ଭୁବନେଶ୍ୱର ଇନଷ୍ଟିଚ୍ୟୁଟ୍ ଅଫ ଇଞ୍ଜନିୟରସ ଠାରେ ନବ ସଂକଳ୍ପ ଶିବିର….

() AICC ରାସ୍ତାରେ ପିସିସି। ଚିନ୍ତନ ଶିବିର ଭଳି ଆସନ୍ତା ଜୁନ୍ ୧ ଓ ୨ ଭୁବନେଶ୍ୱର ଇନଷ୍ଟିଚ୍ୟୁଟ୍ ଅଫ ଇଞ୍ଜନିୟରସ ଠାରେ ନବ ସଂକଳ୍ପ ଶିବିର ଅନୁଷ୍ଠିତ ହେବ। ଏଥିରେ ନେତା, ବିଧାୟକ, ସାଂସଦ, ପୂର୍ବତନ ବିଧାୟକ ସାଂସଦ ମାନେ ଯୋଗଦେବେ। ତୃଣମୂଳ ସ୍ତରରୁ କଂଗ୍ରେସକୁ ସୁଦୃଢ଼ କରିବାକୁ ପ୍ରସ୍ତୁତ ହେବ ବ୍ଲୁ ପ୍ରିଣ୍ଟ। ଏହା ସହ ଶୃଙ୍ଖଳା ପାଠ ବି ପଢ଼ାଜିବ। ଶୃଙ୍ଖଳା ଭିତରେ ସବୁ ରହିବାକୁ ବାଧ୍ୟ। ରାହୁଲ ଗାନ୍ଧୀ ନିର୍ଦ୍ଦେଶ ଦେଇଛନ୍ତି ଯେ ଆଉ ବିଶୃଙ୍ଖଳା କୁ ବର୍ଦାସ୍ତ କରାଯିବ ନାହିଁ। ଯିଏ ବିଶୃଙ୍ଖଳା କରିବ, ହାଇ କମାଣ୍ଡ ତାଙ୍କ କଥା ବୁଝିବେ। ଅତୀତରେ ବଡ ବଡ଼ ନେତାଙ୍କୁ ସସ୍ପେଣ୍ଡ କରାଯାଇଛି। ତେଣୁ ୨୦୨୪ ରେ ଭଲ ପ୍ରଦର୍ଶନ କରିବାକୁ ହେଲେ ଦୃଢ଼ ରୋଡ ମ୍ୟାପ୍ ଦରକାର। ଶଙ୍କରାଚାର୍ଯ୍ୟ କହିଲେଣି ବିଜେଡ଼ି ଓ ବିଜେପି ମିଶିକି ଅଛନ୍ତି। ଆମେ ଆଗରୁ ଏହା କହିଆସୁଚୁ। ଏବେ ଲୋକ ବୁଝିଲେଣି। ଆଗାମୀ ଦିନରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ। ପୁରୁଣା ନେତାଙ୍କୁ ଫେରାଇବାକୁ ବି ପ୍ରୟାସ ଆରମ୍ଭ ହୋଇଛି।

ଶରତ ପଟ୍ଟନାୟକ, ପିସିସି ସଭାପତି

ମଙ୍କି ପକ୍ସ କୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାବନୀ…

() ମଙ୍କି ପକ୍ସ କୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାବନୀ ଜାରି କରିଛି। ବର୍ତ୍ତମାନ ସୁଧା ୨୦ ରାଷ୍ଟ୍ରରେ ଏହା ବ୍ୟାପି ସାରିଲାଣି।ଏହା ବସନ୍ତ ପରି ଏକ ରୋଗ। ତେଣୁ ଆମ ଦେଶରେ ବ୍ୟାପିବାର ଅନେକ ସମ୍ଭାବନା ରହିଛି। ଏହି ବିଷୟରେ ସତର୍କତା ମୂଳକ ପଦକ୍ଷେପ ପାଇଁ ରୋଗ ଚିହ୍ନଟ ପାଇଁ କଣ ପ୍ରଣାଳୀ ଅବଲମ୍ବନ କରିବାକୁ ହେବ ଏଥିପାଇଁ କେମିତି ଟେଷ୍ଟ କରାଯିବ ଏସବୁ ନିର୍ଧାରଣ କରିବା ପାଇଁ ଡାକ୍ତର ମାନଙ୍କ ସେନସେଟାଇଜେସନ ପ୍ରୋଗ୍ରାମ ୩ ରୁ ୪ ଦିନ ଭିତରେ କରାଯିବ। ବର୍ତ୍ତମାନ ଯାଏଁ ଭାରତରେ କୌଣସି କେଶ ବାହାରି ନାହିଁ। ତେବେ କେଉଁ ମାନଙ୍କୁ ପର୍ୟ୍ଯବେକ୍ଷ ଭିତରେ ରଖାଯିବ ଏଥିପାଇଁ ଡାକ୍ତର ମାନେ ଜାଣିବା ଆବଶ୍ୟକ। ତେଣୁ ଏନେଇ ରାଜ୍ୟ ସରକାର ବ୍ୟବସ୍ଥା କରୁଛନ୍ତି।

ନିରଞ୍ଜନ ମିଶ୍ର, ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ

ରାଜ୍ୟସଭା ନିର୍ବାଚନ ପାଇଁ ନାମ ଘୋଷଣା କଲା ବିଜେଡ଼ି…

ରାଜ୍ୟସଭା ନିର୍ବାଚନ ପାଇଁ ଘୋଷଣା କଲା ବିଜୁ ଜନତା ଦଳ। ସୁଲତା ଦେଓ, ମାନସ ମଙ୍ଗରାଜ, ଡକ୍ଟର ସସ୍ମିତ ପାତ୍ର ଓ ନିରଞ୍ଜନ ବିଶିଙ୍କୁ ଟିକେଟ ଦେଲା ବିଜେଡି ।

ରୂପାନ୍ତର ଶୃଙ୍ଖଳାର ଦ୍ବିତୀୟ ବୈଠକ…

() ରୂପାନ୍ତର ଶୃଙ୍ଖଳାର ଦ୍ବିତୀୟ ବୈଠକ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ରୂପାନ୍ତର ଉପକ୍ରମ (Transformation Initiatives) ଉପରେ ଉପସ୍ଥାପନା।

ସହାରାଞ୍ଚଳ ବିକାଶରେ ଗୋଷ୍ଠୀ ସହଭାଗୀତାରେ କ୍ଷୀପ୍ର, ବ୍ୟାପକ ରୂପାନ୍ତରଣ ।

ଜାଗା ମିଶନ, Drink from Tap, ମୁକ୍ତା, କଠିନ ବର୍ଜ୍ୟବସ୍ତୁ ପରିଚାଳନା, ଆଦି କାର୍ଯ୍ୟକ୍ରମ ଖୁବ କମ୍‌ ସମୟରେ ସହରାଞ୍ଚଳରେ ରୂପାନ୍ତର ଆଣିଛି 

ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା, ଏକ ଟିମ୍‌ ଭାବରେ କାମ କରିବାକୁ ସବୁ ବିଭାଗକୁ ପରାମର୍ଶ ।

{} ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ ସରକାରଙ୍କ ରୂପାନ୍ତର ଶୃଙ୍ଖଳାର ଦ୍ବିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଜିର ବୈଠକରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରମୁଖ ସଚିବ ଶ୍ରୀ ଜି. ମାଥିଭାତନନ୍ ବିଭାଗର Transformational Initiative ସଂପର୍କରେ ଏକ ଉପସ୍ଥାପନା ରଖିଥିଲେ ।

ଏହିସବୁ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳରେ ଉପଲବ୍‌ଧ ସାଧାରଣ ବୈଷୟିକ ଜ୍ଞାନର ପ୍ରୟୋଗ କରାଯାଇଥିବା ବେଳେ, ଗୋଷ୍ଠୀ ସହଭାଗୀତା ଜରିଆରେ କାର୍ଯ୍ୟକାରୀ କରାଯାଇଛି । ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ଗରିବ ଲୋକଙ୍କ ସହଭାଗୀତା ଲୋକଙ୍କୁ ବିକାଶ ପ୍ରକ୍ରିୟା ସହିତ ଯୋଡିବା ସହିତ ସେମାନଙ୍କର ଜୀବନଜୀବିକାରେ ଉନ୍ନତି ଆଣିପାରିଛି ଏବଂ ସମାଜରେ ସମ୍ମାନର ସହ ବଞ୍ଚିବା ପାଇଁ ପ୍ରେରଣା ଦେଇପାରିଛି । ଏ ରୂପାନ୍ତର ସମାଜର ତଳସ୍ତରରେ ବ୍ୟାପକ ପରିବର୍ତ୍ତନର ଅୟମାରମ୍ଭ କରିଛି । ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିବା ସହିତ ସବୁ କାର୍ଯ୍ୟକ୍ରମରେ ସବୁ ବିଭାଗ ଏକ ଟିମ୍‌ ଭାବରେ କାମ ସଫଳତା ଆଣିବାକୁ ପରାମର୍ଶ ଦେଇଥିଲେ ।ଏହି ଉପସ୍ଥାପନା ଅନୁଯାୟୀ ରାଜ୍ୟର ୧୬ ପ୍ରତିଶତ ଜନସାଧାରଣ ସହରାଞ୍ଚଳରେ ବସବାସ କରନ୍ତି ଏବଂ ସେଥିମଧ୍ୟରୁ ୪୦ ପ୍ରତିଶତ ଅଞ୍ଚଳରେ ପିଇବା ପାଣିର ସୁବିଧା ନ ଥିଲା । ୪ ଲକ୍ଷ ଘରେ ଟଏଲେଟ୍‌ର ସୁବିଧା ମଧ୍ୟ ନଥିଲା।କିନ୍ତୁ ଆମର ରୂପାନ୍ତର ଉପକ୍ରମ ଆରମ୍ଭ ହେବା ପରେ ଆଜି ରାଜ୍ୟର ୮୪ ପ୍ରତିଶତ ଘରେ ଶତପ୍ରତିଶତ ପାଇପ ପାଣିର ବ୍ୟବସ୍ଥା ହୋଇପାରିଛି । ପୂର୍ବରୁ ୩ ଲକ୍ଷ ଘରକୁ ପାଇପ ପାଣିର ସୁବିଧା ଥିବାବେଳେ, ବର୍ତ୍ତମାନ ୧୦ ଲକ୍ଷ ଘରକୁ ପାଇପ ପାଣିର ସୁବିଧା ଦିଆଯାଇପାରିଛି । ପୁରୀରେ Drink from Tap କାର୍ଯ୍ୟକ୍ରମ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପରେ, ଏହା ବର୍ତ୍ତମାନ ରାଜ୍ୟର ୨୪ଟି ସହରରେ ଆରମ୍ଭ ହୋଇଛି। ଏଥିରେ ବସ୍ତି ଅଞ୍ଚଳକୁ ପ୍ରାଥମିକତା ଦିଆଯାଉଛି । ପାନୀୟ ଜଳ ଯୋଗାଣ ନୀତିରେ Tap waterକୁ ନାଗରିକମାନଙ୍କର ଏକ ଅଧିକାର ଭାବରେ ଗ୍ରହଣ କରାଯାଇଛି ।

ସେହିପରି ମଳମୁତ୍ର ଓ କଠିଜ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ମଧ୍ୟ ଯଥେଷ୍ଟ ଉନ୍ନତି ଆସିପାରିଛି । ବର୍ତ୍ତମାନ ରାଜ୍ୟର ୧୦୦ଟି ସହରରେ ୧୦୩ଟି Seepage Treatment Plant ଦିନକୁ ୧୮୦୦ କିଲୋ ଲିଟର Faecal Sludge ବିଶୋଧନ କରାଯାଉଛି । ଏଥିରେ କମ୍ ଖର୍ଚ୍ଚରେ ସାଧାରଣ ଟେକ୍ନୋଲୋଜିର ପ୍ରୟୋଗରେ ଗୋଷ୍ଠୀ ସହଭାଗୀତାରେ ବ୍ୟାପକ ପରିବର୍ତ୍ତନ ଅଣାଯାଇ ପାରିଛି।

ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିଭଙ୍ଗୀ ଅନୁଯାୟୀ ଜାଗା ଠାରୁ ଲୋକ ଅଧିକ ମୂଲ୍ୟବାନ । ପୂର୍ବରୁ ସହରାଞ୍ଚଳର ୧୭ ଲକ୍ଷ ବସ୍ତିବାସିନ୍ଦା ଅନେକ ଅବ୍ୟବସ୍ଥା ମଧ୍ୟରେ ରହୁଥିଲେ। ଜାଗା ମିଶନରେ ୪ ବର୍ଷ ମଧ୍ୟରେ ଏବେ ୧ ଲକ୍ଷ ୭୫ ହଜାର ପରିବାରକୁ ଜମି ଅଧିକାର ଦିଆଯାଇଥିବା ବେଳେ, ୫୮୫ଟି ବସ୍ତିକୁ ଆଦର୍ଶ କଲୋନୀରେ ପରିଣତ କରାଯାଇଛି। ସେହିପରି ୧୫୪୦ ବସ୍ତିକୁ ଶତ ପ୍ରତିଶତ ପାନୀୟ ଜଳ ବ୍ୟବସ୍ଥା ଦିଆଯାଇଥିବାବେଳେ, ୧୦୭୫ଟି ବସ୍ତିକୁ ବିଜୁଳି ସୁବିଧା ଦିଆଯାଇଛି । ୫୮୯ଟି ବସ୍ତିରେ ଶତ ପ୍ରତିସତ ଟଏଲେଟ୍‌ ବ୍ୟବସ୍ଥା କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କର ଲୋକାଭିମୁଖୀ ଦୃଷ୍ଟିକୋଣରୁ ଏହି ବ୍ୟାପକ ପରିବର୍ତ୍ତନ ଆସିପାରିଛି। ଏହା ବସ୍ତି ଲୋକଙ୍କର ସମ୍ମାନ ଓ ନାଗରିକ ଅଧିକାରର ସୁରକ୍ଷା କରିପାରିଛି।ସେହିପରି ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ ‘ମୁକ୍ତା’ ଯୋଜନାରେ ରାଜ୍ୟ ବାହାରେ କାମ କରୁଥିବା ୫ ଲକ୍ଷ ଶ୍ରମିକଙ୍କୁ ଜୀବିକା ଯୋଗାଇ ଦିଆଯାଇଛି। ଏଥିରେ ଦୁଇ ହଜାର କୋଟି ଟଙ୍କା ବିନିଯୋଗରେ ୨୨,୫୦୦ଟି ପ୍ରକଳ୍ପ କରାଯାଇଛି । ୧୫ ହଜାର ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ କାମ ତଦାରଖ କରିବାକୁ ଦାୟିତ୍ବ ଦିଆଯାଇଛି । ଗୋଷ୍ଠୀ ସହଭାଗୀତାର ଏହା ଏକ ଆଦର୍ଶ ଉଦାହରଣ।

ଏହି କାର୍ଯ୍ୟକ୍ରମରେ ପ୍ରାରମ୍ଭିକ ସୂଚନା ରଖି ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କହିଥିଲେ ଯେ ସହରାଞ୍ଚଳର ଏକ ନିର୍ଦ୍ଧିଷ୍ଟ ପ୍ରତିଶତ (critical mass) ଜନସାଧାରଣ ସହରର ମୌଳିକ ସୁବିଧା ପାଇପାରିଲେ ହିଁ ରୂପାନ୍ତରର ପ୍ରକୃତ ଲକ୍ଷ୍ୟ ସାଧିତ ହୋଇପାରିବ । ସହରାଞ୍ଚଳର ବିକାଶ ବୈଜ୍ଞାନିକ ଆଧାରରେ ହେବା ସହିତ ଅନ୍ତର୍ଭୁକ୍ତୀକରଣ ଓ ସାମଗ୍ରୀକ ବିକାଶକୁ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ଓଡିଶାରେ ବଡ ବଡ କମ୍ପାନୀକୁ ସହରାଞ୍ଚଳ ବିକାଶରେ ନିୟୋଜିତ କରା ନ ଯାଇ ଗୋଷ୍ଠୀ ସହଭାଗୀତାରେ କରାଯାଇଛି । ଏହା ହିଁ ଓଡିଶାର ରୂପାନ୍ତରଣର ବୈଶିଷ୍ଟ୍ୟ।କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା, ଶ୍ରୀ ସୁଦାମ ମାର୍ଣ୍ଡି, ଶ୍ରୀ ଅଶୋକ ପଣ୍ଡା, ଶ୍ରୀ ତୁଷାରକାନ୍ତି ବେହେରା, ମୁଖ୍ୟ ଶାସନ ସଚିବ ଏବଂ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ ଓ ସଚିବମାନେ ଯୋଗ ଦେଇଥିଲେ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ପ୍ରସଙ୍ଗରେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ପ୍ରତିକ୍ରିୟା…

{} ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ପ୍ରସଙ୍ଗ

ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ପ୍ରତିକ୍ରିୟା ବିବାଦ ବଢ଼ିବାରେ ଲାଗିଛି।

() ଏସଆଏଇର ସଠିକ ଭାବେ ଦାଇତ୍ୱ ତୁଲାଉନି। ତେଣୁ ସିବିଆଇ ତଦନ୍ତ ଦାବି କଲେ ବିଜୟ ମହାପାତ୍ର। ଏସଆଏଇର ଅଧିକାରୀ ଓ ରାଜ୍ୟ ସରକାର ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ।ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ହେଉ। କେନ୍ଦ୍ର ସରକାର ସେ ଦିଗରେ ଆବଶ୍ୟକ ପଦକ୍ଷେପ ନିଅନ୍ତୁ। ଏସଆଏଇ ଉପରେ ବି ବର୍ଷିଲେ।ସେମାନେ ଆସମୀ। ଆରମ୍ଭରୁ ପ୍ରକଳ୍ପ ବିବାଦୀୟ ହୋଇଛିି। ସରକାର ଓ ଏସଆଏଇଙ୍କୁ ପ୍ରଶ୍ନଏସଆଏଇ ଚାହିଁଥିଲେ ବିବାଦ ହୋଇନଥାନ୍ତା।ମଠ ଉଛେଦ ବି ବେଆଇନ ଥିଲା।ଯାହାକି ଆମସାର ଆକ୍ଟ ଉଲଘଂନ।ସମସ୍ତେ ରାଜନୀତି ବା୍ୟାନବାଜୀ ହେଉଛି। ଜଗନ୍ନାଥଙ୍କୁ ମୁଣ୍ଡଆଇ ଯେଉଁମାନେ ମନ୍ତବ୍ୟ ଦେଉଛନ୍ତି। ତାକୁ ନାପସନ୍ଦ କରୁଛି। ପ୍ରଥମ ଏସଆଏଇ ଦୋଷୀ ସେ ବି ଆସାାମୀ। ସର୍ଭେ କାମ ହେଉଛି ଏସଆଏଇର। ସେପଟେ ରାମନୁଜଙ୍କ ପ୍ରତିମୃତ୍ତି ଇଦ୍ରାବାଦରେ ପ୍ରଧାନମନ୍ତ୍ରୀ ଉନ୍ମୋଚନ କଲେ। ହେଲେ ରାମାନୁଜଙ୍କ ମଠ ଭଙ୍ଗା ଗଲା କେହି ପ୍ରତିବାଦ କଲେନି। ଏସଆଏଇର ଡିଜି ସର୍ତ୍ତମୂଳକ ଅନୁମତି ଦେଇଛନ୍ତି।ସେ ହିଁ ପ୍ରକୃତ ଆସାମୀ। ଗୁଜୁରାଟରେ 2021ରେ ମିଥ୍ୟା ଅନୁମତି ଦେଇଥିଲେ ଏକ ମସଜିଦ ପାଇଁ ସେଠିକାର ରାଜ୍ୟ ସରକାରଙ୍କ ଅଧିକାରୀ ଓ ଏସଆଏଇର ଅଧିକାରୀଙ୍କୁ ଗିରଫ କରିଛି ସିବିଆଇ। ସେଠି ମହଜିଦ ପାଇଁ ହେଲା ଏଠି କାହିଁକି ହେବନି। ଏଠି ମଧ୍ୟ ସିବିଆଇ ତଦନ୍ତ ହେଉ ଏସଆଏଇର କାମ ବନ୍ଦ କରିବା କଥା।

ପ୍ରବଲ ଝଡ ଓ ପବନରେ ମହାନଦୀରେ ଓଲଟିଲା ମାଛଧରା ଡଙ୍ଗା….

() ପ୍ରବଲ ଝଡ ଓ ପବନରେ ମହାନଦୀରେ ଓଲଟିଲା ମାଛଧରା ଡଙ୍ଗା ।ମାଛ ମାରୁଥିବା ବେଳେ ଦୁଇ ଦମ୍ପତିଙ୍କ ମଧ୍ଯରୁ ପାଣିରେ ବୁଡି ମହିଳାଙ୍କ ମୃତ୍ୟୁ ଘଟିଛି ।ବରଗଡ ଜିଲ୍ଲାର ଅମ୍ବାଭୋନା ବ୍ଲକ ର ଡୁଙ୍ଗୁରୀ ଗ୍ରାମପଞ୍ଚାୟତ ର ବଡମାଳ ଗାଁ ର ଝିଅ ଜନତା ମାଝି ଯିଏକି ଛତିଶଗଡ ର ରାୟଗଡ ଜିଲ୍ଲାର ସରିଆ ଥାନା ଅନ୍ତର୍ଗତ ବରଗାଁ ଗ୍ରାମରେ ବିବାହ କରିଥିଲେ। ଗତକାଲି ସଂନ୍ଧ୍ଯାରେ ନିଜର ସ୍ୱାମୀ ସନ୍ତୋଷ ମାଝୀଙ୍କ ସହ ମହାନଦୀରେ ମାଛ ମାରୁଥିବା ବେଳେ ପ୍ରବଲ ଝଡ ପବନ ହେବା ଯୋଗୁଁ ଛୋଟ ମାଛଧରା ଡଙ୍ଗା ଓଲଟି ଯାଇ ମହିଳାଙ୍କ ମୃତ୍ୟୁ ହୋଇଯାଇଛି । ବରଗଡ଼ -ଛତିଶଗଡ଼ର ସରିଆ ଥାନା ଅନ୍ତର୍ଗତ କଲମା ବେରେଜ ନିକଟସ୍ଥ ମହାନଦୀରେ ମାଛ ମାରୁଥିବା ବେଳେ ଘଟିଛି ଏଭଳି ଅଭାବନୀୟ ଘଟଣା ଅଚାନକ ଝଡ ଓ ପବନ ଫଲରେ ତାଙ୍କ ଡଙ୍ଗା ମଝିରେ ଓଲଟି ପଡିଥିଲା ଏବଂ ସନ୍ତୋଷ ତାଙ୍କ ସ୍ତ୍ରୀଙ୍କୁ ଗଭୀର ଜଲରୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ଗଭୀର ପାଣି ଓ ଝଡ ପବନରେ ଉଦ୍ଧାର କରି ନ ପାରି ନିଜେ ସନ୍ତୋଷ ପହଁରି ପହଁରି କୂଳକୁ ଆସି ଗ୍ରାମବାସୀଙ୍କୁ ଖବର ଦେଇଥିଲେ ଓ ସରିଆ ଥାନାରେ ଖବର ଦିଆଯାଇଥିଲା। ଅଗ୍ନିସମ ବିଭାଗ ସହାୟତାରେ ଖୋଜାଯାଇଥିଲା କିନ୍ତୁ ସଫଲତା ମିଲିନଥିଲା । ଆଜି ସକାଲେ ବେରେଜ ମଝି ପାଣିରେ ମୃତ ଜନତା ଙ୍କ ଶବ ଉଦ୍ଧାର କରିଛି ଅଗ୍ନିସମ ବିଭାଗ । ଏହି ଘଟଣା ଟି ଅଂଚଲରେ ଶୋକ ଖେଲିଯାଇଛି ।

ଓଡ଼ିଶାରେ ଟମାଟୋ ଫ୍ଲୁ ଡିଜିଜର ଚିହ୍ନଟ….

( ) ଟମାଟୋ ଫ୍ଲୁ ବୋଲି କୁହାଯାଉଥିବା ହ୍ୟାଣ୍ଡ ଫୁଟ ଆଣ୍ଡ ମାଉଥ ଡିଜିଜର 26 ରୋଗୀ ଓଡ଼ିଶାରେ ଚିହ୍ନଟ । ଏନେଇ ସୂଚନା ଦେଲେ ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ର । ସେ କହିଛନ୍ତି, ଏ ରୋଗକୁ ଆମେ ଟମାଟୋ ଫ୍ଲୁ ନ କହି HMFD କହିବା । 36 ସନ୍ଦିଗ୍ଧ HFMD ମାମଲାର ନମୁନା RMRCକୁ ପଠାଯାଇଥିଲା । ସେଥିମଧ୍ୟରୁ 26 ଜଣ ପଜିଟିଭ ବାହାରିଛନ୍ତି । ସେମାନଙ୍କ ମଧ୍ୟରୁ ଭୁବନେଶ୍ୱରରୁ 19 ଜଣ, ଖୋର୍ଦ୍ଧା ଗ୍ରାମାଞ୍ଚଳରୁ 2 ଜଣ, ପୁରୀରୁ 3 ଜଣ ଓ କଟକରୁ 2 ଜଣ ଅଛନ୍ତି । ସମସ୍ତ ରୋଗୀ 9 ବର୍ଷରୁ କମ ବୟସର । ସମସ୍ତେ ଭଲ ଅଛନ୍ତି । ସେମାନଙ୍କ ଉପରେ ଲୋକାଲ ସ୍ୱାସ୍ଥ୍ୟ ଟିମ ନଜର ରଖିଛନ୍ତି । ପଜିଟିଭ ନମୁନାଗୁଡିକୁ ଜିନମ ସିକ୍ୱେନ୍ସିଂ ଲାଗି NIV ପୁନେକୁ ପଠାଯାଇଛି । କିଛିଦିନ ପୂର୍ବରୁ ଏ ରୋଗକୁ ସର୍ଭେଲାନ୍ସ ମଧ୍ୟକୁ ଆଣିବାକୁ ସରକାରଙ୍କ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦେଶ ଦିଆଯାଇଥିଲା । ଅଭିଭାବକମାନଙ୍କୁ ପରାମର୍ଶ, ଜ୍ୱର ହେବା, ଭୋକ ନ ଲାଗିବା, ପାଟି ପାଖରେ ଘା ହେବା ଭଳି ଲକ୍ଷଣ ଦେଖାଦେଲେ, ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରନ୍ତୁ । ପିଲାର ହାଇଡ୍ରେସନ ମେଣ୍ଟେନ ରଖିବା । ଅଧିକ ଜଟିଳତା ଦେଖାଦେଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ଏହି ରୋଗ ପୂର୍ବରୁ ଥିଲା । ରୋଗୀକୁ ଆଇସଲେସନରେ ରଖିଲେ ଜଣଙ୍କ ମଧ୍ୟରେ ସୀମିତ ରହିବ । 3ରୁ 7 ଦିନରେ ଭଲ ହୋଇପାରୁଛି ଏ ରୋଗ । ତେଣୁ ଏହାକୁ ନେଇ ଡରିବାର ନାହିଁ । ଏହାର ଚିକିତ୍ସା ପାଇଁ କୌଣସି ସ୍ୱତନ୍ତ୍ର ଔଷଧ ବା ଟୀକା ନାହିଁ । ଲକ୍ଷଣ ଅନୁସାରେ ଏହାର ଚିକିତ୍ସା କରାଯାଇଥାଏ । ଯେହେତୁ ରାଜ୍ୟରେ ଏଭଳି ରୋଗୀ ଚିହ୍ନଟ ହେଲେଣି ଆମେ ସତର୍କ ରହିବା ।

ଡାକ୍ତର ବିଜୟ ମହାପାତ୍ର, ସ୍ୱାସ୍ଥ୍ୟ ନିର୍ଦେଶକ

ବିଜୟ ମହାପାତ୍ରଙ୍କ ପ୍ରେସମିଟ

() ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ କୁ ନେଇ ଦିନକୁ ଦିନ ବିବାଦ ବଢିବାରେ ଲାଗିଛି । ପ୍ରକଳ୍ପ ଆରମ୍ଭ ହେବା ସମୟରୁ ହିଁ ଏହା ବିବାଦୀୟ ପ୍ରକଳ୍ପ ହୋଇଗଲା । କାରଣ ସରକାରଙ୍କ ଏଥିରେ ଅନେକ ଗୁଡିଏ ମିସକ୍ରିଆଣ୍ଟ ଦେଖା ଦେଇଛି । ଘଟଣା ଟି ବର୍ତ୍ତମାନ ହାଇକୋର୍ଟରେ ବିଚାରାଧୀନ ରହିଛି । ଏଏସଆଇ ମଧ୍ୟ ତାର ରିପୋର୍ଟ ଦାଖଲ କରିଛି ।

୧ – ମୌଳିକ ଭାବେ ଜଗନ୍ନାଥ ମନ୍ଦିର ର 100 ମିଟର କି 200 ମିଟର ହେଉ ତାହା ଏଏସଆଇ ମାଲିକାନା ରେ ରହିଛି । ରାଜ୍ୟ ସରକାର ଏଏସଆଇ ଚୁକ୍ତି ନାମା ସ୍ବାକ୍ଷର କରିଥିଲେ । ଯଦି ଏଏସଆଇ । ମଠ ଗୁଡିକ ଭଙ୍ଗା ଯିବା ସମୟରେ ବିବାଦ ଆରମ୍ଭ ହୋଇଛି ।

୨ – ଆମସାର ଆକ୍ଟ 30 ରେ ରହିଛି ଯେ ଯଦି କୌଣସି ମଠ ମନ୍ଦିର ଭଙ୍ଗା ଯିବ ତାହା ଏଏସଆଇ ଅନୁମତିରେ ହେବ । ମାତ୍ର ତାହା ବେଆଇନ ଭାବେ ମଠ ମନ୍ଦିର ଭାଙ୍ଗି ଦିଆଗଲା ।

୩ – ଏଇ ଘଟଣା ଲଗାତାର ଭାବେ ଏକ ରାଜନୈତିକ ଘଟଣା ରେ ପରିଣତ ହୋଇଛି । ଗୋଟିଏ ଏକ୍ସପଟ ଗଠନ କରିବାକୁ ମୁଁ ଦାବି କରିଥିଲି । ଆଉ ଏକ୍ସପଟ କମିଟି ଗଠନ ର ଦାୟିତ୍ୱ ହେଉଛି କେନ୍ଦ୍ର ସରକାର ଓ ଏଏସଆଇର । ମାତ୍ର ସେମାନେ କଲେନି । ଆଉ ରାଜ୍ୟ ସରକାର ବି ଚାହିଁଥିଲେ ବି କରି ପାରି ଥାନ୍ତେ । ମାତ୍ର ସେ ବି କଲେନି । ଏଇ ଘଟଣାରେ ଏଏସଆଇ ମୁଖ୍ୟ ଅଭିଯୁକ୍ତ ।

୪ – ହାଇଦ୍ରାବାଦ ରେ ପ୍ରଧାନମନ୍ତ୍ରୀ ରାମାନୁଜଙ୍କ ମୂର୍ତ୍ତି ଉନ୍ମୋଚିତ କରୁଛନ୍ତି । ଏଠି କିନ୍ତୁ ରାମନୁଜ ମଠ ଭଙ୍ଗା ଯାଉଛି । ମାତ୍ର ସମସ୍ତେ ଚୁପ । ଆଉ ଏଠି ଆସି ଏବେ ଡ୍ରାମା କଲେ କିଛି ହେବନି ।

୫ – 29,9, 2021 ମସିହାରେ ଏକ ସମାନ ଘଟଣା ହୋଇଛି ଗୁଜୁରାଟର ଅହମଦାବାଦ ରେ । ଏଏସଆଇ ଏକ ଫ୍ଲସ ପରିମିଶନ ଦେଇଥିଲା । ଅବଶ୍ୟ ତାହା ଏକ ମସିଜିଦ ଥିଲା । ସିବିଆଇ ସେହି ଘଟଣାରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଅଧିକାରୀ ଗିରଫ ହୋଇଥିଲେ ।

୬ – 2021 ରେ ସମାନ ଏକ ଘଟଣାରେ ଯେହେତୁ ସିବିଆଇ ତଦନ୍ତ କରିଥିଲା ତେଣୁ ଜଗନ୍ନାଥ ମନ୍ଦିର ଘଟଣାରେ ସିବିଆଇର ପ୍ରାଥମିକ ତଦନ୍ତ କରୁ ବୋଲି ଦାବି କଲେ ବିଜୟ । ଏଏସଆଇ ଚାହିଁଲେ ବି ଘଣ୍ଟାକ ମଧ୍ୟରେ କାମ ବନ୍ଦ କରି ପାରିବ । ମାତ୍ର କଣ ବାଧ୍ୟ ବାଧକତା ଥିବ ମୁଁ କହି ପାରିବିନି । ସିବିଆଇ ତଦନ୍ତ କରୁ ଏବଂ ଯେଉଁମାନେ ଏହି କାର୍ଯ୍ୟ ପଛରେ ରହିଛନ୍ତି ତାଙ୍କୁ ଗିରଫ କରୁ ।

୭ – ଗଜପତି ନିଜେ ଜଣେ ଆଇନଜ୍ଞ ମାତ୍ର ସେ ବୁଝି ନାହାନ୍ତି ଯେ ତାଙ୍କୁ ଗୋଟେ ଡିଜାଇନ ଦିଆଯାଇଛି ଆଉ ଗୋଟେ ଡିଜାଇନରେ କାମ ହେଉଛି ।

୮ – 1992 ରେ ମଧ୍ୟ ଏକ କେନ୍ଦ୍ରୀୟ ଏକ୍ସପଟ କମିଟି ଗଠନ ହୋଇଥିଲା । ସେମାନଙ୍କ ପରାମର୍ଶ ପରେ ସେ ସମୟର ସରକାର ମନ୍ଦିର ର ମରାମତି କରିଥିଲେ । ମାତ୍ର ଏବେ ସେ ସବୁ କୁ ଗୁରୁତ୍ୱ ଦିଆଯାଉନି ।

୯ – ଜିଲ୍ଲା ପ୍ରଶାସନ ଅତ୍ୟନ୍ତ ଦାୟିତ୍ୱ ହୀନ ଭାବେ କାମ କରୁଛି । ପୁରୀ ମନ୍ଦିର କୁ ସାଧାରଣ ମନ୍ଦିର ଭାବି କାମ କରୁଛି ।

ବିଜେପିରେ ନାହାନ୍ତି ବିଜୟ !…

() ମୁଁ ବିଜେପିର ଅଛି କି ନାହିଁ ଜାଣି ନାହିଁ । ଏ କଥା ବିଜେପି ନେତାଙ୍କୁ ପଚାରିଲେ ସେମାନେ କହିବେ ମୁଁ ବିଜେପିରେ ଅଛି କି ନାହିଁ । ତିନି ବର୍ଷ ହେଲା ଦଳର ସମସ୍ତ କାର୍ଯ୍ୟକ୍ରମ ରୁ ମୋତେ ଦୁରେଇ ରଖା ଯାଇଛି । ଗତ ଥର ନିର୍ବାଚନ ପ୍ରଚାରକ ତାଲିକା ରେ ମୋତେ ରଖା ଯାଇନଥିଲା ଏଥର ବି ରଖା ଯାଇ ନାହିଁ । କିଛି ଦିନ ହେବ ବିଜୟ ବିଜେପିରୁ ଅଲୋଡ଼ା ହୋଇଥିବା ଖବର ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏହା ଭିତରେ ଆଜି ନନ୍ଦିଘୋଷ ଟିଭି କୁ ବିଜୟ ଦେଇଥିବା ମନ୍ତବ୍ୟ ବିଜେପି ବିଜୟ ଙ୍କୁ ଅଲୋଡ଼ା କରି ଦେଇଥିବାର ସଙ୍କେତ ଦେଇଛି । ଏପରିକି ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ବିଜେପି ନେତା ଙ୍କୁ କଡା ସମାଲୋଚନା କରିଛନ୍ତି ବିଜୟ । ପରୋକ୍ଷରେ ସମ୍ବିତ ପାତ୍ରଙ୍କୁ ଟାର୍ଗେଟ କରିଛନ୍ତି ବିଜୟ ।

ବ୍ରଜରାଜନଗରରେ ବ୍ୟାଟେଲ : ବଡ ବିଜୟ ପାଇଁ ବିଜେଡିର ରୋଡ ମ୍ୟାଫ…

ବ୍ରଜରାଜନଗରରେ ବ୍ୟାଟେଲ

ବିଗ ଫାଇଟ

ବାଜି ମାରିବ ବିଜେଡି

କର୍ମୀ ନେତାଙ୍କୁ ଗୁରୁମନ୍ତ୍ର ଦେଲେ ପ୍ରଣବ

ଅଣ୍ଟା ଭିଡ଼ିଲେ ଅରୁଣ, ନବ ଓ ସୁଶାନ୍ତ

() ବ୍ରଜରାଜନଗର ବ୍ୟାଟେଲ। ଜମୁଛି ପ୍ରଚାର ମଇଦାମ। ବିଜେଡି, ବିଜେପି, କଂଗ୍ରେସ। ତିନି ଦଳର ହେଭିୱେଟ କରୁଛନ୍ତି ଜୋରଦାର ପ୍ରଚାର। ଗୋଟେ ପଟେ ବିଜେଡି ନିଜର ଗଡ଼ ବଞ୍ଚାଇବା ପାଇଁ ଜିଜାନ ଲଗାଇ ଦେଇଛି। ଟାର୍ଗେଟ କେବଳ ଗୋଟିଏ। ବ୍ରଜରାଜନଗର ଗଡ଼ ଦଖଲ। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ସେଥିପାଇଁ ନିଜର ବଛା ବଛା ଯୋଦ୍ଧାଙ୍କୁ ମଇଦାନରେ ଓହ୍ଲାଇଛନ୍ତି। ସେପଟେ ବିଜେପି ମଧ୍ୟ ଆରମ୍ଭ କରି ଦେଇଛି ମାରାଥନ ପ୍ରଚାର।ରାଧାରାଣୀ କିଭଳି ନିଜର ପୁରୁଣା ଗଡ଼ ଦଖଲକୁ ନେବେ। ବିଜେପି ଖାତାରେ ଆଉ ଜଣେ ବିଧାୟିକାଙ୍କ ନାଁ କିଭଳି ଯୋଡି ହେବ। ତାକୁ ନେଇ ଷ୍ଟାଟେଜିକାଲି କରୁଛି ଗୋଟି ଚାଳନା। ଅନ୍ୟପଟେ କଂଗ୍ରେସ ବି ପଛରେ ନାହିଁ। ଦଳର ହେଭିୱେଟ କିଶୋର ପଟେଲଙ୍କୁ ପ୍ରାର୍ଥୀ କରି କଂଗ୍ରେସ ଗୋଟେ ପାଦେ ଆଗରେ ରହିଛି। ସେପଟେ ଦେଖିବା ପାଇଁ ଗଲେ କିଶୋର ଜଣେ ପୁରୁଣା ଖେଳୁଆଡ଼। ବିଜେଡି ଏବଂ ବିଜେପିଙ୍କୁ ମାତ ଦେଇ ବ୍ରଜରାଜନଗର ଶିରୋପ୍ପା ପିନ୍ଧିବାକୁ ବୁଥ ୱାରୀ, ୱାର୍ଡ ୱାରୀ, ପଂଚାୟତ ୱାରୀ ଭୋଟରକୁ ଭେଟି ଭୋଟ ଭିକ୍ଷା କରୁଛନ୍ତି।

ଏପରି ସମୟରେ ସିପିଆଇ ଏବଂ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ବ୍ରଜଉପନିର୍ବାଚନକୁ ଆଉ ମାତ୍ର କେଇଟା ଦିନ। ମେ ୩୧ ରେ ଭୋଟ। ବିଗ ବ୍ୟାଟେଲ, ବିଗ ଫାଇଟ। କିଏ ବାଜି ମାରିବ। ତାକୁ ନେଇ ଆରମ୍ଭ ହୋଇଛି ଘମାସାନ। ତେବେ ଉପ ନିର୍ବାଚନ ମାରାଥନରେ ବିଜେଡି ବହୁ ଆଗରେ ରହିଥିବା ଚର୍ଚ୍ଚା ହେଉଛି। ସମୀକରଣ ବି ସେଇ ଆଡ଼କୁ ଇଙ୍ଗିତ କରୁଛି। ରେସରେ ଦୁଇ ଜାତୀୟ ଦଳର ପ୍ରାର୍ଥୀ କଂଗ୍ରେସ ଏବଂ ବିଜେପି ଏକପ୍ରକାର ପଛରେ ଅଛନ୍ତି। କିଶୋର ଏବଂ ରାଧାରାଣୀଙ୍କୁ ଭୋଟ ଗଣିତରେ ଅଳକା ମାତ ଦେଇ ପାରନ୍ତି ବୋଲି ରାଜନୈତିକ ସମୀକ୍ଷକ କହୁଛନ୍ତି। ପଂଚାୟତ ଏବଂ ପୌର ଭୋଟରେ ବିଜେଡି ଏକ ତରଫା ଜିତିଥିଲା। ୫୬ ହଜାର ଭୋଟରେ ଦଳ ଆଗରେ ଥିବା ଯୁକ୍ତି ବାଢ଼ିଛି l ଝାରସୁଗୁଡାରେ ମଧ୍ୟ ନବୀନ ମନ୍ତ୍ର କାମ କରିଥିଲା। ଯାହା ବ୍ରଜରାଜନଗର ଉପ ନିର୍ବାଚନରେ କାମ କରିବ ବୋଲି ଦଳୀୟ ନେତା ଦମ୍ଭକ୍ତି କରୁଛନ୍ତି। ତେବେ ଏତେ ପରେ ବି ଦଳ ହଲୁକା ଭାବରେ ନେଉ ନାହିଁ ଉପ ନିର୍ବାଚନ କୁ। ଗ୍ରାଉଣ୍ଡରେ ବିଜେଡିର ପ୍ରଚାର ଜୋରଦାର। ବୁଥ ୱାରୀ, ୱାର୍ଡ ୱାରୀ, ପଂଚାୟତ ୱାରୀ ଏବଂ ବ୍ଲକ ୱାରୀ। ଏପରିକି ଦଳର ଷ୍ଟାର ପ୍ରଚାରକ ଯେଭଳି ଢଙ୍ଗରେ ଡୋର ଟୁ ଡୋର କ୍ୟାମେଂନ କରୁଛନ୍ତି। ଭୋଟରଙ୍କ ସହ ସିଧାସଳଖ ୱାନ ଟୁ ୱାନ କରି ଆଲୋଚନା ପାଇଁ ପ୍ରଚାର କରୁଛନ୍ତି। ଏଥର ବି ଉପନିର୍ବାଚନ ଫଳ ବିଜେଡି ସପକ୍ଷରେ ଯାଇ ପାରେ। ବିଜୟ ଆଶା ରଖି ବିଜେଡି ଆଗକୁ ବଢୁଛି। ଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପରେ ଛାମୁଆ ନେତା ମାନେ ଏଠାରେ ଡେରା ପକାଇଛନ୍ତି । କଣ କରିଲେ ଦଳ ଉପନିର୍ବାଚନକୁ ସହଜ ଏବଂ ବିପୁଳ ପରିମାଣରେ ଭୋଟ ପାଇ ବିଜୟ ହାସଲ କରିବ ତାହାକୁ ନେଇ ହେବିୱେଟଙ୍କ ଠାରୁ ଆରମ୍ଭ କରି ତୃଣମୂଳ ସ୍ତରର କର୍ମୀ ମାନେ ଲାଗି ପଡିଛନ୍ତି। ଦଳକୁ ବିଗ ଭିକ୍ଟ୍ରି ଦେବା ପାଇଁ ନବୀନଙ୍କ ନିର୍ଦ୍ଧେଶରେ ପ୍ରଣବ ପ୍ରକାଶ ଦାସ ସିଧା ସଳଖ ନେତା, ମନ୍ତ୍ରୀ, ବିଧାୟକ ଏବଂ ସାଂସଦଙ୍କୁ ବିଜୟ କୌଶଳ ଶିଖାଇଛନ୍ତି। ଯାହାକୁ ମନ୍ତ୍ରୀ ଅରୁଣ ସାହୁ, ନବ ଦାସ, ପ୍ରତାପ ଜେନା, ଟୁକୁନି ସାହୁ, ସୁଶାନ୍ତ ସିଂହ, ଓ ନେତା, ମନ୍ତ୍ରୀ, ବିଧାୟକ ଏବଂ ସାଂସଦମାନେ ଗ୍ରାଉଣ୍ଡରେ ଇଂପ୍ଲିମେଣ୍ଟ କରୁଛନ୍ତି। ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ ବିଜେଡି ପ୍ରାର୍ଥୀନୀ ଅଳକା ମହାନ୍ତିଙ୍କୁ ଭୋଟ ଦେବା ପାଇଁ ଲୋକଙ୍କୁ ବୁଝାଉଛନ୍ତି। କିଶୋର ମହାନ୍ତିଙ୍କ ପରଲୋକ ପରେ ଯେଉଁ ବିକାଶ କାର୍ଯ୍ୟ ଅଧା ରହିଯାଇଛି ତାହାକୁ ପୂରଣ କରିବେ ଅଳକା। ସେହିପରି ଗରିବଙ୍କ ପାଇଁ ରାଜ୍ୟ ସରକାର ଯେଉଁ ସବୁ ବିକାଶ ମୂଳକ ଯୋଜନା କରିଛନ୍ତି ତାହାକୁ ନେଇ ଭୋଟରଙ୍କ ନିକଟରେ ପହଂଚାଇବାକୁ ପ୍ରୟାସ କରିଛନ୍ତି ନବୀନ ଆଣ୍ଡ କୋ।

Follow us

20,832FansLike
0FollowersFollow
14,700SubscribersSubscribe

Latest news