କାଶିପୁର ଝାଡ଼ାବାନ୍ତି ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଙ୍କ ପ୍ରତିକ୍ରିୟା….

() କାଶିପୁର ଝାଡ଼ାବାନ୍ତି ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଙ୍କ ପ୍ରତିକ୍ରିୟା। ବଢ଼ିଥାଇ ପରେ ମୃତ୍ୟୁ ସଂଖ୍ୟା।ମୋ ଅନୁଧ୍ୟାନ ସମୟରେ ମୃତ୍ୟୁ ସଂଖ୍ୟା ଯାହା ଥିଲା ଆମେ ରାଜ୍ୟବାସୀ ଙ୍କୁ ଅବଗତ କରିଥିଲୁ ଏବେ ବଢ଼ିଥାଇପାରେ।ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କାଶିପୁର ଉପରେ ତିଖନ୍ ନଜର ରଖାଯାଇଛି।ସ୍ଥିତି ନିୟନ୍ତ୍ରଣ ରହିଛି। 9 ନୁହେଁ 14ବୋଲି ମୃତ୍ୟୁ ସଂଖ୍ୟା କୁ ଆସୁଥିବା ଅଭିଯୋଗକୁ ମୋତେ ଲିଖିତ ଭାବେ ଦେଲେ ମୃତ୍ୟୁ ବ୍ୟକ୍ତି ଙ୍କ ପୋଷ୍ଟ ବଟମ ରିପୋର୍ଟ ସାର୍ବଜନନୀ ବିଭାଗ ପକ୍ଷରୁ କରାଯିବ ।

ନବ ଦାସ : ସ୍ୱାସ୍ଥ୍ୟମନ୍ତ୍ରୀ

ମଙ୍କିପକ୍ସ କୁ ନେଇ ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ବୈଠକ…

() 30ରେ ମଙ୍କିପକ୍ସ ନେଇ ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ବୈଠକ। ସ୍ଥିତି ଉପରେ ନଜର ରଖାଯାଇଛି। ବାହାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖାଯାଇଛି। ମଙ୍କିପକ୍ସ ପାଇଁ ଦେଶରେ 10ଟି ପରୀକ୍ଷା କେନ୍ଦ୍ର ଅଛି। ଯେଉଁମାନଙ୍କର ଲକ୍ଷଣ ରହିଛି ସେମାନେ ସ୍ୱାସ୍ଥ୍ୟ ବିଭାଗ ସହ ପରାମର୍ଶ କରନ୍ତୁ। ଗାଇଡ଼ଲାଇନ ଆସିବା ପରେ ଏବେ ହସ୍ପିଟାଲଗୁଡିକରେ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ନବ କିଶୋର ଦାସ,ସ୍ବାସ୍ଥ୍ୟମନ୍ତ୍ରୀ

ବିଧାନସଭାରେ ପୁଣି ଉଠିଲା ରାୟଗଡା କାଶୀପୁରରେ ବ୍ୟାପିଥିବା ଝାଡ଼ା ବାନ୍ତି ପ୍ରସଙ୍ଗ…

() ବିଧାନସଭାର ଶୁନ୍ୟକାଳ ରେ ପୁଣି ଥରେ ଉଠିଲା ରାୟଗଡା କାଶୀପୁରରେ ଝାଡ଼ା ବାନ୍ତି ବ୍ୟାପିବା ପ୍ରସଙ୍ଗ । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଏହି ପ୍ରସଙ୍ଗ ଉଠାଇଛନ୍ତିl ଝାଡ଼ାବାନ୍ତି ରେ ସର୍ବମୋଟ 14 ଜଣ ମୃତ୍ୟୁବରଣ ସେ ଅଭିଯୋଗ କରିଛନ୍ତି l ଉତ୍କଳ ଆଲୁମିନା ସେଠି ୱାଟର ଟ୍ରିଟମେଣ୍ଟ ନ କରି ଦୂଷିତ ପାଣି ଛାଡୁ ଥୁବାରୁ ଏପରି ଝାଡ଼ା ବାନ୍ତି ବ୍ୟାପିଛି । ଏ ନେଇ ବିଧାନସଭା ପକ୍ଷରୁ ଏକ ସର୍ବଦଳୀୟ ଟିମ ଗଠନ କରାଯାଇ ଅନୁଧ୍ୟାନ କରାଯାଉ ବୋଲି ଦାବି କରିଛନ୍ତି ବିରୋଧି । ସେହିପରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନି ପତି ମଧ୍ୟ ସମାନ ପ୍ରସଙ୍ଗ ଉଠାଇ କହିଛନ୍ତି କାଶୀପୁର ରେ 14 ଏବଂ ଗତକାଲି ଦସମନ୍ତପୁର ରେ 3 ଜଣ ମୃତ୍ୟୁବରଣ କରିଛନ୍ତି ଅଭିଯୋଗ କରିଛନ୍ତି । ପାଣି କୁ ଟ୍ରିଟମେଣ୍ଟ କରି କି ଛଡ଼ା ଯାଉନି । ଝାଡ଼ା ବାନ୍ତି ଦ୍ୱାରା ଅଭିବକ୍ତ କୋରାପୁଟ ରେ ମୋଟ 17 ଜଣ ମୃତ୍ୟୁବରଣ କରିଛନ୍ତି ସେ ଅଭିଯୋଗ କରିଛନ୍ତି। ତାରା ମଧ୍ୟ କହିଛନ୍ତି ଉତ୍କଳ ଆଲୁମିନା ଜାଣିଶୁଣି ଦୂଷିତ ପାଣି ଛାଡ଼ୁଛି । ଯେଉଁ ଏଗ୍ରି ମେଣ୍ଟ କରିଥିଲା ତାହା କୁ ପାଳନ କରୁନାହିଁ । ଏହାର ତଦନ୍ତ ପାଇଁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ କମିଟି ଗଠନ ଦାବି କଲେ ତାରା। ଯେଉଁମାନେ ମୃତ୍ୟୁବରଣ କରିଛନ୍ତି ସେମାନଙ୍କ ପରିବାର କୁ 10 ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ଦାବି କଲେ ତାରା କରିଛନ୍ତି l

ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧୀନରେ ୩୪୯୪ .୬୨ କିଲୋମିଟର ୬୩୫ ଟି ରାସ୍ତା..

() ରାଜ୍ୟରେ ୨୦୨୨-୨୩ ଆର୍ଥିକ ବର୍ଷରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧୀନରେ ୩୪୯୪ .୬୨ କିଲୋମିଟର ୬୩୫ ଟି ରାସ୍ତା ସମ୍ପୂର୍ଣ ପାଇଁ ଲକ୍ଷ ରଖାଯାଇଛି।ଚଳିତ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ୮୨୧ କିଲୋମିଟର ରାସ୍ତା ନିର୍ମାଣ ପାଇଁ ଲକ୍ଷ ଧାର୍ଯ୍ୟ ହୋଇଛି l ପ୍ରଶ୍ନକାଳରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତି ରଂଜନ ଘଡାଇ ଏହା କହିଛନ୍ତି l ଏଥିପାଇଁ ଖର୍ଚ୍ଚ ହେବ ୧୩୮୩.୩୩ କୋଟି ଟଙ୍କା।ବର୍ତ୍ତମାନ ସୁଦ୍ଧା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ମୋଟ ୧୭ ହଜାର ୮୭୩ ଟି ରାସ୍ତା ,୭୪ ହଜାର ୨୦୨ କିଲୋମିଟର ଓ ୬୪୭ ବ୍ରିଜ ଅନୁମୋଦନ ହୋଇଛି। ଏଥିପାଇଁ ୩୩ ହଜାର ୪୬୩ କୋଟି ବ୍ୟୟବରାଦ ଅନୁମୋଦନ ହୋଇଛି। ବର୍ତ୍ତମାନ ସୁଦ୍ଧା ଶେଷ ହୋଇଛି ୧୬ ହଜାର ୪୯୨ ରୋଡ,୬୪ ହଜାର ୮୯୩ କିଲୋମିଟର ରାସ୍ତା ,୫୨୨ ବ୍ରିଜ ଶେଷ ହୋଇଛି। ୧୩୮୧ ରାସ୍ତା ୯୩୦୯ କିଲୋମିଟର ରାସ୍ତା ଓ ୧୨୫ ବ୍ରିଜ ଚାଲିଛି।ଯେଉଁଠି ସମସ୍ୟା ଅଛି ପଦକ୍ଷେପ ନିଆଯାଉଛି। ୬୦-୪୦ ପ୍ରତିଶତ ଅନୁପାତରେ କାର୍ଯ ଚାଲିଛି। ଯେଉଁଠି ସମସ୍ୟା ଅଛି ବିଧାୟକ ମାନେ ଅବଗତ କଲେ ସମାଧାନ ପାଇଁ ପଦକ୍ଷେପ ନିଆଯିବ । ଏହାସହ ଗତ ୩ ବର୍ଷରେ ସମୁଦାୟ ୯ ହଜାର ୪୧୩ କିଲୋମିଟର ରାସ୍ତା ଉନ୍ନତିକରଣ ପାଇଁ ଅନୁମୋଦନ ହୋଇଛି। ଯେଉଁଥିରେ ୧୪୦୮ ଟି ରାସ୍ତା ଓ ୯୨ ଟି ବ୍ରିଜ ପାଇଁ ମଞ୍ଜୁର କରାଯାଇଛି। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ୭୬୩.୭୫ କିଲୋମିଟର ରାସ୍ତା ହାତକୁ ନିଆଯାଇଛି। କିପରି ଭଲ ରାସ୍ତା ହେବ ଓ ସମୟ ସୀମା ମଧ୍ୟରେ ଶେଷ ହେବ ସେ ନେଇ ପ୍ରୟାସ କରାଯାଉଛି। ସର୍କଲ ଓ ଡିଭିଜନ ସ୍ତରରେ ବୈଠକ କରାଯାଉଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ସମୀକ୍ଷା କରାଯାଉଛି। ଜମି ବିବାଦ,ଜଙ୍ଗଲ ଜମି ବିବାଦ ସ୍ଥାନୀୟ ସମସ୍ୟା ସମାଧାନ ପାଇଁ ପ୍ରୟାସ କରାଯାଉଛି। ନିର୍ମାଣରେ ବିଳମ୍ବ ହେଲେ କାରଣ ଦର୍ଶାଅ ନୋଟିସ ସହ ଜୋରିମାନା ଆଦାୟ କରାଯାଉଛି ବୋଲି ମନ୍ତ୍ରୀ ଗୃହକୁ ଅବଗତ କରାଇଛନ୍ତି।

ପ୍ରତି ପଂଚାୟତ ରେ ନିର୍ମାଣ ହେବ କଲ୍ୟାଣ ମଣ୍ଡପ..

() ପ୍ରତି ପଂଚାୟତ ରେ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ରାଜ୍ୟ ସରକାର ଦେଉଥିବା ଅର୍ଥ ପର୍ଯ୍ୟାପ୍ତ ହେଉ ନାହିଁ। ଆର୍ଥିକ ଅନୁଦାନ କୁ 10 ଲକ୍ଷ ରୁ 25 ଲକ୍ଷ ବୃଦ୍ଧି କରିବା ପାଇଁ ବିଧାନସଭାରେ ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟ ଙ୍କ ଦାବି । ମନ୍ତ୍ରୀ ଉତ୍ତର ରେ କହିଛନ୍ତି ପ୍ରତି କଲ୍ୟାଣ ମଣ୍ଡପ ପାଇଁ ରାଜ୍ୟ ସରକାର 10 ଲକ୍ଷ ଦେଉଥିଲା ବେଳେ ବାକି ଅର୍ଥ ଡ଼ିଏମଏଫ ଫଣ୍ଡ,ଗ୍ରାମ ପଂଚାୟତ, ପଂଚାୟତ ସମିତି ଏବଂ ଜିଲ୍ଲା ପରିଷଦ ମଧ୍ୟ ଏଥିରେ ଅର୍ଥ ଖର୍ଚ୍ଚ କରି ପାରିବେ । ଏହା ସହ 10 ଲକ୍ଷ ଟଙ୍କା କୁ ବୃଦ୍ଧି କରିବା ପାଇଁ ସରକାର ବିଚାର କରୁଥିବା ବିଧାନସଭା ରେ କହିଛନ୍ତି ପଂଚୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ ।

ମୁମ୍ବାଇ ମହାନଗର ନିଗମର 61 ଲକ୍ଷ ଟଙ୍କା ଛାଡ଼ କଲେ ଓଡିଶା ସରକାର

() ନବି ମୁମ୍ବାଇ ମହାନଗର ନିଗମର 61 ଲକ୍ଷ ଟଙ୍କା ଛାଡ଼ କଲେ ଓଡିଶା ସରକାର।

କୋଭିଡରୋଗୀଙ୍କ ଚିକିତ୍ସା ପାଇଁ ମୁମ୍ବାଇ ଓଡ଼ିଶା ଭବନରେ ଡାକ୍ତର ମାନଙ୍କ ରହଣି ବାବଦ ଦେୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଙ୍କ ନିର୍ଦ୍ଦେଶରେ ଛାଡ।

ପ୍ରଥମ ଲହରିରେ ମଧ୍ୟ 2 କୋଟି ଟଙ୍କା ଛାଡ଼ ହୋଇଥିଲା। 25 ଜୁଲାଇ 2022 କୋଭିଡ ରୋଗୀଙ୍କ ଚିକିତ୍ସା କରୁଥିବା ନବୀ ମୁମ୍ୱାଇ ମହାନଗର ନିଗମର ଡାକ୍ତର ଓ ନର୍ସ ମାନଙ୍କ ମୁମ୍ୱାଇ ସ୍ଥିତ ଓଡ଼ିଶା ଭବନରେ ରହୁଣୀ ବାବଦ 61 ଲକ୍ଷ 5 ହଜାର ଟଙ୍କା ଦେୟକୁ ଓଡ଼ିଶା ସରକାର ଛାଡ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଏହି ଦେୟ ଛାଡ଼ କରାଯାଇଛି।

2021 ଏପ୍ରିଲ୍ 12 ତାରିଖ ଠାରୁ 2021 ନଭେମ୍ବର 27 ପର୍ଯ୍ୟନ୍ତ ଓଡ଼ିଶା ଭବନର ଚତୁର୍ଥ ମହଲାରେ 8 ଟି ରୁମ୍ ଓ ଗୋଟିଏ dormitory ରେ ମହାନଗର ନିଗମର ଡାକ୍ତର ଓ ନର୍ସଙ୍କ ମାନେ ଦୀର୍ଘ 7 ମାସରୁ ଅଧିକ ସମୟ ରହି Covid ଚିକିତ୍ସା କରୁଥିଲେ। ଓଡ଼ିଶା ସରକାର ବର୍ତମାନ ଏହା ବାବଦ ଦେୟ ଛାଡ଼ କରିଛନ୍ତି।

ସୂଚନାଯୋଗ୍ୟ ପୂର୍ବରୁ ପ୍ରଥମ ଲହରୀ ସମୟରେ ମଧ୍ୟ ନବୀ ମୁମ୍ୱାଇ ମହାନଗର ନିଗମର 2 କୋଟି 16 ହଜାର ଟଙ୍କା ଛାଡ କରାଯାଇଥିଲା।

ରାଜ୍ୟରେ ଖାଲି ପଡ଼ିଛି ୧୯୭୫ଟି ଡାକ୍ତର ପଦବୀ…

() ରାଜ୍ୟରେ ବର୍ତ୍ତମାନ ୧୯୭୫ ଟି ଡାକ୍ତର ପଦବୀ ଖାଲି ପଡ଼ିଛି। ସେହିପରି ୧୩୫୧ ବିଶେଷଜ୍ଞ ପଦବୀ ବି ଖାଲି ପଡ଼ିଛି।ଯେଉଁଥିରେ ସର୍ବାଧିକ ୩୬୧ ଶିଶୁ ରୋଗ ବିଶେଷଜ୍ଞ ପଦବୀ ଖାଲି ପଡିଥିବା ବେଳେ ୨୭୦ ମେଡ଼ିସିନ ବିଭାଗ ବିଶେଷଜ୍ଞ ଏବଂ ୨୬୧ ଟି ଅସ୍ତ୍ରୋପଚାର ବିଭାଗର ପଦବୀ ଖାଲି ପଡ଼ିଛି
।ରାଜ୍ୟର ଓଡିଶା ଡାକ୍ତରୀ ଓ ସ୍ବାସ୍ଥ୍ୟସେବା ସମ୍ବର୍ଗର ମୋଟ ମଞ୍ଜୁରୀପ୍ରାପ୍ତ ଡାକ୍ତର ସଂଖ୍ୟା ୮୭୫୦। ସେଥିମଧ୍ଯରୁ ବିଭିନ୍ନ ବର୍ଗର ୬୭୭୫ ଜଣ ନିୟମିତ ଡାକ୍ତର କାର୍ଯ୍ୟରତ ରହିଛନ୍ତି।ଏହି ଖାଲିଥ‌ିବା ପଦବୀ ଗୁଡିକରେ ୩୫ ଜଣ ଡାକ୍ତରଙ୍କୁ Ad-hoc ନିଯୁକ୍ତି ଦିଆଯାଇଥ‌ିବା ବେଳେ ୧୦୫୪ ଜଣ ଡାକ୍ତରଙ୍କୁ contractual ନିଯୁକ୍ତି ଏବଂ ୩ ଜଣ ଡାକ୍ତରଙ୍କୁ Corpus Fund, ୭୮ ଜଣ ଡାକ୍ତରଙ୍କୁ DME Fund ମାଧ୍ୟମରେ ଏବଂ ୧୦୨ ଜଣ ଡାକ୍ତରଙ୍କୁ Post PG Bond ନିଯୁକ୍ତି ଦିଆଯାଇଛି । ବିଧାନସଭାରେ ବିଜେଡ଼ି ବିଧାୟକ ମନୋହର ରନ୍ଧାରୀ ଙ୍କ ପ୍ରଶ୍ନ ରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ଲିଖିତ ଉତ୍ତର

ରାଜ୍ୟରେ ପ୍ରତିଷ୍ଠା ହେବ ୧୨ ଟି ନୂଆ ଇସ୍ପାତ କାରଖାନା…

() ପ୍ରତିଷ୍ଠା ହେବାକୁ ଯାଉଥିବା ଇସ୍ପାତ କାରଖାନା ମଧ୍ୟରେ ସୁନ୍ଦରଗଡରେ ସର୍ବାଧିକ ୩ ଟି ରହିଥିବା ବେଳେ ଯାଜପୁରରେ ରହିଛି ୨ ଟି କାରଖାନା।ସେହିପରି ଅନୁଗୁଳ, କେନ୍ଦ୍ରାପଡା, ଝାରସୁଗୁଡା, ଢେଙ୍କାନାଳ, କେନ୍ଦୁଝର, ଜଗତସିଂହପୁର ଓ ଅନୁଗୁଳ ଜିଲ୍ଲାରେ ଗୋଟିଏ ଲେଖାଏଁ ଇସ୍ପାତ କାରଖାନା ପ୍ରତିଷ୍ଠା ହେବା କୁ ଯାଉଛି।

ରାଜ୍ୟରେ ବର୍ତ୍ତମାନ ୫୧ ଟି ଇସ୍ପାତ କାରଖାନା ରହିଥିବା ବେଳେ ସେଗୁଡ଼ିକର ବାର୍ଷିକ ଉତ୍ପାଦନ ୩୩.୧୨ ରହିଥିବା ସରକାରଙ୍କ ସୂଚନା। ବିଧାନସଭାରେ ବିଜେଡି ବିଧାୟକ ଧ୍ରୁବ ଚରଣ ସାହୁଙ୍କ ପ୍ରଶ୍ନ ରେ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ଲିଖିତ ଉତ୍ତର….

ମଙ୍କିଫସ…

() ମଙ୍କିଫସ ନେଇ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ପ୍ରତିକ୍ରିୟା। ସ୍ବାସ୍ଥ୍ୟ ବିଭାଗ କଡ଼ା ନଜର ରଖିଛି l ସବୁ ପରିସ୍ଥିତି ମୁକାବିଲା ପାଇଁ ସରକାର ପ୍ରସ୍ତୁତ l ମଙ୍କିଫସ ନେଇ ସରକାର ସଜାଗ ଅଛନ୍ତି l ବିମାନ ବନ୍ଦର, ରେଳ ଷ୍ଟେସନ ଉପରେ କଡା ନଜର ରଖା ଯାଇଛି l କେନ୍ଦ୍ର ସରକାର ଗାଇଡ ଲାଇନ୍ ପଠାଇଛନ୍ତି l ଏହା ବହୁତ ଗୁରୁତ୍ୱ ପୂର୍ଣ୍ଣ l ଏଯାଏ ଓଡ଼ିଶାରେ ମଙ୍କିଫସ ଚିହ୍ନଟ ହୋଇନାହିଁ l

ନବ କିଶୋର ଦାସ, ସ୍ବାସ୍ଥ୍ୟ ମନ୍ତ୍ରୀ

ରାଜଧାନୀରେ ସରକାରୀ କ୍ୱାଟର…

() ଭୁବନେଶ୍ୱର ୟୁନିଟ-2 ରେ ଭଙ୍ଗାଯିବ ୪୧୦ ଟି ସରକାରୀ କ୍ୱାଟର ଏହି ସବୁ କ୍ୱାଟର କୁ ଭାଙ୍ଗି PPP mode ରେ ରି-ଡେଭଲ୍ପମେଣ୍ଟ କରିବା ଲାଗି ରାଜ୍ୟ ସରକାରଙ୍କ ଯୋଜନା ୟୁନିଟ-୬ ଅନ୍ତର୍ଗତ ୫୦ଗୋଟି କ୍ଲାର୍ଟର Post Graduate_Institute of Medical Education and Research at Capital Hospital, Bhubaneswar ନିର୍ମାଣ, ୟୁନିଟ-୪ ଅନ୍ତର୍ଗତ ଅନ୍ୟ ୫୦ଟି କ୍ୱାର୍ଟର MLA Colony ରେ ବହୁତଳ ଆବାସିକ କୋଠାନି ର୍ବାଚନ,୧୨ ଗୋଟି କ୍ୱାଟର ୟୁନିଟ-୩ରେ ଭୁବନେଶ୍ୱର ମହାନଗର ନିଗମ ର ନୂତନ କାର୍ଯ୍ୟାଳୟ ନିର୍ମାଣ ପାଇଁ ଓ ୟୁନିଟ-୮ ଅନ୍ତର୍ଗତ ୩୬ ଗୋଟି କ୍ୱାର୍ଟର ନିରାପଦ ନ ଥ‌ିବା ଯୋଗୁ ଭଙ୍ଗାଯାଇଅଛି ।

ଏହା ବାଦ ୟୁନିଟ-୨ରେ ୧୨୪ଟି ଘର ଖାଲି ପଡ଼ିଛି । ଯାହାକି Redevelopment Plan ନିମନ୍ତେ ପ୍ରସ୍ତାଵ ଥିବାରୁ ଆବଣ୍ଟନ ହୋଇନଥିବା ସରକାରଙ୍କ ଉତ୍ତର।ବର୍ତ୍ତମାନ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅଧୀନରେ ୧୧,୩୭୪ ଟି କ୍ୱାଟର ରହିଛି ।

ବିଧାନସଭାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନିପତିଙ୍କ ପ୍ରଶ୍ନରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲିଖିତ ଉତ୍ତର…

Follow us

20,832FansLike
0FollowersFollow
14,700SubscribersSubscribe

Latest news