ପ୍ରଶ୍ନ କାଳ ସ୍ୱାଭାବିକ…

() ବିଭିନ୍ନ ଷ୍ଟାଣ୍ଡିଙ୍ଗ କମିଟିର ପ୍ରସ୍ତାବ ଉପସ୍ଥାପିତ ହେବ । 14 ତାରିଖରୁ 28 ତାରିଖ ଯାଏଁ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବ । ଯେଉଁ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ହୋଇପାରିନଥିବ ତାହା 29 ତାରିଖରେ ଗିଲୋଟିନ ଜରିଆରେ ପାରିତ କରାଯିବ । 30 ତାରିଖରେ 2022-23 ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁରୀ ବିଲ ପରିତ ହେବ । ପ୍ରଶ୍ନ କାଳ ସ୍ୱାଭାବିକ କରିବା ପାଇଁ ସବୁ ବିଧାୟକଙ୍କ ସହଯୋଗ ମୁଁ ଲୋଡିଛି ।

ବିକ୍ରମ ଆରୁଖ, ବାଚସ୍ପତି

ସରକାରୀ କର୍ମଚାରୀ ପାଇଁ ବଢିଲା ଗୃହ ନିର୍ମାଣ ଋଣ…

() ସରକାରୀ କର୍ମଚାରୀ ପାଇଁ ବଢିଲା ଗୃହ ନିର୍ମାଣ ଋଣ ସହାୟତା ପରିମାଣ।

କର୍ମଚାରୀମାନେ ୮ ପ୍ରତିଶତ ସୁଧରେ ପାଇବେ ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ।

{} ସପ୍ତମ ବେତନ କମିଶନ ସୁପାରିଶ ଭିତ୍ତିରେ ରାଜ୍ୟ ସରକାର ସରକାରୀ କର୍ମଚାରୀ ମାନଙ୍କ ପାଇଁ ଗୃହ ନିର୍ମାଣ ସହାୟତା ରାଶିକୁ ୨୫ ଲକ୍ଷ ଟଙ୍କାରୁ ୪୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ସୁଧ ହାର ପରିମାଣ ମଧ୍ୟ୍ୟ କମାଯାଇ ୮ ପ୍ରତିଶତ ରଖାଯାଇଛି। ଏହି ଋଣ ୬୦-୪୦ ଅନୁପାତରେ ଦୁଇଟି ପର୍ଯ୍ୟାୟରେ କର୍ମଚାରୀ ମାନଙ୍କୁ ଦିଆଯିବ।

ପୂର୍ବରୁ ୨୦୧୦ରେ ଲାଗୁ କରାଯାଇଥିବା ଗୃହ ନିର୍ମାଣ ସହାୟତା ନିୟମ ଅନୁଯାୟୀ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯାଉଛି ଏବଂ ଏଥିରେ ସର୍ବାଧିକ ସୁଧ ହାର ୧୧.୫ ପ୍ରତିଶତ ଥିଲା ।

ବର୍ତ୍ତମାନ ଗୃହ ନିର୍ମାଣ ସହାୟତା ପରିମାଣ ୪୦ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇବା ସହିତ ସୁଧ ପରିମାଣ ୮ ପ୍ରତିଶତକୁ ହ୍ରାସ କରାଯାଇଛି । ଜାତୀୟ ପେନ୍ସନ ସ୍କିମ୍ ଅଧୀନସ୍ଥ କର୍ମଚାରୀଙ୍କ ସହିତ ସମସ୍ତ ସ୍ଥାୟୀ ସରକାରୀ କର୍ମଚାରୀ ଏହି ସହାୟତା ପାଇପାରିବେ।

ପୁଣି ନିଜର କାୟ ବିସ୍ତାର କରୁଛି କରୋନ….

( ) କୋଭିଡ ସମ୍ପର୍କରେ ଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ରଙ୍କ ପ୍ରତିକ୍ରିୟା । ବର୍ତ୍ତମାନ ଯେଉଁ ସଂକ୍ରମଣ ବଢ଼ୁଛି, ସେଥିରେ ଡାକ୍ତରଖାନା ଯିବା ରୋଗୀଙ୍କ ସଂଖ୍ୟା କମ । ମାତ୍ର 1 ପ୍ରତିଶତ ରୋଗୀ ଡାକ୍ତରଖାନା ଯାଉଛନ୍ତି । ଗତକାଲି ସୁଦ୍ଧା 3 ହଜାରରୁ ଅଧିକ ସକ୍ରିୟ ରୋଗୀ ଥିଲେ । ସେମାନଙ୍କ ମଧ୍ୟରୁ ମାତ୍ର 31 ଜଣ ଡାକ୍ତରଖାନାରେ ଅଛନ୍ତି । ଡାକ୍ତରଖାନାରେ ଭର୍ତ୍ତି ରୋଗୀଙ୍କ ମଧ୍ୟରୁ 25 ଜଣ ICU ରେ ଅଛନ୍ତି । ଅଧିକାଂଶ ରୋଗୀ ଲକ୍ଷଣଯୁକ୍ତ ନୁହନ୍ତି । ବୟସ୍କ ଲୋକ, କୋମରବିଡ଼ିଟି ଥିବା କିଛି ରୋଗୀ ଡାକ୍ତରଖାନାରେ ଅଛନ୍ତି ।

ସର୍ବଭାରତୀୟ କୋଭିଡ ସ୍ଥିତି ଦେଖିଲେ, ସବୁ ରାଜ୍ୟରେ କୋଭିଡ ବଢୁନି । ଯେଉଁ ରାଜ୍ୟରେ ବଢ଼ୁଛି, କେବଳ ସହରାଞ୍ଚଳରେ ହିଁ ସଂକ୍ରମଣ ବଢ଼ୁଛି, ଗ୍ରାମାଞ୍ଚଳରେ ନାହିଁ । ଯେହେତୁ ବର୍ତ୍ତମାନ ଅନ୍ତଃରାଜ୍ୟ କଟକଣା ନାହିଁ, ବାଣିଜ୍ୟ ବ୍ୟବସାୟ ଉପରେ କଟକଣା ନାହିଁ, ଲୋକମାନଙ୍କ ଯାତାୟାତ ହେଉଛି, ଲୋକ ଏକାଠି ହେଉଛନ୍ତି, ସେସବୁ ସ୍ଥାନରେ ସଂକ୍ରମଣ ଅଧିକ ରହୁଛି । ଆମ ରାଜ୍ୟରେ TPR ଅନୁସାରେ କଟକ, ପୁରୀ, ଖୋର୍ଦ୍ଧାର ସହରାଞ୍ଚଳରେ ସଂକ୍ରମଣ ଅଧିକ ରହିଛି ।

ରଥଯାତ୍ରା ଯୋଗୁଁ ବଢ଼ିବ କି ସଂକ୍ରମଣ ?

କୋଭିଡ ସଂକ୍ରମଣ ରୋକିବାରେ ଲୋକଙ୍କ ସହଭାଗିତା ଦରକାର । ଲୋକଙ୍କ ଭାବାବେଗକୁ ତ ଅଟକାଇ ହେବନାହିଁ । ଜଗନ୍ନାଥଙ୍କ ଦର୍ଶନ କରିବାକୁ ଆସିଥିଲେ, ଆଗକୁ କଣ ହେଉଛି ଜଣାପଡ଼ିବ । ତେବେ ଯେହେତୁ ଅଧିକାଂଶ ଲୋକ ଟୀକା ନେଇଛନ୍ତି, ସଂକ୍ରମଣ ହୋଇପାରେ, କିନ୍ତୁ ଗୁରୁତର ହେବା କ୍ଷମତା କମ ରହିପାରେ । ରାଜ୍ୟରେ ସଂକ୍ରମଣ କେବେ ପିକ ହେବ, ଏବେଠୁ ଆକଳନ କରିବା କଷ୍ଟକର ।

ଡାକ୍ତର ନିରଞ୍ଜନ ମିଶ୍ର, ଜନସ୍ୱାସ୍ଥ୍ୟ ନିର୍ଦେଶକ

ସଡ଼କ ଦୁର୍ଘଟଣା ରେ ମୃତ୍ୟୁ ହୋଇଥିବା ୩ଜଣ ବ୍ୟକ୍ତିଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ..

() ସଡ଼କ ଦୁର୍ଘଟଣା ରେ ୩ଜଣ ବ୍ୟକ୍ତିଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀଙ୍କ ଗଭୀର ଶୋକ ପ୍ରକାଶ,

ମୃତକମାନଙ୍କ ପାଇଁ ୨ଲକ୍ଷ ଟଙ୍କା ସହାୟତା ଘୋଷଣା।

{} ବଲାଙ୍ଗୀର-ସୋନପୁର ରୋଡ଼ର ବଡ଼ବାହାଲୀ ଛକ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ୩ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ ଯେ ବଡ଼ବାହାଲୀ ଠାରେ ଘଟିଥିବା ଏହି ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୩ ଜଣ ମଧ୍ୟ ଆହତ ହୋଇଛନ୍ତି । ଆହତ ମାନଙ୍କୁ ତୁରନ୍ତ ମାଗଣାରେ ଚିକିତ୍ସା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଏହାସହିତ ପ୍ରତ୍ୟେକ ମୃତକଙ୍କ ନିକଟତମ ଆତ୍ମୀୟଙ୍କୁ ୨ଲକ୍ଷ ଟଙ୍କା ଲେଖାଏ ସହାୟତା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ସେମାନଙ୍କ ପରିବାରର ସଦସ୍ୟମାନଙ୍କ ପ୍ରତି ଗଭୀର ସମବେଦନା ପ୍ରକାଶ କରିଛନ୍ତି ।

ରସଗୋଲା କୁ ନେଇ ବିବାଦ ସୃଷ୍ଟି….

() ରସଗୋଲା କୁ ନେଇ ଅତୀତରେ ଯେଉଁ ବିବାଦ ସୃଷ୍ଟି ହୋଇଥିଲା ତାହା ଅତୀତ । ବର୍ତ୍ତମାନ ସେ ବିବାଦ ଆଉ ନାହିଁ । ଜିଆଇ ଟ୍ୟାଗ ମିଳି ସାରିଛି । ସତ୍ୟ କେବେ ଲୁଚେ ନାହିଁ । ଆରାଧ୍ୟ ଦେବତା ଆମର ପ୍ରଭୁ ଶ୍ରୀ ଜଗନ୍ନାଥ । ମାଦଳା ପାଞ୍ଜି ଠୁ ନେଇ ଇତିହାସ କୁ ଗଲେ ବି ଏ ପ୍ରଥା ଓ ପରମ୍ପରା ବହୁ ପୁରାତନ ଏବଂ ପ୍ରାଚୀନ । ଏହାର ମହତ୍ତ୍ଵ କୁ କେହି ଅଣଦେଖା କରି ପାରିବେ ନାହିଁ । ନୂଆ ଯୁଗରେ ଯଦି ୟାକୁ କିଏ କହିବ ଆମର ତେବେ ତାହାର କୌଣସି ଭିତ୍ତି ନାହିଁ । ସତ୍ୟ ସବୁବେଳେ ସତ୍ୟ । ସତ୍ୟ ହେଉଛି ରସଗୋଲା ଜଗନ୍ନାଥ ପାଖରେ ଭୋଗ ଲାଗେ । ଓଡ଼ିଆ ସଂସ୍କୃତି ଓ ଜଗନ୍ନାଥ ସଂସ୍କୃତି ଯେତିକି ପୁରୁଣା ରସଗୋଲା ମଧ୍ୟ ସେତିକି ପୁରୁଣା । ତେଣୁ ଆଜିର ତାରିଖରେ ସେମିତି କୌଣସି ବିବାଦ ନାହିଁ । ତେଣୁ ଆଗାମୀ ଦିନ ମଧ୍ୟ ଠିକ ରେ ଚାଲିବ । ସେଥିପାଇଁ ଏହି ବିବାଦ ରୁ ବାହାରି ଆମେମାନେ ଆଗକୁ ବଢ଼ିବା ଉଚିତ ।

ରସଗୋଲା କ୍ଲଷ୍ଟର କରିବାକୁ ଘୋଷଣା କରାଯାଇଥିଲା ତାହା କେତେ ବାଟ ଗଲା ପ୍ରଶ୍ନରେ ମନ୍ତ୍ରୀ ଙ୍କ ଉତ୍ତର

ଆମେ ସେ ଦିଗରେ ଆମର କାର୍ଯ୍ୟକ୍ରମ ଜାରି ରଖିଛୁ । ତାହା ଆଗକୁ ବଢୁଛି । ସେଇଟା ଯେତିକି ସରକାରଙ୍କ ଉପରେ ନୁହେଁ ସେତିକି ବ୍ୟବସାୟୀଙ୍କ ଉପରେ ନିର୍ଭର କରୁଛି । ତାକୁ ସେଇଟା ସେମାନେ କେତେ ପପୁଲାର କରାଇବେ । ସରକାରଙ୍କ କାମ ହେଉଛି ପ୍ରୋତ୍ସାହନ ଦେବା । ସରକାର ସେ କଥା ଆଗରୁ କରିବା ସହ ଘୋଷଣା କରି କାର୍ଯ୍ୟରତ ଅଛନ୍ତି ।

ପ୍ରତାପ ଦେବ, ମନ୍ତ୍ରୀ , ଏମଏସ୍ଇ ବିଭାଗ

ଭିନ୍ନ ଏକ ମଣିଷ ଗଣେଷୀ ଲାଲ୍ , ରାଜଭବନ କର୍ମଚାରୀଙ୍କ ହେଲେ ଅତିଥି…

() ରାଜ ଭବନର ପୂର୍ବତନ କର୍ମଚାରୀଙ୍କ ସହ କିଛି ସମୟ ବିତାଇଲେ ରାଜ୍ଯପାଳ। ପରିବାର ଲୋକଙ୍କ କଥା ବୁଝିଲେ। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଖଇରାବାଦ ଗାଁରେ । ବାଲେଶ୍ୱର ଗସ୍ତରେ ଥିବା ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍ , ରାଜଭବନରେ ନର୍ସ ଚାକିରୀ କରୁଥିବା ସାଗରିକା ବେହେରାଙ୍କ କୁଆଖିଆ ନିକଟସ୍ଥ ଖଇରାବାଦ ଗ୍ରାମରେ ପହଞ୍ଚି ପରିବାରର ଆତିଥ୍ୟି ଗ୍ରହଣ କରିଥିଲେ । ଏଥିସହ ପଇଡପାଣି ପିଇ ପରିବାର ର ଭଲମନ୍ଦ ବୁଝିଥିଲେ। ସାଗରିକାଙ୍କ ବାପା ଗୋପୀନାଥ ବେହେରା ,ମା ଆରତୀ ଓ ପରିବାର କିଛି ସଦସ୍ୟଙ୍କ ସହ ଫଟ ଉଠାଇବା ସହ ଫେରିବା ସମୟରେ ଗାଁର କିଛି ଛୋଟପିଲା ଓ ବୟସ୍କ ବ୍ୟକ୍ତିଙ୍କୁ ମଧ୍ୟ ସାକ୍ଷାତ କରିଥିଲେ । ଏହି ଅବସରରେ ବିଶିଷ୍ଟ ଛାୟାଚିତ୍ର ଶିଳ୍ପୀ ବିଶ୍ୱନାଥ ମହାରଣା ରାଜ୍ୟପାଳଙ୍କୁ ନିଜ ହାତ ତିଆରି କାଠର କଠଉ ପିନ୍ଧାଇ ଉପହାର ଦେଇଥିଲେ । ପ୍ରଶାସନ ପକ୍ଷରୁ ରାଜ୍ୟପାଳଙ୍କ ଗସ୍ତପାଇଁ ସୁରକ୍ଷା କଡାକଡି କରାଯାଇଥିଲା ।

ଦେଶରେ ବଢୁଛି ସଂକ୍ରମଣ…

() ସମଗ୍ର ଦେଶରେ ସଂକ୍ରମଣ ବଢୁଛି । ଆମର ବି 500 ରୁ 600 ଭିତରେ ରହୁଛି । ପ୍ରଥମ ଲହର ଆଉ ବର୍ତ୍ତମାନ ଭିତରେ ବହୁତ ଫରକ ରହିଛି । ଫରକ ହେଉଛି ପ୍ରଥମ ଓ ଦ୍ୱିତୀୟ ଲହରରେ 15 ପ୍ରତିଶତ ଲୋକେ ମେଡ଼ିକାଲ ଯାଉଥିଲେ । ଏବେ 3360 ଆକ୍ଟିଭ କେସ ମଧ୍ୟରୁ 28 ଜଣ ହସ୍ପିଟାଲରେ ରହିଛନ୍ତି । ଯାହା କି ବହୁତ ନଗଣ୍ୟ । ଏହାର ଅର୍ଥ ଅଧିକାଂଶ ଲୋକେ ବିନା ଲକ୍ଷଣ ଯୁକ୍ତ ରହୁଛନ୍ତି । ଆଉ ଯଦି ଲକ୍ଷଣ ରହିଛି ସେମାନେ ଅଧିକ ସିଭିୟର ହେଉ ନାହାନ୍ତି କି ଡାକ୍ତର ଖାନା ଯାଉ ନାହାଁନ୍ତି। ଯେଉଁମାନେ ବହୁବିଧ ରୋଗରେ ଆକ୍ରାନ୍ତ ସେମାନେ ଟିକିଏ ମେଡ଼ିକାଲ ର ଆବଶ୍ୟକ କରୁଛନ୍ତି ।

ଆମର ସେହି ଓମିକ୍ରନ ଭ୍ୟାରିୟଣ୍ଟ ରହିଛି । ଗତ 4 ମାସ ହେବ ଡେଲଟା ର ଉପସ୍ଥିତି ଆଉ ନାହିଁ ଆମ ରାଜ୍ୟରେ। ବର୍ତ୍ତମାନ ସୁଦ୍ଧା ଡେଲଟା ପରି ଭୟଙ୍କର ହେବା ଭଳି କୌଣସି ଭ୍ୟାରିୟଣ୍ଟ ଚିହ୍ନଟ ହୋଇନାହିଁ । ଆମେ ଏବେ ବି ଅପିଲ କରୁଛୁ ଲକ୍ଷଣ ଯୁକ୍ତ ଲୋକେ ପରୀକ୍ଷା କରି ଆଇସୋଲେଟ ହୁଅନ୍ତୁ । ଆମ ରାଜ୍ୟର ଉପର ମୁହାଁ ହେଉଥିବା ଟ୍ରେଣ୍ଡ କିଛି ପରିମାଣରେ ବଢ଼ିବ ମାତ୍ର ସେପରି ଭୟଙ୍କର ହେବ ନାହିଁ । ଯାହା ଅନୁମାନ କରାଯାଉଛି ଏହା ବେଶୀ ଦିନ ରହିବ ନାହିଁ । ଖୁବଶୀଘ୍ର ତଳମୁହାଁ ହେବ । ପଘରୋଇ ହସ୍ପିଟାଲରେ କୋଭିଡ ପରୀକ୍ଷା ଲାଗି ଅଧିକ ଟଙ୍କା ନିଆଯାଉ ଥିବା ନେଇ ପ୍ରତିକ୍ରିୟା ସରକାରୀ ବ୍ୟବସ୍ଥା ରେ ମାଗଣା ହେଉଛି । ଲୋକେ ଘରୋଇ ହସ୍ପିଟାଲକୁ କାହିଁକି ଯାଉଛନ୍ତି । ଆମେ ସରକାରୀ ବ୍ୟବସ୍ଥାରେ ମାଗଣାରେ ଲୋକ ଙ୍କୁ ଡାକୁଛୁ ଆସିକି ଟେଷ୍ଟିଂ କରିବା ପାଇଁ । ଓଡିଶା ଏକମାତ୍ର ରାଜ୍ୟ ଯେଉଁଠି ମାଗଣା ଟେଷ୍ଟିଂ ଟ୍ରିଟମେଣ୍ଟ ମାଗଣା ନେବା ଆଣିବା ପାଇଁ ବ୍ୟବସ୍ଥା କରାଯାଇଛି । ଲୋକେ ତାହାର ସୁବିଧା ନିଅନ୍ତୁ।

ନିରଞ୍ଜନ ମିଶ୍ର, ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ପରିବାର କଲ୍ୟାଣ ନିର୍ଦେଶକ ଡାକ୍ତର ବିଜୟ କୁମାର ପାଣିଗ୍ରାହୀଙ୍କ ସୂଚନା….

( ) ଟୀକାକରଣ ନେଇ ପରିବାର କଲ୍ୟାଣ ନିର୍ଦେଶକ ଡାକ୍ତର ବିଜୟ କୁମାର ପାଣିଗ୍ରାହୀଙ୍କ ସୂଚନା….। ଏବେ ରାଜ୍ୟରେ କୋଭିଡ ସଂକ୍ରମଣ ବଢ଼ିଛି । ତେଣୁ ଯେଉଁମାନେ ପ୍ରିକସନ ଡୋଜ ନେଇନାହାନ୍ତି, ସେମାନେ କିଭଳି ଶୀଘ୍ର ପ୍ରିକସନ ଡୋଜ ନେବେ, ସେଥିପାଇଁ ଚେଷ୍ଟା ଜାରି ରହିଛି । ଏବେ ସ୍ୱାସ୍ଥ୍ୟକର୍ମୀ, ଫ୍ରଣ୍ଟଲାଇନ ୱାର୍କର ଓ 60 ବର୍ଷରୁ ଉର୍ଦ୍ଧ୍ବ ବୟସ ବର୍ଗଙ୍କୁ ମାଗଣାରେ ଟୀକା ଦିଆଯାଉଛି । ପୂର୍ବରୁ ଦ୍ୱିତୀୟ ଡୋଜ ପରେ 9 ମାସ ବ୍ୟବଧାନରେ ପ୍ରିକସନ ଡୋଜ ଦିଆଯାଉଥିଲା । ଏବେ 6 ମାସରେ ପ୍ରିକସନ ଡୋଜ ଦେବାକୁ କୁହାଯାଇଛି । ତେଣୁ ଯେଉଁମାନେ ଯୋଗ୍ୟ ସେମାନେ ପ୍ରିକସନ ଡୋଜ ନେଇଯିବାକୁ ଅନୁରୋଧ କରାଯାଉଛି ।

ଟୀକାକରଣ କୁ ତ୍ୱରାନ୍ୱିତ କରିବା ଲାଗି ହର ଘର ଦସ୍ତକ କାର୍ଯ୍ୟକ୍ରମ ଚାଲୁ ରହିଛି । ଏଥିରେ ଫ୍ରଣ୍ଟଲାଇନ ୱାର୍କର ଘର ଘର ବୁଲି ଟୀକା ନେବାକୁ ଲୋକଙ୍କୁ ସଚେତନ କରାଉଛନ୍ତି । ଏହାସହ 12ରୁ 14 ବର୍ଷ ଏବଂ 15ରୁ 17 ବର୍ଷ ବୟସ ବର୍ଗଙ୍କ ପ୍ରଥମ ଓ ଦ୍ୱିତୀୟ ଡୋଜ ଟୀକାକରଣ ଲାଗି ସ୍କୁଲରେ କ୍ୟାମ୍ପ କରି ଟୀକାକରଣ କରାଯାଉଛି । 12ରୁ 14 ବର୍ଷ ବୟସ ବର୍ଗରେ ଏବେ 97% ପିଲା ପ୍ରଥମ ଡୋଜ ଓ 90% ପିଲା ଦ୍ୱିତୀୟ ଡୋଜ ଟୀକା ନେଇଗଲେଣି ।

18 ବର୍ଷରୁ ଅଧିକ ବୟସ ବର୍ଗରେ 18 ଲକ୍ଷ, 12ରୁ 14 ବର୍ଷ ବୟସ ବର୍ଗରେ 4 ଲକ୍ଷ ଓ 15ରୁ 17 ବର୍ଷ ବୟସ ବର୍ଗରେ 4 ଲକ୍ଷ, ମୋଟ ଉପରେ 26 ଲକ୍ଷ ଲୋକ ଦ୍ୱିତୀୟ ଡୋଜ ଟୀକା ନେବାକୁ ବାକି ଅଛନ୍ତି ।

ମାଗଣା ପ୍ରିକସନ ଡୋଜ ବର୍ତ୍ତମାନ ସୁଦ୍ଧା ମାତ୍ର 27% ନେଇଛନ୍ତି । ଆହୁରି 70%ରୁ ଅଧିକ ମାଗଣା ଟୀକା ନେବାକୁ ବାକି ଅଛି । ଏହାଛଡ଼ା 18ରୁ 59 ବର୍ଷ ବୟସ ବର୍ଗରେ ରାଜ୍ୟରେ ମାତ୍ର 1 ଲକ୍ଷ 20 ହଜାର ଲୋକ ପେଡ ପ୍ରିକସନ ଡୋଜ ନେଇଛନ୍ତି । ତେବେ ରାଜ୍ୟରେ ଏବେ ବର୍ତ୍ତମାନ 99% ପ୍ରଥମ ଡୋଜ, 91% ଦ୍ୱିତୀୟ ଡୋଜ ନେଇସାରିଛନ୍ତି ।

ଡାକ୍ତର ବିଜୟ କୁମାର ପାଣିଗ୍ରାହୀ, ପରିବାର କଲ୍ୟାଣ ନିର୍ଦେଶକ

ଆସିଲା 22-23 ଶିକ୍ଷା ବର୍ଷ ର ନୂଆ ପାର୍ଟନ…

() କୋଭିଡ ଭୟାବହତା ସମ୍ପର୍କରେ ପିଲା ମାନଙ୍କୁ ମାନସିକ ସ୍ତରରେ ପ୍ରସ୍ତୁତ କରିବା ପାଇଁ ଆମେ ନିଷ୍ପତ୍ତି ନେଇଛୁ ଯେ ଏହାକୁ ଦଶମ ଶ୍ରେଣୀ ପାଠ୍ୟ ପୁସ୍ତକରେ ସ୍ଥାନିତ କରିବା ଲାଗି । ବିଶେଷ କରି ଜଳ ବାୟୁ ପରିବର୍ତ୍ତନ ହେଉଥିବା ରୁ ସେ ବିଷୟରେ ପିଲାମାନଙ୍କୁ ପୂର୍ବରୁ ପ୍ରସ୍ତୁତ ରଖିବା ଲାଗି ବିଭାଗ ଏପରି ନିଷ୍ପତ୍ତି ନେଇଛି । 22-23 ଶିକ୍ଷା ବର୍ଷ ପାଇଁ କୋର୍ସ ପାର୍ଟନ ଆମେ ଦେଇ ସାରିଛୁ । ତେଣୁ ଏଥର 100 ମାର୍କ ଉପରେ ପରୀକ୍ଷା ହେବ । ସେହିପରି ଯାହା ଯେମିତି ସମେଟିଭ 1 ଆଣ୍ଡ 2 ଥିଲା ସେହି ଅନୁସାରେ ପରୀକ୍ଷା କରାଯିବ।

ବିଭିନ୍ନ ସ୍ଥାନରେ ଅନାବଶ୍ୟକ ଭାବେ ଗଣମାଧ୍ୟମ ସ୍କଲୁ କୁ ପ୍ରବେଶ କରୁଛନ୍ତି। ମୁଁ ମଧ୍ୟ ଦେଖିଛି କିଛି ସ୍ଥାନରେ ସେପରି ଘଟଣା ଘଟିବା ପରେ ବିଇଓ ମାନେ ସେ ଚିଠି ଜାରି କରିଛନ୍ତି । ମୁଁ ଆଶା କରିବି ଏବଂ ଅନୁରୋଧ କରିବି ସମସ୍ତ ଗଣମାଧ୍ୟମ ଆମକୁ ସହଯୋଗ କରନ୍ତୁ । ଯାହା ଆବଶ୍ୟକତା ରହିଛି ଯାହା ସମସ୍ୟା ରହିଛି ତାକୁ ନଜର କୁ ଆଣିବା ପାଇଁ ଗଣମାଧ୍ୟମ ଅଧିକାର ରହିଛି । କିନ୍ତୁ କେତେ ଗୁଡିଏ ସ୍ଥାନରେ ଗଣମାଧ୍ୟମ ର ଭୂମିକା ମଧ୍ୟ ଅନାବଶ୍ୟକ ଠୁ ଅଧିକ ହେଉଛି। ତେଣୁ ସେହି କଥା କୁ ଆଧାର କରି ସ୍ଥାନୀୟ କ୍ଷେତ୍ରରେ ବିଇଓ ମାନେ କରିଥିବା ମୋ ନଜରକୁ ଆସିଛି । ବିଭାଗର ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ଗଣମାଧ୍ୟମ ଉପରେ ଏପରି ଅଙ୍କୁଶ କି ପ୍ରଶ୍ନ ରେ ମନ୍ତ୍ରୀ ଙ୍କ ଉତ୍ତର

କଥା କହିବାକୁ କାହାକୁ ପଇସା ପଡେନି । ଯାହା ଆମର ଦୋଷ ଦୁର୍ବଳତା ଆମେ ଆମର ଜାଣିଛୁ । କେବଳ ଗଣମାଧ୍ୟମ କହିଲେ ଯେ ଆମେ ଜାଣୁଛୁ ସେ କଥା ନୁହେଁ । ଆମର ବ୍ୟବସ୍ଥା ଭିତରେ ଆମେ ଚାଲୁଛୁ । ଯାହା ସମ୍ଭବ ଆମେ କରୁଛୁ । ସ୍ୱୀକୃତି ପ୍ରାପ୍ତ ଗଣମାଧ୍ୟମ ବାଦ ମଧ୍ୟ ଅନେକ ୱେବ ଚ୍ୟାନେଲ ହୋଇ ଗଲେଣି। ସେମାନେ ମଧ୍ୟ ପ୍ରେସ ମାରିକି ବୁଲୁଛନ୍ତି । ଅନାବଶ୍ୟକ ଭାବେ ସ୍କୁଲ ରେ ପଶିକି ପାଠ ପଢ଼ାରେ ଇଣ୍ଟରଭିଙ୍ଗ କରୁଛନ୍ତି। ଗଣମାଧ୍ୟମ ନାଁରେ ପିଲା ଓ ଶିକ୍ଷକ ମାନଙ୍କୁ ଏପରି ହଇରାଣ କରିବା ଅନୁଚିତ । ତେଣୁ ଅନୁମତି ନେଇ କି ସ୍କୁଲ ରେ ପଶି ବାକୁ ଚିଠି କରାଯାଇଛି ।

ଥଣ୍ଡା ହୋଇଥିଲେ ପିଲାମାନେ ସ୍କୁଲ ଆସନ୍ତୁ ନାହିଁ । ସବୁ ଥଣ୍ଡା ଜ୍ଵର କୋଭିଡ ନୁହେଁ । ମାତ୍ର ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ ଅନୁଯାୟୀ ଆମେ ଅଭିଭାବକ ମାନଙ୍କୁ କହୁଛୁ ସେମାନେ ପିଲାଙ୍କର ଥଣ୍ଡା ଜ୍ଵର ହେଉଥିଲେ ସ୍କୁଲ କୁ ଛାଡ଼ନ୍ତୁ ନାହିଁ ।

ସମୀର ଦାସ, ଗଣଶିକ୍ଷା ମନ୍ତ୍ରୀ

ଦେବଗଡ଼ ର ଅତ୍ୟନ୍ତ ନିଆରା ରଥଯାତ୍ରା …

() ଦେବଗଡ଼ ରଥଯାତ୍ରାର ଅନନ୍ୟ ପରମ୍ପରା ।ବାହୁଡା ଦିନ ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ ହୋଉଥିବା ବେଳେ ଦେବଗଡ଼ ଗୁଣ୍ଡିଚା ମନ୍ଦିର ର ଜନ୍ମ ବେଦୀ ରୁ ଠାକୁର ଆସି ଗରୁଡ଼ ସ୍ତମ୍ଭ ନିକଟରେ ତ୍ରିଭୁଜ ଆକାରରେ ବସିଥାନ୍ତି । ଗତକାଲି ମଧ୍ୟାହ୍ନ ରୁ ବିଭୀଷଣ ଦର୍ଶନ ନୀତି ଅନୁଷ୍ଠିତ ହୋଇଥାଏ। ମାତ୍ର ଏହାକୁ ସ୍ଥାନୀୟ ଲୋକ ଚକାଛାଡ଼ ବୋଲି କହିଥାନ୍ତି । ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରା ପର୍ବ ମୁହାଁ ହୋଇ ବସୁଥିବା ବେଳେ ପ୍ରଭୁ ଜଗନ୍ନାଥ ଦକ୍ଷିଣ ମୁହାଁ ହୋଇ ବସିଥାନ୍ତି । ଗତକାଲି ସକାଳ ଓ ମଧ୍ୟାହ୍ନ ନୀତିକାନ୍ତି ସରିବା ପରେ ଠାକୁର ଙ୍କୁ ଜନ୍ମ ବେଦୀ ରୁ ଆଣି ଗରୁଡ଼ ସ୍ତମ୍ବ ନିକଟରେ ବସାଯାଇ ଥାଏ । ଆଜି ସନ୍ଧ୍ୟାରେ ଠାକୁରଙ୍କୁ ପହଣ୍ଡି କରି ରଥକୁ ଆଣିବା ପରେ ତା ପର ଦୁଇ ଦିନ ଧରି (ସମୋବାର ଓ ମଙ୍ଗଳବାର) ରଥ ଟଣା ଯାଇଥାଏ । ଆଜି ପହଣ୍ଡି ପୂର୍ବରୁ ତଥା ପିଠା ଭୋଗ ପରେ ଠାକୁର ଙ୍କୁ ଧାଡି ରେ ରଖାଯାଏ। ଠାକୁର ରଥ କୁ ଯିବାପାଇଁ ଧାଡିରେ ବସିବା ସମୟ ର ଦୃଶ୍ୟ ଅତ୍ୟନ୍ତ ମନୋରମ। କେଉଁ ଆବହମାନ କାଳରୁ ଏହି ପରମ୍ପରା ଲାଗିରହିଛି ।

Follow us

20,832FansLike
0FollowersFollow
14,700SubscribersSubscribe

Latest news