ସ୍ଵଭାବିକ……

ଅଢେଇ ବର୍ଷ ଧରୀ  ଅଦୃଶ୍ୟ ଶକ୍ତି ସହ ଲଢି ଶେଷରେ ବିଜୟ ଆଡକୁ ମୁହାଁଇଲାଣି ପୁରା ବିଶ୍ଵ l ସ୍ୱଭାବିକ ହେଉଛି ଜୀବନ ଯାତ୍ରା l ତାହାରି ଭିତରେ କେତେ ଗବେଷଣା ଆଉ କେତେ ଭବିଷ୍ୟତବାଣୀ l ତଥାପି ଦୂର ହୋଇଛି ଭୟ , ହଟିଛି କଟକଣା l ଯେମିତି ପୁଣି ଥରେ ମିଳିଛି ନୂଆ ଜୀବନ l ବଣ୍ଟି ବଜାରକୁ ବାହାରି ଥାଏ l ଦେଖିଲା  ପଡୋଶୀ ଘରର ଝିଅ ଚିକି  ପୁରା ପିନପିନ ହୋଇ କୁଆଡେ ବାହିରିଛି l ନୂଆ ଡ୍ରେସ୍ ସହ ଓଠରେ  ବୋଳି ହୋଇପଡିଛି ଅଢେଇ ବର୍ଷରେ  ଷ୍ଟ୍ରକ ହୋଇ  ଥିବା ଲିପଷ୍ଟିକ୍ l  ଠିକ୍ ଏତିକି ବେଳେ ବଣ୍ଟିର ବାପା କହିଲେ ଆରେ ବଜାରକୁ ଯାଉଛୁ ମାସ୍କ ପିନ୍ଧିକି ଯାଆ, ବଣ୍ଟି କହିଲା ବାପା ଏବେ ପା କରୋନା ଆଉ ନାହିଁ l ଧୀରେ ଧୀରେ ସବୁ ସ୍ବଭାବିକ ହେଲାଣି l

ଏତିକି କଥା କହି ବଣ୍ଟି ବଜାରକୁ ଚାଲିଲା l ହ ସତ କଥା , କରୋନା ମହାମାରୀ  ଅଢେଇ ବର୍ଷ ହେବ ପୁରା ବିଶ୍ୱକୁ କବଳିତ କରିଥିଲା l କିଏ କେତେ ପ୍ରିୟଜନକୁ ହରାଇଛନ୍ତି l ଅକାଳରେ ଅନେକଙ୍କ ଜୀବନ ବି ଯାଇଛି l ଅନେକ ପରିବାର ଛାର କାର ହୋଇଛି, ଅନେକ ବାପାମାଆ ହରାଇଛନ୍ତି l କେବଳ ଜୀବନ ନୁହେଁ , ଜୀବିକା ଉପରେ ମଧ୍ୟ ବହୁତ ପ୍ରଭାବ ପକାଇଛି ମହାମାରୀ କରୋନା l ବିଶ୍ୱର ଆର୍ଥିକ ପରିସ୍ଥିତି ବି ଦୋହଲାଇ ଦେଇଛି l ପ୍ରତି ପରିବାର ବି ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗିଦେଇଛି ମହାମାରୀ l ସବୁ କ୍ଷେତ୍ରରେ ଲାଗିଛି ଝଟକା l ଭୟ, ପାଖେପାଖେ ମୃତ୍ୟୁ , ଶୂନଶାନ ଓ  ଘରର ଚାରି କାନ୍ଥ ଭିତରେ ଜୀବନ କଟିଛି l ମଣିଷ , ଜୀବଜନ୍ତୁଙ୍କୁ ଛାଡ଼ନ୍ତୁ ଖୋଦ୍ ଭଗବାନ ଙ୍କ ଦୁଆର ବି ବନ୍ଦ ହୋଇଯାଇଥିଲା ମହାମାରୀ ପ୍ରଭାବରେ l ଲକଡାଉନ୍, ସଟ ଡାଉନ୍, ନେଗେଟିଭି, ପଜେଟିଭି ଶବ୍ଦ ଛଡ଼ା କାନକୁ ଯେମିତି କିଛି ଶୁଭୁ ନଥିଲା l ଗାଆଁ , ସହରରେ ସବୁଠି ଛୁଆଁ , ଅଛୁଆଁ ଭେଦଭାବ ଶୀର୍ଷରେ ଥିଲା l ମଣିଷ ମଣିଷକୁ ଡରୁଥିଲା l ବାପା ଶବକୁ ପୁଅ କାନ୍ଦ ଦେଇପାରୁନଥିଲା , ମା ଜନ୍ମ କଲା ସନ୍ତାନକୁ କ୍ଷୀର ପିଆଇ ପାରୁନଥିଲା l ଏମିତି କେତେ କଣ ନୂଆ ଘଟଣା ଘଟି ଚାଲିଥିଲା l ସବୁ ଯେମିତି ଇତିହାସରେ ଲେଖିବା ପାଇଁ ତିଆରି ହୋଇଥିଲା l ତାହାରି ଭିତରେ ହିଁ ସଂଘର୍ଷ କରି ଆଜି ବିଜୟ ହୋଇଛି ବିଶ୍ୱ l ଫେରିଛି ଖୁସି l ସ୍ବଭାବିକ ହୋଇଛି ଜୀବନ ଯାତ୍ରା l କରୋନା ଥିଲେ ବି ଭୟ ନାହିଁ l କଟକଣା ହଟିଛି l ଏମିତି ସ୍ଵଭାବିକ ସ୍ଥିତି ଦେଖି ବଣ୍ଟିର ମନେ ପଡ଼ିଛି ତା ଜେଜେ ବାପାଙ୍କର କଥା l କରୋନା ସମୟରେ ତା ଜେଜେ କହୁଥିଲେ ଏ ସମୟ ଦିନେ ଚାଲିଯିବ l ସବୁ ଠିକ୍ ହୋଇଯିବ l ଏକଥା ଭାବିଭାବି ବଣ୍ଟି ଆଖିରୁ ଲୁହ ଝରିଯାଇଛି l କାରଣ ସେହି କରୋନା ମହାମାରୀରେ ଆକ୍ରାନ୍ତ ହୋଇ ଚିକିତ୍ସିତ ଅବସ୍ଥାରେ ତା ଜେଜେଙ୍କର ଜୀବନ ଯାଇଛି l ଆଜି ଜେଜେ କଥା ସିନା ସତ ହୋଇଛି, ହେଲେ  ଜେଜେ କିନ୍ତୁ ସେସବୁ ଦେଖିବା ପାଇଁ ନାହିଁ l

ହଁ ସତରେ ଜୀବନ ଟା ଏମିତି ଅଙ୍କାବଙ୍କା ରାସ୍ତା l ଚକ୍ ଚକ୍ ରାସ୍ତାରେ ଗଲା ବେଲେ କେତେବେଳେ ରାସ୍ତା ପ୍ରିଡ ମାଗିବ ତ କେତେବେଳେ ଆପେ ଆପେ ଗାଡି ରହିଯିବ ରାସ୍ତାରେ l ତାହାରି ଭିତରେ ବି ଘାଟି ପଡ଼ିବ, ଆଉ ଖାଲ ବି l ବେଳେବେଳେ ସେହି ରାସ୍ତା କାହାର  ଜୀବନ ନେବ ତ କାହାକୁ ବଞ୍ଚିବାର ପାଇଁ ନୂଆ ରାସ୍ତା ଦେଖାଇବ l କାରଣ କରୋନା ମହାମାରୀ ଯେତିକି ଦୁଃଖ ଦେଇଛି ଜୀବନକୁ ସେତିକି ଶିକ୍ଷା ବି ଦେଇଛି l ନେହେଲେ କଣ ବଣ୍ଟି ଆଉ ପଡିଶା ଘର ଝିଅ ଚିକି ଏମିତି ସ୍ବଭାବିକ ଭାବେ ବଜାରକୁ ନିଜ୍ ନିଜ ଇଚ୍ଛାରେ ଯାଇପାରିଥାନ୍ତେ ……..

ଆଘାତପ୍ରାପ୍ତ ଯୁବ ମହିଳା ଫୁଟବଲ ଖେଳାଳୀ ମନୀଷା ପାଇଲେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆଶ୍ବାସନା ଓ ପ୍ରେରଣା…

{ }କଳିଙ୍ଗ ଷ୍ଟାଡିଅମରେ ମୁଖ୍ୟମନ୍ତ୍ରୀ।

ଆଘାତପ୍ରାପ୍ତ ଯୁବ ମହିଳା ଫୁଟବଲ ଖେଳାଳୀ ମନୀଷା ପାଇଲେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆଶ୍ବାସନା ଓ ପ୍ରେରଣା।

ଭୁଲିଗଲେ ଦୁଃଖ, ଖୁସିରେ ଆତ୍ମହରା ହେଲେ ମନୀଷା, ଦୃଢ ମନୋବଳ ସହ ଆଗକୁ ବଢିବାକୁ ପ୍ରସ୍ତୁତ।

( )ମନୀଷା ନାୟକ । ସ୍ପୋର୍ଟସ ଓଡିଶା ଟିମ୍‌ର ୧୮ ବର୍ଷ ବୟସ୍କା ଫୁଟବଲ ଖେଳାଳୀ। ଅନେକ ସ୍ବପ୍ନ ନେଇ ଓଡିଶା ମହିଳା ଲିଗ୍‌ ମ୍ୟାଚରେ ଖେଳିବାର ଆଶା ରଖି ଆସିଥିଲେ । କିନ୍ତୁ ରାଇଜିଂ ଷ୍ଟୁଡେଣ୍ଟସ ଟିମ୍‌ ସହିତ ଥିବା ମ୍ୟାଚ ପୂର୍ବରୁ ତାଙ୍କ ଆଣ୍ଠୁରେ ଆଘାତ ଲାଗିଲା । ଖେଳିବାର ସୁଯୋଗ ହରାଇଲେ। ମନ ଦୁଃଖରେ ଏକ ଚୌକିରେ ବସି ତାଙ୍କ ଟିମ୍‌ର ମ୍ୟାଚକୁ ଦେଖୁଥାନ୍ତି ।

ସେ ଜାଣି ନ ଥିଲେ ଯେ ତାଙ୍କର ଏହି ସାମୟିକ ଆଘାତ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହିତ କଥାବାର୍ତ୍ତା ହେବାର ଏକ ଅପୂର୍ବ ସୁଯୋଗ ଆଣିଦେବ । ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧା, ଆଶ୍ବାସନା ସହିତ ତାଙ୍କ ଠାରୁ ପ୍ରେରଣାଦାୟୀ ଶଦ୍ଦ ଶୁଣିବାକୁ ମିଳିବ । ବାସ୍ତବରେ ମନୀଷାଙ୍କ ଏହି ସାମୟିକ ଦୁଃଖ ତାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହିତ ଏକ ଭାବବିହ୍ବଳ ମୁହୂର୍ତ୍ତର ସୁଯୋଗ ଆଣି ଦେଇଥିଲା । ମନୀଷାଙ୍କ ସବୁ ଦୁଃଖ ମିଳେଇ ଯାଇଥିଲା ଏବଂ ଖୁସିରେ ସେ ଆଗାମୀ ମ୍ୟାଚ ଖେଳିବା ପାଇଁ ଦୃଢ ମନୋବଳ ରଖି ଆଗକୁ ବଢିବା ପାଇଁ ପ୍ରସ୍ତୁତ ହୋଇଥିଲେ।

ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସ୍ଥାନୀୟ କଳିଙ୍ଗ ଷ୍ଟାଡିଅମରେ ବିଭିନ୍ନ କ୍ରୀଡା ପ୍ରକଳ୍ପ ନିର୍ମାଣର ଅଗ୍ରଗତି ସମୀକ୍ଷା ପାଇଁ ଆସିଥିବା ବେଳେ, ସେଠାରେ ଚାଲିଥିବା ମହିଳା ଫୁଟବଲ ଲିଗ୍‌ ମ୍ୟାଚ ଦେଖିବା ପାଇଁ କିଛି ସମୟ ରହିଥିଲେ ଏବଂ ଖେଳାଳୀ ମାନଙ୍କ ସହିତ ମଧ୍ୟ କଥାବାର୍ତ୍ତା ହୋଇଥିଲେ। ଯେତେବେଳେ ମୁଖ୍ୟମନ୍ତ୍ରୀ ଦୁଃଖରେ ଭାଙ୍ଗି ପଡିଥିବା ମନୀଷାକୁ ଦେଖିଲେ, ସେ ତାଙ୍କ ପାଖକୁ ଯାଇ ତାଙ୍କୁ ଆଶ୍ବାସନା ଦେଇଥିଲେ ଏବଂ ମନ ଦୁଃଖ ନ କରି ତାଙ୍କର ଚିକିତ୍ସା ଓ ପ୍ରସ୍ତୁତି ଜାରି ରଖି ଆଗାମୀ ମ୍ୟାଚ ଖେଳିବା ପାଇଁ ନିଜକୁ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସ୍ନେହ ଓ ଶ୍ରଦ୍ଧାରେ ମନୀଷା ଆତ୍ମହରା ହୋଇପଡିଥିଲେ ଏବଂ ମୁଖ୍ୟମନ୍ତ୍ରୀଙ୍କ ପ୍ରେରଣାରେ ସେ ଆଗକୁ ଦୃଢ ଉଦ୍ୟମ ଜାରି ରଖିବେ ବୋଲି କହିଥିଲେ ।

ସୁନ୍ଦରଗଡ ସ୍ପୋର୍ଟସ ହଷ୍ଟେଲର ଛାତ୍ରୀ ବର୍ତ୍ତମାନ ୧୮ ବର୍ଷରୁ କମ୍‌ ଖେଲୋ ଇଣ୍ଡିଆ ଫୁଟବଲ କ୍ୟାମ୍ପରେ ରହି ଖେଳ ଅଭ୍ୟାସ ଜାରି ରଖିଛନ୍ତି ।

ସାମ୍ବାଦିକଙ୍କ ଉପରେ ଆକ୍ରମଣକୁ ବିଜେଡିର ତୀବ୍ର ନିନ୍ଦା…

{ } ବିଜେପିକୁ ହାରିବା ଭୟ ଘାରିଛି।

ନିଜେ ହିଂସା ଘଟାଇ ପାଲଟା ଅଭିଯୋଗ କରୁଛନ୍ତି।

ଶାନ୍ତିପ୍ରିୟ ଓଡ଼ିଶାବାସୀ ବିଜେପିକୁ ପ୍ରତ୍ୟାଖ୍ୟାନ କରିବେ।

୧. ଯାଜପୁରର ବିଞ୍ଝାରପୁର ଅଞ୍ଚଳରେ ସାମ୍ବାଦିକଙ୍କ ଉପରେ ହୋଇଥିବା ଆକ୍ରମଣକୁ ଆମେ ତୀବ୍ର ନିନ୍ଦା କରୁଛୁ । ଗଣମାଧ୍ୟମରୁ ଆମେ ଜାଣିବାକୁ ପାଇଲୁ ଯେ ଏହି ଆକ୍ରମଣକାରୀ ମାନଙ୍କ ବିରୋଧରେ ପୁଲିସ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି। ଆମେ ଆଶା କରୁଛୁ, ଅଭିଯୁକ୍ତମାନଙ୍କୁ ଆଇନ ଅନୁଯାୟୀ କଠୋରରୁ କଠୋର ଦଣ୍ଡ ମିଳିବ ।

୨. ତିନିଟି ପର୍ଯ୍ୟାୟ ନିର୍ବାଚନ ପରେ ବିଜେପି ଜାଣି ସାରିଲାଣି ଯେ ସେମାନେ ଅତ୍ୟନ୍ତ ଶୋଚନୀୟ ଭାବେ ପରାସ୍ତ ହେବାକୁ ଯାଉଛନ୍ତି। ତେଣୁ ବିଜେପିକୁ ଏବେ ହାରିବା ଭୟ ଘାରିଛି । ଆଉ ଏହି ଲଜ୍ଜାରୁ ମୁକୁଳିବା ପାଇଁ ସେମାନେ ବିଭିନ୍ନ ବାହାନା କରୁଛନ୍ତି । ପ୍ରତିଦିନ ରାଜ୍ୟର ବିଭିନ୍ନ ଅଞ୍ଚଳରେ ନିଜେ ହିଂସା ଘଟାଇ ପାଲଟା ଅଭିଯୋଗ କରୁଛନ୍ତି ।

୩. କିଛି ଦିନ ତଳେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ସରକାରୀ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ କରି ହାତ ଭାଙ୍ଗି ଦେଇଥିଲେ। ସେହିପରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଲଏ ଓରାମ ନିଜ ଦଳର ଜଣେ ଯୁବ ନେତ୍ରୀଙ୍କୁ ଲଜ୍ଜାଜନକ ଭାବେ ଅଶାଳୀନ ବ୍ୟବହାର କରିଥିଲେ । ଏକଥା ବି ସମସ୍ତେ ଜାଣନ୍ତି ଯେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ହତ୍ୟା ଅଭିଯୋଗରେ ଜେଲ୍ ଯାଇଥିଲେ ଏବଂ ଏବେ ସେ ଜାମିନ୍‌ରେ ଅଛନ୍ତି ।

୪. ଚଳିତ ନିର୍ବାଚନରେ ଓଡ଼ିଶା ବିଜେପି ହତାଶ ହୋଇ ପିପିଲିଠୁ ନେଇ ଗଜପତି ଓ ଜଗତସିଂହପୁର ପର୍ଯ୍ୟନ୍ତ, ସାରା ରାଜ୍ୟରେ ବ୍ୟାପକ ହିଂସା ଘଟାଇ ଚାଲିଛି। ରକ୍ତମୁଖା ବିଜେପି କର୍ମୀ ସାଧାରଣ ଜନତାଙ୍କଠୁ ନେଇ ପୁଲିସ, ସରକାରୀ କର୍ମଚାରୀ କାହାକୁ ଛାଡ଼ି ନାହାନ୍ତି। ଗତକାଲି କୁଜଙ୍ଗରେ ବରିଷ୍ଠ ନେତା ଦାମୋଦର ରାଉତଙ୍କ ଗାଡ଼ି ଉପରକୁ ବି ଆକ୍ରମଣ କରିଛନ୍ତି। ଆମେ ଆଶା କରୁଛୁ ସେମାନେ ଏଭଳି ହିଂସାରୁ କ୍ଷାନ୍ତ ହେବେ ଏବଂ ଆଇନର ଶାସନକୁ ସମ୍ମାନ ଦେବେ ।

୫. ଓଡ଼ିଶା ବିଜେପି ଅତ୍ୟନ୍ତ ବିପଦଜନକ ଭାବେ କେମିତି ବିହାର ଓ ୟୁପି ମଡ଼େଲର ନିର୍ବାଚନୀ ହିଂସାକୁ ଆମଦାନୀ କରିବାକୁ ଚେଷ୍ଟା କରୁଛି ତାହା ସମସ୍ତେ ଦେଖୁଛନ୍ତି । ମାତ୍ର ସେମାନେ ଭୁଲିଯିବା ଉଚିତ ନୁହେଁ ଯେ ଶାନ୍ତିପ୍ରିୟ ଓଡ଼ିଶାବାସୀ ଏକ ଶାନ୍ତିପୂର୍ଣ୍ଣ ବାତାବରଣରେ ରହିବାକୁ ଭଲ ପାଆନ୍ତି । ବିଗତ ନିର୍ନାଚନ ମାନଙ୍କରେ ଏଭଳି ହିଂସା ଘଟାଇଥିବାରୁ ବିଜେପିକୁ ଓଡ଼ିଶାାବାସୀ ପ୍ରତ୍ୟାଖ୍ୟାନ କରିଥିଲେ। ଏବେ ଚଳିତ ନିର୍ବାଚନରେ ବି ବିଜେପି ଯେମିତି ରକ୍ତମୁଖା ହୋଇଛି, ଏହାକୁ ଓଡ଼ିଶାବାସୀ କେବେ ବି ବରଦାସ୍ତ କରିବେନି, ଏହାର ଉଚିତ ଜବାବ ଦେବେ। ପୁଣି ଥରେ ସେମାନଙ୍କୁ ପ୍ରତ୍ୟାଖ୍ୟାନ କରିବେ ।

ୟଙ୍ଗ ଲୁକରେ ନବୀନ……

() ନବୀନ ପଟ୍ଟନାୟକ l ଓଡ଼ିଶାବାସୀଙ୍କ ପ୍ରିୟ ନେତା l ଯାହା କଲେ ବି ସେ ଚର୍ଚ୍ଚାରେ ରହନ୍ତି ଓ ଓଡ଼ିଆଙ୍କ ଭଲ ପାଇବା ପାଆନ୍ତି l କାରଣ ସେ ଗରିବଙ୍କ ନେତା ଓ ନୂଆ ଓଡ଼ିଶା ଗଠନର ବିନ୍ଧାଣୀ l ଆଜି କଳିଙ୍ଗ ଷ୍ଟାଡିୟମରେ ନବୀନ ୟଙ୍ଗ ଲୁକ୍ ରେ ରାଜ୍ୟବାସୀଙ୍କ ଆଗକୁ ଆସିଛନ୍ତି । ଟ୍ରାକ ପ୍ୟାଣ୍ଟ ଓ ଟି-ସାର୍ଟ ପରିଧାନ କରି ପ୍ରବେଶ କରିଥିଲେ ନବୀନ ପଟ୍ଟନାୟକ । କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା ଓମେନ୍ ଫୁଟବଲ ଲିଗ ଦେଖିଛନ୍ତି । ଷ୍ଟାଡିୟମରେ ବସି ଫୁଟବଲ ଖେଳକୁ ଅନୁଭବ କରିଛନ୍ତି । ପ୍ରତିଯୋଗୀଙ୍କୁ ଉତ୍ସାହିତ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଓଡ଼ିଶା ଜର୍ସି ପରିଧାନ କରି ପ୍ରବେଶ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ 5-ଟି ସଚିବ ଭି.କେ ପାଣ୍ଡିଆନ୍ ମଧ୍ୟ କଳିଙ୍ଗ ଷ୍ଟାଡିୟମରେ ପହଞ୍ଚିଥିଲେ । ନବୀନ ଧଳା ଆଉ ପାଣ୍ଡିୟାନଙ୍କ କଳା l ନବୀନଙ୍କ ଏଭଳି ଗସ୍ତ ଖେଳାଳିଙ୍କୁ ଉତ୍ସାହିତ କରିଛି । ତେବେ ଷ୍ଟାଡିୟମରେ ଚାଲିଥିବା ନିର୍ମାଣଧୀନ ପ୍ରକଳ୍ପର ମଧ୍ୟ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ରାଜ୍ୟକୁ କ୍ରୀଡ଼ା ହବ୍ କରିବା ନିମନ୍ତେ ଓଡିଶା ସରକାର ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି । ଖେଳାଳୀଙ୍କୁ ଉତ୍ସାହିତ କରି ପ୍ରତିଟି ମ୍ୟାଚରେ ଖୋଦ ମୁଖ୍ୟମନ୍ତ୍ରୀ ନିଜେ ଉପସ୍ଥିତ ରହି ଖେଳାଳୀଙ୍କ ମନବୋଳକୁ ସୁଦୃଢ କରିନ୍ତ୍ଵି l ନବୀନ ଙ୍କ ଏପରି ଆଭିମୁଖ୍ୟ ପାଇଁ ସେ ସାରା ଦେଶରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି l

କଳିଙ୍ଗ ଷ୍ଟାଡିଅମ୍‌ କମ୍ପଲେକ୍‌ସରେ ନିର୍ମାଣ ହେବ ଦେଶର ପ୍ରଥମ ଇନ୍‌ଡୋର ଆଥଲେଟିକ୍‌ ଷ୍ଟାଡିଅମ…

( )୫-ଟି କାର୍ଯ୍ୟକ୍ରମ ଅଧୀନରେ କ୍ରୀଡା ଭିତ୍ତିଭୂମି ପ୍ରକଳ୍ପ।

କଳିଙ୍ଗ ଷ୍ଟାଡିଅମ୍‌ କମ୍ପଲେକ୍‌ସରେ ଇନ୍‌ଡୋର ଆଥଲେଟିକ୍‌ ଷ୍ଟାଡିଅମ ତଥା ୩୦୦ କୋଟି ଟଙ୍କାର କ୍ରୀଡା ଭିତ୍ତିଭୂମି ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ।

ଦେଶର ପ୍ରଥମ ଇନ୍‌ଡୋର ଆଥଲେଟିକ୍‌ ଷ୍ଟାଡିଅମ
ଖର୍ଚ୍ଚ ହେବ ୧୨୦ କୋଟି ଟଙ୍କା, ଚଳିତ ବର୍ଷ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ହେବ।

ଭାରତର ପୁରୁଷ ଓ ମହିଳା ହକୀ ଟିମ୍‌ର ଖେଳାଳୀ ମାନଙ୍କୁ ଭେଟିଲେ ଓ ପ୍ରୋ-ଲିଗ୍‌ ମ୍ୟାଚ ପାଇଁ ଶୁଭେଚ୍ଛା ଜଣାଇଲେ।

{ }ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସ୍ଥାନୀୟ କଳିଙ୍ଗ ଷ୍ଟାଡିଅମ କମ୍ପଲେକ୍‌ସ ଗସ୍ତ କରି ସେଠାରେ ୩୦୦ କୋଟି ଟଙ୍କାର ବିଭିନ୍ନ କ୍ରୀଡା ଭିତ୍ତିଭୂମି ପ୍ରକଳ୍ପ ବିଶେଷତଃ ନିର୍ମଣାଧୀନ ଇନ୍‌ଡୋର ଆଥଲେଟିକ୍‌ ଷ୍ଟାଡିଅମର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଛନ୍ତି । ଏହି ଇନ୍‌ଡୋର ଆଥଲେଟିକ୍‌ ଷ୍ଟାଡିଅମ ହେଉଛି ଦେଶର ସର୍ବ ପ୍ରଥମ ଇନ୍‌ଡୋର ଆଥଲେଟିକ୍‌ ଷ୍ଟାଡିଅମ । ମୁଖ୍ୟମନ୍ତ୍ରୀ ଏହାର ଅଗ୍ରଗତିରେ ସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ ‌ଆଥଲେଟ ମାନଙ୍କ ପାଇଁ ଏହି ଇନ୍‌ଡୋର ସୁବିଧା ଦେଶରେ ଆଥଲେଟିକ୍‌ ଖେଳର ବିକାଶକୁ ଜୋରଦାର କରିବ ଏବଂ ଏହି ଷ୍ଟାଡିଅମ ଆଗାମୀ ଦିନରେ ଆଥଲେଟିକ ଚମ୍ପିଆନ ସୃଷ୍ଟି କରିବାରେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିବ ।

ଏହି ଷ୍ଟାଡିଅମଟି ୧୨୦ କୋଟି ଟଙ୍କା ବିନିଯୋଗରେ ନିର୍ମାଣ କରାଯାଉଛି ଏବଂ ଚଳିତ ୨୦୨୨ ସୁଦ୍ଧା ସମ୍ପୂର୍ଣ୍ଣ ହେବ ବୋଲି ଜଣାଯାଇଛି । ଏଥିରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଆଥଲେଟିକ କ୍ରୀଡା ଅନୁଷ୍ଠିତ ହେବ ଏବଂ ଖେଳାଳୀମାନେ ସାରା ବର୍ଷ ତମାମ ଖେଳ ଅଭ୍ୟାସ ଜାରି ରଖିପାରିବେ । ଶହେ ଜଣ ଖେଳାଳୀଙ୍କୁ କୋଚିଂ ଦେବା ପାଇଁ ଏଥିରେ ଆବାସିକ ସୁବିଧା ମଧ୍ୟ ରହିଛି।

ଏହାପରେ ମୁଖ୍ୟମନ୍ତ୍ରୀ ନିର୍ମଣାଧୀନ ଟେନିସ ସେଣ୍ଟର ପ୍ରକଳ୍ପ ମଧ୍ୟ ପ୍ରଦର୍ଶନ କରିଥିଲେ। ଏହି ଟେନିସ୍‌ ସେଣ୍ଟର ଆଇଟିଏଫ ଟୁର୍ଣ୍ଣାମେଣ୍ଟ ଓ ଡେଭିସ କପ ଭଳି ଜାତୀୟ ଓ ଆନ୍ତର୍ଜାତୀୟ କ୍ରୀଡା ଅନୁଷ୍ଠିତ ହେବାର ସୁବିଧା ଉପଲବ୍ଧ ହେବ ।ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମରେ ରାଜ୍ୟ କ୍ରୀଡା ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପ ଅଧୀନରେ ଏହିସବୁ କ୍ରୀଡା ପ୍ରକଳ୍ପ ନିର୍ମାଣ କରାଯାଉଛି। ଏହାଦ୍ବାରା ରାଜ୍ୟର କ୍ରୀଡା କ୍ଷେତ୍ରରେ ରୂପାନ୍ତର ଆସିପାରିବ ବୋଲି ଆଶା କରାଯାଉଛି । ବର୍ତ୍ତମାନ କଳିଙ୍ଗ ଷ୍ଟାଡିଅମ୍‌ କମ୍ପେଲେକ୍‌ସରେ ଇନ୍‌ଡୋର ଆଥଲେଟିକ ଷ୍ଟାଡିଅମ ଓ ଟେନିସ ସେଣ୍ଟର ସହିତ ଇନ୍‌ଡୋର ଆକ୍ବାଟିକ୍‌ସ ଷ୍ଟାଡିଅମ, Hockey HPC Building, ଓ ଷ୍ଟାଫ ମାନଙ୍କ ପାଇଁ ଆବାସିକ ବ୍ୟବସ୍ଥା ଆଦି ୩୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ନିର୍ମାଣ ଚାଲିଛି ।

ଏହାପରେ ମୁଖ୍ୟମନ୍ତ୍ରୀ କଳିଙ୍ଗ ଷ୍ଟାଡିଅମର ମୁଖ୍ୟ ଫୁଟବଲ୍‌ ପଡିଆରେ ଅନୁଷ୍ଠିତ ହେଉଥିବା ଓଡିଶା ମହିଳା ଫୁଟବଲ ଲିଗ୍‌ର ମ୍ୟାଚ ଦେଖିଥିଲେ ଏବଂ ଖେଳାଳୀ ମାନଙ୍କ ସହିତ ଆଲୋଚନା କରି ସେମାନଙ୍କୁ ସବୁପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି କହିଥିଲେ।ପରେ ମୁଖ୍ୟମନ୍ତ୍ରୀ ଭାରତୀୟ ଜାତୀୟ ହକୀ ଦଳର ଉଭୟ ପୁରୁଷ ଓ ମହିଳା ଖେଳାଳୀ ମାନଙ୍କୁ ଭେଟି ସେମାନଙ୍କର ରହଣୀ ଓ ଖେଳ ଅଭ୍ୟାସ ସଂପର୍କରେ ପଚାରି ବୁଝିଥିଲେ। ହକୀ କ୍ରୀଡାକୁ ମୁଖ୍ୟମନ୍ତ୍ରୀ ଯେଉଁ ସହଯୋଗ ଯୋଗାଇ ଦେଇଛନ୍ତି, ସେଥିପାଇଁ ସେମାନେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଆଗାମୀ ପ୍ରୋ-ଲିଗ୍‌ ମ୍ୟାଚ ପାଇଁ ଶୁଭେଚ୍ଛା ଜଣାଇଥିଲେ ଏବଂ ଆଗାମୀ ଏସିଆନ ଓ କମନୱେଲ୍‌ଥ ଗେମ୍‌ସରେ ଦେଶ ପାଇଁ ସ୍ବର୍ଣ୍ଣ ପଦକ ଆଣିବା ପାଇଁ ଲକ୍ଷ୍ୟ ରଖିବାକୁ ପରାମର୍ଶ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ଓ କ୍ରୀଡା ସଚିବ ଶ୍ରୀ ଭିନିଲ କ୍ରୀଷ୍ଣା ଉପସ୍ଥିତ ଥିଲେ ।

ସାମ୍ବାଦିକଙ୍କ ଉପରେ ଆକ୍ରମଣ ନେଇ ପ୍ରେସ କାଉନସିଲ ସଦସ୍ୟ ପ୍ରସନ୍ନ ମହାନ୍ତିଙ୍କ କ୍ଷୋଭ….

{ }ରାଜ୍ୟରେ ଜାରି ରହିଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ସାମ୍ବାଦିକମାନଙ୍କ ଉପରେ ଆକ୍ରମଣ ଘଟଣା ବଢ଼ି ଚାଲିଥିବାରୁ ପ୍ରେସ କାଉନସିଲ ସଦସ୍ୟ ,ଓ ୟୁ ଜେ ସଭାପତି ପ୍ରସନ୍ନ ମହାନ୍ତି ଘୋର ଉଦବେଗ ପ୍ରକାଶ କରିଛନ୍ତି। ପୋଲିସ ପ୍ରଶାସନ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ସୁରକ୍ଷା ଯୋଗାଇ ନପାରିବା ଅତ୍ୟନ୍ତ କ୍ଷୋଭର ବିଷୟ ବୋଲି ସେ କହିଛନ୍ତି। ଏକ ବିବବୃତିରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ନିର୍ବାଚନ ସମୟରେ ସାମ୍ବାଦିକ ମାନେ ଏକ ବିଶେଷ ଭୂମିକା ତୁଲାଇ ଥାନ୍ତି।ସେମାନଙ୍କୁ ଉପଯୁକ୍ତ ସୁରକ୍ଷା ଯୋଗାଇଦେବା ନିର୍ବାଚନ କମିଶନ ଓ ପୋଲିସ ପ୍ରଶାସନର ଦାୟିତ୍ଵ।ମାତ୍ର ରାଜ୍ୟରେ ଚଳିତ ପଞ୍ଚାୟତ ନିର୍ବାଚନର ତିନୋଟି ଯାକ ପର୍ଯ୍ୟାୟର ଭୋଟ ଗ୍ରହଣ ବେଳେ ଯାହା ଦେଖାଗଲା ଏହି ଦିଗଟି ପ୍ରତି ସମ୍ପୂର୍ଣ୍ଣ ଅବହେଳା ପ୍ରଦର୍ଶନ କରାଯାଇଛି ।ପୋଲିଂ କାର୍ଯ୍ୟରେ ନିୟୋଜିତ ସମସ୍ତ କର୍ମଚାରୀଙ୍କୁ ମିଳୁଥିବା ଆଇନ ଗତ ସୁରକ୍ଷା ସାମ୍ବାଦିକଙ୍କୁ ମଧ୍ୟ ମିଳିବା ଦରକାର ବୋଲି ମତବ୍ୟକ୍ତ କରି ଏ ସମ୍ପର୍କରେ ସେ ନିର୍ବାଚନ ଆୟୁକ୍ତ ,ପୋଲିସ ଡିଜି ଙ୍କୁ ଅବଗତ କରାଇଛନ୍ତି ବୋଲି କହିଛନ୍ତି ।ଆଜିର ଆକ୍ରମଣ ସବୁ ସୀମା ଅତିକ୍ରମ କରାଯାଇଛି ବୋଲି ଉଲ୍ଲେଖ କରି ଶ୍ରୀ ମହାନ୍ତି କହିଛନ୍ତି ଯେ ଏସଂପର୍କରେ ଭାରତୀୟ ପ୍ରେସ କାଉନସିଲ ଓ ଆନ୍ତର୍ଜାତୀୟ ସାମ୍ବାଦିକ ସଂଗଠନ (ଆଇ ଏଫ୍ ଜେ ) ର ମଧ୍ୟ ଦୃଷ୍ଟି ଆକର୍ଷଣ କରାଯାଇଛି । ଆକ୍ରମଣରେ ସଂପୃକ୍ତ ସମସ୍ତ ବ୍ୟକ୍ତିଙ୍କୁ ଗିରଫ କରାଯିବାସହ ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଓ ଅବଶିଷ୍ଟ ପର୍ଯ୍ୟାୟର ଭୋଟ ଗ୍ରହଣ ବେଳେ ସାମ୍ବାଦିକଙ୍କ ନିରାପତ୍ତା ସୁନିଶ୍ଚିତ କରାଯାଉ ବୋଲି ସେ ବିବୃତିରେ ଦାବି କରିଛନ୍ତି।

ସଂକଳ୍ପ ପ୍ରସ୍ତାବ କୁ ନେଇ ପ୍ରତିକ୍ରିୟା ରଖିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର…

( )ବିଧାନ ପରିଷଦ ସଂକଳ୍ପ ପ୍ରସ୍ତାବ କେନ୍ଦ୍ର ପାଇନଥିବା ପ୍ରସଙ୍ଗ। ପ୍ରତିକ୍ରିୟା ରଖିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। କହିଲେ ଏନେଇ ଦୁଇଟି ଚିଠି ଆମେ କେନ୍ଦ୍ରକୁ ପଠେଇଥିଲୁ। ଚିଠି କେନ୍ଦ୍ର ପାଇଥିବା ବିଧାନସଭା ଅବଗତ ହୋଇଛି। ଗୋଟିଏ ଚିଠିରେ 2018ରେ ପଠାଯାଇଥିବା ସଂକଳ୍ପ ର ତଥ୍ୟ ଦିଆଯାଇଥିଲା। ଅନ୍ୟଚିଠି ରେ କେନ୍ଦ୍ର କାହିଁକି ଚିଠି ପାଇନି ତାର ତଦନ୍ତ ଲାଗି ଆଇନ ମନ୍ତ୍ରଣାଳୟ କୁ ଲେଖାଯାଇଥିଲା।

ବାଇଟ: ସୂର୍ଯ୍ୟ ନାରାୟଣ ପାତ୍ର,ବାଚସ୍ପତି

ତୃତୀୟ ପର୍ଯ୍ୟାୟରେ ମୁକ୍ତ ଓ ଅବାଧ ନିର୍ବାଚନ ପାଇଁ କମିଶନଙ୍କୁ ଭେଟିଲା କଂଗ୍ରେସ…

( )ମୁକ୍ତ, ଅବାଧ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ହେଲେ ଗଣତନ୍ତ୍ର ସୁଦୃଢ଼ ହେବ । ପଂଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଉଭୟ ବିଜେଡ଼ି ଓ ବିଜେପି ରାଜ୍ୟରେ ଯେଉଁ ହିଂସାତ୍ମକ ବାତାବରଣ ସୃଷ୍ଟି କରୁଛନ୍ତି ତାହା ରାଜ୍ୟ ଓ ରାଜ୍ୟ ବାସୀଙ୍କ ପାଇଁ କ୍ଷତିକାରକ ବୋଲି ନିର୍ବାଚନ କମିଶନଙ୍କ ପାଖରେ ଅବଗତ କରାଇଛି କଂଗ୍ରେସ । ତତ୍‌ସହିତ କେତେକ ଅଭିଯୋଗର ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେଉଥିବା ପରିପ୍ରେକ୍ଷୀରେ କମିଶନଙ୍କୁ ଧନ୍ୟବାଦ ମଧ୍ୟ ଅର୍ପଣ କରିଛି ଏବଂ ପରବର୍ତୀ ପର୍ଯ୍ୟାୟରେ ଆହୁରି ଶକ୍ତ ଭାବେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି କଂଗ୍ରେସର ପ୍ରତିନିଧି ଦଳ ।
ଆଜି ରାଜ୍ୟ ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହୋଇ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଉକ୍ତ ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଓଲମ୍ବା ନିବାସୀ ଦୟାନିଧି ସେଠୀଙ୍କ ବାସଭବନ ସାମନାରେ ଛିଆହୋଇଥିବା ତାଙ୍କର କାରକୁ ୧୬ ତାରିଖ ରାତିରେ ଓଲମ୍ବା ପଂଚାୟତର ସରପଂଚ ପ୍ରାର୍ଥୀ ସୁଧାକର ସ୍ୱାଇଁ ଓ ତାଙ୍କର କେତେକ ସମର୍ଥକ ପୋଡ଼ି ଦେଇଥିଲେ । ସକାଳେ ଧମକ ଦେଲେ ରାତିରେ କାର ପୋଡ଼ିଲେ । ୧୭ ତାରିଖରେ ଶ୍ରୀ ସେଠୀ ବଡ଼ଗଡ଼ ଥାନରେ ଅଭିଯୋଗ କରିଛନ୍ତି କିନ୍ତୁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ । ଏହି ଅଭିଯୁକ୍ତମାନେ ଶାସକ ବିଜୁ ଜନତା ଦଳର କର୍ମୀ ତେଣୁ ପୋଲିସ ଜାଣିସୁଣି ଘଟଣାକୁ ଠିକ୍‌ଭାବେ ତଦନ୍ତ କରୁନାହିଁ । ଅଭିଯୁକ୍ତଙ୍କୁ ସୁରକ୍ଷା ଦେବା ଅର୍ଥ ପରୋକ୍ଷରେ ତାକୁ ଆଉ ଏକ ଅପରାଧ ଘଟାଇବାକୁ ଉତ୍ସାହିତ କରିବା ସଂଗେ ସମାନ । ପୋଲିସର ଏତାଦୃଶ ଆଚରଣ ଜାରି ରହିଲେ ବିଜୁ ଜନତର ଦଳର ସମର୍ଥକ ମାନେ ଭାବିବେ ଯେ ପୋଲିସ ଓ ପ୍ରଶାସନ ତାଙ୍କ ପକେଟରେ ଅଛି, ତାହାହେଲେ ଶାନ୍ତିପୂର୍ଣ୍ଣ ନିରପେକ୍ଷ ନିର୍ବାଚନ ହେବା କିଭଳି ସମ୍ଭବ? ପୁନଶ୍ଚ ଆସନ୍ତାକାଲି ଅର୍ଥାତ ୨୦ ଫେବୃଆରୀରେ ଗଞ୍ଜାମ ଜିଲ୍ଲାରେ ଧରାକୋଟ ବ୍ଲକରେ ନିର୍ବାଚନ ଅଛି । ଶାସକ ବିଜୁ ଜନତା ଦଳର ନେତା ଓ କର୍ମୀମାନେ ସମଗ୍ର ଧରାକୋଟ ବ୍ଲକର ଭୋଟରମାନଙ୍କୁ ନିଜ ସପକ୍ଷରେ ନେବାପାଇଁ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରୁଛନ୍ତି । ଏପରିକି ଓଲମ୍ବା ଗ୍ରାମପଂଚାୟତ, ଧରାକୋଟ ଗ୍ରାମ ପଂଚାୟତ, ଜାହାଡ଼ା ଗ୍ରାମ ପଂଚାୟତ, ଝାଡ଼ବନ୍ଧ ଗ୍ରାମ ପଂଚାୟତ, ମୁଣ୍ଡାମରାଇ ଗ୍ରାମପଂଚାୟତ ରେ ବୁଥ ଜବରଦଖଲ କରିବା ଆଶଙ୍କାକୁ ମଧ୍ୟ କଦାପି ଅସ୍ୱୀକାର କରାଯାଇ ନପାରେ । ଏଣୁ ତୁରନ୍ତ କମିଶନ ଏ ସବୁ ଅଂଚଳରେ ବ୍ୟାପକ ପୋଲିସ ବନ୍ଦୋବସ୍ତ କରିବା ପାଇଁ ଗଞ୍ଜାମ ଜିଲ୍ଳା ପ୍ରଶାସନ ଓ ପୋଲିସ ପ୍ରଶାସନକୁ ନିର୍ଦ୍ଦେଶ ଦେବା ପାଇଁ ଦାବି କରିବା ସହ ମୁକ୍ତ ଓ ଅବାଧ ନିର୍ବାଚନ କରାଇବାକୁ ଦାବି କରିଛି । ଏହି ପ୍ରତିନିଧି ମଣ୍ଡଳୀରେ ପ୍ରଦେଶ କଂଗ୍ରେସ ନିର୍ବାଚନ ଗଣମାଧ୍ୟମ ମୁଖ୍ୟ ଶ୍ରୀ ମନୋଜ ମହାପାତ୍ର, ମୁଖପାତ୍ର ଅମିୟ ପାଣ୍ଡବ, ସାଧାରଣ ସଂପାଦକ ଚିନ୍ମୟ ସୁନ୍ଦର ଦାସ ଓ ସଂପାଦକ ସୁବ୍ରତ ମହାପାତ୍ର କମିଶନଙ୍କୁ ଭେଟି ସ୍ମାରକ ପତ୍ର ଦେଇଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ବିରୋଧ ରେ ରାଜନୈତିକ ଷଡ଼ଯନ୍ତ୍ର କରୁଛି ବିରୋଧୀ ଦଳ…

() ଭାରତୀୟ ସଂସ୍କୃତି ଓ ଓଡ଼ିଆ ସଂସ୍କୃତି ପରମ୍ପରାରେ ଅଛି ଯେ ଜଣେ ଲୋକଙ୍କ ଭଲ ସ୍ୱାସ୍ଥ୍ୟ ପାଇଁ ଆମେ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁ। ହେଲେ ଜଣେ ଲୋକ ଯେଉଁଠି ସୁସ୍ଥ ଅଛନ୍ତି, କ୍ୟାବିନେଟ ମିଟିଂକୁ ଭରଚୁଆଲରେ ଆସୁଛନ୍ତି, ତାଙ୍କ ସ୍ୱାସ୍ଥ୍ୟକୁ ନେଇ କଳ୍ପନା ବାହାରେ ଗୁଜବ କରୁଥିବା ଲୋକଙ୍କୁ ଇତିହାସ କେବେ କ୍ଷମା ଦେବନି। ଓଡ଼ିଶା ଜନସାଧାରଣ ବି କେବେ କ୍ଷମା ଦେବେନି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ଜନସାଧାରଣଙ୍କ ହୃଦୟରେ ଅଛନ୍ତି। ସାଢ଼େ ଚାରି କୋଟି ଲୋକ ତାଙ୍କୁ ଏତେ ଭଲ ପାଉଛନ୍ତି ଯେ ପାଞ୍ଚ ଥର ମୁଖ୍ୟମନ୍ତ୍ରୀ କରିଛନ୍ତି। ମୁଖ୍ୟମନ୍ତ୍ରୀ ବି ଲୋକଙ୍କ କଲ୍ୟାଣ ପାଇଁ ଅନେକ ଯୋଜନା କରିଛନ୍ତି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କରିଛନ୍ତି। ଲୋକଙ୍କ ସ୍ୱାସ୍ଥ୍ୟ ଭଲ ପାଇଁ ଏହି ଯୋଜନା। ବିରୋଧୀ ତ କିଛି କରି ନାହାନ୍ତି ଲୋକଙ୍କ ପାଇଁ। ହେଲେ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଗୁଜବ କରୁଛନ୍ତି। ମୁଖ୍ୟମନ୍ତ୍ରୀ ଲୋକଙ୍କ କଥା ଚିନ୍ତା କରୁଛନ୍ତି। ବହୁଜନ ସୁଖାୟ ବହୁଜନ ହିତାୟ କଥା ମୁଖ୍ୟମନ୍ତ୍ରୀ ଚିନ୍ତା କରୁଥିବାବେଳେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଯେଉଁମାନେ ବିଭ୍ରାନ୍ତି କରୁଛନ୍ତି, ତାଙ୍କୁ ଓଡ଼ିଶାବାସୀ କେବେ କ୍ଷମା ଦେବେନି। ଏହା ନିନ୍ଦନୀୟ ଓ ଆମ ସଂସ୍କୃତି ପରିପନ୍ଥୀ। ଏହା ରାଜନୈତିକ ଷଡ଼ଯନ୍ତ୍ର।
ଅଶୋକ ଚନ୍ଦ୍ର ପଣ୍ଡା
ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ

ନବୀନଙ୍କ ସୁପର ସଟ……

() ଯେବେ ବି ନିର୍ବାଚନ ପରାଜୟ ଭୟ ଆସେ, ବିରୋଧୀଙ୍କ ଟାର୍ଗେଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତି। ହେଲେ ସେମାନେ ସଫଳ ହୁଅନ୍ତି ନାହିଁ। ସେଥିପାଇଁ ସେମାନେ ନବୀନଙ୍କ ସ୍ୱାସ୍ଥ୍ୟକୁ ନେଇ ଅପପ୍ରଚାର କରନ୍ତି। ଗତ ମାସ ବି କଲେ, ହେଲେ ସାଧାରଣତନ୍ତ୍ର ଦିବସରେ ନବୀନଙ୍କ ସୁଲତାନ ଚାଲି ବିରୋଧୀଙ୍କ ମୁହଁ ବନ୍ଦ କରି ଦେଲା।

ମୁଦ୍ଦା ନଥିବା ବିରୋଧୀ କିନ୍ତୁ ସେହି ଫର୍ମୁଲା ପଞ୍ଚାୟତ ନିର୍ବାଚନରେ ଲାଗୁ କଲେ। ସମସ୍ତଙ୍କୁ ଫୋନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେହାନ୍ତ କଥା କହି ଚାଲିଲେ। ହେଲେ ଏହା ବୁମେରାଙ୍ଗ ହେଲା କାରଣ ରାଜ୍ୟବାସୀ ନବୀନଙ୍କୁ ଭଲ ପାଆନ୍ତି। ସେମାନେ ଚିନ୍ତାରେ ପଡ଼ିଲେ। ରାଜ୍ୟବାସୀଙ୍କ ଟେନ୍ସନ ଦେଖି ଘରୁ ବାହାରିଲେ ନବୀନ। ମହାଶିବରାତ୍ରି ପାଇଁ ଏକାମ୍ର ନଗରୀ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କଲେ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ। ବିରୋଧୀଙ୍କ ନିର୍ବାଚନୀ ଏଜେଣ୍ଡା ମୁଖ୍ୟମନ୍ତ୍ରୀଙ୍କ ଦେହ ଅସୁସ୍ଥତା କଥାକୁ କଡ଼ା ଜବାବ ଦେଲେ ନବୀନ। ତା ପରେ ନା ସୋସିଆଲ ମିଡିଆ ନା ଗୁଜବ, କେଉଁଠାରେ ବି ବିରୋଧୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅସୁସ୍ଥତାକୁ ନେଇ ପାଟି ଫିଟାଉ ନାହାନ୍ତି। କାରଣ ସେମାନଙ୍କ ପାଖରେ ବି ଆଉ ପଂଚାୟତ ନିର୍ବାଚନ ଲଢ଼ିବାର ଅନ୍ୟ କୌଣସି ପ୍ରସଙ୍ଗ ନାହିଁ। ତେବେ ଗୋଟିଏ କଥା ସତ, ଗଣତନ୍ତ୍ରରେ ଗଠନମୂଳକ ସମାଲୋଚନାର ସ୍ଥାନ ଅଛି। ହେଲେ ଦେଶର ମୁଖ୍ୟ ପ୍ରଧାନମନ୍ତ୍ରୀ କି ରାଜ୍ୟର ମୁଖ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଅପମାନିତ କରିବା ଦେଶଦ୍ରୋହଠାରୁ ଅଧିକ ଗମ୍ଭୀର ନ ହୋଇ ପାରେ। କାରଣ ସେହି ସର୍ବୋଚ୍ଚ ନେତାଙ୍କୁ ଭାତରବାସୀ ନିର୍ବାଚିତ କରିଛନ୍ତି। ଆଉ ଏ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଯିଏ ବିରୋଧୀ ଦଳ ନେତା ଅସୁସ୍ଥ ହେଲା ବଡ଼ ବଡ଼ ଡାକ୍ତରଙ୍କ ସହ ସେମାନଙ୍କ ଆରୋଗ୍ୟ ପାଇଁ ଆଲୋଚନା କରନ୍ତି। ଗଣତନ୍ତ୍ରର ପୂଜକ ଯେ ନବୀନ, ଏ କଥାକୁ କେହି କେବେ ଏଡ଼ାଇ ପାରିବେ ନାହିଁ।

Follow us

20,832FansLike
0FollowersFollow
14,700SubscribersSubscribe

Latest news