ରାଜ୍ୟରେ ନିର୍ମାଣ ହେବ ଶୀତଳ ଭଣ୍ଡାର…

() ରାଜ୍ୟରେ ମୋଟ ୧୩୧ ଟି ଶୀତଳ ଭଣ୍ଡାର ରହିଛି । ସେଥି ମଧ୍ୟରୁ ବର୍ତ୍ତମାନ ୯୮ ଟି ଅଚଳ ହୋଇ ପଡିଥିବା ବେଳେ ମାତ୍ର ୩୩ ଟି ସଚଳ ରହିଛି । ରାଜ୍ୟ ସରକାର ଶୀତଳ ଭଣ୍ଡାର ଉପରେ ଗୁରୁତ୍ୱ ଦେଉଛନ୍ତି । ପୂର୍ବ ଭଳି ରାଜ୍ୟରେ ଆଉ ବଡ଼ ବଡ଼ ଶୀତଳ ଭଣ୍ଡାର କରାଯିବ ନାହିଁ । ବରଂ ଯେଉଁଠି ଅମଳ ହେଉଛି ସେହି ସ୍ଥାନରେ ଛୋଟ ଛୋଟ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ସରକାର ଯୋଜନା କରୁଛନ୍ତି ।

ଉଦ୍ୟାନ କୃଷି ଜରିଆରେ ରାଜ୍ୟର ଅମଳ ବୃଦ୍ଧି ପାଇଛି । ୨୦୧୫ ରୁ ୨୦୨୨ ମଧ୍ୟରେ ଫଳମୂଳ ଉତ୍ପାଦନ ୧୭ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ପନି ପରିବା ଉତ୍ପାଦନ ୯.୪ ପ୍ରତିଶତ ବୃଦ୍ଧି ପାଇଛି । ବିଧାନସଭାର ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଉତ୍ତର

ବଜାର ବ୍ୟବସ୍ଥାକୁ ନେଇ ଗୃହ ସରଗରମ…

( ) ରାଜ୍ୟର ବିଭିନ୍ନ ପନି ପରିବା ଏବଂ ଫଳମୂଳର ଉତ୍ପାଦନ, ସଂରକ୍ଷଣ ଏବଂ ବଜାର ବ୍ୟବସ୍ଥାକୁ ନେଇ ଗୃହରେ ସରଗରମ ଆଲୋଚନା । କନ୍ଦମୂଳ ଉତ୍ପାଦନ ଓଡିଶା ଏକ ନଂ ସ୍ଥାନ ଅଧିକାର କରିଛି ।ସେହିପରି ବାଇଗଣ ଓ ବନ୍ଧା କୋବିରେ ଦ୍ୱିତୀୟ, ଭେଣ୍ଡି, ବିଲାତି ବାଇଗଣ ଓ ତରଭୁଜ ଉତ୍ପାଦନ ରେ ଓଡ଼ିଶା ପଞ୍ଚମ ସ୍ଥାନ ଅଧିକାର କରିଛି ବୋଲି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଛନ୍ତି । ୩ କୋଟି ୬୪ ଲକ୍ଷ ଆମ୍ବ, କାଜୁ, କମଳା ଲେମ୍ବୁ, ଲିଚୁ, ନଡ଼ିଆ, ପିଜୁଳି, ଭଳି ଚାରା ଚାଷୀ ଏବଂ ବିଭିନ୍ନ ସଂଗଠନ ମାନଙ୍କୁ ବଣ୍ଟା ଯାଇଛି । ଓଡିଶା କୃଷି ନିଗମ ଶିଳ୍ପ ଦ୍ୱାରା ଖତ ସାର ଯୋଗାଈ ଦିଆ ଯାଉଛି । କୃଷକ ମାନେ ଫସଲ ର ସଠିକ ପରିଚାଳନା କଲେ ହେକ୍ଟର ପିଛା ଆଁଳା ହେକ୍ଟର ପିଛା ୧୫୬ କ୍ୱିଣ୍ଟାଲ ଏବଂ ପିଜୁଳି ୬୬ କ୍ୱିଣ୍ଟାଲ, ପଣସ ୩୧୨ କ୍ୱିଣ୍ଟାଲ ଓ ଆମ୍ବ ୧୨୦ କ୍ୱିଣ୍ଟାଲ ଉତ୍ପାଦନ ହୋଇ ପାରିବ । ଫଳର ଓ ପନି ପରିବା ର ମୂଲ୍ୟ ବିକ୍ରି ଓ ଦର ବଜାର ସ୍ଥିତି ଉପରେ ନିର୍ଭର କରେ ।ବିରୋଧୀ ଙ୍କ ଅଭିଯୋଗ ବିକ୍ରି ପାଇଁ ରାଜ୍ୟରେ ବଜାର ବ୍ୟବସ୍ଥା ନାହିଁ । ଆମ ରାଜ୍ୟରେ ଉତ୍ପାଦନ ହେଉଥିବା ପନି ପରିବା ଏବଂ ଫଳମୂଳ ବାହାର କୁ ଚାଲି ଯାଉଛି ।ବିରୋଧୀ ଙ୍କ ଅଭିଯୋଗ ବିକ୍ରି ପାଇଁ ରାଜ୍ୟରେ ବଜାର ବ୍ୟବସ୍ଥା ନାହିଁ । ଆମ ରାଜ୍ୟରେ ଉତ୍ପାଦନ ହେଉଥିବା ପନି ପରିବା ଏବଂ ଫଳମୂଳ ବାହାର କୁ ଚାଲି ଯାଉଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି l

ଆସନ୍ତାକାଲି ପ୍ରକାଶ ପାଇବ ଓଜେଇଇ ରେଜଲ୍ଟ…

() ଆସନ୍ତାକାଲି ପ୍ରକାଶ ପାଇବ ଓଜେଇଇ ରେଜଲ୍ଟ। ବିଭାଗୀୟ ମନ୍ତ୍ରୀଂକ ଦ୍ଵାରା ପ୍ରକାଶିତ ହେବ ପରୀକ୍ଷା ଫଳ। ଆସନ୍ତାକାଲି ପ୍ରକାଶ ପାଇବ ଓଜେଇଇ 2022 ରେଜଲ୍ଟ। SCTE ଅଡିଟୋରୀୟମରେ ବିଭାଗୀୟ ମନ୍ତ୍ରୀଂକ ସମେତ ଓଜେଇଇ ଚେୟାରମ୍ୟନ ଓ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ପ୍ରକାଶିତ ହେବ ପରୀକ୍ଷା ଫଳ।

ସୂଚନା ଅନୁଯାୟୀ, ଓଜେଇଇ ପରୀକ୍ଷା ପାଇଁ ମୋଟ 57 ହଜାର 918 ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ । ସର୍ବାଧିକ ଲାଟେରାଲ ଏଣ୍ଟ୍ରିର ବିଟେକରେ 20 ହଜାର 168 ଜଣ ପରୀକ୍ଷାର୍ଥୀ ଆବେଦନ କରିଥିବାବେଳେ ବି.ଫାର୍ମା ପାଇଁ 12 ହଜାର 229 ଜଣ, ଏମ୍.ବି.ଏ ପାଇଁ 10 ହଜାର 167 ଜଣ ଆବେଦନ କରିଛନ୍ତି । ରାଜ୍ୟର 30ଟି ଜିଲ୍ଲାରେ ପରୀକ୍ଷା କେନ୍ଦ୍ର ହୋଇଥିବା ବେଳେ ରାଜ୍ୟ ବାହାରେ ପଶ୍ଚିମବଙ୍ଗ, ବିହାର ଓ ଝାଡ଼ଖଣ୍ଡରେ 3ଟି ପରୀକ୍ଷା କେନ୍ଦ୍ର କରାଯାଇଥିଲା ।

ଅପରାହ୍ନ ୪ଟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳ..

() ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପକ୍ଷରୁ ବିଜ୍ଞାନ ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ  ଆସନ୍ତାକାଲି(ବୁଧବାର) ପ୍ରକାଶ ପାଇବ ।ସିଏଚଏସଇ ମୁଖ୍ୟାଳୟରେ ଆନୁଷ୍ଠାନିକ ଭାବେ ଫଳ ପ୍ରକାଶ ପାଇବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା  ଦେଇଛନ୍ତି । ବୁଧବାର ଅପରାହ୍ନ ୪ଟାରେ ପରୀକ୍ଷା ଫଳ ପ୍ରକାଶ ପାଇବାକୁ ଥିବାବେଳେ ଛାତ୍ରଛାତ୍ରୀ   www.orissaresults.nic.in ଓ SAMS e space ୱେବସାଇଟ ମାଧ୍ୟମରେ ରେଜଲ୍ଟ ପାଇ ପାରିବେ । ତେବେ ଆସନ୍ତାକାଲି କେବଳ ବାଣିଜ୍ୟ ଓ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇବାକୁ ଥିବାବେଳେ କଳା ଓ ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ରେଜଲ୍ଟ ଅଗଷ୍ଟ ପ୍ରଥମ ସପ୍ତାହ ମଧ୍ୟରେ ପ୍ରକାଶ ପାଇବ । ବିଜ୍ଞାନ ବିଭାଗର ୭୮ ହଜାର ଓ ବାଣିଜ୍ୟର ୨୪ ହଜାର ଛାତ୍ରଛାତ୍ରୀଙ୍କୁ ମିଶାଇ ପାଖାପାଖି ୧ ଲକ୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇବ । ସୂଚନାଯୋଗ୍ୟ ଚଳିତବର୍ଷ ରାଜ୍ୟର ୧୧୩୩ଟି ପରୀକ୍ଷା କେନ୍ଦ୍ରରେ ମୋଟ୍ ୩ଲକ୍ଷ ୨୧ହଜାର ୫୦୮ ପରୀକ୍ଷାର୍ଥୀ +୨ ପରୀକ୍ଷା ଦେଇଥିଲେ । କଳାରେ ୨ଲକ୍ଷ ୧୩ହଜାର ୪୩୨ ଜଣ ପରୀକ୍ଷାର୍ଥୀ ଥିବା ବେଳେ ବିଜ୍ଞାନରେ ୭୮ହଜାର ୭୭ଜଣ, ବାଣିଜ୍ୟରେ ୨୪ହଜାର ୧୩୬ଜଣ ଏବଂ ଧନ୍ଦାମୂଳକ ଶିକ୍ଷାରେ ୫ହଜାର ୮୬୩ଜଣ ରହିଛନ୍ତି । ଚଳିତବର୍ଷ ମୂଲ୍ୟାୟନ ନିମନ୍ତେ ଦୁଇପ୍ରକାରର ମୂଲ୍ୟାୟନ ପଦ୍ଧତି ଗ୍ରହଣ କରାଯାଇଛି । ଦୁଇଟି ପଦ୍ଧତି ମଧ୍ୟରୁ ଯେଉଁଥରେ ପିଲାଙ୍କ ମାର୍କ ଅଧିକ ହେବ ତାହାକୁ ସମ୍ପୃକ୍ତ ବିଷୟର ଚୂଡ଼ାନ୍ତ ମାର୍କ ଭାବେ ବିଚାର କରାଯିବ ।

ରାଜ୍ୟରେ ହେବ ଆଉ ୫ଟି ମେଡିକାଲ କଲେଜ : ସ୍ବାସ୍ଥ୍ୟ ମନ୍ତ୍ରୀ…..

() ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୧୨୩୩୯ କୋଟି ୭୩ ଲକ୍ଷ ୩୩ ହଜାର ଟଙ୍କାର ଖର୍ଚ୍ଚ ଦାବିକୁ ମିଳିଲା ଗୃହର ଅନୁମୋଦନ । ଆଲୋଚନା ବେଳେ ବିରୋଧୀ କହିଛନ୍ତି ସରକାର ନୂଆ ମେଡ଼ିକାଲ କଲେଜ ଖୋଲିବା କୁ ନେଇ ବାହା ବାହା ନେଉଛନ୍ତି । ମାତ୍ର ଡାକ୍ତର କି ପ୍ରଫେସର ନାହାନ୍ତି । ଯେଉଁଥି ପାଇଁ ମେଡ଼ିକାଲ ପାଠ ପଢା ଆରମ୍ଭ ହୋଇ ପାରୁନି । ଏସିବି ମେଡ଼ିକାଲ କଲେଜ କୁ ଏମ୍ସ ପ୍ଲସ କରିବା ନେଇ ସରକାର ଯୋଜନା କରିଛନ୍ତି ଏବଂ କାର୍ଯ୍ୟ ବି ଆରମ୍ଭ କରିଛନ୍ତି । କିନ୍ତୁ ଗଛ ତଳେ ଚିକିତ୍ସିତ ହେଉଛନ୍ତି ରୋଗୀ । ବର୍ତ୍ତମାନ ବି ୬ ଟି ମୁଖ୍ୟ ବିଭାଗରେ ଡାକ୍ତର ନାହାନ୍ତି । ମେଡ଼ିସିନ ବିଭାଗ ରେ ୧୨୦୦ ବେଡ଼ ତୁଳନାରେ ୪୦୦ ବେଡ଼ ରହିଛି । ବେଡ଼ ମଧ୍ୟ ବଢା ଯାଇନି । ଏବେ ବି ସ୍ଵାସ୍ଥ୍ୟ ବିଭାଗରେ ୩୬ ହଜାର ୪୫ ପଦବୀ ଖାଲି ପଡିଛି ତାହା ପୂରଣ କରିବାକୁ ସରକାର ପଦକ୍ଷେପ ନେଉ ନାହାନ୍ତି । ଏସିବି ରେ ଦଲାଲ ରାଜ୍ ଚାଲିଛି । କିଡିନ ପ୍ରତ୍ୟାରୋପଣ କାର୍ଯ୍ୟ ଏବେ ଯାଏଁ ବି ଆରମ୍ଭ ହୋଇ ପାରିଲାନି । ମୁଖ୍ୟ ବିଲ୍ଡିଂ କାର୍ଯ୍ୟ ଏ ପର୍ଯ୍ୟନ୍ତ ବି ଆରମ୍ଭ ହୋଇ ପାରିଣୀ । ଏସିବି ମେଡ଼ିକାଲ ୧୯୮୨ ମସିହାରେ ଯେମିତି ଥିଲା ବର୍ତ୍ତମାନ ବି ସେମିତି ରହିଛି । ବିଶେଷ କିଛି ପରିବର୍ତ୍ତନ ହୋଇ ନାହିଁ । ଶିଶୁ ହସ୍ପିଟାଲ କଥା କହିଲେ ନ ସରେ । 3 ଆମ୍ବୁଲାନ୍ସ ରୁ 2 ଖରାପ ହୋଇ ପଡିଛି । ଏହା ସହ ରାଜ୍ୟରେ କାହିଁକି ଆୟୁସ୍ମାନ ଯୋଜନା ଲାଗୁ କରାଯାଉନି ବୋଲି କହି ସରକାରଙ୍କୁ ଘେରିଛନ୍ତି ବିରୋଧୀ । ସେପଟେ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ରାଜ୍ୟରେ ୫ ଟି ମେଡ଼ିକାଲ କଲେଜ ନିର୍ମାଣ ଧୀନ ଥିବା ବେଳେ ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ସୁନ୍ଦରଗଡ଼ ମେଡ଼ିକାଲ କଲେଜ। ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ରାଜ୍ୟ ସରକାର ଉଲ୍ଲେଖନୀୟ ସଫଳତା ପାଇଛନ୍ତି । ଶିଶୁ ଓ ମାତୃ ମୃତ୍ୟୁ ହାର ରୋକିବା ସମେତ ଟିବି ନିୟନ୍ତ୍ରଣ,ମେଲେରିଆ ଓ ସମ୍ପୂର୍ଣ୍ଣ ଟୀକା କରଣ କ୍ଷେତ୍ରରେ ରାଜ୍ୟ ଆଗୁଆ ରହିଛି । ସ୍ୱାସ୍ଥ୍ୟ ପ୍ରତିଷ୍ଠା ଦିଗରେ କେନ୍ଦ୍ର ଠାରୁ କାୟା କଳ୍ପ ପୁରସ୍କାର ପାଇଛି । ରାଜ୍ୟରେ ମଞ୍ଜୁରୀ ପ୍ରାପ୍ତ ଡାକ୍ତର ପଦବୀ ସଂଖ୍ୟା ୮୭୫୦ ରହିଥିବା ବେଳେ ସେଥି ମଧ୍ୟରୁ ୬୭୭୫ ଡାକ୍ତର ନିୟମିତ କାର୍ଯ୍ୟ ରତ ଅଛନ୍ତି । ଖାଲି ପଡିଥିବା ୧୯୭୫ ଟି ଡାକ୍ତର ପଦବୀ ମଧ୍ୟରୁ ୧୦୫୪ ଜଣ ଙ୍କୁ ଚୁକ୍ତି ଭିତ୍ତିକ ନିଯୁକ୍ତି ଦିଆଯାଇଛି । ବାକି ପଦବୀ ପୂରଣ ପାଇଁ ପ୍ରକ୍ରିୟା ଜାରି ରହିଛି ।

ଆକ୍ରୋଶମୂଳକ ଭାବେ ସୋନିଆ ଗାନ୍ଧୀଙ୍କୁ ଇଡି ଡାକରା ପ୍ରତିବାଦରେ ରାଜ୍ୟ କଂଗ୍ରେସର ସତ୍ୟାଗ୍ରହ…

() କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରରୋଚିତ ପ୍ରବର୍ତନ ନିର୍ଦ୍ଦେଶାଳୟ ଯେପରି ଭାବରେ ରାଷ୍ଟ୍ରନେତା ତଥା ନିଖିଳ ଭାରତ କଂଗ୍ରେସ କମିଟିର ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀଙ୍କୁ ନ୍ୟାସନାଲ ହେରାଲ୍ଡ ମାମଲାରେ ବାରମ୍ବାର ଜେରା କରିବାକୁ ଡାକି ନିର୍ଯ୍ୟାତନା ଦେଉଛନ୍ତି ତାହାର ପ୍ରତିବାଦରେ ଆଜି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ପିସିସି ପକ୍ଷରୁ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଯାଇଛି । ଏହି ସତ୍ୟାଗ୍ରହରେ ସାରା ରାଜ୍ୟର ବହୁ କଂଗ୍ରେସ ନେତୃବର୍ଗ, ହଜାର ହଜାର ସଂଖ୍ୟାରେ କଂଗ୍ରେସ କର୍ମୀ ମହାତ୍ମା ଗାନ୍ଧୀ ମାର୍ଗରେ ସତ୍ୟାଗ୍ରହ ସଭାସ୍ଥଳିରେ ଯୋଗଦାନ କରିଥିଲେ । ସ୍ମରଣଥାଉକି ନରେନ୍ଦ୍ର ମୋଦି ସରକାର ଶ୍ରୀମତୀ ସୋନିଆ ଗାନ୍ଧୀ ଏବଂ ଶ୍ରୀଯୁକ୍ତ ରାହୁଲ ଗାନ୍ଧୀ ଏବଂ ବିଶେଷ କରି କଂଗ୍ରେସ ଦଳକୁ ଜନମାନସରେ ନିନ୍ଦିତ କରିବାପାଇଁ ଭାରତ ବର୍ଷର ସ୍ୱାଧୀନ ସଂସ୍ଥାମାନଙ୍କୁ ଅପ ବ୍ୟବହାର କରି ରାଜନୈତିକ ଫାଇଦା ହାସଲ କରିବାପାଇଁ ଚେଷ୍ଟା ଚଳାଇଛନ୍ତି । ଶାସନ କ୍ଷମତାକୁ ଆସିବା ପୂର୍ବରୁ ଭାରତବର୍ଷର ଜନଗଣଙ୍କୁ ଯେଉଁ ପୂଳା ପୂଳା ପ୍ରତିଶ୍ରୁତି ଦେଇଥିଲେ ତନ୍ମମଧ୍ୟରୁ ଗୋଟିଏ ବି ପ୍ରତିଶ୍ରୁତି ପୂରଣ କରିବାରେ ନରେନ୍ଦ୍ର ମୋଦି ସରକାର ସକ୍ଷମ ହେଲେ ନାହିଁ । ପରଂନ୍ତୁ ଆଜି ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଓ ସମସ୍ତ ନିତ୍ୟବ୍ୟବହାର୍ଯ୍ୟ ଖାଦ୍ୟ ପଦାର୍ଥ ଆଦିର ଅହେତୁକ ଦରବୃଦ୍ଧି, ବେରୋଜଗାରୀ, ଅଣୁ, କ୍ଷ୍ୟୁଦ୍ର ଓ ମଧ୍ୟମ ଶିଳ୍ପ, କୃଷକ ଓ କୃଷି କ୍ଷେତ୍ରର ସମସ୍ୟା, ଆଦିବାସୀ ପଛୁଆ ବର୍ଗଙ୍କର ବିକାଶ, ପ୍ରବାସୀ ଶ୍ରମିକ ମାନଙ୍କର ସମସ୍ୟାକୁ ସମାଧାନ କରିବାରେ ମୋଦି ସରକାର ବିଫଳ । ଖାଲି ସେତିକି ନୁହେଁ ଏ ସରକାର ଗରିବ ଖଟିଖିଆ, ଚାଷୀ, ସାଧାରଣ ବର୍ଗ ଏବଂ ନିମ୍ନ ଓ ମଧ୍ୟମ ଆୟକାରୀ ବର୍ଗ ବଂଚିବା ପାଇଁ ନିର୍ଭର କରୁଥିବା ଚୂଡ଼ା, ଅଟା, ଚାଉଳ, ଚୂନା, ଖଇ, ଉଖୁଡ଼ା, ଦହି, ମୁଆଁ, ଲହୁଣି, ଗୁଡ଼ ଇତ୍ୟାଦି ଉପରେ ୫% ଜିଏସ୍‌ଟି ଆଦାୟ କରିବାକୁ ଭୁଲିଲେ ନାହିଁ । ଏପରିକି ଚିକିତ୍ସାଧିନ ରୋଗିମାନଙ୍କ ପାଇଁ ଆବଶ୍ୟକ ହେଉଥିବା ଔଷଧ, ତୁଳା, ଗଜ, ସୂତା, ଛୁଂଚି ଇତ୍ୟାଦି ଉପରେ ୫% ରୁ ୧୮% ପର୍ଯ୍ୟନ୍ତ ଜିଏସ୍‌ଟି ଆଦାୟ କରୁଛନ୍ତି । ବେରୋଜଗାରୀ ଆଜି ସର୍ବୋଚ୍ଚ ସୀମାରେ ପଂହଚିଛି । ୪୨ କୋଟିରୁ ଅଧିକ ଆଜି ଦାରିଦ୍ର ଭିତରକୁ ଠେଲି ହୋଇଯାଇଛନ୍ତି । ମୁଦ୍ରାସ୍ପିତି ଗତ ୫ ମାସ ଧରି ୭%ରୁ ଅଧିକ ରହିଛି । ବାଣିଜ୍ୟକ ନିଅଂଟ ଆଜି ଚରମ ସୀମାରେ ଭାରତୀୟ ମୁଦ୍ରାର ବିନିମୟ ମୂଲ୍ୟ ଦୃତ ଗତିରେ ହ୍ରାସ ପାଉଛି, ଏପରିକି ଗୋଟେ ଡଲାରର ମୂଲ୍ୟ ଆଜି ୮୦ଟଙ୍କା ଅତିକ୍ରମ କରିସାରିଛି ଏପରି ସ୍ଥଳେ ଏସବୁ ସମସ୍ୟାକୁ ନେଇ ଯେତେବେଳ ଶ୍ରୀମତୀ ସୋନିଆ ଗାନ୍ଧୀ ଓ ଶ୍ରୀ ରାହୁଲ ଗାନ୍ଧୀ ପାର୍ଲାମେଂଟ ଭିତରେ ଓ ବାହାରେ ସରକାରଙ୍କର ନୀତି ଓ ନିଷ୍ପତିକୁ କଡ଼ା ସମାଲୋଚନା କରିବା ଯୋଗୁଁ ଆଜି ଇଡି, ସିବିଆଇ ଓ ଆଇଟିର ଭୟ ଦେଖାଇ ସେମାନଙ୍କର ମୁଁହ ବନ୍ଦ କରିବାପାଇଁ ଚେଷ୍ଟା ଚଳାଇଛନ୍ତି । ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନରେନ୍ଦ୍ର ମୋଦି ସରକାରର ପ୍ରତିହିଂସା ପରାୟଣ ଓ ଆକ୍ରୋଶମୂଳକ ରାଜନୀତିକୁ ଦୃଢ଼ ନିନ୍ଦ୍ରା କରିବା ସହିତ ସାରା ରାଜ୍ୟର ସମସ୍ତ କଂଗ୍ରେସ ନେତୃବର୍ଗ, କର୍ମୀ ଓ ସାଧାରଣ ଜନତା ଶ୍ରୀମତୀ ଗାନ୍ଧୀଙ୍କ ପଛରେ ଛିଡ଼ା ହୋଇଛନ୍ତି । ଅସତ୍ୟକୁ କେବଳ ସତ୍ୟରେ ବିଜୟ କରିହେବ, ଏହି ଧର୍ମରେ କଂଗ୍ରେସ ଦଳ ତାର ପ୍ରତିବାଦ ଜାରି ରଖିଛି । ନେସନାଲ ହେରାଲ୍ଡ ଘଟଣାରେ କୌଣସି ପ୍ରକାର ଯେତେବେଳେ ଅର୍ଥ କାରବାର ହୋଇନାହିଁ ସେଥିରେ କିଭଳି ଅର୍ଥ ହେରାଫେରି ହେଲା ଏହାହିଁ ହେଉଛି କଂଗ୍ରେସର ସବୁଠାରୁ ବଡ଼ ପ୍ରଶ୍ନ । ଆଜିର ଏହି “ସତ୍ୟାଗ୍ରହ”ରେ କଂଗ୍ରେସ ନେତା ଶୁଭେନ୍ଦୁ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲା ବେଳେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ବିଧାୟକ ସୁରେଶ କୁମାର ରାଉତରାୟ, ତାରାପ୍ରସାଦ ବାହିନୀପତି, ସନ୍ତୋଷ ସିଂ ସାଲୁଜା, ଅଧିରାଜ ମୋହନ ପାଣିଗ୍ରାହୀ, ଦାସରଥି ଗମାଙ୍ଗୋ, ପୂର୍ବତନ ବିରୋଧି ଦଳ ନେତା ରମାକାନ୍ତ ମିଶ୍ର, ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ା, ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କା, ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ, ପିସିସି ସେବାଦଳ ଅଧ୍ୟକ୍ଷ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ନିଖିଲ ଭାରତ ମହିଳା କଂଗ୍ରେସ ସଂପାଦିକା ଶ୍ରୀମତୀ ସସ୍ମିତା ବେହେରା, ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ, ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, କିଶୋର ପଟେଲ, ପଂଚାନନ କାନୁନଗୋ, ଗଣେଶ୍ୱର ବେହେରା, ବିଜୟଲକ୍ଷ୍ମୀ ସାହୁ, ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ସୁଶିଳା ତିରିଆ, ରାଧାକାନ୍ତ ଦିଗଲ, ନକୁଳ ନାୟକ, ପୂର୍ବତନ ବିଧାୟକ ଭୁଜବଳ ମାଝୀ, ସମୀର ରାଉତରାୟ, ଦେବାଶିଷ ପଟ୍ଟନାୟକ, ଲଲାଟେନ୍ଦୁ ମହାପାତ୍ର, ନିହାର ମହାନନ୍ଦ, ଅକ୍ଷୟ ଆଚାର୍ଯ୍ୟ, ସୁରେନ୍ଦ୍ର ପରମାଣିକ, ଦୁର୍ଯ୍ୟୋଧନ ଗର୍ଡ଼ିଆ, ଚିନ୍ମୟ ପ୍ରସାଦ ବେଉରା, ଭାରତ ଭୂଷଣ ବେମାଲ, ନିମାଇ ସରକାର, ଦେବେନ୍ଦ୍ର ନାର୍ଥ ଶର୍ମା, ଅଂଶୁମାନ ମହାନ୍ତି, ତ୍ରିନାଥ ବେହେରା, ଅଭିମନ୍ୟୁ ବେହେରା, କୁମାର ଚିରଞ୍ଜିବ, ରାଜେନ୍ଦ୍ର ଛତ୍ରିୟା, ନବୀନ ଚନ୍ଦ୍ର ନାରାୟଣ ଦାସ, ଜିଲ୍ଲା କଂଗ୍ରେସ ସଭାପତି ସର୍ବଶ୍ରୀ ବିଶ୍ୱଜିତ ଦାଶ, ମନୋଜ ରାଉତ, ବେଣୁମାଧବ ତ୍ରିପାଠୀ, ହେମନ୍ତ ଦାସ, ଦେବବ୍ରତ ବିହାରି, ସଂଜୀବ ଗିରି, ସୁବ୍ରତ ଦାସ, ରଞ୍ଜିତ ଦାସ, ଅନାମ ନାୟକ, ଗିରିବାଳା ବେହେରା, ମିନାକ୍ଷୀ ବାହିନୀପତି, ବଟକୃଷ୍ଣ ତ୍ରିପାଠୀ, ସୁରେଶ ମହାପାତ୍ର, ମନୋରଞ୍ଜନ ଦାଶ, ଜାନକୀ ବଲ୍ଲଭ ପଟ୍ଟନାୟକ, ପୃଥିବୀ ବଲ୍ଲଭ ପଟ୍ଟନାୟକ, ଅମୀୟ ପଟ୍ଟନାୟକ, ଲୋକନାଥ ମହାରଥି, ରଜନୀ ମହାନ୍ତି, ବିଶ୍ୱରଞ୍ଜନ ମହାନ୍ତି, ଅଭିଷେକ ମହାନନ୍ଦ, ନିରଞ୍ଜନ ନାୟକ, ବାଙ୍କନିଧି ବେହେରା, ହଳଧର ସେଠୀ, ବିଦ୍ୟାଧର ମହାନ୍ତି, ଜିଆଉଲ ହକ, ରଜତ ଚୌଧୁରୀ, ବିସ୍ମୟ ମହାପାତ୍ର, ତାରା ପଟ୍ଟନାୟକ, ରସିକ ପଟ୍ଟନାୟକ, ଅଶୋକ ଦାସ, ମୋହନ ଜେନା, ସୁଦର୍ଶନ ଦାସ, ପ୍ରକାଶ ମିଶ୍ର, ଯୋଗୀନାଥ ବାହୁବଳେନ୍ଦ୍ର, ମାନସ ଆଚାର୍ଯ୍ୟ, ପ୍ରକାଶ ଜେନା, ସଂକୁନା କହଁର, ଆଲୋକ ମହାନ୍ତି, ଜୟୀରାମ ପଟ୍ଟନାୟକ, ଦୀପକ ସାହୁ, ସରୋଜ ପରିଡ଼ା, ଦୀପକ କୁମାର ମହାପାତ୍ର, ଅଶୋକ ସ୍ୱାଇଁ, ସମ୍ଭୁ ପାଣିଗ୍ରାହୀ, ସ୍ୱାଧୀନବାଳା ଦାସ, ନିପନ ଦାସ, ବିଜୟାନନ୍ଦ ଚାଉଲିଆ, କନକ ଲତା ମଲ୍ଲିକ, ସୁରେଶ ପାଣିଗ୍ରାହୀ, ବିଶ୍ୱ ଭୂଷଣ ଦାସ, ସାବିର ହୁସେନ, ନାସିର ଅହମ୍ମଦ, ସୁବାଷ ପ୍ରଧାନ, ରଣଜିତ ପାତ୍ର, ନିଶିକାନ୍ତ ମିଶ୍ର, ମିହିର ଆଚାର୍ଯ୍ୟ, ପ୍ରଭାସକର ମହାପାତ୍ର, ଲିଙ୍ଗରାଜ ସାହୁ, ଜୟନ୍ତ ମହାନ୍ତି, ସତ୍ୟସ୍ମିତ ମହାନ୍ତି, ମନୋଜ ସାହୁ, କିଶାନ ପଣ୍ଡା, ଅର୍ଚ୍ଚନା ନନ୍ଦି, ଏଲ ମାଣିକ ପ୍ରଭା, ରୁପାଦିପ୍ତା ମହାପାତ୍ର, ଗୀତାଞ୍ଜଳି ମହାନ୍ତି, ନିରୁପମା ପାତ୍ର, ଜୟଶ୍ରୀ ପାତ୍ର, ରସ୍ମିତା ମହାପାତ୍ର, ସୁବ୍ରତ ମହାପାତ୍ର, ଶ୍ରେୟାସ୍ମିତା ପଣ୍ଡା, ସୁଶାନ୍ତ ତ୍ରିପାଠୀ, କୈଳାସ ସାହୁ, ଦେବାଶିଷ ମହାପାତ୍ର, ନରୋତମ ନାୟକ, ଯଦୁମଣି ପ୍ରଧାନ, ରାଜକିଶୋର ବାରିକ, ଶ୍ରୀୟା ମହାନ୍ତି, ଲାଲା ଦାସ, ପ୍ରଦୀପ ସ୍ୱାଇଁ, ଏମଡି ସାହାଦୁଲ୍ଲା, ସନ୍ତୋଷ ନନ୍ଦ, ଜୟକୃଷ୍ଣ ମଲ୍ଲିଆ, ଜୟକୃଷ୍ଣ ସୁବୁଦ୍ଦି, ଦେବେନ୍ଦ୍ର ଦାସ, ସରୋଜ ପରିଡ଼ା, ମନୋଜ ସାହୁ, ଶ୍ରୀନିବାସ ରାଉତରାୟ, ସିଲି ସେଠୀ, ତରୁଣ ମିଶ୍ର, ଦେବେନ୍ଦ୍ର ମହାନ୍ତି, ଭୋକାଲି ସେଠୀ, ପିତିବାସ ପଣ୍ଡା, ଆତ୍ମାରାମ ପତି, ବିଶ୍ୱନାଥ ଶତ୍‌ପଥି, ନିରଞ୍ଜନ ଲେଙ୍କା, ଦେବାଶିଷ ଭୂୟାଁ, ବେଣୁଧର ଭୋଇ, ସୁଶାନ୍ତ ବେହେରା, ହାଇଦର ମହମ୍ମଦ, ପ୍ରେମ ଶଙ୍କର ମିଶ୍ର, ନାରାୟଣ ଚନ୍ଦ୍ର ଜେନା, ମନଜା ମଞ୍ଜରି ଦେବୀ, ସ୍ୱାଧୀନ ପଣ୍ଡା, ସୁଜିତ ମହାପାତ୍ର, ଉମେଶ ସ୍ୱାଇଁ, ଚିତରଞ୍ଜନ ଷଡ଼ଙ୍ଗୀ, ସଂଜୟ ନାୟକ, ନିତ୍ୟାନନ୍ଦ ମହାନ୍ତି, ଭୋଦେବ ବାରିକ, ଦେଓ ପ୍ରସାଦ, ବିଜୟ ପ୍ରଧାନ, ବିଦ୍ୟାଧର ମହାନ୍ତି, ସାରଦା ପ୍ରସାଦ ପ୍ରଧାନ, ମନୋରଞ୍ଜନ ରାଉତରାୟ, ସଂଜୀବ ମହାନ୍ତି, ଦୀପକ ସାହୁ, ଅନନ୍ତ ତାଣ୍ଡି, ସଂଜୟ ମିଶ୍ର, ରମେଶ ପଣ୍ଡା, ଧନେଶ୍ୱର ମେଣ୍ଡିଲି, ଏମଡି ସବିର, ଦେବୀପ୍ରସାଦ ବାହାଲିଆ, ଅଭିଷେକ ରାଉତ, ଜନାର୍ଦ୍ଦନ ଦେହୁରୀ, ସ୍ୱାଗତିକା ପଟ୍ଟନାୟକ, ତୃପ୍ତି ଦାସ, ମଞ୍ଜୁଶ୍ରୀ କଳ୍ପନା ରାଉତରାୟ, ପ୍ରଫୁଲ ଦାସ, ରାଜୀବ ମହାପାତ୍ର, ଶିବଶଙ୍କର ବେହେରା, କୁସୁମ ପ୍ରଧାନ, ସରୋଜିନ ବାକ୍ରା, ତୃପ୍ତି ଦାସ, ଅନ୍ନପୂର୍ଣ୍ଣା ସାହୁ ପ୍ରମୁଖ ହଜାର ହଜାର ସଂଖ୍ୟାରେ ଛାତ୍ର, ମହିଳା, ଯୁବ କଂଗ୍ରେସ କର୍ମୀ ଓ ନେତୃବୃନ୍ଦ ଅଂଶଗ୍ରହଣ କରିଥିଲେ ।

ଆସନ୍ତା କାଲି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳ

() ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳ ଆସନ୍ତା କାଲି ପ୍ରକାଶ ପାଇବ | ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପ୍ରକାଶ ପାଇବ | ଏବଂ କଳାର ଫଳାଫଳ ସପ୍ତାହକ ମଧ୍ୟରେ ପ୍ରକାଶ ପାଇବ | ଏ ନେଇ ସୂଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ |

ସମୀର ରଞ୍ଜନ ଦାସ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ସମ୍‌ରେ ସୁସ୍ଥ ହେଲେ ବିରଳ ରକ୍ତଜନିତ ସମସ୍ୟା ଥିବା ୩୦ ବର୍ଷୀୟା ମହିଳା…

() ସମ୍‌ରେ ସୁସ୍ଥ ହେଲେ ବିରଳ ରକ୍ତଜନିତ ସମସ୍ୟା ଥିବା ଗୁରୁତର ରୋଗୀ ବିରଳ ରକ୍ତଜନିତ ସମସ୍ୟାର ଶିକାର ହୋଇଥିବା ଜଣେ ୩୦ ବର୍ଷୀୟା ମହିଳା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଯାଜପୁର ଅଂଚଳର ଏହି ମହିଳା ଜଣକ ଗତ ମେ’ ମାସ ଶେଷ ସପ୍ତାହରେ ରକ୍ତହୀନତା ଏବଂ ରକ୍ତସ୍ରାବ ସମସ୍ୟା ନେଇ ସମ୍
ହସ୍ପିଟାଲ୍‌ରେ ଭର୍ତି ହୋଇଥିବା ବେଳେ ଦୀର୍ଘ ଏକ ମାସ ଧରି ତାଙ୍କ ଶରୀରକୁ ରକ୍ତ ପ୍ରଦାନ ଏବଂ ପ୍ଲେଟ୍‌ଲେଟ୍ ଟ୍ରାନ୍ସଫ୍ୟୁଜନ୍ କରାଯାଇଥିଲା । ରକ୍ତ କୋଷିକା ସୃଷ୍ଟି କରୁଥିବା ବୋନ୍ ମ୍ୟାରୋର ବାୟୋପ୍ସିି ଟେଷ୍ଟ କରାଯାଇ ରୋଗୀଙ୍କର ରୋଗ ନିରୂପଣ କରାଯାଇଥିଲା । ଏହି ପରୀକ୍ଷାରୁ ଜଣାପଡ଼ିଥିଲା ଯେ ମହିଳା ଜଣକ ଗୁରୁତର ଆପ୍ଲାଷ୍ଟିକ ଏନିମିଆ, ଯାହାକି ଏକ ବିରଳ ରକ୍ତଜନିତ ସମସ୍ୟା ଏବଂ ଏଭଳି ରୋଗରେ ବୋନମ୍ୟାରୋ ନୂତନ ରକ୍ତ କୋଷିକା ସୃଷ୍ଟି କରିବାକୁ ଅକ୍ଷମ ହୋଇଥାଏ ବୋଲି ସମ୍ ହସ୍ପିଟାଲ୍‌ର ହେମାଟୋଲୋଜି ବିଭାଗର ମୁଖ୍ୟ ଡାକ୍ତର ପ୍ରିୟଙ୍କା ସାମଲ କହିଛନ୍ତି । ଏଭଳି ରୋଗୀଙ୍କ କ୍ଷେତ୍ରରେ ହିମୋଗ୍ଲୋବିନ୍ କମ୍ ଥିବା ବେଳେ ଟୋଟାଲ୍ ହ୍ୱାଇଟ୍ ବ୍ଲଡ କାଉଂଟ ଏବଂ ପ୍ଲେଟଲେଟ୍ କାଉଂଟ କମ୍ ହୋଇଥାଏ । ଏହି ରୋଗୀମାନେ ଖୁବ୍ ଦୁର୍ବଳ ଅନୁଭବ କରିବା ସହ ସେମାନଙ୍କ ଶରୀରରୁ ରକ୍ତସ୍ରାବ ହୋଇଥାଏ । ସେହିପରି ମହିଳାମାନଙ୍କ କ୍ଷେତ୍ରରେ ଋତୁସ୍ରାବ ଯୋଗୁଁ ଅତ୍ୟଧିକ ରକ୍ତସ୍ରାବ ହେବା ସହ ଏହା ବନ୍ଦ ହୋଇ ନଥାଏ ଏବଂ ଏଥି ନିମନ୍ତେ ଟ୍ରାନ୍ସଫ୍ୟୁଜନ୍‌ର ଆବଶ୍ୟକ ହୋଇଥାଏ । ଏଭଳି ରୋଗୀମାନେ ବାରମ୍ବାର ସଂକ୍ରମିତ ହୋଇ ହସ୍ପିଟାଲ୍‌ରେ ଭର୍ତି ହୋଇଥାନ୍ତି ଓ ସେମାନଙ୍କୁ ଇନ୍‌ଟ୍ରା-ଭେନସ୍ ଆଂଟିବାୟୋଟିକ୍ ଦିଆଯାଇଥାଏ । ଅନେକ କ୍ଷେତ୍ରରେ ରୋଗୀଙ୍କର ମୃତ୍ୟୁ ମଧ୍ୟ ହୋଇଥାଏ ବୋଲି ଡାକ୍ତର ସାମଲ କହିଛନ୍ତି ।

ସେ କହିଛନ୍ତି ଯେ ଆପ୍ଲାଷ୍ଟିକ ଏନିମିଆର ଶିକାର ହୋଇଥିବା ଗୁରୁତର ରୋଗୀମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଖୁବ୍ କମ୍ ଥାଏ ଏବଂ ମାତ୍ର କିଛି ମାସ ସେମାନେ ବଂଚିଥାନ୍ତି । ପାଶ୍ଚାତ୍ୟ ଦେଶ ଅପେକ୍ଷା ଏସିଆ ମହାଦେଶରେ ଏହି ରୋଗ ଅଧିକ ଦେଖାଯାଏ ଏବଂ କେବଳ ଷ୍ଟେମ୍‌ସେଲ୍ ଟ୍ରାନ୍ସପ୍ଲାଂଟେସନ୍ ଦ୍ୱାରା ହିଁ ରୋଗୀ ସୁସ୍ଥ ହୋଇଥାଏ ବୋଲି ସେ କହିଛନ୍ତି । ଜୁଲାଇ ୫ ତାରିଖ ଦିନ ମହିଳାଙ୍କ ଶରୀରରେ ଷ୍ଟେମ୍ ସେଲ୍ ପ୍ରତ୍ୟାରୋପଣ କରାଯାଇଥିବା ବେଳେ ଏହି ଷ୍ଟେମ୍ ସେଲକୁ ତାଙ୍କର ୨୮ ବର୍ଷିୟ ଭାଇ ଦାନ କରିଥିଲେ । ଯଦିଓ ସେମାନଙ୍କ ମଧ୍ୟରେ ବ୍ଲଡଗ୍ରୁପ୍‌ର ଗୁରୁତର ସମସ୍ୟା ଥିଲା ତଥାପି ଏହାକୁ ଯତ୍ନର ସହ ପ୍ରତ୍ୟାରୋପଣ କରାଯାଇଥିଲା । ୪ରୁ ୬ ସପ୍ତାହ ମଧ୍ୟରେ ଡୋନରଙ୍କ ଶରୀରରୁ କଢ଼ାଯାଇଥିବା ଷ୍ଟେମ୍ ସେଲ୍ ପୁଣି ସୃଷ୍ଟି ହୋଇଥାଏ ଏବଂ କୌଣସି ସମସ୍ୟା ନଥାଏ । ଏହି ଷ୍ଟେମ୍ ସେଲ୍‌ଗୁଡ଼ିକ ବୋନ୍‌ମ୍ୟାରୋରୁ ରକ୍ତ କୋଷିକା ସୃଷ୍ଟି କରି ରକ୍ତ ପ୍ରବାହ ମଧ୍ୟରେ ସମ୍ମିଳିତ ହେବା ନିମନ୍ତେ ୪ ରୁ ୫ ଦିନ ସମୟ ଲାଗିଥାଏ । ଏହା ପରେ ରୋଗୀଙ୍କୁ ହାଇଡୋଜ୍ କେମୋଥେରାପି ଦିଆଯିବା ପରେ ଶରୀରରେ ସାଧାରଣ ବ୍ଲଡ ଟ୍ରାନ୍ସଫ୍ୟୁଜନ୍ ପ୍ରକ୍ରିୟା ଭଳି ଡୋନରଙ୍କ ଷ୍ଟେମ୍ ସେଲ୍ ଶରୀରକୁ ଛଡା ଯାଇଥିଲା । ଏହି ମହିଳା ଜଣକ ଯେତେବେଳେ ହସ୍ପିଟାଲ୍‌ରେ ଭର୍ତି ହୋଇଥିଲେ ସେତେବେଳେ ସେ ମାତ୍ର କିଛି ମାସ ବଂଚିବେ ବୋଲି ଆଶଙ୍କା କରାଯାଉଥିଲା କିନ୍ତୁ ସେ ବର୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଜୁଲାଇ ୨୩ ତାରିଖ ଦିନ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇଛନ୍ତି ଏବଂ ତାଙ୍କ ଶରୀରରେ ରକ୍ତଜନିତ ସମସ୍ୟା ଦୂର ହୋଇଛି ବୋଲି ଡାକ୍ତର ସାମଲ କହିଛନ୍ତି । ବର୍ତମାନ ରୋଗୀଜଣକ ଏହି ଚିକିତ୍ସା ପରେ ଏକ ସୁସ୍ଥ ଜୀବନଯାପନ କରିପାରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ଏହି ଜଟିଳ ପ୍ରକ୍ରିୟାକୁ ପରିଚାଳନା କରିବା ନିମନ୍ତେ ସଂପୂର୍ଣ୍ଣ ସହଯୋଗ କରିଥିବାରୁ ଡାକ୍ତର ସାମଲ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଆଡିସ୍‌ନାଲ୍ ମେଡିକାଲ୍ ସୁପରିଟେଣ୍ଡେଂଟ୍ ଡାକ୍ତର ରାଜେଶ ଲେଙ୍କା, ଟ୍ରାନ୍‌ସଫ୍ୟୁଜନ୍ ମେଡିସିନ୍ ବିଭାଗ, ଲାବୋରାଟୋରୀ ଏବଂ ରେଡିଓଲୋଜି ଟିମ୍ ଏବଂ ନର୍ସିଂ ଷ୍ଟାଫ୍‌ଙ୍କୁ ଆନ୍ତରିକ କୃତଞ୍ଜତା ଓ ଧନ୍ୟବାଦ ଜଣାଇଛନ୍ତି ।

ରାଜ୍ୟରେ କେତେ ଅଛି ୱେବ୍ ମିଡ଼ିଆ…

() ରାଜ୍ୟରେ ୪୮ ଟି ପଞ୍ଜିକୃତ ୱେବ ମିଡିଆ ରହିଛନ୍ତି। ସରକାରଙ୍କ Web Media Policy ଅନୁଯାୟୀ ଏମାନଙ୍କୁ ପଞ୍ଜିକୃତ କରାଯାଇଛି।ବିଧାନସଭାରେ ବିଜେଡ଼ି ବିଧାୟକ ଅଙ୍ଗଦ କହଁର ଙ୍କ ପ୍ରଶ୍ନରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ଲିଖିତ ଉତ୍ତର…

ଭୂମିହିଁନ ପରିବାରଙ୍କୁ ମିଳିବ ଘର…

() ରାଜ୍ୟର ୧୨ ଲକ୍ଷ ୨୪ ହଜାର ୭୨୫ ପରିବାର ରହୁଛନ୍ତି କଚ୍ଚା ଘରେ। ସେହିପରି ରାଜ୍ୟର ବର୍ତ୍ତମାନ ୨୧,୨୩୯ ଭୂମିହୀନ ପରିବାର ରହିଛନ୍ତି ।ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ନିର୍ମାଣ କାର୍ଯ୍ୟ ଶେଷ କରିଥିବା ୨୩ ଲକ୍ଷ ୮୨ ହଜାର ୮୮୪ ହିତାଧିକାରୀଙ୍କୁ ମିଳିଛି ଗୃହ ମରାମତି ସହାୟତା।ଏଥିପାଇଁ ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହୋଇଛି ୭୧୪ କୋଟି ୮୬ ଲକ୍ଷ ୫୨ ହଜାର ଟଙ୍କା।ଆର୍ଥିକ ବର୍ଷ 2021-22 ରେ PMAY(G)-BPGY ଯୋଜନାରେ ୫,୫୬୪ କୋଟି ଟଙ୍କାର ବ୍ୟୟ ଅଟକଳ ମଞ୍ଜୁର ହୋଇଥିଲା ।ଏହି ମଞ୍ଜୁର ଅର୍ଥ ରୁ PMAY(G) ଓ BPGY ଗୃହ ନିର୍ମାଣ ସହିତ ଗୃହ ମରାମତି ଖର୍ଚ୍ଚ ବହନ ହୋଇଛି।

ଚଳିତ ଆର୍ଥିକ ବର୍ଷରେ BPGY ଯୋଜନାରେ ୪୦୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି।ତନ୍ମଧ୍ୟରୁ ଗୃହ ମରାମତି ଖର୍ଚ୍ଚ ବହନ କରାଯିବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀଙ୍କ ସୂଚନା।ବିଧାନସଭାରେ ବିଜେପି ବିଧାୟକ ନାଉରୀ ନାୟକଙ୍କ ପ୍ରଶ୍ନରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ଲିଖିତ ଉତ୍ତର…

Follow us

20,832FansLike
0FollowersFollow
14,700SubscribersSubscribe

Latest news