ବଜେଟ ଅଧିବେଶନ ରେ ବଦଳିବେନି ବିରୋଧି ଦଳ ନେତା…

() ବିରୋଧୀଦଳ ନେତା ପରିବର୍ତ୍ତନ ନେଇ ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀଙ୍କ ପ୍ରତିକ୍ରିୟା। ପରିବର୍ତ୍ତନ ନେଇ କେନ୍ଦ୍ର ନେତା ଓ ରାଜ୍ୟ ନେତା ନିଷ୍ପତି ନେବେ। ବିଧାନସଭାରେ ବିରୋଧୀଦଳ ନେତାଙ୍କ ଆବଶ୍ୟକ ରହିଛି। କେନ୍ଦ୍ର ଓ ରାଜ୍ୟ ନେତା ନିଷ୍ପତି ନେବେ ବିରୋଧୀଦଳ ନେତା ବଦଳିବେ କି ନାହିଁ। ତେବେ ଚଳିତ ଅଧିବେଶନରେ ବିରୋଧୀଦଳ ନେତା ବଦଳିବା ପରି ଲାଗୁନି ବୋଲି କହିଛନ୍ତି ବିଷ୍ଣୁ ସେଠୀ।

 

ଏଥର ଦୈନିକ ୬ଘଣ୍ଟା ଚାଲିବ ବିଧାନସଭା….

() କାରୋନା କମିଥିବାରୁ ଗୃହ ସ୍ୱାଭାବିକ ଭାବେ ଚାଲୁ ବୋଲି ପ୍ରସ୍ତାବ ଆସିଥିଲା। କିନ୍ତୁ ବାଚସ୍ପତି ଓ ସରକାରୀ ଦଳ କହିଲେ ବର୍ତ୍ତମାନ କୋଭିଡ ବଢୁଥିବାରୁ ରିସ୍କ ନେଇ ହେବନି। ବିଜେପି ଓ କଂଗ୍ରେସ ପକ୍ଷରୁ ସାମ୍ବାଦିକ ମାନଙ୍କୁ ଗୃହ କୁ ଛାଡ଼ିବାକୁ କହିଲୁ। କିନ୍ତୁ ଅରାଜି ହେଲେ। କିନ୍ତୁ ଚୁଡାନ୍ତ ନିଷ୍ପତି ବାଚସ୍ପତି ନେବେ। ମୁଖ୍ୟମନ୍ତ୍ରୀ ବିଦେଶ ଭ୍ରମଣ କରୁଛନ୍ତି। ସବୁଆଡେ ଯାଉଛନ୍ତି। ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ବେଳେ ଗୃହ କୁ ଆସନ୍ତୁ ବୋଲି ସର୍ବଦଳୀୟ ବୈଠକରେ ପ୍ରସ୍ତାବ ଦେଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର।

ବିଧାନସଭା ସୁରୁଖୁରୁରେ ଚଳାଇବା ନେଇ ସହମତି ପ୍ରକାଶ ପାଇଛି। ଚଳିତ ଥର ବି କୋଭିଡ କଟକଣା ଭିତରେ ବସିବ ବିଧାନସଭା। ଦୁଇଟି ପର୍ଯ୍ୟାୟରେ ଚାଲିବ ଗୃହ କାର୍ଯ୍ୟ। ପ୍ରଥମ ପର୍ଯ୍ୟାୟ ସାଢେ଼ 10 ରୁ ସାଢେ଼ 1ଟା ଓ ଦ୍ୱିତୀୟ ପର୍ଯ୍ୟାୟରେ 4 ଟାରୁ 6 ଟା ପରିବର୍ତ୍ତେ 7 ଟା ପର୍ଯ୍ୟନ୍ତ ଚାଲିବ।

କୋଭିଡ ନେଇ କେନ୍ଦ୍ର ସଚିବ ରାଜ୍ୟମାନଙ୍କୁ କୁ ଅବଗତ କରିଛନ୍ତି। ତେଣୁ ସମ୍ଭାବ୍ୟ ସ୍ଥିତି କୁ ଦୃଷ୍ଟିରେ ରଖି କୋଭିଡ କଟକଣା ଭିତରେ ଚାଲିବ ଗୃହ କାର୍ଯ୍ୟ।ଏଥର ବିଧାନସଭା ପ୍ରତ୍ୟେକ ଦିନ 6 ଘଣ୍ଟା ଲେଖାଏଁ ଚାଲିବ। ଆଗରୁ 5 ଘଣ୍ଟା ଚାଲୁଥିଲା। ଅପରାହ୍ନ ଅଧିବେଶନ 4ଟା ରୁ 7 ପର୍ଯ୍ୟନ୍ତ ଚାଲିବ। ସର୍ବଦଳୀୟ ବୈଠକରେ ନିଷ୍ପତି।

ବିକ୍ରମ କେଶରୀ ଆରୁଖ, ବାଚସ୍ପତି

ବବି ଭାଇଙ୍କ ଜନ୍ମଦିନ ଅବସରରେ :ସବୁଜିମା ଓଡ଼ିଶା ନିର୍ମାଣ ଦିଗରେ ପ୍ରତିଶୁତିବଦ୍ଧ ହେଲେ ଛାତ୍ର ବିଜେଡ଼ି…

() ବବି ଭାଇଙ୍କ ଜନ୍ମଦିନ ଅବସରରେ ସଶକ୍ତ ଓଡ଼ିଶା, ସମୃଦ୍ଧ ଓଡିଶା ସହ ସବୁଜିମା ଓଡ଼ିଶା ନିର୍ମାଣ ଦିଗରେ ପ୍ରତିଶୁତିବଦ୍ଧ ହେଲେ ଛାତ୍ର ବିଜେଡ଼ିର କର୍ମକର୍ତ୍ତା।

ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ (ବବି ଭାଇଙ୍କ) ଜନ୍ମଦିନ ଅବସରରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଆୟୋଜିତ ହେଲା ବୃକ୍ଷରୋପଣ, ଔଷଧୀୟ ଚାରା ବଣ୍ଟନ ଏବଂ ରକ୍ତଦାନ ଶିବିର ଭଳି ସାମାଜିକ କାର୍ଯ୍ୟକ୍ରମ।

ଆଜି ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ବିଜୁ ଜନତା ଦଳର ରାଜ୍ୟ ସାଂଗଠାନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ ତଥା ବବି ଭାଇଙ୍କ ୫୦ ତମ ଜନ୍ମଦିବସ ଅବସରରେ ଭୁବନେଶ୍ୱର ସ୍ଥିତ ଏଜି ଛକଠାରେ ବୃକ୍ଷରୋପଣ ଏବଂ ରାଜଭବନ ଛକରେ ଔଷଧୀୟ ଚାରା ବଣ୍ଟନ ସହିତ କ୍ୟାପିଟାଲ ହସ୍ପିଟାଲ ପ୍ରାଙ୍ଗଣରେ ରକ୍ତଦାନ ଶିବିର ଭଳି ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମକୁ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ ଉଦ୍ଘାଟନ କରିଥିବାବେଳେ। ଏହି ପରିପ୍ରେକ୍ଷୀରେ ୨୦ ରୁ ଊର୍ଦ୍ଧ୍ବ ବୃକ୍ଷରୋପଣ କରାଯାଇଥିବା ବେଳେ ୧୦୦ ରୁ ଊର୍ଦ୍ଧ୍ବ ଔଷଧୀୟ ଚାରା ବଣ୍ଟନ କରାଗଲା ତତ୍ ସହିତ ୨୫ ୟୁନିଟ୍ ରକ୍ତ ମଧ୍ୟ ସଂଗ୍ରହ ହୋଇଛି।

ଏହି ଆୟୋଜିତ ସାମାଜିକ କାର୍ଯ୍ୟକ୍ରମ ବୃକ୍ଷରୋପଣ ଏବଂ ରକ୍ତଦାନ ଶିବିରକୁ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ଉପସଭାପତି ପ୍ରଦୋଷ ପରିଡ଼ା ପରିଚାଳନା କରିଥିବା ବେଳେ, ରାଜଭବନ ଛକ ପରିସରରେ ଆୟୋଜିତ ଔଷଧୀୟ ଚାରା ବଣ୍ଟନ କାର୍ଯ୍ୟକ୍ରମକୁ ବିଜୁ ଛାତ୍ର ଜନତା ଦଳର ଖୋର୍ଦ୍ଧା ଜିଲ୍ଲା ସଭାପତି ବିଶ୍ଵଦୀପ ପ୍ରଧାନ ପରିଚାଳନା କରିଥିଲେ।

ଏହି ପରିପ୍ରେକ୍ଷୀରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ବିଜୁ ଛାତ୍ର ଜନତା ଦଳ ସଦା ସର୍ବଦା ସାମାଜିକ ସେବା କାର୍ଯ୍ୟକ୍ରମ କୁ ପ୍ରାଧାନ୍ୟ ଦେଇଆସିଛି ସେହି ପରିପ୍ରେକ୍ଷୀରେ ଆଜି ଆମ ସମସ୍ତଙ୍କ ପ୍ରିୟ ଓଡ଼ିଶାର ଯୁବକ ଓ ଛାତ୍ରମାନଙ୍କ ମାର୍ଗଦର୍ଶକ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ଜନ୍ମଦିବସ ଅବସରରେ ବିଜୁ ଛାତ୍ର ଜନତା ଦଳର ପକ୍ଷରୁ ବୃକ୍ଷରୋପଣ, ଔଷଧୀୟ ଚାରା ବଣ୍ଟନ ଏବଂ ରକ୍ତଦାନ ଭଳି ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ସଶକ୍ତ ଓଡ଼ିଶା , ସମୃଦ୍ଧ ଓଡିଶା ସହିତ ନୂତନ ଭାବେ ସବୁଜିମା ଓଡ଼ିଶା ନିର୍ମାଣ ଦିଗରେ ବିଜୁ ଛାତ୍ର ଜନତା ଦଳର ସମସ୍ତ କର୍ମକର୍ତ୍ତା ପ୍ରତିଶ୍ରୁତିବଦ୍ଧ ହେବେ ଏବଂ କାର୍ଯ୍ୟ କରିବେ ତାହା ମୋର ଦୃଢ ବିଶ୍ବାସ।

ଏହି କାର୍ଯ୍ୟକ୍ରମରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧରଣ ସମ୍ପାଦକ ସୁଜିତ୍ ପାଲଟା ସିଂ, ଅଭିଷେକ ବେହେରା, ରାଜ୍ୟ ସମ୍ପାଦକ ସଂସଦ ନାୟକ, ରଞ୍ଜିତ ଦାସ, ରାଜ୍ୟ ଯୁଗ୍ମ ସମ୍ପାଦକ ଦେବୀ ପ୍ରସାଦ ଲେଙ୍କା, ଛାତ୍ର ନେତା ସମୀରଣ ଦାସ, ସଞ୍ଜୀବ ସ୍ୱାଇଁ, ରାଜେଶ ପାଣି, ସିଦ୍ଧାର୍ଥ ସ୍ୱାଇଁ, ଅନିଲ ମହାନ୍ତି, ବାପୁନ୍ ମେକାପ, ସୁଶୀଲକାନ୍ତ ପ୍ରଧାନ, ଦେବୁ ପ୍ରସାଦ ରାଉତରାୟ, ଦେବୀ ମହାନ୍ତି,ଶାଶ୍ଵତ ଲେଙ୍କା, ରୁଦ୍ର ନାରାୟଣ ସାହୁ, ସୌମ୍ୟ ପ୍ରଧାନ ଗୋପାଳ ସାହୁ, ସାହୁ ବିଜୁ ବାବୁ, ରାକେଶ ମହାନ୍ତି, ସୌମ୍ୟ ମିଶ୍ର, ସମୀର ଦାସ, ଜଗନ୍ନାଥ ରାଓ ପ୍ରମୁଖ ଯୋଗଦାନ କରିଥିଲେ।

ଔଷଧ ନିଗମ ପକ୍ଷରୁ ବଣ୍ଟାଯିବ ୧୦ ଲକ୍ଷ ମାସ୍କ…

() କାଲି ରିଭ୍ୟୁ ମିଟିଂ ରେ ନିଷ୍ପତ୍ତି ହୋଇଛି ଔଷଧ ନିଗମ ପକ୍ଷରୁ ୧୦ ଲକ୍ଷ ମାସ୍କ ବଣ୍ଟାଯିବ।ଭକ୍ତ ମାନଙ୍କୁ ବଣ୍ଟାଯିବ। ଆମେ ଚାହୁଛୁ କେହି ବିନା ମାସ୍କ ରେ କେହି ରହିବେ ନାହିଁ।ସେବାୟତ ମାନଙ୍କୁ ବୁଷ୍ଟର ଡୋଜ ଇଆଯାଇଛି।କୋଭିଡ ପାଇଁ ଅକ୍ସିଜେନ ସହିତ ୨୦ଟି ଆଇସିୟୁ ବେଡ ରେଡି ହୋଇକି ରହିବ। ପୁରୀ ବାହାରେ ସମ ହସ୍ପିଟାଲକୁ ପ୍ରସ୍ତୁତ ରଖାଯାଇଛି। ଷ୍ଟେଚର ଆମ୍ବୁଲାନ୍ସ,ଆଡଭାନ୍ସ ଏଣ୍ଡ ବେସିକ ଲାଇଫ ସୋପର୍ଟ ଆମ୍ବୁଲାନ୍ସ ସବୁ ରେଡି ହୋଇକି ରହିଛି। ୨୦ଜଣ ଫୁଡ ଇନସ୍ପେକ୍ଟରକୁ ମୃତୟନ କରାଯାଇଛି। ଖାଦ୍ୟ ପଦାର୍ଥ ଯାଞ୍ଚ କରିବେ। ଓଆର ଏସ ମହଯୁଦ ରହିଛି। ଆଣ୍ଟିଜେନ ଟେଷ୍ଟ ରହିବ। ସ୍ବାସ୍ଥ୍ୟ ମନ୍ତ୍ରୀ, ସ୍ବାସ୍ଥ୍ୟ ବିଭାଗ ସବୁ ନିର୍ଦେଶକ, ଉପସ୍ଥିତ ରହି ତିକ୍ଷ୍ଣ ନଜର ରଖିବେ।ସବୁ ଲୋକ ଭଲ ଭାବେ ଯେମିତି ଦର୍ଶନ କରିବେ ସେ ବ୍ୟବସ୍ଥା କରାଯିବ।କୋଭିଡ ସକ୍ରମଣ ବୃଦ୍ଧି ନେଇ ସ୍ବାସ୍ଥ୍ୟ ମନ୍ତ୍ରଙ୍କ ପ୍ରତିକ୍ରିୟା।ପରିସ୍ଥିତି ଉପରେ ନଜର ରଖିଛୁ।ଲୋକ ଙ୍କୁ ସଚେତନ କରାଯାଉଛି। ଲକ୍ଷଣ ଥିଲେ ଘରେ ରହ ି ଦର୍ଶନ କରିବାକୂ କୁହାଯାଇଛି। ସମସ୍ତେ କୋଭିଡ ନିୟମ ମାନନ୍ତୁ।ଜଣସାଧାରଣଙ୍କ ସହଯୋଗ ରେ କୋଭିଡ କୁ ମୁକାବିଲା କରାଯାଇଛି। ଲୋକ ମାନେ ଯଦି କୋଭିଡ ନିୟମ ମାନିଲେ ନିୟନ୍ତ୍ରଣ କରିହେବ।ବିଭାଗ ପ୍ରସ୍ତୁତ ରହିଛି।

ନବ ଦାସ, ସ୍ବାସ୍ଥ୍ୟ ମନ୍ତ୍ରୀ

ରାଜ୍ୟରେ କୋଭିଡ ସଂକ୍ରମଣ ଉପର ମୁହାଁ ହେବା ନେଇ ସ୍ୱାସ୍ଥ୍ୟ ବିଭାଗର ପ୍ରତିକ୍ରିୟା…

() ବର୍ତ୍ତମାନ ରାଜ୍ୟରେ ସଂକ୍ରମଣ ସ୍ଲୋ ପ୍ରାଗେସ୍ ଅଛି । ପୂର୍ବରୁ 50 ମଧ୍ୟରେ ରହୁଥିଲା, କିଛି ଦିନ ହେବ ତାହା 70 କୁ ଛୁଇଁଲା । ମାତ୍ର ବର୍ତ୍ତମାନ ଏବେ ସେହି ସଂଖ୍ୟା 100 ପାର କରିଛି । ଆଗକୁ ଯେମିତି ଅଧିକ ଟ୍ରାନ୍ସମିଶନ ନ ହେବ ତା ଉପରେ ଗୁରୁତ୍ୱ ଦିଆଯାଉଛି । ଲୋକଙ୍କୁ ଅପିଲ କରାଯାଉଛି ଭିଡ଼ କୁ ଯାଆନ୍ତୁ ନାହିଁ,ସବୁବେଳେ ମାକ୍ସ ପରିଧାନ କରନ୍ତୁ,ଲକ୍ଷଣ ଥିଲେ ଟେଷ୍ଟ କରାଇ ନିଅନ୍ତୁ । ବର୍ତ୍ତମାନ ଘରେ ଘରେ ଟେଷ୍ଟିଂ କରାଯାଉଛି । ଯାହାଦ୍ୱାରା ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଯଦି ଏହା ପରେ ହସ୍ପିଟାଲାଇଯେସନ ବଢେ ପୂର୍ବ ଭଳି ବ୍ୟବସ୍ଥା କରାଯିବ । ସଂକ୍ରମଣ ସ୍ଥିତି ଉପରେ ନଜର ରଖିଛୁ ପିକ ରେ କେତେ ପର୍ଯ୍ୟନ୍ତ ଯାଉଛି ତାହା ଉପରେ ନଜର ରଖିଛୁ । ରଥଯାତ୍ରା ନେଇ ସ୍ଵାସ୍ଥ୍ୟ ବିଭାଗର ପ୍ରସ୍ତୁତି।

ପୁରୀ ରେ 69 ଫାଷ୍ଟ ଏଡ଼ ସେଣ୍ଟର ଖୋଲାଯାଇଛି । 58 ଟି ଆମ୍ବୁଲାନ୍ସ ସର୍ଭିସ,114 ଟି ଷ୍ଟେଚର ସର୍ଭିସ,145 ଜଣ ଡାକ୍ତର, ଫୁଡ଼ ସେପେଟି ଅଫିସର 7,ଫାର୍ମାସିଷ୍ଟ 40, ନର୍ସିଂ ଅଫିସର 30, ହେଲ୍ଥ ଅଫିସର 45, ପୁରୀ ଜିଲ୍ଲାର ବିଭିନ୍ନ ହସ୍ପିଟାଲରେ 287 ବେଡ଼, ପ୍ରବଳ ଗୁଳୁଗୁଳି ପାଇଁ ପୁରୀରେ 26 ଟି ଏସି ବେଡ଼ର ବ୍ୟବସ୍ଥା ହୋଇଛି। ପୁରୀ ହସ୍ପିଟାଲରେ 200 ୟୁନିଟ ଲେଖାଏଁ ଡିଫରେଣ୍ଟ ଗ୍ରୁପର ବ୍ଲଡ଼ ବ୍ୟାଙ୍କ ପ୍ରସ୍ତୁତ ହୋଇଛି ।

ବିଜୟ ମହାପାତ୍ର, ସ୍ୱାସ୍ଥ୍ୟ ନିର୍ଦେଶକ

ଡେଙ୍ଗୁ ନେଇ ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ରଙ୍କ ପ୍ରତିକ୍ରିୟା…

() ଏଇ ସମୟରେ ଡେଙ୍ଗୁ ବଢେ, ଏବେ ମଧ୍ୟ କିଛିଟା ବଢୁଛି । ତେଣୁ ସେଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରୁଛୁ ।

ରାଜ୍ୟରେ ଦୈନିକ ସଂକ୍ରମଣ 100 ପାର ହେବା ନେଇ ପ୍ରତିକ୍ରିୟା। ରାଜ୍ୟରେ ସେପରି ଆଲାରାମିଙ୍ଗ ସ୍ଥିତି ନାହିଁ । ଯେତିକି ସଂକ୍ରମିତ ଚିହ୍ନଟ ହେଉଛନ୍ତି ସେ ଭିତରୁ କଟକ ଭୁବନେଶ୍ୱର ରେ ଅଧିକ ରହୁଛି । ସ୍ଥିତି ଉପରେ ସ୍ଵାସ୍ଥ୍ୟ ବିଭାଗ ନଜର ରଖିଛି । ରଥଯାତ୍ରା ପରିଚାଳନା ଏବଂ ସେହି ସମୟରେ ସଂକ୍ରମଣ ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗର ବୈଠକ ହୋଇଛି।

10 ଲକ୍ଷ ଲୋକଙ୍କୁ ମାକ୍ସ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯୋଗାଇ ଦିଆଯିବ । ପୁରୀରେ ରଥଯାତ୍ରା 50 ହଜାର ରାପିଡି ଆଣ୍ଟିଜେନ ଟେଷ୍ଟିଂ ବଢ଼ାଯିବ । ଏବଂ ଏହା ସହ ଟୀକା କରଣକୁ ଅଧିକ ବଢ଼ାଇବା ପାଇଁ ମଧ୍ୟ ନିର୍ଦେଶ ଦିଆଯାଇଛି । ଯେଉଁମାନଙ୍କର ଲକ୍ଷଣ ରହୁଛି ସେମାନେ ଘରେ ବିସି ଟିଭିରେ ରଥଯାତ୍ରା ଦେଖନ୍ତୁ । ଯେଉଁମାନେ ଦର୍ଶନ କରିବା ପାଇଁ ଆସୁଛନ୍ତି ଦର୍ଶନ ପରେ ଭିଡ଼ ନ କରି ଜାଗା ଛାଡ଼ନ୍ତୁ ।

ନିରଞ୍ଜନ ମିଶ୍ର, ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଜନ୍ମଦିନରେ ପ୍ରଣବଙ୍କ ବଡ଼ ବାର୍ତ୍ତା: ତୁମେ ନବୀନଙ୍କ ଫ୍ୟାନ,ମୁଁ ତୁମର ଫ୍ୟାନ..

.() ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଓଡିଶାବାସୀଙ୍କ ମନର ମଣିଷ ଓ ସୁଖ ଦୁଃଖର ସାଥି l ସବୁବେଳେ ରାଜ୍ୟବାସୀଙ୍କ ସେବକ ଭାବେ ଦିନରାତି କାମ କରନ୍ତି l ତାଙ୍କ ନେତୃତ୍ଵ ଆଜି ବିଶ୍ୱ ଦରବାରରେ ଓଡ଼ିଶାକୁ ଦେଇଛି ସ୍ଵତନ୍ତ୍ର ପରିଚୟ l ମୁଖ୍ୟମନ୍ତ୍ରୀ ୧ନମ୍ବର ଫ୍ୟାନକୁ ନିଜର ଜନ୍ମଦିନରେ ବାଇକ ଉପହାର ଦେଇ ପ୍ରଣବ ରାଜ୍ୟବାସୀଙ୍କୁ ଦେଇଛନ୍ତି ବଡ଼ ବାର୍ତ୍ତା l ଯିଏ ନବୀନଙ୍କ ଫ୍ୟାନ ଓ ନବୀନଙ୍କ ନୀତି ଓ ଆଦର୍ଶକୁ ଗ୍ରହଣ କରେ ପ୍ରବଣ ତାଙ୍କ ଫ୍ୟାନ ବୋଲି ନିଜେ ଆଜି ଜନ୍ମଦିନରେ ଖଗେଶ୍ବର କହିଛନ୍ତି ମୁଁ ତୁମର ଫ୍ୟାନ l

ଯାଜପୁର ବିଧାୟକ ତଥା ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଆଜି ହେଉଛି ୫୦ ତମ ଜନ୍ମ ଦିନ । ଜନ୍ମଦିନରେ ମୁଖ୍ୟମନ୍ତ୍ରୀଙ୍କ ନମ୍ବର ଓ୍ବାନ୍ ଫ୍ୟାନ୍ ଖଗେଶ୍ବର ଦେହୁରୀଙ୍କୁ ଏକ ବାଇକ୍ ଉପହାର ଦେଇଛନ୍ତି ପ୍ରଣବ ପ୍ରକାଶ । ବିଜେଡି ରଙ୍ଗରେ ସୁସଜ୍ଜତି ଏହି ବାଇକକୁ ଖଗେଶ୍ବର ପାଇବା ପରେ ସୋସିଆଲ ମିଡିଆରେ ପ୍ରଣବଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ବିଜେଡିର ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟକ୍ରମ, ଦଳୀୟ ସଭା ଓ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ସମୟରେ ଖଗେଶ୍ବର ଉପସ୍ଥିତ ରହି ବିଜେଡିର ପ୍ରଚାର ଓ ପ୍ରସାର କରିଥାନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସବୁ ଭୁଲି କର୍ମୀ ଓ ଦଳ ପାଇଁ ଅଧିକ ସମୟ ଦେଉଥିବା ପ୍ରଣବ ସଙ୍ଗଠନକୁ ମଜଭୁତ କରିବା ପାଇଁ ଗୁରୁତ୍ବ ଦିଅନ୍ତି । ନିଜ ଜନ୍ମ ଦିନକୁ ଉତ୍ସବ ନୁହେଁ ଉତ୍ସର୍ଗୀକୃତ ହେବାର ଅବକାଶ ବୋଲି ସଙ୍କେତ ଦେଇ ପ୍ରଣବ ଖଗେଶ୍ବରଙ୍କୁ ବାଇକ୍ ଉପହାର ଦେଇ ବାର୍ତ୍ତା ଦେଇଛନ୍ତି । ସେହିପରି ଜନ୍ମ ଦିନ ଅବସରେ ଯାଜପୁରର ଅଧିଷ୍ଠାତ୍ରୀ ଦେବା ମା’ ବିରଜାଙ୍କ ପାଖରେ ପ୍ରଣବଙ୍କ ଶୁଭେଚ୍ଛୁମାନେ ଦୀର୍ଘାୟୁ କାମନା କରି ସମୁହ ଦୀପ ଦାନ କରିଛନ୍ତି । ଏହି ଅବସରରେ ଡାକ୍ତରଖାନାରେ ରୋଗୀଙ୍କୁ ଫଳ ବଣ୍ଟନ, ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଛି ।

ଉତ୍ସବ ନୁହେଁ, ଉତ୍ସର୍ଗୀକୃତ ହେବାର ଅବକାଶ…

()କର୍ମ ନିଷ୍ଠା ଓ ସେବା ମନୋଭାବ। ଯାହାଙ୍କ ଜୀବନର ମୂଳମନ୍ତ୍ର। ପଦ ପଦବି ଓ କ୍ଷମତାରୁ ଦୂରରେ ରହି ସବୁବେଳେ ଜନସେବା ମନୋଭାବ ତାଙ୍କର ପ୍ରାଥମିକତା। ପ୍ରତ୍ୟେକ ପରିସ୍ଥିତିରେ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ଲଢେଇ କରୁଥାନ୍ତି। ଏହାସହ ଜଣେ ରାଜନେତା ନୁହେଁ ବରଂ ଜଣେ ସେବକ ଭାବରେ ସବୁବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶକୁ ଆଗକୁ ନେବାକୁ ଦିନରାତି ଚେଷ୍ଟା କରନ୍ତି। ଲୋକଙ୍କ ସେବାରେ ଅଧିକରୁ ଅଧିକ ସମୟ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନକୁ ଅକ୍ଷରେ ଅକ୍ଷରେ ପାଳନ ପାଇଁ ତତ୍ପର ହୋଇ ଉଠନ୍ତି। ତେଣୁ ତାଙ୍କ ଜନ୍ମଦିନକୁ ଉତ୍ସବ ନୁହେଁ ବରଂ ଉତ୍ସର୍ଗୀକୃତ ଭାବେ ପାଳନ ପାଇଁ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି। ସେ ହେଉଛନ୍ତି ଓଡ଼ିଶା ଯୁବ ମାନସର ଆଦର୍ଶ, ଦୃଢ଼ ସଙ୍ଗଠକ, ଶ୍ରେଷ୍ଠ ବିଧାୟକ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି)। ରାଜନୈତିକ ପରିବାରରେ ତାଙ୍କରି ଜନ୍ମ। ହେଲେ ବିଳାସ ବ୍ୟସନଠାରୁ ଦୂରରେ ରହି ଜନସେବାରେ ନିଜକୁ ସମର୍ପିତ କରିଛନ୍ତି। ପିଲାଙ୍କଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ନିଜର ନିଆରା ଶୈଳୀ ପାଇଁ ସମସ୍ତଙ୍କ ହୃଦୟରେ ରାଜ କରୁଛନ୍ତି । ସେ ଜନପ୍ରିୟ ଯୁବ ନେତା ବବି ଦାସଙ୍କର ଆଜି ହେଉଛି ୫୦ତମ ଜନ୍ମ ଦିବସ ।

ଲୋକପ୍ରିୟ ଯୁବ ନେତା ବିଜେଡି ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ୫୦ତମ ଜନ୍ମଦିନ ପାଳନ ପାଇଁ ନିଜ ନିର୍ବାଚନ ମଣ୍ଡଳୀଠାରୁ ଆରମ୍ଭ କରି ରାଜ୍ୟର କୋଣ ଅନୁକୋଣରେ ବିଭିନ୍ନ କାର୍ଯ୍ୟକ୍ରମ ତାଙ୍କ ଶୁଭେଚ୍ଛୁମାନେ ଆୟୋଜନ କରିଛନ୍ତି । ବବି କିନ୍ତୁ ସେଲିବ୍ରେସନ ନୁହେଁ ଜନ୍ମଦିନ ସଂକଳ୍ପର ଦିନ ହେଉ ବୋଲି ସଂକେତ ଦେଇଛନ୍ତି ନିଜର କର୍ମ ଜରିଆରେ । ପଂଚାୟତ, ପୌର ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱକୁ ଓଡ଼ିଶାବାସୀ ଯେଉଁ ଭଲପାଇବା ଓ ଆଶୀର୍ବାଦ ଦେଇଛନ୍ତି ତାହା ବିଜେଡିକୁ ଅଧିକ ଉତ୍ତରଦାୟିତ୍ୱ ଦେଇଛି। ତେଣୁ ଏହି ଉତ୍ତରଦାୟିତ୍ୱକୁ ତୃଣମୂଳ ସ୍ତରରେ ଲୋକଙ୍କ ସେବକ ସାଜି କାମ କରିବା ପାଇଁ ଲାଗିଛନ୍ତି ପ୍ରଣବ। ଖାସ ସେଥିପାଇଁ ପ୍ରଣବଙ୍କ ଜନ୍ମଦିନରେ ତାଙ୍କ ଶୁଭେଚ୍ଛୁମାନେ ବିଭିନ୍ନ ସ୍ଥାନରେ ରକ୍ତଦାନ, ବୃକ୍ଷରୋପଣ, ଅସହାୟକୁ ସାହାଯ୍ୟ ଓ ସହଯୋଗ କରିବା ପାଇଁ ଆଗଭର ହେଉଛନ୍ତି। ରାଜ୍ୟବାସୀଙ୍କ ସୁଖଦୁଃଖର ସାଥି ବବି। ଜନ୍ମଦିନରେ ଜଗତର ନାଥ ଜଗନ୍ନାଥ ଓ ମା’ ବିରଜାଙ୍କ ପାଖରେ ତାଙ୍କର ଦୀର୍ଘାୟୁ କାମନା କରିଛନ୍ତି ତାଙ୍କୁ ଭଲ ପାଉଥିବା ଲୋକେ।

ଯୁବ ବିରୋଧି ଅଗ୍ନିପଥ ଯୋଜନାକୁ ମୋଦି ତୁରନ୍ତ ପ୍ରତ୍ୟାହାର କରନ୍ତୁ – ସଚ୍ଚିନ ସାୱନ୍ତ…

{} ରାଷ୍ଟ୍ର ବିରୋଧି – ଯୁବ ବିରୋଧି ଅଗ୍ନିପଥ ଯୋଜନାକୁ ମୋଦି ତୁରନ୍ତ ପ୍ରତ୍ୟାହାର କରନ୍ତୁ – ସଚ୍ଚିନ ସାୱନ୍ତ।

ଦେଶର ସେନାକୁ ଯୋଜନା ନୁହେଁ ଫୌଜି ଦରକାର।

() ଦେଶର ସେନାବାହିନିକୁ ଯୋଜନାବଦ୍ଧ ଭାବରେ ଦୁର୍ବଳ କରିବାର ମୋଦି ସରକାରଙ୍କ ପ୍ରଚେଷ୍ଟାକୁ କଦାପି ବରଦାସ୍ତ କରାଯିବ ନାହିଁ । ଦେଶର ସେନା ଓ ଯୁବବର୍ଗଙ୍କ ଭବିଷ୍ୟତକୁ ଅଗ୍ନିପଥ ଯୋଜନା ମାଧ୍ୟମରେ ଅନ୍ଧକାରଗର୍ଭକୁ ଠେଲି ଦେବାର ଅପଚେଷ୍ଟା ବିରୋଧରେ ଆଜି ପ୍ରଦେଶ କଂଗ୍ରେସ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ଜାତୀୟ କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ସଚିନ ସାୱନ୍ତ, ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଓ ଗଣମାଧ୍ୟମ ବିଭାଗ ଆବାହକ ସତ୍ୟପ୍ରକାଶ ନାୟକଙ୍କ ଉପସ୍ଥିତିରେ କଠୋର ସମାଲୋଚନା କରିଥିଲେ । ସେ କହିଥିଲେ ଯେ ଅଗ୍ନିପଥ ଯୋଜନା ଦେଶର ଯୁବବର୍ଗଙ୍କ ଭବିଷ୍ୟତ ପ୍ରତି ଧୋକା ଏବଂ ବିଶ୍ୱାସଘାତ ସଦୃଶ । ଭାରତଭଳି ଦେଶ ଆଜି ୫୦ ବର୍ଷର ରେକର୍ଡ ତୋଡ ଉତ୍କଟ ବେକାରୀ ସମସ୍ୟା ଦେଇ ଗତି କରୁଥିବା ବେଳେ, ସେନାବାହିନୀରେ ନିଯୁକ୍ତି ଅପେକ୍ଷାରେ ଥିବା ଏ ଦେଶର ଏକ କୋଟିରୁ ଉର୍ଦ୍ଧ୍ୱ ଯୁବକ ଆଜି ମୋଦି ସରକାରଙ୍କ ଅଗ୍ନିପଥ ଯୋଜନା ଯୋଗୁ ପ୍ରତାରିତ ଏବଂ ହତାଶ ହୋଇଛନ୍ତି । ତୁଗଲକି ଢ଼ାଂଚାରେ ଚାଲିଥିବା ସରକାରଙ୍କ ମନଇଚ୍ଛା ନିଷ୍ପତି ଯୋଗୁ ଦେଶ ଜିଏଷ୍ଟି, ନୋଟବନ୍ଦି, ଜମି ଅଧିଗ୍ରହଣ ବିଲ, କୃଷି କାନୁନ ଭଳି କାହା ସହିତ ଆଲୋଚନା ନକରି ଅଗ୍ନିପଥ ପରି ଏକ ଦିଶାହୀନ ଯୋଜନାକୁ ଲାଗୁ କରାଯିବାର ଏକପାଖିଆ ନିଷ୍ପତି ତଥା ଏ ଦେଶର ସମଗ୍ର ଯୁବସମାଜର ହିତ ଦୃଷ୍ଟିରୁ ଏହାକୁ ତୁରନ୍ତ ପ୍ରତ୍ୟାହାର କରିବାପାଇଁ ସେ ଦାବି କରିଥିଲେ । ପୂର୍ବରୁ ସେନାବାହିନୀରେ ପ୍ରତ୍ୟେକ ବର୍ଷ ୮୦ ହଜାରରୁ ଉର୍ଦ୍ଧ୍ୱ ସ୍ଥାୟୀ ଚାକିରି ପାଇଁ ନିଯୁକ୍ତି ଦିଆଯାଉଥିବା ବେଳେ ମୋଦି ସରକାରଙ୍କ ସମୟରେ ତାହା କମି କମି ୨୦୧୮ ମସିହା ସୁଦ୍ଧା ୫୦ ହଜାରକୁ ଖସିଆସିଥିଲା । କରୋନା ଯୋଗୁ ବିଗତ ଦୁଇ ବର୍ଷ ଧରି ସେନାରେ ସ୍ଥାୟୀ ନିଯୁକ୍ତି ପ୍ରକ୍ରିୟା ସଂପୂର୍ଣ୍ଣ ଭାବରେ ବନ୍ଦ ଥିଲା । ଏ ବର୍ଷ ଅତି କମରେ ୧.୫ ଲକ୍ଷ ଚାକିରି ପାଇଁ ପ୍ରକ୍ରିୟା ଆରମ୍ଭ ହେବା ପରିବର୍ତେ ମାତ୍ର ୪୬ ହଜାର ନିଯୁକ୍ତି, ସେ ପୁଣି ଦେଶର ସେନାବାହିନୀରେ ଠିକାରେ ମାତ୍ର ୪ ବର୍ଷ ପାଇଁ କାର୍ଯ୍ୟ କରିବାର ପ୍ରକ୍ର୍ରିୟାକୁ ସମଗ୍ର ଯୁବ ସମାଜର ବିରୋଧକୁ କଂଗ୍ରେସ ନୈତିକ ଭାବରେ ସମର୍ଥନ କରୁଛି । ପୂର୍ବତନ ସିଡିଏସ ମୁଖ୍ୟ ଜେନେରାଲ ବିପିନ୍ ରାୱତ ଏକ ସାକ୍ଷାତକାରରେ ସେନାରେ କାର୍ଯ୍ୟକରୁଥିବା ଯବାନ ମାନଙ୍କର ଅବସର ନେବାର ବୟସସୀମା ୫୮ବର୍ଷକୁ ବୃଦ୍ଧି କରିବାକୁ ପ୍ରସ୍ତାବ ରଖିଥିଲେ । ଆଜି ଦେଶରେ ୬୨ଲକ୍ଷ ୨୯ ହଜାର ସରକାରୀ ପୋଷ୍ଟ ଖାଲି ପଡ଼ିଛି ଏବଂ ସେଥିମଧ୍ୟରୁ ୨୬ ଲକ୍ଷରୁ ଉର୍ଦ୍ଧ୍ୱ ଚାକିରି କେବଳ କେନ୍ଦ୍ର ସରକାରଙ୍କ ଅଧିନରେ ଆସୁଅଛି । ଦେଶର ସେନାବାହିନୀରେ ୨ଲକ୍ଷ ୫୫ ହଜାର ପୋଷ୍ଟ ଖାଲି ଅଛି ଏବଂ ପ୍ରତ୍ୟେକ ବର୍ଷ ୫୫ ହଜାର ସେନା କର୍ମଚାରୀ ଅବସର ଗ୍ରହଣ କରନ୍ତି । ଅଗ୍ନିପଥ ଯୋଜନା ମାଧ୍ୟମରେ ୪ବର୍ଷିୟା ଠିକା ନିଯୁକ୍ତିରେ ଜଣେ ଯୁବକକୁ ତାର ଯୌବନ ଅବସ୍ଥାରେ ଚାକରିରୁ ଅବସର ନେଇ ପୂର୍ବତନ କର୍ମଚାରି ହେବାର ଅଦ୍‌ଭୁତ ପୂର୍ବ ଯୋଜନାକୁ ତୁରନ୍ତ ପ୍ରତ୍ୟାହାର କରାଯାଉ । ଆଜି ଦେଶର ସେନା କର୍ମଚାରୀଙ୍କର ହାରାହାରି ବୟସ ୩୦ବର୍ଷ ହୋଇଥିବା ବେଳେ ୪ ବର୍ଷ କାର୍ଯ୍ୟପରେ ଅବସର ନେବା କାହା ସ୍ୱାର୍ଥରେ । ସାଧାରଣ ଭାବରେ ଜଣେ ସୈନିକ ଅତି କମ୍‌ରେ ୯ ମାସର ବେସିକ୍ ଟ୍ରେନିଂ ଏବଂ ପରବର୍ତୀ ଅବସ୍ଥାରେ ନିଜର ବିଭାଗ ଅନୁଯାୟୀ ସ୍ପେଷାଲ ଟ୍ରେନିଂ ନେଇଥାନ୍ତି । ଯାହାକି ୪ବର୍ଷ ଜାଏ ଚାଲିଥାଏ ଅର୍ଥାତ ଜଣେ ସୈନିକ ତିଆରି କରିବାପାଇଁ ଅତି କମ୍‌ରେ ୪ବର୍ଷର ପ୍ରଶିକ୍ଷଣ ନିହାତି ଆବଶ୍ୟକ ପଡ଼ୁଥିବା ବେଳେ ବର୍ତମାନ ଅଗ୍ନିବୀର ମାନଙ୍କ ପାଇଁ ମାତ୍ର ୬ ମାସର ଟ୍ରେନିଂ ଫଳପ୍ରଦ ସାବ୍ୟସ୍ତ ହେବାକୁ ନେଇ ଦେଶର ଅନେକ ପୂର୍ବତନ ସେନାକର୍ମଚାରି ସଂଦେହ ପ୍ରକାଶ କରିଛନ୍ତି । ଜଣେ ଅଗ୍ନିବୀର ୪ ବର୍ଷର ଚାକିରି ଭିତରେ ୬ମାସ ପ୍ରଶିକ୍ଷଣ ଏବଂ ୪ ମାସ ଛୁଟି ନେବାପରେ ମାତ୍ର ୩ବର୍ଷ ୨ମାସ ମଧ୍ୟରେ ନିଜକୁ କିଭଳି ଦେଶରକ୍ଷା ପାଇଁ ପ୍ରସ୍ତୁତ ରଖିପାରିବ ସେ ନେଇ ଆଜି ଦେଶର ପୂର୍ବତନ ସେନାଧିକାରୀ ସନ୍ଦିହାନ । ପୂର୍ବରୁ ଆବେଦନ କରିଥିବା ଏବଂ ସବୁ ପରୀକ୍ଷାରେ କୃତକାର୍ଯ୍ୟ ହେଲାପରେ ସେନାରେ ଯୋଗଦାନ ପାଇଁ ଅପେକ୍ଷାରତ ଯୁବକମାନଙ୍କୁ ମୋଦି ସରକାରଙ୍କ ଏ ନିଷ୍ପତି ସଂପୂର୍ଣ୍ଣ ଭାବରେ ହତାଶ କରିଛି । କାରଣ ବର୍ତମାନ କେବଳ ଅଗ୍ନିପଥ ମାଧ୍ୟମରେ ହିଁ ସେନାରେ ଭର୍ତି ପ୍ରକ୍ରିୟା ହେବ ଅର୍ଥାତ ପୂର୍ବର ସବୁ ଆବେଦନ ଖାରଜ କରାଗଲା । ଏ କଥା ଦେଶର ୩ ସେନାର ବରିଷ୍ଠ ଅଧିକାରୀମାନେ ଗଣମାଧ୍ୟମ ସାମନାରେ ସ୍ପଷ୍ଟ କରିଛନ୍ତି । ଅଗ୍ନିବୀରଙ୍କ ମଧ୍ୟରୁ ୪ବର୍ଷ ପରେ ୭୫ ଭାଗ ନିଶ୍ଚିତ ଭାବରେ ସେବା ନିବୃତ ହେବେ ଏବଂ ଅତିବେଶିରେ ୨୫ ପ୍ରତିଶତଙ୍କୁ ପୁର୍ନବାର ସେନାରେ ନିଯୁକ୍ତିର ସୁଯୋଗ ମିଳିବ ଏବଂ ବର୍ତମାନ ସୁଦ୍ଧା ଏହି ୨୫ ପ୍ରତିଶତଙ୍କ ନିଯୁକ୍ତି ସର୍ତାବଳି ସ୍ଥିର କରାଯାଇ ନାହିଁ । ଆଗାମି ୪ବର୍ଷରେ ୬ଲକ୍ଷରୁ ଅଧିକ ପ୍ରଶିକ୍ଷିତ ସେନା କର୍ମଚାରି ସେବାନିବୃତ ହେବେ ଏବଂ ୪ ବର୍ଷିୟା ଠିକାନିଯୁକ୍ତି ଜରିଆରେ ଏହାକୁ ଭରଣା କରାଯିବାକୁ କଂଗ୍ରେସ ବିରୋଧ କରେ । ସେନାରେ ଜଣେ ସ୍ଥାୟୀ କର୍ମଚାରୀ ଜୀବନଯାକ ମେଡିକାଲ, କ୍ୟାଂଟିନ, ପେନସନ ଭଳି ସୁବିଧା ପାଉଥିବା ବେଳେ ୪ ବର୍ଷିଆ ଅଗ୍ନିବୀର ଏ ସୁଯୋଗରୁ ବଂଚିତ ହୋଇଛନ୍ତି । କଂଗ୍ରେସ ପାଇଁ ଦେଶର ସେନାବାହିନୀରେ କାର୍ଯ୍ୟକରୁଥିବା ସୈନିକ ମାନଙ୍କର ଦରମା ଓ ପେନସନ ଆଦୌ ଦେଶର ରାଜକୋଷ ଉପରେ ବୋଝ ନୁହେଁ । ମୋଦି ସରକାରଙ୍କର, ସେନାବାହିନୀରେ ଖର୍ଚ୍ଚକାଟ କରିବାକୁ ଯାଇ ସ୍ଥାୟୀ ନିଯୁକ୍ତିକୁ ବନ୍ଦ କରିବାର ପ୍ରକ୍ରିୟାକୁ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ଘୋର ବିରୋଧ କରାଯାଇଛି । ଦେଶର ସେନାବାହିନୀର ବଜେଟ ୧୭-୧୮ ମସିହାରେ ୧୭.୮% ଥିଲା ବେଳେ ୨୦-୨୧ ବେଳକୁ ୧୩.୦୨ ପ୍ରତିଶତକୁ ଖସିଆସିବା ମୋଦି ସରକାରଙ୍କର ଅପରିଣାମିଦର୍ଶି ନିଷ୍ପତି ଓ ସେନାବାହିନୀକୁ ଦୁର୍ବଳ କରିବାର ମାନସିକତାକୁ ପ୍ରତିଫଳିତ କରୁଛି । ଆସନ୍ତା କାଲି ସତ୍ୟାଗ୍ରହ ମାଧ୍ୟମରେ ଦେଶର ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅଗ୍ନିପଥ ଯୋଜନା ବିରୋଧରେ କଂଗ୍ରେସ ପ୍ରଦର୍ଶନ କରିବ । ଅନ୍ୟମାନଙ୍କ ମଧ୍ୟରେ ସାମାଜିକ ଗଣମାଧ୍ୟମ ମୁଖ୍ୟ ଅଭିଷେକ ମହାନନ୍ଦ, ମୁଖପାତ୍ର ମନୋରଞ୍ଜନ ଦାଶ, ପ୍ରଶାନ୍ତ ଶତପଥି, ରଜନୀ ମହାନ୍ତି ଓ ସଂଯୋଜକ ଦୀପକ ମହାପାତ୍ର ଉପସ୍ଥିତ ଥିଲେ ।

ବିଧାନସଭା ବଜେଟ ଅଧିବେଶନ ପୁର୍ବରୁ ବଦଳିବେ ବିରୋଧୀ ଦଳ ନେତା : କୁସୁମ ଟେଟେ…

() ବିରୋଧୀ ଦଳ ନେତାଙ୍କ ଅନୁପସ୍ଥିତ ଯୋଗୁଁ ଦଳକୁ ବିଧାନସଭା ରେ ସଠିକ୍ ଗୁରୁତ୍ବ ମିଳୁନି | ବଜେଟ୍ ଅଧିବେଶନ ପୁର୍ବରୁ ନୂଆ ବିରୋଧୀ ଦଳ ନେତା ଦେବାପାଇଁ ଦିଲ୍ଲୀରେ ଜେପି ନଡ୍ଡା ଙ୍କୁ ଭେଟି ପ୍ରସ୍ତାବ ରଖିଛନ୍ତି ବିଜେପି ବିଧାୟକଗଣ, ଏହା ସହିତ ରାଜ୍ୟ ସଭାପତିଙ୍କୁ ମଧ୍ୟ ଏନେଇ ଅବଗତ କରିଛନ୍ତି ବିଧାୟକ ମାନେ | ତେବେ ଉଭୟ ନେତା ଏହି ବଜେଟ ଅଧିବେଶନ ପୁର୍ବରୁ ନୂଆ ବିରୋଧୀ ଦଳ ନେତା ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି | ଆମ ଦଳରେ ୨୨ ଜଣ ବିଧାୟକ ଅଛନ୍ତି, ସେଥି ମଧ୍ୟରୁ ଅନେକ ବରିଷ୍ଠ ଓ ଅଭିଜ୍ଞ ନେତା ଅଛନ୍ତି, ସେମାନଙ୍କ ମଧ୍ୟରୁ ଯାହାକୁ କଲେ ଚଳିବ…

କୁସୁମ ଟେଟେ, ବିଜେପି ବିଧାୟିକା

Follow us

20,832FansLike
0FollowersFollow
14,700SubscribersSubscribe

Latest news