ସାରୋଳମହାଭାରଥର  ପାଠ ଆଧାରିତ ପ୍ରସ୍ତୁତି ଦଶଟି ପର୍ବ ସୋଆ ପକ୍ଷରୁ ପ୍ରକାଶିତ..

( ) ଆଦିକବି ସାରୋଳଦାସଙ୍କ ଭଳି ସନ୍ଥ କବିଙ୍କର କୃତି ଭାରତୀୟ ସାହିତ୍ୟ ଓ ସଂସ୍କୃତିକୁ ନୂତନ ଦିଗ ଦେଖାଇବା ସହ ଲୋକମାନଙ୍କୁ କାଳାତୀତ ଶାସ୍ତ୍ରକୁ ସକ୍ରିୟ ଏବଂ ସଶକ୍ତ କରାଇବାରେ ବାଟ କଢ଼ାଇଛି ।
ନୂତନ କଳ୍ପନା ଓ ରୂପାନ୍ତର ବିଭିନ୍ନ ଭାଷାର ସାହିତ୍ୟିକ ଏବଂ କବିମାନଙ୍କୁ ଚିରାଚରିତ ପୁରାତନ ପଥ ଠାରୁ ଅଲଗା କରି ନିଜର ଭାବନାକୁ ପରିପ୍ରକାଶ କରିବା ନେଇ ନୂତନ ଦିଗ ଦେଖାଇଥାଏ ବୋଲି ଶନିବାର ମତ ରଖିଛନ୍ତି କେନ୍ଦ୍ର ସାହିତ୍ୟ ଅକାଦମିର ସଭାପତି ଡକ୍ଟର ଚନ୍ଦ୍ର ଶେଖର କମ୍ବର ।
ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ପ୍ରକାଶିତ ଆଦିକବି ସାରୋଳଦାସଙ୍କ ପୁସ୍ତକ ‘ସାରୋଳଦାସ ମହାଭାରଥ’ ର ପାଠ ଆଧାରିତ ପ୍ରସ୍ତୁତି ଦଶଟି ପର୍ବ ସମ୍ବଳିତ ପୁସ୍ତକର ଉଦ୍‌ଘାଟନ କରିବା ଅବସରରେ ଏହା କହିଛନ୍ତି ଡକ୍ଟର କମ୍ବର ।
ପ୍ରତ୍ୟେକ ଧର୍ମ, ଭାଷା ଓ ସମାଜ ଅନ୍ୟ ଦେଶର ସଂସ୍କୃତି ଓ ଭାଷାକୁ ଭଲ ଭାବରେ ବୁଝିଥାଏ । ତେଣୁ ଲୋକମାନଙ୍କ ମଧ୍ୟରେ ଭିନ୍ନତା ଦୂର ଏବଂ ଦାର୍ଶନିକ ସତ୍ୟତାକୁ ସରଳୀକରଣ କରିବା କ୍ଷେତ୍ରରେ ଶିକ୍ଷାବିତ୍ ଏବଂ ପଣ୍ଡିତମାନେ ପୂର୍ବକାଳରେ ଅନେକ ପଦ୍ଧତି ବେଶ ବୁଦ୍ଧିମତାର ସହ ଆପଣାଇଥିଲେ ବୋଲି ସେ କହିଛନ୍ତି ।

ଏହି ପୁସ୍ତକଟିକୁ ଏହାର ସମ୍ପାଦକ ମଣ୍ଡଳୀ ଅନେକ ଶ୍ରମପୂର୍ବକ କାର୍ଯ୍ୟ କରି ସାରୋଳଦାସଙ୍କ ମହାଭାରଥର ପ୍ରସ୍ତୁତି ଓ ଗଦ୍ୟ ରୂପାନ୍ତରଣ ଲୋକଲୋଚନକୁ ଆଣିଛନ୍ତି । ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ସାହିତ୍ୟ ଏବଂ ସଂସ୍କୃତି ଶାଖା ସେଂଟର ଫର୍ ପ୍ରିଜରଭେସନ୍‌, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଏନ୍‌ସିଏଂଟ କଲ୍‌ଚର ଆଣ୍ଡ ହେରିଟେଜ୍ ଅଫ୍ ଇଣ୍ଡିଆ (ପ୍ରାଚୀନ) ପକ୍ଷରୁ ପ୍ରକାଶିତ ହୋଇଛି ।
“ସାରୋଳଦାସ ମହାଭାରଥ” ଗ୍ରନ୍ଥର ଦୁଇଟି ପର୍ବ ‘ମୁସଳି’ ଏବଂ ‘ସ୍ୱର୍ଗାରୋହଣ’ ର ପାଠ-ଆଧାରିତ ସଂକଳନ ସୋଆ ପକ୍ଷରୁ ଗତ ବର୍ଷ ଏପ୍ରିଲ ମାସରେ ପ୍ରକାଶିତ ହୋଇଥିଲା ।
ପୁସ୍ତକ ପ୍ରକାଶନ ନେଇ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରାଚୀନ୍‌ର ମୁଖ୍ୟ ଡକ୍ଟର ଗାୟତ୍ରୀବାଳା ପଣ୍ଡା ଅତିଥି ପରିଚୟ ପ୍ରଦାନ ସହ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ପ୍ରକାଶିତ ପୁସ୍ତକ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ କେନ୍ଦ୍ର ସାହିତ୍ୟ ଅକାଦମିର ସଚିବ ଡକ୍ଟର କେ.ଏସ୍‌. ରାଓ, ପ୍ରଫେସର ଦାସରଥି ଦାସ, ପୁସ୍ତକ ସଂଳକନର ସଦସ୍ୟ ଡକ୍ଟର ପ୍ରଦୀପ୍ତ କୁମାର ପଣ୍ଡା ବକ୍ତବ୍ୟ ରଖିଥିଲେ । ସୋଆ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ବିିଶିଷ୍ଟ କବି ଶ୍ରୀ ରମାକାନ୍ତ ରଥ ପୁସ୍ତକର ଉଦ୍‌ଘାଟକ ତଥା ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ଅନିର୍ବାଯ୍ୟ କାରଣ ବଶତଃ ସେ ଉପସ୍ଥିତ ରହିପାରି ନଥିଲେ । ତେଣୁ ତାଙ୍କର ଭିଡିଓ ବାର୍ତା କାର୍ଯ୍ୟକ୍ରମ ଆରମ୍ଭରୁ ପରିବେଷଣ କରାଯାଇଥିଲା । ଏହି ବାର୍ତାରେ ଶ୍ରୀ ରଥ କହିଥିଲେ ଯେ ସାରୋଳଦାସଙ୍କ ରଚିତ ମହାଭାରଥ ପରେ ଓଡ଼ିଆ ମୌଖିକ ଭାଷା ଲିଖିତ ଭାଷାରେ ପରିଣତ ହୋଇଥିଲା ।
ସାରୋଳଦାସ ଏବଂ କର୍ଣ୍ଣାଟକର କୁମାର ବ୍ୟାସ ଉଭୟ ସାମସମୟିକ କବି ହୋଇଥିବା ବେଳେ ଭାରତୀୟ କାବ୍ୟକୁ ସ୍ଥାନୀୟ ସଂସ୍କୃତି ସହିତ ଖାପ ଖୁଆଇବା କ୍ଷେତ୍ରରେ ନିଜ ଲେଖନୀ ମାଧ୍ୟମରେ ଚେଷ୍ଟା କରିଥିଲେ ବୋଲି କହିବା ସହ ଡକ୍ଟର କମ୍ବର ଓଡ଼ିଶାର ସନ୍ଥକବି ମାନଙ୍କର କାର୍ଯ୍ୟ ସାହିତ୍ୟ, ଧାର୍ମିକ କିମ୍ବା ଆଧ୍ୟାତ୍ମିକ କ୍ଷେତ୍ରରେ ସିମୀତ ନଥିଲା ବରଂ ସେମାନେ ଲୋକଙ୍କୁ ଶିକ୍ଷିତ କରାଇବା ସହ ସଚେତନ କରାଇବା କ୍ଷେତ୍ରରେ ନିଜ ଲେଖନୀ ଚଳାଉଥିଲେ । ସେମାନେ ନିଜ ସ୍ଥାନୀୟ ସଂସ୍କୃତି ସହ ଅନ୍ୟ ସଂସ୍କୃତିକୁ ଏକତ୍ରିତ କରିବା ଦିଗରେ ବେଶ କାର୍ଯ୍ୟ କରିଥିଲେ ।
ସେ ପୁଣି କହିଥିଲେ ଯେ ଅନୁବାଦ ଏବଂ ଅନୁକରଣ  କ୍ଷେତ୍ରରେ ଭାରତୀୟ ସାହିତ୍ୟ ଅନ୍ୟମାନଙ୍କ ଠାରୁ ବେଶ ଆଗରେ । ଗତ ଦୁଇ ହଜାର ବର୍ଷ ପୂର୍ବରୁ ହିଁ ଭାରତୀୟମାନେ କେବଳ ଅନ୍ୟ ଭାଷା ଏବଂ ଶାସ୍ତ୍ରକୁ ଅନୁବାଦ କରି ନାହାନ୍ତି ବରଂ ଅନ୍ୟ ସ୍ଥାନୀୟ ସଂସ୍କୃତିକୁ ଆପଣାଇଛନ୍ତ । ଉଦାହରଣ ଛଳରେ କୁମର ବ୍ୟାସଙ୍କର ରଚିତ ଗୁଡୁଗିନା ଭାରତ କେବଳ କନ୍ନଡ ସାହିତ୍ୟକୁ ସମୃଦ୍ଧ କରିନାହିଁ ବରଂ ମହାଭାରତର ତତ୍ୱକୁ ଲୋକମାନଙ୍କ ମନରେ ପ୍ରସାର କରିପାରିଛି ବୋଲି ସେ କହିଥିଲେ । ସାରୋଳଦାସ ଏବଂ ଅନ୍ୟାନ୍ୟ ସନ୍ଥକବିମାନଙ୍କ କାର୍ଯ୍ୟଧାରା ସମାଜକୁ ସାଂସ୍କୃତିକ ବାର୍ତା ମଧ୍ୟ ପହଂଚାଉଥିଲା । ସେମାନେ ଅତୀତର ତଥ୍ୟକୁ ଏକାଠି କରି ସମାଜର ଉନ୍ନତି ଦିଗରେ ନୂତନ ଦିଗ ଦେଖାଉଥିଲେ ।

ଡକ୍ଟର ରାଓ କହିଛନ୍ତି ଯେ, ଅତୀତରେ ସାରୋଳଦାସ ଏବଂ କାଳିଦାସଙ୍କ ମଧ୍ୟରେ ଏକ ସମାନ୍ତରଳ ଧାରା ସୃଷ୍ଟି ହୋଇଥିଲା । ଏହି ଦୁଇ କବିଙ୍କର ମହାନକାର୍ଯ୍ୟ ସାରୋଳମହାଭାରଥ ଏବଂ ରଘୁବଂଶ ମଧ୍ୟରେ ଅନେକ ସାମଞ୍ଜସ୍ୟ ଥିଲା ।ଉଭୟ ଡକ୍ଟର କମ୍ବର ଏବଂ ଡକ୍ଟର ରାଓ, ସାହିତ୍ୟର ପ୍ରସାର କ୍ଷେତ୍ରରେ ସୋଆ ଏବଂ ପ୍ରାଚୀନ୍‌ର ଉଦ୍ୟମକୁ ଉଚ୍ଚ ପ୍ରଶଂସା କରିଥିଲେ ଏବଂ ଏହି ଉଦ୍ୟମ ସମଗ୍ର ବିଶ୍ୱରେ ଓଡ଼ିଶାର ପରିଚୟ ସୃଷ୍ଟିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ଆଶା ପ୍ରକାଶ କରିଥିଲେ ।
କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ସୋଆର କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ବର୍ତମାନର ଯୁବପିଢ଼ି ଓଡ଼ିଆ ଭାଷା ଓ ସାହିତ୍ୟର ଜ୍ଞାନ ଆହରଣ କରିବା ଉପରେ ଗୁରୁତ୍ୱ ଦେଇଥିଲେ ।  ଡକ୍ଟର ଗୌରାଙ୍ଗ ଚରଣ ଦାସ, ଡକ୍ଟର ପ୍ରଦୀପ୍ତ କୁମାର ପଣ୍ଡା, ଡକ୍ଟର ଭାଗ୍ୟଲକ୍ଷ୍ମୀ ମଲ୍ଲ ଏବଂ ଡକ୍ଟର ଫଣିନ୍ଦ୍ର ଭୂଷଣ ନନ୍ଦଙ୍କୁ ନେଇ ଗଠିତ ଟିମ୍ ଏହି ପ୍ରସ୍ତୁତି କାର୍ଯ୍ୟର ସଂକଳନ କରିଛନ୍ତି । ଦ୍ୱିତୀୟ ଅଧିବେଶନରେ ଗ୍ରନ୍ଥ ସଂପର୍କରେ ଏକ ବିଶେଷ ଚର୍ଚ୍ଚାଆୟୋଜନ କରାଯାଇଥିଲା । ଏଥିରେ  ବିଶିଷ୍ଟ ଭାଷାବିତ୍ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକ, ଶ୍ରୀ ଅସିତ ମହାନ୍ତି, ଶ୍ରୀ କୈଳାସ ଚନ୍ଦ୍ର ଦାସ, ଶ୍ରୀ ବୈଷ୍ଣବ ଚରଣ ମହାନ୍ତି, ଶ୍ରୀ ଦିପ୍ତୀରଞ୍ଜନ ପଟ୍ଟନାୟକ, ଡକ୍ଟର ଫଣୀନ୍ଦ୍ର ଭୂଷଣ ନନ୍ଦ, ଡକ୍ଟର ହୃଷୀକେଶ ମଲ୍ଲିକ, ଡକ୍ଟର ସନ୍ତୋଷ କୁମାର ରଥ ନିଜ ନିଜର ବିଚାର ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଡକ୍ଟର ନଚିକେତା ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ ।

କେଉଁଠୁ କେତେ ଆସିବ ଅର୍ଥ …..

() 2022-23 ଆର୍ଥିକ ବର୍ଷରେ 2 ଲକ୍ଷ କୋଟି ଟଙ୍କାର ବଜେଟ ବିଧାନସଭାରେ ଉପସ୍ଥାପନ କଲେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ପ୍ରଶାସନିକ ବ୍ୟୟ ୭୪ ୨୬୧ କୋଟି ଟଙ୍କା। କାର୍ଯକ୍ରମ ବ୍ୟୟ ୧ ଲକ୍ଷ କୋଟି ଟଙ୍କା ରହିଛି ।

ରାଜସ୍ୱ ପ୍ରାପ୍ତି ରୁ ୧ ଲକ୍ଷ ୬୩ ହଜାର ୯୬୭ କୋଟି ଟଙ୍କା । ଋଣ ଓ ଅନନ୍ୟ ବାବଡ ରୁ ୩୬୩୩ କୋଟି ଟଙ୍କା ।

କେନ୍ଦ୍ରୟ ଟିକସ ରୁ ୩୬୯୭୮ କୋଟି

ରାଜ୍ୟର ନିଜସ୍ଵ ଟିକସ ରୁ ୪୬୦୦୦ କୋଟି

ନିଜସ୍ଵ ଅଣ ଟିକସ ବାବଦ କୁ ୪୮୨୦୦ କୋଟି ଟଙ୍କା ରହିଛି ।

କେନ୍ଦ୍ର ଅନୁଦାନ ବାବଦକୁ ୩୨୭୮୯ କୋଟି ଟଙ୍କା ରହିଛି।

ରାଜସ୍ୱ ପ୍ରାପ୍ତି ରୁ 1 ଲକ୍ଷ 63 ହଜାର 967 କୋଟି ଟଙ୍କା ଏବଂ ଅନ୍ୟାନ୍ୟ ବାବଦରୁ 36 ହଜାର 33 କୋଟି ଟଙ୍କା । ଶିକ୍ଷା , ସ୍ୱାସ୍ଥ୍ୟ ଓ କୃଷି କ୍ଷେତ୍ରରେ ରୂପନ୍ତରିକରଣ ଉପରେ ଗୁରୁତ୍ୱ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ 2 ହଜାର 674 କୋଟି ଟଙ୍କାର ବ୍ୟୟ ବରାଦ । ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ ଅଧିନରେ 2 ହଜାର 325 କୋଟି ଟଙ୍କାର ବ୍ୟୟ ବରାଦ । ଶିକ୍ଷା ଓ ଦକ୍ଷତା ବିକାଶ ଲାଗି 27 ହଜାର 324 କୋଟି ଟଙ୍କାର ବ୍ୟୟ ବରାଦ । ଉଚ୍ଚ ବିଦ୍ୟାଳୟ ଗୁଡ଼ିକର ରୂପାନ୍ତରି କରଣ ହେବ । ଫୋକସ୍ ରେ ମନ୍ଦିର ଗୁଡିକର ବିକାଶ । ଏଥିପାଇଁ 1 ହଜାର 950 କୋଟି ଟଙ୍କାର ବ୍ୟୟ ବରାଦ । ରାସ୍ତା ନଥିବା ଗାଁ କୁ ରାସ୍ତା କରିବା ଲାଗି 150 କୋଟି ଟଙ୍କାର ବ୍ୟୟ ବରାଦ । ପ୍ରତ୍ୟେକ ବ୍ଲକ ରେ ବସ ଷ୍ଟାଣ୍ଡ କରିବା ପାଇଁ ନିଷ୍ପତ୍ତି । ବ୍ଲକ ସ୍ତରରୁ ରାଜ୍ୟ ସ୍ତର ପର୍ଯ୍ୟନ୍ତ କ୍ରୀଡା ପ୍ରକଳ୍ପ କରିବା ପାଇଁ ଘୋଷଣା । ବସୁଧା ଯୋଜନାରେ 1850 କୋଟି ଟଙ୍କାର ବ୍ୟୟ ବରାଦ । new city development scheme ରେ 334 କୋଟି ଟଙ୍କାର ବ୍ୟୟ ବରାଦ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏବଂ ବିଜୁ ପକ୍କା ଘର ପାଇଁ 5 ହଜାର 906 କୋଟି ଟଙ୍କାର ବ୍ୟୟ ବରାଦ । ମିଶନ ଶକ୍ତି ବିଭାଗ ପାଇଁ 2 ହଜାର କୋଟି ଟଙ୍କାର ବ୍ୟୟ ବରାଦ । ଶକ୍ତି କ୍ଷେତ୍ର 3 ହଜାର 482 କୋଟି ଟଙ୍କାର ବ୍ୟୟ ବରାଦ । ଗୃହ ବିଭାଗ ପାଇଁ 7 ହଜାର 551 କୋଟି ଟଙ୍କାର ବ୍ୟୟ ବରାଦ ।

ରାଜ୍ୟ ବଜେଟ୍ ୨ହଜାର କୋଟି : ଫୋକସ ରେ ଶିକ୍ଷା, କ୍ରୀଡା ଓ ସ୍ଵାସ୍ଥ୍ୟ…

() 2022-23 ଆର୍ଥିକ ବର୍ଷରେ 2 ଲକ୍ଷ କୋଟି ଟଙ୍କାର ବଜେଟ ବିଧାନସଭାରେ ଉପସ୍ଥାପନ କଲେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ରାଜସ୍ୱ ପ୍ରାପ୍ତି ରୁ 1 ଲକ୍ଷ 63 ହଜାର 967 କୋଟି ଟଙ୍କା ଏବଂ ଅନ୍ୟାନ୍ୟ ବାବଦରୁ 36 ହଜାର 33 କୋଟି ଟଙ୍କା । ଶିକ୍ଷା , ସ୍ୱାସ୍ଥ୍ୟ ଓ କୃଷି କ୍ଷେତ୍ରରେ ରୂପନ୍ତରିକରଣ ଉପରେ ଗୁରୁତ୍ୱ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ 2 ହଜାର 674 କୋଟି ଟଙ୍କାର ବ୍ୟୟ ବରାଦ । ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ ଅଧିନରେ 2 ହଜାର 325 କୋଟି ଟଙ୍କାର ବ୍ୟୟ ବରାଦ । ଶିକ୍ଷା ଓ ଦକ୍ଷତା ବିକାଶ ଲାଗି 27 ହଜାର 324 କୋଟି ଟଙ୍କାର ବ୍ୟୟ ବରାଦ । ଉଚ୍ଚ ବିଦ୍ୟାଳୟ ଗୁଡ଼ିକର ରୂପାନ୍ତରି କରଣ ହେବ । ଫୋକସ୍ ରେ ମନ୍ଦିର ଗୁଡିକର ବିକାଶ । ଏଥିପାଇଁ 1 ହଜାର 950 କୋଟି ଟଙ୍କାର ବ୍ୟୟ ବରାଦ । ରାସ୍ତା ନଥିବା ଗାଁ କୁ ରାସ୍ତା କରିବା ଲାଗି 150 କୋଟି ଟଙ୍କାର ବ୍ୟୟ ବରାଦ । ପ୍ରତ୍ୟେକ ବ୍ଲକ ରେ ବସ ଷ୍ଟାଣ୍ଡ କରିବା ପାଇଁ ନିଷ୍ପତ୍ତି । ବ୍ଲକ ସ୍ତରରୁ ରାଜ୍ୟ ସ୍ତର ପର୍ଯ୍ୟନ୍ତ କ୍ରୀଡା ପ୍ରକଳ୍ପ କରିବା ପାଇଁ ଘୋଷଣା । ବସୁଧା ଯୋଜନାରେ 1850 କୋଟି ଟଙ୍କାର ବ୍ୟୟ ବରାଦ । new city development scheme ରେ 334 କୋଟି ଟଙ୍କାର ବ୍ୟୟ ବରାଦ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏବଂ ବିଜୁ ପକ୍କା ଘର ପାଇଁ 5 ହଜାର 906 କୋଟି ଟଙ୍କାର ବ୍ୟୟ ବରାଦ । ମିଶନ ଶକ୍ତି ବିଭାଗ ପାଇଁ 2 ହଜାର କୋଟି ଟଙ୍କାର ବ୍ୟୟ ବରାଦ । ଶକ୍ତି କ୍ଷେତ୍ର 3 ହଜାର 482 କୋଟି ଟଙ୍କାର ବ୍ୟୟ ବରାଦ । ଗୃହ ବିଭାଗ ପାଇଁ 7 ହଜାର 551 କୋଟି ଟଙ୍କାର ବ୍ୟୟ ବରାଦ ।

ରାଜ୍ୟରେ ବଢ଼ିପାରେ ସଂକ୍ରମଣ…

() ରାଜ୍ୟରେ କୋଭିଡ ସ୍ଥିତିକୁ ନେଇ ସ୍ୱାସ୍ଥ୍ୟ ନିର୍ଦେଶକଙ୍କ ପ୍ରତିକ୍ରିୟା l ରାଜ୍ୟରେ 10-15 ଦିନ ମଧ୍ୟରେ ଅଧିକ ମାତ୍ରାରେ ବଢ଼ିପାରେ ସଂକ୍ରମଣ ! କାଲି ରଥଯାତ୍ରା ବିଭିନ୍ନ ଜାଗାରେ ପାଳନ କରାଯାଇଛି l ଯଦି କୌଣସି କଂଗ୍ରୀଗେଶନ ହୋଇଥିବ ତାହା 10-15 ଦିନ ମଧ୍ୟରେ ଜଣାପଡିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ l ସେପଟେ ରାଜ୍ୟରେ 10-15 ଦିନ ହେବ ବଢୁଛି ହେଲେ ପ୍ରୋଗ୍ରେସ ସ୍ଲୋ ଅଛି l ହସ୍ପିଟାଲିଟି ବଢିନାହିଁ କି ଫାଟାଲିଟି ମଧ୍ୟ ବଢ଼ିନାହିଁ l ଆମ ରାଜ୍ୟ ଅପେକ୍ଷା ଅନ୍ୟ ରାଜ୍ୟରେ ବେଶୀ ବଢୁଛି l ତେଣୁ ଆମେ ଧର୍ଯ୍ୟହାର ହେବା ନାହିଁ l କୋଭିଡ ପାଇଁ ବିଭାଗ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଉଛି ତେଣୁ ଜନସାଧାରଣ ମଧ୍ୟ ସତର୍କତା ଅବଲମ୍ବନ କରନ୍ତୁ ବୋଲି ଅପିଲ କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ l ରାଜ୍ୟରେ ସଂକ୍ରମଣ ସଂଖ୍ୟା ବଢ଼ିବାରେ ଆଉ ଗୋଟିଏ କାରଣ ହେଉଛି ଇଣ୍ଟିଗ୍ରେଟେଡ଼ ସର୍ଭିଲାନ୍ସ ବିଭାଗ ପକ୍ଷରୁ କରାଯାଉଛି ଯେଉଁଥିରେ ହେଲଥ ୱାର୍କର ମାନେ ବୁଲି ଲକ୍ଷଣ ଥିବା ବ୍ୟକ୍ତି ମାନଙ୍କୁ ଖୋଜିବାହାର କରିବା ସହ ସେମାନଙ୍କ ଟେଷ୍ଟ କରାଉଛନ୍ତି l ଅନ୍ୟପଟେ ଯାହାର ଲକ୍ଷଣ ଦେଖାଦେଉଛି ସେମାନେ ସ୍ୱତପ୍ରବୃତ ଟେଷ୍ଟ କରନ୍ତୁ l ଯେଉଁମାନଙ୍କର ଟିକା ନେବାର ଅଛି ସେମାନେ ଟିକା ନିଅନ୍ତୁ l ଅଯଥା ଗହଳିକୁ ଜନ୍ତୁ ନାହିଁ, ମାସ୍କ ସବୁବେଳେ ବ୍ୟବହାର କରନ୍ତୁ lମାସ୍କ ବାଧ୍ୟତା ମୂଳକ କିମ୍ବା ଏନ୍ଫୋରସମେଣ୍ଟ ଅଲଗା କଥା କିନ୍ତୁ ଲୋକ ନିଜେ ସଚେତନ ହେବା ଦରକାର ଓ ନିୟମ ପାଳନ କରିବା ଦରକାର l

ବିଜୟ ମହାପାତ୍ର, ସ୍ୱାସ୍ଥ୍ୟ ନିର୍ଦେଶକ

ନୁପୁରୁ ଶର୍ମା ଙ୍କ ପ୍ରସଙ୍ଗ କୁ ନେଇ କଂଗ୍ରେସ ବିଜେପି ମୁହାଁମୁହିଁ…

() ବିଧାନସଭାରେ ଉଠିଲା ନୁପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗ । ନୁପୁରୁ ଶର୍ମା ଙ୍କ ପ୍ରସଙ୍ଗ କୁ ନେଇ କଂଗ୍ରେସ ବିଜେପି ମୁହାଁମୁହିଁ । ଗୃହରେ ନିଜ ନିଜର ଆସନରେ ଛିଡ଼ା ହୋଇ ନରବାଜି କଂଗ୍ରେସ ଓ ବିଜେପିର ସଦସ୍ୟ ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରସଙ୍ଗ ଉଠାଇ କହିଛନ୍ତି । ନୁପୁର ଶର୍ମା ବିଜେପି ଦଳର ମୁଖପାତ୍ର ଅର୍ଥାତ ପାର୍ଟି ର ଏଜେଣ୍ଡ । ଗତକାଲି ସୁପ୍ରିମକୋର୍ଟ ତାଙ୍କୁ ଭର୍ତ୍ସନା କରିଛନ୍ତି । ପରୋକ୍ଷରେ ବିଜେପିକୁ ମଧ୍ୟ ଭର୍ତ୍ସନା କରିଛନ୍ତି । ଯେଉଁ ସରକାରୀ ଦଳର ଏଭଳି ଆଭିମୁଖ୍ୟ ସେହିପରି ସରକାର ରହିବାର ଯୋଗ୍ୟତା ନାହିଁ । ତେଣୁ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ । ନରସିଂହ ମିଶ୍ର ପୁଣି ଥରେ କହିବା ବେଳେ ଆରମ୍ଭ ହୋଇଥିଲା ପାଟିତୁଣ୍ଡ ।

ନରସିଂହଙ୍କୁ ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀଙ୍କ ଜବାବ।କଂଗ୍ରେସର ଶିରୋ ନାସ୍ତି ଶିରୋ ପୀଡା । ଉଦୟ ପୁର ରେ ଯେଉଁ ଘଟଣା ଘଟିଲା ସେଠି କଂଗ୍ରେସ ସରକାର ଅଛି । କଂଗ୍ରେସ ସରକାର ସେଠି ଇସ୍ତଫା ଦେଲେ କି ବୋଲି ବିଷ୍ଣୁ ଙ୍କ ପ୍ରଶ୍ନ । ଗୃହରେ ନୁପୁର ଶର୍ମା ସଦସ୍ୟ ନୁହେଁ କାହିଁକି ସେ ବିଷୟରେ ଆଲୋଚନା ହେବ । ବିଜେପି ନୁପୁରୁ ଙ୍କୁ ନିଲମ୍ବନ କରିଛି ଏବଂ ସେ ମଧ୍ୟ ପରୋକ୍ଷରେ କ୍ଷମା ପ୍ରାର୍ଥନା କରିଛନ୍ତି । କାଶ୍ମୀର ପଣ୍ଡିତ କଥା ଉଠାଇ କଂଗ୍ରେସ କୁ କଡା ସମାଲୋଚନା କଲେ ବିଷ୍ଣୁ । ପାଟିତୁଣ୍ଡ ଭିତରେ ବାଚସ୍ପତିଙ୍କ ମନ୍ତବ୍ୟ ।

ଯେଉଁ ପ୍ରସଙ୍ଗରେ ଆଲୋଚନା ହେଉଛି ବା ଯାହାଙ୍କ ବିଷୟରେ ଆଲୋଚନା ହେଉଛି ସେ ଗୃହର ସଦସ୍ୟ ନୁହଁନ୍ତି । ତେଣୁ ଏହି ବିଷୟରେ ଅଧିକ ଆଲୋଚନା ହେବା ଉଚିତ ନୁହେଁ । ବାଚସ୍ପତିଙ୍କ ପୋଡିୟମ ତଳେ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ହଟଗୋଳ,10 ମିନିଟ ଗୃହ ମୁଲତବୀ।

ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ…

()  ନୂଆ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଙ୍କ ଅଧ୍ୟକ୍ଷତାରେ ଚାଲିଛି ଗୃହ କାର୍ଯ୍ୟ। ଗୃହର ଦିବଙ୍ଗତ ନେତା ସୁରେନ୍ଦ୍ର ନାଥ କହଁର ଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ।ମୁଖ୍ୟମନ୍ତ୍ରୀ,ବିରୋଧୀ ଦଳ ଉପନେତା ଏବଂ କଂଗ୍ରେସ ବିଧାୟକ ଦଳ ନେତା, କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଲକ୍ଷ୍ମଣ ମୁଣ୍ଡା ଶ୍ରଦ୍ଧାଞ୍ଜଳି ଜଣାଇଲେ।

ଯାଜପୁର ଜିଲ୍ଲା ଗସ୍ତରେ ବିଧାନସଭା ସଦାଚାର କମିଟି…

() ଓଡ଼ିଶା ର ବିଧାନସାରେ ସଦାଚାର ସମିତି ର ସଦସ୍ୟ ତଥା ମାନ୍ୟବର ବଡଚଣା ବିଧାୟକ ଶ୍ରୀ ଅମର ପ୍ରସାଦ ଶତପଥୀଙ୍କ ନେତୃତ୍ୱରେ ସଦାଚାର କମିଟିର।

ବୁଧବାର ଅରାହ୍ନରେ ଜିଲ୍ଲାପାଲଙ୍କ ସମ୍ମିଳନୀ ଗୃହରେ ଆୟୋଜିତ ବୈଠକରେ କମିଟି ର ଅଧ୍ୟକ୍ଷ ଶ୍ରୀ ଶତପଥୀ ସମସ୍ତଙ୍କୁ ସ୍ବାଗତ କରିବା ସହ କମିଟିର ସମସ୍ତ ସଦସ୍ୟ ମାନଙ୍କର ପରିଚୟ ପ୍ରଦାନ କରିଥିଲେ। ସେ କହିଥିଲେ ଯେ ପ୍ରତେକଟି ଉଦ୍ୟେଶ କୁ ନେଇ ସଦାଚାର କମିଟିର ସଦସ୍ୟ ମାନେ କାମ କରୁଛନ୍ତି। ଗଣତାନ୍ତ୍ରିକ ବ୍ୟବସ୍ଥାରେ , ସରକାରୀ ଅଧିକାରୀ ତଥା ସାଂସଦ, ବିଧାନସଭା ର ସଦସ୍ୟ ମାନଙ୍କ ଭିତରେ ବୁଝାମଣା ଓ ସୁସ୍ଥ ବାତବରଣ ସୃଷ୍ଟି କରିବା ଏକ ଗୁରୁତ୍ୱପୂର୍ଣ କାର୍ଯ୍ୟ। ଜନପ୍ରତିନିଧି ଓ ସରକାରୀ କର୍ମଚାରୀ ମାନଙ୍କ ଭିତରେ ସମ୍ନତ୍ଵ ରହିବା ନିହାତି ଆବଶ୍ୟକ। ବୁକ୍ ସରକୁଲାର-୪୭ ବିଷୟ ରେ ସେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ମାନଙ୍କୁ ଅବଗତ କରାଇ ବା ସତ୍ବେ ବି ସେମାନେ ଅବଗତ ନୁହଁନ୍ତି। ତେଣୁ ବୁକ୍ ସରକୁଲାର ର ୧୨ଟି ପାରା ଉପରେ ସେମାନେ ପ୍ରଶିକ୍ଷଣ ଦେବାର ଆବଶ୍ୟକତା ରହିଛି। ଏହା ଯେପରି ଉଲଙ୍ଘନ ନହୁଏ ସେଥିପାଇଁ ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ ବୋଳି ଶ୍ରୀ ଶତପଥୀ ସମସ୍ତ ଅଧିକାରୀ ମାନଙ୍କୁ ଅବଗତ କରାଇଛନ୍ତି। ସଦାଚାର କମିଟିର ସଦସ୍ୟ ତଥା ସ୍ୱରୂପ କୁମାର ଦାସ ବୈଠକ ଯୋଗଦେଇ କହିଥିଲେ ଯେ ସଦାଚାର କମିଟିର ଆଭିମୁଖ୍ୟ କଣ ତାହା ପ୍ରତ୍ୟେକ ଜଣାଇପାରିଲେ ସରକାର୍ ଙ୍କ ଲୋକାଭିମୁଖୀ ଯୋଜନା ସଫଳ ହେବା ସହ ଯାଜପୁର ଜିଲ୍ଲା ସଦାଚାର କମିଟିର ଗସ୍ତ ସଫଳ ହେବ ବୋଲି ସେ କହିଛନ୍ତି। ସେହିପରି ଭାବେ ସଦାଚାର କମିଟିର ସମସ୍ତ ସଦସ୍ୟ ମାନେ ମଧ୍ୟ ନିଜ ମତ ପ୍ରକାଶ କରିଥିଲେ ଏବଂ ବୁକ୍-ସର୍କୁଲାର ରେ କଣ ସବୁ ରହିଛି ତାକୁ ଜାଣି କାର୍ଯ୍ୟକାରୀ କରିବା ସବୁ ଅଧିକାରୀ ମାନଙ୍କ ପ୍ରଥମ ଦାୟିତ୍ଵ। ଏହି ବୈଠକରେ କୋରେଇ ବିଧାୟକ ଶ୍ରୀ ଅଶୋକ କୁମାର ବଳ ଯୋଗଦେଇ ସଦାଚାର କମିଟିର ସମସ୍ତ ସଦସ୍ୟ ମାନଙ୍କୁ ସ୍ଵାଗତ ଜଣାଇଥିଲେ। ବୈଠକରେ ଜିଲ୍ଲା ପରିଷଦ ସଭାପତି ତଥା ନଳିନୀ ପ୍ରଭା ଜେନା ଯୋଗଦେଇ ବୈଠକର ସଫଳତା କାମନା ବେଳେ ଉପସଭାପତି ଗଣେଶ୍ୱର ବରାଳ ଧନ୍ୟବାଦ ଅର୍ପଣ କରିଥିଲେ।

 

ଏହି ବୈଠକରେ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରଥୋଡ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ:-ରାହୁଲ୍ ପିଆର୍ , ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ):- ଅକ୍ଷୟ କୁମାର ମଲ୍ଲିକ ,ଅତିରିକ୍ତ ଜିଲ୍ଲାପାଳ କଳିଙ୍ଗନଗର:- ସନ୍ତୋଷ କୁମାର ମିଶ୍ର, ପ୍ରକଳ୍ପ ନିର୍ଦ୍ଦେଶକ:- ଅଶୋକ କୁମାର ବେହୁରିଆ, ଉପ-ଜିଲ୍ଲାପାଳ:- ଶରତ ଚନ୍ଦ୍ର ମହାପାତ୍ର ଏବଂ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ।

କାଳିଆ ଆସିବ ଝୁଲିଝୁଲି : ସଭିଁଏ ଆନନ୍ଦେ କହିବେ ଜୟ ଜଗନ୍ନାଥ

() ୨ ବର୍ଷ ପରେ ବଡ଼ଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ମିଳନ ହେବ । ଚର୍ମଚକ୍ଷୁ ସହ ଦିବ୍ୟ ଚକ୍ଷରୁ ସିଧାସଖଳ ସମ୍ପର୍କ ହେବ । ଭାବର ଆଦାନ ପ୍ରଦାନ କରିବା ପାଇଁ ବ୍ୟାକୁଳ ହେଲେଣୀ ଭଗବାନ ଓ ଭକ୍ତ । ସଂକ୍ରମଣ ଭୟ ଅଛି ସତ ହେଲେ ସମ୍ପର୍କ ଆଗରେ କଟକଣାର ପାଚେରୀ କିନ୍ତୁ ଭାଙ୍ଗିଯାଇଛି । ରଥ,ପଥ ସବୁ ପ୍ରସ୍ତୁତ ହୋଇକି ରହିଛି । ମହାପ୍ରଭୁଙ୍କ ମାନବୀୟ ୯ଦିନଧରି ମହାପ୍ରଭୁଙ୍କ ମାନବୀୟ ନୀଳାକୁ ଦେଖିବ ପୁରା ବିଶ୍ବ । ପୁରୀ ସମେତ ଅଧା ବିଶ୍ବରେ ସୃଷ୍ଟି ହେଲାଣୀ ଭକ୍ତିମୟ ପରିବେଶ । ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ରନ୍ନ ସିଂହାସନରୁ ଜନ୍ମବେଦୀକୁ ଓହ୍ଲାଇ ଆସିବେ ଜଗତ ନିଅନ୍ତା । ବିଶ୍ବ ପ୍ରସିଦ୍ଧ ରଥଯାତ୍ରା କେବଳ ମଣିଷ ସମାଜ ନୁହେଁ ବର୍ଷକୁ ଥରେ ମହାପ୍ରଭୁଙ୍କ ଏହି ମାନବୀୟ ଲୀଳାକୁ ଦେଖିବା ପାଇଁ ଦେବତା, ଅସୁର ସମସ୍ତେ ଚାହିଁ ବସିଥାନ୍ତି । ସେତେ ଯେମିତି ଦୟାମୟ ଦୟାର ଠାକୁର ସଭିଁଙ୍କ ମନକୁ ବୁଝିବା ପାଇଁ ଘର ଦ୍ବାରା ସବୁ କଥା ଭୂଲି ରଥାକୁଢ ହୁଅନ୍ତି କେବଳ ଭକ୍ତି ଓ ପ୍ରେମ ପାଇଁ । ୯ଦିନ ଧରି ମହାପ୍ରଭୁ ଙ୍କ ଏହି ମାନବୀୟ ଲୀଳା ପାଇଁ ଡ଼ାକରା ଆସେ ପୁରୀ ବଡଦାଣ୍ଡ ରୁ ଆଉ ଏହି ଲୀଳା ଖେଳା ଦେଖିବାର ସୌଭାଗ୍ୟ ମିଳିଥାଏ । କିଏ ବା ନଚାହେଁ ଏ ମହାନ ମାନବୀୟ ଲୀଳାରେ ସାମିଲ ହେବାକୁ । ଏ ଯାତ୍ରାରେ ଧନୀ , ଗରିବ, ଜାତି , ଧର୍ମ କିଛି ନଥାଏ । କେବଳ ଥାଏ ପ୍ରେମ ଓ ଭକ୍ତି । ଖାଲି ନିଜକୁ ମହାଶୂନ୍ୟ କରି ଯିଏ ମହାପ୍ରଭୁଙ୍କର ଏହି ଯାତ୍ରାରେ ସାମିଲ ହେବାକୁ ଚାହିଁବେ , ମହାପ୍ରଭୁ ନିଶ୍ଚିତ ଭାବେ ତାଙ୍କୁ ଟାଣିନିଅନ୍ତି । ଏଥିଲାଗି କେବଳ ଦରକାର ଭକ୍ତିଭାବନା । କାରଣ ଜଗତର ନାଥ ଜଗନ୍ନାଥ ଭକ୍ତର ଠାକୁର । ଭକ୍ତ ନଆସିଲେ କିପରି ହେବ ରଥଯାତ୍ରା । ପୁରାଣ , ଇତିହାସ ଠାରୁ ଆରମ୍ଭ କରି ଏଯାଏ ଅନେକ ଉଦାହରଣ ରହିଛି ଯେ କିପରି ଭକ୍ତଙ୍କ ପାଇଁ ବଡ଼ଦାଣ୍ଡରେ ଅପେକ୍ଷା କରିଥାନ୍ତି ଜଗତର ନାଥ ଜଗନ୍ନାଥ । ରଥଯାତ୍ରାର ଶେଷରେ ଆସନ୍ତି କାଳିଆ ଠାକୁର ଝୁଲିଝୁଲି ହୋଇ ଚକାନୟନରେ ସମସ୍ତଙ୍କୁ ଚାହିଁ ଯେମିତି ପ୍ରଭୁ ଖୋଜୁଥାନ୍ତି ଭକ୍ତଙ୍କୁ । ୨ ବର୍ଷ ହେବ ମହାପ୍ରଭୃ ବଡ଼ ଦାଣ୍ଡକୁ ଓହ୍ଲାଇ ଆସୁଥିଲେ ସତ , ହେଲେ ମନରେ କିନ୍ତୁ ନଥିଲା ଖୁସି ଆଗ୍ରହ କି ଚକାଚକା ଢୋଳାରେ ନଥିଲା ସେହି ଚାହାଣି  । ଯିଏ, ଦେଖିଛି ସିଏ ଜାଣିଛି ମହାପ୍ରଭୁ କିପରି ୨ ବର୍ଷ ହେବ ରଥାକୁଢ ସମୟରେ ତାର ଭକ୍ତଙ୍କୁ ଖୋଜିଛି । ଆଖିରୁ ଳୁହ ଝରିଯାଇଛି କାଳିଆର । ଯେତେ ସଜେଇ ହେଲେବି ମହାପ୍ରଭୃ୍ଙ୍କ କଳାବଦନ ସୁଖିଯାଇଥାଏ । ପ୍ରଭୃଙ୍କ କୃପାରୁ ସେ ସମୟ ଏବେ ଚାଲିଯାଇଛି । ଅଦୃଶ୍ୟ ଭୃତାଣୁ ସହ ସମସ୍ତେ ଲଢୁଛନ୍ତି ସତ , ହେଲେ ପ୍ରଭୃଙ୍କ କୃପାରୁ ଅଦୃଶ୍ୟ ମହାମାରୀର ସେ ଶକ୍ତି ଆଜି ନାହିଁ । ତେଣୁ ୨ବର୍ଷ ପରେ ଭଗବାନ ଓ ଭକ୍ତଙ୍କ ମନରେ ଘୋଷଯାତ୍ରା ପାଇଁ ଆନନ୍ଦ ଆଉ ଆନନ୍ଦ । ମହାପ୍ରଭୃଙ୍କ ପ୍ରଥମ ସେବକ ଗଜପତି ମହାରାଜ ବି କହିଲେଣୀ ଏଥର ରଥଯାତ୍ରାରେ ବହୁ ଭକ୍ତଙ୍କ ସୁଅ ଛୁଟିବ ପୁରୀରୁ । ଆଉ ସଭିଁଏ ଆନନ୍ଦରେ କହିବେ ଜୟ ଜଗନ୍ନାଥ, ଜୟ ଜଗନ୍ନାଥ

ରାଜ୍ୟରେ ବଢୁଛି ସଂକ୍ରମଣ….

( ) କୋଭିଡ ସ୍ଥିତି ନେଇ ଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ରଙ୍କ ପ୍ରତିକ୍ରିୟା । ରାଜ୍ୟରେ ସଂକ୍ରମଣ ବଢୁଛି, ଆମ ନଜରରେ ତାହା ଅଛି । ଯେମିତି ପୂରା ଦେଶରେ କୋଭିଡ ସଂକ୍ରମଣ ବଢୁଛି, ସେହି ଅନୁପାତରେ ରାଜ୍ୟରେ ବଢୁଛି । ଅନ୍ୟ ରାଜ୍ୟ ଭଳି ଆମ ରାଜ୍ୟରେ ମଧ୍ୟ ସହରାଞ୍ଚଳ ଯଥା କଟକ, ଭୁବନେଶ୍ୱର ରେ ସଂକ୍ରମଣ ଅଧିକ ରହୁଛି । କିନ୍ତୁ ସ୍ଥିତି ସେତେ ଆଲର୍ମିଂ ନାହିଁ । ଏଯାଏଁ ଆମ ରାଜ୍ୟର ଟେଷ୍ଟ ପଜିଟିଭିଟି ହାର 1 ପ୍ରତିଶତ ତଳେ ରହିଛି । କିନ୍ତୁ ଆଶ୍ୱାସନାର ବିଷୟ, 600ରୁ ଅଧିକ ଆକ୍ଟିଭ କେସ ଥିଲେ ମଧ୍ୟ ମାତ୍ର 12 ଜଣ ହସ୍ପିଟାଲରେ ଆଡମିଶନ ହୋଇଛନ୍ତି । ଏହା ଅର୍ଥ ଅଧିକାଂଶ ଲୋକ ଲକ୍ଷଣହୀନ ବା ସ୍ୱଳ୍ପ ଲକ୍ଷଣଯୁକ୍ତ । ତେଣୁ ବର୍ତ୍ତମାନ କୋଭିଡ ସଂଖ୍ୟା ବଢିଲେ ବି ପ୍ରଥମ ଓ ଦ୍ୱିତୀୟ ଲହର ଭଳି ଭୟାବହତା ଆଡ଼କୁ ନ ଯାଇପାରେ । ଏହାସତ୍ତ୍ୱେ କୋଭିଡ ସ୍ଥିତି ଉପରେ ରାଜ୍ୟ ସରକାରଙ୍କ ନଜର ରହିଛି । ଆବଶ୍ୟକୀୟ ପ୍ରସ୍ତୁତି କରାଯାଇଛି ।

ରଥଯାତ୍ରା ଲାଗି ମଧ୍ୟ ସରକାର ସତର୍କ ଅଛନ୍ତି । ସମସ୍ତଙ୍କୁ ନିବେଦନ କରାଯାଉଛି, ଲକ୍ଷଣଯୁକ୍ତ ଲୋକମାନେ ରଥଯାତ୍ରା ପାଇଁ ପୁରୀ ନ ଆସନ୍ତୁ । ସେମାନେ ନିଜର କୋଭିଡ ପରୀକ୍ଷା ଆଗୁଆ କରାଇ ନିଅନ୍ତୁ । ମାସ୍କ ବ୍ୟବହାର କରନ୍ତୁ । ଏଣେତେଣେ ଛେପ ପକାନ୍ତୁ ନାହିଁ । ନହେଲେ ଏତେ ଗହଳି ଭିତରେ ଆମେ ପୁଣି ରୋଗ ବାଣ୍ଟି ଚାଲିବା । ଏହାସହ ପୁରୀରୁ ଫେରିଲା ପରେ ଯଦି କାହା ନିକଟରେ କୋଭିଡ ଲକ୍ଷଣ ଦେଖାଯାଉଛି, ନିଜର ଟେଷ୍ଟ କରାନ୍ତୁ, ଆଇସୋଲେସନରେ ରୁହନ୍ତୁ । ନିଜ ପରିବାରକୁ ସୁରକ୍ଷିତ ରଖିବା ସହ ସମସ୍ତଙ୍କୁ ସୁରକ୍ଷିତ ରଖନ୍ତୁ ।

ଡାକ୍ତର ନିରଞ୍ଜନ ମିଶ୍ର, ଜନସ୍ୱାସ୍ଥ୍ୟ ନିର୍ଦେଶକ

ଦିନକୁ ଦିନ ବଢୁଛି ହାତୀ ମୃତ୍ୟୁ….

() ରାଜ୍ୟରେ ଦିନକୁ ଦିନ ହାତୀ ମୃତ୍ୟୁ ବଢ଼ିଚାଲିଛି।ଗୋଟିଏ ରେଞ୍ଜର ରୁ ବାରମ୍ବାର କଙ୍କାଳ ବାହାରିବାକୁ ନେଇ ବିଭାଗୀୟ ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି ଯେ SIT ଗଠନ ହୋଇଛି , ତଦନ୍ତ ଚାଲିଛି।ଦରକାର ପଡିଲେ ଆହୁରି ଟିମ୍ ଗଠନ ହୋଇ ତଦନ୍ତ ହେବ।ଦୋଷୀ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉଛି ଏବଂ ହେବ ।

Follow us

20,832FansLike
0FollowersFollow
14,700SubscribersSubscribe

Latest news