ବାତ୍ୟା କୁ ଦୃଷ୍ଟିରେ ରଖି ୧୮ ଜିଲାପାଳଙ୍କୁ ଆଲର୍ଟ କଲେ ରାଜ୍ୟ ସରକାର…

() ସମ୍ଭାବ୍ୟ ବାତ୍ୟା କୁ ଦୃଷ୍ଟିରେ ରଖି ୧୮ ଜିଲାପାଳଙ୍କୁ ଆଲର୍ଟ କଲେ ରାଜ୍ୟ ସରକାର । ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, ନୟାଗଡ଼, କଟକ, ମୟୂରଭଞ୍ଜ, କେନ୍ଦୁଝର, ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ କନ୍ଧମାଳ ଜିଲାପାଳଙ୍କୁ ଆଜି ଏକ ନିର୍ଦେଶନାମା ଜାରି କରିଛନ୍ତି। ଚିଠିରେ କୁହାଯାଇଛି ଯେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖ୍ ଜିଲା ଜରୁରୀ ପରିଚାଳନା କେନ୍ଦ୍ର ଓ ନିୟନ୍ତ୍ରଣ କକ୍ଷକୁ ଏବେଠାରୁ ପ୍ରସ୍ତୁତ ରଖିବାକୁ ପଡ଼ିବ। ନିୟନ୍ତ୍ରଣ କକ୍ଷରେ ଯେଭଳି ଟେଲିଫୋନ୍,ଫାକ୍ସ ପ୍ରଭୃତି ଅନ୍ୟାନ୍ୟ ସଂଯୋଗ ଠିକଣା ରହିବ ତାକୁ ଦୃଷ୍ଟି ଦେବା ସହିତ ମାନବସମ୍ବଳ ସଜାଗ ରହିବାକୁ ପଡ଼ିବ। ଜିଲାରେ ଥିବା ତଳିଆ ଅଞ୍ଚଳ କିମ୍ବା ବାତ୍ୟାପ୍ରବଣ ସ୍ଥାନକୁ ଚିହ୍ନଟ କରି ସେଠାରୁ ଯେଭଳି ତୁରନ୍ତ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ପାରିବ ପଦକ୍ଷେପ ନେବାକୁ ପଡ଼ିବ। ବାତ୍ୟା ପୂର୍ବରୁ ଲୋକେ ଯେଭଳି କଚାଘରେ ନରହିବେ ସେନେଇ ଏବେଠାରୁ ବ୍ୟବସ୍ଥା କରାଯିବା ଆବଶ୍ୟକ। ବିଶେଷକରି ଦିବ୍ୟାଙ୍ଗ’, ବୃଦ୍ଧ, ବୃଦ୍ଧା, ଶିଶୁ ଓ ଗର୍ଭସ୍ଥଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ପଡ଼ିବ। ଆସନ୍ତା ୬ ତାରିଖ ପୂର୍ବରୁ ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ, ଗୃହରକ୍ଷୀ ଓ ମହିଳା କନଷ୍ଟେବଳଙ୍କୁ ନେଇ ତିନୋଟି ଦଳ ଗଠନ କରିବାକୁ ହେବ। ବିଦ୍ୟାଳୟ ଓ ସରକାରୀ ସ୍ଥାନ ଚିହ୍ନଟ କରି ଏବେଠାରୁ ରଖିବାକୁ ପଡ଼ିବ। ସେଠାରେ ଲୋକେ ଆଶ୍ରୟ ନେଲେ ଠିକ୍ ରହିବ କି ନାହିଁ ତାହା ତହସିଲଦାର ଓ ବିଡିଓ ପରିଦର୍ଶନ କରି ସରକାରଙ୍କୁ ତଥ୍ୟ ପ୍ରଦାନ କରିବେ । ବିଦ୍ୟୁତ୍ କାଟକୁ ଯଥାସମ୍ଭବ କମାଇବା ସହିତ ପାଣିପାଗ ବିଭାଗର ପୂର୍ବାନୁମାନ ପ୍ରତି ସଜାଗ ରହି କାର୍ଯ୍ୟ କରିବା ଲାଗି ନିର୍ଦେଶ ଦିଆଯାଇଛି ।

ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଦ୍ଧିବଦ୍ଧଭାବେ ଘୋଷଣା ହେଲା ତାରିଖ….

() ବ୍ରଜରାଜନଗର ଉପନିର୍ବାଚନ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କ ସାମ୍ବାଦିକ ସମ୍ମିଳନୀ।ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆଜି ବିଦ୍ଧିବଦ୍ଧଭାବେ ଘୋଷଣା ହୋଇଛି।୩୧ ମେ ରେ ନିର୍ବାଚନ ହେବ ,୩ଜୁନରେ ଗଣନା ହେବ। ୧୧ ମେ ହେଉଛି ନାମାଙ୍କନ ଦାଖଲ ର ଶେଷ ତାରିଖ।୧୨ ମେରେ ଯାଞ୍ଚ ହେବ।୫ ଜୁନ ସୁଦ୍ଧା ନିର୍ବାଚନ ର ସମସ୍ତ କାର୍ଯ୍ୟ ଶେଷ ହେବ। ଝାରସୁଗୁଡା ଜିଲ୍ଲା ପାଇଁ ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ଟୋଟଲ ଭୋଟର ସଂଖ୍ୟା ଆଜି ପର୍ଯ୍ୟନ୍ତ ୨ଲକ୍ଷ୧୪ ହଜାର ୭୪୫ ଭୋଟର ଅଛନ୍ତି।୩୫୧୯ ହେଉଛନ୍ତି ବିକଳାଙ୍ଗ ଭୋଟର।୮୦ ବର୍ଷ ରୁ ଉର୍ଦ୍ଧ୍ବ ଭୋଟର ହେଉଛନ୍ତି ୩୧୨୭.।ସମସ୍ତଙ୍କୁ ଇପିକ କାର୍ଡ ଦିଆଯାଇଛି।ଯେଉଁ ମାନେ ମେ।୧୧ ତାରିଖ ସୁଦ୍ଧା ଭୋଟର ତାଲିକା ରେ ଯୋଡି ହେବା ପାଇଁ ଆବେଦନ କରିପାରିବେ। ଟୋଟାଲ ୨୭୯ ଟି ବୁଥ ରହିବ। କୋଭିଡ ସମୟରେ ୧୪୦୦ ଭୋଟର ଙ୍କ ପାଇଁ ଗୋଟିଏ ବୁଥ ଥିବା ବେଳେ ଏବେ ୧୨୫୦ ଭୋଟର ଙ୍କ ପାଇଁ ଗୋଟିଏ ବୁଥ ହେବ।ସମସ୍ତ ଇଭିଏମ ଉପଲବ୍ଧ ରହିଛି। ୬୯୯ ବାଲଟ ୟୁନିଟ,୮୬ କଣ୍ଟ୍ରୋଲ ୟୁନିଟ,୭୦୦ ଭିଭିପାର୍ଟ ଉପଲବ୍ଧ ଅଛି। ପ୍ରଥମ ଲେଭେଲ ଚେକ ଟେକ୍ନିକାଲ ଇଂଜିନିୟର ମାନଙ୍କ ଦ୍ବାରା କରାଯାଇଛି। ସାମାଜିକ ଦୂରତା ନିୟମ ରହିବ୍ କୋଭିଡ ପଜିଟିଭ ବାହାରିଲେ ଶେଷ ଘଣ୍ଟା ରେ ଭୋଟ ଦିଆଯିବ। ୮୦ ବର୍ଷରୂ ଉର୍ଦ୍ଧ୍ବ କିମ୍ବା ବିକଳାଙ୍ଗ ଭୋଟର ଚାହିଁଲେ ଘରେ ବସିକି ଭୋଟ ଦେଇପାରିବେ। ଏଥିପାଇଁ ବିଏଲ ଓ ମାନେ ଯାଇ ସେମାନଙ୍କ ମତାମତ ଆଣିବେ।ଏଥିପାଇଁ ସ୍ବତନ୍ତ୍ର ଫର୍ମ ରହିଛି। ପୋଷ୍ଟାଲ ବାଲଟ ବ୍ୟବସ୍ଥା ରହିବ।ପ୍ରାର୍ଥୀ ଯେଉଁ ମାନେ ରହିବେ ସେମାନେ ତାଙ୍କ ଅପରାଧିକ ତଥ୍ୟ ଘୋଷଣା ଦେବେ।

ସୁଶିଲ ଲୋହାନି,ମୁଖ୍ୟ ନିର୍ବାଚନ ଅଧିକାରୀ

ସହୀଦ ପରିବାରଙ୍କୁ ଅନୁକମ୍ପା ମୂଳକ ସହାୟତା ରାଶି…

() ମୁଖ୍ୟମନ୍ତ୍ରୀ ଙ୍କ ନିଷ୍ପତ୍ତି 

ସହୀଦ ପରିବାରଙ୍କୁ ଅନୁକମ୍ପା ମୂଳକ ସହାୟତା ରାଶି ଦଶ ଲକ୍ଷ ଟଙ୍କା କୁ ବୃଦ୍ଧି।

{} ଯୁଦ୍ଧ ତଥା ଉଗ୍ର ବାଦ ର ମୁକାବିଲା ସମୟରେ ବୀରଗତି ପ୍ରାପ୍ତ ହେଉଥିବା ସହୀଦ ଓଡ଼ିଆ ଯବାନ ମାନଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ସହାୟତା ରାଶି ପରିମାଣ କୁ ପାଞ୍ଚ ଲକ୍ଷ ଟଙ୍କା ରୁ ଦଶ ଲକ୍ଷ ଟଙ୍କା କୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀଶ୍ରୀ ନବୀନ ପଟନାୟକ ନିର୍ଦେଶ ଦେଇଛନ୍ତି।ସୂଚନା ଯୋଗ୍ୟ ଯେ ସମାରିକ ତଥା ଅର୍ଦ୍ଧ ସମାରିକ ବାହିନୀ ରେ ରହି ଦେଶ ପାଇଁ ପ୍ରଣାବଳୀ ଦେଉଥିବା ଯବାନ ଓ ଅଫିସର ମାନଙ୍କ ପରିବାର ର କଲ୍ୟାଣ ପାଇଁ ରାଜ୍ୟ ସରକାର କାର୍ଗିଲ ଯୁଦ୍ଧ ସମୟରୁ ସହୀଦ ପରିବାର କଲ୍ୟାଣ ପାଇଁ ଏକ ସହାୟତା ପାଣ୍ଠି ଗଠନ କରିଛନ୍ତି. ପ୍ରାଥମିକ ଭାବ ରେ ଏହି ସହାୟତା ରାଶି ଏକ ଲକ୍ଷ ଟଙ୍କା ଥିବା ବେଳେ 2010 ଓ 2012 ରେ ଏହାକୁ ଯଥା କ୍ରମେ ଦୁଇ ଲକ୍ଷ, ଓ ପାଞ୍ଚ ଲକ୍ଷ ଟଙ୍କା କୁ ବୃଦ୍ଧି କରାଯାଇଥିଲା ।

ବ୍ରଜରାଜନଗରରେ ପ୍ରଣବଙ୍କ ସମରସଜା….

() ବ୍ରଜରାଜନଗର ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ମେ ୩୧ ତାରିଖ ଦିନ ଉପ ନିର୍ବାଚନ ହେବ । ପଂଚାୟତ ଓ ପୌର ନିର୍ବାଚନରେ ଏକ ପାଖିଆ ବିଜୟ ପରେ ଶାସକ ବିଜେଡିର ଦଖଲରେ ଥିବା ବ୍ରଜରାଜନଗର ଆସନରେ ପୁଣିଥିରେ ବଡ଼ ବିଜୟରେ ନିର୍ବାଚନୀ ବୈତରଣୀ ପାର ହେବାକୁ ରଣନୀତି ପ୍ରସ୍ତୁତ କରିଛି ବିଜେଡ଼ି । ମୁଖ୍ୟମମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦ୍ଦେଶରେ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଝାରସୁଗୁଡ଼ାରେ ଉପ ନିର୍ବାଚନ ଲାଗି ଆରମ୍ଭ କରିଛନ୍ତି ନିର୍ବାଚନୀ ରଣନୀତି ।  ସବୁ ନିର୍ବାଚନରେ ବିଜେଡିର ବଡ଼ ବିଜୟ ପଛରେ ତୃଣମୂଳ କର୍ମୀଙ୍କ ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ। ଉପ ନିର୍ବାଚନ ନେଇ କର୍ମୀମାନଙ୍କ ମତ କଣ ରହିଛି । କଣ କଲେ ବ୍ରଜରାଜନଗର ଆସନରେ ବିଜେଡି ବଡ ବିଜୟରେ ଜିତିବ । ଏନେଇ ଝାରସୁଗୁଡ଼ାରେ କର୍ମୀମାନଙ୍କୁ ଗୁରୁମନ୍ତ୍ରୀ ଦେଇଛନ୍ତି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ପ୍ରଣବ କହିଥିଲେ ଯେ ଆମ ପାଇଁ ସବୁ ନିର୍ବାଚନ ଗୁରୁତ୍ବପୂର୍ଣ୍ଣ। ଦଳ ସବୁବେଳେ ନିର୍ବାଚନ ପ୍ରସ୍ତୁତିରେ ଥାଏ। ରାଜ୍ୟବାସୀ ଆମକୁ ଯେଉଁ ଭଲ ପାଇବା ଓ ଆର୍ଶୀବାଦ ଦେଉଛନ୍ତି ତାହାକୁ ଆମେ ସମ୍ମାନ ଦେବା । ଲୋକଙ୍କ ଭଲ ପାଇବା ଆମକୁ ଋଣୀ କରିଦେଇଛନ୍ତି । ୨୦୧୯ ସାଧାରଣ ନିର୍ବାଚନରେ ବ୍ରଜରାଜନଗରବାସୀ ସେହି ଭଲପାଇବା ଓ ଆର୍ଶୀବାଦ ପୂର୍ବତନ ବାଚସ୍ପତି ଆମ ଦଳର ବରିଷ୍ଠ ନେତା ସ୍ବର୍ଗତ କିଶୋର ମହାନ୍ତିଙ୍କୁ ଦେଇଥିଲେ । ସେହି ଅନୁସାରେ ସେ ବ୍ରଜରାଜନଗର ଅଂଚଳବାସୀଙ୍କ ସେବା କରୁଥିଲେ । ତାଙ୍କର ଅକାଳ ବିୟୋଗରେ ବ୍ରଜରାଜନଗର ବାସୀ ଯେମିତି ତାଙ୍କ ଅଭାବ ଜାଣିପାରିବେନି ଆମକୁ ତାହା କାମରେ କରି ଦେଖାଇବାକୁ ପଡିବ । କାରଣ ସବୁବେଳେ ସ୍ବର୍ଗତ କିଶୋର ଦାଦା ସବୁବେଳେ ଆମ ସହିତ ଅଛନ୍ତି ।

ବ୍ରଜ ରାଜନଗରରେ ବିଜେଡିର ଯିଏ ପ୍ରାର୍ଥୀ ହେଉ ଦଳ କିପରି ବଡ଼ ବିଜୟ ବ୍ୟବଧାନରେ ବିଜୟ କରିବ । ସେଥିଲାଗି ଆମକୁ ସଂଳକ୍ପ ନେବାକୁ ହେବ । ତାହାହିଁ ହେବ କିଶୋର ମହାନ୍ତିଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି । କାରଣ ବିରୋଧୀ ଦଳମାନେ ସବୁ ବେଳେ ନିର୍ବାଚନ ସମୟରେ ସକ୍ରୀୟ ହୋଇ ମିଥ୍ୟା ଅପ୍ରଚାର କରନ୍ତି । ତାହାକୁ ଜବାବ ଆମକୁ ଦେବାକୁ ପଡ଼ିବ। ଏହାସହ ବ୍ରଜରାଜନଗରର ବିକାଶ ଧାରାରେ ଯେମିତି କୌଣସି ବାଧକ ସୃଷ୍ଟି ନେହବ ସେ ଦିଗରେ ସମେସ୍ତ ଅଧିକ ଧ୍ୟାନ ଦେବାକୁ ବବି କର୍ମୀମାନଙ୍କୁ କହିଥିଲେ। ଉପ ନିର୍ବାଚନରେ ଦଳୀୟ କର୍ମୀ ଓ ନେତାଙ୍କ ଦାୟିତ୍ବ କଣ ସେ କଥା କର୍ମୀ ଓ ନେତାଙ୍କୁ ବୁଝାଇଥିଲେ ସଂଗଠନ ସମ୍ପାଦକ । ଏହି ବୈଠକରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ, ଝାରସୁଗୁଡ଼ା ପଯ୍ୟବେକ୍ଷକ ସୁବାଷ ସିଂହ, ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ, ଜିଲ୍ଲା ବିଜେଡି କର୍ମକତ୍ତାମାନେ ଯୋଗଦେଇଥିଲେ । ବାଲେଶ୍ବର, ତ୍ରିତ୍ତୋଲ, ପିପିଲି ପରି ପରା ଦମ ଲଗାଇ ବ୍ରଜରାଜନଗର ନିର୍ବାଚନ ଲଢିବାକୁ ପ୍ରଣବ ସମସ୍ତ ନେତା ଓ କର୍ମୀମାନଙ୍କୁ ଆହ୍ବାନ ଦେଇଥିଲେ ।

ସାମ୍ବାଦିକମାନଙ୍କର ସମାଜପ୍ରତି ଗୁରୁଦାୟିତ୍ୱ ରହିଛି-ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର…

() ସାମ୍ବାଦିକତାର ସମାଜ ପ୍ରତି ଗୁରୁଦାୟିତ୍ୱ ରହିଛି । ଗଣମାଧ୍ୟମ ଗଣସଚେତନତାର ବାହକ । ସାମ୍ବାଦିକମାନେ ସାମାଜିକ ପ୍ରତିବନ୍ଧିତା ସହ ନିରପେକ୍ଷ ସମ୍ବାଦ ପରିବେଷଣ କଲେ ସମାଜର ମଙ୍ଗଳ ସାଧନ ହେବ ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି । ଆଜି ସ୍ଥାନୀୟ ଜୟଦେବ ଭବନଠାରେ ଉତ୍କଳ ସାମ୍ବାଦିକ ସଂଘ ଓ ଭୁବନେଶ୍ୱର ସାମ୍ବାଦିକ ସଂଘଙ୍କ ଦ୍ୱାରା ମିଳିତ ଭାବେ ଆୟୋଜିତ ରାଜ୍ୟସ୍ତରୀୟ ସାମ୍ବାଦିକ ସମ୍ମେଳନକୁ ଉଦ୍ଘାଟନ କରି ଶ୍ରୀ ମହାପାତ୍ର ଏହା କହିଥିଲେ । ମୁଖ୍ୟ ଶାସନ ସଚିବ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାର ସାମ୍ବାଦିକମାନଙ୍କ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଓଡ଼ିଶା କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବା ନିମନ୍ତେ ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନା କାର୍ଯ୍ୟକାରୀ କରାଯାଉଛି । ୨୦୨୧-୨୨ ଆର୍ଥିକ ବର୍ଷରେ ୮୯୩୨ ଜଣ ସାମ୍ବାଦିକଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି । କାର୍ଯ୍ୟରତ ସାମ୍ବାଦିକ କୋଭିଡ୍ରେ ମୃତ୍ୟୁବରଣ କଲେ ତାଙ୍କ ପରିବାରଙ୍କୁ ୧୫ ଲକ୍ଷ ଟଙ୍କାର ଅନୁକଂପା ରାଶି ସରକାର ଘୋଷଣା କରିଛନ୍ତି । ବର୍ତ୍ତମାନ ସୁଦ୍ଧା ପ୍ରାୟ ୪୨ ଜଣ ସମ୍ବାଦିକଙ୍କ ନିକଟତମ ସଂପର୍କୀୟଙ୍କୁ ଏହି ଅନୁକଂପା ରାଶି ପ୍ରଦାନ କରାଯାଇଛି । ଏହାଛଡ଼ା ସାମ୍ବାଦିକଙ୍କ ପାଇଁ ୪ଲକ୍ଷ ଟଙ୍କାର ମୃତ୍ୟୁକାଳୀନ ସହାୟତା ଯୋଗାଇ ଦିଆଯାଉଛି । ଅଧିସ୍ୱୀକୃତି ପ୍ରାପ୍ତ ସାମ୍ୱାଦିକମାନଙ୍କ ରେଳଯାତ୍ରା ନିମନ୍ତେ ରିହାତି ଦରରେ ଟିକେଟ ପାଇଁ ରାଜ୍ୟ ସରକାର ସୁପାରିଶ କରୁଛନ୍ତି । ଦିଲ୍ଲୀ, କଲିକତା ଓ ମୁମ୍ୱାଇସ୍ଥିତ ଓଡ଼ିଶା ନିବାସ ଓ ଉତ୍କଳଭବନ ଏବଂ ସରକାରୀ ଡ଼ାକ ବଙ୍ଗଳାମାନଙ୍କରେ ସାମ୍ବାଦିକମାନଙ୍କ ରହଣି ନିମନ୍ତେ ରିହାତି ଦରରେ ଆରକ୍ଷଣ ପାଇଁ ମଧ୍ୟ ସଂପୃକ୍ତ କର୍ତ୍ତୁପକ୍ଷଙ୍କୁ ରାଜ୍ୟ ସରକାର ସୁପାରିଶ କରୁଛନ୍ତି । ଶ୍ରୀ ମହାପାତ୍ର ଆହୁରି ମଧ୍ୟ କହିଥିଲେ ଯେ କ୍ଷେତ୍ରସ୍ତରରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ସୁରକ୍ଷା ଓ ଅଧିକ ଟଙ୍କାର ସ୍ୱାସ୍ଥ୍ୟବୀମା ଆଦି ସାମ୍ବାଦିକମାନଙ୍କ ଆବଶ୍ୟକତା ବିଷୟରେ ସରକାର ସଚେତନ ଅଛନ୍ତି । କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣକାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲ୍ଲାପାଳ ଓ ଏସ୍.ପି.ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସାମ୍ବାଦିକମାନଙ୍କର ଅନ୍ୟାନ୍ୟ ଆବଶ୍ୟକତା ଓ ଦାବି ବିଷୟରେ ସରକାର ସହୃଦୟତାର ବିଚାର କରୁଛନ୍ତି ବୋଲି ମଧ୍ୟ ମୁଖ୍ୟ ଶାସନ ସଚିବ କହିଥିଲେ ।

ଏହି ଅବସରରେ ବିଶ୍ୱ ପ୍ରେସ୍ ସ୍ୱାଧିନତା ଦିବସ ଉପଲକ୍ଷେ ଜୟଦେବ ଭବନ ପରିସରରେ ଆୟୋଜିତ ଫଟୋଚିତ୍ର ପ୍ରଦର୍ଶନୀକୁ ଶ୍ରୀ ମହାପାତ୍ର ବୁଲି ଦେଖିଥିଲେ । ରାଜ୍ୟର ବିଭିନ୍ନ ସ୍ଥାନରୁ ସାମ୍ବାଦିକତା କ୍ଷେତ୍ରରେ ଉତ୍ତମ କାର୍ଯ୍ୟ କରିଥିବା ୭ ଜଣ ଯୁବ ସାମ୍ବାଦିକଙ୍କୁ ମଧ୍ୟ ମୁଖ୍ୟ ଶାସନ ସଚିବ ମାନପତ୍ର ଓ ଉପତୌକନ ଦେଇ ଉତ୍ସାହିତ କରିବା ସହ ଉତ୍କଳ ସାମ୍ବାଦିକ ସଂଘର ମୁଖପତ୍ର ‘ଓଡ଼ିଶା ବାର୍ତ୍ତାଜୀବୀ’ ଉନ୍ମୋଚନ କରିଥିଲେ । ସମ୍ବର୍ନ୍ଧିତ ହୋଇଥିବା ସାମ୍ବାଦିକମାନେ ହେଲେ ସର୍ବଶ୍ରୀ ପୂର୍ଣ୍ଣ ଚନ୍ଦ୍ର ନାୟକ, ରାଜେନ୍ ଚୌଧୂରୀ, ଜିତେନ୍ଦ୍ର ସାହୁ, ଭରତ ବେହେରା, ମନୋଜ ପ୍ରଧାନ, ରାମଚନ୍ଦ୍ର ପାଲ୍ ଓ ପ୍ରତାପ ପ୍ରଧାନ ।ଉତ୍କଳ ସାମ୍ବାଦିକ ସଂଘର ସଭାପତି ଶ୍ରୀ ବିଭୁତି ଭୂଷଣ କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ମେଳନର ଉଦ୍ଘାଟନୀ ପର୍ଯ୍ୟାୟରେ ସମାଜର ପୂର୍ବତନ ଖବର- ସଂପାଦକ ତଥା ଉତ୍କଳ ସାମ୍ବାଦିକ ସଂଘର ମୁଖ୍ୟ ଉପଦେଷ୍ଟା ଶ୍ରୀ ପ୍ରଦୋଷ ପଟ୍ଟନାୟକ ସମ୍ମାନିତ ଅତିଥିଭାବେ ଯୋଗଦେଇ ମୂଲ୍ୟବୋଧ ଭିତ୍ତିକ ସମ୍ବାଦିକତାର ଗୁରୁତ୍ୱ ଉପରେ ଉଦ୍ବୋଧନ ଦେଇଥିଲେ । ସାମ୍ବାଦିକ କଲ୍ୟାଣ ବୋର୍ଡର ସାଧାରଣ ସଂପାଦକ ଶ୍ରୀ ସନତ କୁମାର ମିଶ୍ର ଅତିଥି ପରିଚୟ ପ୍ରଦାନ ସହ ସମ୍ମେଳନର ସଂଯୋଜନା କରିଥିଲେ । ସଭାପତି ଶ୍ରୀ କର କାର୍ଯ୍ୟରତ ସାମ୍ବାଦିକମାନଙ୍କ କ୍ଷେତ୍ରସ୍ତରୀୟ ବାସ୍ତବ ସମସ୍ୟାଗୁଡିକ ପ୍ରତି ମୁଖ୍ୟ ଶାସନ ସଚିବଙ୍କ ଦୃଷ୍ଟି ଆକର୍ଶଣ କରିଥିଲେ । ଭୁବନେଶ୍ୱର ସାମ୍ବାଦିକ ସଂଘର ସଭାପତି ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶା ସାମ୍ବାଦିକ ସଂଘର କର୍ମକର୍ତ୍ତା ଶ୍ରୀ ପ୍ରଦ୍ୟୁମ୍ନ ମହାନ୍ତି, ଶ୍ରୀ ରାଜେନ ପ୍ରଧାନ ଓ ଶ୍ରୀ ଭାଗବତ ପ୍ରସାଦ ତ୍ରିପାଠୀ ପ୍ରମୁଖ ସମ୍ମାନିତ ଅତିଥିଭାବେ ଉଦ୍ଘାଟନୀ ଉତ୍ସବରେ ଯୋଗ ଦେଇଥିଲେ ।

ଉମାକାନ୍ତ ମହାପାତ୍ର,

ସୂଚନା ଅଧିକାରୀ, ମୁଖ୍ୟ ଶାସନ ସଚିବ

କାଳିଆ ଯୋଜନାର ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ…

() ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଅକ୍ଷୟ ତୃତୀୟା ଓ କୃଷକ ଦିବସ ଅବସରରେ ରାଜ୍ୟର କୃଷକ ମାନଙ୍କୁ କାଳିଆ ଯୋଜନାର ସହାୟତା ପ୍ରଦାନ କରିଛନ୍ତି।ଏହାଦ୍ବାରା ଝାରସୁଗୁଡା ବ୍ୟତୀତ ରାଜ୍ୟର ପ୍ରାୟ ୪୦ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ବ୍ୟାଙ୍କ ଖାତାକୁ ପାଖାପାଖି ୮୦୦ କୋଟି ଟଙ୍କା ସିଧାସଳଖ ପ୍ରଦାନ କରାଯାଇଛି।

ଏହି ଅବସରରେ କୃଷି ବିକାଶ ପାଇଁ ୮ଟି ନୂଆ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଆଜି ପଣସ ମିଶନ ଓ ରିୱାର୍ଡ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି।ଏହି ଅବସରରେ ମୁଖ୍ୟମନ୍ତ୍ରୀ ଚାଷୀ ଭାଇ ମାନଙ୍କ ପାଇଁ ନୂଆ ‘କୃଷକ ଓଡିଶା’ ପୋର୍ଟାଲ ଲୋକାର୍ପିତ କରିଥିଲେ।

ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଲେ ଯେ ଚାଷୀ ଆମ ଅର୍ଥନୀତିର ମୁଖ୍ୟ ଆଧାର। କୃଷି ବିକାଶ ଓ କୃଷକ କଲ୍ୟାଣ ରାଜ୍ୟ ସରକାରଙ୍କ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏ ବର୍ଷ କୃଷି ପାଇଁ ୨୦ ହଜାର କୋଟିରୁ ଅଧିକ ଟଙ୍କାର ବଜେଟ ରଖାଯାଇଛି।

ଅକ୍ଷୟ ତୃତୀୟା ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଭେଟି…

()ଅକ୍ଷୟ ତୃତୀୟା ଅବସରରେ ମୁଖ୍ୟମନ୍ତ୍ରୀଙ୍କ କାଳିଆ ସହାୟତା ପ୍ରଦାନ,ଝାରସୁଗୁଡା ଜିଲ୍ଲା ବ୍ୟତୀତ ସବୁ ଜିଲ୍ଲା ର ଚାଷୀ ପାଇଲେ।

ଖରିଫ ସହାୟତା ଭାବରେ ପ୍ରାୟ ୪୦ ଲକ୍ଷରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୮୦୦ କୋଟି ଟଙ୍କା।

ପ୍ରତି ଚାଷୀ ପାଇଲେ ଦୁଇହଜାର ଟଙ୍କା ସାରା ଦେଶର ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ ଓଡିଶାର ଚାଷୀ ଭାଇମାନଙ୍କର ଗୁରୁତ୍ବପୂର୍ଣ୍ଣ ଅବଦାନ ରଖିଛନ୍ତି, ସେଥିପାଇଁ ଧନ୍ୟବାଦ – ମୁଖ୍ୟମନ୍ତ୍ରୀ।

କୃଷି ବିକାଶ ପାଇଁ ୮ଟି ନୂଆ କାର୍ଯ୍ୟକ୍ରମ ଆରମ୍ଭ।ପଣସ ମିଶନ ଓ REWARD କାର୍ଯ୍ୟକ୍ରମର ଶୁଭାରମ୍ଭ, ମିଲେଟ୍‌ ମିଶନ ଏବଂ SPPIF ସମନ୍ବିତ କୃଷି କାର୍ଯ୍ୟକ୍ରମର ସଂପ୍ରସାରଣ- ସମୁଦାୟ ୩୬୪୪ କୋଟି ଟଙ୍କା ବିନିଯୋଗ।

କାଳିଆ ସହାୟତା ପାଇଁ ଆମ ଚାଷ ଭଲରେ ଚାଲିଛି, ପ୍ରଭୁ ଜଗନ୍ନାଥ ଆପଣଙ୍କର ମଙ୍ଗଳ କରନ୍ତୁ – ଚାଷୀ।

{} ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଅକ୍ଷୟ ତୃତୀୟା ଓ କୃଷକ ଦିବସ ଅବସରରେ ରାଜ୍ୟର କୃଷକ ମାନଙ୍କୁ କାଳିଆ ଯୋଜନାର ସହାୟତା ପ୍ରଦାନ କରିଛନ୍ତି । ଏହାଦ୍ବାରା ଝାରସୁଗୁଡା ବ୍ୟତୀତ ରାଜ୍ୟର ପ୍ରାୟ ୪୦ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ବ୍ୟାଙ୍କ ଖାତାକୁ ପାଖାପାଖି ୮୦୦ କୋଟି ଟଙ୍କା ସିଧାସଳଖ ପ୍ରଦାନ କରାଯାଇଛି । ଚାଷୀ ମାନଙ୍କୁ ଏହି ଟଙ୍କାକୁ ଚାଷ କାମରେ ଲଗାଇ କୃଷିରେ ଉନ୍ନତି ଆଣିବା ପାଇଁ ଏହି ଅବସରରେ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଲେ ଯେ ଚାଷୀ ଆମ ଅର୍ଥନୀତିର ମୁଖ୍ୟ ଆଧାର । ଆମର କୃଷକମାନେ କେବଳ ଓଡିଶା ନୁହେଁ, ସାରା ଦେଶର ଖାଦ୍ୟ ସୁରକ୍ଷାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ଓ ଓଡିଶା ପାଇଁ ଗୌରବ ଆଣିଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ଚାଷୀ ଭାଇଭଉଣୀ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

କୃଷି ବିକାଶ ଓ କୃଷକ କଲ୍ୟାଣ ରାଜ୍ୟ ସରକାରଙ୍କ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏ ବର୍ଷ କୃଷି ପାଇଁ ୨୦ ହଜାର କୋଟିରୁ ଅଧିକ ଟଙ୍କାର ବଜେଟ ରଖାଯାଇଛି।ଏହି ଅବସରରେ କୃଷି ବିକାଶ ପାଇଁ ୮ଟି ନୂଆ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ପଣସ ମିଶନ ଓ ରିୱାର୍ଡ (Rejuvenating Watershed for Agricultural Resilience through Innovative Development) କାର୍ଯ୍ୟକ୍ରମର ଶୁଭାରମ୍ଭ ହେବା ସହିତ ମିଲେଟ୍‌ ମିଶନ ଓ ସମନ୍ବିତ କୃଷି ପ୍ରୋତ୍ସାହନ ନିମନ୍ତେ ସ୍ବତନ୍ତ୍ର କାର୍ଯ୍ୟକ୍ରମ (Special Programme for Promotion of Integrated Farming)ର ପ୍ରସାର ମଧ୍ୟ କରାଯାଉଛି ।ସୂଚନାଯୋଗ୍ୟ ଯେ ପଣସ ମିଶନରେ ୯ଟି ଜିଲ୍ଲାର ପଣସ ଚାଷୀଙ୍କ ପାଇଁ ୯୭ କୋଟି ଟଙ୍କାର ପ୍ରୋତ୍ସାହନ ରଖାଯାଇଥିବା ବେଳେ, ରିୱାର୍ଡ ଯୋଜନାରେ ବୈଜ୍ଞାନିକ ପ୍ରଣାଳୀରେ ଜଳବିଭାଜିକା କାର୍ଯ୍ୟକ୍ରମ ଜରିଆରେ ଚାଷ ଜମିର ଉତ୍ପାଦକତା ବୃଦ୍ଧି ପାଇଁ ୫୦୦ କୋଟି ଟଙ୍କାର ଅର୍ଥ ବ୍ୟବସ୍ଥା କରାଯାଇଛି । ସେହିପରି ଓଡିଶା ମିଲେଟ୍‌ ମିଶନରେ ୧୯ଟି ଜିଲ୍ଲାର ୧୮୨ଟି ବ୍ଲକ୍‌ର ଚାଷୀ ମାନଙ୍କ ପାଇଁ ୨୮୦୮ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଥିବା ବେଳେ ସମନ୍ବିତ କୃଷିର ପ୍ରୋତ୍ସାହନ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ୮ଟି ଜିଲ୍ଲାର ୧.୮ ଲକ୍ଷ କୃଷକ ପରିବାରକୁ ସାମିଲ କରିବା ପାଇଁ ୨୩୯ କୋଟି ଟଙ୍କାର ଅର୍ଥ ବ୍ୟବସ୍ଥା କରାଯାଇଛି । ଏହି ୪ଟି ଯୋଜନା ପାଇଁ ୩୬୪୪ କୋଟି ଟଙ୍କା ଖର୍ଚ୍ଚ କରାଯିବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୃଷି କ୍ଷେତ୍ରରେ ପୁଞ୍ଜି ବିନିଯୋଗ ଉପରେ ଆମେ ବିଶେଷ ଗୁରୁତ୍ୱ ଦେଉଛୁ। କୃଷିକୁ ଏକ ଲାଭଜନକ ବୃତ୍ତି ଭାବରେ ବିକଶିତ କରବା ପାଇଁ ଆମର ଉଦ୍ୟମ ଜାରି ରହିବ ବୋଲି ସେ କହିଥିଲେ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ଚାଷୀ ଭାଇ ମାନଙ୍କ ପାଇଁ ନୂଆ ‘କୃଷକ ଓଡିଶା’ ପୋର୍ଟାଲ ଲୋକାର୍ପିତ କରିଥିଲେ । ଏଥିରେ ଚାଷୀମାନେ ସାମିଲ ହୋଇ ସେମାନଙ୍କ ତଥ୍ୟ ଅପ୍‌ଡେଟ କଲେ ଆବଶ୍ୟକ ସେବା ଓ ପରାମର୍ଶ ପାଇପାରିବେ । ଏହାସହିତ କୃଷକ ଓ କୃଷି ଉଦ୍ୟୋଗୀ ମାନଙ୍କ ପାଇଁ ‘ଗୋ-ସୁଗମ’ ପୋର୍ଟାଲର ମଧ୍ୟ ଶୁଭାରମ୍ଭ କରିଥିଲେ । ଏହା କୃଷକ ମାନଙ୍କ ପାଇଁ ଦେଶର ପ୍ରଥମ ସିଙ୍ଗଲ ୱିନଡୋ ପ୍ଲାଟଫର୍ମ।ଏହାସହିତ କୃଷି ଓ ଆନୁସଂଗିକ କ୍ଷେତ୍ରରେ କୃଷକଙ୍କ ଆୟ ବୃଦ୍ଧି ନିମନ୍ତେ ବାସ୍ତବମୁଖୀ ନୀତି ନିର୍ଦ୍ଧାରଣ ପାଇଁ “ଆନ୍ତର୍ଜାତିକ ଖାଦ୍ୟ ନୀତି ଗବେଷଣା ପ୍ରତିଷ୍ଠାନ” ଓ ରାଜ୍ୟ କୃଷି ବିଭାଗ ମଧ୍ୟରେ ଏକ ବୁଝାମଣାପତ୍ର ମଧ୍ୟ ସ୍ବାକ୍ଷରିତ ହୋଇଥିଲା । କୃଷକ ମାନଙ୍କ ସଶକ୍ତିକରଣ ପାଇଁ କୃଷକ ଉତ୍ପାଦକ ସଂଗଠନର ଏକ ମାର୍ଗଦର୍ଶିକା ମଧ୍ୟ ମଧ୍ୟ ମୁଖ୍ୟମନ୍ତ୍ରୀ ଉନ୍ମୋଚିତ କରିଥିଲେ ।

କୃଷି ମନ୍ତ୍ରୀ ଶ୍ରୀ ଅରୁଣ ସାହୁ କହିଲେ ଯେ ଅନେକ ପ୍ରାକୃତିକ ବିପର୍ଯ୍ୟୟ ର ସମ୍ମୁଖୀନ ହେଲେ ମଧ୍ୟ ମୂଖ୍ୟ ମନ୍ତ୍ରୀଙ୍କ
ଦୂର ଦୃଷ୍ଟି ଓ ଦୃଢ଼ ନେତୃତ୍ୱ ପାଇଁ ଓଡ଼ିଶା ଆଜି କୃଷି କ୍ଷେତ୍ରରେ ଅଗ୍ରଣୀ ହୋଇ ପାରିଛି। କୃଷି କ୍ଷେତ୍ର ରେ ମହିଳା ମାନଙ୍କୁ ଅଗ୍ରାଧିକାର ଦିଆ ଯାଉଛି। କୃଷି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପ ଉପରେ ସେ ଆଲୋକପାତ କରିଥିଲେ।କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାର ଚାଷୀ ନିର୍ମଳ ନାୟକ, ବାଲେଶ୍ବରର ବଇଦ ନାୟକ ଓ ସୁନ୍ଦରଗଡ ଜିଲ୍ଲାର ଚାଷୀ ମେନକା ଭୋଇ ପ୍ରମୁଖ କାଳିଆ ଯୋଜନା ଯୋଗୁ ସେମାନଙ୍କ ଚାଷ କାମରେ କିପରି ଉନ୍ନତି ଆସିଛି, ସେ ବିଷୟରେ ନିଜର ଅଭିଜ୍ଞତା ବର୍ଣ୍ଣନା କରିଥିଲେ । କାଲିଆ ସହାୟତା ପାଇଁ ସେମାନେ ସାର, ବିହନ ଆଦି ସହଜରେ କିଣି ଚାଷ କରିପାରୁଛନ୍ତି। ଏଥିପାଇଁ ମୂଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ପ୍ରକାଶ କରି ପ୍ରଭୁ ଜଗନ୍ନାଥ ଆପଣଙ୍କ ମଙ୍ଗଳ କରନ୍ତୁ ବୋଲି ସେମାନେ କହିଥଲେ।ଏହି କାର୍ଯ୍ୟକ୍ରମରେ ଏହିସବୁ ନୂଆ ଯୋଜନା ଓ କୃଷି କ୍ଷେତ୍ରରେ ଡିଜିଟାଲ ଟେକ୍‌ନୋଲୋଜିର ପ୍ରୟୋଗ ସଂପର୍କରେ ଏକ ଭିଡିଓ ଚିତ୍ର ପ୍ରଦର୍ଶିତ ହୋଇଥିଲା ।କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ସଂଜୀବ ଚୋପ୍ରା ସ୍ବାଗତ ଭାଷଣ ଦେଇଥିଲେ। କୃଷି ବିଭାଗର ସ୍ବତନ୍ତ୍ର ସଚିବ ଧନ୍ୟବାଦ ଅର୍ପଣ କରିଥିଲେ ।ବିଭିନ୍ନ ଜିଲ୍ଲାରେ ଜିଲ୍ଲପାଳ ଓ ଚାଷୀ ମାନେ ଉପସ୍ଥିତ ଥିଲେ।

ମେ’ ୩୧ ତାରିଖରେ ବ୍ରଜରାଜନଗର ଉପନିର୍ବାଚନ…

() ମେ’ ୩୧ ତାରିଖରେ ବ୍ରଜରାଜନଗର_ଉପନିର୍ବାଚ।ମେ’ ୪ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି।ମେ’ ୧୧ ତାରିଖ ଯାଏଁ ନାମାଙ୍କନ ପତ୍ର ଦାଖଲ।ମେ’ ୧୨ରେ ନାମାଙ୍କନ ଯାଞ୍ଚ, ୧୭ରେ ପ୍ରତ୍ୟାହାର ଜୁନ୍ ୩ରେ ଗଣତି ଓ ଫଳ ପ୍ରକାଶ।ଉପନିର୍ବାଚନ କୁ ନେଇ ଭାରତୀୟ ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ପ୍ରକାଶ |

ବିଜେପି ପଢିଲା ଆଇନ ପାଠ: ଭାଇଙ୍କୁ ବୁଝାଇଲେ ଭାଇ…

() ବିଜେଡି ବିଧାୟକ ସରୋଜ ମେହେର, ପ୍ରଦୀପ ପ୍ରାଣିଗ୍ରlହି, ପ୍ରଶାନ୍ତ ଜଗଦେବ ଶାସନରେ ଥାଇ ଶାସକ ଦଳର ଏହି ୩ଜଣ ବିଧାୟକଙ୍କୁ ପୋଲିସ ଗିରଫ କରିଛି l କାରଣ ଯିଏ ଯେତେ କ୍ଷମତା ଶାଳୀ ହୁଅନ୍ତୁନା କାହିଁକି ଆଇନ ଆଗରେ ସମସ୍ତେ ସମ୍ମାନ l କେହି ବି ଆଇନ ର ଉର୍ଦ୍ଧରେ ନୁହନ୍ତି l ରାଜ୍ୟ ସରକାରଙ୍କ ଏପରି ଆଭିମୁଖ୍ୟ ପାଇଁ ସାରା ଭାରତ ବର୍ଷରେ ଓଡ଼ିଶାର ରଖିଛି ସ୍ଵତନ୍ତ୍ର ପରିଚୟ l ଖାସ ସେଥିପାଇଁ ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ l ଯିଏ ଦୋଷ କରିବ ଆଇନ ର ନିୟମ ଅନୁସାରେ ଦଣ୍ଡ ପାଇବ l ସେ ଶାସକ ଦଳ କି ବିରୋଧି ଦଳ ସଦସ୍ୟ ତାହା ବିଚାର କରାଯାଏ ନାହିଁ l କିଛି ଏମିତି କହି କ୍ଷମତା ପାଇଁ ଅନ୍ଦ ହୋଇଯାଇଥିବା ରାଜ୍ୟ ବିଜେପି କୁ ରାଜନୀତି ର ପାଠ ପଡ଼ାଇଛି ବିଜେଡି l କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆଇନ୍‌ର ପାଠ ପଢାଇଲେ ପ୍ରଣବ ପ୍ରକାଶ ଦାସ । ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ଗିରଫ କରାଯିବା ନେଇ ଚିନ୍ତା ବ୍ୟକ୍ତ କରିଥିଲେ ଧର୍ମେନ୍ଦ୍ର ପ୍ରଧାନ । ଟୁଇଟ୍ କରି ଧର୍ମେନ୍ଦ୍ର କହିଥିଲେ ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ତରବରିଆ ଭାବେ ଗିରଫ କରାଯିବା ଚିନ୍ତାର ବିଷୟ । ଜଣେ ଜନପ୍ରତିନିଧିଙ୍କର ଦାୟିତ୍ୱ ହେଉଛି ଜନସାଧାରଣଙ୍କ କାର୍ଯ୍ୟ କରିବା ଓ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରିବା ।
ଏଥିରେ ବାଧା ସୃଷ୍ଟି କରାଯିବା ଅନୁଚିତ୍ । ଜନପ୍ରତିନିଧି ଓ ସରକାରୀ ଅଧିକାରୀଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରହିଲେ ହିଁ ସାଧାରଣ ଲୋକଙ୍କ କାର୍ଯ୍ୟ ସହଜ ହୋଇଥାଏ । କିନ୍ତୁ କିଛି ସରକାରୀ ଅଧିକାରୀ ନିଜର କର୍ତ୍ତବ୍ୟ ଓ ଦାୟିତ୍ୱକୁ ସୁଚାରୁରୂପେ ପାଳନ ନ କରି ଦଳୀୟ ଆଧାରରେ କାର୍ଯ୍ୟ କରି ଜନତାଙ୍କ ସମସ୍ୟାକୁ ଅଣଦେଖା କରିବା ସହ ବିକାଶମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି ; ଯାହାଫଳରେ ଜନଅସନ୍ତୋଷ ଦେଖାଯାଉଛି । ଏହାର ଏକ ଉଦାହରଣ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ଗିରଫଦାରୀ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ ।
ତେବେ କେନ୍ଦ୍ରମନ୍ତ୍ରୀଙ୍କ ଏହି ବୟାନ ଉପରେ ଜବାବ୍‌ ରଖିଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଟୁଇଟ୍‌ରେ ଜବାବ ରଖି ପ୍ରଣବ କହିଛନ୍ତି ଭାଇ, ଆପଣ ବୋଧହୁଏ ଅବଗତ ନାହାନ୍ତି ଯେ ଦେବଗଡ଼ ବିଧାୟକ ଜଣେ କର୍ତ୍ତବ୍ୟରତ ସରକାରୀ ଅଧିକାରୀଙ୍କୁ ମାଡ଼ ମାରି ଲହୁଲୁହାଣ କରିଛନ୍ତି। ନିକଟ ଅତୀତରେ କେନ୍ଦ୍ରମନ୍ତ୍ରୀ ବିଶ୍ଵେଶ୍ଵର ଟୁଡୁ ମଧ୍ୟ ସରକାରୀ କର୍ମଚାରୀଙ୍କୁ ନିଜ ଅଫିସକୁ ଡାକି ମରଣାନ୍ତକ ଆକ୍ରମଣ କରିଥିଲେ।
କେହି ଭୁଲିଯିବା ଉଚିତ ନୁହେଁ ଯେ ଓଡ଼ିଶାରେ ଆଇନର ଶାସନ ଚାଲିଛି। ବିଗତ ତିନି ବର୍ଷ ମଧ୍ୟରେ ଆଇନକୁ ହାତକୁ ନେଇଥିବା ବିଜେଡିର ତିନି ବିଧାୟକଙ୍କ ବିରୋଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ହୋଇଛି। ଏବେ ସମାନ କାରଣରୁ ଦେବଗଡ଼ ବିଧାୟକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ କରାଯିବା ବେଳକୁ ଆପଣ ବିରୋଧ କରୁଛନ୍ତି କାହିଁକି? ଆପଣଙ୍କ ଦଳର ବିଧାୟକ ବୋଲି ସେ କ’ଣ ଆଇନର ଉର୍ଦ୍ଧ୍ଵରେ? ଭାଇ, ଆପଣ ସଂସଦରେ ଆଇନ ତିଆରି କରୁଛନ୍ତି। ଆପଣ ଭଲ ଭାବେ ଜାଣନ୍ତି ଯେ ଗଣତନ୍ତ୍ରରେ ମନ୍ତ୍ରୀ, ସାଂସଦ, ବିଧାୟକ, ସାଧାରଣ ଜନତା ସମସ୍ତେ ସମାନ। ବିଜେଡି ସରକାରରେ ଆଇନ ଆଗରେ ସମସ୍ତଙ୍କୁ ସମାନ ଆଖିରେ ଦେଖାଯାଏ, ଏକଥା ଓଡ଼ିଶାରେ ମଧ୍ଯ ସମସ୍ତେ ଭଲ ଭାବେ ଜାଣନ୍ତି

ରାଜ୍ୟରେ ମିଡିଆ ଏକାଡେମୀ ଗଠନ କରାଯାଉ: ପ୍ରସନ୍ନ ମହାନ୍ତି

() ରାଜ୍ୟ ରେ ସ୍ଥାପନ ହେଉ ମିଡ଼ିଆ ଏକାଡେମୀ । ଏ ନେଇ ଆଜି ଭୁବନେଶ୍ୱର ରେ ଓଡ଼ିଶା ୟୁନୀୟନ ଅଫ ଜର୍ନାଲିଷ୍ଟ ବା OUJ ପକ୍ଷ ରୁ ବିଶ୍ଵ ମଇ ଦିବସ ସମାରୋହ ରେ ଦାବି କରାଯାଇଛି । OUJ ସଭାପତି ପ୍ରସନ୍ନ ମହାନ୍ତି ଙ୍କ ପୌରହିତ୍ୟ ରେ ଆୟୋଜିତ ଏହି ସମାରୋହ ରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଯୋଗ ଦେଇ ସାମ୍ବାଦିକଙ୍କ ସମସ୍ୟା ଓ ଏହାର ସମାଧାନ ପାଇଁ ପଦକ୍ଷେପ ନେବାକୁ ମତ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟସଭା ସାଂସଦ ମୁନା ଖାଁ,ଭୁବନେଶ୍ୱର ମେୟର ସୁଲୋଚନା ଦାସ ,ବରିଷ୍ଠ ସାମ୍ବାଦିକ ରବି ଦାସ ଯୋଗ ଦେଇ ମଇ ଦିବସ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଓୟୁଜେ ପକ୍ଷ ରୁ ମହିଳା ସମ୍ବାଦପତ୍ର ବିକାଳୀ ସୋଭାରାଣୀ ଦାସ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯକ୍ରମ ରେ ଓୟୂଯେ ସାଧାରଣ ସମ୍ପାଦକ ଅଶୋକ ନନ୍ଦ ଙ୍କ ସମେତ ଓୟୁଜେ ର କର୍ମକର୍ତ୍ତା କିଷାନ ରାଉତ,ରାଜେଶ୍ ପଟନାୟକ,ଅକ୍ଷୟ ସାହୁ,ଅବିନାଶ ମହାପାତ୍ର, ଚିନ୍ମୟ ମହାପାତ୍ର କାର୍ଯକ୍ରମ ପରିଚାଳନା କରିଥିଲେ । କାର୍ଯକ୍ରମ ରେ ଓୟୂଜେ ସହ ସହବନ୍ଧିତ ଥିବା ରାଜ୍ୟ ର ବହୁ ସାମ୍ବାଦିକ ଉପସ୍ଥିତ ଥିଲେ । ଏହି ଅବସରରେ ସାମ୍ବାଦିକ ମାନଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ୬ ଦଫା ସମସ୍ୟା ସମ୍ବଳିତ ଦାବିପତ୍ର କୁ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛି ୟୁନୀୟନ୍ । ଏଥି ସହ ରାଜ୍ୟ ରେ ଏକ ମିଡ଼ିଆ ଏକାଡେମୀ ସ୍ଥାପନ କରିବାକୁ ଓୟୁଯେ ପକ୍ଷ ରୁ ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଥିବା ନେଇ ଓୟିଯେ ସଭାପତି ପ୍ରସନ୍ନ ମହାନ୍ତି ସୂଚନା ଦେଇ କହିଛନ୍ତି ।

Follow us

20,832FansLike
0FollowersFollow
14,700SubscribersSubscribe

Latest news