()ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ବିଳମ୍ବ ନେଇ ଗୃହରେ ଆଲୋଚନା ବେଳେ ଗୃହରେ ଉଠିଲା ପିଇବା ପାଣି ପ୍ରସଙ୍ଗ । ଖରାଦିନେ ପିଇବା ପାଣିର ସମସ୍ୟା ନେଇ ଗୃହରେ ଉଦବେଗ । ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟ ଏହି ପ୍ରସଙ୍ଗ ଉଠାଇବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି । ଖରାଦିନେ ପିଇବା ପାଣିର ଘୋର ସଙ୍କଟ ଦେଖା ଦେଇଛି । କଂଗ୍ରେସ ବିଧାୟକ ନରସିଂହ ମିଶ୍ର, ତାରା ପ୍ରସାଦ ବାହିନୀପତି ଉଠାଇଛନ୍ତି । ମେଗା ପାଇପ ପାଣି ପହଂଚିବା ପର୍ଯ୍ୟନ୍ତ କେଉଁ ବ୍ୟବସ୍ଥା ସରକାର କରୁଛନ୍ତି ବୋଲି ଗୃହରେ ପ୍ରଶ୍ନ କଲେ ଶାସକ ଦଳ ବିଧାୟକ ପ୍ରଦୀପ ଅମାତ । ଯଦି ନ ହୋଇଛି ତେବେ ଟିୟୁବଲ ଯୋଗେ ପାଣି ଯୋଗାଈ ବାକୁ ଗୃହରେ ରଖିଲେ ଦାବି । ସମସ୍ତ ଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ରାଜ୍ୟ ସରକାରଙ୍କ ଦାୟିତ୍ୱ । ମାତ୍ର 22 ବର୍ଷ ଭିତରେ 9 ଗୋଟି ପାନୀୟ ଜଳ ପ୍ରକଳ୍ପ ହୋଇ ପାରିଛି ବୋଲି ସରକାରଙ୍କୁ କଡା ସମାଲୋଚନା କଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ପୁରୁଣା ପ୍ରକଳ୍ପ ସବୁ ଅଚଳ, ବୃହତ ପ୍ରକଳ୍ପ କୁ ଅପେକ୍ଷା କଲେ ଆମେ କରିବୁ କଣ । ତେଣୁ ସରକାର ନିର୍ଦ୍ଦିଷ୍ଟ ଭାବେ ଆମକୁ କୁହନ୍ତୁ କଣ କରୁଛନ୍ତି ବୋଲି କହିଲେ ମୋହନ ମାଝୀ । ସେପଟେ ମନ୍ତ୍ରୀଙ୍କ ଉତର ଚଳିତ ବର୍ଷ ଶେଷ ସୁଦ୍ଧା ରାଜ୍ୟର ସମସ୍ତ ପୌରାଞ୍ଚଳ ରେ ସବୁ ଘରକୁ ପାଇପ ଯୋଗେ ପିଇବା ପାଣି ଯୋଗାଇବେ ସରକାର । 2024 ସୁଦ୍ଧା ରାଜ୍ୟର ସମସ୍ତ ଗ୍ରାମାଞ୍ଚଳରେ ସବୁ ଘରକୁ ପାଇପ ଯୋଗେ ପାଣି ଯୋଗାଇ ଦେବାକୁ ସରକାର ଲକ୍ଷ ରଖିଥିବା କହିଲେ ମନ୍ତ୍ରୀ । ଉଭୟ ଶାସକ ବିରୋଧୀ ମନ୍ତ୍ରୀ ଙ୍କୁ ଘେରିବା ପରେ ମନ୍ତ୍ରୀ କେନ୍ଦ୍ର ଆଡ଼କୁ ଦୋଷ ଠେଲିଲେ । କହିଲେ ଏବେ କାହିଁକି କେନ୍ଦ୍ର ସରକାର ଜଳ ଜୀବନ ମିଶନ ପ୍ରକଳ୍ପ ହାତକୁ ନେଲେ ଆଗରୁ ନଗଣ୍ୟ ଅର୍ଥ ଦେଉଥିଲେ । ଯେଉଁଥି ପାଇଁ ହାତରୁ ଅଧିକ ଅର୍ଥ ବ୍ୟୟ ବରାଦ କରି ପାନୀୟ ଜଳ ଯୋଗାଉ ଥିଲେ ।
ଗୃହରେ ଉଠିଲା ଖଣି ଦୁର୍ନୀତି ପ୍ରସଙ୍ଗ…
() ଗୃହରେ ଉଠିଲା ଖଣି ଦୁର୍ନୀତି ପ୍ରସଙ୍ଗ । 104 ଖଣି ମାଲିକ ଓଡ଼ିଶାର ସମ୍ପତ୍ତି କୁ ହରି ଲୁଟ କରିଛନ୍ତି । ସହସ୍ର ଟ୍ରକ ଖଣିଜ ପଦାର୍ଥ ବାହାର କୁ ଚାଲାଣ କରିଛନ୍ତି । ଏହି କମ୍ପାନୀ ମାନଙ୍କ ବିରୁଦ୍ଧରେ ଆକ୍ସନ ନେବାକୁ ଗୃହରେ ଦାବି କଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନିପତି ।
ବିଧାନସଭାର ଶୁନ୍ୟକାଳରେ ଉଠିଲା ମୁଖ୍ୟମନ୍ତ୍ରୀଙ୍କୁ ଅଫିସର ଭେଟିବା ପ୍ରସଙ୍ଗ…
() ବିଧାନସଭାର ଶୁନ୍ୟକାଳରେ ଉଠିଲା ମୁଖ୍ୟମନ୍ତ୍ରୀଙ୍କୁ ଅଫିସର ଭେଟିବା ପ୍ରସଙ୍ଗ । ପଞ୍ଚାୟତ ପୌର ନିର୍ବାଚନରେ ବିଜେଡିର ବିଜୟ ପରେ ମୁଖ୍ୟମନ୍ତ୍ରୀଙ୍କୁ ଅଫିସର ମାନେ ଭେଟିବା କୁ ନେଇ ଆପତ୍ତି ଉଠାଇ ଲେ ବିରୋଧୀ ଦଳ ମୁଖ୍ୟ ସଚେତକ । ଏହା ଗଣତନ୍ତ୍ର ପ୍ରତି ବିପଦ । ଡିଜି ଯାଇଥିଲେ ଭେଟି ଶୁଭେଚ୍ଛା ଜଣାଇବାକୁ ମାତ୍ର ରାଜନୈତିକ ହିଂସା ଏପଟେ ଚରମ ସୀମା ରେ ପହଁଚିଛି । ସରକାର ଯିଏ ଆସନ୍ତୁ ନା କାହିଁକି ନିରପେକ୍ଷତା ଅବଲମ୍ବନ କରିବା ସରକାରୀ ଅଧିକାରୀ ମାନଙ୍କର କର୍ତ୍ତବ୍ୟ। ତେଣୁ ଏଭଳି ପ୍ରସଙ୍ଗ ଯେପରି ଆଉ ନ ଆସିବ ସେ ନେଇ ବାଚସ୍ପତି ଏକ ରୁଲିଂ ଦିଅନ୍ତୁ ଦାବି କଲେ ମୋହନ ମାଝୀ ।
ବିଧାନସଭାର ଶୁନ୍ୟକାଳରେ ଉଠିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ..
() ବିଧାନସଭାର ଶୁନ୍ୟକାଳରେ ଉଠିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ । ବିକାଶମୂଳକ କାର୍ଯ୍ୟ କୁ କେହି ବିରୋଧ କରିବେ ନାହିଁ ।ମାତ୍ର ବିକାଶ ନାଁ ରେ ମନ୍ଦିର ପ୍ରତି ବିପଦ ଯଦି ସୃଷ୍ଟି ହେବ ସେଥିପାଇଁ ସରକାର ଦାୟୀ ହେବେ । ଭାଇ ବ୍ରେସନ ପାଇଁ ମନ୍ଦିର ରେ ଫାଟ ସୃଷ୍ଟି ହୋଇଛି । ASI ଓ ANM କହିଛନ୍ତି ଆମେ କୌଣସି ପ୍ରକାର ସ୍ଥାୟୀ ନିର୍ମାଣ ପ୍ରକଳ୍ପ ପାଇଁ ଅନୁମତି ଦେଇ ନାହୁଁ । ପ୍ରକୃତରେ ବାସ୍ତବ କଥା କଣ । ତେଣୁ ବିଧାନସଭାର ଏକ କମିଟି ଗଠନ କରି ପୁରୀ ପଠାଇବା ପାଇଁ ଦାବି କଲେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ । ସେହିପରି ବିଜେପି ବିଧାୟକ ଭାସ୍କର ମଢେଇ ମଧ୍ୟ ବିଧାନସଭା କମିଟି ଗଠନ କରିବାକୁ ଦାବି କଲେ ।
ସେପଟେ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ପ୍ରକୃତରେ ମନ୍ଦିର ପ୍ରତି ବିପଦ ସୃଷ୍ଟି ହୋଇଛି କି ନାହିଁ ଲୋକଙ୍କ ସନ୍ଧେହ ଦୂର କରିବା ସରକାରଙ୍କ ଦାୟିତ୍ୱ । ତେଣୁ ବାଚସ୍ପତି ବିଧାନସଭାର କମିଟି ଗଠନ କରିବା କୁ ରୁଲିଂ ଦାବି କଲେ ନରସିଂହ ।
ଅନ୍ୟପଟେ ଗୃହର ମଧ୍ୟ ଭାଗରେ ବିଜେପିର ସମସ୍ତ ସଦସ୍ୟ ମାନଙ୍କ ପ୍ରତିବାଦ
ଦ୍ୱାଦଶ ପରୀକ୍ଷା ଲାଗି ପ୍ରସ୍ତୁତି ଜାରି ଅଛି…
() ଦ୍ୱାଦଶ ପରୀକ୍ଷା ଲାଗି ପ୍ରସ୍ତୁତି ଜାରି ଅଛି। ବିଜ୍ଞାନ ବିଭାଗ ପିଲାଙ୍କ ପରୀକ୍ଷା ସିଡୁଲରେ କମ ଦିନର ବ୍ୟବଧାନ ଅଛି। ଯେଉଁଥି ଲାଗି ପରୀକ୍ଷାର୍ଥୀ ଙ୍କ ଭିତରେ ଟିକେ ଅସନ୍ତୋଷ ଥିଲା। ପରୀକ୍ଷା କାର୍ଯ୍ୟ ସୂଚୀ ରେ ସାମାନ୍ୟ ପରିବର୍ତ୍ତନ ଲାଗି CHSE କୁ ନିର୍ଦ୍ଦେଶ ଦିଆଯାଇଛି। ଏଥର 1586 କଲେଜର ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ମୋଟ 1148 ଟି ପରୀକ୍ଷା କେନ୍ଦ୍ର ହୋଇଛି। ପୁରା ପରୀକ୍ଷା ସିସିଟିଭି ମନିଟରିଂ ରେ ହେବ।
ସମୀର ରଞ୍ଜନ ଦାଶ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ
ପାନୀୟ ଜଳ ପ୍ରକଳ୍ପକୁ ବିଧାନସଭାରେ ଘମାଘୋଟ ଆଲୋଚନା…
() ବିଧାନସଭାରେ ବୃହତ ପାନୀୟ ଜଳ ପ୍ରକଳ୍ପକୁ ଘମାଘୋଟ ଆଲୋଚନା ହୋଇଛି l ପ୍ରକଳ୍ପ କାମ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାରେ ବିଳମ୍ବ ନେଇ ସରକାରୀ ଦଳ ସଦସ୍ୟ ଓ ବିରୋଧି ଦଳ ସଦସ୍ୟ ମନ୍ତ୍ରୀ ପ୍ରଶ୍ନ କରି ଘେରିଥିଲେ l କୋଭିଡ ଓ ଜମି ଅଧିଗ୍ରହଣ ପାଇଁ କାମ ବିଳମ୍ବ ହେଉଥିବା ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି l ଏଯାଏ 314 ବ୍ଲକରୁ 160 ବ୍ଲକ ରେ 110 ଟି ବୃହତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ଡିସେମ୍ବର 3, 2019 ରେ ମୁଖ୍ୟମନ୍ତ୍ରୀ ଶୁଭ ଦେଇଥିଲେ । ଏହି 110 ଟି ପ୍ରକଳ୍ପ ପାଇଁ 329 କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା । ତାହା ଦୁଇ ବର୍ଷ ଭିତରେ ସମ୍ପୁର୍ଣ୍ଣ ହେବ କଥା । କିନ୍ତୁ 12 ଟି ବ୍ଲକ ର 9 ଗୋଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି । କୋଭିଡ ପାଇଁ ଏହି ପ୍ରକଳ୍ପ ବିଳମ୍ବ ହେଉଥିବା ଦର୍ଶାଇଛନ୍ତି ମନ୍ତ୍ରୀ ପ୍ରତାପ ଜେନା । ଏହି ସବୁ ପ୍ରକଳ୍ପ 15 ଡିସେମ୍ବର 2022 ସୁଦ୍ଧା ଶେଷ କରିବାକୁ ସରକାର ଲକ୍ଷ ରଖିଛନ୍ତି । ଏହି ପ୍ରସଂଗରେ ବିଧାୟକ ଅମର ଶତପଥୀ, ତାରା ପ୍ରସାଦ ବାହିନୀପତି, ନରସିଂହ ମିଶ୍ର ପ୍ରମୁଖ ବିଭିନ୍ନ ଅଭିଯୋଗ କରିଥିଲେ l
ପ୍ରଗତିଶୀଳ ଶିଳ୍ପ ନୀତି ଓ ସ୍ୱଚ୍ଛ ପ୍ରଶାସନିକ ବ୍ୟବସ୍ଥା ନୂଆ ପୁଞ୍ଜିନିବେଶ ପ୍ରସ୍ତାବ ଆକର୍ଷିତ କରିବାରେ ଓଡ଼ିଶା ଆଗୁଆ…
() ଏକକ ବାତାୟନ ମାଧ୍ୟମରେ ୨୦୭୧ କୋଟି ଟଙ୍କାର ୧୨ଟି ନୂଆ ପୁଞ୍ଜିନିବେଶ ପ୍ରକଳ୍ପ ଅନୁମୋଦିତ।
୧୧୦ ଦିନ ମଧ୍ୟରେ ୨୦୩୮୦ ଲୋକଙ୍କ ନିମନ୍ତେ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ୪୦ ପ୍ରକଳ୍ପ ଅନୁମୋଦିତ।
{} ବ୍ୟବସାୟ ଅନୁକୁଳ ବାତାବରଣ, ପ୍ରଗତିଶୀଳ ଶିଳ୍ପ ନୀତି ଓ ସ୍ୱଚ୍ଛ ପ୍ରଶାସନିକ ବ୍ୟବସ୍ଥା ଯୋଗୁ ଓଡ଼ିଶା ନୂଆ ପୁଞ୍ଜିନିବେଶ ପ୍ରସ୍ତାବ ଆକର୍ଷିତ କରିବାରେ ଆଗୁଆ ରାଜ୍ୟ ହୋଇ ରହିଛି । ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ଏକକ ବାତାୟନ(ସିଙ୍ଗିଲ୍ ୱିଣ୍ଡୋ) କମିଟି ବୈଠକରେ ୧୨ ଟି ନୂତନ ପୁଞ୍ଜିନିବେଶ ପ୍ରକଳ୍ପକୁ ନିତୀଗତ ଅନୁମୋଦନ ଦିଆଯାଇଛି । ଏହି ସବୁ ପ୍ରକଳ୍ପ ମାଧ୍ୟମରେ ୨୦୭୧ କୋଟି ଟଙ୍କାର ନୂଆ ପୁଞ୍ଜିନିବେଶ ହେବା ସହ ୩,୫୩୫ ଜଣଙ୍କ ନିମନ୍ତେ ନିଯୁକ୍ତି ସୁଯୋଗ ସୃଷ୍ଟିହେବ ।
ସୂଚନାଯୋଗ୍ୟ ଗତ ୧୧୦ ଦିନ ମଧ୍ୟରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକକ ବାତାୟନ କମିଟି ୪୦ ଟି ପୁଞ୍ଜିନିବେଶ ପ୍ରକଳ୍ପ ଅନୁମୋଦନ କରିଛନ୍ତି । ଫଳରେ ରାଜ୍ୟରେ ୫୮୪୧.୪୦ କୋଟି ଟଙ୍କାର ପୁଞ୍ଜିନିବେଶ ସହ ପ୍ରାୟ ୨୦,୩୮୦ ଲୋକଙ୍କ ପାଇଁ ନୁତନ ନିଯୁକ୍ତି ସୁଯୋଗ ସୃଷ୍ଟି ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି ।
ରାଜ୍ୟ ଲୋକସେବା ଭବନରୁ ଡ଼ିଜିଟାଲ ମୋଡ୍ ରେ ଅନୁଷ୍ଠିତ ଏହି ବୈଠକରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା ପ୍ରକଳ୍ପ ଗୁଡିକର ବୈଷୟିକ, ଆର୍ଥିକ ଏବଂ ଭିତ୍ତିଭୂମି ସଂପର୍କିତ ବିଷୟ ଉପସ୍ଥାପନ ପୂର୍ବକ କହିଥିଲେ ଯେ ପ୍ରକଳ୍ପ ଗୁଡିକ ମୁଖ୍ୟତଃ ପର୍ଯ୍ୟଟନ, ଆତିଥ୍ୟ, ଖାଦ୍ୟ ପ୍ରକ୍ରିୟାକରଣ, ପଶୁପାଳନ, ପଶୁଖାଦ୍ୟ ଉତ୍ପାଦନ, ଲଜିଷ୍ଟିକ୍ ପାର୍କ ଏବଂ ମାନୁଫାକ୍ଚରିଂ ସେକ୍ଟର ଅନ୍ତର୍ଭୁକ୍ତ । ଏସବୁ ପ୍ରକଳ୍ପ ରାଜ୍ୟର ବିଭିନ୍ନ ଅଂଚଳରେ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ଆର୍ଥିକ କାର୍ଯ୍ୟକଳାପ ବୃଦ୍ଧିରେ ସହାୟକ ହେବ ।
ପ୍ରକଳ୍ପ ଗୁଡିକୁ ନୀତିଗତ ଅନୁମୋଦନ ଦେଇ ସେଗୁଡିକର ତ୍ୱରିତ କ୍ଷେତ୍ରାନ୍ୱୟନ ଉପରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଗୁରୁତ୍ୱ ଆରୋପ କରିଥିଲେ । ଏଥି ପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବା ପାଇଁ ଶ୍ରୀ ମହାପାତ୍ର ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ପୂର୍ବରୁ ଅନୁମୋଦିତ ପ୍ରକଳ୍ପ ଗୁଡ଼ିକର ସମୟାନୁବନ୍ଧିତ ନିର୍ମାଣ ଏବଂ ଉତ୍ପାଦନ ଆରମ୍ଭ ଉପରେ ଗୁରୁତ୍ୱ ଆରୋପ କରି ଏହା ଉପରେ ଦୃଷ୍ଟି ରଖିବା ପାଇଁ ମୁଖ୍ୟ ଶାସନ ସଚିବ ଇପିକଲ୍ଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସବୁ ଶିଳ୍ପାନୁଷ୍ଠାନରେ ଓଡ଼ିଶାରୁ କୌଶଳ ପ୍ରାପ୍ତ(ସ୍କିଲ୍ଡ୍ ଇନ୍ ଓଡିଶା) ଯୁବକଯୁବତୀମାନଙ୍କର ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ । ନିର୍ଦ୍ଧାରିତ ମାନକ ଅନୁସାରେ ଶିଳ୍ପ ପାଇଁ ଆବଶ୍ୟକ ଜମି ଓ ଜଳର ବାସ୍ତବ ଅନୁଶୀଳନ କରିବାକୁ ମଧ୍ୟ ଶ୍ରୀ ମହାପାତ୍ର ଇପିକଲ୍ଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ବୈଠକରେ ନୂତନଭାବେ ନିତୀଗତ ଅନୁମୋଦନ ଲାଭ କରିଥିବା ୧୨ଟି ପ୍ରକଳ୍ପ ଗୁଡ଼ିକ ନିମ୍ନ ପ୍ରକାର ।
କଂପାନୀ ପ୍ରସ୍ତାବିତ ପ୍ରକଳ୍ପ ପୁଞ୍ଜୀ(କୋଟିରେ) ନିଯୁକ୍ତି ସୁଯୋଗ(ବ୍ୟକ୍ତି ସଂଙ୍ଖ୍ୟାରେ)
ସ୍ୱସ୍ତି ପ୍ରିମିୟମ୍ ପ୍ରା. ଲିଃ
ଗୋପାଳପୁର ପାମ୍ ରିସୋର୍ଟ
୯୫ ୨୩୦
ପୁଷ୍ପମ୍ ରିଅଲ୍ଟି
ରିସୋର୍ଟ ଏବଂ ସ୍ପା ୟୁନିଟ୍
୬୭.୨୭ ୫୦୦
ଆର୍ଶିବାଦ ଇଞ୍ଜିନିଅରିଂ ଏବଂ କନ୍ଷ୍ଟ୍ରକ୍ସନ୍ ପ୍ରା.ଲିଃ
୫-ଷ୍ଟାର୍ ହୋଟେଲ୍
୫୯.୩୩ ୧୫୧
ଶ୍ରୀ ମେଟାଲିକ୍ସ୍ ଲିଃ
ଆଇରନ୍ ଓର ବେନିଫିକେସନ୍ ଏବଂ ପେଲେଟ୍ ପ୍ଲାଣ୍ଟ୍
୬୫୦ ୭୫୦
ସିଦ୍ଧିରିଦ୍ଧି ଇଣ୍ଟରନ୍ୟାସ୍ନାଲ୍ ପ୍ରା. ଲିଃ ବିଲେଟ୍ ଏବଂ ପେଲେଟ୍ ତିଆରି ପ୍ଲାଣ୍ଟ୍
୩୦୮ ୫୧୬
ପଂଚବଟୀ ଇସ୍ପାତ ଲିଃ ସ୍ପଞ୍ଜ ଆଇରନ୍ ଏବଂ ଷ୍ଟିଲ୍ ବିଲେଟ୍ ପ୍ଲାଣ୍ଟ
୨୦୩ ୨୧୧
ଜେ.କେ ବାଇଓଟେକ୍
ଶସ୍ୟ-ଭିତ୍ତିକ ଇଥାନଲ୍ ପ୍ଲାଣ୍ଟ୍
୨୧୫ ୨୫୦
ଏଲ୍.ଏମ୍.ବି. କନ୍ଗିଓମେରେଟ୍ ପ୍ରା. ଲିଃ ଇଥାନଲ୍ ପ୍ଲାଣ୍ଟ୍
୧୪୮ ୧୧୨
ଉତ୍କଳ ଫିଡ୍ସ୍ ପ୍ରା.ଲିଃ
ହାଚେରୀ, ବ୍ରିଡର ପ୍ୟାରେଣ୍ଟ୍ ଏବଂ ଅଣ୍ଡାଦିଆ କୁକୁଡ଼ା ପ୍ଲାଣ୍ଟ ୫୪.୧୭ ୧୬୫
ସ୍ପିନୋ ପେପର ଏବଂ ବୋର୍ଡ ପ୍ରା.ଲିଃ କ୍ରାଫ୍ଟ୍ କାଗଜ ଏବଂ ଡୁଫ୍ଲେକ୍ସ୍ ବୋର୍ଡ ଉତ୍ପାଦନ ପ୍ଲାଣ୍ଟ୍
୫୬.୧୭ ୨୦୦
ହିନ୍ଦୁସ୍ତାନ୍ ଆକ୍ୱା ପ୍ରା.ଲିଃ
ଲଜିଷ୍ଟିକ୍ ପାର୍କ, ଶୀତଳ-ଶୃଙ୍ଖଳ ଏବଂ ଆମୋଦ କେନ୍ଦ୍ର ୮୦ ୩୦୦
ରାଉରକେଲା ସ୍ପଞ୍ଜ ଏଲ୍.ଏଲ୍.ପି.
ଇଥାନଲ୍ ପ୍ଲାଣ୍ଟ୍
୧୩୫ ୧୫୦
ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ଼ଃ ମୋନା ଶର୍ମା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା, ଇସ୍ପାତ ଓ ଖଣି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଦେଓ ରଂଜନ କୁମାର ସିଂ, ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ, ପଂଚାୟତିରାଜ ଓ ପାନୀୟ ଜଳ ଯୋଗାଣ ପ୍ରମୁଖ ଶାସନ ସଚିବ ଶ୍ରୀ ଅଶୋକ କୁମାର ମୀନା, ଇପିକଲ୍ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭୁପିନ୍ଦର ସିଂ ପୁନିଆଙ୍କ ସମେତ ସଂପୃକ୍ତ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ସପ୍ତମ ବେତନ କମିଶନର ଶେଷ 20 ପ୍ରତିଶତ ବକେୟା ଦେୟ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଦେଇଛନ୍ତି…
{}ସପ୍ତମ ବେତନ କମିଶନର ଶେଷ 20 ପ୍ରତିଶତ ବକେୟା ଦେୟ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଦେଇଛନ୍ତି।
ଏହାଦ୍ବାରା କର୍ମଚାରୀମାନେ ସଂପୂର୍ଣ୍ଣ ବକେୟା ରାଶି ପାଇପାରିବେ।
ପୂର୍ବରୁ ୮୦ ପ୍ରତିଶତ ବକେୟା ପ୍ରଦାନ କରାଯାଇଛି।
ଉପକୃତ ହେବେ ୪ ଲକ୍ଷ କର୍ମଚାରୀ, ୮୫୦ କୋଟି ଟଙ୍କା ବ୍ୟୟ ବରାଦ।
() ସପ୍ତମ ବେତନ କମିଶନ ବାବଦ ଆଉ ୨୦ ପ୍ରତିଶତ ବକେୟା ଅର୍ଥ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ନେଇଛନ୍ତି ।
ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ କ୍ରମେ ଆଜି ଏ ସଂକ୍ରାନ୍ତରେ ସରକାରୀ ଘୋଷଣା ନାମା ପ୍ରକାଶ ପାଇଛି. ଏହାଦ୍ବାରା କର୍ମଚାରୀମାନେ ସପ୍ତମ ବେତନ କମିଶନ ଦରମା ବାବଦ ସଂପୂର୍ଣ୍ଣ ବକେୟା ରାଶି ପାଇପାରିବେ।
ପୂର୍ବରୁ ଏହି ବକେୟାର ୮୦ ପ୍ରତିଶତ ପ୍ରଦାନ କରାଯାଇଛି। ଏହି ନିଷ୍ପତ୍ତି ଦ୍ବାରା ରାଜ୍ୟ ସରକାରଙ୍କ ୪ ଲକ୍ଷ କର୍ମଚାରୀ ଉପକୃତ ହେବେ। ଏଥିପାଇଁ ୨୦୨୧-୨୨ ଅତିରିକ୍ତ ବଜେଟ୍ରେ ୮୫୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। କର୍ମଚାରୀମାନେ ଏହି ବକେୟା ଅର୍ଥ ଚଳିତ ମାର୍ଚ୍ଚ ମାସ ଦରମା ରେ ପାଇପାରିବେ।ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ସପ୍ତମ ବେତନ କମିଶନ ର ସୁପାରିଶକୁ ଗ୍ରହଣ କରି ଏହାକୁ ୨୦୧୬ ଜାନୁଆରୀ ମାସ ଠାରୁ ଲାଗୁ କରିଥିଲେ ଏବଂ ୨୦୧୭ ସେପ୍ଟେମ୍ବର ମାସଠାରୁ ବର୍ଦ୍ଧିତ ଦରମା ପ୍ରଦାନ କରିଥିଲେ। କର୍ମଚାରୀମାନେ ସପ୍ତମ ବେତନ କମିସନ ସୁପାରିଶ ଅନୁଯାୟୀ ଜାନୁଆରୀ ୨୦୧୬ରୁ ଅଗଷ୍ଟ ୨୦୧୭ ମଧ୍ୟରେ 20 ମାସର ବର୍ଦ୍ଧିତ ବକେୟା ଦରମା ବିଭିନ୍ନ କିସ୍ତିରେ ଦେବାକୁ ନିଷ୍ପତ୍ତି ହୋଇଥିଲା। ଏହି ନିଷ୍ପତ୍ତି ଅନୁଯାୟୀ ୨୦୧୭-୧୮ରେ ୪୦ ପ୍ରତିଶତ, ୨୦୧୯-୨୦ରେ ୧୦ ପ୍ରତିଶତ ଓ ୨୦୨୧-୨୨ରେ ୩୦ ପ୍ରତିଶତ ବକେୟା ପ୍ରଦାନ କରାଯାଇଥିଲା।
ସୂଚନାଯୋଗ୍ୟ ଯେ ପେନ୍ସନଭୋଗୀ ମାନେ ମଧ୍ୟ ସେମାନଙ୍କ ଦରମାର ଶତକଡା ୧୦୦ ପ୍ରତିଶତ ପାଇସାରିଛନ୍ତି।
ରାଜ୍ୟର ଶିଳ୍ପର ଅଭିବୃଦ୍ଧିରେ ସାରା ଦେଶରେ ଓଡିଶା ଏକ ନମ୍ବର…
() ଆର୍ଥିକ ପରିଚାଳନା ଠାରୁ ବଜେଟ ମ୍ୟାନେଜମେଣ୍ଟ ଏପରିକି ରାଜ୍ୟର ଶିଳ୍ପର ଅଭିବୃଦ୍ଧିରେ ଓଡିଶା ସାରା ଦେଶରେ ଏକ ନମ୍ବର । ଆର୍ଥିକ ସୁପରିଚାଳନା ଯୋଗୁଁ ଜାତୀୟ ହାର ଠାରୁ ମଧ୍ୟ ରାଜ୍ୟର ଅଭିବୃଦ୍ଧି ହାର ଅଧିକ । ଗତ ୧୦ ବର୍ଷ ଧରି ରାଜ୍ୟର ଅଭିବୃଦ୍ଧି ହାର ହାରାହାରି ୬.୫ ପ୍ରତିଶତ ରହିଥିଲା । ସେହି ସମୟରେ ଜାତୀୟ ଅଭିବୃଦ୍ଧି ହାର ଥିଲା ୫.୩ ପ୍ରତିଶତ । ୨୦୨୦-୨୧ରେ ମହାମାରି ଯୋଗୁଁ ଅର୍ଥନୀତି ପ୍ରଭାବିତ ହୋଇଥିଲା । ତେବେ ଆଗୁଆ ପଦକ୍ଷେପ ଯୋଗୁଁ ୨୦୨୧-୨୨ରେ ରାଜ୍ୟର ଅଭିବୃଦ୍ଧି ହାର ୧୦୧ ପ୍ରତିଶତରେ ପହଁଚିଛି । ଏହି ସମୟରେ ଜାତୀୟ ଅଭିବୃଦ୍ଧି ଥିଲା ୮.୮ ପ୍ରତିଶତ । ଆର୍ଥିକ ପରିଚାଳନା ଆଇନକୁ ଶତ ପ୍ରତିଶତ ଲାଗୁ କରିବାରେ ଓଡିଶା ଦେଶର ଏକମାତ୍ର ରାଜ୍ୟ । ରାଜ୍ୟପାଳଙ୍କ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବର ଉତ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ବଜେଟ ପ୍ରସ୍ତୁତି ଓ ପରିଚଳନାରେ ମଧ୍ୟ ଓଡିଶା ସରକାର ସମ୍ପୁର୍ଣ୍ଣ ସ୍ବଚ୍ଛତା ଅବଲମ୍ବନ କରୁଛନ୍ତି । ସରକାରୀ ପୋର୍ଟାଲରେ ସର୍ବସାଧାରଣଙ୍କ ପାଇଁ ଏହା ଉପଲବ୍ଧ ହେଉଛି । ସେହିଭଳି କୋଭିଡ ପରିଚଳନାରେ ମଧ୍ୟ ସାଧାରଣ ଲୋକଙ୍କ ସହଯୋଗରେ ଓଡିଶା ସାରା ଦେଶ ପାଇଁ ଉଦାହାରଣ ସୃଷ୍ଟି କରିଛି । ଆଗୁଆ ସତର୍କତାମୂଳକ ପଦକ୍ଷେପ ଏବଂ ବ୍ୟାପକ ଟିକାକରଣ ଯୋଗୁଁ କୋଭିଡ ମୁକାବିଲାରେ ରାଜ୍ୟ ସରକାର ସଫଳତା ପାଇଛନ୍ତି । ସ୍ବାସ୍ଥ୍ୟ ସେବାରେ ବୈପ୍ଲବିକ ପରିବର୍ତ୍ତନ ଆଣିଛି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା । ରାଜ୍ୟର ୯୬ ଲକ୍ଷ ୫୦ ହଜାର ପରିବାରର ୩ କୋଟି ୫୦ ଲକ୍ଷ ଲୋକ ଏହି ଯୋଜନାରୁ ଉପକୃତ ହେଉଛନ୍ତି । ଷ୍ଟାଟ ଅପ ର୍ୟାଙ୍କିଙ୍ଗରେ ଓଡିଶା କ୍ରମାଗତ ଭାବେ ୨୦୧୮ ଓ ୨୦୧୯ରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟର ମାନ୍ୟତା ପାଇଥିବା ବେଳେ କ୍ଷୁଦ୍ର, ମଧ୍ୟମ ଓ ଅଣୁ ଶିଳ୍ପର ବିକାଶ ପାଇଁ ରାଜ୍ୟ ସରକାର ପ୍ରତ୍ସାହନ ଯୋଗାଇଦେଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । କୋଭିଡ ମହାମାରି ସତ୍ତ୍ବେ ଓଡିଶା ପୁଂଜିନିବେଶକାରୀଙ୍କ ପ୍ରମୁଖ ଆକର୍ଷଣ । ମହାମାରି ସମୟରେ ରାଜ୍ୟରେ ୪.୪ ଲକ୍ଷ କୋଟି ଟଙ୍କା ପୁଂଜିନିବେଶ ସମ୍ଭବ ହୋଇଛି । ରାଜ୍ୟରେ ପର୍ଯ୍ୟଟନ ପର୍ଯ୍ୟାପ୍ତ ସୁଯୋଗ ରହିଥିବାରୁ ରାଜ୍ୟ ସରକାର ଏହି କ୍ଷେତ୍ରରେ ଅଧିକ ପୁଂଜିନିବେଶ ପାଇଁ ପ୍ରସ୍ତୁତ କରିଛନ୍ତି ଏକ ମାଷ୍ଟର ପ୍ଲାନ । ସେହିପରି ୨୦୨୪ ସୁଦ୍ଧା ରାଜ୍ୟର ପ୍ରତ୍ୟେକ ଗ୍ରାମୀଣ ଘରକୁ ପାଇପ ପାଣି ସଂଯୋଗ କରିବାକୁ ପ୍ରସ୍ତୁତ ହୋଇଛି ୫୦ ହଜାର ୨୬୩ କୋଟି ଟଙ୍କାର ମେଗା ପ୍ରକଳ୍ପ । ରାଜ୍ୟର ପ୍ରତ୍ୟେକ ଚାଷ ଜମିକୁ ଜଳସେଚିତ କରିବାକୁ ଡିପ୍ ବୋରୱେଲ ଓ ପାର୍ବତୀଗିରି ମେଗା ଜଳସେଚନ ପ୍ରକଳ୍ପ ଆରମ୍ଭ ହୋଇଛି । ଚାଷୀ ଓ ଚାଷର ବିକାଶ ପାଇଁ ଚାଷୀଙ୍କୁ ଜାତୀୟ ବଜାର ସହ ସଂଯୋଗ କରାଯାଉଛି । ଏଥିପାଇଁ ଆରମ୍ଭ ହୋଇଛି ଓଡିଶା ଆଗ୍ରୀ କନକ୍ଲେଭ । ଖାଦ୍ୟ ସୁରକ୍ଷା ମିଶନରେ ଓଡିଶା ଦେଶର ବୃହତ ରାଜ୍ୟମାନଙ୍କ ମଧ୍ୟରେ ଚତୁର୍ଥ ସ୍ଥାନରେ ରହିଛି । ଏଥିସହିତ ସମସ୍ତଙ୍କୁ ପକ୍କା ଘର ଯୋଗାଇଦେବାକୁ ମଧ୍ୟ ରାଜ୍ୟ ସରକାର ବଳିଷ୍ଠ ପଦକ୍ଷେପ ନେଇଛନ୍ତି । ଏପରିକି ଘର ମରାମତି ପାଇଁ ମଧ୍ୟ ଲୋକଙ୍କୁ ଆର୍ଥିକ ସହାୟତା ଯୋଗାଇଦିଆଯାଉଛି । ମହିଳା ସଶକ୍ତିକରଣରେ ମଧ୍ୟ ଓଡିଶା ସାରା ଦେଶ ପାଇଁ ଉଦହାରଣ । ମିଶନ ଶକ୍ତି କାର୍ଯ୍ୟକ୍ରମରେ ୭୦ ଲକ୍ଷ ମହିଳାଙ୍କୁ ଆର୍ଥିକ ଓ ସମାଜିକ ସ୍ବାବଲମ୍ବି କରାଯାଇଛି । ଶିକ୍ଷାର ମାନବୃଦ୍ଧି ପାଇଁ ୫T କାର୍ଯ୍ୟକ୍ରମରେ ସ୍କୁଲଗୁଡିକର ରୂପାନ୍ତର କରାଯାଇଛି । ଏଥିସହିତ ସରକାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ ଓ ଇଂଜିନିୟରିଂ କଲେଜରେ ୧୫ ପ୍ରତିଶତ ସ୍ଥାନ ସଂରକ୍ଷଣ କରାଯାଇଛି । କ୍ରିଡାର ବିକାଶରେ ମଧ୍ୟ ଓଡିଶା ସର୍ବଭାରତୀୟ ସ୍ତରରେ ଏକ ନମ୍ବର । ୨୦୨୦ ଟୋକିଓ ଅଲମ୍ପିକ୍ସରେ ଭାରତୀୟ ହକି ଟିମର ଉଲ୍ଲେଖନୀୟ ପ୍ରଦର୍ଶନ ପରେ ଆଗାମୀ ୧୦ ବର୍ଷ ପାଇଁ ଓଡିଶା ହକି ଟିମ୍ ପ୍ରାୟୋଜକ ରହିବ । ସେହିଭଳି ୫T ଓ ମୋ ସରକାର ଅଭିଯାନରେ ସାଧାରଣ ଲୋକଙ୍କୁ ସେବା ଯୋଗାଇ ଦେବାରେ ସ୍ବଚ୍ଛତା ଓ ପ୍ରତିବଦ୍ଧତାକୁ ସର୍ବାଧିକ ଗୁରୁତ୍ବ ଦିଆଯାଉଛି ।
ପୌର ପରିଣାମ ଆମର ଖରାପ ହୋଇଛି, ପରାଜୟ ହୋଇଛି, ସ୍ୱୀକାର କରୁଛି ବୋଲି କହିଲେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ..
() ପୌର ପରିଣାମ ଆମର ଖରାପ ହୋଇଛି, ପରାଜୟ ହୋଇଛି, ସ୍ୱୀକାର କରୁଛି | ଆମ କର୍ମୀଙ୍କୁ ନେଇ ଆମେ ଗର୍ବିତ, ବିଜେପିକୁ ଜିତେଇବା ପାଇଁ ତାଙ୍କର ସାମର୍ଥ୍ୟ ଓ କ୍ଷମତା ଅଛି, କୋଉଠି ନା କୋଉଠି ଆମ ରାଜ୍ୟ ନେତୃତ୍ୱକୁ ସୁଦୃଢ କାରିବାକୁ ପଡିବ, ସଶକ୍ତ ଏବଂ ବଳଶାଳୀ କାରିବାକୁ ପଡିବ | ତୃଣମୂଳରୁ ଉପର ପର୍ଯ୍ୟନ୍ତ ସୁଦୃଢ କାରିବାକୁ ପଡିବ | ଆମ ସମସ୍ତଙ୍କୁ ମିଶି କାମ କାରିବାକୁ ପଡିବ.. ଯଦି ରାଜ୍ୟ ନେତୃତ୍ୱ ସୁଦୃଢ ହୋଇ ନଥାନ୍ତା, ତେବେ ଏ ଭଳି ଅବସ୍ଥା ହୋଇ ନଥାନ୍ତା | ପୋୖରାଞ୍ଚଳ ରେ ଆମେ ବହୁତ କମ ସିଟ ପାଇଲୁ | ଅନ୍ୟ ରାଜନୈତିକ ଦଳକୁ ଦୋଷ ଦେବି ନାହିଁ, ଶାସକ ଦଳ ଅର୍ଥବଳ ବାହୁବଳ ଖର୍ଚ୍ଚ କରିଛି ତଥାପି ମୁଁ କହିବି, ଏହା ଆମର ଦୁର୍ବଳତା, ଏଇଟା ମୁଁ ସ୍ୱୀକାର କରୁଛି |
ଅପରାଜିତା ଷଡ଼ଙ୍ଗୀ, ବିଜେପି ସାଂସଦ