥାଏ ସୁନ୍ଦର ଭବିଷ୍ୟତର ସ୍ବପ୍ନ। ଜୀବନରେ କିଛି ବଡ କରିବାର ସ୍ବପ୍ନ। ସ୍କୁଲ ରୂପାନ୍ତର ପିଲାମାନଙ୍କ ଏ ସ୍ବପ୍ନରେ ଡେଣା ଯୋଡିପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହା ପିଲାମାନଙ୍କ ପାଇଁ ନୂଆ ସୁଯୋଗ ଆଣିଛି । ତେଣୁ ଆତ୍ମବିଶ୍ୱାସ ର ସହ ଆଗକୁ ବଢିବାକୁ ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ. ପିଲାମାନଙ୍କ ସ୍ବପ୍ନ ସାକାର ହେଲେ, ନୂଆ ଓଡିଶାର ଲକ୍ଷ୍ୟ ପୂରଣ ହେବ ଓ ନୂଆ ଓଡିଶା ଗଠନର ଭିତ୍ତି ସ୍ଥାପିତ ହେବ।ଶିକ୍ଷା ହିଁ ଜୀବନରେ ସବୁଠାରୁ ବଡ ରୂପାନ୍ତର ଆଣିଥାଏ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜୀବନର ଏ ଗୁରୁତ୍ବପୂର୍ଣ୍ଣ ସମୟକୁ ଠିକ୍‌ ଭାବରେ ଉପଯୋଗ କର ଏବଂ ନିଜପାଇଁ, ନିଜ ପରିବାର ପାଇଁ ଓ ପ୍ରିୟ ଓଡିଶା ପାଇଁ ନୂଆ ପରିଚୟ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ।  ପିଲାମାନଙ୍କୁ ୫-ଟି ମହତ୍ତ୍ବ ବିଷୟରେ ବୁଝାଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଟେକ୍ନୋଲୋଜି, ଟିମୱାର୍କ, ଟାଇମ ବା ସମୟ ଏବଂ ଟ୍ରାନ୍ସପ୍ୟାରେନ୍ସି ବା ସ୍ବଚ୍ଛତାର ପ୍ରୟୋଗରେ ଆସେ ରୂପାନ୍ତର ।

ଟେକ୍ନୋଲୋଜି ଦ୍ବାରା ସେମାନଙ୍କ ସ୍କୁଲରେ ସ୍ମାର୍ଟ କ୍ଲାସ ରୁମ୍, ଇ-ଲାଇବ୍ରେରୀ, କମ୍ପୁଟର, ଆଧୁନିକ ପରୀକ୍ଷାଗାର ଆଦିର ବ୍ୟବସ୍ଥା ହେବା ସହିତ ଭଲ ପିଇବା ପାଣି ଓ ଉତ୍ତମ ପରିମଳ ବ୍ୟବସ୍ଥାର ସୁବିଧା କରାଗଲା । ସେହିପରି ଟିମ୍ୱାର୍କରେ ପଞ୍ଚାୟତ ପ୍ରତିନିଧି, ସ୍କୁଲ ପରିଚାଳନା କମିଟି, ଶିକ୍ଷକ, ପୁରାତନ ଛାତ୍ର ଓ ପ୍ରଶାସନ ଆଦି ସମସ୍ତେ ମିଳିମିଶି ଏ ରୂପାନ୍ତର କାମରେ ସାମିଲ ହୋଇଛନ୍ତି । ସେହିପରି ଟାଇମ ବା ସମୟକୁ ଗୁରୁତ୍ବ ଦିଆଯାଇ ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ ଠିକ୍‌ ସମୟରେ କାର୍ଯ୍ୟ ଶେଷ ହୋଇଛି । ସେହିପରି ଟ୍ରାନ୍‌ସପ୍ୟାରେନ୍‌ସି ବା ସ୍ବଚ୍ଛତାର ପ୍ରୟୋଗ କରାଯାଇ ସବୁ କାମ ସମସ୍ତଙ୍କ ସହ ଆଲୋଚନା କରି କରାଯାଇଛି। ଭିଜନ ଡକ୍ୟୁମେଣ୍ଟ ଠାରୁ ଆରମ୍ଭ କରି କାମ ତଦାରଖ ପର୍ଯ୍ୟନ୍ତ ସମସ୍ତଙ୍କ ଜ୍ଞାତସାରରେ ସବୁ କାର୍ଯ୍ୟ ହୋଇଛି। ଏହି ସ୍ବଚ୍ଛତା ହେଉଛି ୫-ଟି କାର୍ଯ୍ୟକ୍ରମର ବଡ ଶକ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏସବୁ ମିଶି ରୂପାନ୍ତର ଆସିଛି ବୋଲି ସେ ମତବ୍ୟକ୍ତ କରିଥିଲେ । ଏ ରୂପାନ୍ତର ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ସ୍କୁଲ ମ୍ୟାନେଜମେଣ୍ଟ କମିଟି, ପଞ୍ଚାୟତ ପ୍ରତିନିଧି, ପୁରାତନ ଛାତ୍ର ସଂସଦ, ଶିକ୍ଷକ ଶିକ୍ଷୟତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲ।

ଏହି କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରି ମନ୍ତ୍ରୀ ଶ୍ରୀ ନବକିଶେର ଦାସ, ବିଧାୟକ ଶ୍ରୀ ଧ୍ରୁବ ଚରଣ ସାହୁ, ବିଧାୟକ ଶ୍ରୀ ଦେବୀପ୍ରସାଦ ମିଶ୍ର,କଳାହାଣ୍ଡି ଜିଲ୍ଲା ପରିଷଦ ସଭାପତି ଶ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ଓ ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ ପ୍ରମୁଖ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଙ୍କ 5T କାର୍ଯ୍ୟକ୍ରମ ଶିକ୍ଷା କ୍ଷେତ୍ରରେ ଓଡିଶାକୁ ଶ୍ରେଷ୍ଠ କରି ଗଢ଼ିତୋଳିବ ବୋଲି ମତ ଦେଇଥିଲେ।ମୁଖ୍ୟମନ୍ତ୍ରୀଙ୍କ ସଚିବ 5T ଶ୍ରୀ ଭି କେ ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର ଓ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଓସେପାର ପ୍ରକଳ୍ପ ନିର୍ଦ୍ଦେଶକ ଧନ୍ୟବାଦ ଦେଇଥିଲେ୤

ଓଡ଼ିଶାରେ ଖାଦ୍ୟ ସୁରକ୍ଷା କାର୍ଯ୍ୟାୟନକୁ ନେପାଳ ଷ୍ଟଡ଼ି ମିଶନର ପ୍ରଶଂସା…

() କୌଣସି ଗରିବ ଲୋକ ଅନାହାରରେ ନରହିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ-ମୁଖ୍ୟ ଶାସନ ସଚିବ। ଭାରତର ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ବିଷୟରେ ବାସ୍ତବ ଅନୁଭୁତି ହାସଲ କରିବା ନିମନ୍ତେ ନେପାଳରୁ ଆସିଥିବା ଉଚ୍ଚସ୍ତରୀୟ ଷ୍ଟଡ଼ି ମିଶନ ଟିମ୍ ଓଡ଼ିଶାରେ ଖାଦ୍ୟ ସୁରକ୍ଷା ଯୋଜନାର ସଫଳ କାର୍ଯ୍ୟାନ୍ୱୟନକୁ ଭୁୟସୀ ପ୍ରଶଂସା କରିଛନ୍ତି । ରାଜ୍ୟର ନିଜ ଯୋଜନା ସହ କେନ୍ଦ୍ରୀୟ ଯୋଜନାର ସଠିକ୍ କାର୍ଯ୍ୟାନ୍ୱୟନ ଓଡ଼ିଶାର ଏକ ବଡ ସଫଳତା ବୋଲି ମିଶନ ଟିମ୍ର ସଦସ୍ୟମାନେ ମତ ଦେଇଛନ୍ତି । ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଏହି ଉଚ୍ଚସ୍ତରୀୟ ନେପାଳ ଷ୍ଟଡ଼ି ମିଶନ ଟିମ୍ଙ୍କ ନିମନ୍ତେ ଆଜି ରାଜ୍ୟ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା ।

ରାଜ୍ୟର ଖାଦ୍ୟ ସୁରକ୍ଷା ଯୋଜନା ବିଷୟରେ ପ୍ରାରମ୍ଭିକ ସୂଚନା ଦେଇ ଶ୍ରୀ ମହାପାତ୍ର କହିଥିଲେ ଯେ କୌଣସି ଗରିବ ଲୋକ ଅନାହାରରେ ରହିବ ନାହିଁ-ଏହାହିଁ ମୁଖ୍ୟ ମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କର ଲକ୍ଷ୍ୟ ଏବଂ ନିର୍ଦ୍ଦେଶ । ଏହି ଲକ୍ଷ୍ୟର ସଠିକ୍ ରୂପାୟନ ପାଇଁ ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଓ ଖାଉଟି କଲ୍ୟାଣ, ମହିଳା ଓ ଶିଶୁ ବିକାଶ, କୃଷି ଓ କୃଷକ ସଶକ୍ତିକରଣ, ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ, ଜଳ ସଂପଦ, ପଂଚାୟତିରାଜ ଓ ପାନୀୟ ଜଳ ଯୋଗାଣ ଏବଂ ଗୃହ ଓ ନଗର ଉନ୍ନୟନ ଆଦି ବିଭାଗମାନେ ସମନ୍ୱିତଭାବେ କାର୍ଯ୍ୟ କରୁଛନ୍ତି । ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନା ସହ ରାଜ୍ୟର ନିଜସ୍ୱ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମ ପ୍ରଣୟନ କରିଛନ୍ତି ।
ଜାତୀୟ ଖାଦ୍ୟ ସୁରକ୍ଷା ସ୍କିମ୍, ରାଜ୍ୟ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମ, ଶିଶୁ ଓ ଗର୍ଭବତୀ ମହିଳାମାନଙ୍କୁ ଅତିରିକ୍ତ ପୁଷ୍ଟି ଯୋଗାଣ, ବୃଦ୍ଧ, ଭିନ୍ନକ୍ଷମ ଓ ଅସହାୟମାନଙ୍କ ନିମନ୍ତେ ଭତ୍ତା ବଣ୍ଟନ, ସାଧାରଣ ଯୋଗାଣ ବ୍ୟବସ୍ଥା ମାଧ୍ୟମରେ ପୁଷ୍ଟିଯୁକ୍ତ ଚାଉଳ ଯୋଗାଣ, ଅଧିକ ପୁଷ୍ଟିଯୁକ୍ତ ମିଲେଟ୍ ଶସ୍ୟ ଯୋଗାଣ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା, ଅଙ୍ଗନବାଡିରେ ରନ୍ଧା ଖାଦ୍ୟ ଯୋଗାଣ, ସହରରେ ଆହାର କେନ୍ଦ୍ର ବ୍ୟବସ୍ଥା ଆଦିକୁ ରାଜ୍ୟ ସରକାର ଓ ପ୍ରଶାସନ ନିଷ୍ଠାର ସହ କାର୍ଯ୍ୟାୟନ କରୁଛନ୍ତି ବୋଲି ମୁଖ୍ୟ ଶାସନ ସଚିବ କହିଥିଲେ । ଶ୍ରୀ ମହାପାତ୍ର ଆହୁରି ମଧ୍ୟ କହିଥିଲେ ଯେ ବର୍ତ୍ତମାନ ଆଧୁନିକ ସୂଚନା ଓ ପ୍ରଯୁକ୍ତି ବିଦ୍ୟା କୌଶଳ ପ୍ରୟୋଗ କରି ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ତୃଟି ମୁକ୍ତ ଓ ଅଧିକ ଲକ୍ଷ୍ୟଭେଦୀ କରାଯାଉଛି । ଏହା ଫଳରେ ନକଲି ଓ ଭୁଲ୍ ହିତାଧିକାରୀ ବାଦ ପଡିଛନ୍ତି । ଖାଦ୍ୟ ସାମଗ୍ରୀ ଦେଣନେଣରେ ହେବାକୁଥିବା ସମ୍ଭାବ୍ୟ ଦୁର୍ନିତୀକୁ ବନ୍ଦ କରାଯାଇପାରିଛି । ଫଳରେ ଅଧିକ ସଂଖ୍ୟକ ଲୋକଙ୍କୁ ଖାଦ୍ୟ ଯୋଜନାରେ ସାମିଲ କରାଯାଇ ପାରିଛି ଓ ଯୋଗାଣ ହେଉଥିବା ଖାଦ୍ୟ ସାମଗ୍ରୀର ଗୁଣାତ୍ମକ ମାନ ବୃଦ୍ଧି ଘଟିଛି ।
ଖାଦ୍ୟ ସୁରକ୍ଷା ଓ ଖାଉଟି କଲ୍ୟାଣ ପ୍ରମୁଖ ଶାସନ ସଚିବ ଶ୍ରୀ ବୀର ବିକ୍ରମ ଯାଦବ କହିଥିଲେ ଯେ ଓଡ଼ିଶା ଖାଦ୍ୟ କ୍ଷେତ୍ରରେ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳତା ସ୍ଥିତିରୁ ବହୁ ଆଗକୁ ଆସି ବର୍ତ୍ତମାନ ଏକ ଖାଦ୍ୟ-ବଳକା ରାଜ୍ୟରେ ପରିଣତ ହୋଇଛି । ୨୦୦୩-୨୦୦୪ ମସିହାରୁ ରାଜ୍ୟ କେନ୍ଦ୍ରୀୟ ଖାଦ୍ୟ ସଂଗ୍ରହ ଯୋଜନାରେ ସାମିଲ ହୋଇ ନିଜ କୃଷକମାନଙ୍କଠାରୁ ଖାଦ୍ୟ-ଶସ୍ୟ ସଂଗ୍ରହ ଆରମ୍ଭ କରିଛି । ବର୍ତ୍ତମାନ ରାଜ୍ୟ ନିଜ କୃଷକମାନଙ୍କ ଠାରୁ ବାର୍ଷିକ ହାରାହାରି ୭୬ ଲକ୍ଷ ନିୟୁତ ଟନ୍ ଧାନ ସଂଗ୍ରହ କରୁଛି ଯେଉଁଥିରୁ ବିଭିନ୍ନ ମିଲ୍ ମାଧ୍ୟମରେ ପ୍ରାୟ ୫୨ ଲକ୍ଷ ନିୟୁତ ଟନ୍ ଚାଉଳ ଉତ୍ପାଦନ କରାଯାଉଛି । ଏହି ସଂଗ୍ରହ ମଧ୍ୟରୁ ରାଜ୍ୟରେ ବିଭିନ୍ନ ଖାଦ୍ୟ ସୁରକ୍ଷା ଯୋଜନା ପାଇଁ ପ୍ରାୟ ୩୦ ଲକ୍ଷ ନିୟୁତ ଟନ୍ ଚାଉଳ ବ୍ୟବହାର ହେଉଛି ଏବଂ ଅବଶିଷ୍ଟ ପ୍ରାୟ ୨୨ ଲକ୍ଷ ନିୟୁତ ଟନ୍ ଚାଉଳ ଦେଶର କେନ୍ଦ୍ରୀୟ ଖାଦ୍ୟ ଭଣ୍ଡାରକୁ ଦିଆଯାଉଛି । କେନ୍ଦ୍ରୀୟ ଭଣ୍ଡାରକୁ ସର୍ବାଧିକ ଚାଉଳ ଦେଉଥିବା ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶାର ସ୍ଥାନ ବର୍ତ୍ତମାନ ଚତୁର୍ଥ । ଶ୍ରୀ ଯାଦବ ଆହୁରି ମଧ୍ୟ ଜଣାଇଥିଲେ ଯେ ରାଜ୍ୟରେ ୯୫.୭୪ ଲକ୍ଷରୁ ଉର୍ଦ୍ଧ୍ୱ ପରିବାରଙ୍କୁ ପ୍ରତ୍ୟକ୍ଷ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଇଛି । ଏହିସବୁ ପରିବାରରେ ପ୍ରାୟ ୩.୩୩ କୋଟିରୁ ଅଧିକ ସଦସ୍ୟ ଅଛନ୍ତି ଯେଉଁମାନେକି ରାଜ୍ୟ ଜନସଂଖ୍ୟାରେ ପ୍ରାୟ ୮୦ ପ୍ରତିଶତ । ବର୍ତ୍ତମାନ ସମୁଦାୟ ୧୨,୧୨୪ ସୁଲଭ ଖୁଚୁରା ଦୋକାନ ମାନଙ୍କ ମାଧ୍ୟମରେ ପ୍ରତି ମାସରେ ହିତାଧିକାରୀମାନଙ୍କୁ ପ୍ରାୟ ୧.୮୭ ଲକ୍ଷ ନିୟୁତ ଟନ୍ ଖାଦ୍ୟ ଶସ୍ୟ ଯୋଗାଣ କରାଯାଉଛି । ଏହି ବ୍ୟବସ୍ଥାରେ ବିଭିନ୍ନ ସ୍ତରର କାରବାରକୁ ଅନ୍ଲାଇନ୍ ସ୍ୱୟଂକ୍ରିୟ ବ୍ୟବସ୍ଥା ମାଧ୍ୟମରେ ରିଅଲ୍-ଟାଇମ୍ ଭିତ୍ତିରେ ତନଖି କରାଯାଉଛି । ୧ ଟଙ୍କାରେ କିଲେ ଚାଉଳ, ଖାଦ୍ୟସାର ଯୁକ୍ତ ଚାଉଳ ଯୋଗାଣ ଏବଂ ଖାଦ୍ୟ ଯୋଗାଣ ବ୍ୟବସ୍ଥାରେ ମୋ-ସରକାର ତତ୍ତ୍ୱର ପ୍ରୟୋଗ ଆଦି ବିଷୟରେ ମଧ୍ୟ ଶ୍ରୀ ଯାଦବ ସବିଶେଷ ଭାବେ ଜଣାଇଥିଲେ । ମହିଳା ଓ ଶିଶୁ ବିକାଶ ଏବଂ ସାମାଜିକ ନିରାପତ୍ତା ଓ ଦିବ୍ୟାଙ୍ଗମାନଙ୍କ ସଶକ୍ତିକରଣ ବିଭାଗ ଶାସନ ସଚିବ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା ରାଜ୍ୟରେ ଅତିରିକ୍ତ ପୁଷ୍ଟି ଯୋଗାଣ, ମଧ୍ୟାହ୍ନ ଭୋଜନ, ବିଭିନ୍ନ ପ୍ରକାର ଭତ୍ତା, ସହରାଞ୍ଚଳରେ ଆହାର କାର୍ଯ୍ୟକ୍ରମ ଆଦି ବିଷୟରେ ବିଶେଷ ସୂଚନା ଦେଇଥିଲେ । ଟିମ୍ ସଦସ୍ୟମାନେ ଏହି ସବୁ ଅଭିନବ କାର୍ଯ୍ୟକ୍ରମର ପ୍ରଶଂସା କରିବା ସହ ସେସବୁର ଯୋଜନା, କାର୍ଯ୍ୟାୟନ ବ୍ୟବସ୍ଥା ଓ ପରିଚାଳନା ବିଷୟରେ ବିଭିନ୍ନ ପ୍ରଶ୍ନ ପଚାରି ଜ୍ଞାତ ହୋଇଥିଲେ । ନେପାଳ ଜାତୀୟ ଯୋଜନା କମିଶନ ସଦସ୍ୟ ଡ଼ଃ ଦିଲ୍ ବାହାଦୁର ଗୁରୁଙ୍ଗ୍ଙ୍କ ନେତୃତ୍ୱରେ ଆସିଥିବା ଏହି ମିଶନ ଟିମ୍ରେ ନେପାଳ ସରକାରଙ୍କ ଅର୍ଥ, କୃଷି ଓ ପଶୁପାଳନ, ଯୋଜନା ଆଦି ବିଭାଗର ଅତି ଉଚ୍ଚସ୍ତରୀୟ ଅଧିକାରୀମାନେ ଓଡ଼ିଶା ଗସ୍ତରେ ଆସିଛନ୍ତି । ଏମାନେ ଦୁଇଦିନ ଓଡ଼ିଶାରେ ବିଭିନ୍ନ ସୁଲଭ ଖୁଚୁରା ବିକ୍ରୟ କେନ୍ଦ୍ର, ଖାଦ୍ୟ ଯୋଗାଣ ଏ.ଟି.ଏମ୍, ଖାଦ୍ୟ ସୁରକ୍ଷା ଯୋଜନାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କାର୍ଯ୍ୟ, ଗ୍ରାମ ପଂଚାୟତର କାର୍ଯ୍ୟ ଆଦି ବିଷୟରେ କ୍ଷେତ୍ରସ୍ତରୀୟ ପ୍ରତ୍ୟକ୍ଷ ଅନୁଭୁତି ସଂଗ୍ରହ କରିବେ । ଏହାଛଡା, ଏହି ଟିମ୍ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବାର ସମ୍ଭାବନା ଅଛି ବୋଲି ଏକ ବିଶ୍ୱସ୍ତ ସୁତ୍ରରୁ ଜଣାପଡିଛି।

ଉମାକାନ୍ତ ମହାପାତ୍ର, ସୂଚନା ଅଧିକାରୀ, ମୁଖ୍ୟ ଶାସନ ସଚିବ

ରାଜ୍ୟରେ ସ୍ୱାଇନ ଫ୍ଲୁ ରୋଗୀ ଚିହ୍ନଟ….

( ) ଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ରଙ୍କ ସୂଚନା । ରାଜ୍ୟରେ 2 ଜଣ ସ୍ୱାଇନ ଫ୍ଲୁ ରୋଗୀ ଚିହ୍ନଟ ହୋଇଛନ୍ତି । ଦୁଇ ସନ୍ଦିଗ୍ଧ ରୋଗୀଙ୍କ ପରୀକ୍ଷାରୁ H1N1 ପଜିଟିଭ ଆସିଛି । ଜଣେ 38 ବର୍ଷର ପୁରୁଷ ଓ ଅନ୍ୟ ଜଣେ 28 ବର୍ଷର ମହିଳା । ଉଭୟେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ରହିଛି । ସେମାନଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ । 2019 ପରଠାରୁ ରାଜ୍ୟରେ ସ୍ୱାଇନ ଫ୍ଲୁ ରୋଗ ଦେଖାଯାଉଛି । ସାଧାରଣତଃ ଭାବେ ପ୍ରାକ ମୌସୁମୀ ଋତୁ ଓ ଶୀତ ଦିନେ ଏହି ରୋଗ ଦେଖାଯାଏ । କଣ୍ଟାକଟରେ ଆସିଲେ ଏହା ବ୍ୟାପିପାରେ । ତେଣୁ ଯଦି କୌଣସି ବ୍ୟକ୍ତି ଠାରେ ଥଣ୍ଡା, କାଶ, ଛିଙ୍କ, ଜ୍ୱର, ଦେହ ହାତ ଘୋଳା ବିନ୍ଧା ଭଳି ଲକ୍ଷଣ ରହୁଛି, ସେମାନେ ଆଇସଲେସନରେ ରୁହନ୍ତୁ । ଫଳରେ ଏଭଳି ଫ୍ଲୁର ସଂକ୍ରମଣକୁ ରୋକାଯାଇପାରିବ ।

ଡାକ୍ତର ନିରଞ୍ଜନ ମିଶ୍ର, ଜନସ୍ୱାସ୍ଥ୍ୟ ନିର୍ଦେଶକ

ବିଶ୍ୱନିୟନ୍ତା ନିଜ କାମ ନିଜେ କରୁଛନ୍ତି : ପ୍ରଣବ…

() ବିଶ୍ୱନିୟନ୍ତା ନିଜ କାମ ନିଜେ କରୁଛନ୍ତି । ସେ ସତ୍ୟ, ସେ ପୂର୍ଣ୍ଣ । ପ୍ରଭୁ ଯାହା ଚାହିଁଛନ୍ତି ସେହିଭଳି କାମ ହେଉଛି ବୋଲି କହିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ସୁପ୍ରିମକୋର୍ଟଙ୍କ ରାୟ ପରେ ପୁରୀରେ ପହଞ୍ଚିଛନ୍ତି 5-T ସଚିବ ଓ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଉଭୟ ପୁରୀରେ ପହଞ୍ଚି ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି । ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରି ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବେ 5-T ସଚିବ ଭି.କେ ପାଣ୍ଡିଆନ ।

ବ୍ରଜରାଜନଗର ଉପ ନିର୍ବାଚନକୁ ନେଇ ସୁବାସ ସିଂ ଙ୍କ ପ୍ରତିକ୍ରିୟା….

() ବ୍ରଜରାଜନଗର ଉପ ନିର୍ବାଚନର ଫଳାଫଳ ରାଜ୍ୟ ରାଜନୀତିରେ ବିଜେଡି ନୂଆ ଇତିହାସ ସୃଷ୍ଟି କରିବେ। ଉପ ନିର୍ବାଚନ ପୂର୍ବରୁ ଦୁଇଟି ନିର୍ବାଚନ ଯଥା ପଂଚାୟତ ଓ ପୌର ନିର୍ବାଚନରେ ବିଜେଡି ୫୬ ହଜାର ୩୦୦ ଭୋଟରେ ବିଜୟୀ ହୋଇଥିଲା। ଯାହା କି ଗ୍ରାଉଣ୍ଡରେ ବିଜେଡିର ସଂଗଠନକୁ ଦର୍ଶାଉଛି। ୬୦ ବର୍ଷ ଭିତରେ ବିଜେଡି ସେଠାରେ କେବେ ଜିତି ନଥିଲା। କିନ୍ତୁ ୨୦୧୯ ରେ ସ୍ୱର୍ଗତ କିଶୋର ମହାନ୍ତି ୧୧ ହଜାର ଭୋଟରେ ଜିତିଥିଲେ। ତା ପରେ ଦଳ ସେଠାରେ ନୂଆ ରୂପରେ ସାମ୍ନାକୁ ଆସିଛି। ପ୍ରଚାର ସମୟରେ ବିଜେଡିକୁ ଅଦ୍ଭୂତପୂର୍ବ ସମର୍ଥନ ଦେଖିବାକୁ ମିଳିଛି। ତେଣୁ ବିଜେଡି ଏକ ବଡ଼ ବ୍ୟବଧାନରେ ସେଠାରେ ବିଜୟୀ ହେବା ନିଶ୍ଚିତ।

ବ୍ୟାପୁଛି ମଙ୍କି ଫକ୍ସ….

()ମଙ୍କି ଫକ୍ସ କିଛି କିଛି ଦେଶରେ ବ୍ୟାପିଛି ଆଉ କିଛି ଦେଶକୁ ବ୍ୟାପିଲାଣି। ଗଲା ମାସ ସୁଦ୍ଧା ଦେଶରେ ମଙ୍କି ଫକ୍ସର କୌଣସି ତଥ୍ୟାନାହିଁ। ଯଦି ମଙ୍କି ଫକ୍ସ ର ପ୍ରଭାବ ଦେଶରେ ବ୍ୟାପେ ତେବେ ଭାରତ ସରକାରଙ୍କର 2 ପ୍ରକାରର ସର୍ଭିଲାନ୍ସ କରାଯିବ। ଗୋଟିଏ ହେଲା କମ୍ୟୁନିଟି ସଭିଲାନ୍ସ ଓ ଅନ୍ୟ ଟି ହସ୍ପିଟାଲ ସର୍ଭିଲାନ୍ସ। ଯଦି କୌଣସି କମ୍ୟୁନିଟି ରେ ଏଭଳି ରୋଗୀ ରହିଛନ୍ତି ତେବେ ସେମନଙ୍କୁ ଆଇସଲେସନ କରିବା ସହ ସେମାନଙ୍କର ଟେଷ୍ଟ କରାଯିବ। ଯଦି ହସ୍ପିଟାଲ ରେ ଏଭଳି ରୋଗୀ ଛୋଟ ଛୁଆ ଆସୁଛନ୍ତି ସେମନଙ୍କ ଉପରେ କଡା ନଜର ରହିବ। ବିଶେଷ କରି ଏହି ମଙ୍କି ଫକ୍ସ ରେ ଜ୍ୱର ସାଙ୍ଗକୁ ଘା ହୋଇଥାଏ। ବର୍ତ୍ତମାନ ରାଜ୍ୟର ଥିବା ସମସ୍ତ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ମଙ୍କି ଫକ୍ସ ଉପରେ ଅବଗତ କରାଯାଇଛି। ଏହାକୁ ନେଇ ଆଜି ମଧ୍ୟ ସିଡିଏମଓ ଓ ମୁଖ୍ୟ ଡାକ୍ତରଙ୍କୁ ନେଇ ବସିବ ବୈଠକ।

ବିଜୟ ମହାପାତ୍ର, ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଗରିବ ଲୋକ, ମହିଳା ତଥା ଦୁର୍ବଳ ଶ୍ରେଣୀର ଲୋକଙ୍କୁ ସୁରକ୍ଷା ଦିଅନ୍ତୁ- ମୁଖ୍ୟମନ୍ତ୍ରୀ…

() ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନଙ୍କ ଦିଗ୍‌ଦର୍ଶନ (Orientation) କାର୍ଯ୍ୟକ୍ରମ।

ଗାଁର ସମସ୍ୟାକୁ ନିଜ ସମସ୍ୟାଭାବେ ଗ୍ରହଣ କରି ସମାଧାନ ପାଇଁ ନିଷ୍ଠାପର ଉଦ୍ୟମ କରନ୍ତୁ।

ନିଜ ଅଞ୍ଚଳର ବିକାଶ ଦ୍ରୁତ ଭାବରେ କରି ନିଜର ପରିଚୟ ସୃଷ୍ଟି କରନ୍ତୁ।

ଗରିବ ଲୋକ, ମହିଳା ତଥା ଦୁର୍ବଳ ଶ୍ରେଣୀର ଲୋକଙ୍କୁ ସୁରକ୍ଷା ଦିଅନ୍ତୁ- ମୁଖ୍ୟମନ୍ତ୍ରୀ।

{} ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନଙ୍କ ଦିଗ୍‌ବିନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେଇ ଗାଁର ସମସ୍ୟାକୁ ନିଜ ସମସ୍ୟା ଭାବେ ଗ୍ରହଣ କରି ଏହାର ସମାଧାନ ପାଇଁ ନିଷ୍ଠାପର ଉଦ୍ୟମ କରିବାକୁ ପରାମର୍ଶ ଦେଇଛନ୍ତି ।ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏଥର ମହିଳାମାନେ ବହୁ ସଂଖ୍ୟାରେ ଜିତି ପଞ୍ଚାୟତର ମଙ୍ଗ ଧରିଛନ୍ତି । ଏହାଦ୍ବାରା ବିଜୁ ବାବୁଙ୍କ ମହିଳା ସଶକ୍ତିକରଣର ସ୍ବପ୍ନ ସାକାର ହୋଇଛି ବୋଲି ସେ ମତ ଦେଇଥିଲେ ।ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମର ଶାସନ ବ୍ୟବସ୍ଥା ଓ ବିକାଶ ଯୋଜନାରେ ପଞ୍ଚାୟତର ଗୁରୁତ୍ବ ବିଷୟରେ ଆପଣମାନେ ଭଲ ଭାବରେ ଜାଣନ୍ତି । ପଞ୍ଚାୟତ ହେଉଛି ସେବାର କେନ୍ଦ୍ର । ସାଧାରଣ ଲୋକ ଯେପରି ସରକାରୀ ସେବାରୁ ବଞ୍ଚିତ ନ ହୁଏ, ସରକାରୀ ସେବା ପାଇବାରେ ହଇରାଣ ନ ହୁଏ, ସେଥିପ୍ରତି ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଥିଲେ ।ଗରିବ ଲୋକ, ମହିଳା ତଥା ଦୁର୍ବଳ ଶ୍ରେଣୀର ଲୋକ ଓ ସେମାନଙ୍କ ଅଧିକାରକୁ ସୁରକ୍ଷା ଦିଅନ୍ତୁ ବୋଲି କହି ଲୋକଙ୍କ ସୁଖଦୁଃଖରେ ସାମିଲ ହେବାକୁ ପରାମର୍ଶ ଦେଇଥିଲେ ।୫-ଟି ବିଷୟରେ ଆଲୋକପାତ କରି ସେ କହିଲେ ଯେ ୫-ଟି ହେଉଛି ଟେକ୍‌ନୋଲୋଜି, ଟିମ୍‌ୱାର୍କ, ଟାଇମ, ଟ୍ରାନ୍‌ସପ୍ୟାରେନ୍‌ସି ବା ସ୍ବଚ୍ଛତା ଓ ରୂପାନ୍ତର। ୫-ଟି ମନ୍ତ୍ରକୁ ଗାଁର ବିକାଶରେ ଉପଯୋଗ କରନ୍ତୁ ବୋଲି ପରାମର୍ଶ ଦେଇ ସେ କହିଥିଲେ ଯେ ଏହାଦ୍ବାରା ଆପଣଙ୍କ ଗାଁ, ଆପଣଙ୍କ ପଞ୍ଚାୟତର ପରିବର୍ତ୍ତନ, ଅନ୍ୟ ମାନଙ୍କ ପାଇଁ ଆଦର୍ଶ ହୋଇପାରିବ ।ଜନସାଧାରଣ ଆମ ଉପରେ ଆସ୍ଥା ରଖିଛନ୍ତି, ଭରସା ରଖିଛନ୍ତି ବୋଲି ମତବ୍ୟକ୍ତ କରି ଲୋକଙ୍କୁ କେବେ ନିରାଶ ହେବାକୁ ଦେବା ନାହିଁ । ସେମାନଙ୍କ ଆସ୍ଥା ଓ ଭରସାକୁ ପବିତ୍ର ଦାୟିତ୍ବ ଭାବି ସେବା କଲେ ଲୋକଙ୍କ ହୃଦୟରେ ସବୁ ଦିନ ପାଇଁ ରହିଯିବେ ବୋଲି ସେ କହିଥିଲେ। ନିଜ କାମ ଦ୍ବାରା ନିଜ ନିଜ ଅଞ୍ଚଳରେ ବିକାଶର ଦୂତ ଭାବରେ ନିଜର ପରିଚୟ ସୃଷ୍ଟି କରିବା ପାଇଁ ପରାମର୍ଶ ଦେଇଥିଲେ।କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ଯୋଗ ଦେଇ ରାଜ୍ୟର ବିକାଶରେ ପଞ୍ଚାୟତରାଜ ଅନୁଷ୍ଠାନ ଗୁଡିକର ଭୂମିକା ସଂପର୍କରେ ଆଲୋକପାତ କରି ବିଭାଗ ପକ୍ଷରୁ ନିଆଯାଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ।

ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଥିଲେ ଯେ ବର୍ତ୍ତମାନ ଜିପିଏସ୍ ଟେକ୍ନୋଲୋଜି ଜରିଆରେ ପଞ୍ଚାୟତର ସବୁ ଭିତ୍ତିଭୂମିକୁ ମ୍ୟାପିଂ କରାଯାଇଛି । ଏହାଦ୍ବାରା ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ସମାଧାନ ତୁରନ୍ତ ହୋଇପାରିବ। ପଞ୍ଚାୟତଗୁଡିକ ସରକାରଙ୍କ ଅଭିଯୋଗ ଶୁଣାଣୀ ବ୍ୟବସ୍ଥାର ପ୍ରଥମ ସୋପାନ ବୋଲି ମତବ୍ୟକ୍ତ କରି ଲୋକଙ୍କ ଅଭିଯୋଗ ଗୁଡିକୁ ପଞ୍ଚାୟତ ସ୍ତରରେ ସମାଧାନ କରିବାକୁ ପରାମର୍ଶ ଦେଇଥିଲେ।କୃଷି ଓ କୃଷକ ସଶକ୍ତକରଣ ମନ୍ତ୍ରୀ ଶ୍ରୀ ଅରୁଣ ସାହୁ କହିଲେ ଯେ ମୁଖ୍ୟମନ୍ତ୍ରୀ ରାଜ୍ୟର ମହିଳା ଓ ଯୁବଶକ୍ତିକୁ ଆଗକୁ ଆଣି ପଞ୍ଚାୟତଗୁଡିକୁ ସଶକ୍ତ କରିବା ପାଇଁ ପଦକ୍ଷେପ ନେଇଛନ୍ତି। ସମସ୍ତେ ୫-ଟି ମନ୍ତ୍ରକୁ ଉପଯୋଗ କରି କାମ କଲେ, ରାଜ୍ୟରେ ରୂପାନ୍ତର ଆସିପାରିବ ବୋଲି ସେ କହିଥିଲେ ।

ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁ କହିଲେ ଯେ ମୁଖ୍ୟମନ୍ତ୍ରୀ ସମାଜସେବା କରିବା ପାଇଁ ମହିଳା ମାନଙ୍କୁ ସୁଯୋଗ ଦେଇଛନ୍ତି। ଓଡିଶାରେ ମହିଳାମାନେ ସଶକ୍ତ ହୋଇପାରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶକୁ ନେଇ କାମ କରିବା ପାଇଁ ସେ ପରାମର୍ଶ ଦେଇଥିଲେ।କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ସ୍ବାଗତ ଭାଷଣ ଦେଇ କହିଲେ ଯେ ପଞ୍ଚାୟତ ଅନୁଷ୍ଠାନ ଗୁଡିକୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରାଯାଇଛି। ବିକାଶ ପାଇଁ ଅନେକ ଅର୍ଥ ଦିଆଯାଉଛି। ଏହାର ସୁବିନିଯୋଗରେ ପ୍ରତିନିଧି ମାନଙ୍କ ପ୍ରଶିକ୍ଷଣ ବହୁତ ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଥିଲେ । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ଶ୍ରୀ ଅଶୋକ କୁମାର ମୀନା ଧନ୍ୟବାଦ ଅର୍ପଣ କରିଥିଲେ।ସୂଚନାଯୋଗ୍ୟ ଯେ ଏହି କାର୍ଯ୍ୟକ୍ରମରେ ୧ ଲକ୍ଷ ୬ ହଜାର ୩୫୨ ଜଣ ପଞ୍ଚାୟତ ପ୍ରତିନିଧି ଯୋଗ ଦେଇଛନ୍ତି।

Follow us

20,832FansLike
0FollowersFollow
14,700SubscribersSubscribe

Latest news