ଅଗ୍ନିପଥ ପ୍ରସଂଗରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ : ତାରା…

() ଅଗ୍ନିପଥ ପ୍ରସଂଗରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି l ସେନା ନିଯୁକ୍ତି ରେ କେନ୍ଦ୍ର ଟାଳଟୁଳ ନୀତି ଗ୍ରହଣ କରିଛନ୍ତି l କଂଗ୍ରେସ୍ ଏ ପ୍ରସଙ୍ଗରେ ଚୁପ୍ ହୋଇ ବସିବ ନାହିଁ l ଚୁକ୍ତି ଭିତ୍ତି କ ନିଯୁକ୍ତି ବନ୍ଦ କରାଯାଉ l ନହେଲେ କଂଗ୍ରେସ ରାଜ୍ୟ ବ୍ୟାପୀ ଆନ୍ଦୋଳନ କରିବ l

ତାରା ପ୍ରସାଦ ବାହିନୀପତି, କଂଗ୍ରେସ ବିଧାୟକ

କୋଭିଡ ସଂକ୍ରମଣ ନେଇ ଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ରଙ୍କ ପ୍ରତିକ୍ରିୟା…

( ) କୋଭିଡ ସଂକ୍ରମଣ ନେଇ ଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ରଙ୍କ ପ୍ରତିକ୍ରିୟା । ଥଣ୍ଡା, କାଶ ଓ ଜ୍ୱର ହେଲେ ଲୋକମାନେ ତୁରନ୍ତ ନିଜକୁ ଆଇସଲେଟ କରନ୍ତୁ । ଟେଷ୍ଟିଂ କରାନ୍ତୁ । ତାହାହେଲେ ସେମାନେ ନିଜ ପରିବାର ଲୋକଙ୍କୁ ସୁରକ୍ଷିତ ରଖିପାରିବେ । ସଂକ୍ରମଣକୁ ରୋକାଯାଇପାରିବ । ତେବେ ଏବେ ରାଜ୍ୟରେ 10 ହଜାର ଟେଷ୍ଟରୁ 25 ପଜିଟିଭ ବାହାରୁଛି । ପଜିଟିଭିଟି ହାର 0.05 ପ୍ରତିଶତ ପାଖାପାଖି ରହୁଛି । ତେଣୁ କୋଭିଡକୁ ନେଇ ଆତଙ୍କିତ ହେଲା ଭଳି ସ୍ଥିତି ନାହିଁ । ଯେହେତୁ ଭାଇରସ ଅଛି, ସଂକ୍ରମଣ ବି ଅଛି । ସଂକ୍ରମଣ ଏଭଳି ତଳ ଉପର ହେବ, କେଉଁଠି ବଢ଼ିବ ତ କେଉଁଠି କମିବ । କ୍ଲଷ୍ଟର ଆଉଟବ୍ରେକ ହେବ । ତେବେ ମୁଖ୍ୟ କଥା ହେଉଛି, କେତେ ଲୋକ ଗୁରୁତର ହେଉଛନ୍ତି ଓ ଡାକ୍ତରଖାନା ଯାଉଛନ୍ତି । ସେ ସଂଖା ନିଶ୍ଚିତ ଭାବେ କମୁଛି । ଯେଉଁଠି କ୍ଲଷ୍ଟର ଆଉଟବ୍ରେକ ହେଉଛି, କଣ୍ଟାକଟ ଟ୍ରେସିଂ କରି ଆଇସଲେଟ କରି ଟ୍ରିଟମେଣ୍ଟ କରିବାକୁ ଜିଲ୍ଲାମାନଙ୍କୁ ନିର୍ଦେଶ ଦିଆଯାଇଛି ।

ଡାକ୍ତର ନିରଞ୍ଜନ ମିଶ୍ର, ଜନସ୍ୱାସ୍ଥ୍ୟ ନିର୍ଦେଶକ

କୋଭିଡ ସଂକ୍ରମଣ ସାମନ୍ୟ ଉପର ମୁହାଁ ହୋଇଛି…

() କୋଭିଡ ସଂକ୍ରମଣ ସାମନ୍ୟ ଉପର ମୁହାଁ ହେବା ପ୍ରସଙ୍ଗ । ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ରଙ୍କ ପ୍ରତିକ୍ରିୟା ଶେଷ 7 ଦିନ ଭିତରେ ଦୁଇ ଅଙ୍କ ଭିତରେ ରହୁଛି ରାଜ୍ୟର ସଂକ୍ରମଣ । ଆଜି ସାମାନ୍ୟ ବଢିଛି । ଦେଶର ବିଭିନ୍ନ ରାଜ୍ୟରେ ଯେଉଁ ଭଳି ସଂକ୍ରମଣ ବଢୁଛି ତେଣୁ ତାକୁ ଦେଖି ଆମକୁ ସତର୍କତା ମୂଳକ ପଦକ୍ଷେପ ନେବାକୁ ପଡ଼ିବ । ବିଭାଗ ପକ୍ଷରୁ ଯେଉଁଭଳି ସର୍ଭିଲାନ୍ସ ଚାଲିବ କଥା ଚାଲିଛି । ଟେଷ୍ଟିଂ ଚାଲିଛି ତାକୁ ବଢ଼େଇବା ପାଇଁ କୁହାଯାଇଛି । ଲୋକ ମାନଙ୍କୁ ଆମେ ଅପିଲ କରୁଛୁ ଯେଉଁ ମାନଙ୍କର ଲକ୍ଷଣ ଦେଖା ଯାଉଛି ସେମାନେ ତୁରନ୍ତ ପରୀକ୍ଷା କରାଇ ନିଅନ୍ତୁ । ଭିଡ଼ କୁ ଯାଆନ୍ତୁ ନାହିଁ କି ଭିଡ଼ କରନ୍ତୁ ନାହିଁ । ମାକ୍ସ ପିନ୍ଧନ୍ତୁ । ଲୋକମାନେ ସ୍ୱତ ପ୍ରବୃତ୍ତି ଭାବେ ଆଗକୁ ଆସି ତେଷ୍ଟିଂ କରାଇ ନିଅନ୍ତୁ । ଅଳ୍ପ ବଢିଲେ ବି ତାକୁ ଅଣଦେଖା କରିବାନି । ସତର୍କ ରହିବାକୁ ହେବ । ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଏ ଭିତରେ ଦୁଇ ତିନି ଥର ସମୀକ୍ଷା ନିଆ ଯିବା ସହ ଜିଲ୍ଲାପାଳ ମାନଙ୍କୁ ସଂକ୍ରମଣ ଉପରେ ସ୍ୱତନ୍ତ୍ର ନଜର ରଖିବାକୁ ନିର୍ଦେଶ ଦିଆଯାଇଛି । କୋଭିଡ ସମେତ ସମସ୍ତ ରୋଗ କୁ ଚିହ୍ନଟ କରିବା ପାଇଁ ଘରକୁ ଘର ବୁଲି ସର୍ଭେ କରିବା ପାଇଁ ଜିଲ୍ଲାପାଳ ମାନଙ୍କୁ ନିର୍ଦେଶ ଦିଆଯାଇଛି । ଜୁନ 21 ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ସର୍ଭିଲାନ୍ସ ଚାଲିବ । ସ୍ୱାସ୍ଥ୍ୟ କର୍ମୀ ମାନେ ଘର କୁ ଘର ବୁଲି ସର୍ଭେ କରିବେ ।

ରେମୁଣାରେ ଇମାମୀ-କିସ୍‌ ଆବାସିକ ବିଦ୍ୟାଳୟର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ…

() ରେମୁଣାରେ ଇମାମୀ-କିସ୍‌ ଆବାସିକ ବିଦ୍ୟାଳୟର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ର।

୧୨୦୦ ଗରିବ ପିଲା ସିବିଏସ୍‌ଇ ମାଧ୍ୟମରେ ବିନା ମୂଲ୍ୟରେ ଶିକ୍ଷାଲାଭ କରିବେ।

ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ଆମର ଉଦ୍ୟମକୁ ଏହା ଆହୁରି ଶକ୍ତିଶାଳୀ କରିବ – ମୁଖ୍ୟମନ୍ତ୍ରୀ।

{} ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ବାଲେଶ୍ବର ଜିଲ୍ଲାର ରେମୁଣାସ୍ଥିତ ଅରମଳାଠାରେ ଇମାମୀ ଓ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍‌ସ ପକ୍ଷରୁ ନିର୍ମିତ ଏକ ବିଦ୍ୟାଳୟକୁ ଉଦ୍‌ଘାଟନ କରିଛନ୍ତି। ୧୨ ଏକର ଜମିରେ ନିର୍ମିତ ଏହି ସ୍କୁଲ ପାଇଁ ୫୦ କୋଟି ଟଙ୍କା ବିନିଯୋଗ ହୋଇଥିବା ବେଳେ କିସ୍‌ ପକ୍ଷରୁ ୩୬ କୋଟି ଓ ଇମାମୀ ପକ୍ଷରୁ ୧୪ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି।ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଏହିଭଳି ଉଦ୍ୟମ ଗୁଣାତ୍ମକ ଶିକ୍ଷା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମକୁ ଆହୁରି ଶକ୍ତିଶାଳୀ କରିବ। ଇମାମୀ ଓ କିସ୍‌ର ଏହି ଉଦ୍ୟମ ପାଇଁ ଧନ୍ୟବାଦ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କିସ୍‌ ପକ୍ଷରୁ ଭୁବନେଶ୍ବର, ମୟୁରଭଂଜ ଓ ବଲାଙ୍ଗୀର ଭଳି ଅନେକ ସ୍ଥାନରେ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିବା ବେଳେ ରାଜ୍ୟର ୩୦ଟି ଯାକ ଜିଲ୍ଲାରେ ଏହିଭଳି ବିଦ୍ୟାଳୟ ଖୋଲାଯିବାର ଲକ୍ଷ୍ୟ ରହିଥିବା ଖୁସିର କଥା।ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶିକ୍ଷା ହିଁ ରୂପାନ୍ତରର ସବୁଠାରୁ ଶକ୍ତିଶାଳୀ ମାଧ୍ୟମ। ଶିକ୍ଷା ହିଁ ଜୀବନରେ ସବୁଠାରୁ ବଡ ପରିବର୍ତ୍ତନ ଆଣିଥାଏ। ଏଥିରେ ୧୨୦୦ ଗରିବ ପିଲା ମାଗଣାରେ ପାଠ ପଢିବାର ବ୍ୟବସ୍ଥା ହୋଇଥିବାରୁ ଏଥିପାଇଁ ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାର ଶିକ୍ଷା ଉପରେ ସବୁଠାରୁ ଅଧିକ ଗୁରୁତ୍ବ ଦେଇଛନ୍ତି। ୫-ଟି ଉପକ୍ରମରେ ବିଦ୍ୟାଳୟ ରୂପାନ୍ତରଣକୁ ସର୍ବାଧିକ ଗୁରୁତ୍ବ ଦିଆଯାଇଛି। ସାରା ରାଜ୍ୟରେ ବର୍ତ୍ତମାନ ପାଖାପାଖି ୪୦୦୦ ରୂପାନ୍ତରିତ ହାଇସ୍କୁଲ ପ୍ରତିଷ୍ଠା ହୋଇସାରିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହିସବୁ ସ୍କୁଲରେ ହୋଇଥିବା ସୁବିଧା ଓ ଭିତ୍ତିଭୂମି ପଲାଙ୍କ ଭିତରେ ପାଠ ପ୍ରତି ବହୁତ ଉତ୍ସାହ ଓ ଆଗ୍ରହ ସୃଷ୍ଟି କରିଛି । ପିଲାଙ୍କ ମନରେ ଭବିଷ୍ୟତ ପାଇଁ ଦୃଢ ସଂକଳ୍ପ ସୃଷ୍ଟି କରିଛି ବୋଲି ସେ କହିଥିଲେ ।ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପର୍ଯ୍ୟଟନ, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶ୍ବିନୀ ପାତ୍ର ରାଜ୍ୟରେ ଶିକ୍ଷାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମକୁ ପ୍ରଶଂସା କରିବା ସହିତ ବାଲେଶ୍ବରରେ ଇମାମୀ ଓ କିସ୍‌ର ଉଦ୍ୟମରେ ନବନିର୍ମିତ ସ୍କୁଲ ପାଇଁ ଧନ୍ୟବାଦ ଦେଇଥିଲେ ।ଏହି ଅବସରରେ ସାଂସଦ ଶ୍ରୀ ପ୍ରତାପ ଷଡଙ୍ଗୀ, ରେମୁଣା ବିଧାୟକ ଶ୍ରୀ ସୁଧାଂଶୁ ପରିଡା ପ୍ରମୁଖ ବକ୍ତବ୍ୟ ରଖି ଏହାଦ୍ବାରା ବାଲେଶ୍ବରରେ ଜନଜାତି ପିଲାମାନଙ୍କ ମଧ୍ୟରେ ଶିକ୍ଷାର ପ୍ରସାରରେ ସହାୟକ ହେବ ବୋଲି ଆଶାପ୍ରକାଶ କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।କିଟ୍‌ ଓ କିସ୍‌ର ସଂସ୍ଥାପକ ତଥା ସାଂସଦ ଡଃ ଅଚ୍ୟୁତ ସାମନ୍ତ ସ୍ବାଗତ ଭାଷଣ ଦେଇ ଦୁର୍ବଳ ଶ୍ରେଣୀର ପିଲାଙ୍କ ମଧ୍ୟରେ ଶିକ୍ଷାର ପ୍ରସାର ପାଇଁ କିସ୍‌ର ପଦକ୍ଷେପ ଉପରେ ଆଲୋକପାତ କରିଥିଲେ। ବାଲେଶ୍ବର ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ ।

ବସିଲା ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ…

() ବାଚସ୍ପତି ନିର୍ବାଚନ ପାଇଁ ବସିଲା ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ । ବିକ୍ରମ କେଶରୀ ଆରୁଖ ଙ୍କୁ ବାଚସ୍ପତି କରିବା ପାଇଁ ମୋସନ ଆଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉପ ବାଚସ୍ପତିଙ୍କ ନିର୍ଦେଶ ଅନୁଯାୟୀ ମୁଖ୍ୟମନ୍ତ୍ରୀ ବିକ୍ରମ ଆରୁଖ ଙ୍କ ଉପରେ ବିବୃତି ରଖିଲେ । ଭଞ୍ଜନଗର ର 6 ଥର ବିଧାୟକ ହେଉଛନ୍ତି ବିକ୍ରମ କେଶରୀ ଆରଖୁ । ସଂସଦୀୟ ବ୍ୟାପାର ମନ୍ତ୍ରୀ ଏହି ପ୍ରସ୍ତାଵକୁ ସମର୍ଥନ ଦେଲେ । ବାଚନୀକ ଭୋଟ ପରେ ବିକ୍ରମ ଆରଖୁ ଙ୍କୁ ବାଚସ୍ପତି ଭାବେ ଘୋଷଣା କଲେ ଉପ ବାଚସ୍ପତି ରଜନୀ କାନ୍ତ ସିଂ ।

ଶପଥ ନେଲେ ବିଧାୟିକା ଅଳକା ମହାନ୍ତି…

() ବ୍ରଜରାଜନଗର ନବ ନିର୍ବାଚିତ ବିଧାୟିକା ଅଳକା ମହାନ୍ତି ଶପଥ ନେଇଛନ୍ତି। ପଦ ଓ ଗପନିୟତାର ଶପଥପାଠ କରାଇଛନ୍ତି ବାଚସ୍ପତି ବିକ୍ରମ କେଶୋରୀ ଆରୁଖ। ବ୍ରଜରାଜନଗର ଉପ ନିର୍ବାଚନରେ ବଡ଼ ବ୍ୟବଧାନରେ ବିଜୟୀ ହୋଇଛନ୍ତି ଅଳକା। ବର୍ତ୍ତମାନ ବିଜେଡିର ମୋଟ ବିଧାୟକ ସଂଖ୍ୟା ୧୧୪ ହୋଇଛି।

ବିଦ୍ୟାଳୟମାନଙ୍କରେ ଏବେ ଖରାଛୁଟି ଚାଲିଛି…

() ରାଜ୍ୟରେ ବିଦ୍ୟାଳୟରେ ଏବେ ଖରାଛୁଟି ଚାଲିଛି। ଖରାଛୁଟି ସରିବା ପରେ କିଭଳି ଭାବେ ବିଦ୍ୟାଳୟରେ ପାଠ ପଢାଯିବ ସେନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ(ଓସେପା) ପକ୍ଷରୁ ନିୟମାବଳୀ ଜାରି କରାଯାଇଛି। ଏନେଇ ସମସ୍ତ ଜିଲା ଶିକ୍ଷା ଅଧିକାରୀ(ଡିଇଓ) ଓ ଜିଲା ପ୍ରକଳ୍ପ ସଂଯୋଜକ(ଡିପିସି)ଙ୍କୁ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦେଶକ ଅନୁପମ ଶାହା ଚିଠି ଲେଖିଛନ୍ତି। ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଖରାଛୁଟି ସରିବା ପରେ ନୂଆ ଶିକ୍ଷାବର୍ଷ ଆରମ୍ଭ ହେବ। ଠିକଣା ଢଙ୍ଗରେ ଶିକ୍ଷାଦାନ ଆରମ୍ଭ କରିବାକୁ ନିୟମାବଳୀ ଦିଆଯାଇଛି। ଶତପ୍ରତିଶତ ପାଠ୍ୟଖସଡ଼ା ସାରିବା ଦିଗରେ ପଦକ୍ଷେପ ନେବାକୁ ସମସ୍ତ ଡିଇଓଙ୍କୁ ନିର୍ଦେଶ ଦିଆଯାଇଛି। ସବୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମସ୍ତ ଶିକ୍ଷକଙ୍କ ସହ ପାଠ୍ୟକ୍ରମ, ପାଠ ପଢା ସମୟ ସମ୍ବନ୍ଧରେ ଆଲୋଚନା କରିବେ। କିଭଳି ଭାବେ ସଠିକ୍‌ ଭାବେ ବିଦ୍ୟାର୍ଥୀ ଶିକ୍ଷା ପାଇବେ ସେ ଦିଗରେ ଯୋଜନା ପ୍ରସ୍ତୁତ କରିବେ। କରୋନା କାଳରେ କ୍ଷତି ଭରଣା ପାଇଁ ପ୍ରସ୍ତୁତ ହୋଇଥିବା ପୁସ୍ତକ ସହ ପାଠ୍ୟକ୍ରମର ପୁସ୍ତକ ପଠାଯିବ। ସବୁ ବିଦ୍ୟାର୍ଥୀ ଯେଭଳି ଦୁଇ ପ୍ରକାର ପୁସ୍ତକ ପାଇବେ ସେ ଦିଗରେ ପ୍ରଧାନଶିକ୍ଷକ ଧ୍ୟାନ ଦେବେ। ଶ୍ରେଣୀ ଓ ବିଷୟଭିତ୍ତିକ ପାଠପଢା ସମୟ ସାରଣୀ ପ୍ରତି ଶ୍ରେଣୀଗୃହରେ ବିଦ୍ୟାର୍ଥୀଙ୍କ ପାଇଁ ଲଗାଯିବ। ଛାତ୍ରଛାତ୍ରୀଙ୍କ ଦକ୍ଷତା ଯାଞ୍ଚ ପରେ ଖରାପ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ଶିକ୍ଷାନୁଷ୍ଠାନ ପକ୍ଷରୁ ପ୍ରୟାସ କରାଯିବ। ସେମାନଙ୍କୁ ପୃଥକ ଭାବେ ଅତିରିକ୍ତ ପାଠ ପଢାଯିବା ସହ ନିୟମିତ ପାଠ ମଧ୍ୟ ପ୍ରଦାନ କରାଯିବ।

ଶିକ୍ଷକମାନେ ପାଠପଢାରେ ହୋଇଥିବା କ୍ଷତି ଭରଣା ପାଇଁ ସ୍ବତନ୍ତ୍ର ଯୋଜନା କରିବେ। ସିଆରସିସି ମାନେ ନିଜ କ୍ଲଷ୍ଟରରେ ପାଠପଢା ଉପରେ ତୀକ୍ଷଣ ନଜର ରଖିବା ସହ ରୀତିମତ ଯାଞ୍ଚ କରିବେ। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତାକୁ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ପ୍ରାଥମିକତା ଦେବେ। ବିଦ୍ୟାର୍ଥୀଙ୍କ ଉପଯୋଗୀ ପରିବେଶ ବିଦ୍ୟାଳୟରେ ସୃଷ୍ଟି କରାଯିବ। ଶିକ୍ଷକଶିକ୍ଷୟିତ୍ରୀ ଠିକ୍‌ ଭାବେ ପଢାଉଛନ୍ତି କି ନାହିଁ ସେ ଦିଗରେ ପ୍ରଧାନଶିକ୍ଷକ ଧ୍ୟାନ ଦେବେ। ଶିକ୍ଷକଙ୍କ ପାଠପଢା ତଥ୍ୟ ବିଦ୍ୟାଳୟରେ ସ୍ବତନ୍ତ୍ର ରେଜିଷ୍ଟରରେ ଉଲ୍ଲେଖ ରହିବ। ପ୍ରତି ପାଠ୍ୟକ୍ରମର ବିଷୟଗତ ନୋଟ ପିଲାଙ୍କ ପ୍ରଦାନ ପୂର୍ବରୁ ପ୍ରଧାନଶିକ୍ଷକ ତାକୁ ଯାଞ୍ଚ କରିବେ। ଏଦିଗରେ ପଦକ୍ଷେପ ନେବାକୁ ସବୁ ଡିଇଓ ଓ ଡିପିସିଙ୍କୁ ନିର୍ଦେଶ ଦିଆଯାଇଛି।

ସମୀର ରଞ୍ଜନ ଦାଶ,ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ଦ୍ବିତୀୟ ପର୍ଯ୍ୟାୟର ଶେଷ ଦିନରେ ୫ଟି ଜିଲ୍ଲାର 416 ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ….

() ସ୍କୁଲ ରୂପାନ୍ତରଣର ଦ୍ବିତୀୟ ପର୍ଯ୍ୟାୟର ଶେଷ ଦିନରେ

୫ଟି ଜିଲ୍ଲାର 416 ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ

ଦୁଇଟି ପର୍ଯ୍ୟାୟରେ 3981ଟି ସ୍କୁଲ ରୂପାନ୍ତରିତ

ପିଲାଙ୍କ ଭିତରେ ମୁଁ ଭବିଷ୍ୟତ ଓଡିଶା ର ଝଲକ ଦେଖିପାରୁଛି-ମୁଖ୍ୟମନ୍ତ୍ରୀ।

ଆମ ସ୍କୁଲ ଏବେ ଉତ୍କର୍ଷ ର କେନ୍ଦ୍ର ହୋଇପାରିଛି ଛାତ୍ରଛାତ୍ରୀ।

{} ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦ୍ବିତୀୟ ପର୍ଯ୍ୟାୟର ଷଷ୍ଠ ତଥା ଶେଷ ଦିବସରେ ୫ଟି ଜିଲ୍ଲାର ୪୧୬ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି। ଏହାଦ୍ବାରା ଦୁଇଟି ପର୍ଯ୍ୟାୟରେ ସମୁଦାୟ ୩୯୭୮ଟି ସ୍କୁଲ ରୂପାନ୍ତରିତ ହୋଇଛି। ପ୍ରଥମ ପର୍ଯ୍ୟାୟରେ 1075 ଟି ସ୍କୁଲ ରୂପାନ୍ତରିତ ହୋଇଥିବା ବେଳେ, ଦ୍ବିତୀୟ ପର୍ଯ୍ୟାୟରେ 2906ଟି ସ୍କୁଲର ରୂପାନ୍ତରଣ ହୋଇଛି।

ଏହି ଅବସରରେ ପିଲାମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍କୁଲ ରୂପାନ୍ତରଣ କେବଳ ସ୍କୁଲର କାୟିକ ପରିବର୍ତ୍ତନ ନୁହେଁ । ଏହା ପିଲା ମାନଙ୍କର ମାନସିକ ସ୍ତରରେ ବିରାଟ ପରିବର୍ତ୍ତନ ଆଣିପାରିଛି। ପିଲାଙ୍କ ଆତ୍ମବିଶ୍ବାସ ବୃଦ୍ଧି ପାଇଛି। ଭବିଷ୍ୟତରେ ସେମାନେ ସଫଳ ହେବା ସହିତ ଓଡିଶାର ରୂପାନ୍ତରରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରଖିପାରିବେ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ । ସ୍କୁଲ ରୂପାନ୍ତର ବାସ୍ତବରେ ଓଡିଶାର ଭବିଷ୍ୟତର ରୂପାନ୍ତର ପାଇଁ ମୂଳଦୁଆ ପକାଇଛି ବୋଲି ସେ କହିଥିଲେ ।

 

ପିଲାଙ୍କ ଭିତରେ ମୁଁ ଭବିଷ୍ୟତ ଓଡିଶା ର ଝଲକ ଦେଖିପାରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।ସେହିପରି ପିଲାମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରି ଅତ୍ୟନ୍ତ ଉତ୍ସାହର ସହିତ ନିଜ ଭବିଷ୍ୟତର ସ୍ବପ୍ନକୁ ଉପସ୍ଥାପିତ କରିଥିଲେ। ସେମାନଙ୍କ ଭିତରେ ଆତ୍ମବିଶ୍ବାସ ଝରି ଉଠୁଥିଲା। ସେମାନେ କହିଥିଲେ ଯେ ଉନ୍ନତ ସୁବିଧା ସହିତ ମାଗଣା ବିଜୁଳି ଓ ଇଣ୍ଟରନେଟ୍‌ ସୁବିଧା ଯୋଗୁଁ, ଯେ କୌଣସି ବିଷୟରେ ସେମାନେ ତୁରନ୍ତ ଆବଶ୍ୟକୀୟ ତଥ୍ୟ ବା ଜ୍ଞାନ ପାଇପାରୁଛନ୍ତି। ସାରା ବିଶ୍ବର ଜ୍ଞାନ ଏବେ ସେମାନଙ୍କ ହାତ ମୁଠାରେ। ତେଣୁ ରୂପାନ୍ତର ଯୋଗୁ ଏବେ ସ୍କୁଲ ସେମାନଙ୍କ ପାଇଁ ପ୍ରକୃତରେ ଏକ ଜ୍ଞାନ ମନ୍ଦିର ହୋଇପାରିଛି ବୋଲି ସେମାନେ କହିଥିଲେ. ସେମାନଙ୍କ ସ୍କୁଲ ଏବେ ଉତ୍କର୍ଷର କେନ୍ଦ୍ର ହୋଇଛି ବୋଲି ପିଲାମାନେ ମତ ଦେଇଥିଲେ। ଏହି ଅବସରରେ ଆଲୋଚନାରେ ଭାଗ ନେଇ କୋରାପୁଟରୁ ନିବେଦିତା, ଗଜପତିରୁ ରେଶମା, ସମ୍ବଲପୁରରୁ ଆକୃତି ବଲାଙ୍ଗୀରରୁ ଅଞ୍ଜନେୟ ଏହଂ ଯାଜପୁରରୁ ମନୀଷା ଆଦି ଛାତ୍ରଛାତ୍ରୀ ସେମାନଙ୍କ ବ୍ୟକ୍ତବ୍ୟରେ ସ୍କୁଲ ରୂପାନ୍ତର ବିଷୟରେ ସେମାନଙ୍କ ଅନୁଭବ ବର୍ଣନା କରିଥିଲେ ।  ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କୋରାପୁଟ ଜିଲ୍ଲାର ୯୫ଟି ହାଇସ୍କୁଲ, ଗଜପତିର ୩୧ଟି, ସମ୍ବଲପୁରର ୪୦ଟି, ବଲାଙ୍ଗୀରର ୧୦୦ଟି ଓ ଯାଜପୁରର ୧୫୦ଟି ହାଇସ୍କୁଲ ଲୋକାର୍ପିତ ହୋଇଛି । ଏହା ସହିତ ଦ୍ଵିତୀୟ ପର୍ଯ୍ୟାୟ ସ୍କୁଲ ରୂପାନ୍ତର ଶେଷ ହୋଇଛି।

ଏହି ଅବସରରେ ପିଲାମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ସ୍କୁଲ ଆଜି ଯେଉଁ ନୂଆ ରୂପ ନେଇଛି, ତାହା ପିଲାମାନଙ୍କ ଭିତରେ ଆନନ୍ଦ ଓ ଉତ୍ସାହ ଭରି ଦେଇଛି । ରୂପାନ୍ତର ସେମାନଙ୍କ ମାନସିକ ସ୍ତରରେ ମଧ୍ୟ ପରିବର୍ତ୍ତନ ଆଣିଛି। ସେମାନେ ଆଗ ଅପେକ୍ଷା ଅଧିକ ଆତ୍ମବିଶ୍ବାସର ସହ ନୂଆ ଆଶା ଓ ସଂକଳ୍ପ ନେଇ ଆଗକୁ ବଢୁଛନ୍ତି । ଏହା ଓଡିଶାର ଭବିଷ୍ୟତ ପାଇଁ ଏକ ଶୁଭ ସଂକେତ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ। ସ୍କୁଲ ସମୟ ଜୀବନର ଶ୍ରେଷ୍ଠ ସମୟ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏ ରୂପାନ୍ତର ଆମର ପିଲାମାନଙ୍କୁ ଶ୍ରେଷ୍ଠ କରି ଗଢିତୋଳିବା ପାଇଁ ସୁଯୋଗ ସୃଷ୍ଟି କରିଛି ।ପ୍ରତ୍ୟେକ ପିଲା ସ୍ବତନ୍ତ୍ର ଏବଂ ତା ଭିତରେ ଭରି ରହିଛି ବିପୁଳ ସମ୍ଭାବନା । ପିଲାଙ୍କ ଆଖିରେ ଥାଏ ସୁନ୍ଦର ଭବିଷ୍ୟତର ସ୍ବପ୍ନ। ଜୀବନରେ କିଛି ବଡ କରିବାର ସ୍ବପ୍ନ। ସ୍କୁଲ ରୂପାନ୍ତର ପିଲାମାନଙ୍କ ଏ ସ୍ବପ୍ନରେ ଡେଣା ଯୋଡିପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହା ପିଲାମାନଙ୍କ ପାଇଁ ନୂଆ ସୁଯୋଗ ଆଣିଛି । ତେଣୁ ଆତ୍ମବିଶ୍ୱାସ ର ସହ ଆଗକୁ ବଢିବାକୁ ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ. ପିଲାମାନଙ୍କ ସ୍ବପ୍ନ ସାକାର ହେଲେ, ନୂଆ ଓଡିଶାର ଲକ୍ଷ୍ୟ ପୂରଣ ହେବ ଓ ନୂଆ ଓଡିଶା ଗଠନର ଭିତ୍ତି ସ୍ଥାପିତ ହେବ।

ଶିକ୍ଷା ହିଁ ଜୀବନରେ ସବୁଠାରୁ ବଡ ରୂପାନ୍ତର ଆଣିଥାଏ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜୀବନର ଏ ଗୁରୁତ୍ବପୂର୍ଣ୍ଣ ସମୟକୁ ଠିକ୍‌ ଭାବରେ ଉପଯୋଗ କର ଏବଂ ନିଜପାଇଁ, ନିଜ ପରିବାର ପାଇଁ ଓ ପ୍ରିୟ ଓଡିଶା ପାଇଁ ନୂଆ ପରିଚୟ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ।ପିଲାମାନଙ୍କୁ ୫-ଟି ମହତ୍ତ୍ବ ବିଷୟରେ ବୁଝାଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଟେକ୍ନୋଲୋଜି, ଟିମୱାର୍କ, ଟାଇମ ବା ସମୟ ଏବଂ ଟ୍ରାନ୍ସପ୍ୟାରେନ୍ସି ବା ସ୍ବଚ୍ଛତାର ପ୍ରୟୋଗରେ ଆସେ ରୂପାନ୍ତର । ଟେକ୍ନୋଲୋଜି ଦ୍ବାରା ସେମାନଙ୍କ ସ୍କୁଲରେ ସ୍ମାର୍ଟ କ୍ଲାସ ରୁମ୍, ଇ-ଲାଇବ୍ରେରୀ, କମ୍ପୁଟର, ଆଧୁନିକ ପରୀକ୍ଷାଗାର ଆଦିର ବ୍ୟବସ୍ଥା ହେବା ସହିତ ଭଲ ପିଇବା ପାଣି ଓ ଉତ୍ତମ ପରିମଳ ବ୍ୟବସ୍ଥାର ସୁବିଧା କରାଗଲା । ସେହିପରି ଟିମ୍ୱାର୍କରେ ପଞ୍ଚାୟତ ପ୍ରତିନିଧି, ସ୍କୁଲ ପରିଚାଳନା କମିଟି, ଶିକ୍ଷକ, ପୁରାତନ ଛାତ୍ର ଓ ପ୍ରଶାସନ ଆଦି ସମସ୍ତେ ମିଳିମିଶି ଏ ରୂପାନ୍ତର କାମରେ ସାମିଲ ହୋଇଛନ୍ତି । ସେହିପରି ଟାଇମ ବା ସମୟକୁ ଗୁରୁତ୍ବ ଦିଆଯାଇ ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ ଠିକ୍‌ ସମୟରେ କାର୍ଯ୍ୟ ଶେଷ ହୋଇଛି । ସେହିପରି ଟ୍ରାନ୍‌ସପ୍ୟାରେନ୍‌ସି ବା ସ୍ବଚ୍ଛତାର ପ୍ରୟୋଗ କରାଯାଇ ସବୁ କାମ ସମସ୍ତଙ୍କ ସହ ଆଲୋଚନା କରି କରାଯାଇଛି। ଭିଜନ ଡକ୍ୟୁମେଣ୍ଟ ଠାରୁ ଆରମ୍ଭ କରି କାମ ତଦାରଖ ପର୍ଯ୍ୟନ୍ତ ସମସ୍ତଙ୍କ ଜ୍ଞାତସାରରେ ସବୁ କାର୍ଯ୍ୟ ହୋଇଛି। ଏହି ସ୍ବଚ୍ଛତା ହେଉଛି ୫-ଟି କାର୍ଯ୍ୟକ୍ରମର ବଡ ଶକ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏସବୁ ମିଶି ରୂପାନ୍ତର ଆସିଛି ବୋଲି ସେ ମତବ୍ୟକ୍ତ କରିଥିଲେ । ରୂପାନ୍ତର ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ସ୍କୁଲ ମ୍ୟାନେଜମେଣ୍ଟ କମିଟି, ପଞ୍ଚାୟତ ପ୍ରତିନିଧି, ପୁରାତନ ଛାତ୍ର ସଂସଦ, ଶିକ୍ଷକ ଶିକ୍ଷୟତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।  ଏହି କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ମନ୍ତ୍ରୀ ଶ୍ରୀ ରୋହିତ ପୂଜାରୀ, ବିଧାୟକ ଶ୍ରୀ ଅମର ପ୍ରସାଦ ଶତପଥୀ, ବିଧାୟକ ଶ୍ରୀ ରଘୁରାମ ପଡଲ ଓ ଜିଲ୍ଲା ପରିଷଦ ସଭାପତି ଶ୍ରୀ ଜି. ତିରୁପତି ରାଓ ପ୍ରମୁଖ ଉଦବୋଧନ ଦେଇ ସ୍କୁଲ ମାନଙ୍କର ଅନୁକୂଳ ପରିବେଶ ପିଲା ଓ ଅଭିଭାବକ ମାନଙ୍କ ଭିତରେ ଭରସା ସୃଷ୍ଟି କରିଛି।

କାର୍ଯ୍ୟକ୍ରମ ପରିଚାଳନା କରି ମୁଖ୍ୟମନ୍ତ୍ରୀଙ୍କ ସଚିବ 5T ଶ୍ରୀ ଭି କେ ପାଣ୍ଡିଆନ କହିଥିଲେ ଯେ ଦୁଇଟି ପର୍ଯ୍ୟାୟ ରେ 3981ଟି ହାଇସ୍କୁଲ ରୂପାନ୍ତରଣ ଶେଷ ହୋଇଛି. କୋଭିଡ ଓ ପଂଚାୟତ ନିର୍ବାଚନ ପରି ଆହ୍ୱାନ ମୂଳକ ସମୟ ସତ୍ୱେ ଏହା ସଫଳ ହୋଇ ଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଉନ୍ନୟନ କମିସନର ଶ୍ରୀ ପ୍ରଦୀପ ଜେନା ଓ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଓସେପାର ପ୍ରକଳ୍ପ ନିର୍ଦ୍ଦେଶକ ଧନ୍ୟବାଦ ଦେଇଥିଲେ୤

ପୁଣି ଉପରମୁହାଁ ହୋଇଛି କରୋନା ସଂକ୍ରମଣ…

() ପୁଣି ଉପରମୁହାଁ ହୋଇଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଦେଶରେ ସଂକ୍ରମଣ ଦୁଇଗୁଣା ହେବା ପରେ ସରକାରଙ୍କୁ ଘାରିଛି ସଂକ୍ରମଣ ଚିନ୍ତା । ମାସ୍କ ପିନ୍ଧିବା କଟକଣା କଡ଼ାକଡ଼ି କରିବା ସହ ସଭିଲାନ୍ସ ଉପରେ ଫୋକସ କରିବାକୁ ନିଦ୍ଦେଶ ଦିଆଯାଇଛି । ରାଜ୍ୟରେ କରୋନା ସଂକ୍ରମଣ ସାମନ୍ୟ ବୃଦ୍ଧି ପାଉଥବାରୁ ସଜାଗ ହୋଇଛି ଓଡ଼ିଶା । ମହାରାଷ୍ଟ୍ର, କେରଳ ଦେଇ ଓଡ଼ିଶାକୁ ଆସିବକି ସଂକ୍ରମଣ । ଆସିବ କି କରୋନାର ଆଉ ଏକ ଲହର ? ଦେଶ ଓ ରାଜ୍ୟରେ କରୋନା ସଂକ୍ରମଣ ଉପର ମୁହାଁ ହେବା ପରେ ବଢିଛି ସରକାରଙ୍କ ଚିନ୍ତା । ୨୪ ଘଂଟାରେ ଦେଶରେ ସଂକ୍ରମଣ ୨ ଗୁଣା ବଢ଼ିଲା ସହ ରାଜ୍ୟରେ ମଧ୍ୟ ସଂକ୍ରମଶ ବୃଦ୍ଧି ପାଇଛି । ସଂକ୍ରମଣ ବୃଦ୍ଧିକୁ ନଜରେ ରଖି ବିମାନ ବନ୍ଦରରେ ମାକ୍ସ ପିନ୍ଧିବା ବାଧ୍ୟତାମୂଳକ । ସେହିପରି ୪ ମାସ ପରେ ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୩୧ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯାହା କି ଗତ କାଲି ଅପେକ୍ଷା ଦୁଇ ଗୁଣ । ଦେଶ ଓ ରାଜ୍ୟରେ ସଂକ୍ରମଣ ବଢିବା ପରେ ସଜାଗ ହୋଇଛି ଓଡ଼ିଶା । କଟକର ଏକ ୱାର୍କିଂ ହଷ୍ଟେଲରେ 13 ଜଣ କରୋନା ଦ୍ବାରା ସଂକ୍ରମିତ ହେବା ପରେ ସ୍ବାସ୍ଥ୍ୟ ବିଭାଗ ଅଧିକ ତତପର ହୋଇଛି । ସଂକ୍ରମଣ ବଢୁଥିବାରୁ ସବୁ ଜିଲ୍ଲାଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛି ସ୍ବାସ୍ଥ୍ୟ ବିଭାଗ । ଟେଷ୍ଟିଂ, ଟ୍ରାକିଂ, ଟ୍ରିଟମେଣ୍ଟ, ଟୀକାକରଣ ସହ କୋଭିଡ୍ ଆପ୍ରୋପ୍ରିଏଟ ବ୍ୟବହାର କଡ଼ାକଡ଼ି କରିବାକୁ ପରାମର୍ଶ ଦେଇଢ଼ଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର ।ସେପଟେ ଦେଶରେ ସଂକ୍ରମଣ ବଢୁଥିବା ଏବେଠାରୁ ଲୋକଙ୍କ ସର୍ତକ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ । ଦେଶରେ ଯଦି ଲଗାତର ଭାବେ ଦ୍ରୃତ ଗତିରେ ସଂକ୍ରମଣ ବଢେ ତେବେ ଏହା ଚତୁର୍ଥ ଲହର ଆଣିପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି । ଯେହେତୁ ଦେଶ ଓ ରାଜ୍ୟର ବହୁ ଲୋକ ଟିକାକରଣରେ ସାମିଲ ହୋଇଛନ୍ତି ତେଣୁ ପ୍ରଥମ ଓ ତୃତୀୟ ଲହର ପରି ଚତୁର୍ଥ ଲହର ସେତେଟା ଭୟାନକ ହେବ ନାହିଁ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି । ଯଦି ଭାଇରସ ରୂପ ବଦଲାଇବ ତେବେ ବିପଦ ବଢ଼ିପାରେ ।ଦେଶରେ ୨୪ ଘଣ୍ଟାରେ ୭ ହଜାର ୨୪୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକି ବୁଧବାର ଅପେକ୍ଷା ୪୦% ଅଧିକ ବଢିଛି।

 

ଜଳୁଛି ପଶ୍ଚିମ ଓଡିଶା; ଉପକୂଳ ରେ ଅସହ୍ୟ ଗୁଳୁଗୁଳି…

() ଉପକୂଳ ରେ ଅସହ୍ୟ ଗୁଳୁଗୁଳି ୬୦ ପ୍ରତିଶତ ରୁ ଅଧିକ ଆର୍ଦ୍ରତା ପାଇଁ ଅସ୍ତବ୍ୟସ୍ତ ଜନଜୀବନ ଉଚ୍ଚ ଆର୍ଦ୍ରତା ସତ୍ବେ ବାୟୁମଣ୍ଡଳ ର ସ୍ଥିରତା ପାଇଁ କମୁଛି କାଳବୈଶାଖୀ।ବାୟୁମଣ୍ଡଳ ର ଉପରିଭାଗରେ ଉତ୍ତର-ପଶ୍ଚିମଦିଗରୁ ବହୁଛି ଶୁଷ୍କ ପବନପ୍ର ଭାବରେ ପଶ୍ଚିମଓଡିଶାର ୭ଟି ସହରରେ ପାରଦ ୪୪ଡ଼ିଗ୍ରୀ ଉପରେ। ଏହି ଉତ୍ତପ୍ତ ବାୟୁର ପ୍ରଭାବ ପଶ୍ଚିମ ଓଡ଼ିଶାରେ ଆଗାମୀ ୨-୩ ଦିନ ରହିବା ସହ ଆଗାମୀ ୨୪ଘଣ୍ଟା ପାଇଁ ପଶ୍ଚିମ ଓଡ଼ିଶାର ୮ ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ପାଇଁ ଚେତାବନୀ ଜାରିକରାଯାଇଛି |

ଆଜି ପାଇଁ ସମ୍ବଲପୁର, ସୋନପୁର, ବରଗଡ, ବଲାଙ୍ଗୀର, ନୂଆପଡା, ବୌଦ୍ଧ, ଝାରସୁଗୁଡା, ଏବଂ କଳାହାଣ୍ଡି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ଥିବାରୁ ୟେଲୋ ୱାର୍ନିଙ୍ଗ ଜାରିକରାଯାଇଛି ।

ଏହି ଜିଲ୍ଲାଗୁଡିକରେ ଦିନ ୧୧ ଟାରୁ ଦିନ ୩ ଟା ମଧ୍ୟରେ ଯଥାସମ୍ଭବ ଯାତାୟାତ ରୁ ନିବୃତ ରହିବା ପାଇଁ ସୂଚନା ଜାରିକରାଯାଇଛି

Follow us

20,832FansLike
0FollowersFollow
14,700SubscribersSubscribe

Latest news