ଦୁବାଇରୁ ଆସିବ ବଡ଼ ଧରଣର ପୁଞ୍ଜି…

() ଦୁବାଇରୁ ବଡ଼ ଧରଣର ପୁଞ୍ଜି ଓଡିଶାକୁ ଆସିବାର ଆଶା। ଏଥିପାଇଁ ମୁଖ୍ୟମନ୍ତ୍ରୀ ନିଜେ ଦୁବାଇ ଗସ୍ତରେ ଯାଇଛନ୍ତି। ବଡ଼ ପୁଞ୍ଜିନିବେଶ ଆସିଲେ ଓଡ଼ିଆ ଯୁବକ ଯୁବତୀଙ୍କୁ ନିଯୁକ୍ତି ସୃଷ୍ଟି ହେବ। ଜାଗା,ପାଣି ଓ ବିଦ୍ୟୁତ ଯୋଗାଇ ଦିଆଯାଉଛି। ଏହା ସହ ଅନ୍ୟ ସମସ୍ତ ସୁବିଧା ଯୋଗାଇ ଦିଆଯାଉଛି। ଅନ୍ୟ ରାଜ୍ୟଗୁଡିକରେ ଶିଳ୍ପ Saturation point ରେ ପହଂଚିଲାଣି। ତେଣୁ ଆଗାମୀ 20 ବର୍ଷ ଶିଳ୍ପ କ୍ଷେତ୍ରରେ ଓଡ଼ିଶାରେ ଭଲ ସୁଯୋଗ ରହିଛି।

ପ୍ରତାପ ଦେବ,ଶିଳ୍ପ ମନ୍ତ୍ରୀ

ଦିଲ୍ଲୀ ଡାକରା ନେଇ ମତ ରଖିଲେ : ସୁର…

() ଦିଲ୍ଲୀ ଡାକରା ନେଇ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ରଖିଲେ ମତ କହିଲେ କେନ୍ଦ୍ର ସରକାର ଗଣତନ୍ତ୍ରକୁ ହତ୍ୟା କରୁଛନ୍ତି l ସେଥିପାଇଁ ଦିଲ୍ଲୀରେ ହେଉଥିବା ସତ୍ୟାଗ୍ରହ ଆନ୍ଦୋଳନରେ ସାମିଲ ହେବି l ଏହା ସହ ଦଳର ସଂଗଠନ ଉପରେ ହାଇକମାଣ୍ଡଙ୍କ ସହ ଆଲୋଚନା କରିବି l ପିସିସି ସଭାପତି ଙ୍କ ନୂଆ ଟିମ୍ର ରେ ଅଧିକ ଯୁବକ ସାମିଲ କରିବାକୁ ପ୍ରସ୍ତାବ ଦେବୀ l

ସୁରେଶ ରାଉତରାୟ କଂଗ୍ରେସ୍ ବିଧାୟକ

୨୦୨୪ ନିର୍ବାଚନ ଲଢ଼ିବେ ନାହିଁ ସୁର…

() ୨୦୨୪ ସାଧାରଣ ନିର୍ବାଚନ ମୁଁ ଲଢ଼ିବି ନାହିଁ l ବହୁ ଆଗରୁ ଘୋଷଣା କରିଛି l ମୋ ସାନ ପୁଅ ନିର୍ବାଚନ ଲଢିବ l ସେ ପୁରା ଫିଟ୍ l ମତେ ୮୦ବର୍ଷ ହେବ ଆଉ ନିର୍ବାଚନ ଲଢ଼ିବିନି l

ସୁରେଶ ରାଉତରାୟ କଂଗ୍ରେସ୍ ବିଧାୟକ

ଅଗ୍ନିପଥ ଯୋଜନା ନେଇ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାର କାନ୍ତି ବେହେରାଙ୍କ ସୂଚନା…..

()ଅଗ୍ନିପଥ ଯୋଜନା ନେଇ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାର କାନ୍ତି ବେହେରାଙ୍କ ସୂଚନା ।୧୭-୧୮ ବର୍ଷ ପରେ ଛାତ୍ର ଛାତ୍ରୀଙ୍କୁ ନିଯୁକ୍ତି ମିଳୁଥିବାରୁ ସୁବିଧା ହେବ। ସେମାନେ ଫେରିବା ପରେ ଅନ୍ୟ ସ୍ଥାନରେ ନିଯୁକ୍ତି ପାଇପାରିବେ।ରାଜ୍ୟ ପୋଲିସ ସେବା କ୍ଷେତ୍ରରେ ଅଗ୍ରାଧିକାର ନେଇ ପ୍ରତିକ୍ରିୟା……. ରାଜ୍ୟ ପୋଲିସ ସେବା କ୍ଷେତ୍ରରେ ଅଗ୍ରାଧିକାର ନେଇ କିଛି ନିଷ୍ପତି ହୋଇନି। କିନ୍ତୁ ଏନସିସି ପରେ ପୋଲିସ କ୍ଷେତ୍ରରେ ଅଗ୍ରାଧିକାର ଛାତ୍ର ଛାତ୍ରୀଙ୍କୁ ଦିଆଯାଇଥାଏ। ଆଶା କରାଯାଉଛି ୪ ବର୍ଷ ତାଲିମ ନେଇ ଆସିବା ପରେ କିଛି ପଲିସି ଡି ସିସନ ନିଆଯିବ । ଯେପରି ଛାତ୍ର ଛାତ୍ରୀ ସୁବିଧା ପାଇବେ। ବର୍ତ୍ତମାନ ସୁଦ୍ଧା କିଛି ହୋଇନାହିଁ। ରାଜ୍ୟ ସରକାର ବିଚାର ବିମର୍ଶ କରିବେ ଛାତ୍ର ଛାତ୍ରୀଙ୍କ ସୁବିଧା ଦୃଷ୍ଟିରୁ ଯାହା ଭଲ ହେବ ନିଷ୍ପତି ନିଆଯିବ।

ଘଷିପୁରା ବିଧାୟକ ବଦ୍ରି ପାତ୍ରଙ୍କ ବଡ଼ ବୟାନ…

() ଘଷିପୁରା ବିଧାୟକ ବଦ୍ରି ପାତ୍ରଙ୍କ ବଡ଼ ବୟା ଯୁବକଙ୍କୁ ଦଳ ପ୍ରାଧାନ୍ୟ ଦବା ଦରକାର,ଯୁବକଙ୍କୁ ଦେଲେ ଭଲ ଖବର ଦଳ ସେହି ଲାଇନରେ ରହିଲେ 2024 ନିର୍ବାଚନ ଆମ ପାଇଁ ସୁଗମ ହେବ।ଆବଶ୍ୟକ ନାହିଁ ମୁଁ ଆଉ ନିର୍ବାଚନ ଲଢ଼ିବା।

ଦଳ ଯୁବକଙ୍କ ପାଇଁ ଯଦି ଆଭିମୁଖ୍ୟ ନେଉଛି ତାହା ହେଲେ ଆମେ ଲଢ଼ିବା ଆବଶ୍ୟକ ନାହିଁ। ଲଢ଼ିପାରେ ନ ଲଢ଼ିପାରେ ସେଟା ସମୟ କହିବ।ଆବଶ୍ୟକ ପଡ଼ିଲେ ଯୁବକଙ୍କ ପାଇଁ ବାଟ ଛାଡିବି ଦଳ ଯାହା ନିଷ୍ପତ୍ତି ନେବ।

ଉଦାହରଣ ସୃଷ୍ଟି କରିଛନ୍ତି :ମିନତୀ…

() ମିନତୀ ପଟ୍ଟନାୟକ ସମାଜରେ ଏକ ନିଛକ ଉଦାହରଣ ସୃଷ୍ଟି କରିଛନ୍ତି, କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି ରିକ୍ସା ଚାଳକଙ୍କ ନାମରେ ଲେଖିଦେଇଥିବା କଟକ ସୁତାହାଟ ଅଞ୍ଚଳର ମହିୟସୀ ମିନତି ପଟ୍ଟନାୟକ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡି ସାଙ୍ଗଠନିକ ସମ୍ପାଦକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି ଏହି ଅବସରରେ ଓଡିଶା ମୋ ପରିବାର କଟକ ସିଟି ସଂଯୋଜକ ଶ୍ରୀଯୁକ୍ତ ରଞ୍ଜନ ବିଶ୍ୱାଳ ଉପସ୍ଥିତ ଥିଲେ।

ସୂଚନା ଓ ଲୋକସମ୍ପର୍କ ବିଭାଗର ମଙ୍ଗ ଧରିଲେ ସଂଜୟ ସିଂ…

() ସୂଚନା ଓ ଲୋକସମ୍ପର୍କ ବିଭାଗର ମଙ୍ଗ ଧରିଲେ ସଂଜୟ ସିଂ। ପୁଣି ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ସଂଜୟ କୁମାର ସିଂ ଦାୟିତ୍ବ ଗ୍ରହଣ କରିଛନ୍ତି। ବିଭାଗ ପକ୍ଷରୁ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ବୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ କରିଥିଲେ ।

ରଥଯାତ୍ରା ଯେପରି ସୂଚାରୁ ରୁପେ ଅନୁଷ୍ଠିତ ହେବ ଏବଂ ଆଞ୍ଚଳିକ ସମେତ ଜାତୀୟସ୍ତରର ଆଧ୍ୟାତ୍ମିକ ଟିଭି ଚ୍ୟାନେଲଗୁଡିକରେ ଏହାର ସିଧାପ୍ରସାରଣ ପୂର୍ବକ ସାରା ଦେଶର ଶ୍ରଦ୍ଧାଳୁମାନଙ୍କୁ ଯେପରି ରଥଯାତ୍ରା ସମ୍ବନ୍ଧରେ ଅବଗତ କରାଯାଇପାରିବ ସେ ନେଇ ସଂଜୟ କୁମାର ସିଂ ଗୁରୁତ୍ବାରୋପ କରିଥିଲେ।

ପୂର୍ବରୁ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିଭାଇଥିବା ସଂଜୟ କୁମାର ସିଂକୁ ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ନିଯୁକ୍ତ କରିଛନ୍ତି । ବିଭାଗର କାର୍ଯ୍ୟକୁ ଗୁରୁତ୍ୱ ଦେବା ସହ ଆଗାମୀ ଦିନରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ହେବାକୁ ଯାଉଛି । ଏହାକୁ କିପରି ସୂଚାରୁ ରୂପେ ପ୍ରସାରଣ କରାଯିବ ଏବଂ ସମସ୍ତ ଟିଭି ଚ୍ୟାନେଲକୁ ଏହାର ଫିଡ ପ୍ରଦାନ କରାଯିବ, ତାହା ହେବ ପ୍ରମୁଖ କାର୍ଯ୍ୟ । ଜଣେ ପ୍ରଶାସକ ଭାବେ ସଂଜୟ ସିଂ ଯେଉଁ ଦାୟିତ୍ଵ ନେଇଛନ୍ତି ତାହାକୁ ସେ ସଠିକ୍ ଭାବେ ତୁଲାଇଛନ୍ତି l

ରାଜ୍ୟରେ 29ଲକ୍ଷ ଲୋକ ଦ୍ୱିତୀୟ ଡୋଜ ଟୀକା ନେଇନାହାନ୍ତି…

( ) ବର୍ତ୍ତମାନ ସୁଦ୍ଧା ଦ୍ୱିତୀୟ ଡୋଜ ଟୀକା ନେଇନାହାନ୍ତି ରାଜ୍ୟର 29 ଲକ୍ଷ ଲୋକ । ପ୍ରିକସନ ଡୋଜ ଟୀକା ନେଇନାହାନ୍ତି ରାଜ୍ୟର 40 ପ୍ରତିଶତ ସ୍ୱାସ୍ଥ୍ୟକର୍ମୀ । ତେବେ 90 ପ୍ରତିଶତ ଫ୍ରଣ୍ଟଲାଇନ ୱାର୍କର ପ୍ରିକସନ ଡୋଜ ଟୀକା ନେଇ ସାରିଛନ୍ତି । 18 ବର୍ଷରୁ ଉର୍ଦ୍ଧ୍ବ 96 ପ୍ରତିଶତ ପ୍ରଥମ ଡୋଜ, 12 ରୁ 14 ବର୍ଷ ବୟସ ବର୍ଗର 91 ପ୍ରତିଶତ, 15ରୁ 17 ବର୍ଷ ବୟସ ବର୍ଗର 80% ପ୍ରଥମ ଡୋଜ ଟୀକା ନେଇସାରିଛନ୍ତି । ବର୍ତ୍ତମାନ ଟୀକାକରଣକୁ ତ୍ୱରାନ୍ୱିତ କରିବାକୁ ରାଜ୍ୟରେ ଆରମ୍ଭ ହୋଇଛି ହର ଘର ଦସ୍ତକ କାର୍ଯ୍ୟକ୍ରମ । ଏଥିରେ କିଏ ପ୍ରଥମ ଡୋଜ ନେଇଛି, କିଏ ଦ୍ୱିତୀୟ ଡୋଜ ନେଇଛି, କିଏ ପ୍ରିକସନ ଡୋଜ ନେଇଛି, କିଏ ଟୀକା ନେଇନାହାନ୍ତି ତାହା ଚିହ୍ନଟ କରାଯାଇ ମୋବାଇଲ ଭ୍ୟାନ ଜରିଆରେ ଘର ଘର ବୁଲି ଟୀକା ଦିଆଯାଉଛି । ଜୁନ 1ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଜରିଆରେ ବର୍ତ୍ତମାନ ସୁଦ୍ଧା 1 ଲକ୍ଷ 46 ହଜାର 334 ଡୋଜ ଟୀକା ଦିଆସରିଛି । ଏବେ ରାଜ୍ୟର 2277 ଟୀକାକରଣ କେନ୍ଦ୍ରରେ ଟିକାଦାନ ଚାଲିଛି ।

ବିଜୟ କୁମାର ପାଣିଗ୍ରାହୀ, ପରିବାର କଲ୍ୟାଣ ନିର୍ଦେଶକ

ଧୀରେ ଧୀରେ ରାଜ୍ୟରେ ବଢୁଛି କୋଭିଡ ସଂକ୍ରମଣ…

( ) ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା । ଏବେ କୋଭିଡ ସଂକ୍ରମଣ ଧୀରେ ଧୀରେ ରାଜ୍ୟରେ ବଢୁଛି । ଆଲାରାମିଙ୍ଗ ସିଚୁଏସନ ନାହିଁ । ନିଜର ସୁରକ୍ଷା ନିଜେ ନିଅନ୍ତୁ । ଭିଡ଼ ସ୍ଥାନକୁ ଯାଆନ୍ତୁ ନାହିଁ । ଭିଡ ଜାଗାକୁ ଯାଉଥିଲେ, ମାସ୍କ ପିନ୍ଧନ୍ତୁ । ଟୀକା ନେଇଥିଲେ ବି ମାସ୍କ ପିନ୍ଧନ୍ତୁ । ତାହେଲେ ଆପଣ ସୁରକ୍ଷିତ ରହିବେ । ବର୍ତ୍ତମାନ କୋଭିଡକୁ ନିୟନ୍ତ୍ରଣ କରିବାକୁ ପୁରୁଣା ଷ୍ଟ୍ରଟେଜି ଆପଣେଇଛୁ । ଟୀକାକରଣ ସହ ସର୍ଭେଲାନ୍ସକୁ ଜୋରଦାର କରାଯାଇଛି । ଜୁନ 21 ବା ଆସନ୍ତାକାଲିଠାରୁ ଇଣ୍ଟିଗ୍ରେଟେଡ଼ ସର୍ଭେଲାନ୍ସ ଆରମ୍ଭ ହେବ । ଏଥିରେ ଘର ଘର ବୁଲି ରୋଗୀଙ୍କୁ ଚିହ୍ନଟ କରାଯିବ । ଚିହ୍ନଟ ରୋଗୀଙ୍କୁ ଆଇସଲେସନ କରାଯାଇ ଚିକିତ୍ସା କରାଯିବ । ଲ୍ୟାବ ଟେଷ୍ଟ, RRT, ସର୍ଭେଲାନ୍ସ ଆଦିରେ ଆବଶ୍ୟକ ମାନବ ସମ୍ବଳ ବଢାଇବାକୁ ସବୁ ମେଡିକାଲ କଲେଜକୁ ନିର୍ଦେଶ ଦିଆଯାଇଛି ।
ଡାକ୍ତର ବିଜୟ ମହାପାତ୍ର, ସ୍ୱାସ୍ଥ୍ୟ ନିର୍ଦେଶକ

ସୋନିଆ ଗାନ୍ଧୀଙ୍କ ଶୀଘ୍ର ଆରୋଗ୍ୟ କାମନା କରି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ଦୀପ ଦାନ…

() ଜାତୀୟ କଂଗ୍ରେସର66 ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀଙ୍କ ଆଶୁ ଆରୋଗ୍ୟ କାମନା କରି ଭୁବନେଶ୍ୱର ଜିଲ୍ଳା କଂଗ୍ରେସ ତରଫରୁ ଆଜି ରାମ ମନ୍ଦିର ସାମନାରେ ୧୦୮ ଦ୍ୱୀପ ପ୍ରଜ୍ଜ୍ୱଳନ କରାଯାଇଥିଲା । ଜିଲ୍ଲା ସଭାପତି ଶ୍ରୀ ବିଶ୍ୱଜିତ ଦାଶ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଥିଲେ ଯେ ପ୍ରଭୁ ଜଗନ୍ନାଥ ଶ୍ରୀମତୀ ଗାନ୍ଧୀଙ୍କୁ ଶୀଘ୍ର ଅଶେଷ ଆଶୀର୍ବାଦ କରନ୍ତୁ ପ୍ରଭୁଙ୍କ କୃପା ତାଙ୍କ ଉପରେ ସବୁବେଳେ ରହୁ । ସେ ଯଥାଶୀଘ୍ର ସଂପୂର୍ଣ୍ଣ ଆରୋଗ୍ୟ ହୋଇ ସାଧାରଣ ଜୀବନକୁ ଶୀଘ୍ର ଫେରନ୍ତୁ । ଦେଶ ଏକ ଘଡ଼ିସନ୍ଦି ମୁହୂର୍ତ ଦେଇ ଗତି କରୁଛି । ଏଭଳି ସ୍ଥିତିରେ ତାଙ୍କର ନେତୃତ୍ୱର ଦୃଢ଼ ଆବଶ୍ୟକତା ରହିଛି । ଏହି ସମୂହ ଦ୍ୱୀପଦାନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ସଂପାଦକ ସୁବ୍ରତ ମହାପାତ୍ର, ଶ୍ରୀମତୀ ରଶ୍ମି ମହାପାତ୍ର, ଶ୍ରୀମତୀ ଚୈତାଳୀ ପଟ୍ଟନାୟକ, ରିନା ସାହୁ, ରଜନୀ ମହାନ୍ତି, ମିହିର ଆଚାର୍ଯ୍ୟ, ଜୟକୃଷ୍ଣ ସୁବୁଦ୍ଧି, ମଂଟୁ ମଲ୍ଲିକ, ଦେବୀପ୍ରସାଦ ବାହାଲିଆ, ଶତୃଘନ ବେହେରା, ମାନସ ସେଠୀ, ମୋହନ ଜେନା, ସ୍ପନ୍ଦନ ସ୍ୱାଇଁ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Follow us

20,832FansLike
0FollowersFollow
14,700SubscribersSubscribe

Latest news