() ବିଧାନ ସଭା ପୂର୍ବରୁ ବସିଥିବା ସର୍ବ ଦଳୀୟ ବୈଠକର ନିଷ୍ପତ୍ତି ହୋଇଥିଲା କୋଭିଡ୍ ନିୟମ ଅନୁସାରେ ପୂର୍ବବତ୍ ଗୃହ ଚାଲିବ। ସୁରକ୍ଷା ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଯେହେତୁ ବଜେଟ ଅଧିବେଶନ କୁ ଆଉ ମାତ୍ର କମ୍ ସମୟ ଅଛି ତେଣୁ ଆଗାମୀ ଅଧିବେସନରେ ସ୍ଥିତି କୁ ଦେଖି ନିଷ୍ପତ୍ତି ନିଆଯିବ ବୋଲି ଗୃହରେ ଘୋଷଣା କଲେ ବାଚସ୍ପତି।
ମୋଦୀଙ୍କ ନାଲି ଆଖିକୁ କଂଗ୍ରେସର ଭୟ ନାହିଁ : ଶରତ ପଟ୍ଟନାୟକ…
() ସୋନିଆ ଗାନ୍ଧୀଙ୍କୁ ନ୍ୟାସନାଲ୍ ହେରାଲ୍ଡ ମାମଲାରେ ଇଡ଼ି ଡାକରା ପ୍ରତିବାଦରେ କଂଗ୍ରେସର ବିଶାଳ ଶକ୍ତି ପ୍ରଦର୍ଶନ।
ମୋଦୀଙ୍କ ନାଲି ଆଖିକୁ କଂଗ୍ରେସର ଭୟ ନାହିଁ : ଶରତ ପଟ୍ଟନାୟକ।
ଗଣତନ୍ତ୍ରରେ ପ୍ରତିହିଂସା ପରାୟଣ ରାଜନୀତିର ସ୍ଥାନ ନାହିଁ : ଶରତ ପଟ୍ଟନାୟକ।
() କେନ୍ଦ୍ର ସରକାରଙ୍କ ପ୍ରବର୍ତନ ନିର୍ଦ୍ଦେଶାଳୟ ଆଜି ଅଖିଳ ଭାରତୀୟ ଜାତୀୟ କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀଙ୍କୁ ଯେଉଁ ନ୍ୟାସନାଲ ହେରାଲ୍ଡ ଖବର କାଗଜର (ମନି ଲଣ୍ଡରିଙ୍ଗ) ମାମଲାରେ ଜେରା କରିବା ପାଇଁ ଯେଉଁ ସମନ ଜାରୀ କରିଛି ତାହା ସଂପୂର୍ଣ୍ଣ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଏବଂ ପ୍ରତିହିଂସା ପରାୟଣ ରାଜନୀତିର ଏକ ସ୍ପଷ୍ଟ ଉଦାହାରଣ । ଦୀର୍ଘ ୮ ବର୍ଷ ଧରି ନରେନ୍ଦ୍ର ମୋଦୀ ସରକାର ଭାରତ ବର୍ଷର ସମ୍ବିଧାନ, ସାମ୍ବାଧାନିକ ଅନୁଷ୍ଠାନ ଏବଂ ସମସ୍ତ ନିରପକ୍ଷେ ତଦନ୍ତକାରୀ ସଂସ୍ଥାମାନଙ୍କୁ ନିଜ ଇଙ୍ଗିତରେ ପରିଚାଳିତ କରୁଛନ୍ତି । ଏପରିକି ଭାରତ ବର୍ଷର ବିଚାରଳୟ ମଧ୍ୟ ଏଥିରୁ ନିସ୍ତାର ପାଉନାହିଁ । ସଂପୂର୍ଣ୍ଣ ଏକ ମିଛ ମାମଲାରେ ଗାନ୍ଧୀ ନେହୁରୁ ପରିବାରକୁ ମଦନାମ କରିବା ଉଦ୍ଦେଶ୍ୟରେ ଶ୍ରୀଯୁକ୍ତ ରାହୁଲ ଗାନ୍ଧୀ ଏବଂ ଶ୍ରୀମତୀ ସୋନିଆ ଗାନ୍ଧୀଙ୍କୁ ଇଡ଼ି ସମନ ଜାରି କରୁଛି ଜେରା କରିବା ପାଇଁ । ତଦ୍ୱାରା ନରେନ୍ଦ୍ର ମୋଦୀଙ୍କର ଏହା ଏକ ଅପଚେଷ୍ଟା । ଆଜି ଇଡ଼ିର ସୋନିଆ ଗାନ୍ଧୀଙ୍କୁ ଜେରା କରିବା ପାଇଁ ଡାକରାକୁ ପ୍ରତିବାଦ କରି ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ସମସ୍ତ ବିଧାୟକ, ପୂର୍ବତନ ମନ୍ତ୍ରୀ, ବରିଷ୍ଠ କଂଗ୍ରେସ ନେତୃବର୍ଗ, ଯୁବ, ଛାତ୍ର ଓ ମହିଳା, ସେବାଦଳ ଏବଂ ସମସ୍ତ ପ୍ରକୋଷ୍ଠ ତଥା ଜିଲ୍ଲାସ୍ତରୀୟ ନେତୃବର୍ଗମାନେ ଏକ ବିରାଟ ଶୋଭାଯାତ୍ରାରେ କଂଗ୍ରେସ ଭବନରୁ ବାହାରି ଇ.ଡ଼ି କାର୍ଯ୍ୟାଳୟ ଅଭିମୁଖେ ଯାଉଥିଲାବେଳେ ରାଜମହଲ ଛକ ଠାରେ ପୋଲିସ୍ ଅଟକାଇବାରୁ ସେହି ଠାରେ ଏକ ପ୍ରତିବାଦ ସଭା କରାଯାଇଥିଲା । ଏହି ସଭାରେ ପି.ସି.ସି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଉପସ୍ଥିତ ନେତୃବୃନ୍ଦଙ୍କୁ ସମ୍ବନ୍ଧିତ କରି କହିଥିଲେ ଯେ, ନରେନ୍ଦ୍ର ମୋଦୀର ସରକାର କେବଳ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ପ୍ରବଳ ଭୟ କରେ । ମିଛ ମାମଲାରେ ଇଡ଼ି ମାଧ୍ୟମରେ ଗାନ୍ଧୀ ପରିବାରକୁ ନିନ୍ଦିତ କରିବା ପାଇଁ ଏକ ଅବଚେଷ୍ଟା କରୁଛନ୍ତି । କଂଗ୍ରେସ ଦଳ ମୋଦୀଙ୍କର ଏହି ଆଚରଣ ଓ ଉଚାରଣରେ ଭୟଭୀତ ନୁହେଁ । କଂଗ୍ରେସ ଦଳ ଏ ଦେଶକୁ ସ୍ୱାଧିନ କରିଛି । ଏ ଦେଶକୁ ଗଣତନ୍ତ୍ର ପ୍ରଦାନ କରିଛି ଏବଂ ଏ ଦେଶକୁ ଶାସନ କରିବା ପାଇଁ ମଧ୍ୟ ସମ୍ବିଧାନ ଦେଇଛି । ନରେନ୍ଦ୍ର ମୋଦୀ ୨୦୧୪ ମସିହା ପୂର୍ବରୁ ନରେନ୍ଦ୍ର ମୋଦୀ ଏବଂ ବିଜେପି ଦଳ ଭାରତ ବର୍ଷର ଜନଗଣଙ୍କୁ ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲେ ଏ ସବୁଥିରେ ସେ ଫେଲ୍ ହୋଇଛନ୍ତି । ପ୍ରତିବର୍ଷ ୨ କୋଟି ଯୁବକ / ଯୁବତୀ ମାନଙ୍କୁ ନିଯୁକ୍ତି ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ୮ ବର୍ଷରେ ୧୬ କୋଟି ନିଯୁକ୍ତି ଦେବା କଥା । କିନ୍ତୁ ୧ ଲକ୍ଷ ୬୦ ହଜାର ନିଯୁକ୍ତି ମଧ୍ୟ ମିଳି ନାହିଁ । ସମସ୍ତଙ୍କ ବ୍ୟାଙ୍କ ଖାତାକୁ ୧୫ ଲକ୍ଷ ଟଙ୍କା ଆସିବା କଥା କିନ୍ତୁ ୧୫ ଟଂଙ୍କା ଆସିଲା ନାହିଁ । ଆଚ୍ଛେ ଦିନର ଡ଼ିମ୍ ଡ଼ିମ୍ ପିଟୁଥିବା ନରେନ୍ଦ୍ର ମୋଦୀ ସରକାର କହିବେ କି ପେଟ୍ରୋଲ ଦାମ୍ ୧୦୩ ଟଙ୍କା ଓ ଡିଜେଲ ଦାମ୍ ୧୦୦ ଟଙ୍କା ଅଧିକ, ଗ୍ୟାସର ଦାମ୍ – ୧୦୮୦ ଟଙ୍କା ହୋଇଗଲା, ଖାଦ୍ୟ ଦ୍ରବ୍ୟର ଦରଦାମ ହୁ ହୁ ହୋଇ ବଢ଼ିଚାଲିଛି, ମୁଦ୍ରାସ୍ପିତି ସରକାରଙ୍କ ନିୟନ୍ତ୍ରଣର ବାହାରେ, ବିଦେଶୀ ଗଚ୍ଛିତ ମୁଦ୍ରା ଭଣ୍ଡାର ବହୁ ମାତ୍ରାରେ କମି କମି ଚାଲିଛି, ଏ ସବୁ କ’ଣ ଆଚ୍ଛେ ଦିନ ବୋଲି ଶ୍ରୀ ପଟ୍ଟନାୟକ ପଚାରିଛନ୍ତି । ଶେଷର ରାଜକୋଷକୁ ଭରିବାକୁ ରାଜ୍ୟର ନିତିଦିନିଆ ଖାଦ୍ୟ ଖଇ, ଉକୁଡ଼ା, ଚୁଡ଼ା, ମୁଢ଼ା, ଗୁଡ଼, ଅଟା, ଚୁନା ଇତ୍ୟାଦି ଉପରେ ୫ ପ୍ରତିଶତ ଜି.ଏସ୍.ଟି ଲାଗୁ କରିବା ଦ୍ୱାରା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଓଡ଼ିଶାର ଗରୀବ ଆଦିବାସୀ, ଖଟିକିଆ, ସ୍ୱଳ୍ପ ଆୟକାରି ଓ ନିମ୍ନ ମଧ୍ୟମ ଆୟକକାରିବର୍ଗ ପେଟକୁ ଲାତ ମାରିଛନ୍ତି । ଏ ଉଭୟ ବିଜେପି ଓ ବିଜେଡ଼ି ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ । ଏମାନେ ଦୁଇ ଭାଇ, ଏମାନଙ୍କ ଭିତରେ କିଛି ପାର୍ଥକ୍ୟ ନାହିଁ । ଏମାନେ ମିଳିମିଶି ଦେଶ ଓ ରାଜ୍ୟକୁ ଲୁଟିବାରେ ବ୍ୟସ୍ତ ଅଛନ୍ତି । ବିଜେଡ଼ି ଓଡ଼ିଶାର ଜନସାଧାରଣ ସ୍ୱାର୍ଥ ପାଇଁ କେବେ ହେଲେ ମୋଦୀ ସରକାରଙ୍କୁ ବିରୋଧ କରି ନାହିଁ । ବିଜେଡ଼ି ପ୍ରତ୍ୟେକ କ୍ଷେତ୍ରରେ ବିଜେପି ଦଳକୁ ଖୋଲା ସମର୍ଥନ କରିଆସୁଛି । ମାତ୍ର ଲୋକ ଦେଖାଣିଆ ଭାବରେ ଏଠାରେ ଉଭୟ ମିଛ ନାଟକ କରୁଛନ୍ତି । କଂଗ୍ରେସ ନେତା ଶୁଭେନ୍ଦୁ ମହାନ୍ତିଙ୍କ ପରିଚାଳନାରେ ଏହି ପ୍ରତିବାଦ ସଭାରେ ପୂର୍ବତନ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀଯୁକ୍ତ ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ା, ମିଡ଼ିଆ ସେଲ୍ର ଅଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ଯୁବ କଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କା ଓ ଛାତ୍ର କଂଗ୍ରେସ ସଭାପତି ୟାସିର୍ ନୱାଜ ମଧ୍ୟ ମୋଦୀ ସରକାରଙ୍କ ଆକ୍ରୋଶମୂଳକ ରାଜନୀତିକୁ ଦୃଢ ସମାଲୋଚନା କରିଥିଲେ । ଏହି ଅବସରରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଶାନ୍ତିପୂର୍ଣ୍ଣ ଭାବେ କଂଗ୍ରେସ ନେତୃବୃନ୍ଦ ଇଡ଼ି କାର୍ଯ୍ୟାଳୟ ଅଭିମୁଖେ ଯିବା ସମୟରେ ରାଜମହଲ ଛକ ଠାରେ ପୁଲିସ୍ ଅଟକାଇବାରୁ ପୁଲିସ୍ ସହ ଧସ୍ତାଧସ୍ତି ହୋଇଥିଲା । ଏହାପରେ ଶରତ ପଟ୍ଟନାୟକଙ୍କ ସମେତ ହଜାର ହଜାର କଂଗ୍ରେସ ନେତୃବର୍ଗଙ୍କୁ ପୁଲିସ୍ ଗିରଫ କରିଥିଲା । ଶେଷରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ୍ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ପ୍ରତିବାଦ ସଭାରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଦଳ ନେତା ନରସିଂହ ମିଶ୍ର, ସୁରେଶ କୁମାର ରାଉତରାୟ, ସନ୍ତୋଷ ସିଂହ ସାଲୁଜା, ତାରା ପ୍ରସାଦ ବାହିନିପତି, ଦାସରଥି ଗମାଙ୍ଗ, ଅଧିରାଜ ପାଣିଗ୍ରାହି, ସି.ଏସ୍.ରାଜନ ଏକ୍କା, ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଂଟିଆ, ଅନନ୍ତ ପ୍ରସାଦ ସେଠୀ, ପୂର୍ବତନମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, କିଶୋର ପଟେଲ, ଅମର ପ୍ରଧାନ, ବିଜୟଲକ୍ଷ୍ମୀ ସାହୁ, ରବିନ୍ଦ୍ର କୁମାର ସେଠୀ, ଯୁଧିଷ୍ଠିର ଜେନା, ଶ୍ରମିକନେତା ବିଦ୍ୟାଧର ମହାନ୍ତି, ଲୋକନାଥ ମହାରଥି, ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ଶିବାନନ୍ଦ ରାୟ, ରତ୍ନମଣୀ ଉଲ୍ଲାକା, ସୁରେଶଚନ୍ଦ୍ର ମହାପାତ୍ର, ମନୋରଞ୍ଜନ ଦାସ, ନିମେଇ ସରକାର, ରବିନ୍ଦ୍ର ମଲ୍ଲିକ, ଲଲାଟେନ୍ଦୁ ମହାପାତ୍ର, ସୁଜିତ୍ ପାଢ଼ି, ପ୍ରଭାତ ମହାପାତ୍ର, ଦିଲ୍ଲୀପ ଶ୍ରୀଚନ୍ଦନ, ଅକ୍ଷୟ ଆଚାର୍ଯ୍ୟ, ଶସ୍ମିତା ବେହେରା, କୁମାର ଚିରଞ୍ଜିବ୍, ମନୋଜ ରାଉତ, ସୁବ୍ରତ ଦାସ, ସଂଧ୍ୟା ମହାପାତ୍ର, ମାନସ ରଂଜନ ଆଚାର୍ଯ୍ୟ, କିଶୋର ଜେନା, ବିଷ୍ଣୁ ବାରିକ, ରଜତ ଚୌଧୁରୀ, ଚିନ୍ମୟ ସୁନ୍ଦର ଦାସ, ରଜନୀ ମହାନ୍ତି, ବାଙ୍କନିଧି ବେହେରା, ହଳଧର ସେଠୀ, ଅଭିଶେକ ମହାନନ୍ଦ, ଅମିୟ ପଟ୍ଟନାୟକ, ବିଭୂତି ମିଶ୍ର, ମନୋଜା ମଞ୍ଜିରି ଦେବୀ, ଜିଆ ଉଲ୍କ୍, ନିଶିକାନ୍ତ ମିଶ୍ର, ମିହିର ରଞ୍ଜନ ଆଚାର୍ଯ୍ୟ, ସୁବ୍ରତ ମହାପାତ୍ର, ଅଶୋକ କୁମାର ଦାସ, ବ୍ରହ୍ମନନ୍ଦ ସାହୁ, ଦେବରାଜ ମିଶ୍ର, ଜୟକୃଷ୍ଣ ସୁବୁଧି,ଶ୍ରୀଧର ବଳିଆର ସିଂ, ଅକ୍ଷୟ ଦାସ, ସତ୍ୟବ୍ରତ ନାୟକ, ଦିପକ ମହାପାତ୍ର, ସରୋଜ ପଟ୍ଟନାୟକ, ଦିପୁ ସାହୁ, ସରୋଜନ ପରିଡ଼ା, ବିକାଶ ଦାସ, ବିଭୁଜି ଭୂଷଣ ମିଶ୍ର, ସୁରେଶ ପାଣିଗ୍ରାହି, ରବିରାୟ, ଅମୀୟ ପାଣ୍ଡବ, ସ୍ୱାଧିନବାଳା ଦାସ, ଅମିତା ବିଶ୍ୱାଳ, ମଧୁସ୍ମିତା ଆଚାର୍ଯ୍ୟ, ମଧୁମିତା ପଣ୍ଡା, ଜାନକୀ ମଲ୍ଲିକ, ବିନୋଦିନୀ ମହାନ୍ତି, ସ୍ନେହଲତା ଚୌଧୁରୀ, ପ୍ରକାଶ ଜେନା, ପୃଥିବୀ ବଲ୍ଲଭ ପଟ୍ଟନାୟକ, ମୋହନ ଜେନା, ଅଶୋକ ସ୍ୱାଇଁ, ତାରା ପଟ୍ଟନାୟକ, ନିତ୍ୟାନନ୍ଦ ମହାନ୍ତି, କନକଲତା ମଲ୍ଲିକ, ରସିକ ପଟ୍ଟନାୟକ, ପ୍ରଣତି ମିଶ୍ର, ବିସ୍ମୟ ମହାପାତ୍ର, ସୁଦର୍ଶନ ଦାସ, ଜ୍ଞାନ ପଟ୍ଟନାୟକ, ନିରଞ୍ଜନ ନାୟକ, ଶ୍ରୀନିବାସ ରାଉତରାୟ, ଆଲୋକ ମହାନ୍ତି, ମନୋଜ ସାହୁ, ନିରୁପମା ପାତ୍ର, ସଂକୁନା କଅଁର, ଦୁର୍ଗା ପାଢ଼ୀ, ମଞ୍ଜୁଶ୍ରୀ କଳ୍ପନା ରାଉତରାୟ, ଜୟନ୍ତ ଭୋଇ, ବେଣୁ ଭୋଇ, ଜୟନ୍ତ ମହାନ୍ତି, ବଟକୃଷ୍ଣ ରାଉତରାୟ, ପ୍ରଦିପ ସ୍ୱାଇଁ, ଏମ୍.ଡ଼ି. ସାହା ଦୁଲ୍ଲା, ଆଲୋକ ଲେଙ୍କା, କୈଳାସ ସାହୁ, ଅଜୟ ମହାପାତ୍ର, ଶ୍ରୀୟାସ୍ମିତା ପଣ୍ଡା, କୁଶୁମ ପଣ୍ଡା, ଲଲାଟେନ୍ଦୁ ଦାସ, ସାରଦା ପ୍ରଦାନ, ସୁବାସ ପ୍ରଦାନ, ଚନ୍ଦ୍ର ପରିଡ଼ା, ମନୋଜ ଆଚାର୍ଯ୍ୟ, ଦେବେନ୍ଦ୍ର ମହାନ୍ତି, ନରୋତମ ନାୟକ, ରାଜ କିଶୋର ବାରିକ, ସତ୍ୟସ୍ମିତ ମହାନ୍ତି, ସଂଜୟ ତ୍ରିପାଠୀ, ଶ୍ରୀମାଂଚଳ ଉଲ୍ଲାକା, ଅରବିନ୍ଦ ଦାସ, ବିଦୁଭୂଷଣ ତ୍ରିପାଠୀ, ଚୈତାଳି ପଟ୍ଟନାୟକ, ସୈଳେନ୍ଦୁ ମଜୁମ୍ଦାର, ଜିତେନ୍ଦ୍ର ପଣ୍ଡା, ଆରତି ସ୍ୱାଇଁ, ସିଲି ସେଠୀ, ଶୋଭା ସିଂ, ନିର୍ମଳା ମଲ୍ଲିକ, ଜୟକୃଷ୍ଣ ମାଲିଆ ଓ ଆତ୍ମାରାମ ପତି ପ୍ରମୁଖ ହଜାର ହଜାର କଂଗ୍ରେସ କର୍ମୀ ଯୋଗ ଦେଇଥିଲେ ।
ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବାକୁ ଯାଉଛନ୍ତି : ଶ୍ରୀମତୀ ଦ୍ରୌପଦୀ ମୁର୍ମୁ
() ପ୍ରଥମ ଓଡ଼ିଆ ଏବଂ ଦେଶର ପ୍ରଥମ ଜନଜାତି ମହିଳା ଭାବେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବାକୁ ଯାଉଛନ୍ତି । ଏହି ଅବସରରେ ଦିଲ୍ଲୀରେ ବସବାସ କରୁଥିବା ବିଶିଷ୍ଟ ବ୍ୟକ୍ତିବିଶେଷ ଓ ପ୍ରବାସୀ ଓଡ଼ିଆ ଭାଇ ଭଉଣୀମାନେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସରକାରୀ ବାସଭବନରେ ଏକାଠୀ ହୋଇଛନ୍ତି । ସେଠାରେ ପାରମ୍ପରିକ ନୃତ୍ୟ ଗୀତ ସହ ଏକ ଉତ୍ସବର ବାତାବରଣ ତିଆରି ହୋଇଛି । ଖୋଦ୍ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଏହି ଉତ୍ସବରେ ସାମିଲ ହୋଇଛନ୍ତି ।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଆଜି ଦେଶ ପାଇଁ ଏକ ଐତିହାସିକ ଦିନ । ଜନଜାତି ଜନନେତ୍ରୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଦେଶର 15ତମ ରାଷ୍ଟ୍ରପତି ହେବା ପାଇଁ ଯାଉଛନ୍ତି ।
ମୟୂରଭଞ୍ଜ ଜିଲ୍ଲାର ଏକ ସାଧାରଣ ଜନଜାତି ପରିବାରରୁ ଆସି ଶ୍ରୀମତୀ ମୁର୍ମୁ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀକୁ ଅଳଙ୍କୃତ କରିବାକୁ ଯାଉଥିବାରୁ ସମାଜର ବଞ୍ଚିତ, ମହିଳା, ଜନଜାତି ତଥା ଓଡ଼ିଶା ସମେତ ପୂର୍ବ ଭାରତରେ ଅପୂର୍ବ ଆନନ୍ଦର ଲହରୀ ଖେଳିଯାଇଛି ।
ଏକ ସାଧାରଣ ପରିବାରରୁ ଆସି ଏକ ସାଧାରଣ କାର୍ଯ୍ୟକର୍ତ୍ତା ଦେଶର ରାଷ୍ଟ୍ରପତି ହେବା ଆମ ଗଣତନ୍ତ୍ରର ସବୁଠୁ ବଡ଼ ଉପଲବ୍ଧି ।
ଶ୍ରୀମତୀ ମୁର୍ମୁଙ୍କ ପାଇଁ ଓଡ଼ିଶାବାସୀ ଗୌରବାନ୍ୱିତ ଏବଂ ଜଣେ ଓଡ଼ିଆ ଭାବରେ ମୁଁ ଗର୍ବିତ । ତାଙ୍କ କାର୍ଯ୍ୟରୁ ଜନଜାତି ଓ ମହିଳାଙ୍କ ପ୍ରତି ଥିବା ତାଙ୍କର ସମ୍ବେଦନଶୀଳତା, କର୍ତ୍ତବ୍ୟବୋଧର ପ୍ରମାଣ ମିଳେ ।
ଦେଶରେ ପ୍ରାୟ 50 ପ୍ରତିଶତରୁ ଉର୍ଦ୍ଧ୍ୱ ଜନସଂଖ୍ୟା ମହିଳା ଥିବା ବେଳେ ଏହି ପୃଷ୍ଠଭୂମିର ନେତୃତ୍ୱଙ୍କୁ ରାଷ୍ଟ୍ରପତି କରି ଦେଶ ନୂଆ ଇତିହାସ ସୃଷ୍ଟି କରିଛି ।
ଜନଜାତି ସମାଜର ଭଗବାନ ବିର୍ସା ମୁଣ୍ଡା, ଲକ୍ଷ୍ମଣ ନାୟକ, ମାଧୋ ସିଂହ ଦେଶକୁ ସ୍ୱାଧୀନତା ଦେବା ପାଇଁ ବଳିଦାନ ଦେଇଥିଲେ । ଆଜି ସେହି ସମାଜରୁ ଜନଜାତି ଜନନେତ୍ରୀ ଶ୍ରୀମତୀ ମୁର୍ମୁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବାକୁ ଯାଉଛନ୍ତି, ଯାହା ଆନନ୍ଦର ବିଷୟ ।
ବିଧାନସଭାରେ ଇଡି ତାତି: ମୁହଁ ମୁଁହି କଂଗ୍ରେସ ଓ ବିଜେପି
( ) ସଂସଦ ଚାଲୁଥିବା ସମୟରେ ନିୟମ ଅଛି ଜେରା ପାଇଁ ଡାକି ପାରିବେ ନାହିଁ l ବିରୋଧିଙ୍କ ସ୍ୱର୍ ଚାପିଦେବା ପାଇଁ ଜାଣିଶୁଣି ଉଦ୍ଦେଶ୍ୟମୂଳକ ଭାବେ ସୋନିଆ ଗାନ୍ଧିଙ୍କୁ ଜେରା କରାଯାଉଛି l କେନ୍ଦ୍ର ସରକାର ଚାହୁ ନାହାଁନ୍ତି ଦେଶରେ ବିରୋଧି ରୁହନ୍ତୁ l ବିଜେପି ଅସହିଷ୍ଣୁ ହୋଇ ପଡ଼ୁଛି l କ୍ଷମତାକୁ ଆସିବା ପରେ ଆଉ ସହନଶୀଳତା ନାହିଁ ବିଜେପିର l ସେଥିପାଇଁ ଗୃହକୁ ଚଳାଇ ଦେଉନାହାନ୍ତି l
ନିୟମ ଅନୁଯାୟୀ ଯେଉଁ ବ୍ୟକ୍ତି ଗୃହର ସଦସ୍ୟ ନୁହଁନ୍ତି ତାଙ୍କ ପ୍ରସଙ୍ଗ ଉଠିବ ନାହିଁ। କଂଗ୍ରେସ ମଧ୍ୟ ପୂର୍ବରୁ ଏ ପ୍ରସଙ୍ଗ ଉଠାଇବାକୁ ବିରୋଧ କରିଥିଲା। ଆ ଉ ଆଜି ତାଙ୍କ ନେତାଙ୍କ ସୁରକ୍ଷ ପାଇଁ ସେମାନେ ବହୁରୁଛନ୍ତି। ଗୃହକୁ ବନ୍ଦ କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ।
ଯେହେତୁ ବିରୋଧୀ ମୁଲତବୀ ପ୍ରସ୍ତାବ ଆଣୁ ଛନ୍ତି ସେ ବିଷୟରେ ଆଲୋଚନା କରିବା କଥା। କିନ୍ତୁ ଅଯଥା ପ୍ରସଙ୍ଗ ଉଠାଇ ଗୃହକୁ ଅଚଳ କରୁଛନ୍ତି ବୋଲି କହିଛନ୍ତି ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର
ଟେଲି ଫୋନ ଟାୱାରକୁ ନେଇ ଗୃହରେ ଉଦବେଗ…
() ଗାଁ ରେ ଟେଲି ଫୋନ ଟାୱାର ନଥିବା ରୁ ଗୃହରେ ଉଦବେଗ । ଉଭୟ ଶାସକ ଓ ବିରୋଧୀଙ୍କ ଦାବି ବର୍ତ୍ତମାନ ଟେକ୍ନୋଲୋଜି ର ସମୟ ହୋଇଥିବା ରୁ ଅଧିକ ରୁ ଅଧିକ ଟେଲି ଫୋନ ଟାୱାର ନିର୍ମାଣ କରଯାଉ ।
ଏ ନେଇ ଆଇଟି ମନ୍ତ୍ରୀ ତୁଷାର କାନ୍ତି ବେହେରାଙ୍କ ଉତ୍ତର 3093 ଗାଁ ରେ 493 ଟି ଟେଲି ଫୋନ ଟାୱାର ନିର୍ମାଣ କରିବା ପାଇଁ ନିଷ୍ପତ୍ତି ହୋଇଛି । ଏ ନେଇ କେନ୍ଦ୍ର ସରକାର ମଧ୍ୟ ଅନୁମତି ଦେଇଛନ୍ତି । ସେଥିରୁ 158 ଟି ଟେଲି ଫୋନ ଟାୱାର ନିର୍ମାଣ ସରିଛି । ଆଉ 325 ଟି ଟେଲି ଫୋନ ଟାୱାର ନିର୍ମାଣ ହେବ । ଏହା ବାଦ ଆଉ 100 ଟି ଟେଲି ଫୋନ ଟାୱାର ନିର୍ମାଣ କରିବା ପାଇଁ ପ୍ରସ୍ତାବ ରହିଛି । ବର୍ତ୍ତମାନ ସରକାରୀ କାର୍ଯ୍ୟାଳୟ ଉପରେ ଟେଲି ଫୋନ ଟାୱାର ନିର୍ମାଣ କରିବା ପାଇଁ ଯୋଜନା କରଯାଉଛି ।
ଚେକଡ୍ୟାମ ନିର୍ମାଣ ଲାଗି ପ୍ରସ୍ତାଵ ରଖିଲେ ସରକାର…
() ଆଡ଼ିବନ୍ଧ ଯୋଜନାରେ ରାଜ୍ୟରେ 15 ହଜାର 876 ଚେକଡ୍ୟାମ ନିର୍ମାଣ ଲାଗି ସରକାର ପ୍ରସ୍ତାଵ ରଖିଛନ୍ତି । ସେଥି ମଧ୍ୟରୁ 3 ବର୍ଷ ମଧ୍ୟରେ ଅର୍ଥାତ 2025 ସୁଦ୍ଧା 1280 ନୂଆ ଚେକଡ୍ୟାମ ନିର୍ମାଣ ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି । ଏଥିପାଇଁ 8 ସହ 11 କୋଟି 45 ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା କରାଯାଇଛି । ବିଧାନସଭାର ପ୍ରଶ୍ନକାଳ ଆଲୋଚନା ସମୟରେ ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁଙ୍କ ସୂଚନା
ବିଧାୟକ ପାଣ୍ଠି ବୃଦ୍ଧି କରିବା ନେଇ ଗୃହରେ ସରଗରମ…
() ବିଧାୟକ ପାଣ୍ଠି ବୃଦ୍ଧି କରିବା ନେଇ ଗୃହରେ ସରଗରମ ଆଲୋଚନା । ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟଙ୍କ ଦାବି ବିଧାୟକ ପାଣ୍ଠି ର ବୃଦ୍ଧି କରଯାଉ । ବର୍ତ୍ତମାନ ବିଧାୟକ ମାନଙ୍କର ପାଣ୍ଠି ୩ କୋଟି ରହିଛି । ସେଥିରୁ 2 କୋଟି ସାଧାରଣ ରେ ଏବଂ ଉଚ୍ଚଶିକ୍ଷା ପାଇଁ 50 ଲକ୍ଷ ଏବଂ ରାସ୍ତା ଘାଟ ନିର୍ମାଣ ପାଇଁ 50 ଲକ୍ଷ ଦିଆଯାଉଛି । ଆଲୋଚନା ରେ ଭାଗ ନେଇ ବିଜେଡି ବିଧାୟକ ତଥା ମୂଳ ପ୍ରଶ୍ନ କର୍ତ୍ତା ସଞ୍ଜୀବ ମଲିକ କହିଛନ୍ତି ଯେ ରାଜ୍ୟର ବଡ଼ ବଡ଼ ମନ୍ଦିର ଗୁଡ଼ିକର ବିକାଶ କାର୍ଯ୍ୟ ଚାଲୁ ରହିଛି । ମାତ୍ର ଗାଁ ରେ ରହିଥିବା ଛୋଟ ଛୋଟ ମନ୍ଦିର ଗୁଡିକର ବିକାଶ ପାଇଁ ଏହି ବିଧାୟକ ପାଣ୍ଠି କମ ପଡୁଛି । ସେଥିପାଇଁ ସାଧାରଣ ଖର୍ଚ୍ଚ 2 କୋଟି ବଦଳରେ 3 କୋଟି କରଯାଉ । ଏପଟେ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି ଯେହେତୁ ପଡୋଶୀ ରାଜ୍ୟ ମାନଙ୍କରେ ବିଧାୟକ ପାଣ୍ଠି 5 କୋଟି ଟଙ୍କା ରହିଛି । ତେଣୁ ଆମ ରାଜ୍ୟରେ ଏହାକୁ 3 କୋଟି ରୁ 10 କୋଟି କୁ ବୃଦ୍ଧି କରଯାଉ । ସରସ୍ୱତୀ ଶିଶୁ ମନ୍ଦିର କୁ ବିଧାୟକ ପାଣ୍ଠି ରୁ କିପରି ଅନୁଦାନ ଦିଆଯିବ ତାହାର ବ୍ୟବସ୍ଥା କରଯାଉ । ସେହିପରି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ମଧ୍ୟ କହିଛନ୍ତି ରାସ୍ତା ଘାଟ ନିର୍ମାଣ, କୋଭିଡ ଏବଂ ଉଚ୍ଚଶିକ୍ଷା ପାଇଁ ଥିବା ଥିବା ଧାର୍ଯ୍ୟ ଅର୍ଥ ସୀମା କୁ ଉଠାଯାଇ ସାଧାରଣ ଖର୍ଚ୍ଚ କୁ 3 କୋଟି କରଯାଉ।
ଅନ୍ୟପଟେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ କହିଛନ୍ତି । ବର୍ତ୍ତମାନ ବିଧାୟକ ପାଣ୍ଠି ବଢ଼ାଇବାର କୌଣସି ପ୍ରସ୍ତାଵ ନାହିଁ । ସମୟ ଆସିଲେ ବିଚାର କରାଯିବ । 2020-21 ରେ ବିଧାୟକ ପାଣ୍ଠି 1 କୋଟି ରୁ 3 କୋଟି କୁ ବୃଦ୍ଧି କରାଯାଇଥିଲା। ବିଧାୟକଙ୍କ ଆଞ୍ଚଳିକ ପାଣ୍ଠି ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରେ 2 କୋଟି ଥିବା ବେଳେ ତେଲେଙ୍ଗାନା ରେ 5 କୋଟି, ଛତିଶଗଡ଼ ରେ 4 କୋଟି, ପଶ୍ଚିମବଙ୍ଗ ରେ 60 ଲକ୍ଷ, ଝାଡ଼ଖଣ୍ଡ ରେ 4 କୋଟି, ମହାରାଷ୍ଟ୍ର ରେ 5 କୋଟି ଏବଂ ଉତ୍ତର ପ୍ରଦେଶରେ ମଧ୍ୟ 5 କୋଟି ରହିଛି ।
ବାଚସ୍ପତି ନିର୍ଦ୍ଦେଶ….
ବିଧାୟକ ମାନେ ଯେଉଁ ପ୍ରସ୍ତାଵ ତାହା କିପରି କାର୍ଯ୍ୟକାରୀ ହେବ ସେ ନେଇ ଅଧିକାରୀ ମାନଙ୍କ ସହ ଆଲୋଚନା କରି ଗୃହକୁ ଜଣାଇବାକୁ ଯୋଜନା ଓ ସଂଯୋଜନା ମନ୍ତ୍ରୀ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ପ୍ରତାପ ଜେନାଙ୍କୁ ବିରୋଧ କଲେ ମୋହନ…
() ବିଜେଡି ବିଧାୟକ ପ୍ରତାପ ଜେନାଙ୍କୁ ବିଜେପି ବିଧାୟକ ମୋହନ ମାଝୀଙ୍କ ବିରୋଧ। ଗୃହ ବିଭାଗର ଖର୍ଚ୍ଚଦାବି ଆଲୋଚନା ଚାଲିଥିବା ବେଳେ ଶାସକ ଦଳ ତରଫରୁ ପ୍ରତାପ ଜେନା କହିବା ଆରମ୍ଭ କରିଥିଲେ। ଏହାକୁ ବିରୋଧ କରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଥିଲେ ପ୍ରତାପ ଜେନାଙ୍କ ନାମରେ ମାହାଙ୍ଗା ଡ଼ବଲ ମର୍ଡର ଘଟଣାର ଅଭିଯୋଗ ରହିଛି। ତେଣୁ ସେ କିଭଳି ଗୃହ ବିଭାଗ ଖର୍ଚ୍ଚଦାବି ରେ ଭାଗ ନେବେ ବୋଲି ପ୍ରଶ୍ନ କରିଥିଲେ। ସେପଟେ ଗୃହର ସଦସ୍ୟ ହିସାବରେ ସେ ଭାଗ ନେଇପାରିବେ ବୋଲି ଉପ ବାଚସ୍ପତି କହିଥିଲେ। ପ୍ରତାପ ଜେନା କହିଥିଲେ କାହା ନାଁରେ ଅଭିଯୋଗ ହେଲେ ସେ ଦୋଷୀ ହୋଇ ଯାଏନାହିଁ।
ବିହନ ଆଭାବ ନେଇ ଗୃହରେ ଉଭୟ ଶାସକ ଓ ବିରୋଧୀ….
() ବିହନ ଆଭାବ ନେଇ ଗୃହରେ ଉଭୟ ଶାସକ ଓ ବିରୋଧୀ ଦଳ ସଦସ୍ୟଙ୍କ ଗୃହରେ ଉଦବେଗ। 1009 ଧାନ ବିହନ ପୁରଣା ବିହନ ନ ମିଳିବା ନେଲ ପ୍ରଶ୍ନ ଉଠାଇ ଥିଲେ କଂଗ୍ରେସ ବିଧାୟକ ସୁତ ରାଉତରାୟ। ସରକାର ଯୋଗାଉଥିବା ବିହନ ଗଜା ହେଉନଥିବା ଅଭିଯୋଗ ଆଣିଥିଲେ ବିରୋଧୀ। କୃଷି ମନ୍ତ୍ରୀ କହିଛନ୍ତି 2022-23ରେ 33ଲକ୍ଷ19 ହଜାର 390 ହେକ୍ଟର ଜମିରେ ଧନ ଚାଷ କରିବାକୁ ଲକ୍ଷ ରଖିଛନ୍ତି। ସେଥିପାଇଁ 13,ଲକ୍ଷ27 ହାଜର 760 କୁଇଣ୍ଟାଲ ବିହନ ଆବଶ୍ୟକ ରହିଛି। ସେଥିରୁ 4ଲକ୍ଷ75 ହଜାର244 କୁଇଣ୍ଟାଲ ବିହନ ବିଭିନ୍ନ ରାଜ୍ୟରୁ ଆଣି ଚାଷୀଙ୍କୁ ଯୋଗାଇ ଛନ୍ତି। ରାଜ୍ୟରେ ବିହନ ଉତ୍ପାଦନ ପାଇଁ 5200 ଚାଷୀ ନିୟୋଜିତ କରିଛନ୍ତି।
ଭାରତ ସରକାରଙ୍କ ସିଡ ନିୟମ ଅନୁସାରର 10 ବର୍ଷରେ ଥରେ ବିହନ ପରିବର୍ତ୍ତନ ହୋଇଥାଏ। ସେଥିପାଇଁ ପୁରୁଣା ବିହନ ସରକାରଙ୍କ ପାଖରେ ନାହିଁ। ଵର୍ତମାନ ସୁଦ୍ଧା 75 ଟି ନୂଆ ବିହନ ସରକାର ଯୋଗାଉଛନ୍ତି । ବର୍ତ୍ତମାନ 22 ଟି ବେସରକାରୀ ସଂସ୍ଥା ବିହନ ଯୋଗାଉଥିବାବେଳେ 90 ଟି ବେସରକାରୀ ସଂସ୍ଥା ରାଜ୍ୟ ବିହନ ନିଗମ ଚୁକ୍ତି କରିଛନ୍ତି। ଯେଉଁଠି ଗଜା ମରୁଡି ହୋଇଛି । ଅଭଯୋଗ ଆସିଲେ ସରକାର ତୁରନ୍ତ ଫିଲଡ଼ ଭିଜିଟ କରି ପଦକ୍ଷପ ନେବେ ବୋଲି କହିଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ।









