ଗଣେଶ ପୂଜାମଣ୍ଡପ ବୁଲିଲେ ବବି

0
190

ଯାଜପୁର ସହରର ବିଭିନ୍ନ ଗଣେଶ ପୂଜା ମଣ୍ଡପ ପରିଦର୍ଶନ କରିଛନ୍ତି ବିଜେଡି ଉପ ସଭାପତି ପ୍ରଣବ ପ୍ରକାଶ ଦାସ(ବବି)। ବିଘ୍ନହର୍ତ୍ତା ଶ୍ରୀ ଗଣେଶଙ୍କ ନିକଟରେ ଭକ୍ତି ଓ ଶ୍ରଦ୍ଧାରେ ପ୍ରାର୍ଥନା କରି ଯାଜପୁରବାସୀଙ୍କ ଶୁଭ କାମନା କରିଛନ୍ତି । ସହରବାସୀଙ୍କ ମଙ୍ଗଳ ସହ ସମୃଦ୍ଧି ପାଇଁ ବିଘ୍ନହର୍ତ୍ତା ପାଖରେ କାମନା କରିଛନ୍ତି ପ୍ରଣବ। ସୁଉଚ୍ଚ ମୂର୍ତ୍ତି ସାଙ୍ଗକୁ ଆକର୍ଷଣୀୟ ସାଜସଜାରେ ସଜେଇ ହୋଇଛି ଯାଜପୁର ସହରର ବିଭିନ୍ନ ପୂଜାମଣ୍ଡପ । ଯାଜପୁର ଟାଉନ କୋଟବସନ୍ତପୁର ମା ମଙ୍ଗଳା ପୂଜା କମିଟି ୨୫ ବର୍ଷ ପଦାର୍ପଣ କରିଛି। ଏହି କମିଟିରେ ଏବର୍ଷ ଧୁମ୍ ଧାମରେ ପୂଜା କରାଯାଉଛି।

ଯାଜପୁର ହେଉଛି ଭାଇଚାରାର ସହର। ପ୍ରତିବର୍ଷ ପରି ଏଥର ମଧ୍ୟ ଶାନ୍ତିଶୁଙ୍ଖଳାର ସହ ପୂଜା ଶେଷ କରିବାକୁ ବିଭିନ୍ନ ପୂଜା ମଣ୍ଡପର କର୍ମକର୍ତ୍ତା ମାନେ ଅଣ୍ଟା ଭିଡିଛନ୍ତି। ପ୍ରଣବଙ୍କ ପରି ଯୁବନେତା ଭବ ପ୍ରସାଦ ଦାସ ମଧ୍ୟ ଯାଜପୁର ସହରର ବିଭିନ୍ନ ପୂଜା ମଣ୍ଡପ ବୁଲିଛନ୍ତି ।ଯାଜପୁରବାସୀଙ୍କ ହୁଦୟର ରାଜା ହେଉଛନ୍ତି ପ୍ରବଣ ପ୍ରକାଶ ଦାସ। ସେ ଯାଜପୁରବାସୀଙ୍କ ସୁଖ ଓ ଦୁଃଖର ସାଥୀ ହୋଇ ରହିଛନ୍ତି।