ଆଜି ରାଜ୍ୟ କ୍ୟାବିନେଟ୍: ୧୨ରୁ ଅଧିକ ପ୍ରସ୍ତାବ ଉପରେ ବାଜିପାରେ ମୋହର

() ଆଜି ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ଏଜେଣ୍ଡା ଉପରେ କ୍ୟାବିନେଟ ମୋହର ବାଜିପାରେ । ଲୋକସେବା ଭବନରେ ସକାଳ ୧୦ଟାରେ ବୈଠକ ବସିବ । ବିଧାନସଭା ମୌସୁମୀ ଅଧିବେଶନ ଜାରି ରହିଥିବାରୁ କ୍ୟାବିନେଟ ନିଷ୍ପତ୍ତି ସାର୍ବଜନୀନ କରାଯିବ ନାହିଁ ।

ମୌସୁମୀ ଅଧିବେଶନର ଦଶମ ଦିନ….

() ଆଜି ବିଧାନସଭା ମୌସୁମୀ ଅଧିବେଶନର ଦଶମ ଦିନ । ପ୍ରଶ୍ନକାଳରେ ପଞ୍ଚାୟତିରାଜ ବିଭାଗ, ପାନୀୟ ଜଳ ଯୋଗାଣ, ଗ୍ରାମ୍ୟ ଉନ୍ନୟନ, ନଗର ଉନ୍ନୟନ, ଜଙ୍ଗଲ ପରିବେଶ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଓ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗର ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ରହିଛି । ଏହା ପରେ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇପାରେ । ଅପରାହ୍ନ ଅଧିବେଶନରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଓ ସମବାୟ ବଭାଗର ଖର୍ଚ୍ଚ ଦାବି ବିଷୟରେ ଆଲୋଚନା ହେବ । ଖାଦ୍ୟ ସୁରକ୍ଷା ଆଇନ ଲାଗୁ କରିବାରେ ଓଡ଼ିଶା ସାରା ବିଶ୍ବକୁ ବାଟ ଦେଖାଇଛି । ଯେଉଁଥିପାଇଁ ନିକଟରେ କେନ୍ଦ୍ର ସରକାର ଓଡ଼ିଶାକୁ ଏକ ନମ୍ବର ରାଜ୍ୟ ଭାବେ ପୁରସ୍କୃତ କରିଛନ୍ତି । ଖର୍ଚ୍ଚ ଦାବି ଆଲୋଚନା ବେଳେ ଏଭଳି ଅନେକ ସଫଳତା କଥା ଉଠିପାରେ ।

ମୁହଁ ଖୋଲିଲେ ବିଜୟ ଶଙ୍କର….

() ମୁହଁ ଖୋଲିଲେ ବିଧାୟକ ବିଜୟ ଶଙ୍କର। କ୍ରାଇମବ୍ରାଞ୍ଚ ତଦନ୍ତକୁ ସାମ୍ନା କରିବାକୁ ମୁଁ ପ୍ରସ୍ତୁତ। ମୋ ନାଁରେ ଯେଉଁ ଅଭିଯୋଗ ଆସିଛି ତାହା ଭିତ୍ତିହୀନ। ଷଡ଼ଯନ୍ତ୍ର ହୋଇଛି ମୋ ବିରୋଧରେ। ତଦନ୍ତ କରିବା ପରେ ସତ୍ୟାସତ୍ୟ ସାମ୍ନାକୁ ଆସିବ। ଏ ଯାଏଁ ମୋତେ ନୋଟିସ ଆସିନି କ୍ରାଇମବ୍ରାଞ୍ଚରୁ। ନୋଟିସ ଆସିଲେ ମୁଁ ତଦନ୍ତର ସାମ୍ନା କରିବି। ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ପ୍ରତିକ୍ରିୟା।

ବିଜୟ ଶଙ୍କର ଦାସ,ତିର୍ତ୍ତୋଲ ବିଧାୟକ

ଗୃହରେ ଉତ୍ତର ରଖିଲେ : ମନ୍ତ୍ରୀ ନିରଞ୍ଜନ ପୂଜାରୀ

() କାଶିପୁର ଝାଡ଼ା ବାନ୍ତି ଘଟଣା ରେ ଗୃହରେ ଉତ୍ତର ରଖିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ।ଦୂଷିତ ପାଣି ଏ ଭଳି ଘଟିଛି।ସ୍ଵତନ୍ତ୍ର ଟିମ କାଶିପୁର ରେ ମୁତୟନ ହୋଇଛନ୍ତି।ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅଞ୍ଚଳରୁ ୯ଟି ପାଣି ନମୁନା ଆଣିଥିବା ବେଳେ ୩ଟି ନମୁନା ରେ ରୋଗ ବ୍ୟାପିଥିବା ଜଣାପଡିଛି।ଘରେ ଘରେ ସଚେତନ କରାଯାଉଛି। ଟିକିରି PHC,କାଶିପୁର ଓ ରାୟଗଡ଼ା DHC ଏବଂ ସହିଦ ଲକ୍ଷ୍ମଣ ନାୟକ ହସ୍ପିଟାଲ୍ ରେ ସମସ୍ତ ଙ୍କ ର ଚିକିତ୍ସା ଜାରି ରହିଛି। ୯୭%ଲୋକେ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ଅଛନ୍ତି।

ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ନେଇ ବିଧାସଭାରେ ଉଦ୍ବେଗ…

() ରାଜ୍ୟରେ ସ୍ୱାସ୍ଥ୍ୟ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ନେଇ ବିଧାସଭାରେ ଉଦ୍ବେଗ ପ୍ରଶ୍ନ କାଳରେ ଉଭୟ ଶାସକ ଓ ବିରୋଧି କଲେ ଉତ୍ବେଗ ପ୍ରକାଶ । କେବେ ସୁଦ୍ଧା ସ୍ୱାସ୍ଥ୍ୟ ବିଶ୍ଵ ବିଦ୍ୟାଳୟ କାର୍ଯ୍ୟ କ୍ଷମ ହେବ ସେ ନେଇ ମନ୍ତ୍ରୀ ଙ୍କୁ ମାଗିଲେ ଉତ୍ତର । ସେପଟେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଖୁବ୍ ଶୀଘ୍ର ହେବ ଉତ୍ତର ରଖିବାକୁ ନେଇ ଅସନ୍ତୋଷ ବ୍ୟକ୍ତ କଲେ ଉଭୟ ଶାସକ ଓ ବିରୋଧି। ଏବଂ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଦିଗରେ ମନମୁଖୀ ପାଇଁ ଲୋକେ ଆମ ମାନଙ୍କୁ ଅସହ୍ୟ ମଣିଲେଣି।ତେଣୁ ଏଦିଗରେ ସରକାର ଆଉ ମିଛ ନକହି ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଗ୍ରସର ହୁଅନ୍ତୁ ବୋଲି ସଦସ୍ୟ ଦାବି କରିଛନ୍ତି।

ଉତ୍ତରରେ ମନ୍ତ୍ରୀ ନବ ଦାସ ପୁଣି ସେହି ଖୁବ ଶୀଘ୍ର ଶେଷ ହେବା କଥା ବାରମ୍ବାର ଦୋହୋରାଇ ପ୍ରସଙ୍ଗ ରୁ ଏଡାଇ ଯାଇଛନ୍ତି।

ମୋକିମ ନିଆରା: ପାଟି ନୁହେଁ, ମାଟି ବଡ଼…

() ରାଷ୍ଟ୍ରପତି ନିର୍ବାଚନରେ ଚର୍ଚ୍ଚାକୁ ଆସିଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ l ନିଜ ମନ୍ କହିଲା ମାଟିର ଝିଅଙ୍କୁ ଭୋଟ ଦେଲି l ପାର୍ଟି ଠାରୁ ମାଟି ବଡ , ବିବେକ ଅନୁସାରେ ଓଡିଶାର ମହିଳା ରାଷ୍ଟ୍ରପତି ପ୍ରାର୍ଥୀ । ଦ୍ରୌପଦୀ ମୁର୍ମୁଙ୍କୁ ଦେଲି ଭୋଟ । ଦଳରେ ଏହାକୁ ନେଇ ନାହିଁ କୌଣସି ଦ୍ବନ୍ଦ୍ବ । ରାଷ୍ଟ୍ରପତି ନିର୍ବାତନ ଏକ ଗୁରୁତ୍ବପୁର୍ଣ୍ଣ ନିର୍ବାଚନ ହୋଇଥିବାରୁ ମୁଁ ମୋ ବିବେକ ଅନୁସାରେ ଭୋଟ ଦେଇଛି ବୋଲି କହିଛନ୍ତି କଂଗ୍ରେସରେ ବାରବାଟୀ ବିଧାୟକ ମହମ୍ମଦ ମୋକିମ । ଦଳୀୟ ପ୍ରାର୍ଥୀ ବଦଳରେ ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ମୁଁ ମନସ୍ଥ କଲି ବୋଲି ମୋକିମ କହିଛନ୍ତି । କାରଣ ଓଡିଶାର ଜଣେ ଆଦିବାସୀ ନେତ୍ରୀ ଭାରତର ଶୀର୍ଷ ଆସନରେ ବସିବେ ଏହା ପ୍ରତ୍ୟକ ଓଡିଆଙ୍କ ଗର୍ବ ତେଣୁ ମୁଁ କିଛି ଭୁଲ କରିନାହିଁ ଓ ଦଳ ବି ଏଥିପାଇଁ କିଛି ଭୁଲ ଭାବିବ ନାହିଁ ବୋଲି ସେ କହିଛନ୍ତି । ଦଳ ପକ୍ଷରୁ ଯଦି ମୋ ଭୋଟ ନେଇ କୌଣସି ପ୍ରଶ୍ନ ଉଠେ ମୁଁ ଉତ୍ତର ଦେବାକୁ ପ୍ରସ୍ତୁତ । କାରଣ ନିର୍ବାଚନରେ ଦଳୀୟ ହୁଇପ ଲାଗୁ ହୁଏନି । ପିସିସବିରୋଧି ଦଳର ମିଳିତ ପ୍ରାର୍ଥୀ ଜଶଓ୍ବନ୍ତ ସିହ୍ନାଙ୍କୁ ଭୋଟ ଦେବା ପାଇଁ କଂଗ୍ରେସ ନିଷ୍ପତ୍ତି ନେଇଥିଲା । ସେହି ଅନୁସାରେ ଏକାସାଙ୍ଗରେ ଆସି କଂଗ୍ରେସର ସମସ୍ତ ବିଧାୟକ ଭୋଟ ଦେଇଥିଲେ । ହେଲେ ମହମ୍ମଦ ମୋକିମ ଜଶଓ୍ବନ୍ତ ସିହ୍ନାଙ୍କୁ ଭୋଟ ନଦେଇ ଦେଇଥିଲେ ଦ୍ରୌପଦୀ ମୁର୍ମୁଙ୍କୁ । ମୋକିମଙ୍କ ଏଭଳି କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରିଥିଲେ ଦଳୀୟ ବିଧାୟକ ମାନେ । ବିରୋଧୀ ପ୍ରାର୍ଥୀଙ୍କୁ ଭୋଟ ଦେବା ଦୁର୍ଭାଗ୍ୟ ଜନକ ଓ ଦୁଖଃଦାୟକ ବୋଲି ଦଳୀୟ ବିଧାୟକ ମାନେ କହିଥିଲେ । ସଙ୍ଗେସଙ୍ଗେ ଦଳୀୟ ହାଇକମାଣ୍ଡଙ୍କୁ ଏ ବିଷୟରେ ଜଣାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଅନ୍ୟପଟେ ମୋକିମଙ୍କ ବିରୋଧରେ ଅସନ୍ତୋଷ ଝାଡିଥିଲେ ଦଳୀୟ ନେତା । ରାଷ୍ଟ୍ରପତି ନିର୍ବାଚନ ମତ ଦାନରୁ କଂଗ୍ରେସର ଗୋଷ୍ଠୀ ବିବାଦ ଜଳଜଳ କରି ପଦାକୁ ଦିଶୁଛି । ୯ ଜଣ ବିଧାୟକ ଏକଜୁଟ ନାହାନ୍ତି ଏକଥା ମଧ୍ୟ ସ୍ପଷ୍ଟ ପ୍ରମାଣିତ ହୋଇଛି । ତେଣୁ ମୋକିମଙ୍କ ବିରୋଧରେ ଦଳ କାର୍ଯ୍ୟନୁଷ୍ଠାନ ନେବ ନା ବିକଳ୍ପ ପନ୍ଥା ଗ୍ରହଣ କରିବ କି ?

ଗୃହରେ GST ଝଡ଼: କଂଗ୍ରେସ ଟାର୍ଗେଟରେ କେନ୍ଦ୍ର…

() ପ୍ରଶ୍ନଠୁ ଆରମ୍ଭ କରି ଶୂନ୍ୟକାଳ ଯାଏ ଗୋଟିଏ କଥା ଚୁଡ଼ା, ମୁଢ଼ି,ଉଖୁଡା ଓ ଦହି ଭଳି ସାମଗ୍ରୀକୁ GSTରୁ ଦିଅ ବାଦ। ଦାବିରେ ଅଟଳ ରହି ଗୃହ ମଧ୍ୟ ଭାଗରେ କଂଗ୍ରେସ ସଦସ୍ୟ ଙ୍କ ସହ ସ୍ଵାଧୀନ ସଦସ୍ୟ କରିଥିଲେ ହଟଗୋଳ ।ଯାହା ପାଇଁ ଗୃହ କୁ ମୁଲତବୀ କରିବାକୁ ପଡ଼ିଥିଲା ବାଚସ୍ପତି ଙ୍କୁ।ପ୍ରଶ୍ନ କାଳରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଏହାକୁ ଉଠାଇ ରାଜ୍ୟ ସରକାର ଙ୍କ କରିଥିଲେ ଟାର୍ଗେଟ।ଯଦି କେନ୍ଦ୍ର ସରକାର GST ଲାଗୁକରୁଛନ୍ତି, ତେବେ ରାଜ୍ୟ ସରକାର ଏହି GST ଲାଗୁକୁ ଓଡିଶାରୁ ଉଚ୍ଛେଦ କରନ୍ତୁ। ଯଦି ସରକାର ରାଜ୍ୟରେ ଲାଗୁକରିବେ ତେବେ ନିଜ ସେହି GSTକୁ ବହନ କରନ୍ତୁ। ଶୂନ୍ୟକାଳ ରେ କଂଗ୍ରେସ ସଦସ୍ୟ ଗୃହମଧ୍ୟ ଭାଗକୁ ଯାଇ ହଟଗୋଳ କରି GST ଉଚ୍ଛେଦ କୁ ନେଇ ପ୍ରତିବାଦ କରିଥିଲେ।GST ଲାଗୁ ବିରୋଧରେ ବିଜେଡିର ବରିଷ୍ଟ ବିଧାୟକ ଅମର ଶତପଥୀ ମଧ୍ୟ ଉଚ୍ଛେଦ ଦାବିରେ ଶୂନ୍ୟ କାଳରେ ଅଡିଧରି ଥିଲେ ।ଚୁଡ଼ା, ମୁଢ଼ି,ଉଖୁଡା ଓ ଦହି ଭଳି ସାମଗ୍ରୀରେ GST ଲଗାଇବା ଅତ୍ୟନ୍ତ ଦୃଭାଗ୍ୟ ଜନକ ବିଷୟ । ଏହା ମୌଳିକ ଖାଦ୍ୟ ହୋଇଥିବାରୁ ଏହି ସବୁ ଖାଦ୍ୟ ପଦାର୍ଥରେ GST ନ ଲାଗିବା ଉଚିତ୍।GST କାଉନସିଲ୍ ପୁନର୍ବାର ବଡି ଏ ନିଷ୍ପତି ଉପରେ ଅନୁଧ୍ୟାନ କରନ୍ତୁ ବୋଲି ବିଜେଡି ବିଧାୟକ ଦିବ୍ୟସଙ୍କର କହିଛନ୍ତି। ବିଜେପି କହିଛି ଏ ପଦକ୍ଷେପ କୁ ଭଲ ଭାବରେ ନ ବୁଝି ରାଜନୀତିକରଣ କରିବା ଉଚିତ୍ ନୁହେଁ।ଏହାକୁ ପ୍ରଥମେ ଅନୁଧ୍ୟାନ କରନ୍ତୁ ।ରାଜ୍ୟ ସରକାର ଙ୍କୁ GST ଲାଗୁକୁ ନେଇ ସରକାର ଙ୍କ ଆଭିମୁଖ୍ୟ କୁ ଗୃହରେ ସଦସ୍ୟ ଉଠାଇଥିବା ବେଳେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି, ଯେ GST ଉପରେ ରାଜ୍ୟ ସରକାର କିଛି କରିପାରିବେ ନାହିଁ। ଏବଂ ଏହି GST କେବଳ କମ୍ପାନୀ ମାନଙ୍କରେ ହେଉଥିବା ପକେଟ୍ ଉପରେ ଲାଗୁହେବ । ଗ୍ରାମାଂଚଳ ରେ ବିକ୍ରି ହେଉଥିବା ଖୁଚୁରା ବ୍ୟବସାୟ କିମ୍ବା ଗ୍ରାହକ ଙ୍କ ଉପରେ ଏହାର ପ୍ରଭାବ ପଡିବନି।ଓଡ଼ିଶାରୁ ଚୁଡ଼ା, ମୁଢ଼ି,ଉଖୁଡା ଓ ଦହି ଭଳି ସାମଗ୍ରୀରୁ ବାଦ ପଡୁ GST। ଦାବିରେ ହୁଲୁ ସ୍ତୁଲୁ ହେଲା ଗୃହ।ହେଲେ ସମୟ କହିବ ସରକାରଙ୍କ ଆଭିମୁଖ୍ୟ କଣ ରହୁଛି ଏହା ଉପରେ।

ଗରିବଙ୍କ ଉପରେ ମୋଦି ସରକାର ଦାଉ ସାଧୁଛନ୍ତି କାହିଁକି – ଶରତ ପଟ୍ଟନାୟକ..

() ଚୁଡ଼ା, ମୂଢ଼ି ଓ ଗୁଡ଼ ଆଦି ଦ୍ରବ୍ୟ ଉପରେ ଜିଏଷ୍ଟି ଲାଗୁ ନିଷ୍ପତି ରାଜ୍ୟ ଜନସାଧାରଣଙ୍କ ସ୍ୱାର୍ଥରେ କି ବୋଲି ପ୍ରଶ୍ନ କରିଛି କଂଗ୍ରେସ ।

ସାଧାରଣ ଜନତାଙ୍କ ସ୍ୱାର୍ଥ ବିରୋଧି ଜିଏଷ୍ଟି ନିଷ୍ପତି ଅବିଳମ୍ବେ ପ୍ରତ୍ୟାହାର କର – ଶରତ ପଟ୍ଟନାୟକ।

 ଗରିବଙ୍କ ଉପରେ ମୋଦି ସରକାର ଦାଉ ସାଧୁଛନ୍ତି କାହିଁକି – ଶରତ ପଟ୍ଟନାୟକ।

{} ଗତ ଜୁନ ୨୮ ଓ ୨୯ ତାରିଖ ଚଣ୍ଡିଗଡ଼ ଠାରେ ଦୁଇଦିନିଆ ଜିଏଷ୍ଟି କାଉନସିଂଲର ୪୭ତମ ବୈଠକରେ ଚୁଡ଼ା, ମୂଢ଼ି, ଗୁଡ଼, ଦହି, ଖଇ ଓ ଉଖୁଡ଼ା ଆଦି ଅତ୍ୟାବଶକୀୟ ଖାଦ୍ୟ ସାମଗ୍ରୀ ଉପରେ ୫% ହାରରେ ଜିଏଷ୍ଟି ଲାଗୁ କରିବା ନିଷ୍ପତି ଏକ ହତଭାଗ୍ୟ ନିଷ୍ପତି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ କହିଛନ୍ତି । ଶ୍ରୀ ପଟ୍ଟନାୟକ ସାମ୍ବାଦିକ ମାନଙ୍କୁ ସମ୍ବୋର୍ଦ୍ଧିତ କରି କହିଥିଲେ ଯେ ଓଡ଼ିଶାର ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ ଏବଂ କେନ୍ଦୁଝର ଜିଲ୍ଲାରେ ମୁଢ଼ି ବିନା ଜୀବନ ଦୁର୍ବିସହ । କିନ୍ତୁ ଆସନ୍ତା କାଲି ପାଖରୁ ଏହି ଅଣବ୍ରାଣ୍ଡ ପ୍ୟାକେଟ ଦ୍ୱାରା ବିକ୍ରି ହେଉଥିବା ମୁଢ଼ି, ଗୁଡ଼, ଚୁଡ଼ା, ଦହି, ଖଇ ଓ ଉଖୁଡ଼ା ଆଦି ଉପରେ ୫% ଜିଏଷ୍ଟି ଲାଗୁ ହେବ । ଦୀର୍ଘ ୮ବର୍ଷ କାଳ ଧରି କେବଳ ଘୁଣ୍ୟ ରାଜନୀତିରେ ଲିପ୍ତ ରହିବା ଛଡ଼ା ଭାରତବର୍ଷର ଅର୍ଥନୀତିକୁ ସଂପୂର୍ଣ୍ଣରୂପେ ଅଣଦେଖା କରିବା ଓ ଭୁଲ ଅର୍ଥନୈତିକ ନିଷ୍ପତି ଯୋଗୁଁ ଆଜି ଭାରତ ବର୍ଷର ଅର୍ଥନୀତି ସଂପୂର୍ଣ୍ଣ ରୂପେ ରସାତଳଗାମୀ । ମୋଦି ସରକାର କେବଳ ମନ୍ଦିର, ମସ୍‌ଜିଦ, ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ, ଇଡି, ଇନକମଟେକ୍ସ ଭିତରେ ସୀମାବଦ୍ଧ ହୋଇ ରାଜନୀତି କରୁଛନ୍ତି । ଓଡ଼ିଶାର ସାଧାରଣ ଜୀବନରେ ଏ ସମସ୍ତ ଖାଦ୍ୟଦ୍ରବ୍ୟ ଅତ୍ୟାବଶ୍ୟକ ଅଟେ । ଏ ସବୁ ଉପରେ କର ଆଦାୟ କରିବା କିଭଳି ଭାବରେ ଗରିବ ଲୋକଙ୍କ ଉପରୁ ଜୋର ଜବରଦସ୍ତ କରି କର ଆଦାୟ କରି ହେବ ଏହାହିଁ ପ୍ରମାଣିତ କରୁଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ବିଜୁ ଜନତା ଦଳର ଅର୍ଥମନ୍ତ୍ରୀ ସେ ମିଟିଂରେ ଉପସ୍ଥିତ ଥାଇ ମଧ୍ୟ ଏ ବାବଦରେ ଥରୁଟିଏ ବିରୋଧ କରି ନାହାନ୍ତି କାହିଁକି ? କ’ଣ ଏହା ରାଜ୍ୟର ଜନସାଧାରଙ୍କ ସ୍ୱାର୍ଥ ବିରୋଧି କି ନୁହେଁ ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି । ଏଥିରୁ ଏହା ବୁଝାପଡ଼ୁଛି ରାଜ୍ୟ ସରକାର ଜିଏଷ୍ଟି କାଉନସିଲର ଏ ନିଷ୍ପତିକୁ ସମ୍ମତି ଜଣାଇଛି । ଗୋଟେ ଗଣତାନ୍ତ୍ରିକ ସରକାର ଜନସାଧାରଣଙ୍କ ପରିସ୍ଥିତିକୁ ଦେଖି କର ଆଦାୟ କରିଥାଏ । କିନ୍ତୁ ଏବେ ସରକାର ଅଧିକରୁ ଅଧିକ କିଭଳି କର ଆଦାୟ କରାଯିବ ସେଥିପାଇଁ ଅଧିକ ତତ୍ପରତା ଦେଖାଉଛନ୍ତି । ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ ପଂଚାନନ କାନୁନଗୋ ତଥା ବରିଷ୍ଠ କଂଗ୍ରେସ ନେତା ସାମ୍ବାଦିକ ମାନଙ୍କୁ ସମ୍ବୋର୍ଦ୍ଧିତ କରି କହିଲେ ୨୦୦୫ ମସିହାରେ ମନମୋହନ ସିଂଙ୍କ ସରକାର ସମୟରେ ୩୭ ଗୋଟି ଦ୍ରବ୍ୟକୁ ଭାଟ ମୁକ୍ତ କରାଯାଇଥିଲା । ଏହିସବୁ ଦ୍ରବ୍ୟ ଗୁଡ଼ିକ ଦହି, ଲସି, ଘୋଳଦହି, କ୍ଷୀର ପ୍ୟାକେଟ, ସ୍ଲେଟ, ପ୍ଲେଟ, ମ୍ୟାପ, ଚୁଡ଼ା, ମୁୂଢ଼ି, ହୁଡ଼ମ, ଖଇ, ଉଖୁଡା, ମୁଆଁ, ଖଲିପତ୍ର, ସବାଇ ଘାସରୁ ପ୍ରସ୍ତୁତ ଦଉଡ଼ି, ଗହମ, ଅଟା, ଲୁଙ୍ଗି, ଗାମୁଛା, ମାଛ, ମାଂସ, ଅଣ୍ଡା ଇତ୍ୟାଦି । କିନ୍ତୁ ଆସନ୍ତା କାଲି ଜୁଲାଇ ୧୮ ତାରିଖ ୨୦୨୨ ମସିହା ପାଖରୁ ପ୍ରାୟ ସବୁ ଦ୍ରବ୍ୟ ଉପରେ ସରକାର ଜିଏଷ୍ଟି ଲାଗୁ କରିସାରିଛନ୍ତି । ଏହି ସବୁ ଦ୍ରବ୍ୟ ମାନଙ୍କରୁ ୫% ରୁ ୧୨ % ପର୍ଯ୍ୟନ୍ତ ଜିଏଷ୍ଟି ଆଦାୟ କରୁଛନ୍ତି । ୨୦୧୭ ମସିହା ଜିଏଷ୍ଟିକୁ ଲାଗୁ କରିବା ପାଇଁ ସେଂଟ୍ରାଲ ହଲରେ ଯେଉଁ ଐତିହାସିକ ମଧ୍ୟରାତ୍ରୀ ମିଂଟି ହୋଇଥିଲା ସେଇ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ବୋଧନ ଦେଲାବେଳେ ବାରମ୍ବାର ଗୋଟିଏ କଥାକୁ ଦୋହରାଉଥିଲେ ଯେ ଜିଏଷ୍ଟି ସାଧାରଣ ଲୋକଙ୍କ ସ୍ୱାର୍ଥ, ରାଜ୍ୟର ସ୍ୱାର୍ଥ ପାଇଁ, ଦେଶର ସ୍ୱାର୍ଥ ପାଇଁ ଓ ସର୍ବୋପରି ଦେଶର ଖାଉଟିଙ୍କ ପାଇଁ । ଏହାଦ୍ୱାରା ଜିନିଷ ପତ୍ରର ଦରଦାମ ବହୁ ମାତ୍ରାରେ କମିଯିବ ଓ ସାଧାରଣ ଜନତା ଏହାର ବହୁ ସୁଫଳ ପାଇବେ କିନ୍ତୁ ସତ୍ୟ କ’ଣ? ଖାଲି ସେତିକି ନୁହେଁ ପାଖାପାଖି ୬ଥର କହିଥିଲେ ଯେ ଜିଏଷ୍ଟି ଦ୍ୱାରା ରାଜ୍ୟ ମାନଙ୍କର ଅର୍ଥନୈତିକ ସ୍ୱାଧୀନତା କ୍ଷେତ୍ରରେ ଏହା କୌଣସି ଅନ୍ତରାୟ ସୃଷ୍ଟି କରିବ ନାହିଁ ଏବଂ ପାଖାପାଖି ୨୭ ଥରରୁ ଅଧିକ ଏହାର ସୁଫଳ ଜନସାଧାରଣ ପାଇବେ ବୋଲି କହିଥିଲେ । ଏକ ରାଷ୍ଟ୍ର ଏକ ଟ୍ୟାକ୍ସ ବୋଲି କହିଥିଲେ । କିନ୍ତୁ ଜିଏଷ୍ଟି ଲାଗୁ ହେବା ଠାରୁ ୫ଟି ସ୍ଲାବରେ କର ଆଦାୟ କରାଯାଉଛି । ଶ୍ରୀ କାନୁନଗୋ କହିଲେ ଯେ କଂଗ୍ରେସ ସରକାର ସମୟରେ କୋଇଲା ଉପରେ ଟନ ପିଛା ୧୦୦ ଟଙ୍କାର ସେସ ବସୁଥିଲା ବେଳେ ଏବେ ୪ ଶହ ଟାଙ୍କାରୁ ଅଧିକ ସେସ ମୋଦି ସରକାର ଆଦାୟ କରୁଛି । ଖାଲି ସେତିକି ନୁହେଁ ପାଖାପାଖି ୨୪ ପ୍ରକାରର ସେସ୍ କେନ୍ଦ୍ର ଆଦାୟ କରୁଛି । ଯେଉଁଥିରୁକି ରାଜ୍ୟ ଓଡ଼ିଶା ସରକାର ଏକ ଟଙ୍କାର ଭାଗ ପାଉନାହାନ୍ତି । କିନ୍ତୁ ଓଡ଼ିଶା ସରକାର ସଂପୂର୍ଣ୍ଣ ନୀରବ ପ୍ରତିବାଦର ସ୍ୱର ନାହିଁ । ଏବେ ପର୍ଯ୍ୟନ୍ତ ରାଜ୍ୟର ୮ ହଜାର କୋଟି ଟଙ୍କାର ଜିଏଷ୍ଟି ବାବଦ ଅର୍ଥ କେନ୍ଦ୍ର ଦେଇ ନାହିଁ । ଏ ବାବଦରେ ଥରୁଟିଏ ନା ମୁଖ୍ୟମନ୍ତ୍ରୀ ନା ଅର୍ଥମନ୍ତ୍ରୀ କୁଆଡ଼େ ମୁହଁ ଖୋଲି ନାହାନ୍ତି । ବିଜେପି ବିଜେଡ଼ି ଉଭୟ ଏକ ରାଜନୈତିକ ଦଳ ଚିନ୍ତା ଓ ଚେତନା । ଓଡ଼ିଶାର ଜନସାଧାରଙ୍କ ଦୁଃଖ, ସମସ୍ୟା ତାଙ୍କ ପାଇଁ ପ୍ରାଥମିକତା ନୁହେଁ । ରାଜନୈତିକ ନାଟକବାଜି କରିବା ତାଙ୍କର ଏକମାତ୍ର ଉଦ୍ଦେଶ୍ୟ । ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଶ୍ରୀ ଗଣେଶ୍ୱର ବେହେରା ସାମ୍ବାଦିକ ମାନଙ୍କୁ ସମ୍ବୋର୍ଦ୍ଧିତ କରି କହିଲେ ଯେ ସବକା ସାଥ ଡିଣ୍ଡିମ ପିଟୁଥିବା ସରକାର ସମସ୍ତଙ୍କ ସାଥିରେ ନାହାଁନ୍ତି । ମୋଦି ସରକାର କେବଳ ଧନୀକ ଶ୍ରେଣୀର ସାଂଗରେ ଅଛନ୍ତି । ୫% ଜିଏଷ୍ଟି ଅଟା, ଚୁଡ଼ା, ଦହି, ଲହୁଣି, ଗୁଡ଼ ଓ ଖଇ ଉପରେ ଯେତେବେଳେ ଲଗାଯାଇ ପାରୁଛି କିନ୍ତୁ ସେହି ସମୟରେ ଜୁଆଖେଳ, ଘୋଡ଼ାଦୌଡ଼ ପ୍ରତିଯୋଗିତା ଏବଂ ଲଟେରି ଉପରେ ଜିଏଷ୍ଟି ଟିକସ ବସାଇବା ନିଷ୍ପତି ନେଇପାରୁ ନାହିଁ । କିନ୍ତୁ ଗରିବଙ୍କ ଉପରେ ଜିଏଷ୍ଟି ଲଗାଇବା ନିଷ୍ପତି ଅତିଶୀଘ୍ର ନେଇପାରୁଛି । ଲଗାତାର ଭାବରେ ଖାଉଟି ସୂଚକାଙ୍କ ମୂଲ୍ୟ ଅହେତକୁ ବୃଦ୍ଧି ସତ୍ୱେ ମୁଦ୍ରା ସ୍ପିତି ୭%ରୁ ଅଧିକ ଥିଲା ବେଳେ ଏହି ନିଷ୍ପତି କାହା ସ୍ୱାର୍ଥରେ ବୋଲି ପଚାରିଛନ୍ତି । ଯଦି ଏହି ନିଷ୍ପତିକୁ କେନ୍ଦ୍ର ସରକାର ଅତିଶୀଘ୍ର ପ୍ରତ୍ୟାହାର ନକରନ୍ତି ତାହାହେଲେ କଂଗ୍ରେସ ସାରା ରାଜ୍ୟରେ ଏହା ବିରୋଧରେ ଜନଆନ୍ଦୋଳନ କରିବ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ରଜନୀ କୁମାର ମହାନ୍ତି, ଅମୀୟ ପାଣ୍ଡବ ଓ ଗଣମାଧ୍ୟମ ସଂଯୋଜକ ଶ୍ରୀ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।

ଶୁଭେଚ୍ଛା ବାର୍ତା…

() ଶୁଭେଚ୍ଛା ବାର୍ତା କୌଣସି ସ୍ୱପ୍ନ କେବେ ଯାଦୁବିଦ୍ୟା ଦ୍ୱାରା ସଂପାଦିତ ହୁଏନାହିଁ । ଏଥିପାଇଁ ସ୍ୱେଦ ଲୁହ ଢାଳି ନିଷ୍ଠାର ସହ କଠିନ ପରିଶ୍ରମ କରିବାକୁ ପଡେ । ଏହି ବକ୍ତବ୍ୟ ଆମେରିକାର ପ୍ରାକ୍ତନ ସେକ୍ରେଟାରୀ ଅଫ ଷ୍ଟେଟ, କଲିନ ପାୱେଲ ଙ୍କ ର ।
ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ବିଶ୍ୱବିଦ୍ୟାଳୟର ୨୫ ବର୍ଷ ର ଯାତ୍ରାରେ ଆମର ଅଭିଜ୍ଞତା ସହିତ ପାୱେଲ ଙ୍କ ଉକ୍ତି ର ମେଳ ରହିଛି । ବିଗତ ବର୍ଷ ଗୁଡିକରେ ସୋଆ ଅନେକ ସମସ୍ୟା ଓ ପ୍ରତିବନ୍ଧକର ସମ୍ମୁଖୀନ ହୋଇ ମଧ୍ୟ ଉଭୟ ଶିକ୍ଷା ପ୍ରଦାନ ତଥା ଗବେଷଣା କ୍ଷେତ୍ରରେ ନିରନ୍ତର ଉତ୍କର୍ଷ ପ୍ରତିପାଦନ କରିବା ଦିଗରେ ଅଗ୍ରସର ହୋଇଚାଲିଛି । ନିକଟରେ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁସନାଲ୍ ର‌୍ୟାଙ୍କି ଫ୍ରେମ୍‌ୱର୍କ ବା ଏନଆଇଆରଏଫ୍ ର ବିଶ୍ୱବିଦ୍ୟାଳୟ ଉତ୍କର୍ଷ ତାଲିକାରେ ସୋଆ ୧୬ ତମ ସ୍ଥାନରେ ସ୍ଥାନୀତ ହେବା ବିଶ୍ୱବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ, ଗବେଷକ ଓ କର୍ମଚାରୀ ମାନଙ୍କର ନିଷ୍ଠା ଓ କଠିନ ପରିଶ୍ରମର ଫଳ ।
ଏଥି ସହିତ ୟୁନିଭର୍ସିଟି ଗ୍ରାଣ୍ଡସ କମିଶନ ଦ୍ୱାରା ସୋଆକୁ କ୍ୟାଟେଗୋରୀ ୧ ଡିମ୍‌ଡ ବିଶ୍ୱବିଦ୍ୟାଳୟ ଭାବେ ମାନ୍ୟତା ମିଳିଥିବାରୁ ଏହା ବିଶ୍ୱବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକ୍ରମକୁ ବିକଶିତ କରିବା ନିମନ୍ତେ ସହାୟକ ହେବ । ସୋଆର ସ୍ଥାପନା ଦିବସ ଅବସର ରେ ମୁଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି ଓ ଯେଉଁମାନଙ୍କ ନିରବିଚ୍ଛନ୍ନ ପରିଶ୍ରମ ଓ ଅବଦାନ ବିଶ୍ୱବିଦ୍ୟାଳୟ କୁ ଏହି ଉପଲବ୍ଧି ଆଣି ଦେଇଛି ସେମାନଙ୍କୁ ଅନ୍ତର ର କୃତଜ୍ଞତା ଜଣାଏ । ଆମର ଯାତ୍ରା କେବଳ ଆରମ୍ଭ ହୋଇଛି ଓ ଆଗକୁ ଅନେକ ପଥ ବାକି ରହିଛି । ମୋର ବିଶ୍ୱାସ ସୋଆର ସମସ୍ତ ଶୁଭାକାଂକ୍ଷୀ ମାନଙ୍କ ସହଯୋଗରେ ବିଶ୍ୱବିଦ୍ୟାଳୟ ତାର ଲକ୍ଷ୍ୟ ସ୍ଥଳରେ ପହଂଚି ପାରିବ । ପ୍ରଫେସର (ଡ଼ଃ ) ମନୋଜରଞ୍ଜନ ନାୟକ ପ୍ରତିଷ୍ଠାତା ସଭାପତି, ସୋଆ

ବିଧାୟକ ଙ୍କ ନାମରେ ଫେକ୍ ଆଇଡି…

() ବିଧାୟକ ଙ୍କ ନାମରେ ଫେକ୍ ଆଇଡି କରି ଅର୍ଥ ଆତ୍ମସାତ ଘଟଣା।ବିଧାୟକ ନୃସିଂହ ଚରଣ ସାହୁ ଏ ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି।ତିନି ଦିନ ବିତିଯାଇଥିଲେ ମଧ୍ୟ ସେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନାହିଁ। ତେଣୁ ଶୂନ୍ୟ କାଳ କାର୍ଯ୍ୟାନୁଷ୍ଠାନ ନେଇ ଦାବୀ କଲେ ବିଧାୟକ।

Follow us

20,832FansLike
0FollowersFollow
14,700SubscribersSubscribe

Latest news