ଅଳକା ମହାନ୍ତି ହେଲେ ବ୍ରଜରାଜନଗର ଉପନିର୍ବାଚନ ର ବିଜେଡି ପ୍ରାର୍ଥୀ…

() ସ୍ବର୍ଗତ କିଶୋର ମହାନ୍ତିଙ୍କ ସ୍ତ୍ରୀ ଅଳକା ମହାନ୍ତି ହେଲେ ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେଡି ର ପ୍ରାର୍ଥୀ। ସବୁ ଲବିକୁ ପଛରେ ପକାଇ “ଅଳକା ମହାନ୍ତି” ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ହୋଇଛନ୍ତି l ୧୧ତାରିଖରେ ସେ ନାମାଙ୍କନ ପତ୍ର ଦାଖଲ କରିବେ l

ପଦ୍ମଶ୍ରୀ ରଜତ କରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶୋକ କହିଲେ: ରାଷ୍ଟ୍ରୀୟ ସମ୍ମାନ ସହ କରାଯିବ ଶେଷକୃତ୍ୟ…

{} ବାଗ୍ମୀ ରଜତ କରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଙ୍କ ଶୋକ।

() ସୁସାହିତ୍ୟିକ, ଜଗନ୍ନାଥ ସଂସ୍କୃତି ର ଅନନ୍ୟ ଗବେଷକ ପଦ୍ମଶ୍ରୀ ରଜତ କରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶୋକବାର୍ତ୍ତା ରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ବର୍ଗତ ରଜତ କର ଓଡ଼ିଆ ସାରସ୍ୱତ ଜଗତକୁ ବହୁ ଭାବରେ ସମୃଦ୍ଧ କରିଯାଇଛନ୍ତି ।ଭଞ୍ଜ ସାହିତ୍ୟରେ ତାଙ୍କର ଅଗାଧ ପାଣ୍ଡିତ୍ୟ ଥିଲା।ଓଡ଼ିଆ ସଂସ୍କୃତି ଓ ପରମ୍ପରା ବିଶେଷ କରି ଜଗନ୍ନାଥ ସଂସ୍କୃତି ର ପ୍ରଚାର ପ୍ରସାର ରେ ତାଙ୍କର ଅବଦାନ ପାଇଁ ସେ ସବୁବେଳେ ସ୍ମରଣୀୟ ହୋଇ ରହିବେ।ତାଙ୍କ ବିୟୋଗରେ ଓଡିଶା ଜଣେ ସୁଯୋଗ୍ୟ ସନ୍ତାନକୁ ହରାଇଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ଶୋକ ସନ୍ତପ୍ତ ପରିବାର କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ପରଲୋକ ଗତ ଆତ୍ମାର ସଦଗତି କାମନା କରିଛନ୍ତି।ପଦ୍ମଶ୍ରୀ ରଜତ କରଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନ ସହ କରାଯିବ।ପଦ୍ମଶ୍ରୀ ସ୍ବର୍ଗତ ରଜତ କରଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନ ର ସହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରଛନ୍ତି।ସୂଚନା ଯୋଗ୍ୟ ଯେ ଆଜି ସନ୍ଧ୍ୟା ରେ ପଦ୍ମଶ୍ରୀ ରଜତ କରଙ୍କ ପରଲୋକ ହୋଇଯାଇଛି।

ଆଉ ନାହାନ୍ତି ପ୍ରସିଦ୍ଧ ଭାଷ୍ୟକାର ପଦ୍ମଶ୍ରୀ ରଜତ କର…

() ଆରପାରିରେ ବରିଷ୍ଠ ସାହିତ୍ୟିକ ପ୍ରସିଦ୍ଧ ଭାଷ୍ୟକାର ପଦ୍ମଶ୍ରୀ ରଜତ କର l ଆଉ ଏକ ଅପୁରଣିୟ କ୍ଷତି ଓଡିଆ ସାହିତ୍ୟ ଜଗତର ଜଣେ ସ୍ରଷ୍ଟା ଆପଣ ,,ରଥଯାତ୍ରାରେ ଆଉ ଶୁଭିବନି ସେହି ବାଗ୍ମିଙ୍କ ସ୍ବର l ଆପଣଙ୍କ ଅବର୍ତ୍ତମାନ ସାହିତ୍ୟ ଜଗତ ପାଇଁ କଳାଦିନ ଟିଏ l

ଓଡିଶାକୁ ଛୁଇଁବ ନାହିଁ ବାତ୍ୟା : ୧୦ରୁ ବର୍ଷା…..

() ବାତ୍ୟା ଅସାନୀ ନେଇ ଏସଆରସିଙ୍କ ସାମ୍ବାଦିକ ସମ୍ମିଳନୀ। ସବୁ ମଡେଲର ଆକଳନ ଅନୁସାରେ ଆନ୍ଧ୍ର କିମ୍ବା ଓଡିଶା କୁ ଛୁଇଁବ ନାହିଁ। ପୁରୀ ଠାରୁ ୯୦ ରୁ ୧୦୦ କିମି ଦୂରରେ ଯିବ। ଏହାର ପ୍ରଭାବରେ ଉପକୂଳ ଓଡିଶାରେ ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବ। ଓଡିଶାରେ ବିଶେଷ କ୍ଷତି ଘଟାଇବ ନାହିଁ। ରାଜ୍ୟ ବିଭିନ୍ନ ସ୍ଥାନରେ ଆଜି ସୁଦ୍ଧା ୫୬ ଟି ବୋଟ ସମୁଦ୍ର ଭିତରେ ଥିଲା। ସବୁ କୂଳକୁ ଆସିଯାଇଛନ୍ତି। ଚିଲିକାରେ ୧୦୦୦ ବୋଟ ଚାଲେ। ୨୫୦ ଟି ଭିତରେ ଥିଲା। ସବୁ କୁଳକୁ ଆସିଛନ୍ତି। କାଲିଠୁ ଚିଲିକା ଡଙ୍ଗା ଚଳାଚଳ ଉପରେ ରୋକ ଲାଗିବ। ଆଇଏମଡି ର ଆକଳନ ଅନୁସାରେ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବ। କିନ୍ତୁ କୌଣସି ସ୍ଥାନରେ ବନ୍ୟା ପରିସ୍ଥିତି ହେବ ନାହିଁ। କିଛି ସହରାଞ୍ଚଳରେ କୃତ୍ରିମ ବନ୍ୟା ସ୍ଥିତି ଦେଖାଦେଇପାରେ। ଏଥିପାଇଁ ୧୮ ଜିଲ୍ଲାର ଜିଲ୍ଲାପାଳ ଙ୍କ ସମେତ ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁର ମୁନିସପାଲ କଭିଶନରଙ୍କୁ ଜଳ ନିଷ୍କାସନ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।ବିଭିନ୍ନ ସ୍ଥାନରେ ଓଡ୍ରାଫ ଟିମ ମୁତୟନ କରାଯାଇଛି। ଗଞ୍ଜାମ ଜିଲ୍ଲାରେ ଦୁଇଟି ଟିମ୍, ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ଏବଂ ସାତପଡ଼ାରେ ଗୋଟିଏ ଲେଖାଏଁ ଟିମ୍, ଭଦ୍ରକ, କେନ୍ଦ୍ରାପଡା ଏବଂ ଜଗତସିଂହପୁର ରେ ଗୋଟିଏ ଲେଖାଏଁ ଓଡ୍ରାଫ ଟିମ ମୁତୟନ କରାଯାଇଛି। ବାଲେଶ୍ବର ରେ ଗୋଟିଏ ଏନଡିଆରଏଫ ଟିମ୍ ରହିବେ। କଚ୍ଚା ଘରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି। ପରିସ୍ଥିତି ଦେଖି ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନଡିଆରଏଫ ପାଇଁ ଅତିରିକ୍ତ ଗାଡି ଆବଶ୍ୟକ ପଡିପାରେ। ତେଣୁ ଗାଡି କୁ ପ୍ରସ୍ତୁତ ରଖାଯାଇଛି। ୧୧ ତାରିଖ ଓଡିଶା ପାଇଁ ଗୁରୁତ୍ୱପୂର୍ଣ୍ଣ। ଗଞ୍ଜାମ ରୁ ପୁରୀ ମଧ୍ୟରେ ଅତିକ୍ରମ କରିବା ବେଳେ ଉପକୂଳ ଓଡିଶାରେ ସାମାନ୍ୟ ପବନ ବହିପାରେ। ବାତ୍ୟା ଓ ବିପଦ ସବୁ ଅଞ୍ଚଳରେ ସମ୍ବେଦନଶୀଳ ଅଲଗା ଅଲଗା ରହିଛି।

ଦିଲ୍ଲୀ ଗଲାବେଳେ କଣ କହିଲେ କଂଗ୍ରେସ ନେତା…?

() ଦିଲ୍ଲୀ ଅଭିମୁଖେ ବାହାରିଲେ କଂଗ୍ରେସ ନେତା ଶରତ ପଟନାୟକ। ପିସିସି ସଭାପତି ରେସରେ ମୁ ନାହିଁ । ଓଡିଶା ପିସିସି ସଭାପତି ଚୟନ ନେଇ ହାଇ କମାଣ୍ଡ ଯାହା ନିଷ୍ପତି ନେବେ ତାହା ଆମେ ସମସ୍ତେ ମାନିବୁ। ସଙ୍ଗଠନ ସମ୍ପର୍କରେ ଆଲୋଚନା କରିବୁ। ହାଇ କମାଣ୍ଡ ଙ୍କୁ ଦଳ ର ସଂଗଠନ ଓ ସୁଦୃଢ ନେଉ ଅବଗତ କରାଇବୁ।ସେପଟେ ଦିଲ୍ଲୀ ଯାତ୍ରା କଲେ କଂଗ୍ରେସନେତା ଜୟଦେବ ଜେନା। ଯିବା ପୂର୍ବରୁ ଗଣମଧ୍ୟମ କୁ ପ୍ରାତିକ୍ରିୟାରେ କହିଛନ୍ତି କେବଳ ପିସିସି ଚୟନ ନେଇ ଆମେ ଦିଲ୍ଲୀ ଯାଉନାହୁଁ ବରଂ 2024 ପାଇଁ ରଣ ନିରୀ ପ୍ରସ୍ତୁତ ହେବ, ଅଗମୀ ନିର୍ବାଚନରେ କେମିତି ଦଳ ମୁକାବିଲା କରାଯିବ ସେ ନେଇ ଆଲୋଚନା କରାଯିବ ଓଡିଶା ରେ କଂଗ୍ରେସ ବର୍ତମାନ ଦୁର୍ବଳ ସ୍ଥିତିରେ ଅଛି। 135 ବର୍ଷର ପୁରୁଣା କଂଗ୍ରେଏ ଦଳକୁ ଓଡିଶା ରେ ମଜବୁତ କ କରାଯିବ । ଦିଲ୍ଲୀ ଗଲେ କଂଗ୍ରେସ ବିଧାୟକ। ସୁର ରାଉତରାୟ ଓ ମହମ୍ମଦ ମୋକିମ ଙ୍କ ଦିଲ୍ଲୀ ଗସ୍ତ। ଆସନ୍ତା କାଲି ରାହୁଲ ଓ ସୋନିଆଙ୍କୁ ଭେଟିବେ। ପିସିସି ସଭାପତି , ବିଧାୟକ ଦଳ ନେତା ପରିବର୍ତନ ସହ 24 ପୂର୍ବରୁ ସଂଗଠନ ସୁଦୃଢ ନିମନ୍ତେ ହେବ ବ୍ୟାପକ ଆଲୋଚନା। ଗତ କାଲି ତାରା ପ୍ରସାଦ ବାହିନୀପତି ଓ ଅଧିରାଜ ମୋହନ ପାଣିଗ୍ରାହୀ ଦିଲ୍ଲୀ ରେ ପହଞ୍ଚିଥିଲେ।

 

 

ନିରଞ୍ଜନଙ୍କ ପରେ କିଏ…?

() କଂଗ୍ରେସକୁ ଘାରିଛି ଘର ସଜାଡ଼ିବା ଚିନ୍ତା । ପ୍ରଭାରୀଙ୍କ କସରତ ପରେ ଦଳର ସଂଗଠନକୁ ନେଇ ମାନସ ମଥଂନ କରିବେ ହାଇକମାଣ୍ଡ । ଆସନ୍ତା ୯ ତାରିଖ ଦିନ ଦଳର ସମସ୍ତ ବିଧାୟକ, ପୂର୍ବତନ ପିସିସି ସଭାପତି ଓ ଦଳର ହେବିଓ୍ବେଟ ନେତାଙ୍କୁ ଭେଟିବେ କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧୀ । ଦଳର ସଂଗଠନକୁ କିପରି ମଜବୁତ କରାଯିବ , କାହାକୁ ପିସିସି ସଭାପତି କରାଯିବ ଓ କଣ କରାଗଲେ ଦଳ ଓଡ଼ିଶାରେ ମଜବୁତ ହେବ ସେନେଇ ଦଳୀୟ ବିଧାୟକ ଓ ବରିଷ୍ଠ ନେତାଙ୍କ ସହ ଓ୍ବାନ ଟୁ ଓ୍ବାନ ଆଲୋଚନା କରିବେ ରାହୁଲ । ନେତାଏ ମଧ୍ୟ ଆଲୋଚନା ବେଳେ ସଂଗଠନର ଦୋଷ ଦୁର୍ବଳା ପ୍ରସଙ୍ଗ ଉଠାଇବେ ବୋଲି କହିଛନ୍ତି । ବିଧାୟକଙ୍କ ମଧ୍ୟରୁ ଜଣକୁ ପିସିସି ସଭାପତି କରିବା ପାଇଁ ଦାବି କରିଛନ୍ତି ବିଧାୟକମାନେ । ଏହାସହ କଂଗ୍ରେସ ବିଧାୟକ ଦଳ ଓ ମୁଖ୍ୟ ସେଚତକ ନେତା ସହ ତୃଣମୂଳ ସ୍ତରରୁ ସଂଗଠନ ପରିବତ୍ତର୍ନ କରିବା ପାଇଁ ବିଧାୟକମାନେ ଦାବି କରିବେ ବୋଲି କହିଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା ପଦରୁ ନରସିଂହ ମିଶ୍ର ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଥିବା ବେଳେ ସଚେତକ ପଦରୁ ତାରା ପ୍ରସାଦ ବାହୀନପତି ଇସ୍ତଫା ଦେଇଛନ୍ତି ।  ବିଧାୟକ ପିସିସି ଚୌକି ପାଇଁ କଂଗ୍ରେସରେ ବିଭିନ୍ନ ଗୋଷ୍ଠି ମଧ୍ୟରେ ଲବି ଜୋରଦାର ହୋଇଛି । ବିଧାୟକ ଗୋଷ୍ଠୀ ବିଧାୟକଙ୍କ ମଧ୍ୟରୁ ଜଣକୁ ଦାବି କରିଛନ୍ତି । ଏହି ରସରେ ଆଗରେ ଅଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିବ ଓ ତାରା ପ୍ରସାଦ ବାହୀନପତି । ସେହିପରି ସଭାପତି ରେସରେ ଶରତ ପଟ୍ଟନାୟକ, ଭକ୍ତ ଦାସ, ସାଂସଦ ସପ୍ତଗିରି ଉଲ୍ଲାକାଭ୍କ ନାଁ ଆଗରେ ରହିଛି । ତେବେ ହାଇକମାଣ୍ଡ କାହାକୁ ପିସିସି ମଙ୍ଗ ଧରାଉଛି ତାହାକୁ ନେଇ କଂଗ୍ରେସ ରାଜନୀତି ଉଷ୍ମ ।

ଆସନ୍ତାକାଲି ଲଘୁଚାପର ରୂପନେବ ଅବପାତର..

() ଆସନ୍ତା କାଲି ଲଘୁଚାପ ଅବପାତର ରୂପ ନେବ। imd ଆକଳନ ଅନୁସାରେ 10 ତାରିଖ ଯାଏ ସ୍ଥଳଭାଗରୁ 250 କିମ ଦୂରରେ ରହିବ। 10 ତାରିଖ ପରେ କେଉଁଠି ଲାଣ୍ଡଫଳ କରିବ ତାହା ଅବପାତର ରୂପ ନେଲେ ଜଣା ପଡିବ। ଆସନ୍ତା କାଲି ଜଣା ପଡିବ ବାତ୍ୟା ହେବକି ନାହିଁ।ଉତ୍ତର ଆନ୍ଦ୍ର ପ୍ରଦେଶ କିମ୍ବା ଦକ୍ଷିଣ ଓଡିଶାରେ ଲାଣ୍ଡଫଲ କରିପାରେ ବୋଲି ଆଶା କରାଯାଇ ପରେ। ଆସନ୍ତା କାଲି ରିପୋର୍ଟ ମିଳିବା ପରେ ଆମେ ndrf ,ଓଡ୍ରାଫ ଓ ଅଗ୍ନିଶମ ଟିମକୁ ଡିପ୍ଲୋଏ କରିବ।ଆମେ ଏବେ ବ୍ୟସ୍ତ ହେଉନହୁ। ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଆମେ ଚେଷ୍ଟା କରିବା zero casualty ପାଇଁ। ଯାହା ଜଣା ପଡୁଛି 10 ତାରିଖ ଦିନ ପୁରୀ ଖୋର୍ଦ୍ଧା ଗଂଜାମ ଓ ଜଗତସିଂହପୁର ରେ ବର୍ଷା ହେବ। ବଙ୍ଗୋପ ସାଗର ଅସ୍ଥିର ରହିବ। ମସ୍ୟଜୀବୀଙ୍କୁ ଫେରିବାକୁ ନିର୍ଦେଶ ଦେଇଛୁ। ଇଣ୍ଡିଆନ କଷ୍ଟ ଗାର୍ଡକୁ ନଜର ରଖିବାକୁ ଚିଠି ଲେଖିଛୁ। 8 ତାରିଖ ପର ଠାରୁ ସମୁଦ୍ରକୁ ଡଙ୍ଗା ଯିବନି। ଆଜି ଟେଲିକମ କମ୍ପାନୀ ସହ କଥା ହେଉଥିଲୁ। ତାଙ୍କୁ ମଧ୍ୟ ସତର୍କ ରହିବାକୁ କହିଛୁ। ସେଲ on wheel ରେଡି ରଖିବାକୁ କହିଛୁ।Forest , ନଗର ଉନ୍ନୟନ, water dept, ବିଜୁଳି dept ସହ କଥା ହେଉଛୁ ଗର୍ଭବତି ମହିଳା, ବାର୍ଦ୍ଧକ୍ୟ ଲୋକଙ୍କୁ sefe ସ୍ଥାନକୁ ଆଣିବକୁ ବ୍ୟବସ୍ଥ କରାଯାଇଛି।ବିଭିନ୍ନ ବିଭାଗ ସହ ରିଭ୍ୟୁ କରାଯାଉଛି। ଆମେ confident ଅଛୁ zero casualty ରେ ବାତ୍ୟାର ମୁକାବିଲା କରିବୁ, ଚଢା ଦରରେ ଜିନିଷ ଯେଉଁଠି ବିକ୍ରି ହେଉଛି ସେଠାରେ ଚଢ଼ାଉ କାରାଯାଉଛି।

ପ୍ରଦୀପ ଜେନା, ସ୍ୱତନ୍ତ୍ର ରିଲିଫ କମିଶନର

ବିଧାୟକ ସମ୍ବିତ ରାଉତରାୟଙ୍କ ପ୍ରତିକ୍ରିୟା….

() ବିଜେଡି ବିଧାୟକ ସମ୍ବିତ ରାଉତରାୟଙ୍କ ପ୍ରତିକ୍ରିୟା । 19 ନିର୍ବାଚନରେ ନିର୍ବାଚନ ଲଢ଼ିଥିଲି, ସେତେବେଳେ ଦେବାଶିଷ ଫୋଟ ବେନର, ପୋଷ୍ଟରରେ ଥିଲା। ଦେବାଶିଷ ଫୋଟ ଦେଖି ମତେ ଭୋଟ ଦେଲେ କି । ଲୋକେ ମତେ ଚହିଁନାହାନ୍ତି କହିବା ଠିକ ନୁହେଁ । 21 ହଜାର ବୋଟରେ ଜିତିଛି। ସ୍ୱପ୍ନ ଦେଖିବା ମନା ନାହିଁ। କିନ୍ତୁ ଦିବାସପ୍ନ ଦେଖିବା ଭାରି ଭୟଙ୍କର। ମତେ ତଳେ ପକାଇ , ନିନ୍ଦା , ତିରସ୍କାର କରି ଉପରକୁ ଉଠାଇବାକୁ ଚେଷ୍ଟା କରିବା ଅନୁଚିତ। 45 ବର୍ଷ ଧରି ସେଠି ରାଜନୀତି କରୁଛୁ। ଆମ ଅକ୍ତିଆର ରେ ଅଛି। ତାଙ୍କ ପାରିଦିପ ସହ ସଂପର୍କ କଣ। 2000ରୁ ମୁ ସେଠାରେ ପ୍ରଚାର କରୁଛି। ସେ କହୁ କହୁ କହିଦେଲା। ହାଇକମାଣ୍ଡ ଯାହାକୁ ଟିକିଟ ଦେବେ ସେ ଲଢ଼ିବେ। ଆଶା ରହିବା ସ୍ୱାଭାବିକ।

ରାଜ୍ୟରେ ଶକ୍ତି ସଙ୍କଟ ନେଇ ବିଧାନସଭା କମିଟିର ବୈଠକ…

() ରାଜ୍ୟରେ ଶକ୍ତି ସଙ୍କଟ ନେଇ ବିଧାନସଭା କମିଟିର ବୈଠକ। ଅଧ୍ୟକ୍ଷ ବାଚସ୍ପତି ସୂର୍ୟ ପାତ୍ରଙ୍କ ଅଧ୍ୟକ୍ଷତାରେ ବୈଠକ। ବିଦ୍ୟୁତ୍ କାଟ ଉପରେ ବୈଠକରେ ଆଲୋଚନା ହୋଇଛି। ବୈଠକ ପରେ ବାଚସ୍ପତି ସୂର୍ୟ ପାତ୍ରଙ୍କ ପ୍ରତିକ୍ରିୟା। ଦୁଇ କମ୍ପାନୀ ଚୁକ୍ତି ଅନୁସାରେ ପାୱାର ନ ଦେଇ ହାଇକୋର୍ଟ ରୁ ରହିତା ଦେଶ ଆଣିଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପାୱାର ଦେବାକୁ ରାଜି ହୋଇଛନ୍ତି।ତେଣୁ ବିଦ୍ୟୁତ୍ ସଙ୍କଟ ସାମୟିକ ସମସ୍ୟା ଥିଲା। ଦର୍ଲିପାଲି ୟୁନିଟ ଯୋଗୁଁ ବି ସମସ୍ୟା ଉପୁଜିଥିଲା। କିନ୍ତୁ ଶକ୍ତି କ୍ଷେତ୍ରରେ ଏବେ ବି ଓଡ଼ିଶା ବଳକା ରାଜ୍ୟ। ୩୩/୧୧ କେଭି ସଂଯୋଗ କୁ ତଦାରଖ ପାଇଁ ସିଷ୍ଟମ ଥିଲେ ବି ୩୩/୧୧ ତଳକୁ ସଂଯୋଗ ର ତଦାରଖ ପାଇଁ ଡିଭାଇସ ନାହିଁ। ଯାହା ଫଳରେ ଗାଁ ଗହଳିରେ ଶକ୍ତି ସମସ୍ୟା ମନିଟର କରିବାକୁ ସମସ୍ୟା ଉପୁଜିଛି। ଏଥିପାଇଁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏବେ ସଙ୍କଟ ସାମୟିକ ଭାବେ ଥିଲେ ବି ଭବିଷ୍ୟତରେ କିପରି ସମସ୍ୟା ନ ହେବ ସେଥିପ୍ରତି ଦୃଷ୍ଟି ଦେବାକୁ ବୈଠକରେ ଆଲୋଚନା ହୋଇଛି। ସମସ୍ୟାର ତଦାରଖ ପାଇ ୪ ଟା ସବ କମିଟି କରାଯାଇଛି। କମିଟି ବିଭିନ୍ନ ସ୍ଥାନ ପରିଦର୍ଶନ କରି ରିପୋର୍ଟ ଦେବ। ବୈଠକରେ କମିଟି ସଦସ୍ୟଙ୍କ ସହ ଶକ୍ତି ମନ୍ତ୍ରୀ,ସଚିବ,ଟାଟା କମ୍ପାନୀର ଅଧିକାରୀଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

 

ଶକ୍ତି ସଚିବଙ୍କ ପ୍ରତିକ୍ରିୟା…….

ମେ ୧ ତାରିଖରୁ ନାହିଁ ବିଦ୍ୟୁତ୍ ସଙ୍କଟ। ଲୋଡ ରେଗୁଲେଶନ ଆଉ ନାହିଁ। ଦର୍ଲିପାଲି ୟୁନିଟ ବନ୍ଦ ଥିବାରୁ ୨୫୦ ୟୁନିଟ କମ ହେଉଥିଲା। ମେ ୧ ତାରିଖରୁ ଆଉ ସେ ସମସ୍ୟା ନାହିଁ।ଦର୍ଲିପାଲି ୟୁନିଟ ରେ ଯାହା କମ ଥିଲା ଓପିଜିସି ର ଏକ ୟୁନିଟରୁ ଆଡଜଷ୍ଟ କରାଗଲା।

ନିକୁଞ୍ଜ ଧଲ,ଶକ୍ତି ବିଭାଗ ସଚିବ

ସମ୍ଭାବ୍ୟ ବାତ୍ୟା କୁ ନେଇ ପ୍ରସ୍ତୁତ ଶକ୍ତି ବିଭାଗ…

() ସମ୍ଭାବ୍ୟ ବାତ୍ୟା କୁ ନେଇ ଶକ୍ତି ବିଭାଗ ପ୍ରସ୍ତୁତ। ବାତ୍ୟା ପୂର୍ବ,ବାତ୍ୟା ସମୟ ଓ ବାତ୍ୟା ପରବର୍ତ୍ତୀ ମୁକାବିଲା ନେଇ ୱାରରୁମ୍ ପ୍ରସ୍ତୁତ କରାଯାଇଛି। ପୂର୍ବରୁ ମଧ୍ୟ କମ୍ ସମୟରେ ଶକ୍ତି ସଂଯୋଗ କରିବାରେ ବିଭାଗ ସଫଳ ହୋଇଛି। ଏବେ ବି ପ୍ରସ୍ତୁତ। ସବୁ ପ୍ରକାର ପଦକ୍ଷେପ ନିଆଯାଇଛି। ସମ୍ଭାବ୍ୟ ବାତ୍ୟାକୁ ନେଇ ବିଭାଗ ସମ୍ପୂର୍ଣ ପ୍ରସ୍ତୁତ। ଓପିଟି ସିଲ୍ ଓ ଅନ୍ୟ ଦିଷ୍ଟ୍ରିବ୍ୟୁସନ୍ ସଂସ୍ଥା ପ୍ରସ୍ତୁତ ଅଛନ୍ତି। ମନିତର ମେକାନିଜମ ଆରମ୍ଭ ହୋଇଛି। ପର୍ଯ୍ୟାପ୍ତ ପରିମାଣର ମ୍ୟାଟେରିଆଲ ଅଛି। କର୍ମଚାରୀଙ୍କୁ ପଠାଇବା ପାଇ ବ୍ୟବସ୍ଥା କରାଯାଇଛି। ଗତ ବାତ୍ୟା ସମୟରେ ୯୯.୫ ପ୍ରତିଶତ ଉପଭୋକ୍ତାଙ୍କୁ ୫ ଦିନ ମଧ୍ୟରେ ସଂଯୋଗ ଦିଆଯାଇଥିଲା। ଚଳିତ ଥର ଯଦି ସେପରି ସ୍ଥିତି ଆସେ ଅଧିକ ଶୀଘ୍ର କରିବାକୁ ବ୍ୟବସ୍ଥା ହୋଇଛି। ସେ ନେଇ ବିଭାଗ ପ୍ରସ୍ତୁତି ହୋଇଛି। ହସ୍ପିଟାଲକୁ ବିଦ୍ୟୁତ୍ ସଂଯୋଗ, ପାନୀୟ ଜଳ ୟୁନିଟ କୁ କିପରି ଶକ୍ତି ସଂଯୋଗ ନ କଟିବ ସେ ନେଇ ବ୍ୟବସ୍ଥା ହୋଇଛି।ଯଦି ସମସ୍ୟା ଉପୁଜେ ପ୍ରାଥମିକତା ଭିତ୍ତିରେ କିପରି ସେଠାକୁ ସଂଯୋଗ ଦିଆଯିବ ଓ କିପରି ଯଥାଶୀଘ୍ର ସଂଯୋଗ ଦିଆଯିବ ସେ ନେଇ ବ୍ୟବସ୍ଥା କରାଯାଇଛି।

ନିକୁଞ୍ଜ ଧଲ,ଶକ୍ତି ବିଭାଗ ସଚିବ

Follow us

20,832FansLike
0FollowersFollow
14,700SubscribersSubscribe

Latest news