ଦିଲ୍ଲୀରୁ ଦ୍ବିତୀୟ ଇଂନିସ …….

() ରାଜ୍ୟସଭା ସାଂସଦ ଭାବେ ଗଣତନ୍ତ୍ରର ପବିତ୍ର ମନ୍ଦିରରେ ଶପଥ ଗ୍ରହଣ କରିଛନ୍ତି ବିଜୁ ଜନତା ଦଳର ବରିଷ୍ଠ ନେତା ମାନସ ମଙ୍ଗରାଜ । ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡ଼ୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ନିଜର ମାତୃଭାଷା ଓଡ଼ିଆରେ ଶପଥ ନେଇଥିଲେ ମାନସ ମଙ୍ଗରାଜ । ଦିଲ୍ଲୀରେ ନବୀନଙ୍କ ନୂଆ ଲଢୁଆ ସେନାପତି ଭାବରେ ସେ ଓଡ଼ିଶାର ସ୍ବାର୍ଥ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉଠାଇବେ ବୋଲି କହିଛନ୍ତି । ୨୦୦୨ ମସିହାରୁ ପ୍ରତ୍ୟେକ୍ଷ ରାଜନୀତିକୁ ଆସିଥିବା ମାନସ ନିଜର ସାଂଗଠନିକ ଦକ୍ଷତା ଓ ସାଧୁତା ପ୍ରଦର୍ଶନ କରିବା ସହ ଜଣେ ଅତ୍ୟନ୍ତ ନମ୍ର, ଭଦ୍ର, କର୍ମଠ ଓ ମିଷ୍ଠଭାଷୀ ବ୍ୟକ୍ତିଭାବରେ ରାଜ୍ୟବାସୀଙ୍କ ପାଖରେ ସୃଷ୍ଟି କରିଛନ୍ତି ସ୍ବତନ୍ତ୍ର ପରିଚୟ । ତାଙ୍କର ଦକ୍ଷତା ଦେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ବିଭିନ୍ନ ସମୟରେ ଅନେକ ଗୁରୁ ଦାୟିତ୍ବ ଦେଇଛନ୍ତି । ଯାହାକୁ ନିଷ୍ଠାର ସହ ତୁଲାଇଛନ୍ତି ମାନସ ।

ସାମ୍ବାଦିକତାରୁ କ୍ୟାରିୟର ଆରମ୍ଭ କରିଥିବା ମାନସ ମଙ୍ଗରାଜ ନିଜର ଅନୁସନ୍ଧାନମୂଳକ ଷ୍ଟୋରୀ ପାଇଁ ଓଡ଼ିଶା ସାମ୍ବାଦିକ ଜଗତରେ ଖୁବ ଅଳ୍ପଦିନରେ ବେଶ ଖ୍ୟାତି ଅର୍ଜନ କରିଥିଲେ । ଧୀରେଧୀରେ ସେ ଗଣମାଧ୍ୟମରେ ଏକ ପରିଚିତ ଚେହେରା ବନିଯାଇଥିଲେ । ଗଣମାଧ୍ୟମର କାର୍ଯ୍ୟକୁ ନିଷ୍ଠାର ସହ ତୁଲାଇଥିବା ମାନସ ମଙ୍ଗରାଜ ବିଜେଡ଼ିରେ ସାମିଲ ହେବା ପରେ ମୁଖ୍ୟମନ୍ତ୍ରୀ ତାଙ୍କ ଦକ୍ଷତାକୁ ଚିହ୍ନିବା ସହ ତାଙ୍କୁ ରାଜ୍ୟ ସରକାରଙ୍କ ମୁଖ୍ୟ ଗଣମାଧ୍ୟମ ପରାମର୍ଶଦାତା କରିଥିଲେ । ଯେଉଁ ଦାୟିତ୍ବକୁ ନିଷ୍ଠାର ସହ ତୁଲାଇଥିଲେ । ଗଣମାଧ୍ୟମ ଓ ସରକାରଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରି ସେ ରାଜ୍ୟ ବିକାଶ ଧାରର ଜଣେ ବିନ୍ଧାଣୀ ସାଜିଥିଲେ । ରାଜ୍ୟ ସରକାରଙ୍କ ମୁଖ୍ୟ ଗଣମାଧ୍ୟମ ପରାମର୍ଶଦାତା ଭାବେ ଦାୟିତ୍ବ ତୁଲାଇବା ସହ ସାମ୍ବାଦିକମାନଙ୍କ ଜୀବନ ଦାବିକୁ ସେ ପୁରଣ କରିଥିଲେ । ରାଜ୍ୟରେ ଥିବା ସମସ୍ତ ସାମ୍ବାଦିକ ସଂଘ ସହ ପରାମର୍ଶକରି ସାମ୍ବାଦିକମାନନଙ୍କର ବିଭିନ୍ନ ଦାବିପୂରଣ କରି ପୁରା ସାମ୍ବାଦିକ ଜଗତର ମନ କିଣିନେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଳି କଥା କମ, କାମ ଅଧିକରେ ବିଶ୍ବାସ ରଖୁଥିବା ମାନସ , ସବୁବେଳେ ଦଳ ତାଙ୍କୁ ଯେଉଁ ଦାୟିତ୍ବ ଦେଇଛି ତାହାକୁ ସେ ଗ୍ରହଣ କରି ନିଷ୍ପାର ସହ ତୁଲାଇଛନ୍ତି । କରୋନା ସମୟରେ ସାମ୍ବାଦିକମାନଙ୍କୁ ଆଗଧାଡ଼ିର ଯୋଦ୍ଧା ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । କରୋନା ସମୟରେ କିପରି ସତର୍କତାର ସହ ସମ୍ବାଦ ସଂଗ୍ରହ କରିହେବ ସେନେଇ ସେ ବାରମ୍ବାର ଗଣମାଧ୍ୟମ ପ୍ରତିନିଧଙ୍କୁ ସଚେତନ କରିଥିଲେ । ଏପରି ଓଡ଼ିଶା ପ୍ରଥମ ରାଜ୍ୟଭାବେ କରୋନାରେ ମୃତ୍ୟୁ ହୋଇଥିବା, ସାମ୍ବାଦିକମାନଙ୍କୁ ୧୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗଇଦେଇଥିଲେ । ଯେଉଁଥିରେ ପ୍ରମୁ୍ଖ ଭୂମିକା ଗ୍ରହଣ କରିଥିଲେ ମାନସ ମଙ୍ଗରାଜ । ତୁରନ୍ତ ମୃତ ସାମ୍ବାଦିକଙ୍କ ପରିବାର କିପରି ସପ୍ତାହକ ଭିତରେ ରାଜ୍ୟ ସରକାରଙ୍କ ଦ୍ବାରା ଘୋଷଣା କରାଯାଇଥିବା ସହାୟତାରାଶି ପାଇପାରିବେ ସେଥିଲାଗି ସେ ଦିନରାତି ଏକକରି କାମ କରିଥିଲେ । ସେହିପରି ସାମ୍ବାଦିକମାନଙ୍କ ସ୍ବାସ୍ଥ୍ୟ ବୀମା କାର୍ଡ଼ ସାମିଲ କରିବା କାଯ୍ୟକୁ ମଧ୍ୟ ତ୍ବରାନ୍ବିତ କରି କାଯ୍ୟକାରୀ କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା । ସବୁବେଳେ ସାମ୍ବାଦିକମାନଙ୍କ ସୁଖ ଓ ଦୁଃଖର ସାଥି ହୋଇ ସେ ଭାଇଭାବେ ଛିଡ଼ା ହୋଇଥିଲେ । ଦିଲ୍ଲୀରେ ମଧ୍ୟ ସେ ସାମ୍ବାଦିକମାନଙ୍କ ପାଇଁ ଲଢେଇ କରିବେ ବୋଲି କହିଛନ୍ତି ।

ରାଜ୍ୟସଭା ସାଂସଦ ଭାବେ ଶପଥ ନେବା ପରେ ସଂଘୀୟ ବ୍ୟବସ୍ଥାରେ ଓଡ଼ିଶା କିପରି ତାର ହକ ସଠିକ ଭାବେ ପାଇପାରିବ ତାହାର ଗୁରୁ ଦାୟିତ୍ବ ମାନସ ମଙ୍ଗରାଜ ନିଭାଇେବ ଦିଲ୍ଲୀ ଦରବାରରେ । ମହାନଦୀ, ପୋଲାଭରମ , ଓଡ଼ିଶାକୁ ସ୍ବତନ୍ତ୍ର ଆର୍ଥିକ ସହାୟତା, କେନ୍ଦ୍ର ପାଖରେ ପଡ଼ିରହିଥିବା ବକେୟା ଅର୍ଥ , କେନ୍ଦ୍ରୀୟ ବଜେଟରୁ କିପରି ଅଧିକ ଅନୁଦାନ ମିଳିବ , ବିଭିନ୍ନ ପ୍ରୋଜେକ୍ଟ କାମ କିପରି ଯୁଦ୍ଧକାଳୀନ ଭିତ୍ତିରେ ସରିବ, ମହିଳା ମାନଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବା, ଚାଷୀଙ୍କ ପାଇଁ ଏମଏସପି ବୃଦ୍ଦି କରିବା ଭଳି ବଡ଼ ବଡ଼ ପ୍ରସଙ୍ଗକୁ ସଂସଦରେ ଉଠାଇ କିପରି ଓଡ଼ିଶା ତାର ହକ ପାଇବ ସେ ଦିଗରେ ପ୍ରଥମ ଦିନରୁ ଅଭିଯାନ ଆରମ୍ଭ କରିବେ ବୋଲି ମାନସ ଶପଥ ନେବା ପରେ ସଂକଳ୍ପ ନେଇଛନ୍ତି । ଶେଷରେ ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ବିଶ୍ବାସ ଓ ଭରଷା କରି ରାଜ୍ୟସଭାକୁ ପଠାଇଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ଓଡ଼ିଶାବାସୀଙ୍କ ପାଇଁ ଦିଲ୍ଲୀରେ ସ୍ବର ଶାଣିତ କରିବେ ବୋଲି କହିଛନ୍ତି ।

ଦ୍ରୋପଦି ମୁର୍ମୁଙ୍କ ପାଇଁ ଅଣ୍ଟା ଭିଡିଲା ବିଜେଡି, ମଙ୍ଗ ଧରିଲେ ନବୀନ, ଟିମ୍ ସହ ସମର୍ଥନ ଯୋଗାଡ଼ରେ ଦାୟିତ୍ଵ ରେ ପ୍ରଣବ …

() ରାଷ୍ଟ୍ରପତି ନିର୍ବାଚନ ନେଇ ମୁଖ୍ୟମନ୍ତ୍ରୀ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଙ୍କ ସହ କଥା ହେଲେ। ବିଜେଡି ର ସଙ୍ଗଠନ ସମ୍ପାଦକ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶରେ ନରସିଂହ ଙ୍କୁ ଭେଟି ଆଲୋଚନା କରିଛନ୍ତି।ବିଜେଡିର ବରିଷ୍ଠ ଉପସଭାପତି ଏବଂ ମନ୍ତ୍ରୀଙ୍କୁ କଂଗ୍ରେସ ର ବିଧାୟକ ଏବଂ ପିସିସି ସଭାପତି ଙ୍କୁ ଭେଟିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସିପିଆଇ ଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଙ୍କୁ ମଧ୍ୟ ଦଳର ନେତା ଭେଟିବେ। ଦଳମତ। ନିର୍ବିଶେଷରେ ଦ୍ରୈପଦୀ ମୁର୍ମୁ ଙ୍କୁ ସମସ୍ତେ ଭୋଟ ଦେବେ ସେନେଇ ବିଜେଡି ଉଦ୍ୟମ କରିବ।
ପ୍ରଣବ ପ୍ରକାଶ ଦାସ, ବିଜେଡି ସଙ୍ଗଠନ ସମ୍ପାଦକ

ରାଷ୍ଟ୍ରପତି ନିର୍ବାଚନ ନେଇ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ କର୍ମେ ପିସିସି ସଭାପତିଙ୍କ ସହ ଆଲୋଚନା କରିଛନ୍ତି ବିଜୁ ଜନତା ଦଳ ରାଜ୍ଯ ସାଙ୍ଗଠନିକ ସମ୍ପାଦକ  ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ , ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ସୁଶାନ୍ତ ସିଂହ, ପ୍ରଣବ ବଳବନ୍ତ ରାୟ l ଭେଟିବା ପରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଙ୍କ ପ୍ରତିକ୍ରିୟା

ପିସିସି ସଭାପତି ଙ୍କ ସହ ଆଲୋଚନା କଲୁ l ଓଡ଼ିଆ ଝିଅ କୁ ବିଜୟ କରିବା ପାଇଁ ସମର୍ଥନ  ମାଗିଲୁ l ପିସିସି ସଭାପତି କହିଛନ୍ତି ତାଙ୍କ ଦଳୀୟ ନେତାଙ୍କ ସହ ଆଲୋଚନା କରି ସେ ଯାହା ନିଷ୍ପତ୍ତି ନେବେ l

ରାଷ୍ଟ୍ରପତି ନିର୍ବାଚନ ରେ ଦ୍ରୋପଦୀ ମୁର୍ମୁ ଙ୍କୁ ସମର୍ଥନ କରିବା ନେଇ ନବୀନ ପଟ୍ଟନାୟକ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଙ୍କ କଥା ହେବା ପରେ ନରସିଂହ ମିଶ୍ର ଙ୍କ ପ୍ରତିକ୍ରିୟା।ନବୀନ ଙ୍କ ଶହ ନିଜେ ଦ୍ରୋପଦି ମୁର୍ମୁ ଏଂବ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୋ ଶହ କଥା ହୋଇ ସମର୍ଥନ ମାଗିଛନ୍ତି l

ରାଷ୍ଟ୍ରପତି ନିର୍ବାଚନ ରେ ଦ୍ରୋପଦୀ ମୁର୍ମୁ ଙ୍କୁ ସମର୍ଥନ କରିବା ନେଇ ନବୀନ ପଟ୍ଟନାୟକ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଙ୍କ କଥା ହେବା ପରେ ନରସିଂହ ମିଶ୍ର ଙ୍କ ପ୍ରତିକ୍ରିୟା। ନବୀନ ଙ୍କ ଶହ ନିଜେ ଦ୍ରୋପଦି ମୁର୍ମୁ ଏଂବ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୋ ଶହ କଥା ହୋଇ ସମର୍ଥନ ମାଗିଛନ୍ତି l

ପିସିସି ସଭାପତି ଶରତ ପଟ୍ଟନାୟକ ଙ୍କ ପ୍ରତିକ୍ରିୟା ,

ବିଜେଡି ପ୍ରତିନିଧି ଦଳ ମତେ ଭେଟିଲେ l ତାଙ୍କର ପାର୍ଥି ଙ୍କୁ ଭୋଟ ଦେବା ପାଇଁ କହିଲେ l ଆମ ଦଳର ଗୋଟେ ଷ୍ଟାଣ୍ଡ ଅଛି l ଦଳୀୟ ନେତାଙ୍କ ସହ ଆଲୋଚନା କରିବି l ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ ଆମେ ତାହା ମାନିବୁ l ମୁଁ ବିଧାୟକ ମାନଂକ ସହ ଆଲୋଚନା କରିବି l

ଚାଷୀଙ୍କ ଆୟ ଓ ଭାଗଚାଷୀ ଆଇନ କୁ ନରସିଂହ ଓ ରଣେନ୍ଦ୍ର ମୁହାଁମୁହିଁ…

() ରାଜ୍ୟରେ ଭାଗଚାଷୀ ଆଇନ ନଥିବା ସତେ କିପରି ରାୟଗଡ଼ାର ଚାଷୀ ଙ୍କୁ ସହାୟତା ଦିଆଗଲା ଏବଂ ସେହି ଜିଲ୍ଲାର ଚାଷୀଙ୍କ ଆୟ କେତେ ତାହାର ଉତ୍ତର ମନ୍ତ୍ରୀ ଗୃହରେ ରଖିବାକୁ ଦାବି କଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ରାଜ୍ୟରେ ଚାଷୀ ଙ୍କ ଆୟ 5 ହଜାର 112 ଟଙ୍କା ଥିବା ବେଳେ ରାୟଗଡା ଜିଲ୍ଲାର ଚାଷୀ ଆୟ କେତେ ବୋଲି ପ୍ରଶ୍ନ କରି ମନ୍ତ୍ରୀ ଙ୍କ ଠୁ ସ୍ପଷ୍ଟ ଉତ୍ତର ଲୋଡି ଥିଲେ ନରସିଂହ । ମନ୍ତ୍ରୀ ସିଧାସଳଖ ଉତ୍ତର ନ ରଖି କହିଥିଲେ ଧାନ ସଂଗ୍ରହ ରେ ରାୟଗଡ଼ାରେ ଚାଷୀଙ୍କ ସଂଖ୍ୟା 21.3 ପ୍ରତିଶତ ବଢିଛି । ଯାହାକି 18-19,20-21 ବର୍ଷ ତୁଳନାରେ 92 ପ୍ରତିଶତ ବଢିଛି । ମାତ୍ର ମନ୍ତ୍ରୀ ସ୍ପଷ୍ଟ ଉତ୍ତର ନ ଦେଇଥିବା କହି ଅସନ୍ତୋଷ ବ୍ୟକ୍ତ କରିଥିଲେ ନରସିଂହ । ଗୃହରେ କିଛି ସମୟ ପାଇଁ ନରସିଂହ ମିଶ୍ର ଓ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା ।

କଂଗ୍ରେସ ବିଧାୟକ; ଭେଟିଲେ ବିଜେଡି ବିଧାୟକ ଟିମ୍…

() କଂଗ୍ରେସ ବିଧାୟକ C S Razeen Ekka ଙ୍କୁ ତାଙ୍କ ସରକାରୀ ବାସଭବନରେ ଭେଟିଲେ ବିଜେଡି ବିଧାୟକ ଟିମ୍। ଟିମ୍ ରେ ଅଛନ୍ତି ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡ଼ାଇ, ମନ୍ତ୍ରୀ ତୁଷାରକାନ୍ତି ବେହେରା, ବିଧାୟକ, ସ୍ନେହାଙ୍ଗିନୀ ଛୁରିଆ ଓ ରାଜକିଶୋର ଦାସ। ସେମାନେ ଦ୍ରୌପଦୀ ମିର୍ମୁଙ୍କୁ ସମର୍ଥନ କରିବାକୁ କଲେ ନିବେଦନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପକ୍ଷରୁ ବାର୍ତ୍ତା ଦେଇଛନ୍ତି ବିଜେଡି ଟିମ୍। ବିପୁଳ ଭୋଟ ଦେଇ ମାଟିର ଝିଅଙ୍କୁ ରାଷ୍ଟ୍ରପତି କରିବାକୁ ସେମାନେ ଏକ୍କାଙ୍କୁ ନିବେଦନ କରିଛନ୍ତି। ଏକ୍କା ନିଜେ ଜଣେ ଆଦିବାସୀ ହୋଇଥିବାରୁ ଆଦିବାସୀ ଅଧିକାର ପାଇଁ ଭୋଟ ଦେବାକୁ ସେମାନେ ଅନୁରୋଧ କଲେ। ଏକ୍କା କହିଲେ, କଂଗ୍ରେସର ନୀତି ଆଦର୍ଶ ବିଜେପିଠାରୁ ଅଲଗା। କଂଗ୍ରେସ ଗାନ୍ଧୀ ଆଦର୍ଶରେ ଚାଲିଛି। Jaswant Sinha ଙ୍କୁ ଦଳ ବହୁ ଆଗରୁ ପ୍ରାର୍ଥୀ ଦିଆ ଯାଇଛି। ତେଣୁ ଦ୍ରୌପଦୀଙ୍କୁ ସମର୍ଥନର ପ୍ରଶ୍ନ ଉଠୁ ନାହିଁ ବୋଲି କହିଲେ ଏକ୍କା।

ମୌସୁମୀ ଅଧିବେଶନର ଚତୁର୍ଥ ଦିନ: ସରଗରମ ରହିପାରେ ଗୃହ…

() ଆଜି ବିଧାନସଭା ମୌସୁମୀ ଅଧିବେଶନର ଚତୁର୍ଥ ଦିନ । ଆଜି ବି ବେସ ସରଗରମ ରହିପାରେ ଗୃହ । ପ୍ରଶ୍ନକାଳରେ କୃଷି ଓ କୃଷକ ସଶକ୍ତିକରଣ,ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ,ବିଦ୍ୟାଳୟ ଓ ଗଣଶିକ୍ଷା,ଉଚ୍ଚ ଶିକ୍ଷା,ଶ୍ରମ ଓ କର୍ମଚାରୀଙ୍କ ରାଜ୍ୟ ବୀମା,ସମବାୟ,ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ରହିଛି । ସେହିପରି ଶୁନ୍ୟ କାଳରେ ହାତୀ ମୃତ୍ୟୁ, ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି,ଚାଷୀ ସମସ୍ୟା, ସୀମା ବିବାଦ ଓ ଜଳ ବିବାଦ ଭଳି ପ୍ରସଙ୍ଗ ଉଠିପାରେ । ଏହା ପରେ ବିଜେପି ପକ୍ଷରୁ ଦିଆଯାଇ ଥିବା ମୁଲତବୀ ପ୍ରସ୍ତାଵ ମଦ ମୟ ଓଡିଶା-ମା ଡାକୁଛି ତ୍ରାହି ତ୍ରାହି ପ୍ରସଙ୍ଗରେ ଆଲୋଚନା ହେବ । ଅପରାହ୍ନ ଅଧିବେଶନରେ ବଜେଟ ଆଲୋଚନାର ଦ୍ୱିତୀୟ ଦିନରେ 2022-23 ଆର୍ଥିକ ବର୍ଷ ଲାଗି ବିଧାନସଭାରେ ଆଗତ ହୋଇଥିବା ବଜେଟ ଉପରେ ଆଲୋଚନା ହେବ ।

ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପଦ ପାଇଁ ସମର୍ଥନ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ..

() ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି।

ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପଦ ପାଇଁ ସମର୍ଥନ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ।

ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବରେ ମକରନ୍ଦଙ୍କ ସମ୍ମତି।

 

{} ରାୟଗଡା ବିଧାୟକ ଶ୍ରୀ ମକରନ୍ଦ ମୁଦୁଲି ଆଜି ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବା ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କୁ ରାଷ୍ଟ୍ରପତି ଭାବେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥୀତ୍ବକୁ ସମର୍ଥନ କରିବା ପାଇଁ ଅନୁରୋଧ କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦ୍ରୌପଦୀ ମୁର୍ମୁ ଓଡିଶାର ଝିଅ। ଓଡ଼ିଶାର ସ୍ୱାଭିମାନ।

ତାଙ୍କ ପାଇଁ ପ୍ରତ୍ୟେକ ଓଡିଆ ଗର୍ବିତ। ଓଡିଶାର ସବୁ ଭୋଟ ତାଙ୍କ ପାଖକୁ ଯିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ଓ ତାଙ୍କୁ ଭୋଟ ଦେବା ପାଇଁ ଅନୁରୋଧ କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କୁ ସମ୍ମାନ ଜଣାଇ ଶ୍ରୀ ମୁଦୁଲି କହିଲେ ଯେ ଶ୍ରୀମତୀ ମୁର୍ମୁ। ଆମ ଆଦିବାସୀ ସମାଜର ଗର୍ବ ଓ ଗୌରବ। ତାଙ୍କୁ ସମର୍ଥନ ଦେଇ ମୁଁ ନିଜକୁ ଗୌରବାନ୍ବିତ ମନେ କରୁଛି ବୋଲି ସେ କହିଥିଲେ ।

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀତାରେ ଓଡିଶା ଏକ ନମ୍ବର…

()  ସମଗ୍ର ଦେଶରେ ଆଜି ଓଡିଶା  ଏକ ସଶକ୍ତ ଖାଦ୍ୟ ସୁରକ୍ଷା ପ୍ରଣାଳୀ ସୃଷ୍ଟି କରିବା ତଥା ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ସୁଦୃଢ ଏବଂ ଲୋକାଭିମୁଖୀ କରିବା\’ କ୍ଷେତ୍ରରେ କେନ୍ଦ୍ରସରକାରଙ୍କ ଦ୍ୱାରା ଜାରୀ କରାଯାଇଥିବା, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ରେଙ୍କିଙ୍ଗ୍ ତାଲିକାରେ ପ୍ରଥମ ସ୍ଥାନ ହାସଲ କରିଛି ଓ ଆଜି କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋୟଲ, ନୂଆଦିଲ୍ଲୀରେ ଆୟୋଜିତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଖାଦ୍ୟମନ୍ତ୍ରୀଙ୍କ ସମ୍ମିଳନୀରେ ଏହା ଘୋଷଣା କରିଛନ୍ତି ଓ ଏହି ଅବସରରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ସମବାୟ ମନ୍ତ୍ରୀ, ଅତନୁ ସବ୍ୟସାଚୀ ନାୟକ ଖୁସି ପ୍ରକାଶ କରି କହିଛନ୍ତି ଯେ, ଓଡ଼ିଶାର ଏହି ସଫଳତା ପଛରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟନାୟକଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ରହିଛି ଓ ଏଥିସହିତ ସେ ବିଭାଗୀୟ କର୍ମଚାରୀଙ୍କ ଅଦମ୍ୟ ପରିଶ୍ରମ ଏବଂ ନିରନ୍ତର ପ୍ରଚେଷ୍ଟାକୁ ମଧ୍ୟ ପ୍ରଶଂସା କରିଛନ୍ତି ଓ

ମୂଲ୍ୟାଙ୍କନ ଢାଞ୍ଚା ପାଇଁ, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କାର‌୍ୟ୍ୟକାରୀ କରିବା ଏବଂ ସାଧାରଣ ବଣ୍ଟନ ବ୍ୟବସ୍ଥାର ସମ୍ପୂର୍ଣ୍ଣ କମ୍ପ୍ୟୁଟିକରଣକୁ ଭିତ୍ତିଭୂମି କରି, ରେଙ୍କିଙ୍ଗ୍ ପ୍ରଦାନ କରାଯାଇଥିଲା ଓ ରାଜ୍ୟରେ, ଡିସେମ୍ବର ୨୦୧୫ ଠାରୁ, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କାର‌୍ୟ୍ୟକାରୀ ହେବା ପରେ, ରାଜ୍ୟରେ ଖାଦ୍ୟ ସୁରକ୍ଷା ଏବଂ ବଣ୍ଟନ ପ୍ରଣାଳୀରେ, ଏକ ଆମୁଳଚୁଳ ରୂପାନ୍ତରଣ କରାଯାଇଥିଲା ଓ ଖାଦ୍ୟ ସୁରକ୍ଷା ଆଇନରେ ଅନ୍ତର୍ଭୁକ୍ତ ସମସ୍ତ ହିତାଧିକାରୀଙ୍କ ତଥ୍ୟଗୁଡିକୁ ଡିଜିଟାଇଜ କରି, ୩.୨୫ କୋଟି ର ଏକ ବିଶାଳ ଡାଟାବେସ ତିଆରି କରାଯାଇଛି ଯାହା ଜନସାଧାରଣଙ୍କ ଅବଗତି ନିମନ୍ତେ ୱେବପୋର୍ଟାଲରେ ଉପଲବ୍ଧ କରାଯାଇଛି ଓ ନୂତନ ଯୋଗ୍ୟ ହିତାଧିକାରୀଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରିବା ତଥା ତଥ୍ୟ ଗୁଡିକୁ ସଂଶୋଧନ କରିବା ନିମନ୍ତେ, ୩୧୪ ଗୋଟି ବ୍ଲକ ଓ ୬୪ ଗୋଟି ପୌର କାର‌୍ୟ୍ୟାଳୟ ଗୁଡିକରେ, ସମୁଦାୟ ୩୭୮ ଗୋଟି ରାସନ କାର୍ଡ ପରିଚାଳନା କେନ୍ଦ୍ର ଗୁଡିକ ଖୋଲାଯାଇଛି ଓ ରାଜ୍ୟର ସମସ୍ତ ୧୫୨ ଗୋଟି ଖାଦ୍ୟଶସ୍ୟ ଗୋଦାମ ଗୃହ ଗୁଡିକର କମ୍ପ୍ୟୁଟିକରଣ କରାଯାଇଛି ଓ ଏହି ୧୫୨ ଗୋଟି ଖାଦ୍ୟଶସ୍ୟ ଗୋଦାମ ଗୃହ ଗୁଡିକରୁ. ୧୨୧୩୩ ଗୋଟି ସରକାରୀ ସୁଲଭ ମୂଲ୍ୟ ଦୋକାନ ଗୁଡିକୁ ସିଧାସଳଖ ମାସିକ ୧.୮୭ ଲକ୍ଷ ମେଟ୍ରିକଟନ ଖାଦ୍ୟସାମଗ୍ରୀ, ସରକାରୀ ଖର୍ଚ୍ଚରେ ପରିବହନ କରି ପହଞ୍ଚାଇଦିଆଯାଉଛି ଓ ସମସ୍ତ ୧୨୧୩୩ ଗୋଟି ସରକାରୀ ସୁଲଭ ମୂଲ୍ୟ ଦୋକାନ ଗୁଡିକୁରେ, ସ୍ୱୟଂଚାଳିତ ଇ-ପସ ମେସିନ ଜରିଆରେ, ହିତାଧିକାରୀଙ୍କୁ ରାସନ ସାମଗ୍ରୀ ବଣ୍ଟନ କରାଯାଉଛି ଓ

ଗୋଟିଏ ଦେଶ ଗୋଟିଏ ରେସନ କାର୍ଡ (ଙଦ୍ଭର ଘବଗ୍ଧସକ୍ଟଦ୍ଭ ଙଦ୍ଭର ଜବଗ୍ଧସକ୍ଟଦ୍ଭ ଉବକ୍ସୟ) ଯୋଜନା ରାଜ୍ୟରେ ୨୦୨୧ ମସିହା ଜୁଲାଇ ମାସଠାରୁ ଲାଗୁ ହୋଇଛି। ଏହି ଯୋଜନା ମାଧ୍ୟମରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁସାରେ ଜଣେ ହିତାଧିକାରୀ ଦେଶର ଯେକୌଣସି ସୁଲଭମୂଲ୍ୟ ଦୋକାନରୁ ନିଜ ରାସନ ସାମଗ୍ରୀ ଉଠାଣ କରିପାରିବ। ଏହି ଯୋଜନା ମାଧ୍ୟମରେ ରାଜ୍ୟରେ ୧୦,୫୭୮ ଗୋଟି ସୁଲଭ ମୂଲ୍ୟ ଦୋକାନ ଜରିଆରେ ୧,୧୦,୦୦୦ ପରିବାର ଉପକୃତ ହେଉଛନ୍ତି। ସେହିପରି, ୫୩୩ ଆନ୍ତଃରାଜ୍ୟ ହିତାଧିକାରୀମାନେ ଏହି ଯୋଜନାରେ ଉପକୃତ ହେଉଛନ୍ତି।

ଓଡିଶାର ମାଲକାନଗିରି ଜିଲ୍ଲାରେ ୨୦୨୧ ମସିହା ଜୁଲାଇ ମାସ ଠାରୁ ହିତାଧିକାରୀଙ୍କୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଭିଟାମିନଯୁକ୍ତ ଚାଉଳ ଯୋଗାଣ ଯୋଜନା ଲାଗୁକରାଯାଇଛି। ଏହି କ୍ରମରେ ୧.୨୯ ଲକ୍ଷ ପରିବାରର ୪.୬୬ ଲକ୍ଷ ହିତାଧିକାରୀଙ୍କୁ ୩,୧୩୮ ମେଟ୍ରିକ ଟନ ପୃଷ୍ଟିକର ଚାଉଳ ପ୍ରତିମାସ ଯୋଗାଇ ଦିଆଯାଉଛି। ଏହାଛଡା, ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ, ସ୍କୁଲ ଯାଉଥିବା ପିଲାମାନଙ୍କ ମଧ୍ୟାହ୍ନ ଭୋଜନ (PM-POSHAN) ନିମନ୍ତେ ଓ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଅଧୀନରେ, ଅତିରିକ୍ତ ପୃଷ୍ଟି ଯୋଜନା (Supplementary Nutrition Programme)) ନିମନ୍ତେ ମଧ୍ୟ ଭିଟାମିନଯୁକ୍ତ ଚାଉଳ ଯୋଗାଇଦିଆଯାଉଛି ।

 

ଓଡିଶା ନମ୍ବର 1….

() ଖାଦ୍ୟ ସୁରକ୍ଷା ଆଇନ ଲାଗୁ କରିବାରେ ଓଡିଶା ନମ୍ବର 1 ହେବା ଏହା ନିଶ୍ଚିତ ଭବେରେ ଖୁସିର କଥା। ମୁଖ୍ୟମନ୍ତ୍ରୀ ସବୁଠୁ ଅଧିକ ଗୁରୁତ୍ୱ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଏ ନେଇ ଗୋଟିଏ ସ୍ଲୋଗାନ ରହିଥିଲା ଗୋଟିଏ ଲୋକବି ଭୋକିଲା ରଖୁବାକୁ ଦେବୁ ନାହିଁ। ସେଥିପାଇଁ ଓଡିଶା ଏକ ନମ୍ବର ରହିଛି। ମୁଖ୍ୟମନ୍ତ୍ରୀ ଏହି ନିର୍ଦେଶକୁ ବିଭାଗ କାର୍ଯ୍ୟକାରୀ କରୁଛି । ଆଉ କରିବ। ସ୍ୱଚ୍ଛତା, ଗୁଣବତ୍ତା କୁ ଆଧାର ଭାବେ ନିଆଯାଇଛି। ବୋଲି କହିଛନ୍ତି ଅତନୁ ସବ୍ୟସାଚୀ ନାୟକ, ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ।

୨୫ ବର୍ଷ ପାଦ ଦେବାକୁ ଯାଉଛି ବିଜୁ ଜନତା ଦଳ…

()  ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଏହି ଅବସରକୁ ସ୍ମରଣୀୟ କରିବା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରତି ପଞ୍ଚାୟତ ଓ ୱାର୍ଡ ସ୍ତରରେ ୨୫ ଟି ବୃକ୍ଷରୋପଣ କରିବା ସହିତ ସମଗ୍ର ଓଡ଼ିଶାରେ ୨୫୦୦୦ ୟୁନିଟ ରକ୍ତ ସଂଗ୍ରହ କରାଯିବାର ବିଶାଳ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ମାନ୍ୟବର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଜେଡି ସାଧାରଣ ସମ୍ପାଦକ (ଯୁବ ଓ ଛାତ୍ର ବ୍ୟାପାର) ଶ୍ରୀ ପ୍ରଣବ ବଳବନ୍ତରାୟ, ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଶ୍ରୀବ୍ୟୋମକେଶ ରାୟ, ବିଜୁ ଛାତ୍ର ଜନତା ଦଳ ସଭାପତି ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ ପରିଚାଳନା କରିଥିଲେ।

ଏହି ଅବସରରେ ବିଜୁ ଯୁବ ଓ ଛାତ୍ର ଜନତା ଦଳର ସମସ୍ତ ରାଜ୍ଯ କର୍ମକର୍ତ୍ତାଙ୍କ ସମେତ ସମସ୍ତ ଜିଲ୍ଲା ସଭାପତି, ଜୋନ୍ ସଭାପତି ଓ ସମସ୍ତ ପ୍ରମୁଖ କର୍ମକର୍ତ୍ତା ଯୋଗଦାନ କରିଥିଲେ।

ସ୍ଵାଭାବିକ ଭାବେ ଚାଲିଛି ବିଧାନସଭା…

() ସ୍ଵାଭାବିକ ଚାଲିଛି ଗୃହକାର୍ଯ୍ୟ କାର୍ଯ୍ୟ।ରାଜ୍ୟରେ 1 ଲକ୍ଷ୍ୟ 3ହଜାର 731 କିଲୋମିଟର ଆରଡ଼ି ରୋଡ ରହିଛି।2021-22 ଆର୍ଥିକ ବର୍ଷରେ ମେଣ୍ଟ ନାନ୍ସ ପାଇଁ 1257.17ଲଖ ଟଙ୍କା ଖର୍ଚ୍ଚ ହୋଇଛି।ପ୍ରତି କିଲୋମିଟର ପିଛା 11.62 ଲକ୍ଷ୍ୟ ଖର୍ଚ୍ଚ ହୋଇଛି।। ଭୁପିନ୍ଦର ସିଂ ଙ୍କ ପ୍ରଶ୍ନ ରେ ଗ୍ରାମ ଉନ୍ନୟନ ମନ୍ତ୍ରୀ ପ୍ରିତିରଞ୍ଜନ ଘୋଡେ଼ଇ ଏହି ଉତ୍ତର ରଖିଛନ୍ତି। ଆର .ଡି ରୁ ପି .ଡବ୍ଲୁଡି କୁ ରାସ୍ତା ଟ୍ରାନ୍ହଫର ହେଉନଥିବାରୁ ଗୃହ ରେ ଉଦବେଗ ପ୍ରକାଶ କରିଥିଲେ ବିଧାୟକ ତାରା ବାହିନୀପତି ଉଦବେଗ ପ୍ରକାଶ କରିଥିଲେ। ବିଭିନ୍ନ ସ୍ଥାନରେ ଆର.ଡି କାମକୁ ନେଇ ବିଧାନସଭା ରେ ବିଧାୟକ ଉଦବେଗ ପ୍ରକାଶ କରିଥିଲେ।

ଗ୍ରାମ୍ୟ ଉନ୍ନୟନ ବିଭାଗର କାମକୁ ନେଇ ବିଧାନସଭାରେ ଘମାଘୋଟ ଆଲୋଚନା ହୋଇଛି l ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା ପୂର୍ତ୍ତ ବିଭାଗ କୁ ସ୍ଥାନାନ୍ତର ରେ ସମସ୍ୟା ଏବଂ ଗାଁ ରାସ୍ତା ଗୁଡିକ ଦୀର୍ଘ ଦିନ ଧରି ମରାମତି ହେଉନଥିବାରୁ ଅନେକ ବିଧାୟକମାନେ ଗୃହରେ ଏ ପ୍ରଶ୍ନ ଉଠାଇଥିଲେ l

ସେପଟେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରିତିରଞ୍ଜନ ଘୋଡେ଼ଇ ଉତ୍ତର ରଖି କହିଛନ୍ତି ଯେ ରାଜ୍ୟରେ 1 ଲକ୍ଷ 3 ହଜାର 731 କିଲୋମିଟର ଆରଡ଼ି ରୋଡ ରହିଛି । 2021-22 ଆର୍ଥିକ ବର୍ଷରେ ଏହାର ମରାମତି ପାଇଁ 1257 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ପ୍ରତି କିଲୋମିଟର ପିଛା 11 ଲକ୍ଷ 62 ହଜାର ଖର୍ଚ୍ଚ ହୋଇଛି । ଅନ୍ୟପଟେ ପଞ୍ଚାୟତିରାଜ ବିଭାଗ ଅଧୀନରେ ଚାଲୁଥିବା ଜଳ ଜୀବନ ମିଶନ ନେଇ ମଧ୍ୟ ଆଲୋଚନା ହୋଇଛି l

Follow us

20,832FansLike
0FollowersFollow
14,700SubscribersSubscribe

Latest news