ନବନିଯୁକ୍ତ ପିସିସି ସଭାପତିଙ୍କ ସଂକଳ୍ପ ପଦଯାତ୍ରାରେ ଅଦ୍ଭୁତପୂର୍ବ ଜନସମାବେଶ ଓ ଅବିସ୍ମରଣୀୟ ଜନସମର୍ଥନ…

()  ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ନବନିଯୁକ୍ତ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଦିଲ୍ଲୀରୁ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ହଜାର ହଜାର ସଂଖ୍ୟାରେ କଂଗ୍ରେସ ନେତୃବୃନ୍ଦ, କର୍ମୀ ଓ ଶୁଭେଚ୍ଛୁମାନେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଶଙ୍ଖ, ହୁଳହୁଳି, ଓଡ଼ିଶୀ ନୃତ୍ୟ ଏବଂ ଆଧ୍ୟାତ୍ମିକ ପରିବେଶରେ ସ୍ୱାଗତ ସମର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସଂକଳ୍ପ ପଦଯାତ୍ରା କମିଟି ଅଧ୍ୟକ୍ଷ ପୂର୍ବତନ ବିଧାୟକ ଡ.ଦେବାଶିଷ ପଟ୍ଟନାୟକଙ୍କ ନେତୃତ୍ୱରେ ବରିଷ୍ଠ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ବିଧାୟକ ସାଗର ଦାସ, ବିଧାୟକ ରମେଶ ଜେନା, ବରିଷ୍ଠ କଂଗ୍ରେସ ନେତା ମାନସ ଚୌଧୁରୀ, ଜାନକୀ ବଲ୍ଲଭ ପଟ୍ଟନାୟକ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶ, ପଦ୍ମାକର ଗୁରୁ, ରଜନୀ ମହାନ୍ତି, ମିନାକ୍ଷୀ ବାହିନିପତି, ରଞ୍ଜିତ ପାତ୍ର, ୟାସିର ନୱାଜ, ଅମୀୟ ପାଣ୍ଡବ, ସୁବ୍ରତ ମହାପାତ୍ର, ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦ୍ଦିତ ପ୍ରଧାନ, ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ସସ୍ମିତା ବେହେରା, ବନ୍ଦିତା ପରିଡ଼ା, ମନୋଜ ଜେନା ଓ ଅନ୍ୟମାନେ ବିମାନ ବନ୍ଦରରେ ପୁଷ୍ପଗୁଚ୍ଛ ଓ ଉତରୀୟ ପ୍ରଦାନ କରି ଶ୍ରୀ ଦାସଙ୍କୁ ସ୍ୱାଗତ କରିଥିଲେ । ଓଡ଼ିଶା କଂଗ୍ରେସ ସେବା ଦଳର ଶହ ଶହ କର୍ମୀ କଂଗ୍ରେସ ପତାକା ଧରି ଏହି ସଂକଳ୍ପ ପଦଯାତ୍ରାରେ ଚାଲିଥିଲେ । ହସ୍ପିଟାଲ ଛକରେ ଶ୍ରୀ ପୃଥ୍ୱୀବଲ୍ଲଭ ପଟ୍ଟନାୟକଙ୍କ ନେତୃତ୍ୱରେ ଶତାଧିକ ନେତୃବୃନ୍ଦ ଓ କର୍ମୀମାନେ ଶ୍ରୀ ଦାସଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ହଜାର ହଜାର କଂଗ୍ରେସ କର୍ମୀମାନେ ଶ୍ରୀ ଭକ୍ତ ଦାସଙ୍କୁ ସ୍ୱାଗତ କରିଥିଲେ ।

ବିଜୁପଟ୍ଟନାୟକ ବିମାନ ବନ୍ଦର ଠାରୁ ଶିଶୁ ଭବନ ଛକ ଦେଇ ରାଜମହଲ ଛକ, କଳ୍ପନା ଛକ, ବିଜେବି କଲେଜ ଛକ, ସାମନ୍ତାପୁର ଛକ, ଉତରାଛକ ସମେତ ବିଭିନ୍ନ ପ୍ରମୁଖ ସ୍ଥାନରେ କଂଗ୍ରେସ ନେତା ଓ କର୍ମୀମାନେ ଶ୍ରୀ ଦାସଙ୍କୁ ସ୍ୱାଗତ କରିଥିଲେ । ଏହି ଅବସରରେ ଶିଶୁ ଭବନ ଛକ ଠାରେ କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡ଼ାମ, ସି.ଏସ୍‌. ରାଜନ ଏକ୍କା, ସୋଫିଆ ଫିର୍‌ଦୋଷ, ମଙ୍ଗୁ ଖିଲ, ଦାଶରଥି ଗମାଙ୍ଗ, ଅଶୋକ ଦାସ, ଅପାଲ୍ଲା ସ୍ୱାମୀ କାଡ୍ରାକା ପ୍ରମୁଖ ବିଧାୟକ ମାନେ ଶ୍ରୀ ଦାସଙ୍କୁ ସ୍ୱାଗତ ଜଣାଇବା ସହିତ ପଦଯାତ୍ରାରେ ସାମିଲ ହୋଇଥିଲେ । ଭୁବନେଶ୍ୱର କୋର୍ଟ ସାମ୍ମୁଖରେ ଶତାଧିକ ବରିଷ୍ଠ ଓ କନିଷ୍ଠ ଆଇନଜୀବିମାନେ ଶ୍ରୀଯୁକ୍ତ ଦାସଙ୍କୁ ଉଚ୍ଛ୍ୱସିତ ସମ୍ଭର୍ଦ୍ଧନା ଜ୍ଞାପନ କରିଥିଲେ । ସାମନ୍ତାପୁର ଛକରେ ଏକାମ୍ରର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଚମ୍ପତିଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଓ ଶୁଭେଚ୍ଛୁମାନେ ନବନିଯୁକ୍ତି ପିସିସି ସଭାପତି ଶ୍ରୀଦାସଙ୍କୁ ସ୍ୱାଗତ କରିଥିଲେ । ସେହିପରି ଲିଙ୍ଗିପୁର ଛକ ପୂର୍ବରୁ ଶତାଧିକ ସାଧାରଣ ଜନତା ସଂକଳ୍ପ ଯାତ୍ରାକୁ ସମର୍ଥନ ଜଣାଇ ପଦଯାତ୍ରାରେ ସାମିଲ ହୋଇଥିଲେ । ଅପରାହ୍ନ ୩ ଘଟିକାରେ ସଂକଳ୍ପ ପଦଯାତ୍ରା ଲିଙ୍ଗିପୁର ଠାରେ ପହଂଚିଥିଲା ।

ମଧ୍ୟାହ୍ନ ଭୋଜନ ପରେ ଚିତ୍ରକୁଣ୍ଡାର ମାନନୀୟ ବିଧାୟକ ଶ୍ରୀଯୁକ୍ତ ମଙ୍ଗୁ ଖିଲଙ୍କ ନେତୃତ୍ୱରେ ନବରଙ୍ଗପୁରର ପ୍ରାକ୍ତନ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଶ୍ରୀ ଅଖିଳ ଭତ୍ରା ବିଜେଡ଼ି ଦଳ ଛାଡ଼ି ପିସିସି ସଭାପତି ଶ୍ରୀଯୁକ୍ତ ଦାସଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି କଂଗ୍ରେସ ଦଳରେ ବିଧିବଧ ଭାବରେ ଯୋଗ ଦେଇଥିଲେ । ହଜାର ହଜାର ସଂଖ୍ୟାରେ ପଦଯାତ୍ରୀମାନେ ମଧ୍ୟାହ୍ନ ଭୋଜନ ସାରି ପୁନଃର୍ବାର ଅପରାହ୍ନ ୫ ଘଟିକା ସମୟରେ ପିପିଲି ଅଭିମୁଖେ ସଂକଳ୍ପ ପଦଯାତ୍ରାରେ ସାମିଲ ହୋଇଥିଲେ । ପିସିସି ସଭାପତିଙ୍କ ସହ ବରିଷ୍ଠ ବିଧାୟକ ଶ୍ରୀଯୁକ୍ତ ତାରାପ୍ରସାଦ ବାହିନିପତି ସଂକଳ୍ପ ପଦଯାତ୍ରାରେ ସାମିଲ ହୋଇଥିଲେ । ଉତରାଛକ ଠାରେ ପୂର୍ବତନ ପିସିସି ସଭାପତି ଶ୍ରୀଯୁକ୍ତ ପ୍ରସାଦ ହରିଚନ୍ଦନ ନବନିଯୁକ୍ତ ପିସିସି ସଭାପତିଙ୍କୁ ସ୍ୱାଗତ କରିଥିଲେ । ପିପିଲି ନିର୍ବାଚନ ଆରମ୍ଭ ପୂର୍ବରୁ କଂଗ୍ରେସ ନେତା ନିଶିକାନ୍ତ ମିଶ୍ର, ମାନସ ଆଚାର୍ଯ୍ୟ, ଜ୍ଞାନ ରଞ୍ଜନ ପଟ୍ଟନାୟକ, ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର, ନିରୁପମା ପାତ୍ର, ପିପିଲ ପଂଚାୟତ ସମିତିର ପୂର୍ବତନ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ନେତୃତ୍ୱରେ ୫୦୦ ରୁ ଉର୍ଦ୍ଧ୍ୱ କଂଗ୍ରେସ କର୍ମୀ ଓ ନେତୃମଣ୍ଡଳୀ ଶ୍ରୀଯୁକ୍ତ ଦାସଙ୍କ ଭବ୍ୟ ସମ୍ମର୍ଦ୍ଧନ କରିଥିଲେ ।

ଏହି ସଂକଳ୍ପ ପଦଯାତ୍ରା ୩ ଦିନ ଧରି ଚାଲିବ । ଭୁବନେଶ୍ୱର ବିମାନ ବନ୍ଦରରୁ ଆଜି ସଂକଳ୍ପ ପଦଯାତ୍ରା ଆରମ୍ଭ ହୋଇ ପିପିଲିରେ ରାତ୍ର ୮.୩୦ ମିନିଟ୍ ଘଟିକାରେ ପହଂଚିଥିଲା । ପିପିଲି ବଜାରରେ ସାଧାରଣ ଜନତା ଓ ବ୍ୟବସାୟ ସଂଘର ବହୁ କର୍ମକର୍ତା ରୁଣ୍ଡ ହୋଇ ବିରାଟ ପଟୁଆରକୁ ହାତ ହଲେଇ ସ୍ୱାଗତ କରିଥିଲେ । ସଂକଳ୍ପ ପଦଯାତ୍ରୀମାନେ ପିପିଲ ହାଟ ବଜାର କଲ୍ୟାଣ ମଣ୍ଡପ ଠାରେ ରାତ୍ରୀ ଯାପନ କରିବେ । ଶ୍ରୀଯୁକ୍ତ ଦାସ ଉତରାଛକ ଠାରେ ଶତାଧିକ ଛାତ୍ରଛାତ୍ରୀମାନଙ୍କୁ ଫଳ ବଂଟନ କରିଥିଲେ । ଆସନ୍ତାକାଲି ସକାଳ ୮.୩୦ ମିନିଟ୍‌ରେ ପୁନଶ୍ଚ ପିପିଲିରୁ ଦ୍ୱିତୀୟ ଦିବସ ସଂକଳ୍ପ ପଦଯାତ୍ରା ଆରମ୍ଭ ହେବ । ଏହି ବିଶାଳ ସଂକଳ୍ପ ଯାତ୍ରା ପାଇଁ କଂଗ୍ରେସ ପ୍ରେମୀ, କଂଗ୍ରେସ କର୍ମୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳୁଛି । ଗଣମାଧ୍ୟମକୁ ସମ୍ବୋଧିତ କରି ନବନିଯୁକ୍ତ ପିସିସି ସଭାପତି ଶ୍ରୀ ଦାସ କହିଛନ୍ତି ଯେ ଓଡ଼ିଶା ପାଇଁ ନୂଆ ଏକ ଅଧ୍ୟାୟ ଆରମ୍ଭ ହୋଇଛି । ସଂପୂର୍ଣ୍ଣ ଶକ୍ତିର ସହ କଂଗ୍ରେସ ଆଗକୁ ବଢ଼ିବ । ଓଡ଼ିଶାକୁ କଂଗ୍ରେସ ସରକାର ଫେରାଇ ଆଣିବା ପାଇଁ ପ୍ରତ୍ୟେକ କଂଗ୍ରେସ କର୍ମୀ ପ୍ରୟାସ କରିବେ ଓ ନିୟମିତ ଭାବେ ଜନସାଧାରଣଙ୍କ ସୁଖ ଦୁଃଖରେ ଦଳ ପହଂଚିବ ।

ଏହି ସ୍ୱାଗତ ଓ ସଂକଳ୍ପ ପଦଯାତ୍ରାରେ ସର୍ବଶ୍ରୀ ପ୍ରାକ୍ତନ ସାଂସଦ ନକୁଳ ନାୟକ, ନଗେନ୍ଦ୍ର ପ୍ରଧାନ, ପ୍ରାକ୍ତନ ବିଧାୟକ ବଳଭଦ୍ର ମାଝୀ, ଡ.ଲଲାଟେନ୍ଦୁ ମହାପତ୍ର, ଯୁଧିଷ୍ଟିର ଜେନା, ଚିନ୍ମୟ ପ୍ରସାଦ ବେଉରା, ବୀଜୟଲକ୍ଷ୍ମି ସାହୁ,କୃଷ୍ଣଚନ୍ଦ୍ର ସଗରିଆ, ଭାରତ ଭୂଷଣ ବେମାଲ, କୁମାର ଚିରଞ୍ଜିବ, ବିନୋଦ ପାତ୍ର, ବରିଷ୍ଠ କଂଗ୍ରେସ ନେତା ଅମୀୟ ପଟ୍ଟନାୟକ, ମନୋରଞ୍ଜନ ଦାଶ, ଶିବାନନ୍ଦ ରାୟ, ବିଶ୍ୱଭୂଷଣ ଦାସ, ବିଜୟାନନ୍ଦ ଚାଉଳିଆ, ସିଦ୍ଧାର୍ଥ ରାଉତରାୟ, ଶୁଭେନ୍ଦୁ ମହାନ୍ତି, ସତ୍ୟବ୍ରତ ନାୟକ, ପ୍ରକାଶ ମିଶ୍ର, ଦୀପକ କୁମାର ମହାପାତ୍ର, ନଳନୀ ମହାନ୍ତି, ଜିଆଉଲ୍‌ହକ୍‌, ଭୁବନ ବିହାରୀ ସାହୁ, ସନ୍ତୋଷ କୁମାର ନନ୍ଦ, ମନୋଜ କୁମାର ରାଉତ, ବିପ୍ରବର ସାହୁ, ପ୍ରଫୁଲ ଦାସ, ପ୍ରଶାନ୍ତ ଚମ୍ପତି, ଅଶୋକ ଦାସ, ନିହାର ରଞ୍ଜନ ବେହେରା, କିରଣ ସାହୁ, ସୁଦିପ ସାମଲ, ବିଶ୍ୱଭୂଷଣ ମହାପାତ୍ର, ସୁଦର୍ଶନ ଦାସ, ଚୁନୁ ସିଂ, ଅଖିଳେଷ ଯାଦବ, ପ୍ରତାପ ପ୍ରଧାନ, ଅନାମ ନାୟକ, ସତ୍ୟ ସମାଲ, ବିଜୟ ଦ୍ୱିବେଦୀ, ନିରୋଜ ଲୋଚନ ଦାସ, ମନୀଷା ଦାସ ପଟ୍ଟନାୟକ, ଜୟଶ୍ରୀ ପାତ୍ର, ଜାନକୀ ମଲ୍ଲିକ, ସୋନାଲି ସାହୁ, ଶ୍ରୀୟାସ୍ମିତା ପଣ୍ଡା, ଆରତୀ ସ୍ୱାଇଁ, ନିପନ ଦାସ, ସେମ୍ ହେମ୍ଭ୍ରମ, ଆଲୋକ ଦାସ, ଦେବପ୍ରସାଦ ମହାପାତ୍ର, ଅଜୟ ସାହୁ, ଅମରେଶ ପରିଡ଼ା, ଅପୂର୍ବ ରଞ୍ଜନ ସାମଲ, ଲିପିକା ପାତ୍ର, ମନ୍ଦାକିନି ବରୁଆ, ଲକ୍ଷ୍ମୀପ୍ର୍ରିୟ ନାୟକ, ଅମ୍ବିକା ଭଟ୍ଟ, ସରୋଜ ପ୍ରଧାନ, ଜ୍ୟୋତି ଆଚାର୍ଯ୍ୟ, ସନ୍ତୋଷ ପ୍ରଧାନ, ମହମ୍ମଦ ସାହାଦୁଲ୍ଲା, ଲୁଲୁ ଅହମ୍ମଦ, ମନୁ ରାଉତରାୟ, ସ୍ନେହଲତା ଚୌଧୁରୀ, ବିଷ୍ଣୁଚରଣ ବାରିକ, ଏସ୍‌.ଏନ୍‌. ସାହୁ ପ୍ରମୁଖ ହଜାର ହଜାର ସଂଖ୍ୟାରେ ଛାତ୍ର, ଯୁବ, ମହିଳା ଓ ବିଭିନ୍ନ ପ୍ରକୋଷ୍ଠର କର୍ମକର୍ତାମାନେ ଓ ନେତୃମଣ୍ଡଳୀମାନେ ସଂକଳ୍ପ ପଦଯାତ୍ରାରେ ଅଂଶଗ୍ରହଣ କରିଥିଲେ ବୋଲି ମୁଖପାତ୍ର ପଦ୍ମାକର ଗୁରୁ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।

କୀଟ ଘଟଣା ଦୁଃଖଦାୟକ : ନେପାଳ ଛାତ୍ରଛାତ୍ରୀଙ୍କ ପାଇଁ ସାଇନ ଡାଏ କରିବା ଦୁର୍ଭାଗ୍ୟଜନକ ଉଚ୍ଚଶିକ୍ଷା ମନ୍ତ୍ରୀ

()ନେପାଳ ସହ ଭାରତ ଓ ଓଡ଼ିଶାର ସମ୍ପର୍କ ଜଗନ୍ନାଥଙ୍କ ପାଇଁ ଭଲ ରହିଛି. କୀଟ ଘଟଣା ଦୁଃଖଦାୟକ. ସମ୍ବେଦନା ଦେଉଛୁ. ଗୃହ ବିଭାଗ ତ୍ୱରିତ ପଦକ୍ଷେପ ନେଇ ଗିରଫ କରିଛି. ମୃତକଙ୍କ ମୋବାଇଲ ଫୋନ ଓ ଲାପଟପି ସିଜ ହୋଇଛି. ନେପାଳ ଛାତ୍ରଛାତ୍ରୀ ଆନ୍ଦୋଳନ କରିଥିଲେ. ବିଶ୍ଵବିଦ୍ୟାଳୟ ଓ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ସହ ସମ୍ପର୍କରେ ଅଛି. ଜଣେ ଗିରଫ ହୋଇଛି. ଅନ୍ୟ ମାନେ ଯଦି ସମ୍ପୃକ୍ତ ଥିଲେ ଗିରଫ ହେବେ. ନେପାଳ ଛାତ୍ରଛାତ୍ରୀଙ୍କ ପାଇଁ ସାଇନ ଡାଏ କରିବା ଦୁର୍ଭାଗ୍ୟଜନକ. ସାଇନ ଡାଏ ଉଠିଲା. ସେମାନଙ୍କୁ ଫେରାଇବାକୁ OSRTC ର ସ୍ୱତନ୍ତ୍ର ବସ ସେମାନଙ୍କୁ ଫେରାଇ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି. ଶିକ୍ଷାନୁଷ୍ଠାନରୁ ଯେପରି ସେମାନଙ୍କୁ ଧମକ ନ ମିଳୁ ଭବିଷ୍ୟତରେ, ସରକାର ଏ ନେଇ ଯତ୍ନବାନ ଅଛନ୍ତି ବୋଲି   ଉଚ୍ଚଶିକ୍ଷା ମନ୍ତ୍ରୀ   ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି l

ଯାଜପୁରରେ ସୁଭଦ୍ରା ଯୋଜନାର ଚତୁର୍ଥ ପର୍ଯ୍ୟାୟ

ମା’ ମାନେ ଓଡ଼ିଶା ବିକାଶ ଯାତ୍ରାର ପାର୍ଟନର, ସେମାନଙ୍କ ସାମାଜିକ ଓ ଅର୍ଥନୈତିକ ପ୍ରଗତି ଜରିଆରେ ସମୃଦ୍ଧ ଓଡିଶାର ସ୍ବପ୍ନ ପୁରଣ ହେବ- ମୁଖ୍ୟମନ୍ତ୍ରୀ

() ଆଜି ଯାଜପୁର ଠାରେ ସୁଭଦ୍ରା ଯୋଜନାର ଚତୁର୍ଥ ପର୍ଯ୍ୟାୟର ପ୍ରଥମ କିସ୍ତି ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।ଓଡ଼ିଶାର ସର୍ବବୃହତ୍‍ ମହିଳା ସଶକ୍ତିକରଣ ଯୋଜନା ସୁଭଦ୍ରା ଅଧୀନରେ ଯାଜପୁର ଠାରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ୧୮ ଲକ୍ଷ ନୂତନ ହିତାଧିକାରୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଏହି ସହାୟତା ରାଶି ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଡିବିଟି ମାଧ୍ୟମରେ ହସ୍ତାନ୍ତର କରାଯାଇଛି । ପୂର୍ବରୁ ୩ ଟି ପର୍ଯ୍ୟରେ ୮୦ ଲକ୍ଷ ମହିଳା ପ୍ରଥମ କିସ୍ତି ପାଇଥିବା ବେଳେ, ଆଜି କୁ ମିଶାଇ ୪ ଟି ପର୍ଯ୍ୟାୟରେ ୯୮ ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ସହାୟତା ପାଇଲେ। ଏହି ସହାୟତା ରାଶି ପ୍ରଦାନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସୁଭଦ୍ରା ଯୋଜନାରେ ମା’ମାନଙ୍କୁ ୨ଟି କିସ୍ତିରେ ବର୍ଷକୁ ୧୦ ହଜାର ଟଙ୍କା ଲେଖାଏଁ ୫ ବର୍ଷରେ ୫୦ ହଜାର ଟଙ୍କା ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଛି । ଏହି ସହାୟତା ରାଶି ପ୍ରଦାନର ଉଦ୍ଦେଶ୍ୟ ରହିଛି ମା’ମାନଙ୍କୁ ବିକାଶର ପାର୍ଟନର କରିବା, ମା’ମାନେ ଏହାକୁ ପାରିବାରିକ ଖର୍ଚ୍ଚ ପାଇଁ ବ୍ୟବହାର ନ କରି ବିଭିନ୍ନ ବିଜିନେସ ପାଇଁ ବିନିଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନାରୀର ଶକ୍ତି ସାମର୍ଥ୍ୟ ଏବଂ ପ୍ରତିଭାର ଉପଯୋଗ କରି ସାମାଜିକ ପ୍ରଗତିକୁ ତ୍ୱରାନ୍ୱିତ କରାଇବା ସୁଭଦ୍ରା ଯୋଜନାର ଉଦ୍ଦେଶ୍ୟ । ଏଥିପାଇଁ ମା’ମାନଙ୍କୁ ବିଜିନେସ କରିବାର ବିଭିନ୍ନ କୌଶଳ ଶିଖିବାକୁ ପଡ଼ିବ । ବିଭିନ୍ନ ଟ୍ରେଡରେ ମଧ୍ୟ ଦକ୍ଷତାର ବିକାଶ କରିବାକୁ ପଡ଼ିବ । ମା’ମାନଙ୍କ ଦକ୍ଷତା ବିକାଶ କରିବାକୁ ନିକଟରେ ଆୟୋଜିତ ହୋଇଥିବା ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ରାଜ୍ୟ ସରକାର ବିଶ୍ୱ ଦକ୍ଷତା କେନ୍ଦ୍ର ଏବଂ ଆଇ.ଆଇ.ଏମ୍‍. ସମ୍ୱଲପୁର ସହିତ ଅନୁବନ୍ଧିତ ହୋଇଛନ୍ତି । ଆଗାମୀ ଦିନରେ ଆହୁରି ଅନେକ ସଂସ୍ଥା ଏଥିରେ ଯୋଡ଼ି ହେବେ । ମା’ମାନେ ବିଜିନେସ କରିବାର କଳା କୌଶଳ ଶିଖିଲେ ସେମାନେ ସଫଳ ଉଦ୍ୟୋଗୀ ହୋଇପାରିବେ ବୋଲି ସେ କହିଥିଲେ । ସେ କହିଥିଲେ ମହିଳାଙ୍କ ସାମାଜିକ ଓ ଅର୍ଥନୈତିକ ପ୍ରଗତିରେ ବିକଶିତ ଓଡ଼ିଶାର ସ୍ୱପ୍ନ ପୂରଣ ହେବ । ସୁଭଦ୍ରା ଯୋଜନା ମାଧ୍ୟମରେ ମହିଳାମାନେ ସମାଜରେ ଏକ ସ୍ୱତନ୍ତ୍ର ପରିଚୟ ହାସଲ କରିବା ସହିତ ନିଜ ଅଧିକାର ପ୍ରତି ସଚେତନ ହୋଇପାରୁଛନ୍ତି । ସୁଭଦ୍ରା ଯୋଜନା ଓଡ଼ିଶା ମା ଓ ଭଉଣୀମାନଙ୍କ ଜୀବନରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବ । ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ମହିଳା ସଶକ୍ତିକରଣର ସ୍ୱପ୍ନକୁ ବାସ୍ତବ ରୂପ ଦେଇଛି ଏହି ସୁଭଦ୍ରା ଯୋଜନା । ବିକଶିତ ଓଡ଼ିଶାର ସାରଥି ହେବେ ଆମ ରାଜ୍ୟର ମା ଓ ଭଉଣୀମାନେ । ସୁଭଦ୍ରା ଯୋଜନା ମହିଳାଙ୍କ ଆୟ ବଢ଼ାଇବା ସହିତ ରାଜ୍ୟର ଅର୍ଥନୈତିକ ପ୍ରଗତିରେ ମହିଳାଙ୍କ ଯୋଗଦାନକୁ ସୁଦୃଢ଼ କରିବ ।ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯାଜପୁର ଜିଲ୍ଲା ଓଡ଼ିଶାର ଶିଳ୍ପ ସମୃଦ୍ଧ ଜିଲ୍ଲା ଭାବେ ଖ୍ୟାତି ଅର୍ଜନ କରିଥିବା ବେଳେ ସ୍ୱାଧିନତା ସଂଗ୍ରାମ ଠାରୁ କଳା, ସାହିତ୍ୟ, ସଂସ୍କୃତି ଓ ପର୍ଯ୍ୟଟନ ସବୁ କ୍ଷେତ୍ରରେ ଯାଜପୁରର ସ୍ୱତନ୍ତ୍ର ପରିଚୟ ରହିଛି । ଯାଜପୁର ତାର ଐତିହ୍ୟକୁ ସାଥିରେ ନେଇ ଆଜି ବିକାଶ ପଥରେ ଆଗେଇ ଚାଲିଛି । ସୁଭଦ୍ରା ଯୋଜନାରେ ଜିଲ୍ଲାର ସମୁଦାୟ ୪.୯୪ ଲକ୍ଷରୁ ଅଧିକ ମା ଓ ଭଉଣୀ ସାମିଲ ହୋଇଛନ୍ତି । ତନ୍ମଧ୍ୟରୁ ୩. ୭୫ ଲକ୍ଷରୁ ଅଧିକ ମହିଳାଙ୍କୁ ପ୍ରଥମ କିସ୍ତିର ଅର୍ଥରାଶି ପ୍ରାପ୍ତ ହୋଇସାରିଛି । ଆଜି ଚତୁର୍ଥ ପର୍ଯ୍ୟାୟର ପ୍ରଥମ କିସ୍ତିରେ ଯାଜପୁର ଜିଲ୍ଲାରେ ୭୯ ହଜାରରୁ ଅଧିକ ହିତାଧିକାରୀଙ୍କୁ ଏହି ସହାୟତା ରାଶି ପ୍ରଦାନ କରାଗଲା ବୋଲି ସେ କହିଥିଲେ । କାର୍ଯ୍ୟକ୍ରମରେ ଉପ-ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା କହିଲେ ଯେ, ସୁଭଦ୍ରା ଏକ ଯୋଜନା ନୁହେଁ, ଏହା ଆଗାମୀ ଦିନରେ ମହିଳାମାନଙ୍କର ଜୀବନ ଧାରଣର ଏକ ମାଧ୍ୟମ ହେବ । ରାଜ୍ୟରେ ମହିଳାମାନଙ୍କ ସ୍ୱାର୍ଥ ପାଇଁ ରାଜ୍ୟ ସରକାର ସର୍ବଦା ମହିଳାଙ୍କୁ ଅଗ୍ରାଧିକାର ଦେଇଛନ୍ତି । ମା ସୁଭଦ୍ରାଙ୍କ ଶକ୍ତିରେ ଓଡ଼ିଶାର ସମସ୍ତ ମା ଭଉଣୀମାନେ ଶକ୍ତିଶାଳୀ ହୁଅନ୍ତୁ ବୋଲି ସେ କହିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭଗ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ, ସମବାୟ, ହସ୍ତତନ୍ତ ଓ ବୟନ ଶିଳ୍ପ, ହସ୍ତଶିଳ୍ପ ପ୍ରଦୀପ ବଳ ସାମନ୍ତ, କୋରେଇ, ବିଧାୟକ ଆକାଶ ଦାସନାୟକ, ବଡ଼ଚଣା ବିଧାୟକ, ଅମର ନାୟକ, ଧର୍ମଶାଳା ବିଧାୟକ, ହିମାଂଶୁ ଶେଖର ସାହୁ ପ୍ରମୁଖ ଉପସ୍ଥିତ ରହି ଓଡିଶା ସରକାରଙ୍କ ସୁଭଦ୍ରା ଯୋଜନାକୁ ମହିଳା ମାନଙ୍କ ଆର୍ଥିକ ଓ ସାମାଜିକ ଜୀବନର ମାନଦଣ୍ଡ ବୋଲି କହିଥିଲେ।ଇତ୍ୟବସରରେ ମହିଳା ଏବଂ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ସ୍ୱାଗତ ଭାଷଣ ଦେଇଥିବା ବେଳେ ଯାଜପୁର ଜିଲ୍ଲାପାଳ ଶ୍ରୀମତୀ ପି. ଅନ୍ଵେଷା ରେଡ୍ଡୀ ଧନ୍ୟବାଦ ଅର୍ପଣ କରିଥିଲେ।

ଯାଜପୁର ମହୋତ୍ସବ ‘ ଯଯାତୀ ‘ ଉଦଘାଟିତ…

 

 

୫୦ କୋଟି ଟଙ୍କାରେ ମା’ ବିରଜାଙ୍କ ମନ୍ଦିରର ଉନ୍ନତିକରଣ, ୧୦ କୋଟି ଟଙ୍କାରେ ମନ୍ଦିର ସନ୍ନିକଟ ଧର୍ମଶାଳାର ସମ୍ପ୍ରସାରଣ, ୨୧ କୋଟି ଟଙ୍କାରେ ବିରଜା ଅଗ୍ନେଶ୍ୱର ହାଟର ଉନ୍ନତିକରଣ, ୩୦ କୋଟିରେ ନୂଆ ବସ୍ ଟର୍ମିନାଲ୍ ଯାଜପୁରରେ ଏକ ହଜାର ଆସନ ବିଶିଷ୍ଟ ଏକ ନୂଆ ଟାଉନ୍ ହଲ୍ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ଘୋଷଣାଯଯାତୀ କେଶରୀ ମେଡ଼ିକାଲ କଲେଜର ନାମ ପରିବର୍ତ୍ତିତ ହେଲା, ନୂଆ ନାଁ ହେଲା *ମହାରାଜ ଯଯାତୀ କେଶରୀ ମେଡ଼ିକାଲ କଲେଜ*ଯାଜପୁର ହେଉଛି ସୁଯୋଗ ଓ ସମ୍ଭାବନାର ଏକ ସୁବର୍ଣ୍ଣକ୍ଷେତ୍ର – ମୁଖ୍ୟମନ୍ତ୍ରୀ ଡଙ୍କାରି ପାହାଡ ତଳେ ୮୭୪୩ କୋଟି ଟଙ୍କା ବ୍ୟୟରେ କ୍ରୁଡ ଅଏଲ ଷ୍ଟୋରେଜ ଫାସିଲିଟି ସ୍ଥାପିତ ହେବ, ୫୦୦୦ ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ

ଯାଜପୁର ଜିଲ୍ଲା ପାଇଁ 1 ଲକ୍ଷ କୋଟି ଟଙ୍କାର 23ଟି ପ୍ରକଳ୍ପ ନିବେଶ ପ୍ରସ୍ତାବ ଆସିଛିଓଡିଶାର ଶିଳ୍ପାୟନର ଯାତ୍ରାରେ ଯାଜପୁର ହେବ ଅଗ୍ରଣୀ ନାୟକ – ମୁଖ୍ୟମନ୍ତ୍ରୀ

()ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଯାଜପୁର ଜିଲ୍ଲା ମହୋତ୍ସବ ‘ଯଯାତି -୨୦୨୫’ ର ଉଦଘାଟନ କରି ପ୍ରାୟ ଏକ ହଜାର କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଯାଜପୁର ହେଉଛି ସୁଯୋଗ ଓ ସମ୍ଭାବନାର ଏକ ସୁବର୍ଣ୍ଣକ୍ଷେତ୍ର ।ଯାଜପୁରରେ ଆଜି ସମୁଦାୟ ୮୨୯ କୋଟି ୭୬ ଲକ୍ଷ ଟଙ୍କାର ୮୩ ଟି ପ୍ରକଳ୍ପ ଉଦଘାଟିତ ହୋଇଥିବା ବେଳେ, ୧୭୦ କୋଟି ଟଙ୍କାର ୭୭ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ରଖାଯାଇଛି। ଏଥିରେ ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ଜଳ ସମ୍ପଦ, ବିଦ୍ୟୁତ ପରିବହନ, ସଡକ, ସେତୁ, କେନାଲ ଆଦି ଭିତ୍ତିଭୂମି ଓ ପର୍ଯ୍ୟଟନ ପ୍ରକଳ୍ପ ରହିଛି । ଗୁରୁତ୍ଵପୂର୍ଣ୍ଣ ପ୍ରକଳ୍ପ ମଧ୍ୟରେ ବ୍ୟାସ ନଗରରେ ପ୍ରାୟ ୭୮ କୋଟି ଟଙ୍କାର ବ୍ୟାସ ନଗରଠାରେ ବ୍ୟାସ ସରୋବର ଓ ଟାଉନ ହଲ ଉଦଘାଟିତ ହୋଇଛି।ଯାଜପୁରରେ ଏକ ନର୍ସିଂ କଲେଜ ପ୍ରତିଷ୍ଠା ପାଇଁ ଭିତ୍ତିପ୍ରସ୍ତର ରଖା ଯାଇଛି । ଯାଜପୁର ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାର ବିକାଶ ପାଇଁ ଯଯାତି କେଶରୀ ମେଡିକାଲ କଲେଜ ଓ ହସ୍ପିଟାଲ ଖୋଲାଯାଇଛି । ଆଜି ଏହାର ଉଦଘାଟନ ମଧ୍ୟ କରି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ ଏହାର ନାମ ପରିବର୍ତ୍ତନ କରାଯାଇଛି । ଏହାକୁ ‘ମହାରାଜା ଯଯାତି କେଶରୀ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ’ ଭାବରେ ନାମିତ କରାଯାଇଛି । ଏହା ଦ୍ୱାରା ମହାରାଜା ଯଯାତି କେଶରୀଙ୍କ ଗୌରବମୟ କୀର୍ତ୍ତିକୁ ପ୍ରକୃତ ସମ୍ମାନ ଦିଆଯାଇପାରିବ ବୋଲି ସେ କହିଛନ୍ତି ।  ଏଥିରେ ପ୍ରଥମ ବର୍ଷ ପାଇଁ 50ଟି ସିଟ୍ ମିଳିଛି । ଆସନ୍ତା ଶିକ୍ଷା ବର୍ଷଠାରୁ ଏହି ମେଡିକାଲ କଲେଜର ସିଟ୍ ସଂଖ୍ୟା 100କୁ ବୃଦ୍ଧି କରିବା ପାଇଁ ଆମର ଉଦ୍ୟମ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିପାଇଁ ସବୁ ଆବଶ୍ୟକ ଭିତ୍ତିଭୂମିର ବିକାଶ ମଧ୍ୟ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ୫୦୭ କୋଟି ଟଙ୍କାର ୩୬ଟି ପ୍ରକଳ୍ପର ଉଦଘାଟନ କରାଯାଇଥିବା ବେଳେ, ୪୧ କୋଟି ଟଙ୍କାର ୫୨ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରାଯାଇଛି ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯାଜପୁର ଜିଲ୍ଲା ପାଇଁ ଅନେକ ନୂତନ ପ୍ରକଳ୍ପ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମା’ ବିରଜାଙ୍କ ପ୍ରସିଦ୍ଧ ମନ୍ଦିରର ଉନ୍ନତିକରଣ କରାଯିବ । ଏଥିରେ ବଗଳାମୁଖୀ ମନ୍ଦିର, ଶିବ ମନ୍ଦିର ଓ ବ୍ରହ୍ମକୁଣ୍ଡର ଉନ୍ନତି ଓ ସୌନ୍ଦର୍ଯ୍ୟ କରଣ କରାଯିବ । ଏଥିପାଇଁ ୫୦କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ସେ କହିଥିଲେ । ପୂର୍ବରୁ ଅନୁମୋଦନ ହୋଇଥିବା ୧୨ କୋଟି ଟଙ୍କାର ପ୍ରକଳ୍ପ ପାଇଁ DPR ପ୍ରସ୍ତୁତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।ଏହା ସହିତ ମା’ଙ୍କ ମନ୍ଦିର ପାଇଁ ଥିବା ଧର୍ମଶାଳାକୁ ଆହୁରି ଅଧିକ ଭକ୍ତଙ୍କ ରହିବା ପାଇଁ ଏହାର ସମ୍ପ୍ରସାରଣ କରାଯିବ । ଏଥିପାଇଁ ୧୦କୋଟି ଟଙ୍କା ଖର୍ଚ୍ଚ କରାଯିବ ।ନାଭିଗୟା ଠାରେ ଥିବା ବିରଜା ଅଗ୍ନେଶ୍ୱର ହାଟର ମଧ୍ୟ ଉନ୍ନତି କରଣ କରାଯିବ । ଏଥିପାଇଁ ଅଧିକ ଜମି ଅଧିଗ୍ରହଣ କରାଯିବ ଏବଂ ୨୧ କୋଟି ୪୩ ଲକ୍ଷ ବିନିଯୋଗରେ ଯାଜପୁର ବାସୀଙ୍କ ସୁବିଧା ପାଇଁ ଏକ ସୁନ୍ଦର ଆଧୁନିକ ହାଟର ନିର୍ମାଣ କରାଯିବ । ୩୦ କୋଟି ଟଙ୍କା ବ୍ୟୟରେ ଯାଜପୁରରେ ଏକ ନୂଆ ବସ୍ ଟର୍ମିନାଲ୍ ମଧ୍ୟ ନିର୍ମାଣ କରାଯିବ ବୋଲି ସେ ଘୋଷଣା କରିଥିଲେ।ଏହା ସହିତ ଯାଜପୁରରେ ଏକ ହଜାର ଆସନ ବିଶିଷ୍ଟ ଏକ ନୂଆ ଟାଉନ୍ ହଲ୍ ମଧ୍ୟ ନିର୍ମାଣ କରାଯିବ ।   ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯାଜପୁର ମହୋତ୍ସବକୁ ସେ ଅନେକ ବାର ଦର୍ଶକ ଭାବେ ଆସି ଦେଖିଛନ୍ତି, କିନ୍ତୁ ଏଥର କିଛି ନୂତନତ୍ଵ ଅନୁଭବ ହେଉଛି। ବାତାବରଣରେ ଏକ ଅପୂର୍ବ ଅଧ୍ୟାତ୍ମିକତା ଏବଂ ଐଶ୍ଵରୀୟ ଶକ୍ତିର ସଞ୍ଚରଣ ହୋଇଛି ବୋଲି ସେ କହିଥିଲେ।ସେ କହିଥିଲେ ଯେ ବର୍ତ୍ତମାନ ମହାକୁମ୍ଭ ମେଳା ଚାଲିଛି ପ୍ରୟାଗ ରାଜରେ, ଏବଂ ଓଡିଶାରେ ଚାଲିଛି ସଂସ୍କୃତି ଓ କଳାର ମହାପର୍ବ, ଖଣ୍ଡଗିରି ମେଳା। ଏହି ପରିପ୍ରେକ୍ଷୀରେ ଆଜିର ଏହି ଯାଜପୁର ମହୋତ୍ସବର ଶୁଭାରମ୍ଭ ହେଉଛି, ଯାହା ସମସ୍ତଙ୍କ ମନରେ ଅଧ୍ୟାତ୍ମିକତାରେ ଭରିଦେଇଛି।

ସୋମବଂଶର ମହାନ ନରପତି ଯଯାତି କେଶରୀଙ୍କ ଦ୍ଵାରା ପ୍ରତିଷ୍ଠିତ ଯାଜପୁର ମାଟି ହେଉଛି ସୁଯୋଗ ଓ ସମ୍ଭାବନାର ଏକ ସୁବର୍ଣ୍ଣ କ୍ଷେତ୍ର ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ପ୍ରାଚୀନ ଓଡ଼ିଶାର ରାଜଧାନୀ ଯଯାତି ନଗର ଭାବେ ଖ୍ୟାତ ଥିଲା ଏଇ ସମୃଦ୍ଧ କଳା ସାହିତ୍ୟର ଭୂମି । ପୁରାତନ ଓ ନୂତନ ସଂସ୍କୃତିର ସମାହାର ହୋଇଛି ଏହି ଭୂଖଣ୍ଡରେ । ଏହି ପୁଣ୍ୟ ମାଟିରୁ ଦିନେ ଗୁଞ୍ଜରିତ ହୋଇଥିଲା ଗୌତମ ବୁଦ୍ଧଙ୍କ ଶାନ୍ତିର ସ୍ତୁତି ସଙ୍ଗୀତ । ସଂପ୍ରୀତି ଓ ମାନବିକତାର ଦୀକ୍ଷାରେ ଦୀକ୍ଷିତ ହୋଇଥିରେ ସମସ୍ତେ । ପ୍ରାଚୀନ ବୌଦ୍ଧ ସଭ୍ୟତାର ଅମର ଭୂମି ରତ୍ନଗିରି,ଲଳିତଗିରି ଓ ଉଦୟଗିରି ଏହାର ଜ୍ଜ୍ଵଳନ୍ତ ନିଦର୍ଶନ । ଲାଙ୍ଗୁଡି ଓ କାଏମା ରାଧାନଗରର ବିକଶିତ ବୌଦ୍ଧ ସଭ୍ୟତା ଆମ ସମୃଦ୍ଧ ସାଂସ୍କୃତିକ ବିଭବର ପ୍ରାମାଣିକ ତଥ୍ୟ ବୋଲି ସେ କହିଥିଲେ।  ପୁଣି କହିଲେ ଯେ ଯାଜପୁରବାସୀଙ୍କ ପାଇଁ ସବୁବେଳେ ବରଦାନ ସଦୃଶ ଅମୃତମୟୀ ପାପନାଶିନୀ ବୈତରିଣୀ ପ୍ରବାହିତ ହେଉଛି ଏବଂ ରାଜ୍ୟବାସୀଙ୍କୁ ଅଭୟବାଣୀ ଦେଉଛନ୍ତି ମା’ ବିରଜା। ଉଭୟଙ୍କ ଆଶୀର୍ବାଦରୁ କାହିଁ କେତେ କାଳରୁ ଏହି ଅଞ୍ଚଳ ହୃଷ୍ଟପୃଷ୍ଟ ହୋଇଛି ଏବଂ ଆଜି ରାଜ୍ୟର ସବୁଠାରୁ ବିକଶିତ ଅଞ୍ଚଳ ମଧ୍ୟରେ ନିଜର ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଛି। ଯାଜପୁରର ଗୌରବମୟ ଇତିହାସ, ଓ ସଂସ୍କୃତି ଉଚ୍ଚ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଲେ ଯେ ପୁଣ୍ୟତୋୟା ବୈତରଣୀ ତଟରେ ଅବସ୍ଥିତ ଶ୍ରୀ ବରାହକ୍ଷେତ୍ର, ଦଶାଶ୍ଵମେଧ ଘାଟ, ନାଭିଗୟା, ବ୍ରହ୍ମକୁଣ୍ଡ, ଗୋକର୍ଣ୍ଣେଶ୍ୱର ମନ୍ଦିର ଆଦି ଅନେକ ପବିତ୍ର କ୍ଷେତ୍ର ଏ ମାଟିର ମହାର୍ଘ୍ୟ ଆଧ୍ୟାତ୍ମିକତାର ଗୋଟିଏ ଗୋଟିଏ ବଳିଷ୍ଠ ସ୍ଵାକ୍ଷର ।ସ୍ୱାଧୀନତା ସଂଗ୍ରାମରେ ଯାଜପୁରର ବଳିଷ୍ଠ ଅବଦାନକୁ ସେ ସ୍ମରଣ କରିଥିଲେ।ସେ ପୁଣି କହିଥିଲେ ଯେ ଯାଜପୁର ଲୋକଙ୍କ କଠିନ ପରିଶ୍ରମ ଏବଂ ଉଦ୍ୟମିତା ଯୋଗୁଁ ଶିଳ୍ପ ମାନଚିତ୍ରରେ ଏହାର ସ୍ଥାନ ସ୍ୱତନ୍ତ୍ର । ରାଜ୍ୟର ଶିଳ୍ପ ବିକାଶର ଏନ୍ତୁଡିଶାଳ ହେଉଛି ଶିଳ୍ପ ସମୃଦ୍ଧ କଳିଙ୍ଗ ନଗର । ଶିଳ୍ପ ବିକାଶରେ ଅଗ୍ରଣୀ ଭୂମିକା ଗ୍ରହଣ କରି ରାଜ୍ୟ ପାଇଁ ଏକ ଦୃଷ୍ଟାନ୍ତ ପାଲଟିଛି । ଦେଶ ତଥା ଦେଶ ବାହାରକୁ କଞ୍ଚାମାଲ ରପ୍ତାନି କ୍ଷେତ୍ରରେ ଯାଜପୁର ଅଞ୍ଚଳ ଉଲ୍ଲେଖଯୋଗ୍ୟ ଭୂମିକା ଗ୍ରହଣ କରିଛି । ବିକାଶ ପାଇଁ ଯାଜପୁର ଜିଲ୍ଲାରେ ରହିଛି ଅପାର ସମ୍ଭାବନା । ଯାଜପୁର ସିନା ଥିଲା ପୁରାତନ ଉତ୍କଳର ପୁରୁଣା ରାଜଧାନୀ, କିନ୍ତୁ ଆଜି ସାରା ଦେଶରେ ଏହା ଇସ୍ପାତ ରାଜଧାନୀ ଭାବେ ଖ୍ୟାତି ଲାଭ କରିଛି। ଆଗାମୀ ଦିନରେ ଏହା ରାଜ୍ୟର ଶିଳ୍ପ ରାଜଧାନୀ ଭାବେ ନିଜର ପ୍ରତିଷ୍ଠା ଲାଭ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ।  ଉତ୍କର୍ଷ ଓଡିଶା କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ପୂର୍ବର ସବୁ ରେକର୍ଡ ଭାଙ୍ଗି ଏଥର ଓଡ଼ିଶା 17 ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ପ୍ରସ୍ତାବ ପାଇଛି । 13 ଲକ୍ଷ କୋଟି ଟଙ୍କାର ନିବେଶ ପାଇଁ MoU ମଧ୍ୟ ସ୍ୱାକ୍ଷରିତ ହୋଇଛି। ଓଡିଶାରେ 13 ଲକ୍ଷ ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି ।

ଯାଜପୁର ଭଳି ଶିଳ୍ପ ସମୃଦ୍ଧ ଅଞ୍ଚଳରେ ଏହାର ପ୍ରଭାବ ଖୁବ୍ ଅଧିକ ରହିବ ବୋଲି ମତ ଦେଇ ସେ କହିଲେ ଯେ କେବଳ ଯାଜପୁର ଜିଲ୍ଲାରେ 1 ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ପାଇଁ ନିବେଶକ ମାନେ ଆଗ୍ରହ ପ୍ରକାଶ କରିଛନ୍ତି । ଏଥିରେ 23ଟି ପ୍ରକଳ୍ପ କରାଯିବ । ଓଡିଶାର ଶିଳ୍ପାୟନର ଯାତ୍ରାରେ ଯାଜପୁର ହେବ ଅଗ୍ରଣୀ ନାୟକ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଡଙ୍କାରି ପାହାଡ ତଳେ ଏକ କ୍ରୁଡ୍ ଅଏଲ୍ ଷ୍ଟୋରେଜ୍ ଫାସିଲିଟି ନିର୍ମାଣ କରାଯିବ । ଏହାକୁ ରାଜ୍ୟ ସରକାରଙ୍କ High Level Clearance Authority ପକ୍ଷରୁ ମଞ୍ଜୁରୀ ଦିଆଯାଇଛି । ଇଣ୍ଡିଆନ୍ ଷ୍ଟ୍ରାଟେଜିକ୍ ପେଟ୍ରୋଲିଅମ୍ ରିଜର୍ଭ ଲିମିଟେଡ୍ ପକ୍ଷରୁ ଏହାକୁ ୮,୭୪୩ କୋଟି ଟଙ୍କା ବିନିଯୋଗରେ ନିର୍ମାଣ କରାଯିବ । ଏହାଦ୍ୱାରା ପ୍ରାୟ ୫ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସେ କହିଥିଲେ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଦଗ୍ଧ ଅଭିମନ୍ୟୁ ସାମନ୍ତସିଂହାର ଓ ତାଙ୍କ ରଚିତ “ବିଦଗ୍ଧ ଚିନ୍ତାମଣି” ଓଡ଼ିଆ ସାହିତ୍ୟର ଅମୂଲ୍ୟ ସମ୍ପତ୍ତି ବୋଲି ମତ ଦେଇ ଯାଜପୁର ମାଟିର ସାରସ୍ଵତ ସାଧକ ମାନଙ୍କୁ ସମ୍ମାନ ଜଣାଇ ଥିଲେ ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜନୀତିରେ ପରିବାରବାଦ ର ସମାଲୋଚନା କରି କହିଥିଲେ ଯେ ଯଶଶ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାରା ଦେଶରେ ପରିବାର ବାଦ ବିରୋଧରେ ସଂଗ୍ରାମ ଜାରି ରଖିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ମାର୍ଗ ଦର୍ଶନ ଏବଂ ସହାୟତାରେ ରାଜ୍ୟରେ ବିକାଶର ଧାରା ପୁନର୍ବାର ପ୍ରବାହିତ ହେବାକୁ ଆରମ୍ଭ ହେଲାଣି। ଏହି ଧାରା ଯାଜପୁର ଜିଲ୍ଲାକୁ ମଧ୍ୟ ପ୍ଳାବିତ କରୁଛି। ସେ କହିଥିଲେ ଯେ ଓଡିଆ ଅସ୍ମିତା, ଭାଷା, ସାହିତ୍ୟ, ସସ୍କୃତି ଓ ପରମ୍ପରାକୁ ପାଥେୟ କରି ନୂତନ ଓଡିଶା ନିର୍ମାଣ କରିବାର ଯେଉଁ ମହାଯଜ୍ଞ ଆରମ୍ଭ ହୋଇଛି, ସେଥିପାଇଁ ଆପଣ ସମସ୍ତଙ୍କ ଅକୁଣ୍ଠ ସମର୍ଥନ ଆବଶ୍ୟକ। ଯାଜପୁର ଜିଲ୍ଲାକୁ ରାଜ୍ୟର ଏକ ଅଗ୍ରଣୀ ଓ ବିକଶିତ ଜିଲ୍ଲା ଭାବରେ ଗଢି ତୋଳିବା ପାଇଁ ଆମର ଉଦ୍ୟମ ଜାରି ରହିଛି ବୋଲି ପ୍ରକାଶ କରି ସେ କହିଥିଲେ ଯେ ଯାଜପୁରର ସର୍ବାଙ୍ଗୀନ ବିକାଶ କରିବା ପାଇଁ ସରକାର କାମ ଜାରି ରଖିଛନ୍ତି। ଯାଜପୁର ବାସୀ ଆଗାମୀ ଦିନରେ ଶିଳ୍ପାୟନର ନୂତନ ଶିଖର ଦେଖିବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଥିଲେବ। ଏଥିପାଇଁ ସେ ଯାଜପୁର ବାସୀଙ୍କ ସହଯୋଗ କାମନା କରିଥିଲେ। କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ମନ୍ତ୍ରୀଡକ୍ଟର ମୁକେଶ ମହାଲିଙ୍ଗ,ସମବାୟ ମନ୍ତ୍ରୀ, ଶ୍ରୀ ପ୍ରଦୀପ ବଳ ସାମନ୍ତ, ସାଂସଦ, ଯାଜପୁର,ଡକ୍ଟର ରବିନ୍ଦ୍ର ନାରାୟଣ ବେହେରା, ବିରୋଧୀ ଦଳ ମୁଖ୍ୟ ସଚେତକ, ଶ୍ରୀମତୀ ପ୍ରମିଳା ମଲ୍ଲିକ, ବିଧାୟକ, କୋରେଇ, ଶ୍ରୀ ଆକାଶଦାସ ନାୟକ,ବିଧାୟକ, ବଡଚଣା, ଶ୍ରୀ ଅମର ନାୟକ, ବିଧାୟିକା, ଯାଜପୁର , ସୁଜାତା ସାହୁ, ବିଧାୟକ, ଧର୍ମଶାଳା ଶ୍ରୀ ହିଂମାଶୁ ଶେଖର ସାହୁ, ବିଧାୟକ, ବରି, ଶ୍ରୀ ବିଶ୍ୱ ରଞ୍ଜନ ମଲ୍ଲିକ, ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ନଳିନୀ ପ୍ରଭା ଜେନା ପ୍ରମୁଖ ମଂଚାସୀନ ଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ଯାଜପୁର ଜିଲ୍ଲାପାଳ ଶ୍ରୀମତୀ ପି. ଅନ୍ୱେଷା ରେଡ୍ଡି ସ୍ୱାଗତ ଭାଷଣ ଦେଇଥିବା ବେଳେ ଜିଲ୍ଲା ପରିଷଦ ମୁଖ୍ୟମନ୍ତ୍ରୀ ଉନ୍ନୟନ ଅଧିକାରୀ ଶ୍ରୀ ଆଶିଷ ବେହୁରିଆ ଧନ୍ୟବାଦ ଅର୍ପଣ କରିଥିଲେ।

ସାମ୍ବାଦିକଙ୍କଦାବିକୁଅଣଦେଖାପ୍ରତିବାଦରେହେବବିଧାନସଭାସମ୍ମୁଖରେଧାରଣା ମୁଖ୍ୟମନ୍ତ୍ରୀଙ୍କୁଓୟୁଜେରସ୍ମାରକପତ୍ର

()ନୂଆସରକାରଦାୟିତ୍ୱନେବାରଆଠମାସବିତିବାକୁବସିଥିଲେମଧ୍ୟସାମ୍ବାଦିକମାନଙ୍କରପ୍ରମୁଖଦାବିପୂରଣଦିଗରେକୌଣସିଆଖିଦୃଶିଆପଦକ୍ଷେପଗ୍ରହଣକରାଯାଇନଥିବାରୁରାଜ୍ୟରପ୍ରମୁଖସାମ୍ବାଦିକସଙ୍ଗଠନଓଡ଼ିଶାସାମ୍ବାଦିକୟୁନିଅନ୍ (ଓୟୁଜେ) ଗଭୀରଉଦ୍ବେଗପ୍ରକାଶକରିଛିଓୟୁଜେପକ୍ଷରୁମୁଖ୍ୟମନ୍ତ୍ରୀମୋହନଚରଣମାଝୀଙ୍କୁଏହିମର୍ମରେଏକସ୍ମାରକପତ୍ରପ୍ରଦାନକରାଯିବାସହସରକାରଙ୍କଉଦାସୀନତାପ୍ରତିବାଦରେବିଧାନସଭାରଆଗାମୀଅଧିବେଶନସମୟରେସାମ୍ବାଦିକମାନେଧାରଣାଦେବେବୋଲିଚେତାବନୀଦିଆଯାଇଛି।ଶୁକ୍ରବାରଦିନଓୟୁଜେଭବନଠାରେଅନୁଷ୍ଠିତଓଡ଼ିଶାସାମ୍ବାଦିକୟୁନିଅନ୍ରଏକସ୍ୱତନ୍ତ୍ରଅଧିବେଶନରେନିରାପତ୍ତାଠାରୁଆରମ୍ଭକରିସାମାଜିକସୁରକ୍ଷାପର୍ଯ୍ୟନ୍ତସାମ୍ବାଦିକମାନଙ୍କରବିଭିନ୍ନଦାବିଉପରେଆଲୋଚନାକରାଯାଇଥିଲା।ପୂର୍ବସରକାରସମୟରେଅନେକଦାବିପୂରଣହୋଇନଥିଲାବେଳେବର୍ତ୍ତମାନସରକାରଏଦିଗରେକାଳକ୍ଷେପଣନୀତିଗ୍ରହଣକରୁଥିବାରୁବୈଠକରେଉଦ୍ବେଗପ୍ରକାଶପାଇଥିଲା।ଓୟୁଜେରସଭାପତିପ୍ରସନ୍ନମହାନ୍ତିଙ୍କଅଧ୍ୟକ୍ଷତାରେଅନୁଷ୍ଠିତବୈଠକରେୟୁନିଅନ୍ରମୂଳଦାବିସାମ୍ବାଦିକଙ୍କୁପେନ୍ସନ୍ପ୍ରଦାନ, ସୁରକ୍ଷାଆଇନ୍ପ୍ରଣୟନଓଅଧିସ୍ୱୀକୃତିକମିଟିଗଠନସହନିୟମପରିବର୍ତ୍ତନଉପରେଗୁରୁତ୍ୱାରୋପକରାଯାଇଥିଲା।ବିଧାନସଭାରଆଗାମୀଅଧିବେଶନପୂର୍ବରୁରାଜ୍ୟସରକାରଏବାବଦରେକୌଣସିନିଷ୍ପତ୍ତିନନେଲେଓୟୁଜେବାଧ୍ୟହୋଇଆନ୍ଦୋଳନରରାସ୍ତାକୁଓହ୍ଲାଇବଓବିଧାନସଭାସମ୍ମୁଖରେସାମ୍ବାଦିକମାନଙ୍କରପ୍ରତିବାଦସମାବେଶଅନୁଷ୍ଠିତହେବବୋଲିସଭାପତିଶ୍ରୀମହାନ୍ତିଚେତାବନୀଦେଇଥିଲେ।ଦାବିଗୁଡ଼ିକବାବଦରେପୁଣିଥରେମୁଖ୍ୟମନ୍ତ୍ରୀଙ୍କଦୃଷ୍ଟିଆକର୍ଷଣକରାଯାଇଏକସ୍ମାରକପତ୍ରପ୍ରଦାନକରାଯାଇଥିବାବିଷୟସେସୂଚନାଦେଇଥିଲେଭୁବନେଶ୍ୱରମଧ୍ୟବିଧାୟକଅନନ୍ତନାରାୟଣଜେନାବୈଠକରେଯୋଗଦେଇସାମ୍ବାଦିକମାନଙ୍କରଦାବିପ୍ରତିସମର୍ଥନବ୍ୟକ୍ତକରିବାସହବିଧାନସଭାଆସନରେଅଧିବେଶନକାଳରେଏସବୁପ୍ରସଙ୍ଗରେସେସରକାରଙ୍କଦୃଷ୍ଟିଆକର୍ଷଣକରିବେବୋଲିପ୍ରତିଶ୍ରୁତିଦେଇଥିଲେ।ଓୟୁଜେରସାଧାରଣସମ୍ପାଦକକମ୍ବୁପାଣିମିଶ୍ର, କୋଷାଧ୍ୟକ୍ଷଅମୂଲ୍ୟରଞ୍ଜନସ୍ୱାଇଁ, ସମ୍ପାଦକ ପ୍ରସନ୍ନପାଇକରାୟ ଓପ୍ରଶାନ୍ତବେହେରା,ବରିଷ୍ଠସଦସ୍ୟହଳଧରଧୀରଓପରିକ୍ଷୀତବିଶ୍ୱାଳ, ଅକ୍ଷୟସାହୁ, ଅଭୟପତି, ପ୍ରମୋଦସାମନ୍ତରାୟ, ଦୀପକସମଜଦାର୍, କିଷାନରାଉତ, ସୁରେଶଦାଶ, ପ୍ରଫୁଲ୍ଲମହାନ୍ତି,ମୁନାସିଂଓକ୍ଷେତ୍ରବାସୀମହାକୁଡ଼ପ୍ରମୁଖବୈଠକରେଯୋଗଦେଇରାଜ୍ୟସରକାରଙ୍କଉଦାସୀନତାନେଇଉଦ୍ବେଗପ୍ରକାଶକରିବାସହଆନ୍ଦୋଳନରରାସ୍ତାକୁଓହ୍ଲାଇବାକୁପରାମର୍ଶଦେଇଥିଲେ।

 

ଝାରପଡ଼ାର ସ୍ଵତନ୍ତ୍ର କାରାଗାରରେ ଥିବା ଛାତ୍ର ନେତାଙ୍କୁ ଭେଟିଲେ ନିରଞ୍ଜନ ପଟ୍ଟନାୟକଙ୍କ ସମେତ ବହୁ କଂଗ୍ରେସ ନେତୃବୃନ୍ଦ

()ପୂର୍ବତନ ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଙ୍କ ସହ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା,ପୂର୍ବତନ ବିଧାୟକ ତଥା ପୂର୍ବତନ ଛାତ୍ର ସଭାପତି ଦେବାଶିଷ ପଟ୍ଟନାୟକ,ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ୍ ଦାଶ,ପୂର୍ବତନ ଛାତ୍ର ସଭାପତି ୟାସିର୍ ନୱାଜ,ରାଜ୍ୟ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର,ପିସିସି ପୂର୍ବତନ ମୁଖପାତ୍ର ରଜନୀ ମହାନ୍ତି,ପୂର୍ବତନ ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର,ପୂର୍ବତନ ପିସିସି ସାଧାରଣ ସମ୍ପାଦକ ସୁବ୍ରତ ମହାପାତ୍ର ପ୍ରମୁଖ ବହୁ କଂଗ୍ରେସ ନେତୃବୃନ୍ଦ ଝାରପଡ଼ା ସ୍ଥିତ ସ୍ଵତନ୍ତ୍ର କାରାଗାର ରେ ଥିବା ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଓ ଅନ୍ୟ ଛାତ୍ର ନେତାଙ୍କୁ ସାକ୍ଷାତ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ପୂର୍ବତନ ପିସିସି ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ସାମ୍ବାଦିକଙ୍କୁ କହିଲେ ଯେ ଏକ ଗଣତନ୍ତ୍ର ରାଷ୍ଟ୍ରରେ ବିରୋଧିଦଳର କଳା ପତାକା ପ୍ରଦର୍ଶନ କରିବାର ସମ୍ପୂର୍ଣ୍ଣ ଅଧିକାର ରହିଛି।ରାଜ୍ୟରେ ମୋହନ ସରକାର ସେ ଅଧିକାର ଛଡେଇ ନେଉଛି।ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ବଳିଦାନ ଦିବସରେ ଅଗଣତାନ୍ତ୍ରିକ ଭାବେ ଯେପରି ଉଦିତ ଏବଂ ଅନ୍ୟ ଛାତ୍ରମାନଙ୍କୁ ଗିରଫ କରିଛନ୍ତି ତାହା ବଡ଼ ନିନ୍ଦନୀୟ ଏବଂ ମୁଁ ଏହାକୁ ଦୃଢ଼ ନିନ୍ଦା କରୁଛି। ଜାତିର ଜନକ ମହାତ୍ମା ଗାନ୍ଧୀ ଙ୍କ ଠାରୁ ଆରମ୍ଭ କରି ଦେଶ ପାଇଁ ଜେଲ ଯାଇଥିବା ଏବଂ ତ୍ୟାଗ ଓ ବଳିଦାନ ଦେଇଥିବା ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଉଥିବା ଏବଂ ୧୯୪୭ ମସିହାରେ ଭାରତ ସ୍ଵାଧିନତାଙ୍କୁ ସ୍ବୀକାର ନ କରି ୨୦୧୪ ମସିହାରେ ଓ ରାମ ମନ୍ଦିର ନିର୍ମାଣ ପରେ ଭାରତ ସ୍ଵାଧୀନତା ପାଇବା କଥା କହୁଥିବା ଆର.ଏସ.ଏସ ମୁଖ୍ୟ ମୋହନ ଭାଗବତଙ୍କୁ କଳା ପତାକା ପ୍ରଦର୍ଶନ କରିଥିବା ଛାତ୍ର ନେତା ଉଦିତ ପ୍ରଧାନ ଏବଂ ଅନ୍ୟ ଛାତ୍ର ନେତାଙ୍କ ଆନ୍ଦୋଳନକୁ କଂଗ୍ରେସ ପୂର୍ଣ୍ଣ ସମର୍ଥନ କରୁଛି।ଗିରଫ ହୋଇଥିବା ଛାତ୍ର ନେତାଙ୍କୁ ସରକାର ତୁରନ୍ତ ଜେଲରୁ ମୁକ୍ତ କରନ୍ତୁ ନଚେତ୍ କଂଗ୍ରେସ ଆନ୍ଦୋଳନ ଜୋରଦାର ହେବ ବୋଲି ପୂର୍ବତନ ପିସିସି ସଭାପତି ଶ୍ରୀଯୁକ୍ତ ଜେନା ଚେତେଇ ଦେଇଛନ୍ତି।

ଇଟି ନାଓ ଇଣ୍ଡଷ୍ଟ୍ରି ଆଇକନ୍ସ ସମ୍ମାନ….

() ଇଟି ନାଓ ଇଣ୍ଡଷ୍ଟ୍ରି ଆଇକନ୍ସ -୨୦୨୫ ଇଷ୍ଟ ଚାପ୍ଟରର ପ୍ରଥମ ସଂସ୍କରଣର ସମ୍ମାନ ପ୍ରଦାନ ଉତ୍ସବରେ ସମ୍ ଅଲ୍ଟିମେଟ୍ ମେଡିକେୟାରକୁ ପୂର୍ବ ଭାରତର ଶ୍ରେଷ୍ଠ କର୍ପୋରେଟ ହସ୍ପିଟାଲ୍ ଭାବେ ସମ୍ମାନିତ କରାଯାଇଛି । କୋଲକାତା ଠାରେ ଗତ ଶୁକ୍ରବାର ଦିନ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଟାଇମ୍ସ ନେଟୱାର୍କ ଡିଜିଟାଲ୍‌ର ପ୍ରେସିଡେଂଟ ଓ ସିଓଓ ଶ୍ରୀ ରୋହିତ ଚଢ଼ା ସମ୍ମମ୍‌ର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି ।ସେହିପରି ଏହି ଉତ୍ସବରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ କ୍ୟାମ୍ପସ ୨ ଫୁଲନଖରାକୁ ଓଡ଼ିଶାର ଶ୍ରେଷ୍ଠ ମଲ୍ଟିସ୍ପେଶିଆଲିଟି ହସ୍ପିଟାଲ ଭାବେ ସମ୍ମାନିତ କରାଯାଇଥିବା ବେଳେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ କ୍ୟାମ୍ପସ ୩ ଶୀତଳାପଲ୍ଲୀ (ବ୍ରହ୍ମପୁର)କୁ ଓଡ଼ିଶାର ଶ୍ରେଷ୍ଠ ମଲ୍ଟିସ୍ପେଶିଆଲିଟି ଇମର୍ଜିଂ ହସ୍ପିଟାଲ୍ ଭାବେ ମନୋନୀତ କରାଯାଇ ସମ୍ମାନ ପ୍ରଦାନ କରାଯାଇଛି ।ସେହିପରି ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ ଭୁବନେଶ୍ୱରର କାର୍ଡିଓଲୋଜି, ଅଙ୍କୋଲୋଜି, ନ୍ୟୁରୋଲୋଜି, ଗ୍ୟାଷ୍ଟ୍ରୋଏନ୍‌ଟେରୋଲୋଜି, ହେମାଟୋଲୋଜି ଏବଂ ନେଫ୍ରୋଲୋଜି ବିଭାଗକୁ ସେହି କ୍ୟାଟେଗୋରୀରେ ଓଡ଼ିଶାର ଶ୍ରେଷ୍ଠ ବିଭାଗ ଭାବେ ମାନ୍ୟତା ପ୍ରଦାନ କରାଯାଇଛି ।ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଭୁବନେଶ୍ୱରର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ କ୍ୟାମ୍ପସ ୨ ଫୁଲନଖରାର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ରାଜେଶ କୁମାର ଲେଙ୍କା ଏବଂ ବିଶ୍ୱବିଦ୍ୟାଳୟର ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ଶୁଭଦର୍ଶିନୀ ମିଶ୍ର ଏହି ସମ୍ମାନ ଗ୍ରହଣ କରିଥିଲେ ।ଏହି ସମ୍ମାନଗୁଡ଼ିକୁ ବଲିଉଡ୍ ଅଭିନେତା ତଥା ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ପ୍ରସାରିତ ବହୁଚର୍ଚ୍ଚିତ ‘ହିରାମଣ୍ଡି’ ସିରିଜ୍‌ର ଫେମ୍ ତାରା ଶାହା ବଦୁଶାହା, ବିଶିଷ୍ଟ ଭାରତୀୟ ସିନେମା ପ୍ରଯୋଜିକା, ନିର୍ଦ୍ଦେଶିକା, ଲେଖିକା ଶ୍ରୀମତି ନନ୍ଦିତା ରାୟ ଏବଂ ଅଭିନେତା ତଥା ନିର୍ଦ୍ଦେଶକ ଓ ଲେଖକ ଶ୍ରୀ ଶିବପ୍ରସାଦ ମୁଖାର୍ଜୀ ଏବଂ ବଲିଉଡ୍ ଅଭିନେତା ଅପାରଶକ୍ତି ଖୁରାନା ପ୍ରଦାନ କରିଥିଲେ ।ଏହି ଅବସରରେ ସୁମା ରିୟଲ୍ ମିଡିଆ ପ୍ରାଇଭେଟ ଲିମିଟେଡ୍‌ର ଓଡ଼ିଆ ସମ୍ବାଦପତ୍ର ‘ପ୍ରମେୟ’କୁ ଓଡ଼ିଶାର ଏକ ନମ୍ବର ସମ୍ବାଦପତ୍ର ଭାବେ ସମ୍ମାନିତ କରାଯାଇଥିଲା । ସୁମା ରିୟଲ୍ ମିଡିଆ ପ୍ରାଇଭେଟ ଲିମିଟେଡ୍‌ର ଗ୍ରୁପ୍ ଡାଇରେକ୍ଟର (ସେଲ୍‌ସ ଆଣ୍ଡ ମାର୍କେଟିଂ) ଶ୍ରୀ ହିମାଂଶୁ ଭୂଷଣ ହୋତା ଏହି ସମ୍ମାନ ଗ୍ରହଣ କରିଥିଲେ ।ଭାରତୀୟ ଶାସ୍ତ୍ରୀୟ ସଂଗୀତଜ୍ଞ ତଥା ସରୋଦ ବାଦକ ଶ୍ରୀ ଅମନ୍ ଅଲ୍ଲୀ ବଙ୍ଗସ୍ ଶ୍ରୀ ହୋତାଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ ।ଟାଇମ୍ସ ଗ୍ରୁପ୍ ପକ୍ଷରୁ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ସମ୍ମାନିତ ଅତିଥି ଯୋଗ ଦେଇଥିବା ବେଳେ ଭାରତୀୟ ଅଭିନେତ୍ରୀ ତଥା ପ୍ରଯୋଜିକା ଋତୁପର୍ଣ୍ଣା ସେନ୍‌ଗୁପ୍ତା ଚକ୍ରବର୍ତୀ ମଧ୍ୟ ସାମିଲ ହୋଇଥିଲେ ।ଟାଇମ୍ସ ନେଟୱାର୍କର ଆସିଷ୍ଟାଂଟ ଭାଇସ୍ ପ୍ରେସିଡେଂଟ ତଥା ପୂର୍ବାଂଚଳର ଆଂଚଳିକ ମୁଖ୍ୟ ଶ୍ରୀ ବିମନ୍ ଦତ ଅତିଥିମାନଙ୍କୁ ସ୍ୱାଗତ କରିବା ସହ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ମା ବିରଜାଙ୍କ ଜନ୍ମୋତ୍ସବ: ସାବିତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା…..

() ଆଜି ହେଉଛି ତ୍ରିବେଣୀ ଅମାବାସ୍ୟା l ଯାଜପୁରର ଅଧୀଷ୍ଠାତ୍ରୀ ଦେବୀ ମା ବିରଜା ଜନ୍ମଦିନ । ଆଜି ମା ସାବିତ୍ରୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି l ସକାଳୁ ସକାଳୁ ରୀତିନୀତି ଅନୁସାରେ ମା ବିରଜାଙ୍କ ପୂଜା କରାଯାଉଛି l ଜନ୍ମଦିନରେ ମା ବିରଜଙ୍କୁ ଦର୍ଶନ କଲେ କୋଟିପୂର୍ଣ୍ୟ ମିଳିଥାଏ l ତେଣୁ ମା ଙ୍କ ଜନ୍ମଦିନରେ ଶ୍ରଦ୍ଧାଳୁ ମାନଙ୍କୁ ଭିଡ ଜମେ ବିରଜା ପୀଠରେ l

ମା ବିରଜା l ସେ ଜଗତଜିତା , ଦୟାମୟୀ ଓ ବିପଦହାରିଣୀ । ମା ବିରଜା ପୀଠ ଦେଶର ୫୧ ଟି ଶକ୍ତୀପୀଠ ମଧ୍ୟରୁ ଅନ୍ୟତମ । ମାଙ୍କର ଜନ୍ମତିଥିରେ କରୁଣାମୟୀ ମା ବିରଜାଙ୍କୁ ଦର୍ଶନ କଲେ ଭକ୍ତ ଆନନ୍ଦ ଅନୁଭବ କରିବା ସହ ତାହା ସବୁ ଇଚ୍ଛା ପୂରଣ ହୁଏ l ମା ବିରଜାଙ୍କ ମୁଖ ଦର୍ଶନ କଲେ କୋଟିପୂର୍ଣ୍ୟ ମିଳିଥାଏ l

ପ୍ରଫେସର (ଡାକ୍ତର) ଅଶୋକ ମହାପାତ୍ରଙ୍କୁ ସୋଆ ପ୍ରତିଷ୍ଠାତା ସଭାପତିଙ୍କ ସମ୍ବର୍ଦ୍ଧନା…

ନ୍ୟୁରୋସର୍ଜନ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ରଙ୍କୁ ପଦ୍ମଶ୍ରୀ ସମ୍ମାନ ନିମନ୍ତେ କେନ୍ଦ୍ର ସରକାରଙ୍କ ଦ୍ୱାରା ମନୋନୀତ କରାଯିବା ପରିପ୍ରେକ୍ଷୀରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ସୋମବାର ଦିନ ସମ୍ବର୍ଦ୍ଧିତ କରିଛନ୍ତି । ଏମ୍‌ସ ନୁଆଦିଲ୍ଲୀର ନ୍ୟୁରୋସର୍ଜରୀ ବିଭାଗର ମୁଖ୍ୟ ଭାବେ ଦାୟିତ୍ୱ ତୁଲାଇବା ସହ ଭୁବନେଶ୍ୱର ଏମ୍ସର ପ୍ରଥମ ନିର୍ଦ୍ଦେଶକ ରହିଥିବା ପ୍ରଫେସର ମହାପାତ୍ର ସୋଆର କୁଳପତି ଭାବେ ମଧ୍ୟ ଦାୟିତ୍ୱ ତୁଲାଇ ସାରିଛନ୍ତି ।ପ୍ରଫେସର ମହାପାତ୍ରଙ୍କୁ ଶୁଭେଚ୍ଛା ଜଣାଇ ପ୍ରଫେସର ନାୟକ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ତାଙ୍କର ଦେଶ ପ୍ରତି ଅବଦାନ ଅତୁଳନନୀୟ ବୋଲି କହିଥିଲେ । ଏହି ସମ୍ମାନ ସୋଆ ପାଇଁ ଗର୍ବ ଓ ଗୌରବ ଆଣି ଦେଇଛି ବୋଲି ସେ କହିଥିଲେ । ଏହି ଅବସରରେ ସୋଆର ଉପକୁଳପତି ପ୍ରଫେସର (ଡାକ୍ତର) ପ୍ରସେନଜିତ ମହାନ୍ତି, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍‌)ର ଡିନ୍ ପ୍ରଫେସର ଅୟସକାନ୍ତ ମହାନ୍ତି ଏବଂ ଆସୋସିଏଟ୍ ଡିନ୍ ପ୍ରଫେସର ମନୋରଞ୍ଜନ ଦାସ ଉପସ୍ଥିତ ଥିଲେ ।

୭୬ତମ ସାଧାରଣତନ୍ତ୍ର ଦିବସ, ଅସହାୟଙ୍କୁ ସାହା ହେଲେ ମିଟ୍ ଆଣ୍ଡ ଗ୍ରିଟ୍ ସଂଗଠନ… 

() ଆଜି ଦେଶ ପାଳୁଛି ୭୬ତମ ସାଧାରଣତନ୍ତ୍ର ଦିବସ। ଏହି ଅବସରରେ ମିଟ୍ ଆଣ୍ଡ ଗ୍ରିଟ୍ ସଂଗଠନ ମଧ୍ୟ ପାଳନ କରିଛି ସାଧାରଣତନ୍ତ୍ର ଦିବସ। ସାଧାରଣତନ୍ତ୍ର ଦିବସରେ ସାଧାରଣ ଲୋକଙ୍କୁ ସହାୟତାର ହାତ ବଢ଼ାଇଛି ମିଟ୍ ଆଣ୍ଡ ଗ୍ରିଟ୍ ସଂଗଠନ। ମିଟ୍ ଆଣ୍ଡ ଗ୍ରିଟ୍ ସଂଗଠନର ସଦସ୍ୟମାନେ ଅନ୍ନପୂର୍ଣ୍ଣା ଚାଇଲ୍ଡ କେୟାର ରହୁଥିବା ସମସ୍ତ ପିଲାମାନଙ୍କ ସହ ମିଶି ପ୍ରଥମେ ପତକା ଉତ୍ତୋଳନ କରିବା ପରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଯୋଗଦେଇଥିଲେ। ଏହାପରେ ସେ ପିଲାମାନଙ୍କୁ ବିସ୍କୁଟ,ଫଳ,ଜଳଖିଆ ଆଦି ବଣ୍ଟନ କରିବା ସହିତ ସେମାନଙ୍କ ସହ କିଛି ସମୟ କଟାଇଥିଲେ। ଅନ୍ନପୂର୍ଣ୍ଣା ଚାଇଲ୍ଡ କେୟାର ରହୁଥିବା ସମସ୍ତ ପିଲାମାନଙ୍କୁ ମିଟ୍ ଆଣ୍ଡ ଗ୍ରିଟ୍ ସଂଗଠନର ସଦସ୍ୟମାନେ ସାଧାରଣତନ୍ତ୍ର ଦିବସର ପାଳନର ଉଦ୍ଦେଶ୍ୟ, ଭାରତର ସମ୍ବିଧାନର ମହତ୍ୱ ସଂପର୍କରେ ପିଲାଙ୍କୁ ଅବଗତ କରାଇଥିଲେ। ଶେଷରେ ଅନ୍ନପୂର୍ଣ୍ଣା ଚାଇଲ୍ଡ କେୟାରର ମୂଖ୍ୟ ପବିତ୍ର ମୋହନ ସାହୁ ମିଟ୍ ଆଣ୍ଡ ଗ୍ରିଟ୍ ସଂଗଠନର ସଦସ୍ୟମାନଙ୍କୁ ଧନ୍ୟବାଦ୍ ଜଣାଇଥିଲେ। ମିଟ୍ ଆଣ୍ଡ ଗ୍ରିଟ୍ ସଂଗଠନର ସଦସ୍ୟ ଅରୁପ ନାୟକ, ଶ୍ରୀତମ ବାରିକ ମନୋରଞ୍ଜନ ସାରଙ୍ଗୀ, ସୀତମ ବାରିକ୍ , ଦିବ୍ୟଜ୍ୟୋତି ଭୂଇଆ, ଅମ୍ରିତ କୁମାର ସାହୁ, ଶମ୍ଭୁନାଥ ବିଶ୍ବାଳ, ଦେବାଶିଷ ପୃଷ୍ଟି, ସୁରଜ୍ ଦାସ, ଜଗଦୀଶ ଜେନା  ରାଜ ପରିଡା ,ଆଶିଷ ଜେନା ବିକାଶ ସାମଲଙ୍କ ସହ ଅନେକ ସଦସ୍ୟ ସାମିଲ୍ ହୋଇଥିଲେ l

Follow us

20,832FansLike
0FollowersFollow
14,700SubscribersSubscribe

Latest news