ସୁଆଣ୍ଡୋ ଗ୍ରାମ ଉନ୍ନୟନ ପ୍ରକଳ୍ପ ପରିଦର୍ଶନ କଲେ ମୁଖ୍ୟ ଶାସନ…

{} ମୁଖ୍ୟ ଶାସନ  ସବିଙ୍କର ସୁଆଣ୍ଡୋ ଗ୍ରାମ ଉନ୍ନୟନ ପ୍ରକଳ୍ପ ପରିଦର୍ଶନ।

ଡିସେମ୍ବର ଶେଷ ସୁଦ୍ଧା ପ୍ରକଳ୍ପ ପୂର୍ଣ୍ଣାଙ୍ଗ କରିବାକୁ ନିର୍ଦ୍ଦେଶ।

()  ଆଜି ଅପରାହ୍ନରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସତ୍ୟବାଦୀ ଗସ୍ତରେ ଆସି ସୁଆଣ୍ଡୋ ଐତିହ୍ୟ ପ୍ରକଳ୍ପର କ୍ଷେତ୍ର ସ୍ତରୀୟ ଅଗ୍ରଗତି ସମୀକ୍ଷା କରିଛନ୍ତି । ଉତ୍କଳମଣି ପଣ୍ଡିତ ଗୋବପନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋ ଠାରେ ନିର୍ମାଣାଧୀନ ଗ୍ରାମର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ଲୋକନାଥ ଦେବଙ୍କ ମନ୍ଦିର, ଉତ୍କଳମଣିଙ୍କ ଷଠୀଘର, କୂଳଦେବତା ରାଧା ବିନୋଦ ବିହାରୀଙ୍କ ମନ୍ଦିର, ସଂଗ୍ରହାଳୟ, ପ୍ରମୋଦ ଉଦ୍ୟାନ, ପୁଷ୍କରିଣୀ ଏବଂ ଓଡିଶାର ସର୍ବୋଚ୍ଚ ୧୫ ଫୁଟ ଉଚ୍ଚତା ବିଶିଷ୍ଟ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତି ସ୍ଥାପନ ସ୍ଥଳ ପରିଦର୍ଶନ କରିଛନ୍ତି ।  ମୁଖ୍ୟ ଶାସନ ସଚିବ ମଧ୍ୟ ପଟ୍ଟନାଇକିଆ ଛକ ନିକଟରେ ନିର୍ମାଣାଧୀନ ଅଭ୍ୟର୍ଥନା ଓ ସୂଚନା କେନ୍ଦ୍ର ପରିଦର୍ଶନ କରିଥିଲେ।

ସମୁଦାୟ ୨୫ କୋଟି ୨୫ ଲକ୍ଷ ଟଙ୍କା ବ୍ୟୟରେ ସୁଆଣ୍ଡୋ ଗ୍ରାମ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟ ଆଗେଇ ଚାଲିଛି । ମୁଖ୍ୟ ଶାସନ ସଚିବ ଶ୍ରୀ ଶ୍ରୀ ଲୋକନାଥ ଦେବଙ୍କ ମନ୍ଦିର ନିର୍ମାଣ ସଂପର୍କରେ ମୁଖ୍ୟ ଶିଳ୍ପୀ ତ୍ରିନାଥ ମହାରଣାଙ୍କ ସହ ସେ ଆଲୋଚନା କରିିଥିଲେ। ଗ୍ରାମରେ ଭୂତଳ କେବୁଲରେ ବିଦ୍ୟୁତ ଯୋଗାଣ କାର୍ଯ୍ୟ ଶେଷ ହୋଇଛି । ଗ୍ରାମ ଦାଣ୍ଡର ମଧ୍ୟ ଉନ୍ନତି କରଣ କରାଯାଉଛି। ଡିସେମ୍ବର ମାସ ସୁଦ୍ଧା ଏହି ପ୍ରକଳ୍ପ କାର୍ଯ୍ୟ ପୂର୍ଣ୍ଣାଙ୍ଗ କରିବାକୁ ଶ୍ରୀ ମହାପାତ୍ର କ୍ଷେତ୍ର ସ୍ତରୀୟ ଅଧିକାରୀ ଏବଂ ଯନ୍ତ୍ରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଗସ୍ତ ସମୟରେ ମୂଖ୍ୟ ଶାସନ ସଚିବ ସତ୍ୟବାଦୀ ବକୁଳ ବନ ପରିସରରେ ନିର୍ମାଣଧିନ ଓଡ଼ିଆ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିଥିଲେ । ଆସନ୍ତା ଏପ୍ରିଲ ମାସ ଶେଷ ସୁଦ୍ଧା ଏହି କାର୍ଯ୍ୟ ଶେଷ କରିବା ପାଇଁ ନିର୍ଦେଶ ଦେଇଥିଲେ।

ମୁଖ୍ୟ ଶାସନ ସଚୀବ ଶ୍ରୀ ମହାପାତ୍ର ମଧ୍ୟ ସାକ୍ଷୀଗୋପାଳ ମନ୍ଦିର ପରିଦର୍ଶନ କରିଥିଲେ। ଖୁବଶୀଘ୍ର ସାକ୍ଷୀଗୋପାଳ ମନ୍ଦିର ଓ ବକୁଳ ବନର ଉନ୍ନୟନ କରାଯିବ। ସାକ୍ଷୀଗୋପାଳ ବଜାରରେ ଓଭର ବ୍ରିଜ଼ ନିର୍ମାଣ କରାଯିବ। ମନ୍ଦିର ବାଇପାସ ରାସ୍ତା ସମ୍ପ୍ରସାରଣ କରାଯିବ ବୋଲି କହିଥିଲେ।ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ସଂସ୍କୃତି ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ଓଡିଶା ସେତୁ ନିର୍ମାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଜୟକୃଷ୍ଣ ଦାସ, ସଂସ୍କୃତି ଅଧିକାରୀ ହେମନ୍ତ କୁମାର ବେହେରା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟ ସିଂହ, ବିଡ଼ିଓ ଲୋଚନ ଦାସ ଓ ଆରକ୍ଷୀ ନିରୀକ୍ଷକ ବିଜୟ କେତନ ବେହେରା ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

25 ତାରିଖ କୁ ସରକାରୀ ଛୁଟି ଘୋଷଣା କଲେ ରାଜ୍ୟ ସରକାର…

() ଆସନ୍ତା 25ତାରିଖ ମଙ୍ଗଳବାର ଦିନ ସୂର୍ଯ୍ୟ ପରାଗ ପଡୁଥିବାରୁ ଉକ୍ତ ଦିନଟିକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି ।ତଦନୁଯାୟୀ oct 25 /2022 ମଂଗଳ ବାର ଦିନ ରାଜ୍ୟର ସମସ୍ତ ସରକାରୀ ଅଫିସ, ସ୍କୁଲ କଲେଜ ଆଦି ସମସ୍ତ ଶିକ୍ଷାନୁଷ୍ଠାନ,ରାଜସ୍ବ ବିଭାଗୀୟ କୋର୍ଟ, ବ୍ୟାଙ୍କ ଏବଂ ଅନ୍ୟ banking institution ବନ୍ଦ ରହିବ।

ଇତିହାସ ରଚିବା ଲକ୍ଷରେ ବିଜେଡି…

() ଧାମନଗର ଉପନିର୍ବାଚନ ନେଇ ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କ ପ୍ରତିକ୍ରିୟା। ନିର୍ବାଚନ ଆସିଲେ ସବୁ ଦଳର ନେତା ଆସନ୍ତି। କିନ୍ତୁ ବିଗତ ଦିନରେ ଯେତେ ଲଢେଇ ହୋଇଛି ବିଜେଡି ଜିତାପଟ କରିଛି। ଇତିହାସ ଦେଖିଲେ ଲୋକଙ୍କ ଆସ୍ଥା ବିଜେଡି ଓ ନବୀନ ପଟ୍ଟନାୟକଙ୍କ ପ୍ରତି ରହିଛି ବିଜେଡି ପାର୍ଥିନି ଭଲ ଭୋଟ ରେ ଜିତିବେ । ଏଥିରେ କୌଣସି ଆଶଙ୍କା କି ସଞ୍ଚୟ ନାହି । ବ୍ରଜରାଜ ନଗର ଉପନିର୍ବାଚନ ସମୟରେ ବହୁତ୍ ଆଲୋଚନା ପର୍ୟାଲୋଚନ ହୋଇଥିଲା। ଫଳାଫଳ ରୁ ଜଣାପଡ଼ିଲା କିଏ ତିନି ନମ୍ବର କୁ ଗଲା। କିଏ ଦୁଇ ନମ୍ୱର୍ ରହିଲା। ଯିଏ ଲଢ଼ୁଛନ୍ତି ୨,୩ ଓ ୪ ନମ୍ୱର୍ ପାଇଁ ଲଢ଼ୁଛନ୍ତି ।ବିଜେଡି ୧ ରେ ରହିବା କଥା ରହିବ।

ବିଜେଡି ନେତା ସୁବାଷ ସିଂ କହିଛନ୍ତି।

ଧାମନଗର ଉପନିର୍ବାଚନ ଇତିହାସ ରଚିବ।ମୁଖ୍ୟମନ୍ତ୍ରୀଙ୍କ ବିକାଶ ର ରୂପରେଖ ସଫଳତା ଦେବ। ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନ ରେ ବିଜେଡି ୨୮ ହଜାର ଅଧିକ ଭୋଟ ଆଗରେ ଥିଲା। ସଂଖ୍ୟାଲଘୁ ଭୋଟ ନବୀନଙ୍କ ସହ ଯୋଡ଼ି ହୋଇ ରହିଛି। ନବୀନଙ୍କ କାମ ହିଁ ତାଙ୍କ ପରିଚୟ। ତେଣୁ ବିଜେଡି ଜିତିବା ନିଶ୍ଚୟ।

 

ବବିଙ୍କ ଏଣ୍ଟ୍ରି: ନୀଳ ଜର୍ସି ପିନ୍ଧିବେ ଓଡ଼ିଆ

() ଓଡିଶା କ୍ରିକେଟର ତ୍ରାଣକର୍ତ୍ତା ସାଜିଛନ୍ତି ବିଜେଡିର କ୍ରାଇସିସ୍ ମ୍ୟାନେଜର ବବି। ଓସିଏ ସଭାପତି ଭାବେ ବିନା ପ୍ରତିଦ୍ବନ୍ଦିତା ରେ ମୁକୁଟ ପିନ୍ଧିଛନ୍ତି ପ୍ରଣବ ପ୍ରକାଶ। ଆଉ କ୍ରିକେଟ ରେ ବବିଙ୍କ ଏଣ୍ଟ୍ରି ସିଧାସଳଖ ଦର୍ଶାଉଛି ଯେ ହକି, ଫୁଟବଲ, ଆଥଲେଟିକ୍ସ ପରି ଏବେ ଓଡିଶା କ୍ରିକେଟ ଚମକିବ। ଦୁଇ ଦଶନ୍ଧି ଧରି ଭାରତୀୟ ଦଳରେ ଓଡିଆ ଖେଳାଳୀଙ୍କ ସ୍ବରଶବ୍ଦ ନ ଥିବା ବେଳେ ସମସ୍ତ ଙ୍କର ଆଶା ବବି ଓସିଏ ସଭାପତି ହେବା ପରେ କ୍ରିକେଟ ମ୍ୟାନେଜମେଣ୍ଟ ରେ ଆଖିଦୃଶିଆ ପରିବର୍ତ୍ତନ ହେବ। ଜଣେ ବାସ୍ତବବାଦୀ, ଦୂରଦୃଷ୍ଟି ସଂପନ୍ନ ତଥା ବିଚକ୍ଷଣ ନେତା ଭାବେ ସେ ରାଜନୀତି ପରି କ୍ରୀଡାରେ କିଛି କରିସ୍ମା କରି ଦେଖାଇବେ। କେବଳ ଭିତ୍ତିଭୂମି ନୁହେଁ ବରଂ କ୍ରିକେଟ ପ୍ରତିଭା ଖୋଜିବାରେ ତାଙ୍କ ଅଭିମୁଖ୍ୟ ଓଡିଶାକୁ ଆଗକୁ ନେଇ ପାରିବ ବୋଲି ସମସ୍ତଙ୍କର ଆଶା ଓ ବିଶ୍ବାସ । ଅନ୍ୟପଟେ କଟକ-ଓସିଏ ନିର୍ବାଚନ ପାଇଁ ନାମାଙ୍କନ ଶେଷ। ସମସ୍ତ 6 ପଦ ପାଇଁ ଜଣେ ଲେଖାଏଁ ପ୍ରାର୍ଥୀ। ସଭାପତି ପାଇଁ ପ୍ରଣବ ପ୍ରକାଶ ଦାସ, ସଂପାଦକ ପ୍ରାର୍ଥୀ ସଂଜୟ ବେହେରା, ଉପସଭାପତି-ପଙ୍କଜ ଲୋଚନ ମହାନ୍ତି, ଯୁଗ୍ମ ସଂପାଦକ ପ୍ରଭାତ ଭୋଳ, କୋଷାଧ୍ୟକ୍ଷ-ବିକାଶ ପ୍ରଧାନ, ଆପେକ୍ସ କାଉନସିଲ ସଦସ୍ୟ-ପ୍ରତାପ ପ୍ରଧାନ । ଯାଞ୍ଚ ଓ ପ୍ରତ୍ୟାହାର ସମୟ ପରେ ଔପଚାରିକ ଘୋଷଣା ହେବ।

ଓସିଏ ସଭାପିତ ହେବା ପରେ ପ୍ରଣବ ପ୍ରକାଶ ଦାସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓସିଏକୁ ନେଇ ବଡ ସ୍ଵପ୍ନ ଦେଖିଥିବା କହିଛନ୍ତି l ଆଜି ମା କଟକ ଚଣ୍ଡୀକୁ ଦର୍ଶନ କରି ନୂଆଟିମ୍ ସଦସ୍ୟ ମାନେ ଆଶୀର୍ବାଦ ନେଇ ଓସିଏ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ l

ପଶ୍ଚିମ ଓଡିଶାରେ ୯ଟି ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ…

() ଆଉ ୯ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପିତ ପ୍ରାୟ ୫୦ କୋଟି ଟଙ୍କାର ପ୍ରକଳ୍ପ ।

ପଶ୍ଚିମ ଓଡିଶା ବିକାଶ ପରିଷଦର ଏକ ସ୍ବତନ୍ତ୍ର ଲୋଗୋ ଓ ପ୍ରୋଜେକ୍ଟ ମନିଟରିଂ ଡ୍ୟାସବୋର୍ଡ ଉନ୍ମୋଚିତ।

ଆଗାମୀ ମେକ୍‌-ଇନ୍‌-ଓଡିଶା କନ୍‌କ୍ଲେଭରେ ଶିଳ୍ପ ପାଇଁ ଏକ Special Initiative package ଘୋଷଣା କରାଯିବ

୨୦୦୦ରୁ ଏପର୍ଯ୍ୟନ୍ତ ପଶ୍ଚିମ ଓଡିଶା ବିକାଶ ପରିଷଦ ଜରିଆରେ ପ୍ରାୟ ୪୦ ହଜାର ପ୍ରକଳ୍ପ କରାଯାଇଛି

ଆଞ୍ଚଳିର ବୈଷମ୍ୟ ଦୂର କରିବା ପାଇଁ ଆମେ କାମ କରୁଛୁ – ମୁଖ୍ୟମନ୍ତ୍ରୀ।

{} ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ପଶ୍ଚିମ ଓଡିଶା ପାଇଁ ୯ଟି ପ୍ରକଳ୍ପ ଲୋକାର୍ପିତ କରିଥିବା ବେଳେ ଆଉ ୯ଟି ପ୍ରକଳ୍ପ ପାଇଁ ଭିତ୍ତିଭୂମି ରଖିଛନ୍ତି ।

ଲୋକାର୍ପିତ ୯ଟି ପ୍ରକଳ୍ପ ପାଇଁ ୧୪.୬୯ କୋଟି ଟଙ୍କା ବିନିଯୋଗ ହୋଇଥିବା ବେଳେ ଭିତ୍ତିପ୍ରସ୍ତର ରଖାଯାଇଥିବା ୯ଟି ପ୍ରକଳ୍ପର ମୂଲ୍ୟ ୩୩.୬୮ କୋଟି ଟଙ୍କା । ସମୁଦାୟ ପ୍ରକଳ୍ପ ପାଇଁ ୪୮.୩୭ କୋଟି ଟଙ୍କା ବିନିଯୋଗ କରାଯାଉଛି। ଲୋକାର୍ପିତ ହୋଇଥିବା ପ୍ରକଳ୍ପ ଗୁଡିକ ମଧ୍ୟରେ ସ୍କୁଲ, କଲ୍ୟାଣ ମଣ୍ଡପ, Sports Complex ଆଦିର ବିକାଶ ସହିତ କୋମନା ଠାରେ ଏକ ମିଲେଟ୍‌ ପ୍ରକ୍ରିୟାକରଣ ପ୍ରକଳ୍ପ ରହିଛି । ସେହିପରି ଭିତ୍ତିଭୂମି ରଖାଯାଇଥିବା ପ୍ରକଳ୍ପ ମାନଙ୍କ ମଧ୍ୟରେ ଇକୋ ଟୁରିଜିମ, ଭିତ୍ତିଭୂମି, ଇକୋ ପାର୍କ, ଷ୍ଟାଡିଅମ, ହସ୍ତତନ୍ତ ମଲ୍‌ ଆଦିର ବିକାଶ କାର୍ଯ୍ୟକ୍ରମ ରହିଛି ।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଆଞ୍ଚଳିକ ବୈଷମ୍ୟ ଦୂର କରିବାର ଲକ୍ଷ୍ୟ ନେଇ ରାଜ୍ୟ ସରକାର ପଶ୍ଚିମ ଓଡିଶାର ବିକାଶ ଉପରେ ଗୁରୁତ୍ବ ଦେଇ କାମ କରୁଛନ୍ତି । ୨୦୦୦ ମସିହାରୁ ଏପର୍ଯ୍ୟନ୍ତ ପଶ୍ଚିମ ଓଡିଶା ବିକାଶ ପରିଷଦ ଜରିଆରେ ପ୍ରାୟ ୪୦ ହଜାର ପ୍ରକଳ୍ପ ସମ୍ପୂର୍ଣ୍ଣ କରାଯାଇଛି। ଗତବର୍ଷ ପରିଷଦର annual grantକୁ ୧୦୦ କୋଟିରୁ ୨୦୦ କୋଟିକୁ ବୃଦ୍ଧି କରାଯାଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହା ଅଧିକ ପ୍ରକଳ୍ପ ହାତକୁ ନେବା ପାଇଁ ସୁଯୋଗ ସୃଷ୍ଟି କରିଛି ।ପଶ୍ଚିମ ଓଡିଶାର ବିକାଶ ପାଇଁ ଭିତ୍ତିଭୂମି ସହିତ କୃଷି, ଜଳସେଚନ ଓ ଶିଳ୍ପ ଉପରେ ଆମେ ବିଶେଷ ଜୋର ଦେଉଛୁ । ତାସହିତ ପର୍ଯ୍ୟଟନ ଓ ହସ୍ତତନ୍ତ ଆଦିର ବିକାଶ ପାଇଁ ସ୍ବତନ୍ତ୍ର ଯୋଜନା କାର୍ଯ୍ୟକାରୀ ହେଉଛି। ସେହିପରି ହରିଶଙ୍କର, ନୃସିଂହନାଥ ଓ ମା ସମଲେଇ କ୍ଷେତ୍ରର ବିକାଶ ପାଇଁ ମଧ୍ୟ କାମ ଚାଲିଛି ବୋଲି ସେ କହିଥିଲେ।

ବିଜୁ ଏକ୍‌ସପ୍ରେସ୍‌ ୱେର ପଶ୍ଚିମ ଓଡିଶା କରିଡର କାମ ଶୀଘ୍ର ଶେଷ ହେବାକୁ ଯାଉଛି ବୋଲି ପ୍ରକାଶ କରି ସେ କହିଥିଲେ ଯେ ଏହାଦ୍ବାରା ଏଠାରେ ଅର୍ଥନୈତିକ ପ୍ରକ୍ରିୟା ତ୍ବରାନ୍ବିତ ହେବ। ଆଗାମୀ ମେକ୍‌-ଇନ୍‌-ଓଡିଶା କନ୍‌କ୍ଲେଭରେ ଶିଳ୍ପ ପାଇଁ ଏକ Special Initiative package ଘୋଷଣା କରାଯିବ ବୋଲି ସେ କହିଥିଲେ। ପଶ୍ଚିମ ଓଡିଶାରେ ବିକାଶ ରଥକୁ ଆହୁରି ଆଗକୁ ନେବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡିଶା ବିକାଶ ପରିଷଦର ଏକ ସ୍ବତନ୍ତ୍ର ଲୋଗୋ ଓ ପ୍ରୋଜେକ୍ଟ ମନିଟରିଂ ଡ୍ୟାସବୋର୍ଡ ଉନ୍ମୋଚନ କରିଥିଲେ ।

ଏହି ଅବସରରେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ଶ୍ରୀ ରାଜେନ୍ଦ୍ର ଢୋଲକିଆ ପଶ୍ଚିମ ଓଡିଶାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ଉଦ୍ୟମର ଉଚ୍ଚପ୍ରଶଂସା କରିବା ସହିତ ରାଜ୍ୟର ବିଭିନ୍ନ ବିକାଶ କାର୍ଯ୍ୟକ୍ରମ ଜରିଆରେ ଓଡିଶାକୁ ଦେଶର ଏକ ପ୍ରମୁଖ ରାଜ୍ୟରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ସଂପର୍କରେ ବର୍ଣ୍ଣନା କରିଥିଲେ ।ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ଶ୍ରୀ ପି.କେ. ଜେନା ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ପ୍ରମୁଖ ଉପସ୍ଥିତ ଥିଲେ।

ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ ତ୍ରିପାଠୀ ପ୍ରାରମ୍ଭିକ ସୂଚନା ଦେଇ କହିଥିଲେ ଯେ ପଶ୍ଚିମ ଓଡିଶାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ଗୁରୁତ୍ବ ଦେଇଛନ୍ତି ଓ ପରିଷଦର ମାର୍ଗଦର୍ଶନ କରିଛନ୍ତି । ପରିଷଦ ପକ୍ଷରୁ ପଶ୍ଚିମ ଓଡିଶାର ପ୍ରତ୍ୟେକ ଜିଲ୍ଲାର Baseline Economic Data ରଖାଯାଇଛି ଏବଂ ବିଭିନ୍ନ ଅଞ୍ଚଳର ମୌଳିକ ସୁବିଧା ଆସୁବିଧାକୁ ଦୃଷ୍ଟିରେ ରଖି ପ୍ରକଳ୍ପ ନିର୍ମାଣ କରାଯାଉଛି । ପଶ୍ଚିମ ଓଡିଶାର ପ୍ରତ୍ୟେକ ଜିଲ୍ଲାରେ ବିକାଶ ପରିଷଦର କାର୍ଯ୍ୟାଳୟ ଖୋଲାଯାଇଛି ବୋଲି ସେ କହିଥିଲେ । ପଶ୍ଚିମ ଓଡିଶା ବିକାଶ ପରିଷଦର ସିଇଓ ଶ୍ରୀ ଅଜିତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ରାଜ୍ୟ ମନ୍ତ୍ରୀମଣ୍ଡଳର ସଦସ୍ୟଗଣ, ପଶ୍ଚିମ ଓଡିଶାର ସାଂସଦ ଓ ବିଧାୟକମାନେ ଉପସ୍ଥିତ ଥିଲେ ।

ଓଡ଼ିଶା ଉପକୂଳ ଛୁଇଁବ ନାହିଁ ବାତ୍ୟା…..

() ଓଡ଼ିଶା ଉପକୂଳ ଛୁଇଁବ ନାହିଁ ବାତ୍ୟା l 24ତାରିଖରେ ଏହି ପଶ୍ଚିମ ବଙ୍ଗ ଓ ବଙ୍ଗଲାଦେଶ ପ୍ରଭାବ ପଡ଼ିବ l 23ରୁ 25ଯାଏ ଓଡ଼ିଶାରେ ବର୍ଷା ହେବ l

ସମ୍ଭାବ୍ୟ ବାତ୍ୟା କୁ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲିକଙ୍କ ପ୍ରତିକ୍ରିୟା…

() ରାଜ୍ୟ ସରକାର 30 ଟି ଜିଲ୍ଲା କୁ ନିର୍ଦେଶ ଦେଇଛନ୍ତି । ସମସ୍ତ ଜିଲ୍ଲାପାଳ ମାନେ ଏହି ସମୟରେ ଉପସ୍ଥିତ ରହିବେ । ଜିଲ୍ଲା ଗୁଡିକରେ ମେଡିସିନ, ପିଇବା ପାଣି, ଡ଼ଙ୍ଗା ଆବଶ୍ୟକ ମୁତାବକ ପ୍ରସ୍ତୁତ କରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀ ,କଲେଜ, ସ୍କୁଲ ଓ କଲ୍ୟାଣ ମଣ୍ଡପ କୁ ପ୍ରସ୍ତୁତ କରି ରଖିବାକୁ କୁହାଯାଇଛି। 7 ଟି ଜିଲ୍ଲା ଉପରେ ନଜର ରଖାଯାଇଛି । ମାତ୍ର ସମସ୍ତ ଜିଲ୍ଲାପାଳ ମାନଙ୍କୁ କୁହାଯାଇଛି ସଜାଗ ରହିବା ପାଇଁ । ଆଜି ଚିତ୍ର ସ୍ପଷ୍ଟ ହେବା ପରେ ଆଗାମୀ ପଦକ୍ଷେପ ନିଆଯିବ ।

ଧାମନଗର ଉପ ନିର୍ବାଚନରେ 25ରୁ 30 ହଜାର ବ୍ୟବଧାନରେ ବିଜେଡି ଜିତିବ ବୋଲି କହିଲେ :ପ୍ରମିଳା…

() ଧାମନଗର ଉପ ନିର୍ବାଚନରେ 25ରୁ 30 ହଜାର ବ୍ୟବଧାନରେ ବିଜେଡି ଜିତିବ। ସାଧାରଣ ଲୋକଙ୍କ ପାଇଁ ବିଜେଡି କାମ କରୁଛି। ସ୍ୱାଧୀନ ପ୍ରାର୍ଥୀଙ୍କୁ ଲୋକେ ଭୋଟ୍ ଦେବେନି। ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ବିଜେଡି ଭୋଟ୍ ମାଇନସ କରିବେ ନାହିଁ। ଅନ୍ୟ ଦଳର ଭୋଟ୍ ମାଇନସ କରିବେ। ସବୁ ଉପ ନିର୍ବାଚନରେ ବିଜେଡି ଜିତିଛି। ଆମେ ନ ପାରିଲେ ସୁପ୍ରିମୋ ପ୍ରଚାରକୁ ଯିବେ।

 

ପ୍ରମିଳା ମଲ୍ଲିକ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ

ପିଲାଙ୍କୁ ଦିଆଯିବ ମାଗଣା ଆବାସିକ ତାଲିମ…

{} ତିନିଟି ନୂଆ ଡ୍ରାଇଭିଂ ତାଲିମ ଓ ଗବେଷଣା ଅନୁଷ୍ଠାନ ନିର୍ମାଣ ସଂପୂର୍ଣ୍ଣ।

ଚଳିତ ବର୍ଷ ଶେଷସୁଦ୍ଧା ସେସବୁକୁ କାର୍ଯ୍ୟକ୍ଷମ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ।

ବିଭିନ୍ନ ଜିଲ୍ଲାର ପିଲାଙ୍କୁ ଦିଆଯିବ ମାଗଣା ଆବାସିକ ତାଲିମ।

() ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଚାଲିଥିବା ‘ସ୍କିଲ୍ଡ୍ ଇନ୍ ଓଡ଼ିଶା’ ଅଭିଯାନର ଅନ୍ୟ ଏକ ସଂପ୍ରସାରିତ ପଦକ୍ଷେପ ଭାବେ ଇତି ମଧ୍ୟରେ ସୁନ୍ଦରଗଡ଼, ବ୍ରହ୍ମପୁର ଏବଂ କେନ୍ଦୁଝରଠାରେ ନୂଆ ତିନିଟି ଡ୍ରାଇଭିଂ ତାଲିମ ଏବଂ ଗବେଷଣା ଅନୁଷ୍ଠାନ ନିର୍ମାଣ ପୂର୍ଣ୍ଣାଙ୍ଗ ହୋଇଛି । ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରୁ ଏହା ଜଣାପଡିଛି । ରାଜ୍ୟ ଲୋକସେବା ଭବନ ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ନୂଆ ଅନୁଷ୍ଠାନ ଗୁଡିକର ପରିଚାଳନା ସମ୍ବନ୍ଧିତ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ ।

ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଅଗ୍ରଗତିର ସମୀକ୍ଷା କରି ଚଳିତ ବର୍ଷ ଶେଷସୁଦ୍ଧା ତିନିଟିଯାକ ଅନୁଷ୍ଠାନକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ଶ୍ରୀ ମହାପାତ୍ର ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅନୁଷ୍ଠାନଗୁଡିକର ପରିଚାଳନା ନିମନ୍ତେ ପରିବହନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ସୋସାଇଟି ଗଠନ କରାଯିବ । ଏହି ସୋସାଇଟି ଦ୍ୱାରା ସରକାରୀ ଘରୋଇ ସହଭାଗିତା (ପି.ପି.ପି.ମୋଡ୍) ନିୟାମକ ଅନୁସାରେ ଅନୁଷ୍ଠାନ ଗୁଡିକ ପରିଚାଳିତ ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା । ପ୍ରତି ଅନୁଷ୍ଠାନରେ ତାଲିମ ଗାଡି, ଡୁଆଲ୍ କଣ୍ଟେ୍ଲ ଡ୍ରାଇଭିଂ ଡିଭାଇସ୍, ସିମୁଲେଟର, ଓ୍ୱାର୍କସପ୍ ଯନ୍ତ୍ରପାତି ଓ ତାଲିମ ଉପକରଣ ଆଦି ପାଇଁ ପ୍ରାୟ ୨.୬୭ କୋଟି ଟଙ୍କା ସୋସାଇଟିଙ୍କୁ ଯୋଗାଇ ଦିଆଯିବ । ଅନ୍ୟାନ୍ୟ ପରିଚାଳନା ଖର୍ଚ୍ଚ ଘରୋଇ ଭାଗିଦାର ସଂସ୍ଥା କରିବେ । ଆଧୂନିକ ଜ୍ଞାନ କୌଶଳ ସହ ଉଚ୍ଚମାନର ତାଲିମ ଦେବା ଏବଂ ତାଲିମ ପରେ ଯୁବକ ଯୁବତୀମାନଙ୍କୁ ଡ୍ରାଇଭିଂ ଲାଇସେନ୍ସ୍ ପ୍ରଦାନ ନିଶ୍ଚିତ କରାଇବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ ।

ବୈଠକର ଆଲୋଚନାରୁ ଜଣାପଡିଥିଲା ଯେ ବର୍ତ୍ତମାନ ଯାଜପୁର ଜିଲ୍ଲାର ଛତିଆସ୍ଥିତ ଗୋଟିଏ ଅନୁଷ୍ଠାନ ପି.ପି.ପି.ମୋଡ୍ରେ ସଫଳତାର ସହ କାର୍ଯ୍ୟକରୁଛି । ଅଶୋକ ଲେଲ୍ୟାଣ୍ଡ କଂପାନୀ ଏହା ପରିଚାଳନା କରୁଛନ୍ତି । ଏହି ନୂଆ ଅନୁଷ୍ଠାନକୁ ମିଶାଇଲେ ୪ ଟି ଉଚ୍ଚମାନର ଅନୁଷ୍ଠାନ ପି.ପି.ପି.ମୋର୍ଡରେ ପରିଚାଳିତ ହେବ । ବର୍ତ୍ତମାନ ଛତିଆ ସ୍ଥିତ ଅନୁଷ୍ଠାନ ୧୫୦ ସିଟ୍ ବିଶିଷ୍ଟ ଅଛି । ନବ ନିର୍ମିତ କେନ୍ଦୁଝର ଅନୁଷ୍ଠାନ ୧୩୪ ସିଟ୍, ସୁନ୍ଦରଗଡ ୧୫୦ ସିଟ୍, ଏବଂ ବ୍ରହ୍ମପୁର ୧୪୦ ସିଟ୍ ବିଶିଷ୍ଟ ହେବ । ଏହିସବୁ ଅନୁଷ୍ଠାନରେ ଉଭୟ ଛୋଟ ଏବଂ ବଡ ଗାଡି (ଏଲ୍.ଏମ୍.ଭି. ଏବଂ ଏଚ୍.ଏମ୍.ଭି.) ଡ୍ରାଇଭିଂ ତାଲିମ ଦିଆଯିବ । ବଡ ଗାଡି ପାଇଁ ତାଲିମ ଅବଧି ୩୦ ଦିନ ଏବଂ ଛୋଟ ଗାଡି ପାଇଁ ତାଲିମ ଅବଧି ୨୧ ଦିନ ହେବ । ଏ କ୍ଷେତ୍ରରେ ବିଶେଷ ଅଭିଜ୍ଞତା ଓ ଦକ୍ଷତା ଥିବା ଅଶୋକ ଲେ ଲ୍ୟାଣ୍ଡ ସଂସ୍ଥା ସହଭାଗୀ ଭାବେ ଅନୁଷ୍ଠାନ ଗୁଡିକର ଦୈନନ୍ଦିନ ପରିଚାଳନା କରିବେ । ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସୁଥିବା ଯୁବକ ଯୁବତୀମାନଙ୍କୁ ଏସବୁ ଅନୁଷ୍ଠାନରେ ମାଗଣା ଆବାସିକ ତାଲିମ ଦିଆଯିବ । ତାଲିମ କାଳରେ ସେମାନଙ୍କର ରହିବା, ଖାଇବା ଖର୍ଚ୍ଚ ସରକାରଙ୍କ ତରଫରୁ ବହନ କରାଯିବ । କର୍ମ ନିପୁଣତା ଓ ସଚ୍ଚୋଟତା ଦୃଷ୍ଟିରୁ ଓଡ଼ିଶା ତାଲିମ ପ୍ରାପ୍ତ ଓଡ଼ିଆ ଡ୍ରାଇଭରମାନଙ୍କର ଦେଶର ବିଭିନ୍ନ ରାଜ୍ୟରେ ବିଶେଷ ଚାହିଦା ରହିଛି ବୋଲି ବୈଠକରେ ଉପସ୍ଥିତ ପରିବହନ କମିଶନର ଶ୍ରୀ ଅରୁଣ ବୋଥ୍ରା କହିଥିଲେ । ତାଲିମ ପ୍ରାପ୍ତ ଯୁବକ ଯୁବତୀମାନଙ୍କ ନିଯୁକ୍ତି ନିମନ୍ତେ ଉପଯୁକ୍ତ ପରାମର୍ଶ ଏବଂ ସହାୟତା ଦେବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।

ଗୃହ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୀବ ଚୋପ୍ରା, ବାଣିଜ୍ୟ ଓ ପରିବହନ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ, ପରିବହନ କମିଶନର ଶ୍ରୀ ଅରୁଣ କୁମାର ବୋଥ୍ରା, ଭୁବନେଶ୍ୱରସ୍ଥିତ ସରକାରୀ ଡ୍ରାଇଭିଂ ତାଲିମ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ପ୍ରଦୀପ କୁମାର ମହାନ୍ତିଙ୍କ ସମେତ ବାଣିଜ୍ୟ ଓ ପରିବହନ ବିଭାଗ ଏବଂ ଅଶୋକ ଲେ ଲ୍ୟାଣ୍ଡର ବରିଷ୍ଠ ପଦାଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

କଂଗ୍ରେସ ପାଇଲା ନୂଆ ଅଧ୍ୟକ୍ଷ….

() କଂଗ୍ରେସ ପାଇଲା ନୂଆ ଅଧ୍ୟକ୍ଷ। ପରିବାର ବାଦ ଅଭିଯୋଗ ରୁ ମୁକୁଳିଲା ଦଳ। ମଲ୍ଲିକର୍ଜୁନ ଖଡଗେ ବହୁ ଭୋଟରେ ଜିତି ସର୍ବଭାରତୀୟ କଂଗ୍ରେସ କମିଟି ଅଧ୍ୟକ୍ଷ ହୋଇଛନ୍ତି l ଯାହାକୁ ନେଇ କଂଗ୍ରେସ କର୍ମୀ ଓ ନେତାଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି l କଂଗ୍ରେସ ବିଧାୟକ ସୁର ରାଉତରାୟ ବାଣ ଓ ବାଜା ବଜାଇ ଉତ୍ସବ ପାଳନ କରିଛନ୍ତି l ଦଗୋଟିଏ ପଟେ ଭାରତ ଯୋଡୋ ଯାତ୍ରା ସଫଳ ହେଉଥିବା ବେଳେ ନୂଆ ସଭାପତି ଦଳକୁ ସଫଳ କରିବେ ବୋଲି ଆଶା ରଖିଛି ଦଳ। ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ୍‌ଗେ ହେଲେ କଂଗ୍ରେସ ନୂଆ ସଭାପତି। ମୋଟ ୯,୩୮୫ ଭୋଟରୁ ୭,୮୯୭ ଖଣ୍ଡ ଭୋଟ ସହ ସେ ପ୍ରତିଦ୍ବନ୍ଦୀ ଶଶି ଥରୁରଙ୍କ ହରାଇ ନିର୍ବାଚନ ଜିତିଛନ୍ତି । ଥରୁରଙ୍କୁ ମାତ୍ର ୧,୦୭୨ ଭୋଟ ମିଳିଛି । ବାକି ୪୧୬ ଭୋଟ ନାକଚ ହୋଇଯାଇଛି । ୨୪ ବର୍ଷ ପରେ ଦଳକୁ ଅଣଗାନ୍ଧୀ ସଭାପତି ମିଳିଛି । ସଭାପତି ନିର୍ବାଚନ ଫଳାଫଳ ଘୋଷଣା ପରେ ଦିଲ୍ଲୀଠୁ ଆରମ୍ଭ କରି ଓଡିଶା କଂଗ୍ରେସ ନେତା କର୍ମୀଙ୍କ ମଧ୍ୟରେ ଉତ୍ସବର ପରିବେଶ। ଗୋଟିଏ ପଟେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଯୋଡୋ ଯାତ୍ରା ସଫଳ ହେଉଥିବା ବେଳେ ନୂଆ ସଭାପତି ଦଳକୁ ସଫଳ କରିବେ ବୋଲି ଆଶା ରଖିଛନ୍ତି ଦଳୀୟ ନେତା।ନୂଆ ସଭାପତି ନୂଆ ଆଶା ନୂଆ ସମ୍ଭାବନା ନେଇ ଦଳ ଆଗକୁ ବଢିବା ସହ 2024 ରେ ସଫଳ ହେବ ବୋଲି ଆଶା ରଖିଛି।

ପିସିସି ସଭାପତି ଶରତ ପଟ୍ଟନାୟକ ଦିଲ୍ଲୀରେ କଂଗ୍ରେସର ନୂଆ ସଭାପତିଙ୍କୁ ଭେଟି ଛନ୍ତି l

Follow us

20,832FansLike
0FollowersFollow
14,700SubscribersSubscribe

Latest news