ମିସେସ୍ ଇଣ୍ଡିଆ ମୁକୁଟ ପିନ୍ଧିଲେ ସୋଆର ପୁରାତନ ଛାତ୍ରୀ ରୁପ୍‌ସା…

() ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟ ର ପୂର୍ବତନ ଛାତ୍ରୀ ରୂପସା ନାୟକ ମିସେସ୍ ଇଣ୍ଡିଆ କ୍ରାଉନ୍ ହାସଲ କରି ବିଶ୍ୱବିଦ୍ୟାଳୟ ପାଇଁ ଗୌରବ ଅର୍ଜନ କରିଛନ୍ତି।ମୁମ୍ବାଇ ଠାରେ ଗ୍ଲାମର ୱାର୍ଲ୍ଡ ପକ୍ଷରୁ ନିକଟରେ ଆୟୋଜିତ ମିସେସ୍ ଇଣ୍ଡିଆ ପ୍ରତିଯୋଗିତାରେ ରୂପସା ବିଜୟୀ ହୋଇଛନ୍ତି। ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ୨୦୦୯ ବ୍ୟାଚ୍‌ର କମ୍ପ୍ୟୁଟର ସାଇନ୍‌ସ ବିଭାଗର ଛାତ୍ରୀ ରୁପ୍‌ସା ସାରା ଦେଶରୁ ଭାଗ ନେଇଥିବା ପ୍ରାୟ ୨୦୦ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ଏହି ସମ୍ମାନଜନକ ଟାଇଟଲ୍ ହାସଲ କରିଛନ୍ତି । ଦୁଇ ମାସ ତଳେ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାର ପ୍ରଥମ ରାଉଣ୍ଡରେ ୧୦୦ ଜଣଙ୍କୁ ଚୟନ କରାଯାଇଥିଲା । ଏହି ୧୦୦ ଜଣଙ୍କ ମଧ୍ୟରୁ ୫୦ ଜଣଙ୍କର ପ୍ରଥମେ ଅନ୍‌ଲାଇନ୍‌ରେ ଅଡିସନ୍ କରାଯିବା ପରେ ନୂଆଦିଲ୍ଲୀରେ ପ୍ରତ୍ୟକ୍ଷ ଭାବରେ ଏହାର ସେମିଫାଇନାଲ୍ ରାଉଣ୍ଡର ଆୟୋଜନ କରାଯାଇଥିଲା । ଏହି ରାଉଣ୍ଡରେ ଏହି ୫୦ ଜଣ ପ୍ରତିଯୋଗୀଙ୍କର ଇଂଟ୍ରୋଡକ୍ସନ୍ ଏବଂ ଟ୍ୟାଲେଂଟର ପରୀକ୍ଷା କରାଯାଇଥିଲା ଓ ୨୦ ଜଣ ଫିନାଲେକୁ ଉତ୍ତୀର୍ଣ୍ଣ ହୋଇଥିଲେ । ଫିନାଲେ ରାଉଣ୍ଡଟି ମୁମ୍ବାଇରେ ଆୟୋଜନ କରାଯାଇଥିଲା। ପ୍ରତିଯୋଗୀଙ୍କ ମଧ୍ୟରେ ୩ ଦିନ ଧରି ଇଂଟ୍ରୋଡକ୍ସନ୍‌, କଷ୍ଟ୍ୟୁମ୍‌, କ୍ୟାଟ ୱାକ୍ ଏବଂ ଅନ୍ୟାନ୍ୟ ପ୍ରତିଯୋଗିତା କରାଯାଇଥିଲା । ୨୦ ଜଣଙ୍କ ମଧ୍ୟରୁ ୧୦ ଜଣଙ୍କୁ ଚୟନ କରାଯାଇ ସେମାନଙ୍କର ଗ୍ରୁମିଂ କରାଯାଇଥିଲା ଏବଂ ଟପ୍ ଫାଇଭ୍ ଫିନାଲେକୁ ଯାଇଥିଲେ । ଏହି ଟପ୍ ଫାଇଭଙ୍କ ମଧ୍ୟରୁ ଶ୍ରେଷ୍ଠ ୩ ଜଣଙ୍କୁ ବିଜୟୀ ଘୋଷଣା କରାଯାଇଥିବା ବେଳେ ମିସେସ୍ ଇଣ୍ଡିଆ କ୍ରାଉନ୍ ହାସଲ କରିଛନ୍ତି ରୁପ୍‌ସା। ଗତ ଏପ୍ରିଲ ୨୪ ତାରିଖରେ ଏହି ଫିନାଲେ ମୁମ୍ବାଇରେ ଆୟୋଜିତ ହୋଇଥିଲା ।

ଆଇଟିଇଆର୍‌ର ଛାତ୍ରୀ ରୁପ୍‌ସା କଲେଜ ଜୀବନରୁ ହିଁ ଗ୍ଲାମର ଜଗତ ସହ ଜଡିତ ଅଛନ୍ତି । ୨୦୦୯ ମସିହାରେ ଫେମିନା ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ସେ ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ସ୍ଥାନିତ ହୋଇଥିଲେ । ଏହି ଟାଇଟଲ୍ ହାସଲ କରିବା ପରେ ସେ ଖୁସି ବ୍ୟକ୍ତ କରିବା ସହ ପାଠପଢ଼ା ସମୟରୁ ହିଁ ତାଙ୍କୁ ଅନେକ ସୁଯୋଗ ଦିଆଯାଇଥିବାରୁ ସୋଆ କର୍ତୃପକ୍ଷଙ୍କୁ କୃତଜ୍ଞତା ଜଣାଇଛନ୍ତି । ମୁମ୍ବାଇ ବ୍ୟାଙ୍କିଙ୍ଗ୍ ସେକ୍ଟରରେ କାର୍ଯ୍ୟରତ ରୁପ୍‌ସାଙ୍କ ସ୍ୱାମୀ ମଧ୍ୟ ବଲିଉଡ୍ ସହ ଜଡିତ ହୋଇ କାର୍ଯ୍ୟ କରୁଛନ୍ତି । ତାଙ୍କର ଏକବର୍ଷର ଝିଅଟିଏ ଅଛି । ଆଗାମୀ ଦିନରେ ସେ ଓଡ଼ିଶାରେ କାର୍ଯ୍ୟ କରିବେ ବୋଲି ଆଶା ପ୍ରକଟ କରିଛନ୍ତି । ସେ ବିଭିନ୍ନ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ବିଜୟୀ ହେବା ସହ ପ୍ରମୁଖ କମ୍ପାନୀର ବିଜ୍ଞାପନରେ ସାମିଲ ହୋଇଛନ୍ତି ।

ତାତିରୁ ମିଳିବ ତ୍ରାହି….

() ଉପାନ୍ତରୁ ଉପକୂଳ ସବୁଠି କମିବ ପାରଦ।ବଙ୍ଗୋପସାଗରରୁ ଓଡିଶା ମଧ୍ୟକୁ ପ୍ରବେଶ କରୁଛି ଜଳୀୟବାଷ୍ପ ପୁର୍ଣବାୟୁ। ପ୍ରଭାବରେ ଆସନ୍ତା କାଲିଠାରୁ ୩ ଦିନଯାଏଁ କାଳବୈଶାଖୀ ସମ୍ଭାବନା।କଳବୈଶାଖୀ ପାଇଁ ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ କମିବ ତାପମାତ୍ରା। ମାଲକାନଗିରି, କୋରାପୁଟ, ରାୟଗଡା, କନ୍ଧମାଳ, ଗଞ୍ଜାମ, ଗଜପତି, ନୟାଗଡ଼, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ବର ଏବଂ କେନ୍ଦ୍ରାପଡା ରେ ଘଡଘଡି ବିଜୁଳି ସହ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି।

ଆଜି ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା।୭ ଜିଲ୍ଲାକୁ ୟେଲୋ ଆଲର୍ଟ।

ସୋନପୁର, ବୌଦ୍ଧ, ଝାରସୁଗୁଡା, ସମ୍ବଲପୁର, ବରଗଡ଼, ବଲାଙ୍ଗୀର ଏବଂ ସୁନ୍ଦରଗଡ ରେ ୪୦ ଡିଗ୍ରୀ ଉପରେ ରହିବ ପାରା।୪ ରେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଘୁର୍ଣ୍ଣିବଳୟ ।

୫ ତାରିଖ ବେଳକୁ ନେବ ଲଘୁଚାପର ରୂପପରେ ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବ।୫ ତାରିଖରେ ବାତ୍ୟାର ରୂପରେଖ ନେଇ ମିଳିବ ସ୍ପଷ୍ଟ ଚିତ୍ର ସୂଚନା ଦେଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର

ଶିକ୍ଷିତ ଯୁବପିଢ଼ି କୃଷି କାର୍ଯ୍ୟରେ ମନୋନିବେଶ କଲେ ହିଁ ସମାଜରେ କୃଷକଙ୍କର ସମ୍ମାନ ବଢ଼ିବ: କୃଷି ମନ୍ତ୍ରୀ…

() ସୋଆ ଏଗ୍ରି କନ୍‌ଫ୍ଲୁଏନ୍ସ-୨୦୨୨ ଉଦ୍‌ଘାଟିତ ବର୍ତମାନ ସମୟରେ କୃଷି କାର୍ଯ୍ୟକୁ ଅଧିକ ପ୍ରାଧାନ୍ୟ ଦେବାର ଆବଶ୍ୟକତା ରହିଥିବା ବେଳେ ଶିକ୍ଷିତ ଯୁବପିଢ଼ି ଚାଷ କାର୍ଯ୍ୟରେ ମନୋନିବେଶ କରିବା ସହ ଏ କ୍ଷେତ୍ରରେ ସେମାନଙ୍କର ଅବଦାନ ରହିଲେ ହିଁ ସମାଜରେ କୃଷକଙ୍କର ସାମାଜିକ ମୂଲ୍ୟବୋଧ ଓ ସମ୍ମାନ ବଢ଼ିବ ବୋଲି ମତ ବ୍ୟକ୍ତ କରିଛନ୍ତି କୃଷି ଓ କୃଷକ ସଶକ୍ତିକରଣ, ପଶୁ ସମ୍ପଦ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡଃ ଅରୁଣ ସାହୁ ।
ଓଡିଶାରେ କୃଷି ଭିତିକ ଉଦ୍ୟୋଗର ସାମଗ୍ରିକ ବିକାଶ ଲକ୍ଷ୍ୟ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍ (ଆଇଏଏସ୍‌) ପକ୍ଷରୁ ଆୟୋଜିତ “ସୋଆ ଏଗ୍ରି କନ୍‌ଫ୍‌ଲୁଏନ୍ସ ୨୦୨୨”ର ଉଦ୍‌ଘାଟନ କରିବା ଅବସରରେ ଡଃ ସାହୁ କହିଛନ୍ତି ଯେ କୋଭିଡ ମହାମାରୀ ଘର ଠାରୁ ଦୂରରେ ରହୁଥିବା ବ୍ୟକ୍ତିଙ୍କୁ ଘରମୁହାଁ କରିଛି ଏବଂ ଚାଷ କାର୍ଯ୍ୟ ପ୍ରତି ସେମାନେ ଅଧିକ ଆଗ୍ରହ ଦେଖାଉଛନ୍ତି । ଏହା କୃଷି କ୍ଷେତ୍ର ପାଇଁ ଖୁବ୍ ଭଲ ପ୍ରସଙ୍ଗ ବୋଲି ଡଃ ସାହୁ କହିଛନ୍ତି ।
ଆମ ଦେଶରେ ଗବେଷଣା ଓ ଗବେଷକଙ୍କ ସଂଖ୍ୟା ଖୁବ୍ କମ୍ ରହିଥିବା ବେଳେ ୧୦ ଲକ୍ଷ ରେ ମାତ୍ର ୨୦୦ ଜଣ ଗବେଷଣା କରୁଛନ୍ତି । ସେପଟେ ପାଶ୍ଚାତ୍ୟ ଦେଶଗୁଡ଼ିକରେ ଗବେଷକଙ୍କ ସଂଖ୍ୟା ଖୁବ୍ ଅଧିକ । ଦେଶରେ ଗବେଷଣା ଓ ଗବେଷକଙ୍କ ସଂଖ୍ୟା ଅଧିକ ହେବା ଉପରେ ଗୁରୁତ୍ୱାରୋପ କରି ମନ୍ତ୍ରୀ କହିଛନ୍ତି ଯେ ଏ ଦିଗରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଖୁବ୍ ଭଲ ପଦକ୍ଷେପ ନେଉଛି । ଗବେଷଣାକୁ ଖୁବ୍ ପ୍ରାଧାନ୍ୟ ଦେଉଥିବା ଏହି ବିଶ୍ୱବିଦ୍ୟାଳୟ ନିଜର ନାମ ଶିକ୍ଷା ଓ ଅନୁସନ୍ଧାନକୁ ଉଚିତ୍ ଭାବେ ପ୍ରତିପାଦିତ କରିପାରୁଛି ବୋଲି ଡଃ ସାହୁ କହିଛନ୍ତି ।“ସୋଆ ଏଗ୍ରି କନ୍‌ଫ୍‌ଲୁଏନ୍ସ ୨୦୨୨” ଭଳି କୃଷି ଭିତିକ କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରି ମନ୍ତ୍ରୀ ଡଃ ସାହୁ କହିଛନ୍ତି ଏହି ଅନୁଷ୍ଠାନର ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଉଦ୍ୟମ ଦ୍ୱାରା ହିଁ କୃଷି କ୍ଷେତ୍ରରେ ଅଧିକ ଉନ୍ନତି ଘଟିପାରିବ । ତେବେ ଲୋକଙ୍କୁ କୃଷି କାର୍ଯ୍ୟ ନେଇ ସଚେତନ କରାଇବା ସହ କୃଷି ସମ୍ବନ୍ଧୀୟ ତଥ୍ୟ ଓ ସୂଚନା ପ୍ରଦାନ କରିବା ନିମନ୍ତେ ସୋଆ ପକ୍ଷରୁ ଏକ ଡିଜିଟାଲ୍ ପ୍ଲାଟଫର୍ମର ଆରମ୍ଭ କରାଯିବା ନିମନ୍ତେ ସେ ଅନୁରୋଧ କରିଛନ୍ତି ।
ସୋଆ କୁଳପତି ପ୍ରଫେସର (ଡଃ) ଅଶୋକ କୁମାର ମହାପାତ୍ର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ଛାତ୍ରଛାତ୍ରୀ ଏବଂ ବିଭିନ୍ନ କୃଷି ଉଦ୍ୟୋଗୀମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ ।
ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସୋଆ ଛାତ୍ରମଙ୍ଗଳ ଡିନ୍ ତଥା କାର୍ଯ୍ୟକ୍ରମର ଆବାହକ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଏଭଳି କାର୍ଯ୍ୟକ୍ରମ ଦ୍ୱାରା କୃଷକ, ଉଦ୍ୟୋଗୀ ଏବଂ ବ୍ୟବସାୟୀ ମାନଙ୍କ ଦ୍ୱାରା ଉଚିତ୍ ସମନ୍ୱୟ ସହ କାର୍ଯ୍ୟର ଆଦାନପ୍ରଦାନ ହୋଇପାରିବ ବୋଲି କହିଥିଲେ । ଏହା ଦ୍ୱାରା କୃଷି କ୍ଷେତ୍ର ଅଧିକ ବଳିଷ୍ଠ ହୋଇପାରିବ ବୋଲି ସେ କହିଥିଲେ । ଆଗାମୀ ଦିନରେ ଏହା ଏକ ବଳିଷ୍ଠ ପ୍ଲାଟଫର୍ମ ହେବ ଏବଂ ଛାତ୍ରଛାତ୍ରୀମାନଙ୍କୁ ଅନେକ ସୁଯୋଗ ପ୍ରଦାନ କରିବ ବୋଲି ପ୍ରଫେସର ଦାସ କହିଥିଲେ ।ଏହି ସମାବେଶର ଅନ୍ୟତମ ଆକର୍ଷଣ ହେଉଛି କୃଷି ପ୍ରଦର୍ଶନୀ । ଏହି ପ୍ରଦର୍ଶନୀରେ ୩୦ରୁ ଊର୍ଦ୍ଧ୍ୱ ବିଭିନ୍ନ କୃଷି ଭିତିକ ଅନୁଷ୍ଠାନ ଓ ଜାତୀୟ ସ୍ତରର ଗବେଷଣା ପ୍ରତିଷ୍ଠାନ ମାନେ ଯୋଗ ଦେଇ ସେମାନଙ୍କର ଆଧୁନିକ ଜ୍ଞାନକୌଶଳକୁ ପ୍ରଦର୍ଶିତ କରିଛନ୍ତି । ଏହି ପ୍ରଦର୍ଶନୀକୁ କୃଷି ମନ୍ତ୍ରୀ ଉଦ୍‌ଘାଟନ କରିବା ସହ ବିଭିନ୍ନ ଷ୍ଟଲ୍ ବୁଲି ଦେଖିଥିଲେ ।
ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍‌ର ଡିନ୍ ପ୍ରଫେସର ବିଜୟ କୁମାର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସହ ଆବାହକ ପ୍ରଫେସର ସରୋଜ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ତିନି ଦିନ ବ୍ୟାପୀ ଆୟୋଜିତ ହେଉଥିବା ସମାବେଶରେ ରାଜ୍ୟ ତଥା ଦେଶର ଶତାଧିକ ଅଗ୍ରଣୀ କୃଷକଙ୍କ ସମେତ ଜାତୀୟ ସ୍ତରରେ ସୁଖ୍ୟାତି ପାଇଥିବା ବିଶିଷ୍ଟ ବୈଜ୍ଞାନିକ, ପ୍ରଶାସକ ତଥା ସଫଳ କୃଷି ଉଦ୍ୟୋଗୀମାନେ ଯୋଗ ଦେଇଛନ୍ତି ବୋଲି କାର୍ଯ୍ୟକ୍ରମର ସଂଯୋଜକ ଡଃ ଅଂଶୁମାନ ଜେନା ପ୍ରକାଶ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସୋଆର ଉପକୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ, ଉପକୁଳପତି ପ୍ରଫେସର ପି.କେ. ନନ୍ଦ, ଆଇଏଏସ୍‌ର ଆଡିସ୍‌ନାଲ୍ ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, ଲାଇଭଲିହୁଡ୍ ଅଲ୍ଟରନେଟିଭ୍ ମିଶନ୍‌ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସମ୍ବିତ ତ୍ରିପାଠୀ ଏବଂ ଆଏଏସ୍‌ର ଓଏସ୍‌ଡି ତଥା ସୋଆର ଆଡିସ୍‌ନାଲ୍ ଡିନ୍ (ରିସର୍ଚ୍ଚ) ପ୍ରଫେସର ପ୍ରିୟବ୍ରତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।ଏହି ଅବସରରେ ରାଜ୍ୟର ବିଭିନ୍ନ କୃଷି ମହାବିଦ୍ୟାଳୟ ମାନଙ୍କରୁ ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି । ସେମାନଙ୍କ ମଧ୍ୟରେ ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି ।

ସହରାଂଚଳ ରେ ପଶୁ ଚିକିତ୍ସାଳୟର ଶୁଭାରମ୍ଭ କଲା ସୋଆ…

( ) ଗୁରୁବାର ଏଠାରେ ସୋଆ ବିଶ୍ଵବିଦ୍ୟାଳୟ ପରିଚାଳିତ ସହରାଂଚଳ ପଶୁ ଚିକିତ୍ସାଳୟର ଶୁଭାରମ୍ଭ ହୋଇଛି । ରାଜ୍ୟର ଏହି ପ୍ରଥମ ବେସରକାରୀ ପଶୁ ଚିକିତ୍ସାଳୟ କୃଷି, କୃଷକ ସଶକ୍ତିକରଣ ଓ ପଶୁସମ୍ପଦ ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ ଏବଂ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡଃ) ମନୋଜରଞ୍ଜନ ନାୟକଙ୍କ ଦ୍ଵାରା ଉଦ୍‌ଘାଟିତ ହୋଇଛି।ଭୁବନେଶ୍ୱର ଉପକଣ୍ଠ ଶାମ୍‌ପୁର ଠାରେ ଆରମ୍ଭ ହୋଇଥିବା ଏହି ପଶୁ ଚିକିତ୍ସାଳୟରେ ସବୁ ପ୍ରକାର ପଶୁପକ୍ଷୀ ମାନଙ୍କର ଚିକିତ୍ସା କରାଯିବାର ବ୍ୟବସ୍ଥା ରହିଛି ।

ଏଥିରେ ଗାଏନାକୋଲୋଜି, ସର୍ଜରୀ ଓ ମେଡିସିନ୍ ଭଳି ବିଭାଗର ବ୍ୟବସ୍ଥା ରହିଛି। ଗୃହପାଳିତ ପଶୁ ସମେତ ରାସ୍ତାରେ ବୁଲୁଥିବା ପଶୁମାନଙ୍କର ଏଠାରେ ଚିକିତ୍ସା କରାଯିବ ବୋଲି ସୂଚନା ଦେଇଛନ୍ତି ସୋଆ ଭେଟେରିନାରୀ କଲେଜର ଡିନ୍ ପ୍ରଫେସର ବ୍ରହ୍ମଦେବ ପଟ୍ଟନାୟକ । ଏହି ଚିକିତ୍ସାଳୟରେ ଫାର୍ମାସୀ, ଲାବୋରେଟୋରୀ, ଓ ଅପରେସନ ଥିଏଟର ର ମଧ୍ୟ ବ୍ୟବସ୍ଥା ରହିଛି । ପ୍ରାଣୀଙ୍କ ଚିକିତ୍ସା ନିମନ୍ତେ ଏହି ଚିକିତ୍ସାଳୟରେ ୨୪ ଘଣ୍ଟା ସମସ୍ତ ସେବା ଉପଲବ୍ଧ ରହିବ ବୋଲି କହିଛନ୍ତି ଏହି ଚିକିତ୍ସାଳୟାର ନିର୍ଦ୍ଦେଶକ ଡଃ ଡି.ଏନ୍‌. ପଲ୍ ।ନିର୍ଦ୍ଦେଶକଙ୍କ ସମେତ ୩ ଜଣ ପ୍ରଫେସର ମଧ୍ୟ ଏଠାରେ କାର୍ଯ୍ୟରତ ରହିବେ । ତେବେ ଏହି ଚିକିତ୍ସାଳୟର ମୁଖ୍ୟ ଆକର୍ଷଣ ହେଉଛି ଗୃହପାଳିତ ପଶୁମାନଙ୍କ ନିମନ୍ତେ ସ୍ୱତନ୍ତ୍ର ସ୍ପା । ଏହି ସ୍ପାରେ ପଶୁମାନଙ୍କୁ ଗାଧୋଇଦେବା ସହ ତାଙ୍କର ହେୟାର କଟିଂ, ନେଲ୍ କଟିଂ ଏବଂ ଅନ୍ୟାନ୍ୟ ପ୍ରକାର ସ୍ୱାସ୍ଥ୍ୟଗତ ସୁବିଧା ଉପଲବ୍ଧ ରହିଛି ବୋଲି ପ୍ରଫେସର ପଟ୍ଟନାୟକ କହିଛନ୍ତି । ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମ ସମୟର ସବୁଠାରୁ ଆକର୍ଷଣ ଥିଲା ଗୋଟିଏ ମାଙ୍କଡ । ଉଦ୍‌ଘାଟନ ପୂର୍ବରୁ ହିଁ ମାଙ୍କଡ ଟି ଚିକିତ୍ସାଳୟରେ ଘୂରି ବୁଲୁଥିଲା । ତା’ର କିଛିଟା ସ୍ୱାସ୍ଥ୍ୟଗତ ସମସ୍ୟା ରହିଛି ଏବଂ ଉଦ୍‌ଘାଟନୀ ପରେ ପ୍ରଥମ ରୋଗୀ ଭାବେ ତା’ର ଚିକିତ୍ସା କରାଯିବ ବୋଲି ପ୍ରଫେସର ପଟ୍ଟନାୟକ କହିଥିଲେ ।

ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର (ଡଃ) ଅଶୋକ କୁମାର ମହାପାତ୍ର, ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଏବଂ ଚିକିତ୍ସାଳୟର ନିର୍ଦ୍ଦେଶକ ଏବଂ ବିଭିନ୍ନ ବିଭାଗର ଡାକ୍ତର ଉପସ୍ଥିତ ଥିଲେ ।

କୋଭିଡକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ରଙ୍କ ପ୍ରତିକ୍ରିୟା

( ) କୋଭିଡ ନେଇ ଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ରଙ୍କ ପ୍ରତିକ୍ରିୟା । ଏବେ ଆମେ ପାଣ୍ଡେମେସିଟି ରୁ ଏଣ୍ଡେମେସିଟି ଆଡ଼କୁ ଯାଉଛେ । ଏହା ଭିତରେ ଏମିତି ଗୋଟେ ଗୋଟେ ସ୍ପାଇକ ଆସିବ । ଏଥିପାଇଁ ଆତଙ୍କିତ ହେବାର ନାହିଁ । ଏ ଭାଇରସ କୁଆଡ଼େ ଯିବନି, କିନ୍ତୁ ତାର ରୋଗ କରିବା କ୍ଷମତା କମିଯିବ । ଯଦି ସଂଖ୍ୟା ବଢ଼ିବ, ଏହାର ମୁକାବିଲା ପ୍ରସ୍ତୁତି ପାଇଁ ଆମକୁ ବିଶେଷ ଅସୁବିଧା ହେବନି । କାରଣ ଆମର ଅଭିଜ୍ଞତା ଅଛି, ଭିତ୍ତିଭୂମି ଅଛି, ଔଷଧ ଅଛି । ଏବେ କେନ୍ଦ୍ର ସରକାରଙ୍କ ଗାଇଡ଼ ଲାଇନ ହେଉଛି, ଏଭିଡ଼େନ୍ସ ବେସଡ ଡିସିସନ ମେକିଙ୍ଗ । ଅର୍ଥାତ ଯେଉଁଠି ବଢ଼ୁଛି, ସେଇଠି ପଦକ୍ଷେପ ନିଅ । ତେଣୁ ସେଇ ଆଧାରରେ ପଦକ୍ଷେପ ନିଆଯିବ । ଏବେ ରାଜ୍ୟର ଦୈନିକ ସଂକ୍ରମଣ 15 ତଳେ ରହିଛି । ମାତ୍ର 5-6ଟି ଜିଲ୍ଲାରେ ନୂଆ ମାମଲା ଆସୁଛି । ଆକ୍ଟିଭ କେସ ସଂଖ୍ୟା 100 ତଳେ ଅଛି । ଡାକ୍ତରଖାନାରେ କୌଣସି ରୋଗୀ ନାହାନ୍ତି । ଏଣୁ ଏବେଠୁ ଆତଙ୍କିତ ହେବାର ନାହିଁ । ଯଦି ସଂଖ୍ୟା ବଢ଼ିବ, ତା ପାଇଁ ପ୍ରସ୍ତୁତି ଅଛି । ତୁରନ୍ତ ବନ୍ଦୋବସ୍ତ ହୋଇପାରିବ । ଜିଲ୍ଲାମାନଙ୍କୁ ନିର୍ଦେଶ ଦିଆଯାଇଛି, ସେମାନେ କଣ୍ଟିନଜେନ୍ସି ପ୍ଲାନ କରି ପ୍ରସ୍ତୁତ ରହିବେ । ଯେଉଁ ଅଞ୍ଚଳରେ ବଢ଼ିବ, ତାକୁ ନିୟନ୍ତ୍ରଣ କରିବା ପାଇଁ ନିର୍ଦେଶ ଦିଆଯାଇଛି । ଯଦି ଅଧିକ ବଢ଼ିବ, ରାଜ୍ୟ ସ୍ତରରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ତେବେ ଲୋକମାନଙ୍କୁ ଅନୁରୋଧ କୋଭିଡ ନିୟମ ମାନନ୍ତୁ । ମାସ୍କ ପିନ୍ଧନ୍ତୁ । ସାମାଜିକ ଦୂରତା ରଖନ୍ତୁ । ସୂଚନା ଥାଉକି, ତୃତୀୟ ଲହରରେ ଯଦିଓ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଲା, ଲୋକମାନେ ଡାକ୍ତରଖାନା ଗଲେନି, ମୃତ୍ୟୁ ମୁଖରେ ପଡ଼ିଲେନି । ଟୀକାକରଣ ହେଉ ବା ଆମର ସଚେତନତା ହେଉ, ଗତ ଦୁଇ ତିନି ବର୍ଷ ଭିତରେ କୋଭିଡ ସାଙ୍ଗେ ଲଢ଼ିବାର ସାମର୍ଥ୍ୟ ଆମର ହେଇଗଲାଣି । ତେଣୁ ଟେଷ୍ଟ ହେଲେ, କୋଭିଡ ଚିହ୍ନଟ ହେବ । ଗୁରୁତ୍ୱପୂର୍ଣ୍ଣ କଥା ହେଲା, କେତେ ଲୋକ ଭୟବହତା ଆଡ଼କୁ ଯିବେ ।

ଡାକ୍ତର ନିରଞ୍ଜନ ମିଶ୍ର, ଜନସ୍ୱାସ୍ଥ୍ୟ ନିର୍ଦେଶକ

୨୦୨୪ ସୁଦ୍ଧା ରାଜ୍ୟରେ ଶେଷ ହେବ ୧୫ଟି ପ୍ରମୁଖ ଜଳସେଚନ ପ୍ରକଳ୍ପ…

() ୨୦୨୪ ସୁଦ୍ଧା ରାଜ୍ୟରେ ୧୫ଟି ପ୍ରମୁଖ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି । ଏଥିମଧ୍ୟରୁ 2ଟିର କାର୍ଯ୍ୟ ଶେଷ ହୋଇଛି। ଲୋୟର ଇନ୍ଦ୍ର, ଇନ୍ଦ୍ରାବତି ଦୁଇଟି ପ୍ରକଳ୍ପ କରାଜ୍ୟ ଶେଷ ହୋଇଛି। ଅନ୍ୟ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ମହାନଦୀ ଅଵବାହିକାରେ 30ଟି ଜଳ ସଂରକ୍ଷଣ ପ୍ରକଳ୍ପ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। 8ଟି ପ୍ରକଳ୍ପର କାର୍ଯ୍ୟ ଚାଲୁ ରହିଛି। 21ଟିରେ ଟେଣ୍ଡର ପ୍ରକ୍ରିୟା ଜାରି ରହିଛି।

ରଘୁ ନନ୍ଦନ ଦାସ,ଜଳସମ୍ପଦ ମନ୍ତ୍ରୀ

ଡ୍ରାମା କରୁଛି କଂଗ୍ରେସ…

() କଂଗ୍ରେସରେ ଚାଲିଛି ହାଇ ଡ୍ରାମା l ଇସ୍ତଫା,ପିସିସି ପରିବର୍ତ୍ତନ୍, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଇସ୍ତଫା, ତାରା ବାହିନୀପତି ଙ୍କ ସଚେତକ ପଦରୁ ଇସ୍ତଫା ନେଇ ଏପରି କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ l ପିସିସି ନେଇ ସୋନିଆ ଗାନ୍ଧୀ ରାହୁଲ ଗାନ୍ଧୀ ଯାହା ନିଷ୍ପତି ନେବେ ଆମେ ସ୍ୱାଗତ କରିବୁ । ବିଧାୟକ ତାରା ବାହିନୀପତିଙ୍କ ଦାବି ଥିଲା ବିଧାୟକଙ୍କ ଭିତରୁ ଜଣଙ୍କୁ ପିସିସି ସଭାପତି କରାଯାଉ । ତାହା ହେଲେ ବି ମୁଁ କଂଗ୍ରେସରେ ରହିବି । ନହେଲେ ବି ରହିବି । ନରସିଂହ ମିଶ୍ର ରାଜ୍ୟର ଜଣେ ସମ୍ପତି । ତାଙ୍କୁ ଇସ୍ତଫା ଦିଅ ବୋଲି କହିବା ଠିକ ନୁହେଁ ସୁର କହିଛନ୍ତି। ସଭାପତି ଇସ୍ତଫା ପାଇଥିବା କିଛି କହି ନାହାଁନ୍ତି ଏସବୁ ଦେଖିଲେ କଂଗ୍ରେସରେ ହାଇ ଡ୍ରାମା ଚାଲିଛି ବୋଲି ସୁର କହିଛନ୍ତି । ଶେଷରେ ପିସିସି ସଭାପତି ତାଙ୍କୁ କାହିଁକି ନୋଟିସ କଲେ, ସେ ନେଇ ସୁର ନିରଂଜନ ପଟ୍ଟନାୟକଙ୍କୁ ତେରେଛା ବାଣ ମାରିଛନ୍ତି l

ସୁରେଶ ରାଉତରାୟ କଂଗ୍ରେସ୍ ବିଧାୟକ

ପୁରୀ କୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ଗ୍ରସ୍ତ ପ୍ରସଙ୍ଗ ରେ ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଙ୍କ ପ୍ରତିକ୍ରିୟା…

() କେବଳ ସେ ସୋ ବାଜି କରୁଛନ୍ତି।ତାଙ୍କୁ ତାଙ୍କ ଦଳ ମଧ୍ୟ ସମର୍ଥନ କରୁନି।ସରକାରୀ କର୍ମ କର୍ତ୍ତା ମନା କରିବା ସୁଦ୍ଧା ତା ସତ୍ତ୍ୱେ ଯିବା ଉଚିତ୍ ନୁହେଁ, କେବଳ ସେ ଆଡ ବ ଟାଇଜ କରିବାକୁ ଚାହୁଛନ୍ତି। ନୂଆ ରାଜନୀତି କୁ ଆସିଛନ୍ତି , ସୋ ବାଜି ଯଦି କରିବେ ସେ ଚିଷ୍ଠି ପାରିବେନି । ବେଆଇନ ହେଉଛି କି ଆଇନ୍ ଭାବେ ହେଉଛି ତାହା ପ୍ରଶାସନ ବୁଝି ସୁଝି କରୁଛନ୍ତି , ନ ବୁଝି କୌଣସି କାର୍ଯ୍ୟ ହେଉନି।ସେବାୟତ ଓ ଗଜପତି ଯେତେ ବେଳେ କହୁଛନ୍ତି ଉଚିତ୍ କାର୍ଯ୍ୟ ହେଉଛି , ସେ ଏକା କହୁଛନ୍ତି ଭୁଲ ହେଉଛି ବୋଲି।ତାଙ୍କର ବ୍ୟକ୍ତି ଗତ ଆଡଭ ଟାଇଜ ପାଇଁ ସେ କରୁଛନ୍ତି । ତାଙ୍କ ସହ ଦଳ ନାହିଁ କି ଦଳ ତାଙ୍କୁ ସମର୍ଥନ କରୁନଥିବା ତାଙ୍କ ଦଳୀୟ ନେତା କହୁଛନ୍ତି । ଯେତେ ବେଳେ ଏତେ ବଡ କଥା ସେ କହୁଛନ୍ତି ତାଙ୍କ ସହ କିନ୍ତୁ ଦଳ ରହୁନି ମାନେ ସେ ଲଜ୍ୟା ବୋଧ କରିବା କଥା ।

ପ୍ରମିଳା ମଲ୍ଲିକ : ଶାସକ ଦଳ ମୁଖ୍ୟ ସଚେତକ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ: ଜୟନ୍ତ ଷଡ଼ଙ୍ଗୀଙ୍କ ପ୍ରତିକ୍ରିୟା…

() ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ। ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ପ୍ରତିକ୍ରିୟା। ଏଏସଆଇକୁ ଟାର୍ଗେଟ କଲେ ଜୟନ୍ତ। ଏଏସଆଇ ବଦମାସ। ଏଏସଆଇ ଜାଣିକି ସବୁ କିଛି ହେଉଛି। ବିକାଶ କାମକୁ ଆମେ ବିରୋଧ କରୁନୁ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଯେଉଁ କାମ ଚାଲିଛି ତାହା ବହୁ ବର୍ଷ ଆଗକୁ ଲକ୍ଷ୍ୟ ରଖି କାମ କରାଯାଉଛି। ବାତ୍ୟା ଦ୍ୱାରା ଯେମିତି ପ୍ରଭାବିତ ନହେବ ସେମିତି କରାଯାଉଛି। କେବଳ ଅସୁବିଧା ଅଛି ଏଏସଆଇର ଅନୁମତିକୁ ନେଇ। ମୁଁ ବିକାଶ ପାଇଁ କାମ କରୁଛି,ଯିଏ ରାଜନୀତି କରୁଛି କରିଥାଉ।

ଜୟନ୍ତ ଷଡଙ୍ଗୀ,ପୁରୀ ବିଧାୟକ

ପାଞ୍ଚ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ…

() ପାଞ୍ଚ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ବିଚାରପତି ସମ୍ମିଳନୀରେ ଯୋଗଦେବା ପାଇଁ ଦିଲ୍ଲୀ ଯାଉଛନ୍ତି ନବୀନ । ଗସ୍ତକାଳରେ ରାଜ୍ୟ ସ୍ବାର୍ଥ ନେଇ କେନ୍ଦ୍ର ସହ ଆଲୋଚନା କରିପାରନ୍ତି । ୩ ତାରିଖ ମଙ୍ଗଳବାର ଦିନ ଦିଲ୍ଲୀରୁ ଫେରିବେ ମୁଖ୍ୟମନ୍ତ୍ରୀ।

Follow us

20,832FansLike
0FollowersFollow
14,700SubscribersSubscribe

Latest news