ଆଜିଠୁ ଆରମ୍ଭ ହେଲା ଯୁକ୍ତ ୨ ପରୀକ୍ଷା…

() ଆଜିଠାରୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ ହୋଇଛି। ଆସନ୍ତାକାଲି ମାଟ୍ରିକ ପରୀକ୍ଷା ହେବ। ଦୁଇବର୍ଷ ପରେ ପିଲା ଅଫଳାଇନ ରେ ପରୀକ୍ଷା ଦେବେ। ଏଣୁ ପିଲାମାନେ ଚାପମୁକ୍ତ ହୋଇ ପରୀକ୍ଷା ଦିଅନ୍ତୁ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି। ଖରା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ସ୍କୁଲ ମାନଙ୍କରେ ହୋଇଛି। ବିଶେଷ କରି ବିଜୁଳି ସରବରାହ ଯେମିତି ବିଛିନ୍ନ ନ ହୁଏ ସେଥିପାଇଁ ବିଦ୍ୟୁତ କମ୍ପାନୀ ସହ ଯୋଗାଯୋଗ ହୋଇଛି। ସବୁ କେନ୍ଦ୍ର ରେ ସିସିଟିଭି ଲାଗିଛି। କୌଣସି ଅସୁବିଧା ହେବନାହିଁ। ପରୀକ୍ଷା ପରେ ଫଳ କିଭଳି ଭଲରେ ପ୍ରକାଶ ପାଇବ ସେଥିପ୍ରତି ମଧ୍ୟ ଗୁରୁତ୍ୱ ଦିଆଯିବ।

ସମୀର ରଂଜନ ଦାଶ, ଗଣଶିକ୍ଷା ମନ୍ତ୍ରୀ

ଇଚ୍ଛା…

() ନିଜ ମଜିରେ ବଂଚିବା ପାଇଁ କିଏ ବା ନଚାହେଁ । ହେଲେ ତାହା ଯେ ଆଜିର ଦନିଆରେ ତାହା କଣ ସମ୍ଭବ । ନିଜର ଇଚ୍ଛାରେ ବଂଚିବାର ସମସ୍ତଙ୍କର ଅଧୀକାର ଥିଲେ ମଧ୍ୟ ସେଥିରେ ଅେନକ ବ୍ୟତିକ୍ରମ ଦେଖିବାକୁ ମିଳେ । କିଏ ନା କିତଏ ଆପଣଙ୍କ ବାଟ ଅଟାକାଇବାକୁ ଚାହେଁ । ସେଥୀରେ କଣ କ୍ଷତି ଓ କରଣ ଲାଭ ଥାଏ ତାହା ତ କାହାକୁ ଜଣାନାହିଁ । ହେଲ ଏମିତି କିଛି ଘଟିଥିବା ମନିଷାର ଜୀବନରେ । ଅଜଣା ଭୟ ଅପେକ୍ଷା ସତ ସମାଜରେ ଘଟୁଥିବା କେତେକ ସତ ଘଟଣା ତା ଜୀବନକୁ ପ୍ରଭାବିତ କରିଥିଲା । ଯାହ ତା ଜୀବନର ଗତିପଥକୁ ବଦଳାଇବା ସହ ସମାଜକୁ ଅନେକ ଦିଗ ଦେଖାଥିଲା । ବିନା ସ୍ବାର୍ଥ , ଗର୍ବ,ଅଂକାର ଠାରୁ ଦୂରେଇ ରହି ସେ ଶାନ୍ତିରେ ଜୀବନ କଟାଇବାକୁ ଚାହିଲା । ପ୍ରକୃତିରେ କଣ ଏବେ କଣ ଶାନ୍ତି ଅଛି ଜୀବନରେ । ପ୍ରତି ମୁହୁତ୍ତରେ ଜୀବନ ସଂଘଷ ଓ ଯନ୍ତ୍ରଣା ଭିତରେ ଚାଲେ । ହେଲେ ତାହାରି ଭିତରେ ରହିଛ ଖୁସି ଆଉ ଖୁସି । ତାହା ସେଦିନି ମନିଷା ଅନୁଭବ କରିଥିଲା । ଯେଉଁ କାମ କଥା ପାଇଁ ତାକୁ ଅନେକ ଘୃଣା କରନ୍ତି , ଠିକ ସେହି କଥାରେ ସେ ସବୁଠାରୁ ଅଧିକ ହୁ ଏ । କିଏ କଣ କହିଲା ତାହା ନଭାବି , ବଂର ନିଜ ଇଚ୍ଛା ଯାହା ହେଉଛି ତାହା କରିବା ଦରକାର ।

ଦୁନିଆରେ ଭଲ ମନ୍ଦ ରହିବ ।ଆଲୋଚନା ସମାଲେଚନା ବି ରହିବ । ହେଲେ ଏସବୁ ଭିତରେ ବି ଜୀବନକୁ ଖୁସିରେ କଟାଇବାର ମଜା ଟିକେ ନିଆରା ।

ବିଜେଡିରେ ଯୋଗ ଦେଲେ ସ୍ୱୟଂପ୍ରକାଶ…

() ଜଣାଶୁଣା ଟିଭି ଉପସ୍ଥାପକ, ବୈଦ୍ୟୁତିକ ଗଣମାଧ୍ୟମର ବରିଷ୍ଠ ସାମ୍ବାଦିକ ସ୍ୱୟଂପ୍ରକାଶ ମହାପାତ୍ର ବୁଧବାର ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଦଳର ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ରଞ୍ଜନ ମଙ୍ଗରାଜଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବରେ ଦଳରେ ସାମିଲ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ଯୋଗ ଦେଇଛନ୍ତି ଓ ଦଳ ତାଙ୍କୁ ଯେଉଁ ଦାୟିତ୍ୱ ଦେବ ତାହା ସେ ନିର୍ବାହ କରିବେ ବୋଲି କହିଛନ୍ତି। ଗତ ପ୍ରାୟ ୧ ଦଶନ୍ଧି ଧରି ଶ୍ରୀ ମହାପାତ୍ର ଏକାଧିକ ଓଡ଼ିଆ ବୈଦ୍ୟୁତିକ ଗଣମାଧ୍ୟମରେ ବିଭିନ୍ନ ପଦରେ କାର୍ଯ୍ୟ କରିଛନ୍ତି।

ଇସ୍ତଫା ଦେଲେ ତାରା …

() ପିସିସି ପରିବର୍ତ୍ତନ ଭିତରେ କଂଗ୍ରେସ ରେ ହଇଚଇ କଂଗ୍ରେସ ବିଧାୟକ ଦଳ ମୁଖ୍ୟ ସଚେତକ ପଦରୁ ଇସ୍ତଫା ଦେଲେ ତାରା ବାହିନୀପତ ଗତକାଲି ନରସିଂହ ମିଶ୍ର କଂଗ୍ରେସ ବିଧାୟକ ଦଳ ନେତା ପଦରୁ ଇସ୍ତଫା ଦେଇଥିବା ଚର୍ଚ୍ଚା ହୋଇଥିଲା ତାରା ଙ୍କ ଇସ୍ତଫା ପରେ କଂଗ୍ରେସ ବିଧାୟକ ଙ୍କ ଭିତରେ ସବୁକିଛି ଠିକ ଚାଲିନଥିବା ସ୍ପଷ୍ଟ ହୋଇଛି।

ନୀଳମାଧବ ପୀଠର ବିକାଶ ପାଇଁ ୧୦୦ କୋଟିଟଙ୍କା ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ…

() ନୀଳମାଧବ ପୀଠର ବିକାଶ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ।

୧୦୦ କୋଟି ଟଙ୍କା ଖର୍ଚ୍ଚ, ୧୮ ମାସରେ ସଂପୂର୍ଣ୍ଣ।

କଣ୍ଟିଲୋ ଜନସାଧାରଣଙ୍କ ସହଯୋଗ କାମନା କଲେ ମୁଖ୍ୟମନ୍ତ୍ରୀ।

{ } କଣ୍ଟିଲୋ ନୀଳମାଧବ ପୀଠର ପାରିପାର୍ଶ୍ବିକ ବିକାଶ ପାଇଁ ପ୍ରସ୍ତୁତ ମାଷ୍ଟର ପ୍ଲାନ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ଲାଭ କରିଛି । ଏଥିନିମନ୍ତେ ୧୦୦ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ୧୮ ମାସ ମଧ୍ୟରେ କାମ ଶେଷ ହେବ ।ସମ୍ୱନ୍ୱିତ ଐତିହ୍ୟ ଓ କୀର୍ତ୍ତିରାଜି ବିକାଶ ଯୋଜନା ରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ।ପ୍ରକଳ୍ପର ସଫଳ କାର୍ଯ୍ୟକାରୀତା ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ଥାନୀୟ ଜନସାଧାରଣ ଓ ସେବାୟତ ମାନଙ୍କ ସହଯୋଗ କାମନା କରିଛନ୍ତି ।

ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ନୀଳମାଧବ ପୀଠର ବିକାଶ ପାଇଁ ପ୍ରସ୍ତୁତ ମାଷ୍ଟର ପ୍ଲାନ ଉପରେ ବିଚାର ବିମର୍ଷ ପରେ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଥିଲେ ।ଜଗନ୍ନାଥ ସଂସ୍କୃତି ସହ ନୀଳମାଧବ ପୀଠର ନିବିଡ ସଂପର୍କ ରହିଛି । ବିଶ୍ବାସ କରାଯାଏ ଯେ ନୀଳମାଧବ ପୀଠ ବ୍ରହ୍ମାଦ୍ରୀ ପର୍ବତରେ ମହାପ୍ରଭୁ ନୀଳମଣି ଭାବରେ ଶବର ରାଜା ବିଶ୍ବାବସୁଙ୍କ ଦ୍ବାରା ପୂଜା ପାଉଥିଲେ । ମହାପ୍ରଭୁଙ୍କ ଏହି ଆଦିରୂପକୁ ଦର୍ଶନ କରିବା ପାଇଁ ପ୍ରତିଦିନ ହଜାର ହଜାର ଭକ୍ତ ନୀଳମାଧବ ପୀଠକୁ ଆସିଥାନ୍ତି । ବ୍ରହ୍ମାଦ୍ରୀ ପର୍ବତର ଉତ୍ତର ଦିଗରେ ମହାନଦୀର ଭୀମକାନ୍ତ ରୂପ ଅତ୍ୟନ୍ତ ରମଣୀୟ । ପର୍ଯ୍ୟଟକ ମାନଙ୍କ ପାଇଁ ମଧ୍ୟ ଏହି ସ୍ଥାନ ଅନ୍ୟତମ ପ୍ରମୁଖ ଆକର୍ଷଣ। ଏହି ପବିତ୍ର ପୀଠର ସୁବ୍ୟବସ୍ଥିତ ବିକାଶ ଦ୍ବାରା ଭକ୍ତ ଓ ପର୍ଯ୍ୟଟକ ସହିତ ସ୍ଥାନୀୟ ଅଞ୍ଚଳର ଅର୍ଥନୈତିକ ବିକାଶରେ ମଧ୍ୟ ସହାୟକ ହେବ ।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ଗତ ସପ୍ତାହରେ ନୀଳମାଧବ ପୀଠ ପରିଦର୍ଶନ କରି ବିକାଶ ଯୋଜନା ସଂପର୍କରେ ସେବାୟତ ତଥା ସ୍ଥାନୀୟ ଜନସାଧାରଣଙ୍କ ଓ ଜିଲ୍ଲା ପ୍ରଶାସନ ସହ ବିସ୍ତୃତ ଆଲୋଚନା କରି ମାଷ୍ଟର ପ୍ଲାନ ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ମାଷ୍ଟରପ୍ଲାନରେ ମୁଖ୍ୟତଃ ମନ୍ଦିରର ପୁନରୁଦ୍ଧାର,ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ପରିକ୍ରମା ପଥ, ଚନ୍ଦନ ପୁଷ୍କରିଣୀର ପୁନଃରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ସହିତ ଚତୁପାର୍ଶ୍ବ ରାସ୍ତାର ଉନ୍ନତୀକରଣ, ଛାୟାପ୍ରଦ ବୃକ୍ଷ, ଉଦ୍ୟାନ,ପାର୍କିଂ, ମହାନଦୀର କୂଳ ସୁରକ୍ଷା ଓ ନଦୀପାର୍ଶ୍ବର ସୌନ୍ଦର୍ଯ୍ୟକରଣ ଆଦି ବିଷୟରେ ଗୁରୁତ୍ବ ଦିଆଯାଇଛି ।

ମନ୍ଦିରକୁ ଯାଇଥିବା ତିଖା ପାହାଚ ଶ୍ରେଣୀର ପୁନରୁଦ୍ଧାର କରାଯାଇ ଭକ୍ତ ମାନେ ଯେପରି ସୁବିଧା ରେ ଯାଇ ପାରିବେ ତଦନୁଯାୟୀ ବିକାଶ କରାଯିବା।ଏହା ସହିତ ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ଚାରି ଦ୍ବାରର ଉନ୍ନତୀକରଣ କରାଯିବ । ବୟସ୍କ ଓ ଭିନ୍ନକ୍ଷମ ମାନେ ଯେପରି ସୁବିଧାରେ ଦର୍ଶନ କରିପାରିବେ, ସେଥିପାଇଁ ପଶ୍ଚିମ ଦ୍ୱାରରେ lift ଓ skybridge ସୁବିଧା ର ବିକାଶ କରାଯିବ. । ମନ୍ଦିର ପରିସର ଓ ଆଖପାଖ ଅଞ୍ଚଳରେ ଖଣ୍ଡାଲାଇଟ ପଥର ବିଛାଯିବା ସହିତ ମନ୍ଦିର ଓ ଠାକୁରଙ୍କ ବଗିଚାର ବିକାଶ କରାଯିବ । ଏହାସହିତ ରାସବିହାରୀ ମଣ୍ଡପ, ରଘୁନାଥ ମଠ ଓ ବାଟମଙ୍ଗଳା ମନ୍ଦିରର ମଧ୍ୟ ବିକାଶ କରାଯିବ ।ଯାତ୍ରୀ ମାନଙ୍କ ଜିନିଷପତ୍ର ରଖିବା ନିମନ୍ତେ ବ୍ୟବସ୍ଥା (Cloak Room) ଏବଂ ପଦପ୍ରକ୍ଷାଳନ ବ୍ୟବସ୍ଥାର ମଧ୍ୟ ନିର୍ମାଣ କରାଯିବ ।ମନ୍ଦିରକୁ ପ୍ରବେଶ ପାଇଁଁ ପୂର୍ବ ଓ ପଶ୍ଚିମ ପାର୍ଶ୍ବ ସଡକର ପ୍ରଶସ୍ତିକରଣ କରାଯିବ। ପୂର୍ବ ପାର୍ଶ୍ବ ସଡକକୁ ୯ ମିଟର ଓ ପଶ୍ଚିମ ପାର୍ଶ୍ବ ସଡକକୁ ୧୨ ମିଟର ପ୍ରଶସ୍ଥ କରାଯିବ।ମହାନଦୀ ର କୁଲକ୍ଷୟ ରୁ ମନ୍ଦିର କୁ ସୁରକ୍ଷା ଯୋଗାଇବା ପାଇଁ 400meter protective wall ନିର୍ମାଣ କରାଯିବ।

ଏହି ପ୍ରକଳ୍ପ ପାଇଁ ସମୁଦାୟ ଦୁଇ ଏକର ଜମି ଆବଶ୍ୟକ ପଡିବ। ଏଥିନିମନ୍ତେ ଜିଲ୍ଲା ପ୍ରଶାସନ ପୁନର୍ବାସ ଓ ଥଇଥାନ ନୀତି ଅନୁଯାୟୀ ଜମି ଅଧିଗ୍ରହଣ କରିବେ ।ପୂର୍ତ୍ତ ବିଭାଗ ଜରିଆରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ. ମହାନଦୀ କୁଲକ୍ଷୟ ରୋକିବା ପାଇଁ protective wall କାମ ଜଳସମ୍ପଦ ବିଭାଗ କରିବ ବୋଲି ଜଣାଯାଇଛି।ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ବୈଠକରେ ପୂର୍ତ୍ତ ବିଭାଗର ପ୍ରମୁଖ ସଚିବ ଶ୍ରୀ ବୀର ବିକ୍ରମ ଯାଦବ ପ୍ରକଳ୍ପ ସଂପର୍କରେ ଉପସ୍ଥାପନା ରଖିଥିଲେ ।ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ଶ୍ରୀ ପି.କେ. ଜେନା, ଜଳସଂପଦ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀମତୀ ଅନୁ ଗର୍ଗ ଓ ନୟାଗଡ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ।

ସୁର ଓ ନିରଂଜନ ମୁହାଁମୁଁହି…

() ନିରଞ୍ଜନ ପଟ୍ଟନାୟକ ଙ୍କ ପ୍ରତିକ୍ରିୟା। ମୁଁ କେବେ ସୁରଙ୍କ ଭଳି ନବୀନଙ୍କୁ ନେଇ ମନ୍ତବ୍ୟ ଦେଇନି। ଜୟଦେବ ଜେନା ଙ୍କ କଥା ମୁଁ ଜାଣିନି। ବିଶୃଙ୍ଖଳିତ ଆଚରଣ ପାଇଁ ସୁରେଶ ରାଉତରାୟଙ୍କୁ କାରଣ ଦର୍ଶାଅ ନୋଟିସ ହୋଇଛି। ଏ ପ୍ରକ୍ରିୟା ଆରମ୍ଭ ହେଲା। ଯିଏ ବିଶୃଙ୍ଖଳା କରିବ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ। ଏବେ କାହିଁକି କାର୍ଯ୍ୟାନୁଷ୍ଠାନ ନେଇ ନିରଞ୍ଜନ ଙ୍କ ପ୍ରତିକ୍ରିୟା ” ହନୁ ମଲାବେଳେ ସତ କହେ”।

ନିରଞ୍ଜନ ପଟ୍ଟନାୟକ, ପିସିସି ସଭାପତି

କାରଣ ଦର୍ଶାଅ ନୋଟିସ ର ଜବାବ ରଖିଲେ ସୁରେଶ ରାଉତରାୟ…

() କାରଣ ଦର୍ଶାଅ ନୋଟିସ ର ଜବାବ ରଖିଲେ ସୁରେଶ ରାଉତରାୟ। କଂଗ୍ରେସ ଭବନକୁ ଆସି ଲିଖିତ ଭାବେ ଉତ୍ତର ଦାଖଲ କଲେ। ପୁଣିଥରେ ନିରଞ୍ଜନ ପଟ୍ଟନାୟକ ଓ ଜୟଦେବ ଜେନାଙ୍କ ସେହି କଥାକୁ କହିଲେ। ଏ ଦୁହେଁ ବି ପିସିସି ସଭାପତି ନେଇ ନବୀନ ଙ୍କ କଥା କହିଥିଲେ। ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଲାନି। ଆମେ ଦିନକୁ 18 ଘଣ୍ଟା କାମ କରୁଛୁ। ତାରା, ସାଲୁଜା ବହୁ ବିଶୃଙ୍ଖଳିତ ମନ୍ତବ୍ୟ ଦେଇଛନ୍ତି। ସେମାନଙ୍କ ପାଇଁ ଶୃଙ୍ଖଳା କମିଟି ନାହିଁ ବୋଲି ପ୍ରଶ୍ନ କଲେ। ମୋ ଉପରେ କାର୍ଯ୍ୟାନୁଷ୍ଠାନ ହେଲେ ଖାତିର ନାହିଁ।

ସୁରେଶ ରାଉତରାୟ, କଂଗ୍ରେସ ବିଧାୟକ

ପିସିସି ସଭାପତି ଇସ୍ତଫା ଦେବା ପରେ କଣ କହିଲେ ବରିଷ୍ଠ ନେତା ଓ ସମସ୍ତ କାର୍ଯ୍ୟକର୍ତ୍ତା…

ଡକ୍ଟର ଏ ଚେଲ୍ଲା କୁମାର, କଂଗ୍ରେସ ପ୍ରଭାରୀବୈଠକ ପରେ କଂଗ୍ରେସ ପ୍ରଭାରେ ଏ ଚେଳ୍ଳା କୁମାରଙ୍କ ପ୍ରତିକ୍ରିୟା। ପିସିସି ସଭାପତି ଇସ୍ତଫା ଦେବା ପରେ ନୂଆ ପିସିସି ସଭାପତି ଚୟନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ବିଧାୟକ ବରିଷ୍ଠ ନେତା ଏବଂ ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା ହେଉଛି। ବିଧାୟକ ମାନେ ନାଁ ସୁପାରିଶ କରୁଛନ୍ତି। ଯିଏ କଂଗ୍ରେସ ଦଳକୁ ସୃଦୃଢ କରିପାରିବ ସଂଗଠନ ମଜବୁତ୍ କରିପାରିବ ସେମିତି ଲୋକଙ୍କୁ ଚୟନ କରାଯିବ। ସମସ୍ତଙ୍କ ସହ ଆଲୋଚନା ପରେ ମୁଁ ଏଆଇସିସି ସଭାପତିଙ୍କୁ ରିପୋର୍ଟ ଦେବି ତେବେ ଖୁବ୍ ଶୀଘ୍ର ପିସିସି ସଭାପତି ଘୋଷଣା ହୋଇପାରେ ବୋଲି କହିଲେ ଚେଳ୍ଳାକୁମାର।

2- ନିରଞ୍ଜନ ପଟନାୟକ , ପିସିସି ସବାପତି

ମୁଁ ଇସ୍ତଫା ଦେଇସାରିଛି। ମୁ ଜାଣିଲି ଏବେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। ମୁ ଖୁସି ମୋତେ ଏହି ପଦବୀରୁ ଏଥର ଅବ୍ୟାହତ ମିଳିବ। ମୁ ଦଳର ଶୃଙ୍ଖଳିତ କର୍ମୀ। ଯିଏ ସଭାପତି ହେଉନା କାହିଁକି ମୁ ସଂଗଠନ ପାଇଁ କାମ କରିବି।

3- ସନ୍ତୋଷ ସିଂ ସାଲୁଜା।

ପିସିସି ସଭାପତି ଓ ବିଧାୟକ ଦଳର ନେତା ପରିବର୍ତନ ନେଇ ଆମେ ଚେଲ୍ଲା କୁମାର ଙ୍କୁ କହିଚୁ। ଆଶା କରିଛୁ ମେ ମାସ ପ୍ରଥମ ସପ୍ତାହରେ ଘୋଷଣା ହୋଇଯିବ ନୂଆ ପିସିସି ସଭାପତି। ଜଣେ ଦକ୍ଷ ଓ ଯୋଗ୍ୟ ନେତା ହେବେ ପିସିସି ସଭାପତି।

4- ମହମ୍ମଦ ମୋକିମ।

ଦଳ ଓ ସଙ୍ଗଠନ ବିଷୟରେ ବ୍ୟାପକ ଅଲୋଚନ ହୋଇଛି। ଏବେ 24 ପାଇଁ ସଂଗଠନ ଚିନ୍ତା।

5 – ତାରା ପ୍ରସାଦ ବାହିନୀପତି।

କଂଗ୍ରେସ ପାଇଁ ଏବେ ଗୋଟିଏ କଥା। ଦଳକୁ ସୁଦୃଢ କରିବା। ଏଥିପାଇଁ ବ୍ୟାପକ ଆଲୋଚନା ହୋଇଛି। ସୂଚନା କଂଗ୍ରେସ ବାଇଟ ନାମରେ ଭିଯୁଆଲ ଓ ବାଇଟ ଯାଇଛି।

ଆଗକୁ ଆହୁରି ବଢିବପାରେ ତାପମାତ୍ରା…

() ବିଶେଷଭାବରେ ଏହି ସମୟରେ ତାପମାତ୍ରା ବଢିଥାଏ। ଏବଂ ଆଗକୁ ମଧ୍ୟ ବଢ଼ିବ ବୋଲି ପୂର୍ବାନୁମାନ ରହିଛି। ତାହା ପୂର୍ବରୁ ଲୋକଙ୍କୁ ସଚେତନ କରାଯାଉଛି। ଖରା ବେଳେ ଘରୁ ନ ବାହାରିବା ପାଇଁ, ଖରା ସମୟରେ କାମ ବନ୍ଦ ରଖିବାକୁ, ପିଇବା ପାଣି, ଛତା ଓ ଓଦା କପଡା ମୁଣ୍ଡରେ ରଖିବା ଉଚିତ। ତେବେ ଏ ପର୍ଯ୍ୟନ୍ତ ଅଂଶୁଘାତରେ କୌଣସି ବ୍ୟକ୍ତି ରାଜ୍ୟରେ ମୃତ୍ୟୁ ଘଟିନାହିଁ। ସେଥିପାଇଁ ସମସ୍ତ ଡାକ୍ତରଖାନା କତ୍ତୃପକ୍ଷ ଶ୍ର ଙ୍କୁ ନିର୍ଦେଶ ଦିଆଯାଇଛି। ସମସ୍ତ ପ୍ରକାରର ଔଷଧ ରଖିବେ ଚିକିତ୍ସା ସହ ସ୍ୱତନ୍ତ୍ର ଭାବରେ ଶଯ୍ୟା ରଖାଯାଇଛି । ହସ୍ପିଟାଲ ରେ ଏୟାର କୁଲର, ଫ୍ୟାନ ପ୍ରସ୍ତୁତ କରି ରଖାଯାଇଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ନିରଂଜନ ମିଶ୍ର।

ରାଜ୍ୟରେ କୋଭିଡ ସ୍ଥିତିକୁ ନେଇ ଜନ ସ୍ଵାସ୍ଥ୍ୟ ନିର୍ଦେଶକଙ୍କ ପ୍ରତିକ୍ରିୟା…

() ରାଜ୍ୟରେ କୋଭିଡ ସ୍ଥିତିକୁ ନେଇ ଜନ ସ୍ଵାସ୍ଥ୍ୟ ନିର୍ଦେଶକଙ୍କ ପ୍ରତିକ୍ରିୟା : ଏବେ ଦେଶରେ ଦୈନିକ ୨ ହଜାର+ ଟ୍ରେଣ୍ଡ ଚାଲିଛି । କେବଳ କେରଳ, ଦିଲ୍ଲୀ, ହରିଆଣା, ପଞ୍ଜାବରେ ଅଧିକ ସଂକ୍ରମଣ ଦେଖା ଦେଉଛି, ଯାହାର ଗୁରୁତର ବା ସିଭିୟାରୀଟି ଏବେ ଯାଏଁ ଦେଖା ଦେଇନାହିଁ । ରାଜ୍ୟରେ ମାତ୍ର ୮୦ ଟି ସକ୍ରିୟ ରୋଗୀ ଅଛନ୍ତି ।୧୫ଟି ଜିଲ୍ଲାରେ ରୋଗୀ ନାହାନ୍ତି । ଟୀକା କରଣ ଆମ ରାଜ୍ୟରେ ଯଥେଷ୍ଟ ହୋଇଥିବାରୁ ଆମର ଏତେଟା ରୋଗୀ ସଂଖ୍ୟା ନାହଁ । ଯେଉଁମାନେ ଟୀକା ନେଇ ନାହାନ୍ତି ସେମାନେ ନେଇ ଯାଆନ୍ତୁ । precation ଡୋଜ ବି ନିଅନ୍ତୁ । ଟୀକା ପାଇଁ ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ହୋଇଛି । ଏହି ରୋଗର ଭୟାବହତା ଆଉ ରହିବ ନାହିଁ । ଏହା ସତ୍ତ୍ୱେ ବି ମାସ୍କ, ପିନ୍ଧିବା ନିହାତି ଜରୁରୀ ।

ନିରଞ୍ଜନ ମିଶ୍ର, ଜନ ସ୍ୱାସ୍ଥ୍ୟ ନିର୍ଦେଶକ

Follow us

20,832FansLike
0FollowersFollow
14,700SubscribersSubscribe

Latest news