ରାଜ୍ୟକୁ ୧୦୦ ପ୍ରତିଶତ ଚାଉଳ ଯୋଗାଇଦେବା ପାଇଁ କେନ୍ଦମ୍ରନ୍ତ୍ରୀ ଶ୍ରୀ ଗୋୟଲ ଙ୍କୁ ପତ୍ର ଲେଖିଲେ ଯୋଗାଣମନ୍ତ୍ରୀ ଶ୍ରୀ ସ୍ୱାଇଁ…

()ସାଧାରଣ ବଣ୍ଟନ ବ୍ୟବସ୍ଥାରେ ରାଜ୍ୟକୁ ୧୦୦ ପ୍ରତିଶତ ଚାଉଳ ଯୋଗାଇଦେବା ପାଇଁ ଯୋଗାଣମନ୍ତ୍ରୀ ଶ୍ରୀ ସ୍ୱାଇଁ କେନ୍ଦ ମ୍ରନ୍ତ୍ରୀ ଶ୍ରୀ ଗୋୟଲ ଙ୍କୁ ପତ୍ର ଲେଖିଲେ ୧୧ ଅପ୍ରେଲ ୨୦୨୨ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ରାଜ୍ୟର ହିତାଧିକାରୀମାନଙ୍କୁ ୧୦୦ ପ୍ରତିଶତ ଚାଉଳ ଯୋଗାଇଦେବା ପାଇଁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ଶ୍ରୀ ପୀୟୁଷ ଗୋୟଲଙ୍କୁ ପତ୍ର ଲେଖିଛନ୍ତି । ମନ୍ତ୍ରୀ ଶ୍ରୀ ସ୍ୱାଇଁ ଆଜି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଗୋୟଲଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି ଯେ ଭାତ ଓଡ଼ିଶା ଲୋକମାନଙ୍କର ମୁଖ୍ୟ ଖାଦ୍ୟ ହୋଇଥିବାବେଳେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ରାଜ୍ୟକୁ ଗହମ ଯୋଗାଇଦେବା ଯଥାର୍ଥ ନୁହେଁ ବୋଲି ମନେହୁଏ ଓ ଏହା ହିତାଧିକାରୀଙ୍କ ଅସନ୍ତୋଷର କାରଣ ହେଉଛି । କେନ୍ଦ୍ର ସରକାର ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଶତପ୍ରତିଶତ ଚାଉଳ ନଦେଇ ମାସିକ ଆବଣ୍ଟନର ୮୬ ପ୍ରତିଶତ ଚାଉଳ ଓ ୧୪ ପ୍ରତିଶତ ଗହମ ଦେଉଛନ୍ତି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ୯୩.୧୮ ଲକ୍ଷ ହିତାଧିକାରୀ ପରିବାରଙ୍କ ୩ .୨୫୪ କୋଟି ହିତାଧିକାରୀ ମୁଖ୍ୟତଃ ଗ୍ରାମାଞ୍ଚଳରେ ବସବାସ କରିଥାଆନ୍ତି, ଯେଉଁଠାରେ ପର୍ଯ୍ୟାପ୍ତ ସଂଖ୍ୟକ ଅଟାକଳ ନଥିବାରୁ ଲୋକମାନେ ହଇରାଣ ହେଉଛନ୍ତି ଏବଂ ଏହା ଖାଦ୍ୟ ସୁରକ୍ଷାର ନିର୍ଦ୍ଦେଶନାମା ପୂରଣ
କରୁନାହିଁ । ପୂର୍ବରୁ ଅନେକବାର ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ଦ୍ୱାରା କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ
କରାଯାଇ ହିତାଧିକାରୀଙ୍କ ଚାହିଦା ଅନୁଯାୟୀ ଗହମ ବଦଳରେ ଚାଉଳ ଯୋଗାଇଦେବା ପାଇଁ ଅନୁରୋଧ କରାଯାଇଛି । ଅପର ପକ୍ଷରେ ଆସାମ, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଗୋଆ ଏବଂ ତେଲେଙ୍ଗାନା ଭଳି ରାଜ୍ୟକୁ କେନ୍ଦ୍ର ସରକାର ଶତ ପ୍ରତିଶତ ଚାଉଳ ଯୋଗାଇ ଦେଉଛନ୍ତି । ପଞ୍ଜାବ ଓ ରାଜସ୍ଥାନ ଭଳି ମୁଖ୍ୟ ଗହମ ବ୍ୟବହାରକାରୀ ରାଜ୍ୟକୁ ଶତପ୍ରତିଶତ ଗହମ ଯୋଗାଇ ଦେଉଛନ୍ତି । ସେହିପରି ହରିୟାନା ରାଜ୍ୟକୁ କେନ୍ଦ୍ର
ପକ୍ଷରୁ ୬୭ ପ୍ରତିଶତ ଗହମ ଓ ବାକି ୩୩ ପ୍ରତିଶତ ସେହି ରାଜ୍ୟ ଦ୍ୱାରା ସଂଗୃହୀତ ହେଉଥିବା ଅନ୍ୟ ଖାଦ୍ୟଶସ୍ୟ
ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଯୋଗାଇ ଦିଆଯାଉଛି ।
ହିତାଧିକାରୀଙ୍କ ହିତ ଦୃଷ୍ଟିରୁ ଚାଉଳ ଓ ଗହମର ଅନୁପାତକୁ ପରିବର୍ତ୍ତନ କରିବା ପାଇଁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବୀରବିକ୍ରମ ଯାଦବ ଭାରତ ସରକାରଙ୍କ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ସଚିବଙ୍କୁ ୨୦୨୨ ଫେବୃଆରୀ ୧୮ ତାରିଖରେ ପତ୍ର ଲେଖିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ପରିପ୍ରେକ୍ଷୀରେ ଯୋଗାଣ ମନ୍ତ୍ରୀ ଶ୍ରୀ ସ୍ୱାଇଁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଗୋୟଲଙ୍କୁ ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରି ସାଧାରଣ ବଣ୍ଟନ ବ୍ୟବସ୍ଥାରେ ହିତାଧିକାରୀଙ୍କ ଅସୁବିଧାକୁ ଦୂର କରିବା ପାଇଁ ଉପରବର୍ଣ୍ଣିତ ରାଜ୍ୟ ଭଳି ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ୧୦୦ ପ୍ରତିଶତ ଚାଉଳ ଯୋଗାଇଦେବା ପାଇଁ ଅନୁରୋଧ କରିଛନ୍ତି ।

ପୁରୀରେ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜର ଲୋକାର୍ପିତ କେଲେ ମୁଖ୍ୟମନ୍ତ୍ରୀ..

() ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ପୁରୀ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଲୋକାର୍ପିତ।

ଯୋଗଦେଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ମନସୁଖଲାଲ ମାଣ୍ଡଭ୍ୟ ଏହି କଲେଜରର ୧୦୦ଟି ଆସନ ସହିତ ଓଡିଶାରେ MBBS ଆସନ ସଂଖ୍ୟା ହେଲା ୧୨୫୦।

ପୁରୀ ଜ଼ିଲ୍ଲା ପାଇଁ ଆଜି ଏକ ଐତିହାସିକ ଦିବସ – ମୁଖ୍ୟମନ୍ତ୍ରୀ

ଛାତ୍ରଛାତ୍ରୀ ମାନଙ୍କ ସହିତ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ, ସ୍ବାସ୍ଥ୍ୟସେବା ପାଇଁ ପ୍ରତିଶୃତିବଦ୍ଧ ହୋଇ କାମ କରିବାକୁ ପରାମର୍ଶ ଦେଲେ।

{ } ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀରେ ନବନିର୍ମିତ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଜି ହେଉଛି ପୁରୀ ଜ଼ିଲ୍ଲା ପାଇଁ ଏକ ଐତିହାସିକ ଦିବସ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କ୍ଷେତ୍ରରେ ଏକ ଉନ୍ନତମାନର ମେଡିକାଲ କଲେଜ ପ୍ରତିଷ୍ଠା ହୋଇଛି । ଏହାଦ୍ବାରା ମେଧାବୀ ଛାତ୍ରଛାତ୍ରୀମାନେ ମେଡିକାଲ ପାଠ ପଢିବା ସହିତ ପୁରୀ ଜିଲ୍ଲାରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂଆ ଯୁଗ ଆରମ୍ଭ ହେଲା ।

ଏହି କଲେଜରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ୧୦୦ଟି MBBS ଆସନ ରହିଛି । ଏହାଦ୍ବାରା ବର୍ତ୍ତମାନ ସାରା ରାଜ୍ୟରେ ୮ଟି ସରକାରୀ ମେଡିକାଲ କଲେଜର ସମୁଦାୟ MBBS ଆସନ ସଂଖ୍ୟା ୧୨୫୦କୁ ବୃଦ୍ଧି ପାଇଛି ।କାର୍ଯ୍ୟକ୍ରମରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କ ସହିତ ଆଲୋଚନା କରି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ଭବିଷ୍ୟତରେ ଭଲ ଡାକ୍ତର ହୋଇ ନିଷ୍ଠାପର ଭାବେ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ସେମାନଙ୍କୁ ପରାମର୍ଶ ଦେଇଥିଲେ । ଶିକ୍ଷକ ଓ ଛାତ୍ରଛାତ୍ରୀ ମାନଙ୍କ ଉଦ୍ୟମରେ ଏହି କଲେଜ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ନିଜର ଗୁରୁତ୍ବପୂର୍ଣ୍ଣ ଅବଦାନ ରଖିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ପୁରୀର ଶ୍ରୀ ସମ୍ବିତ ନାୟକ, ରାଜସ୍ଥାନର ପ୍ରଗତୀ ମୀନା ଓ ଓଡିଶାର ଶ୍ରୀ ସିଦ୍ଧାର୍ଥ ସାହୁ ପ୍ରମୁଖ ଛାତ୍ରଛାତ୍ରୀ ଏହି ଆଲୋଚନାରେ ଭାଗ ନେଇ ପୁରୀରେ ପଢିବାର ସୁଯୋଗ ପାଇଥିବାରୁ ଖୁସି ପ୍ରକାଶ କରି ଭବିଷ୍ୟତରେ ଚିକିତ୍ସା ସେବା କ୍ଷେତ୍ରରେ ପ୍ରତିଶୃତିବଦ୍ଧ ହୋଇ କାମ କରିବେ ବୋଲି କହିଥିଲେ । ପିଲାମାନେ କଲେଜର ଭିତ୍ତିଭୂମିର ଉଚ୍ଚପ୍ରଶଂସା କରିଥିଲେ।

ଏଥିରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ମନସୁଖଲାଲ ମାଣ୍ଡଭ୍ୟ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଯୋଗ ଦେଇଥିଲେ । କେନ୍ଦ୍ରମନ୍ତ୍ରୀ ଶ୍ରୀ ମାଣ୍ଡଭ୍ୟ ମଧ୍ୟ ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା କରି ସେମାନଙ୍କୁ ଭଲ ପାଠ ପଢିବା ସହିତ ଦେଶର ଗ୍ରାମାଂଚଳରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ନିଜର ବଳିଷ୍ଠ ଯୋଗଦାନ ରଖିବାକୁ ପରାମର୍ଶ ଦେଇଥିଲେ ।ରାଜ୍ୟର ସବୁଠାରୁ ଗରିବ ଶ୍ରେଣୀରୁ ଛାତ୍ରଛାତ୍ରୀମାନେ ମଧ୍ୟ ମେଡିକାଲ ପାଠ ପଢିବାର ସୁଯୋଗ ପାଇଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ । ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ଓଡିଶାର ସରକାରୀ ବିଦ୍ୟାଳୟ ଗୁଡିକର ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ ଓ ଇଂଜିନିୟରିଂରେ ୧୫ ପ୍ରତିଶତ ଆସନ ସଂରକ୍ଷିତ ରଖିଛନ୍ତି ।

ଆଲୋଚନାରେ ଭାଗ ନେଇଥିବା ମେଡିକାଲ ଛାତ୍ର ବାଲେଶ୍ବର ଜିଲ୍ଲାର ଶ୍ରୀ ରାଧାବଲ୍ଲଭ ବେହେରା ଜଣେ ଭାଗଚାଷୀଙ୍କ ପୁଅ । ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ପାଇଁ ସରକାରଙ୍କ ସଂରକ୍ଷଣ ନୀତିକୁ ପ୍ରଶଂସା କରି ସେ କହିଥିଲେ ଯେ ଆଜି ଏଥିପାଇଁ ସେ MBBS ପାଠ ପଢିବାର ସୁଯୋଗ ପାଇଛନ୍ତି । ସେହିପରି ମୟୁରଭଂଜ ଜିଲ୍ଲାର ଶ୍ରୀ ଭଟ୍ଟ ହେମ୍ବ୍ରମ ମଧ୍ୟ ଜଣେ ଅତି ଗରିବ ପରିବାର ପିଲା । ତାଙ୍କ ବାପମା ଉଭୟ ଦିନ ମଜୁରିଆ । ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା ସମୟରେ ସେ ରାଜ୍ୟ ସରକାରଙ୍କ ସଂରକ୍ଷଣ ନୀତିକୁ ପ୍ରଶଂସା କରିଥିଲେ ।ମେଡିକାଲ କଲେଜ ସହିତ ୬୫୦ ଆସନ ବିଶିଷ୍ଟ ଏକ ସାତ ମହଲା ବିଶିଷ୍ଟ ଶିକ୍ଷା ହସ୍‌ପିଟାଲ ନିର୍ମାଣ ପାଇଁ ମଧ୍ୟ କାମ ଚାଲିଛି । ଏହି ଶିକ୍ଷା ହସ୍‌ପିଟାଲ ଜୁଲାଇ ୨୦୨୩ ସୁଦ୍ଧା ଏହା ସଂପୂର୍ଣ୍ଣ ହେବ ବୋଲି ଜଣାଯାଇଛି । ବର୍ତ୍ତମାନ ଏହି କଲେଜ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶିକ୍ଷା ହସ୍‌ପିଟାଲ ଭାବେ କାର୍ଯ୍ୟ କରୁଛି। ପୁରୀକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସୁଥିବାରୁ ଏହି ମେଡିକାଲ କଲେଜ ଓ ହସ୍‌ପିଟାଲ ଜିଲ୍ଲାର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ନବ ଦାସ, ଗଣଶିକ୍ଷାମନ୍ତ୍ରୀ ଶ୍ରୀ ସମୀର ରଂଜନ ଦାଶ, କ୍ରୀଡାମନ୍ତ୍ରୀ ଶ୍ରୀ ତୃଷାରକାନ୍ତି ବେହେରା, ସାଂସଦ ଶ୍ରୀ ପିନାକୀ ମିଶ୍ର, ପୁରୀ ଜିଲ୍ଲାର ବିଧାୟକଗଣ ଓ ଅନ୍ୟ ବରିଷ୍ଠ ନେତୃବୃନ୍ଦ ପ୍ରମୁଖ ଯୋଗ ଦେଇଥିଲେ ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କରିବ ବିଧାନସଭା ଗୃହ କମିଟି…

() ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କରିବ ବିଧାନସଭା ଗୃହ କମିଟି। ଖୁବ ଶୀଘ୍ର କମିଟି ବୈଠକ ଡକାଯିବ। ବୈଠକରେ ବିଭିନ୍ନ ଦିଗ ଉପରେ ଆଲୋଚନା ହେବ। ଆଇନ ସଚିବ, ପୂର୍ତ୍ତ ସଚିବ ଓ ବିଭିନ୍ନ ବିଭାଗର ଅଧିକାରୀ ଙ୍କ ସହ ଆଲୋଚନା ହେବ। କମିଟିରେ ୮ଜଣ ସଦସ୍ୟ ଅଛନ୍ତି। ଗତ 31 ତାରିଖରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଥିଲା। ଦେବୀ ମିଶ୍ର, ନରସିଂହ ମିଶ୍ର, ଜୟନ୍ତ ଷଡଙ୍ଗୀ, ଲଳିତେନ୍ଦୁ ମହାପାତ୍ର, ପ୍ରତାପ ଜେନା, ବିକ୍ରମ ଆରୁଖ ଓ ଅତନୁ ସବ୍ୟସାଚୀ ନାୟକ କମିଟିରେ ସଦସ୍ୟ ଅଛନ୍ତି।

ସୂର୍ଯ୍ୟ ନାରାୟଣ ପାତ୍ର, ବାଚସ୍ପତି

ବିଶ୍ଵ ସ୍ଵାସ୍ଥ୍ୟ ଦିବସ ଅବସରରେ ରାଜ୍ୟ ସ୍ତରୀୟ ସମାବେଶ

()୧୯୫୦ ମସିହାରୁ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଦ୍ଵାରା ସ୍ଵୀକୃତି ଲାଭ କରି ପ୍ରତି ବର୍ଷ ୭ ଏପ୍ରିଲକୁ ବିଶ୍ଵ ସ୍ଵାସ୍ଥ୍ୟ ଦିବସ ପାଳନ କରାଯାଉଛି । ଏହି ସଂଗଠନ ନିଷ୍ପତି କ୍ରମେ ଚଳିତ ବର୍ଷର ବାଗାଁ ବା ଥୁମ୍ ” ଆମ ପୃଥବୀ, ଆମ ସ୍ୱାସ୍ଥ୍ୟ” ଜାରି କରାଯାଇଛି । ଏହା ସହିତ ଆମ ଜଳ, ବାୟୁ ଓ ଆହାରକୁ ସ୍ଵଚ୍ଛ ରଖିବା ପାଇଁ ପଦକ୍ଷେପ ନେବାକୁ ଜନସାଧାରଣଙ୍କୁ ଲାଗୁତ କରାଯାଇଛି। ଚଳିତ ବର୍ଷ ବାର୍ଭାର ବିଶେଷତ୍ଵ ହେଉଛି, ପୃଥିବୀର ଜଳବାୟୁ ଓ ପରିବେଶ ପରିବର୍ତ୍ତନ ହେବା ଦ୍ଵାରା ପୃଥିବୀର ଉତ୍ତାପ ବୃଦ୍ଧି ଜନିତ ବିଭିନ୍ନ ଅଂଚଳରେ ଦୁର୍ଭିକ୍ଷ, ଅସ୍ଵାଭାବିକ ବନ୍ୟା, ସମୁଦ୍ର ପତ୍ତନ ବୃଦ୍ଧି ଓ ତାପମାତ୍ରାର ବୃଦ୍ଧି ହେତୁ ମାନବ ସମାଜରେ ଆଶଂକା କାରାଯାଉଥିବା ବିଭିନ୍ନ ସ୍ଵାସ୍ଥ୍ୟ ସମାସ୍ୟାକୁ ଲୋକ ଲୋଚନକୁ ଆଣି ଏହାର ପ୍ରତିକାରାତ୍ମକ ପଦକ୍ଷେପ ନେବା । ଯଦି ଏପରି କରା ନ ଯାଏ ହୁଏତ ଦିନ ଆସିବ ଆମ ଏ ପୃଥିବୀ ଆଉ ବାସୋପଯୋଗି ରହିବ ନାହିଁ।

ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ତଥ୍ୟ ଅନୁଯାଇ ଆମ ପୃଥିବୀର ୯୦ ପ୍ରତିଶତରୁ ଅଧିକ ଲୋକ ଜୀବାଶ୍ମ ଇନ୍ଧନ ଯେପରି କି ପେଟ୍ରୋଲ, ଡିଜେଲ, କିରୋସିନ ଓ କୋଇଲା ଆଦିରୁ ନିର୍ଗତ ଅସ୍ୱାସ୍ଥ୍ୟକର ବାୟୁ ନିଶ୍ବାସରେ ନେଉଛନ୍ତି। ତାପମାତ୍ରାର ତାରତମ୍ୟ ଓ ବାତାବରଣର ବିଷମତା ହେତୁ ମଶା ବଂଶ ବୃଦ୍ଧି ପାଇ ମିଶା ଦ୍ବାରା ବ୍ୟାପୁଥିବା ରୋଗ ବିଶେଷ କରି ଡେଙ୍ଗୁ, ଚିକୁନଗୁନିଆ, ମ୍ୟାଲେରିଆ ଆଦି ଅଧୁକ ଅଂଚଳରେ ଦ୍ରୁତ ଗତିରେ ବୃଦ୍ଧି ପାଇବ।

ବିଶ୍ଵ ଜଳବାୟୁ ଯେଭଳି ଦୃତ ବେଗରେ ପରିବର୍ତ୍ତନ ହେଉଛି ଏହା ଦ୍ଵାରା ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବରେ ଆମେ ଅନେକ ସ୍ଵାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବା ଯେପରି କି ଦୁର୍ଭିକ୍ଷ ଜନିତ ଖାଦ୍ୟାଭାବରୁ ସୁସୁ ସୁଷମ ଖାଦ୍ୟ ନ ପାଇ ଅପପୁଷ୍ଟିର ଶୀକାର ହେବା, ଆମର ରୋଗ ପ୍ରତିରୋଧକ ଶକ୍ତି କମ ହୋଇ ଆମକୁ ବିଭିନ୍ନ ପ୍ରକାର ସଂକ୍ରାମକ ରୋଗ ମାଡି ବସିବ ଓ ରୋଗୀ ସଂଖ୍ୟାରେ ବୃଦ୍ଧି ହୋଇ ଅନେକ ଜୀବନ ହାନୀ ହେବାର ଆଶଂକା ରହିଛି, ଅନେକ ଲୋକ ଅଂଶୁଘାତରେ ଅକ୍ରାନ୍ତ ହେବେ, ବାୟୁ ପ୍ରଦୂଷଣ ଯୋଗୁଁ ଅନେକ ଲୋକ ଶ୍ଵାସ ରୋଗ, ଫୁସଫୁସ କର୍କଟ, ହୃଦ୍‌ରୋଗ, ମସ୍ତିଷ୍କାଘାତ ଆଦି ରୋଗରେ ପିଡିତ ହୋଇ ମୃତ୍ୟୁ ମୂଖରେ ପଡିବେ, ସମୁଦ୍ର ପତନ ବୃଦ୍ଧି ଓ ବନ୍ୟା ପ୍ଲାବିତ ଅଂଚଳ ବଢିବା ଦ୍ଵାରା ଅନେକ ଲୋକ ବିସ୍ଥାପିତ ହେବେ ଯାହା ଦ୍ଵାରା ସେମାନଙ୍କୁ ସ୍ଵାସ୍ଥ୍ୟ ସେବା ଯୋଗାଇ ଦେବା ଅଧିକ କଷ୍ଟକର ହେବ ।ତେଣୁ ବେଳହୁଁ ସାବଧାନ ହୋଇ ଆମେ ଆମ ଜଳ, ବାୟୁ ଓ ଖାଦ୍ୟକୁ ସ୍ଵଚ୍ଛ ରଖିବା ପାଇଁ ପଦକ୍ଷେପ ନେଲେ ଆମ ଭବିଷ୍ୟତ ସୁରକ୍ଷିତ ରହିବ । ଏହି ପଦକ୍ଷେପ ଗୁଡିକ ମଧ୍ୟରେ ପେଟ୍ରୋଲ, ଡିଜେଲ ଓ କୋଇଲା ଆଦି ଇନ୍ଧନ ବ୍ୟବହାର ଯେତେ ସମ୍ଭବ କମ୍ କରି ସ୍ଵଚ୍ଛ ବା ସବୁଜ ଇନ୍ଧନ ବ୍ୟବହାର କରିବା, ମାତ୍ରାଧୂକ ସାର ଓ କୀଟନାଶକ ବ୍ୟବହାର କମ କରି ଜୈବିକ କୃଷିକୁ ଆପଣାଇବା, ପରିବେଶର ଯତ୍ନ ନେବା ସହିତ ପ୍ଲାଷ୍ଟିକ, ପଲିଥୁନ ଆଦି ବ୍ୟବହାର ବନ୍ଦ କରିବା, ବିଦ୍ୟୁତ୍ ଶକ୍ତିର ସଂରକ୍ଷଣ କରି ଏହାର ଅପଚୟକୁ କମ୍ କରିବା, ପାନୀୟ ଜଳ ଉତ୍ସକୁ ସଫା ରଖୁ ଏହାର ସଂରକ୍ଷଣ ଓ ଯଥାଯଥ ବିନିଯୋଗ କରିବା, ବୃକ୍ଷ ରୋପଣ, ସାମାଜିକ ବନୀକରଣ ଓ ଜଙ୍ଗଲ ସୁରକ୍ଷାକୁ ଗୁରୁତ୍ବ ଦେବା, ସୌର ଶକ୍ତି, ବାୟୁ ଶକ୍ତି ଓ ସମୁଦ୍ର ଜୁଆରକୁ ବିକଳ୍ପ ଶକ୍ତି ଉତ୍ସ ଭାବେ ବ୍ୟବହାର କରିବାର ଉପାୟ ବିକଶିତ କରିବା ଆବଶ୍ୟକ। ଏତଦ୍ ବ୍ୟତିତ ଜଳବାୟୁ ପରିବର୍ତନ ଜନିତ ସମସ୍ୟାକୁ ସହ୍ୟ କରିବାକୁ ରୋଗ ପ୍ରତିରୋଧକୁ ଅଧିକ ଗୁରୁତ୍ଵ ଦେବା ଓ ନିରାମୟତା ବଜାୟ ରଖିବାକୁ ସୁଷମ ଖାଦ୍ୟ, ଶୁଦ୍ଧ ପାନୀୟ ଜଳ, ଯୋଗ, ପ୍ରାଣାୟାମ ଭଳି ସୁସ୍ଥ ଜୀବନ ଶୈଳୀ ଆପଣାଇ ମାଦକ ଦ୍ରବ୍ୟ ବର୍ଜନ ଆଦି ଉପରେ ଧ୍ୟାନ ଦେବା ଆବଶ୍ୟକ ଯେଉଁ ସ୍ଥାନକୁ ପାଦରେ ଚାଲି କରି କିମ୍ବା ସାଇକେଲରେ ଯାଇ ହେବ ସେଠାକୁ ଅନାବଶ୍ୟକ ଭାବରେ ମଟରସାଇକେଲରେ ନଯିବା ଭଳି ଛୋଟ ଛୋଟ ପଦକ୍ଷେପ ନେବା ଦ୍ଵାରା ଆମ ପରିବେଶ ପ୍ରତି ଅନୁକୂଳ ପ୍ରଭାବ ପକାଇବ।

ପରିଶେଷରେ ଏତିକି କୁହାଯାଇ ପାରେ ବାତାବରଣର ସୁରକ୍ଷା ପାଇଁ ସରାକରୀ ନିୟମ, ବଡ ବଡ ଉଦ୍ୟୋଗମାନଙ୍କର ଦାୟିତ୍ଵପୂର୍ଣ୍ଣ ପଦକ୍ଷେପ ଓ ଜନସାଧାରଣଙ୍କର ଦାୟିତ୍ଵପୂର୍ଣ୍ଣ ସହଭାଗିତା ନିତ୍ୟାନ୍ତ ଆବଶ୍ୟକ, ଯାହା ଆମର ଭବିଷ୍ୟତକୁ ସୁରକ୍ଷିତ ରଖିବା ସହିତ ଆମକୁ ଏକ ସୁସ୍ଥ ବାତାବରଣରେ ବଂଚିବାର ସୁଯୋଗ ଦେବ। ଏହି ଅବସରରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନ ଦ୍ଵାରା ଏକ ରାଜ୍ୟ ସ୍ତରୀୟ ସମାବେଶ ଆୟୋଜନ କରାଯିବା ସହିତ ସମସ୍ତ ଜିଲ୍ଲାରେ ଏହି ଦିବସକୁ ବିଭିନ୍ନ ସ୍ତରରେ ଥିବା ସ୍ଵାସ୍ଥ୍ୟ ଅନୁଷ୍ଠାନ ବିଶେଷ କରି ସ୍ଵାସ୍ଥ୍ୟ ଅରୋଗ୍ୟ କେନ୍ଦ୍ରମାନଙ୍କ ଦ୍ଵାରା ଗୋଷ୍ଠୀ ସ୍ତର ପର୍ଯ୍ୟନ୍ତ ସଚେତନତା ସୃଷ୍ଟି କରିବାକୁ ପଦକ୍ଷେପ ନିଆଯାଇଛି।

ମିଛ…

() ସମୟ ଅପରାହ୍ନ ୫ଟା । ହାଠତ ଚିକୁ ଘରକୁ ମୁନା ଆସି ପହଞ୍ଚିଲା । ଚିକୁ ବି ସେଦିନ ସହରରୁ ଆସି ଘରେ ଥାଏ । ମୁନା ଓ ଚିକୁ ଦୁଇଜଣ ଭଲ ସାଙ୍ଗ । କଲେଜ ବେଳରୁ ଉଭୟଙ୍କ ସମ୍ପର୍କ ନିବିଡ଼ । ସମୟ ଅନୁସାରେ ପେଶାରେ ଜଣେ ଶିକ୍ଷକ ଓ ସେ ଜ୍ୟୋତିଷ ବିଦ୍ୟା ବି ଜାଣିଥାଏ । ଚିକୁର ପରିବାର ମୁନା ଉପରେ ବହୁତ ବିଶ୍ବାସ । କାରଣ ମୁନା ଜାତକ ଓ ରାଶୀ ନେଇ ଯାହା ଆକଳନ କରିଥାଏ ତାହା ସତ୍ୟ ହୁଏ ବୋଲି ଚିକୁ ପରିବାରର ବିଶ୍ବାସ । ଯେଉଁଥି ପାଇଁ ମୁନା ଯେତେବେଳେ ଚିକୁ ଘରକୁ ଆସେ ଯାହା କଥା ହୁଏ ତ ହୁଏ । ଶେଷରେ ଜ୍ୟୋତିଷ ବିଦ୍ୟା ଟିକେ ଆଲୋଚନା  କରିକି ଯାଏ । ଯେମିତି ସେତିକି ନହେଲେ ମୁନା କି ଚିକୁର ପରିବାରର ଖାଦ୍ୟ ହଜମ ହୁଏ ନାହିଁ । ଆରେ ଆଜି କାହିଁ ମୁନା ଓ ଚିକୁ କୁ ନେଇ ଏତେ ଆଲୋଚନା । ଏ ଆଲୋଚନା ଏଇତଥି ପାଇଁ ଯେ ମୁନାଁ ପରି ଜଣେ ଉଚ୍ଚଶିକ୍ଷତି ଓ ଜ୍ୟୋତିଷ ବିଦ୍ୟା ପାଠ ପଢିଥିବା ଯୁବକ କହୁଛି ମିଛ  କହିବା ଭଲ । ବାସ ଏମିତିରେ ଆରମ୍ଭ ହୋଇଯାଇଛି ବିତର୍କ । ଆରେ ଆମେ ତ ପିଲାଦିନୁ ପଢିଛୁ ମିଛ କହିବା ମହାପାପ । ହେଲ ଜଣେ ଯୁବ ଶିକ୍ଷକ ଓ ଜ୍ୟୋତିଷବିତ କିପରି କହୁଛନ୍ତି ମିଛ କହିବା ଭଲ । କ’ଣ ଏହାର ରହସ୍ୟ । କଥାଟି ଏମିତି! ୪ବର୍ଷ ହେବ ମୁନା ବିବାହ କରିଛି । ପରିବାର , ସଂସାର ଭିତରକୁ ଧୀରେଧୀରେ ପଶିଛି । ମାତ୍ର ୪ ବର୍ଷରେ ସେ କହୁଛି ସ୍ତ୍ରୀକୁ ଯେତେ ମିଛ କହିବ ସେତେ ଭଲ । ଏକଥା ଶୁଣି ଚିକୁର ପରିବାର ହସିବା ଛଡ଼ା ଆଉ କଣ ବା କରିବେ । ହେଲେ ମୁନା ଯେ ଠିକ କହୁଛି ଏକଥାକୁ ଅଳ୍ପ ବହୁତେ ସମସ୍ତେ ଯେମିତି ବୁଝି ସାରିଛନ୍ତି । ଚିକୁ ବି ଏଥିରୁ କିପରି ବାଦ ପଡ଼ିବ । ଚିକୁ କହିଲା ମୁନା ତମେ ସତ କହୁଛ । ହେଲେ ଏହା କଣ ବାସ୍ତବତା ନା ତମ ଜୀବନରେ ସେମିତି କିଛି ଘଟିଛି , ଯେଉଁଥି ପାଇଁ ତମେ ଏହାକୁ ମିଛ କହିବା ପାଇଁ ସମସ୍ତକୁ କହୁଛ । ମୁନା ସଙ୍ଗେସଙ୍ଗେ ଉତ୍ତର ଦେଲା ମିଛ କହିଲେ ଖୁସିରେ ରହିବ ଓ ଭଲରେ ରହିବ । କାରଣ ସ୍ତ୍ରୀକୁ ଯେତେ ସତ କହିବ ସେତେ ମରିବ । ତେଣୁ ସତ କହି ଯଦି ତମେ ହଇରାଣ ହେଉଛି ତାହା ଅପେକ୍ଷା ମିଛ କହିବା ଭଲ ।
ହୁଏତ ଚିକୁ ଓ ମୁନା ପରିବାର ଭିତରେ ଏ ଆଲୋଚନା ସେଦିନ ହସ ଖୁସିରେ ଚାଲିଗଲା । ହେଲେ ଅନେକ ମାତ୍ରରେ ଏ ଆଲୋଚନା ବହୁତ କିଛି ବାତ୍ତା ଦେଉଛି ତାହା ଯିଏ ବୁଝିଛି ସେ ଜାଣିଛି । ଜୀବନରେ ଅନେକ ସମୟ ଏମିତି ଆସେ ଯେତେବେଳେ କେବଳ ମିଛ କହିବା ହିଁ ଠିକ୍ । ମିଛ କହିଲେ ହିଁ ନିଜର ମଙ୍ଗର ହେବା ସହ ଅନ୍ୟର ମଙ୍ଗଳ ମଧ୍ୟ ହୋଇଥାଏ । ଏମିତି କେତେ କଥା କହିଲା ମୁନା । ଚିକୁ ପଚାରିଲା କେମିତି ଏହା ଠିକ ଗୋଟିଏ ଉଦାହରଣ ଦେଇ କହିଲୁ । ଶିକ୍ଷକ ଓ ଜ୍ୟୋତିଷବିଦ୍ ମୁନା କହିଲା ଶୁଣ ଜଣେ ଗରିବ ଝିଅ ବୟସ କାରଣରୁ ବାହା ହୋଇପାରୁନାହିଁ । ଯେଉଁ ଜାଗାରେ ବାହାରଘର ଲାଗୁଥିଲା ସେଠୀ ବୟସ ଅଧିକ ଯୋଗୁଁ ବାହାରଘର ଭାଙ୍ଗିଯାଉଥିଲା । ତେଣୁ ଜଣେ ଜ୍ୟୋତିଷ ଭାବେ ତାର ନୂଆ ଜାତକ କରି ବୟସ କମାଇଦେଲି । ସୁନ୍ଦର ଝିଅଟି ବାହାହୋଇ ଏବେ ଖୁସିରେ ସଂସାରିକ ଜୀବନ କଟାଉଛି । ତେଣୁ ଏଠି ମିଛି କହିବା ଠିକ ନା ଭୂଲ କୁହ ? ପୁଣି ମୁନା କହିଲା ଦେଖେ ଚିକୁ ମୁଁ ଓ ତୋ ଭାଉଜ ସ୍କୁଲ କାମ ସାରି ଘରକୁ ଆସିଲୁ । ମୁଁ ଖାଇ ସାରି ମନେ ପଡ଼ିଲା ତୁ ଆସିଛୁ । କାଲି ସକାଳୁ ଭୁବନେଶ୍ବର ପଳେଇବୁ । ଏପଟେ ତୋ ଭାଉଜ କହିଛି ସଂନ୍ଧ୍ୟାରେ ବଜାରକୁ ଯିବା ପାଇଁ । ଏପରି ସମୟରେ ମୁଁ କଣ କରିବି । ବାଧ୍ୟ ହୋଇ ମୁଁ କହିଲି ହେଇଟି ଶୁଣୁଛ ଆମେ କାଲି ବଜାରକୁ ଯିବା , ତମେ ଯାହା କିଣାକିଣି କରିବ କରିବ। କାଲି ପା ସ୍କୁଲ ରୂପାନ୍ତରଣ ନେଇ ସମସ୍ତ ତଥ୍ୟ ଜିଲ୍ଲା ଶିକ୍ଷାଧିକାରୀକୁ ଦେବାକୁ ପଡ଼ିବ , ତେଣୁ ମତେ ଏବେ ଟାଉନ ଯାଇ ବଡ଼ବାବୁଙ୍କ ସହ କାଗଜପତ୍ର କାମ ସବୁ ସାରିବାକୁ ପଡ଼ିବ । ବାସ ଏତିକି କହି ମୁଁ ତମ ଘରକୁ ଆସିଛି । ତେଣୁ ମିଛ କହିଲି ବୋଲି ସିନା ୨ ବର୍ଷ ପରେ ତମ ସହ ଟିକେ ଦେଖା ହେଲା ଆମେ ମନଖୋଲି ଏବେ ଗପୁଛନ୍ତି । ତେଣୁ ତମେ କୁହ । ମିଛ କହିବା ଠିକ ନା ଭୂଲ ।
ଏ ତ ଥିଲା କେବଳ ଦୁଇ ସାଙ୍ଗ ମଧ୍ୟରେ କଥାବାର୍ତ୍ତା ର ଏକ ଅଂଶ । ହେଲେ ମିଛ ବି ଅନେକ ସମୟରେ ବହୁତ ସାହାଯ୍ୟ କରେ । ଆଜିର ମିଛର ଦୁନିଆରେ ସମେସ୍ତ ବଂଚିଛନ୍ତି । ହେଲେ ଏହି ମିଛ ଭିତରେ ବି ସତ ଲୁଚିରହିଛି । ତେଣୁ ମିଛ କହିବା ଠିକ କି ଭୂଲ ସେ ବିଚାର ତମମାନଙ୍କର । ଏତିକି କହିଲା ବେଳକୁ ମୁନାର ଫୋନ ରିଙ୍ଗ ହେଲା, କିଏ ଗୋଟେ ପଚାରିଲା ତମେ କେଉଁଠି..? ମୁନା କହିଲା ଏଇପା ମାଆଙ୍କ ପାଇଁ ଔଷଧ କିଣୁଥିଲି ।

ରାଜ୍ୟରେ ଗୋ-ପାଳନର ବିକାଶକୁ ତ୍ବରାନ୍ବିତ କରିବା ପାଇଁ ରାଜ୍ୟ ସରକାର ‘ଲିଙ୍ଗ ନିରୂପିତ ଶୁକ୍ରାଣୁ’ କାର୍ଯକ୍ରମ ଆରମ୍ଭ…

()ଓଡ଼ିଶା ସରକାର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ

ରାଜ୍ୟରେ ଗୋ-ପାଳନର ବିକାଶକୁ ତ୍ବରାନ୍ବିତ କରିବା ପାଇଁ ରାଜ୍ୟ ସରକାର ‘ଲିଙ୍ଗ ନିରୂପିତ ଶୁକ୍ରାଣୁ’ କାର୍ଯକ୍ରମ ଆରମ୍ଭ କରିଛନ୍ତି।

{ }ଆଜି ମାନ୍ୟବର ମନ୍ତ୍ରୀ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ଡ଼. ଅରୁଣ କୁମାର ସାହୁ ରାଜ୍ୟରେ ଲିଙ୍ଗ ନିରୂପିତ ଶୁକ୍ରାଣୁ (Sex Sorted Semen) ଦ୍ବାରା କୃତ୍ରିମ ପ୍ରଜନନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ କୃଷି ଭବନ, ଭୁବନେଶ୍ବର ଠାରେ ଆୟୋଜିତ ଏକ କାର୍ଯକ୍ରମରେ ମାନ୍ୟବର ମନ୍ତ୍ରୀ କହିଥିଲେ ଯେ ଲିଙ୍ଗ ନିରୂପିତ ଶୁକ୍ରାଣୁ ଟେକ୍ନୋଲୋଜି ଦ୍ବାରା ୯୦ ପ୍ରତିଶତ ପର୍ଯନ୍ତ ମାଈ ବାଛୁରୀ ଜନ୍ମ ହୋଇ ରାଜ୍ୟରେ ଦୁଗ୍ଧ ଉତ୍ପାଦନରେ ବୃଦ୍ଧି ଘଟିବ।

ଗତ ଦୁଇ ଦଶକରେ ରାଜ୍ୟରେ ଗୋ-ପାଳନର ବିକାଶ ଚାଷୀ ମାନଙ୍କ ଆୟବୃଦ୍ଧି କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ଏବଂ ରାଜ୍ୟ ସରକାର ସର୍ବଦା ଚାଷୀ ଓ ଗୋ-ପାଳକଙ୍କ ବିକାଶ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି। ରାଜ୍ୟ ସରକାର ଏହି ଆନୁଷଙ୍ଗିକ କ୍ଷେତ୍ରକୁ ରାଜ୍ୟର ଚାଷୀ, ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ଓ ଉଦ୍ୟୋଗୀ ମାନଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଅଭିବୃଦ୍ଧି କ୍ଷେତ୍ର ରୂପେ ଚିହ୍ନଟ କରିଛନ୍ତି। ଗତ ଦୁଇ ଦଶକରେ ରାଜ୍ୟର ଦୁଗ୍ଧ ଉତ୍ପାଦନ ପ୍ରାୟ ତିନି ଗୁଣ ବୃଦ୍ଧି ପାଇଛି। ୨୦୦୦ ମସିହାରେ ଏହା ୮.୭୫ ଲକ୍ଷ Metric Ton ଥିବା ବେଳେ ୨୦୨୧ ମସିହାରେ ୨୩.୭୩ ଲକ୍ଷ Metric Ton କୁ ବୃଦ୍ଧି ପାଇଛି । କୃତ୍ରିମ ପ୍ରଜନନ ମାଧ୍ୟମରେ ଗୋ-ପ୍ରଜାତିର ଉନ୍ନତିକରଣକୁ ଏକ ମିଶନ ଭାବେ ଗ୍ରହଣ କରି ବାର୍ଷିକ ପ୍ରାୟ ୧୫ ଲକ୍ଷ ଗାଈଙ୍କୁ ମାଗଣାରେ କୃତ୍ରିମ ପ୍ରଜନନ କରାଯାଉଛି। ଗୋରୁଗାଈଙ୍କ ଫାଟୁଆ ରୋଗ ନିୟନ୍ତ୍ରଣ ପାଇଁ ଗୃହପାଳିତ ପ୍ରାଣୀଙ୍କ ଟିକାକରଣକୁ ଏକ ଅଭିଯାନ ଭାବେ ନିଆଯାଇ ବର୍ଷକୁ ଦୁଇ ଥର ଟିକାକରଣ କରାଯାଉଛି। ଉଚ୍ଚ ଅମଳ ସମ୍ପନ୍ନ ଋତୁକାଳୀନ ଓ ସବୁଦିନିଆ ଘାସ ଚାଷ କରିବା ପାଇଁ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ମାଧ୍ୟମରେ ଗୋପାଳକ ଏବଂ ଯୁବ ଉଦ୍ୟୋଗୀ ମାନଙ୍କୁ ନୂତନ ଡାଇରି ଫାର୍ମ ଓ ମିଲ୍କ ପ୍ରୋସେସିଂ ପ୍ଲାଣ୍ଟ ପ୍ରତିଷ୍ଠା କରିବା ପାଇଁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବସିଡି ଯୋଗାଇ ଦିଆଯାଉଛି। ଓଡ଼ିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ (ଓମଫେଡ଼) ମାଧ୍ୟମରେ ରାଜ୍ୟର ପ୍ରାୟ ୩,୭୦୦ ଦୁଗ୍ଧ ଉତ୍ପାଦକ ସମବାୟ ସମିତିର ମୋଟ ୨ ଲକ୍ଷ ୬୩ ହଜାର ଗୋପାଳକ ସେମାନଙ୍କ ଉତ୍ପାଦିତ ଦୁଗ୍ଧର ବିକ୍ରୟ କରି ପାରୁଛନ୍ତି।

ଉଚ୍ଚ ଜେନେଟିକ୍ କ୍ଷମତା ସମ୍ପନ୍ନ ଷଣ୍ଢଙ୍କ ଶୁକ୍ରାଣୁ ବ୍ୟବହାର ମାଧ୍ୟମରେ ଗୋ-ପ୍ରଜାତିର ଉନ୍ନତିକରଣ ଓ ଦୁଗ୍ଧ ଉତ୍ପାଦନ ବୃଦ୍ଧି କରିବାକୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଗୁରୁତ୍ବ ପ୍ରଦାନ କରୁଛି। ଲିଙ୍ଗ ନିରୂପିତ ହୋଇନଥିବା ସାଧାରଣ ଶୁକ୍ରାଣୁ ବ୍ୟବହାର କରି କୃତ୍ରିମ ପ୍ରଜନନ କରାଯାଉଥିବା ଗାଈଙ୍କ ଠାରୁ ୫୦ ପ୍ରତିଶତ ଅଣ୍ଡିରା ଓ ୫୦ ପ୍ରତିଶତ ମାଈ ବାଛୁରି ଜନ୍ମ ହେବାର ସମ୍ଭାବନା ଥାଏ। ଧରେ ଧୂରେ ଅଣ୍ଡିରା ବାଛୁରିଙ୍କ ଚାହିଦା କମୁଥୁବାରୁ ଗୋପାଳକ ମାନେ ସେମାନଙ୍କୁ ବୁଲା ଗୋରୁ ଭାବେ ଛାଡିଦେଇଥାନ୍ତି ଓ ରାଜ୍ୟରେ ବୁଲା ଗୋରୁଙ୍କ ସଂଖ୍ୟାରେ ବୃଦ୍ଧି ଘଟିଥାଏ। ଲିଙ୍ଗ ନିରୂପିତ ଶୁକ୍ରାଣୁ (ସେକ୍ସ ସର୍ଟେଡ୍ ସିମେନ)’ ଟେକ୍ନୋଲୋଜି ୯୦ ପ୍ରତିଶତ ପର୍ଯ୍ୟନ୍ତ ଉଚ୍ଚ ଜେନେଟିକ୍ କ୍ଷମତା ସମ୍ପନ୍ନ ମାଈ ବାଛୁରୀ ଜନ୍ମର ସମ୍ଭାବନାକୁ ବୃଦ୍ଧି କରିଥାଏ ଏବଂ ଏହା ଦ୍ବାରା ଅଣ୍ଡିରା ବାଛୁରିଙ୍କ ସଂଖ୍ୟା ହ୍ରାସ ପାଇ ଗୋପାଳକଙ୍କ ଉପରେ ଅଣ୍ଡିରା ବାଛୁରି ପାଳନର ଭାର ହ୍ରାସ କରିଥାଏ।

ଏହି ଅବସରରେ କୃଷି ଉତ୍ପାଦନ କମିଶନର ଶ୍ରୀ ସଂଜୀବ ଚୋପ୍ରା କହିଥିଲେ ଯେ, ରାଜ୍ୟରେ ଗିର୍, ସାହିୱାଲ୍, କ୍ରସ୍ ବ୍ରେଡ୍ ଜର୍ସି, କ୍ରସ୍ ବ୍ରେଡ୍ ହୋଲଷ୍ଟିନ୍ ଫ୍ରିଜିଆନ୍ ଇତ୍ୟାଦି ଉନ୍ନତ ପ୍ରଜାତିର ସେକ୍ସ ସର୍ଟେଡ଼ ସିମେନ ଚାଷୀଙ୍କ ପାଇଁ ଉପଲବ୍ଧ ହେବ। ଓଡ଼ିଶା ଗୋ-ମହିଷାଦି ପ୍ରଜନନ ନୀତି ଅନୁଯାୟୀ ଏହା କାର୍ଯକାରୀ କରାଯାଉଛି। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଆର, ରଘୁ ପ୍ରସାଦ କହିଥିଲେ, ଲିଙ୍ଗ ନିରୂପିତ ଶୁକ୍ରାଣୁ କାର୍ଯକ୍ରମ ରାଜ୍ୟର ସମସ୍ତ ଜିଲ୍ଲାରେ କାର୍ଯ୍ୟକାରୀ ହେବ। ଏହି କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟ ସରକାର ଗୋପାଳକ ମାନଙ୍କ ପାଇଁ ୭୫ ପ୍ରତିଶତ ରିହାତି ଯୋଗାଇ ଦେଉଛନ୍ତି। ଗୋଟିଏ ଡୋଜ୍ ଲିଙ୍ଗ ନିରୂପିତ ଶୁକ୍ରାଣୁର ମୂଲ୍ୟ ୭୧୫ ଟଙ୍କା ହୋଇଥିବା ସ୍ଥଳେ ସରକାର ଏହାକୁ ଗୋପାଳକ ମାନଙ୍କୁ ୧୮୦ ଟଙ୍କାରେ ଯୋଗାଇ ଦେଉଛନ୍ତି। OMBADC କାର୍ଯକ୍ରମ ଚାଲୁଥିବା ରାଜ୍ୟର ଖଣିଜ ଅଞ୍ଚଳରେ ଏଥ୍ପାଇଁ ଶତ ପ୍ରତିଶତ ରିହାତିର ସୁବିଧା ରହିଛି। ୨୦୨୨-୨୩ ବର୍ଷରେ ପ୍ରାଥମିକ ଅବସ୍ଥାରେ ୫.୫ ଲକ୍ଷ ଡୋଜ୍ Sex Sorted Semen ବ୍ୟବହାର କରି ୧.୨୦ ଲକ୍ଷ ଗାଈଙ୍କ କୃତ୍ରିମ ପ୍ରଜନନ କରାଯିବ।

ଏହି ଅବସରରେ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶକ, ପ୍ରାଣୀପାଳନ ଓ ପ୍ରାଣୀ ଚିକିତ୍ସା ମହାବିଦ୍ୟାଳୟର ବିଶେଷଜ୍ଞ, ବିଭାଗୀୟ ଅଧିକାରୀ ଓ ଗୋପାଳକ ମାନେ ଉପସ୍ଥିତ ଥିଲେ। କାର୍ଯକ୍ରମରେ ରାଜ୍ୟର ସମସ୍ତ ଜିଲ୍ଲାରୁ ଗୋପାଳକ ଓ ବିଭାଗୀୟ ଅଧିକାରୀ ମାନେ ଭରଚୁଆଲ୍ ମାଧ୍ୟମରେ ଯୋଗଦେଇଥିଲେ।

3 ମହାନଗର ନିଗମର ଡେପୁଟି ମେୟର ନିର୍ବାଚନ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ର ନାଥ ସାହୁଙ୍କ ସୂଚନା…

( ) 58 NAC, 47 ପୌର ପରିଷଦର ଉପାଧ୍ୟକ୍ଷ ଓ 3 ମହାନଗର ନିଗମର ଡେପୁଟି ମେୟର ନିର୍ବାଚନ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ର ନାଥ ସାହୁଙ୍କ ସୂଚନା । ଆସନ୍ତାକାଲି ପୂର୍ବାହ୍ନ 10ଟାରୁ 11ଟା ମଧ୍ୟରେ ପୌର ଉପାଧ୍ୟକ୍ଷ ପଦବୀ ଲାଗି ନାମାଙ୍କନ ଦାଖଲ ହେବ । 11ଟାରୁ 12ଟା ମଧ୍ୟରେ ନାମାଙ୍କନ ପତ୍ର ଯାଞ୍ଚ, ଏହାପରେ ଦିନ ଗୋଟାଏ ଯାଏ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପ୍ରକ୍ରିୟା ଚାଲିବ । ଅପରାହ୍ନ ସାଢ଼େ ଗୋଟାଏରୁ ସାଢ଼େ 3ଟା ଯାଏ ମତଦାନ ଚାଲିବ । ମତଦାନ ପରେ ସେହିଦିନ ହିଁ ଭୋଟ ଗଣତି ଓ ଫଳାଫଳ ଘୋଷଣା ହେବ । ସେହିଭଳି ଏପ୍ରିଲ 7ରେ କଟକ ମହାନଗରର ଡେପୁଟି ମେୟର ପଦବୀ, 8 ତାରିଖରେ ବ୍ରହ୍ମପୁର ଓ 9 ତାରିଖରେ ଭୁବନେଶ୍ୱର ମହାନଗର ନିଗମ ଲାଗି ଡେପୁଟି ମେୟର ପଦ ପାଇଁ ନିର୍ବାଚନ ହେବ । ମହାନଗରଗୁଡ଼ିକରେ ନିର୍ଦ୍ଧାରିତ ଦିନ ପୂର୍ବାହ୍ନ 10ଟାରୁ 11ଟା ମଧ୍ୟରେ ନାମାଙ୍କନ ଦାଖଲ, 11ଟାରୁ 12ଟା ମଧ୍ୟରେ ନାମାଙ୍କନ ପତ୍ର ଯାଞ୍ଚ, ଏହାପରେ ଦିନ ଗୋଟାଏ ଯାଏ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପ୍ରକ୍ରିୟା ଏବଂ ଅପରାହ୍ନ ସାଢ଼େ ଗୋଟାଏରୁ ମତଦାନ ଆରମ୍ଭ ହେବ । ମତଦାନ ସରିବା ପରେ ସେହିଦିନ ଭୋଟ ଗଣତି ଓ ଫଳାଫଳ ଘୋଷଣା କରାଯିବ । 2ରୁ ଅଧିକ ପ୍ରାର୍ଥୀ ରହିଲେ, ରାଉଣ୍ଡ ୱାରି ଭୋଟିଂ ହେବ । ପ୍ରତି ରାଉଣ୍ଡରେ କମ ଭୋଟ ପାଉଥିବା ଜଣେ ଲେଖାଏଁ ପ୍ରାର୍ଥୀ ପ୍ରତିଦ୍ବନ୍ଦିତାରୁ ଓହରିଚାଲିବେ । ଶେଷ ଦୁଇ ଜଣଙ୍କ ମଧ୍ୟରେ ଚୂଡ଼ାନ୍ତ ଲଢ଼େଇ ହେବ । ଦଳ ବଦଳ ବିରୋଧ ଆଇନ ଲାଗୁ ହୋଇଥିବାରୁ ରାଜନୈତିକ ଦଳ ପ୍ରତିନିଧି ଦେଇପାରିବେ । ଏଭଳି କ୍ଷେତ୍ରରେ ଭୋଟ ବେଳେ ଦଳୀୟ କାଉନସିଲର ଓ କର୍ପୋରେଟର ସେମାନଙ୍କୁ ନିଜ ଭୋଟ ଦେଖାଇ ଭୋଟ ଦେବେ ।
ରବୀନ୍ଦ୍ର ନାଥ ସାହୁ, ସଚିବ, ରାଜ୍ୟ ନିର୍ବାଚନ କମିଶନ

ବିଜେଡିର ମିଶ୍ରଣ ପର୍ବ…

()ବିଜେଡିର ମିଶ୍ରଣ ପର୍ବ। ବିଜୁ ଯୁବ ଜନତାଦଳ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଯୋଗ ଦେଇଛନ୍ତି ଖୋର୍ଦ୍ଧା ପୋୖର ପରିଷଦର ୫ ଜଣ ସ୍ୱାଧୀନ କାଉନସିଲର ଯୋଗ ଦେଇଛନ୍ତି।୮ ନମ୍ବର ୱାର୍ଡର ସୁଶାନ୍ତ ଜେନା,୯ ନମ୍ବର ୱାର୍ଡର ରଶ୍ମିତା ବେହେରା,୧୦ ନମ୍ବର ୱାର୍ଡର ମୋନାଲିସା ସିଂ ,୧୪ ନମ୍ବର ୱାର୍ଡର ନର୍ମଦା ଦାସ ଓ ୨୦ ନମ୍ବର ୱାର୍ଡର ଅନୀଲ କୁମାର ରାମ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି। ଦଳୀୟ ଉତରିୟ ଦେଇ ଦଳକୁ ସ୍ୱାଗତ କରାଯାଇଛି। ସାଂସଦ ମୁନା ଖାଁ,ଖୋର୍ଦ୍ଧା ଜିଲ୍ଲା ସଭାପତି ବିଭୁତି ବଲବନ୍ତରାୟ,ବିଧାୟକ ଜିତୁ ମିତ୍ରଙ୍କ ଉପସ୍ଥିତିରେ ସାମିଲ ହୋଇଛନ୍ତି। ଏ ମିଶ୍ରଣ ଖୋର୍ଦ୍ଧା ଜିଲ୍ଲାରେ ବିଜେଡିର ସଂଗଠନକୁ ଆଗକୁ ନେବାକୁ ସହାୟକ ହେବ ବୋଲି କହିଛନ୍ତି ବିଜେଡି ନେତା।
ମୁନ୍ନା ଖାଁ, ରାଜ୍ୟସଭା ସାଂସଦ

ଦରଦାମ ବୃଦ୍ଧି ପ୍ରସଙ୍ଗ କେନ୍ଦ୍ର ଉପରେ ବାର୍ଷିଲା କଂଗ୍ରେସ…

() ଦରଦାମ ବୃଦ୍ଧି ପ୍ରସଙ୍ଗ କେନ୍ଦ୍ର ବାର୍ଷିଲା କଂଗ୍ରେସ l ଓଡ଼ିଶାବାସୀ ଓ ଦେଶ ବାସୀଙ୍କ ପିଠିରେ ଚାବୁକ ମାରୁଛି କେନ୍ଦ୍ର l ଆନ୍ତର୍ଜାତିକ ସ୍ତରରେ ପେଟ୍ରୋଲ ଡିଜେଲ ଦର କମ ଥିଲେ ଦେଶ ଓ ରାଜ୍ୟରେ କାହିଁକି ବଢୁଛି ବୋଲି ପ୍ରଶ୍ନ କଲା କଂଗ୍ରେସ l ଗ୍ୟାସ ଦର ବୃଦ୍ଧି ବି ଘଟିଛି l ୨୬ଲକ୍ଷ କୋଟି ଟଙ୍କା ଦର ବୃଦ୍ଧି କରି ଲୋକଂକ ପକେଟରୁ ଅର୍ଥ ଲୁଟିଛି କେନ୍ଦ୍ର ସରକାର l ୫ଟି ରାଜ୍ୟରେ ନିର୍ବାଚନ ସରିଲା ପରେ ଦର ବୃଦ୍ଧି କରିଛନ୍ତି l ଭାରତ ବର୍ଷ ଇତିହାସରେ ଏମିତି ଦର ବୃଦ୍ଧି କେବେ ହୋଇନାହିଁ l ସୁଦର୍ଶନ ଦାସ, କଂଗ୍ରେସ ମୁଖପାତ୍ର

ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ନିମନ୍ତେ ଉଚ୍ଚସ୍ତରୀୟ ବୈଠକ ପ୍ରସ୍ତୁତି…

{}ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ନିମନ୍ତେ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ।

ଏହି ଦିବସକୁ ପୂର୍ଣ୍ଣ ମର୍ଯ୍ୟାଦାର ସହ ପାଳନ କରିବାକୁ ଉନ୍ନୟନ କମିଶନରଙ୍କ ନିର୍ଦ୍ଦେଶ।

ବିଧାନସଭା ସୌଧ ସମ୍ମୁଖରେ ହେବ ସାମୁହିକ ପ୍ୟାରେଡ୍
ଉତ୍କଳ ମଣ୍ଡପରେ ଆୟୋଜିତ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ।

() ଚଳିତ ବର୍ଷ ଏପ୍ରିଲ ୧୩ ତାରିଖ ଦିନ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ନିମନ୍ତେ ପ୍ରସ୍ତୁତିକୁ ଯୋରଦାର କରାଯାଇଛି । ଏଥି ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆଜି ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।
ରାଜ୍ୟ ଲୋକସେବା ଭବନରେ ଆୟୋଜିତ ଏହି ବୈଠକରେ ସୂଚନା ଲୋକ ସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନର ଗୁରୁତ୍ୱ ସଂପର୍କରେ ଆଲୋକପାତ କରିଥିଲେ । ବିଭାଗର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ଦିବସ ପାଳନର ପ୍ରସ୍ତାବିତ କାର୍ଯ୍ୟସୂଚୀ ଉପସ୍ଥାପନ କରିଥିଲେ ।
‘’ରାଜଧାନୀ ପ୍ରତିଷ୍ଠା ଦିବସକୁ ରାଜଧାନୀ ଭୁବନେଶ୍ୱରର ଜନ୍ମଉତ୍ସବ ଭାବେ ପୂର୍ଣ୍ଣ ମର୍ଯ୍ୟାଦା ସହ ପାଳନ କରିବାକୁ’’ ଉନ୍ନୟନ କମିଶନର ଶ୍ରୀ ଜେନା ନିର୍ଦ୍ଦେଶ ଦେଇଥିଲେ । ଏହି ଦିବସ ପାଳନରେ ସରକାରୀ ବିଭାଗ, ଭୁବନେଶ୍ୱର ପୌର ପରିଷଦ, ଜନ ପ୍ରତିନିଧି, ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟି ଓ ସାଂସ୍କୃତିକ ଅନୁଷ୍ଠାନମାନଙ୍କୁ ସାମିଲ କରି ଏହାକୁ ଏକ ଆକର୍ଷଣୀୟ ଜନ-ଉତ୍ସବରେ ପରିଣତ କରିବା ପାଇଁ ଶ୍ରୀ ଜେନା ନିର୍ଦ୍ଦେଶ ଦେଇଥିଲେ ।
ଏଥି ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ନିମନ୍ତେ ସୂଚନା ଲୋକ ସଂପର୍କ ବିଭାଗ, ଭୁବନେଶ୍ୱର ମହାନଗର ନିଗମ (ବି.ଏମ୍.ସି.), ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଖୋର୍ଦ୍ଧାର ଜିଲ୍ଲାପାଳ ଏବଂ ପୋଲିସ୍ କମିଶନରେଟ ଙ୍କୁ ଶ୍ରୀ ଜେନା ନିର୍ଦ୍ଦେଶ ଦେଇଥିଲେ ।
ଚଳିତ ବର୍ଷ ରାଜଧାନୀ ପ୍ରତିଷ୍ଠା ଦିବସ ନିମନ୍ତେ ୧୨ ତାରିଖ ଦିନ ମିଳିତ ପ୍ୟାରେଡ୍ ଅଭ୍ୟାସ କରାଯିବ । ୧୩ ତାରିଖ ସକାଳ ୮ ଘଟିକା ସମୟରେ ଓଡ଼ିଶା ବିଧାନ ସଭାର ମାନ୍ୟବର ବାଚସ୍ପତି ମିଳିତ ପ୍ୟାରେଡ୍ ରେ ଅଭିବାଦନ ଗ୍ରହଣ କରିବେ ।
ଏହି ପ୍ୟାରେଡ୍ ବିଧାନସଭା ସୌଧ ସମ୍ମୁଖ ରାଜଧାନୀ ପ୍ରତିଷ୍ଠା ଫଳକ ସମ୍ମୁଖ ରାସ୍ତାରେ ରବିନ୍ଦ୍ର ମଣ୍ଡଠାରୁ ଜୟଦେବ ଭବନ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ସଂଧ୍ୟାରେ ସାଧାରଣ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ଥାନୀୟ ଉତ୍କଳ ମଣ୍ଡପ ପରିସରରେ ଅନୁଷ୍ଠିତ ହେବ । ଏପ୍ରିଲ ୧୩ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମାଧ୍ୟମରେ ଉଚ୍ଚମାନର ରାଜ୍ୟସ୍ତରୀୟ କଳା ଅନୁଷ୍ଠାନମାନଙ୍କୁ ଏଥିରେ ସାମିଲ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା ।
ଆସନ୍ତା ବର୍ଷ ରାଜଧାନୀ ପ୍ରତିଷ୍ଠାର ୭୫ ବର୍ଷ ପୁର୍ତ୍ତୀ ହେଉଥିବାରୁ ଏହାକୁ ଏକ ମହୋତ୍ସବଭାବେ ପାଳନ କରିବା ନିମନ୍ତେ ଆଗୁଆ ପ୍ରସ୍ତୁତି କରିବାକୁ ଶ୍ରୀ ଜେନା ବି.ଏମ୍.ସିଙ୍କୁ ପରାମର୍ଶ ଦେଇଥିଲେ ଏବଂ ଆସନ୍ତା ବର୍ଷ ଠାରୁ ବି ଏମ ସି ମାଧ୍ୟମରେ ପ୍ରତିବର୍ଷ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି l
ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ମଧୁସୂଦନ ପାଢ଼ୀ, ସୂଚନା ଓ ଲୋକ ସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ, ପୁର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଵୀର ବିକ୍ରମ ଯାଦବ, ବି.ଏମ୍.ସି.ର କମିଶନର ଶ୍ରୀ ସଂଜୟ କୁମାର ସିଂ, ଗୃହ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଡ଼ଃ ସନ୍ତୋଷ ବାଳା, ସୂଚନା ଲୋକ ସଂପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ, ଖୋର୍ଦ୍ଧାର ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର, ଭୁବନେଶ୍ୱର ଡ଼ି.ସି.ପି ଶ୍ରୀ ଉମାଶଙ୍କର ଦାସଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ରାଜଧାନୀ ପ୍ରତିଷ୍ଠା ଦିବସ କମିଟିର ସଭାପତି ଶ୍ରୀ ପ୍ରଦୋଷ ପଟ୍ଟନାୟକ, ସଂପାଦକ ଶ୍ରୀ ସନତ୍ ମିଶ୍ର ଏବଂ ଉପସଭାପତି ଶ୍ରୀ ପ୍ରଦ୍ୟୁମ୍ନ ମହାନ୍ତି ପ୍ରମୁଖ ପୂର୍ବ ବର୍ଷମାନଙ୍କରେ ଏହି ଦିବସ ପାଳନ ସଂପର୍କିତ ସବିଶେଷ ସୂଚନା ଦେଇଥିଲେ ।

ପଠାଣି ରାଉତ ସୂଚନା ଅଧିକାରୀ

Follow us

20,832FansLike
0FollowersFollow
14,700SubscribersSubscribe

Latest news