ତାଙ୍କର ସବୁଠୁ ବଡ ପରିଚୟ ହେଉଛି ଓଡିଶାରେ ଯେଉଁଠି ସମସ୍ୟା, ସେଠି ଉଭା ହୁଅନ୍ତି ବବି। ଲୋକଙ୍କ ସହ ରହି, ଲୋକଂକ ସୁଖ ଓ ଦୁଃଖର ସାଥୀ ସାଜନ୍ତି ସେ। ଯେଉଁଥି ପାଇଁ ସେ ଯାଜପୁର ନୁହେଁ ପୁରା ଓଡ଼ିଶାରେ ବବି ଭାଇ ଭାବେ ବେଶ ପରିଚିତ।
ବନ୍ୟାକୁ କିପରି ସାହସର ସହ ସବୁ ପରିସ୍ଥିତିରେ ମୁକାବିଲା କରିହେବ ସେନେଇ ଲୋକଙ୍କ ମନବଳ ବୃଦ୍ଧି କରିବାକୁ ପ୍ରଭାବିତ ଅଞ୍ଚଳରେ ଲୋକଙ୍କ କାନ୍ଧରେ କାନ୍ଧ ମିଶାଇ ଛିଡାହୋଇଛନ୍ତି ସେମାନଙ୍କ ସୁଖ ଓ ଦୁଃଖର ସାଥୀ ବବି । ବୈତରଣୀ ନଦୀ ଓ କାଣି ନଦୀରେ ଦ୍ଵିତୀୟବାର ବନ୍ୟା ଆସିବା ଫଳରେ ଦଶରଥପୁର ବ୍ଳକର ବିଶେଷ ଭାବେ ପ୍ରଭାବିତ ହୋଇଛି ।
ବନ୍ୟା ଯୋଗଁ ବିଭିନ୍ନ ପଞ୍ଚାୟତ ଓ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ଥିବା ବେଳେ ବିଜେଡି ଉପ ସଭାପତି ପ୍ରଣବ ପ୍ରକାଶ ଦାସ (ବବି ଭାଇ) ବୋଟ୍ ଦ୍ଵାରା ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ସମସ୍ୟା ଦୂର କରିବାକୁ ଅଣ୍ଟା ଭିଡିଛନ୍ତି । ସତର୍କ ରହିବା ସହ ନଦୀବନ୍ଧ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଲୋକମାନଙ୍କୁ ଭୟଭୀତ ନହେବା ପାଇଁ ସଚେତନ କରାଇଛନ୍ତି ସ୍ଥାନୀୟ ଲୋକଙ୍କୁ।
ଯେଉଁଠି ସରକାର ଏଯାଏ ପହଞ୍ଚି ପାରିନାହାନ୍ତି ସେଠାରେ ବିରୋଧୀ ଦଳର ସଦସ୍ୟ ତଥା ଲୋକଙ୍କ ନେତା ପ୍ରଣବ ପ୍ରକାଶ ଦାସ ପ୍ରଭାବିତ ଅଞ୍ଚଳ ବୁଲିବା ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛନ୍ତି। ଲୋକଙ୍କ ପାଖରେ କିଭଳି ସହାୟତା ପହଞ୍ଚିବ , ଲୋକେ କିଭଳି ବିପଦ ମୁକ୍ତ ହେବେ ସେନେଇ ତତ୍ପର ହୋଇଛନ୍ତି ପ୍ରଣବ । ତାଙ୍କ ସହ ଯୁବନେତା ଭବ ପ୍ରକାଶ ବି। ରାଜନୀତି ପାଇଁ ନୁହେଁ, ଦୁଇ ଭାଇ ଲୋକଙ୍କ ସେବା ପାଇଁ ଯେ ରାଜନୀତି କରୁଛନ୍ତି ତାହା ବନ୍ୟା ସମୟରେ ଉଭୟ ବିପନ୍ନଙ୍କ ପାଖରେ ଛିଡା ହେବାରୁ ହିଁ ସ୍ପଷ୍ଟ ସଙ୍କେତ ମିଳୁଛି ।