ଓଡ଼ିଶାରେ ଏକ ନମ୍ବର: ଦେଶର ୧୬ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ସୋଆ 

{}  ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ନିଜର ସ୍ଥିତିକୁ ବଜାୟ ରଖି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଦେଶର ୧୬ ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟର ମାନ୍ୟତା ହାସଲ କରିଛି । ଶୁକ୍ରବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଉନ୍ମୋଚିତ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସନାଲ୍ ର‌୍ୟାଙ୍କିଙ୍ଗ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗସ-୨୦୨୨ରେ ଓଡ଼ିଶାର ଏକ ନମ୍ବର ବିଶ୍ୱବିଦ୍ୟାଳୟ ଭାବେ ନିଜକୁ ପୁଣି ଥରେ ପ୍ରତିପାଦିତ କରିପାରିଛି ସୋଆ ।

ଗତ ବର୍ଷ ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗ୍‌ସର ବିଶ୍ୱବିଦ୍ୟାଳୟ କ୍ୟାଟେଗୋରୀରେ ଜାତୀୟ ସ୍ତରରେ ୨୦ ତମ ସ୍ଥାନରେ ଥିବା ସୋଆ ଚଳିତ ବର୍ଷ ନିଜର ଉତ୍କର୍ଷ ପ୍ରଦର୍ଶନ କରି ଦେଶର ୧୬ ତମ ବିଶ୍ୱବିଦ୍ୟାଳୟ ଭାବେ ସ୍ଥାନୀତ ହୋଇଛି । ସେହିପରି ୪ଟି କ୍ୟାଟେଗୋରୀରେ ନିଜର ସ୍ଥାନକୁ ଉନ୍ନୀତ କରିଥିବା ବେଳେ ଦୁଇଟି କ୍ୟାଟେଗୋରୀରେ ଦେଶର ଶ୍ରେଷ୍ଠ ୧୦ଟି ଶିକ୍ଷାନୁଷ୍ଠାନ ମଧ୍ୟରେ ନିଜକୁ ସ୍ଥାନୀତ କରିପାରିଛି ସୋଆ । ସୋଆର ଦୁଇଟି ଅନୁଷ୍ଠାନ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ (ଫ୍ୟାକଲ୍ଟି ଅଫ୍ ଡେଂଟାଲ୍ ସାଇନ୍‌ସେସ୍‌) ଏବଂ ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ’ (ଫ୍ୟାକଲ୍ଟି ଅଫ୍ ଲିଗାଲ୍ ଷ୍ଟଡିଜ୍‌) ପ୍ରଥମ ଥର ପାଇଁ ଦେଶର ଶ୍ରେଷ୍ଠ ୧୦ଟି ଶିକ୍ଷାନୁଷ୍ଠାନ ମଧ୍ୟରେ ସ୍ଥାନୀତ ହୋଇଛି । ମାତ୍ର ୧୫ ବର୍ଷ ତଳେ ଡିମ୍‌ଡ ବିଶ୍ୱବିଦ୍ୟାଳୟ ଷ୍ଟାଟସ୍ ପାଇଥିବା ସୋଆ ଚଳିତ ଏନ୍‌ଆଇଆର୍‌ଏଫ୍ -୨୦୨୨ ତାଲିକାରେ ଓଭରଅଲ୍ କ୍ୟାଟେଗୋରୀରେ ୩୦ ତମ ସ୍ଥାନରେ ରହିଥିବା ବେଳେ (୨୦୨୧ରେ ୩୭ତମ ସ୍ଥାନରେ ଥିଲା) ମେଡିକାଲ୍ ସାଇନ୍‌ସେସ୍‌ରେ ୧୮ ତମ, ଇଞ୍ଜିନିୟରିଂରେ ୨୭ତମ ଏବଂ ଡେଂଟାଲ୍ ସାଇନ୍‌ସେସ୍‌ରେ ୧୦ମ ସ୍ଥାନରେ ରହିଛି । ସେହିପରି ପ୍ରଥମ ଥର ପାଇଁ ଏହି ର‌୍ୟାଙ୍କିଙ୍ଗ୍‌ରେ ପ୍ରବେଶ କରିଥିବା ସୋଆର ଫ୍ୟାକଲ୍ଟି ଅଫ୍ ଲ’ ଦେଶରେ ୯ମ ସ୍ଥାନ ହାସଲ ରହିଥିବା ବେଳେ ରିସର୍ଚ୍ଚ କ୍ୟାଟେଗୋରୀରେ ୪୫ତମ ସ୍ଥାନରେ ସ୍ଥାନୀତ ହୋଇଛି ।

ନିକଟରେ ଏକ ବିରାଟ ମାଇଲ୍ ଖୁଂଟ ମଧ୍ୟ ହାସଲ କରିଛି ସୋଆ । ନ୍ୟାସ୍‌ନାଲ୍ ଆସେସେ୍‌ମେଂଟ ଆଣ୍ଡ ଆକ୍ରେଡିଟେସନ୍ କାଉନ୍‌ସିଲ୍ (ନାକ୍‌) ବିଶ୍ୱବିଦ୍ୟାଳୟକୁ ମୋଟ ୪ସ୍କୋର୍‌ରୁ ୩.୮୮ ସିଜିପିଏ ସହ ସର୍ବାଧିକ A++ ଗ୍ରେଡ୍‌ର ସ୍ୱୀକୃତି ପ୍ରଦାନ କରିଛି । ୨୦୧୬ରୁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗ ଆରମ୍ଭ କରାଯାଇଥିବା ବେଳେ ସବୁଠାରୁ ନବତମ ବିଶ୍ୱବିଦ୍ୟାଳୟ ଭାବେ ବିଗତ ୭ ବର୍ଷ ଧରି ଦେଶର ଶ୍ରେଷ୍ଠ ୨୫ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ନିଜର ସ୍ଥାନ ବଜାୟ ରଖିଛି ସୋଆ । ସେହିପରି ଗତ ୩ ବର୍ଷ ହେବ ଶ୍ରେଷ୍ଠ ୨୦ ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ନିଜକୁ ସ୍ଥାନୀତ କରିଛି ସୋଆ ।

ଏନ୍‌ଆଇଆର୍‌ଏଫ୍ -୨୦୨୧ରେ ସୋଆର ଫ୍ୟାକଲ୍ଟି ଅଫ୍ ମେଡିକାଲ୍ ସାଇନ୍‌ସେସ୍‌, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ୨୧ ତମ ସ୍ଥାନରେ ରହିଥିବା ବେଳେ ଫ୍ୟାକଲ୍ଟି ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ୩୨ତମ ସ୍ଥାନରେ ଏବଂ ଫ୍ୟାକଲ୍ଟି ଅଫ୍ ଡେଂଟାଲ୍ ସାଇନ୍‌ସେସ୍‌, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍ (ଆଇଡିଏସ୍‌) ୧୪ତମ ସ୍ଥାନରେ ରହିଥିଲା ।

ପୂର୍ବ ଭାରତରେ ତୃତୀୟ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ସୋଆ ନିଜର ସ୍ଥିତି ଜାହିର କରିଥିବାବେଳେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଓ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍ ର୍ପୂବାଂଚଳରେ ଏକ ନମ୍ବର ସ୍ଥାନରେ ରହିଛନ୍ତି । ସେହିପରି ଫ୍ୟାକଲ୍ଟି ଅଫ୍ ଲ’ ପୂର୍ବାଂଚଳରେ ତୃତୀୟ ସ୍ଥାନ ହାସଲ କରିଛି । ଏହି ଅବସରରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ବିଶ୍ୱବିଦ୍ୟାଳୟର ସଫଳତାକୁ ନେଇ ନିଜର ଖୁସି ବ୍ୟକ୍ତ କରିବା ସହ ଏଥି ନିମନ୍ତେ ସମସ୍ତ ଫ୍ୟାକଲ୍ଟି ଏବଂ କର୍ମଚାରୀମାନଙ୍କୁ ସେମାନଙ୍କର ନିରବଚ୍ଛିନ୍ନ ପରିଶ୍ରମ ଓ ଅଧ୍ୟବସାୟ ନିମନ୍ତେ ପ୍ରଶଂସା କରିବା ସହ ଶୁଭେଚ୍ଛା ଜଣାଇଛନ୍ତି ।

୧୮ରୁ ୫୯ ବର୍ଷଙ୍କ ପାଇଁ ମାଗଣା ବୁଷ୍ଟର ଡ଼ୋଜ୍…

() ରାଜ୍ୟରେ ୧୮ରୁ ୫୯ ବର୍ଷଙ୍କ ପାଇଁ ମାଗଣା ବୁଷ୍ଟର ଡ଼ୋଜ୍ ୧୫ ତାରିଖ ଜୁଲାଇରୁ ଆରମ୍ଭ ।

ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ କୋଭିଡ଼୍ ସ୍ଥିତି ପୂର୍ଣ୍ଣ ନିୟନ୍ତ୍ରଣାଧିନ

ଟିକାକରଣ, ସତର୍କତା ଓ ସଠିକ୍ ସୂଚନା ପ୍ରସାରଣ ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ।

{} ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ କୋଭିଡ୍ ସ୍ଥିତି ପୂର୍ଣ୍ଣ ନିୟନ୍ତ୍ରଣାଧିନ ଅଛି । ତେବେ ସହରାଞ୍ଚଳମାନଙ୍କରେ ସଂକ୍ରମଣ ସଂଙ୍ଖ୍ୟା ବଢ଼ୁଥିବାରୁ ଟିକାକରଣ, ଜାଗରୁକତା, ସଚେତନତା ଏବଂ ସଠିକ୍ ସୂଚନା ପ୍ରସାରଣ ଉପରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଗୁରୁତ୍ୱ ଆରୋପ କରିଛନ୍ତି ।

ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟର କୋଭିଡ଼୍ ସ୍ଥିତି ସମୀକ୍ଷା କରି ଶ୍ରୀ ମହାପାତ୍ର ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଏ ବିଷୟରେ ନିର୍ଦ୍ଦେଶମାନ ଦେଇଛନ୍ତି । ରାଜ୍ୟ ଲୋକସେବା ଭବନରୁ ଅନୁଷ୍ଠିତ ଏହି ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ନିକୁଞ୍ଜବିହାରୀ ଧଳ କୋଭିଡ଼୍ ସଂକ୍ରମଣ ଓ ପରିଚାଳନା ସମ୍ବନ୍ଧିତ ତଥ୍ୟ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ ।

ଜିଲ୍ଲାୱାରୀ ସ୍ଥିତିର ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ଆସନ୍ତା କାଲି ୧୫ ତାରିଖରୁ ୧୮-୫୯ ବର୍ଷ ଲୋକଙ୍କ ପାଇଁ ଟିକାକରଣ ଅଭିଯାନ ଆରମ୍ଭ କରିବା, ଦୈନିକ କୋଭିଡ଼୍ ପରୀକ୍ଷା ସଂଙ୍ଖ୍ୟା ବଢ଼ାଇବା କଲ୍ ସେଣ୍ଟରକୁ ୨୪x ୭ ଭିତ୍ତିରେ କାର୍ଯ୍ୟକ୍ଷମ କରାଇବା ଏବଂ ଜନସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବିଭିନ୍ନ ଇଞ୍ଜିନିଅରିଂ କଲେଜ, ଛାତ୍ରାବାସ, ଉଚ୍ଚଶିକ୍ଷାନୁଷ୍ଠାନ ଆଦିରେ ଛାତ୍ରଛାତ୍ରୀମାନଙ୍କର ଟିକାକରଣ ସହ ସହରାଞ୍ଚଳମାନଙ୍କରେ ୧୮ ରୁ ୫୯ ବର୍ଷ ଲୋକଙ୍କ ପାଇଁ ବ୍ୟାପକ ଟିକାକରଣ ଅଭିଯାନ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସହରାଞ୍ଚଳରେ ପ୍ରତି ୱାର୍ଡ଼ ଏବଂ ଗ୍ରାମାଞ୍ଚଳରେ ଗ୍ରାମ ଓ ପଂଚାୟତୱାରୀ ଟିକାକରଣ କାର୍ଯ୍ୟଯୋଜନା କାର୍ଯ୍ୟାନ୍ୱୟନ ପାଇଁ ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ସଚିବ ଶ୍ରୀ ଧଳ ନିର୍ଦ୍ଦେଶ ଦେଇଥିଲେ । ଏହି କାର୍ଯ୍ୟରେ ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡି କର୍ମୀ, ଜନ ପ୍ରତିନିଧି, ସେଚ୍ଛାସେବୀ ଅନୁଷ୍ଠାନ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠିମାନଙ୍କୁ ସାମିଲ କରିବାକୁ ଉନ୍ନୟନ କିମିଶନର ଶ୍ରୀ ପ୍ରଦୀପ କୁମାର ଜେନା ନିର୍ଦ୍ଦେଶ ଦେଇଥିଲେ ।

ରାଜ୍ୟରେ ଆଇ.ଏଲ୍.ଆଇ. ଏବଂ ସାରି ରୋଗର ସଂନୀରକ୍ଷଣକୁ ସଘନ କରିବା ସହ ଲୋକମାନଙ୍କ ମଧ୍ୟରେ କୋଭିଡ଼୍ ନିରୋଧି ବ୍ୟବହାରିକ ଢ଼ଙ୍ଗି ଯଥା ମାସ୍କ ପରିଧାନ, ପରସ୍ପରଠାରୁ ଶାରିରୀକ ଦୁରତା, ଭିଡ଼୍ ମଧ୍ୟକୁ ନଯିବା, ଅଯଥା ଗହଳି ସୃଷ୍ଟି ନକରିବା ଆଦି ବିଷୟରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ଟିକାକରଣ କେନ୍ଦ୍ରର ଅବସ୍ଥିତି ଓ ସମୟ, କଲ୍ସେଣ୍ଟର ଓ ସହାୟତା କେନ୍ଦ୍ରର ନମ୍ବର ଏବଂ କୋଭିଡ଼୍ ଚିକିତ୍ସା ସୁବିଧା ବିଷୟରେ ଲୋକମାନଙ୍କୁ ସଠିକ୍ ସୂଚନାପ୍ରଦାନ ପାଇଁ ମଧ୍ୟ ସେ ନିର୍ଦ୍ଦେଶ ଦେଇଥିଲେ ।

ସମୀକ୍ଷାରୁ ଜଣାପଡିଥିଲା ଯେ ବର୍ତ୍ତମାନ ରାଜ୍ୟରେ ସମୁଦାୟ ୪୨୬୨ ଆକ୍ଟିଭ୍ କୋଭିଡ଼୍ କେସ୍ ଅଛି । ଏମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ପିଲାଙ୍କ ସଂଙ୍ଖ୍ୟା ୭୧ । ସଂକ୍ରମିତମାନେ ମୁଖ୍ୟତଃ ହୋମ୍ ଆଇସୋଲେସନ୍ ମାଧ୍ୟମରେ ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନ ସୁଦ୍ଧା ୩୯ ଜଣ ଚିକିତ୍ସା ପାଇଁ ହସ୍ପିଟାଲ୍ରେ ଆଡ୍ମିସନ୍ ହୋଇଛନ୍ତି । ପ୍ରତ୍ୟେକ ମେଡ଼ିକାଲ କଲେଜ ଏବଂ ଜିଲ୍ଲା ଚିକିତ୍ସାଳୟରେ ସ୍ୱତନ୍ତ୍ର କୋଭିଡ଼୍ ୱାର୍ଡ ବ୍ୟବସ୍ଥା କରାଯାଇଛି । ଆବଶ୍ୟକତା ଅନୁସାରେ ହସ୍ପିଟାଳ୍ ଏବଂ ବେଡ୍ ସଂଙ୍ଖ୍ୟା ବଢ଼ାଇବା ପାଇଁ ପ୍ରତି ଜିଳ୍ଲା ପ୍ରସ୍ତୁତ ଅଛି । ଜୁଲାଇ ୧୫ ତାରିଖରୁ ୧୮ ରୁ ୫୯ ବର୍ଷ ବୟସ୍କ ନିମନ୍ତେ ମାଗଣା ବୁଷ୍ଟର ଡ଼ୋଜ୍ ନିମନ୍ତେ ପ୍ରଶାସନିକ ପ୍ରସ୍ତୁତି କରାଯାଉଛି ।

ଉନ୍ନୟନ କମିାନର ଶ୍ରୀ ପ୍ରଦୀପ କୁମାର ଜେନା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଗୃହ ବିଭାଗ ଶ୍ରୀ ସଂଜୀବ ଚେପ୍ରା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁଗର୍ଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରମୁଖ ଶାସନ ସଚିବ ଶ୍ରୀ ନିକୁଞ୍ଜବିହାରୀ ଧଳଙ୍କ ସମେତ ସମସ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଜିଳ୍ଲାପାଳ ଏବଂ ପୌର ପରିଷଦ କମିଶନରମାନେ ଭିଡ଼ିଓ କନ୍ଫେରେନ୍ସିଂ ମାଧ୍ୟମରେ ନିଜ ନିଜ ଅଂଚଳର କୋଭିଡ଼୍ ସ୍ଥିତି ଓ ମୁକାବିଲା ପାଇଁ ପ୍ରସ୍ତୁତି ବିଷୟରେ ସଦ୍ୟତନ ସୂଚନା ଦେଇଥିଲେ ।

ଉମାକାନ୍ତ ମହାପାତ୍ର ଅଧିକାରୀ, ମୁଖ୍ୟ ଶାସନ ସଚିବ

ନରସିଂହ ଓ ମୋହନ ମୁହଁlମୁଁହି

() ଦ୍ରୌପଦୀ ମୁର୍ମୁ ସବୁବେଳେ ତାଙ୍କ ଅଞ୍ଚଳର ଆଦିବାସୀ ଓ ଦଳିତଙ୍କ କଥା ଚିନ୍ତା କରିଛନ୍ତି । ଏପରିକି ଝାଡଖଣ୍ଡରେ ରାଜ୍ୟପାଳ ଥିବାବେଳେ ଆଦିବାସୀଙ୍କ ସ୍ୱାର୍ଥ ବିରୋଧୀ ବିଲ ଆସିଥିଲା । ଆଦିବାସୀଙ୍କ ଜମିକୁ ଅଣ ଆଦିବାସୀ କିଣି ପାରିବେ ବୋଲି ବିଲରେ ଦର୍ଶାଯାଇଥିଲା । କିନ୍ତୁ ସେ ସେହି ବିଲ ଫେରାଇ ଦେଇଥିଲେ । ଦେଶର ପ୍ରଥମ ନାଗରିକ ହେଉଛନ୍ତି ରାଷ୍ଟ୍ରପତି । ତାଙ୍କ ଉପରେ ଏପରି ମନ୍ତବ୍ୟ ନିନ୍ଦନୀୟ ଓ ଅଶୋଭନୀୟ । ଦ୍ରୌପଦୀ ମୁର୍ମୁ ଓଡ଼ିଶାର, ତାଙ୍କୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ କରିଛି । ତେଣୁ ଦ୍ରୌପଦୀଙ୍କ ବାବଦରେ ଦେଇଥିବା ମନ୍ତବ୍ୟ ପାଇଁ ଅଜୟ କୁମାରଙ୍କ ବରୋଧରେ ନିନ୍ଦା ପ୍ରସ୍ତାବ ଆଣିବାକୁ ବିଜେପି ଦାବି କରିଛି ।

ନରସିଂହ ମିଶ୍ର ବିଜେପିକୁ କାଉଁଟର କରି କହିଛନ୍ତି, ଅଜୟ କୁମାର ଓ ରାହୁଲ ଗାନ୍ଧୀ ଗୃହର ସଦସ୍ୟ ନୁହଁନ୍ତି । ତାଂକ ବିରୋଧରେ ଆଲୋଚନା କରିବା ଆମ ବିଧାନସଭା ଗୃହ ବିରୋଧୀ । ପୂର୍ବ କଥା ମନେ ପକାଇ ବିଜେପିକୁ ସମାଲୋଚନା କରିଛନ୍ତି ନରସିଂହ । ମୁଁ ବି ଏକ ପେପର କଟିଂ ଗୃହରେ ପଢୁଥିଲି, ସେତେବେଳେ ବିରୋଧୀ ଦଳ ଉପନେତା ବିରୋଧ କରିଥିଲେ । ଏବେ କାହିଁକି ବିଜେପି ସମାନ କଥା ଦୋହରାଉଛି । ଦ୍ରୌପଦୀ ହେଉଛନ୍ତି ଆଦିବାସୀ ମହିଳା । ତାଙ୍କୁ ଆମେ ବହୁତ ଭଲ ପାଉ । ମୁଁ ବ୍ୟକ୍ତିଗତ ଭାବେ ତାଙ୍କୁ ପ୍ରଶଂସା କରିଛି । କିନ୍ତୁ ସେ ଯେଉଁ ଚିନ୍ତାଧାରାରେ ଯାଉଛନ୍ତି, ତାକୁ ଆମେ ବିରୋଧ କରୁଛୁ । ବିଜେପି ଯେଉଁକଥା ଉଠାଇଛି, ସେଥିରି କୌଣସି ଆପତ୍ତି ଜନକ ମନ୍ତବ୍ୟ ନାହିଁ । ଏହି ସମୟରେ ବିଜେପି ନେତା ହୋହଲା କରିବାରୁ ଗୃହ କାର୍ଯ୍ୟ 4 ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।

ଆସନ୍ତାକାଲି ଠାରୁ ମାଗଣା ଟୀକାକରଣ..

() ଆସନ୍ତାକାଲି ଠାରୁ 18 ରୁ 59 ବର୍ଗର ଲୋକଙ୍କୁ ମାଗଣା ଟୀକାକରଣ କୁ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଙ୍କ ସୂଚନା। ଯେହେତୁ ରାଜ୍ୟରେ ବର୍ତ୍ତମାନ ସଂକ୍ରମଣ ବୃଦ୍ଧି ଘଟୁଛି ତେବେ ସମସ୍ତ ବର୍ଗର ଲୋକଙ୍କୁ ଟୀକାକରଣ ଉପରେ ଗୁରୁତ୍ୱ ଦିଆଯାଉଛି। 12 ରୁ 14 ବର୍ଷର ପିଲାଙ୍କର ପ୍ରଥମ ଡୋଜ 98% ଦ୍ୱିତୀୟ ଡୋଜ 72%। 15 ରୁ 17 ବର୍ଷ ପିଲାଙ୍କୁ ପ୍ରଥମ ଡୋଜ 92% ଏବଂ ଦ୍ୱିତୀୟ ଡୋଜ 82% ଟୀକାକରଣ କରାଯାଇଛି। 18 ରୁ ଅଧିକ ବର୍ଗର ଲୋକଙ୍କର 96% ପ୍ରଥମ ଡୋଜ ଏବଂ ଦ୍ୱିତୀୟ ଡୋଜ 90% ଟୀକାକରଣ ଦିଆସରିଛି। ବର୍ତ୍ତମାନ ପ୍ରିକସନ ଡୋଜ୍ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। କରୋନା ଯୋଦ୍ଧା, ସମ୍ମୁଖ ଧାଡିର ଯୋଦ୍ଧା, ସ୍ୱାସ୍ଥ୍ୟ କର୍ମୀ ଓ 60 ବର୍ଷର ଅଧିକ ଲୋକମାନେ 28% ଟୀକାକରଣ କରାଯାଇଛି।

ଆସନ୍ତାକାଲି ଠାରୁ 18 ରୁ 59 ବର୍ଷର ନାଗରିକ ମାନଙ୍କର ପ୍ରିକ୍ସନ ଡୋଜ ମାଗଣାରେ ଦିଆଯିବ। ଏହା 75 ଦିନ ପର୍ଯ୍ୟନ୍ତ ମାଗଣାରେ ଟୀକାକରଣ ଚାଲିବ। ରାଜ୍ୟରେ ପାଖାପାଖି 3000 ଟି ସରକାରୀ ଟୀକାକରଣ କେନ୍ଦ୍ର ରହିଛି। ସେଠି ମାଗଣାରେ ଟୀକାକରଣ କରିପାରିବେ। କେନ୍ଦ୍ର ଗୁଡିକରେ ଟିକା ଦେବା ପାଇଁ ପ୍ରଯ୍ୟାପ୍ତ ପରିମାଣରେ ସ୍ୱାସ୍ଥ୍ୟ କର୍ମୀ ରହିଛନ୍ତି। ଯଦି ମାଗଣାରେ ଏଭଳି ଟୀକାକରଣ ଦିଆଯିବ ତେବେ ରାଜ୍ୟରେ ସେତିକି ପରିମାଣରେ ଟିକା ନାହିଁ। ତେବେ ଆହୁରି ଟିକା ଆବଶ୍ୟକ ପଡ଼ିବ। ଏହି ବର୍ଗର ଲୋକ ଅଛନ୍ତି 2 କୋଟି 65 ଲକ୍ଷ୍ୟ 85 ହାଜର ହିତାଧିକାରୀ ଅଛନ୍ତି। ସେଥିମଧ୍ୟରୁ ମାତ୍ର 1 ଲକ୍ଷ୍ୟ 50 ହାଜର ହିତାଧିକାରୀ ପ୍ରିକ୍ସନ୍ ଡୋଜ ନେଇଛନ୍ତି। ଅର୍ଥାତ 99% ଆହୁରି ଟିକା ନେଇନାହାନ୍ତି। ଏହି ଟୀକାକରଣ ପାଇଁ ଉଭୟ ବ୍ୟବସ୍ଥା କରାଯାଇଛି। ଅନଲାଇନ ଓ ଅଫଲାଇନ ମାଧ୍ୟମରେ ଟୀକାକରଣ ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ସ୍ୱାସ୍ଥ୍ୟ ବିଭାଗକୁ କୌଣସି ଲିଖିତ ଭାବରେ ନିର୍ଦ୍ଦେଶ ଆସିନାହିଁ। ତେବେ ଆଜି କେନ୍ଦ୍ର ସହିତ ବୈଠକ ରହିଛି ଯାହା ଏହି ବୈଠକ ରେ ଆସନ୍ତାକାଲି ମାଗଣା ଟୀକାକରଣ ନେଇ ହେବ ଆଲୋଚନା।
ଡାକ୍ତର ବିଜୟ ପାଣିଗ୍ରାହୀ, ନିର୍ଦେଶକ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ

15 ମିନିଟ ପାଇଁ ଗୃହ ମୁଲତବୀ…

() ମାଲକାନଗିରି ଚିତ୍ରକୁଣ୍ଡା ପ୍ରସଙ୍ଗରେ ଆଜିର କାର୍ଯ୍ୟ ଶେଷ ହେବା ପୂର୍ବରୁ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କୁ ବିବୃତି ରଖିବାକୁ ବାଚସ୍ପତିଙ୍କ ନିର୍ଦ୍ଦେଶ । ବାଚସ୍ପତିଙ୍କ ନିର୍ଦ୍ଦେଶ ପରେ ପୁଣି ଅସନ୍ତୋଷ ଜାହିର କଲେ ବିରୋଧୀ । ଗୃହ 15 ମିନିଟ ପାଇଁ ଗୃହ ମୁଲତବୀ ।

ନିଗମ ଦେଲେ ଲାଭାଂଶ…

() ବିଭିନ୍ନ ନିଗମ ଓ ରାଜ୍ୟ ସମବାୟ ବ୍ୟାଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ଲାଭାଂଶ ପ୍ରଦାନ।

{}  ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ବିଭିନ୍ନ ନିଗମ ଯଥା ଓଡିଶା କୃଷି ନିଗମ ଲିଃ, ଓଡିଶା କାଜୁ ଉନ୍ନୟନ ନିଗମ ଲିଃ ଏବଂ ଓଡିଶା ବିହନ ନିଗମ ଲିଃ ତଥା ରାଜ୍ୟ ସମବାୟ ବ୍ୟାଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ଲାଭାଂଶ ପ୍ରଦାନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରୁ ଭିଡିଓ କନ୍ଫରେନ୍ସିଂ ଯୋଗ ଦେଇଥିଲେ । ସଚିବାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ସମବାୟ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ଉପସ୍ଥିତ ଥିଲେ । ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଲାଭାଂଶ ଚେକ୍ ଗ୍ରହଣ କରିଥିଲେ।

ଓଡିଶା କୃଷି ଶିଳ୍ପ ନିଗମ ପକ୍ଷରୁ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ୨ କୋଟି ୫୨ ଲକ୍ଷ ୧୭ ହଜାର ୨୧୮ ଟଙ୍କା ଏବଂ ୨୦୧୯-୨୦୨୦ ଆର୍ଥିକ ବର୍ଷ ପାଇଁ ୩ କୋଟି ୧୦ ଲକ୍ଷ ୩୬ ହଜାର ୫୭୬ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ୧୯୬୨ ମସିହାରୁ ପ୍ରତିଷ୍ଠିତ କୃଷି ଶିଳ୍ପ ନିଗମ ପୁନଃପୌନିକ ଲାଭ ୨୦୨୦-୨୧ ସୁଦ୍ଧା ୯୪.୩୩ କୋଟି ଟଙ୍କା ରହିଅଛି । ଏହା ଏକ ଋଣମୁକ୍ତ ଲାଭକାରୀ ସରକାରୀ ନିଗମ। ସେହିପରି ଓଡିଶା କାଜୁ ଉନ୍ନୟନ ନିଗମ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଅଂଶଧନ ଲାଭ ବାବଦକୁ ୪୬ ଲକ୍ଷ ୫୧ ହଜାର ୨୦୦ ଟଙ୍କା ପ୍ରଦାନ କରିଅଛି । ୧୯୭୮ରେ ପ୍ରତିଷ୍ଠିତ ଓଡିଶା ରାଜ୍ୟ ବିହନ ନିଗମ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଅଂଶଧନ ବାବଦକୁ ୨୩ ଲକ୍ଷ ୨୦ ହଜାର ୫୬୭ ଟଙ୍କା ରାଜ୍ୟ ସରକାରଙ୍କୁ ପ୍ରଦାନ କରିଅଛି । ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଅଂଶଧନ ଉପରେ ୨.୧୬ ପ୍ରତିଶତ ଲାଭାଂଶ ଘୋଷଣା କରିଛି । ଏହି ବ୍ୟାଙ୍କରେ ରାଜ୍ୟ ସରକାରଙ୍କର ୨୨.୫ ପ୍ରତିଶତ ଅଂଶଧନ ରହିଛି । ଆଜି ରାଜ୍ୟ ସରକାରଙ୍କୁ ୨୦୨୦-୨୧ ବର୍ଷ ପାଇଁ ଲାଭାଂଶ ବାବଦକୁ ୨ କୋଟି ୬୮ ଲକ୍ଷ ୪୯ ହଜାର ୪୨୫ ଟଙ୍କା ପ୍ରଦାନ କରାଯାଇଛି ।

ବିଧାନସଭା ମୌସୁମୀ ଅଧିବେଶନର ପଞ୍ଚମ ଦିନ…

() ଆଜି ବିଧାନସଭା ମୌସୁମୀ ଅଧିବେଶନର ପଞ୍ଚମ ଦିନ । ଆଜି ବେସ ସରଗରମ ରହିପାରେ ଗୃହ । ପ୍ରଶ୍ନକାଳରେ  କୃଷି ଓ କୃଷକ ସଶକ୍ତିକରଣ,ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ,ବିଦ୍ୟାଳୟ ଓ ଗଣଶିକ୍ଷା,ଉଚ୍ଚ ଶିକ୍ଷା,ଶ୍ରମ ଓ କର୍ମଚାରୀଙ୍କ ରାଜ୍ୟ ବୀମା,ସମବାୟ,ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ରହିଛି । ସେହିପରି ଶୁନ୍ୟ କାଳରେ ରୁଚିକା ଆତ୍ମହତ୍ୟା ଓ ତା ମା ଙ୍କୁ ପୋଲିସ ଅମାନୁଷିକ ବ୍ୟବହାର, ଚାଷୀ ମୃତ୍ୟୁ,ହାତୀ ମୃତ୍ୟୁ, ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି, ସୀମା ବିବାଦ ଓ ଜଳ ବିବାଦ ଭଳି ପ୍ରସଙ୍ଗ ଉଠିପାରେ । ଏହା ପରେ ବିଜେପି ପକ୍ଷରୁ ଦିଆଯାଇ ଥିବା ମୁଲତବୀ ପ୍ରସ୍ତାଵ ଆଲୋଚନା ହେବ । ଅପରାହ୍ନ ଅଧିବେଶନରେ ବିଭିନ୍ନ ଷ୍ଟାଣ୍ଡିଂ କମିଟିର ରିପୋର୍ଟ ଗୃହରେ ଉପସ୍ଥାପନ ହେବ ।

ୱାନ ନେସନ ୱାନ ରାସନ କାର୍ଡ ଯୋଜନା…

() ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ 93 ଲକ୍ଷ 13 ହଜାର 448 ପରିବାରର 3 କୋଟି 25 ଲକ୍ଷ 18 ହଜାର 455 ଜଣ ଯୋଡି ହୋଇଛନ୍ତି । ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ 2 ଲକ୍ଷ 61 ହଜାର 227 ପରିବାର 8 ଲକ୍ଷ 8 ହାଜର ହିତାଧିକାରୀ ସାମିଲ ହୋଇଛନ୍ତି । ୱାନ ନେସନ ୱାନ ରାସନ କାର୍ଡ ଯୋଜନାରେ 10 ହଜାର 578 ଦୋକାନ ଜରିଆରେ 1 ଲକ୍ଷ 10 ହଜାର ପରିବାର ଉପକୃତ ହେଉଛନ୍ତି।

ଅତନୁ ସବ୍ୟସାଚୀ ନାୟକ, ମନ୍ତ୍ରୀ , ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ

ରାଜ୍ୟରେ ସାର ର ଯୋଗାଣ ଓ କଳାବଜାରୀ କୁ ନେଇ ବିଧାନସଭାରେ ଉଦବେଗ…

() କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଏବଂ ସୁରେଶ କୁମାର ରାଉତରାୟ ଓ ଅଧିରାଜ ପାଣିଗ୍ରାହୀଙ୍କ ଅସନ୍ତୋଷ ପ୍ରକାଶ କରିଛନ୍ତି । ଆଲୋଚନା ବେଳେ ଦୁଇ ବିଧାୟକ ଅଭିଯୋଗ କରିଛନ୍ତି ଯେ ଅଫିସର ଯାହା ଲେଖି ଦେଉଛନ୍ତି ମନ୍ତ୍ରୀ ତାହା ଗୃହରେ କହୁଛନ୍ତି । ଏହା ହେଉଛି ଅମଲାତନ୍ତ୍ର ସରକାର । ସାର ର ବ୍ୟାପକ କଳାବଜାରୀ ହେଉଛି । ଡିଲର ମାନେ ମନ ମାନି କରୁଛନ୍ତି । ସରକାର କୌଣସି ପଦକ୍ଷେପ ନେଉ ନାହାନ୍ତି ବୋଲି ଗୃହରେ କହିଛନ୍ତି ସାଲୁଜା । ସେହିପରି ସୁରେଶ ରାଉତରାୟ କହିଛନ୍ତି ସାର ଯେଉଁ ପରିମାଣରେ ଚାଷୀଙ୍କୁ ଆବଶ୍ୟକ ସେହି ପରିମାଣରେ ଯୋଗାଇ ଦିଆ ଯାଉ ନାହିଁ । ଅଧିରାଜ ପାଣିଗ୍ରାହୀ ବି କହିଛନ୍ତି ଚାଷୀଙ୍କୁ ବାଧ୍ୟ କରାଯାଉଛି ଅଧିକ ଟଙ୍କା ରେ ସାର କିଣିବାକୁ । କଳା ବଜାରୀ ହେଉଥିଲେ ବି ସରକାର ଗୁରୁତ୍ୱ ଦେଉ ନାହାନ୍ତି।

ସେପଟେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଙ୍କ ଉତ୍ତର
କେନ୍ଦ୍ର ସରକାର ଯାହା ଦେଉଛନ୍ତି ସେଥି।ମଧ୍ୟରୁ ରାଜ୍ୟବାସୀଙ୍କୁ 85 ପ୍ରତିଶତ ସାର ଯୋଗାଇ ଦିଆଯାଇଛି । 2 ଲକ୍ଷ 5 ହଜାର 200 ମେଟ୍ରିକ ଟନ ୟୁରିଆ । 77 ହଜାର 671 ମେଟ୍ରିକ ଟନ ଡ଼ିଏପି , 26 ହଜାର 698 ମେଟ୍ରିକ ଟନ ପଟାସ୍ , 95 ହଜାର 638 ମେଟ୍ରିକ ଟନ ଗ୍ରୁମର ଯୋଗାଇ ଦିଆଯାଇଛି । ମାତ୍ର ଗତ 5 ବର୍ଷ ହେବ ଚୁକ୍ତି ଅନୁଯାୟୀ କେନ୍ଦ୍ର ସରକାର ସାର ଯୋଗାଇ ଦେଉ ନାହାନ୍ତି । 1.4.2022 ରୁ 30.6.2022 3 ଲକ୍ଷ 90 ହଜାର ମେଟ୍ରିକ ଟନ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ସାର ଯୋଗାଇ ଦେବା ପାଇଁ ଦାବି ହୋଇଥିଲା । କେନ୍ଦ୍ର ସରକାର 3 ଲକ୍ଷ 64 ହଜାର 232 ମେଟ୍ରିକ ଟନ । ଚୁକ୍ତି ଅନୁଯାୟୀ ସମୁଦାୟ ବର୍ତ୍ତମାନ ସୁଦ୍ଧା 2 ଲକ୍ଷ 36 ହଜାର 760 ମେଟ୍ରିକ ଟନ ସାର ଯୋଗାଇ ଦେଇ ନାହାନ୍ତି । ଏ ନେଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖା ଯାଇଛି । ସାର କୁ ଅତ୍ୟାବଶ୍ୟକ ସାମଗ୍ରୀ ଭାବେ ନେଇ ଏହାର ପରିଚାଳନା କରାଯାଉଛି। ତେବେ ଯଦି ରାଜ୍ୟର କୌଣସି ଜାଗାରେ କଳାବଜାରୀ କରାଯାଉଥିବାର ଅଭିଯୋଗ ଅଛି ତେବେ ବିଭାଗକୁ ଜଣାଇଲେ ପଦକ୍ଷେପ ନିଆଯିବ ।

ଏକ ନମ୍ବର ଖଣିଜ ରାଷ୍ଟ୍ରୀୟ :ଓଡିଶା…

() ଖୁବଶୀଘ୍ର ଓଡ଼ିଶାର 15 ଟି ପ୍ରମୁଖ ଖଣି ଏବଂ 16 ଟି ଲଘୁ ଖଣିଜ ବ୍ଲକର ନିଲାମ ହେବ ।

21-22 ରେ 49530 କୋଟି ଟଙ୍କାର ଖଣି ରାଜସ୍ୱ ଆଦୟ ହୋଇଛି।

{} ଓଡିଶା ଏକ ନଂ ଭାବେ ରାଷ୍ଟ୍ରୀୟ ଖଣିଜ ବିକାଶ ପୁରସ୍କାର ପାଇବା ପରେ ଖଣି ମନ୍ତ୍ରୀ ପ୍ରଫୁଲ ମଲିକ ଙ୍କ ସାମ୍ବାଦିକ ସମ୍ମିଳନୀ।କେନ୍ଦ୍ର ସରକାର 2015 ରେ ଖଣି ନୀତି ରେ ନୂଆ ସଂସ୍କାର ଆଣିବା ପରେ ଅଧିକ ଲାଭାନିତ ହୋଇଛି ଓଡିଶା । ଖଣି କ୍ଷେତ୍ରରେ ବିରାଟ ପରିବର୍ତ୍ତନ ଆସିଛି । ବର୍ତ୍ତମାନ ସୁଦ୍ଧା 22 ଟି ଅବଧି ଶେଷ ହୋଇଥିବା ଖଣିଜ ଲିଜ ସମେତ 37 ଖଣିଜ ବ୍ଲକର ନିଲାମ ପ୍ରକ୍ରିୟା ଶେଷ ହୋଇଛି। 5-T ପଦକ୍ଷେପ ଆଧାରରେ ଖଣିଜ ଉତ୍ତୋଳନ, ମ୍ୟାପିଂ ପାଇଁ i3MS ବ୍ୟବସ୍ଥା କରାଯାଇଛି । ଆଗକୁ ଆଉ 15 ଟି ପ୍ରମୁଖ ଖଣି ଏବଂ 16 ଟି ଲଘୁ ଖଣିଜ ବ୍ଲକର ନିଲାମ କରାଯିବ । ଚଳିତ ବର୍ଷ ମୋଟ ଖଣିଜ ପଦାର୍ଥ ର ଉତ୍ପାଦନ 107.546 ମିଲିୟନ ଟନ ହୋଇଛି । ପରିବହନ ହୋଇଛି 100.612 ମିଲିୟନ ଟନ । ଯାହାକି ଦେଶରେ ଆବଶ୍ୟକ ହେଉଥିବା ଲୁହା ପଥରର 50 ପ୍ରତିଶତ କେବଳ ଓଡିଶା ପୂରଣ କରୁଛି । 2020-21 ରେ 13791 କୋଟି ଟଙ୍କାର ଖଣି ରାଜସ୍ୱ ମିଳିଥିବା ବେଳେ 21-22 ରେ 49530 କୋଟି ଟଙ୍କାର ଖଣି ରାଜସ୍ୱ ଆସିଛି । ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା 11887 କୋଟି ଟଙ୍କାର ରାଜସ୍ୱ ସଂଗ୍ରହ କରାଯାଇଛି । ଯାହାକି ବିଗତ ବର୍ଷ ତୁଳନାରେ 21.78 ପ୍ରତିଶତ ଅଧିକ ।

Follow us

20,832FansLike
0FollowersFollow
14,700SubscribersSubscribe

Latest news