ବିଧାନସଭାରେ ଏଲ ଆଣ୍ଡ ଟି ଝଡ଼: ମୁହାଁମୁହିଁ ଶାସକ ଓ ବିରୋଧୀ…

() ସରକାର ଗଣିବେ ୧୦୦ କୋଟିର ତଣ୍ଡ,କି ବିଚିତ୍ର କଥା କାନ ଶୁଣିଲା,ସରକାରୀ ସମ୍ପତିକୁ ଘରୋଇ କମ୍ପାନୀ ଜବତ କଲା” ଶୀର୍ଷକ ମୁଲତବୀ ପ୍ରସ୍ତାବ ଦେଇଥିଲା ବିଜେପି…ଯାହାକୁ ବାଚସ୍ପତି ଗ୍ରହଣ କରି ନାହାନ୍ତି।

ପ୍ରଶ୍ନକାଳରେ ହଟଗୋଳ ପରେ ଶୁନ୍ୟକାଳରେ ମୁଲତବୀ ନୋଟିସ ଗ୍ରହଣ ନ ହେବାକୁ ନେଇ ବିରୋଧୀ ଶାସକ ମୁହାଁମୁହିଁ । ସରକାରୀ ସମ୍ପତି ଏଲଆଣ୍ଡଟି କମ୍ପାନୀ ବ୍ୟାଜ୍ୟାପ୍ତି କରିବା ସହ ବକେୟା ଥିବା 20 କୋଟି ଟଙ୍କା 120 କୋଟି ରେ ପହଁଚିବା ପ୍ରସଙ୍ଗରେ ଉଭୟ ବିରୋଧୀ ସରକାରଙ୍କୁ ଘେରିଛନ୍ତି ।

ବାଚସ୍ପତି ରୁଲିଂ….

ସୁପ୍ରିମକୋର୍ଟରେ ଏ ପ୍ରସଙ୍ଗରେ ରିଭ୍ୟୁ ପିଟିସନ ଦାଖଲ ହୋଇଥିବାରୁ ରୁଲ 60 ( vii ) ଅନୁସାରେ ଆଲୋଚନା ପରିସର ଭୁକ୍ତ ହେବ ନାହିଁ | ସେଥିପାଇଁ ଏହି ବିଷୟକୁ ଆଲୋଚନା ପାଇଁ ଅଣା ଯାଉନାହିଁ ବୋଲି ଗୃହରେ ସୂଚନା ଦେଲେ ବାଚସ୍ପତି…

ହେଲେ ବିଜେପି ତାକୁ ଗ୍ରହଣ କରି ନାହିଁ | ବିଜେପି କହୁଛି ସବଯୁଡ଼ିସ ନାହିଁ, ହାଇ କୋର୍ଟରେ ଗ୍ରହଣ ହୋଇ ନାହିଁ | ତେଣୁ ଏହାକୁ ଗ୍ରହଣ କରି ଆଲୋଚନା କରନ୍ତୁ ବୋଲି କହିଛନ୍ତି ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ମାଝୀ… l

ବାଚସ୍ପତିଙ୍କ ରୁଲିଂ କୁ ବିଜେପି ଗ୍ରହଣ କରି ନାହିଁ | ବିଜେପି କହୁଛି ସବଯୁଡ଼ିସ ନାହିଁ, ହାଇ କୋର୍ଟରେ ଗ୍ରହଣ ହୋଇ ନାହିଁ | ତେଣୁ ଏହାକୁ ଗ୍ରହଣ କରି ଆଲୋଚନା କରନ୍ତୁ ବୋଲି କହିଛନ୍ତି ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ମାଝୀ… l ସେହିପରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନିପତି କହିଛନ୍ତି 2004 ରୁ 2022 ପର୍ଯ୍ୟନ୍ତ ସରକାର ଏହି ଘଟଣା କୁ ସରକାର ଗୁରୁତର ସହ ନେଲେନି । ସରକାର ଙ୍କ ସମ୍ପତି କେମିତି ଘରୋଇ କମ୍ପାନୀ ସିଜ କଲା । ସରକାରଙ୍କ ଗୁପ୍ତ ତଥ୍ୟ ରହିଥିବା କମ୍ପ୍ୟୁଟର ଉକ୍ତ କମ୍ପାନୀ ନେଇ ଯାଇଛି । ତେଣୁ ସେହି କମ୍ପାନୀ କୁ ବ୍ଲାକ ଲିଷ୍ଟ କରାଯାଉ । ଯେଉଁ ଅଧିକାରୀ ଏଥିପାଇଁ ଦାୟୀ ତାଙ୍କ ସମ୍ପତି ବାଜ୍ୟାପ୍ତ କରଯାଉ ।

ଅନ୍ୟପଟେ ବିଜେଡିର ଜବାବ…

ଗୃହରେ ବାଚସ୍ପତିଙ୍କ ରୁଲିଂ ସୁପ୍ରିମ ହେବା ଦରକାର । ଅନ୍ୟ ଫୋରମ ରହିଛି ଏହି ଆଲୋଚନା କରିବା ପାଇଁ । ବର୍ତ୍ତମାନ ଏହି ପ୍ରସଙ୍ଗ ଆଲୋଚନା ହେଲେ କେସ ଉପରେ ପ୍ରଭଵ ପଡ଼ିବ।

ଶପଥ ନେଲେ ଓଡ଼ିଆ ଝିଅ: ଦୌପ୍ରଦୀ

() ଦୌପ୍ରଦୀଙ୍କ ପାଇଁ ବିଧାନସଭାରେ ଆସିବ ସଂକଳ୍ପ ପ୍ରସ୍ତାଵ।ଓଡ଼ିଆ ଝିଅ ରାଷ୍ଟ୍ରପତି ଭାବେ ଆଜି ଶପଥ ନେଇଛନ୍ତି । ଯାହା ଆମ ପାଇଁ ଗୌରବ ବିଷୟ। ଆଜି ଓଡ଼ିଶା ପାଇଁ ଗର୍ବ ଓ ଗୌରବର ଦିନ । ତେଣୁ ଏଥି ପାଇଁ ବିଧାନସଭା ପକ୍ଷରୁ ସର୍ବ ସମ୍ମତି କ୍ରମେ ଅଣାଯିବ ସଂକଳ୍ପ ପ୍ରସ୍ତାଵ ।

ବିଧାନସଭା ର ଶୁନ୍ୟକାଳରେ ବାଚସ୍ପତିଙ୍କ ସୂଚନା

ଗୃହରେ ଉଠିଲା L&T ଝଡ…

ଗୃହରେ ଉଠିଲା ସରକାରୀ ସମ୍ପତିକୁ ଘରୋଇ କମ୍ପାନୀ ( L&T) ବଜ୍ୟାପ୍ତି ପ୍ରସଙ୍ଗ। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି ପ୍ରସଙ୍ଗ ଉଠାଇ ସରକାରଙ୍କୁ କରିଛନ୍ତି କଡ଼ା ସମାଲୋଚନା। L&T କମ୍ପାନୀ ପୂର୍ତ୍ତ ବିଭାଗ ଠାରୁ ୨୦ କୋଟି ଟଙ୍କା ପାଇବାର ଥିଲା। ଯାହାକୁ ପୈଠ କରିନଥିଲେ ସରକାର। ଏହାଦ୍ବାରା, ବିଶ୍ଵ ସ୍ତରୀୟ କଳଙ୍କିତ ଅଧ୍ୟାୟ ସୃଷ୍ଟି କଲେ ସରକାର। ମନ୍ତ୍ରୀଙ୍କ ପାଖରେ ଖବର ନରହିବା ଦୁର୍ଭାଗ୍ୟଜନକ। କେଉଁ ମାନେ ଏଥିରେ ସଂପୃକ୍ତ ଅଛନ୍ତି ପର୍ଦ୍ଦାଫାଶ ହେଉ। ବିଜେପି ଚୁପ୍ ବସିବନି।

କାଶୀପୁର ରେ ଆଉ ଏକ ପିଲା ର ମୃତ୍ୟୁ ହୋଇଚି। ଏହା ଦୁଃଖ ଦାୟକ। ରାଜ୍ୟ ସରକାର ସାମୟିକ ଭାବେ ଚାପି ଦେବାକୁ ଚେଷ୍ଟା କରୁଛନ୍ତି, ଯାହାଫଳରେ ଲୋକଙ୍କୁ ମରଣ ମୁହଁ କୁ ଠେଲି ଦେଉଛନ୍ତି। ପୁଣି ଏକଥା ଗୃହରେ ଉଠାଇବ ବିଜେପି।

ଆମ ପ୍ରକୃତ ବିରୋଧୀ ହେଉଛି କଂଗ୍ରେସ। ସେମାନେ କାହିଁକି ed ଜେରା କୁ ନେଇ ଆନ୍ଦୋଳନ କରୁଛନ୍ତି। ତଦନ୍ତ ତଦନ୍ତ ବାଟରେ ହେଉ। ମୋଦି ମୁଖ୍ୟ ମନ୍ତ୍ରୀ ଥିବାବେଳେ ଗୋଧ୍ରା ଘଟଣାରେ ତା ଙ୍କୁ ବି ୨୦ ଥର ଜେରା କରିଛି ED । ଏବେ ସୋନିଆଙ୍କ ଜେରା କଥାକୁ ଅଧିକ ପ୍ରସାରିତ କରୁଛି କଂଗ୍ରେସ।

 

ଶ୍ରୀମତୀ ସୋନିଆ ଗାନ୍ଧୀଙ୍କୁ ଏବଂ କଂଗ୍ରେସ ଦଳକୁ ନିନ୍ଦିତ ଓ ଅପମାନିତ କରିବା ବିରୋଧରେ ସତ୍ୟାଗ୍ରହ…

() କେନ୍ଦ୍ର ବିଜେପି ସରକାର ନିଜ ୮ ବର୍ଷ ଶାସନର ବିଫଳତାକୁ ଲୋକଲୋଚନରୁ ଦୁରେଇ ରଖିବା ପାଇଁ ଏବଂ କଂଗ୍ରେସ ଦଳ ଓ ଶ୍ରୀମତୀ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ଜନମାନସରେ ନିନ୍ଦିତ ଓ ଅପମାନିତ କରିବାପାଇଁ ନରେନ୍ଦ୍ର ମୋଦି, ଅମିତ ଶାହା ଯେଉଁ ଅପଚେଷ୍ଟା ଚଳାଇଛନ୍ତି ତାହାର ପ୍ରତିବାଦ କରିବାପାଇଁ ଆସନ୍ତା ୨୬ ତାରିଖ ମଙ୍ଗଳବାର ସକାଳ ୧୦ ଘଟିକା ସମୟରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ନିଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶ ଓ ଶ୍ରୀ ଶରତ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ସତ୍ୟାଗ୍ରହ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ସାଂସଦ / ବିଧାୟକ / ରାଜ୍ୟସ୍ତରୀୟ ନେତୃବୃନ୍ଦ/ ପୂର୍ବତନ ସାଂସଦ ଓ ବିଧାୟକ / ସାଂସଦ ପ୍ରାର୍ଥୀ / ବିଧାୟକ ପ୍ରାର୍ଥୀ/ ଜିଲ୍ଲା କଂଗ୍ରେସ କମିଟି ସଭାପତି ଓ ପଦାଧିକାରୀ ଅଂଶଗ୍ରହଣ କରିବାପାଇଁ ନିବେଦନ କରିଛନ୍ତି ।

ସ୍ମରଣଥାଉକି ନେସନାଲ ହେରାଲ୍ଡ ଖବର କାଗଜ ମାମଲାରେ ଭାରତ ସରକାରଙ୍କର ପ୍ରବର୍ତନ ନିର୍ଦ୍ଦେଶାଳୟ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଓ ଅମିତ ଶାହାଙ୍କର ଇଙ୍ଗିତରେ ପରିଚାଳିତ ହୋଇ ଯେଉଁଭଳି ଭାବରେ ବିରୋଧି ଦଳର ନେତୃବର୍ଗଙ୍କୁ ଅଯଥାରେ ବ୍ୟକ୍ତିଗତ ଆକ୍ରୋଶ ଏବଂ ଉଦ୍ଦେଶ୍ୟକୁ ସାଧିତ କରିବାପାଇଁ ଯେଉଁ ଅପଚେଷ୍ଟା କରୁଛନ୍ତି ତାହା ବିରୋଧରେ ଏହି ସତ୍ୟାଗ୍ରହ ଅନୁଷ୍ଠିତ ହେଉଛି ବୋଲି ପିସିସି ମୁଖପାତ୍ର ରଜନୀ ମହାନ୍ତି ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।

ଜାତିଗତ ପ୍ରମାଣପତ୍ର କୁ ନେଇ ଗୃହରେ ଉଦବେଗ…

() ଜାତିଗତ ପ୍ରମାଣପତ୍ର କୁ ନେଇ ଗୃହରେ ଉଦବେଗ। ଆଜି ପ୍ରଶ୍ନକାଳରେ ଜାତିଗତ ପ୍ରମାଣପତ୍ର ତାଲିକାରେ ବହୁ ଆଦିମ ଆଦିବାସୀ ବାଦ ପଡ଼ିଥିବା ବେଳେ ଅନେକ ଜନଜାତି ବର୍ଗକୁ ତାଲିକାରେ ସଂପୃକ୍ତି କରାଯାଇନଥିବା ଅଭିଯୋଗ ହୋଇଛି। ମୂଳ ପ୍ରଶ୍ନାକର୍ତ୍ତା ଭାସ୍କର ମଡ଼େଇ ଓ ଅନ୍ୟାନ୍ୟ ସଦସ୍ୟଙ୍କ ଏ ସମ୍ପର୍କୀତ ପ୍ରଶ୍ନର ଉତ୍ତର ରଖି ବିଭାଗୀୟ ମନ୍ତ୍ରୀଂକ ଅନୁପସ୍ଥିତିରେ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଗତ ୨୦୧୭ ମସିହା ଠାରୁ ସ୍କୁଲ ସ୍ତରରେ ଛାତ୍ର ଛାତ୍ରୀଙ୍କୁ ଜାତିଗତ ପ୍ରମାଣପତ୍ର ଦେବାକୁ ରାଜ୍ୟସରକାର ନିର୍ଦ୍ଦେଶ ଦେଇଚନ୍ତି। ଅନେକ ସ୍ଥାନରେ ଆଦିମ ଆଦିବାସୀ ଓ ଆଦିବାସୀ ବର୍ଗର ଲୋକଙ୍କୁ ତାଲିକାରେ ସାମିଲ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରାଯାଇଛି। ୧୬୯ ଜାତି ତାଲିକା କୁ ମଞ୍ଜୁରୀ ପାଇଁ କେନ୍ଦ୍ରକୁ ପଠାଯାଇଥିବା ବେଳେ କେନ୍ଦ୍ର ସରକାର ୧୧ ଟି ବର୍ଗ କୁ ଅନୁସୂଚିତ ଜାତିରେ ଅନ୍ତର୍ଭୁକ୍ତ କରିଥିବା ବେଳେ ୨୦ ବର୍ଗର ପ୍ରସ୍ତାବକୁ କେନ୍ଦ୍ର ସରକାର ନାକଚ କରିଛନ୍ତି।ଏହି ପ୍ରସଙ୍ଗରେ ରାଜ୍ୟସରକାରଙ୍କ ପକ୍ଷରୁ ନିୟମିତ ବ୍ୟବଧାନରେ କେନ୍ଦ୍ରକୁ ଅନୁରୋଧ କରାଯାଉଛି। ତାଲିକାରୁ ବାଦ ପଡ଼ିଥିବା ବର୍ଗଙ୍କୁ ଅନୁସୂଚିତ ଜାତିର ସାମିଲ କରିବାକୁ ୨୦୨୧ ମସିହା ଫେବୃଆରି ୧୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତତ୍କାଳୀନ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ବର୍ତ୍ତମାନ ସୁଦ୍ଧା ଏହା କେନ୍ଦ୍ର ସରକାରଙ୍କ ନିକଟରେ ଗଡୁଛି। ତେବେ ବର୍ତ୍ତମାନ ନବ ନିର୍ବାଚିତ ରାଷ୍ଟ୍ରପତି ଓଡ଼ିଆ ଓ ଆଦିବାସୀ ବର୍ଗର ହୋଇଥିବାରୁ ଏ ଦିଗରେ ପଦକ୍ଷେପ ନେବେ ବୋଲି ଆଶା କରାଯାଉଛି।

ଆଜି ମୌସୁମୀ ଅଧିବେଶନର ଚତୁର୍ଦ୍ଦଶ ଦିନ

() ଆଜି ବିଧାନସଭା ମୌସୁମୀ ଅଧିବେଶନର ଚତୁର୍ଦ୍ଦଶ ଦିନ । ରହିଛି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗର ପ୍ରଶ୍ନକାଳ । ପର୍ଯ୍ୟଟନ, ଅବକାରୀ, ମିଶନ ଶକ୍ତି, ମହିଳା ଶିଶୁ ବିକାଶ, ଏସସିଏସଟି ଓ ଓଡ଼ିଆ ଭାଷା ସଂସ୍କୃତି ବିଭାଗର ପ୍ରଶ୍ନକାଳ ରହିଛି । ସେହିପରି ଶୁନ୍ୟକାଳରେ ଉଠିବ ରାଜ୍ୟ ସ୍ବାର୍ଥ ସମ୍ବଳିତ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ । ଏହାପରେ କଂଗ୍ରେସ ଦେଇଥିବା ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇପାରେ । ଅପରାହ୍ନରେ ଗଣଶିକ୍ଷା ଓ ଉଚ୍ଚ ଶିକ୍ଷା ବିଭାଗର ଖର୍ଚ୍ଚ ଦାବି ସମ୍ପର୍କରେ ଆଲୋଚନା ହେବ ।

ଓଡ଼ିଶା ପାଇଁ ଗର୍ବ ଓ ଗୌରବ :ଦ୍ରୌପଦୀ…

() ଗତକାଲି ଓଡ଼ିଶା ପାଇଁ ଗର୍ବ ଓ ଗୌରବର ଦିନ ଥିଲା। ମ୍ୟୁଖ୍ୟମନ୍ତ୍ରୀ ସମର୍ଥନ ଦେଇଥିବାରୁ ଧନ୍ୟବାଦ ଜଣାଇଲେ। ଯେଉଁମାନେ ଦ୍ରୌପଦୀଙ୍କୁ ମାଟି ପାଇଁ ସମର୍ଥନ ଦେଇ ଛନ୍ତି ଧନ୍ୟବାଦ। ଜଣେ ତଳ ସ୍ତରର ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ପଦରେ ବସାଇ ଥିବାରୁ ପ୍ରଧାନମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେବାକୁ ପ୍ରସ୍ତାବ ରଖିଲେ ବିରୋଧୀଦଳ ଉପନେତା ବିଷ୍ଣୁସେଠୀ।

ଅମର ଶତପଥୀ କହିଛନ୍ତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବାରୁ ଆମେ ଖୁସି। ତାଙ୍କୁ ଯେପରି ସମର୍ଥନ ମିଳୁଥିଲା ପୂର୍ବରୁ ସ୍ପଷ୍ଟ ହୋଇ ସାରିଥିଲା ଦ୍ରୌପଦୀ ରାଷ୍ଟ୍ରପତି ହେବେ ବୋଲି।

କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ଓଡ଼ିଶା ଓ ଭାରତ ଗର୍ବିତ। ଆମେ ଭୋଟ ଦେଇନୁ କିନ୍ତୁ ଓଡ଼ିଶାର ଆଦିବାସୀ ମହିଳା ରାଷ୍ଟ୍ରପତି ହୋଇଥିବାରୁ ଆମେ ଗର୍ବିତ।

ନବ ନିର୍ବାଚିତ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ ଙ୍କୁ ଧନ୍ୟବାଦ ପ୍ରସ୍ତାଵ ଦେବା ଲାଗି ଦାବି..

() ଶୁନ୍ୟକାଳ ରେ ନବ ନିର୍ବାଚିତ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ ଙ୍କ ଲାଗି ବିଧାନସଭା ପକ୍ଷରୁ ସର୍ବସମ୍ମତ କ୍ରମେ ଧନ୍ୟବାଦ ପ୍ରସ୍ତାଵ ଦେବା ଲାଗି ଦାବି।

ଗତକାଲି ଗଣତନ୍ତ୍ରର ବିଜୟ ହୋଇଛି। ମୁଖ୍ୟମନ୍ତ୍ରୀ, ଓ ଯେଉଁ ଜଣେ ଭାଇ ମାଟିର ଝିଅକୁ ଭୋଟ ଦେଇଛନ୍ତି (ମହମ୍ମଦ ମୋକିମଙ୍କୁ) ତାଙ୍କୁ ଧନ୍ୟବାଦ୍ ଦେଲେ ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠି। ସର୍ବସମ୍ମତି କ୍ରମେ ଧନ୍ୟବାଦ ପ୍ରସ୍ତାବ ଆଣିବାକୁ ବିରୋଧୀ ଦଳ ଉପନେତା ଙ୍କ ଦାବି। ଅମର ଶତପଥୀ ସମର୍ଥନ କଲେ।

ସାମ୍ବାଦିକଙ୍କୁ ପ୍ରେସ ଗ୍ୟାଲେରୀ କୁ ଅନୁମତି ଦାବି….

() ଶୁନ୍ୟ କାଳରେ ବି ଉଠିଲା ସାମ୍ବାଦିକଙ୍କୁ ପ୍ରେସ ଗ୍ୟାଲେରୀ କୁ ଅନୁମତି ଦାବି। ବିଧାୟକ ଙ୍କୁ ବି ଗୃହ ଭିତରକୁ ଅନୁମତି ଦେବା ସହ ଗୃହ କାର୍ଯ ସ୍ଵାଭାବିକ ପାଇଁ ଦାବି ଉଠିଲା।

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି କହିଛନ୍ତି।

ବିଧାୟକ ମାନେ ଏକାଠି ନ ବସିବା ଦ୍ବାରା ବିଭ୍ରାଟ ସୃଷ୍ଟି ହେଉଛି। ଅନ୍ୟତ୍ର ବସିବା ଦ୍ବାରା ଦ୍ୱିତୀୟ ଶ୍ରେଣୀ ବିଧାୟକ ଭଳି ଅନୁଭବ କରୁଛନ୍ତି ବିଧାୟକ। ଅନ୍ୟ ରାଜ୍ୟରେ ବିଧାନସଭା ସ୍ଵାଭାବିକ ହେଲା। ସାଂସଦ ବି ସ୍ଵାଭାବିକ ହେଲାଣି।ଲକ୍ଷ ଲକ୍ଷ ଲୋକଙ୍କୁ ନେଇ ରଥଯାତ୍ରା ବି ଶୃଙ୍ଖଳିତ ଭାବେ ହେଲା।।ସାମ୍ବାଦିକ ନ ଆସିବା ଦ୍ବାରା କେଉଁ ସଦସ୍ୟ କେଉଁ ପ୍ରସଙ୍ଗ ଉଠାଉଛନ୍ତି ଜନାପଡୁନି ,ଭୁଲ ନ୍ୟୁଜ ଯାଉଛି। ତେଣୁ ଗୃହରେ ସମସ୍ତଙ୍କୁ ଛାଡ଼ିବାକୁ ଅନୁରୋଧ କଲେ ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝି । ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି ମହାରାଷ୍ଟ୍ର ପରି ରାଜ୍ୟରେ ସଂକ୍ରମଣ ଅଧିକ ରହୁଥିଲେ ବି ସେଠାରେ ସ୍ଵାଭାବିକ ଚାଲୁଛି। ତେଣୁ ଓଡ଼ିଶାରେ ସ୍ଵାଭାବିକ କରାଯାଉ। କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ବି ସାମ୍ବାଦିକ ପ୍ରେସ ଗ୍ୟାଲେରୀ କୁ ଛାଡ଼ିବାକୁ ଦାବି କରିଛନ୍ତି। ବିଧାୟକ ମାନେ ଅନ୍ୟତ୍ର ବସିବାକୁ ନେଇ ଅସନ୍ତୋଷ ପ୍ରକାଶ କଲେ ସାଲୁଜା।ଲକ୍ଷ ଲକ୍ଷ ଲୋକଙ୍କୁ ନେଇ ରଥଯାତ୍ରା ବି ଶୃଙ୍ଖଳିତ ଭାବେ ହେଲା। ତେଣୁ ଗୃହ କାର୍ଯ ସ୍ଵାଭାବିକ କରାଯାଉ।

ମହମ୍ମଦ ମୋକିମି ଙ୍କ ଉପରେ ପିସିସି ସଭାପତିଙ୍କ କାର୍ଯ୍ୟାନୁଷ୍ଠାନ…

() ମୋକିମଙ୍କୁ କାରଣ ଦର୍ଶାଅ ନୋଟିସ ନେଇ ବିରୋଧି ଦଳ ଉପନେତା ବିଷ୍ଣୁ ସେଠୀଙ୍କ ପ୍ରତିକ୍ରିୟା। ଏହା ଦୁର୍ଭାଗ୍ୟ ଜନକ। ମାଟି ପାଇଁ ଭୋଟ ଦେଇଛନ୍ତି। ସେଥିଲାଗି ସ୍ବାଗତ କରୁଛି। ଯେଉଁମାନେ ନୋଟିସ କରିଛନ୍ତି ତାଙ୍କର ମାଟି ପାଇଁ ଦରଦ କେତେ ଏଥିରୁ ଜଣା ପଡ଼ୁଚି। ମହମ୍ମଦ ମୋକିଙ୍କ ଉପରେ ପିସିସି ସଭାପତିଙ୍କ କାର୍ଯ୍ୟାନୁଷ୍ଠାନ । ଦଳୀୟ ଅନୁଶାସନ ଭଙ୍ଗ କରିଥିବା ନେଇ କାରଣ ଦର୍ଶଅ ନୋଟିସ । ନୋଟିସ ଜରିକଲେ ପିସିସି ସଭାପତି ଶରତ ପଟନାୟକ । ଏ ସମ୍ପର୍କରେ} ସୂଚନା ଦେଲେ ମିଡିଆ ସେଲ ମୁଖ୍ୟ ସତ୍ୟ ପ୍ରକାଶ ନାୟକ ।

 

Follow us

20,832FansLike
0FollowersFollow
14,700SubscribersSubscribe

Latest news