ସୁର ରାଉତରାୟ ବୟାନକୁ ନେଇ ଅଡୁଆ ରେ କଂଗ୍ରେସ…

() ଦ୍ରୌପଦୀ ମୁରୁମୁ ଓଡ଼ିଆ ମାଟିରେ ଜନ୍ମ ହୋଇଛନ୍ତି। ତେଣୁ ଆମେ ଗର୍ବ କରୁଛୁ। ହେଲେ ଏହା ମାଟିର ଲଢେଇ ନୁହେଁ ପାର୍ଟିର ଲଢେଇ। ମାଟି ପାଇଁ ଲଢେଇ ହେଲେ ଆମେ ଜୀବନ ଦେଇ ଦେବୁ। ଉପା ପ୍ରାର୍ଥୀ ଦେଇଛି ଏନଡିଏ ପ୍ରାର୍ଥୀ ଦେଇଛି। ସୁରେଶ ରାଉତରାଏ ଜଣେ ବରିଷ୍ଠ ଲୋକ। ଆମେ ତାଙ୍କୁ ସମ୍ମାନ ଦେଉଛୁ। ସେ ବୁଦ୍ଧିଜିବୀ ଲୋକ। ପାର୍ଟି ଲାଇନରେ ରହିବେ। ସେ ପାର୍ଟିରେ ଅଛନ୍ତି। ପାର୍ଟିର ହୁଇପ ମାନିବେ। ଚାପ କାହା ଉପରେ କାହିଁକି ପଡ଼ିବ। କଂଗ୍ରେସ ହାଇକମାଣ୍ଡ ଯାହାକୁ କହିବେ, ଆମେ ଭୋଟ ଦେବୁ। ବିହାର ମାଟିର ଯସବନ୍ତ୍ ସିଂହା। ବିହାର ବିଜେପି ତାଙ୍କୁ ଭୋଟ ଦେବ ତ?

ନିର୍ବାଚନ ସରୁ। ତା ପରେ ଦେଖିବା କିଏ କେତେ ଭୋଟ ପାଉଛି। ସୁର ରାଉତରାୟ ବୟାନକୁ ନେଇ କଂଗ୍ରେସ ଅଡୁଆରେ ପଡ଼ିଲା ପରେ ଏହା କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ l ଯାହାକୁ ନେଇ କଂଗ୍ରେସ ରାଜନୀତି ଉଷ୍ମ l

ଦଳୀୟ ଚାପ ଆଗରେ ନଇଁଲେ ସୁର: ଭେଟିବେ ଯସବନ୍ତ୍ ସିଂହାଙ୍କୁ …

() ନିଷ୍ପତ୍ତି ବଦଳାଇଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ l ସୋନିଆ ଗାନ୍ଧିଙ୍କୁ ପ୍ରସ୍ତାବ ନୁହେଁ ଏବେ ସୁର ରାଉତରାୟ ମିଳିତ ବିରୋଧି ପ୍ରାର୍ଥୀ ଙ୍କୁ ଭେଟିବେ l ମତେ ଦଳର ଉପରୁ ତଳ ଯାଏ ଚାପ ପଡ଼ିଲା। ତାକୁ ଖାତିର କରିବାକୁ ପଡ଼ିବ। ଦ୍ରୌପଦୀଙ୍କୁ ସମର୍ଥନ ପାଇଁ ଆଉ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିବି ନାହିଁ। ଯସବନ୍ତ୍ ସିଂହାଙ୍କୁ ହି ଭୋଟ ଦେବି। ଦଳର ହୁଇପ ମାନିବାକୁ ହେବ। ପାର୍ଟି ଆଗ। ହେଲେ ମୋ ମନ କହିଲା ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହୋଇଗଲେଣି। ତେଣୁ ତାଙ୍କୁ ଅଭିନନ୍ଦନ ଜଣାଇଲି। ତେବେ କ୍ରସ ଭୋଟିଂ ହୋଇପାରେ ଯସବନ୍ତଙ୍କ ପାଇଁ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି l

ମିଶନ ୨୦୨୪ : ଦକ୍ଷିଣରୁ ଆରମ୍ଭ ହେଲା ବିଜେଡ଼ିର ସଜବାଜ, ମଇଦାନରେ ପ୍ରଣବ

() ନୂଆ ମିଶନ, ନୂଆ ଏଜେଣ୍ଡା ଆଉ ଭିଜନ ୨୦୨୪କୁ ନେଇ ଆଗେଇ ଚାଲିଛି ବିଜେଡି  । ୨୦୧୯ ନିର୍ବାଚନ ଫଳାଫଳା ପରଦିନ ଠାରୁ ନୂଆ ଓଡ଼ିଶା, ସଶକ୍ତ ଓଡ଼ିଶାର ସ୍ବପ୍ନ ଧୀରେଧୀରେ ବାସ୍ତବ ରୂପ ନେବାରେ ଲାଗିଛି । ପଞ୍ଚମ ପାଳିର ତୃତୀୟ ବର୍ଷରେ ଓଡ଼ିଶା ରାଜନୀତିରେ ଇତିହାସ ସୃଷ୍ଟି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ସମସ୍ତ ମନ୍ତ୍ରୀ ଇସ୍ତଫା ଦେବା ସହ ନୂଆ ମନ୍ତ୍ରୀମଣ୍ଡଳ ଗଠନ କରିଛନ୍ତି ନବୀନ  । ମନ୍ତ୍ରୀମଣ୍ଡଳ ଗଠନ ପରେ ସାଂଗଠିନିକ ପ୍ରକ୍ରିୟାକୁ ଗ୍ରାଉଣ୍ଡରେ ଅଧିକ ଶକ୍ତିଶାଳୀ କରିବାକୁ ଦଳ ଫୋକସ କରିଛି । ଏଥିପାଇଁ ବିଜେଡିର ପ୍ରତ୍ୟେକ କର୍ମୀ ଓ ନେତା ଦଳର ସଂଗଠନ ପାଇଁ ଅଧିକ ସମୟ୍ ଦେବାକୁ ଆହ୍ବାନ ଦେଇଥିଲେ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ  । ପ୍ରତିମାସରେ ଦଳର ସଂଗଠନ ଗ୍ରାଉଣ୍ଡରେ କେତେ କାର୍ଯ୍ୟକାରୀ ହୋଇଛି ତାହାର ସମୀକ୍ଷା ମଧ୍ୟ କରାଯାଉଛି ।   ରାଜ୍ୟ ସରକାରଙ୍କ ସମସ୍ତ ଯୋଜନାର ସୁଫଳରୁ ଯେମିତି ଜଣେ ବି ଓଡ଼ିଆ ବାଦ୍ ନପଡ଼ନ୍ତି ସେନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ତାଗିଦ କରିଥିଲେ ତାକୁ ଗ୍ରାଉଣ୍ଡରେ ବାସ୍ତବରୂପ ଦେବା ପାଇଁ  ତୋଫାନୀ ଜିଲ୍ଲାଗସ୍ତରେ ବାହାରିଛନ୍ତି ନବୀନଙ୍କ ପ୍ରିୟ ତଥା ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)  ।

ମିଶନ ୨୦୨୪ ସଫଳ କରିବା ପାଇଁ  ପ୍ରଣବ ଦକ୍ଷିଣରୁ ନିଜର ଅଭିଯାନ ଆରମ୍ଭ କରିଛନ୍ତି  । କୋରାପୁଟ,ନବରଙ୍ଗପୁର, ଜୟପୁରରେ ଘନଘନ ବୈଠକ କରି ସଂଗଠନକୁ ଅଧିକ ଚଳଚଞ୍ଚଳ କରିବାକୁ  ତୃଣମୂଳ ସ୍ତରରୁ ସମରସଜା ଆରମ୍ଭ କରିଛନ୍ତି ପ୍ରଣବ । ବିରୋଧୀଙ୍କ ଅପପ୍ରଚାର ରୋକିବା ସହ ନୂଆ ଓଡ଼ିଶା ଗଠନ କରିବାରେ ପ୍ରତ୍ୟେକ ବିଜେଡ଼ି କର୍ମୀ ସଙ୍କଳ୍ପ ନେବାକୁ ସାଂଗଠନିକ ବୈଠକରେ ପ୍ରଣବ ଫୋକସ ଦେବାର ଯୋଜନା ରଖୁଛନ୍ତି । ବିଶେଷକରି  ପଂଚାୟତ ଓ ପୌର ନିର୍ବାଚନରେ  ଓଡ଼ିଶାବୀସୀ ଯେଉଁ ଏକତରଫା ଆର୍ଶୀବାଦ ଦେଇ ବିଜେଡିକୁ ବଡ ବିଜୟ କରାଇଛନ୍ତି  ସେଥିଲାଗି ପ୍ରତ୍ୟେକ ଓଡ଼ିଆଙ୍କ ପାଖରେ ଦଳ ଋଣୀ  । ସମସ୍ତ ଜିଲ୍ଲା ପରିଷଦ ବିଜେଡ଼ି ଗଠନ କରିବା ଓ ପୌରରେ ୮୫ ପ୍ରତିଶତରୁ ଅଧିକ ଆସନରେ ଦଳ ବିଜୟ ହେବା ପରେ ଦଳର ସମସ୍ତ କର୍ମୀମାନଙ୍କର ଉତ୍ତରଦାୟିତ୍ବ ବଢିଛି  । ତେଣୁ ରାଜ୍ୟବାସୀଙ୍କ ଏହି ଭଲ ପାଇବାକୁ  ସେବା ଜରିଆରେ ଋଣ ସୁଝାଇବାକୁ ପ୍ରଣବ ଆହ୍ବାନ ଦେଇଛନ୍ତି  । ଏହାସହ ପଂଚାୟତ ଓ ପୌରରେ ଦଳ ଯେଉଁ ବଡ଼ ସଫଳତା ପାଇଛି ସେଥିରେ ସବୁଠାରୁ ବଡ଼ ଭୂମିକା ଗ୍ରହଣ କରିଛନ୍ତି ତୃଣମୂଳ  ସ୍ତରରେ ଥିବା ସମସ୍ତ ବିଜେଡି କର୍ମୀ  ।  ପଦ ପଦବୀ ନୁହେଁ , ବଂର ସେବା କରିବା ମନବୃତ୍ତି ନେଇ ସମସ୍ତ କର୍ମୀ କାମ କରିବାକୁ ଜିଲ୍ଲାରୁ ଅଭିଯାନ ଆରମ୍ଭ କରିଦେଇଛନ୍ତି ପ୍ରଣବ  । ୨୦୨୪ ନିର୍ବାଚନ ପାଇଁ ଅନ୍ୟଦଳମାନେ ଏବେ ଠାରୁ ଚିନ୍ତା କରୁଥିବା ବେଳେ ବିଜେଡ଼ି  ୨୦୧୯ ନିର୍ବାଚନ ପର ଠାରୁ ଏହି କାମ ଆରମ୍ଭ କରି ବେଶ ଆଗରେ ରହିଛି  । ଯାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଗଦର୍ଶନ ଓ ପ୍ରଣବଙ୍କ ସାଂଗଠନିକ ଦକ୍ଷତା ହିଁ ଦଳକୁ ଏହି ସଫଳତା ଦେଇଛି  ।

 

ବିଧାୟକ ସୁରେଶ ରାଉତ୍ ରାୟଙ୍କ ବଡ ବୟାନ…

() କଂଗ୍ରେସ ବିଧାୟକ ସୁରେଶ ରାଉତ୍ ରାୟଙ୍କ ବଡ ବୟାନ। ମୁଁ ସୋନିଆ ଗାନ୍ଧୀଙ୍କୁ ପ୍ରସ୍ତାବ ଦେଉଛି ଯେ ଦ୍ରୌପଦୀ ମୂର୍ମୁଙ୍କୁ ନିର୍ଦ୍ୱନ୍ଦ୍ୱ ରେ ନିର୍ବାଚିତ କରିବା ଦିଗରେ ନିଷ୍ପତ୍ତି ନିଅନ୍ତୁ। ଭାରତ ବର୍ଷ ଜଣେ ଭଲ ମହିଳାଙ୍କୁ ପାଇବ। ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ସୁନିଶ୍ଚିତ। ମୁଁ ବହୁତ୍ ଖୁସି ଜଣେ ଓଡ଼ିଆ ହିସାବରେ। କିନ୍ତୁ ହାଇକମାଣ୍ଡ ଯାହା ନିର୍ଦ୍ଦେଶ ଦେବେ ଆମେ ତାକୁ ପାଳନ କରିବୁ।

ଅପରାଜିତା କହୁଛନ୍ତି ଅନେକ ବିକାଶ କରିଛନ୍ତି। କିନ୍ତୁ ସେ ଯେତିକି ଅର୍ଥ ସାଂସଦ ପାଣ୍ଠିରୁ କରିଛନ୍ତି ବୋଲି କହୁଛନ୍ତି ତାହା ଜଣାପଡୁନି। ଜଟଣୀ ନିର୍ବାଚନ ମଣ୍ଡଳୀରେ ଆଖିଦୃଶିଆ କାମ ହୋଇନି। କିନ୍ତୁ ସେ କର୍ମୀ ଭଳି କାମ କରୁଛନ୍ତି।

ସୁରେଶ ରାଉତରାୟ, ବରିଷ୍ଠ କଂଗ୍ରେସ ବିଧାୟକ

ବଜେଟ ଅଧିବେଶନ ପାଇଁ ବସିବ ସର୍ବଦଳୀୟ ବୈଠକ….

() ବଜେଟ ଅଧିବେଶନ ପାଇଁ ଆସନ୍ତା 29 ତାରିଖରେ ବସିବ ସର୍ବଦଳୀୟ ବୈଠକ। ବିଧାନସଭା ନିୟୁ କନଭେନ ସ ନ ହଲରେ ସକାଳ ସାଢେ 11 ଟାରେ ବସିବ । ବାଚସ୍ପତିଙ୍କ ଅଧକ୍ଷତାରେ ବସିବ ବୈଠକ।ସୂଚନା ଦେଲେ ବାଚସ୍ପତି ବିକ୍ରମ କେଶରୀ ଆରୁଖ।

ଶୃଙ୍ଖଳିତ ରଥଯାତ୍ରା ପ୍ରସ୍ତୁତି ର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ…

() ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ର କ୍ଷେତ୍ର ସ୍ତରୀୟ ଅଗ୍ରଗତି ର ଅନୁଧ୍ୟାନ। ପୁରୀ ରେ ମହାମାରୀ କରୋନା ପାଇଁ ଦୁଇ ବର୍ଷ ବିନା ଭକ୍ତ ରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା। ତେବେ ଚଳିତ ବର୍ଷ କରୋନା ର ପ୍ରକୋପ ହ୍ରାସ ପାଇଥିବାରୁ ଭକ୍ତ ଙ୍କ ମେଳରେ ରଥଯାତ୍ରା ହେବ। ପୂର୍ବାପେକ୍ଷା ଅଧିକ ଜନସମାଗମ ର ଆକଳନ କରାଯାଉଛି। ତେଣୁ ଶାନ୍ତି ଶୃଙ୍ଖଳା ରକ୍ଷା ସହ ଯାତ୍ରୀ ମାନଙ୍କ ସୁରକ୍ଷା ଓ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି।

ଗୁରୁବାର ଅପରାହ୍ନରେ ରଥଯାତ୍ରା ସମ୍ପର୍କରେ ଏକ ସମୀକ୍ଷା ବୈଠକ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟକ୍ଷତା କରି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ପ୍ରତ୍ୟେକ ବିଭାଗ ଉତ୍ତରଦାୟୀ ଓ ସମର୍ପିତ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ବିଶେଷ କରି ରାସ୍ତା ଘାଟ ମରାମତି, ଡ୍ରେନ ସଫା ଓ ମରାମତି, ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ଓ ବିକଳ୍ପ ବିଦ୍ୟୁତ ବ୍ୟବସ୍ଥା, ସୁନାବେଶ ରେ ଅତିରିକ୍ତ ଉଜ୍ଜ୍ବଳ ଆଲୋକ ବ୍ୟବସ୍ଥା,ଜଳ ଯୋଗାଣ, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାପନ, ରଥଯାତ୍ରା ପାଇଁ ଆସୁଥିବା ଯାତ୍ରୀମାନଙ୍କ ନିମନ୍ତେ ଆଶ୍ରୟ ସ୍ଥଳ ବ୍ୟବସ୍ଥା, ରଥଯାତ୍ରା ପୂର୍ବରୁ ବଡ଼ଦାଣ୍ଡରୁ ସମସ୍ତ ଅବରୋଧ ଓ କ୍ୟାବିନ ଅପସାରଣ, ବର୍ଷା ହେଲେ ତୁରନ୍ତ ଜଳ ନିଷ୍କାସନ ବ୍ୟବସ୍ଥା, ରାସ୍ତା ଅବରୋଧ କରି ଗାଡି ପାର୍କିଂ କରୁଥିଲେ ତୁରନ୍ତ ହଟେଇବା ବ୍ୟବସ୍ଥା କରିବାକୁ ସେ ପରାମର୍ଶ ଦେଇଥିଲେ। ସେହିପରି ପ୍ରତିଟି ରଥ ଟଣା ପରେ ତୁରନ୍ତ ବଡଦାଣ୍ଡ ରୁ ଚପଲ,ପାଣି ବୋତଲ ଇତ୍ୟାଦି ଅଳିଆ କୁ ହଟେଇବା ସହ ରୌଦ୍ର ତାପରୁ ରକ୍ଷା ପାଇଁ ଜଳ ସିଚଂନ କରିବାକୁ ସେ ପରାମର୍ଶ ଦେଇଥିଲେ। ପ୍ରାରମ୍ଭରେ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ପ୍ରଶାସନ ଗ୍ରହଣ କରିଥିବା ବିବିଧ ପଦକ୍ଷେପ ଓ ଆରକ୍ଷୀ ଅଧିକ୍ଷକ ଡଃ କନୱର ବିଶାଲ ସିଂ ଆଇନ ଶୃଙ୍ଖଳା ରକ୍ଷା ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରିଥିଲେ। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଶ୍ରୀ ଦିଲ୍ଲୀପ କୁମାର ମହାପାତ୍ର, ଶ୍ରୀ କୈଳାସ ଚନ୍ଦ୍ର ନାୟକ, ଉପଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ,ନିତୀ ପ୍ରଶାସକ ଶ୍ରୀ ଜିତେନ୍ଦ୍ର କୁମାର ସାହୁ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଓ ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ମାନେ ଯୋଗ ଦେଇ ବିଭିନ୍ନ ସୂଚନା ପ୍ରଦାନ କରିଥିଲେ। ସମୀକ୍ଷା ପରେ ପରେ ମୁଖ୍ୟ ଶାସନ ସଚିବ ସେବାୟତ ମାନଙ୍କ ସହ ରଥଯାତ୍ରା କୁ ସୁଚାରୁ ରୁପେ ଓ ନିର୍ଦ୍ଧାରିତ ସମୟ ନିର୍ଘଣ୍ଟରେ ସମାପନ କରିବାକୁ ସହଯୋଗ କାମନା କରିଥିଲେ।ପରେ ଶ୍ରୀ ମହାପାତ୍ର ଶ୍ରୀମନ୍ଦିର ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କୁ ପରିଦର୍ଶନ କରିବା ସହ କାର୍ଯ୍ୟ ଅଗ୍ରଗତି କୁ ଅନୁଧ୍ୟାନ କରିଥିଲେ।

ବୃକ୍ଷ ହେଉଛି ଏକତାର ପ୍ରତୀକ…

() ଜୀବନ ବୃକ୍ଷ ହେଉଛି ଏକ ଧାରଣା ଯାହାକି ପବିତ୍ର ବୃକ୍ଷର ଧାରଣା ସହିତ ଘନିଷ୍ଠ ଅଟେ ଯାହା ପ୍ରତିନିଧିତ୍ୱ କରେ ଯେ ସବୁକିଛି ପରସ୍ପର ସହିତ ସଂଯୁକ୍ତ | ଏହା ଏକତାର ପ୍ରତୀକ ଅଟେ ଏବଂ ଏହାର ମୂଳ ସହିତ ଆମେ କେବେବି ଏକୁଟିଆ ନୁହଁ ଏବଂ ବ୍ରହ୍ମାଣ୍ଡ ସହିତ ସଂଯୁକ୍ତ ଅଟୁ | ଭାରତର ପଟ୍ଟାଚିତାର କଳାକାର ଗାଁର ରଘୁରଜପୁର ଗାଁରୁ ଆସି ଆପିନ୍ଦ୍ର ସ୍ ain େନଙ୍କ ପରିବାର ପି generations ଼ି ପରେ ଚିତ୍ର ଆଙ୍କିଛନ୍ତି। ସେ ହେଉଛନ୍ତି ଜଣେ କଳାକାର ଯିଏ ଏହି ପାରମ୍ପାରିକ କଳା ଫର୍ମ ପାଇଁ ଏକ ନୂତନ ରାସ୍ତା ଖୋଜିବାକୁ ଚେଷ୍ଟା କରୁଛନ୍ତି ଏବଂ ପାଟ୍ଟାଚ୍ରା କଳା ମଧ୍ୟରେ କାଲିଗ୍ରାଫି ଅନ୍ତର୍ଭୁକ୍ତ କରିବା ଭଳି କଳା ଫର୍ମ ବଦଳାଇବା ସହିତ କେଟଲ୍, ବୋତଲ ଏବଂ ପରୀକ୍ଷଣ ପରି ଆଧୁନିକ କଳାକୃତି ଉପରେ କାର୍ଯ୍ୟ କରୁଛନ୍ତି | ନୂତନ ଏବଂ ଆକର୍ଷଣୀୟ ଉପାୟରେ ପଟ୍ଟାଚିତାର ଉତ୍ତରାଧିକାରୀ ଜାରି ରଖିବା ହେଉଛି ତାଙ୍କର ସ୍ୱପ୍ନ | ପଟ୍ଟାଚିତାର ନାମ ସଂସ୍କୃତ ଶବ୍ଦ ପାଟାରୁ ବିକଶିତ ହୋଇଛି, ଅର୍ଥାତ୍ କାନଭାସ୍, ଏବଂ ଚିତ୍ର, ଅର୍ଥାତ୍ ଚିତ୍ର | ମୂଳତ Odisha ଓଡ଼ିଶାରୁ ପଟ୍ଟାଚିତ୍ରା ଏହିପରି କାନଭାସରେ ଏକ ଚିତ୍ର ଅଟେ ଏବଂ ଏହା ସମୃଦ୍ଧ ରଙ୍ଗୀନ ପ୍ରୟୋଗ, ସୃଜନଶୀଳ ମୋଟିଫ୍ ଏବଂ ଡିଜାଇନ୍, ଏବଂ ସରଳ ଥିମର ଚିତ୍ରଣ ଦ୍ୱାରା ଚିତ୍ରିତ ହୋଇଥାଏ | ସବୁଠୁ ଅଧିକ, ଥିମ୍ ଗୁଡିକ ଚିତ୍ରକଳାର ଅର୍ଥକୁ କଳ୍ପନା କରି କଳା ଫର୍ମର ମୂଳ ବିଷୟ ଅଟେ | ସବିଶେଷ ତଥ୍ୟ | ଆକାର: 2 ଫୁଟ 3 ଫୁଟ | ମୂଲ୍ୟ ଅନାବଶ୍ୟକ ପେଣ୍ଟିଂ ପାଇଁ ଏବଂ କାନଭାସରେ ପଟାଚିଟ୍ରା ଶ style ଳୀରେ ହ୍ୟାଣ୍ଡପେଣ୍ଟ୍ ବିନା ଫ୍ରେମ୍ ବିନା ପେଣ୍ଟିଂ ପଠାଯିବ | ଏଠାରେ ଦେଖାଯାଇଥିବା ପ୍ରତିଛବି ଏକ ଘରୋଇ ସେଟିଂରେ ପେଣ୍ଟିଂକୁ ଭିଜୁଆଲ୍ କରିବାରେ ସାହାଯ୍ୟ କରିବା ପାଇଁ ପ୍ରତିନିଧୀ ଅଟେ ଏବଂ ପ୍ରକୃତ ଫ୍ରେମ୍ ହୋଇଥିବା ପ୍ରତିଛବି ନୁହେଁ | ପେଣ୍ଟିଂ ପାଇଁ ଏକ ଦେୟ ବିକଳ୍ପ ଭାବରେ COD ଗ୍ରହଣ କରାଯାଇପାରିବ ନାହିଁ | ଏହି ପେଣ୍ଟିଂ ଅର୍ଡର କରିବା ପାଇଁ ପ୍ରସ୍ତୁତ ହେବ ଏବଂ 3-4 ସପ୍ତାହ ଲାଗିବ ସାର୍ଟିଫିକେଟ୍ ଅଫ୍ ପ୍ରାମାଣିକିକରଣ ପ୍ରଦାନ କରାଯିବ ଦୟାକରି ଆମକୁ yosha.gupta@memeraki.com ରେ ଲେଖନ୍ତୁ ଆକାରର ଯେକ custom ଣସି କଷ୍ଟମାଇଜେସନ୍ ପାଇଁ କିମ୍ବା ୱେବସାଇଟ୍ ଚାଟ୍ ରେ ଆମକୁ ପିଙ୍ଗ୍ କରନ୍ତୁ |

ବିପଦପୂର୍ଣ୍ଣ ମାଉନଣ୍ଟେନ ରାଲିରେ ବୈଭବ ଦ୍ୱିତୀୟ…

() ମାଇନସ ୧୮ ଡିଗ୍ରୀ ତାପମାତ୍ରା । ୧୫ ହଜାର ଫୁଟ ଉପରେ ପାହାଡ଼ର ବିପଦପୂର୍ଣ୍ଣ ଘାଟିରେ ଚାଲିଥିଲା ମାଉନଣ୍ଟେନ ରାଲି । ଟିକିଏ ଏପାଖ ସେପାଖ ହେଲେ… ସିଧା ତଳେ। ସବୁଠୁ ଅଦ୍ଭୁତ କଥା ହେଲା, ଏ ବିପଦ ପୂର୍ଣ୍ଣ ରେସରେ ଗାଡ଼ି ଚାଳକଙ୍କୁ ଜଣାନଥାଏ ରାସ୍ତା । କେବଳ କାରରେ ଖଞ୍ଜାଯାଇଥିବା କମ୍ପୁ୍ୟଟର, ରାସ୍ତାର ମ୍ୟାପ୍ ବହି ଓ ସାଥୀରେ ଥିବା ନାଭିଗେଟର (ପଥ ପ୍ରଦର୍ଶକ) ହିଁ ଭରସା । ଜୀବନକୁ ବାଜି ଲଗାଇ ଏହି ଆଡଭେଞ୍ଚର ରେସରେ କମାଲ୍ ଦେଖାଇଛନ୍ତି ଓଡ଼ିଆ ପୁଅ ବୈଭବ ଚୌଧୁରୀ । ଏ ଯାତ୍ରାରେ ତାଙ୍କୁ ସାଥ୍ ଦେଇଥିଲେ ନାଭିଗେଟର ଶାଶ୍ୱତ ସ୍ୱାଇଁ । ପ୍ରଥମ ଥର ଏଭଳି ବିପଦପୂର୍ଣ୍ଣ ଯାତ୍ରାରେ ଭାଗ ନେଇ ବିଭିନ୍ନ ରାଜ୍ୟର ଜଣାଶୁଣା ଆଡଭେଞ୍ଚର କାର ରେସରଙ୍କୁ ପଛରେ ପକାଇ ଦେଇଛନ୍ତି ବୈଭବ ।

ଅବସର ଥିଲା ରାଲି ଅଫ୍ ଚମ୍ବା-୨୦୨୨ । ହିମାଚଳ ପ୍ରଦେଶରେ ଆୟୋଜିତ ହୋଇ ଆସୁଥିବା ଏହି ଖତରନାକ ଯାତ୍ରାରେ ସାମିଲ ହେବା ଆଦୌ ସହଜ ନୁହେଁ । ଛାତିରେ ଦମ୍ଭ, ମନରେ ଉତ୍ସାହର ପାହାଡ଼ ନେଇ ଏ ଯାତ୍ରାରେ ସାମିଲ ହୋଇଥିଲେ ଓଡ଼ିଆ ପୁଅ ବୈଭବ । ଲକ୍ଷ୍ୟ ଥିଲା- ନିଜ ଉପସ୍ଥିତି ଜାହିର କରି ଓଡ଼ିଶାର ବୀରତ୍ୱର ପରାକାଷ୍ଠା ସଭିଙ୍କୁ ଦେଖାଇବେ । ହିମାଳଚଳ ପ୍ରଦେଶ ପର୍ଯ୍ୟଟନ ବିଭାଗର ଏହା ସବୁଠୁ ବଡ଼ ଇଭେଣ୍ଟ । ଏହି ରାଲିର ଥାର୍ଡ କ୍ୟାଟେଗୋରିରେ ଯୋଗ ଦେଇଥିଲେ ବୈଭବ । ରାସ୍ତା ମାଲୁମ ନାହିଁ କି ଜଳବାୟୁ କେମିତି ରହିବ, କିଛି ଅଭିଜ୍ଞତା ନଥିଲା । ତଥାପି ବିପଦପୂର୍ଣ୍ଣ ମାଉଣ୍ଟେନ ରାଲିରେ ଗାଡ଼ି ଧରି ବାହାରିଲେ ବୈଭବ । ରାସ୍ତା ଯେତିକି ବିପଦପୂର୍ଣ୍ଣ, ନିୟମ ବି ସେତିକି କଠିନ । ପ୍ରଥମ ଦିନରେ ଚମ୍ବାରୁ ୧୭୮ କିମି ରାସ୍ତା ପାର୍ କରିବାକୁ ପଡ଼ିଥିଲା । ରାସ୍ତା ଏମିତି ଥିଲା ଯେ ଗାଡ଼ିର ଚଉଡ଼ା ଯେତିକି ରାସ୍ତାର ଚଉଡ଼ା ବି ପ୍ରାୟ ସେତିକି, ତାହା ପୁଣି ପାହାଡ଼ ଘାଟି ରାସ୍ତା । କେତେବେଳେ ଅଚାନକ ବାଁକୁ ମୋଡ଼ିବାକୁ ପଡ଼ୁଥାଏ, ପୁଣି କେବେ ଡାହାଣର ଗଳି ରାସ୍ତାକୁ । ତଥାପି ନାଭିଗେଟର ଶାଶ୍ୱତଙ୍କ ସହ ଉତ୍ତମ ବୁଝାମଣା ଯୋଗୁ ବୈଭବ ଆଗେଇ ଚାଲିଥିଲେ । ତା’ ପରଦିନ ରାସ୍ତା ଥିଲା ଆହୁରି ବିପଦପୂର୍ଣ୍ଣ । ଏ ବିପଦର ନାଁ ‘କିଲର୍ ସଚ୍ ପାସ୍’ । ହିମାଚଳର ଏ ରାସ୍ତା ବିଶ୍ୱର ଅନ୍ୟତମ ବିପଦପୂର୍ଣ୍ଣ ରାସ୍ତା । ସେଥିପାଇଁ ଏ ରାସ୍ତାରେ ସାଧାରଣ ଲୋକଙ୍କୁ ଛଡ଼ାଯାଇନଥାଏ । ଯୁଆଡେ଼ ଦେଖିବ କେବଳ ପାହାଡ଼ ହିଁ ପାହାଡ଼ । ଭୂପୃଷ୍ଠରୁ ୧୫ ହଜାର ଫୁଟ ଉଚ୍ଚରେ ଏ ରାସ୍ତା । ସାମାନ୍ୟ ତ୍ରୁଟି ହେଲେ… କଥା ସରିଲା । ହେଲେ ଜୀବନକୁ ବାଜି ଲଗାଇ ସାହସ ଓ ବୁଦ୍ଧିମତାର ସହ ବୈଭବ ଗାଡ଼ିକୁ ସତର୍କତାର ସହ ଆଗକୁ ନେଇ ଚାଲିଲେ । ଡ୍ରାଇଭିଂ ପାଇଁ ସର୍ତ୍ତାବଳୀ ବି ଅତି କଠିନ ଥାଏ । ବିଳମ୍ବରେ ପହଞ୍ଚି ହେବନି କିମ୍ବା ଶୀଘ୍ର ବି ପହଞ୍ଚି ହେବନି । ଧାର୍ଯ୍ୟ ସମୟରେ ହିଁ ପହଞ୍ଚିବାକୁ ହେବ । ଏମିତି ବିପଦପୂର୍ଣ୍ଣ ରାସ୍ତା ପାର୍ ହେବା ପାଇଁ ସବୁଠୁ ବଡ଼ ବିପଦ ଥିଲା ପାଣିପାଗ । ମାଇନସ ୧୫ ଡିଗ୍ରୀ ତାପମାତ୍ରା । ରାସ୍ତାରେ ଖାଲି ବରଫ । ବ୍ରେକ ମାରିଲେ ଗାଡ଼ି ଅଟକୁ ନଥାଏ, ଖସି ଯାଉଥାଏ । ତଥାପି ଲକ୍ଷ୍ୟ ସ୍ଥଳରେ ସୁରକ୍ଷିତ ଭାବେ ପହଞ୍ଚିଲେ ବୈଭବ ।

ସାବାସି ଦେଲେ ଆୟୋଜକ । ଓଡ଼ିଶାରୁ ଭାଗ ନେଇଥିବା ପ୍ରତିଯୋଗୀଙ୍କ ଭିତରେ ବୈଭବଙ୍କୁ ପୁରସ୍କୃତ କରାଗଲା ଶ୍ରେଷ୍ଠ ଡ୍ରାଇଭର ଭାବେ । ଏହାସହ ସର୍ବଭାରତୀୟ ସ୍ତରରେ ସେ ଦ୍ଵିତୀୟ ସ୍ଥାନ ହାସଲ କରିଥିବାରୁ ତାଙ୍କୁ ସମ୍ମାନିତ କରାଯାଇଛି । ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ବୈଭବ
ବିପଦପୂର୍ଣ୍ଣ ମାଉନଣ୍ଟେନ ରାଲିରେ ବୈଭବଙ୍କ କମାଲ୍

ଭୁବନେଶ୍ୱର, ଦିଲ୍ଲୀ, ଚଣ୍ଡିଗଡ଼ରେ ପୂର୍ବରୁ ଅଭ୍ୟାସ କରିଥିଲେ । ବୈଭବ ହେଉଛନ୍ତି କଂଗ୍ରେସ ନେତା ତଥା କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କ ପୁଅ । ଦୁଃସାହସିକ ଡ୍ରାଇଭିଂ ପାଇଁ ବୈଭବ ଓଡ଼ିଶାର ନାଁ ରଖିଛନ୍ତି ।

ଜନସ୍ୱାସ୍ଥ୍ୟ ନିର୍ଦେଶକ ନିରଂଜନ ମିଶ୍ରଙ୍କ ପ୍ରତିକ୍ରିୟା…

() ଆଗକୁ ରଥ ଯାତ୍ରା ଆସୁଛି। ପୁରୀରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହେବାର ସମ୍ଭାବନା ରହିଛି। ତେଣୁ ପୁରୀରେ ଅଧିକ ଟୀକାକରଣ କରିବାକି ପୁରୀ ପ୍ରଶାସନକୁ ଅବଗତ କରାଯାଇଛି। ଯେଉଁ ମାନେ ଦ୍ୱିତୀୟ ଡୋଜ ବା ପ୍ରିକସନ ଡୋଜ ନେଇନାହାନ୍ତି ସେମନଙ୍କୁ ଏକ ସ୍ୱତନ୍ତ୍ର କ୍ୟାମ୍ପ କରି ଟୀକା ନେବା ପାଇଁ ଅଗବତ କରାଇଛି ସ୍ୱାସ୍ଥ୍ୟ ବିଭାଗ।ଏହାସହ ପରିମଳ ଓ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

କୋଭିଡ ସଂକ୍ରମଣ ରହିଛି ଆଗକୁ ମଧ୍ୟ ରହିଥିବ। ରାଜ୍ୟରେ ଯେତିକି ଆକ୍ଟିଭ କେଶ ରହିଛି ସେଥିରୁ ବହୁତ କମ ସଂଖ୍ୟାରେ ଆକ୍ରାନ୍ତ ହସ୍ପିଟାଲ ଯାଉଛନ୍ତି। ଯେହେତୁ ରାଜ୍ୟରେ ଭଲ ଭାବରେ ଟୀକାକରଣ ହୋଇଛି ତେବେ ରୋଗର ଭୟ କମ ରହିଛି।

ଅନ୍ୟପଟେ ଘର ଘର ବୁଲି ସ୍ୱାସ୍ଥ୍ୟ କର୍ମୀ ଏବଂ ଆଶା କର୍ମୀ ମାନେ ରୋଗ ଚିନ୍ହଟ କରାଯାଉଛି। ଯେହେତୁ ଏହି ସମୟରେ ବିଶେଷ କରି କୋଭିଡ, ଡାଇରିଆ, ଡେଙ୍ଗୁ, ଟିବି ଏବଂ ମେଲେରିଆ ବଢିଥାଏ। ତେବେ ଘର ଘର ବୁଲି ସ୍ୱାସ୍ଥ୍ୟ କର୍ମୀ ମାନେ ଲୋକଙ୍କୁ ଚିନ୍ହଟ କରିବା ପାଇଁ କିଭଳି ଭାବରେ ସେମାନଙ୍କୁ ପରୀକ୍ଷା କରାଯିବ ସେନେଇ ଚିନ୍ହଟ କରାଯାଉଛି।

ନିରଞ୍ଜନ ମିଶ୍ର, ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ

ପିସିସି ସଭାପତିଙ୍କ ବୈଠକରେ ଯୋଗ ନ ଦେବା ପ୍ରସଙ୍ଗରେ ମୁଁହ ଖୋଲିଲେ ବିଧାୟକ…

() ପିସିସି ସଭାପତିଙ୍କ ବୈଠକରେ ଯୋଗ ନ ଦେବା ପ୍ରସଙ୍ଗରେ ମୁହିଁ ଖୋଲିଲେ ବିଧାୟକ ମହମ୍ମଦ ମୋକିମ। ଯାହା ଚର୍ଚ୍ଚା ହେଉଛି ଅବାସ୍ତବ କଥା। କୌଣସି ଅସନ୍ତୋଷ ନଥିବା କହିଲେ ମୋକିମ। ଦଳ ସହ ସୁଦୃଢ଼ ଭାବେ ଅଛୁ। ଆନ୍ଦୋଳନ କରୁଛୁ। କଂଗ୍ରେସରୁ ରାଜନୀତିକ ଜୀବନ ଆରମ୍ଭ କଂଗ୍ରେସରେ ରାଜନୈତିକ ଜୀବନ ଶେଷ ବୋଲି କହିଲେ ମୋକୀମ।

ମହମ୍ମଦ ମୋକିମ,କଂଗ୍ରେସ ବିଧାୟକ

Follow us

20,832FansLike
0FollowersFollow
14,700SubscribersSubscribe

Latest news