ମୁମ୍ବାଇ ଓଡିଶା ଭବନ ସମ୍ପ୍ରସାରଣ କାର୍ଯ୍ୟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ….

() ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ମୁମ୍ବାଇସ୍ଥିତ ଓଡିଶା ଭବନର ସଂପ୍ରସାରଣ ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ।ଉଲ୍ଲେଖଯୋଗ୍ୟ ଯେ ବିଭିନ୍ନ କାର୍ଯ୍ୟରେ ମୁମ୍ବାଇ ଆସୁଥିବା ସରକାରୀ ଅଧିକାରୀ ଓ ଜନସାଧାରଣଙ୍କୁ ମୁମ୍ବାଇ ଭଳି ମେଟ୍ରୋ ସହରରେ ସୁଲଭ ମୂଲ୍ୟରେ ରହଣି ଯୋଗାଇଦେବା ଉଦ୍ଦେଶ୍ୟରେ ଓଡିଶା ଭବନ, ମୁମ୍ବାଇ କାର୍ଯ୍ୟକରୁଅଛି ।ଏହି ଭବନରେ ୨୮ ଗୋଟି ଏସି ରୁମ ଓ ୪ ଟି ଏସି ଡର୍ମିଟୋରୀ ରହିଛି । ଏହି ସବୁ ରୁମ ମଧ୍ୟରୁ ୧୬ ଗୋଟି ୨ ଶଯ୍ୟା ବିଶିଷ୍ଟ ଏସି ରୁମ ଓ ୨ ଟି ଏସି ଡର୍ମିଟୋରୀ ମୁମ୍ବାଇରେ କ୍ୟାନ୍ସର ଭଳି ଦୂରାରୋଗ୍ୟ ବ୍ୟାଧିର ଚିକିତ୍ସା ନିମନ୍ତେ ଆସୁଥିବା ଓଡିଆ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ରହିଛି ।

ସରକାରଙ୍କ ତରଫରୁ ରିହାତି ମୂଲ୍ୟରେ ଯୋଗାଇ ଦିଆଯାଉଥିବା ଏହି ରହଣି ସୁବିଧା ଦ୍ୱାରା ଓଡିଶାର ଆର୍ଥିକ ଦୁର୍ବଳ ଶ୍ରେଣୀର ରୋଗୀମାନେ ବିଶେଷଭାବେ ଉପକୃତ ହୋଇ ଆସୁଛନ୍ତି ।ତେବେ ମୁମ୍ବାଇ ଓଡିଶା ଭବନରେ ରୋଗୀମାନଙ୍କ ପାଇଁ ଅଧିକ ରୁମର ବ୍ୟବସ୍ଥା କରିବାକୁ ଓଡିଶାର ଜନସାଧାରଣ ତଥା ମୁମ୍ବାଇସ୍ଥିତ ବିଭିନ୍ନ ଓଡିଆ ସଂଗଠନ ତରଫରୁ ଦୀର୍ଘ ଦିନ ଧରି ଦାବି ହୋଇ ଆସୁଥିଲା । ସେମାନଙ୍କର ଦାବୀକୁ ସମ୍ମାନ ଜଣାଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଆଜି ଏହି ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ।

ଏହି ଅବସରରେ ସ୍ୱରାଷ୍ଟ୍ର ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସଞ୍ଜୀବ ଚୋପ୍ରା, ମୁଖ୍ୟମନ୍ତ୍ରୀଙ୍କ ସଚିବ (5T) ଶ୍ରୀ ଭି. କେ. ପାଣ୍ଡିଆନ, ନିର୍ମାଣ ବିଭାଗ ଓ ଇଡ୍‌କୋର ଅଧିକାରୀ ବୃନ୍ଦ ତଥା ମୁମ୍ବାଇସ୍ଥିତ ବିଭିନ୍ନ ଓଡିଆ ସଂଗଠନର କର୍ମକର୍ତ୍ତା ଉପସ୍ଥିତ ଥିଲେ ।ଓଡିଶା ଭବନ, ମୁମ୍ବାଇର ଏହି ସଂପ୍ରସାରଣ ପୂର୍ଣ୍ଣ ହେଲେ ମୁମ୍ବାଇ ଭଳି ବ୍ୟୟବହୁଳ ସହରରେ ଅଧିକ କ୍ୟାନ୍ସର ପୀଡିତଙ୍କୁ ସ୍ୱଳ୍ପ ମୂଲ୍ୟରେ ରହଣି ଯୋଗାଇଦିଆଯାଇ ପାରିବ । ଏଥି ନିମନ୍ତେ ଓଡିଶାର ଜନସାଧାରଣ ତଥା ମୁମ୍ବାଇସ୍ଥିତ ବିଭିନ୍ନ ଓଡିଆ ସଂଗଠନ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

ଧାମ ନଗର ଉପ ନିର୍ବାଚନର ନେଇ ସାଂସଦ ଶର୍ମିଷ୍ଠା ସେଠୀଙ୍କ ପ୍ରତିକ୍ରିୟା…

() ଧାମ ନଗରରେ କୌଣସି ସନ୍ଦେହ ନାହିଁ l ନିଶ୍ଚିତ ଆମେ ଜିତିବୁ l ଆମ ସହ ଯୁବ, ଛାତ୍ର ସହ ମହିଳା ଶକ୍ତି ରହିଛି l ଅବନ୍ତୀ ଦାସ ମିଶନ ଶକ୍ତି ମହିଳା l 2019ପରେ ଯେତେ ନିର୍ବାଚନ ହୋଇଛି ବିଜେଡି ସହ ଜନମତ ରହିଛି l ଅବନ୍ତୀ ଦାସ ଉପ ନିର୍ବାଚନରେ ନିଶ୍ଚିତ ଜିତିବେ, ଏଥରେ ସନ୍ଦେହର କୌଣସି ଅବକାଶ ନାହିଁ l ବିଜୁ ଜନତା ଦଳ ବିକାଶକୁ ମୂଲମନ୍ତ୍ର କରିଛି l ରାଜନୀତି ବିଜେଡି ପାଇଁ ଏକ ମାର୍ଗ l ଅନୁକମ୍ପା ଭୋଟ ଦ୍ଵାରା ବିକାଶ ହେବନି l ତେଣୁ ବାଲେଶ୍ବର ଉପ ନିର୍ବାଚନରେ ତାହା ପ୍ରତିଫଳିତ ହୋଇଛି l ବାଲେଶ୍ଵର ପରି ଧାମ ନଗର ବି ଆମେ ଜିତିବୁ l

ବିଜେଡିରୁ ବହିଷ୍କୃତ ହେଲେ:ରାଜୁ ଦାସ..

() ରାଜୁ ଦାସ ବିଜେଡିରୁ ବହିଷ୍କୃତ । ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ବିଦା କଲେ ସଭାପତି ନବୀନ ପଟ୍ଟନାୟକ । ସାଂସଦ ମାନସ ମଙ୍ଗରାଜଙ୍କ ସୂଚନା ।

ଦଳରେ ଅଛି କିନ୍ତୁ ପଦବୀରୁ ଇସ୍ତଫା… ସତ୍ୟ ନାୟକ..

() ପ୍ରଦେଶ କଂଗ୍ରେସ କମିଟି ତାଲିକାରେ ନାଁ ନଥିବାରୁ ସତ୍ୟ ପ୍ରକାଶ ନାୟକଙ୍କ ଅସନ୍ତୋଷ | ଏଆଇସିସି ସଭାପତି ନିର୍ବାଚନରେ ଭୋଟ ଦେଇ ପାରି ନଥିବା କଥା କହିଛନ୍ତି | ପ୍ରଦେଶ କଂଗ୍ରେସ କମିଟିର ମିଡ଼ିଆ ସେଲ ଆବାହକ ପଦ ଏବଂ ସାଧାରଣ ସଂପାଦକ ପଦରୁ ଇସ୍ତଫା ଦେଲେ ସତ୍ୟ ନାୟକ | ଏନେଇ ରାଜ୍ୟ ପ୍ରଭାରୀଙ୍କୁ ଇସ୍ତଫା ପତ୍ର ପଠାଇ ଦେଇଥିବା କଥା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସତ୍ୟ ପ୍ରକାଶ ନାୟକ…

ସତ୍ୟ ପ୍ରକାଶ ନାୟକ, କଂଗ୍ରେସ ନେତା

ଧାମନଗର ଉପନିର୍ବାଚନ ନେଇ ଷ୍ଟାର କ୍ୟାମ୍ପନର ତଥା ମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କ ପ୍ରତିକ୍ରିୟା…

() ଧାମନଗର ଉପନିର୍ବାଚନ ନେଇ ଷ୍ଟାର କ୍ୟାମ୍ପନର ତଥା ମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କ ପ୍ରତିକ୍ରିୟା ।

{} ଏବେ ଆମେ ଫାଷ୍ଟ ଗିଅର ପକେଇଛୁ । ତା ପରେ ସେକେଣ୍ଡ ଗିଅର, ଥାର୍ଡ ଗିଅର ଓ ଟପ ଗିଅର କୁ ଯିବୁ । ଏହା କୌରବ ପାଣ୍ଡବ ଯୁଦ୍ଧ । ଏଥିରେ ଆମେ ବିଜୟ ଆଶା ଦେଖୁଛୁ । ଆଜି ପର୍ଯ୍ୟନ୍ତ ଆମର ଉପନିର୍ବାଚନରେ ପରାଜୟ ହୋଇନାହିଁ । 4 ହଜାର ଭୋଟରେ ଆମ ପ୍ରାଥି 2019 ରେ ହାରିଥିଲେ । ତେବେ ପଂଚାୟତ ନିର୍ବାଚନ ରେ ଆମେ ତାକୁ ମେକଅପ କରିବା ସହ ଲିଡ଼ ବି କଲୁ। ପଂଚାୟତ ସମିତି ବି ଦଖଲ କରିଛୁ ଧାମନଗରରେ । ତେଣୁ ଆମର ବିଜୟ ଆଶା ଅଧିକ । କାରଣ ପଂଚାୟତ ନିର୍ବାଚନରେ ସାରା ଓଡ଼ିଶାରେ ଶଙ୍ଖ ଚିହ୍ନ ର ଜୁଆର ହୋଇଛି ।

ଯିଏ ସ୍ୱାଧୀନ ଭାବେ ଛିଡ଼ା ତାକୁ କିଏ ନାଁ କହିବ । କିନ୍ତୁ ଦଳୀୟ ଶୃଙ୍ଖଳା ରେ ଯାହା ହେବା କଥା ହେବ । ଯାହା ଆକ୍ସନ ନିଆଯିବା କଥା ନିଆଯିବ । ଦଳର ସୁପ୍ରିମୋ ତାହାର ନିଷ୍ପତ୍ତି ନେବେ ।

ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ସହିତ ନେତା ମନ୍ତ୍ରୀଙ୍କ ଫଟୋ ଭାଇରାଲ ହେଉଥିବା ପ୍ରସଙ୍ଗରେ ମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କ ପ୍ରତିକ୍ରିୟା…

() ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ସହିତ ନେତା ମନ୍ତ୍ରୀଙ୍କ ଫଟୋ ଭାଇରାଲ ହେଉଥିବା ପ୍ରସଙ୍ଗରେ ମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କ ପ୍ରତିକ୍ରିୟା

{} ଅର୍ଚ୍ଚନା ହେଉଛି ଅଳିଆ ଗଦା । ଯିଏ ନିଆଁ ଖାଇଛି ସେ ଅଙ୍ଗାର ହଗିବ। ତଦନ୍ତ ହେଉ । ଯେମିତି ହେବା କଥା ହେଉ । ଯିଏ ଧରା ପଡିବା କଥା ପଡ଼ିବ । ଯିଏ ଯାହା କରିଥିବ ତାହାର ଫଳ ଭୋଗିବ । ନବୀନ ପଟ୍ଟନାୟକ ନିଜ ଲୋକଙ୍କୁ ବି ଛାଡି ନାହାନ୍ତି । ପ୍ରଦୀପ ପାଣିଗ୍ରାହୀ ତାହାର ଉଦାହରଣ ।

ବିରୋଧୀ ଲୋକଙ୍କର ବି ସେଥିରେ ନାଁ ଆସୁଛି । କେଭି ସିଂ ଦେଓ , ଜୁଏଲ ଓରାମଙ୍କ ନାଁ ଆସୁଛି । ଆହୁରି ବି କାହା କାହା ନାଁ ଆସୁଛି । ସରକାରୀ ମେସିନାରୀଜି ର ବି କାହାର କାହାର ନାଁ ଆସୁଛି । ଶିଳ୍ପପତି ମାନଙ୍କର ବି ନାଁ ଆସୁଛି ।

ଦୁବାଇର ଟେକ୍ ଇଭେଂଟ୍‌ରେ ସୋଆର ଷ୍ଟାର୍ଟ -ଅପ୍ ପୁରସ୍କୃତ…

() ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପ୍ରାୟୋଜିତ ଟେକ୍ ଷ୍ଟାର୍ଟ -ଅପ୍ “ୱିୱେର୍‌” ଦୁବାଇରେ ସୁପର୍‌ନୋଭା ଚ୍ୟାଲେଞ୍ଜ ଟାଇଟଲ୍ ହାସଲ କରିଛି । ଦୁବାଇ ଠାରେ ବିଶ୍ୱର ସବୁଠାରୁ ବଡ ଟେକ୍ ଓ ଷ୍ଟାର୍ଟ – ଅପ୍ ଇଭେଂଟ “ଗିଟେକ୍ସ୍ ଗ୍ଲୋବାଲ୍ ୨୦୨୨” ରେ ଯୁବ ଉଦ୍ୟୋଗୀ କ୍ୟାଟେଗୋରୀ ରେ ଏହି ପୁରସ୍କାର ହାସଲ କରିଛନ୍ତି ସୋଆର ଷ୍ଟାର୍ଟ – ଅପ୍ “ୱିୱେର୍‌” ।

ଚଳିତ ଅକ୍ଟୋବର ୧୦ ରୁ ୧୪ ତାରିଖ ପର୍ଯ୍ୟନ୍ତ ଏହିକାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆମେ ସାରା ବିଶ୍ୱକୁ ଆମ କାର୍ଯ୍ୟର ପାରଦର୍ଶିତା ଦେଖାଇବା ସହ ନୂତନ ବ୍ୟବସାୟିକ ସହଯୋଗ , ନେଟ୍‌ୱାର୍କିଂ, ସହଭାଗିତା ବଢାଇବା ନିମନ୍ତେ ବେଶ୍ ଇଚ୍ଛୁକ ବୋଲି କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ “ୱିୱେର୍‌” ଟିମ୍ ର ଜଣେ ସଦସ୍ୟ କହିଥିଲେ ।ଓଡିଶାରେ ଅବସ୍ଥାପିତ ୨୦ଟି ଷ୍ଟାଟ ର୍- ଅପ୍ କୁ ନେଇ ଦୁବାଇରେ ପ୍ରତିନିଧିତ୍ୱ କରିଥିବା ଷ୍ଟାର୍ଟ ଅପ୍ ଓଡିଶାର ଏଗ୍‌ଜିକ୍ୟୁଟିଭ୍ ଚେୟାର୍‌ମ୍ୟାନ୍ ଡକ୍ଟର ଓମ୍‌କାର ରାଏ “ୱିୱେର୍‌”ଟିମ୍‌କୁ ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।କାରଖାନା ମାର୍କେଟ୍ ସ୍ପେସ୍ ପ୍ରାୟୋଜିିତ ସୋଆ ଫାବ୍‌ଲାବ୍‌ର ଏହି ଉଦ୍ୟୋଗୀ ଟିମ୍ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍‌ନିକାଲ୍ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିିଇଆର୍‌)ର ଛାତ୍ରଛାତ୍ରୀ ଅଟନ୍ତି ।

ପୁରସ୍କୃତ ହେବା ପରେ ଏହି ଟିମ୍ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଂଜନ ନାୟକ, ଆଇଟିିଇଆର୍ ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ , ପ୍ରଫେସର ରେଣୁ ଶର୍ମା, ପ୍ରଫେସର ଅନୁରାଗ ଶତପଥୀ ଓ ଡକ୍ଟର ତାପସ ମହାପାତ୍ର ଙ୍କୁ ସେମାନଙ୍କ ର ସମସ୍ତ ସହଯୋଗ ଓ ଦକ୍ଷତା ପ୍ରତିପାଦିତ କରିବା ନିମନ୍ତେ ସେମାନଙ୍କୁ ପ୍ଲ୍‌ାଟ୍‌ଫର୍ମ ଯୋଗାଇଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି ।ଏହି ଟିମ୍ ର ସଦସ୍ୟମାନେ ହେଲେ ପୁରୁ ଅନିକେତ୍‌,ଭିନିତ୍ ଜାନା, ଭୌମିକା ସିଂ, ମୁଦାସିର ଅନ୍‌ସାରୀ, ମୋହିତ କୁମାର ସରାଫ, ଅତୁଲ୍ ସାହୁ, ସୋହନ କୁମାର ରାଉତ, ଅରଚନ କୁମାର ବୋଷ,ଦେବାଙ୍ଗନ ଚକ୍ରବର୍ତୀ, ବିଶ୍ୱନାଥ ପାତ୍ର, ପ୍ରଥମ୍ ରାଜ, ଏ.ଅରିଜିତ୍ ଓ ୟଶ୍ କୁମାର ।

ନବୀନଙ୍କ ସଫଳତା ରଥରେ ପ୍ରଣବ ସାରଥି……..

() ନବୀନ ପଟ୍ଟନାୟକ l ୭୬ ବର୍ଷ ପୁରୀ ୭୭ ବର୍ଷରେ ପାଦ ଦେଇଛନ୍ତି l ଆଜି ପୁରା ଓଡ଼ିଶା ପାଳୁଛି ତାଙ୍କର ଜନ୍ମଦିନ l ହେଲେ ଜନ୍ମଦିନକୁ ସେବାର ଦିନ ଭାବେ ପାଳନ କରିବାକୁ ସବୁବେଳେ ମୂଖ୍ୟମନ୍ତ୍ରୀ କର୍ମୀ ଓ ନେତାଙ୍କୁ ପରାମର୍ଶ ଦିଅନ୍ତି l ଯେଉଁଥିପାଇଁ ବିଜେଡି ନବୀନ ଜନ୍ମଦିନକୁ ସେବାର ଦିନ ଭାବେ ପାଳନ କରୁଛି ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ l ୨୫ବର୍ଷ ଓଡ଼ିଶାବାସୀଙ୍କ ସେବା ପାଇଁ ନବୀନ ପ୍ରତ୍ୟେକ ଓଡ଼ିଆଙ୍କ ମନରେ ସ୍ଵତନ୍ତ୍ର ସ୍ଥାନ ବଜାଇ ରଖିଛନ୍ତି l ୨ଥର କେନ୍ଦ୍ର ମନ୍ତ୍ରୀ ଓ ୨୨ବର୍ଷ ଧରି ମୁଖ୍ୟମନ୍ତ୍ରୀ ଭାବେ ସେ ପ୍ରତ୍ୟେକ ଓଡ଼ିଆକୁ ନିଜର ପରିବାର ଭାବି ସେବା କରିଆସୁଛନ୍ତି l ତେବେ ତାଙ୍କ ଜନ୍ମଦିନରେ ନବୀନ ୫୦ବର୍ଷ ବୟସ ଯାଏ ରାଜନୀତିରେ ନଥାଇ କିପରି ଜନସେବା କରିବାର ପୁରା ଦେଶର ରୋଲ ମଡେ଼ଲ ସାଜିଲେ ତାହାକୁ ବିଜେଡିର ଏକ ସ୍ବତନ୍ତ୍ର ଉତ୍ସବରେ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଦଳୀୟ ନେତା ଓ କର୍ମୀଙ୍କୁ କହିଥିଲେ l ଆଉ ନବୀନଙ୍କ ବିଷୟରେ ସେ ଅକୁଆ କଥା ଥିଲା ଏମିତି……

 

ସାରା ପୃଥିବୀ ବୁଲିବା ଲୋକ ୨୨ ବର୍ଷ ହେଲା ଓଡ଼ିଶାରେ ରହିଛନ୍ତି । ଦିନେ କେବେ ସୁଖ ସ୍ୱାଛନ୍ଦ୍ୟର ଜୀବନ ବିତାଇବାକୁ କଳ୍ପନା ବି କରିନାହାନ୍ତି । ୨୪ ଘଣ୍ଟା ଓଡ଼ିଶା ଓ ଓଡ଼ିଆଙ୍କ କଥା ଚିନ୍ତା କରିବା ସହ ସେହି କାମରେ ଲାଗିଛନ୍ତି । କାରଣ ତାଙ୍କର ପ୍ରତିବଦ୍ଧତା ଏ ଜାତି ପାଇଁ, ଏ ରାଜ୍ୟପାଇଁ ଏବଂ ଏ ମାଟିର ଲୋକଙ୍କ ପାଇଁ ସବୁ ବେଳେ ରହିଛି । ମାତ୍ର ୨୦ ବର୍ଷ ତଳେ ଯେଉଁ ଆନ୍ଧ୍ରପ୍ରଦେଶ ଆମକୁ ମହାବାତ୍ୟାରେ ସାହାଯ୍ୟ କରିଥିଲା ଏବଂ ଆମେ ସହଯୋଗର ହାତ ପତାଇଥିଲୁ ଆଜି ସେମାନଙ୍କୁ ଆମେ ସହଯୋଗ କରୁଛୁ । ୨ବର୍ଷ ତଳେ ବିଜୁ ଯୁବ ଜନତା ଦଳର ରାଜ୍ଯ କାର୍ଯ୍ୟ କାରିଣୀରେ ଏକଥା କହିଥିଲେ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ।

 

ବିଜୁ ପଟ୍ଟନାୟକ ଜଣେ ଅଗ୍ରଣୀ କ୍ୟାପିଟାଲିଷ୍ଟ ହୋଇଥିଲେ । ସାରା ଦୁନିଆ ବୁଲିବା ପରେ ସେ ଯେତେବେଳେ ଓଡ଼ିଶା ଆସିଲେ ଏବଂ ରାଜ୍ଯର ସ୍ଥିତି ଦେଖିଲେ ସେ ମର୍ମାହତ ହେଲେ। ଓଡ଼ିଶା ପାଇଁ ଓ ରାଜ୍ଯବାସୀଙ୍କ ପାଇଁ ସ୍ବପ୍ନ ଦେଖିବା ଆରମ୍ଭ କଲେ। ମୋ ଓଡ଼ିଶା ମୋ ଓଡ଼ିଆ ପାଇଁ ସାରା ଜୀବନ କାମ କଲେ । ତାଙ୍କର ପୁଅ ନବୀନ ପଟ୍ଟନାୟକ। ସାରା ପ୍ରୁଥିବୀ ବୁଲିବା ଯାହାଙ୍କ ସଉକ ଥିଲା ସେ ତାଙ୍କ ପିତାଙ୍କ ସ୍ବପ୍ନକୁ ସାକାର କରିବା ଓ ଓଡ଼ିଆ ଲୋକଙ୍କର ସେବା କରିବାକୁ ନିଜର ସବୁ ସୁଖ ସ୍ବାଚ୍ଛନ୍ଦ୍ଯକୁ ଜଳାଂଜଳି ଦେଇଛନ୍ତି। ଗତ ୨୨ ବର୍ଷ ହେଲା ଲଗାତର ୨୪ ଘଣ୍ଟା ସେ ଲୋକଙ୍କ ପାଇଁ କାମ କରୁଛନ୍ତି। ତାଙ୍କର ସ୍ୱପ୍ନ ହେଲା, ଏ ଜାତି ଦିନେ ଆଗକୁ ଯିବ । ବିଜୁ ବାବୁ ଖାରବେଳଙ୍କ କଥା କହିଥିଲେ । ଯୁବକଙ୍କ ଭିତରେ ସ୍ୱପ୍ନକୁ ଦେଖିଥିଲେ । ଜଣେ ବିନ୍ଧାଣୀ ଭାବରେ ଉଭା ହେଲେ । ମୁଁ ବହୁତ ଥର ସାରଙ୍କ ସହ ଦିଲ୍ଲୀରୁ ଫେରିଥାଏ। ମୁଁ ୨/୪ ଥର ସାରଙ୍କୁ ଡ୍ରାଇଭ କରିଛି । ପାଖରେ ଦେଖିଛି । ସେ ଯେଉଁଠି ବି ଥାଆନ୍ତି, କେବଳ ସେ ଓଡ଼ିଶା କଥା ଭାବନ୍ତି କେବଳ ଓଡ଼ିଶା । କାରଣ ଏ ଦଳ ହିଁ ଓଡ଼ିଶାକୁ ନେତୃତ୍ୱ ଦେଇପାରିବ ଏବଂ ସେ କଣ ତ୍ୟାଗ ନ କରିଛନ୍ତି ରାଜ୍ଯକୁ ଆଗକୁ ନେବାପାଇଁ। ୨୨ ବର୍ଷ ଭିତରେ କେବେ ସେ ପଦାକୁ ଯାଇ ନାହାନ୍ତି । ୨୪ ଘଣ୍ଟା ଲୋକଙ୍କ ସହ ଅଛନ୍ତି । ଆନ୍ଧ୍ରପ୍ରଦେଶରୁ ଆସିଥିଲା ୧୯୯୯ ବାତ୍ଯା ବେଳେ ମେସିନ୍ । ଆମେ ହାତ ପତାଉଥିଲୁ । ଖଣ୍ଡେ ରାସ୍ତା ପାଇଁ ଆମେ ହାତ ପତାଉଥିଲୁ । ଜେସିବି ଦେଖିବାକୁ ଲୋକ ଠିଆ ହୋଇ ରହୁଥିଲେ । କିନ୍ତୁ ଗତ ହୁଡହୁଡ ସମୟର କଥା। ମୁଁ ଯେତେବେଳେ ଏନର୍ଜି ମିନିଷ୍ଟର ଥାଏ । ଆନ୍ଧ୍ରକୁ ଯାଇଥିଲି, ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଯେ୍ମିତି ରିସିଭ୍ କରାଯାଏ ମୋତେ ସେମିତି ରିସିଭି କରାଗଲା । ଓଡ଼ିଶା ସରକାରଙ୍କୁ କି ପ୍ରଶଂସା। କାରଣ ଆମେ ତାଙ୍କୁ ସହଯୋଗ କରିଥିଲୁ। ମାତ୍ର ୧୩ରୁ ୧୪ ବର୍ଷ ମଧ୍ୟରେ ବଦଳିଗଲା ଚିତ୍ର । ଏ ହେଉଛି ପରିବର୍ତ୍ତିନର ଚିତ୍ର । ମୁଖ୍ଯମନ୍ତ୍କୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ଦରକାର ବୋଲି ପ୍ରଣବ ଯୁବପୀଢ଼ି ଙ୍କୁ ଆହ୍ୱାନ ଦେଇଛନ୍ତି। ମୁଖ୍ଯମନ୍ତ୍ରୀଙ୍କର ନିଜର ବୋଲି କିଛି ନାହିଁ , ପରିବାର ପାଇଁ କିଛି ନାହିଁ, ଯାହା ଅଛି ସେ ସବୁ ଓଡ଼ିଶାବାସୀଙ୍କର । ଦେଶର ସବୁ ମୁଖ୍ୟମନ୍ତ୍ରୀ କଣ ଗାଡ଼ି ଚଢନ୍ତି ଆପଣ ଦେଖୁଥିବେ । ଆମ ମୁଖ୍ୟମନ୍ତ୍ରୀ କି ଗାଡ଼ି ଚଢୁଛନ୍ତି ଦେଖିଥିବେ । ଏଷ୍ଟିମ ଗାଡ଼ିଟା ବଦଳରେ ଗୋଟେ ଭଲ ଗାଡ଼ି ଚଢିବା ପାଇଁ ସାରଙ୍କୁ ପ୍ରସ୍ତାବ ଦେଇଥିଲୁ। କିନ୍ତୁ ଚୂଡାନ୍ତ ଗାଡ଼ି ଆସିଲା ବେଳକୁ ଆସିଲା ଏସଏକ୍ସ-୪ । ସାର୍ ଡେଙ୍ଗା ଲୋକ ତଥାପି ସେ କହିଲେ ଏଇଟା ଲୋକଙ୍କ ଟଙ୍କା । ଯେତେ କମରେ ହୋଇପାରିବ ଗାଡ଼ି ଆଣ। ଏପିରିକି ମୁଁ ସବୁ ବେଳେ ଚେଷ୍ଟା କରେ ମୁଖ୍ୟମନ୍ତ୍ରୀଙ୍କୁ ଖୁସି କରିବାକୁ । ଜଣେ ବ୍ୟକ୍ତିଗତ ଲୋକ ମତେ କହିଥିଲେ, ମୁଁ ସାରଙ୍କୁ ପଚାରିଲି ସାର୍ ଆପଣ କେତେବେଳେ ଖୁସି ହୁଅନ୍ତି । ସେ ବିନା ପଜ ନେଇ କହିଥିଲେ ଓଡ଼ିଶା ପାଇଁ ମୁଁ ଯେତେବେଳେ କିଛି କାମକରେ ଏବଂ ଏଠାକାର ଲୋକ ଯେତେବେଳେ ଖୁସି ହୁଅନ୍ତୁ ସେତେବେଳେ ମୁଁ ଖୁସି ହୁଏ । ମୁଖ୍ୟମନ୍ତ୍ରୀଙ୍କୁ ଖୁସିକଲେ ହେବନି, ଲୋକଙ୍କ ପାଇଁ କାମ କରିବାକୁ ପଡ଼ିବ । ରାଜ୍ୟ ପାଇଁ ପ୍ରତିବଦ୍ଧତା । ସାରା ବିଶ୍ୱ ଆସି ଓଡ଼ିଶା ପାଖରେ ଠିଆ ହୋଇଛି । ଖଣିଜ ସଂପଦର ଟଙ୍କାକୁ ନିଜ ଟଙ୍କା ଭାବି ସେ ନେଇ ନାହାନ୍ତି । ଲୋକଙ୍କୁ ସେ ଫେରାଇ ଦେଇଛନ୍ତି ବିଭିନ୍ନ ଉପାୟରେ । ଗଞ୍ଜାମର ଲୋକ ଯାହା ମହାମହିମ ରାଜ୍ୟପାଳ ମଧ୍ୟ ସମାନ । ତାଙ୍କର ରାଜ୍ୟ ପାଇଁ ପ୍ରତିବଦ୍ଧତା, ମୁଁ ଓଡ଼ିଆ, ମୋ ଜାତି ଓଡ଼ିଆ । ତାଙ୍କର ଗୋଟିଏ ପ୍ରାଣ ଜୟ ଜଗନ୍ନାଥ । ଜଗନ୍ନାଥ କହନ୍ତି ଏବଂ ଓଡ଼ିଆ ପାଇଁ କାମ କରନ୍ତି । ଜୟଯାତ୍ରା କରନ୍ତି ବିଶ୍ୱ ଦରବାରରେ ଓଡ଼ିଶାକୁ ପହଞ୍ଚାଇବା ପାଇଁ । କୃଷି କର୍ମଣ ଠାରୁ ଆରମ୍ଭ କରି ବହୁ ପୁରସ୍କାର ପାଇଛି ଓଡ଼ିଶା । ଦିନେ ଓଡ଼ିଶା ଭାରତ ବର୍ଷକୁ ଦିଗଦର୍ଶନ ଦେବ ବୋଲି ପ୍ରଣବ କହିଛନ୍ତି।

 

 

 

ଓଡ଼ିଶା ପ୍ରତି ମୁଖ୍ଯମନ୍ତ୍ରୀଙ୍କର ପ୍ରତିବଦ୍ଧତା ସବୁବେଳେ ରହିଛି । ଯଦି ଏ ଦଳ ଆଗକୁ ଆହୁରି ସଂଘଠିତ ହେବ ତେବେ ବିଜୁ ଯୁବ ଜନତା ଦଳ ହିଁ କରିପାରିବ । ସାରା ଓଡ଼ିଶା ଆଜି ବଞ୍ଚିଛି ତାଙ୍କ ପାଇଁ । ସେ ତିଆରି କରିଛନ୍ତି ଜୀବନ ବିନ୍ଦୁ । ଜୀବନବିନ୍ଦୁ ଜରିଆରେ ଆମେ ଲକ୍ଷାଧିକ ଲୋକଙ୍କୁ ରକ୍ତ ଅଭାବରୁ ମରିବାକୁ ଦେଇନାହୁଁ। ତାଙ୍କ ନେତ୍ରୁତ୍ୱକୁ ଆହୁରି ସୁଦ୍ରୁଢ କରିବାକୁ ହେବ। ଯେଉଁ ନେତା ତାଙ୍କର ସବୁ ସୁଖ ସ୍ୱାଛନ୍ଦ୍ୟକୁ ବଳିଦେଇ ଯିଏ ଆମ ପାଇଁ କାମ କରୁଛନ୍ତି ଆମେ ତାଙ୍କ ପାଇଁ ନିଜକୁ ସମର୍ପିତ କରିବାକୁ ଶପଥ ନେବା।

ନୂଆ ଓଡ଼ିଶା ଓ ସଶକ୍ତଓଡ଼ିଶା ଗଠନ କରିବାକୁ ମୁଖ୍ୟମନ୍ତ୍ରୀ ଯେଉଁ ବିକାଶର ରଥ ପୁରା ଓଡ଼ିଶାରେ ବିଲାଉଛନ୍ତି ତାହାର ସାରଥି ସାଜିଛନ୍ତି ବିଜେଡି ସଙ୍ଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ l ସବୁବେଳେ ଲୋକଙ୍କ ସାଥିରେ ରହି ପ୍ରଣବ ସେମାନଙ୍କ ଦୁଃଖ ଓ ସୁଖ ବୁଝିବା ସହ ସରକାର କରୁଥିବା ଯୋଜନାରେ କେହି ଜଣେ ହେଲେ କିପରୀ ବାଦ ନପଡ଼ିବେ ତାହା ଉପରେ ପ୍ରଣବ ଗୁରୁତ୍ଵ ଦେଇଛନ୍ତି l

ନବୀନ @୭୭ : ବିପଦରେ ଆସିଥିଲେ, ସମ୍ପଦରେ ଭରିଦେଲେ …..

() ୧୯୯୯ ମସିହା ମହାବାତ୍ୟା । ଓଡ଼ିଶା ମହାବିପତ୍ତି ସମୟରେ ହଠାତ ଓଡିଶାର ସାହାରା ବାଡ଼ି ଭାବେ ଛିଡ଼ା ହେଲେ ନବୀନ ପଟ୍ଟନାୟକ । ଓଡ଼ିଶାର ବରପୁତ୍ର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ସାନ ପୁଅ ନବୀନ ପଟ୍ଟନାୟକ ରାଜନୀତିକୁ ଆସିଥିଲେ ମଧ୍ୟ ତାଙ୍କର ଅସଲ ପରିଚୟ୧୯୯୭ ମସିହାର ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ରାଜନୀତିରେ ପ୍ରବେଶ କଲେ ନବୀନ । ଆଉ ତା ପର ଠାରୁ ଅପରାଜୟ. ଅପ୍ରତିଦ୍ୱନ୍ଦୀ , ରାଜନନେତା ଭାବେ ରାଜ୍ କଲେ ଓଡ଼ିଶାରେ । ନିଜର ସ୍ୱଚ୍ଛ, ନିର୍ମଳ, ସୁଶାସନ ପାଇଁ ସେ ପାଲଟିଗଲେ ଜନନାୟକ । ଲୋକଙ୍କ ଭଲ ପାଇବା ଓ ଆର୍ଶୀବାଦ ଫଳରେ ୫ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆସନରେ ବସିଲେଣି ନବୀନ । ନବୀନଙ୍କୁ ଛାଡ଼ିଦେଲେ ଓଡ଼ିଶାରେ ବିକଳ୍ପ ରାଜନେତା ଏପର୍ଯ୍ୟନ୍ତ ଦେଖାଦେଇନାହାନ୍ତି । ଓଡ଼ିଶାବାସୀଙ୍କୁ ନିଜର ପରିବାର ଭାବେ ଗ୍ରହଣ କରି ସେମାନଙ୍କ ସୁଖରେ ଓ ଦୁଃଖରେ ସବୁବେଳେ ଛିଡ଼ା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ସରଳ ଓ ନିରାଡ଼ମ୍ବର ଜବୀନଶଶୈଳୀ କଟାନ୍ତି ସେ । ରାଜ୍ୟବାସୀ ଯେପରି କୌଣସି ଅଭାବ ଓ ଅସୁବିଧାରେ ନପଡ଼ିବେ ସେଥିଲାଗି ଜନ୍ମରୁ ମୃତ୍ୟୁଯାଏ ଯୋଜନା କରି ଓଡ଼ିଶାବାସୀଙ୍କ ସାହାରା ସାଜିଛନ୍ତି ନବୀନ । ପ୍ରାକୃତିକ ବିପର୍ଯ୍ୟୟକୁ ସଫଳତାର ସହ ମୁକାବିଲା କରି ନବୀନ ରାଜ୍ୟବାସୀଙ୍କ ଧନଜୀବନ ରକ୍ଷା କରିଛନ୍ତି । ଆଜି ୭୭ ବର୍ଷରେ ପାଦ ଥାପିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୀର୍ଘ ୨୧ ବର୍ଷ ଧରି ଓଡ଼ିଶା ଶାସନର ମଙ୍ଗ ଧରିଛନ୍ତି ନବୀନ ପଟ୍ଟନାୟକ । ହେଲେ ଏବେ ବି ସେ ନିବିବାଦୀୟ, ନିକଳଙ୍କ ନେତାଭାବରେ ସେ ଓଡ଼ିଶା, କାହିକିଁ ପୁରା ଦେଶରେ ବେଶ ପରିଚିତ । ଜଣେ କ୍ଲିନ ରାଜନେତା ଭାବେ ପ୍ରତ୍ୟେକ ଓଡ଼ିଆବାସୀଙ୍କ ହୃଦୟରେ ନବୀନ ରାଜ କରୁଛନ୍ତିି । ଯେଉଁଥି ପାଇଁ ନବୀନ ଆଜି ବି ଅପ୍ରତିଦ୍ୱନ୍ଦୀ, ଅପରାଜୟ, ଅଦ୍ୱିତୀୟ ନେତା ଭାବେ ଘରେଘରେ ପରିଚିତ ।ଦୁର୍ନୀତି ମୁକ୍ତ ସରକାର ପାଇଁ ନବୀନ ସାରା ଦେଶରେ ସ୍ୱତନ୍ତ୍ର ପରିଚୟ ଲାଭ କରିଛନ୍ତି । ପ୍ରତି ନିର୍ବାଚନରେ ତାଙ୍କୁ ମିଳେ ବଡ଼ ସଫଳତା । ଏସବୁ ସଫଳତାର ବଡ଼ ଅସ୍ତ୍ର ନିଜେ ନବୀନ । ତାଙ୍କ ଆଗରେ ଜାତୀୟ ସ୍ତରର ନେତା, ବିଭିନ୍ନ ପ୍ରସଙ୍ଗ ତୁଚ୍ଛ । ଭୋଟରଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ନେଇସାରିଥିବା ନବୀନ ଏବେ ଜନନାୟକ ଭାବେ ପରିଚିତ ହୋଇଛନ୍ତି । ବିରୋଧୀ ଯେତେ ଅଭିଯୋଗ କଲେ ବି ନବୀନ ତାହା କାଉଣ୍ଟର ଜବାବ ଦିିଅନ୍ତିନି । ବଂର କଥା କମ କାମ ଅଧିକରେ ବିଶ୍ୱାସ କରି ଦୀର୍ଘ ୨୧ ବର୍ଷ ହେବ ରାଜ୍ୟବାସୀଙ୍କ ସେବା କରିଚାଲିଛନ୍ତି ସେ । ଯେତେବେଳେ ଦେଶରେ ରାଜନୈତିକ ହଟଚମଟ ଦେଖାଦେଉଛି ସେତେବେଳେ ନବୀନ ଦେଶର ନେତୃତ୍ୱ ନେବା କଥା ଚର୍ଚ୍ଚା ହୁଏ । ବହୁ ରାଜନୈତିକ ଦଳ ଓ ଦେଶର ହେବିୱଟ ନେତାମାନେ ନବୀନଙ୍କୁ ପ୍ରସ୍ତାବ ଦିଅନ୍ତି ରିଙ୍ଗ ମାଷ୍ଟର ହେବା ପାଇଁ । ଜାତୀୟ ଗଣମାଧ୍ୟମରେ ବି ନବୀନ ନାଁକୁ ନେଇ କେତେଥର ଚର୍ଚ୍ଚା ହୁଏ । ହେଲେ ଏସବୁ ଚର୍ଚ୍ଚାର ଅର୍ଥ ଯେମିତି କିଛି ନୁହେଁ, ନବୀନଙ୍କ ରାଜ୍ୟବାସୀଙ୍କ ପ୍ରତି ଥିବା ଭଲ ପାଇବା ଆଗରେ । ବାରମ୍ବାର ଓ ସବୁବେଳେ ନବୀନ କହନ୍ତି ସେ ଓଡ଼ିଶାରେ ରହିବେ ଓ ଓଡ଼ିଶାବାସୀଙ୍କ ସେବା କରିବେ ।

 

ଯେଉଁଥି ପାଇଁ ନବୀନ ସାଜିଛନ୍ତି ଶ୍ରେଷ୍ଠ ପ୍ରଶାସକ , ୧ନମ୍ବର ମୁଖ୍ୟମନ୍ତ୍ରୀ, ଆଦର୍ଶ ମୁଖ୍ୟମନ୍ତ୍ରୀ ଓ ସାଢେ ଚାରିକୋଟି ଓଡ଼ିଆଙ୍କ ମଉଡ଼ମଣୀ ।

 

୧୯୪୬ ମସିହା ଆଜିର ଦିନରେ କଟକରେ ଜନ୍ମ ଗ୍ରହଣ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୭୬ବର୍ଷ ପୁରି ୭୭ବର୍ଷରେ ପାଦ ଥାପିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ବିପଦରେ ଆସି ସମ୍ପଦରେ କିପରି ଓଡ଼ିଶାକୁ ଭାରିଦେଲେ ନବୀନ ନଜର ପକାନ୍ତୁ ୧୫ଟି ବଡ ଉଦାହରଣ ଉପରେ…..

୧_୨୦୦୦ମସିହାରେ ରାଜ୍ୟର ବଜେଟ ୪୬ହଜାର କୋଟି ଥିବାବେଳେ ଏବେ ଏହା ୨ଲକ୍ଷ କୋଟିରେ ପହଞ୍ଚିଛି l

୨_ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟ

୩_ଭୋକର ଭୂଗୋଳ ଓଡ଼ିଶା ଆଜି ଖାଦ୍ୟ ବଳକା ରାଜ୍ୟରେ ପରିଣତ କରିବା

୪_ସ୍ବାସ୍ଥ୍ୟ କ୍ଷେତ୍ରରେ ୮ରୁ ଅଧିକ ଜିଲ୍ଲାରେ ମେଡ଼ିକାଲ କଲେଜ ସ୍ଥାପନ ହେବା ସହ ପ୍ରତ୍ୟେକ ଜିଲ୍ଲାର ମେଡିକାଲକୁ ନୂଆ ରୁପ ଦେବା

୫_ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ଜରିଆରେ ମହିଳାଙ୍କୁ ୧୦ଲକ୍ଷ୍ ଓ ପୁରୁଷଙ୍କୁ ୫ଲକ୍ଷ ଯାଏ ସ୍ବାସ୍ଥ୍ୟ ବୀମା ଦେବା l

୬_ମାଗଣାରେ ଗରିବ ଲୋକଙ୍କୁ ୧ଟଙ୍କିଆ ଚାଉଳ ଯୋଗାଣ

୭_୮୪୬ରୁ ଅଧିକ ସେତୁ ବିଭିନ୍ନ ନଦୀ ଉପରେ କରିବା ସହ ବିଚ୍ଛିନ୍ନାଞ୍ଚଳରେ ଯୋଗାଯୋଗ ସୁଗମ କରିବା

୮_ଶକ୍ତି କ୍ଷେତ୍ରରେ ସଂସ୍କାର ଆଣିବା ସହ ଓଡ଼ିଶାକୁ ବିଜୁଳି ବଳକା ରାଜ୍ୟରେ ପରିଣତ କରିବା

୯_ସରକାରୀ ସ୍କୁଲକୁ ନୂଆ ରୂପ ଦେବା

୧୦_ଚାଷୀଙ୍କୁ କାଳିଆ, ବଳରାମ ଯୋଜନାରେ ଆର୍ଥିକ ସହାୟତା ଦେବା ସହ ସମବାୟ ବ୍ୟାଙ୍କ ଜରିଆରେ ୧ ଲକ୍ଷ ଟଙ୍କା ଯାଏ ବିନା ସୁଧରେ ଋଣ ଦେବା ଓ ସେମାନଙ୍କ ଆୟ ବୃଦ୍ଧି କରିବା l

୧୧_୭୦ ଲକ୍ଷରୁ ଅଧିକ ମହିଳାଙ୍କୁ ମିଶନ ଶକ୍ତି ମାଧ୍ୟମରେ ଯୋଡିବା

୧୨_୨୦୦୦ ମସିହାରୁ ୨୦୨୨ଯାଏ ପ୍ରାକୃତିକ ବିପର୍ଯ୍ୟୟକୁ ସଫଳତାର ସହ ମୁକାବିଲା କରିବା ଓ ବିଶ୍ଵ ପାଇଁ ରୋଲ୍ ମଡେ଼ଲ ଓଡ଼ିଶା ସାଜିବା । ..

୧୩: ଜାଗା ମିଶନ ଜରିଆରେ ଭୂମୀହୀନଙ୍କୁ ମାଗଣାରେ ଜମି ଯୋଗାଇ ଦେବା l

୧୪_ପୁରୀ, ଲିଙ୍ଗରାଜ, ସମ୍ବଲେଇ, ବିରଜା ମନ୍ଦିର ଓ ବିଭିନ୍ନ ଧର୍ମାନୁଷ୍ଠାନକୁ ନୂଆ ରୂପ ଦେବା

୧୫_ ବିଜୁ ପକ୍କା ଘର ଗରିବଙ୍କୁ ଯୋଗାଇବା ସହ ସବୁ ଗାଁକୁ ପକ୍କା ରାସ୍ତା….

 

ବିଗ ନ୍ୟୁଜ ଓଡ଼ିଶା ପରିବାର ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଭ୍‌କ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ।

ଜନ୍ମ ଦିନରେ ନବୀନ ନିବାସ ନ ଆସିବାକୁ ଅନୁରୋଧ କଲେ: ମୁଖ୍ୟମନ୍ତ୍ରୀ…

() ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନରେ ନବୀନ ନିବାସ ନ ଆସିବାକୁ ଅନୁରୋଧ।

{} ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଆସନ୍ତା କାଲି ଅକ୍ଟୋବର ୧୬ ତାରିଖ ରେ ରବିବାର ଦିନ ପଡୁଛି ।ତେବେ ମୁଖ୍ୟମନ୍ତ୍ରୀ Make in Odisha କାର୍ଯ୍ୟକ୍ରମ ପାଇଁ ରବି ବାର Hyderabad ଗସ୍ତରେ ଯାଉଥିବାରୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସ ନ ଆସିବାକୁ ସେ ଶୁଭେଛୁ ମାନଙ୍କୁ ଅନୁ ରୋଧ ଜଣାଇଛନ୍ତି ।ଓଡ଼ିଶା ବାସୀଙ୍କ ସ୍ନେହ, ଶ୍ରଦ୍ଧା ଓ ଆଶୀର୍ବାଦ ପାଇଁ ସେ ସବୁବେଳେ ୠଣୀ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି

Follow us

20,832FansLike
0FollowersFollow
14,700SubscribersSubscribe

Latest news