ଉତ୍ସବ ନୁହେଁ, ଉତ୍ସର୍ଗୀକୃତ ହେବାର ଅବକାଶ…

()କର୍ମ ନିଷ୍ଠା ଓ ସେବା ମନୋଭାବ। ଯାହାଙ୍କ ଜୀବନର ମୂଳମନ୍ତ୍ର। ପଦ ପଦବି ଓ କ୍ଷମତାରୁ ଦୂରରେ ରହି ସବୁବେଳେ ଜନସେବା ମନୋଭାବ ତାଙ୍କର ପ୍ରାଥମିକତା। ପ୍ରତ୍ୟେକ ପରିସ୍ଥିତିରେ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ଲଢେଇ କରୁଥାନ୍ତି। ଏହାସହ ଜଣେ ରାଜନେତା ନୁହେଁ ବରଂ ଜଣେ ସେବକ ଭାବରେ ସବୁବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶକୁ ଆଗକୁ ନେବାକୁ ଦିନରାତି ଚେଷ୍ଟା କରନ୍ତି। ଲୋକଙ୍କ ସେବାରେ ଅଧିକରୁ ଅଧିକ ସମୟ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନକୁ ଅକ୍ଷରେ ଅକ୍ଷରେ ପାଳନ ପାଇଁ ତତ୍ପର ହୋଇ ଉଠନ୍ତି। ତେଣୁ ତାଙ୍କ ଜନ୍ମଦିନକୁ ଉତ୍ସବ ନୁହେଁ ବରଂ ଉତ୍ସର୍ଗୀକୃତ ଭାବେ ପାଳନ ପାଇଁ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି। ସେ ହେଉଛନ୍ତି ଓଡ଼ିଶା ଯୁବ ମାନସର ଆଦର୍ଶ, ଦୃଢ଼ ସଙ୍ଗଠକ, ଶ୍ରେଷ୍ଠ ବିଧାୟକ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି)। ରାଜନୈତିକ ପରିବାରରେ ତାଙ୍କରି ଜନ୍ମ। ହେଲେ ବିଳାସ ବ୍ୟସନଠାରୁ ଦୂରରେ ରହି ଜନସେବାରେ ନିଜକୁ ସମର୍ପିତ କରିଛନ୍ତି। ପିଲାଙ୍କଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ନିଜର ନିଆରା ଶୈଳୀ ପାଇଁ ସମସ୍ତଙ୍କ ହୃଦୟରେ ରାଜ କରୁଛନ୍ତି । ସେ ଜନପ୍ରିୟ ଯୁବ ନେତା ବବି ଦାସଙ୍କର ଆଜି ହେଉଛି ୫୦ତମ ଜନ୍ମ ଦିବସ ।

ଲୋକପ୍ରିୟ ଯୁବ ନେତା ବିଜେଡି ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ୫୦ତମ ଜନ୍ମଦିନ ପାଳନ ପାଇଁ ନିଜ ନିର୍ବାଚନ ମଣ୍ଡଳୀଠାରୁ ଆରମ୍ଭ କରି ରାଜ୍ୟର କୋଣ ଅନୁକୋଣରେ ବିଭିନ୍ନ କାର୍ଯ୍ୟକ୍ରମ ତାଙ୍କ ଶୁଭେଚ୍ଛୁମାନେ ଆୟୋଜନ କରିଛନ୍ତି । ବବି କିନ୍ତୁ ସେଲିବ୍ରେସନ ନୁହେଁ ଜନ୍ମଦିନ ସଂକଳ୍ପର ଦିନ ହେଉ ବୋଲି ସଂକେତ ଦେଇଛନ୍ତି ନିଜର କର୍ମ ଜରିଆରେ । ପଂଚାୟତ, ପୌର ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱକୁ ଓଡ଼ିଶାବାସୀ ଯେଉଁ ଭଲପାଇବା ଓ ଆଶୀର୍ବାଦ ଦେଇଛନ୍ତି ତାହା ବିଜେଡିକୁ ଅଧିକ ଉତ୍ତରଦାୟିତ୍ୱ ଦେଇଛି। ତେଣୁ ଏହି ଉତ୍ତରଦାୟିତ୍ୱକୁ ତୃଣମୂଳ ସ୍ତରରେ ଲୋକଙ୍କ ସେବକ ସାଜି କାମ କରିବା ପାଇଁ ଲାଗିଛନ୍ତି ପ୍ରଣବ। ଖାସ ସେଥିପାଇଁ ପ୍ରଣବଙ୍କ ଜନ୍ମଦିନରେ ତାଙ୍କ ଶୁଭେଚ୍ଛୁମାନେ ବିଭିନ୍ନ ସ୍ଥାନରେ ରକ୍ତଦାନ, ବୃକ୍ଷରୋପଣ, ଅସହାୟକୁ ସାହାଯ୍ୟ ଓ ସହଯୋଗ କରିବା ପାଇଁ ଆଗଭର ହେଉଛନ୍ତି। ରାଜ୍ୟବାସୀଙ୍କ ସୁଖଦୁଃଖର ସାଥି ବବି। ଜନ୍ମଦିନରେ ଜଗତର ନାଥ ଜଗନ୍ନାଥ ଓ ମା’ ବିରଜାଙ୍କ ପାଖରେ ତାଙ୍କର ଦୀର୍ଘାୟୁ କାମନା କରିଛନ୍ତି ତାଙ୍କୁ ଭଲ ପାଉଥିବା ଲୋକେ।

ଯୁବ ବିରୋଧି ଅଗ୍ନିପଥ ଯୋଜନାକୁ ମୋଦି ତୁରନ୍ତ ପ୍ରତ୍ୟାହାର କରନ୍ତୁ – ସଚ୍ଚିନ ସାୱନ୍ତ…

{} ରାଷ୍ଟ୍ର ବିରୋଧି – ଯୁବ ବିରୋଧି ଅଗ୍ନିପଥ ଯୋଜନାକୁ ମୋଦି ତୁରନ୍ତ ପ୍ରତ୍ୟାହାର କରନ୍ତୁ – ସଚ୍ଚିନ ସାୱନ୍ତ।

ଦେଶର ସେନାକୁ ଯୋଜନା ନୁହେଁ ଫୌଜି ଦରକାର।

() ଦେଶର ସେନାବାହିନିକୁ ଯୋଜନାବଦ୍ଧ ଭାବରେ ଦୁର୍ବଳ କରିବାର ମୋଦି ସରକାରଙ୍କ ପ୍ରଚେଷ୍ଟାକୁ କଦାପି ବରଦାସ୍ତ କରାଯିବ ନାହିଁ । ଦେଶର ସେନା ଓ ଯୁବବର୍ଗଙ୍କ ଭବିଷ୍ୟତକୁ ଅଗ୍ନିପଥ ଯୋଜନା ମାଧ୍ୟମରେ ଅନ୍ଧକାରଗର୍ଭକୁ ଠେଲି ଦେବାର ଅପଚେଷ୍ଟା ବିରୋଧରେ ଆଜି ପ୍ରଦେଶ କଂଗ୍ରେସ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ଜାତୀୟ କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ସଚିନ ସାୱନ୍ତ, ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଓ ଗଣମାଧ୍ୟମ ବିଭାଗ ଆବାହକ ସତ୍ୟପ୍ରକାଶ ନାୟକଙ୍କ ଉପସ୍ଥିତିରେ କଠୋର ସମାଲୋଚନା କରିଥିଲେ । ସେ କହିଥିଲେ ଯେ ଅଗ୍ନିପଥ ଯୋଜନା ଦେଶର ଯୁବବର୍ଗଙ୍କ ଭବିଷ୍ୟତ ପ୍ରତି ଧୋକା ଏବଂ ବିଶ୍ୱାସଘାତ ସଦୃଶ । ଭାରତଭଳି ଦେଶ ଆଜି ୫୦ ବର୍ଷର ରେକର୍ଡ ତୋଡ ଉତ୍କଟ ବେକାରୀ ସମସ୍ୟା ଦେଇ ଗତି କରୁଥିବା ବେଳେ, ସେନାବାହିନୀରେ ନିଯୁକ୍ତି ଅପେକ୍ଷାରେ ଥିବା ଏ ଦେଶର ଏକ କୋଟିରୁ ଉର୍ଦ୍ଧ୍ୱ ଯୁବକ ଆଜି ମୋଦି ସରକାରଙ୍କ ଅଗ୍ନିପଥ ଯୋଜନା ଯୋଗୁ ପ୍ରତାରିତ ଏବଂ ହତାଶ ହୋଇଛନ୍ତି । ତୁଗଲକି ଢ଼ାଂଚାରେ ଚାଲିଥିବା ସରକାରଙ୍କ ମନଇଚ୍ଛା ନିଷ୍ପତି ଯୋଗୁ ଦେଶ ଜିଏଷ୍ଟି, ନୋଟବନ୍ଦି, ଜମି ଅଧିଗ୍ରହଣ ବିଲ, କୃଷି କାନୁନ ଭଳି କାହା ସହିତ ଆଲୋଚନା ନକରି ଅଗ୍ନିପଥ ପରି ଏକ ଦିଶାହୀନ ଯୋଜନାକୁ ଲାଗୁ କରାଯିବାର ଏକପାଖିଆ ନିଷ୍ପତି ତଥା ଏ ଦେଶର ସମଗ୍ର ଯୁବସମାଜର ହିତ ଦୃଷ୍ଟିରୁ ଏହାକୁ ତୁରନ୍ତ ପ୍ରତ୍ୟାହାର କରିବାପାଇଁ ସେ ଦାବି କରିଥିଲେ । ପୂର୍ବରୁ ସେନାବାହିନୀରେ ପ୍ରତ୍ୟେକ ବର୍ଷ ୮୦ ହଜାରରୁ ଉର୍ଦ୍ଧ୍ୱ ସ୍ଥାୟୀ ଚାକିରି ପାଇଁ ନିଯୁକ୍ତି ଦିଆଯାଉଥିବା ବେଳେ ମୋଦି ସରକାରଙ୍କ ସମୟରେ ତାହା କମି କମି ୨୦୧୮ ମସିହା ସୁଦ୍ଧା ୫୦ ହଜାରକୁ ଖସିଆସିଥିଲା । କରୋନା ଯୋଗୁ ବିଗତ ଦୁଇ ବର୍ଷ ଧରି ସେନାରେ ସ୍ଥାୟୀ ନିଯୁକ୍ତି ପ୍ରକ୍ରିୟା ସଂପୂର୍ଣ୍ଣ ଭାବରେ ବନ୍ଦ ଥିଲା । ଏ ବର୍ଷ ଅତି କମରେ ୧.୫ ଲକ୍ଷ ଚାକିରି ପାଇଁ ପ୍ରକ୍ରିୟା ଆରମ୍ଭ ହେବା ପରିବର୍ତେ ମାତ୍ର ୪୬ ହଜାର ନିଯୁକ୍ତି, ସେ ପୁଣି ଦେଶର ସେନାବାହିନୀରେ ଠିକାରେ ମାତ୍ର ୪ ବର୍ଷ ପାଇଁ କାର୍ଯ୍ୟ କରିବାର ପ୍ରକ୍ର୍ରିୟାକୁ ସମଗ୍ର ଯୁବ ସମାଜର ବିରୋଧକୁ କଂଗ୍ରେସ ନୈତିକ ଭାବରେ ସମର୍ଥନ କରୁଛି । ପୂର୍ବତନ ସିଡିଏସ ମୁଖ୍ୟ ଜେନେରାଲ ବିପିନ୍ ରାୱତ ଏକ ସାକ୍ଷାତକାରରେ ସେନାରେ କାର୍ଯ୍ୟକରୁଥିବା ଯବାନ ମାନଙ୍କର ଅବସର ନେବାର ବୟସସୀମା ୫୮ବର୍ଷକୁ ବୃଦ୍ଧି କରିବାକୁ ପ୍ରସ୍ତାବ ରଖିଥିଲେ । ଆଜି ଦେଶରେ ୬୨ଲକ୍ଷ ୨୯ ହଜାର ସରକାରୀ ପୋଷ୍ଟ ଖାଲି ପଡ଼ିଛି ଏବଂ ସେଥିମଧ୍ୟରୁ ୨୬ ଲକ୍ଷରୁ ଉର୍ଦ୍ଧ୍ୱ ଚାକିରି କେବଳ କେନ୍ଦ୍ର ସରକାରଙ୍କ ଅଧିନରେ ଆସୁଅଛି । ଦେଶର ସେନାବାହିନୀରେ ୨ଲକ୍ଷ ୫୫ ହଜାର ପୋଷ୍ଟ ଖାଲି ଅଛି ଏବଂ ପ୍ରତ୍ୟେକ ବର୍ଷ ୫୫ ହଜାର ସେନା କର୍ମଚାରୀ ଅବସର ଗ୍ରହଣ କରନ୍ତି । ଅଗ୍ନିପଥ ଯୋଜନା ମାଧ୍ୟମରେ ୪ବର୍ଷିୟା ଠିକା ନିଯୁକ୍ତିରେ ଜଣେ ଯୁବକକୁ ତାର ଯୌବନ ଅବସ୍ଥାରେ ଚାକରିରୁ ଅବସର ନେଇ ପୂର୍ବତନ କର୍ମଚାରି ହେବାର ଅଦ୍‌ଭୁତ ପୂର୍ବ ଯୋଜନାକୁ ତୁରନ୍ତ ପ୍ରତ୍ୟାହାର କରାଯାଉ । ଆଜି ଦେଶର ସେନା କର୍ମଚାରୀଙ୍କର ହାରାହାରି ବୟସ ୩୦ବର୍ଷ ହୋଇଥିବା ବେଳେ ୪ ବର୍ଷ କାର୍ଯ୍ୟପରେ ଅବସର ନେବା କାହା ସ୍ୱାର୍ଥରେ । ସାଧାରଣ ଭାବରେ ଜଣେ ସୈନିକ ଅତି କମ୍‌ରେ ୯ ମାସର ବେସିକ୍ ଟ୍ରେନିଂ ଏବଂ ପରବର୍ତୀ ଅବସ୍ଥାରେ ନିଜର ବିଭାଗ ଅନୁଯାୟୀ ସ୍ପେଷାଲ ଟ୍ରେନିଂ ନେଇଥାନ୍ତି । ଯାହାକି ୪ବର୍ଷ ଜାଏ ଚାଲିଥାଏ ଅର୍ଥାତ ଜଣେ ସୈନିକ ତିଆରି କରିବାପାଇଁ ଅତି କମ୍‌ରେ ୪ବର୍ଷର ପ୍ରଶିକ୍ଷଣ ନିହାତି ଆବଶ୍ୟକ ପଡ଼ୁଥିବା ବେଳେ ବର୍ତମାନ ଅଗ୍ନିବୀର ମାନଙ୍କ ପାଇଁ ମାତ୍ର ୬ ମାସର ଟ୍ରେନିଂ ଫଳପ୍ରଦ ସାବ୍ୟସ୍ତ ହେବାକୁ ନେଇ ଦେଶର ଅନେକ ପୂର୍ବତନ ସେନାକର୍ମଚାରି ସଂଦେହ ପ୍ରକାଶ କରିଛନ୍ତି । ଜଣେ ଅଗ୍ନିବୀର ୪ ବର୍ଷର ଚାକିରି ଭିତରେ ୬ମାସ ପ୍ରଶିକ୍ଷଣ ଏବଂ ୪ ମାସ ଛୁଟି ନେବାପରେ ମାତ୍ର ୩ବର୍ଷ ୨ମାସ ମଧ୍ୟରେ ନିଜକୁ କିଭଳି ଦେଶରକ୍ଷା ପାଇଁ ପ୍ରସ୍ତୁତ ରଖିପାରିବ ସେ ନେଇ ଆଜି ଦେଶର ପୂର୍ବତନ ସେନାଧିକାରୀ ସନ୍ଦିହାନ । ପୂର୍ବରୁ ଆବେଦନ କରିଥିବା ଏବଂ ସବୁ ପରୀକ୍ଷାରେ କୃତକାର୍ଯ୍ୟ ହେଲାପରେ ସେନାରେ ଯୋଗଦାନ ପାଇଁ ଅପେକ୍ଷାରତ ଯୁବକମାନଙ୍କୁ ମୋଦି ସରକାରଙ୍କ ଏ ନିଷ୍ପତି ସଂପୂର୍ଣ୍ଣ ଭାବରେ ହତାଶ କରିଛି । କାରଣ ବର୍ତମାନ କେବଳ ଅଗ୍ନିପଥ ମାଧ୍ୟମରେ ହିଁ ସେନାରେ ଭର୍ତି ପ୍ରକ୍ରିୟା ହେବ ଅର୍ଥାତ ପୂର୍ବର ସବୁ ଆବେଦନ ଖାରଜ କରାଗଲା । ଏ କଥା ଦେଶର ୩ ସେନାର ବରିଷ୍ଠ ଅଧିକାରୀମାନେ ଗଣମାଧ୍ୟମ ସାମନାରେ ସ୍ପଷ୍ଟ କରିଛନ୍ତି । ଅଗ୍ନିବୀରଙ୍କ ମଧ୍ୟରୁ ୪ବର୍ଷ ପରେ ୭୫ ଭାଗ ନିଶ୍ଚିତ ଭାବରେ ସେବା ନିବୃତ ହେବେ ଏବଂ ଅତିବେଶିରେ ୨୫ ପ୍ରତିଶତଙ୍କୁ ପୁର୍ନବାର ସେନାରେ ନିଯୁକ୍ତିର ସୁଯୋଗ ମିଳିବ ଏବଂ ବର୍ତମାନ ସୁଦ୍ଧା ଏହି ୨୫ ପ୍ରତିଶତଙ୍କ ନିଯୁକ୍ତି ସର୍ତାବଳି ସ୍ଥିର କରାଯାଇ ନାହିଁ । ଆଗାମି ୪ବର୍ଷରେ ୬ଲକ୍ଷରୁ ଅଧିକ ପ୍ରଶିକ୍ଷିତ ସେନା କର୍ମଚାରି ସେବାନିବୃତ ହେବେ ଏବଂ ୪ ବର୍ଷିୟା ଠିକାନିଯୁକ୍ତି ଜରିଆରେ ଏହାକୁ ଭରଣା କରାଯିବାକୁ କଂଗ୍ରେସ ବିରୋଧ କରେ । ସେନାରେ ଜଣେ ସ୍ଥାୟୀ କର୍ମଚାରୀ ଜୀବନଯାକ ମେଡିକାଲ, କ୍ୟାଂଟିନ, ପେନସନ ଭଳି ସୁବିଧା ପାଉଥିବା ବେଳେ ୪ ବର୍ଷିଆ ଅଗ୍ନିବୀର ଏ ସୁଯୋଗରୁ ବଂଚିତ ହୋଇଛନ୍ତି । କଂଗ୍ରେସ ପାଇଁ ଦେଶର ସେନାବାହିନୀରେ କାର୍ଯ୍ୟକରୁଥିବା ସୈନିକ ମାନଙ୍କର ଦରମା ଓ ପେନସନ ଆଦୌ ଦେଶର ରାଜକୋଷ ଉପରେ ବୋଝ ନୁହେଁ । ମୋଦି ସରକାରଙ୍କର, ସେନାବାହିନୀରେ ଖର୍ଚ୍ଚକାଟ କରିବାକୁ ଯାଇ ସ୍ଥାୟୀ ନିଯୁକ୍ତିକୁ ବନ୍ଦ କରିବାର ପ୍ରକ୍ରିୟାକୁ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ଘୋର ବିରୋଧ କରାଯାଇଛି । ଦେଶର ସେନାବାହିନୀର ବଜେଟ ୧୭-୧୮ ମସିହାରେ ୧୭.୮% ଥିଲା ବେଳେ ୨୦-୨୧ ବେଳକୁ ୧୩.୦୨ ପ୍ରତିଶତକୁ ଖସିଆସିବା ମୋଦି ସରକାରଙ୍କର ଅପରିଣାମିଦର୍ଶି ନିଷ୍ପତି ଓ ସେନାବାହିନୀକୁ ଦୁର୍ବଳ କରିବାର ମାନସିକତାକୁ ପ୍ରତିଫଳିତ କରୁଛି । ଆସନ୍ତା କାଲି ସତ୍ୟାଗ୍ରହ ମାଧ୍ୟମରେ ଦେଶର ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅଗ୍ନିପଥ ଯୋଜନା ବିରୋଧରେ କଂଗ୍ରେସ ପ୍ରଦର୍ଶନ କରିବ । ଅନ୍ୟମାନଙ୍କ ମଧ୍ୟରେ ସାମାଜିକ ଗଣମାଧ୍ୟମ ମୁଖ୍ୟ ଅଭିଷେକ ମହାନନ୍ଦ, ମୁଖପାତ୍ର ମନୋରଞ୍ଜନ ଦାଶ, ପ୍ରଶାନ୍ତ ଶତପଥି, ରଜନୀ ମହାନ୍ତି ଓ ସଂଯୋଜକ ଦୀପକ ମହାପାତ୍ର ଉପସ୍ଥିତ ଥିଲେ ।

ବିଧାନସଭା ବଜେଟ ଅଧିବେଶନ ପୁର୍ବରୁ ବଦଳିବେ ବିରୋଧୀ ଦଳ ନେତା : କୁସୁମ ଟେଟେ…

() ବିରୋଧୀ ଦଳ ନେତାଙ୍କ ଅନୁପସ୍ଥିତ ଯୋଗୁଁ ଦଳକୁ ବିଧାନସଭା ରେ ସଠିକ୍ ଗୁରୁତ୍ବ ମିଳୁନି | ବଜେଟ୍ ଅଧିବେଶନ ପୁର୍ବରୁ ନୂଆ ବିରୋଧୀ ଦଳ ନେତା ଦେବାପାଇଁ ଦିଲ୍ଲୀରେ ଜେପି ନଡ୍ଡା ଙ୍କୁ ଭେଟି ପ୍ରସ୍ତାବ ରଖିଛନ୍ତି ବିଜେପି ବିଧାୟକଗଣ, ଏହା ସହିତ ରାଜ୍ୟ ସଭାପତିଙ୍କୁ ମଧ୍ୟ ଏନେଇ ଅବଗତ କରିଛନ୍ତି ବିଧାୟକ ମାନେ | ତେବେ ଉଭୟ ନେତା ଏହି ବଜେଟ ଅଧିବେଶନ ପୁର୍ବରୁ ନୂଆ ବିରୋଧୀ ଦଳ ନେତା ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି | ଆମ ଦଳରେ ୨୨ ଜଣ ବିଧାୟକ ଅଛନ୍ତି, ସେଥି ମଧ୍ୟରୁ ଅନେକ ବରିଷ୍ଠ ଓ ଅଭିଜ୍ଞ ନେତା ଅଛନ୍ତି, ସେମାନଙ୍କ ମଧ୍ୟରୁ ଯାହାକୁ କଲେ ଚଳିବ…

କୁସୁମ ଟେଟେ, ବିଜେପି ବିଧାୟିକା

ସୁର ରାଉତରାୟ ବୟାନକୁ ନେଇ ଅଡୁଆ ରେ କଂଗ୍ରେସ…

() ଦ୍ରୌପଦୀ ମୁରୁମୁ ଓଡ଼ିଆ ମାଟିରେ ଜନ୍ମ ହୋଇଛନ୍ତି। ତେଣୁ ଆମେ ଗର୍ବ କରୁଛୁ। ହେଲେ ଏହା ମାଟିର ଲଢେଇ ନୁହେଁ ପାର୍ଟିର ଲଢେଇ। ମାଟି ପାଇଁ ଲଢେଇ ହେଲେ ଆମେ ଜୀବନ ଦେଇ ଦେବୁ। ଉପା ପ୍ରାର୍ଥୀ ଦେଇଛି ଏନଡିଏ ପ୍ରାର୍ଥୀ ଦେଇଛି। ସୁରେଶ ରାଉତରାଏ ଜଣେ ବରିଷ୍ଠ ଲୋକ। ଆମେ ତାଙ୍କୁ ସମ୍ମାନ ଦେଉଛୁ। ସେ ବୁଦ୍ଧିଜିବୀ ଲୋକ। ପାର୍ଟି ଲାଇନରେ ରହିବେ। ସେ ପାର୍ଟିରେ ଅଛନ୍ତି। ପାର୍ଟିର ହୁଇପ ମାନିବେ। ଚାପ କାହା ଉପରେ କାହିଁକି ପଡ଼ିବ। କଂଗ୍ରେସ ହାଇକମାଣ୍ଡ ଯାହାକୁ କହିବେ, ଆମେ ଭୋଟ ଦେବୁ। ବିହାର ମାଟିର ଯସବନ୍ତ୍ ସିଂହା। ବିହାର ବିଜେପି ତାଙ୍କୁ ଭୋଟ ଦେବ ତ?

ନିର୍ବାଚନ ସରୁ। ତା ପରେ ଦେଖିବା କିଏ କେତେ ଭୋଟ ପାଉଛି। ସୁର ରାଉତରାୟ ବୟାନକୁ ନେଇ କଂଗ୍ରେସ ଅଡୁଆରେ ପଡ଼ିଲା ପରେ ଏହା କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ l ଯାହାକୁ ନେଇ କଂଗ୍ରେସ ରାଜନୀତି ଉଷ୍ମ l

ଦଳୀୟ ଚାପ ଆଗରେ ନଇଁଲେ ସୁର: ଭେଟିବେ ଯସବନ୍ତ୍ ସିଂହାଙ୍କୁ …

() ନିଷ୍ପତ୍ତି ବଦଳାଇଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ l ସୋନିଆ ଗାନ୍ଧିଙ୍କୁ ପ୍ରସ୍ତାବ ନୁହେଁ ଏବେ ସୁର ରାଉତରାୟ ମିଳିତ ବିରୋଧି ପ୍ରାର୍ଥୀ ଙ୍କୁ ଭେଟିବେ l ମତେ ଦଳର ଉପରୁ ତଳ ଯାଏ ଚାପ ପଡ଼ିଲା। ତାକୁ ଖାତିର କରିବାକୁ ପଡ଼ିବ। ଦ୍ରୌପଦୀଙ୍କୁ ସମର୍ଥନ ପାଇଁ ଆଉ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିବି ନାହିଁ। ଯସବନ୍ତ୍ ସିଂହାଙ୍କୁ ହି ଭୋଟ ଦେବି। ଦଳର ହୁଇପ ମାନିବାକୁ ହେବ। ପାର୍ଟି ଆଗ। ହେଲେ ମୋ ମନ କହିଲା ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହୋଇଗଲେଣି। ତେଣୁ ତାଙ୍କୁ ଅଭିନନ୍ଦନ ଜଣାଇଲି। ତେବେ କ୍ରସ ଭୋଟିଂ ହୋଇପାରେ ଯସବନ୍ତଙ୍କ ପାଇଁ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି l

ମିଶନ ୨୦୨୪ : ଦକ୍ଷିଣରୁ ଆରମ୍ଭ ହେଲା ବିଜେଡ଼ିର ସଜବାଜ, ମଇଦାନରେ ପ୍ରଣବ

() ନୂଆ ମିଶନ, ନୂଆ ଏଜେଣ୍ଡା ଆଉ ଭିଜନ ୨୦୨୪କୁ ନେଇ ଆଗେଇ ଚାଲିଛି ବିଜେଡି  । ୨୦୧୯ ନିର୍ବାଚନ ଫଳାଫଳା ପରଦିନ ଠାରୁ ନୂଆ ଓଡ଼ିଶା, ସଶକ୍ତ ଓଡ଼ିଶାର ସ୍ବପ୍ନ ଧୀରେଧୀରେ ବାସ୍ତବ ରୂପ ନେବାରେ ଲାଗିଛି । ପଞ୍ଚମ ପାଳିର ତୃତୀୟ ବର୍ଷରେ ଓଡ଼ିଶା ରାଜନୀତିରେ ଇତିହାସ ସୃଷ୍ଟି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ସମସ୍ତ ମନ୍ତ୍ରୀ ଇସ୍ତଫା ଦେବା ସହ ନୂଆ ମନ୍ତ୍ରୀମଣ୍ଡଳ ଗଠନ କରିଛନ୍ତି ନବୀନ  । ମନ୍ତ୍ରୀମଣ୍ଡଳ ଗଠନ ପରେ ସାଂଗଠିନିକ ପ୍ରକ୍ରିୟାକୁ ଗ୍ରାଉଣ୍ଡରେ ଅଧିକ ଶକ୍ତିଶାଳୀ କରିବାକୁ ଦଳ ଫୋକସ କରିଛି । ଏଥିପାଇଁ ବିଜେଡିର ପ୍ରତ୍ୟେକ କର୍ମୀ ଓ ନେତା ଦଳର ସଂଗଠନ ପାଇଁ ଅଧିକ ସମୟ୍ ଦେବାକୁ ଆହ୍ବାନ ଦେଇଥିଲେ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ  । ପ୍ରତିମାସରେ ଦଳର ସଂଗଠନ ଗ୍ରାଉଣ୍ଡରେ କେତେ କାର୍ଯ୍ୟକାରୀ ହୋଇଛି ତାହାର ସମୀକ୍ଷା ମଧ୍ୟ କରାଯାଉଛି ।   ରାଜ୍ୟ ସରକାରଙ୍କ ସମସ୍ତ ଯୋଜନାର ସୁଫଳରୁ ଯେମିତି ଜଣେ ବି ଓଡ଼ିଆ ବାଦ୍ ନପଡ଼ନ୍ତି ସେନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ତାଗିଦ କରିଥିଲେ ତାକୁ ଗ୍ରାଉଣ୍ଡରେ ବାସ୍ତବରୂପ ଦେବା ପାଇଁ  ତୋଫାନୀ ଜିଲ୍ଲାଗସ୍ତରେ ବାହାରିଛନ୍ତି ନବୀନଙ୍କ ପ୍ରିୟ ତଥା ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)  ।

ମିଶନ ୨୦୨୪ ସଫଳ କରିବା ପାଇଁ  ପ୍ରଣବ ଦକ୍ଷିଣରୁ ନିଜର ଅଭିଯାନ ଆରମ୍ଭ କରିଛନ୍ତି  । କୋରାପୁଟ,ନବରଙ୍ଗପୁର, ଜୟପୁରରେ ଘନଘନ ବୈଠକ କରି ସଂଗଠନକୁ ଅଧିକ ଚଳଚଞ୍ଚଳ କରିବାକୁ  ତୃଣମୂଳ ସ୍ତରରୁ ସମରସଜା ଆରମ୍ଭ କରିଛନ୍ତି ପ୍ରଣବ । ବିରୋଧୀଙ୍କ ଅପପ୍ରଚାର ରୋକିବା ସହ ନୂଆ ଓଡ଼ିଶା ଗଠନ କରିବାରେ ପ୍ରତ୍ୟେକ ବିଜେଡ଼ି କର୍ମୀ ସଙ୍କଳ୍ପ ନେବାକୁ ସାଂଗଠନିକ ବୈଠକରେ ପ୍ରଣବ ଫୋକସ ଦେବାର ଯୋଜନା ରଖୁଛନ୍ତି । ବିଶେଷକରି  ପଂଚାୟତ ଓ ପୌର ନିର୍ବାଚନରେ  ଓଡ଼ିଶାବୀସୀ ଯେଉଁ ଏକତରଫା ଆର୍ଶୀବାଦ ଦେଇ ବିଜେଡିକୁ ବଡ ବିଜୟ କରାଇଛନ୍ତି  ସେଥିଲାଗି ପ୍ରତ୍ୟେକ ଓଡ଼ିଆଙ୍କ ପାଖରେ ଦଳ ଋଣୀ  । ସମସ୍ତ ଜିଲ୍ଲା ପରିଷଦ ବିଜେଡ଼ି ଗଠନ କରିବା ଓ ପୌରରେ ୮୫ ପ୍ରତିଶତରୁ ଅଧିକ ଆସନରେ ଦଳ ବିଜୟ ହେବା ପରେ ଦଳର ସମସ୍ତ କର୍ମୀମାନଙ୍କର ଉତ୍ତରଦାୟିତ୍ବ ବଢିଛି  । ତେଣୁ ରାଜ୍ୟବାସୀଙ୍କ ଏହି ଭଲ ପାଇବାକୁ  ସେବା ଜରିଆରେ ଋଣ ସୁଝାଇବାକୁ ପ୍ରଣବ ଆହ୍ବାନ ଦେଇଛନ୍ତି  । ଏହାସହ ପଂଚାୟତ ଓ ପୌରରେ ଦଳ ଯେଉଁ ବଡ଼ ସଫଳତା ପାଇଛି ସେଥିରେ ସବୁଠାରୁ ବଡ଼ ଭୂମିକା ଗ୍ରହଣ କରିଛନ୍ତି ତୃଣମୂଳ  ସ୍ତରରେ ଥିବା ସମସ୍ତ ବିଜେଡି କର୍ମୀ  ।  ପଦ ପଦବୀ ନୁହେଁ , ବଂର ସେବା କରିବା ମନବୃତ୍ତି ନେଇ ସମସ୍ତ କର୍ମୀ କାମ କରିବାକୁ ଜିଲ୍ଲାରୁ ଅଭିଯାନ ଆରମ୍ଭ କରିଦେଇଛନ୍ତି ପ୍ରଣବ  । ୨୦୨୪ ନିର୍ବାଚନ ପାଇଁ ଅନ୍ୟଦଳମାନେ ଏବେ ଠାରୁ ଚିନ୍ତା କରୁଥିବା ବେଳେ ବିଜେଡ଼ି  ୨୦୧୯ ନିର୍ବାଚନ ପର ଠାରୁ ଏହି କାମ ଆରମ୍ଭ କରି ବେଶ ଆଗରେ ରହିଛି  । ଯାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଗଦର୍ଶନ ଓ ପ୍ରଣବଙ୍କ ସାଂଗଠନିକ ଦକ୍ଷତା ହିଁ ଦଳକୁ ଏହି ସଫଳତା ଦେଇଛି  ।

 

ବିଧାୟକ ସୁରେଶ ରାଉତ୍ ରାୟଙ୍କ ବଡ ବୟାନ…

() କଂଗ୍ରେସ ବିଧାୟକ ସୁରେଶ ରାଉତ୍ ରାୟଙ୍କ ବଡ ବୟାନ। ମୁଁ ସୋନିଆ ଗାନ୍ଧୀଙ୍କୁ ପ୍ରସ୍ତାବ ଦେଉଛି ଯେ ଦ୍ରୌପଦୀ ମୂର୍ମୁଙ୍କୁ ନିର୍ଦ୍ୱନ୍ଦ୍ୱ ରେ ନିର୍ବାଚିତ କରିବା ଦିଗରେ ନିଷ୍ପତ୍ତି ନିଅନ୍ତୁ। ଭାରତ ବର୍ଷ ଜଣେ ଭଲ ମହିଳାଙ୍କୁ ପାଇବ। ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ସୁନିଶ୍ଚିତ। ମୁଁ ବହୁତ୍ ଖୁସି ଜଣେ ଓଡ଼ିଆ ହିସାବରେ। କିନ୍ତୁ ହାଇକମାଣ୍ଡ ଯାହା ନିର୍ଦ୍ଦେଶ ଦେବେ ଆମେ ତାକୁ ପାଳନ କରିବୁ।

ଅପରାଜିତା କହୁଛନ୍ତି ଅନେକ ବିକାଶ କରିଛନ୍ତି। କିନ୍ତୁ ସେ ଯେତିକି ଅର୍ଥ ସାଂସଦ ପାଣ୍ଠିରୁ କରିଛନ୍ତି ବୋଲି କହୁଛନ୍ତି ତାହା ଜଣାପଡୁନି। ଜଟଣୀ ନିର୍ବାଚନ ମଣ୍ଡଳୀରେ ଆଖିଦୃଶିଆ କାମ ହୋଇନି। କିନ୍ତୁ ସେ କର୍ମୀ ଭଳି କାମ କରୁଛନ୍ତି।

ସୁରେଶ ରାଉତରାୟ, ବରିଷ୍ଠ କଂଗ୍ରେସ ବିଧାୟକ

ବଜେଟ ଅଧିବେଶନ ପାଇଁ ବସିବ ସର୍ବଦଳୀୟ ବୈଠକ….

() ବଜେଟ ଅଧିବେଶନ ପାଇଁ ଆସନ୍ତା 29 ତାରିଖରେ ବସିବ ସର୍ବଦଳୀୟ ବୈଠକ। ବିଧାନସଭା ନିୟୁ କନଭେନ ସ ନ ହଲରେ ସକାଳ ସାଢେ 11 ଟାରେ ବସିବ । ବାଚସ୍ପତିଙ୍କ ଅଧକ୍ଷତାରେ ବସିବ ବୈଠକ।ସୂଚନା ଦେଲେ ବାଚସ୍ପତି ବିକ୍ରମ କେଶରୀ ଆରୁଖ।

ଶୃଙ୍ଖଳିତ ରଥଯାତ୍ରା ପ୍ରସ୍ତୁତି ର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ…

() ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ର କ୍ଷେତ୍ର ସ୍ତରୀୟ ଅଗ୍ରଗତି ର ଅନୁଧ୍ୟାନ। ପୁରୀ ରେ ମହାମାରୀ କରୋନା ପାଇଁ ଦୁଇ ବର୍ଷ ବିନା ଭକ୍ତ ରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା। ତେବେ ଚଳିତ ବର୍ଷ କରୋନା ର ପ୍ରକୋପ ହ୍ରାସ ପାଇଥିବାରୁ ଭକ୍ତ ଙ୍କ ମେଳରେ ରଥଯାତ୍ରା ହେବ। ପୂର୍ବାପେକ୍ଷା ଅଧିକ ଜନସମାଗମ ର ଆକଳନ କରାଯାଉଛି। ତେଣୁ ଶାନ୍ତି ଶୃଙ୍ଖଳା ରକ୍ଷା ସହ ଯାତ୍ରୀ ମାନଙ୍କ ସୁରକ୍ଷା ଓ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି।

ଗୁରୁବାର ଅପରାହ୍ନରେ ରଥଯାତ୍ରା ସମ୍ପର୍କରେ ଏକ ସମୀକ୍ଷା ବୈଠକ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟକ୍ଷତା କରି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ପ୍ରତ୍ୟେକ ବିଭାଗ ଉତ୍ତରଦାୟୀ ଓ ସମର୍ପିତ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ବିଶେଷ କରି ରାସ୍ତା ଘାଟ ମରାମତି, ଡ୍ରେନ ସଫା ଓ ମରାମତି, ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ଓ ବିକଳ୍ପ ବିଦ୍ୟୁତ ବ୍ୟବସ୍ଥା, ସୁନାବେଶ ରେ ଅତିରିକ୍ତ ଉଜ୍ଜ୍ବଳ ଆଲୋକ ବ୍ୟବସ୍ଥା,ଜଳ ଯୋଗାଣ, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାପନ, ରଥଯାତ୍ରା ପାଇଁ ଆସୁଥିବା ଯାତ୍ରୀମାନଙ୍କ ନିମନ୍ତେ ଆଶ୍ରୟ ସ୍ଥଳ ବ୍ୟବସ୍ଥା, ରଥଯାତ୍ରା ପୂର୍ବରୁ ବଡ଼ଦାଣ୍ଡରୁ ସମସ୍ତ ଅବରୋଧ ଓ କ୍ୟାବିନ ଅପସାରଣ, ବର୍ଷା ହେଲେ ତୁରନ୍ତ ଜଳ ନିଷ୍କାସନ ବ୍ୟବସ୍ଥା, ରାସ୍ତା ଅବରୋଧ କରି ଗାଡି ପାର୍କିଂ କରୁଥିଲେ ତୁରନ୍ତ ହଟେଇବା ବ୍ୟବସ୍ଥା କରିବାକୁ ସେ ପରାମର୍ଶ ଦେଇଥିଲେ। ସେହିପରି ପ୍ରତିଟି ରଥ ଟଣା ପରେ ତୁରନ୍ତ ବଡଦାଣ୍ଡ ରୁ ଚପଲ,ପାଣି ବୋତଲ ଇତ୍ୟାଦି ଅଳିଆ କୁ ହଟେଇବା ସହ ରୌଦ୍ର ତାପରୁ ରକ୍ଷା ପାଇଁ ଜଳ ସିଚଂନ କରିବାକୁ ସେ ପରାମର୍ଶ ଦେଇଥିଲେ। ପ୍ରାରମ୍ଭରେ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ପ୍ରଶାସନ ଗ୍ରହଣ କରିଥିବା ବିବିଧ ପଦକ୍ଷେପ ଓ ଆରକ୍ଷୀ ଅଧିକ୍ଷକ ଡଃ କନୱର ବିଶାଲ ସିଂ ଆଇନ ଶୃଙ୍ଖଳା ରକ୍ଷା ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରିଥିଲେ। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଶ୍ରୀ ଦିଲ୍ଲୀପ କୁମାର ମହାପାତ୍ର, ଶ୍ରୀ କୈଳାସ ଚନ୍ଦ୍ର ନାୟକ, ଉପଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ,ନିତୀ ପ୍ରଶାସକ ଶ୍ରୀ ଜିତେନ୍ଦ୍ର କୁମାର ସାହୁ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଓ ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ମାନେ ଯୋଗ ଦେଇ ବିଭିନ୍ନ ସୂଚନା ପ୍ରଦାନ କରିଥିଲେ। ସମୀକ୍ଷା ପରେ ପରେ ମୁଖ୍ୟ ଶାସନ ସଚିବ ସେବାୟତ ମାନଙ୍କ ସହ ରଥଯାତ୍ରା କୁ ସୁଚାରୁ ରୁପେ ଓ ନିର୍ଦ୍ଧାରିତ ସମୟ ନିର୍ଘଣ୍ଟରେ ସମାପନ କରିବାକୁ ସହଯୋଗ କାମନା କରିଥିଲେ।ପରେ ଶ୍ରୀ ମହାପାତ୍ର ଶ୍ରୀମନ୍ଦିର ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କୁ ପରିଦର୍ଶନ କରିବା ସହ କାର୍ଯ୍ୟ ଅଗ୍ରଗତି କୁ ଅନୁଧ୍ୟାନ କରିଥିଲେ।

ବୃକ୍ଷ ହେଉଛି ଏକତାର ପ୍ରତୀକ…

() ଜୀବନ ବୃକ୍ଷ ହେଉଛି ଏକ ଧାରଣା ଯାହାକି ପବିତ୍ର ବୃକ୍ଷର ଧାରଣା ସହିତ ଘନିଷ୍ଠ ଅଟେ ଯାହା ପ୍ରତିନିଧିତ୍ୱ କରେ ଯେ ସବୁକିଛି ପରସ୍ପର ସହିତ ସଂଯୁକ୍ତ | ଏହା ଏକତାର ପ୍ରତୀକ ଅଟେ ଏବଂ ଏହାର ମୂଳ ସହିତ ଆମେ କେବେବି ଏକୁଟିଆ ନୁହଁ ଏବଂ ବ୍ରହ୍ମାଣ୍ଡ ସହିତ ସଂଯୁକ୍ତ ଅଟୁ | ଭାରତର ପଟ୍ଟାଚିତାର କଳାକାର ଗାଁର ରଘୁରଜପୁର ଗାଁରୁ ଆସି ଆପିନ୍ଦ୍ର ସ୍ ain େନଙ୍କ ପରିବାର ପି generations ଼ି ପରେ ଚିତ୍ର ଆଙ୍କିଛନ୍ତି। ସେ ହେଉଛନ୍ତି ଜଣେ କଳାକାର ଯିଏ ଏହି ପାରମ୍ପାରିକ କଳା ଫର୍ମ ପାଇଁ ଏକ ନୂତନ ରାସ୍ତା ଖୋଜିବାକୁ ଚେଷ୍ଟା କରୁଛନ୍ତି ଏବଂ ପାଟ୍ଟାଚ୍ରା କଳା ମଧ୍ୟରେ କାଲିଗ୍ରାଫି ଅନ୍ତର୍ଭୁକ୍ତ କରିବା ଭଳି କଳା ଫର୍ମ ବଦଳାଇବା ସହିତ କେଟଲ୍, ବୋତଲ ଏବଂ ପରୀକ୍ଷଣ ପରି ଆଧୁନିକ କଳାକୃତି ଉପରେ କାର୍ଯ୍ୟ କରୁଛନ୍ତି | ନୂତନ ଏବଂ ଆକର୍ଷଣୀୟ ଉପାୟରେ ପଟ୍ଟାଚିତାର ଉତ୍ତରାଧିକାରୀ ଜାରି ରଖିବା ହେଉଛି ତାଙ୍କର ସ୍ୱପ୍ନ | ପଟ୍ଟାଚିତାର ନାମ ସଂସ୍କୃତ ଶବ୍ଦ ପାଟାରୁ ବିକଶିତ ହୋଇଛି, ଅର୍ଥାତ୍ କାନଭାସ୍, ଏବଂ ଚିତ୍ର, ଅର୍ଥାତ୍ ଚିତ୍ର | ମୂଳତ Odisha ଓଡ଼ିଶାରୁ ପଟ୍ଟାଚିତ୍ରା ଏହିପରି କାନଭାସରେ ଏକ ଚିତ୍ର ଅଟେ ଏବଂ ଏହା ସମୃଦ୍ଧ ରଙ୍ଗୀନ ପ୍ରୟୋଗ, ସୃଜନଶୀଳ ମୋଟିଫ୍ ଏବଂ ଡିଜାଇନ୍, ଏବଂ ସରଳ ଥିମର ଚିତ୍ରଣ ଦ୍ୱାରା ଚିତ୍ରିତ ହୋଇଥାଏ | ସବୁଠୁ ଅଧିକ, ଥିମ୍ ଗୁଡିକ ଚିତ୍ରକଳାର ଅର୍ଥକୁ କଳ୍ପନା କରି କଳା ଫର୍ମର ମୂଳ ବିଷୟ ଅଟେ | ସବିଶେଷ ତଥ୍ୟ | ଆକାର: 2 ଫୁଟ 3 ଫୁଟ | ମୂଲ୍ୟ ଅନାବଶ୍ୟକ ପେଣ୍ଟିଂ ପାଇଁ ଏବଂ କାନଭାସରେ ପଟାଚିଟ୍ରା ଶ style ଳୀରେ ହ୍ୟାଣ୍ଡପେଣ୍ଟ୍ ବିନା ଫ୍ରେମ୍ ବିନା ପେଣ୍ଟିଂ ପଠାଯିବ | ଏଠାରେ ଦେଖାଯାଇଥିବା ପ୍ରତିଛବି ଏକ ଘରୋଇ ସେଟିଂରେ ପେଣ୍ଟିଂକୁ ଭିଜୁଆଲ୍ କରିବାରେ ସାହାଯ୍ୟ କରିବା ପାଇଁ ପ୍ରତିନିଧୀ ଅଟେ ଏବଂ ପ୍ରକୃତ ଫ୍ରେମ୍ ହୋଇଥିବା ପ୍ରତିଛବି ନୁହେଁ | ପେଣ୍ଟିଂ ପାଇଁ ଏକ ଦେୟ ବିକଳ୍ପ ଭାବରେ COD ଗ୍ରହଣ କରାଯାଇପାରିବ ନାହିଁ | ଏହି ପେଣ୍ଟିଂ ଅର୍ଡର କରିବା ପାଇଁ ପ୍ରସ୍ତୁତ ହେବ ଏବଂ 3-4 ସପ୍ତାହ ଲାଗିବ ସାର୍ଟିଫିକେଟ୍ ଅଫ୍ ପ୍ରାମାଣିକିକରଣ ପ୍ରଦାନ କରାଯିବ ଦୟାକରି ଆମକୁ [email protected] ରେ ଲେଖନ୍ତୁ ଆକାରର ଯେକ custom ଣସି କଷ୍ଟମାଇଜେସନ୍ ପାଇଁ କିମ୍ବା ୱେବସାଇଟ୍ ଚାଟ୍ ରେ ଆମକୁ ପିଙ୍ଗ୍ କରନ୍ତୁ |

Follow us

20,832FansLike
0FollowersFollow
14,700SubscribersSubscribe

Latest news