() ବିଶିଷ୍ଠ ସଂଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ପରଲୋକ। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହେଇଥିଲା। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ। “କମଳ ଦେଶର ରାଜକୁମାର” ପ୍ରଫୁଲ୍ଲ କରଙ୍କ ତାଙ୍କ ସତ୍ୟ ନଗର ସ୍ଥିତ ବାସଭବନରେ ପରଲୋକ।
ପ୍ରବାଦ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ମୁଖ୍ୟମନ୍ତ୍ରୀ….
( ) ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଜି ପୂର୍ବାହ୍ନରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ବିଧାନସଭା ପରିସରରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି । ବାଚସ୍ପତି ଡଃ ସୂର୍ଯ୍ୟ ନାରାୟଣ ପାତ୍ର, ଉପବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ, ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ, ବରିଷ୍ଠ ବିଧାୟକ ଶ୍ରୀ ଅନନ୍ତ ଦାସ, ଶ୍ରୀ ପ୍ରଫୁଲ୍ଲ ସାମଲ, ଶ୍ରୀ ଦେବୀ ମିଶ୍ର, ଶାସକଦଳର ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ, ଭୁବନେଶ୍ୱର (ମଧ୍ୟ) ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର (ଉତ୍ତର) ଶ୍ରୀ ସୁଶାନ୍ତ କୁମାର ରାଉତ, ବିଧାନସଭା ସଚିବ ଶ୍ରୀ ଦାଶରଥି ଶତପଥୀ, ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ, ବିଧାନସଭା ନିର୍ଦ୍ଦେଶକ (ଗବେଷଣା) ଶ୍ରୀ କୃପାସିନ୍ଧୁ ମିଶ୍ର ପ୍ରମୁଖ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ସେ ଜଣେ ମହାନ୍ ଜନନାୟକ ଥିଲେ ବୋଲି ପ୍ରକାଶ କରିଥିଲେ । ଓଡ଼ିଆ ଜାତି ତାଙ୍କ ବର୍ତ୍ତମାନରେ ତାଙ୍କୁ ଯେତିକି ଭଲ ପାଉଥିଲେ, ଅବର୍ତ୍ତମାନରେ ମଧ୍ୟ ସେତିକି ଭଲ ପାଉଛନ୍ତି ଓ ସ୍ମରଣ କରୁଛନ୍ତି ବୋଲି ଅତିଥିମାନେ ପ୍ରକାଶ କରିଥିଲେ । ଶାଶ୍ଵତୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନର କଣ୍ଠଶିଳ୍ପୀ ମାନେ ବିଜୁ ବାବୁଙ୍କ ସ୍ମୃତିରେ ସୁମଧୁର ସଂଗୀତ ପରିବେଷଣ କରିଥିଲେ । ବିଧାନସଭାର ଯୁଗ୍ମ ନିର୍ଦ୍ଦେଶକ (ଗବେଷଣା) ଶ୍ରୀ ଶିବ ପ୍ରସାଦ ପଟ୍ଟନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲାବେଳେ ନିରାପତ୍ତା ଅଧିକାରୀ ଶ୍ରୀ ଗୋପାଳ ବେହେରା ନିରାପତ୍ତା ବ୍ୟବସ୍ଥାକୁ ବ୍ୟବସ୍ଥିତ କରିଥିଲେ ।
ଏମିତି ଥିଲେ ବିଜୁ ବାବୁ…
() ଆଜି ହେଉଛି ପୂର୍ଵତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ। ୧୯୯୦ରେ ବିଜୁ ବାବୁ ଦ୍ଵିତୀୟ ବାର ମୁଖ୍ୟମନ୍ତ୍ରୀ ହେଲାବେଳେ ରାଜ୍ୟର ଅଣ-ଯୋଜନା ଖର୍ଚ୍ଚ ବହୁତ ବଢିଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ୩୨ଟି ଗାଡ଼ି ଯୋଡ଼ି ହୋଇରହିଥିଲା। ଖର୍ଚ୍ଚ କାଟ ପାଇଁ ବିଜୁ ବାବୁ ଅନେକ ବାର ରିକ୍ସା ଓ ଛୁଟିରେ ସରକାରୀ ବସରେ ଗଲେ। ମନ୍ତ୍ରୀମାନେ ବି ଖର୍ଚ୍ଚ କାଟ କଲେ। ସରକାରୀ କର୍ମଚାରୀଙ୍କ ଭ୍ରମଣ ଭତ୍ତା, ସମର୍ପଣ ଛୁଟି ସୁବିଧା କାଟି ଦିଆଯିବାରୁ ସେମାନେ କ୍ଷୁବ୍ଧ ହୋଇଥିଲେ। ୧୯୯୩ରେ ସଚିବାଳୟରେ କର୍ମଚାରୀମାନେ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଫୁଲ କୁଣ୍ଡ ପକାଇ ଆକ୍ରମଣ କଲେ। ହେଲେ ବିଜୁ ବାବୁ ସେମାନଙ୍କ ବିରୋଧରେ ଅଭିଯୋଗ-ଫର୍ଦ୍ଦ ଦାଖଲ କରିବାକୁ ମନା କରିଥିଲେ!
ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଙ୍କ ଜନ୍ମ ପୀଠ ବିକାଶ କାର୍ଯ୍ୟ ବୁଲି ଦେଖିଲେ 5T ସଚିବଶ୍ରୀ ଭି. କାର୍ତ୍ତିକେୟ ପାଣ୍ଡିଆନ…
( )ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଙ୍କ ଜନ୍ମ ପୀଠ ବିକାଶ କାର୍ଯ୍ୟ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ ଙ୍କ ସଚିବ।
ସୁଆଣ୍ଡୋ କେବଳ ଏକ ପର୍ଯ୍ୟଟନ ସ୍ଥଳୀ ନୁହେଁ, ଜ୍ଞାନ ର କେନ୍ଦ୍ର ହେବ ଓ ଗୋପବନ୍ଧୁଙ୍କ ତ୍ୟାଗ ପୁତ ଜୀବନ ଓ ଆଦର୍ଶର ପ୍ରସାରରେ ସହାୟକ ହେବ।
ମୁଜିୟମ ସହ ଗୋପବନ୍ଧୁ ଙ୍କ ପନ୍ଦର ଫୁଟର ବ୍ରୋଂଜ଼ ମୂର୍ତ୍ତି ରହିବ।
{ }ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଓଡ଼ିଆ ଜାତିର ଗର୍ବ ଓ ଗୌରବ.ଓଡ଼ିଆ ଜାତି ପାଇଁ ତାଙ୍କ ତ୍ୟାଗ କୁ ଏ ଜାତି କେବେ ଭୁଲି ପାରିବ ନାହିଁ. ତାଙ୍କ ଜନ୍ମସ୍ଥାନ ପ୍ରତି ଓଡ଼ିଆଙ୍କ ର ତୀର୍ଥ କ୍ଷେତ୍ର. ଗୋପବନ୍ଧୁ ଙ୍କ ଜନ୍ମପୀଠ ପୁରୀ ଜିଲ୍ଲା ସୁଆଣ୍ଡୋ ଗ୍ରାମକୁ କେବଳ ଏକ ପର୍ଯ୍ୟଟନ ସ୍ଥଳୀ ନୁହେଁ ଏକ ଜ୍ଞାନ ର କେନ୍ଦ୍ର ଭାବରେ ବିକଶିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଧେଶ କ୍ରମେ କାମ ଆରମ୍ଭ ହୋଇଛି .ଉତ୍କଳମଣିଙ୍କ ତ୍ୟାଗ ପୁତ ଜୀବନ ଓ ଆଦର୍ଶ ର ପ୍ରଚାର ପ୍ରସାର ରେ ମଧ୍ୟ ସହାୟକ ହେବ।ପୂର୍ବରୁ ମୁଖ୍ୟମନ୍ତ୍ରୀ ଗୋପବନ୍ଧୁ ଙ୍କ ଜନ୍ମପୀଠ ର ବିକାଶ ଯୋଜନାକୁ ଅନୁମୋଦନ କରିଛନ୍ତି।ଗୋପବନ୍ଧୁଙ୍କ ଜନ୍ମପୀଠ ର ବିକାଶ ସେ ଅଞ୍ଚଳ ର ଜନସାଧାରଣ ଙ୍କ ବହୁଦିନର ଦାବି ଥିଲା। ମୁଖ୍ୟମନ୍ତ୍ରୀ ଙ୍କ ସଚିବ (5T) ଶ୍ରୀ ଭି. କାର୍ତ୍ତିକେୟ ପାଣ୍ଡିଆନ ଆଜି ସୁଆଣ୍ଡୋ ଯାଇ ସେଠାରେ ଚାଲିଥିବା ବିକାଶ କାମ ବୁଲି ଦେଖିଥିଲେ . ପ୍ରଥମେ ଶ୍ରୀ ପାଣ୍ଡିଆନ ଗୋପବନ୍ଧୁଙ୍କ ସଠି ଘର କୁ ଯାଇ ଉତ୍କଳମଣିଙ୍କ ପ୍ରତି ଶ୍ରଦ୍ଧା ନିବେଦନ କରିଥିଲେ.ଏବଂ ଗୋପବନ୍ଧୁଙ୍କ ଦାୟାଦ ମାନଙ୍କୁ ଭେଟି ସ୍ମୁତି ପୀଠ ବିଷୟରେ ଆଲୋଚନା କରିଥିଲେ।ଉତ୍କଳମଣି ଙ୍କ ଜନ୍ମ ପୀଠର ବିକାଶ ପାଇଁ ସରକାର ଙ୍କ ପଦକ୍ଷେପ ର ସେମାନେ ଉଚ୍ଚ ପ୍ରଶଂସା କରିଥିଲେ।ରାଜ୍ୟସରକାରଙ୍କ ପକ୍ଷରୁ ଏହାର ପୁନଃରୁଦ୍ଧାର କାର୍ଯ୍ୟ ହାତକୁ ନିଆଯିବା ସହ ଦ୍ରୁତ ଗତିରେ ନିର୍ମାଣ କାର୍ଯ୍ୟ ଜାରି ରହିଛି.|ଶିବ ମନ୍ଦିର, ଦୁଇଟି ପୋଖରୀ, ପୈତୃକ ବାସଗୃହ, ଗ୍ରାମକୁ ଉନ୍ନତ ରାସ୍ତା, ପରିକ୍ରମା ରାସ୍ତା, ପାର୍କ, ମ୍ୟୁଜିଅମ ର ନିର୍ମାଣ କାର୍ଯ୍ୟକୁ ଆଜି 5ଟି ସଚିବ ବୁଲି ଦେଖିଥିବା ବେଳେ ଦୁଇ ରୁ ତିନିମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଜିଲ୍ଲାପାଳ ଙ୍କୁ ନିର୍ଦେଶ ଦେଇଥିଲେ|ସୁଆଣ୍ଡୋରେ ନିର୍ମାଣ ହେଉଥିବା ପାର୍କିଙ୍ଗ ପ୍ଲେସ, ରିସେପସନ ସେଣ୍ଟର ତଥା ମନ୍ଦିରର ନିର୍ମାଣ କାର୍ଯ୍ୟକୁ ଶ୍ରୀ ପାଣ୍ଡିଆନ ବୁଲି ଦେଖିବା ସହ ଗୋପବନ୍ଧୁଙ୍କ ସ୍ମୃତି ବହନ କରୁଥିବା ବିଭିନ୍ନ ସାମଗ୍ରୀକୁ ନେଇ ମ୍ୟୁଜିଅମ ଏବଂ ପୋଖରୀ ଆଦିରେ ଚାଲିଥିବା ବିକାଶ କାମ ଅନୁଧ୍ୟାନ କରିଛନ୍ତି | ବିଶେଷ କରି ସୁଆଣ୍ଡୋରେ ଗୋପବନ୍ଧୁଙ୍କ ପନ୍ଦର ଫୁଟ ଉଚ୍ଚ ର ଏକ ବ୍ରୋଞ୍ଚ ପ୍ରତିମୂର୍ତ୍ତି ସ୍ଥାପନ ନେଇ ସେ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ।ପ୍ରାୟ 24କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଉଥିବା ଏହି ସମସ୍ତ ପ୍ରକଳ୍ପ କାର୍ଯ୍ୟକୁ ଶୀଘ୍ର ଏବଂ ସୁଚାରୁ ରୂପେ ଶେଷ କରିବା ନେଇ ଲକ୍ଷ୍ୟ ରଖାଯାଇଛି ଓ ଏ ଦିଗରେ ଗ୍ରାମବାସୀଙ୍କ ସହଯୋଗ ମଧ୍ୟ କାମନା କରାଯାଇଥିଲା.| ତେବେ ଦୀର୍ଘ 50ବର୍ଷ ପରେ ସୁଆଣ୍ଡୋ ଗ୍ରାମର ଏଭଳି ଉନ୍ନତି କରଣ କାର୍ଯ୍ୟ କରାଯାଉଥିବା ନେଇ ସୁଆଣ୍ଡୋ ବାସୀ ବେଶ ଗୌରାବାନ୍ୱିତ ମନେ କରିଥିବା ବେଳେ ସରକାରଙ୍କ ଏଭଳି ପ୍ରଚେଷ୍ଟାକୁ ସାଧୁବାଦ ଜଣାଇଛନ୍ତି।ଏହି ଗସ୍ତ ଅବସରରେ ପୁରୀ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ.
OUTRରେ ଭିତ୍ତିଭୂମିର ବିକାଶ ସହିତ ଖୋଲିବ ନୂଆ ପାଠ୍ୟକ୍ରମ
( )ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ Odisha university of technology and research କୁ engineering ଶିକ୍ଷା କ୍ଷେତ୍ରରେ ଏକ ଉତ୍କର୍ଷ କେନ୍ଦ୍ର ରେ ପରିଣତ କରାଯିବ
ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି)ଙ୍କ Odisha university of technology and research ପରିଦର୍ଶନ,
OUTRରେ ଭିତ୍ତିଭୂମିର ବିକାଶ ସହିତ ଖୋଲିବ ନୂଆ ପାଠ୍ୟକ୍ରମ
ପ୍ରଥମ ପର୍ଯ୍ୟାୟରେ ବିନିଯୋଗ ହେବ 3ଶହ କୋଟି
ଶିକ୍ଷକ ଓ ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା
୩ ବର୍ଷ ମଧ୍ୟରେ ଜାତୀୟ ସ୍ତରର ଅଗ୍ରଣୀ ଅନୁଷ୍ଠାନରେ ପରିଣତ କରିବା ପାଇଁ ପଦକ୍ଷେପ ନିଆଯିବ
{ }Odisha university of technology and research କୁ engineering ଶିକ୍ଷା କ୍ଷେତ୍ରରେ ଏକ ଉତ୍କର୍ଷ କେନ୍ଦ୍ର ଭାବରେ ଗଢ଼ିତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦେଶ କ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ଆଜି ଭୁବନେଶ୍ବର ଘାଟିକିଆ ଠାରେ ଥିବା Odisha University of Technology & Research ପରିଦର୍ଶନ କରି ସେଠାରେ ଭିତ୍ତିଭୂମିର ବିକାଶ ପାଇଁ ସ୍ଥିତି ଅନୁଧ୍ୟାନ କରିଛନ୍ତି ସୂଚନାଯୋଗ୍ୟ ଯେ ପୂର୍ବରୁ କଲେଜ ଅଫ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (CET) ଭାବରେ ପରିଚିତ ଥିବାବେଳେ ଏବେ ଏହା OUTR ବା ଓଡିଶା ବୈଷୟିକ ଓ ଗବେଷଣା ବିଶ୍ବବିଦ୍ୟାଳୟରେ ରୂପାନ୍ତରିତ ହୋଇଛି। ୨୦୨୧ ଜୁଲାଇ ୧୭ ତାରିଖରେ ଏହି ପରିବର୍ତ୍ତନ ପାଇଁ କ୍ୟାବିନେଟରେ ନିଷ୍ପତ୍ତି ହୋଇଥିଲା। କଲେଜରୁ ବିଶ୍ବବିଦ୍ୟାଳୟ ହେବାପରେ ଏହାର ଭିତ୍ତିଭୂମିର ବିକାଶକୁ ଦୃଷ୍ଟିରେ ରଖି 5T ସଚିବ ଶ୍ରୀ ଭି କେ ପାଣ୍ଡିଆନ ଓ ଆଇ ଟି ବିଭାଗର ପ୍ରମୁଖ ସଚିବ ଶ୍ରୀ ହେମନ୍ତ ଶର୍ମା ଆଜି OUTR ଗସ୍ତ କରି ପରିସ୍ଥିତିର ଅନୁଧ୍ୟାନ କରି ଭିତ୍ତିଭୂମିର ବିକାଶ ସମ୍ପର୍କ ରେ ଆଲୋଚନା କରିଛନ୍ତି।ଏହି ଆଲୋଚନା ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ୩୦୦ କୋଟି ବିନିଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିବା ବେଳେ ଅଧିକ ୪ଟି ବିଭାଗ ଖୋଲିବା ନେଇ ମଧ୍ୟ ନିଷ୍ପତ୍ତି ହୋଇଛି। ୨ରୁ ୩ବର୍ଷ ମଧ୍ୟରେ ବିକାଶ କାର୍ଯ୍ୟ ଓ ଭିତ୍ତିଭୂମି ସ୍ଥାପନ କରି ଜାତୀୟସ୍ତରରେ କିଭଳି ଏହାକୁ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ କରାଯିବ ସେଥିପ୍ରତି ଆଲୋଚନାରେ ଗୁରୁତ୍ବ ଦିଆଯାଇଛି।
ସୂଚନାଯୋଗ୍ୟ ଯେ ବିଶ୍ବବିଦ୍ୟାଳୟରେ ମୋଟ ୨୬ଟି ବିଭାଗ ଥିବା ବେଳେ ୪୦୦୦ରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଏହାକୁ ଦେଶର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ପରିଣତ କରିବାକୁ ରାଜ୍ୟସରକାର ନିଷ୍ପତ୍ତି ନେଇଛନ୍ତି।ବିଶ୍ବବିଦ୍ୟାଳୟର ପ୍ରସ୍ତାବିତ ମାଷ୍ଟର ପ୍ଲାନ ଦେଖିବା ସହ ଭିତ୍ତିଭୂମିର ଆବଶ୍ୟକତା, କର୍ମଚାରୀ ଓ ଅଧ୍ୟାପକଙ୍କ ଆବଶ୍ୟକତା ସମେତ ଛାତ୍ରଛାତ୍ରୀଙ୍କ ପାଇଁ ଆବଶ୍ୟକ ସୁବିଧା ସମ୍ପର୍କରେ ଶ୍ରୀ ପାଣ୍ଡିଆନ ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷ ଓ ବିଭାଗୀୟ ସଚିବଙ୍କ ସହ ବିସ୍ତୃତ ଆଲୋଚନା ଓ ସମୀକ୍ଷା କରିଛନ୍ତି ।OUTRକୁ ଗସ୍ତ ସମୟରେ 5T ସଚିବ ବିଶ୍ବବିଦ୍ୟାଳୟର ବିଭିନ୍ନ ଲାବୋରେଟୋରୀ ଓ ସ୍ମାର୍ଟକ୍ଲାସ ବୁଲି ଦେଖିଥିଲେ। ଏହାସହିତ ବିଶ୍ବବିଦ୍ୟାଳୟର ବିଭିନ୍ନ ବିଭାଗର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ସେମାନଙ୍କ ଠାରୁ ଫିଡ଼ବ୍ୟାକ ନେଇଥିଲେ। 5T ସଚିବଙ୍କ ସହ ସିଧାସଳଖ ଆଲୋଚନା କରିବା ସହ ନିଜ ଶିକ୍ଷାନୁଷ୍ଠାନର ଉନ୍ନତି ବିଷୟରେ ଜାଣି ଛାତ୍ରଛାତ୍ରୀମାନେ ଖୁସି ବ୍ୟକ୍ତ କରିଛନ୍ତି ।ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା engineering ପଢ଼ୁଥିଆ ଛାତ୍ର ଛାତ୍ରୀ ମାନେ ବିଶେଷ ଭାବରେ ଉପକୃତ ହେବେ
କୋଭିଡ ସମୟରେ ସମଗ୍ର ଦେଶରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିଲା। ଏହି ସମୟରେ ରାଜ୍ୟରେ ପ୍ରଥମେ ସ୍କୁଲ ଓ ପରେ କଲେଜର ରୂପାନ୍ତରିକରଣ ମାଧ୍ୟମରେ ଶିକ୍ଷା ବ୍ୟବସ୍ଥାକୁ ସଜାଡ଼ିବାକୁ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଏହି କ୍ରମରେ ଏବେ ବିଶ୍ବବିଦ୍ଯାଳୟ ଗୁଡିକର ରୂପାନ୍ତର ପାଇଁ ପଦକ୍ଷେପ ଆରମ୍ଭ ହୋଇଛି
ମେ ପହିଲାରୁ ଆରମ୍ଭ ହେବ ନୂତନ ଶିକ୍ଷା ବର୍ଷ,…
() ମେ ପହିଲାରୁ ନୂତନ ଶିକ୍ଷା ବର୍ଷ ଆରମ୍ଭ ହେଉଛି। ମେ ପହିଲାରୁ ଜୁନ୍ ୫ ପର୍ଯ୍ୟନ୍ତ ସକାଳ ୬ଟା ରୁ ୯ଟା ଯାଏଁ ସ୍କୁଲରେ ପାଠ ପଢାଯିବ। ଏପ୍ରିଲ ୨୦ ମଧ୍ୟରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଶ୍ରେଣୀ ଉର୍ତ୍ତୀର୍ଣ୍ଣ କରାଯିବ। ଏପ୍ରିଲ ୨୦ ରୁ ୩୦ ପ୍ରଥମରୁ ନବମ ନୂତନ ନାମଲେଖା ଓ ପୁନଃ-ନାମଲେଖା ପ୍ରକିୟା କରାଯିବ। ଏଥର ଗ୍ରୀଷ୍ମ ଛୁଟି ଜୁନ୍ ୬ରୁ ଜୁନ ୧୬ ମାତ୍ର ୧୧ ଦିନିଆ ରହିବ। ମଧ୍ୟାହ୍ନ ଭୋଜନ ପୂର୍ବରୁ ଯେମିତି ଦିଆଯାଉଥିଲା ସେମିତି ହିଁ ଦିଆଯିବ । ମେ ପହିଲାରୁ ଯେଉଁ ପାଠ ପଢ଼ାଯିବ ତାହା ପିଲାଙ୍କ ରନିଂ ରିକଭରି କୋର୍ସ ବା ବ୍ରିଜ କୋର୍ସ ବୋଲି କୁହାଯିବ। ଗଣିତ, ବିଜ୍ଞାନ ଏବଂ ଇଂରାଜୀ ବିଷୟ ଉପରେ ଫୋକସ କରାଯିବ। ଏଥିରେ ସ୍କୁଲର ଶିକ୍ଷକ, ଶିକ୍ଷୟତ୍ରୀଙ୍କ ସହ ଥାର୍ଡ ପାର୍ଟିର କିଛି ଶିକ୍ଷକ ପାଠ ପଢ଼ାଇବେ। ଯେହେତୁ ଶିକ୍ଷକଙ୍କ ରେଗୁଲାର କ୍ଲାସ ରହିବ ତେଣୁ ରିକଭରି କ୍ଲାସ କରିବା ସବୁ ସମ୍ଭବ ନୁହେଁ। ଟେଣ୍ଡର ପ୍ରକ୍ରିୟା ଚାଲିଛି। କେତେ ସଂଖ୍ୟା ରହିବେ ତାହା ଆଗାମୀ ଦିନରେ ଜଣାପଡିବ। ସିବିଏସଇ ବର୍ଷକୁ ଦୁଇଟି ପରୀକ୍ଷା କରିବାର ନିସ୍ପତି ନେଇଛି। କିନ୍ତୁ ଓଡ଼ିଆ ମାଧ୍ୟମିକରେ ନୂତନ ଶିକ୍ଷା ବର୍ଷ ପରୀକ୍ଷା କେମିତି ହେବ ତାହା ନିସ୍ପତି ନିଆଯାଇନାହିଁ। ବିଭାଗ ତୁରନ୍ତ ଏ ବିଷୟରେ ଅବଗତ କରାଇବ। ନୂତନ ଶିକ୍ଷା ବର୍ଷ ଶତ ପ୍ରତିଶତ କୋର୍ସକୁ ନେଇ ଚାଲିବ।
ସମୀର ରଞ୍ଜନ ଦାଶ, ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ।
ବିଜେଡିର ଉପ ସଭାପତି ଦେବୀ ମିଶ୍ରଙ୍କ ପ୍ରତିକ୍ରିୟା…
() ସୋସିଆଲ ମିଡିଆରେ ଚାଲିଥିବା ଜଗନ୍ନାଥ ମନ୍ଦିର ବଞ୍ଚାଅ କ୍ୟାମ୍ପନ ଏବଂ ସେଥିରେ ବିଜେପିର ଅଧିକାଂଶ ନେତା ମାନେ ସାମିଲ ହୋଇ ଟୁଇଟ କରିବା ପ୍ରସଙ୍ଗ । ବିଜେଡିର ଉପ ସଭାପତି ଦେବୀ ମିଶ୍ରଙ୍କ ପ୍ରତିକ୍ରିୟା, ମନ୍ଦିର କୁ ବଞ୍ଚେଇବା ପାଇଁ ଓ ସଂଗୃହିତ କୀର୍ତିରାଜି କୁ ସଂଗ୍ରହିତ କରି ରଖିବା ପାଇଁ ଏବଂ ବର୍ଣ୍ଣନିୟ ଓ ଅବର୍ଣ୍ଣନିୟ ଐତିହ୍ୟ କୁ ପ୍ରତି ପାଦିତ କରିବା ପାଇଁ ନବୀନ ସରକାର ଉଦ୍ୟମ କରୁଛନ୍ତି । ତାର ସଂରକ୍ଷଣ ସହ ସେଠାକୁ କିପରି ଅଧିକ ଶ୍ରଦ୍ଧାଳୁ ଆସି ପାରିବେ,ଠିକଣା ଢଙ୍ଗରେ ଯାଇ ପାରିବେ ଓ ଫୁଟଫଲ ଅଧିକ ହେବ ଏବଂ ଆମ ରୋଜଗାର ବଢ଼ିବ ସେ ନେଇ ପ୍ରୟାସ କରାଯାଉଛି । ଏଥିରେ ଅସୁବିଧା କେଉଁଠି ରହିଲା ବୋଲି କହିଛନ୍ତି ଦେବୀ ମିଶ୍ର । ବିଜେପିର ନେତା ମାନେ କେଉଁ ଦୃଷ୍ଟି କୋଣରୁ ଟୁଇଟ କରୁଥିବେ ମାତ୍ର ତାଙ୍କର ସାଂସଦ ପ୍ରାଥି ଆସି ଏଠି କହି କି ଯାଇ ସାରିଛନ୍ତି ଏବଂ ଅନ୍ୟମାନେ ବି କହିଛନ୍ତି । ତାଙ୍କର ନିଜର କେନ୍ଦ୍ର ସରକାରଙ୍କ କତ୍ତୃତ୍ୱ ଧୀନ ଗୋଟିଏ ବିଭାଗ ଏଏସଆଇ ମଧ୍ୟ ରହିଛି । ଆଉ ବିଷୟରେ ବାରମ୍ବାର ଆଲୋଚନା ବି ହୋଇ ସାରିଛି । ବିଧାନସଭାର କିମିଟି ବି ଗଠନ ହୋଇଛି । ତେଣୁ କେବଳ ସମାଲୋଚନା କରିବା ଆଳରେ ସମାଲୋଚନା କଲେ ହେବ ନାହିଁ । କଣ ସେମାନଙ୍କର ପରାମର୍ଶ ଅଛି ତାକୁ ଦିଅନ୍ତି ଓ ନିଅନ୍ତୁ । ଆମ ସଂସ୍କୃତି ଓ ପରମ୍ପରାର ଯେଉଁ ମହାନତା ଅଛି ଏବଂ ମନ୍ଦିର ଦ୍ୱାରା ଶ୍ରଦ୍ଧାଳୁ ଙ୍କ ପାଇଁ ଏବଂ ବିଶ୍ୱ ବାସୀଙ୍କ ପାଇଁ ସୁବିଧା ଜନକ ହୋଇ ପାରିବ ସେ ବିଷୟରେ ସେମାନେ ଚିନ୍ତା କରି ଉଚିତ କଥା କହିବା ଦରକାର ।
ବାଇଟ – ଦେବୀ ମିଶ୍ର, ବିଜେଡି ଉପ ସଭାପତି
ହକିର ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ…
() ହକି ବିଶ୍ୱକପ ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l କଳିଙ୍ଗ ଷ୍ଟାଡିୟମରେ ରଙ୍ଗାରଙ୍ଗ ଉତ୍ସବରେ ଆୟୋଜିତ l
ନୀଳମାଧବ ପୀଠ ପରିଦର୍ଶନ କଲେ 5T ସଚିବ ଶ୍ରୀ ଭି କେ ପାଣ୍ଡିଆନ…
{} ନୀଳମାଧବ ପୀଠ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ଙ୍କ ସଚିବ
ଉନ୍ନତି କରଣ କାମ ସମ୍ପର୍କରେ ସ୍ଥାନୀୟ ଲୋକ ଓ ସେବାୟତ ଙ୍କ ସହିତ ଆଲୋଚନା।
ଖୁଵ ଶୀଘ୍ର ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇ ମୁଖ୍ୟମନ୍ତ୍ରୀ ଙ୍କ ଅନୁମୋଦନ ନିମନ୍ତେ ଉପସ୍ଥାପିତ କରାଯିବ।
() ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦେଶ କ୍ରମେ ମୁଖ୍ୟମନ୍ତ୍ରୀ ଙ୍କ ସଚିବ (5T) ଶ୍ରୀ ଭି କେ ପାଣ୍ଡିଆନ ଆଜି କଣ୍ଟିଲୋ ନୀଳମାଧଵ ପୀଠ ପରିଦର୍ଶନରେ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ପୀଠର ଉନ୍ନତି ସମ୍ପର୍କରେ ସ୍ଥାନୀୟ ଲୋକ ଓ ସେବାୟତ ମାନଙ୍କ ସହିତ ଆଲୋଚନା କରିଥିଲେ .ନୟାଗଡ ଜିଲ୍ଲାର କଣ୍ଟିଲୋ ଏକ ପ୍ରସିଦ୍ଧ ଧାର୍ମିକ ପର୍ଯ୍ୟଟନ ସ୍ଥଳୀ. ମହାନଦୀ କୂଳରେ ନୀଳମାଧଵ ପୀଠର ଶୋଭା ଅତ୍ୟନ୍ତ ମନୋରମ. .5T କାର୍ଯ୍ୟକ୍ରମ ରେ ଏହି ପୀଠର ବିକାଶ କରି ଅଧିକ ପର୍ଯ୍ୟଟକ ଙ୍କୁ ସେଠାକୁ କିପରି ଆକୃଷ୍ଟ କରାଯାଇପାରିବ , ସେ ସମ୍ପର୍କରେ ସରକାର ପଦକ୍ଷେପ ନେଉଛନ୍ତି.ଏହା ସହିତ ଏଠାକୁ ଆସୁଥିବା ଭକ୍ତ ମାନଙ୍କ ସୁବିଧା ପାଇଁ ମଧ୍ୟ ବିଭିନ୍ନ ସୁବିଧା ସୁଯୋଗ ର ବିକାଶ କରାଯିବ.ଏଥି ନିମନ୍ତେ ଖୁଵ ଶୀଘ୍ର ଏକ ମାଷ୍ଟର ପ୍ଲାନ କରାଯାଇ ମୁଖ୍ୟମନ୍ତ୍ରୀ ଙ୍କ ଅନୁମୋଦନ ନିମନ୍ତେ ଉପସ୍ଥାପନ କରାଯିବ ବୋଲି ଜଣା ଯାଇଛି.ଏଥି ପାଇଁ ପୂର୍ତ୍ତ ବିଭାଗ କୁ ଦାଇତ୍ୱ ଦିଆଯାଇଛି.ଏହି ପରଦର୍ଶନ ସମୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ବି. ବି ଯାଦବ , ନୟାଗଡ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
ସୌନ୍ଦର୍ଯ୍ୟର ଭୁବନ ଭୁବନେଶ୍ବର : ହେଲେ ଆଉ ନାହିଁ ପୁରୁଣା ଆତ୍ମୀୟତା
() ସେଦିନ ୧୪ ହଜାର ଲୋକଙ୍କୁ ନେଇ ଗଢି ଉଠିଥିଲା ରାଜଧାନୀ ଭୁବନେଶ୍ବର। ଠିକ୍ ଆଜିର ଦିନରେ।୧୯୪୮ ମସିହା ଏପ୍ରିଲ ୧୩ ତାରିଖରେ। ଏଇ ଦେଖୁ ଦେଖୁ ୭୪ଟି ବସନ୍ତ ବି ପାର କରି ଗଲାଣି। ହେଲେ ଦିନ ଯେତିକି ଗଡୁଛି ସେତିକି ଚକ ଚକ କରୁଛି ରାଜଧାନୀ। ଏ ଭିତରେ ଅନେକ କିଛି ପାଇଛି ଆଉ ଅନେକ କିଛି ହରାଇଛି ବି। କିଏ କହେ ଏହା ସ୍ବପ୍ନର ସହର, ତ ପୁଣି କିଏ କହେ ମାୟାର ନଗରୀ। ଏଠି ସବୁ ନିଜର , ପୁଣି କିଏ କହେ ଏଠି କେହି ନୁହେଁ କାହାର । ଧନୀ ଠାରୁ ଗରିବ ସମସ୍ତେ ଏଠାରେ ସଂଘର୍ଷ କରୁଛନ୍ତି । ସଭିଁଙ୍କ ମନରେ ଇଚ୍ଛା ଭୁବନେଶ୍ବରରେ ରହିବାକୁ । ସମୟ ଅନୁସାରେ ଭୁବନେଶ୍ବରୁ କାୟା ବଢୁଛି ଓ ରାଜଧାନୀ ବି ନୂଆରୂପ ନେଇଛି । ଭୁବେନଶ୍ବରୁ ପୂର୍ବରୁ ପଶ୍ଚିମ ଓ ଉତ୍ତରରୁ ଦକ୍ଷିଣ ଯେଉଁଠି ଦେଖିବ ବିକାର ଗୋଲାପି ଚିତ୍ର । ବୟସ ଯେତେ ବିତୁଛି ଭୁବନେଶ୍ବର ରୂପ ରେଖ ମଧ୍ୟ ସେତେ ବଦଳୁଛି । ହୁଏତ ଭୁବନେଶ୍ବରୁ ଏପରି ଭାବେ ବଢିବ ତାହା କେବେ କିଏ କଳ୍ପନା କରିପାରିନଥିଲେ । ହେଲେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ସେତେବେଳେ ଯେଉଁ କଥା କଳ୍ପନା କରିଥିଲେ, ରାଜଧାନୀ ପ୍ରତିଷ୍ଠା ଦିବସରେ ଯାହା କହିଥିଲେ ତାହା ବୋଧେ ମାଳିକାର ବଚନ ପରି ଅକ୍ଷର ଅକ୍ଷରେ ସତ ହେବାକୁ ଯାଉଛି । ମନ୍ଦିରମାଳିନୀ ସହର ଭାବେ ବିଶ୍ବରେ ପରିଚିତ ଭୁବନେଶ୍ବର ସମୟକ୍ରମେ ଶିକ୍ଷା ହବ୍ ଭାବେ ନୂଆ ପରିଚୟ ସୃଷ୍ଟି କରିପାରିଛି । ଉତ୍କଳ ବିଶ୍ବ ବିଦ୍ୟାଳୟ , ଓୟୁଏଟି , ଆଇଆଇଟି , ନାଇଜର , ଆଇଏଇଏସ , ଆଇଏମଟି , ଆଇଆଇଟିଟିଏମ , ଆରଏମଆରସି ଭଳି ଜାତୀସ୍ତରୀୟ ଶିକ୍ଷାନୁଷ୍ଠାନ ଶିକ୍ଷା ଓ ଗବେଷଣାରେ ସଫଳତା ହାସଲ କରିଛି । ଇନଫୋସିଟି ଅଞ୍ଚଳ ଆଇଟି ହବ ପାଲଟିଛି । ରାଜଧାନୀ ପ୍ରତିଷ୍ଠା ହେବା ସମୟରେ କେବଳ କ୍ୟାପିଟାଲ ହସ୍ପିଟାଲକୁ ନେଇ ପରିକଳ୍ପନା ଭୁବନେଶ୍ବରରେ ଦେଶରେ ଅଗ୍ରଣୀ ସ୍ବାସ୍ଥ୍ୟ ହବ୍ ପାଲଟିବାକୁ ଯାଉଛି । ତେଣୁ କିଏ ନ ଚାହେଁ ରାଜ୍ୟ ରାଜଧାନୀରେ ଘରଟିଏ କରି ରହିବାକୁ । ଭୁବନେଶ୍ବରରେ ଧନୀ ଗରିବ ତାରତମ୍ୟ ଯେମିତି ରହିବନି ସେଥିପାଇଁ ସରକାର ୩୦ ବର୍ଷ ପୂର୍ବ ସମସ୍ତଙ୍କକୁ ଜମି ଯୋଗଇ ଦେବା ପାଇଁ ଲାଣ୍ଡ ପଲିସି ଜରିଆରେ ଏକ ଲଟରୀ ବ୍ୟବସ୍ଥା କରୁଥିଲେ । ରାଜ୍ୟର ବିଭିନ୍ନ ଜିଲ୍ଲାର ଲୋକମାନେ ଏହି ଲଟେରୀରେ ସାମିଲ ହେଉଥିଲେ ଆଉ ଜାଗା ଖଣ୍ଡେ ପାଉଥିଲେ । ହେଲ ସମୟ ବଦଳିବା ସହ ବଦଳିଗଲା ନିୟମ । ଏହି ନିୟମ ଆଉ ନାହିଁ । ଧୀରେ ଧୀରେ ଭୁବନେଶ୍ବର ଧନୀ ଲୋକଙ୍କ ସହରରେ ପରିଣତ ହେଲା । ରାଜନେତା, ଶିଳ୍ପପତି , ବଡ଼ବଡ଼ ବ୍ୟବସାୟୀ ଅଧିକ ଦରମା ପ୍ରାପ୍ତ ଲୋକଙ୍କ ପାଇଁ ଯେମିତି ଭୁବନେଶ୍ବର ଗଢା ହୋଇଛି ତାହା ଧୀରେଧୀରେ ପ୍ରମାଣିତ ହେଉଛି । କାରଣ ଜଣେ ସାଧାରଣ ଲୋକ ଚାହିଲେ ବି ସ୍ବପ୍ନରେ ସେ ଯେ ଗୋଟିଏ ଜାଗା ଭୁବନେଶ୍ବରରେ ପାଇବ ତାହା ସାତ ସ୍ବପ୍ନରେ ପରିଣତ ହୋଇଛି । ଜମିର ମୂଲ୍ୟ ଏବେ ଆକାଶ ଛୁଆ୍ଁ ହୋଇଛି ଯାହା ସାଧାରଣ ଲୋକ କିଣିବା କଣ ଭାବିବାକୁ ସାହସ କରିବବନି । ଏଠି ସମ୍ପର୍କ ନୁହେଁ , ସ୍ବାର୍ଥ ଆଗେ । କିଏ କାହାରୀ ନୁହେଁ, ସେ କଥା ବାରମ୍ବାର ଭୁବନେଶ୍ବରରେ ରହୁଥିବା ଲୋକେ ଅନୁଭବ କରୁଛନ୍ତି । କାରଣ ଏଠି କିଏ ମଲେ କାହା ପାଖରେ ଟାଇମ ନାହିଁ । ରଙ୍ଗୀନ ସହରେ ଲୋକଙ୍କ ମନ ଯେ ଅନ୍ଧାର ହୋଇଯାଇଛି ତାହା ଅଳ୍ପେ ବହୁତେ ସମସ୍ତେ ଅନୁଭବ କରୁଥିଲେ । ଏହି ବାସ୍ତବ ଅପେକ୍ଷା ମାୟାରେ ଛନ୍ଦି ହେବାକୁ ସମେସ୍ତ ଭଲ ପାଆନ୍ତି ।