ସେବା ପ୍ରୟାସ ଫାଉଣ୍ଡେସନ୍ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ମହିଳାମାନଙ୍କୁ ମିଳିଲା କଳିଙ୍ଗ ବୀରାଙ୍ଗନା ସମ୍ମାନ…

{ }50 ଜଣ ମହିଳା ଅତିକ୍ରମ କଲେ 80 କିଲୋମିଟର :
ସେବା ପ୍ରୟାସ ଫାଉଣ୍ଡେସନ ପକ୍ଷରୁ ମହିଳା କାର୍ ରାଲି ଆୟୋଜିତ , କଳିଙ୍ଗ ଵୀରାଂଗନା ସମ୍ମାନ ପ୍ରଦାନ :

( ) ସେବା ପ୍ରୟାସ ଫାଉଣ୍ଡେସନ୍ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ଓ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ମହିଳାମାନଙ୍କୁ କଳିଙ୍ଗ ବୀରାଙ୍ଗନା ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି । ସ୍ୱାସ୍ଥ୍ୟ, ସାହିତ୍ୟ, ସାମ୍ବାଦିକତା, ରାଜନୀତି, ସମାଜ ସେବା, ଶିକ୍ଷା ଓ ଅଭିନୟ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ବିଭିନ୍ନ ବର୍ଗର ମହିଳାମାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ରବିବାର ପୁରୀ ୱଣ୍ଡର ୱାର୍ଲ୍ଡ ୱାଟର ପାର୍କ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।
ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରିଜିଓନାଲ୍ ମେଡିକାଲ୍ ରିସର୍ଚ୍ଚ ସେଂଟରର ନିର୍ଦ୍ଦେଶିକା ଡକ୍ଟର ସଂଘମିତ୍ରା ପତି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅଲିମ୍ପିଆନ୍ ଶ୍ରୀମତି ଅନୁରାଧା ବିଶ୍ୱାଳ, ନୃତ୍ୟ ଶୀଳ୍ପି ଶ୍ରୀ ଶାଶ୍ୱତ ଯୋଶୀ ଏବଂ କଳିଙ୍ଗ ବିରାଙ୍ଗନା ପୁରସ୍କାରର ଉପଦେଷ୍ଟା ଶ୍ରୀମତି ପ୍ରିତିଛନ୍ଦା ଧଳ ଯୋଗ ଦେଇ ଏହି ବିଶିଷ୍ଟ ମହିଳାମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ସମାଜ ସେବୀ ଶ୍ରୀମତି ସନ୍ଧ୍ୟାରାଣୀ ମଲ୍ଲିକଙ୍କୁ କଳିଙ୍ଗ ବିରାଙ୍ଗନା ସମ୍ମାନ ପ୍ରଦାନ କରାଯାଇଥିବା ବେଳେ, ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସମ୍ କୋଭିଡ୍ ହସ୍ପିଟାଲ୍‌ର ନର୍ସିଂ ଇନ୍‌ଚାର୍ଜ ତଥା କୋଭିଡ ଯୋଦ୍ଧା ଶ୍ରୀମତି କମଳିନୀ ମଲ୍ଲିକ୍‌, ସାମ୍ବାଦିକତା କ୍ଷେତ୍ରରେ ଟାଇମ୍ ଅଫ୍ ଇଣ୍ଡିଆର ଆସିଷ୍ଟାଂଟ ଏଡିଟର୍ ଶ୍ରୀମତି ମିନତୀ ସିଂହ, ସାହିତ୍ୟ କ୍ଷେତ୍ରରେ ସାହିତ୍ୟିକା ଶ୍ରୀମତି ହିରଣ୍ମୟୀ ମିଶ୍ର, ରାଜନୀତି କ୍ଷେତ୍ରରେ ଶ୍ରୀମତି ସସ୍ମିତା ସାହାଣୀ, ସମାଜ ସେବା କ୍ଷେତ୍ରରେ ଶ୍ରୀମତି ରିନା ସାହୁ, ଶିକ୍ଷା କ୍ଷେତ୍ରରେ ଶ୍ରୀମତି ଝିଲ୍‌ମିଲ୍ ସାହୁ ଏବଂ ଅଭିନୟ କ୍ଷେତ୍ରରେ କୁମାରୀ ଜାଗୃତି ରଥଙ୍କୁ ସମ୍ମାନିତ କରାଯାଇଥିଲା । ଏହି ଅବସରରେ କଳିଙ୍ଗ ଵୀରାଂଗନା ପୁରସ୍କାର ଚୟନ କମିଟି ର ଉପଦେଷ୍ଟା ଶ୍ରୀମତୀ ପ୍ରିତିଛନ୍ଦା ଧଳ ଓ ସୁଶ୍ରୀ ଶୁଭଦର୍ଶିନୀ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଡ଼ଃ ସଂଘମିତ୍ରା ପତି |

ସେହିପରି ସେବା ପ୍ରୟାସ ଫାଉଣ୍ଡେସନ୍ ପକ୍ଷରୁ ମହିଳା କାର୍ ର‌୍ୟାଲିର ୫ମ ସଂସ୍କରଣ ଆୟୋଜନ କରାଯାଇଥିଲା । ଭୁବନେଶ୍ୱର ଉପକଣ୍ଠ ଫୁଲନଖରା ଆଦିତ୍ୟ ମହିନ୍ଦ୍ରା ଶୋ ରୁମ ନିକଟରୁ ଆରମ୍ଭ ହୋଇଥିବା ଏହି ର‌୍ୟାଲିରେ ସ୍ୱତନ୍ତ୍ର ଅତିଥି ଭାବେ ରାଜ୍ୟସଭା ସାଂସଦ ଶ୍ରୀ ଅମର ପଟ୍ଟନାୟକ, ଖଣ୍ଡପଡାର ଯୁବରାଜ ତଥା ପୂର୍ବତନ ବିଧାୟକ ସିଦ୍ଧାର୍ଥ ଶେଖର ସିଂହ ଓ ସେବା ପ୍ରୟାସ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ସୁଶ୍ରୀ ଲିଙ୍କନ୍ ସୁୁବୁଦ୍ଧି ଯୋଗ ଦେଇ ଏହି କାର୍ ର‌୍ୟାଲିର ଫ୍ଲାଗ୍ ଅଫ୍ କରିବା ସହ ମହିଳା ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ ।
କାର୍ ର‌୍ୟାଲି ଫୁଲନଖରା ଠାରୁ ଆରମ୍ଭ ହୋଇ ପୁରୀ ସାତସଙ୍ଖ ଦେଇ ୱଣ୍ଡର୍ ୱାର୍ଲ୍ଡ ୱାଟର ପାର୍କଠାରେ ଶେଷ ହୋଇଥିଲା । ସାତଶଂଖ ଠାରେ ଥିବା ରୟାଲ ପାମ ରିସୋର୍ଟ ପକ୍ଷରୁ ଅତିଥି ଓ ପ୍ରତିଯୋଗୀ ମାନଙ୍କୁ ଅତିଥ୍ୟତା ପ୍ରଦାନ କରାଯାଇଥିଲା |ଦୀର୍ଘ ୮୦ କିମି ଅତିକ୍ରମ କରି ଏହି କାର୍ ର‌୍ୟାଲି ପ୍ରତିଯୋଗିତାରେ ସାମିଲ୍ ହୋଇଥିଲେ ୫୦ ଜଣ ମହିଳା । ଏହି କାର୍ ର‌୍ୟାଲି ପ୍ରତିଯୋଗିତାର ଜୁରୀ ଭାବେ କୃତି ପ୍ରତିଯୋଗୀଙ୍କୁ ଚୟନ କରିଥିଲେ ଶ୍ରୀ ସିଦ୍ଧାର୍ଥ ଶେଖର ସିଂହ, ରୋଟାରିଆନ୍ ଶ୍ରୀମତି ଜୟଶ୍ରୀ ମହାନ୍ତି, ସୁଶ୍ରୀ ସିନି ମହାନ୍ତି ଏବଂ ଶ୍ରୀ ରଞ୍ଜନ ଜୟଶ୍ୱାଲ୍ । ପ୍ରତିଯୋଗୀମାନଙ୍କ ମଧ୍ୟରୁ କର୍ଣ୍ଣେଲ୍ ସୋନାଲି ରଥ ବିଜୟୀ ହୋଇଥିବା ବେଳେ ଶ୍ରୀମତି ସନ୍ତୋଷି ସାହୁ ଫାଷ୍ଟ ରନର୍‌ଅପ୍ ଏବଂ ଶ୍ରୀମତି ଅର୍ଚ୍ଚନା ପଟ୍ଟନାୟକ ସେକେଣ୍ଡ ରନର୍‌ଅପ୍ ଭାବେ ବିଜୟ ହାସଲ କରିଥିଲେ । ଶ୍ରୀମତି ଶ୍ରଦ୍ଧା ମହାପାତ୍ର ଓ ମୀତା ମାନାଙ୍କୁ ସାନ୍ତ୍ୱନାମୂଳକ ସମ୍ମାନ ପ୍ରଦାନ କରାଯାଇଥିଲା । ବିଜୟୀ ପ୍ରତିଯୋଗୀମାନଙ୍କୁ ଡକ୍ଟର ପତି, ଶ୍ରୀ ସିଂହ, ଶ୍ରୀମତି ବିଶ୍ୱାଳ ଓ ଶ୍ରୀ ଯୋଶୀ ପୁରସ୍କାର ପ୍ରଦାନ କରିଥିଲେ ।
| ସେହିପରି ସମସ୍ତ ସହଯୋଗୀ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ର ପ୍ରତିନିଧି ମାନଙ୍କୁ ସମ୍ମାନିତ କରାଯାଇଥିଲା |
ଏହି କାର୍ଯ୍ୟକ୍ରମରେ ସେବା ପ୍ରୟାସ ଫାଉଣ୍ଡେସନ୍‌ର ଉପଦେଷ୍ଟା ଶ୍ରୀମତି ଅହଲ୍ୟା ସୁବୁଦ୍ଧି ଉପସ୍ଥିତ ଥିବା ବେଳେ ପ୍ରତିଷ୍ଠାତା ସୁଶ୍ରୀ ଲିଙ୍କନ୍ ସୁବୁଦ୍ଧି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ପୁଣି ୬ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର…

( )ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି।

ଆଉ 6ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

3 ଜଣ ଏକ୍ଜିକ୍ୟୁଟିଭ ଇଞ୍ଜିନିୟର, ପୋଲିସ ଇନ୍ସପେକ୍ଟର, ଅତିରିକ୍ତ ଯୋଗାଣ ଅଧିକାରୀ ଓ ଜିଲ୍ଲା କଲ୍ୟାଣ ଅଧିକାରୀ ଅନ୍ତର୍ଭୁକ୍ତ।

ଏପର୍ଯ୍ୟନ୍ତ ୧୫୮ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ।

{ }ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସାଧାରଣ ଜୀବନରେ କ୍ଷେତ୍ରରେ ଉଚ୍ଚ ନୈତିକତା ଓ ସାଧୁତା ବଜାୟ ରଖିବା ଉପରେ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି। ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ସବୁବେଳେ ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟ ଉପରେ ଜୋର ଦେଇଆସିଛନ୍ତି । ଜନସାଧାରଣଙ୍କୁ ସ୍ବଚ୍ଛ, ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି।

ରାଜ୍ୟ ସରକାରଙ୍କ ଏହି ଆଭିମୁଖ୍ୟ ଅନୁଯାୟୀ ଏବେ ଆଉ ୬ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ଏବଂ ଏଥିରେ ବିଭିନ୍ନ କ୍ଷେତ୍ରରେ ଥିବା ଅଧିକାରୀ, ଯଥା – 3 ଜଣ ଏକ୍ଜିକ୍ୟୁଟିଭ ଇଞ୍ଜିନିୟର, ଜଣେ ପୋଲିସ ଇନ୍ସପେକ୍ଟର, ଅତିରିକ୍ତ ଯୋଗାଣ ଅଧିକାରୀ ଓ ଜିଲ୍ଲା କଲ୍ୟାଣ ଅଧିକାରୀ ପ୍ରମୁଖ ଅନ୍ତର୍ଭୁକ୍ତ । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୫୮ ଜଣ ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ ବା ବାଧ୍ୟତାମୂଳକ ଅବସର ଦିଆଯାଇଛି ।ଏହି ୬ ଜଣଙ୍କ ମଧ୍ୟରୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅଧିନସ୍ଥ ଜନସ୍ବାସ୍ଥ୍ୟ ଇଞ୍ଜିନିୟରିଂ କ୍ୟାଡରର ୩ ଜଣ ଏକ୍‌ଜିକ୍ୟୁଟିଭ ଇଞ୍ଜିନିୟର ରହିଛନ୍ତି। ଏମାନଙ୍କ ମଧ୍ୟରୁ ଶ୍ରୀ ସରୋଜ କୁମାର ଦାସଙ୍କ କାର୍ଯ୍ୟଶୈଳୀ ଆଦୌ ସନ୍ତୋଷଜନକ ନ ଥିଲା ଏବଂ ତାଙ୍କର ଅତୀତର ରେକର୍ଡରୁ ଜଣାଯାଇଛି ଯେ କାର୍ଯ୍ୟ କ୍ଷେତ୍ରରେ ଅତ୍ୟନ୍ତ ଅପାରଗ ଥିଲେ। ତାଙ୍କ କାର୍ଯ୍ୟଶୈଳୀରେ ଅସଙ୍ଗତି, ନିଷ୍ଠାର ଅଭାବ ଏବଂ ଅପାରଗତା ଯୋଗୁ ସେ ଜଣେ ସରକାରୀ ଅଧିକାରୀ ଭାବେ ଦାୟିତ୍ବ ତୁଲାଇବା ଜନସ୍ବାର୍ଥର ପରିପନ୍ଥୀ । ତେଣୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ସେହିପରି ଏକ୍ଜିକ୍ୟୁଟିଭ ଇଞ୍ଜିନିୟର ଶ୍ରୀ ଦୟାନିଧି ସାମଲଙ୍କ କାର୍ଯ୍ୟକଳାପ ମଧ୍ୟ ସନ୍ତୋଷଜନକ ନୁହେଁ। ତାଙ୍କର କାର୍ଯ୍ୟକଳାପ ଜଣେ ଦାୟିତ୍ବବାନ ସରକାରୀ କର୍ମଚାରୀଙ୍କ କାର୍ଯ୍ୟର ପରିପନ୍ଥୀ ଓ ଜନସ୍ବାର୍ଥ ବିରୋଧୀ। ଏହାସହିତ ଅପାରଗତା ଓ ଅସାଧୁତା ଆଦି କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଏକ୍ଜିକ୍ୟୁଟିଭ ଇଞ୍ଜିନିୟର ଶ୍ରୀ କରୁଣାକର ଘଡାଇଙ୍କ ନାମରେ ଗୋଟିଏ ଦୁର୍ନୀତି ଅଭିଯୋଗ ରହିଛି। ଜଣେ ଯୋଗାଣକାରୀଙ୍କୁ ସେ ଅନୁଚିତ ଅନୁଗ୍ରହ ପ୍ରଦର୍ଶନ କରିଥିଲେ। ତାଙ୍କର କାର୍ଯ୍ୟକଳାପ ସନ୍ତୋଷଜନକ ନୁହେଁ ଏବଂ ତାଙ୍କ ବିରୁଦ୍ଧରେ ଅସାଧୁତାର ପ୍ରମାଣ ମଧ୍ୟ ରହିଛି । ତେଣୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।

ଅନୁଗୁଳ ଜିଲ୍ଲା ପୋଲିସ ଇନ୍‌ସପେକ୍ଟର ଶ୍ରୀ ରତ୍ନାକର ମଲ୍ଲିକଙ୍କୁ ଅପାରଗତା କାରଣକୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।

ନୂଆପଡା ଜିଲ୍ଲାର ଅତିରିକ୍ତ ଯୋଗାଣ ଅଧିକାରୀ ଶ୍ରୀ ରତ୍ନାକର ସେଠୀଙ୍କ ନାମରେ ଦୁଇଟି ଦୁର୍ନୀତି ମାମଲ ରହିଛି । ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଚଢାଉ କରାଯାଇ ତାଙ୍କ ନିକଟରୁ ୬.୫ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ କରାଯାଇ ତାଙ୍କୁ ଜେଲ୍‌କୁ ପଠାଯାଇଛି । ଅସାଧୁତା କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ଅନୁଗୁଳ ଜିଲ୍ଲାର ପୂର୍ବତନ କଲ୍ୟାଣ ଅଧିକାରୀ ମିସ୍‌ ଚାରୁଲତା ମଲ୍ଲିକଙ୍କ ନାମରେ ଗୋଟିଏ ଦୁର୍ନୀତି ମାମଲା ରହିଛି। ଜିଲ୍ଲା କଲ୍ୟାଣ ଅଧିକାରୀ ଭାବରେ ସେ ଲାଞ୍ଚ ଗ୍ରହଣ କରୁଥିବା ବେଳେ ଦୁର୍ନୀତି ନିବାରଣ ବିଭାଗ ଦ୍ବାରା ଧରା ପଡିଥିଲେ। ସେ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲା। ବର୍ତ୍ତମାନ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।
। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୫୮ ଜଣ ଅଧିକାରୀଙ୍କୁ ଚାକିରୀରୁ ବହିଷ୍କାର ବା ବାଧ୍ୟତାମୂଳକ ଅବସର ଦିଆଯାଇଛି।

କଥା କହିଲା ପ୍ରଣବଙ୍କ ବିକାଶ : ପ୍ରଚାରରେ ସମର୍ଥନ ଅଜାଡ଼ି ଦେଲେ ଯାଜପୁରବାସୀ…

() ପୌର ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ସହର ମାନଙ୍କରେ ପ୍ରଚାର ସେତେ ଜମୁଛି । ପ୍ରାର୍ଥୀଙ୍କୁ ସାଙ୍ଗରେ ଧରି ନେତା ଓ କର୍ମୀ ଘର , ବଜାର , ଦୋକାନା ବୁଲି ପ୍ରଚାର ଆରମ୍ଭ କରିଛନ୍ତି l ଯାଜପୁର ସହର ବି ଆଜିଠାରୁ ନିର୍ବାଚନୀ ପ୍ରଚାର ଜମିଛି । ସକାଳୁ ପ୍ରଥମେ ମା ବିରଜାଙ୍କ ଆର୍ଶୀବାଦ ଭିକ୍ଷା କରି ଶାସକ ବିଜେଡିର ପୌରଧ୍ୟକ୍ଷ ପ୍ରାର୍ଥୀ ମଞ୍ଜୁଲତା ହୋତାଙ୍କ ସମେତ ସମସ୍ତ କାଉନସିଲର ପ୍ରାର୍ଥୀ ବିଧିବଦ୍ଧ ପ୍ରଚାର କରିଛନ୍ତି । ଯାଜପୁର ପୂର୍ବତନ ପୌରାଧ୍ୟକ୍ଷ ତଥା ଯୁବନେତା ଭବ ପ୍ରସାଦ ଦାସ(ଲଲ)ଙ୍କ ନେତୃତ୍ବରେ ବିଶାଳ ପ୍ରଚାର ଶୋଭାଯାତ୍ରା ବିରଜା ମନ୍ଦିରରୁ ବାହାରି ସହର ପରିକ୍ରମା କରିଥିଲା । ଯାଜପୁର ପୌର ପରିଷଦର ସମସ୍ତ କାଉନସିଲର ପ୍ରାର୍ଥୀ ବଡ଼ ବିଜୟ ବ୍ୟବଧାନରେ ବିଜୟ ଲାଭ କରିବାର ସଙ୍କେତ ପ୍ରଥମ ଦିନ ପ୍ରଚାରରେ ଜନ ସମର୍ଥନରୁ ସ୍ପଷ୍ଟ ସଂଙ୍କେତ ମିଳିଛି । ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ବିକାଶମୂଳକ ଏଜେଣ୍ଡା ଯେପରି ସହରକୁ ନୂଆରୂପ ଦେଇଛି ତାହା ବିଜେଡି ପ୍ରାର୍ଥୀଙ୍କୁ ବଳ ଦେଇଛି । ଗଳିକନ୍ଧିରେ କାଉନସିଲର ପ୍ରାର୍ଥୀମାନେ ଘରଘର ବୁଲି ଭୋଟଭିକ୍ଷା କରିବା ସମୟରେ ଯାଜପୁର ସହରବାସୀ ପୁଳାପୁଳା ଆର୍ଶୀବାଦ ବିଜେଡି ପ୍ରାର୍ଥୀଙ୍କୁ ଅଜାଡି ଦେଇଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଏଥର ନିର୍ବାଚନରେ ୧୬ ଜଣ ନୂଆ ମୁହଁ ମଇଦାନକୁ ଓହ୍ଲାଇଛନ୍ତି । ରାଜନୀତିରେ ପ୍ରଥମଥର ଲାଗି ପାଦ ଥାପିଥିବା କାଉନସିଲର ପ୍ରାର୍ଥୀମାନଙ୍କ ମଧ୍ୟରେ କ୍ଷମତାଗାଦିରେ ବସିବା ଅପେକ୍ଷା ଜନସେବା କରିବାର ସଂକଳ୍ପକୁ ସହରବାସୀ ଗ୍ରହଣ କରିଛନ୍ତି । ପ୍ରତି ଓ୍ବାର୍ଡରେ ଭୋଟରମାନେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି । କାରଣ ସମସ୍ତେ ଜାଣନ୍ତି ବିଜେଡି କାଉନସିଲର ପ୍ରାର୍ଥୀମାନେ ବିଜୟ ପାଇଁ ନୁହେଁ, ବଂର ବଡ ବ୍ୟବଧାନରେ ବିଜୟ କରି ପ୍ରଣବଙ୍କ ବିକାଶମୂଳକ କାଯ୍ୟକ୍ରମକୁ ଅଧିକ ତ୍ବରାନୀତି କରିବାରେ ଜଣେ ଜଣେ ବିନ୍ଧାଣୀ ହେବେ । ଯୁବନେତା ତଥା ଯାଜପୁର ସହରବାସୀଙ୍କ ସୁଖ ଦୁଃଖର ସାଥୀ ଓ ବିପଦର ବନ୍ଧୁ ବବି ଓ ଭବଙ୍କ ପ୍ରତି ସହରବାସୀଙ୍କ ଭଲପାଇବା ପ୍ରାର୍ଥୀମାନଙ୍କୁ ବଡ ବ୍ୟବଧାନ ରେ ବିଜୟ କରିବା ବାଟ ସହଜ କରିଛି । ମିଶନ ୧୮ରୁ ୧୮କୁ ସଫଳ କରି ବିଜେଡି ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ସହରବାସୀ ବଡ ପୁରସ୍କାର ପୌର ନିର୍ବାଚନରେ ଦେବା ପାଇଁ ମନସ୍ତ କରିଛନ୍ତି । ଯାହା ମାର୍ଚ୍ଚ ୨୪ ତାରିଖ ଦିନ ଭୋଟ ବାକ୍ସରେ ଯାଜପୁର ସହରବାସୀ ନିଜର ଆର୍ଶୀବାଦ ଅଜାଡି ଦେବାକୁ ନିଷ୍ପତି ନେଇଛନ୍ତି । ପ୍ରାର୍ଥୀ ତାଲିକା ଚୁଡ଼ାନ୍ତ ହେବା ପରେ ଯାଜପୁର ପୌର ପରିଷଦ ଅଂଚଳରେ ପ୍ରଥମଦିନ ପ୍ରଚାରରେ ୧୮ଟି ଓ୍ବାର୍ଡ଼ରେ ଶାସକ ବିଜେଡି ଶକ୍ତି ପ୍ରଦର୍ଶନ କରିଛି । ଯାହା ଦୁଇ ଜାତୀୟ ଦଳକୁ ଚିନ୍ତାରେ ପକାଇଛି । ସବୁଠାରୁ ବଡ଼ କଥା ହେଉଛି ବିଜେଡି ଲୋକପ୍ରିୟତା ଓ ଜନ ସମର୍ଥନ ଆଗରେ ବିରୋଧୀଙ୍କ ସବୁ ରଣନୀତି ଫେଲ ମାରିଛି । କେବଳ ନିର୍ବାଚନ ସମୟରେ ନୁହେଁ, ସହରବାସୀଙ୍କ ପାଇଁ ୩୬ ୫ ଦିନ ସାଥିରେ ଥିବା ବିଧାୟକଙ୍କ ପ୍ରତି ସହରବାସୀଙ୍କ ପୁରା ସମର୍ଥନ ରଖଛି । ଯାଜପୁର ବିଭିନ୍ନ ସାମାଜିକ ସଂଗଠନ, ଯୁବକ , ମହିଳା, ବରିଷ୍ଠ ନାଗରିକମାନେ ନିର୍ବାଚନର ମଙ୍ଗ ଧରିଥିବା ଭବ ପ୍ରସାସ ଦାସଙ୍କ ହାତମୁଠାକୁ ମଜବୁତ କରିବା ଦିନରାତି ଏକ କରି କାମ କରୁଛନ୍ତି l ବିଜେଡି ପ୍ରାର୍ଥୀମାନେ କିପରି ସବୁ ୱାର୍ଡରେ ବଡ ବ୍ୟବଧାନରେ ଜିତିବେ ସେ ଦାୟିତ୍ବ ସହରବାସୀ ନେଇଛନ୍ତି । ପ୍ରଚାରରେ ରାଜନୈତିକ ଭାଷଣବାଜି ନୁହେଁ, ପୁରା ସହରବାସୀ କିପରି ଯାଜପୁର ବିକାଶ ରଥରେ ସାରଥି ହେବେ ସେ ସଂକଳ୍ପ ନେଉଛନ୍ତି । ଭାଇଚାର ସହରର ଏବେ ମୁଖ୍ୟ ଏଜେଣ୍ଡା ହୋଇଛି ବିକାଶ । ବିକାଶ ହିଁ ସବୁ କଥା କହିବ ଏଥର ନିର୍ବାଚନରେ l

ସିବିଏସଇ ଦଶମ ଓଡ଼ିଆ ପରୀକ୍ଷା ମୂଲ୍ୟାୟନ ତ୍ରୁଟି ଘଟଣା

( )କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ 24 ଘଣ୍ଟାରେ ଛାତ୍ରଛାତ୍ରୀଙ୍କ ଅଭିଯୋଗର ହେଲା ସମାଧାନ।
 28 ହଜାର 310 ଛାତ୍ରଛାତ୍ରୀ ହେଲେ ଉପକୃତ।

{}କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼(ସିବିଏସଇ)ର ଦଶମ ଶ୍ରେଣୀ ଟର୍ମ-୧ ଓଡ଼ିଆ ପରୀକ୍ଷା ମୂଲ୍ୟାୟନ ତ୍ରୁଟି ଅଭିଯୋଗ ଘଟଣାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତୁରନ୍ତ ହସ୍ତକ୍ଷେପ ପରେ ସିବିଏସଇ ପକ୍ଷରୁ ଏହାକୁ ଗୁରୁତ୍ୱର ସହ ନେଇ ସମାଧାନ କରାଯାଇଛି । ଏହା ଦ୍ୱାରା 28 ହଜାର 310 ଜଣ ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି ।ଗତ 11 ତାରିଖରେ ସିବିଏସ୍‌ଇ ଦଶମ ଶ୍ରେଣୀ ଟର୍ମ-୧ ପରୀକ୍ଷାର ଓଡ଼ିଆ ବିଷୟରେ ଛାତ୍ରଛାତ୍ରୀଙ୍କୁ କମ୍‌ ମାର୍କ ମିଳିବା ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା । ଓଡିଆ ପରୀକ୍ଷାରେ ପ୍ରଶ୍ନ ଓ ଉତ୍ତରରେ ସାମଞ୍ଜସ୍ୟ ନ ଥିବା ଅଭିଯୋଗ ହୋଇଥିଲା । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୪ ଘଣ୍ଟା ମଧ୍ୟରେ ଛାତ୍ରଛାତ୍ରୀଙ୍କ ଅଭିଯୋଗର ତୁରନ୍ତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କେନ୍ଦ୍ରମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସିବିଏସଇ ଏହାକୁ ଗୁରୁତ୍ୱର ସହ ନେଇ ବାସ୍ତବ ସ୍ଥିତିକୁ ଅନୁଧ୍ୟାନ କରିବା ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରିଥିଲେ ଓ ଏହି କମିଟି ପରୀକ୍ଷାର ତ୍ରୁଟିକୁ ଅନୁଧ୍ୟାନ କରିଥିଲେ ।

ଏହି କମିଟିର ଅନୁଧ୍ୟାନ ରିପୋର୍ଟ ପ୍ରଦାନ କରାଯିବା ପରେ ରିପୋର୍ଟ ଆଧାରରେ ସିବିଏସ୍ଇ ଦଶମ ଶ୍ରେଣୀ ଓଡିଆ ବିଷୟର ଓଏମଆର ଗୁଡ଼ିକୁ ବିଶେଷଜ୍ଞ କମିଟି ଦ୍ୱାରା ଅନୁମୋଦିତ ହୋଇଥିବା ସଠିକ୍ ଉତ୍ତର ସହ ମୂଲ୍ୟାଙ୍କନ କରିଥିଲେ । ଛାତ୍ରଛାତ୍ରୀଙ୍କ ସଂଶୋଧିତ ମୂଲ୍ୟାଙ୍କନ ମାର୍କକୁ ସଂପୃକ୍ତ ବିଦ୍ୟାଳୟକୁ ପଠାଯାଇଛି । ଏହା ଦ୍ୱାରା ଛାତ୍ରଛାତ୍ରୀମାନେ ଉପକୃତ ହୋଇଛନ୍ତି ।

ଆସନ୍ତାକାଲି ଠାରୁ 12ରୁ 14 ବର୍ଷ ପିଲାଙ୍କୁ ଟିକା….

( ) ଆସନ୍ତାକାଲି ଠାରୁ ଆରମ୍ଭ ହେବ 12ରୁ 14 ବର୍ଷ ବୟସ୍କଙ୍କ ଟୀକାକରଣ । ଯେଉଁମାନଙ୍କର 2015 ମାର୍ଚ୍ଚ 10 ପୂର୍ବରୁ ଜନ୍ମ ହୋଇଛନ୍ତି, ସେମାନଙ୍କୁ କୋଭିଡ ଟୀକା ଦିଆଯିବ । ପୂର୍ବରୁ ଜନ୍ମ ବର୍ଷ ଆଧାରରେ ଟୀକା ଦିଆଯାଉଥିଲା । ଏଣିକି ଜନ୍ମ ତାରିଖ ଆଧାରରେ ଟୀକା ଦିଆଯିବ । ଟୀକା ନେବା ଲାଗି ଜନ୍ମ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ । ଉଭୟ ଅନଲାଇନ ଓ ଅଫଲାଇନ ପଞ୍ଜିକରଣ ଜରିଆରେ ଟୀକା ଦିଆଯିବ । ଏବେ cowin ପୋର୍ଟାଲରେ ଏ ବର୍ଗଙ୍କ ଟୀକାକରଣ ଲାଗି ପଞ୍ଜିକରଣ ସୁବିଧା ନଥିବାରୁ ପ୍ରଥମ ପର୍ଯ୍ୟାୟରେ ଅଫଲାଇନରେ ଟୀକା ଦିଆଯିବ ଓ ସ୍କୁଲଗୁଡ଼ିକରେ ଟୀକା ଦିଆଯିବ । ଟୀକାକରଣରେ ଶିକ୍ଷକମାନେ ସହଯୋଗ କରିବେ । ସ୍କୁଲ ଟାଇମିଙ୍ଗ ଅନୁସାରେ ଟୀକାକରଣ କରିବାକୁ CDMO ମାନଙ୍କୁ ନିର୍ଦେଶ ଦିଆଯାଇଛି । ଶିକ୍ଷା ବିଭାଗ, SC-ST ବିଭାଗ ସହ ସମନ୍ୱୟ ରଖି କରାଯିବ ଟୀକାକରଣ । ପରବର୍ତ୍ତୀ ସମୟରେ ପିଲାଙ୍କ ଟୀକାକରଣ ଲାଗି ଡେଡିକେଟେଡ଼ ସେଣ୍ଟର ଖୋଲାଯିବ । ପିଲାମାନଙ୍କୁ କର୍ଭିଭାକ୍ସ ଟୀକା ଦିଆଯିବ । 28 ଦିନ ବ୍ୟବଧାନରେ ଦୁଇଟି ଡୋଜ ଟୀକା ଦିଆଯିବ । ପୂର୍ବରୁ ଯେଉଁ ନିୟମାବଳୀ ଆଧାରରେ ଟୀକାକରଣ ହେଉଥିଲା, ଏ ବର୍ଗଙ୍କ ଲାଗି ମଧ୍ୟ ସମାନ ନିୟମ ରହିବ । ଏବେ ରାଜ୍ୟରେ 15 ଲକ୍ଷ 47 ହଜାର କର୍ଭିଭାକ୍ସ ଟୀକା ମହଜୁଦ ଅଛି । ସବୁ ଜିଲ୍ଲାକୁ ଟୀକା ପଠାଯାଇଛି । କିଛି ଉପାନ୍ତ ଜିଲ୍ଲାକୁ ଛାଡିଦେଲେ ଅନ୍ୟ ସବୁ ଜିଲ୍ଲାକୁ ଆଜି ରାତି ସୁଦ୍ଧା ଟୀକା ପହଞ୍ଚଯିବ । ଟୀକା ନେବାକୁ ରାଜ୍ୟରେ 12ରୁ 14 ବୟସ ବର୍ଗର 15 ଲକ୍ଷ 21 ହଜାର ପିଲା ରହିଛନ୍ତି । ଏମାନଙ୍କ ଟୀକାକରଣ ଲାଗି 3 ହଜାର ଟିକାଦାତା ଓ 3 ହଜାର ଭେରିଫାୟାର ନିୟୋଜିତ ।
ବାଇଟ- ଡାକ୍ତର ବିଜୟ ପାଣିଗ୍ରାହୀ, ପରିବାର କଲ୍ୟାଣ ନିର୍ଦେଶକ

ଏଥର ବି କୋଭିଡ କଟକଣା ଭିତରେ ବସିବ ବିଧାନସଭା…

( )ଏଥର ବି କୋଭିଡ କଟକଣା ଭିତରେ ବସିବ ବିଧାନସଭା । ପୂର୍ବ ବ୍ୟବସ୍ଥା ଅନୁଯାୟୀ ବିଧାୟକ ମାନଙ୍କ ବସିବା ପାଇଁ ସ୍ଥାନ ନିରୂପଣ କରାଯାଇଛି । ବିଧାୟକ ଓ ବିଧାୟିକା ଏବଂ ସମସ୍ତ ବିଧାନସଭା କର୍ମଚାରୀ ଙ୍କ ସମେତ ସାମ୍ବାଦିକ ମାନଙ୍କର କୋଭିଡ ଟେଷ୍ଟ ହେବ । 5 ଘଣ୍ଟା ରହିବ ବିଧାନସଭାର ଦୈନିକ ସମୟ ଅବଧି । 25 ତାରିଖ ଦିନ ଦିନ 11 ଟା ରେ ରାଜ୍ୟପାଳଙ୍କ ଅଭିଭାଷଣ ରହିବ । ଏହା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ଓ ପୂର୍ବତନ ବାଚସ୍ପତି କିଶୋର ମହାନ୍ତି ଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହେବା ସହ ଦିନ 4 ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ରହିବ । ଏବଂ ତା ପରେ ବିଧାନସଭା ର କାର୍ଯ୍ୟସୂଚୀ ଅନୁଯାୟୀ ଚାଲିବ ଗୃହ କାର୍ଯ୍ୟ । 2 ଦିନ କଂଗ୍ରେସର ମୁଲତବୀ ପ୍ରସ୍ତାଵ । 3 ଦିନ ବିଜେପିର ମୁଲତବୀ ପ୍ରସ୍ତାଵ । ସ୍ଵାସ୍ଥ୍ୟ ବିଭାଗର ପରାମର୍ଶ ଅନୁଯାୟୀ କୋଭିଡ କଟକଣାରେ ବିଧାନସଭା ବସିବ ବୋଲି କହିଲେ ବାଚସ୍ପତି ।ପ୍ରମିଳା ମଲିକ ,ସରକାରୀ ଦଳ ମୂଖ୍ୟ ସଚେତକ କୋଭିଡ କଟକଣା ଭିତରେ ଏଥର ବି ବିଧାନସଭା ଚାଲିବ । ପୂର୍ବ ଭଳି ସମସ୍ତ ବ୍ୟବସ୍ଥା ସହ ବିଧାୟକ ମାନଙ୍କ ସିଟିଂ ଆରେଜମେଣ୍ଟ ବି ରହିବ ।ବିଷ୍ଣୁ ସେଠୀ, ବିରୋଧୀ ଦଳ ଉପନେତା ସର୍ଵ ଦଳୀୟ ବୈଠକରେ ତିନୋଟି ପ୍ରସ୍ତାଵ ରଖିଛି ବିଜେପି ।କୋଭିଡ ସ୍ଥିତି ସୁଧୁରୀ ଥିବାରୁ ବିଧାନସଭାର ଦୈନିକ ସମୟ ଅବଧି ବୃଦ୍ଧି କରିବା ସହ ପ୍ରଶ୍ନକାଳ ଏକ ଘଣ୍ଟା ବଦଳରେ ଦେଢ଼ ଘଣ୍ଟା କରଯାଉ ।

ବିଧାନସଭା ର ସମସ୍ତ ବିଜେନସ୍ କୁ ଲାଇଭ ଟେଲିକାଷ୍ଟ କରଯାଉ ।ମୁଲତବୀ ପ୍ରସ୍ତାଵ ମୁଖ୍ୟ ବିରୋଧୀ ଦଳ କୁ ଅଧିକ ଦିଆଯାଉ ।

ଯାଜପୁର ପୌର ପରିଷଦ ଫାଇଟ : ବିକାଶ ଦେବ ବଡ ବିଜୟ…

() ଯାଜପୁର ପୌର ପରିଷଦ ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି । ମତଦାନ ଦେବାକୁ ସହରବାସୀଙ୍କ ମଧ୍ୟରେ ଉତ୍ସାହ ସେତିକି ବଢିବାରେ ଲାଗିଛି । ବିକାଶ ପଥରେ ଯେପରି ଯାଜପୁର ଜିଲ୍ଳା ଅଗ୍ରଗତ କରୁଛି , ତାହାହିଁ ନିର୍ବାଚନରେ ଅଧିକ ମତଦାନ ଦେବାକୁ ଭୋଟଙ୍କୁ ଆକୃଷ୍ଟ କଲାଣି ଏବେଠାରୁ । ଯାଜପୁରର ସାଲିସ ବିହୀନ ସମ୍ରାଟ ତଥା ୭ଥର ବିଧାୟକ ହୋଇଥିବା ଯାଜପୁରର ମୁରବୀ ସ୍ବର୍ଗତ ଅଶୋକ ଦାସ ଜିଲ୍ଲାକୁ ୧ ନମ୍ବର ଜିଲ୍ଲା ଭାବରେ ଗଢିତୋଳିବାକୁ ଯେଉଁ ପ୍ରୟାସ କରିଥିଲେ ତାହାକୁ ୨୦୦୯ ମସିହାରୁ ଖୋଦ ଅଶୋକଙ୍କ ନନ୍ଦନ ବିଜେଡି ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ସେ ଲକ୍ଷ ପୂରଣ କରିବାରେ ଲାଗିଛନ୍ତି । ୨୦୦୯ ମସିହାରୁ ବିଧାୟକ ହେବା ପରେ ପୁରା ଜିଲ୍ଲାର ନକ୍ସାକୁ ବଦଳାଇ ଦେଇଛନ୍ତି ପ୍ରଣବ । ସ୍ବାସ୍ଥ୍ୟ ଭିତ୍ତିଭୂମି, ଶିକ୍ଷା, ପଯ୍ୟଟନ , ଐତିହ , ଶିଳ୍ପାୟନ ଠାରୁ ଆରମ୍ଭ କରି ଗମନାଗମନ କ୍ଷେତ୍ରରେ ଯାଜପୁରରେ ଆରମ୍ଭ ହୋଇଛି ନୂଆ ଅଧ୍ୟାୟ । ଏହି ବିକାଶମୂଳକ କାଯ୍ୟକ୍ରମ ଉଭୟ ସହର ଓ ଗାଁରେ ଯୋଡ଼ିହୋଇଛି । ଦିନେ ଗାଁ ବୋଲି ଲୋକେ ଭାବୁଥିବା ଯାଜପୁରର ଛୋଟିଆ ପୌର ପରିଷଦ ଧୀରେଧୀରେ ସ୍ମାର୍ଟସିଟି ପରି ଗଢି ହେଲାଣୀ । ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି)ଓ ପୂର୍ବତନ ପୌରାଧ୍ୟକ୍ଷ ଭବ ପ୍ରସାଦ ଦାସଙ୍କ ଉଦ୍ୟମ ଓ ସହରବାସୀଙ୍କ ସହଯୋଗରେ ଯାଜପୁର ଏବେ ନୂଆ ସହର ଭାବେ ସାରା ଓଡ଼ିଶାରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି । ଆଉ ଏହି ବିକାଶମୂଳକ କାଯ୍ୟକ୍ରମ ଏଥର ପୌର ନିର୍ବାଚନରେ ଶାସକ ବିଜେଡି କାଉନସିଲର ପ୍ରାର୍ଥୀଙ୍କୁ ବିପୁଳ ବିଜୟ ଟିକା ପିନ୍ଧାଇବ ବୋଲି ଯାଜପୁରର ଗଳିକନ୍ଦିରେ ଲୋକେ କୁହାକୁହି ହେଉଛନ୍ତି । ଯାଜପୁର ବିଜେଡିର ଗଡ଼ । ଜିଲ୍ଲାରେ ବିଜେଡି ସଂଗଠନ ପୁରା ଦୃଢ । ସଦ୍ୟ ପଂଚାୟତ ନିର୍ବାଚନରେ ୩୯ ଜିଲ୍ଲା ପରିଷଦ ସିଟି ଜିତିବା ସହ ପରିଷଦ ଗଠନ କରିଛି l ସେହିପରି ୧୦ରୁ୧୦ ବ୍ଲକ ଦଖଲକୁ ନେଇଛି । ଯାହାର ଅଣ୍ଡରକରେଣ୍ଟ ଏବେ ବି ଜାରୀ ରହିଛି । ରାଜନୈତିକ ସମୀକ୍ଷକଙ୍କ କହିବା କଥା ହେଉଛି ଯାଜପୁର ପୌର ପରିଷଦ ସବୁବେଳେ ସ୍ବର୍ଗତ ଅଶୋକଦାସଙ୍କ ନାଁରେ ଭୋଟ ଯାଏ । କାରଣ ସେ ସହରର ମୁରବୀ । ତେଣୁ ବିରୋଧୀ ସବୁବେଳେ ପୌର ନିର୍ବାଚନରେ ଧରାଶୟ ହୁଅନ୍ତି । ଆଉ ସେହି ଧାରା ୨୦୨୨ ପୌର ନିର୍ବାଚନରେ ଜାରୀ ରହିବ ବୋଲି ସହରବାସୀ ଓ ରାଜନୈତିକ ସମୀକ୍ଷକମାନେ ଆକଳନ କରିଛନ୍ତି । ଏଥର ନିର୍ବାଚନରେ ଶାସକ ବିଜେଡ଼ି ୧୮ରୁ ୧୮ ସିଟରେ ବିପୁଳ ବିଜୟ କରିବ ବୋଲି ଦଳ ଦମ୍ଭୋକ୍ତି ପ୍ରକାଶ କରିଛି । ୧୮ କାଉନସିଲର ପ୍ରାର୍ଥୀଙ୍କ ମଧ୍ୟରୁ ୧୬ ଜଣ ଏଥର ନୂଆମୁହଁ । ନୂଆ କରି ଗଢ଼ିଉଠିଥିବା ସହରରେ ଜଣେ ଜଣେ ବିନ୍ଧାଣୀ ହେବା ପାଇଁ ଏହି ପ୍ରାର୍ଥୀମାନେ ଯେଉଁ ସ୍ବପ୍ନ ଦେଖିଛନ୍ତି ତାହାକୁ ବାସ୍ତବ ରୂପ ଦେବା ପାଇଁ ବିଧାୟକ ରାଜନୀତିରୁ ଉଦ୍ଧରେ ରହି ସେମାନଙ୍କୁ ଦଳୀୟ ଟିକେଟ ଦେଇଛନ୍ତି । ଯାହାକୁ କେହି କେବେ ଭାବିନଥିଲେ ବବି ଓ ଭବ ସେଭଳି ବ୍ୟକ୍ତିବିଶେଷଙ୍କୁ ଦଳୀୟ ପ୍ରାର୍ଥୀ କରିଛନ୍ତି । ଏ ନିର୍ବାଚନ କ୍ଷମତା ଗାଦିରେ ବସିବା ପାଇଁ ନୁହେଁ, ବଂର ସଂକଳ୍ପ ହେଉଛି ଜନସେବା ଓ ନୂଆ ଯାଜପୁର ଗଠନରେ ଜଣେ ଜଣେ ବିନ୍ଧାଣୀ ହେବା ପାଇଁ । ଯେଉଁଠି ପାଇଁ ସହରରେ ନିର୍ବାଚନକୁ ନେଇ ସେମିତି ରାଜନୈତିକ ଉଷ୍ମତା ନାହିଁ । ମାର୍ଚ୍ଚ ୨୪ ତାରିଖରେ ପୌର ନିର୍ବାଚନ ଲାଗି ମତଦାନ ହେବ । ହେଲେ ଯାଜପୁର ସହରବାସୀ ମନସ୍ତ କରିଛନ୍ତି ଯାଜପୁର ବିକାଶ ଧାରାକୁ ଅଧିକ ତ୍ବରାନୀତ କରିବା ପାଇଁ ପ୍ରଣବଙ୍କ ଦ୍ବାରା ମନୋନୀତ ହୋଇଥିବା ପ୍ରାର୍ଥୀଙ୍କୁ ବିପୁଳ ଭୋଟ ଦେଇ ବିଜୟ ଟିପା ପିନ୍ଧାଇବାକୁ ।

ବାଗ୍ଚୀ ଶ୍ରୀ ଶଙ୍କର କ୍ୟାନ୍ସର ହସ୍ପିଟାଲ୍ ଓ ଗବେଷଣା କେନ୍ଦ୍ର ନିର୍ମାଣ ର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ…

()ବାଗ୍ଚୀ ଶ୍ରୀ ଶଙ୍କର କ୍ୟାନ୍ସର ହସ୍ପିଟାଲ୍ ଓ ଗବେଷଣା କେନ୍ଦ୍ର ନିର୍ମାଣରେ ଉଲ୍ଲେଖନୀୟ ଅଗ୍ରଗତି।

ମୁଖ୍ୟ ଶାସନ ସଚିବଙ୍କର କ୍ଷେତ୍ର ପରିଦର୍ଶନ ଓ ସମୀକ୍ଷା
ବାଗ୍ଚୀ-କରୁଣାଶ୍ରୟ ଉପଶମ ଚିକିତ୍ସା କେନ୍ଦ୍ରରେ ବର୍ହିବାଭାଗ ସେବା ଆରମ୍ଭ।

{ }ଓଡ଼ିଶାରେ କ୍ୟାନ୍ସର ଚିକିତ୍ସା କ୍ଷେତ୍ରରେ ଅନ୍ୟଏକ ମାଇଲ୍ଖୁଣ୍ଟ ଭାବେ ଗଢ଼ିଉଠୁଥିବା ବାଗ୍ଚୀ-ଶଙ୍କର କ୍ୟାନ୍ସର୍ ହସ୍ପିଟାଲ୍ ଓ ଗବେଷଣା କେନ୍ଦ୍ରର ନିର୍ମାଣ କାର୍ଯ୍ୟରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି । ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଓ ଓଡ଼ିଶା କୌଶଳ ବିକାଶ କର୍ତ୍ତୁପକ୍ଷ ଅଧ୍ୟକ୍ଷ ତଥା ହସ୍ପିଟାଲ ଓ କରୁଣାଶ୍ରୟର ପ୍ରମୁଖ କର୍ଣ୍ଣଧାର ଡଃ ସୁବ୍ରତୋ ବାଗ୍ଚୀଙ୍କ କ୍ଷେତ୍ରପରିଦର୍ଶନ ଏବଂ ସମୀକ୍ଷାରୁ ଏହା ଜଣାପଡ଼ିଛି । ଏହି ହସ୍ପିଟାଲ୍ ପାଇଁ ରାଜ୍ୟସରକାର ଇନ୍ଫୋଭ୍ୟାଲି-୨ ରେ ଯୋଗାଇ ଦେଇଥିବା ୨୦ ଏକର ପରିମିତ ଅଂଚଳ ପରିଦର୍ଶନ କରି ଶ୍ରୀ ମହାପାତ୍ର ନିର୍ମାଣ କାର୍ଯ୍ୟର କ୍ଷେତ୍ରସ୍ତରୀୟ ସମୀକ୍ଷା କରିଥିଲେ ।ସମୀକ୍ଷାରୁ ଜଣାପଡ଼ିଥିଲାଯେ ଇତିମଧ୍ୟରେ ଏହି ହସ୍ପିଟାଲ୍କୁ ୭୫୦ ଶଯ୍ୟା ବିଶିଷ୍ଟ କରିବା ପାଇଁ ନିର୍ମାଣ କାମ ଆରମ୍ଭ ହୋଇଛି । ପୂର୍ବରୁ ଏହା ୫୦୦ ଶଯ୍ୟା ପାଇଁ ଯୋଜନା କରାଯାଇଥିଲା । ଇତି ମଧ୍ୟରେ ବର୍ହିବିଭାଗ ଚିକିତ୍ସା କୋଠା ଏବଂ ଗ୍ରାଉଣ୍ଡ ଫ୍ଲୋର କାମରେ ଦୃତ ଅଗ୍ରଗତି ହୋଇଛି । ଚଳିତ ବର୍ଷ ମେ ମାସ ଶେଷ ସୁଦ୍ଧା ଗ୍ରାଉଣ୍ଡ ଫ୍ଲୋରର ଛାତ ପଡ଼ିବ ବୋଲି କାର୍ଯ୍ୟରତ ଇଞ୍ଜିନିଅର ଜଣାଇଥିଲେ । ଏହି ହସ୍ପିଟାଲ୍ରେ ରୋଗୀ ଏବଂ ତାଙ୍କର ସହାୟକଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ ହେବ । କ୍ୟାଣ୍ଟିନ୍, ଶୌଚାଳୟ, ପାର୍କିଂ ସ୍ଥାନ, ଅତ୍ୟାବଶ୍ୟକୀୟ ପଦାର୍ଥ ସରଞ୍ଜାମ ଦୋକାନ ଆଦି ଉପଲବ୍ଧ ହେବ । ହସ୍ପିଟାଲ୍ ଚତୁପାର୍ଶ୍ୱ ସୌନ୍ଦର୍ଯ୍ୟକରଣ ପାଇଁ ସବୁଜ ବଳୟ ସୃଷ୍ଟି ସହ ପରିସର ଭିତରେ ଥିବା ପ୍ରକୃତିକ ଖାଲୁଆ ଯାଗାକୁ ଏକ ସୁନ୍ଦର ପୁଷ୍କରିଣୀ ଭାବେ ବିକଶିତ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ନିର୍ମାଣ କାର୍ଯ୍ୟ ପାଇଁ ଆବଶ୍ୟକୀୟ ଦ୍ରବ୍ୟ, ଆଇନ୍ ଶୃଙ୍ଖଳା ସ୍ଥିତି, ନିର୍ମାଣ ନିମନ୍ତେ ମାନବ ସମ୍ବଳ, ଯନ୍ତ୍ରପାତି ଆଦିର ଉପଲବ୍ଧି ବିଷୟରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସମୀକ୍ଷା କରିଥିଲେ । ଏସବୁ ବିଷୟରେ କିଛି ଅସୁବିଧା ଅଛିକି ବୋଲି କ୍ଷେତ୍ରରେ କାର୍ଯ୍ୟରତ ଇଞ୍ଜିନିଅର ଏବଂ ସୁପରଭାଇଜରମାନଙ୍କୁ ପଚାରି ବୁଝିଥିଲେ । ନିର୍ମାଣପାଇଁ କୌଣସି ବିଶେଷ ଅସୁବିଧା ନଥିବା କଥା ଇଞ୍ଜିନିଅର ମାନେ ଜଣାଇଥିଲେ । ୨୦୨୩ ମସିହା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ସୁଦ୍ଧା ହସ୍ପିଟାଲ୍ର ପ୍ରଥମ ପର୍ଯ୍ୟାୟ ନିର୍ମାଣ ଶେଷ ପୂର୍ବକ ରୋଗୀସେବା ଆରମ୍ଭ କରିବା ପାଇଁ ସମୀକ୍ଷା ସମୟରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ଏହି ହସ୍ପିଟାଲ୍ ନିର୍ମାଣରେ ପ୍ରାୟ ୨୨୦ କୋଟି ଟଙ୍କା ବିନିଯୋଗ ହେବାର ଆକଳନ କରାଯାଇଛି ।ପରେ ପରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଏବଂ ଡଃ ବାଗ୍ଚୀ ଇନ୍ଫୋଭ୍ୟାଲି-୨ ରେ ବାଗ୍ଚୀ କରୁଣାଶ୍ରୟ ଉପଶମ ଚିକିତ୍ସା କେନ୍ଦ୍ର ପରିସର ଯାଇ ସେଠାରେ ମଧ୍ୟ ନିର୍ମାଣ ଓ ସେବା ଯୋଗାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ । ପ୍ରାୟ ୨୧୦ କୋଟି ଟଙ୍କା ଆକଳନରେ ଆରମ୍ଭ ହୋଇଥିବା ଏହି କେନ୍ଦ୍ରର ନିର୍ମାଣ କାର୍ଯ୍ୟ ୨୦୨୩ ଜୁଲାଇ ମାସ ଶେଷସୁଦ୍ଧା ସରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ଏହାକୁ ୧୫୦ ଶଯ୍ୟା ବିଶିଷ୍ଟ ଉପଶମ ଚିକିତ୍ସା କେନ୍ଦ୍ର ଭାବେ ବିକଶିତ କରାଯିବ । ଶିକ୍ଷା ଓ ଗବେଷଣା ନିମନ୍ତେ ଏଥିରେ ୫୦୦ ସିଟ୍ ବିଶିଷ୍ଟ ଅଡିଟୋରିମ୍ର ବ୍ୟବସ୍ଥା କରାଯିବ ।
ଗଣ୍ଡମୁଣ୍ଡାଠାରେ ଆରମ୍ଭ କରାଯାଇଥିବା ଅସ୍ଥାୟୀ ଗୃହଭିତ୍ତିକ ସେବାଯୋଗାଣ କେନ୍ଦ୍ରରେ ମଧ୍ୟ ବର୍ହିବିଭାଗ ଚିକିତ୍ସା ଆରମ୍ଭ କରାଯାଇଛି ବୋଲି ଡକ୍ଟର ବାଗ୍ଚୀ ଜଣାଇଥିଲେ । ଏହି କେନ୍ଦ୍ରରେ ଗୃହଭିତ୍ତିକ ସେବା ଯୋଗାଣ ଏବଂ ବର୍ହିବିଭାଗ ଚିକିତ୍ସା ପାଇଁ ଆବଶ୍ୟକୀୟ ଡାକ୍ତର, ନର୍ସ, ଫାମାସିଷ୍ଟ, ଗାଡ଼ି ଏବଂ ଆନୁସଙ୍ଗିକ ବ୍ୟବସ୍ଥା ଆଦିରେ ପରିମାଣାତ୍ମକ ଓ ଗୁଣାତ୍ମକ ବିକାଶ କରାଯାଇଛି । ଚଳିତ ମାର୍ଚ୍ଚ ମାସରୁ ପ୍ରତି ସପ୍ତାହର ଶୁକ୍ରବାର ଦିନ ଏହି ଚିକିତ୍ସା ଓ ଓୗଷଧ ଯୋଗାଇ ଦିଆଯାଇଛି । ସୂଚନା ଯୋଗ୍ୟ, ଏହି ଅସ୍ଥାୟୀ ଗୃହସେବା ଚିକିତ୍ସା କେନ୍ଦ୍ରକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଗତ ଡିସେମ୍ବର ମାସରେ ଉଦ୍ଘାଟନ କରିଥିଲେ ।
ଇତି ମଧ୍ୟରେ ୧୨୮ ଜଣ ରୋଗୀଙ୍କୁ କେନ୍ଦ୍ର ତରଫରୁ ଗୃହଭିତ୍ତିକ ଉପଶମ ଚିକିତ୍ସା ଓ ଯତ୍ନ ଯୋଗାଇ ଦିଆଯାଇଛି । ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲ୍, ଏମ୍ସ୍, କ୍ୟାପିଟାଲ୍ ହସ୍-ପିଟାଲ୍ ଆଦିରୁ ଶେଷ ପର୍ଯ୍ୟାୟ ଉପମଶମ ଚିକିତ୍ସା ଦରକାର କରୁଥିବା ରୋଗୀମାନଙ୍କୁ ଏଠାକୁ ପଠାଯାଉଛି । ବର୍ତ୍ତମାନ ସୁଦ୍ଧା ୩୬ ଜଣ ଏପରି ରୋଗୀଙ୍କୁ ବର୍ହିବିଭାଗ ରେଫେରାଲ୍ କେସ୍ ଭାବେ ଚିକିତ୍ସା ଯୋଗାଇ ଦିଆଯାଉଛି । ଏହାଛଡ଼ା କର୍କଟ ରୋଗରେ ମୃତ୍ୟୁବରଣ କରିଥିବା ୬ଟି ଗରିବ ପରିବାରଙ୍କୁ ମଧ୍ୟ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କ ମାଧ୍ୟମରେ ଖାଦ୍ୟ ସାମଗ୍ରୀ ଓ ପିଲାଙ୍କ ପାଠପଢ଼ା ସହାୟତା ଯୋଗାଇବାର ସମନ୍ୱୟ କରାଯାଇଛି ।
ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ସମୟରେ ଡକ୍ଟର ସୁବ୍ରତୋ ବାଗ୍ଚୀଙ୍କ ସମେତ ହସ୍-ପିଟାଲ୍ର ମୁଖ୍ୟ ଅର୍କିଟେକ୍ ଶ୍ରୀ ସୁନ୍ଦର ରମନ୍, କରୁଣାଶ୍ରୟର ମୁଖ୍ୟ ଆର୍କିଟେକ୍ ଶ୍ରୀ ଏନ୍. ମେଡାପ୍ପା, କରୁଣାଶ୍ରୟର ପରିଚାଳକ ଶ୍ରୀ ଜ୍ଞାନ ରଂଜନ ମହାପାତ୍ର, ପ୍ରକଳ୍ପ ପରିଚାଳକ ଶ୍ରୀ ଲଲାଟେନ୍ଦୁ ଚୌଧୂରୀ ପ୍ରମୁଖ କ୍ଷେତ୍ରସ୍ତରୀୟ ସ୍ଥିତି ସହ ଆବଶ୍ୟକୀୟ ତଥ୍ୟ ଉପସ୍ଥାପନ କରିଥିଲେ ।

ଆସନ୍ତା ଅଢେ଼ଇ ବର୍ଷ ମଧ୍ୟରେ ଶେଷ ହେବଭୂତଳ ପ୍ରସାଦ…

( )ଆସନ୍ତା ଅଢେ଼ଇ ବର୍ଷ ମଧ୍ୟରେ ଶେଷ ହେବ ବିଧାୟକଙ୍କ ପାଇଁ ନିର୍ମିତ ଭୂତଳ ପ୍ରସାଦ। ଏଥିପାଇଁ ୨୭୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଓବିସିସି ଚିଫ ଇଞ୍ଜିନିୟରଙ୍କୁ ୫୦ କୋଟି ପ୍ରଦାନ କରାଯାଉଛି। ଅବଶିଷ୍ଠ ୨୨୫ କୋଟି ଟଙ୍କା ଅର୍ଥବିଭାଗ ଦେବ। ଏଥିପାଇଁ ବଜେଟ ରେ ବ୍ୟବସ୍ଥା କରାଯିବ। ବିଧାୟକ କ୍ୱାଟର ଅଗ୍ରଗତି ନେଇ ସମୀକ୍ଷା କଲେ ବାଚସ୍ପତି। ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ବାଚସ୍ପତି କହିଛନ୍ତି ବିଧାୟକ କଲୋନୀରେ ଏବେବି ୭ ଜଣ ବିଧାୟକ କ୍ୱାଟର ଛାଡିବେ। ସେମାନଙ୍କ ସହ ଫୋନ ଯୋଗେ ଆଲୋଚନା କରାଯାଇଛି। ଚଳିତ ମାସ ୧୮ରୁ ୨୫ ମଧ୍ୟରେ ସମସ୍ତେ ଘର ଛାଡିବେ। ଏହା ପରେ ପୁରୁଣା ଭଙ୍ଗାଯିବ। କ୍ୱାଟର ନିର୍ମାଣ ପାଇଁ ଟେଣ୍ଡର ସରିଛି। ବଡ଼ ବଡ଼ କମ୍ପାନୀ ଅଂଶଗ୍ରହଣ କରିଛନ୍ତି। ୧୫ ଦିନ ମଧ୍ୟରେ ଫାଇନାଲ କରି କାର୍ଯ୍ୟାଦେଶ ଦିଆଯିବ। ମୋଟ ୩୦୦ କ୍ୱାଟର ନିର୍ମାଣ କରାଯିବ। କିଛି କ୍ୱାଟର ୧୧ ମହଲା କିଛି ୧୦ ମହଲା ହେବ। ୧୩୦ ଟି କ୍ୱାଟର ବିଧାୟକଙ୍କ ପାଇଁ ରହିବ। ୧୦୫ ଟି Type –VII ଓ 25 ଗୋଟି – Type –V କ୍ୱାଟର ରହିବ। ଆଇଏଏସ ଅଧିକାରୀଙ୍କ ପାଇଁ ବି କିଛି କ୍ୱାଟର ରହିବ। ଏହି ବିଲ୍ଡିଂରେ ମାର୍କେର କମ୍ପ୍ଲେକ,ମେଡ଼ିକାଲ ବ୍ୟବସ୍ଥା,୨ ହଜାର ଲୋକ ଭୋଜି ଖାଇବା ପରି ବ୍ୟବସ୍ଥା ସହ ସମସ୍ତ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା ରହିବ।
ବାଇଟ-ସୂର୍ଯ୍ୟ ନାରାୟଣ ପାତ୍ର,ବାଚସ୍ପତି

୭୦ ପ୍ରତିଶତ ମହିଳା ଜିଲ୍ଲା ପରିଷଦ ଅଧ୍ୟକ୍ଷ ହେବା ପରେ ବିଜେଡି ଉପସଭାନେତ୍ରୀ ପ୍ରମିଳା ମଲ୍ଲିକଙ୍କ ପ୍ରତିକ୍ରିୟା…

() ୭୦ ପ୍ରତିଶତ ମହିଳା ଜିଲ୍ଲା ପରିଷଦ ଅଧ୍ୟକ୍ଷ ହେବା ପରେ ବିଜେଡି ଉପସଭାନେତ୍ରୀ ପ୍ରମିଳା ମଲ୍ଲିକଙ୍କ ପ୍ରତିକ୍ରିୟା। ମହିଳାଙ୍କୁ ଅଗ୍ରାଧିକାର ଦେବାକୁ ମୁଖ୍ୟମନ୍ତ୍ରୀ ବ୍ୟବସ୍ଥା କରିଛନ୍ତି । ୭୦ ଭାଗ ମହିଳାଙ୍କୁ ଅଧ୍ୟକ୍ଷ କରିବା ସହ ମହିଳାଙ୍କୁ ରାଜନୀତି ରେ ଆଗକୁ ନେବାକୁ ପ୍ରୟାସ କରାଯାଇଛି। ଆଗକୁ ଏନଏଏସି ଓ ମୁନିସିପାଲିଟିରେ ବି ବି ମହିଳାଙ୍କୁ ଅଗ୍ରାଧିକାର ନିଆଯିବ। ନବୀନ ପଟ୍ଟନାୟକଙ୍କ ସରକାରରେ ସବୁ ବର୍ଗ ଲୋକଙ୍କ ପାଇଁ ଯୋଜନା କରାଯାଇଛି। ସେଥିପାଇଁ ଲୋକ ବିଜେଡିକୁ ଭୋଟ ଦେଇଛନ୍ତି।ଭୋଟ ବ୍ୟାଙ୍କ ବିକେଡିର ଲକ୍ଷ ନୁହେଁ। ସାଧାରଣ ନିର୍ବାଚନ ପୂର୍ବରୁ ମହିଳାଙ୍କୁ ଅଗ୍ରାଧିକାର ଦେବା ପାଇଁ ମୁଖ୍ୟମନ୍ତ୍ରୀ ଚିନ୍ତା କରିବେ।

ବିଜେପି ପ୍ରତିବାଦ ନେଇ ପ୍ରମିଳାଙ୍କ ପ୍ରତିକ୍ରିୟା…..

ପୋଲିସ କହିଛି ବିଧାୟକ ସୁସ୍ଥ ହେବା ପରେ କାର୍ଯ୍ୟାନୁଷ୍ଠାନ ହେବ। ବିଜେପି ରାଜନୀତି କରୁଛନ୍ତି। ସେମାନେ ସାଧାରଣ ଲୋକଙ୍କ ପାଖରେ ନାହାନ୍ତି କି ଲୋକଙ୍କ ପାଖକୁ ଯାଉନାହାନ୍ତି। ଲୋକଙ୍କ ପାଇଁ କଣ କାର୍ଯ୍ୟ କରୁଛନ୍ତି ତାଙ୍କ ପାଖରେକିଛି କହିବାକୁ ନାହିଁ । ରାଜରାସ୍ତାକୁ ଆସି ଫଟୋ ଉଠାଇବାକୁ ମିଡିଆରେ ପ୍ରଚାର ପାଇଁ ସୁଯୋଗ ଖୋଜୁଛନ୍ତି। ବିଧାୟକ ଦଳରେ ନାହାନ୍ତି।ଦଳ ବାହାରେ ରହି ଯାହା କରୁଛନ୍ତି କାର୍ଯ୍ୟାନୁଷ୍ଠାନ ନେଉଛି ପ୍ରଶାସନ।

ପୋୖର ନିର୍ବାଚନ ନେଇ ପ୍ରତିକ୍ରିୟା…..
ଜିଲ୍ଲା ପରିଷଦ ନିର୍ବାଚନ ରେ ଯେପରି ୩୦ ରୁ ୩୦ ସ୍ଥାନରେ ଦଳ ଜିଲ୍ଲା ପରିଷଦ ଗଢ଼ିଛି । ଆଗକୁ ଏନଏସି ଓ ମୁନିସିପାଲିଟିରେ ବି ଦଳ ସବୁଠି ଚେଆରମ୍ୟନ ଗଢ଼ିବ। ଦଳ ପାଇଁ କିଛି ଅଡୁଆ ହେବନି।

Follow us

20,832FansLike
0FollowersFollow
14,700SubscribersSubscribe

Latest news