ଅମର ଦେଲେ ରିପୋର୍ଟ କାର୍ଡ…..

() ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ତୃତୀୟ ବର୍ଷର ବାର୍ଷିକ ରିପୋର୍ଟ ପ୍ରକାଶ କରିଛନ୍ତି ବିଜେଡ଼ି ସାଂସଦ ଅମର ପଟ୍ଟନାୟକ । ଜୁଲାଇ 3 ତାରିଖରେ ସାଂସଦ ହେବାର ତୃତୀୟ ବର୍ଷ ପୂରଣ ହୋଇଛି । ଏହି ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ମଧ୍ୟ ପଠାଯାଇଛି । ଓଡିଶାର ନାର୍ଯ୍ୟ ଦାବି, ଓଡିଆଙ୍କ ସ୍ୱାର୍ଥ କେମିତି ସଫଳ ଭାବେ ସଂସଦ ପ୍ରତିପାଦିତ ହୋଇପାରିବ ତାହା ଉପରେ ଗୁରୁତ୍ୱ ଦେଇଛି । ଉଷୁନା ଚାଉଳ ନଉଠେଇବା ପ୍ରସଙ୍ଗ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡିଶା କ୍ଷେତ୍ରରେ ପକ୍ଷପାତିତା ପ୍ରସଙ୍ଗ ସଂସଦରେ ଉଠାଯାଇଛି । ରେଲୱେରେ କିଭଳି ଅଧିକ କରାଯାଇପାରିବ ସେ ବିଷୟରେ ଉଠାଯାଇଛି । ଓଡ଼ିଶୀ ସଂଗୀତକୁ କେମିତି ଶାସ୍ତ୍ରୀୟ ମାନ୍ୟତା ମିଳିବ । ଏହାଛଡା ସାଂସଦଙ୍କର ଆଦର୍ଶ ଜିଲ୍ଲା ସୁନ୍ଦରଗଡ଼ରେ କେମିତି ରେଲୱେ ଡିଭିଜନ ହୋଇପାରିବ, ଦ୍ବିତୀୟ ଏମସ୍ ପ୍ରତିଷ୍ଠା ହୋଇପାରିବ, ଜିଲ୍ଲାରେ ଥିବା 9ଟି ଆଦିବାସୀ ସମ୍ପ୍ରଦାୟଙ୍କ ପ୍ରସଙ୍ଗ ଭଳି ଅନେକ ପ୍ରସଙ୍ଗ ସଂସଦରେ ଉଠାଇ ଥିଲେ ଅମର ପଟ୍ଟନାୟକ । ଦରଦାମ ବୃଦ୍ଧି, ବଜେଟରେ ଗରିବ ମାନଙ୍କ ପାଇଁ ଯଦି ଆର୍ଥିକ ଅନୁଦାନ ମିଳିନାହିଁ, ରାଜ୍ୟ ମାନଙ୍କୁ କେମିତି ଅଧିକ ଅନୁଦାନ ମିଳିପାରିବ ସେ ବିଷୟରେ ମଧ୍ୟ ବାର୍ଷିକ ରିପୋର୍ଟ ବୁକରେ ଉଲ୍ଲେଖ କରାଯାଇଛି । ଏହାଛଡା ସାଂସଦ ଉନ୍ନୟନ ପାଣ୍ଠିରେ ମଧ୍ୟ ଏକ ନୂତନ ପଦକ୍ଷେପ ନେଇଥିଲି । ସୁନ୍ଦରଗଡ଼ର 70ଟି ବ୍ଲକରେ ଇଲେକ୍ଟ୍ରି ଚାଳିତ ଅଟୋ ଆମ୍ବୁଲାନ୍ସ ସେବା ଚାଲିବାର ବ୍ୟବସ୍ଥା ହୋଇଛି । ଦୁର୍ଗମ ଅଞ୍ଚଳକୁ ବଡ଼ ଆମ୍ବୁଲାନ୍ସ ପଶି ପାରୁନଥିବାରୁ ଏହି ପଦକ୍ଷେପ ନିଆଯାଇଛି । ଏହା କିଭଳି ଭାବେ ଚାଲିବ ତାହା ଅନୁଧ୍ୟାନ କଲା ପରେ ଅନ୍ୟ ସ୍ଥାନରେ ମଧ୍ୟ ଆରମ୍ଭ କରାଯିବ । ପ୍ରତି ବ୍ଲକରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ମାନେ ଇ-ଆମ୍ବୁଲାନ୍ସର ପରିଚାଳନା କରିବେ । ନବମ ଓ ଦଶମ ଶ୍ରେଣୀରେ ପଢୁଥିବା ମେଧାବୀ ଅନୁସୂଚିତ ଜାତି ଛାତ୍ରଛାତ୍ରୀ ମାନଙ୍କୁ ଅନୁସୂଚିତ ଜାତି ଓ ଜନଜାତି ବ୍ୟାପାର ବିଭାଗର ତତ୍ତ୍ବାବଧାନରେ 200ଟି ଟ୍ୟାବଲେଟ ଦେଇଛି । ସେଗୁଡିକ ଛାତ୍ରଛାତ୍ରୀ ମାନଙ୍କୁ ଆବଣ୍ଟନ କରାଯାଇଛି । ଓଡ଼ିଶାକୁ କେମିତି ସେସ ବାବଦକୁ ଅଧିକ ଅନୁଦାନ ମିଳିବା କଥା ତାହା ମଧ୍ୟ ବାର୍ଷିକ ରିପୋର୍ଟ ବହିରେ ଉଲ୍ଲେଖ ରହିଛି ।

ଅମର ପଟ୍ଟନାୟକ,ବିଜେଡ଼ି ସାଂସଦ

ଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ରଙ୍କ ସୂଚନା…

( ) ଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ରଙ୍କ ସୂଚନା । ଏବେ ସାରା ଦେଶରେ କୋଭିଡ ସଂକ୍ରମଣ ବଢ଼ୁଛି । କିନ୍ତୁ ଯେଉଁ ରାଜ୍ୟ ଯଥା ମହାରାଷ୍ଟ୍ର, ତାମିଲନାଡ଼ୁ, ଦିଲ୍ଲୀ, କେରଳ ଆଦିରେ ସଂକ୍ରମଣ ଉପରକୁ ଯାଇଥିଲା, ସେଠି ଏବେ ଖସିବା ଆରମ୍ଭ କଲାଣି ବା ପ୍ଲାଟୋ ଅବସ୍ଥାରେ ରହିଛି । କିନ୍ତୁ ଆମର ପାର୍ଶ୍ଵବର୍ତ୍ତି ରାଜ୍ୟ ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ ଆଦିରେ ବଢ଼ୁଛି । ସେହି ଅନୁପାତରେ ଆମ ରାଜ୍ୟର ସଂକ୍ରମଣ ବଢ଼ୁଛି । କିନ୍ତୁ ପୂର୍ବ ଲହର ଭଳି ବୃଦ୍ଧି ହେଉନି । ଏବେ ରାଜ୍ୟରେ 5 ହଜାର ଉପରେ ସକ୍ରିୟ ମାମଲା ଥିବା ବେଳେ ମାତ୍ର 39 ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । କିନ୍ତୁ ସେମାନଙ୍କ ମଧ୍ୟରୁ ଅଧିକାଂଶ ICU ରେ ଅଛନ୍ତି । ଏହା ଅର୍ଥ ଲୋକଙ୍କ ଠାରେ ଲକ୍ଷଣ ଦେଖାଯାଉନି ବା ସ୍ୱଳ୍ପ ଲକ୍ଷଣ ରହୁଛି । ହେଲେ ଯେଉଁମାନଙ୍କ କୋମରବିଡ଼ିଟି ଅଛି, ବୟସ୍କ ଲୋକ ସେମାନଙ୍କୁ ମେଡିକାଲ ଯିବା ଆବଶ୍ୟକତା ପଡ଼ୁଛି । ସେମାନଙ୍କ ଭିତରେ ICUରେ ରହିବା ଲୋକଙ୍କ ସଂଖ୍ୟା ଅଧିକ । ବର୍ତ୍ତମାନ ଆମେ ଏକ କ୍ରସ ରୋଡ଼ରେ ଅଛନ୍ତି । ଭୂତାଣୁ ଟ୍ରାନ୍ସମିଟ ହେଉଛି, ମ୍ୟୁଟଣ୍ଟ ବି ହେଉଛି । ଯେତେ ମ୍ୟୁଟଣ୍ଟ ହେବ, ତାର ସଂକ୍ରମଣ ହାର ଅଧିକ ରହିବ । କିନ୍ତୁ ଏହା କେତେ ରୋଗ କରାଇବ, କେତେ ଲୋକ ଡାକ୍ତରଖାନାକୁ ଯିବେ, ତାହା ଜାଣିବା ଲାଗି ଅପେକ୍ଷା କରିବାକୁ ପଡ଼ିବ । ତେଣୁ ଯେଉଁମାନଙ୍କ ଠାରେ ଥଣ୍ଡା, ଜ୍ୱର, କାଶ ହେଉଛି, ସେମାନେ କୋଭିଡ ପରୀକ୍ଷା କରାଇନେବା ଉଚିତ । ଏବେ ଜନସ୍ୱାସ୍ଥ୍ୟ ପଦକ୍ଷେପ ତୁଳନାରେ ଜନ ସହଭାଗିତା ଅଧିକ ଦରକାର । ଲୋକ ଅଧିକ ସଚେତନ ହେବାକୁ ପଡ଼ିବ । ତେଣୁ ଶ୍ରାବଣୀ ମେଳାରେ କାଉଡ଼ିଆମାନେ ଧର୍ମ କରନ୍ତୁ, ଯାତ୍ରା କରନ୍ତୁ, କିନ୍ତୁ କୋଭିଡ ନିୟମ ପାଳନ କରନ୍ତୁ । ସେମାନେ ମାସ୍କ ପିନ୍ଧନ୍ତୁ । ଦଳ ଦଳ ହୋଇ ନଚାଲି ଦୂରତା ରକ୍ଷା କରି ଯାଆନ୍ତୁ । ମନ୍ଦିରରେ ମଧ୍ୟ ଲାଇନରେ ଦୂରତା ରଖନ୍ତୁ ।

କାଶୀପୁରରେ ଝାଡ଼ାବାନ୍ତିରେ 5 ଜଣଙ୍କ ମୃତ୍ୟୁ ପ୍ରସଙ୍ଗ…

ପ୍ରଭାବିତ ଗାଁରେ ଏବେ ସ୍ୱାସ୍ଥ୍ୟ ଟିମ କ୍ୟାମ୍ପ କରି ରହିଛି । 3ଟି ମେଡିକାଲ ଦଳ ଗାଁ ଗାଁ ବୁଲୁଛନ୍ତି । ଆଖ ପାଖ ଗାଁରେ ସଚେତନତା କାର୍ଯ୍ୟକ୍ରମ ଚାଲିଛି । ଜଳଉତ୍ସ ଗୁଡ଼ିକୁ ବିଶୋଧନ କରାଯାଉଛି । ଯେଉଁମାନେ ଆକ୍ରାନ୍ତ ସେମାନଙ୍କୁ ମେଡିକାଲକୁ ସିଫ୍ଟ କରାଯାଉଛି । ସେମାନଙ୍କର ଚିକିତ୍ସା କରାଯାଉଛି । ଜିଲ୍ଲାପାଳ ଓ CDMO ସେ ଅଞ୍ଚଳ ବୁଲିବାକୁ ଆଜି ଯାଉଛନ୍ତି । ଭୁବନଶ୍ୱରରୁ ସ୍ୱାସ୍ଥ୍ୟ ବିଭାଗର ଏକ ମେଡିକାଲ ଟିମ ମଧ୍ୟ ପଠାଯାଇଛି । ଖୁବଶୀଘ୍ର ସ୍ଥିତି ନିୟନ୍ତ୍ରଣକୁ ଆସିଯିବ ।

ଡାକ୍ତର ନିରଞ୍ଜନ ମିଶ୍ର, ଜନସ୍ୱାସ୍ଥ୍ୟ ନିର୍ଦେଶକ

18 ତାରିଖରୁ ଆରମ୍ଭ ହେଉଥିବା ସଂସଦ ଅଧିବେଶନ ପ୍ରସଙ୍ଗ…

() ରାଜ୍ୟସଭାରେ କିଏ ବିଜେଡ଼ି ସଂସଦୀୟ ଦଳର ନେତା ହେବେ ସେ ନେଇ ମୁଖ୍ୟମନ୍ତ୍ରୀ ନିଷ୍ପତି ନେବେ । ସଂସଦରେ ପୂର୍ବରୁ ଯେଉଁ ସବୁ ପ୍ରସଙ୍ଗ ଉଠି ଆସିଛି, ସେ ସବୁ ପ୍ରସଙ୍ଗ ଉଠିବ । ତା ଛଡା କେଉଁ ସବୁ ପ୍ରସଙ୍ଗରେ ବିଜେଡ଼ିର ସ୍ୱରକୁ ଅଧିକ ଶାଣିତ କରିବାର ଅଛି ସେ ନେଇ ମୁଖ୍ୟମନ୍ତ୍ରୀ ଆଜି ନିର୍ଦ୍ଦେଶ ଦେବେ । ଏହାସହ ଯେଉଁ ସବୁ ପ୍ରସଙ୍ଗ ଉପରେ କେନ୍ଦ୍ର ସରକାର କର୍ଣ୍ଣପାତ କରିନାହାନ୍ତି ତାହା ଉପରେ ଆଜି ମୁଖ୍ୟମନ୍ତ୍ରୀ ଦିଗଦର୍ଶନ ଦେବେ ।

 

ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗ…

ରାଷ୍ଟ୍ରପତି ନିର୍ବାଚନର ପ୍ରକ୍ରିୟା ବିଷୟରେ ଦ୍ରୌପଦୀ ମୁର୍ମୁଙ୍କ ସହ ଓଡିଶା ଆସିଥିବା କେନ୍ଦ୍ରୀୟ ନେତା ମାନେ ବୁଝାଇଛନ୍ତି । ସାଂସଦ ମାନେ ଦିଲ୍ଲୀ ଗଲେ ପୁଣି ଥରେ ପ୍ରାକ୍ଟିସ କରିବେ । ସହଜ ପ୍ରକ୍ରିୟା ରହିଛି । ତାକୁ କେମିତି ସଠିକ ଭାବେ କରାଯିବ ସେ ନେଇ ଆଲୋଚନା ହେବ । ଭୁବନେଶ୍ୱର ଓ ଦିଲ୍ଲୀ ଦୁଇଟି ସ୍ଥାନରେ ଭୋଟ ଦେବାର ବ୍ୟବସ୍ଥା ଅଛି । କିନ୍ତୁ 18 ତାରିଖରୁ ସଂସଦ ଅଧିବେଶନ ଆରମ୍ଭ ହେଉଥିବାରୁ ଯେଉଁ ସାଂସଦ ମାନେ ସେଠାରେ ଥିବେ ସେମାନେ ଦିଲ୍ଲୀରେ ଭୋଟ ଦେବେ । ତଥାପି ଯେଉଁମାନେ ରହି ଯାଇଥିବେ ସେମାନଙ୍କୁ ବିଧାନସଭାରେ ଭୋଟ ଦେବା ପାଇଁ କୌଣସି ବାଧା ନାହିଁ ।

ଅମର ପଟ୍ଟନାୟକ, ବିଜେଡି ସାଂସଦ

ଶୂନ୍ୟକାଳରେ ଉଠିଲା ପ୍ରଶ୍ନ ପତ୍ର ଲିକ ଘଟଣା….

() ଶୂନ୍ୟକାଳରେ ଉଠିଲା ସମ୍ବଲପୁର ବିଶ୍ଵବିଦ୍ୟାଳୟ ରୁ ପ୍ରଶ୍ନ ପତ୍ର ଲିକ ଘଟଣା।ରାଜ୍ୟ ସରକାର କହୁଛନ୍ତି ଆମେ ସବୁ ଥୀରେ ବିଶ୍ବସ୍ତରୀୟ,କିନ୍ତୁ ବାସ୍ତବ ରେ ଶିକ୍ଷା କ୍ଷେତ୍ରରେ କଣ ହେଉଛି ?ନା ଆମ ଶିକ୍ଷା ମନ୍ତ୍ରୀ ମାନେ ଶିକ୍ଷକ ମାନଙ୍କୁ ଛାତ୍ର ମାନଙ୍କୁ ପାସ କରାଇ ବିଶ୍ବସ୍ତରୀୟ କରିବାକୁ ଚାହୁଛନ୍ତି।ଯାହା ପାଇଁ ଏ ଭଳି ହୁଏତ ଅନେକ ଘଟଣା ଘଟିଥିବା କିନ୍ତୁ ସାମ୍ନାକୁ ଆସୁନି।ଏବେ ଏବେ ଦଶମ ପରୀକ୍ଷା ଫଳ ବାହାରିଛି କିନ୍ତୁ କୋଉ ସ୍କୁଲ ଉତିର୍ନ ହୋଇଛନ୍ତି କହିବେ କି ମନ୍ତ୍ରୀ ମହୋଦୟ।ସମ୍ବଲପୁର ବିଶ୍ଵବିଦ୍ୟାଳୟ ଘଟଣା ରେ ଦୁଇ ସନ୍ଦିଗ୍ଧ ଅଧ୍ୟାପକ ଲିକ୍ ଘଟଣା ରେ ସମ୍ପୁକ୍ତୁ ଥିବା ସାମ୍ନା କୁ ଆସିଛି।ତେବେ କଣ ହେଉଥିବ ସେହି ପିଲା ଙ୍କ ଭବିଶ୍ୟତ। ଏ ଗୃହ ରୁ ପୂର୍ବରୁ ମଧ୍ୟ ନଜିର ଅଛି ଯେ ଜଣେ ମନ୍ତ୍ରୀ ଙ୍କ ପୁଅକୁ ପାସ କରାଇବା ପାଇଁ କଣ କରିଥିଲେ ଏ ସରକାର।ତେବେ ଏବେ ସମୟ ଆସିଛି ଯେଉଁମାନେ ଏ ଭଳି ଘଟଣା ଘଟୋଉଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ଏ ପ୍ରସଙ୍ଗରେ ଗୃହରେ ମନ୍ତ୍ରୀ ଉତ୍ତର ରଖନ୍ତୁ ବୋଲି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଦାବୀ କରିଛନ୍ତି।

ପର୍ଯ୍ୟଟନ ସ୍ଥଳୀ ର ବିକାଶ ପାଇଁ ଗୁରୁତ୍ବ ଦେଉଛନ୍ତି ସରକାର….

() ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ପର୍ଯ୍ୟଟନ ସ୍ଥଳୀ ର ବିକାଶ ପାଇଁ ସରକାର ଗୁରୁତ୍ବ ଦେଉଛନ୍ତି । ପ୍ରାଥମିକତା ଭିତ୍ତି ରେ ବଲାଙ୍ଗୀର ଜିଲ୍ଲାରେ ଥିବା ଭୀମ ପାହାଡ , ରାଣୀ ଝରିଆଲ , ହରିଶଙ୍କର ପର୍ଯଟନ ସ୍ଥଳ ର ବିକାଶ କରାଯିବ । ସ୍ଥିତି ଅନୁଧ୍ୟାନ ପରେ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ପର୍ଯଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର । ଆଜି ପ୍ରଶ୍ନ କାଳ ରେ ବିଧାୟକ ଧୁର୍ବ ଚରଣ ସାହୁଙ୍କ ମୂଳ ପ୍ରଶ୍ନ ଓ ବିଧାୟକ ନରସିଂହ ମିଶ୍ର ଙ୍କ ଅତିରିକ୍ତ ପ୍ରଶ୍ନ ର ଉତ୍ତର ରଖି ବିଭାଗୀୟ ମନ୍ତ୍ରୀ କହିଛନ୍ତି , ୨୦୧୬ ପର୍ଯଟନ ନୀତି ଅନୁଯାୟୀ ରାଜ୍ୟ ସରକାର ପର୍ଯ୍ୟଟନ ସ୍ଥଳୀ ଗୁଡିକ ର ଭିତ୍ତି ଭୂମି ର ବିକାଶ ଜାରି ରଖିଛନ୍ତି । ହୋଟେଲ , ଷ୍ଟାର ହୋଟେଲ, ମୌଜ ପ୍ରମୋଦ ଉଦ୍ଦ୍ୟାନ , ଖୋଲିବା ପାଇଁ ପଦକ୍ଷେପ ନିଆଯାଉଛି । ସେହିପରି କୋରାପୁଟ ଜିଲ୍ଲାର ଦେଓମାଳୀ , ଗୁପ୍ତେଶ୍ୱର ଓ ମାଛକୁଣ୍ଡ କୁ ପର୍ଯ୍ୟଟକ ସ୍ଥଳୀ କୁ ଘୋଷଣା କରାଯାଇଛି । ହେଲେ ଏଠାରେ ଟଙ୍କା ଟିଏ ମଧ୍ୟ ଖର୍ଚ୍ଚ କରାଯାଉନଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। ସେପଟେ ମନ୍ତ୍ରୀ ତାଙ୍କ ଉତ୍ତର ରେ କହିଛନ୍ତି, ଏହି ପ୍ରସଙ୍ଗରେ ଅନୁଧ୍ୟାନ ପରେ ପଦକ୍ଷେପ ନିଆଯିବ।

ସ୍କୁଲ ରୂପାନ୍ତି କରଣ କୁ ନେ଼ଇ ଅଭିଯୋଗ ଆଣିଲେ ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ମାଝି..

() ରୁପନ୍ତି କରଣ ନା ରେ କେବଳ ଆଇ ୱାସ ଚାଲିଛି।ପୁରୁଣା କାନ୍ଥରେ ନୂଆ ରଙ୍ଗ ଦିଆଯାଇଛି।ସ୍କୁଲ ରେ ଶିକ୍ଷକ ନାହାନ୍ତି, କହି ବିରୋଧୀ ସରକାରଙ୍କୁ କରିଛନ୍ତି ଟାର୍ଗେଟ।ବିଭିନ୍ନ ସ୍କୁଲ ର ବିଭିନ୍ନ ପଦ ପଦବୀରେ 61ହଜାର 836ଟି ପଦବୀ ଖାଲି ପଡ଼ିଛି।29%ସ୍କୁଲ ରେ ବିଜୁଳି ନାହିଁ,6%ସ୍କୁଲରେ ନେଟ ସେବା ନାହିଁ।ରାଜ୍ୟର 298ସ୍କୁଲର 5874ଟି ଶ୍ରେଣୀ ଗୃହ ଜରାଜୀର୍ଣ୍ଣ ଅବସ୍ଥା ରେ ରହିଛି।5ଟି ରୁପାନ୍ତିକରଣ ହାଇସ୍କୁଲ ରେ ଅଷ୍ଟମ,ନବମ ଓ ଦଶମ ସ୍କୁଲ ପାଇଁ ଶିକ୍ଷକ ନହାନ୍ତି ଏପରିକି ଅନେକ ସ୍କୁଲରେ ପୁରୁଣା କାନ୍ଥରେ ରଙ୍ଗ ମରାଯାଇଛି ଓ ପୁରୁଣା ସାଇକେଲ ଷ୍ଟାଣ୍ଡ କୁ ନୂଆ ରଙ୍ଗ ଦେବା ସହ ପୁରୁଣା ଟାଇଲରେ ରଙ୍ଗୀନ କରାଯାଇ ନୂଆ ବୋଲି ଦର୍ଶା ଯାଇଛି।ସାମାନ୍ୟ କାଳ ବୈଶାଖୀ ରେ ଭିତ୍ତି ଭୂମି ମାଟି ରେ ଲୋଟି ପଡ଼ିଛି। ଏଥୀରୁ ପ୍ରମାଣିତ ହେଉଛି କି 5ଟି ସ୍କୁଲ କେତେ ଗୁଣାତ୍ମକ ରେ ହୋଇଛି। ଠିକାଡଦାର୍ ମାନେ କେବଳ ନିର୍ମମର କାର୍ଯ୍ୟ କରିଦେଇ ବାବୁ ମାନଙ୍କୁ ଭାଗ ଦେଇ ଅର୍ଥ କୁ ଆତ୍ମସାତ କରିଥିବା ମୁଲତବୀ ପ୍ରସ୍ତାବ ରେ ଭାଗ ନେଇ ଏଭଳି ଅଭିଯୋଗ ଆଣିଛନ୍ତି ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ମାଝି।

ପୁରୀରେ ପ୍ରତିଷ୍ଠା ହେବ ବିଜ୍ଞାନ ଓ ପ୍ଲାନେଟୋରିଅମ…

() ପୁରୀ ଠାରେ ଜିଲ୍ଲା ବିଜ୍ଞାନ ଓ ପ୍ଲାନେଟୋରିଅମ କେନ୍ଦ୍ର ପ୍ରତିଷ୍ଠା ହେବ। ସେଠାରେ ଜଗନ୍ନାଥ ସଂସ୍କୃତି ର ସମସ୍ତ ତଥ୍ୟ ସ୍ଥାନ ପାଇବ।

ଭୁବନେଶ୍ୱରରେ ହେବ ସାଇନ୍ସ ସିଟି।କଲିକତାରେ ଥିବା ସାଇନ୍ସ ସିଟି ଭଳି ଏହା ପ୍ରତିଷ୍ଠା କରାଯିବ।ଏଥିପାଇଁ ରାଜ୍ୟ ସରକାର 30ଏକର ଜମି ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଅନୁମୋଦନ କରିଛନ୍ତି।

ସାତକୋଶିଆ ଅଂଚଳରେ ଜାତୀୟ ସ୍ତରର ଆଞ୍ଚଳିକ ସାତକୋଶିଆ ବାୟ ସ୍ପିୟର ମୁଜି୍ୟୁମ ହେବ ବୋଲି ବିଜ୍ଞାନ ଓ କାରିଗରୀ ମନ୍ତୀ ଅଶୋକ ପଣ୍ଡା ବିଧାନସଭା ରେ ଉତ୍ତର ରଖି କହିଛନ୍ତି।

ବିଧାନସଭା ପ୍ରଶ୍ନକାଳରେ OTM ପୁନରୁଦ୍ଧାର ପ୍ରସଙ୍ଗ…

() ବିଧାନସଭା ପ୍ରଶ୍ନକାଳରେ OTM ପୁନରୁଦ୍ଧାର ପ୍ରସଙ୍ଗ ଉଠିଲା। କଟକ ଚୌଦ୍ୱାର ବିଧାୟକ ସୌଭିକ୍ ବିଶ୍ଵାଳ ପ୍ରସଙ୍ଗ ଉଠାଇ କହିଛନ୍ତି କୋର୍ଟଙ୍କ ନିର୍ଦ୍ଦେଶ ନେଇ OTM ଜମି ନିଲାମ ହୋଇପାରିବନି। OTM ପୁନରୁଦ୍ଧାର ନେଇ ସରକାର ଯେଉଁ ପଦକ୍ଷେପ ନେଉଛନ୍ତି ତାର status କଣ? ଚଳିତ ମାସ ୨୧ ତରିଖ ରେ ହାଇ କୋର୍ଟ ରେ ଶୁଣାଣୀ ଅଛି। ଏହା ପୂର୍ବରୁ ସମସ୍ତ ନଥିପତ୍ର ପ୍ରସ୍ତୁତ କରି ଦାଖଲ କରିବାକୁ ବିଧାୟକ ପ୍ରସ୍ତାବ ଦେଇଛନ୍ତି।

ଅନ୍ୟପଟେ OTM କୁ ପୁନରୁଦ୍ଧାର ଲାଗି ସରକାର ପ୍ରତିଶ୍ରୁତି ବଦ୍ଧ ବୋଲି ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁ ଅବଗତ କରିଛନ୍ତି। ୩୭୨୦ ଜଣଙ୍କୁ ସ୍ଵେଚ୍ଛାକୃତ ଅବସର ଦିଆଯାଇ ୨୧୬୩ କୋଟି ଟଙ୍କାର ସହାୟତା ରାଶି ଦିଆଯାଇଛି।

ଖଦୀ ବୋର୍ଡକୁ ୩ବର୍ଷର ଅନୁଦାନ ଦେଇ ନାହିଁ କେନ୍ଦ୍ର ସରକାର…

() ଖଦୀ ବୋର୍ଡକୁ ୩ବର୍ଷରେ କୌଣସି ଅନୁଦାନ ଦେଇନାହାନ୍ତି କେନ୍ଦ୍ର ସରକାର l ରାଜ୍ୟ ସରକାର ସବୁ ଅନୁଦାନ ଦେଉଛନ୍ତି l ୨କୋଟି ଟଙ୍କା ପୂର୍ବ ପାଣ୍ଠି ଘୋଷଣା ଅନୁସାରେ ଯୋଗାଇ ଦେଇଛନ୍ତି l ଏହି ଅନୁଦାନ ଦ୍ଵାରା ୨୧ଗୋଟି ଖଦୀ ସମିତି ଉପକୃତ ହୋଇଛନ୍ତି l ଯେଉଁଥିରେ କର୍ମଚାରୀଙ୍କୁ ଦରମା,ତାଲିମ ଦିଆଯାଇଛି l

ଚମକୁଛି ବିଦ୍ୟାଳୟ…

() ମୁଲତବୀ ପ୍ରସ୍ତାବ ଉପରେ ମନ୍ତ୍ରୀ ଉତ୍ତରରେ କହିଛନ୍ତି ରାଜ୍ୟରେ ସ୍କୁଲ ଭିତ୍ତିଭୂମିର ବିକାଶ ଓ ଉନ୍ନତି କାରଣ ପାଇଁ ବର୍ତ୍ତମାନ ସୁଦ୍ଧା 3,12,482 ସ୍କୁଲରେ ଭିତ୍ତିଭୂମି ନିମନ୍ତେ 6,267,38 ଲକ୍ଷ 57 ହଜାର ଟଙ୍କାର ବ୍ୟବସ୍ଥା କରାଯାଇଛି। ଚଳିତ ଆର୍ଥିକ ବର୍ଷରେ 12466 ଟି ସ୍କୁଲ ପାଇଁ 319 କୋଟି 16 ଲକ୍ଷ 58 ହଜାର ଟଙ୍କା ମଞ୍ଜୁରୀ ଲାଭ କରିଛି। 1867ଟି ପ୍ରାଥମିକ ବିଦ୍ୟାଳୟରେ ଭିତ୍ତିଭୂମି ର ବିକାଶ ଲାଗି 14ଲକ୍ଷ79ହଜାର କୋଟିଟଙ୍କା ବେ ବରାଦ କରାଯାଇଛି। 512 ଉଚ୍ଚ ବିଦ୍ୟାଳୟରେ ଅତିରିକ୍ତ ଶ୍ରେଣୀ ଗୃହ ଲାଇବ୍ରେରୀ ସାଇନ୍ସ ଲାଵ, ଶୌଚା ଳୟ , ବିଦ୍ୟୁତ କରଣ ଓ ଆସବାଵ ପତ୍ର ପାଇଁ 432କୋଟି 8ଲକ୍ଷ 81 ହଜାର ଟଙ୍କା ପ୍ରଦାନ କରାଯାଇଛି। ଦ୍ଵିତୀୟ ପର୍ଯୟରେ 8ଟି ବ୍ଲକର 1ହଜାର146ଟି ଉଚ୍ଚ ବିଦ୍ୟାଳୟକୁ ରୂପାନ୍ତରିତ କରିବା ପାଇଁ687 କୋଟି 60 ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଡ୍ରପ ଆଉଟ ରୋକିବା ପାଇଁ ସରକାର ସ୍ମାର୍ଟ ସ୍କୁଲ ସହିତ ଅନ୍ୟନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। 24 ଜିଲ୍ଲାରେ 3051 ଟି ସ୍କୁଲ କୁ ମୋ ସ୍କୁଲ ଜରିଆରେ 14ଶହ28 କୋଟି ଟଙ୍କାର ପାଣ୍ଠି ଯୋଗାଇ ଦିଆଯାଇଛି। ଖାଲିପଡିଥିବା ଶିକ୍ଷକ ପଦବୀ ପାଇଁ ନିଯୁକ୍ତି ପକ୍ରିୟା ଜରିହିଛି। ଏପଟେ ସର୍ବଶିକ୍ଷା ଅଭିଯାନରେ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ପାଇଁ କେନ୍ଦ୍ର ସରକାର ଅର୍ଥ ଦେଉନାହାନ୍ତି ମନ୍ତ୍ରୀ କହିଥିବା ବେଳେ ଜାତୀୟ ସର୍ବେକ୍ଷଣ ରିପୋର୍ଟ ଅନୁଯାୟୀ ଶିକ୍ଷା କ୍ଷେତ୍ରରେ ଓଡିଶା ର ଅଗ୍ରଗତି ଜାତୀୟ ହାର ଠାରୁ ଯଥେଷ୍ଟ ଅଧିକ ବୋଲି ମୁଲତବୀ ଉତ୍ତରେ କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ।

Follow us

20,832FansLike
0FollowersFollow
14,700SubscribersSubscribe

Latest news